অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ସଂଶୋଧନ ନିୟମାବଳୀ, ୨୦୧୨

ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ସଂଶୋଧନ ନିୟମାବଳୀ, ୨୦୧୨

ବିଜ୍ଞପ୍ତି ତା’ ୬ ସେପ୍ଟେମ୍ବର ୨୦୧୨

ଜି.ଏସ.ଆର ୬୬୯ (ଇ)- ଯେହେତୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାମାନଙ୍କ ଆଇନ, ୨୦୦୬(୨୦୦୭ ର ଆଇନ ସଂଖ୍ୟା-୨) ଧାରା ୧୪ ଅଧିନସ୍ଥ ଉପଧାରା (୧) ର ପ୍ରୟୋଜନାର୍ଥେ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ଚିଠା ସଂଶୋଧନ ନିୟମାବଳୀ , ୨୦୧୨ କୁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟଙ୍କ ବିଜ୍ଞପ୍ତି ସଂଖ୍ୟା ଜି॰ଏସ॰ଆର ୫୭୮(ଇ) ତା’୧୯ଜୁଲାଇ ୨୦୧୨ ଅନୁଯାୟୀ ସେହି ତାରିଖରେ ଭାରତର ଗେଜେଟ , ଭାଗ-୨, ଖଣ୍ଡ-୩, ଉପଖଣ୍ଡ (ଆଇ)ରେ ପ୍ରକାଶ ପାଇଥିଲେ ଏବଂ ତଦ୍ୱାରା ସମ୍ଭବତଃ ପ୍ରଭାବିତ ହେବାକୁ ଥିବା ଜନସାଧାରଣଙ୍କ ଠାରୁ ବିଜ୍ଞପ୍ତି ବହନ କରିଥିବା ଗେଜେଟ ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ହେବା ତାରିଖରୁ ୩୦ଦିନ ପୂରିବା ଭିତରେ ଆପତ୍ତି ଏବଂ ପରାମର୍ଶ ଆହ୍ଵାନ କରଯାଇଥିଲା ।

ସୁତରାଂ ବର୍ତ୍ତମାନ ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଳବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକରସମୂହକୁ ସ୍ଵିକୃତି ପ୍ରଦାନ)ଆଇନ ୨୦୦୬ (୨୦୦୭ ର ଆଇନ ସଂଖ୍ୟା –ଧାରା-୨)ଧାରା ୧୪ ଅଧିନସ୍ଥ ଉପଧାରା (୧) ଏବଂ (୨)ର ବଳରେ ନ୍ୟସ୍ତ କ୍ଷମତାର ପ୍ରୟୋଗ କରି କେନ୍ଦ୍ର ସରକାର ଏତଦ୍ୱାରା ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଳବାସିନ୍ଦାମାନଙ୍କ (ଜଙ୍ଗଲ ଅଧିକରସମୂହକୁ ସ୍ଵିକୃତି- ପ୍ରଦାନ)ନିୟମାବଳୀ ୨୦୦୮ କୁ ସଂଶୋଧନ କରିବା ଉଦେଶ୍ୟରେ ନିମ୍ନୋକ୍ତ ନିୟମାବଳୀ ପ୍ରଣୟନ କରୁଛନ୍ତି , ଯଥା:-

  1. ଏହି ନିୟମାବଳୀକୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର (ଜଙ୍ଗଲ ଅଧିକାର ସମୂହକୁ ସ୍ଵିକୃତି –ପ୍ରଦାନ) ସଂଶୋଧନ ନିୟମାବଳୀ, ୨୦୧୨ କୁହାଯାଇପାରେ ।
    • ସରକାରୀ ଗେଜେଟରେ ପ୍ରକାଶିତ ହେବା ତାରିଖ ଠାରୁ ଏହା ବଳବର୍ତ୍ତର ହେବ ।
  2. ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର (ଜଙ୍ଗଲ ଅଧିକାରସମୂହକୁ ସ୍ଵିକୃତି –ପ୍ରଦାନ) ନିୟମାବଳୀ , ୨୦୦୮ (ଏଥିରୁ ଏହାକୁ ଉକ୍ତ ନିୟମାବଳୀ ନାମରେ ସୂଚୀତ କରାଯିବ) ରେ ନିୟମ-୨ ଅଧିନସ୍ଥ ଉପନିୟମ (୧) ରେ ନିମନ୍ତେ ସ୍ଥାନିତ କରାଯିବ –
    • ଅଣ- ଉପନିୟମ (ବି) ବଦଳରେ ନିମ୍ନ ଅଣ- ଉପନୀୟମଟି ପ୍ରତିସ୍ଥାନିତ ହେବ, ଯଥା – (ବି) ଆଇନର ଧାରା ୩ ଅଧିନସ୍ଥ ଉପଧାରା (୧) ରେ ବିନିର୍ଦ୍ଧିଷ୍ଟ ହୋଇଥିବା ଅଧିକାରସମୂହ ଭିତରୁ ଯେକୌଣସି ଅଧିକାରକୁ ହାସଲ କରିବା ଜରିଆରେ ନିଜର ଏବଂ ପରିବାରର ଜୀବିକାର୍ଚ୍ଚନର ପ୍ରୟୋଜନସମୂହକୁ ପୂରଣ କରାଇବା ଏବଂ ଏହାର ପରିସରଭୁକ୍ତ ହେବ ଏହିସବୁ ଅଧିକାର ସମୂହର ପ୍ରୟୋଗ କରିବା ଫଳରେ ହାସଲ କରୁଥିବା ଉଦବୃତ୍ତ ଉତ୍ପାଦକ ବିକ୍ରି କରିବା ।
    • ଅଣ ଉପନିୟମ (ସି) ପରେ ନିମ୍ନ ଅଣ ଉପନିୟମଗୁଡିକ ଭର୍ତ୍ତିହେବ ଯଥା(ସିଏ) ଗୋଷ୍ଠୀ ଅଧିକାର ସମୂହ ର ଅର୍ଥ ଧାରା ୩ର ଉପଧାରା (୧) ଅଧିନସ୍ଥ ଅଣ ଉପଧାରା (ବି),(ସି),(ଡି), (ଇ), (ଏଚ) (ଆଇ), (ଜେ), (କେ) ଏବଂ (ଏଲ) ରେ ତାଲିକାଭୁକ୍ତ ହୋଇଥିବା ଅଧିକାରସମୂହ ,
    • ଅଣ-ଉପନିୟମ (ଡି) ସ୍ଥାନରେ ନିମ୍ନ ଅଣ ଉପନିୟମ ପ୍ରତିସ୍ଥାନିତ ହେବ, ଯଥା-(ଡି) ଧାରା -୩ର ଉପଧାରା (୧) ଅଧିନସ୍ଥ ଅଣ –ଉପଧାରା (ସି) ରେ ସୂଚୀତ ହୋଇଥିବା ‘ଲଘୁ ଜଙ୍ଗଲ ଉପକାର କାରବାର ‘ର ପରିସରଭୁକ୍ତ ହେବ ଏହି ସାମଗ୍ରୀକୁ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଭାବେ ବିକ୍ରୀ ତଥା ପ୍ରକ୍ରିୟାକରଣ, ସାଇତା, ମୂଲ୍ୟବର୍ଦ୍ଧନ ତଥା ଜଙ୍ଗଲ ଇଲାକା ଭିତରେ ଅବା ବାହାରେ ସଂଗ୍ରାହକଗଣ କିମ୍ବା ସେମାନଙ୍କର ସମବାୟ ସମିତି ବା ସଂଘ ଦ୍ଵାରା ନିଜର ଜୀବିକା ଉଦେଶ୍ୟରେ ବ୍ୟବହାର ବା ବିକ୍ରୀ ପାଇଁ ଯଥୋଚିତ ପରିବହନ ମାଧ୍ୟମରେ ପରିବହନ କରିବାର ଅଧିକାର,

    ସ୍ପଷ୍ଟୀକରଣ –

    • ଲଘୁ ଜଙ୍ଗଲ ଉପଜର ପରିବହନ ପରିପ୍ରେକ୍ଷୀରେ ପ୍ରଚଳିତ ଥିବା ଟ୍ରାନଜିଟ ପରିମିଟ ବ୍ୟବସ୍ଥାର ସଂଶୋଧନ କରାଯିବ ଏବଂ ଏହି ପରମିଟ ମଞ୍ଜୁର କରିବେ ନିୟମ ୪ର ଉପନିୟମ (୧) ଅଧିନସ୍ଥ ଅଣ- ଉପନିୟମ (ଇ) ଅନୁଯାୟୀ ଗଠିତ ହୋଇଥିବା କମିଟି ଅଥବା ଗ୍ରାମସଭା ଦ୍ଵାରା କର୍ତ୍ତୁତ୍ଵପ୍ରାପ୍ତ ହୋଇଥିବା ଜେନ ବ୍ୟକ୍ତି ।
    • ଟ୍ରାନଜିଟ ପରିମିଟର ଏହି ବିଧିସମ୍ମତ ଆବଶ୍ୟକତା କୌଣସି ମତେ ଲଘୁ ଜଙ୍ଗଲ ଉପଜର କାରବାର ପାଇଁ ଅଧିକାରକୁ ସଙ୍କୁଚିତ ବା କ୍ଷ୍ୟୁର୍ଣ କରିବ ନାହିଁ ।
    • ଲଘୁ ଜଙ୍ଗଲ ଉପଜର ସଂଗ୍ରହ କାର୍ଯ୍ୟ ଜେ କୌଣସି ପ୍ରକାର ରୟାଲଟି , ଫିସ ବା ଅନ୍ୟ କୌଣସି ଧରଣର ଦେୟ ଠାରୁ ମୁକ୍ତ ରହିବ ।

    ନିୟମାବଳୀ ସମ୍ବନ୍ଧରେ ବର୍ଣ୍ଣନା

     

  3. ଉକ୍ତ ନିୟମାବଳୀରେ ନିୟମ ୨ପରେ ନିମ୍ନୋକ୍ତ ନିୟମ ଭର୍ତ୍ତି ହେବ, ଯଥା –
  4. “୨ଏ ଉପବସତି (ହାମଲେଟ) ବା ବସତି (ସେଟଲମେଣ୍ଟ) ଗୁଡିକର ଚିହ୍ନଟିକରଣ ଏବଂ ସେଗୁଡିକର ସଂହତିକରଣ – ରାଜ୍ୟ ସରକାର ଏହା ନିଶ୍ଚିତ କରିବେ ଜେ –

    • ଉପବସତି ବା ଜନବସତିସମୂହ , ଅନରେକର୍ଡଭୁକ୍ତ ବା ଅଣସର୍ବେକ୍ଷିତ ବସତସମୁହି ଅଥବା ଜଙ୍ଗଲଗ୍ରାମ ବା ତୋଙ୍ଗୟା ଗ୍ରାମସମୂହ – ସେଗୁଡିକ ଆନୁଷ୍ଠାନିକ ଭାବେ ରାଜସ୍ୱ ବା ଜଙ୍ଗଲ ଗ୍ରାମ ରେକର୍ଡର ଅଂଶ ବିଶେଷ ହୋଇ ଥାଆନ୍ତୁ ବା ନାହିଁ , ସେଗୁଡିକ ଯେଉଁ ପଞ୍ଚାୟତର ପରିସୀମା ଭିତରେ ଅବସ୍ଥିତ ଥିବେ , ସେହି ପଞ୍ଚାୟତ ସେଗୁଡିକର ତାଲିକା ପ୍ରସ୍ତୁତ କରିବେ ଏବଂ ଆଇନ ଦୃଷ୍ଟିରେ ସେଗୁଡିକୁ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ସମ୍ପୃକ୍ତ ବସତି, ଉପବସତି ବା ବସତିସମୂହର ଗ୍ରାମସଭା ଡକାଇ ସେଥିରେ ଉକ୍ତ ତାଲିକାକୁ ଅନୁମୋଦିତ କରାଇବେ ଏବଂ ପଞ୍ଚାୟତ ସ୍ତରରେ ଏକ ପ୍ରସ୍ତାବ ପାସ କରାଇବେ ତଥା ଉକ୍ତ ତାଲିକାକୁ ସବଢିଭିଜନାଲ ସ୍ତରୀୟ କମିଟି ନିକଟରେ ଦାଖଲ କରିବେ ।
    • ସବଡିଭିଜିନାଲ ସ୍ତରୀୟ କମିଟିର ସବଡିଭିଜିନାଲ ଅଫସରଗଣ ସେହିସବୁ ଉପବସତି ଏବଂ ଜନବସତି ଗୁଡିକର ତାଲିକାସମୂହକୁ ଏକତ୍ରିକରଣ କରିବେ । ଯେଉଁଗୁଡିକ ବର୍ତ୍ତମାନ କୌଣସି ଗ୍ରାମର ଅଂଶବିଶେଷ ନୁହଁନ୍ତି , କିନ୍ତୁ ପଞ୍ଚାୟତର ଏକ ପ୍ରସ୍ତାବ ମାଧ୍ୟମରେ ପଞ୍ଚାୟତର ଗ୍ରାମ ରୂପେ ପରିସରଭୁକ୍ତ ହୋଇପାରିଛନ୍ତି ଏବଂ ପ୍ରାସଙ୍ଗିକ ରାଜ୍ୟ ଆଇନ ଗୁଡିକରେ ସ୍ଥାନିତ ହୋଇଥିବା ପଦ୍ଧତି ଅନୁସରଣ କରି ସେଗୁଡିକର ବର୍ତ୍ତମାନର ଗ୍ରାମଗୁଡିକ ସହିତ ଯୋଡି ଅଥବା ଅନ୍ୟ ପ୍ରକାରେ ଆନୁଷ୍ଠାନିକ ଭାବେ ଗ୍ରାମର ମାନ୍ୟତା ପ୍ରଦାନ କରିବେ ଏବଂ ତାହା ପରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ କମିଟି ମାନେ ଆବଶ୍ୟକ ସ୍ଥଳେ ସର୍ବସାଧାରଣ ମତାମତ ଲୋଡିବା ପରେ ଉକ୍ତ ଗ୍ରାମଗୁଡିକର ତାଲିକାକୁ ବିଧିବଦ୍ଧ ଭାବେ ଚୁଡାନ୍ତ ରୂପ ପ୍ରଦାନ କରିବେ ।
    • ଉପବସତି ଏବଂ ବସତିଗୁଡିକର ତାଲିକାସମୂହର ଚୁଡାନ୍ତିକରଣ ସମ୍ପୂର୍ଣ୍ଣ ହେବାପରେ ଏହିସବୁ ଉପବସତି ଏବଂ ବସତିଗୁଡିକରେ ପୂର୍ବରୁ ଯଦି କୌଣସି ଅଧିକାର ସ୍ଵିକୃତ ହୋଇଥାଏ, ତେବେ ସେଗୁଡିକୁ ବ୍ୟାହାତ ନକରି ଅଧିକାରସମୂହର ସ୍ଵିକୃତି ଏବଂ ନ୍ୟାସ୍ତିକରଣ ସମ୍ପାଦିତ ହେବ ।
  5. ଉକ୍ତ ନିୟମ-୩ରେ
    • ଉପନିୟମ (୧) ରେ ବର୍ତ୍ତମାନ ଥିବା ଶବ୍ଦାବଳୀ, ଯଥା “ଅନ୍ୟୁନ ଏକତୃତୀୟାନ୍ସ ସଭ୍ୟ ଅନୁସୂଚୀତ ଜନଜାତି ହୋଇଥିବେ “ବଦଳରେ ନୂତନ ଶବ୍ଦାବଳୀ “ଅନ୍ୟୁନ ଦୁଇ ତୃତୀୟାଂସ ସଭ୍ୟ ଅନୁସୂଚୀତ ଜନଜାତି ହୋଇଥିବେ ପ୍ରତିସ୍ଥାନିତ ହେବ ।
    • ଉପନିୟମ (୩) ପରେ ନିମ୍ନ ଉପନିୟମ ଭର୍ତ୍ତି ହେବ ଯଥା –

    “(୪) ଯେଉଁ ତାରିଖରୁ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସିନ୍ଦାଙ୍କର ସଂଶୋଧନ ନିୟମାବଳୀ, ୨୦୧୨ ବଳବତ୍ତର ହେଲା, ତାହା ପୂର୍ବରୁ ସ୍ଵିକୃତି ଲାଭ କରିଥିବା ଜଙ୍ଗଲ ଅଧିକାର ସମୂହ ଅଥବା ଆରମ୍ଭ କରାଯାଇଥିବା ଦାବୀସମୂହର ଯାଞ୍ଚ ପ୍ରକ୍ରିୟାକୁ ଜଙ୍ଗଲ ଅଧିକାର ସମୂହ ଅଥବା ଆରମ୍ଭ କରାଯାଇଥିବା ଦାବୀସମୂହର ଯାଞ୍ଚ ପ୍ରକ୍ରିୟାକୁ ଜଙ୍ଗଲ ଅଧିକାର କମିଟି ପୁଣି ଆଉ ଥରେ ସମୀକ୍ଷା କରିବ ନାହିଁ।“

  6. ଉକ୍ତ ନିୟମାବଳୀରେ, ନିୟମ -୪ରେ ;
    • ଅଣ ଉପନିୟମ (ଇ) ପରେ ନିମ୍ନୋକ୍ତ ଉପନିୟମ ଭର୍ତ୍ତି ହେବ ଯଥା –

    (ଏଫ) ଅଣ ଉପନିୟମ (ଇ) ଅଧୀନରେ ଗଠିତ ହୋଇଥିବା ସେହି କମିଟିକୁ ତଦାରଖ ଓ ନିୟନ୍ତ୍ରଣ କରିବେ, ଯେଉଁ କମିଟି ଜଙ୍ଗଲ ବାସିନ୍ଦା ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦିଙ୍କର ହିତସାଧନ ପାଇଁ ସମ୍ପୃକ୍ତ ଗୋଷ୍ଠୀ ଜଙ୍ଗଲ ସମ୍ପଦସମୂହକୁ ସୁସ୍ଥାୟୀ ତଥା ସମତାପୂର୍ଣ୍ଣ ରୀତିରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ଜଙ୍ଗଲ ସମ୍ପଦ ସମୂହକୁ ସୁସ୍ଥୟୀ ତଥା ସମତାପୂର୍ଣ୍ଣ ରୀତିରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ଜଙ୍ଗଲ ସମ୍ପଦସମୂହର ସଂରକ୍ଷଣ ଓ ପରିଚାଳନାର ଯୋଜନା ପ୍ରସ୍ତୁତ କରିବେ ତଥା ଏହିସବୁ ସଂରକ୍ଷଣ ଏବଂ ପରିଚାଳନା ଯୋଜନାକୁ ଜଙ୍ଗଲ ବିଭାଗର ଅନୁଯୋଜନା ବା କର୍ମଯୋଜନା ବା ପରିଚାଳନା ଯୋଜନା ଗୁଡିକ ସହ ସେହିସବୁ ସଂଶୋଧନ ସମୂହ ସହିତ ସମନ୍ଵିତ କରିବେ, ଯାହାକି କମିଟି ମତରେ ଆବଶ୍ୟକ ବୋଲି ବିବେଚିତ ହୋଇପାରେ ।

    • ଟ୍ରାନ୍ ଜିଟ  ପରିମିଟ୍  ଉପଜର   ବିକ୍ରୟରୁ   ଲବ୍ଧ  ଆୟର   ଉପଯୋଗ   ବା  ପରିଚାଳନା  ଯୋଜନାଗୁଡିକର  ସଂଶୋଧନ  ସମ୍ବନ୍ଧରେ   କମିଟିର  ସମସ୍ତ  ନିଷ୍ପତ୍ତିକୁ   ଅନୁମୋଦନ  ।
    • ଉପନିୟମ  (୨)  ବଦଳରେ   ନିମ୍ନୋକ୍ତ   ଉପନିୟମ   ପ୍ରତିସ୍ଥାନିତ   ହେବ, ଯଥା – “(୨)ଗ୍ରାମସଭା   ବୈଠକର  କୋରମ୍  ସମ୍ପୃକ୍ତ  ଗ୍ରାମସଭାର  ମୋଟ  ସଭ୍ୟସଂଖ୍ୟାର  ଅର୍ଦ୍ଧାଂଶରୁ (୧/୨) କମ୍ ହେବନାହିଁ :

    ପରନ୍ତୁ, ମହିଳାମାନଙ୍କ  ସଂଖ୍ୟା  ଉପସ୍ଥିତ  ଥିବା  ସମୁଦାୟ  ସଭ୍ୟ  ସଂଖ୍ୟାର   ଅନ୍ୟୁନ ଏକ  ତୃତୀୟାଂଶ (୧/୩) ହୋଇଥିବା ;

    ପୁଣି ପରନ୍ତୁ,  ଯେଉଁ  ସ୍ଥଳେ  ଜଙ୍ଗଲ   ଅଧିକାରସମୂହ  ସଙ୍କ୍ରାନ୍ତୀୟ  ଦାବୀଗୁଡିକ  ଉପରେ  ପ୍ରସ୍ତାବ  ଗୃହୀତ  ହେବାକୁ  ଥିବ, ସେପରି  ସ୍ଥଳେ  ସମ୍ପୃକ୍ତ  ଜଙ୍ଗଲ  ଅଧିକାରସମୂହ   ପାଇଁ  ଦାବିକରଣ  ଉପରେ  ପ୍ରସ୍ତାବ  ଗୃହୀତ   ହେବାକୁ  ଥିବ, ସେପରି  ସ୍ଥଳେ   ସମ୍ପୃକ୍ତ  ଜଙ୍ଗଲ  ଅଧିକାରସମୂହ   ପାଇଁ  ଦାବିଦାରଗଣଙ୍କର  ଅନ୍ୟୁନ   ଶତକଡା  ପଚାଶ  ଅଥବା  ସେମାନଙ୍କର  ପ୍ରତିନିଧି  ଉପସ୍ଥିତ   ରହିବେ;

    ପୁଣି  ମଧ୍ୟ  ପରନ୍ତୁ, ଏତାଦୃଶ   ପ୍ରସ୍ତାବ  ଏବଂ  ମତଦାନ   କରୁଥିବା  ବ୍ୟକ୍ତିମାନଙ୍କର  ସାଧାରଣ  ସଂଖ୍ୟା  ଗରିଷ୍ଠତା  ବଳରେ   ଗୃହୀତ  ହେବ  ।

  7. ଉକ୍ତ  ନିୟମାବଳୀରେ, ନିୟମ – ୬ରେ ଅଣଉପନିୟମ (ଏଲ୍)  ବଦଳରେ   ନିମ୍ନୋକ୍ତ  ଉପନିୟମ  ପ୍ରତିସ୍ଥାନିତ  ହେବ, ଯଥା –
  8. “(ଏଲ୍) ଏହି  ନିୟମାବଳୀର  ସଂଲଗ୍ନ  ନଥି  ସଂଖ୍ୟା – (ଫର୍ମ- ଏ, ଫର୍ମ- ବି, ଫର୍ମ- ସି)ରେ  ସ୍ଥାନିତ  ହୋଇଥିବା  ଦାବୀ   ପେଶ୍  କରିବାର   ପ୍ରୋଫାର୍ମାକୁ  ସହଜରେ ଓ ମାଗଣାରେ  ମିଳିପାରୁଥିବାରୁ  ବ୍ୟବସ୍ଥାକୁ  ସୁନିଶ୍ଚିତ   କରିବା ।”

  9. ଉକ୍ତ  ନିୟମାବଳୀରେ, ନିୟମ – ୮ – ରେ –
    • ଅଣଉପନିୟମ (ଜି) ରେ  ଶବ୍ଦ  “ଏବଂ” କୁ  ବାଦ୍  ଦିଆଯିବ :
    • ଅଣଉପନିୟମ  (ଏଚ୍) ରେ, ଶେଷରେ  ଶବ୍ଦ   “ଏବଂ”  ଭର୍ତ୍ତି   ହେବ ;
    • ଅଣଉପନିୟମ  (ଏଚ୍) ପରେ , ନିମ୍ନ  ଅଣଉପନିୟମ  ଭର୍ତ୍ତି  ହେବ, ଯଥା –

    “ (ଆଇ) ଏହା  ସୁନିଶ୍ଚିତ  କରିବେ  ଯେ, ଆଇନ୍ ଅନୁଯାୟୀ   ମଞ୍ଜୁର   ହୋଇଥିବା  ଗୋଷ୍ଠୀ  ଜଙ୍ଗଲ  ସମ୍ପଦ  ଏବଂ  ଶିରୋନାମାର  ସ୍ଵତ୍ଵଲିପି, ଯାହାକି  ଏହି  ନିୟମାବଳୀର  ସଂଲଗ୍ନ  ନଥି   ସଂଖ୍ୟା – ୪ରେ  ବିନିର୍ଦ୍ଧିଷ୍ଟ  ହୋଇଥିବା  ମେତେ  ପ୍ରସ୍ତୁତ  ହୋଇଥିବ, ତାହାର  ଏକ  ପ୍ରମାଣୀକୃତ  ନକଲ  ସମ୍ପୃକ୍ତ   ଗ୍ରାମସଭାକୁ   ଯୋଗାଇ  ଦିଆଯିବ  ଅଥବା  ସେହି  ଜନଗୋଷ୍ଠୀକୁ  ଯୋଗାଇ  ଦିଆଯିବ,  ଯାହାର  ଗୋଷ୍ଠୀ  ଜଙ୍ଗଲ  ସମ୍ପଦ  ଉପରେ  ଅଧିକାରସମୂହକୁ  ୩ର  ଉପଧାରା  (୧) ଅଧୀନସ୍ଥ   ଅଣଉପଧାରା (ଆଇ) ବଳରେ  ସ୍ଵିକୃତି  ପ୍ରଦାନ  କରାଯାଇଛି  । ”

  10. ଉକ୍ତ  ନିୟମାବଳୀରେ, ନିୟମ – ୧୦ ରେ –
    • ଅଣଉପନିୟମ  (ସି) ବଦଳରେ   ନିମ୍ନ   ଉପନିୟମତୀ   ପ୍ରତିସ୍ଥାନିତ  ହେବ, ଯଥା –
    • “ (ସି) ଜଙ୍ଗଲ   ନିୟମାବଳୀ  ଉପରେ  ବିଚାରବିମର୍ଷ   ତଥା   ସମାଧାନ   ବାହାର  କରିବା  ପାଇଁ   ପ୍ରତି  ତିନି ମାସରେ   ଅନ୍ତତଃ  ଥରେ  ବୈଠକ  କରିବେ ଏବଂ  ଦାବୀସମୂହର  ସ୍ଥିତି, ଆଇନ୍ ଅନୁଯାୟୀ   ଆବଶ୍ୟକ   ପଦକ୍ଷେପମାନ  ଗ୍ରହଣ  କରିବା   ଦିଗରେ  ଅଗ୍ରଗତି, ଅନୁମୋଦିତ  ହୋଇଥିବା   ଦାବୀସମୂହ  ସମ୍ବନ୍ଧରେ   ସବିଶେଷ  ତଥ୍ୟାବଳୀ, ଯଦି  କୌଣସି  ଦାବୀ  ଖାରଜ  ହୋଇଥାଏ  ତହିଁର  କାରଣମାନ  ତଥା  ବକେୟା   ଦାବୀ’ସମୂହର   ସ୍ଥିତି  ବିଷୟରେ  ନିଜର  ସମୀକ୍ଷା  ସହିତ  କେନ୍ଦ୍ର  ସରକାରଙ୍କ  ନିକଟକୁ  ଏହି  ନିୟମାବଳୀରେ  ସଂଲଗ୍ନ   ହୋଇଥିବା ନଥିସଂଖ୍ୟା – ୫ର  ଫର୍ମାଟ  ଅନୁଯାୟୀ ଏକ ତ୍ରୈମାସିକ  ରିପୋର୍ଟ  ପଠାଇବା   ।”

    • ଅଣଉପନିୟମ (ଇ) ପରେ   ନିମ୍ନ  ଉପନିୟମଟି  ଭର୍ତ୍ତି  ହେବ, ଯଥା –
    • “(ଏଫ୍)  ବିଶେଷ  କରି  ଧାରା – ୩ – ର  ଉପଧାରା (୧) ଅଧୀନସ୍ଥ   ଅଣଉପଧାରା  (ଏମ୍) ଏବଂ  ଧାରା – ୪ ର  ଅଣଉପଧାରା  (୮) ରେ  ସ୍ଥାନିତ  ହୋଇଥିବା  ବ୍ୟବସ୍ଥାବଳୀର  ଅନୁପାଳନକୁ   ତଦାରଖ  କରିବା   । ”

  11. ଉକ୍ତ  ନିୟମାବଳୀରେ, ନିୟମ – ୧୧ରେ, ଉପନିୟମ  (୪)ରେ  ଶବ୍ଦାବଳୀ  ଓ  ଅକ୍ଷର, ଯଥା “ ଫର୍ମ – ବି ରେ  ଗୋଷ୍ଠୀ  ଜଙ୍ଗଲ  ଅଧିକାର  ସମୂହ ” ବଦଳରେ   ନୂତନ  ଶବ୍ଦାବଳୀ  “ ଫର୍ମ – ବିରେ  ଗୋଷ୍ଠୀ  ଜଙ୍ଗଲ  ଅଧିକାରସମୂହ  ଏବଂ  ଫର୍ମ – ସି ରେ  ଧାରା – ୩ର   ଉପଧାରା  (୧) ଅଧୀନସ୍ଥ   ଅଣଉପଧାରା  (ଆଇ) ବଳରେ   ଗୋଷ୍ଠୀ  ଜଙ୍ଗଲ  ସମ୍ପଦ  ଉପରେ  ଅଧିକାର ” ସ୍ଥାନିତ  ହେବ   ।
  12. ଉକ୍ତ  ନିୟମାବଳୀର   ନିୟମ  ୧୨ରେ  ଉପନିୟମ (୧) ରେ  ଅଣଉପନିୟମ  (ଇ) ପରେ  ନିମ୍ନ   ଅଣଉପନିୟମଟି  ଭର୍ତ୍ତି  ହେବ, ଯଥା –
    • “ (ଏଫ) ଗୋଷ୍ଠୀ   ଜଙ୍ଗଲ   ସମ୍ପଦର   ପ୍ରଥାସିଦ୍ଧ  ପରିସୀମା  ଏବଂ  ପ୍ରଥାସିଦ୍ଧ   ବ୍ୟବହାର ବିଷୟରେ  ସୁବିଜ୍ଞ  ହୋଇଥିବା  ବୟୋଜେଷ୍ଠ  ବ୍ୟକ୍ତିମାନଙ୍କ  ସମେତ   ଗ୍ରାମସଭାର  ଅନ୍ୟ  ସଭ୍ୟମାନଙ୍କ  ସହିତ   ମିଶି   ଗୋଷ୍ଠୀ  ଜଙ୍ଗଲ  ସମ୍ପଦର  ପ୍ରଥାସିଦ୍ଧ   ପରିସୀମା   ନିର୍ଦ୍ଧାରଣ  କରିବା   ।
    • (ଜି) ନିୟମ  ୧୩ର   ଉପନିୟମ (୨) ରେ  ବର୍ଣ୍ଣିତ  ହୋଇଥିବା  ବଳିଷ୍ଠ  ପ୍ରମାଣକୁ  ଆଧାର  କରି  ସୁଦୃଶ୍ୟ   ଭୂଚିହ୍ନ   ସମ୍ବଳିତ   ଗୋଷ୍ଠୀ  ଜଙ୍ଗଲ  ସମ୍ପଦର   ଏକ  ମାନଚିତ୍ର  ପ୍ରସ୍ତୁତ  କରିବେ  ଏବଂ   ତାହା  ପରେ  ଗୋଷ୍ଠୀ  ଜଙ୍ଗଲ   ସମ୍ପଦ  ଉପରେ  ଦାବୀ  ସାଧାରଣ   ସଂଖ୍ୟା  ଗରିଷ୍ଠତା  ବଳରେ   ଗୃହୀତ   ହେଉଥିବା  ଗ୍ରାମସଭାର  ପ୍ରସ୍ତାବ  ଦ୍ଵାରା  ଅନୁମୋଦନ   ଲାଭ  କରିବା   ।

    ସ୍ପଷ୍ଟୀକରଣ : ବର୍ତ୍ତମାନର  ବିଧିସମ୍ମତ  ପରିସୀମା, ଯଥା  ସଂରକ୍ଷିତ  ଜଙ୍ଗଲ, ସୁରକ୍ଷିତ  ଜଙ୍ଗଲ, ଜାତୀୟ  ପାର୍କ  ଓ  ଅଭୟାରଣ୍ୟ  ସମୂହ  ଗୋଷ୍ଠୀ   ଜଙ୍ଗଲ   ସମ୍ପଦର   ଚିହ୍ନିତ  ପରିସୀମା  ଭିତରେ  ଅନ୍ତର୍ଭୁକ୍ତ  ହୋଇପାରେ  ଏବଂ  ଏ  ପ୍ରକାର  ପରିସୀମା  ନିର୍ଦ୍ଧାରଣ   ଫଳରେ   ଗୋଷ୍ଠୀ  ଜଙ୍ଗଲ   ସମ୍ପଦସମୂହର  ବ୍ୟବହାର, ସଂରକ୍ଷଣ  ଏବଂ  ସୁସ୍ଥାୟୀ  ଉପଯୋଗ   କ୍ଷେତ୍ରରେ   ଜନଗୋଷ୍ଠୀର  କ୍ଷମତାବଳୀକୁ   ଆନୁଷ୍ଠାନିକ  ରୂପ  ତଥା   ସ୍ଵିକୃତି  ମିଳିବ  । ”

  13. ଉକ୍ତ  ନିୟମାବଳୀରେ, ନିୟମ- ୧୨ ପରେ  ନିମ୍ନ  ନିୟମାବଳୀ  ଭର୍ତ୍ତି  ହେବ, ଯଥା –
    • ଜଙ୍ଗଲ  ଅଧିକାର  କମିଟିରୁ  ଅବଗତି  ହସ୍ତଗତ  ହେବା  ପରେ  ଜଙ୍ଗଲ ଓ  ରାଜସ୍ୱ  ବିଭାଗଗୁଡିକର  କର୍ମକର୍ତ୍ତାମାନେ   ସମ୍ପୃକ୍ତ  କ୍ଷେତ୍ର ଉପରେ  ଦାବୀ ସମୂହର  ଯାଞ୍ଚ   ତଥା  ପ୍ରମାଣସମୂହର  ଯାଞ୍ଚ  ତଥା  ପ୍ରମାଣସମୂହର   ଯାଞ୍ଚ  ବେଳେ  ଉପସ୍ଥିତ  ରହିବେ  ଏବଂ  ସମ୍ପୃକ୍ତ   କାର୍ଯ୍ୟବିବରଣୀରେ  ନିଜର  ପଦବୀ, ତାରିଖ  ଓ  ଆବଶ୍ୟକ  ସ୍ଥଳେ  ମନ୍ତବ୍ୟ  ସହିତ  ସ୍ଵାକ୍ଷର   କରିବେ   ।
    • ଗ୍ରାମସଭା  ଦ୍ଵାରା   ଅନୁମୋଦିତ  ହୋଇଥିବା  ଦାବୀ  ଉପରେ  ଯଦି  ଜଙ୍ଗଲ  ବା  ରାଜସ୍ୱ ବିଭାଗମାନଙ୍କ  ଦ୍ଵାରା  ପରବର୍ତ୍ତୀ  ସମୟରେ  ଆପର୍ତ୍ତିମାନ  ଉଠିଥାଏ  ଏବଂ  ତହିଁର  କାରଣ  ରୂପେ  ସେମାନଙ୍କର  ପ୍ରତିନିଧିମାନେ   କ୍ଷେତ୍ର  ସ୍ତରୀୟ  ଯାଞ୍ଚ  ସମୟରେ  ଅନୁପସ୍ଥିତ  ଥିଲେ  ବୋଲି   ଦର୍ଶିତ  ହୋଇଥାଏ, ତେବେ  ସମ୍ପୃକ୍ତ  ଦାବୀଟି  ଉପରେ  ଉଠିଥିବା  ଆପତ୍ତି   ପରିପ୍ରେକ୍ଷୀରେ  କମିଟିଙ୍କ   ଦ୍ଵାରା  ପୁନରାୟ  ଯାଞ୍ଚ  ପାଇଁ   ସେହି  ଦାବୀଟିକୁ   ଗ୍ରାମସଭା  ନିକଟକୁ  ଫେରସ୍ତ   ପଠାଇ   ଦିଆଯିବ  ଏବଂ ଯଦି  ଉପରୋକ୍ତ   ପ୍ରତିନିଧିମାନେ  ପୁଣି  ଯାଞ୍ଚ  ପ୍ରକ୍ରିୟାରେ   ଯୋଗଦାନ  କରିବାରେ  ବିଫଳ  ହୁଅନ୍ତି, ତେବେ  କ୍ଷେତ୍ରୀୟ  ଯାଞ୍ଚ  ଉପରେ  ଗ୍ରାମସଭାର  ନିଷ୍ପତ୍ତିକୁ  ଚୁଡାନ୍ତ   ବୋଲି  ଗ୍ରହଣ   କରାଯିବ   ।
    • ଯେଉଁସ୍ଥଳେ  ଗୋଟିଏ   ଦାବୀକୁ   ଗ୍ରାମସଭା   ସଂଶୋଧନ  ବା  ଖାରଜ   କରିଥାଏ   ଅଥବା  ଗୋଟିଏ  ଦାବୀକୁ   ସଂଶୋଧନ  ବା  ଖାରଜ   କରିବା  ପାଇଁ  ସବ୍ ଡିଭିଜନାଲ ସ୍ତରୀୟ  କମିଟି  ଜିଲ୍ଲା  ସ୍ତରୀୟ  କମିଟି  ନିକଟକୁ   ସୁପାରିଶ  କରିଥାଏ, ସେପରି  ସ୍ଥଳେ  ସମ୍ପୃକ୍ତ   ଦାବୀ ଉପରେ  ଉକ୍ତ  ନିଷ୍ପତ୍ତି   ବା  ସୁପାରିଶକୁ  ସମ୍ପୃକ୍ତ  ଦାବୀଦାରଙ୍କୁ  ବ୍ୟକ୍ତିଗତ   ଭାବେ  ସୂଚୀତ  କରାଯିବ,  ଯାହାର  ଉଦ୍ଦେଶ୍ୟ  ହେଉଛି  ସମ୍ପୃକ୍ତ  ଦାବିଦାର   ଯେପରି  ଯଥାସ୍ଥିତି  ସବଡିଭିଜନାଲସ୍ତରୀୟ  କମିଟି  ଅଥବା  ଜିଲ୍ଲା  ସ୍ତରୀୟ  କମିଟି  ନିକଟରେ  ଷାଠିଏ   ଦିନର  ସମୟସୀମା  ଭିତରେ  ବା  ଉପରୋକ୍ତ  କମିଟିମାନଙ୍କ   ମତ  ଅନୁଯାୟୀ  ଆଉ  ଅଧିକ  ତିରିଶ  ଦିନ  ଭିତରେ  ନିଜର  ପ୍ରତିବେଦନ   ଦାଖଲ  କରିବା  ପାଇଁ   ସକ୍ଷମ  ହୋଇପାରିବେ   ।
    • ଯଦି  ଅନ୍ୟ  କୌଣସି  ସରକାରୀ  ସଂସ୍ଥା  ଗ୍ରାମସଭା  ବା  ସବଡିଭିଜନାଲ  ସ୍ତରୀୟ  କମିଟି  ବା  ଜିଲ୍ଲା  ସ୍ତରୀୟ  କମିଟି  ନିକଟରେ  ଏକ  ଅପିଲ   ଦାଖଲ  କରିବେ  ଏବଂ  (ସମ୍ପୃକ୍ତ  ସଂସ୍ଥାର  ପ୍ରତିନିଧି  ଅନୁପସ୍ଥିତ  ଥିଲେ  ବି) ସମ୍ପୃକ୍ତ   ଦାବୀଦାରଙ୍କୁ  ଶୁଣାଣି   କଲାପରେ   ଉକ୍ତ   କମିଟି  ଏହି  ଅପିଲର  ଫଇସଲା  କରି  ନିଷ୍ପତ୍ତି  ଗ୍ରହଣ  କରିବେ ।
    • ସମ୍ପୃକ୍ତ  ବ୍ୟଥିତ  ବ୍ୟକ୍ତିଙ୍କୁ  ନିଜ  ସପକ୍ଷରେ  ବକ୍ତବ୍ୟ  ପେଶ୍  କରିବାର  ଯଥୋଚିତ  ସୁଯୋଗ  ନଦେଇ   ତାଙ୍କର  ପ୍ରତିବେଦନକୁ   ଆଦୌ  ଫଇସଲା  କରାଯାଇ  ପାରିବ  ନାହିଁ ।
    • ଯେଉଁ  ସ୍ଥଳେ  ଗ୍ରାମସଭାର  ପ୍ରସ୍ତାବ  ସୁପାରିଶ  ଅସମ୍ପୂର୍ଣ୍ଣ  ମାନେ  ହେବ  ଅଥବା  ଅପାତ  ଦୃଷ୍ଟିରେ   ତାହା  ଅତିରିକ୍ତ  ଅନୁଧ୍ୟାନ  ଆବଶ୍ୟକ  କରୁଛି  ବୋଲି  ମାନେ  ହେବ, ସେପରି  ସ୍ଥଳେ  ସବଡିଭିଜନାଲ  ସ୍ତରୀୟ  କମିଟି  ବା  ଜିଲ୍ଲା  ସ୍ତରୀୟ  କମିଟି  କୌଣସି  ଦାବୀକୁ   ସଂଶୋଧନ  କିମ୍ବା  ଖାରଜ  କରିବା  ପରିବର୍ତ୍ତେ   ଗ୍ରାମସଭା  ନିକଟକୁ  ପୁନର୍ବିଚାର   ପାଇଁ  ଫେରସ୍ତ  ପଠାଇଦେବେ   ।
    • ଯେଉଁସବୁ   କ୍ଷେତ୍ରରେ  ଗ୍ରାମସଭା  ଗୋଟିଏ  ଦାବୀ  ସପକ୍ଷରେ  ଦଲିଲସମୂହ  ଏବଂ  ପ୍ରମାଣପତ୍ର  ସହ  ନିଜର  ସୁପାରିଶକୁ   ପ୍ରସ୍ତାବ  ଆକାରରେ   ପାଶ୍ କରି  ପଠାଇଥାନ୍ତି  ଏବଂ  ସବ୍ ଡିଭିଜନାଲ  ସ୍ତରୀୟ  କମିଟି  ସଂଶୋଧନ  ସହିତ ଅଥବା  ସଂଶୋଧନ  ବିନା  ତାହାକୁ  କାଏମ୍  ରଖିଥାନ୍ତି  ଅଥବା  ତାହାକୁ  ଜିଲ୍ଲା  ସ୍ତରୀୟ  କମିଟି  ଅନୁମୋଦନ   କରିନଥାଏ, ସେପରି  ସ୍ଥଳେ  ଜିଲ୍ଲା  ସ୍ତରୀୟ  କମିଟି   ଯଥାସ୍ଥିତି  ଗ୍ରାମସଭା  ବା  ଡିଭିଜନାଲ  ସ୍ତରୀୟ  କମିଟିର   ସୁପାରିଶକୁ   ଗ୍ରହଣ  ନକରିବା  ପଛରେ  ସବିଶେଷ  କାରଣମାନ  ଲିଖିତ  ଭାବେ  ଦର୍ଶାଇବେ  ଏବଂ  ଜିଲ୍ଲା  ସ୍ତରୀୟ  କମିଟିର  ଆଦେଶ ଏବଂ  ତା’ପଛରେ  ଥିବା  କାରଣଗୁଡିକର  ପ୍ରତିଲିପିକୁ  ଯଥାସ୍ଥିତି  ସମ୍ପୃକ୍ତ  ଦାବିଦାର ବା  ଗ୍ରାମସଭା  ବା  ଜନଗୋଷ୍ଠୀଙ୍କ   ନିକଟରେ   ଉପଲବ୍ଧ  କରାଇ  ଦିଆଯିବ   ।
    • ଧାରା – ୩ର  ଉପଧାରା  (୧) ଅଧୀନସ୍ଥ  ଅଣଉପଧାରା  (ଏ) ରେ  ସ୍ଵହସ୍ତ  ଚାଷକାର୍ଯ୍ୟ   ପାଇଁ  ଜମି  ଉପରେ  ଅଧିକାରସମୂହ   ବିନିର୍ଦ୍ଧିଷ୍ଟ   ସୀମା  ଭିତରେ  ପରିମିତ   ରହିବ  ଏବଂ   ତାହା  ଭିତରେ  ଜଙ୍ଗଲ  ଜମି  ଅନ୍ତର୍ଭୁକ୍ତ   ରହିବ,  ଯେଉଁ  ଜଙ୍ଗଲ  ଜମିକୁ   କୃଷିର   ଆନୁଷଙ୍ଗିକ  କାର୍ଯ୍ୟମାନ  ପାଇଁ  ଉପଯୋଗ  କରିହେବ, ଯଥା  ଗୋପାଳନ, ଶସ୍ୟରୁ  ଅଗାରି  ବାହାର  କରିବା  ଭଳି  ଅମଳ – ପରବର୍ତ୍ତୀ  କାର୍ଯ୍ୟସମୂହ, ମଝିରେ  ମଝିରେ  ଚାଷ  ଜମିକୁ  ପଡିଆ  ରଖିବା, ବୃକ୍ଷଚାଷ  ଏବଂ  ଉତ୍ପାଦକୁ   ଗଦେଇବା   ।
    • ଅଧିକାରସମୂହର  ବନ୍ଦୋବସ୍ତ   ପ୍ରକ୍ରିୟା  ସମ୍ପୂର୍ଣ୍ଣ   ହେବା  ଏବଂ ଏହି  ନିୟମାବଳୀର  ସଂଲଗ୍ନ  ନଥି  ସଂଖ୍ୟା ୨,୩ ଓ ୪ ରେ  ବିନିର୍ଦ୍ଧିଷ୍ଟ   ହୋଇଥିବା  ମତେ  ଶିରୋନାମା  ସମୂହକୁ   ଆବଣ୍ଟନ କରାଯିବା   ପରେ  ରାଜସ୍ୱ   ଏବଂ   ଜଙ୍ଗଲ   ବିଭାଗମାନେ   ଏଭଳି  ନ୍ୟସ୍ତିକୃତ  ହୋଇଥିବା   ଜଙ୍ଗଲ  ଜମିର   ଏକ  ଚୁଡାନ୍ତ  ମାନଚିତ୍ର   ପ୍ରସ୍ତୁତ   କରିବେ  ଏବଂ   ସମ୍ପୃକ୍ତ  କର୍ତ୍ତୃପକ୍ଷଗଣ  ଏଭଳି  ନ୍ୟସ୍ତିକୃତ  କରାଇବେ  ଏବଂ ଏହି  କାର୍ଯ୍ୟ  ପ୍ରାସଙ୍ଗିକ  ରାଜ୍ୟ  ବିଧିବିଧାନରେ  ରେକର୍ଡ  ସଦ୍ୟାକରଣ  ପାଇଁ  ବିନିର୍ଦ୍ଧିଷ୍ଟ   ହୋଇଥିବା  ସମୟସୀମା  ଅଥବା  ତିନିମାସ, ଏ ଦୁଇଟି  ଭିତରୁ  କାମ୍  ହେଉଥିବା  ସମୟସୀମା  ଭିତରେ  ସମାପ୍ତ  ହେବ   ।
    • ଯେଉଁସ୍ଥଳେ   ସବଡିଭିଜନାଲ  ସ୍ତରୀୟ  କମିଟିର  କୌଣସି  ନିଷ୍ପତ୍ତିରେ  ଗ୍ରାମସଭାର  ପ୍ରସ୍ତାବ  ବା  ସବଡିଭିଜନାଲ ସ୍ତରୀୟ  କମିଟିର  ସୁପାରିଶକୁ   ସଂଶୋଧନ  ବା  ଖାରଜ  କରିବା  ବିଷୟ  ଜଡିତ  ଥାଏ, ସେପରି  ସ୍ଥଳେ  ସେହି  ସମସ୍ତ  ନିଷ୍ପତ୍ତିରେ  ଯଥାସ୍ଥିତ  ଏ ପ୍ରକାର  ସଂଶୋଧନ  ବା  ଖାରଜର  ସବିଶେଷ  କାରଣମାନ   ଦର୍ଶିତ  ହୋଇଥିବ   । ପରନ୍ତୁ  କୌଣସି   ଦାବୀ  ଉପରେ   ସୁପାରିଶ   ଅଥବା  ଖାରଜ  କେବଳ  ମାତ୍ର  ବୈଷୟିକ  ବା  ପ୍ରକ୍ରିୟାଗଡ  ଭିତ୍ତି   ଉପରେ  ଆଧାରିତ   ହେବନାହିଁ  ।
    • ପୁଣି  ପରନ୍ତୁ, କୌଣସି  କମିଟି  (ଗ୍ରାମସଭା ବା ଜଙ୍ଗଲ  ଅଧିକାର (କମିଟିକୁ  ଛାଡି), ତାହା  ବ୍ଲକ  ବା  ପଞ୍ଚାୟତ   ବା  ଜଙ୍ଗଲ  ବିଟ  ବା  ରେଞ୍ଜ  ସ୍ତରରେ  ହୋଇଥିଲେ  ବି  ଅଥବା  ଜଣେ  ଅଫିସର  ଜେ  କୌଣସି  ପଦବୀର   ହୋଇଥିଲେ ବି, ସେ  ଜଙ୍ଗଲ  ଅଧିକାର  ସମୂହ  ଉପରେ  ଦାବୀଗୁଡିକୁ  ଗ୍ରହଣ  କରିବା  କିମ୍ବା  ଖାରଜ   ବା  ସଂଶୋଧନ  ବା  ଫଇସଲା  କରିବା  ପାଇଁ  କ୍ଷମତାପ୍ରାପ୍ତ  ହେବେ  ନାହିଁ   ।
    • ସବଡିଭିଜନାଲ  ସ୍ତରୀୟ  କମିଟି  ଏବଂ  ଜିଲ୍ଲା  ସ୍ତରୀୟ  କମିଟି  ଦାବୀଦୁଡିକ  ଉପରେ  ନିଷ୍ପତ୍ତି  ନେବା  ବେଳେ   ନିୟମ ୧୩ରେ   ବିନିର୍ଦ୍ଧିଷ୍ଟ  ହୋଇଥିବା  ପ୍ରମାଣକୁ   ବିଚାରକୁ   ନେବେ  ଏବଂ  ଗୋଟିଏ   ଦାବୀର  ବିଚାର  କଲାବେଳେ   କୌଣସି  ନିର୍ଦ୍ଧିଷ୍ଟ  ଧରଣର  ଦଲିଲ – ଭିତ୍ତିକ  ପ୍ରମାଣପାଇଁ  ଜିଦ୍ ଧରି  ବସିବେ  ନାହିଁ   ।
    • ଜୋରିମାନା, ରସିଦ୍  ଜବରଦଖଲକାରୀ   ତାଲିକା, ପ୍ରାଥମିକ  ଅପରାଧ  ରିପୋର୍ଟ , ଜଙ୍ଗଲ  ବନ୍ଦୋବସ୍ତ   ରିପୋର୍ଟ  ଏବଂ  ସେହି  ଭଳିଆ  ଦଲିଲ୍  ଦଲିଲ୍ – ଆଧାରିତ ତଥ୍ୟ, ସେସବୁ  ଯେ କୌଣସି  ନାମରେ  ପରିଚିତ   ହୋଇଥାଉ  ନାକାହିଁକି , ଯେଉଁଗୁଡିକ  ସରକାରୀ କାର୍ଯ୍ୟପ୍ରକ୍ରିୟାରେ  ପୂର୍ବରୁ   ଜଣାଶୁଣା   ଥିଲା, ତାହା   କିମ୍ବା  ତାହାର  ଅଭାବକୁ  ଗୋଟିଏ  ଦାବୀର  ଖାରଜ  ପାଇଁ   ଏକମାତ୍ର  ଭିତ୍ତି   ରୂପେ  ଗ୍ରହଣ   କରାଯାଇପାରିବ  ନାହିଁ   ।
    • ସାଟେଲାଇଟ  ପ୍ରତିଛବି  ଏବଂ   ପ୍ରଯୁକ୍ତିବିଜ୍ଞାନର  ଭିନ୍ନ  ଭିନ୍ନ  ପ୍ରୟୋଗକୁ  ଅନ୍ୟ  କିସମର  ପ୍ରମାଣର  ପରିପୂରକ  ଭାବେ ଗ୍ରହଣ  କରାଯାଇପାରେ, କିନ୍ତୁ  ତାହାକୁ  ଏକ  ବିକଳ୍ପ   ବିବେଚନା  କରାଯିବ  ନାହିଁ   ।
  14. ବି.ଗୋଷ୍ଠୀ. ଅଧିକାରୀସମୂହକୁ  ସ୍ଵିକୃତି  ପ୍ରଦାନ  ପ୍ରକ୍ରିୟା : -
    • ଧାରା -୩ର  ଉପଧାରା (୧) ଅଧୀନସ୍ଥ  ଅଣଉପଧାରା (ଇ) ରେ  ଜଙ୍ଗଲବାସିନ୍ଦା  ମାନଙ୍କ   ଭିତରୁ  ତାହାକୁ  ଦୃଷ୍ଟିରେ   ରାଖୀ   ଜିଲ୍ଲା  ସ୍ତରୀୟ  କମିଟି  ଏହା  ନିଶ୍ଚିତ  କରିବାଯେ, ବିଶେଷ  ଦୁସ୍ଥିତିସଙ୍କୁଳ   ଜନଜାତିଙ୍କର   ପାରମ୍ପରିକ  ସଂସ୍ଥାସମୂହଙ୍କ  ସହ  ପରାମର୍ଶ  ଭିତ୍ତିରେ   ଯେପରି  ସେମାନଙ୍କର  ସମସ୍ତ   ଗୋଷ୍ଠୀ  ବସବାସର  ଅଧିକାର  ହାଲ  କରନ୍ତି  ଏବଂ  ଯେଉଁ  ସ୍ଥଳେ  ଆବଶ୍ୟକ, ସେଠାରେ  ଏହି  ଗୋଷ୍ଠୀମାନଙ୍କର  ଗ୍ରାମସଭାଗୁଡିକର  ଭ୍ରାମ୍ୟମାଣ  ବୈଶିଷ୍ଟ୍ୟକୁ  ସ୍ଵିକୃତି  ପ୍ରଦାନ   ସହିତ   ବସବାସର   ଅଧିକାର  ପାଇଁ   ସେମାନଙ୍କର  ଦାବୀସମୂହକୁ  ସମ୍ପୃକ୍ତ  ଗ୍ରାମସଭାଗୁଡିକ  ସମ୍ମୁଖରେ   ପେଶ୍ କରାଯାଏ   ।
    • ପଶୁପାଳକ, ଚାରଣଗୋଷ୍ଠୀ  ଏବଂ  ଯାଯାବର   ଜନଗୋଷ୍ଠୀସମୂହ, ଯେଉଁମାନଙ୍କ  ବିଷୟ  ଧାରା – ୩ର  ଉପଧାରା (୧) ଅଧୀନସ୍ଥ  ଅଣଉପଧାରା  (ଡି) ରେ  ବର୍ଣ୍ଣିତ   ହୋଇଛି, ସେମାନେ  ଯେପରି  ନିଜର  ଦାବୀସମୂହ  ପେଶ୍  କରି  ପାରିବେ, ସେଥିପାଇଁ   ଜିଲ୍ଲା  ସ୍ତରୀୟ  କମିଟି  ସହାୟତା   କରିବେ   ।
    • ଯେଉଁ  ଗୋଷ୍ଠୀ  ଜଙ୍ଗଲ  ସମ୍ପଦସମୂହକୁ  ଜଙ୍ଗଲ  ବାସିନ୍ଦାମାନେ   ସୁସ୍ଥାୟୀ  ଉପଭୋଗ   ଉଦ୍ଦେଶ୍ୟରେ   ପରମ୍ପରା  କ୍ରମେ  ସୁରକ୍ଷା  ଓ  ସଂରକ୍ଷଣ   କରି  ଆସୁଛନ୍ତି , ସେଗୁଡିକର  ସୁରକ୍ଷା , ପୁନଃସୃଜନ  ବା   ସଂରକ୍ଷଣ  ବା  ପରିଚାଳନା  ସମ୍ବନ୍ଧିତ   ଜଙ୍ଗଲ  ଅଧିକାରସମୂହ  ଯାହା  ବିଷୟରେ  ଧାରା – ୩ର  ଉପଧାରା  (୧) ଅଧୀନସ୍ଥ  ଅଣଉପଧାରା (ଆଇ) ରେ  କୁହାଯାଇଛି, ତାହାକୁ  ଜଙ୍ଗଲବାସିନ୍ଦା  ରହୁଥିବା  ସମସ୍ତ  ଗ୍ରାମରେ  ସ୍ଵିକୃତି  ପ୍ରଦାନ   କରିବା  ତଥା  ଶିରୋନାମା  ଆବଣ୍ଟନ  କରିବା  କାର୍ଯ୍ୟକୁ   ଜିଲ୍ଲା  ସ୍ତରୀୟ  କମିଟି   ସୁନିଶ୍ଚିତ   ଭାବେ  ପାଳନ  କରିବେ   ।
    • ଯେଉଁସବୁ  କ୍ଷେତ୍ରରେ  କୌଣସି   ଗୋଷ୍ଠୀ  ଜଙ୍ଗଲ  ଅଧିକାରକୁ  ସ୍ଵିକୃତି  ଦିଆଯାଇ  ପାରିନାହିଁ, ସେସବୁ  କ୍ଷେତ୍ରରେ  ତହିଁର   କାରଣମାନ   ଜିଲ୍ଲା  ସ୍ତରୀୟ  କମିଟି  ଲିପିବଦ୍ଧ  କରିବେ   ।
    • ଧାରା -୩ର ପ୍ରକରଣ  ରେ  ଜଙ୍ଗଲ  ଗ୍ରାମ ବା  ଅଣରେକର୍ଡଭୁକ୍ତ   ବସତିର   ଯେଉଁ  ସମ୍ପରିବାର୍ତ୍ତନ   କଥା  କୁହାଯାଇଛି, ତାହା  ଭିତରେ  ଅନ୍ତର୍ଭୁକ୍ତ   ହେବ  ବର୍ତ୍ତମାନ  ବା  ଭବିଷ୍ୟତରେ   ଗୋଷ୍ଠୀଗତ  ଉପଯୋଗ, ଯଥା  ସ୍କୁଲ, ସ୍ୱାସ୍ଥ୍ୟ ସୁବିଧା  ଏବଂ ସର୍ବସାଧାରଣ  ସ୍ଥାନ  ଇତ୍ୟାଦି  ପାଇଁ  ଆବଶ୍ୟକ  ହେଉଥିବା  ଜମିସମୂହ  ସମେତ  ସମଗ୍ର  ଗ୍ରାମର  ଭୂସମ୍ପଦର   ପ୍ରକୃତ  ଉପଯୋଗ   ।
  15. ଉକ୍ତ  ନିୟମାବଳୀର  ନିୟମ – ୧୩ରେ, ଉପନିୟମ  (୨) ରେ : -
    1. “ ଗୋଷ୍ଠୀ  ଜଙ୍ଗଲ  ସମୂହ ” ଶବ୍ଦାବଳୀ  ସ୍ଥାନରେ  “ ଗୋଷ୍ଠୀ  ଜଙ୍ଗଲ  ସମ୍ପଦ ” ଶବ୍ଦାବଳୀ  ପ୍ରତିସ୍ଥାନିତ  ହେବ   ।
    2. ଅଣଉପଧାରା (ସି) ପରେ  ନିମ୍ନ  ଅଣଉପଧାରା   ସ୍ଥାନିତ  ହେବ, ଯଥା –
      • ସରକାରୀ  ରେକର୍ଡସମୂହ  ଅଥବା  ସାଂପ୍ରତିକ  ସଂରକ୍ଷିତ   ସୁରକ୍ଷିତ   ଜଙ୍ଗଲ  ରୂପେ  ବା  ଗୋଚର  ଅଥବା   ଗ୍ରାମର   ଅନ୍ୟ  ଧରଣର  ସର୍ବସାଧାରଣ   ଜମି, ନିସ୍ତାରି  ଜଙ୍ଗଲ  ରୂପେ   ବର୍ଗୀକରଣ   କରିବାର  ପୂର୍ବ   ପ୍ରଚଳିତ   ପଦ୍ଧତି  ।
      • ଅତୀତରେ   ବା  ବର୍ତ୍ତମାନ   ଅନୁସୃତ   ହେଉଥିବା   ପାରମ୍ପରିକ   କୃଷିକାର୍ଯ୍ୟ  ।
  16. ଉକ୍ତ  ନିୟମାବଳୀର  ନିୟମ  ୧୫ ପରେ   ନିମ୍ନ   ନିୟମଟି  ଭର୍ତ୍ତି  ହେବ,  ଯଥା –
  17. “୧୬. ଦାବି   ପେଶ୍  କରାଯିବା  ପରେ   ସହଯୋଗ  ତଥା  ଜଙ୍ଗଲ   ଅଧିକାରର  ସ୍ଵତ୍ତ୍ଵାଧିକାରୀମାନଙ୍କୁ  ପଥ ପ୍ରଦର୍ଶନ  ଜଙ୍ଗଲବାସିନ୍ଦା   ଅନୁସୂଚିତ   ଜନଜାତି  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ଜଙ୍ଗଲବାସିନ୍ଦାମାନଙ୍କର  ଉନ୍ନତି  କ୍ଷେତ୍ରରେ  ପ୍ରାସଙ୍ଗିକ  ଭୂମିକା  ନିର୍ବାହ  କରୁଥିବା  ବିଭାଗସମୂହ,  ବିଶେଷ  କରି  ଆଦିବାସୀ  ଓ  ସମାଜ  କଲ୍ୟାଣ, ପରିବେଶ   ଓ  ଜଙ୍ଗଲ , ରାଜସ୍ୱ, ଗ୍ରାମ  ବିକାଶ, ପଞ୍ଚାୟତିରାଜ  ଏବଂ   ଅନ୍ୟାନ୍ୟ  ବିଭାଗଗୁଡିକ   ଜରିଆରେ ଗୋଟିଏ ରାଜ୍ୟ ସରକାର ଏହା  ସୁନିଶ୍ଚିତ  କରିବେ  ଯେ, ଭୂ – ଉନ୍ନୟନ, ଜମିର   ଉତ୍ପାଦନଶୀଳତା, ମୌଳିକ   ସୁବିଧାସମୂହ  ତଥା  ଅନ୍ୟାନ୍ୟ  ଜୀବିକା  ସମ୍ପର୍କିତ  କାର୍ଯ୍ୟକ୍ରମ   ସମେତ  ସମସ୍ତ  ସରକାରୀ  ସ୍କିମର  ସୁବିଧା  ସେହିସବୁ  ଦାବିଦାର  ଓ  ଜଣଗୋଷ୍ଠୀମାନଙ୍କୁ   ଯୋଗାଇ  ଦିଆଯିବ, ଯେଉଁମାନଙ୍କର  ଅଧିକାର  ସମୂହକୁ  ଆଇନ୍ ଅଧୀନରେ   ସ୍ଵିକୃତି  ମିଳିଛି  ତଥା  ନ୍ୟସ୍ତିକୃତ  କରାଯାଇଛି ।”

  18. ଉକ୍ତ  ନିୟମାବଳୀରେ , ସଂଲଗ୍ନ  ନଥିସଂଖ୍ୟା – ୧ରେ , ଫର୍ମ – ବି  ପରେ  ନିମ୍ନ  ଫର୍ମଟି   ଭର୍ତ୍ତି   ହେବ, ଯଥା –
  19. ଉକ୍ତ  ନିୟମାବଳୀରେ , ସଂଲଗ୍ନ  ନଥିସଂଖ୍ୟା – ୧ରେ , ଫର୍ମ – ବି  ପରେ ଏହି "ଫର୍ମ"ଟି ଭର୍ତ୍ତି ହେବ।

  20. ଉକ୍ତ  ନିୟମାବଳୀରେ , ସଂଲଗ୍ନ  ନଥିସଂଖ୍ୟା – ୩ ପରେ ନିମ୍ନୋକ୍ତ ସଂଲଘ୍ନ ନଥି ସ୍ଥାନିତ ହେବ,ଯଥା –
  21. ଉକ୍ତ  ନିୟମାବଳୀରେ , ସଂଲଗ୍ନ  ନଥିସଂଖ୍ୟା – ୩ ପରେ ନିମ୍ନୋକ୍ତ ସଂଲଘ୍ନ ନଥି ସ୍ଥାନିତ "ଫର୍ମ"

ବିଭିନ୍ନ ନିୟମାବଳୀ ଅନୁଯାଇ ଫର୍ମ

"ଫର୍ମ ୧"

"ଫର୍ମ ୨"

"ଫର୍ମ ୩"

"ଫର୍ମ ୪"

"ଫର୍ମ ୫"

"ଫର୍ମ ୬"

"ଫର୍ମ ୭"

"ଫର୍ମ ୮"

"ଫର୍ମ ୯"

"ଫର୍ମ ୧୦"

"ଫର୍ମ ୧୧"

"ଫର୍ମ ୧୨"

"ଫର୍ମ ୧୩"

"ଫର୍ମ ୧୪"

ଆଧାର - ସି.ଏସ.ଡି. ଓଡିଶା

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate