ହୋମ / ସମାଜ କଲ୍ୟାଣ / ଆର୍ଥିକ ସମ୍ପୃକ୍ତି / ଜିଏସଟି ଉପର ବାରମ୍ବାର ଉଠୁଥିବା ପ୍ରଶ୍ନ / ଜିଏସ୍ ଟିରେ ନିବେଶ ସେବା ବିତରକ ସଂକ୍ରାନ୍ତ ଧାରଣା
ସେଆର କରନ୍ତୁ

ଜିଏସ୍ ଟିରେ ନିବେଶ ସେବା ବିତରକ ସଂକ୍ରାନ୍ତ ଧାରଣା

ଜିଏସ୍ ଟିରେ ନିବେଶ ସେବା ବିତରକ ସଂକ୍ରାନ୍ତ ଧାରଣା ର ସୂଚନା

ଇନ୍ ପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର (ISD) ନିବେଶ ସେବା ବିତରକ କ’ଣ ?

MGL ର  ଅନୁଚ୍ଛେଦ  ୨(୫୬) ଓ ISD ହେଉଛି   ଏକ  କାର୍ଯ୍ୟାଳୟ , ଯାହାକି   ଦ୍ରବ୍ୟ  ଉତ୍ପନ୍ନ  ଓ  ସେବା  ଯୋଗାଣ  କରିବା  ସହ  ଅନୁଚ୍ଛେଦ – ୨୩ ବଳରେ  ନିବେଶ  ସେବା  ରସିଦ  ଭିତ୍ତିରେ  ଟିକସ  ଚାଲାଣ  ଗ୍ରହଣ  କରିଥାଏ   । ଏହାଛଡା  ISD  ସମାନ  ପ୍ୟାନ  ନମ୍ବର  ଥିବା  ଟିକସଯୁକ୍ତ   ଦ୍ରବ୍ୟ  ଓ  ସେବା  ଯୋଗାଣକାରୀଙ୍କ   ଦ୍ଵାରା  ଏହି  ଯୋଗାଣ  ଲାଗି  ପଏଠ  ହୋଇଥିବା  ଓ CGST (ରାଜ୍ୟ   ଆଇନରେ  SGST) କିମ୍ବା  IGST ର  ଜମାରାଶି  ବଣ୍ଟନ  ପାଇଁ  ଟିକସ  ଚାଲାନ୍  ଓ  ଏହି  ଉଦ୍ଦେଶ୍ୟରେ  ଥିବା  ଅନ୍ୟାନ୍ୟ  ଦଲିଲଙ୍କୁ  ଜାରି   କରିଥାଏ   । ଜମାରାଶି  ବଣ୍ଟନ  ଉଦ୍ଦେଶ୍ୟ  ଯୋଗୁ  ISD କୁ  ସେବା  ଯୋଗାଣକାରୀ  ରୂପେ  ବିବେଚନା   କରାଯାଇଥାଏ   ।

ISD  ପଞ୍ଜୀକରଣ  ଲାଗି  କ’ଣ   ଆବଶ୍ୟକ ?

ତୃତୀୟ  ଧାରାର  ଅନୁଚ୍ଛେଦ – ୧୯ ଅନ୍ତର୍ଗତ  ପାରାଗ୍ରାଫ  ୫(୭) ଅନୁଯାୟୀ  ସେବା  ଯୋଗାଣକାରୀ  ମାନ୍ୟତା  ଦୃଷ୍ଟିରୁ  ISD ପଞ୍ଜୀକୃତ   ହୋଇପାରିବ   । ପଞ୍ଜୀକରଣ  ପାଇଁ  ଥିବା  ସର୍ବନିମ୍ନ  ସୀମା  ISD ପାଇଁ  ଲାଗୁ   ହେବନାହିଁ   । ପ୍ରଚଳିତ  ବ୍ୟବସ୍ଥା  ଅନୁଯାୟୀ  ହୋଇଥିବା  ISDର  ପଞ୍ଜୀକରଣ  GST ବ୍ୟବସ୍ଥାରେ  ଅନ୍ତର୍ଭୁକ୍ତ   ହେବନାହିଁ  । ସଂପ୍ରତି  କାର୍ଯ୍ୟକ୍ଷମ  ଥିବା  ISD ଭବିଷ୍ୟତରେ  ସଞ୍ଚାଳନ  କରିବାକୁ  ଇଚ୍ଛୁକ ଥିଲେ   ନୂତନ  ବ୍ୟବସ୍ଥାନୁଯାୟୀ  ସାନି  ପଞ୍ଜୀକରଣ   କରିବା   ଆବଶ୍ୟକ

ଜମାରାଶିର  ବଣ୍ଟନ  ଲାଗି  କିଭଳି   ସର୍ତ୍ତ  ବା  ନିୟନ୍ତ୍ରଣ  ରହିଛି ?

ନିମ୍ନଲିଖିତ   ସର୍ତ୍ତାନୁଯାୟୀ  ଜମାରାଶି  ବଣ୍ଟନ   କରାଯିବ –

(କ) ନିର୍ଦ୍ଧାରିତ  ନିୟମାନୁଯାୟୀ  ଟିକସ ଚାଲାନ୍  ବା  ଅନ୍ୟାନ୍ୟ  ଦଲିଲ  ଜରିଆରେ  ଜମାରାଶି  ବଣ୍ଟନ  କରାଯିବ ,

(ଖ) ବଣ୍ଟନ  ହେଉଥିବା  ଜମାରାଶିର  ପରିମାଣ  ଲଭ୍ୟ   ଜମାରାଶିଠାରୁ  ଅଧିକ  ହେଉନଥିବ ,

(ଗ) କେବଳ  ଉପଯୁକ୍ତ   ସେବା  ଯୋଗାଣକାରୀଙ୍କୁ  ହିଁ  ଜମାରାଶି  ବଣ୍ଟନ  କରାଯିବ ,

(ଘ) ଏକାଧିକ  ସେବା  ଯୋଗାଣକାରୀ   ଥିଲେ  ପୂର୍ବ  ଆର୍ଥିକ  ବର୍ଷ  ମଧ୍ୟରେ  ସେମାନଙ୍କ  କାରବାର  ଭିତ୍ତିରେ   ଯମରାଶି  ସମାନୁପାତିକ  ଭାବେ   ବଣ୍ଟନ  କରାଯିବ  ।

ISD  କ’ଣ  ରିଟର୍ଣ୍ଣ  ଫାଇଲ୍  କରିବା  ଆବଶ୍ୟକ  ?

ହଁ , MGL ର ଅନୁଚ୍ଛେଦ  ୨୭(୬) ଅନୁଯାୟୀ   ପରବର୍ତ୍ତୀ  ମାସର  ୧୩ ତାରିଖରେ  GSTR 6 ବଳରେ  ISD ତାଙ୍କର  ମାସିକ  ରିଟର୍ଣ୍ଣ  ଫାଇଲ୍  କରି  ପାରିବେ   ।

ଗୋଟିଏ  କମ୍ପାନୀ  ବହୁ  ସଂଖ୍ୟକ  ISD ରଖି  ପାରିବେ ?

ଉତ୍ତର  ହଁ , ବିପଣନ ପ୍ରଭାଗ , ସୁରକ୍ଷା  ପ୍ରଭାଗ   ଆଦି  କାର୍ଯ୍ୟାଳୟ ପାଇଁ  ପୃଥକ   ISD  ଆବେଦନ   କରାଯାଇ   ପାରିବ  ।

ISD ଦ୍ଵାରା  ଅଧିକ ବା  ତ୍ରୁଟିପୂର୍ଣ୍ଣ  ଜମାରାଶି  ବଣ୍ଟନ  ହୋଇଥିଲେ ଏହାକୁ  କିଭଳି  ଆଦାୟ  କରାଯାଇ   ପାରିବ ?

ଅନୁଚ୍ଛେଦ  ୧୮(୧) ଓ  ୧୮(୨) ରେ  ବର୍ଣ୍ଣିତ  ଅଛି  ଯେ, ISD ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇ   ଅତ୍ୟଧିକ  ବା  ତ୍ରୁଟିପୂର୍ଣ୍ଣଭାବେ  ବଣ୍ଟିତ  ଜମାରାଶି   ଆଦାୟ  ହୋଇପାରିବ   । ଏହାଛଡା  ଆଦର୍ଶ  GST ଆଇନର   ଅନୁଚ୍ଛେଦ -୫୧ ବଳରେ  ଗ୍ରହୀତାଙ୍କ  ବିରୁଦ୍ଧରେ  ମଧ୍ୟ  କାର୍ଯ୍ୟାନୁଷ୍ଠାନ  ନିଆଯାଇ  ଜମାରାଶି  ଉଦ୍ଧାର  କରାଯାଇ   ପାରିବ   ।

ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  CGST ଓ IGST ଜମାରାଶି   ଆଇଏସଡ଼ି ଦ୍ଵାରା  IGST ଜମାରାଶି   ଭାବେ  ବଣ୍ଟନ  କରାଯାଇ  ପାରିବ  କି ?

ଅନୁଚ୍ଛେଦ  ୧୭(୧) ଅନୁଯାୟୀ , ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ   ପାଇଁ  ISD  ଦ୍ଵାରା  CGST  ଜମାରାଶି  IGST ଭାବେ  ଓ  IGST  ଜମାରାଶି  ମଧ୍ୟ  IGST ଭାବେ  ବଣ୍ଟନ   କରାଯାଇ  ପାରିବ  ।

ବିଭିନ୍ନ   ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  ISD ଦ୍ଵାରା  SGST ଜମାରାଶି  IGST ଜମାରାଶି  ଭାବେ  ବଣ୍ଟିତ  ହୋଇ  ପାରିବ  କି ?

ହଁ, ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  ISD  SGST  ଜମାରାଶିକୁ  IGST  ଭାବେ  ବଣ୍ଟନ   କରିପାରିବେ  ଅନୁଚ୍ଛେଦ  ୧୭  (୨)  ।

ISD କ’ଣ  CGST  ଓ  IGST  ଜମାରାଶି   CGST ଜମାରାଶି  ଭାବେ   ବଣ୍ଟନ   କରିପାରିବେ   ?

ହଁ , ଗୋଟିଏ  ରାଜ୍ୟ  ଭିତରେ  ଥିବା  ୟୁନିଟଗୁଡିକ  ପାଇଁ   ISD CGST ଓ  IGST  ଜମାରାଶିକୁ  CGST ଜମାରାଶିଭାବେ  ବଣ୍ଟନ  କରିପାରିବେ   ।

SGST ଓ  IGST ଜମାରାଶି  କ’ଣ  SGST  ଜମାରାଶି   ଭାବେ  ବଣ୍ଟିତ  ହୋଇପାରିବ କି ?

ହଁ, ଗୋଟିଏ  ରାଜ୍ୟ  ଭିତରେ  ଥିବା  ୟୁନିଟଗୁଡିକ  ପାଇଁ   OSD CGST  ଓ  IGST ଜମାରାଶି  ବଣ୍ଟନ   କରିପାରିବେ  ।

କେଉଁ  କେଉଁ   ଦଲିଲ୍  ବଳରେ  ISD  ଦ୍ଵାରା   ଜମାରାଶି   ବଣ୍ଟନ   କରାଯାଇ  ପାରିବ ?

କେଉଁ  ଦଲିଲ  ବଳରେ  ଜମାରାଶି  ବଣ୍ଟନ  କରାଯିବ  ତାହା  ଏପର୍ଯ୍ୟନ୍ତ  ଧାର୍ଯ୍ୟ  କରାଯାଇ  ନାହିଁ   । କେବଳ  ନିର୍ଦ୍ଧାରିତ  ଦଲିଲ୍  ବଳରେ  ଜମାରାଶି  ବଣ୍ଟନ  କରାଯାଇ  ପାରିବ  ବୋଲି  ପ୍ରସ୍ତାବିତ  ଆଇନରେ  ଉଲ୍ଲେଖିତ  ରହିଛି   ।

ISD ର  ସବୁ  ୟୁନିଟକୁ  ସାର୍ବଜନୀନ  ଭାବେ  ଜମାରାଶି   କିପରି  ବଣ୍ଟନ  କରାଯାଇ   ପାରିବ ?

ପ୍ରୋ – ରାଟା  ବା  ଆନୁପାତିକ  ହାତରେ  ISD ଦ୍ଵାରା  ସବୁ  ୟୁନିଟ  ସାର୍ବଜନୀନଭାବେ  ଜମାରାଶି  ବ୍ୟବହାର  କରିପାରିବେ  । ଆନୁପାତିକ  ହାର  ଭିତ୍ତି  ହେଲା , ପ୍ରତ୍ୟକ  ୟୁନିଟର  କାରବାରକୁ  ମିଶାଇ  ସମସ୍ତ  ୟୁନିଟର  ସାମଗ୍ରିକ  ଉପରେ  ଜମାରାଶି  ବଣ୍ଟନ  କରାଯାଇଥାଏ

କେଉଁ  ଟିକସ  ବଳରେ  ରାଜ୍ୟ  ବାହାର  ଗ୍ରହୀତାଙ୍କୁ  ISD CGST ଓ IGST ଜମାରାଶି  ବଣ୍ଟନ  କରିପାରିବେ  ?(କ) IGST, (ଖ) CGST, (ଗ) SGST

IGST

କେଉଁ   ଟିକସ  ବଳରେ   ରାଜ୍ୟ   ଭିତରେ  ଗ୍ରହୀତାଙ୍କୁ   ISD CGST  ଜମାରାଶି  ବଣ୍ଟନ  କରିପାରିବେ ? (କ) IGST, (ଖ) CGST , (ଗ) SGST, (ଘ) କେଉଁଠି  ନୁହେଁ

CGST

ନିବେଶ  ସେବା  ଉପରେ  ପଏଠ  ଟିକସର   ଜମାରାଶି  ଏକାଧିକ  ଯୋଗାଣକାରୀ  ବ୍ୟବହାର   କରିପାରିବ କି? କେଉଁ ପଦ୍ଧତି   ବଳରେ  ଏହା  ସମ୍ଭବ   ?

(କ) ସମ୍ପୃକ୍ତ  ରାଜ୍ୟରେ   କାରବାରର  ଆନୁପାତିକ  ହାତରେ  ଏଭଳି   ନିବେଶ  ସେବା  ବ୍ୟବହାର   କରୁଥିବା  ଯୋଗାଣକାରୀଙ୍କ  ମଧ୍ୟରେ  ବଣ୍ଟନ  କରାଯିବ  ।

(ଖ) ସବୁ  ଯୋଗାଣକାରୀଙ୍କ  ମଧ୍ୟରେ   ସମାନ  ହାରରେ   ଅଣତଣ

(ଗ) କେବଳ  ଜଣେ  ଯୋଗାଣକାରୀଙ୍କୁ   ବଣ୍ଟନ

(ଘ) ଆଦୌ  ବଣ୍ଟନ  କରାଯିବ  ନାହିଁ   ।

ଉତ୍ତର  (କ)

ଯଦି  ଅତିରିକ୍ତ  ଜମାରାଶି  ବଣ୍ଟନ  କରାଯାଇଛି , ତାହାଲେ  ବିଭାଗ  ପକ୍ଷରୁ  ଏହା  ଆଦାୟ କରାଯିବ କି ?

ହଁ, ସମ୍ପୃକ୍ତ  ବିଭାଗ  ଦ୍ଵାରା  ISD ଠାରୁ  ସୁଧ  ସହ  ବଣ୍ଟନ  କରାଯାଇଥିବା   ଅତିରିକ୍ତ   ଜମାରାଶି  ଆଦାୟ  କରାଯାଇ  ପାରିବ  ।

ଆଇନର   ବ୍ୟବସ୍ଥା  ଉଲ୍ଲଘଂନ   କରାଯାଇ  ଯେଉଁ  ଜମାରାଶି  ବଣ୍ଟନ  କରାଯାଇଥିବ , ତାହାର  ପରିଣାମ  କ’ଣ  ହେବ ?

ଆଇନ  ଉଲ୍ଲଘଂନ  କରାଯାଇ   ଯେଉଁ  ଜମାରାଶି  ବଣ୍ଟନ  କରାଯାଇଥିବ , ତାହା  ୟୁନିଟଠାରୁ  ଆଦାୟ  କରାଯିବ । ସୁଧ  ସହ  ଜମାରାଶି  ଆଦାୟ  କରାଯିବ  । ଯେଉଁ  ଜମାରାଶିଟି  ସୁଧସହ  ବଣ୍ଟନ  କରାଯିବ  ।

 

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top