অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା

ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉଦ୍ୟୋଗ ପତି ମାନଙ୍କୁ ଉତ୍ସାହିତ କରିବା ଷ୍ଟାଣ୍ଡ ଅପ ଇଣ୍ଡିଆର ଲକ୍ଷ୍ୟ । ବିତ୍ତ ମନ୍ତ୍ରଣାଳୟର ଅର୍ଥ ବିଭାଗ ଦ୍ଵାରା ଏହି କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି ।

ଷ୍ଟାଣ୍ଡ ଅପ ଯୋଜନାରେ ବ୍ୟାଙ୍କର ପ୍ରତ୍ୟେକ ଶାଖାରେ ଅତି କମରେ ଜଣେ ମହିଳା, ଜଣେ ଅନୁସୂଚିତ ଜାତି, ଜଣେ ଅନୁସୂଚିତ ଜନଜାତିଙ୍କୁ ୧୦ ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏହି ଉଦ୍ୟୋଗ ଉତ୍ପାଦନ, ଟ୍ରେନିଂ ବିଭାଗରେ ହେବ ।

ଯୋଗ୍ୟତା

  • ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ୍ଵ ମହିଳା/ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିର ହୋଇଥିବେ ।
  • ଋଣ କେବଳ ଗ୍ରୀନ ଫିଲଡ ପ୍ରକଳ୍ପକୁ ଦିଆଯିବ । ହିତାଧିକାରୀ ଉତ୍ପାଦନ, ଟ୍ରେନିଂ ସେକ୍ଟର ପାଇଁ ଦିଆଯିବ ।
  • ଯଦି ବ୍ୟକ୍ତିଗତ ଋଣ ଦିଆଯିବ ନାହିଁ, ତେବେ ଯେଉଁ ପ୍ରକଳ୍ପ ପାଇଁ ଋଣ ଦିଆଯିବ ସେଥିରେ ୫୧ପ୍ରତିଶତ ସେୟାର ମହିଳା, SC/ST ସଦସ୍ୟଙ୍କର ହୋଇଥିବା ଆବଶ୍ୟକ ।
  • ଋଣକାରୀ ବ୍ୟାଙ୍କ କିମ୍ବା ଅନ୍ୟକୌଣସି ଆର୍ଥିକ ସଂସ୍ଥାର ଖିଲାପ ହୋଇନଥିବେ ।

ଋଣ ସର୍ବଶେଷ ତଥ୍ୟ

  • ଋଣର ପ୍ରକୃତି – ସମିଶ୍ରିତ ଋଣ (ଋଣ ଏବଂ କାର୍ଯ୍ୟକାରୀ ପୁଞ୍ଜି) ୧୦ ଲକ୍ଷ୍ୟରୁ ୧୦୦ କୋଟି ମଧ୍ୟରେ ହେବା ଆବଶ୍ୟକ ।
  • ଋଣର ଉଦ୍ଦେଶ୍ୟ – ମହିଳା, SC/ST ହିତାଧିକାରୀଙ୍କୁ ଟ୍ରେନିଂ, ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ।
  • ଋଣର ଆକାର – ପ୍ରକଳ୍ପର ଖର୍ଚ୍ଚର  ୭୫ପ୍ରତିଶତ ସମିଶ୍ରିତ ଋଣ (ପ୍ରକଳ୍ପ ଖର୍ଚ୍ଚ = ଋଣ ଏବଂ କାର୍ଯ୍ୟକାରୀ ପୁଞ୍ଜି )
  • ସୁଧା ହାର – ସୁଧ ହାର ଅତ୍ୟନ୍ତ କମ ହେବା ଦରକାର । ଏହା ବେସରେଟ (MCLR)+୩%+ଋଣସୁଝିବା ଅବଧି )
  • ଅମାନତ  - ଷ୍ଟାଣ୍ଡ ଅପ ଇଣ୍ଡିଆ ଋଣ ପାଇଁ ବ୍ୟାଙ୍କ ଦ୍ଵାରା ସ୍ଥିରିକୃତ ଅମାନତ ।
  • ପରିଶୋଧ – ଋଣ ୭ ବର୍ଷ ଭିତରେ ପରିଶୋଧ କରାଯିବ । ପ୍ରଥମ କିସ୍ତି  ଋଣ ପରିଶୋଧର ସମୟ ସୀମା ୧୮ ମାସରୁ ଅଧିକ ହୋଇପାରିବ ନାହିଁ ।
  • କାର୍ଯ୍ୟକାରୀ ପୁଞ୍ଜି – କାର୍ଯ୍ୟକାରୀ ପୁଞ୍ଜି ୧୦ ଲକ୍ଷ ହେଲେ ଏହି ଟଙ୍କା ଓଭରଡ୍ରାଫ୍ଟ ଦ୍ଵାରା ଦିଆଯିବ ।
  • ଧାର ଟଙ୍କା – କେନ୍ଦ୍ର ଓ ରାଜ୍ୟର ଯୋଜନାରେ  ୨୫% ମାରିଜିନାଲ ମନି ଦେବାକୁ ପଡିବ ।

ଋଣ ପାଇଁ କେମିତି ଆବେଦନ କରିବେ

ଏହି ଯୋଜନା ସମସ୍ତ ବାଣିଜ୍ୟକ ବ୍ୟାଙ୍କର ଶାଖା ମାନଙ୍କରେ ଉପଲବ୍ଧ ।

  • ସିଧା ସଳଖ ବ୍ୟାଙ୍କର ଶାଖାରେ ଆବେଦନ କରିହେବ ।
  • ଷ୍ଟାଣ୍ଡଅପ ଇଣ୍ଡିଆ ପୋର୍ଟାଲ (Stand-Up India portal (www.standupmitra.in)) କିମ୍ବା
  • ଜିଲ୍ଲା ପରିଚାଳକଙ୍କ ମାଧ୍ୟମରେ ଆବେଦନ କରିହେବ ।

ଷ୍ଟାଣ୍ଡଅପ ଇଣ୍ଡିଆ ଆବେଦନ ପତ୍ରର ଚେକ ଲିଷ୍ଟ

  • ପ୍ରମାଣ ପତ୍ର – ଭୋଟରକାର୍ଡ /ପାଶପୋର୍ଟ/ଡ୍ରାଇଭିଙ୍ଗ ଲାଇସେନ୍ସ/ପ୍ୟାନକାର୍ଡ ହସ୍ତାକ୍ଷର ଯାଞ୍ଚ, ଯଦି କମ୍ପାନୀ ହୋଇଥିବ ନିର୍ଦ୍ଦେଶକଙ୍କ ସହଯୋଗୀ ।
  • ଠିକଣା ପ୍ରମାଣ ପତ୍ର – ଟେଲିଫୋନ ବିଲ, ଇଲେକ୍ଟ୍ରିକ ବିଲ, ଟ୍ୟାକ୍ସ ବିଲ, ପାସପୋର୍ଟ/ଭୋଟର କାର୍ଡ଼
  • ବ୍ୟବସାୟର ଠିକଣା
  • ଆବେଦନକାରୀ କୌଣସି ବ୍ୟାଙ୍କର ଋଣ ଖିଲାପି ହୋଇନଥିବେ ।
  • କମ୍ପାନୀ, ପାର୍ଟନର ସିପର ପ୍ରମାଣପତ୍ର ।
  • ପ୍ରଦୂଷଣ ବୋର୍ଡର ସାର୍ଟିଫିକେଟ
  • SSI/MSME ରେଜିଷ୍ଟ୍ରେସନ ।
  • ୨ବର୍ଷର ବାଲାନ୍ସସିଟ
  • ସମସ୍ତ ସମ୍ପତ୍ତି ମାଲିକାନା ସଞ୍ଚୟର  ଜେରକ୍ସ କପି ।
  • SC/ST ହିତାଧିକାରୀଙ୍କ ଜାତି ପ୍ରମାଣ ପତ୍ର ।
  • ବ୍ୟବସାୟ ସଂସ୍ଥାର  ପାର୍ଶ୍ଵ ଦୃଶ୍ୟ (ପ୍ରୋଫାଇଲ)
  • ବିଗତ ତିନିବର୍ଷର ବାଲାନ୍ସ ସିଟ
  • ପ୍ରୋଜେକ୍ଟ ରିପୋର୍ଟ, କେଉଁ ମେସିନ ଲାଗିବ, କେଉଁଠାରୁ କିଣାହେବ ଅର୍ଥନୈତିକ ହିସାବ କରିବା ।
  • ଉତ୍ପାଦନ, କିଣା ବିକାରର ରିପୋର୍ଟ ।

ଋଣ ଆବେଦନପତ୍ର ଦାଖଲ କରିବା ପ୍ରଣାଳୀ

  • ବିଶେଷ ବିବରଣୀ
  • ଋଣ କର୍ତ୍ତାଙ୍କର ଅଞ୍ଚଳ
  • SC/ST/ମହିଳା
  • ବ୍ୟବସାୟର ପ୍ରକାର ଭେଦ
  • କେଉଁ ସ୍ଥାନରେ ବ୍ୟବସାୟ ହେବ
  • ପ୍ରୋଜେକ୍ଟ ପ୍ଲାନ ପାଇଁ ସହକାରୀ
  • ବର୍ତ୍ତମାନର ବ୍ୟାଙ୍କଆକାଉଣ୍ଟର ସମସ୍ତ ବିବରଣୀ
  • ପ୍ରକଳ୍ପରେ ନିବେଶ ହେବାକୁ ଥିବା ଅର୍ଥ
  • ମାରଜିନ ମନି   ପାଇଁ ସାହାଯ୍ୟ ଦରକାର ନାହିଁ ?
  • ପୂର୍ବରୁ ବ୍ୟବସାୟରେ ଅଭିଜ୍ଞତା ଅଛିକି ନାହିଁ ?

ଋଣକର୍ତ୍ତାଙ୍କର ତାଲିମ

ସିଡବି ଏବଂ  ନାବାର୍ଡ଼ ଦ୍ଵାରା ତାଲିମର ଆୟୋଜନ କରାଯାଇ ପାରିବ ।

  • ଅର୍ଥନୈତିକ ତାଲିମ – FLCs (ଫାଇନାନ୍ସ ଲିକାର ସିମେଣ୍ଟର )
  • ଦକ୍ଷତା ତାଲିମ –VTC ( ଭୋକେସନାଲ ଟ୍ରେନିଂ ସେଣ୍ଟର)
  • EDP – ଜିଲ୍ଲା କାରଖାନା କେନ୍ଦ୍ର
  • କାର୍ଯ୍ୟପାଇଁ ତାଲିମ –DIC
  • ମାରିଜିନ ମନି – ଷ୍ଟେଟ ଏସି ଅର୍ଥ ନିଗମ, ମହିଳା ବିକାଶ ନିଗମ ରାଜ୍ୟ  ଗ୍ରାମ୍ୟ ଖାଦ୍ୟ ବୋର୍ଡ଼ ।

ଆଧାର –Stand-Up India portal (www.standupmitra.in)

ଅଧିକ ସୂଚନା ପାଇଁ

  1. Stand-Up India loan application form.
  2. List of Help centres
  3. List of LDMs
  4. List of Connect centres

Last Modified : 7/28/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate