ହୋମ / ସମାଜ କଲ୍ୟାଣ / ଆର୍ଥିକ ସମ୍ପୃକ୍ତି / ଜିଏସଟି ଉପର ବାରମ୍ବାର ଉଠୁଥିବା ପ୍ରଶ୍ନ / ଜିଏସ୍ ଟି : ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ଏଫ୍ ଏକ୍ୟୁଏସ୍) ଇ - କମର୍ସ
ସେଆର କରନ୍ତୁ

ଜିଏସ୍ ଟି : ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ଏଫ୍ ଏକ୍ୟୁଏସ୍) ଇ - କମର୍ସ

ଜିଏସ୍ ଟି : ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ଏଫ୍ ଏକ୍ୟୁଏସ୍) ଇ - କମର୍ସ ର ସୂଚନା

ଇଲେକ୍ଟ୍ରୋନିକ  କମର୍ସ  କଣ ?

ଇଲେକ୍ଟ୍ରୋନିକ  କମର୍ସକୁ  ସାମଗ୍ରୀ  ଓ  ସେବା କର  ଅଧିନିୟମ, ୨୦୧୭ (ସଂକ୍ଷେପରେ  ସିଜିଏସ୍ ଟି   ଅଧିନିୟମ, ୨୦୧୭) ର  ଧାରା  ୨(୪୪) ରେ  ପରିଭାଷିତ  କରାଯାଇଛି  । ଯାହାର  ଅର୍ଥ   ଡିଜିଟାଲ  କିମ୍ବା  ଇଲେକ୍ଟ୍ରୋନିକ  ନେଟୱାର୍କ   ଉପରେ   ଡିଜିଟାଲ  ଉତ୍ପାଦ  ସହିତ  ସାମଗ୍ରୀ  ଅଥବା  ସେବା   ଅଥବା  ଉଭୟର  ଯୋଗାଣରୁ  ହୁଏ   ।

ଇ – କମର୍ସ ଅପରେଟର  କିଏ  ଅଟେ ?

ଇଲେକ୍ଟ୍ରୋନିକ  କମର୍ସ  ଅପରେଟରକୁ  ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୨(୪୫)ରେ  ପରିଭାଷିତ  କରାଯାଇଛି  ଯାହାର  ଅନ୍ତର୍ଗତ  ଏପରି  ବ୍ୟକ୍ତି  ଆସନ୍ତି  ଯିଏ  ଇଲେକ୍ଟ୍ରୋନିକ  କମର୍ସ  ପାଇଁ  ଡିଜିଟାଲ  କିମ୍ବା  ଇଲେକ୍ଟ୍ରୋନିକ  ସୁବିଧା  କିମ୍ବା  ପ୍ଲାଟଫର୍ମର  ମାଲିକାନା , ସଞ୍ଚାଳନ  କିମ୍ବା   ପ୍ରବନ୍ଧନ  କରନ୍ତି   ।

’ଣ ଇ – କମର୍ସ  ଅପରେଟରଙ୍କ  ପାଇଁ  ପଞ୍ଜୀକରଣ  ପ୍ରାପ୍ତ  କରିବା  ବାଧ୍ୟତାମୂଳକ  ଅଟେ  ?

ହଁ । ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୨୪(୧୦) ର  ଅନୁଯାୟୀ  ଇ – କମର୍ସ  ଅପରେଟର  ପାଇଁ  ସୀମା  ଛାଡର ଲାଭ  ଉପଲବ୍ଧ   ନୁହେଁ  ଓ ସେ  ଏହାଦ୍ଵାରା  କରାଯାଇଥିବା  ଯୋଗାଣର   ମୂଲ୍ୟ  ଯାହା  ହେଉନା  କାହିଁକି  ପଞ୍ଜୀକୃତ   ହେବାପାଇଁ   ଉତ୍ତରଦାୟୀ   ଅଟେ   ।

’ଣ   ଇ – କମର୍ସ  ଅପରେଟର  ମାଧ୍ୟମରେ  ସାମଗ୍ରୀ  କିମ୍ବା  ସେବା  ପ୍ରଦାନ  କରିଥିବା   ବ୍ୟକ୍ତି   ସୀମାଛାଡର  ହକଦାର  ହେବ ?

ନା । ସିଜିଏସ୍ ଟି  ଅଧିନିୟମ, ୨୦୧୭ର ଧାରା  ୨୪(୯) ଅନୁଯାୟୀ  ଏପରି  ବ୍ୟକ୍ତି  ପାଇଁ  ସୀମାଛାଡ   ଉପଲବ୍ଧ  ହୁଏନାହିଁ ଓ  ସେ  ତା’ଦ୍ଵାରା  କରାଯାଇଥିବା  ଯୋଗାଣର  ମୂଲ୍ୟ  ଯାହାହେଉନା  କାହିଁକି  ପଞ୍ଜୀକୃତ  ହେବାପାଇଁ  ଉତ୍ତରଦାୟୀ  ହେବ  । ଯାହାହେଉନା  କାହିଁକି  ଏହି  ଆବଶ୍ୟକତା  କେବଳ  ସେତେବେଳେ  ହିଁ  ଲାଗୁହୁଏ   ଯେବେ   ଯୋଗାଣ  ଏପରି  ଇଲେକ୍ଟ୍ରୋନିକ  ଅପରେଟର   ମାଧ୍ୟମରେ   ଯାଏ  । ଯାହାକୁ  ସିଜିଏସ୍ ଟି  ଅଧିନିୟମ , ୨୦୧୭ର  ଧାରା  ୫୨ର  ଅନ୍ତର୍ଗତ  ଉତ୍ସ  ଉପରେ  କର  ଏକତ୍ର  କରିବାର  ଅଛି   । କିନ୍ତୁ, ସିଜିଏସ୍ ଟି  ଅଧିନିୟମ , ୨୦୧୭ର  ଧାରା  ୯(୫) ଅନୁଯାୟୀ  ଜାରି  ଅଧିସୂଚନା   ଅନ୍ତର୍ଗତ  ଯେଉଁଠାରେ  ଇ – କମର୍ସ  ଅପରେଟର  ଯୋଗାଣକାରୀ  ତରଫରୁ  କରର  ପୈଠ କରିବା  ପାଇଁ   ଉତ୍ତରଦାୟୀ   ଅଟନ୍ତି  । ଏପରି   ସେବାର   ଯୋଗାଣକାରୀ  ସୀମାଛାଡ   ପାଇଁ  ହକଦାର  ଅଟନ୍ତି   ।

’ଣ  ବାସ୍ତବିକ  ଯୋଗାଣକାରୀଙ୍କ  ପରିବର୍ତ୍ତେ  ଇ – କମର୍ସ  ଅପରେଟର ଏହାର  ମାଧ୍ୟମରୁ  କରାଯାଇଥିବା   ସାମଗ୍ରୀ  କିମ୍ବା  ସେବାର   ଯୋଗାଣ   ସଂକ୍ରାନ୍ତରେ  କରର  ପୈଠ  କରିବା  ପାଇଁ   ଉତ୍ତରଦାୟୀ   ହେବେ  ?

ହଁ । କିନ୍ତୁ  କେବଳ  ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୯(୫) ଅଧୀନରେ   ସୂଚିତ  ହେବା  କ୍ଷେତ୍ରରେ   । ଏପରି  ବିଷୟରେ   ସେବାର   ଯୋଗାଣ  ଇଲେକ୍ଟ୍ରୋନିକ   କମର୍ସ  ଅପରେଟର   ଦ୍ଵାରା  କରାଯାଇଥାଏ   ଯଦି  ଟ୍ୟାକ୍ସର  ପୈଠ  ଏହାଦ୍ଵାରା  କରାଯିବ ଓ  ଇଲେକ୍ଟ୍ରୋନିକ   କମର୍ସ  ଅପରେଟର   ଉପରେ  ଅଧିନିୟମ  ସମସ୍ତ  ପ୍ରାବଧାନ  ଏପରି  ଲାଗୁହେବ  ଯେପରିକି  ସେ  ଏପରି  ସଂକ୍ରାନ୍ତରେ   କରର   ପୈଠ  କରିବା  ପାଇଁ  ଉତ୍ତରଦାୟୀ  ଯୋଗାଣକାରୀ  ଅଟେ  । ଆନ୍ତଃରାଜ୍ୟ  ଯୋଗାଣ  ପାଇଁ  ମଧ୍ୟ  ଏପରି   ପ୍ରକାରର  ଆଇଜିଏସ୍ ଟି   ଅଧିନିୟମ, ୨୦୧୭ ର  ଧାରା ୫(୫)ରେ  ଉଲ୍ଲେଖିତ   ଅଛି   । (ଅଧିସୂଚନା   ସଂଖ୍ୟା  ୧୭/୨୦୧୭ – କେନ୍ଦ୍ରୀୟ  କର  (ଦର) ଓ ୧୪/୨୦୧୭ – ଏକୀକୃତ  କର (ଦର) ତା.୨୮.୦୬.୨୦୧୭)

’ଣ  ଅଧିସୂଚିତ ସେବା   ଉପରେ   କର  ପୈଠ   କରିବାର  ଉତ୍ତରଦାୟୀ  ଇଲେକ୍ଟ୍ରୋନିକ  କମର୍ସ  ଅପରେଟରଙ୍କୁ   ସୀମା  ଛାଡ  ପରାଟ   ହେବ   ?

ନା । ସେହି  ଇ – କମର୍ସ   ଅପରେଟରଙ୍କ   ପାଇଁ   ସୀମା  ଛାଡ  ଉପଲବ୍ଧ  ହେବନାହିଁ   । ଯାହାକୁ   ତାଙ୍କର  ମାଧ୍ୟମରୁ  ଯୋଗାଣ  କରାଯାଇଥିବା   ଅଧିସୂଚିତ   ସେବା  ଉପରେ  କରର  ପୈଠ  କରିବା   ପାଇଁ  ଉତ୍ତରଦାୟୀ   ଭାବେ  ତିଆରି  କରାଯାଇଛି   ।

ମୂଳ ଉତ୍ସରୁ  କର  ସଂଗ୍ରହ   କ’ଣ  (ଟିସିଏସ୍) ?

ଇ – କମର୍ସ  ଅପରେଟରଙ୍କୁ   ସେହି  ମାଧ୍ୟମରୁ  କରାଯାଇଥିବା  କରଯୋଗ୍ୟ  ଯୋଗାଣର   ମୋଟ  ମୂଲ୍ୟ   ଉପରେ ୧ ପ୍ରତିଶତ  ର  ଦରରୁ  କର  ଏକତ୍ର   କରିବା  ଆବଶ୍ୟକ  ଅଟେ   । ଯେଉଁଠାରେ  ଏପରି   ଯୋଗାଣର  ପ୍ରତିଫଳ   ଏହି ଅପରେଟର  ଦ୍ଵାରା  ଏକତ୍ର   କରିବା  ଆବଶ୍ୟକ   । ଏପରି  ଏକତ୍ର   କରାଯାଇଥିବା   ରାଶିକୁ   ଉତ୍ସରୁ   କର  ସଂଗ୍ରହ   କୁହାଯାଇଥାଏ   । (ସିଜିଏସ୍ ଟି   ଅଧିନିୟମ, ୨୦୧୭ର  ଧାରା ୫୨(୧) ଦେଖନ୍ତୁ   ।)

ଏହା  ଅତି  ସାଧାରଣ  ଯେ ଇ – କମର୍ସ   କମ୍ପାନୀର   ଗ୍ରାହକମାନେ  ସାମଗ୍ରୀ  ଫେରାନ୍ତି   । କିପରି  ଏହି  ଫେରସ୍ତକୁ  ସମାଯୋଜିତ  କରାଯାଉଛି ?

ଗୋଟିଏ  ଇ – କମର୍ସ   କମ୍ପାନୀକୁ   କେବଳ  କରଯୋଗ୍ୟ   ଯୋଗାଣର  ମୋଟ   ମୂଲ୍ୟ  ଉପରେ  କର  ଏକତ୍ରିତ   କରିବାର  ଅଛି   । ଅର୍ଥାତ୍ , ଯେଉଁ   ଯୋଗାଣ  ଫେରସ୍ତ  ଆସିଥାଏ  ତା’କୁ   କରଯୋଗ୍ୟ  ଯୋଗାଣର ମୋଟ   ମୂଲ୍ୟରେ  ସମଯୋଜିତ   କରିବା  ଆବଶ୍ୟକ  ।  (ସିଜିଏସ୍ ଟି   ଅଧିନିୟମ, ୨୦୧୭ର  ଧାରା ୫୨(୧)ର  ସ୍ପଷ୍ଟିକରଣ  ଦେଖନ୍ତୁ  ।)

“କରଯୋଗ୍ୟ  ଯୋଗାଣର  ନିଟ୍  ମୂଲ୍ୟ ” କହିଲେ  କ’ଣ  ବୁଝାଏ  ?

“ କରଯୋଗ୍ୟ  ଯୋଗାଣର  ନିଟ୍ ମୂଲ୍ୟ ” ଅର୍ଥାତ୍ କୌଣସି  ମାସର   ଅବସରରେ  ଏହି  ପ୍ରକାରର  ଅପରେଟର  ମାଧ୍ୟମରେ  ସମସ୍ତ  ପଞ୍ଜୀକୃତ   ବ୍ୟକ୍ତିଙ୍କ   ଦ୍ଵାରା  କରାଯାଇଥିବା  ସାମଗ୍ରୀ   କିମ୍ବା  ସେବା  କିମ୍ବା  ଉଭୟର   କରଯୋଗ୍ୟ  ଯୋଗାଣ (ଏପରି  ସେବା  ଛଡା  ଯାହା  ଉପରେ  ସମ୍ପୂର୍ଣ୍ଣ   କରର  ପୈଠ  ଇ – କମର୍ସ  ଅପରେଟରଙ୍କୁ  କରିବାର  ଅଛି )ର  ସଂକଳିତ  ମୂଲ୍ୟ  ଯେଉଁଥିରେ   ଉକ୍ତ  ମାସ   ମଧ୍ୟରେ   ଯୋଗାଣକାରୀଙ୍କୁ  ଫେରସ୍ତ   କରାଯାଇଥିବା  କରଯୋଗ୍ୟ   ଯୋଗାଣର  ସଂକଳିତ   ମୂଲ୍ୟ  କମ୍  କରି   ଦିଆଯାଇଛି   । (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୫୨ (୧) ରେ  ସ୍ପଷ୍ଟୀକରଣ  ଦେଖନ୍ତୁ )  ।

’ଣ  ପ୍ରକୃତ  ଯୋଗାଣକାରୀଙ୍କ   ତରଫରୁ  ପ୍ରତ୍ୟକ  ଇ – କମର୍ସ   ଅପରେଟର  କର  ସଂଗ୍ରହ  ଆବଶ୍ୟକ ?

ହଁ, ଏପରି  ପ୍ରତ୍ୟକ  ଇ – କମର୍ସ   ଅପରେଟର  (ଏପରି  ଅପରେଟରଙ୍କ  ଛଡା  ଯାହାକୁ   ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୯(୫) ଅନୁଯାୟୀ   କରପୈଠ  କରିଥାଏ )କୁ  କର  ସଂଗ୍ରହ  କରିବା  ଆବଶ୍ୟକ  ଅଟେ   । ଯେଉଁଠାରେ   କରଯୋଗ୍ୟ   ଯୋଗାଣରୁ   ସମ୍ବନ୍ଧିତ   ପ୍ରତିଫଳ   ଏପରି  ଇ – କମର୍ସ  ଅପରେଟର  ଦ୍ଵାରା  ସଂଗ୍ରହ  କରାଯାଇଥାଏ   । (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ୫୨(୧) ଦେଖନ୍ତୁ )  ।

କେଉଁ  ସମୟରେ  ଇ – କମର୍ସ   ଅପରେଟର   ଏପରି  କର  ସଂଗ୍ରହ  କରିବା  ଆବଶ୍ୟକ ?

ଇ – କମର୍ସ  ଅପରେଟରକୁ  କର  ସେହି  ମାସ  ମଧ୍ୟରେ ସଂଗ୍ରହ  କରିବା  ଉଚିତ  ଯେଉଁଥିରେ  ପ୍ରାପ୍ତକାରୀଙ୍କଠାରୁ  ପ୍ରତିଫଳ  ସଂଗ୍ରହ  କରାଯାଇଥାଏ   ।

ଇ – କମର୍ସ  ଅପରେଟର   ଦ୍ଵାରା  ଏପରି  ଟିସିଏସ୍  କେଉଁ  ସମୟସୀମା  ଭିତରେ   ସରକାରଙ୍କୁ  ପୈଠ   କରିବାର  ଅଛି ?

ଅପରେଟର  ଦ୍ଵାରା  ଏକତ୍ର   କରାଯାଇଥିବା  ରାଶିକୁ  ସେହି  ମାସର  ସମାପ୍ତି  ପରେ  ୧୦ ଦିନ  ଭିତରେ  ସରକାରଙ୍କୁ  ପୈଠ   କରିବାର  ଅଛି  । ଯେଉଁଥିରେ ରାଶି ସଂଗ୍ରହ  କରାଯାଇଥିଲା (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା ୫୨(୩) ଦେଖନ୍ତୁ )

ବାସ୍ତବିକ  ଯୋଗାଣକାରୀ  ଏହି  ଟିସିଏସ୍ ର  କ୍ରେଡିଟର  ଦାବି  କିପରି   କରିପାରିବେ ?

ଅପରେଟର   ଦ୍ଵାରା  ସରକାରଙ୍କୁ  ପୈଠ  କରାଯାଇଥିବା  ଟିସିଏସ୍ ର  ରାଶି  ଅପରେଟରଙ୍କ  ଦ୍ଵାରା  ଦାଖଲ  କରାଯାଇଥିବା   ରିଟର୍ଣ୍ଣର  ଆଧାରରେ   ପ୍ରକୃତ  ପଞ୍ଜିକୃତ  ଯୋଗାଣକାରୀଙ୍କର  ଜିଏସ୍ ଟିଆର୍ – ୨ରେ  ପ୍ରତିଫଳିତ   ହେବ  । ପ୍ରକୃତ   ଯୋଗାଣକାରୀଙ୍କ  ଦ୍ଵାରା  କରାଯାଇଥିବା  ଯୋଗାଣ  ସଂକ୍ରାନ୍ତରେ   କରଦେୟତା   ନିର୍ବାଚନ ସମୟରେ  ତାହାକୁ  ବ୍ୟବହାର   କରାଯାଇପାରିବ  (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା ୫୨(୭) ଦେଖନ୍ତୁ ) ।

’ଣ  ଇ – କମର୍ସ  ଅପରେଟରଙ୍କୁ  କୌଣସି  ବିବରଣୀ  ଦାଖଲ   କରିବା  ଆବଶ୍ୟକ  ? କ’ଣ ବିସ୍ତ୍ରୁତ  ବିବରଣୀ  ଯାହା  ବିବରଣୀରେ  ଦାଖଲ  ହେବା  ଆବଶ୍ୟକ  ?

ହଁ, ପ୍ରତ୍ୟକ  ଅପରେଟରଙ୍କୁ   ଇଲେକ୍ଟ୍ରୋନିକ   ରୂପରେ  ଏକ  ବିବରଣୀ  ଯେଉଁଥିରେ  ଏହାର  ମାଧ୍ୟମରେ  କରାଯାଉଥିବା  ସାମଗ୍ରୀ  କିମ୍ବା  ସେବାର  ବାହାର   ଯୋଗାଣ, ଯାହାର  ମାଧ୍ୟମରେ   ଫେରସ୍ତ  ସାମଗ୍ରୀ   କିମ୍ବା  ସେବାର  ଯୋଗାଣ  କିମ୍ବା  ମାସକ  ମଧ୍ୟରେ  ଟିସିଏସ୍ ର  ରୂପରେ   ସଂଗ୍ରହ  କରାଯାଇଥିବା   ରାଶିର   ବିବରଣୀ   ହେବ   । ସେହି  ମାସର  ସମାପ୍ତି  ପରେ  ୧୦ ଦିନ   ଭିତରେ  ଜମା  କରିବାକୁ  ହେବ   । ଏହି  ବିବରଣୀ  ଫର୍ମ  ଜିଏସ୍ ଟିଆର୍ – ୧୮ରେ ଜମା  କରିବା  ଆବଶ୍ୟକ   । ଅପରେଟରଙ୍କୁ  କର  ସଂଗ୍ରହ  ବିତ୍ତୀୟ   ବର୍ଷ  ସମାପ୍ତି   ପରେ  ୩୧ ଡିସେମ୍ବର  ପର୍ଯ୍ୟନ୍ତ  ଏକ  ବାର୍ଷିକ   ବିବରଣୀ  ମଧ୍ୟ  ଦାଖଲ  କରିବାକୁ  ହେବ   । (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୫୨ (୪) ଓ ଧାରା  ୫୨(୫) ଦେଖନ୍ତୁ ) ।

ଇ – କମର୍ସ  ବ୍ୟବସ୍ଥାରେ  ମିଶିବାର  ଅବଧାରଣା  କ’ଣ  ଅଟେ  ଓ  ଏହା  କିପରି  କାର୍ଯ୍ୟ  କରୁଛି  ?

ପ୍ରତ୍ୟକ  ଅପରେଟର  ଦ୍ଵାରା   ମାସରେ   ନିଜର  ବିବରଣୀରେ  ଦିଆଯାଇଥିବା  ଯୋଗାଣର  ବିବରଣୀ  ସମ୍ବନ୍ଧିତ  ଯୋଗାଣକାରୀ  ଦ୍ଵାରା  ସେହି  ମାସ  କିମ୍ବା  ଯେକୌଣସି  ପୂର୍ବବର୍ତ୍ତୀ   ମାସରେ   ଏହାର  ବୈଧ  ରିଟର୍ଣ୍ଣରେ  ପ୍ରସ୍ତୁତ   କରାଯାଇଥିବା   ବାହାର  ଯୋଗାଣ  ସମ୍ବନ୍ଧିତ  ବିବରଣୀ  ସହିତ   ମିଶାଯିବ  ଯେଉଁଠାରେ  ଅପରେଟର  ଦ୍ଵାରା  ତା’ର  ରିଟର୍ଣ୍ଣରେ  ଘୋଷିତ  ବାହାର   ଯୋଗାଣର  ବିସ୍ତ୍ରୁତ   ବିବରଣୀ   ଯୋଗାଣକାରୀ  ଦ୍ଵାରା ଘୋଷିତ  ସମ୍ବନ୍ଧିତ   ବିବରଣୀ  ସହିତ  ମେଳ  ହୁଏନାହିଁ   ତେବେ  ଏହି  ବିସଙ୍ଗତି   ଉଭୟ  ବ୍ୟକ୍ତିଙ୍କୁ   ସୂଚିତ   କରାଯିବ  । (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୫୨/୮ ଓ  ଧାରା  ୫୨/୯ ଦେଖନ୍ତୁ )  ।

ଯଦି   ବିସ୍ତ୍ରୁତ  ବିବରଣୀ  ବିସଙ୍ଗତି  ହୁଏ  ତେବେ  କ’ଣ  ହେବ ?

ଯେଉଁ  ରାଶି  ସମ୍ପର୍କରେ   କୌଣସି  ବିସଙ୍ଗତି  ଦେଖାଯାଏ  ଓ  ଯେଉଁ  ଯୋଗାଣକାରୀ  ଦ୍ଵାରା  ଏହାର  ବୈଧ   ରିଟର୍ଣ୍ଣରେ  କିମ୍ବା  ଅପରେଟର  ଦ୍ଵାରା  ସେହି  ମାସର  ବିବରଣୀରେ  ସୁଧାର  ନ ହେବ   ତେବେ  ସେହି  ମାସ  ପରେ   ଆସିଥିବା  ମାସରେ  ଯେଉଁଥିରେ  ବିସଙ୍ଗତିକୁ  ସୂଚିତ   କରାଯାଇଥିଲା, ଯୋଗାଣକାରୀର  ଆଉଟପୁଟ  ଦେୟତାରେ   ଯୋଡାଯିବ  । କରର   ସେହି  ରାଶି  ଉପରେ  ସୁଧ   ସହ  ପୈଠ  କରିବା  ପାଇଁ   ଉତ୍ତରଦାୟୀ  ହେବେ   । ସୁଧର  ଗଣନା   ଏହି  ପ୍ରକାର  କି  ରାଶି  ଯୋଡିବାର   ତିଥିରୁ  ତା’ର   ପୈଠର   ତିଥି  ପର୍ଯ୍ୟନ୍ତ  ନିଆଯିବ  । (ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୫୨(୧୦) ଓ  ଧାରା  ୫୨(୧୧) ଦେଖନ୍ତୁ )  ।

ଇ – କମର୍ସ  ଅପରେଟରଙ୍କଠାରୁ  ଯୋଗାଣ/ ଷ୍ଟକର  ବିସ୍ତୃତ  ବିବରଣୀ  ଉପରେ  ସୂଚନା  ପାଇବାକୁ  ଜିଏସ୍ ଟି  ଅଧିନିୟମ  ଅଧିନରେ  କର  ପଦାଧିକାରୀଙ୍କୁ  କୌଣସି  ଅଧିକାର  ଦିଆଯାଇଛି  କି ?

ହଁ, ଡେପୁଟି  କମିଶନରଙ୍କ  ପଦ  ଅଧିନରେ  ହୋଇନଥିବା  ଯେକୌଣସି   ପଦାଧିକାରୀ  ଏହି  ନୋଟିସ୍ ର  ଜାରି  ତାରିଖଠାରୁ  ୧୫ ଦିନ  କାର୍ଯ୍ୟକାରୀ   ସମୟ  ମଧ୍ୟରେ  ଏପରି  ବିସ୍ତୃତ  ବିବରଣୀ  ଦାଖଲ  କରିବାକୁ  ଇଲେକ୍ଟ୍ରୋନିକ  କମର୍ସ  ଅପରେଟରଙ୍କୁ  ଏକ  ନୋଟିସ୍  ଇସ୍ୟୁ  କରିପାରିବେ  ।(ଜିଏସ୍ ଟି  ଅଧିନିୟମ, ୨୦୧୭ର ଧାରା  ୫୨ (୧୨),(୧୩) ଓ (୧୪) ଦେଖନ୍ତୁ )  ।

ଇ – କମର୍ସ  ଅପରେଟରଙ୍କ  ମାଧ୍ୟମରେ  ସାମଗ୍ରୀର  ଯୋଗାଣ   ବିକ୍ରେତାଙ୍କ  ବ୍ୟାପାରରେ  ସ୍ଥାନ  ସମାନ  ହୋଇପାରେ   । ବିଶେଷକରି  ତାଙ୍କର  ସାମଗ୍ରୀକୁ   ଇସିଓ  ଦ୍ଵାରା  ସଞ୍ଚାଳିତ   ଏକ  ଅଂଶୀଦାର  ସ୍ଥାନରେ  ଷ୍ଟୋର   କରାଯାଏ   । ଏହାର  ପରିଣାମ  ସ୍ୱରୂପ  କୌଣସି  ଯୋଗାଣକାରୀଙ୍କ  ଦ୍ଵାରା  ବ୍ୟାପାରର   ଅତିରିକ୍ତ   ସ୍ଥାନର   ରୂପରେ   ଗୋଟିଏ   ସ୍ଥାନ  ପଞ୍ଜିକୃତ   କରାଯିବ  ।  କ’ଣ ଏହାର   ଅନୁମତି   ଅଛି  କି  ?

ହଁ, ଏହାର  ଅନୁମତି  ଅଛି   । କୌଣସି  ପଞ୍ଜିକୃତ   ବ୍ୟକ୍ତି  ଏକ  ପରିସରକୁ   ବ୍ୟବସାୟ   ସ୍ଥାନ  ରୂପରେ   ଘୋଷିତ  କରିପାରିବେ  ଯଦି  ତାଙ୍କ  ପାଖରେ  ପରିସରର   ଉପଯୋଗ  ପାଇଁ  ଆବଶ୍ୟକ  କାଗଜପତ୍ର   ଅଛି  (ଯାହାର  ମାଲିକାନା  କାଗଜପତ୍ର, ମାଲିକ  ସହିତ  ବୁଝାମଣା  ଆଦି) ଓ  ଏକାଧିକ ବ୍ୟକ୍ତିଙ୍କ  ଦ୍ଵାରା   ପରିସରର  ଉପଯୋଗ   ସମ୍ପର୍କରେ   କୌଣସି  ପ୍ରତିବନ୍ଧ  ନାହିଁ   । ପଞ୍ଜିକୃତ   ବ୍ଯକ୍ତିର  ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୩୫  ଅନୁଯାୟୀ ଓ  ସିଜିଏସ୍ ଟି  ନିୟମ, ୨୦୧୭ର  ନିୟମ  ୫୬ରୁ  ୫୮ ଅନୁଯାୟୀ  ରେକର୍ଡ   ରଖିବାର   ଆବଶ୍ୟକତାକୁ   ପାଳନ   କରିବାକୁ   ହେବ   ।

’ଣ  ଡିଜିତଳା  କିମ୍ବା  ଇଲେକ୍ଟ୍ରୋନିକ  ପ୍ଲାଟଫର୍ମ  ମାଧ୍ୟମରେ   ସେବା  ପ୍ରଦାନ   କରୁଥିବା   ଟ୍ରାଭେଲ  ଏଜେଣ୍ଟକୁ  ଇସିଓ  ଭାବେ  ମାଣିବାକୁ  ହେବ  ?କ’ଣ  ତାଙ୍କୁ  ସିଜିଏସ୍ ଟି  ଅଧିନିୟମର  ଧାରା  ୫୨ର  ପ୍ରାବଧାନ  ଅନୁଯାୟୀ   ଉତ୍ସ   ଉପରେ  କର  ସଂଗ୍ରହ  କରିବାର   ଆବଶ୍ୟକତା  ହେବ  ?

ଡିଜିଟାଲ  କିମ୍ବା  ଇଲେକ୍ଟ୍ରୋନିକ  ପ୍ଲାଟଫର୍ମ  ମାଧ୍ୟମରେ   ସେବା  ପ୍ରଦାନ  କରୁଥିବା  ଟ୍ରାଭେଲ   ଏଜେଣ୍ଟ   ଇସିଓ   ଶ୍ରେଣୀରେ   ଆସିବେ  ଯିଏ   ସିଜିଏସ୍ ଟି   ଅଧିନିୟମ, ୨୦୧୭ର  ଧାରା  ୫୨  ଅନୁଯାୟୀ   ଟିସିଏସ୍  ପାଇଁ  ଉତ୍ତରଦାୟୀ   ହେବେ  ।

ଏପରି  ନେଣଦେଣ  ଅଛି  ଯେଉଁଠାରେ ଦୁଇ  କିମ୍ବା ଏକାଧିକ ଇସିଓ  ଅନ୍ତର୍ଭୁକ୍ତ  । ଏପରି  କ୍ଷେତ୍ରରେ  କିଏ ଟିସିଏସ୍ କାଟିବ ?

ଏପରି  କ୍ଷେତ୍ରରେ  ପ୍ରତ୍ୟକ  ନେଣଦେଣକୁ  ଅଲଗା  ବୁଝାପଡିବ  କିମ୍ବା   ସିଜିଏସ୍ ଟି   ଅଧିନିୟମ, ୨୦୧୭ର  ଧାରା ୫୨ର  ପ୍ରାବଧାନ  ଅନୁଯାୟୀ  ଯାଞ୍ଚ   କରାଯିବ  । ତଦନୁଯାୟୀ  ଟିସିଏସ୍  କଟାଯିବ   ।

ଏପରି  କେତେକ   ବିଷୟ  ରହିଛି  ଯେଉଁଠାରେ   ଇସିଓ  ବିକ୍ରେତାଙ୍କୁ   ଇନଭଏସ୍ ର   ସୁବିଧା  ପ୍ରଦାନ  କରେନାହିଁ  । ଏପରି  କ୍ଷେତ୍ରରେ  ଇନଭଏସ୍  ବିକ୍ରେତା  ଦ୍ଵାରା  ହିଁ  ତିଆରି  କରାଯାଇଥାଏ  ଓ  ଇସିଓର  ଅଜାଣତରେ   କ୍ରେତା  ଦ୍ଵାରା  ପ୍ରାପ୍ତ  କରାଯାଇଥାଏ   । ପୈଠ   ଇସିଓ  ମାଧ୍ୟମରେ   କରାଯାଏ । ଏପରି  କ୍ଷେତ୍ରରେ   ଟିସିଏସ୍ କୁ  କେଉଁ  ମୂଲ୍ୟ  ସଂଗ୍ରହ  କରିବାକୁ  ହେବ ? କ’ଣ  ନେଣଦେଣ ର  ସମ୍ପୂର୍ଣ୍ଣ  ମୂଲ୍ୟ  ଉପରେ   ଟିସିଏସ୍  ସଂଗ୍ରହ   କରାଯାଇପାରିବ  ?

ସିଜିଏସ୍ ଟି   ଅଧିନିୟମ, ୨୦୧୭ର  ଧାରା  ୫୨(୧) ଅନୁଯାୟୀ  ଟିସିଏସ୍ କୁ  ଏହି  ପ୍ରକାର  ଯୋଗାଣର  ନିଟ୍  କରଯୋଗ୍ୟ  ମୂଲ୍ୟ  ଉପରେ  ସଂଗ୍ରହ   କରିବାକୁ   ହେବ   ଯାହାର  ସମ୍ପର୍କରେ  ଇସିଓ  ପ୍ରତିଫଳ   ସଂଗ୍ରହ  କରିଥାଏ   । ଏକତ୍ର  ସଂଗୃହିତ  ରାଶି  ଜିଏସ୍ ଟିଆର୍ – ୮ ରେ   ଉପଯୁକ୍ତ   ଭାବେ  ଜଣାଇବା  ଆବଶ୍ୟକ  ଓ  ସରକାରଙ୍କ   ପାଖକୁ   ପଠାଯିବ   । ସଂଗୃହିତ   ହୋଇଥିବା  ଏପରି   ଯେକୌଣସି   ରାଶି   ତାଙ୍କର   ଇଲେକ୍ଟ୍ରୋନିକ  କ୍ୟାସ ଲେଜରରେ  କ୍ରେଡିଟ  ଭାବେ  ସମ୍ପୃକ୍ତ   ଯୋଗାଣକାରୀଙ୍କୁ  ଉପଲବ୍ଧ   ହେବ    ।

ଜିଏସ୍ ଟିରେ  ଏକ  ଡିଲରକୁ   ଧାରାବାହିକ  କ୍ରମସଂଖ୍ୟାରେ   ଇନଭଏସ୍  ପ୍ରସ୍ତୁତି  ଜରୁରୀ  ଅଟେ ? ଯଦି  ଆମେ  ବହୁତ  ସ୍ଥାନରୁ   ଯୋଗାଣ  କରୁଛୁ  ତେବେ   କ’ଣ  ଆମେ  କେନ୍ଦ୍ରୀୟ   ରୂପରେ  କ୍ରମାନୁଯାୟୀ  ଇନଭଏସ୍   ସଂଖ୍ୟାକୁ  ବଜାୟ   ରଖିବା  ଆବଶ୍ୟକତା   ଅଛି  କି ?

ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୪୬ ଅନୁଯାୟୀ  ଇନଭଏସ୍ ର  ଏକ  କିମ୍ବା   ଏକାଧିକ  ଶୃଙ୍ଖଳାରେ   ଧାରାବାହିକ  କ୍ରମସଂଖ୍ୟା  ଯାହା  ୧୬ ଅକ୍ଷରରୁ  ଅଧିକ   ହେବ  ନାହିଁ  । ଏହି  ଅକ୍ଷର  କିମ୍ବା  ଅଙ୍କ  କିମ୍ବା  ବିଶେଷ  ଅକ୍ଷରବାଲା – କିମ୍ବା  ଡ୍ୟାସ ଓ  ଗ୍ଲାସ କୁ  କ୍ରମଶଃ “-” କିମ୍ବା “/” ଅଟେ  ଓ  ଏହାର  କୌଣସି  ସଂଯୋଜନ  ଯାହା  ଏକ  ବିତ୍ତୀୟ   ବର୍ଷରେ   ପୁନରାବୃତ୍ତି  ହେବନାହିଁ    । ଏଥିପାଇଁ   ଗୋଟିଏ   ଯୋଗାଣକାରୀ   ଗୋଟିଏ   ବର୍ଷ   ପାଇଁ   କୌଣସି   ଶୃଙ୍ଖଳା   ରଖିପାରିବ କିନ୍ତୁ  ଗୋଟିଏ  ଶୃଙ୍ଖଳାର   ଉପଯୋଗ   ବିତ୍ତୀୟ   ବର୍ଷ  ମଧ୍ୟରେ  ପୁନର୍ବାର   କରାଯାଇପାରିବ  ନାହିଁ   । ଏଥିପାଇଁ   ଆପଣଙ୍କ  ପାଖରେ  ପ୍ରତ୍ୟକ  ସ୍ଥାନ  ପାଇଁ  ଗୋଟିଏ   ପୃଥକ   ଇନଭଏସ୍ ର  ଶୃଙ୍ଖଳା   ରହିପାରିବ   ଯେଉଁଥିରେ   ସେହି  ଶୃଙ୍ଖଳାର   ଧାରାବାହିକ   କ୍ରମସଂଖ୍ୟା   ହେବ   ।

ଏପରି  ବିକ୍ରେତା   ଅଛନ୍ତି   ଯେଉଁମାନେ   ଇସିଓ  ଜରିଆରେ   ପୁସ୍ତକ   ପରି  ଛାଡ   କିମ୍ବା  ଶୁନ  କର  ସାମଗ୍ରୀ  ବିକ୍ରି  କରୁଛନ୍ତି   । ଏପରି  ଯୋଗାଣ  ଉପରେ  ଟିସିଏସ୍  ସଂଗ୍ରହ  କରିବାକୁ  ମାର୍କେଟ  ପ୍ଲେସ  ଆବଶ୍ୟକ  ହେବ  କି ?

ସିଜିଏସ୍ ଟି  ଅଧିନିୟମ, ୨୦୧୭ର  ଧାରା  ୫୨(୧) ଅନୁଯାୟୀ  ଇସିଓର  ମାଧ୍ୟମରେ  କରାଯାଇଥିବା  ‘କରଯୋଗ୍ୟ  ଯୋଗାଣର  ନିଟ୍ ମୂଲ୍ୟ’ ଉପରେ  ଟିସିଏସ୍  ସଂଗୃହିତ  କରିବାର  ଅଛି   କିନ୍ତୁ   ଯୋଗାଣ   କରଯୋଗ୍ୟ   ନୁହେଁ   ତେବେ  ଟିସିଏସ୍ ର  ପ୍ରଶ୍ନ   ଏଠାରେ  ଉଠୁନାହିଁ   ।

ମୁଁ  ନିଜ   ଦ୍ଵାରା  ଦର୍ଶାଯାଇଥିବା  ଏକ  ୱେବସାଇଟ  ମାଧ୍ୟମରେ   ଉତ୍ପାଦ   ବିକ୍ରୟ  କରୁଛି   । କ’ଣ  ମୁଁ  ଇଲେକ୍ଟ୍ରୋନିକ କମର୍ସ  ଅପରେଟରର  ପରିଭାଷା  ଅନ୍ତର୍ଗତରେ  ଆସୁଛି   । କ’ଣ  ମୋତେ   ଏପରି  ଯୋଗାଣ  ଉପରେ   ଟିସିଏସ୍  ସଂଗ୍ରହ  କରିବା  ଆବଶ୍ୟକ   ?

ସିଜିଏସ୍ ଟି  ଅଧିନିୟମ,  ୨୦୧୭ର  ଧାରା  ୨(୪୪) ଓ  ୨(୪୫) ରେ  ଦିଆଯାଇଥିବା   ପରିଭାଷା  ଅନୁଯାୟୀ  ଆପଣ  ଇଲେକ୍ଟ୍ରୋନିକ  କମର୍ସ   ଅପରେଟରର  ପରିଭାଷା  ଅନ୍ତର୍ଗତ  ଆସୁଛନ୍ତି   । ଯାହାହେଉ  ଏହି  ଅଧିନିୟମର  ଧାରା  ୫୨ ଅନୁଯାୟୀ  ଟିସିଏସ୍ ର  ଅନ୍ୟ   ଯୋଗାଣକାରୀ  ଦ୍ଵାରା   କରାଯାଇଥିବା  କରଯୋଗ୍ୟ  ଯୋଗାଣର  ନିଟ୍ ମୂଲ୍ୟ  ଉପରେ  ସଂଗୃହିତ  କରିବାର  ଆବଶ୍ୟକତା   ରହିଛି  ଯେଉଁଠାରେ  ପ୍ରତିଫଳ   ଇସିଓ  ଦ୍ଵାରା  ନେବା  ଉଚିତ   । ଏପରି  କ୍ଷେତ୍ରରେ   ଯେଉଁଠାରେ   କୌଣସି  ବ୍ୟକ୍ତି  କୌଣସି  ୱେବସାଇଟ  ମାଧ୍ୟମରେ   ନିଜର   ଉତ୍ପାଦ  ବିକ୍ରି   କରୁଛି  ଏହି  ଧାରାର   ପ୍ରାବଧାନ  ଅନୁଯାୟୀ   ତା’କୁ  ଟିସିଏସ୍   ସଂଗୃହିତ   କରିବାର  କୌଣସି  ଆବଶ୍ୟକତା   ନାହିଁ   । ଏହି  ନେଣଦେଣ   ବର୍ତ୍ତମାନ  ଦର  ଉପରେ   ଜିଏସ୍ ଟି  ପାଇଁ   ଉତ୍ତରଦାୟୀ   ହେବ   ।

ଆମେ   ପୃଥକ – ପୃଥକ  ବିକ୍ରେତାଙ୍କଠାରୁ  ସାମଗ୍ରୀ  କିଣୁଛୁ  ଓ  ଆମେ  ନିଜର  ୱେବସାଇଟ  ଉପରେ   ତା’କୁ   ନିଜର  ବିଲିଂସହିତ   ବିକ୍ରୟ   କରୁଛୁ   । କ’ଣ   ଏପରି   ଯୋଗାଣ   ଉପରେ  ଟିସିଏସ୍  ସଂଗ୍ରହ  କରିବା   ଆବଶ୍ୟକ   ଅଟେ କି ?

ନା । ସିଜିଏସ୍ ଟି  ଅଧିନିୟମ, ୨୦୧୭ର   ଧାରା  ୫୨ ଟିସିଏସ୍ କୁ  ଅନ୍ୟ   ଯୋଗାଣକାରୀ  ଦ୍ଵାରା  କରାଯାଇଥିବା  କରଯୋଗ୍ୟ   ଯୋଗାଣର  ନିଟ୍ ମୂଲ୍ୟ  ଉପରେ   ସଂଗୃହିତ   କରିବାର  ଆବଶ୍ୟକତା   ଅଛି  ଯେଉଁଠାରେ  ପ୍ରତିଫଳ   ଇସିଓ   ଦ୍ଵାରା   ନିଆଯାଉଛି   । ଏହି  କ୍ଷେତ୍ରରେ   ଦୁଇଟି   ନେଣଦେଣ   ଅଛି  - ଯେଉଁଠାରେ   ନିଜର  ବିକ୍ରେତାଙ୍କଠାରୁ  ସାମଗ୍ରୀ  କିଣାଯାଏ  ଓ  ଯେଉଁଠାରେ   ଆପଣ  ଏପରି   ନିଜର  ୱେବସାଇଟ   ମାଧ୍ୟମରେ  ବିକ୍ରି  କରନ୍ତି   । ପ୍ରଥମ  ନେଣଦେଣ  ପାଇଁ  ଜିଏସ୍ ଟି   ଲାଗୁହେବ  ଯାହା  ଆପଣ  ନିଜର  ବିକ୍ରେତାଙ୍କୁ  ପୈଠ  କରିବେ  ଓ  ଯାହା   ଉପରେ  ଆପଣଙ୍କୁ  କ୍ରେଡିଟ  ମିଳିବ   । ଦ୍ଵିତୀୟ  ନେଣଦେଣ   ଆପଣଙ୍କ   ନିଜ  ଦ୍ଵାରା   ଏକ  ଯୋଗାଣ ଅଟେ   । ଅନ୍ୟ  ଯୋଗାଣକାରୀ  ଦ୍ଵାରା  ନୁହେଁ  ତେଣୁ  ଉତ୍ସ  ପରେ  କର  ସଂଗ୍ରହ   କରିବାର  କୌଣସି   ଆବଶ୍ୟକତା  ନାହିଁ  ଏପରି   ନେଣଦେଣ  ଉପରେ  ବର୍ତ୍ତମାନ  ଦର   ଉପରେ  ଜିଏସ୍ ଟି   ଲାଗୁହେବ   ।

ବିବରଣୀ : ସିଜିଏସ୍ ଟି  ଅଧିନିୟମ, ୨୦୧୭  ସମ୍ବନ୍ଧରେ   ସୂଚନା  ଏସ୍ ଜିଏସ୍ ଟି   ଅଧିନିୟମ, ୨୦୧୭ ଓ ୟୁଜିଏସ୍ ଟି   ଅଧିନିୟମ   ୨୦୧୭  ସୂଚନାକୁ   ମଧ୍ୟ  ଅନ୍ତର୍ଭୁକ୍ତ   କରେ   ।

ଆଧାର - କେନ୍ଦ୍ରୀୟ ଉତ୍ପାଦ ଓ ସୀମାଶୁଳ୍କ ବୋର୍ଡ ଓ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

2.9
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top