ସେଆର କରନ୍ତୁ

ଦାଦନ ଶ୍ରମିକଙ୍କ କଲ୍ୟାଣ

ଦାଦନ ଶ୍ରମିକଙ୍କ ପାଇଁ ନିହାତି ଜାଣିବା କଥା

ମୁଖବନ୍ଧ

ବିଗତ କେତେ ବର୍ଷ ହେଲା କୋରାପୁଟ ଜିଲ୍ଲାର ହଜାର ହଜାର ଲୋକ ପେଟ ପୋଷିବା ପାଇଁ ଦାଦନ ଶ୍ରମିକ ଭାବେ କାମ ଅନ୍ଵେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି । କିନ୍ତୁ ହୁଃଖର ବିଷୟ ହାଉଭଙ୍ଗା ପରିଶ୍ରମ କରି ମଧ୍ୟ କେଉଁଠି ସେମାନେ ଅନେକ ପ୍ରାପ୍ୟ ମଜୁରୀ ପାଉନାହାନ୍ତି ତ ପୁଣି କେଉଁଠି ସେନାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଅଧିକାଂଶ କ୍ଷେତ୍ରରେ, ଦାଦନ ଖଟିବାକୁ ଯାଉଥିବା ମହିଳା ମାନଙ୍କୁ ଯୌନ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ୁଛି।

ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ – ୨୦୦୫ ଭଳି ଏକ ପ୍ରଗତିଶୀଳ ଆଇନ୍ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଗାଁ ମାନଙ୍କରେ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ଦ୍ଵାରା ପର୍ଯ୍ୟାପ୍ତ କର୍ମ ନିଯୁକ୍ତି ସୃଷ୍ଟି କରାଯାଇ ପାରୁଥିଲେ, ଲୋକ ମାନଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁନଥାନ୍ତା ।

ଦାଦନ ଭଳି ସମସ୍ୟାର ସମାଧାନ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହୋଇ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହୋଇ ଆସୁଅଛି । କିନ୍ତୁ ଦାଦନ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆଇନ୍ ତଥା ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସେଠିକ୍ ସୂଚନାର ଅଭାବ ହେତୁ ଦେଶାନ୍ତର ଶ୍ରମିକ ମାନେ ବହୁ ଶୋଷଣର ଶିକାର ହେଉଅଛନ୍ତି । ଦାଦନ ଶ୍ରମିକଟି ଏକ ସୂଚନା ଯୋଗାଇବା ଓ ନିଜ ଅଧିକାର ବିଷୟରେ ସଚେତନ କରାଇବା ହେଉଛି ସ୍ପ୍ରେଡ୍ ର ଉଦ୍ଦେଶ୍ୟ । ଏହି ଉଦ୍ଦେଶ୍ୟ ପରିପ୍ରେକ୍ଷୀରେ, ପୁସ୍ତିକାଟିର ପ୍ରକାଶନ ଏକ କ୍ଷୁଦ୍ର ଉଦ୍ୟମ ମାତ୍ର । ଏହି ଉଦ୍ୟମକୁ ସଫଳ କରିବାରେ ସ୍ପ୍ରେଡ୍ କର୍ମୀମାନେ ସହଯୋଗ କରଛନ୍ତି । ‘ଖାଦ୍ୟ ଅଧିକାର ଅଭିଯାନ’ର  ଶ୍ରୀ ଜିତେନ୍ଦ୍ର ରଥଙ୍କ ସଂପାଦନାତଥା ଡି.ସି.ଏ., ନୂଆଦିଲ୍ଲୀଙ୍କସହାୟତା ପୁସ୍ତିକାଟିକୁ ପୂର୍ଣ୍ଣ ରୂପ ଦେବାରେ ସାହାଯ୍ୟ କରିଛି । ଏଣୁ ସେମାନେ ଧନ୍ୟବାଦାର୍ହ। ଆଇନ୍ନରେ ଥିବା ବିବିନ୍ନ ବିଷୟକୁ ସରଲା ଓ ବୋଧଗମ୍ୟ କରିବା ପାଇଁ ସମ୍ପୁର୍ଣ୍ଣ ପ୍ରୟାସ କରାଯାଇଛି । ଏହି ପୁସ୍ତିକାଟି ଦାଦନ ଶ୍ରମିକ ମାନଙ୍କ ସମସ୍ୟାକୁ କିଛି ମାତ୍ରାରେ ହ୍ରାସ କରିବାରେ ସହାୟକ ହେବ ବୋଲି ଆନର ଆସ ଓ ବିଶ୍ଵାସ ।

ଆପଣ ଜଣେ ଦାଦନ ଶ୍ରମିକ କି

ଯଦି ଆପଣ କାମ କରିବା ପାଇଁ ନିଜ ଗାଁ ଛାଡି ଅନ୍ୟ ଶ୍ରମିକ କୁହାଯାଇ ପାରିବ । ଅବଶ୍ୟ କାମ ପାଇଁ ସହର ଅଥବା ଅନ୍ୟସ୍ଥାନକୁ ଯାଉଥିବା ସରସ୍ତ ଲୋକଙ୍କ ଦାଦନ ଶ୍ରମିକ ବୋଲି କୁହାଯାଇ ପାରିବ ନାହିଁ । କେବଳ ସେହି ଶ୍ରମିକ ମାନେହିଁ ଏହାର ପରିସର ଭୁକ୍ତ ହେବେ, ଯେଉଁମାନେକି ଅନ୍ୟକିଛି ବାଟ ନଥାଇ ବାଧ୍ୟହୋଇ କୌଣସି ଠିକାଦାର ବା ଏଜେଣ୍ଟଙ୍କ ମାଧ୍ୟମରେ କାମ କରିବା ପାଇଁ ବାହାରକୁ ଯାଉଥିବେ । ଏହିପରି ଦାଦନ ଶ୍ରମିକ ଭାବେ ଜଣେ ନିଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ, ନିଜ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ମଧ୍ୟ ଯାଇଥାନ୍ତି ।

ଦାଦନ ଶ୍ରମିକ ମାନଙ୍କ ପାଇଁ  କିଛି ଆଇନ୍ ବ୍ୟବସ୍ଥା ରହିଛି କି ?

ଆମ ଦେଶରେ ଦାଦନ ଖଟିବାକୁ ଯେଉଥିବା ଶ୍ରମିକ ମାନ ମାନଙ୍କର କଲ୍ୟାଣ ପାଇଁ ଏକ ଆଇନ୍ ରହିଛି । ଏହି ଆଇନ୍ ମୁଖ୍ୟତଃ କାମ ପାଇଁ ଅନ୍ୟ ରାଜ୍ୟ ଗୁଡିକୁ ଯାଉଥିବା ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଆଇନ୍ ନାମ “ଆନ୍ତଃରାଜ୍ୟ ଶ୍ରମିକ (ନିୟନ୍ତ୍ରଣ, ନିଯୁକ୍ତି, ସର୍ତ୍ତ ) ଆଇନ୍ – ୧୯୭୯” ଏବଂ ଏହା ୧୯୭୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି । ଏହା ସହ ଅନ୍ୟ କେତେଗୋଟି ଆଇନ୍ ମଧ୍ୟ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ଦେଉଛି ।

ପ୍ର. ‘ଆନ୍ତଃରାଜ୍ୟ ଶ୍ରମିକ ଆଇନ୍- ୧୯୭୯’ ରେ ମୋଟାମୋଟି ଭାବେ କେଉଁ ବ୍ୟବସ୍ଥା କରାଯାଇଛି

‘‘ଆନ୍ତଃରାଜ୍ୟ ଦାଦନ ଶ୍ରମିକ ଆଇନ୍- ୧୯୭୯’ ଅନୁସାରେ ଆପଣାକୁ କେଉଁ କେଉଁ ସୁବିଧା ମିଳିବା ଇଚିତ୍

ଆନ୍ତଃରାଜ୍ୟ ଶ୍ରମିକ (ନିୟନ୍ତ୍ରଣ, ନିଯୁକ୍ତି, ସର୍ତ୍ତ ) ଆଇନ୍ – ୧୯୭୯’ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବା ଆବଶ୍ୟକ। ଏହି ସୁବିଧା ସୁଯୋଗ ଶ୍ରମିକ ମାନେ କାର୍ଯ୍ୟକରୁଥିବା କମ୍ଫାନୀ/ ସଂସ୍ଥା ଦ୍ଵାରା ଯୋଗାଇ – ଦିଆଯିବା ଉଚିତ୍ । ଆଇନ୍ ଅନୁଯାୟୀ, ନିମ୍ନ ସୁବିଧା ଗୁଡିକ ପ୍ରତ୍ୟେକ ଦାଦନ ଶ୍ରମିକଙ୍କୁ ମିଳିବା ଆବଶ୍ୟକ

ନିୟମିତ ଭାବେ ମଜୁରୀ ପ୍ରଦାନ

ପୁରୁଷ ଓ ମହିଳା ମାନଙ୍କ ସମାନ ମଜୁରୀ ପ୍ରଦାନ

କାମଯୋଗାରେ ଉଚିତ୍ ପରିବେଶ ଓ କାମ କରିବା ବ୍ୟବସ୍ଥା

କାମ କରିବା ସମୟରେ  ସ୍ଵାସ୍ଥ୍ୟାନୁକୂଳ ରହିବାର ବ୍ୟବସ୍ଥା

ମାଗଣାରେ ଚିକିତ୍ସା ଓ ଔଷଧ ବ୍ୟବସ୍ଥା

ପୋଷାକ ଏବଂ ଶୀତବସ୍ତ୍ରର ବ୍ୟବସ୍ଥା

ଦୁର୍ଘଟଣା ବା କୌଣସି ଅଘଟଣ ଘାଟିଲେ ପରିବାରକୁ ସୂଚନା ଦେବାର ବ୍ୟବସ୍ଥା

ମଜୁରୀ ସହ ସ୍ଥାନାନ୍ତରଣ ଭତ୍ତା

ବାଟ ଖର୍ଚ୍ଚର ବ୍ୟବସ୍ଥା

ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନେ କିଭଳି ଭାବରେ ମଜୁରୀ ପାଇବା ଉଚିତ୍

ଜଣେ ଦାଦନ ଶ୍ରମିକ ଭାବେ କିପରି ଏବଂ କେତେ ମଜୁରୀ ମିଳିବ ତାହା ଆନ୍ତଃରାଜ୍ୟ ଶ୍ରମିକ ଆଇନ୍ ସ୍ପଷ୍ଟ ଭାବେ ଲେଖାଯାଇଅଛି । ଏହି ଆଇନ୍ ଅନୁଯାୟୀ, ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଯାହା କାମ କରୁଥିବାରାଜ୍ୟ ବା ଶ୍ରମିକ ତାହା ସଂପୃକ୍ତ ଶ୍ରମିକପାଇବାକୁ ହକ୍ ଦାର ହେବେ ।

ନିୟମ ଅନୁସାରରେ, ଶ୍ରମିକ ଜଣେ ଯେଉଁ ଦିନ ଠାରୁ କାମ କରିବା ପାଇଁ ଘରୁବାହାରିଥିବେ, ସେହି ଦିନ ଠାରୁ ହିଁ ମଜୁରୀ ପାଇବାକୁ  ହକ୍ ଦାର ହେବେ । ଏହି ମଜୁରୀ, ମାଲିକଙ୍କ ତରଫରୁ ଶ୍ରମିକଙ୍କୁ, ସପ୍ତାହରେ ଥରେ ଦିଆଯିବା ଉଚିତ୍ ।

ବାଦାର ରାଜ୍ୟ କାମପାୟନ ଯାଉଥିବା ଶ୍ରମିକଙ୍କ ପାଇଁ ବାଟଖର୍ଚ୍ଚର କି ବ୍ୟବସ୍ଥା ରହିଅଛି

ଆମଞ୍ଚଳରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାଙ୍କୁ ନିଜ ବାଟାଖର୍ଚ୍ଚ ନିଜେ ହିଁ ଦେବା ପାଇଁ ପଡିଥାଏ । ଅନେକ ସ୍ଥଳେ ଏପରି ମଧ୍ୟ ଦେଖାଯାଇଥାଏ ଯେ, ଠିକାଦାର ବା ଏଜେଣ୍ଟ  ବାଟାଖର୍ଚ୍ଚ ଦେଉଥିଲେ, ତାହାକୁ ସେ ପରେ ଶ୍ରମିକର ମଜୁରୀରୁ କାଟି ରଖଥାନ୍ତି, କିନ୍ତୁ ଆନ୍ତଃରାଜ୍ୟ ଶ୍ରମିକ ଆଇନ୍ ଅନୁସାରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଯାତାୟତ ଖର୍ଚ୍ଚ ଠିକାଦାର ବା ମାଲିକ ମାନେ ଦେବା ଉଚିତ୍ । ଏହି ଆଇନ୍ ଅନୁସାରେ, ଶ୍ରମିକ ମ୍ମାନେ ନିମ୍ନ ମତେ ବାଟଖର୍ଚ୍ଚ ପାଇବା ପାଇଁ ହକ୍ଦାର ।

(କ) ଶ୍ରମିକଙ୍କ ନିଜ ଘରଠାରୁ କାମ କରିବାକୁ ଯାଉଥିବା ସ୍ଥାନ ପର୍ଯ୍ୟନ୍ତ ଜୀବ ଏବଂ ଆସିବା ବାବଦକୁ ପୁରା ମୂଲ୍ୟ ।

(ଖ) ଘର ବାହରି କାମ ଯୋଗରେ ପହଞ୍ଚିବା ପାଇଁ ଯେତେଦିନ ସମୟ ଲାଗିବ, ସେତେଦିନର ସଂପୂର୍ଣ୍ଣ ଦୈନିକ ମଜୁରୀ ।

ଦାଦନ ଯାଉଥିବା ଶ୍ରମିକ ମାନଙ୍କ ପାଇଁ ମଜୁରୀ ସହ ଆଉ କୌଣସି ପ୍ରକାର ସୁବିଧା ରହିଛି କି

ଦାଦନ ଯାଉଥିବା ଶ୍ରମିକ ମାନଙ୍କୁ ମଜୁରୀ ସହ ସ୍ଥାନାନ୍ତରଣ ଭତ୍ତା ଦିଆଯିବାର ବ୍ୟବସ୍ଥା ରହିଅଛି । ଶ୍ରମିକ ଜଣେ କାମ କରିବା ପାଇଁ ନିଜ ଅଞ୍ଚଳ ଛାଡି ବାହାରକୁ ଯାଉଥିବା ରୁ ଏବଂ ଏହା ଏକ ପ୍ରକାରର ସ୍ଥାନାନ୍ତରଣ ହୋଇଥିବାରୁ,ଆଇନ୍ ଅନୁଯାୟୀ, ସେ ଠିକାଦାର /ମାଲିକଙ୍କ ଠାରୁ ସ୍ଥାନାନ୍ତରଣ ଭତ୍ତା ପାଇବାକୁ ହକ୍ଦାର ଅଟନ୍ତି । ଏହି ଭତ୍ତା ବାବଦରେ ଶ୍ରମିକ ଜଣେ ପାଇବାକୁ ଥିବା ମୋଟ ମାସିକ ମଜୁରୀର ଅଧ ଅଥବା ୭୫ ତାଙ୍କ ଯେଉଁଟି ଅଧିକ ତାହା ହିଁ ଦିଆଯିବ । ଏହି ସ୍ଥାନାନ୍ତରଣ ଭତ୍ତା ସମ୍ପୂର୍ଣ୍ଣ ଭାବେ ଶ୍ରମିକଙ୍କୁ ଦିଆଯିବ ଏବଂ କୌଣସି ମତେ ଏହାକୁ ଫେରାଇ ନିଆଯାଇ ପାରିବ ନାହିଁ ।

ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କ ପାଇଁ ରହିବା ପାଇଁ କି କି ବ୍ୟବସ୍ଥା ରହିଛି

ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ ସ୍ଥଳ ନିକଟରେ ରହିଥିବା ସୁବିଧା କରାଯିବା ଆବଶ୍ୟକ । ଏହି ବ୍ୟବସ୍ଥା ଠିକାଦାର/ କାମ କରୁଥିବା ସଂସ୍ଥାର ମାଲିକଙ୍କ ଦ୍ଵାରା ଯୋଗାଇଦିଆଯିବା । ଯେଉଁ ଶ୍ରମିକ ମାନେ ନିଜ ପରିବାର ସହ ଦାଦନ ଯାଉଥିବେ, ସେମାନଙ୍କପରିବାର ପାଇଁ ମଧ୍ୟ ରହିବାର ବ୍ୟବସ୍ଥା କରାଯିବ । ରହିବା ବାବଦକୁ ଶ୍ରମିକଙ୍କ ଠାରୁ କୌଣସି ଭାରେ ଭତ୍ତା ଆଦାଯ କରାଯାଇ ପାରିବ ନାହିଁ । ରହିବା ପାଇଁ ଯୋଗାଇ ଦିଆଯାଉଥିବା ଘର ଅତିକମ୍ ରେ ୧୦୦ ବର୍ଗପୁଟ୍ ଆକାରର ହୋଇଥିବା ଦରକାର ।

ଆଇନ୍ ଅନୁଯାୟୀ କାର୍ଯ୍ୟସ୍ଥଳୀରେ ଅନ୍ୟ କେଉ କେଉଁ ସୁବିଧା କରାଯିବା ଆବଶ୍ୟକ

ଆଇନ୍ ଅନୁଯାୟୀ, ଠିକାଦାର / କମ୍ପାନୀ ମାଲିକଙ୍କୁ କାର୍ଯ୍ୟସ୍ଥଳୀରେ ଶ୍ରମିକ ମାନଙ୍କ ପାଇଁ କିଛି ସୁବିଧା ସୁଯୋଗ ର ବ୍ୟବସ୍ଥା କରିବାକୁ ପଡିବ । କାର୍ଯ୍ୟସ୍ଥଳୀରେ ସ୍ତ୍ରୀ ଓ ପୁରୁଷ ମାନଙ୍କୁ ପାଇଁ ଅଲଗା ବିଶ୍ରାମ ସ୍ଥଳୀ, ଅଲଗା ପାଇଖାନା,ପିଇବା ପାଣିର ବ୍ୟବସ୍ଥା ଆଦି କରିଯିବା ନିତାନ୍ତ ଆବଶ୍ୟକ ।

ଯଦି ଶ୍ରମିକ ମାନେ କାର୍ଯ୍ୟସ୍ଥଳରେ ଅନୁସ୍ଥ ହୋଇପଡନ୍ତି, ତେବେ ଆଇନ୍ ଅନୁସାରେ ସେମାନଙ୍କ ଚିକିତ୍ସା ପାଇଁ କଣ ସବୁ ବ୍ୟବସ୍ଥା ରହିବା ଆବଶ୍ୟକ

ଆଇନ୍ ଅନୁଯାୟୀ କାର୍ଯ୍ୟସ୍ଥଳୀରେ ଠିକାଦାର / କମ୍ପାନୀ ମାଲିକଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ବାକ୍ସ ରଖିଯିବା ଆବଶ୍ୟକ । କାର୍ଯ୍ୟସ୍ଥଳୀରେ ଯେପରି କୌଣସି ମହାମାରୀ ତଥା ଅନ୍ୟାନ୍ୟ ସଂକ୍ରାମକ ରୋଗ ନ ନ୍ୟାପେ, ସେ ବିଷୟରେ ମଧ୍ୟ ମାଲିକ ତତ୍ପର ରହିବା ଆବଶ୍ୟକ ।

ଅନେକ ସ୍ଥଳେ ଶ୍ରମିକ ଭାଇ- ଭଉଣୀ ମାନେ କାମ କରିବା ସମୟରେ ସାମାନ୍ୟ ବା ଗଭୀର ଭାବେ ଆହତ ହୋଇଥାନ୍ତି । ଏପରିକି ଜଳବାଯୁ ପରିବର୍ତ୍ତନ ତଥା ଅନ୍ୟାନ୍ୟ କାରଣରୁ ମଧ୍ୟ ଅନେକ ଶ୍ରମିକ ଅସୁସ୍ଥ ହୋଇପଡନ୍ତି। ଏପରି ସ୍ଥଳେ, ଉକ୍ତ ଶ୍ରମିକଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ତଥା ଔଷଧ ଯୋଗାଇଦେବା ଠିକାଦାର / କମ୍ପାନୀ ମାଲିକଙ୍କ ଦାୟିତ୍ଵ ଅଟେ । ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଠିକାଦାର / କମ୍ପାନୀ ମାଲିକଙ୍କୁ ହିଁ ଦେବାକୁ ପଢିବ ଏବଂ କୌଣସି ଭାବେ ଏହି ଶ୍ରମିକଙ୍କ ଠାରୁ ଆଦାୟ କରାଯାଇ ପାରିବ ନାହିଁ ।

କାମ କରୁଥିବା ଶ୍ରମିକ ମାନଙ୍କୁ ଋତୁକାଳୀନ ପୋଷାକ ପ୍ରଦାନ ର କୌଣସି ସୁବିଧା ଅଛିକି

କେନ୍ଦ୍ର ସରକାରଙ୍କ ଦ୍ଵାରା ତିଆରି କରାଯାଇଥିବା ନିୟମ ଅନୁଯାୟୀ, ୨୦ ସେଣ୍ଟିଗ୍ରେଡ୍ ରୁ କମ ତାପମାତ୍ରାରେ କାମ କରୁଥିବା ଶ୍ରମିକ ମାନଙ୍କୁ କମ୍ପାନୀ ମାଲିକଙ୍କ ଦ୍ଵାରା ମାଗଣାରେ ଗରମ ପୋଷାକ ଯୋଗାଇବାର ବ୍ୟବସ୍ଥା ରହିଛି ।

ଦାଦନ ଖଟିବାକୁ ଜୀବ ପୂର୍ବରୁ ଶ୍ରମିକଟି କେଉଁ କେଉଁ ବିଷୟ ଜାଣିବା ଆବଶ୍ୟକ

ସାଧାରଣତଃ ଦେଖାଯାଉଛି  ଯେ, କୋରାପୁଟ୍ ଅଞ୍ଚଳରୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନ ଯିବା ପୂର୍ବରୁ କେଉଁ ସ୍ଥାନକୁ ଯାଉଛନ୍ତି, କେଉଁ କାମ କରିବାକୁ ଯାଉଛନ୍ତି, ତାହା ଭଲଭାବରେ ପଚାରି ବୁଝିନଥାନ୍ତି । କମ୍ କାମ ଓ ବେଶୀ ପଇସା ଦେବାର ଲୋଭ ଦେଖାଇ ଠିକାଦାର/ ଏଜେଣ୍ଟ ମାନେ ସେମାନଙ୍କୁ ନେଇଯାଇଥାନ୍ତି । ଦାଦନ କୁ ଜୀବ ପୂର୍ବରୁ କୌଣସି ବିଷୟ ପଚାରି ବୁଝିନଥିବାରୁ କାର୍ଯ୍ୟସ୍ଥଳୀରେ ପହଞ୍ଚିବା ପରେ ସେମାନେ ଅନେକ ହଇରାଣ – ହରକତ ହୋଇଥାନ୍ତି । ତେଣୁ ପ୍ରତ୍ୟେକ ଶ୍ରମିକ ନିଶ୍ଚିତ ଭାବେ କାମ ପାଇଁ ବାହାରକୁ ଜୀବ ପୂର୍ବରୁ ନିମ୍ନ ବିଷୟ ମାନ ଏଜେଣ୍ଟ / ଠିକାଦାର ଠାରୁ ଭଲଭାବେ ବୁଝି ରଖିବା ଆବଶ୍ୟକ ।

ଠିକାଦାର / ଏଜେଣ୍ଟଙ୍କ ନାମ ଓ ଠିକଣା

ଠିକାଦାର / ଏଜେଣ୍ଟଙ୍କ ପାଖରେ ଲାଇସେନ୍ସ ଅଛି କି ନାହିଁ

ଶ୍ରମିକଙ୍କୁ କେଉଁ ସ୍ଥାନକୁ କାମ କରିବାକୁ ଯିବାକୁ ପଡି

କମ୍ପାନୀ ତଥା ମାଲିକର ନାମ ଓ ଠିକଣା

କେଉଁ ପ୍ରକାର ର କାମ କରିବାକୁ ପଡିବା

କେଉଁ ଦିନ ଠାରୁ କେଉଁ ଦିନ ପର୍ଯ୍ୟନ୍ତ କାମ କରିବାକୁ ପଡିବା ଏବଂ କେତେଦିନ କାମ ଯୋଗାଇ ଦିଆଯିବ ।

କେତେ ତାଙ୍କ ଦାରରେ ଦୈନିକ ମଜୁରୀ ମିଳିବ ।

ଅନ୍ୟାନ୍ୟ କେଉଁ କେଉଁ ସୁବିଧା ମିଳିବ ।

କାମ ପାଇଁ ଜୀବ ପୂର୍ବରୁ ଠିକାଦାର / ଏଜେଣ୍ଟ ତରଫରୁ ଶ୍ରମିକଙ୍କୁ କୌଣସି ପ୍ରମାଣ ପାତ୍ର ବା ପାସ୍ ବୁକ୍ ଦେବାର ବ୍ୟବସ୍ଥା ରହିଛି କି

ଆଇନ୍ ଅନୁଯାୟୀ, ଦାଦନ ଖଟିବାକୁ ଯିବା ପୂର୍ବରୁ ଠିକାଦାର / ଏଜେଣ୍ଟଙ୍କ ତରଫରୁ ପ୍ରତ୍ୟେକ ଶ୍ରମିକଙ୍କୁ ଏକ ପାସ୍ବୁକ୍ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଏହି  ପାସ୍ବୁକ୍ ରେ ନିମ୍ନ ବିଷୟ ଗୁଡିକ ରହିଥିବା ଆବଶ୍ୟକ ।

କ. ଶ୍ରମିକଙ୍କର ଏକ ଫଟୋ

ଖ. କମ୍ ପାଇଁ ବାଚିଯିବା ର ତାରିଖ

ଗ. ନିଯୁକ୍ତି ପ୍ରଦାନର ତାରିଖ ।

ଘ. ମଜୁରୀ ହାର ଓ ମଜୁରୀ କିପରି ଦିଆଯିବ ତାହାର ବିବରଣୀ

ଙ. ଯାତ୍ରୀ ଖର୍ଚ୍ଚର ବିବରଣୀ

ଚ. ଯଦି ମଜୁରୀ ରୁ କୌଣସି ମୂଲ୍ୟ କଟାଯିବ, ତେନବେ ତାର ବିବରଣୀ ।

ଯଦି ଦାଦନ ଜୀବଶ୍ରମିକ ଜଣଙ୍କ ଠିକାଦାର ସହ କୌଣସି ଚୁକ୍ତି କରିଥାନ୍ତି, ତେବେ ସେହି ଚୁକ୍ତି ଅନୁସାରେ କାମ କରିବାକୁ ବାଧ୍ୟ ହେବେକୀ

ଅନେକ ସମୟରେ ଦେଖାଯାଉଛି ଯେ, ନିରୀହ ଶ୍ରମିକ ମାନେ ପଢାଲେଖା ଯାନୀ ନ ଥିବାରୁ ଏହାର ସୁଯୋଗ ନେଇ ଠିକାଦାର / ଏଜେଣ୍ଟ ମାନେ ସେମାନଙ୍କ ଠାରୁ ବିଭିମ୍ନ କାଗଜରେ ଟିପଚିହ୍ନ, ଦସ୍ତଖତ ଆଦି ନେଇଯାଉଛନ୍ତି ଏବଂ ତାହାକୁ ଆଧାର କରି ଶ୍ରମିକ ମାନଙ୍କୁ କମ୍ ମଜୁରୀ ଦେବା, ବେଶୀ କାମ କରାଇବା, ବିଭିନ୍ନ ବାବଡକୁ ତାଙ୍କ କାଟି ରଖିବା ଭଳି ଠକାମି କାର୍ଯ୍ୟ କରୁଛନ୍ତି । କିନ୍ତୁ ଆଇନ୍ ରେ ଏହା ସ୍ପଷ୍ଟ  ଭାବେ ଉଲ୍ଲେଖ ଅଛିଯେ, ଆନ୍ତଃରାଜ୍ୟ ଶ୍ରମିକ ଆଇନ୍ ରେ ଦର୍ଶାଯାଇଥିବା ବ୍ୟବସ୍ଥା ଛାଡି, ଶ୍ରମିକ ଓ ଠିକାଦାର / ମାଲିକଙ୍କ ମଧ୍ୟରେ ହୋଇଥିବା ଅନ୍ୟ କୌଣସି ଚୁକ୍ତିକୁ ଠିକ୍ ବୋଲି ଧରାଯାଇ ପାରିବ ନାହିଁ । ଯେ କୌଣସି ଶ୍ରମିକ ଠିକାଦାର,ମାଲିକଙ୍କ ଠାରୁ ଆଇନ୍ ରେ ଥିବା ସୁବିଧା ବା କମ୍ ମଜୁରୀରେ କାମ କରବା ପାଇଁ କୌଣସି ଚୁକ୍ତି କରିଥିଲେ, ତାହା ଗ୍ରହଣୀଯ ହେବ ନହିଁ ।

ଆନ୍ତଃରାଜ୍ୟ ଶ୍ରମିକ ଆଇନ୍ ରେ ଠିକାଦାର ମାନଙ୍କ ପାଇଁ କଣ ବ୍ୟବସ୍ଥା ଅଛି

ଠିକାଦାର ମାନେ ମୂଖ୍ୟତଃ ଶ୍ରମିକ ମାନଙ୍କୁ ଯୋଗାଡି କରି ସେମାନଙ୍କୁ ଅନ୍ୟ ରାଜ୍ୟକୁ ନେବାର କାମ କରିଥାନ୍ତି । ଆଇନ୍ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ଗୋଟିଏ ରାଜ୍ୟକୁ ପାଞ୍ଚ ଜଣରୁ ଅଧିକ ଶ୍ରମିକ ପଠାଉଥିବା ଠିକାଦାର ମାନଙ୍କୁ ଲାଇସେନ୍ସ୍ କରିବାର ବ୍ୟବସ୍ଥା ରହିଛି । ସେମାନଙ୍କୁ ଏହି ଲାଇସେନ୍ସ୍ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦାନ କରିଥାନ୍ତି ଏବଂ ଏଥିନିମିତ୍ତ ଠିକାଦାରଙ୍କୁ ନିଜ ସମ୍ପର୍କରେ ଏବଂ କାର୍ଯ୍ୟ ସମ୍ଭନ୍ଧରେ ସବିଶେଷ ତଥା ତଥା ଆବଶ୍ୟକୀୟ ଦେୟ ଦେବା ପାଇଁ ପଡିଥାଏ। ଶ୍ରମିକ ମାନଙ୍କର ସୁରକ୍ଷା ପାଇଁ ଠିକାଦାର ଉତ୍ତର ଦାୟୀ ରହିବାର ବ୍ୟବସ୍ଥା ଅଛି, କାମ କରିବା ସମୟରେ  କୌଣସି ଶ୍ରମିକର କୌଣସି ପ୍ରକାରର କ୍ଷତି ହେଲେ ଠିକାଦାର ଶ୍ରମିକର ପରିବାର ବର୍ଗ ତଥା ସରକାରୀ କର୍ମଚାରୀଙ୍କୁ ତାହା ଅବଗତ କରାଇବା ଜରୁରୀ ଅଟେ । ଯଦି ଠିକାଦାର ଉପରୋକ୍ତ କର୍ତ୍ତବ୍ୟରେ ଅବହେଳା କରନ୍ତି, ତେବେ ସେ ଆଇନତଃ ଦଣ୍ଡନୀୟ ହେବେ ।

ଅନେକ ସମୟରେ କାର୍ଯ୍ୟସ୍ଥଳୀରେ ଶ୍ରମିକ ମାନଙ୍କୁ ଶାରୀରିକ ତଥା ମାନସିକା ନୀର୍ଯ୍ୟାତନା ଦିଆଯାଇଥାଏ ଏବଂ ସେମାନଙ୍କୁ ଅଟକାଇ ରଖାଯାଇଥାଏ । ଏପରି ସ୍ଥଳେ କଣ କରାଯାଇ ପାରିବ

ବାହାରକୁ କାମ କରିଯାଉଥିବା ଶ୍ରମିକ ମାନେ ଅନେକ ସମୟରେ ଶାରୀରିକ ଓ ମାନସିକ ନୀର୍ଯ୍ୟାତନା ପାଇଥାନ୍ତି ତଥା ଠିକାଦାର ଓ ମାଲିକଙ୍କ ଦ୍ଵାରା ବେଆଇନ୍ ଭାବେ ଅଟେକ ମଧ୍ୟ ରହିଥାନ୍ତି । ଏପରି ସ୍ଥଳେ ଆଇନ୍ ଅନୁଯାୟୀ ସ୍ଥାନୀୟ ପୋଲିସ୍ ର ସାହାଯ୍ୟ ନିଆଯାଇ ପାରିବ । ଯେ କୌଣସି ସବ୍ – ଡିଭିଜନ ସ୍ତରୀଯ ମାଜିଷ୍ଟ୍ରେଟ ବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ପାଖରେ ଅଭିଯୋଗ କାଲେ ସରକାରୀ ଖର୍ଚ୍ଚରେ ଅଟକ ଥିବା ବ୍ୟକ୍ତିଙ୍କୁ ପୋଲିସ୍ ଉଦ୍ଧାର କରିଥାନ୍ତି । କୌଣସି ଠିକାଦାର / ମାଲିକଙ୍କ ଦ୍ଵାରା ନିଯୁକ୍ତି ବ୍ୟକ୍ତି ନିଖୋଜ ହୋଇଥିଲେ, ସେହି ବ୍ୟକ୍ତିଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଲୟରେ ମଧ୍ୟ ରିଟ ଆବେଦନ କରାଯାଇ ପାରିବ ଏବଂ ସେପରି ସ୍ଥଳେ ନୀ ଖୋଜ ବ୍ୟକ୍ତିକୁ  ସଶରୀରେ ଆଣିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ହୋଇପାରିବେ ।

ଦାଦନ ଯିବା ସମୟରେ ଶ୍ରମିକ ଆଉ କେଉଁ କେଉଁ ସତର୍କତା ଅବଳମ୍ବନ କରିବା ଉଚିତ୍

ନିଜ ଅଞ୍ଚଳ ଛାଡି ଅନ୍ୟଏକ  ନୂଆ ଅଞ୍ଚଳକୁ ଯାଉଥିବାରୁ, ଶ୍ରମିକ ମାନେ ସେ ସ୍ଥାନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାର ନିଜର ରହିଛି । ଏପରିକି ଦେଖାଯାଉଛି ଯେ, କାମ କରିବାକୁ ଯାଉଥିବା ଶ୍ରମିକ ମାନେ ସେହି ସ୍ଥାନରୁ ନିଜ ପରବାର ସହ କୌଣସି ଯୋଗାଯୋଗ ରଖିପାରୁ ନାହାଁନ୍ତି ଏବଂ ପରିବାର ପାଖରେ ମଧ୍ୟ ସେମାନଙ୍କ ବିଷୟରେ କୌଣସି ସୂଚନା ରହୁନାହିଁ । ତେଣୁ ବାହାରକୁ ଜୀବ ପୂର୍ବରୁ  ପ୍ରତ୍ୟେକ ଶ୍ରମିକ ନିଶ୍ଚିତ ଭାବେ ନିମ୍ନ ବିଷୟ ଗୁଡିକ ପାଳନ କରିବା ଆବଶ୍ୟକ ।

ଠିକାଦାର / ଏଜେଣ୍ଟଙ୍କ ନାମ, ସମ୍ପୂର୍ଣ୍ଣ ଠିକଣା, ତାଙ୍କର ଲାଇସେନ୍ସ ନମ୍ବର, ମାଳିକାର ନାମ, ଠିକଣା, କମ୍ପାନୀର  ନାମ ଓ ଠିକଣା, କାମଯାଗାର ଠିକଣା ଆଦି ସ୍ପଷ୍ଟ ଭାବରେ ଲେଖି ଏହାର ଗୋଟିଏ କପିନିଜ ପାଖରେ  ଗୋଟିଏ ନିଜର ପରିବାର ସଦସ୍ୟଙ୍କ ପାଖରେ ରଖିବା ଉଚିତ୍ । ଯଦି ଆପଣଙ୍କ ଗ୍ରାମ ବା ପଞ୍ଚାୟତରେ କୌଣସି ସ୍ଵେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କୁ ମଧ୍ୟ ସେହି କାଗଜର ଗୋଟିଏ କପି ନିଶ୍ଚିତ ଭାବେ ଦେଇଥାନ୍ତୁ ।

ଆପଣ ଦାଦନ ଯାଉଥିବା ବିଷୟରେ ସବିଶେଷ ବିବରଣୀ ଗ୍ରାମ ପଞ୍ଚାୟତଙ୍କୁ ମଧ୍ୟ ଜଣାଇ ଦିଅନ୍ତି ।

ଦାଦନ ଖଟିବାକୁ ଜୀବ ପୂର୍ବରୁ ଠିକାଦାରଙ୍କୁ କହି ନିଶ୍ଚିତ ଭାବରେ ବୀମା କରାନ୍ତୁ ଏବଂ ତାହାର କାଗଜ ପାତ୍ର କୌଣସି ଆତ୍ମୀୟଙ୍କୁ ସୁରକ୍ଷିତ ଭାବେ ରଖିବାକୁ ଦିଅନ୍ତି ।

ଗାଁ / ପଞ୍ଚାୟତ କାମ ପାଇଁ ଯାଉଥିବା ଶ୍ରମିକ ମାନଙ୍କର ସଂଗଠନ ଗଢିବାକୁ ଚେଷ୍ଟା କରନ୍ତୁ ଏବଂ ପ୍ରତ୍ୟେକ ଶ୍ରମିକ ଙ୍କ ବିବରଣୀ ଗ୍ରାମରେ ସଂଗଠନ ପାଖରେ ରଖିଥାନ୍ତୁ ।

କାର୍ଯ୍ୟସ୍ଥଳରେ ପହଞ୍ଚିବା ପରେ ସେହି ସ୍ଥାନର ନାମ, ଠିକଣା, ନିକଟସ୍ଥ ଥାନା, କୋର୍ଟ, ଲେବର ଅଫିସ୍ ଆଦି ନିଶ୍ଚିତ ଭାବେ ନିଜର ପରିବାର,ଆପଣଙ୍କ ଅଞ୍ଚଳରେ କାର୍ଯ୍ୟକରୁଥିବା ସ୍ଵେଚ୍ଛାସେବୀ ସଂଗଠନ ତଥା ଶ୍ରମିକ ସଂଗଠନକୁ ଜଣାଇ ଦିଅନ୍ତୁ ।

ନିଜ ସହିତ କିଛି ପୋଷ୍ଟ କାର୍ଡ ନେଇଯାଆନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଆତ୍ମୀୟ ସ୍ଵଜନ ଓ ସମ୍ପର୍କୀୟ ମାକୁ ସେଠାକାର ଭଲ, ମନ୍ଦ ଓ ସୁବିଧା, ଅସୁବିଧା ଇତ୍ୟାଦି ବିଷୟ ଲେଖି ଜଣାନ୍ତୁ ।

ଯଦି କାର୍ଯ୍ୟସ୍ଥଳରେ କୌଣସି ଅସୁବିଧା ହୁଏ, ତେବେ କାହା ସହ ଯୋଗାଯୋଗ କରିବେ

କାର୍ଯ୍ୟସ୍ଥଳୀରେ ହେଉଥିବା ଯେ କୌଣସି ପ୍ରକାରର ଅସୁବିଧା ସମ୍ପର୍କରେ ତୁରନ୍ତ ଅଭିଯୋଗଦେବା ଆବଶ୍ୟକ । ଶ୍ରମିକଙ୍କ ଅଭିଯୋଗ ଗ୍ରହଣ କରି ତାହାଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ଶ୍ରମ ବିଭାଗ ଦ୍ଵାରା ଅନେକ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପ୍ରତ୍ୟେକ ସବ୍ ଡିଭିଜନ୍ ରେ ଜଣେ ଲେଖାଏଁ ଲେବର ଇନ୍ ସ୍ପେକ୍ଟର ଓ ପ୍ରତ୍ୟେକ ଜିଲ୍ଲାରେ ଲେବର୍ ଅଫିସର ତଥା ରାଜ୍ୟ ସ୍ତରରେ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଅଛନ୍ତି । ତେଣୁ କୌଣସି ଦେଶାନ୍ତର ଶ୍ରମିକ ପ୍ରତି କିଛି ଅନ୍ୟାୟ ହେଲେ, ସେ ନିକଟସ୍ଥ ଲେବର ଅଫିସର ବା ନିଜ ରାଜ୍ୟର ଲେବର୍ କର୍ମଚାରୀଙ୍କୁ ଏ ସମ୍ଭନ୍ଧରେ ଜଣାଇବା ଆବଶ୍ୟକ । ଶ୍ରମିକ ମାନଙ୍କର ଅଧିକାର ସୁରକ୍ଷା ପାଇଁ ଅନେକ ସ୍ଵେଚ୍ଛାସେବୀ ସଂଗଠନ, ଖବର କାଗଜ ପ୍ରତିନିଧି ଏବଂ ସାମାଜିକ କର୍ମୀ ମାନେ ମଧ୍ୟ କାର୍ଯ୍ୟ ରତ ଅଛନ୍ତି । କାର୍ଯ୍ୟାଲୟରେ ହେଉଥିବା ସମସ୍ଯା ଗୁଡିକର ତୁରନ୍ତ ସମାଧାନ ପାଇଁ ସେମାନଙ୍କୁ ମଧ୍ୟ ଶ୍ରମିକ ମାନେ ଯୋଗାଯୋଗ କରିପାରିବେ । କୋରାପୁଟ୍ ଜିଲ୍ଲା ଏବଂ ଓଡିଶାର ଅନ୍ୟାନ୍ୟ ଅଞ୍ଚଳରେ  କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ତଥା ସ୍ଵେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରିବାର ମାଧ୍ୟମ ଏହି ପୁସ୍ତିକାରେ ଦିଆଯାଇଛି । ଏହାକୁ ଶ୍ରମିକ ମାନେ ନିଜ ପାଖରେ ରାଖୀ ଆବଶ୍ୟକ ସ୍ଥଳେ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ କରାଇବା ଉଚିତ୍ । ଏହା ଫଳରେ ଉପୁଜୁଥିବା ସମସ୍ୟାର ସମାଧାନ ତୁରନ୍ତ କରାଯାଇ ପାରିବ । ଅସୁବିଧା ଓ ଆବଶ୍ୟକ ସ୍ଥଳେ ନିମ୍ନଲିଖିତ ଅଧିକାରୀ ବା ଅନୁଷ୍ଠାନଙ୍କ ସହ ଯୋଗାଯୋଗ କରନ୍ତୁ ।

୧) ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର – (୦୬୮୫୪) ୨୩୨୪୫୬

୨)   ଜିଲ୍ଲାପାମ, କୋରାପୁଟ – (  ୦୬୮୫୨) ୨୫୦୭୦୦

୩) ଲେବର ଇନ୍ସପେକ୍ଟର୍, କୋରାପୁଟ ସବ୍ଡିଭିଜନ

୪) ଲେବର ଇନ୍ସପେକ୍ଟର୍, ଜୟପୁର  ସବ୍ଡିଭିଜନ

୫)ଏସ.ପି., କୋରାପୁଟ – (୦୬୮୫୨)୨୫୦୯୦୧

୬) ସ୍ପ୍ରେଡ୍,କୋରାପୁଟ –(୦୬୮୫୨)୨୫୦୩୨୬,୨୫୧୦୧୮

୭) ସ୍ପ୍ରେଡ୍, ଜଲାପୁଟ – (୦୬୮୬୮ )୨୭୭୨୭୩

୮) ସ୍ପ୍ରେଡ୍,ଲମତାପୁଟ-( ୦୬୮୬୮)୨୭୧୦୩୩

୯) ଗୁପ୍ତେଶ୍ଵର ପାଣିଗ୍ରାହୀ,ଓକିଲ,କୋରାପୁଟ ମୋ. ୯୪୩୭୭୪୬୬୮୬

୧୦) ପ୍ରଦୀପ ବୈଶାଖ, ସାମ୍ବାଦିକ, ଭୁବନେଶ୍ଵର – ମୋ. ୯୮୭୨୧୫୧୧୫୨/୯୪୩୭୧୧୨୦୭୧

୧୧)ସହକାରୀ ଶ୍ରମ ଅଧିକାରୀ, କୋରାପୁଟ

ଆଧାର – ସ୍ପ୍ରେଡ୍ ନୂଆ ଜାନିଗୁଡା ପୋଷ୍ଟ ବକ୍ସ ନମ୍ବର. ୧୨

କୋରାପୁଟ – ୭୬୪୦୨୦

Email: spread@sancharnet.in

4.14285714286
Sagarika Bardhan Feb 29, 2016 04:49 PM

ଏହି ଇନଫରର୍ମେଶନ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ଯାହାଦ୍ଵାରା ସେମାନେ ତାଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ବିଷୟରେ ବୁଝିପାରିବେ ଓ ଆଇନ ବିଷୟରେ ଜାଣି ପାରିବେ ।

ଆଫ୍ରୀନ ଜାଫର Feb 29, 2016 04:39 PM

ଏହା ଇନଫରର୍ମେଶନ ବହୁତ ଜରୁରୀ ଏହା ଦ୍ଵାରା ଶ୍ରମିକ ମାନେ ତାଙ୍କ ଆଇନ ବିଷୟରେ ବୁଝି ପାରିବେ ।

କୃଷ୍ଣ ଚନ୍ଦ୍ର ଦାଶ Feb 29, 2016 10:53 AM

ଦାଦନ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆଇନ୍ ତଥା ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସେଠିକ୍ ସୂଚନାର ଅଭାବ ହେତୁ ଦେଶାନ୍ତର ଶ୍ରମିକ ମାନେ ବହୁ ଶୋଷଣର ଶିକାର ହେଉଅଛନ୍ତି । ଦାଦନ ଶ୍ରମିକଟିକୁ ଏକ ସୂଚନା ଯୋଗାଇବା ଓ ନିଜ ଅଧିକାର ବିଷୟରେ ସଚେତନ କରାଇବା ହେଉଛି ଏହି ପୋର୍ଟାଲ ର ଉଦ୍ଦେଶ୍ୟ ।

ସ୍ମୃତି ରଞ୍ଜନ ଦାଶ Feb 27, 2016 01:37 PM

ଏହା ଜଣେ ଦାଦନ ଶ୍ରମିକ ଭାବେ କିପରି ଏବଂ କେତେ ମଜୁରୀ ମିଳିବ ତାହା ଆନ୍ତଃରାଜ୍ୟ ଶ୍ରମିକ ଆଇନ୍ ସ୍ପଷ୍ଟ ଭାବେ ଲେଖାଯାଇଅଛି । ଏହି ଆଇନ୍ ଅନୁଯାୟୀ, ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଯାହା କାମ କରୁଥିବାରାଜ୍ୟ ବା ଶ୍ରମିକ ତାହା ସଂପୃକ୍ତ ଶ୍ରମିକପାଇବାକୁ ହକ୍ ଦାର ବୋଲି ଦର୍ଶଯାଇଛି । ଦାଦନ ଯାଉଥିବା ଶ୍ରମିକ ମାନଙ୍କୁ ମଜୁରୀ ସହ ସ୍ଥାନାନ୍ତରଣ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ ସ୍ଥଳ ନିକଟରେ ରହିବାର ସୁବିଧା ମଧ୍ୟ କରାଯିବ । ଯଦି ଶ୍ରମିକ ମାନେ କାର୍ଯ୍ୟସ୍ଥଳରେ ଅସୁସ୍ଥ ହୋଇପଡନ୍ତି, ତେବେ ଆଇନ୍ ଅନୁସାରେ ସେମାନଙ୍କ ଚିକିତ୍ସା ପାଇଁ କଣ ସବୁ ବ୍ୟବସ୍ଥା ରହିବା ଆବଶ୍ୟକ ତାହା ମଧ୍ୟ ଏଥିରି ପାଇ ପାରିବା ।

ଦେବବ୍ରତ ବେହେରା Feb 27, 2016 11:35 AM

ଦାଦନ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଜାଣିଲେ ଆଖିରେ ଲୁହ ଆସିଯାଏ । ଯେହେତୁ ସେମାନେ ସରକାରଙ୍କ ଆଇନ ଓ ଯୋଜନା ବିଷୟରେ ସମ୍ପୂର୍ଣ ଅନଭିଜ୍ଞ ସେଇଥିପାଇଁ ସେମାନଙ୍କୁ ଏହାର କିଛି ପ୍ରଭାବ ପଡେ ନାହିଁ କିନ୍ତୁ ଏବେ ସମୟ ବଦଳି ଯାଇଛି ସେମାନେ ଏବେ ସବୁ ସୂଚନା ନିଜେ ନିଜ ଭାଷାରେ ପାଇପାରିବେ ଏହି ପୋର୍ଟାଲ ମାଧ୍ୟମରେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top