ସେଆର କରନ୍ତୁ

ଜି ଏସ ଟି ଦେୟ ପଇଠ

ଜି ଏସ ଟି ଦେୟ ପଇଠ ର ସୂଚନା

ଜି ଏସ ଟି ବ୍ୟବସ୍ଥାରେ କେଉଁ ଦେୟ ପଇଠ ହୁଏ ?

ଜି ଏସ ଟି ବ୍ୟବସ୍ଥାରେ ରାଜ୍ୟ ମଧ୍ୟରେ କୌଣସି ଯୋଗାଣ କରାଗଲେ ସି ଜିଏସ ଟି ଭାବେ ଟିକସ ଦେୟ ପଡିବ   ।  ଏହି କେନ୍ଦ୍ରୀୟ ଜି ଏସ ଟି ବା ସିଜିଏସଟି କେନ୍ଦ୍ର ସରକାରଙ୍କ ଏକାଉଣ୍ଟରେ ଜମା ହେବ   ।  ଏହାଛଡା ଏହି ଯୋଗାଣ ଉପରେ ମଦୟ ଲାଗୁ ହେଉଥିବା ଏସଜିଏସଟି ଦେୟ ସମ୍ପୃକ୍ତ ରାଜ୍ୟର ସରକାରଙ୍କ ଏକାଉଣ୍ଟରେ ଜମା ହେବ  । କିନ୍ତୁ ଆନ୍ତଃରାଜ୍ୟ ଯୋଗାଣ କ୍ଷେତ୍ରରେ ସମନ୍ଵିତ ଜିଏସ ଟି ଭାବେ ତ୍କାଶ ଦେୟ ପଡିବ   । ଅବଶ୍ୟ ସମନ୍ଵିତ ଜି ଏସ ଟି ବା ଆଇନଜିଏସଟି ପ୍ରାପ୍ତ ଟିକସର ଅଂସ ସିଜିଏସଟି ଓ ଏସଜିଏସଟି ମଧ୍ୟ ପ୍ରାପ୍ତ ହେବ । ଏହାଛଡା ନିର୍ଦ୍ଧିଷ୍ଟ ଶ୍ରେଣୀୟ ପଞ୍ଜିକୃତ ବ୍ୟକ୍ତି ସରକାରଙ୍କୁ ସମ୍ବଳରୁ କଟିଥିବା ଟିକସ ଓ ସମ୍ବଳ ସଂଗ୍ରହ ଟିକସ ପ୍ରଦାନ କରିବେ   ।  ସର୍ବୋପରି ସୁଧ , ଅର୍ଥଦଣ୍ଡ , ଫି ଓ ଅନ୍ୟାନ୍ୟ ଦେୟ ଯେଉଁଠାରେ ଲାଗୁ ହେବ   , ତାହା ମଧ୍ୟ ପ୍ରଦତ୍ତ ହେବ   ।

ଜି ଏସଟି ଦେୟ ଦେବାକୁ କିଏ ଯୋଗ୍ୟ ?

ସାଧାରଣତଃ ଦ୍ରବ୍ୟ ଓ ସେବା ଯୋଗାଣକରି ଜିଏସଟି ଟିକସ ଦେବାକୁ ବାଧ୍ୟ   , ତେବେ କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଯଥା – ଆମଦାନୀ ଏବଂ ଅନ୍ୟ ବିଜ୍ଞପିତ ଯୋଗାଣରେ ବିପରୀତ ଟିକସ ପ୍ରଦାନ ବ୍ୟବସ୍ଥାରେ ଗ୍ରହିତାଙ୍କୁ ହିଁ ଟିକସ ଦେବାକୁ ପଡିବ   ।  ପୁନଶ୍ଚ କେତେକ ବିଜ୍ଞପିତ ଘଟନା ରେ ପ୍ରଦେଶ ମଧ୍ୟରେ କାରବାର ପାଇଁ ଜିଏସଟି ଟିକସ ଇ – ବାଣିଜ୍ୟଚାଳକ ଦେବାକୁ ପଡିବ   । ଯାହାଙ୍କ ମାଧ୍ୟମରେ ପ୍ରବେଶ ମଧ୍ୟରେ କାରବାର / ଯୋଗାଣ ହେଉଥିବ   । ପ୍ରାପ୍ୟକୁ (ଧାରା -୫୧ (୧) (ଘ) ଅନୁସାରେ ଗୋଟିଏ ଚୁକ୍ତିପାଇଁ ୨.୫ ଲକ୍ଷ ହେଲେ ମୂଳ ପ୍ରାପ୍ୟରୁ ଟିକସ କାଟିବାକୁ  ( ଟି ଜି ଏସ) ହେବ ଏବଂ ୧. ବାଣିଜ୍ୟ ପରିଚାଳକମାନଙ୍କୁ ମୋଟ ମୂଲ୍ୟ ଉପରେ ଟିକସ ସଂଗ୍ରହ କାଟିବାକୁ ହେବ   । ଯଥା – ଦ୍ରବ୍ୟ ବା ସେବା ଯୋଗାଣର ମୋଟ ଟିକସଯୋଗ୍ୟ ମୂଲ୍ୟ କିନ୍ତୁ ଜି ଏସ ଟି ଆଇନ ଧାରା -୯(୫) ଅନୁସାରେ ଯେଉଁ ସେବା ଯୋଗାଣ ପରିଚାଳକଙ୍କ ମାଧ୍ୟମରେ ହେଉଥିବ ଏବଂ ପରିଚାଳକମାନେ ଜି ଏସ ଟି ଟିକସ ଦେବାକୁ ବାଧ୍ୟ ହେଉଥିବେ ଓ ସରକାରଙ୍କୁ ଟିକସ ପ୍ରଦାନ କରୁଥିବେ , ସେ ମୂଲ୍ୟ ଏଥିରୁ ବାଦ ପଡିବ   ।

କେଉଁ ସମୟରେ ଜିଏସ ଟି ଟିକସ ଦେବା କଥା ଉଠିବ

ଧାରା -୧୨ ଅନୁସାରେ ଟିକସ ଦେବାକୁ ବାଧ୍ୟତା ଦ୍ରବ୍ୟ ଯୋଗାଣ ସମୟରେ ଉଠେ ଏବଂ

ଧାରା -୧୩ ଅନୁସାରେ ସେବା ଯୋଗାଣ ସମୟରେ ଉଠେ   ।

ସାଧାରଣତଃ ସେ ସମୟ ତିନୋଟି ଘଟନାରୁ ଯେଉଁଠି ପ୍ରଥମ ସେହି ସମୟରେ ଉଠିବ   ।

ସେଗୁଡିକ ହେଲା - ପ୍ରାପ୍ୟ ମିଳିବା ସମୟ,  ଇନଭଏସ କାଟିବା ସମୟ କିମ୍ବା ଯୋଗାଣ ଶେଷ ହେବାର ସମୟ   । ଉପରୋକ୍ତ ଧାରା ମାନଙ୍କରେ ବିଭିନ୍ନ ପରିସ୍ଥିତି ଏବଂ ଟିକସ ସମୟ ପରିଷ୍କାର ଭାବରେ ଉଲ୍ଲେଖିତ ଅଛି   ।

ଜି ଏସ ଟି ଦେୟ ପ୍ରଦାନ ପ୍ରକ୍ରିୟାର ମୁଖ୍ୟ ସୁବିଧା ସବୁ କଣ

ପ୍ରସ୍ତାବିତ ଜି ଏସ ଟି ବ୍ୟବସ୍ଥାରେ ଦେୟ ପ୍ରଦାନ ପ୍ରକ୍ରିୟା ଲାଗି ନିମ୍ନଲିଖିତ ସୁବିଧା ରହିଛି   ।

  • ସମସ୍ତ ପ୍ରକାରର ଦେୟ ଲାଗି ଜିଏସଟିଏନ ସାଧାରଣ ପୋର୍ଟାଲରୁ ବୈଦ୍ୟୁତିକ ଉତ୍ପନ୍ନ ଚାଲାନ
  • ଯେକୌଣସି ସମୟରେ , ଯେକୌଣସି ଠାରେ ଝନଝଟମୁକ୍ତ ଟିକସ ଦେୟ ଭରଣା ଲାଗି ଟିକସଦାତାଙ୍କୁ ସୁବିଧା ପ୍ରଦାନ   ।
  • ବୈଦ୍ୟୁତିକ ଢାଞ୍ଚାରେ ନ୍ୟାୟସଙ୍ଗତ ଟିକସ ସଂଗ୍ରହ ତଥ୍ୟ ପ୍ରଦାନ
  • ବିନା କାଗଜପତ୍ରରେ ଦେଣନେଣ ପ୍ରକ୍ରିୟା
  • ସବୁ ରସିଦ ବୈଦ୍ୟୁତିକ ସଂଯୁକ୍ତକରଣ
  • ବ୍ୟାଙ୍କଗୁଡିକ ଲାଗି ସରାଳିକୃତ ମାର୍ଗଦର୍ଶନ

କିପରି ଭାବେ ଦେୟ ପ୍ରଦାନ କରାଯାଏ

ନିମ୍ନଲିଖିତ ପଦ୍ଧତିରେ ପାଉଣା ଭରଣା କରାଯାଏ

1)     ସାଧାରଣତଃ ପୋର୍ଟାଲରେ ଥିବା ଟିକସଦାତାଙ୍କ କ୍ରେଡିଟ ଲେଜରରୁ କେବଳ ଟିକସ ଦେୟକୁ କଟାଜାଏ   । ତେବେ କ୍ରେଡିଟ ଲେଜରରୁ ସୁଧ , ଅର୍ଥଦଣ୍ଡ ଓ ଫି କଟାଜାଇ ପାରିବ ନାହିଁ   ।  ନିବେଶ ଉପରେ ବକେୟା ଟିକସ ଭରଣା ଲାଗି ଟିକସଦାତାଙ୍କୁ ଅନୁମତି ଦିଆଯିବ   ।  ଠିକ ଏକା ଭଳି , ଟିକସ ଦାତା ଉତ୍ପାଦନ ଟିକସ ଲାଗି ମଧ୍ୟ ବକେୟା ଦେୟ ପ୍ରଦାନ କରିପାରିବେ   । ତେବେ ସିଜିଏସଟି ଏକାଉଣ୍ଟରେ ଭରଣା ହୋଇନଥିବା ନିବେଶ ଟିକସ କ୍ରେଡିଟ (ଆଇଟିସି) ଏସିଜିଏସଟି ଏକାଉଣ୍ଟ ଦେୟ ପ୍ରଦାନ ପାଇଁ ବ୍ୟବହାର କରାଯାଇପାରିବ   ।  ସେହିପରି ଏସିଜିଏସଟି ଏକାଉଣ୍ଟ ରେ ଭରଣା ପାଇଁ ହୋଇନଥିବା ନିବେଶ ଟିକସ କ୍ରେଡିଟ ସିଜିଏସଟି ଏକାଉଣ୍ଟରେ ଦେୟ ପ୍ରଦାନ ଲାଗି ବ୍ୟବହୃତ ହେବ  ।  ଆଇଜିଏସଟି ବକେୟା ଦେୟ ଏହି କ୍ରମରେ ଆଇଜିଏସଟି , ସିଜିଏସଟି ଓ ଏସିଜିଏସଟି ଦେୟ ଭରଣା ଲାଗି ବ୍ୟବହାର କରାଯିବ   ।

2)     ଟିକସଦାତାଙ୍କ କ୍ୟାସ ଲେଜରରୁ ନଗଦ ଅର୍ଥ କଟାଯିବା ସାଧାରଣ ପୋର୍ଟାଲରେ ହିଁ ପରିଚାଳିତ ହୋଇଥାଏ   ।  ବିଭିନ୍ନ ପଦ୍ଧତିରେ କ୍ୟାସ ଲେଜରରେ ଟଙ୍କା ଜମା ହୋଇଥାଏ  । ଯଥା ଇ-ପେମେଣ୍ଟ (ଇଣ୍ଟରନେଟ ବ୍ୟାଙ୍କିଙ୍ଗ , କ୍ରେଡିଟକାର୍ଡ, ଡେବିଟ କାର୍ଡ, ) ରିୟାଲ ଟାଇମ,ଗ୍ରସପେମେଣ୍ଟ , ନ୍ୟାସିନାଲ ଇଲୋକ୍ଟ୍ରିନିକ " ଣ୍ଡ ଟ୍ରାନ୍ସ ' ର ତଥା ଜିଏସଟି ଦେୟ ଜମା ଗ୍ରହଣ ଲାଗି କୃତ୍ତିତ୍ଵ ପ୍ରଦାନ କରାଯାଇଥିବା ବିଭିନ୍ନ ବ୍ୟାଙ୍କର ଶାଖା (କାଉଣ୍ଟର ପେମେଣ୍ଟ ଜରିଆରେ  )

କେତେବେଳେ ଯୋଗାଣକାରୀ ଟିକସ ଦେୟ ଭରଣା କରେ

ସାଧାରଣ ଟିକସଦାତା ମାସକ ଭିତରେ (ପ୍ରତି ମାସର 20 ତାରିଖ) ରେ ଟିକସ ଦେୟ ଭରଣା କରିବେ   । ପ୍ରଥମେ କ୍ୟାସ ଲେଜରରେ ପ୍ରଥମେ ନଗଦ ଟଙ୍କା ଆକାରରେ ଦେୟ ଜମା କରିବେ   । ମାସିକ ରିଟର୍ଣ୍ଣ ଭିତରେ ଦେୟ ପ୍ରଦାନ କେବକ ଟିକସଦାତା ଜେଲରରୁ ଟଙ୍କା କାଟିପାରିବେ   । ମାସିକ ଟିକସଦାତା ତାଙ୍କର ରିଟର୍ଣ୍ଣ ରେ ଆବଶ୍ୟକ ଅର୍ଥ ଉଛଠାଣ ଏଣ୍ଟ୍ରି ନମ୍ବର ଚିହ୍ନିତ କରିବେ   ।  ପୂର୍ବରୁ କୁହାଯାଇଛି ଯେ କ୍ୟାସ ଲେଜରରୁ ମଧ୍ୟ ଅର୍ଥ ଉଠାଯାଇପାରିବ    । ମାର୍ଚ୍ଚ ମାସର ଟିକସ ଦେୟ ଏପ୍ରିଲ 20 ତାରିଖରେ ଭରସା କରାଯିବ   । ଏକାଧିକ ଟିକସ ଦେଉଥିବା ଟିକସଦାତା ତ୍ରିମାସିକ ହାରରେ ଟିକସ ଦେୟ ପ୍ରଦାନ କରିବେ   । ଦେୟ ପ୍ରଦାନର ସମୟ ଦିନ ୧୨ ଟାରୁ ୮ ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି   ।

ଟିକସ ଦେୟ ପ୍ରଦାନ ଲାଗି ସମୟସୀମା ବୃଦ୍ଧି କରାଯାଇପାରିବ କି କିମ୍ବା ଏହାକୁ ମାସିକ କିସ୍ତି ଆକାରରେ ଦିଆଯାଇପାରିବ   କି

ନା । ସ୍ଵୟଂ ଆକଳନଯୁକ୍ତ ଉତ୍ତରଦାୟିତ୍ଵ କ୍ଷେତ୍ରରେ ଏଥିପାଇଁ ଅନୁମତି ଦିଆଯିବ ନାହିଁ   । ତେବେ ଅନ୍ୟାନ୍ୟ କ୍ଷେତ୍ରରେ ଉପଯୁକ୍ତ କର୍ତ୍ତୃପକ୍ଷ ସମୟସୀମା ବୃଦ୍ଧି କରିପାରନ୍ତି କିମ୍ବା ମାସିକ କିସ୍ତି ଭାବରେ ଦେୟ ରାଶି ଗ୍ରହଣ କରିପାରନ୍ତି  ।

ଯଦି ଟିକସଦାତା ରିଟର୍ଣ୍ଣ ଫାଇଲ କରେ ,  କିନ୍ତୁ ଟିକସ ଦେୟ ଭରଣା ପାଇଁ ଏହାକୁ ଉପଯୋଗ ନକରେ   , ଟା ହେଲେ କଣ  ହେବ   ?

ଏଭଳି କ୍ଷେତ୍ରରେ ରିଟର୍ଣ୍ଣକୁ ବୈଧ ରିଟର୍ଣ୍ଣ ଭାବେ ପରିଗଣିତ କରାଯାଇ ପାରିବ ନାହିଁ   ।  ଧାରା -2 (117) ସଜ୍ଞା ଅନୁଯାୟୀ ବୈଧ ରିଟର୍ଣ୍ଣମାନେ ଯେଉଁ ରିଟର୍ଣ୍ଣ ଧାରା -39 ର ଉପଧାରା -1 ଅନୁସାରେ ଦିଆହୋଇଥିବ ଏବଂ ଯାହା ଉପରେ ସ୍ଵୟଂ ମୂଲ୍ୟାୟନ ଟିକସ ମଧ୍ୟ ପ୍ରଦାନ କରାଯାଇଥିବ କେବଳ ଏହି ବୈଧ  ରିଟର୍ଣ୍ଣ ଅନୁଯାୟୀ ଗ୍ରହିତାଙ୍କୁ ଇନପୁଟ ଟିକସ (ଆଇ ଟି ସି ) ଦିଆଯାଇ ପାରିବ   ।  ଅନ୍ୟ ଭାଷାରେ , ଯଦି ଯୋଗାଣକରି ତାଙ୍କର ସ୍ଵୟଂ ମୂଲ୍ୟାୟନ ଟିକସ ସଂପୂର୍ଣ୍ଣ ଭାବେ ଦେଇ ନଥିବେ ଏବଂ ରିଟର୍ଣ୍ଣ ଦାଖଲ କରି ନ ଥିବେ ଏବଂ ଗ୍ରହିତା ରିଟର୍ଣ୍ଣ ଦାଖଲ କରିନଥିବେ , ତେବେ ଇନପୁଟ କ୍ରେଡିଟକୁ ସ୍ଵୀକାର କରାଯିବ ନାହିଁ   ।

ଟିକସ ଦେୟ ଜମା କରିବାର ପ୍ରକୃତ ତିଥି କେବେ ? ଚେକ ଦାଖଲ ତିଥି ନା ଦେୟ ଭରଣା କରିବା ତିଥି ନା ସରକାରୀ ଏକାଉଣ୍ଟରେ ବକେୟା ଦେୟ ଜମା କରିବା ତିଥି

ସରକାରୀ ଏକାଉଣ୍ଟରେ ବକେୟା ଦେୟ ଜମା କରିବା ତିଥି ହିଁ ପ୍ରକୃତ ତିଥି

ଇ- ଲେଜର କଣ

ପ୍ରତ୍ୟେକ ପଞ୍ଜିକୃତ ଟିକସଦାତାଙ୍କ ନଗଦ ଅର୍ଥ ଓ ନିବେଶ କ୍ରେଡିଟ ର ବିବରଣୀ ଇ - ଲେଜର ବା ଇଲେକଟ୍ରୋନିକ ଲେଜରରେ ଦର୍ଶିତ ହୁଏ   ।  ଏହା ବାଦ , ପ୍ରତ୍ୟେକ ଟିକସଦାତାଙ୍କ ଇଲେକ୍ଟ୍ରୋନିକ ଟ୍ୟାକ୍ସ ଲିଆବିଲିଟ ରେଜିଷ୍ଟର ରହିଛି   । ସାଧାରଣ ପୋର୍ଟାଲ ରେ ଠାରେ ଟିକସଦାତା ପଞ୍ଜିକୃତ ହୋଇଗଲେ, 2 ଟି ଇ ଲେଜର ଓ ଇଲେକଟ୍ରୋନିକ ଟ୍ୟାକ୍ସ ଲିଆବିଲିଟି ରେଜିଷ୍ଟର ଆପେ ଆପେ କାର୍ଯ୍ୟକ୍ଷମ ହୁଏ   ।  ଏହା ସବୁ ସମୟରେ ଟିକସଦାତାଙ୍କ କମ୍ୟୁଟରର କ୍ୟାସବୋର୍ଡରେ ପ୍ରଦର୍ଶିତ ହୁଏ   ।

ଟ୍ୟାକ୍ସ ଲିଆବିଲିଟ ରେଜିଷ୍ଟର କଣ

ଗୋଟିଏ ନିର୍ଦ୍ଧିଷ୍ଟ ମାସ ପାଇଁ ଟିକସଦାତାଙ୍କ ସଂପୂର୍ଣ୍ଣ ଦେୟଯୋଗୀ ଟିକସ (ନେଟିଙ୍ଗ ପରେ ) ଏହି ଲିଆବିଲିଟ ରେଜିଷ୍ଟରରେ ଉଲ୍ଲିଖିତ ହୁଏ   ।

କ୍ୟାସ ଲେଜର କଣ

ଟିକସଦାତାଙ୍କ ଏକାଉଣ୍ଟରେ ଜମା ହୋଇଥିବା ସମସ୍ତ ନଗଦ ରାସୀ , ଟିଡିଏସ ଓ ଟିସିଏସ ଆଦି କ୍ୟାସ ଲେଜରରେ ଉଲ୍ଲିଖିତ ହୁଏ  । ଏହି ତଥ୍ୟ ଠିକଣା ସମୟରେ ଦର୍ଶିତ ହୁଏ   ।

ଆଇଟିସି ଲେଜର କଣ

ମାସିକ ରିଟର୍ଣ୍ଣରେ ସ୍ଵୟଂ ଆକଳନଯୁକ୍ତ ନିବେଶ ଟିକସ କ୍ରେଡିଟ ଆଇଟିସି ଲେଜରରେ ଦର୍ଶିତ ହୁଏ   ।  ଏହି ଜେଲରରେ ଥିବା ଜମାରାସୀ କେବଳ ଟିକସ ଦେୟ ଭରଣା ଲାଗି ଉର୍ଦ୍ଧିଷ୍ଟ   ।  ଏହି ଜମାରାସୀରୁ ସୁଧ , ଅର୍ଥଦଣ୍ଡ , ଫି ଆଦି ଦିଆଯାଇପାରିବ ନାହିଁ   ।

ଜିଏସଟିଏନ ଓ ପ୍ରାଧିକୃତ ବ୍ୟାଙ୍କ ମଧ୍ୟରେ କିଭଳି ସଂଯୋଗ ରକ୍ଷା କରାଯାଇପାରିବ

ଜିଏସଟିଏନ ଓ ବ୍ୟାଙ୍କର କୋର ବ୍ୟାଙ୍କିଙ୍ଗ ସଲ୍ୟୁସାନ ଭଳି ଦ୍ଵି - ପକ୍ଷୀୟ ସଂଯୋଗ ସର୍ବକାଳୀନ ରହିଥାଏ   । ଇଲେକ୍ଟ୍ରୋନିକ ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ସିପିଆଇଏନ ଆପେ ଆପେ ବ୍ୟାଙ୍କକୁ ଗତି କରିଥାଏ   ।  ଦେୟ ଗ୍ରହଣ ଓ ଚାଲାନ ଚିହ୍ନିତ ସଂଖ୍ୟା (ସିଆଇଏନ ) ସାଧାରଣତଃ ପୋର୍ଟାଲକୁ ଦେୟ ରସିଦ ସ୍ଵୀକାର ଆପେ ଆପେ ବ୍ୟାଙ୍କ ଦ୍ଵାରା ପ୍ରେରିତ ହୁଏ   । ବ୍ୟାଙ୍କ କ୍ୟାସିୟର କିମ୍ବା ଟେଲର କିମ୍ବା ଟିକସଦାତାଙ୍କ ମଧ୍ୟରେ କୌଣସି ହସ୍ତଲିଖିତ ବୁଝାମଣା ହୋଇପାରିବ ନାହିଁ   ।

ଟିକସଦାତା କଣ ବହୁଥର ଲାଗି ଚାଲାନ କାଢିବେ

ହଁ , ଜଣେ ଟିକସଦାତା ଚାଲାନ ଫର୍ମ ଆଂଶିକ ପୂରଣ କରିବେ   । ପରବର୍ତ୍ତୀ ସମୟରେ ଚାଲାନର ଅବଶିଷ୍ଟନ୍ସ ପୂରଣ କରାଯିବ   । ଆଂଶିକ ପୂରଣ ହୋଇଥିବା ଚାଲାନ ଚୂଡାନ୍ତ କରାଯିବା ପୂର୍ବରୁ ଲେଖା ସମ୍ପାଦିତ ହେବ  । ଟିକସଦାତା ଚାଲାନକୁ ଚୂଡାନ୍ତ ରୂପ ଦେବା ପରେ ଟିକସ ଦେୟ ଭରଣା ଲାଗି ବ୍ୟବହାର ନିମନ୍ତେ ଚାଲାନ କାଢିପାରିବେ   । ଅର୍ଥ ହସ୍ତାନ୍ତରକକାରୀ ବା ଅର୍ଥ ପ୍ରଦାନକାରୀ ତାଙ୍କ ରେକର୍ଡ ପାଇଁ ଚାଲାନକୁ ମୁଦ୍ରଣ କରିବା ପାଇଁ ସୁଯୋଗ ଦିଆଯାଇଛି   ।

ଅନଲାଇନରେ ପ୍ରଦର୍ଶିତ ଚାଲାନ କଣ ପରିବର୍ତ୍ତିତ ହୋଇପାରିବ   ।

ନା,  ଚାଲାନ ସୃଷ୍ଟି କରିବା ଲାଗି ଜିଏସଟିଏନ ପୋର୍ଟାଲରେ ଲଗିଙ୍ଗ ହେବା ପରେ ଟିକସଦାତା କିମ୍ବା ତାଙ୍କ ପ୍ରାଧିକୃତ ବ୍ୟକ୍ତି ଦେୟ ବିବରଣୀ ସମ୍ପର୍କରେ ଅବଗତ ହେବେ   । ପରବର୍ତ୍ତୀ ଅପଡେଟ ପାଇଁ ଟିକସଦାତା ଅଧାବାଟରୁ ଚାଲାନକୁ ବ୍ୟବହାର କରିପାରିବେ   ।

, ତେବେ ଥରେ ଚାଲାନ ଚୂଡାନ୍ତ ହୋଇ ସିପିଆଇଏନ ସୃଷ୍ଟି ହେବା ପରେ ଟିକସଦାତା ଚାଲାନରେ କୌଣସି ସଂଶୋଧନ କରିପାରିବେ ନାହିଁ   ।

ଚାଲାନର କଣ ବୈଧ ସମୟସୀମା ରହିଛି

ହଁ । ଚାଲାନ ସୃଷ୍ଟି ହେବା ପରେ ପନ୍ଦର ଦିନ ପର୍ଯ୍ୟନ୍ତ ଏହା ବୈଧ ଥାଏ   । ତତ୍ପରେ ଏହା ଟିକସ ପଦ୍ଧତିରୁ ଅଲଗା ହୋଇଥାଏ   । ତେବେ ଟିକସଦାତା ନିଜ ସୁବିଧା ଲାଗି ଆଉ ଏକ ଚାଲାନ କାଢିପାରିବେ   ।

ସିପିଆଇଏନ କହିଲେ କଣ ବୁଝାଏ

ସିପିଆଇଏନ କହିଲେ କମନ ପୋର୍ଟାଲ ଆଇଡେଣ୍ଟିଫିକେସନ ନମ୍ବର ଚାଲାନ ବାହାର କଲାବେଳେ ଚିହ୍ନିତ ହୁଏ   । ଚାଲାନକୁ ଚିହ୍ନଟ ପାଇଁ ଏହା ହେଉଛି 14 ଟି ଅଙ୍କ ବିଶିଷ୍ଟ ଏକକ ସଂଖ୍ୟା   । ତେବେ ସିପିଆଏନ ପନ୍ଦର ଦିନ ପର୍ଯ୍ୟନ୍ତ ବୈଧ ରହେ   ।

ସିଆଇଏନ କଣ ଓ ଏହାର କି ପ୍ରାସଙ୍ଗିକତା ରହିଛି

ସିଆଇଏନ ହେଉଛି ଚାଲାନ ଚିହ୍ନିତ ସଂଖ୍ୟା   । ଏହା ହେଉଛି ୧୭ ଟି ଅଙ୍କ ବିଶିଷ୍ଟ ଏକକ ସଂଖ୍ୟା   ।  ସିପିଆଇଏନ ୧୪ ଅଙ୍କ ଓ ବ୍ୟାଙ୍କ କୋଡ ୩ ଅଙ୍କ ବିଶିଷ୍ଟ   । ପ୍ରାଧିକୃତ ବ୍ୟାଙ୍କ ବା ରିଜର୍ଭ ବ୍ୟାଙ୍କ ପାଉଣା ଗ୍ରହଣ କାଲେ ସିଆଇଏନ କଢନ୍ତି   । ଏହାକୁ ସଂପୃକ୍ତ ସରକାରଙ୍କ ଏକାଉଣ୍ଟରେ ଜମା କରନ୍ତି   ।  ସିଆଇଏନ ହେଉଛି ଏକ ସୂଚକ , ଯାହା ହିଁ ପାଉଣା ବା ଦେୟ ଗ୍ରହଣ ଓ ଯଥାପଯୁକ୍ତ ସରକାରୀ ଏକାଉଣ୍ଟରେ ଜମା ରଖିବାକୁ ବୁଝାଏ   । ପ୍ରାଧିକୃତ ବ୍ୟାଙ୍କ ପକ୍ଷରୁ ଟିକସଦାତା ଓ ଜିଏସଟିଏନକୁ ସିଆଇଏନ ସମ୍ପର୍କରେ ଅବଗତ କରାଯାଇଥାଏ   ।

ଟିକସଦେୟ ଭରଣା ଏମିତି କିଛି ଧାରା ଅଛି କି ଯେଭଳି ଗତ ମାସଗୁଡିଅକର ଦେୟ ପ୍ରଦାନ ଲାଗି ଟିକସଦାତା ଦାୟୀ ରହିବେ   ।

ଅଣୁଚ୍ଛେଦ ୩୫ (୮) ଅନୁଯାୟୀ ଦେୟ ଭରଣା ଲାଗି ଏମିତି ନିୟମ କରାଯାଇଛି ଯେ ଚଳିତ ରିଟର୍ଣ୍ଣ ପିରିୟଡ ପରେ ମଧ୍ୟ ଟିକସଦାତାଙ୍କୁ ଟିକସ ଦେୟ ପାଇଁ ଉତ୍ତରଦାୟିତ୍ଵ ମୁଣ୍ଡାଇବାକୁ ପଡିବ   ।ଏଭଳି ସ୍ଥିତିରେ ଦେୟ ପାଉଣା କ୍ରମ ନିମ୍ନଲିଖିତ ମତେ ଦେବା ବିଧେୟ । ପ୍ରଥମେ ସ୍ଵୟଂ ଆକଳନଯୁକ୍ତ ଟିକସ ଓ ପୂର୍ବ ପିରିୟଡର ସୁଧ ଭରଣା କରାଯିବ   । ତତ୍ପର ଅଣୁଚ୍ଛେଦ ୫୧ ଅନୁଯାୟୀ ଯେକୌଣସି ସ୍ବୀକୃତୀ ଦାବି ସମେତ ଅନ୍ୟାନ୍ୟ ଦେୟ ଭରଣା କରାଯିବ   । ଏହି ଟିକସ ଦେୟ ଭରଣା ଧାରା ଅନିର୍ବାର୍ଯ୍ୟ ଭାବେ ଅନୁସରିତ ହେବ   ।

ଅନ୍ୟ ଦେୟ କହିଲେ କଣ ବୁଝାଯାଏ

" ଅନ୍ୟ ଦେୟ " କହିଲେ ସୁଧ,ଜୋରିମାନା , ଦେୟ କିମ୍ବା ଅନ୍ୟ ଯେକୌଣସି ପ୍ରାପ୍ୟ ଯାହା ଏହି ଆଇନ ବା ଏହାଦ୍ଵାରା ତିଆରି ହୋଇଥିବା ଖସଡାରେ ଦେବା କଥା , ତାହାକୁ ବୁଝାଯାଏ   ।

" ଇ ଏ ଏଫ ପି ବି " କଣ

ଇ ଏ ଏଫ ପି ବି ମାନେ ବୈଦ୍ୟୁତିକ କେନ୍ଦ୍ରୀୟ ବିନ୍ଦୁ ଶାଖା    ।  ଏହି ଶାଖା ଗୁଡିକକୁ ଜି ଏସ ଟି ଦେୟ ଆଦାଯ କରିବାକୁ ଅଧିକାର ଦିଆଯାଇଅଛି  । ପ୍ରତ୍ୟେକ ଅଧିକାରପ୍ରାପ୍ତ ଶାଖା ଏହାର ଯେକୌଣସି ଗୋଟିଏ ଶାଖାକୁ ଏ ଏଫ ଇ ବି ପାଇଁ ବାଛିବ   ।  ଏହି ଏ ଏଫଏ ବି ଶାଖା ପ୍ରତ୍ୟେକ ସରକାରଙ୍କ ନିମିତ୍ତ ମୁଖ୍ୟ ଦେୟ ନିଜର ଏକାଉଣ୍ଟ ଖୋଲିବ  ।ଏହିପରି ସମୁଦାଯ 38 ଟି ଆକାଉଣ୍ଟ , ଗୋଟିଏ  ସି ଜି ଏସ ଟି ପାଇଁ ଗୋଟିଏ ଗୋଟିଏ ଆଇ ଜି ଏସ ଟି ପାଇଁ ଏବଂ ପ୍ରତ୍ୟେକ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ଲେଖାଏଁ ଆକାଉଣ୍ଟ ଖୋଲିବାକୁ ପଡିବ    ।  ଯେଉଁ ରାଶି ଜି ଏସ ଟି ବାବଦରେ ଇ ଏଫ ପି ବିରେ ପଡିବ ତାହାକୁ ଉର୍ଦ୍ଧିଷ୍ଟ ଏକାଉଣ୍ଟ ଇ ଏଫ ପିବି କ୍ରେଡିଟ କରିବ   ।

ଟି ଜି ଏସ କଣ

ଟି ଡି ଏସ ମାନେ ମୂଳ ଉତ୍ସରୁ କର କଟାଣ   । ଧାରା -୫୧ ଅନୁସାରେ ଏହି ପ୍ରଣାଳୀ ସରକାର ଏବଂ ସରକାରୀ ସଂସ୍ଥା ଏବଂ ଅନ୍ୟ ବିଜ୍ଞାପିତ ସଂସ୍ଥାମାନ ଯେ କି ଚୁକ୍ତି ଅନୁଯାୟୀ ୨,୫୦,୦୦୦ ଟଙ୍କାରୁ ଅଧିକ ଯୋଗାଣକାରୀଙ୍କୁ ଦେଉଥିବେ  । ସେହିମାନଙ୍କ ପାଇଁ ଉଦ୍ଧିଷ୍ଟ ଦେୟ ପ୍ରଦାନ ସମୟରେ ଏହି ସଂସ୍ଥାମାନ ସମୁଦାଯ ରାସୀର ୧ % କାଟିବେ ଏବଂ ଏହାକୁ ନିର୍ଦ୍ଧିଷ୍ଟ ଆକାଉଣ୍ଟକୁ କ୍ରେଡିଟ କରିବେ   ।

ଯୋଗାଣକାରୀ ରିଟର୍ଣ୍ଣ ଦେବା ସମୟରେ କିପରି ଏହି ଟି ଜି ଏସ କୁ ହିସାବ ରଖିବ   ।

ଯୋଗାଣକାରୀଙ୍କ ବୈଦ୍ୟୁତିକ ଅର୍ଥ ପୁଞ୍ଜି କଟାଜାଇଥିବା ଟିଡି ଏସକୁ ଦେଖାଇବ   । ସେ ଏହି ରାସୀକୁ ତାଙ୍କର କର ଦେୟ , ସୁଧଦେୟ ଏବଂ ଅନ୍ୟ ଯେ କୌଣସି ଦେୟ ପାଇଁ ବ୍ୟବହାର କରିପାରିବେ   ।

ଟି ଡି ଏସ କଟାଳି ଏହାକୁ କିପରି ହିସାବ ରଖିବ

ନିମ୍ନଲିଖିତ ପ୍ରକାରେ ଟି ଡି ଏସ କଟାଳି ଏହାକୁ ହିସାବ ରଖିବ   ।

  1. ଧାରା -୨୪ ଅନୁସରେ ଏହି କଟାଳି ବାଧ୍ୟତାମୂଳକ ଭାବେ ପଞ୍ଜିକୃତ ହେବେ    ।
  2. ସେ ଟି ଡି ଏସ ରାସୀ କଟଜାଇଥିବା ଏବଂ ଜି ଏସ ଟି ଆର -୭ ଋଟର୍ଣ୍ଣ ଦିଆଯାଇଥିବା  ମାସର ପରବର୍ତ୍ତୀ ମାସ ୧୦ ତାରିଖ ସୁଦ୍ଧା ଏହାକୁ ପଇଠ କରିବେ   ।
  3. ଟି ଡି ଏସ ଦାଖଲ ହୋଇଥିବା ରାସୀ ଯୋଗାଣକାରୀଙ୍କୁ ବୈଦ୍ୟୁତିକ ଅର୍ଥ ପାଞ୍ଜିରେ ଦେଖାଯାଏ   ।
  4. ସେ ଯାହାଙ୍କର ପ୍ରାପ୍ୟରୁ ଟି ଡି ଏସ କଟଜାଇଥିବ ତାଙ୍କୁ କଟାଯିବାର ୫ ଦିନ ମଧ୍ୟରେ ପ୍ରମାଣପତ୍ର ଦେବେ । ଯଦି ନ ଦିଅନ୍ତି ତେବେ ପ୍ରତ୍ୟେକ ଦିନ ପାଇଁ ୧୦୦ ଟଙ୍କା ଜୋରିମାନା କିମ୍ବା ସର୍ବୋଚ୍ଚ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ   ।

ସମ୍ବଳରୁ ଟିକସ ସଂଗ୍ରହ (ଟିସି ଏସ ) କଣ

ଏମଜିଏଲର ୪୩ (ଗ) ଅଣୁଚ୍ଛେଦ ଅନୁଯାୟୀ ଏହି ବ୍ୟବସ୍ଥା କେବଳ ଇ – କମର୍ସ ଅପରେଟରଙ୍କ ପାଇଁ ପ୍ରଯୁଜ୍ୟ   । ପ୍ରତ୍ୟେକ ଇ- ଇ – କମର୍ସ ଅପରେଟର କିଛି ଶତାଂଶ ଅର୍ଥ ସ୍ଥଗିତ ରଖିପାରିବେ      ।  ଏହି ଶତାଂଶ ଅର୍ଥ ପରିମାଣ ଜିଏସଟି ପରିଷଦର ସୁପାରିଶ କ୍ରମେ ବିଜ୍ଞାପିତ ହେବ   । ଯୋଗାଣକାରୀଙ୍କୁ ପ୍ରକୃତ ପାଉଣା ଦେବାବେଳେ ଏହି ଅର୍ଥରାସୀ ଯୋଗାଣକାରୀଙ୍କ ପାଇଁ ଇ- ଇ – କମର୍ସ ଅପରେଟରଙ୍କ ଦେୟଯୋଗ୍ୟ   । ଏହି ସ୍ଥଗିତ ଅର୍ଥ ପରବର୍ତ୍ତୀ ମାସର ୧୦ ତାରିଖରେ ଉପଯୁକ୍ତ ଜିଏସଟି ଏକାଉଣ୍ଟରେ ଇ-କମର୍ଷ ଅପରେଟର ଜମା କରିବେ   ।  ଟିସିଏସ ରୂପେ ଜମା ହୋଇଥିବା ରାସୀ ଯୋଗାଣକାରୀଙ୍କ ବୈଦ୍ୟୁତିକ କୟାସ ଲେଜରରେ ଚିହ୍ନିତ ହେବ   ।

ଯୋଗାଣରେ ନେଟ ମୂଲ୍ୟ କହିଲେ କଣ ବୁଝାଯାଏ

ଯୋଗାଣର ନୋଟ ମୂଲ୍ୟ ମାନେ କରଯୁକ୍ତ ଦ୍ରବ୍ୟ ଅବା ସେବାର ମୋଟ ମୂଲ୍ୟ ଯାହାକୁ ସମସ୍ତ ପାଞ୍ଜିକୃତ ବ୍ୟକ୍ତିଗଣ ପରିଚାଳକ ମାଧ୍ୟମରେ ଯୋଗାଣ କରିଥିବେ ଏବଂ ଯେଉଁଥିରେ ଧାରା -୯ (୫) ରେ ଉଲ୍ଲେଖିତ ସେବାର ମୂଲ୍ୟ ଅନ୍ତର୍ନିହିତ ନଥିବ   । ପୁନଶ୍ଚ ଫେରିଆସିଥିବା ଯୋଗାଣର ମୂଲ୍ୟକୁ ଏଥିରେ ବାଦ ଦେବାକୁ ପଡିବ   ।

ସମ୍ବଳରୁ ଟିକସ ସଂଗ୍ରହ କଣ

ଜିଏସଟିଏନ ସାଧାରଣ ପୋର୍ଟାଲ ଜରିଆରେ ଟିକସଡାଟା ଯାହାଙ୍କୁ ଦେୟ ପ୍ରଦାନ ଲାଗି ଇଚ୍ଛା କରିବେ,  ସେହି କ୍ଷେତ୍ରରେ କ୍ରେଡିଟକାର୍ଡ ପ୍ରାକ – ପଞ୍ଜିକାରଣ କରିବା ଆବଶ୍ୟକ   । କ୍ରେଡିଟ କାର୍ଡ ଯାଞ୍ଚ କରିବା ପାଇଁ କ୍ରେଡିଟ କାର୍ଡ ସେବା ଯୋଗାଣକାରୀଙ୍କ ଠାରୁ ସ୍ବୀକୃତି ହାସଲ ନିମନ୍ତେ ବ୍ୟାଙ୍କଗୁଡିକୁ ପଦ୍ଧତିଭୁକ୍ତ କରିବାକୁ ଜିଏସଟିଏନ ପକ୍ଷରୁ ପ୍ରୟାସ କରାଯିବ   । ବ୍ୟବସାୟକୁ ସୁରୁଖୁରୁରେ ଚଳାଇବା ଲାଗି କୌଣସି ଆର୍ଥିକ ସୀମା ରକ୍ଷା ନଯାଇ କ୍ରେଡିଟ କାର୍ଡ ଯୋଗେ ଦେୟ ଭରଣା ଲାଗି ଅନୁମତି ଦିଆଯାଇଛି   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

2.94285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top