অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନବନ୍ଧୁ କଲ୍ୟାଣ ଯୋଜନା

ଯୋଜନା ସମ୍ପର୍କରେ

ଜନଜାତିମାନଙ୍କ କଲ୍ୟାଣନିମନ୍ତେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ଵାରା ବନବନ୍ଧୁ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି: ଆଦିବାସୀ ମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ପରିଣାମୋନ୍ମୁଖ ଆବଶ୍ୟକତା ଭିତ୍ତିକ ଏକ ସକ୍ରିୟ ବାତାବରଣ ସୃଷ୍ଟି କରିବା । ଏହି ପ୍ରକ୍ରିୟାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟ।ନ୍ଵିତ କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନାର ସୁଫଳ ଏହାର ଅଭିପ୍ରେତ ଲକ୍ଷ୍ୟ-ଦଳ ମାନଙ୍କ ପାଖରେ ସଠିକ ଭାବେ ସମ୍ବଳର ଅଭିସରଣ ଦ୍ଵାରା ସଂସ୍ଥଗତ କ୍ରିୟାବିଧି ମାଧ୍ୟମରେ ପହଞ୍ଚୁ ।

ଏହି ଯୋଜନାରେ ସମସ୍ତ ଆଦିବାସୀ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିସରଭୁକ୍ତ ଅଟନ୍ତି ।

ଯୋଜନାର ଲକ୍ଷ୍ୟ

  • ଆଦିବାସୀ ଅଞ୍ଚଳରେ ଜୀବନ ଧାରଣର ମାନୋନ୍ନତି
  • ଶିକ୍ଷାର ମାନୋନ୍ନତି
  • ଆଦିବାସୀ ପରିବାର ମାନଙ୍କପାଇଁ ସତତ ଏବଂ ଉଚ୍ଚ ମାନର ନିଯୁକ୍ତି
  • ଗୁଣବତ୍ତା ଭିତ୍ତିକ ଭୂମିକାରୂପ ବ୍ୟବସ୍ଥାରେ ଥିବା ଅନ୍ତରାଳ କମ୍ କରିବା
  • ଆଦିବାସୀ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା

ଯୋଜନାର ସଙ୍ଘଟକ

  • ଗୁଣାତ୍ମକ ଓ ସତତ ନିଯୁକ୍ତି
  • ଗୁଣାତ୍ମକ ଶିକ୍ଷା ଓ ଉଚ୍ଚ ଶିକ୍ଷା
  • ଆଦିବାସୀ ଅଞ୍ଚଳରେ ଆର୍ଥିକ ଉନ୍ନତି
  • ସମସ୍ତଙ୍କପାଇଁ ସ୍ଵାସ୍ଥ୍ୟ
  • ସମସ୍ତଙ୍କପାଇଁ ଆବାସ
  • ସମସ୍ତଙ୍କପାଇଁ ଦୁଆର ମୁହଁରେ ନିରାପଦ ପାନୀୟ ଜଳ
  • ସ୍ଥାନ ଉପଯୋଗୀ ସିଞ୍ଚନ ବ୍ୟବସ୍ଥା
  • ରାସ୍ତା ଯାହାକି ନିକଟସ୍ଥ ସହର/ ନଗରକୁ ସଂଯୁକ୍ତ କରୁଥିବ
  • ସାର୍ବଜନୀନ ବିଦ୍ୟୁତ ଉପଲବ୍ଧତା
  • ସହରାଞ୍ଚଳ ବିକାଶ
  • ସଶକ୍ତ ସଂସ୍ଥାଗତ କ୍ରିୟାବିଧି
  • ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂବର୍ଦ୍ଧନ ଓ ସଂରକ୍ଷଣ
  • ଆଡିଦାସୀ ଅଞ୍ଚଳରେ କ୍ରୀଡାକୁ ପ୍ରୋତ୍ସାହନ

କାର୍ଯ୍ୟନୀତି

  • ଯଥେଷ୍ଟ ପ୍ରଶାସନିକ, ପ୍ରୌଦ୍ଵଗିକ ତଥା ଆର୍ଥିକ କ୍ଷମତା ଥିବା ସଂସ୍ଥା ଯେଉଁମାନେ ସାମଗ୍ରୀ ଓ ସେବା ଦେବା ପାଇଁ ଉଦ୍ଦିଷ୍ଟ, ଯଥା ଆଦିବାସୀ ଉନ୍ନୟନ ବିଭାଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA); ସେମାନଙ୍କ ସଶକ୍ତିକରଣ ଏବଂ ଯେଉଠାରେ ଏପରି ସଂସ୍ଥା ନାହି, ସେଠାରେ ନୂତନ ସଂସ୍ଥା ସୃଷ୍ଟି ।
  • ଅସ୍ତବ୍ୟସ୍ତ ହାଇ ପଡିଥିବା ସମ୍ବଳ ଗୁଡିକର ସଂମିଳନ

ଲଘୁ ବନଜାତ ଦ୍ରବ୍ୟ

ଲଘୁ ବନଜାତ ଦ୍ରବ୍ୟ ଅଧିକାଂଶ ସ୍ଥଳେ ଚାହିଦା ଓ ଯୋଗାଣର ସତତ ପ୍ରକ୍ରିୟା ବଦଳରେ ବ୍ୟବସାୟୀ ମାନଙ୍କ ଦ୍ଵାରା ନିର୍ଧାରିତ ହୋଇଥାଏ । ଜଙ୍ଗଲର ଅଧିବାସୀ ମାନେ ଯେପରି ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏହି ଯୋଜନାର ପ୍ରଚଳନ । ଏହି ଯୋଜନାରେ ପ୍ରାରମ୍ଭିକ ଭାବେ କେବଳ ଅନୁସୂଚି ୫ ରେ ଥିବା ରାଜ୍ୟ ଗୁଡିକ ଅନ୍ତର୍ଭୁକ୍ତ ।   ଲଘୁ ବନଜାତ ଦ୍ରବ୍ୟଗୁଡିକର ମୂଲ୍ୟ ସୂଚୀ ପାଇଁ ଏକ ୱେବ ପୋର୍ଟାଲ ମଧ୍ୟ ବିକଶିତ କରାଯାଇଛି ।

ଅନ୍ତର୍ଭୁକ୍ତ ଉତ୍ପାଦ

ଏହି ଯୋଜନାରେ ୧୨ଟି ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି, ଯଥା:

  1. କେନ୍ଦୁ ପତ୍ର
  2. ବାଉଁଶ
  3. ମହୁଲ ମଞ୍ଜି
  4. ଶାଳ ପତ୍ର
  5. ଲାଖ
  6. ଚୀରୋଞ୍ଜି
  7. ବଣୁଆ ମହୁ
  8. ଅଁଳା
  9. ତେନ୍ତଳୀ
  10. ଅଠା
  11. କରଞ୍ଜ

ଏହି ଯୋଜନାକୁ ଜଙ୍ଗଲ ଅଧିକାର ଆଇନ ବୋଲି ମଧ୍ୟ ସନ୍ଦର୍ଭିତ, ଯାହାକି ଆଦିବାସୀ ମାନଙ୍କ ଓ ପାରମ୍ପରିକ ଭାବେ ଜଙ୍ଗଲରେ ବାସକରୁଥିବା ସମ୍ପ୍ରଦାୟଙ୍କ ଅଧିକାର ରକ୍ଷା ଦିଗରେ ଏକ ସୀମାଚିହ୍ନ ହିସାବରେ ଗଣାହୁଏ।

ଆଧାର - ବନବନ୍ଧୁ କଲ୍ୟାଣ ଯୋଜନା (VYK)

Last Modified : 6/17/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate