অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜି ଏସ ଟିର ମୂଲ୍ୟାୟନ

ଜି ଏସ ଟିର ମୂଲ୍ୟାୟନ

  1. ଜିଏସ ଟି ସେବା ପ୍ରଦାନ ଲାଗି ଟିକସଯୁକ୍ତ ଯୋଗାଣରେ ମୂଲ୍ୟ କିଭଳି ଲାଗୁ ହେବ
  2. କାରବାର ମୂଲ୍ୟ କଣ
  3. ବସ୍ତୁ ଓ ସେବା , ସି ଜିଏସଟି , ଏସଜିଏଟି ଓ ଆଇଜିଏସଟି ପାଇଁ ପୃଥକ ମୂଲ୍ୟାୟନ ବ୍ୟବସ୍ଥା ରହିଛି କି   ?
  4. ଚୁକ୍ତିଭିତ୍ତିକ ମୂଲ୍ୟ କଣ ଯୋଗାଣ ମୂଲ୍ୟାୟନ ପାଇଁ ଯଥେଷ୍ଟ ନୁହେଁ
  5. ସବୁ କ୍ଷେତ୍ରରେ କଣ ମୂଲ୍ୟାୟନ ପ୍ରଣେତାଙ୍କ ମାର୍ଗଦର୍ଶନ ଆବଶ୍ୟକ କି   ?
  6. ଅଣୁଚ୍ଛେଦ ୧୫ (୧) ରେ ବର୍ଣ୍ଣିତ କାରବାର ମୂଲ୍ୟଜନିତ ପ୍ରସଙ୍ଗ ଗ୍ରହଣୀୟ ହେବ କି   ?
  7. କାରବାର ମୂଲ୍ୟରେ ଯୋଗାଣ ପରବର୍ତ୍ତୀ ରିହାତି କିମ୍ବା ପ୍ରୋତ୍ସାହନ ରାଶି ଅନ୍ତର୍ଭୁକ୍ତ ହୁଏ କି   ?
  8. ଯୋଗାଣ ସମୟ ବେଳେ ବା ପୂର୍ବରୁ ଯୋଗାଣ ପରବର୍ତ୍ତୀ ରିହାତି କାରବାର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ କି   ?
  9. କେତେବେଳେ ମୂଲ୍ୟାୟନ ନିୟମ ଲାଗୁ ହୁଏ   ।
  10. ଧାରା -୧୫ (୨) ଅନୁସାରେ କାରବାର ମୂଲ୍ୟ ସହିତ କେଉଁ କେଉଁ ମୂଲ୍ୟ ମିଶି ପାରିବ

ଜିଏସ ଟି ସେବା ପ୍ରଦାନ ଲାଗି ଟିକସଯୁକ୍ତ ଯୋଗାଣରେ ମୂଲ୍ୟ କିଭଳି ଲାଗୁ ହେବ

ବସ୍ତୁ ଓ ସେବା ଯୋଗାଣର ଟିକସ ଯୋଗ୍ୟ ଯେଉଁଠିକି ମୂଲ୍ୟ ସାଧାରଣତଃ “ କାରବାର ମୂଲ୍ୟ “ ଭାବେ ପରିଗଣିତ , ଯେଉଁଠାରେ କି ପ୍ରକୃତ ମୂଲ୍ୟ ପରିଶୋଧ ବା ପରିଶୋଧଯୋଗ୍ୟ ହୁଏ କୌଣସି ପକ୍ଷର ସମ୍ପୃକ୍ତି ନ ଥାଇ କେବଳ ମୂଲ୍ୟ ହିଁ ସଂପୂର୍ଣ୍ଣ ଭାବେ ବିଚାରକୁ ନିଆଯାଏ   । କାରବାର ମୂଲ୍ୟର ପରିସରରୁ କେତେକ ବହିର୍ଭୂତ ଓ ଅନ୍ତର୍ଭୁକ୍ତ ରାସୀ ଥିବା ବିଷୟ ଏମଜିଏଲରେ ବର୍ଣ୍ଣିତ ହୋଇଛି  । ଉଦାହରଣ ସ୍ୱରୂପ କାରବାର ମୂଲ୍ୟରେ ଫେରସ୍ତଯୋଗ୍ୟ ଜମା ଏବଂ ଯୋଗାଣ ସମୟରେ କିମ୍ବା ପୂର୍ବରୁ ରିହାତି ଅଟେ   ।

କାରବାର ମୂଲ୍ୟ କଣ

ବସ୍ତୁ ଓ ସେବା ଯୋଗାଣର ପାଇଁ ମୂଲ୍ୟ ପରିଶୋଧ ହେଉ ବା ପରିଶୋଧଯୋଗ୍ୟ ହେଉ ଏହା କାରବାର ମୂଲ୍ୟରେ ଦର୍ଶାଯାଇଥାଏ   । ଯେଉଁଠାରେ ଯୋଗାଣକରି ଗ୍ରହିତାଙ୍କ ସମ୍ପୃକ୍ତି ନ ଥାଏ ଏବଂ ଯୋଗାଣ ମୂଲ୍ୟକୁ ସଂପୂର୍ଣ୍ଣ ଭାବେ ବିଚାରକୁ ନିଆଯାଏ   । ଏଥିରେ କିଛି ଅର୍ଥରାସୀ ଅନ୍ତର୍ଭୁକ୍ତ ଯାହାକି ଯୋଗାଣକାରୀଙ୍କ ପାଇଁ ପରିଶୋଧଯୋଗ୍ୟ କିନ୍ତୁ ଯୋଗାଣ ଗ୍ରହିତା ଏହାର ଉତ୍ତରଦାୟିତ୍ଵ ବହନ କରନ୍ତି   ।

ବସ୍ତୁ ଓ ସେବା , ସି ଜିଏସଟି , ଏସଜିଏଟି ଓ ଆଇଜିଏସଟି ପାଇଁ ପୃଥକ ମୂଲ୍ୟାୟନ ବ୍ୟବସ୍ଥା ରହିଛି କି   ?

ନା   ।  ପଞ୍ଚଦଶ ଅଣୁଚ୍ଛେଦ ଅନୁଯାୟୀ ସମସ୍ତ ତିନିପ୍ରକାର ଟିକସ ତଥା ବସ୍ତୁ ଓ ସେବା ମୂଲ୍ୟାୟନ ସମାନ ଭାବେ ହୁଏ   ।

ଚୁକ୍ତିଭିତ୍ତିକ ମୂଲ୍ୟ କଣ ଯୋଗାଣ ମୂଲ୍ୟାୟନ ପାଇଁ ଯଥେଷ୍ଟ ନୁହେଁ

ଚୁକ୍ତିଭିତ୍ତିକ ରହିଥିବା ଦାମକୁ “ କାରବାର ମୂଲ୍ୟ  “ ହିସାବରେ ଧରାଯାଏ   ।  ଏହା ଉପରେ ଟିକସ ହିସାବ କରାଯିବ   ।  ତେବେ ଯଦି ଏହି ଦାମ ବା ମୂଲ୍ୟ ଉପଏ କୌଣସି ପ୍ରଭାବ ଯଥା   - କ୍ରେତା ଓ ବିକ୍ରତା ସମ୍ପର୍କିତ କିମ୍ବା ଯେଉଁ କାରବାର ଯୋଗାଣ ହିସାବରେ ଧରାଯାଏ, ଯାହା ଉପରେ କୌଣସି ଦାମ ବା ମୂଲ୍ୟ ନ ଥାଏ  , ସେ କ୍ଷେତ୍ରରେ ଜି ଏସ ଟି ମୂଲ୍ୟାୟନ ଆଇନ ଅନୁସାରେ ମୂଲ୍ୟ ନିରୂପଣ ହେବ   ।

ସବୁ କ୍ଷେତ୍ରରେ କଣ ମୂଲ୍ୟାୟନ ପ୍ରଣେତାଙ୍କ ମାର୍ଗଦର୍ଶନ ଆବଶ୍ୟକ କି   ?

ନା,  ଯେତେବେଳେ ଧାରା -୫ ର ଉପଧାରା -୧ ଅନୁସାରେ ମୂଲ୍ୟ ନିରୂପଣ ହୋଇ ପାରିବ ନାହିଁ କେବଳ ସେତେବେଳେ ଜି ଏସ ଟି ମୂଲ୍ୟାୟନ ଆଇନକୁ ମୂଲ୍ୟ ନିରୂପଣ ପାଇଁ ନିଆଯିବ   ।

ଅଣୁଚ୍ଛେଦ ୧୫ (୧) ରେ ବର୍ଣ୍ଣିତ କାରବାର ମୂଲ୍ୟଜନିତ ପ୍ରସଙ୍ଗ ଗ୍ରହଣୀୟ ହେବ କି   ?

ଦେୟଯୋଗ୍ୟ ଟିକସ ନିର୍ଦ୍ଧାରଣ ଲକ୍ଷରେ କାରବାର ମୂଲ୍ୟ ଭରସାଯୋଗ୍ୟ କରିବାକୁ ଅଣୁଚ୍ଛେଦ ୧୫ (୨) ରେ ଏ କ୍ଷେତ୍ରରେ ଖାପ ଖୁଆଇବା ଲାଗି ନିୟମ ପ୍ରଣୟନ କରାଯାଇଛି   ।

କାରବାର ମୂଲ୍ୟରେ ଯୋଗାଣ ପରବର୍ତ୍ତୀ ରିହାତି କିମ୍ବା ପ୍ରୋତ୍ସାହନ ରାଶି ଅନ୍ତର୍ଭୁକ୍ତ ହୁଏ କି   ?

ହଁ, ଯେଉଁଠି ଯୋଗାଣ ପର କମିଶନ / ରିହାତି ଚୁକ୍ତିପତ୍ର ଅନୁସାରେ ଯଦି ସିଦ୍ଧ ହୁଏ  , ତାହା ଯୋଗାଣ ସମୟରେ ଜଣାଥାଏ ଏବଂ ଏହି କମିଶନ ରିହାତି ଯେଉଁ ଇନଊଏସରେ ଥାଏ ତାହା ଉପରେ କ୍ରେତା / ଗ୍ରହିତା କ୍ରେଡିଟକୁ ଫେରାଇ ଦେଇଥାଏ   , ତେବେ ଏହି କମିଶନ / ରିହାତିକୁ ଆଦର୍ଶ ଜିଏସ ଟି ଅଧୀନରେ ଧାରା -15 ରେ ହ୍ରାସ କରାଯାଇ ପାରିବ   ।

ଯୋଗାଣ ସମୟ ବେଳେ ବା ପୂର୍ବରୁ ଯୋଗାଣ ପରବର୍ତ୍ତୀ ରିହାତି କାରବାର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ କି   ?

ହଁ, ଚୁକ୍ତି ଅନୁଯାୟୀ ଯୋଗାଣ ପରବର୍ତ୍ତୀ ରିହାତି ବ୍ୟବସ୍ଥା ଲାଗୁ ହେବ ନାହିଁ ଯେପର୍ଯ୍ୟନ୍ତ ଯୋଗାଣ ସମୟ ବେଳେ ବା ପୂର୍ବରୁ ଆବଶ୍ୟକ ଚାଲାନ ନିର୍ଦ୍ଧିଷ୍ଟ ଭାବେ ସଂଯୁକ୍ତ କରାଯାଇ ନ ଥିବ   ।

କେତେବେଳେ ମୂଲ୍ୟାୟନ ନିୟମ ଲାଗୁ ହୁଏ   ।

ନା , ତେବେ ସ୍ଵାଭାବିକ ବ୍ୟବସାୟିକ ପ୍ରକ୍ରିୟାରେ ଚାଲାନକୁ ଯଥୋଚିତ ଭାବେ ରେକର୍ଡ କରାଗଲେ ଏହା କାରବାର ମୂଲ୍ୟରେ ଅନ୍ତର୍ଭୁକ୍ତ ପାଇଁ ଅନୁମତି ମିଳିବ  ।

ଧାରା -୧୫ (୨) ଅନୁସାରେ କାରବାର ମୂଲ୍ୟ ସହିତ କେଉଁ କେଉଁ ମୂଲ୍ୟ ମିଶି ପାରିବ

ନିମ୍ନଲିଖିତ ମୂଲ୍ୟଗୁଡିକ ଧାରା -୧୫ (୨) ଅନୁସାରେ କାରବାର ମୂଲ୍ୟ ସହିତ ମିଶି ପାରିବ   , ଯଥା

  • ଯୋଗାଣକାରୀ ସ୍ଵତନ୍ତ୍ରଭାବେ କ୍ରେତା / ଗ୍ରହିତାଙ୍କ ଠାରୁ ଆଦାୟ କରୁଥିବା ଯେକୌଣସି ଟିକସ କର ,  ସେସ, ଚାନ୍ଦା ଏବଂ ଭଡା ଇତ୍ୟାଦି ଯାହା ସି ଜି ଏସ ଟି /  ଏସ ଜି ଏସ ଟି ଏବଂ ଦ୍ରବ୍ୟ ଏବଂ ସେବାରେ (ରାଜ୍ୟମାନଙ୍କୁ ରାଜସ୍ୱ କ୍ଷତିପୂରଣ ବାବଦ ) ଆଇନ ୨୧୬ ଦଳରେ ଆଦାୟ ହେଉନଥିବ , ସେସବୁ ମିଶିବ   ।
  • ଯେଉଁ ପରିମାଣ ଯୋଗାଣକରି ଯୋଗାଣ ସହିତ ଦେବା କଥା , କିନ୍ତୁ ତାହାକୁ କ୍ରେତା ବା ଗ୍ରହିତା ହେଉଥିବା , ଯଦି ତାହା ମୂଲ୍ୟରେ ମିଶିନଥାଏ   ।
  • ସୁଧ କିମ୍ବା ବିଳମ୍ବଜନିତ ପରିମାଣ କିମ୍ବା ବିଳମ୍ବଜନିତ ଜୋରିମାନା ଯାହା ଯୋଗାଣ ସମ୍ବନ୍ଧୀୟ ମୂଲ୍ୟ ହିସାବରେ ଧରାଯାଏ ସେ ମିଶିବ   ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଛାଡ ଯାହା ଛାଡ ପର ଦାମ ସହିତ ଜଡିତ , ତାହା ମିଶିବ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 7/6/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate