ହୋମ / ସମାଜ କଲ୍ୟାଣ / ଅସଂଗଠିତ କ୍ଷେତ୍ରର କଲ୍ୟାଣ / ଶ୍ରମ ଓ ନିଯ଼ୁକ୍ତି ମନ୍ତ୍ରଣାଳୟ
ସେଆର କରନ୍ତୁ

ଶ୍ରମ ଓ ନିଯ଼ୁକ୍ତି ମନ୍ତ୍ରଣାଳୟ

ଶ୍ରମ ଓ ନିଯ଼ୁକ୍ତି ମନ୍ତ୍ରଣାଳୟ ଭାରତ ସରକାରରେ ସବୁଠାରୁ ପୁରୁଣା ଓ ଗୁରୁତ୍ବପୂର୍ଣ ମନ୍ତ୍ରଣାଳୟ ଶ୍ରମିକ ମାନଙ୍କର ଜୀବନ ସ୍ତରରେ ସୁଧାର, ଭଲ କାମର ପରିସ୍ଥିତି, ସାମଜିକ ସୁରକ୍ଷା ଓ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଚଳା ଯ଼ାଉଥିବା ବିଭିନ୍ନ ଯ଼ୋଜନା ନ୍ୟlସନାଲ ସାମାଜିକ ସୁରକ୍ଷା ବୋର୍ଡର ଶ୍ରମ ଜାଞ୍ଚ ତଥା ଏନଫୋର୍ସମେଣ୍ଟ

ମନ୍ତ୍ରଣାଳୟ ସମ୍ପର୍କରେ

  • ଶ୍ରମ ଓ ନିଯ଼ୁକ୍ତି ମନ୍ତ୍ରଣାଳୟ ଭାରତ ସରକାରରେ ସବୁଠାରୁ ପୁରୁଣା ଓ ଗୁରୁତ୍ବପୂର୍ଣ ମନ୍ତ୍ରଣାଳୟ ମଧ୍ୟରେ ଅନ୍ୟମ. ଏହି ମନ୍ତ୍ରଣାଳୟର ସାଧାରଣ ଭାବେ ଉଦ୍ଦେଶ୍ୟ ହେଲା ଯ଼େ ଶ୍ରମିକ ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ଓ ତାଙ୍କର ସ୍ବାର୍ଥକୁ ରକ୍ଷା କରିବା ଓ ବିଶେଷ ଭାବରେ ଗରୀବ, ବଂଚିଚ ବର୍ଗର ଲୋକ ମାନଙ୍କର ସ୍ବାର୍ଥ ରକ୍ଷା ଲାଗି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ସ୍ବସ୍ଥ କାମର ବାତାବରଣ ତିଆରି କରିବା, ଧନ୍ଦାମୂଳକ ଶିକ୍ଷା ତାଲିମ ପ୍ରଦାନ ବିକଶିତ କରିବା ଓ ସମନ୍ବରକ୍ଷା କରିବା ଜଗତୀକରଣ ପ୍ରକ୍ରିୟl ଚାଲୁଥିବା କାରଣରୁ .ସଙ୍ଗଠିତ ଓ ଅସଙ୍ଗଠିତ ଉଭଯ. କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଉପରେ ମନ୍ତ୍ରଣାଳୟର ବିଶେଷ ଧ୍ୟାନ ରହିଛି . ଏହି ସବୁ ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରାଯ଼ିବା ସହ କାର୍ଯ୍ୟକାରୀ କରାଯ଼ାଉଛି , ଯ଼ାହା ଶ୍ରମିକର ସେବା ଓ ନିଯ଼ୁକ୍ତିର ସର୍ତାବଳୀକୁ ରେଗୁଲେଟ କରିଥାଏ. . ସମ୍ବିଧାନରେ ଶ୍ରମ କଙ୍କରେଣ୍ଟ ସୂଚୀରେ ଥିବାରୁ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ. ଏ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅଧିକାର ରହିଛି.
  • ବର୍ତମାନ ଯ଼ାଏ ମୋଟ 44ଟି ଶ୍ରମ ସମ୍ପର୍କିକ ଆଇନ ରହିଛି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ କରାଯ଼ାଇଥିବା ଏହି ସବୁ ଆଇନ ସର୍ବନିମ୍ନ ମଜୁରୀ, ଦୁର୍ଘଟଣା ଓ ସାମାଜିକ ସୁରକ୍ଷା ଲାଭ, କାମ କଲା ବେଳେ ସୁରକ୍ଷା, ରୋଜଗାର ବେଳେ ସ୍ବାସ୍ଥ୍ୟ ସ୍ଥିତି, ଅନୁଶାସନାତ୍ମକ କାର୍ଯ୍ୟlନୁଷ୍ଠାନ ଟ୍ରେ଼ଡ ୟୁନିଅନ ଗଠନ, ଶିଳ୍ପ ସମ୍ପର୍କ ଆଦି. କେନ୍ଦ୍ରୀୟ ଆଇନର ସୂଚୀ ସଂଲଗ୍ନ .

ଦୃଷ୍ଟି

  • ଶ୍ରମିକ ମାନଙ୍କର ଜୀବନ ସ୍ତରରେ ସୁଧାର, ଭଲ କାମର ପରିସ୍ଥିତି, ବିପଜ୍ଜନକ କ୍ଷେତ୍ରରେ ପିଲା ମାନଙ୍କୁ ସାମିଲ ନ କରିବା, ରୋଜଗାର ସେବା ମାଧ୍ୟମରେ ରୋଜଗାର ବୃଦ୍ଧି, ଦୀର୍ଘ ସ୍ଥାୟି ଆଧାରରେ କୌଶଳ ବିକାଶ .

ମିଶନ

  • ସାମଜିକ ସୁରକ୍ଷା ଓ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଚଳା ଯ଼ାଉଥିବା ବିଭିନ୍ନ ଯ଼ୋଜନା/କାର୍ଯ୍ୟକ୍ରମ/,ନୀତି / ପ୍ରକଳ୍ପ କୁ କାର୍ଯ୍ୟକାରୀ କରି, ସେମାନଙ୍କର ସ୍ବାସ୍ଥ୍ୟ ଓ ସୁରକ୍ଷା, ବିପଜ୍ଜନକ କାମରୁ ଶିଶୁ ଶ୍ରମିକ ମାନଙ୍କୁ ହଟାଇ , ଶ୍ରମ ଆଇନ ଗୁଡିକୁ କଡା କଡି ଭାବେ ଲାଗୁ କରି ଓ ଶ୍ରମିକ ମାନଙ୍କର କୌଶଳ ବିକାଶକୁ ପ୍ରୋତ୍ସାହନ ଦେଇ ଶ୍ରମିକ ମାନଙ୍କର କାମ କରିବାର ସ୍ଥିତି ତଥା ଜୀବନର ମାନନେ ସୁଧାର କରିବା .

କଲ୍ୟାଣ ପଦକ୍ଷେପ

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ବୁଣାକାର, ହେଣ୍ଡଲୁମ ଶ୍ରମିକ, ଧୀବର, ଚମ଼ଡା ଶ୍ରମିକ , ଚାଷ ଶ୍ରମିକ, ବିଡି ଶ୍ରମିକ ଆଦିଙ୍କ କଲ୍ୟାଣ ପାଇଁ ଅନ ଅର୍ଗାନାଇଜଡ ବାର୍କର ସୋସିଆଲ ସିକୁରିଟି ଆକ୍ଟ 2008 ପ୍ରଣୟନ କରିଥିଲା ଏହି ଆଇନରେ ସାମାଜିକ ସୁରକ୍ଷା ଯ଼ୋଜନା ଯ଼େପରିକି ଜୀବନ ଓ ଭିନ୍ନକ୍ଷମତାରେ କଭର ପାଇଁ ସ୍ବାସ୍ଥ୍ୟ ଏବଂ ମାତୃତ୍ବ ଲାଭ, ବୟସ୍କ ବ୍ୟକ୍ତି ସଂରକ୍ଷଣ ବା ସରକାଙ୍କ ଦ୍ବାରା ଅସଂଗଠିତ କ୍ଷେତ୍ର ପାଇଁ ଅନ୍ୟ ଲାଭ ନିର୍ଧାରଣ କରିବା ସମ୍ପର୍କରେ ସୁପାରିଶ କରିବାକୁ ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ବୋର୍ଡର ଗଠନ ସମ୍ପର୍କରେ ବ୍ୟବସ୍ଥା ରହିଛି ଏହି ଅନୁସାରେ ମନ୍ତ୍ରଣାଳୟ ନ୍ୟlସନାଲ ସାମାଜିକ ସୁରକ୍ଷା ବୋର୍ଡର ଗଠନ କରିଛି .

ଶ୍ରମ ସୁଧାର ପୋର୍ଟାଲ

ଏକୀକୃତ ବେବ ପୋର୍ଟାଲର ଉଦ୍ଦେଶ୍ୟ ହେଲା ଯ଼େ ଶ୍ରମ ଜାଞ୍ଚ ତଥା ଏନଫୋର୍ସମେଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟକୁ ଏକାଠି କରିବା, ଯ଼ାହା ଫଳରେ ଜାଂଚ ସମୟରେ ପାରଦର୍ଶିତା ଓ ଉତ୍ତରଦାୟୀତ୍ବ ଆସି ପାରିବ. କମ୍ପଲାଏନ୍ସକୁ ଏକକ ହାର୍ମୋନାଇଜ ଫର୍ମରେ ରିପୋର୍ଟ କରିବାକୁ ପଡିବ ଯ଼ାହା ପୂରଣ କରିବା ପାଇଁ ଅତ୍ୟନ୍ତ ସରଳ ଓ ସହଜ ହେବ . ମୁଖ୍ୟ ସଙ୍କେତକକୁ ବ୍ୟବହାର କରି ପ୍ରଦର୍ଶନର ଆକଳନ କରାଯ଼ିବ, ଯ଼ାହା ଫଳରେ ମୁଲ୍ୟlଙ୍କନ ପ୍ରକ୍ରିୟl ଅବଜେକ୍ଟିଭ ହୋଇ ପାରିବ . ପୋର୍ଟାଲରେ ପ୍ରଭାବୀ ଅଭିଯ଼ୋଗ ଶୁଣାଣୀ ବ୍ୟବସ୍ଥା ରହିଛି , ଏହା ସମସ୍ତ କାର୍ଯ୍ୟକାରୀ ଏଜେନ୍ସୀ ଦ୍ବାରା ସାଧାରଣ ଶ୍ରମ ପରିଚୟ ପତ୍ର ନମ୍ବର (ଏଲଆଇଏନ) ବ୍ୟବହାରକୁ ପ୍ରୋତ୍ସାହନ ଦିଏ . .

ପୋର୍ଟାଲ ଚାରୋଟି ମୁଖ୍ୟ ଫିଚର ହେଲା :

    1. ଅନଲାଇନ ପଂଜୀକରଣକୁ ଫେସିଲିଟେଟ କରିବାକୁ ଅନନ୍ୟ ଶ୍ରମ ପରିଚ ନମ୍ବର (ଏଲଆଇଏନ ) ପ୍ରଦାନ କରାଯ଼ିବ

    2. ନିଜ ଦ୍ବାରା ପ୍ରମାଣିତ ଓ ସରଳୀକୃତ ଅନଲାଇନ ରିଟର୍ଣ ଶିଳ୍ପ ଦ୍ବାରା ଦାଖଲ ବର୍ତମାନ ଯୁନିଟ ଗୁଡିକୁ 16ଟି ଭିନ୍ନ ଭିନ୍ନ ପ ରିଟର୍ଣ ପୂରଣ କରିବା ପରିବର୍ତେ ଗୋଟିଏ ସିଙ୍ଗଲ କନସଲିଡେଟେଡ ରିଟର୍ଣ ଭର୍ତି କରିବାକୁ ପଡିବ

    3. ଶ୍ରମ ଇନସେପକ୍ଟର ଦ୍ବାରା 72 ଘଣ୍ଟା ମଧ୍ୟମରେ ଇନସ୍ପେକ୍ସନର ରିପୋର୍ଟ 72 ଘଣ୍ଚା ମଧ୍ୟରେ ବାଧ୍ୟତାମୂଳକ ଭାବେ ଅପଲୋଡ କରିବାକୁ ପଡିବ .

    4. ପୋର୍ଟାଲର ସାହାଯ୍ୟ ନେଇ ଅଭିଯ଼ୋଗର ଶୀଘ୍ର ଶୁଣାଣୀକୁ ସୁନିଶ୍ଚିତ କରାଯ଼ିବ

      ଏହା ଶ୍ରମ ସମ୍ପର୍କିତ କମ୍ପଲାଏନ୍ସ ର ବ୍ୟବସ୍ଥାକୁ ସୁଗମ କରାଇବ ଓ କାମ କରିବାରେ ସହଜତାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ପାଦ ଆଗକୁ ଯ଼ିବ କେନ୍ଦ୍ରୀୟ ସ୍ତରରେ ୟୁନିଫାଏଡ ପୋର୍ଟାଲରେ ସମ୍ପୂର୍ଣ ଡାଟାବେସ ମଧ୍ୟ ଇନଫର୍ମଡ ପଲିସି ପ୍ରକ୍ରିୟlରେ ମିଶିବ. ପୋର୍ଟାଲ ଚାରୋଟି କେନ୍ଦ୍ରୀୟ ସଂଗଠନରେ ଅପରେଟିଭ ହେବ, ଏଗୁଡିକ ହେଲା ମୁଖ୍ୟ ଶ୍ରମ କମିଶନର,ମହା ନିର୍ଦେଶକ ଖଣି ସୁରକ୍ଷା, କର୍ମଚାରୀ ପ୍ରଭିଡେଣ୍ଟ ଫଣ୍ଡ ଓ କର୍ମଚାରୀ ମାନଙ୍କ ରାଜ୍ୟ ବୀମା କର୍ପୋରେସନ ଏହି କାମରେ ମନ୍ତ୍ରଣାଳୟ ଉକ୍ତ ସଙ୍ଗଠନ ଗୁଡିକର 11 ଲକ୍ଷ ୟୁନିଟ ସମସ୍ତ ସୂଚନା ଏକତ୍ରିତ କରାଯ଼ାଇ ଡିଜିଟାଲାଇଜ କରାଯ଼ାଏ ଡି ଡୁପ୍ଲିକେଟ କରାଯ଼ାଇ ମୋଟ ସଂଖ୍ୟlକୁ 6ରୁ 7 ଲକ୍ଷ ପର୍ଯ୍ୟନ୍ତ କରାଯ଼ାଏ .

      ଅଧିସ ସୂଚନା ପାଇଁ ଯ଼ାଆନ୍ତୁ http://efilelabourreturn.gov.in/uwp/home#

      ସ୍ରୋତ : ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

      3.4
      ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

      ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

      Enter the word
      Back to top