ହୋମ / ସମାଜ କଲ୍ୟାଣ / ଆର୍ଥିକ ସମ୍ପୃକ୍ତି / ଜିଏସଟି ଉପର ବାରମ୍ବାର ଉଠୁଥିବା ପ୍ରଶ୍ନ / ଜିଏସଟି : ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫ୍ ଏକ୍ୟୁଏସ୍) ଏମ୍ ଏସ୍ ଏମ୍ଇ
ସେଆର କରନ୍ତୁ

ଜିଏସଟି : ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫ୍ ଏକ୍ୟୁଏସ୍) ଏମ୍ ଏସ୍ ଏମ୍ଇ

ଏମ୍ ଏସ୍ ଏମ୍ଇ ର ସୂଚନା

କ’ଣ  ଏହି  ନିୟମ  ଅନ୍ତର୍ଗତ  ବିଭିନ୍ନ  ଅନୁମତି, ଲେଖା  ପରୀକ୍ଷା  ଆଦି   ପାଇଁ   ଜଣେ  ପଞ୍ଜିକୃତ   ବ୍ୟକ୍ତିଙ୍କୁ   କେନ୍ଦ୍ର   ଓ  ରାଜ୍ୟ  ଉଭୟର   ପଦାଧିକାରୀଙ୍କ   ସହିତ   ସମ୍ପର୍କ   ରଖିବାକୁ   ପଡିବ   ?

ନା, ଜଣେ   ପଞ୍ଜିକୃତ  ବ୍ୟକ୍ତିଙ୍କୁ  ସମସ୍ତ   ବ୍ୟବହାରିକ   ଉଦ୍ଦେଶ୍ୟ  ପାଇଁ   କେବଳ   ଜଣେ  କର  ପ୍ରାଧିକରଣ   ସହିତ  ସମ୍ପର୍କ   କରିବାକୁ   ହେବ   । ପ୍ରତ୍ୟକ   ପଞ୍ଜିକୃତ   ବ୍ୟକ୍ତି  ପାଇଁ   କେନ୍ଦ୍ର   କିମ୍ବା  ରାଜ୍ୟରେ   କୌଣସି  ଏକ  କର  ପ୍ରଶାସନିକ   କାର୍ଯ୍ୟାଳୟ  ହେବ  । ଏହା  ସୁନିଶ୍ଚିତ   କରିବା  ପାଇଁ   ଗୋଟିଏ   ଅଧିକାରୀ   ସିଜିଏସଟି, ଏସ୍ ଜିଏସଟି  ଅଧିନିୟମ  ଅନ୍ତର୍ଗତ   ସମସ୍ତ  କାର୍ଯ୍ୟର   ନିର୍ବହନ   କରିପାରିବ   ।  ଗୋଟିଏ  ଆଇନଗତ  ପ୍ରାବଧାନ  (କ୍ରସ  ଏମ୍ପାୱାରମେଣ୍ଟ  କୁହାଯାଏ) ଅଣାଯାଇପାରିବ   । ପଞ୍ଜିକୃତ   ବ୍ୟକ୍ତିଙ୍କୁ   ତା’  ସଂକ୍ରାନ୍ତ   କର  ପ୍ରଶାସନକୁ   ଜଣାଇ   ଦିଆଯିବ   । ଏକ  ଏକକ   ପଞ୍ଜିକରଣ   ସିଜିଏସଟି, ଏସ୍ ଜିଏସଟି/ ୟୁଟିଜିଏସଟି   ଏବଂ  ଆଇଜିଏସଟି   ଉଦ୍ଦେଶ୍ୟ   ପାଇଁ   ମଞ୍ଜୁର   ହୋଇଛି   ।

ଇନପୁଟ   ଟ୍ୟାକ୍ସ  କ୍ରେଡିଟ   କ’ଣ  ?

ବ୍ୟବସାୟ   କରୁଥିବା   ବ୍ୟକ୍ତି   ବ୍ୟବସାୟ   ସମୟରେ  କିମ୍ବା  ଏହାକୁ  ବଢାଇବା  ପାଇଁ   ଯୋଗାଣ  କରିବା  ହେତୁ  ସାମଗ୍ରୀ/ସେବାର  କ୍ରୟ   କରିଥାଏ   ଯେବେ  ତା’ଦ୍ଵାରା  ଏହି  ପ୍ରକାରର   କ୍ରୟ  କରାଯାଇଥାଏ   ତେବେ  ଏହାର  ଯୋଗାଣକାରୀ   ଦ୍ଵାରା  ଏହି  ଯୋଗାଣ  ଉପରେ   କର  ଲାଗିଥାଏ   । ଯେହେତୁ   କର  ତା’ଠାରୁ  ସଂଗ୍ରହ   କରାଯାଇଥାଏ  ଏଥିପାଇଁ   ସେ  ନିଜର   ଯୋଗାଣକାରୀକୁ   ଦେଇଥିବା   କରର   କ୍ରେଡିଟ ର  ଲାଭ  ନେଇପାରିବ  (ଅର୍ଥାତ୍  ଏହା  ତା’ଦ୍ଵାରା  କରାଯାଉଥିବା  ଯୋଗାଣ   ଉପରେ  ତା’ଦ୍ଵାରା   ଦେୟ   କରର   ପୈଠ  କରିବା  ପାଇଁ   ଏହି  ରାଶିର   ଉପଯୋଗ   କରିପାରିବେ)  । ଏହି   ପ୍ରାପ୍ତକାରୀ   ପାଇଁ   ଇନପୁଟ   କର  କ୍ରେଡିଟ   ରୂପରେ   ଜଣା   ।

ଜିଏସଟିରେ   ପଞ୍ଜିକରଣର  ସୀମା  କ’ଣ  ?

ଜଣେ   ବ୍ୟକ୍ତି  ଦ୍ଵାରା  ପୁରା   ଦେଶରେ  ଗୋଟିଏ   ପ୍ୟାନ  ଉପରେ  କରାଯାଇଥିବା   ବ୍ୟବସାୟର   ମୂଲ୍ୟ   ଯଦି  ୨୦ ଲକ୍ଷ  ଟଙ୍କାରୁ   ଅଧିକ  ତେବେ  ତାକୁ   ଜିଏସଟି   ଅନ୍ତର୍ଗତ   ପଞ୍ଜିକରଣ   କରିବାର  ଆବଶ୍ୟକତା   ରହିଛି   । ସିଜିଏସଟି  ଅଧିନିୟମ, ୨୦୧୭ର  ଧାରା  ୨୪ରେ   ଉଲ୍ଲେଖିତ   ଏହି   ନିୟମର   କିଛି   ଆକ୍ଷେପ   ରହିଛି   । ଏହି  ଅଧିନିୟମର   ଧାରା  ୨(୬) ରେ  ମୋଟ   ଟର୍ଣ୍ଣଓଭର   ଦର୍ଶାଯାଇଛି   । ଉଦାହରଣ   ସ୍ୱରୂପ   ଧରନ୍ତୁ  ଏକ  କରଦେୟ  ବ୍ୟକ୍ତିର   ବ୍ୟବସାୟ   ସମାନ   ପ୍ୟାନରେ  ଅନେକ   ରାଜ୍ୟରେ   ରହିଛି   । ସମସ୍ତ  ଯୋଗାଣ   ୧୦ ଲକ୍ଷ  ଟଙ୍କାରୁ   କମ୍  ଅଛି  କିନ୍ତୁ   ଏକାଠି   ସେଗୁଡିକ  ୨୦ ଲକ୍ଷ  ଟଙ୍କାରୁ  ଅଧିକ  ତେବେ  ତା’କୁ   ଜିଏସଟି  ଅଧିନରେ   ପଞ୍ଜିକରଣ  କରିବାକୁ  ହେବ   ।

’ଣ  ଜଣେ   କୃଷକ   ପଞ୍ଜିକରଣ   ପାଇଁ   ଉତ୍ତରଦାୟୀ   ହେବ   ?

ନା। ଜଣେ   କୃଷକ  କ୍ଷେତରୁ   ପ୍ରାପ୍ତ  ଉତ୍ପାଦନର  ଯୋଗାଣ  ସୀମା  ପର୍ଯ୍ୟନ୍ତ   ପଞ୍ଜିକରଣ   ପାଇଁ  ଉତ୍ତରଦାୟୀ   ନୁହେଁ   ।

ଥ୍ରେସହୋଲଡ  ଛାଡ   ସୀମାର   ସୁବିଧା   ଲାଭ   ଉଠାଇବା   ପାଇଁ   ସବୁଠାରୁ  ମହତ୍ତ୍ଵପୂର୍ଣ୍ଣ   ପ୍ରତିଷେଧକ   ବ୍ୟବସ୍ଥା  କ’ଣ  ?

ଥ୍ରେସହୋଲଡ   ଛାଡ   ସୀମା  ପ୍ରାପ୍ତ  କରୁଥିବା  ଏମ୍ଏସ୍ଏମ୍ଇକୁ   କୌଣସି   ଅନ୍ତରାଜ୍ୟ   ଯୋଗାଣ  କରିବା   ଉଚିତ  ନୁହେଁ   । ଯାହାହେଉନା   କାହିଁକି  ଏମ୍ଏସ୍ଏମ୍ଇ  ଅନ୍ୟ   ରାଜ୍ୟରୁ   ଯୋଗାଣ   ପ୍ରାପ୍ତ  କରିପାରିବ   ।

ମୁଁ  କେବଳ  ଏପରି   ସାମଗ୍ରୀ   କିମ୍ବା   ସେବାକୁ   ଯୋଗାଣର  କାରବାର   କରୁଛି   ଯିଏ   ଜିଏସଟିରୁ   ମୁକ୍ତ   ଅଟେ ’ଣ   ମୁଁ   ପଞ୍ଜିକରଣ   ପାଇଁ   ଉତ୍ତରଦାୟୀ   ହେବି   ?

ନା   ।

ଯଦି  ମୁଁ   ପଞ୍ଜିକରଣ   ପାଇଁ   ଆବେଦନ  କରିନାହିଁ   ତେବେ   ମୁଁ  ଯୋଗାଣ   କିପରି   କରିପାରିବି ?

ଆପଣଙ୍କୁ ଜିଏସଟିର  କମନ୍  ପୋର୍ଟାଲ   ଉପରେ   ଶୀଘ୍ରରୁ   ଶୀଘ୍ର   ପଞ୍ଜିକରଣ   ପାଇଁ  ଆବେଦନ   କରିବା  ଉଚିତ  ଓ  ଆବେଦନ   ସନ୍ଦର୍ଭ   ସଂଖ୍ୟା   (ଏଆରଏନ୍)  ପ୍ରାପ୍ତ   କରିବା   ଉଚିତ   । ଆପଣଙ୍କୁ   ଆପଣଙ୍କର   ବ୍ୟବସାୟକୁ  ବାଧିତ   କରିବାର   ଆବଶ୍ୟକତା  ନାହିଁ  ଓ   ଜିଏସଟିଆଇଏନ୍ ର   ବିନା  ଇନଭଏସରେ   ଯୋଗାଣ  ଜାରି   ରଖିପାରିବେ   । ୨୦ ଲକ୍ଷରୁ   ଅଧିକ   କାରବାର   ହେବାପରେ  କିମ୍ବା   ସିଜିଏସଟି  ଅଧିନିୟମ  ୨୦୧୭ର  ଧାରା  ୨୪ରେ  ଉଲ୍ଲେଖିତ  କୌଣସି   ସର୍ତ୍ତ   ଲାଗୁ  ହେବାପରେ   ୩୦ ଦିନ   ଭିତରେ  ପଞ୍ଜିକରଣ   ପାଇଁ   ଆବେଦନ   କରିବା   ଉଚିତ   । ପଞ୍ଜିକରଣ  ପରେ  ଆପଣ   ସଂଶୋଧିତ   ଇନଭଏସରେ   ଜାରି   କରିପାରିବେ  ଯେପରିକି   ଉକ୍ତ   ଅଧିନିୟମର  ଧାରା  ୩୧(୩)(ଏ) ଅନ୍ତର୍ଗତ   ଅନୁମତି   ଅଟେ   । ଏହି  ଯୋଗାଣ  ରିଟର୍ଣ୍ଣରେ  ଦେଖାଇବାକୁ  ପଡିବ  ଓ  ଏହାଉପରେ  କର  ପୈଠ  କରିବାକୁ   ହେବ    ।

ଯଦି  ମୁଁ  ଅସ୍ଥାୟୀ  ଜିଏସଟିଆଇଏନ୍ (ପିଆଇଡି) ପାଇଛି  ତେବେ  ମୁଁ   ତାକୁ  ଚୁଡାନ୍ତ  ଜିଏସଟିଆଇଏନ୍  ପାଇଁ   ଅପେକ୍ଷା  ବିନା   ଯୋଗାଣ  କରିବାକୁ  ଇନଭଏସରେ   ବ୍ୟବହାର   କରିପାରିବ ?

ଅସ୍ଥାୟୀ  ଜିଏସଟିଆଇଏନ୍  ହିଁ   ଆପଣଙ୍କର  ଚୂଡାନ୍ତ  ଜିଏସଟିଆଇଏନ୍  ହେବ   ।  ସଂଖ୍ୟା   ସମାନ  ରହିବ  । ହଁ  ଆପଣ   ଅସ୍ଥାୟୀ  ଜିଏସଟିଆଇଏନ୍ ର  ଅପେକ୍ଷା   କରିବା  ବିନା  ଯୋଗାଣ  କରିବା  ପାଇଁ   ଏହି  ପିଆଇଡିର   ଉପଯୋଗ   କରିପାରିବେ   ।

ଯଦି   ମୁଁ  ସ୍ଵେଚ୍ଛାରେ  ପଞ୍ଜିକୃତ   ଅଟେ   ମୋର   କାରବାର  ୨୦ ଲକ୍ଷ   ଟଙ୍କାରୁ  କମ୍  ତେବେ  କ’ଣ  ମୋତେ  ପଞ୍ଜିକରଣ   ପରେ   ଯୋଗାଣ   ଉପରେ   କର  ପୈଠ   କରିବାକୁ   ପଡିବ   ?

ହଁ । ଯଦି  ଆପଣ  ୨୦ ଲକ୍ଷ  ଟଙ୍କାରୁ   କମ୍  ଟର୍ଣ୍ଣଓଭର   ବ୍ୟତୀତ   ସ୍ଵେଚ୍ଛିକ   ପଞ୍ଜିକରଣ   ପ୍ରାପ୍ତ  କରିଥାନ୍ତି   ତେବେ   ଆପଣଙ୍କୁ   ଏକ  ସାମାନ୍ୟ  କର  ଦେୟ   ବ୍ୟକ୍ତି  ବୋଲି   ଧରାଯିବ  ଓ  ଆପଣଙ୍କୁ   କରର   ପୈଠ  କରିବାକୁ  ହେବ   । ହେଉପଛେ   ଆପଣଙ୍କର   ଯୋଗାଣ  ପଞ୍ଜିକରଣ   ସୀମାରୁ   ନିମ୍ନ  ଅଟେ   । ଆପଣ   ଇନପୁଟ  ଟ୍ୟାକ୍ସ   କ୍ରେଡିଟ   ପାଇବା  ପାଇଁ   ହକଦାର   ମଧ୍ୟ  ହେବେ   ।

କର  ଇନଭଏସରେ  କ’ଣ  ବିବରଣୀ  ରହିବ  ?

କର  ଇନଭଏସ୍ ରେ  ଏହି   ସମ୍ପର୍କରେ   ନିର୍ଦ୍ଧିଷ୍ଟ  ନିୟମ   ଅନୁଯାୟୀ   ବିବରଣୀ   ରହିବ   । ନିୟମରେ  ନିର୍ଦ୍ଧିଷ୍ଟ  ମୁଖ୍ୟ  ବିବରଣୀ  ହେଉଛି  - ଯୋଗାଣକାରୀ  ଓ  ପ୍ରାପ୍ତକାରୀର   ନାମ, ଠିକଣା  ଓ  ଜିଏସଟିଆଇଏନ୍ (ଯଦି  ପଞ୍ଜିକୃତ), ଇନଭଏସ୍  ନମ୍ବର   ଓ  ଜାରି  କରିବାର  ତାରିଖ, ସାମଗ୍ରୀର  ବିବରଣୀ, ସାମଗ୍ରୀର  ମୂଲ୍ୟ , କାଡ଼ର  ଦର, କାଡ଼ର  ରାଶି  ଓ  ହସ୍ତାକ୍ଷର  ।

ସାମଗ୍ରୀ  ପାଇଁ  ଗୋଟିଏ  କର – ଇନଭଏସ୍  କେବେ  ଜାରି   କରିବା  ଉଚିତ ?

ସାମଗ୍ରୀ   ପାଇଁ   କର  ଇନଭଏସ୍  ସାମଗ୍ରୀର  ପ୍ରଦାନ  ସମୟ  କିମ୍ବା   ଏହାର  ଆଗରୁ   ଜାରି   କରାଯାଇଥାଏ  । ସାମଗ୍ରୀର  ନିରନ୍ତର   ଯୋଗାଣ  ବିଷୟରେ  ଏହି  ଆକାଉଣ୍ଟ   ବିବରଣୀ  ଜାରିହେବା/ପୈଠ  ପ୍ରାପ୍ତିର   ସମୟ   କିମ୍ବା  ଏହାଠାରୁ   ଆଗରୁ   ଜାରି   କରାଯିବ   ।

’ଣ  କ୍ଷୁଦ୍ର  ବ୍ୟବସାୟୀ  ଓ  ନିର୍ମାତା  ପାଇଁ   ଜିଏସଟି  ଅନ୍ତର୍ଗତ   କରର  ପୈଠ   ପାଇଁ   କୌଣସି   ଯୋଜନା   ଅଛି   ?

ହଁ । କମ୍ପୋଜିସନ୍ ଲେଭି  କ୍ଷୁଦ୍ର   କରଦାତାଙ୍କ  ପାଇଁ  ଉଦ୍ଦିଷ୍ଟ  କର  ଲେଭିଲ  ଏକ   ବିକଳ୍ପ   ପଦ୍ଧତି  ଅଟେ   ଯାହାର  ଟର୍ଣ୍ଣଓଭର   ୭୫ ଲକ୍ଷ  ଟଙ୍କା   ପର୍ଯ୍ୟନ୍ତ  (ଜାମ୍ମୁକାଶ୍ମୀର  ଓ  ଉତ୍ତରାଖଣ୍ଡକୁ   ଛାଡି  ସ୍ଵତନ୍ତ୍ର  ଶ୍ରେଣୀର  ରାଜ୍ୟ   ପାଇଁ   ୫୦ ଲକ୍ଷ   ଟଙ୍କା) । ଏହା  ଏକ  ପ୍ରକାର  ଟର୍ଣ୍ଣଓଭର   କର   । ଏହି  ସ୍କିମର  ଉଦ୍ଦେଶ୍ୟ   ହେଉଛି   ସମସ୍ତ  କ୍ଷୁଦ୍ର   କରଦାତାଙ୍କ  ପାଇଁ  ଏକ  ସରଳୀକୃତ   କର  ପୈଠ  ବ୍ୟବସ୍ଥା   କରିବା   ।  ଏହି  ସ୍କିମ  ଇଚ୍ଛାଧୀନ ଓ  ମୁଖ୍ୟତଃ   କ୍ଷୁଦ୍ର   ବ୍ୟବସାୟୀ, ନିର୍ମାତା   ଓ  ରେସ୍ତୋରାଂ  ପାଇଁ  ଉଦ୍ଦିଷ୍ଟ   ।

କମ୍ପୋଜିସନ  ଲେଭି  ବାଛିବା  ପାଇଁ  ଯୋଗ୍ୟତା  ମାନଦଣ୍ଡ  କ’ଣ  ? ସ୍ଵତନ୍ତ୍ର  ଶ୍ରେଣୀବିଭାଗ   ରାଜ୍ୟ  କ’ଣ  ଯେଉଁଥିରେ   ସିଜିଏସଟି   ଏବଂ   ଏସଜିଏସଟି   ଉଦ୍ଦେଶ୍ୟ   ପାଇଁ  କମ୍ପୋଜିସନ ଲେଭି  ନିମନ୍ତେ   ଟର୍ଣ୍ଣଓଭର   ସୀମା  ୫୦ ଲକ୍ଷ  ଟଙ୍କା  ହେବ   ?

କମ୍ପୋଜିସନ  ସ୍କିମ   କ୍ଷୁଦ୍ର   ବ୍ୟବସାୟୀଙ୍କ  ପାଇଁ   ଉପଲବ୍ଧ   ଜିଏସଟିର  ପୈଠ   ନିମନ୍ତେ   ଏକ   ଯୋଜନା   ଅଟେ   ଯାହାର  ପୂର୍ବ  ଆର୍ଥିକ   ବର୍ଷରେ  ମୋଟ   ଟର୍ଣ୍ଣଓଭର   ୭୫ ଲକ୍ଷ ଟଙ୍କାରୁ   ଅଧିକ  ହୋଇନଥିବ   । ୯ ବିଶେଷ   ଶ୍ରେଣୀ  ରାଜ୍ୟରେ   ପୂର୍ବ   ବିତ୍ତୀୟ  ବର୍ଷରେ   କାରବାର  ସୀମା  ୫୦ ଲକ୍ଷ   ଟଙ୍କା  ଅଟେ,  ଅର୍ଥାତ୍ ଅରୁଣାଚଳ   ପ୍ରଦେଶ,  ଆସାମ, ମଣିପୁର , ମେଘାଳୟ, ମିଜୋରାମ, ନାଗାଲାଣ୍ଡ,  ସିକିମ,  ତ୍ରିପୁରା  ଓ  ହିମାଚଳ  ପ୍ରଦେଶ   ଯାହାହେଉନା  କାହିଁକି   ଯଦି  ଆପଣ  ଆଇସକ୍ରିମ , ପାନମସଲା  କିମ୍ବା  ତମାଖୁଜାତ  ଉତ୍ପାଦର  ନିର୍ମାତା   ଅଟନ୍ତି   କିମ୍ବା   ଆପଣ  ରେସ୍ତୋରାଂକୁ   ଛାଡି  ଏକ  ସେବା   ଯୋଗାଣକାରୀ  ଅଟନ୍ତି   ତେବେ   ଆପଣ  କମ୍ପୋଜିସନ  ସ୍କିମ  ପାଇଁ   ଯୋଗ୍ୟ  ହେବେନାହିଁ   ।

କର  ଦେବାକୁ  ଯୋଗ୍ୟ   ବ୍ୟକ୍ତି   ଦ୍ଵାରା  କମ୍ପୋଜିସନ   ସ୍କିମ  ଅନ୍ତର୍ଗତ   କରର  ପୈଠ   କରିବାର  ସୂଚନା   କେଉଁ  ଫର୍ମରେ   ଦେବାକୁ   ହେବ ?

କମ୍ପୋଜିସନ   ସ୍କିମ   ବୈକଳ୍ପିକ  ଅଟେ  ଓ  ଏହାର   ବିକଳ୍ପର   ଲାଭ   ଉଠାଇବାର  ସୂଚନା  ସ୍ଥାନାନ୍ତରଣ   କରୁଥିବା   କରଦେୟ   ବ୍ୟକ୍ତି   ଦ୍ଵାରା  ଜିଏସଟି  ସିଏମ୍ ପି – ୦୧ ରେ   ଇଲେକ୍ଟ୍ରୋନିକ  ରୂପରେ   ଦେବା  ଉଚିତ   । ସେ  ବ୍ୟକ୍ତି   ଯିଏ  ଆଗରୁ   ପଞ୍ଜିକରଣ   କରିଛି  ଓ  ପରେ   କମ୍ପୋଜିସନ   ଲେଭିଲ  ଅନ୍ତର୍ଗତ  ପୈଠ   କରିବାକୁ   ଚାହୁଁଛି   ସେ  ଫର୍ମ  ଜିଏସଟି  ସିଏମ୍ ପି – ୦୨ ରେ   ଇଲେକ୍ଟ୍ରୋନିକ  ରୂପରେ   ସୂଚନା  ଦେଇପାରିବ   ।

କମ୍ପୋଜିସନ   ଲେଭି   ଅନ୍ତର୍ଗତ   ନିର୍ମାତା  ପାଇଁ   କର   ଦର  କ’ଣ  ଅଟେ  ?

ନିର୍ମାତା  ପାଇଁ  କମ୍ପୋଜିସନ  ଦର ୨% (୧% ସିଜିଏସଟି  ଓ ୧%  ଏସଜିଏସଟି) ଅଟେ   ।

’ଣ  ସମସ୍ତ   ନିର୍ମାତା   କମ୍ପୋଜିସନ   ସ୍କିମ   ପାଇଁ   ଯୋଗ୍ୟ  ଅଟନ୍ତି  ?

ନିମ୍ନକୁ   ଛାଡି   ପ୍ରତ୍ୟକ  ନିର୍ମାତା   କମ୍ପୋଜିସନ   ସ୍କିମର  ଲାଭ   ନେବାପାଇଁ   ଯୋଗ୍ୟ  ଅଟନ୍ତି   ।

  1. ଯାହାର  ଗତ   ବିତ୍ତୀୟ  ବର୍ଷରେ   ମୋଟ  ଟର୍ଣ୍ଣଓଭର   ୭୫ ଲକ୍ଷ  ଟଙ୍କାରୁ  ଅଧିକ  ଅଟେ ;
  2. ଯିଏ  ଅଣପଞ୍ଜିକୃତ   ଯୋଗାଣକାରୀରୁ   ସାମଗ୍ରୀ   କିମ୍ବା  ସେବା  କିଣିଛି, ଯେ  ପର୍ଯ୍ୟନ୍ତ  ସେ   ରିଭର୍ସ   ଚାର୍ଜର  ଆଧାର   ଉପରେ  ଏପରି   ସାମଗ୍ରୀ  କିମ୍ବା  ସେବା  ଉପରେ  ଜିଏସଟି   ଦେଇନାହିଁ ;
  3. ଯିଏ  ସାମଗ୍ରୀର   କୌଣସି   ପ୍ରକାର  ଆନ୍ତଃରାଜ୍ୟ   ଆଉଟୱାର୍ଡ   ଯୋଗାଣ  କରିଛି;
  4. ଯିଏ  ଏକ  ଇଲେକ୍ଟ୍ରୋନିକ  କମର୍ସ  ଅପରେଟର   ମାଧ୍ୟମରେ   ସାମଗ୍ରୀ   ଯୋଗାଣ   କରୁଛି ;
  5. ଯିଏ  ନିମ୍ନଲିଖିତ   ବସ୍ତୁ  ନିର୍ମାଣ   କରୁଛି   ।

ତାରିଫ  ହେଡ୍

ବିବରଣୀ

୨୧୦୫୦୦୦୦

ଆଇସକ୍ରିମ ଓ  ଅନ୍ୟାନ୍ୟ  ଖାଇବା  ବରଫ, କୋକୋ   ଥାଉବା   ନଥାଉ

୨୧୦୬୯୦୨୦

ପାନମସଲା

୨୪

ତମାଖୁ  ଓ  ତମାଖୁର   ବିଭିନ୍ନ  ବିକଳ୍ପ

କମ୍ପୋଜିସନ   ସ୍କିମ  ଅନ୍ତର୍ଗତ   ଜଣେ  ନିର୍ମାତାକୁ  ନିଜର  ଯୋଗାଣର  ବିଲ୍ କିପରି   କରିବାକୁ  ହେବ ? କ’ଣ   ଜଣେ   ପଞ୍ଜିକୃତ   ବ୍ୟକ୍ତି  ଯିଏ  କମ୍ପୋଜିସନ   ନିର୍ମାତାଙ୍କ   ଠାରୁ  ସାମଗ୍ରୀ   କିଣୁଛି, ଇନପୁଟ   ଟ୍ୟାକ୍ସ   କ୍ରେଡିଟ   ନେଇପାରିବ କି  ?

ଜଣେ   ନିର୍ମାତା   ଯିଏ   କମ୍ପୋଜିସନ   ସ୍କିମା   ଅନ୍ତର୍ଗତ   କର  ପୈଠ   କରିବାକୁ   ଚାହୁଁଛି  ସିଏ   ନିଜର   କ୍ରେତାକୁ  କର  ଇନଭଏସ୍  ଜାରି  କରିପାରିବ  ନାହିଁ   । ସେ  ଏକ   ବିଲ୍  ଅଫ୍ ଅପ୍  ସପ୍ଲାଇ  ଜାରି   କରିବ  । ସେ  ନିଜର  କୌଣସି   ଯୋଗାଣ   ଉପରେ   କର  ସଂଗ୍ରହ   କରିପାରିବନାହିଁ   । ତାକୁ   କେବଳ   ଯୋଗାଣ   ମୂଲ୍ୟ  ହିଁ   ଦର୍ଶାଇବାକୁ   ପଡିବ   । ପରିମାଣ   ସ୍ୱରୂପ   ଜଣେ   କମ୍ପୋଜିସନ   ନିର୍ମାତାଙ୍କ  ଠାରୁ   ସାମଗ୍ରୀ   କିଣୁଥିବା   କ୍ରେତା   ପଞ୍ଜିକୃତ   ବ୍ୟକ୍ତି   ଇନପୁଟ   ଟ୍ୟାକ୍ସ   କ୍ରେଡିଟ   ନେଇପାରିବନାହିଁ   ।

କମ୍ପୋଜିସନ   ସ୍କିମ   ଅନ୍ତର୍ଗତ   ଜଣେ  ନିର୍ମାତା   ଯିଏ   ଏକ   ଅଣପଞ୍ଜିକୃତ   ବ୍ୟକ୍ତିଙ୍କ   ଠାରୁ   ଇନପୁଟ   କିମ୍ବା   ଇନପୁଟ   ସେବା   ପାଉଛି, କିପରି  ସେ   ଜିଏସଟି   ପୈଠ   କରିବ ? ଯଦି  କ୍ରୟ  କୌଣସି  କମ୍ପୋଜିସନର  ଲାଭ  ଉଠାଉଥିବା   ବ୍ୟକ୍ତିଙ୍କ   ଠାରୁ   କରାଯାଉଛି   ତେବେ  କରର  ଦର  କ’ଣ   ହେବ  ?

ଏପରି   ନିର୍ମାତାକୁ  ପ୍ରାପ୍ତ  ଇନପୁଟ  ଓ  ଇନପୁଟ  ସେବା  ଉପରେ  ସାମାନ୍ୟ   ଦର  ଉପରେ  ରିଭର୍ସ  ଚାର୍ଜ  ଅନ୍ତର୍ଗତ   ଜିଏଆସ୍ତି   କର  ପୈଠ  କରିବାକୁ   ହେବ, କମ୍ପୋଜିସନ  ଦର  ଉପରେ  ନୁହେଁ  । କମ୍ପୋଜିସନ  ସ୍କିମ   ଅଧୀନରେ   ଜଣେ  ବ୍ୟକ୍ତିଙ୍କ  ଠାରୁ   କ୍ରୟ   ଜଣେ  ପଞ୍ଜିକୃତ  ବ୍ୟକ୍ତିଙ୍କ   ଠାରୁ  କ୍ରୟ   ଅଟେ  ଏବଂ   ତେଣୁ   ସିଜିଏସଟି  ଅଧିନିୟମ, ୨୦୧୭ର  ଧାରା  ୯(୪)  ଅଧୀନରେ   ରିଭର୍ସ  ଚାର୍ଜ  ଅନ୍ତର୍ଗତ  କର  ଲାଗିବ   ନାହିଁ   । ପୁରୁଣା  ଆଇନରୁ  କମ୍ପୋଜିସନ   ଆଇନକୁ   ସ୍ଥାନାନ୍ତରିତ  କୌଣସି   ବ୍ୟକ୍ତି   ଯାହା  ପାଖରେ   ଅଣପଞ୍ଜିକୃତ   ବ୍ୟକ୍ତିଙ୍କ  ଠାରୁ   କିଣାଯାଇଥିବା   ସାମଗ୍ରୀର  ଷ୍ଟକ   ଅଛି  ତାଙ୍କୁ   ଏପରି   ମାଲ୍  ଉପରେ   କର  ପୈଠ   କରିବା  ଆବଶ୍ୟକ   ।

କମ୍ପୋଜିସନ  ଲେଭିର  ପ୍ରଭାବୀ   ତାରିଖ   କ’ଣ   ଅଟେ   ?

ନିମ୍ନରେ   ଦର୍ଶାଯାଇଥିବା  ଅନୁଯାୟୀ   ପ୍ରଭାବୀ   ତାରିଖର   ତିନିଟି   ସ୍ଥିତି   ହୋଇପାରେ  ।

ପରିସ୍ଥିତି

କମ୍ପୋଜିସନ  ଲେଭିର  ପ୍ରଭାବୀ   ତାରିଖ

ଯେଉଁ  ବ୍ୟକ୍ତିକୁ  ଅସ୍ଥାୟୀ   ପଞ୍ଜୀକରଣ  ପ୍ରଦାନ   କରାଯାଇଛି  ଓ  ଯିଏ  କମ୍ପୋଜିସନ   ଲେଭିର   ବିକଳ୍ପ   ବାଛିଚି  (ନିୟମ  ୧(୩) ଅନ୍ତର୍ଗତ   ଫର୍ମ   ଜିଏସଟି  ସିଏମ୍ ପି – ୦୧ ରେ  ସୂଚନା  ଦାଖଲ  କରାଯାଇଛି )  ।

୧ ଜୁଲାଇ, ୨୦୧୭

ନୂତନ  ପଞ୍ଜୀକରଣ  ପାଇଁ  ଆବେଦନ   କରିବା   ସମୟ   ସେହି  ପଞ୍ଜୀକରଣ   ଆବେଦନରେ   କମ୍ପୋଜିସନ   ଲେଭିର  ବିକଳ୍ପ  ପସନ୍ଦ  କରୁଥିବା   ବ୍ୟକ୍ତି   ପାଇଁ  (ଫର୍ମ ୩(୨) ଅନ୍ତର୍ଗତ  ଫର୍ମ   ଜିଏସଟି   ଆରଇଜି-୧ ରେ   ସୂଚନା  ଦାଖଲ   କରାଯାଇଛି ) ।

ପଞ୍ଜୀକରଣର  ପ୍ରଭାବୀ  ତାରିଖ : ସୂଚନା  ପଞ୍ଜୀକରଣର  ସ୍ଵୀକୃତି  ପରେ  ହିଁ  ବିଚାର  କରାଯିବ  ଓ  କମ୍ପୋଜିସନ   ସ୍କିମର  ଅନ୍ତର୍ଗତ  କର  ପୈଠ  କରିବାର  ବିକଳ୍ପ   ପଞ୍ଜୀକରଣ  ପ୍ରଭାବୀ  ତାରିଖରୁ  ଲାଗୁ  ହେବ  ।

ପଞ୍ଜୀକରଣ  ପ୍ରାପ୍ତ  କରିବା   ପରେ  କମ୍ପୋଜିସନ   ସ୍କିମର   ବିକଳ୍ପ  ବାଛିବା  ବ୍ୟକ୍ତି   ପାଇଁ  ନିୟମ  ୩(୩) ଅନ୍ତର୍ଗତ  ଫର୍ମ  ୩ ଜିଏସଟି  ସିଏମ୍ ପି -୦୨ ରେ  ସୂଚନା  ଦାଖଲ   କରାଯାଇଛି   ।)

ପରବର୍ତ୍ତୀ   ବିତ୍ତୀୟ   ବର୍ଷର  ପ୍ରାରମ୍ଭ    ।

’ଣ  କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  କର  ପୈଠ   କରିଥିବା  କୌଣସି  ବ୍ୟକ୍ତି   ରପ୍ତାନି  କିମ୍ବା   ଏସ୍ଇଜେଡ୍ କୁ   ମାଲ  ଯୋଗାଣ   କରିପାରିବ  ?

ନା, କାରଣ  ରପ୍ତାନି  ଓ  ଘରୋଇ  ତାରିଫ  କ୍ଷେତ୍ରରୁ  ଏସ୍ଇଜେଡ୍ କୁ   ଯୋଗାଣକୁ   ଅନ୍ତରାଜ୍ୟ  ଯୋଗାଣ  ବୋଲି  ବିଚାର   କରାଯାଏ   । କମ୍ପୋଜିସନ  ସ୍କିମ   ଅନ୍ତର୍ଗତ  କର  ଦେଉଥିବା  ବ୍ୟକ୍ତି  ଅନ୍ତରାଜ୍ୟ   ସାମଗ୍ରୀର  ଯୋଗାଣ   କରିପାରିବନାହିଁ   ।

’ଣ  କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  ଜଣେ   ନିର୍ମାତା  ଅନ୍ୟ  ନିର୍ମାତା   ପାଇଁ   ଜବ୍ ୱାର୍କ   କରିପାରିବ   ?

ଜବ୍ ୱାର୍କ  ସେବାର  ଏକ  ଯୋଗାଣ  ଅଟେ  ଓ  କମ୍ପୋଜିସନ   ସ୍କିମ   ପାଇଁ  ଯୋଗ୍ୟ   ନୁହେଁ   । ଯେକୌଣସି   ନିର୍ମାତା   କିମ୍ବା  ପ୍ରୋସେସର   ଯିଏ   ଅନ୍ୟଙ୍କ   ପାଇଁ   ଜବ୍ ୱାର୍କ  କରିବାକୁ   ଇଚ୍ଛା  କରୁଛି   କମ୍ପୋଜିସନ   ସ୍କିମ   ପାଇଁ   ସେ  ଯୋଗ୍ୟ  ନୁହେଁ    ।

’ଣ  କମ୍ପୋଜିସନ  ସ୍କିମ   ଅନ୍ତର୍ଗତ   ପଞ୍ଜିକୃତ   ବ୍ୟକ୍ତିଙ୍କୁ   ପ୍ରତ୍ୟକ   ମାସରେ   କର  ପୈଠ   କରିବାକୁ  ହେବ   ?

ନା, ପଞ୍ଜିକୃତ   ବ୍ୟକ୍ତି   ପ୍ରତି  ମାସରେ  କର  ପୈଠ  କରିବ  ନାହିଁ   । ସେ   ତ୍ରୟମାସିକ   ଆଧାର  ଉପରେ  ରିଟର୍ଣ୍ଣ   ପୂରଣ   କରିବ  ଓ  କାଡ଼ର  ପୈଠ   କରିବ ;  ଅର୍ଥାତ୍  ବିତ୍ତୀୟ   ବର୍ଷର   ପ୍ରତ୍ୟକ  ତିନି  ମାସ   ପାଇଁ   । ତା’ପାଇଁ କରର  ପୈଠ  କରିବାର   ନିର୍ଦ୍ଧିଷ୍ଟ   ତାରିଖ   ଏପରି   ତିନିମାସ   ଶେଷ   ମାସର  ୧୮ ତାରିଖ   ହେବ   ।

କମ୍ପୋଜିସନ   ସ୍କିମ   ଅନ୍ତର୍ଗତ   ଜଣେ   ନିର୍ମାତାକୁ  କେଉଁ  ଆକାଉଣ୍ଟ  ରଖିବାକୁ  ହେବ ?

ଆକାଉଣ୍ଟ ଓ  ରେକର୍ଡସର  ନିୟମ  ରଖିବାକୁ   ଥିବା  ଆକାଉଣ୍ଟର  ବିସ୍ତୃତ  ବିବରଣୀ  ଅଟେ   । କୌଣସି  କ୍ଷୁଦ୍ର   ନିର୍ମାତା   ଦ୍ଵାରା   ତାକୁ  ସାମାନ୍ୟ  ବ୍ୟବସାୟ  ପାଇଁ  ରଖାଯାଇଛି   । ଆକାଉଣ୍ଟରେ  ରହିବାକୁ  ଥିବା  ବିବରଣୀରେ  ସାମିଲ  ହେଉଥିବା   ଯୋଗାଣ  କରାଯାଇଥିବା   ସାମଗ୍ରୀର  ମାତ୍ରା  ରିଭର୍ସ  ଚାର୍ଜ  ଲାଗୁଥିବା   ଇନବଣ୍ଡ  ଯୋଗାଣ, ଇନଭଏସ, ପ୍ରଦାନ  ଚାଲାଣ , କ୍ରେଡିଟ  ନୋଟ,  ଡେବିଟ ନୋଟ,  ରସିଦ୍  ଭାଉଚର, ପୈଠ   ଭାଉଚର,  ଫେରସ୍ତ   ଭାଉଚର  ଇତ୍ୟାଦି  ।

’ଣ   କମ୍ପୋଜିସନ  ସ୍କିମ  ଅନ୍ତର୍ଗତ   ଜଣେ   ନିର୍ମାତାକୁ   ପ୍ରାପ୍ତ  ହେଉଥିବା   ପ୍ରତ୍ୟକ   ଯୋଗାଣର  ଆକାଉଣ୍ଟ   ରଖିବା  ଆବଶ୍ୟକ   ଅଟେ  ?

ନା, କମ୍ପୋଜିସନ  ସ୍କିମରେ  କୌଣସି   ନିର୍ମାତା   ପାଇଁ   ପ୍ରାପ୍ତ ଓ  ଯୋଗାଣ   କରାଯାଇଥିବା   ସାମଗ୍ରୀ, ଅର୍ଦ୍ଧନିର୍ମିତ   ସାମଗ୍ରୀ, ହଜିଯାଇଥିବା ,ନଷ୍ଟ  ହୋଇଥିବା   ସାମଗ୍ରୀ   ଆଦିର  ବିସ୍ତୃତ  ଆକାଉଣ୍ଟକୁ   ପ୍ରସ୍ତୁତ   କରି   ରଖିବାର  ଆବଶ୍ୟକତା   ନାହିଁ   । ଏପରି  ବ୍ୟକ୍ତି   ସାମଗ୍ରୀର  ଉତ୍ପାଦନ   କିମ୍ବା  ନିର୍ମାଣ, ସାମଗ୍ରୀର   ବାହାର  ଓ  ଭିତର   ଯୋଗାଣ,  ସାମଗ୍ରୀର  ଷ୍ଟକ୍, ଦେୟ ଓ  ପୈଠ   କରାଯାଇଥିବା   କରର  ଠିକ୍  ଆକାଉଣ୍ଟ   ରଖିବେ   ।

’ଣ  କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  ଏକ  ନିର୍ମାତାକୁ  ଇନପୁଟ   ଟ୍ୟାକ୍ସ   କ୍ରେଡିତର  ଆକାଉଣ୍ଟ  ରଖିବାର  ଆବଶ୍ୟକତା ଅଛି ?

କମ୍ପୋଜିସନ  ସ୍କିମ  ଅନ୍ତର୍ଗତ   ଜଣେ  ନିର୍ମାତାକୁ  ଇନପୁଟ  କର, ଇନପୁଟ  ଟ୍ୟାକ୍ସ   କ୍ରେଡିଟ   ଆଦିର   ଆକାଉଣ୍ଟ   ରଖିବାର  ଆବଶ୍ୟକତା  ନାହିଁ   । କାରଣ   ତାଙ୍କୁ  ଇନପୁଟ   ଟ୍ୟାକ୍ସ   କ୍ରେଡିଟର  ଲାଭ   ଉଠାଇବାର   ଅନୁମତି   ଦିଆଯାଇଛି  କିମ୍ବା   ନା  ସେ  କର  ଇନଭଏସ   ଜାରି   କରିପାରିବେ; ଯାହା  ଉପରେ   କ୍ରେତା   ଇନପୁଟ   ଟ୍ୟାକ୍ସ   କ୍ରେଡିଟର  ଲାଭ   ଉଠାଇଆରିବେ   ।

’ଣ  କମ୍ପୋଜିସନ  ସ୍କିମ  ଅନ୍ତର୍ଗତ   ନିର୍ମାତା   ନିଜର   ଆକାଉଣ୍ଟକୁ  ମାନୁଆଲ  ରୂପରେ  ରଖିପାରିବେ  ଓ  କ’ଣ  ସେ  ନିଜର  ଯୋଗାଣକୁ  ଇନଭଏସ  ମାନୁଆଲ   ରୂପରେ   ଜାରି  କରିପାରିବେ  ?

ହଁ, କମ୍ପୋଜିସନ  ସ୍କିମ   ଅନ୍ତର୍ଗତ   ଜଣେ  ନିର୍ମାତା  ନିଜର   ଆକାଉଣ୍ଟକୁ   କ୍ରମାଙ୍କିତ  ସଂଖ୍ୟାରେ  ରଖିପାରିବେ  ଓ  ଏହି  ସଂକ୍ରାନ୍ତରେ  ଦିଆଯାଇଥିବା  ସର୍ତ୍ତ  ଅନୁଯାୟୀ   ମାନୁଆଲ   ରୂପରେ   ଯୋଗାଣ   ଇନଭଏସ   ଜାରି   କରିପାରିବେ   ।

’ଣ  କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  ଜଣେ   ପଞ୍ଜୀକୃତ  ବ୍ୟକ୍ତିଙ୍କୁ   କୌଣସି  ଉନପୁଟ  କ୍ରୟ  ଓ  ଆଉଟପୁଟ  ଯୋଗାଣର  ଏଚ୍ଏସ୍ଏନ୍  କୋଡ୍ ଜାଣିବାର  ଆବଶ୍ୟକତା   ରହିଛି ?

ନା, କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  ଜଣେ  ପଞ୍ଜୀକୃତ  ବ୍ୟକ୍ତିଙ୍କୁ  ନିଜର   ଯୋଗାଣ,  ଇନଭଏସ   କିମ୍ବା  ରିଟର୍ଣ୍ଣରେ  ଉତ୍ପାଦର   ଏଚ୍ଏସ୍ଏନ୍  କୋଡ୍ କୁ   ଉଲ୍ଲେଖ  କରିବାର  ଆବଶ୍ୟକତା  ନାହିଁ   ।

କମ୍ପୋଜିସନ  ସ୍କିମ  ଅନ୍ତର୍ଗତ  ଜଣେ  ପଞ୍ଜୀକୃତ   ବ୍ୟକ୍ତିଙ୍କୁ  କ’ଣ   ରିଟର୍ଣ୍ଣ  ଜମା  କରିବାକୁ   ହେବ  ଓ  କେତେ  ଅନ୍ତରାଳ  ପରେ   ?

ଜିଏସଟିର   କମ୍ପୋଜିସନ  ସ୍କିମ  ଅଧୀନରେ   ଜଣେ   ପଞ୍ଜୀକୃତ   ବ୍ୟକ୍ତିଙ୍କୁ  ତିନିମାସ   ପରେ  ମାସର  ୧୧ ଓ ୧୮  ଦିନ   ମଧ୍ୟରେ  ତ୍ରୟମାସିକ   ରିଟର୍ଣ୍ଣ   ପ୍ରସ୍ତୁତ   କରିବା  ଜରୁରୀ  ଅଟେ ; ଯାହାକୁ  ଜିଏସଟିଆର- ୪ କୁହାଯାଏ   ।

ପଞ୍ଜିକୃତ   ବ୍ୟକ୍ତିଙ୍କ   ଦ୍ଵାରା  କମ୍ପୋଜିସନ   ସ୍କିମ   ଅନ୍ତର୍ଗତ   ଦାଖଲ  ହେବାକୁ   ଥିବା   ରିଟର୍ଣ୍ଣରେ   କେଉଁ   ବିବରଣୀ  ପ୍ରସ୍ତୁତ  କରିବା   ଆବଶ୍ୟକ ?

ରିଟର୍ଣ୍ଣକୁ   ପୂରଣ  କରିବା   ପାଇଁ  ଜରୁରୀ  ବିବରଣୀ  ନିମନ୍ତେ  ଜିଏସଟିଆର – ୪କୁ  ଦେଖାଯାଇପାରେ   । ଏହା   ବହୁତ  ସରଳ  ରିଟର୍ଣ୍ଣ   ଅଟେ   । ଯେଉଁଥିରେ   ବାହାର  ଯୋଗାଣ, ଆମଦାନୀ   ସେବା   କିମ୍ବା  ରିଭର୍ସ   ଚାର୍ଜ   ଅନ୍ତର୍ଗତ  ଆସୁଥିବା   ଅନ୍ୟ   ଯୋଗାଣ  ଓ  ବାହାର  ଯୋଗାଣ   ଯାହାକୁ   ନିଜେ   ପୂରଣ   କରାଯିବ  (ଅଟୋ  ପପୁଲେଟେଡ୍) ର   ଏକତ୍ରିତ   ବିବରଣୀ  ସାମିଲ   ଅଟେ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦ ଓ ସୀମାଯୁକ୍ତ ବୋର୍ଡ ଓ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

2.86486486486
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top