অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟିକସ ଆଦାୟ ଓ ଛାଡ ପଦ୍ଧତି

ଟିକସ ଆଦାୟ ଓ ଛାଡ ପଦ୍ଧତି

  1. କେଉଁ  କ୍ଷମତା  ବଳରେ  ଜିଏସ୍ ଟି  ଲାଗୁ  କରାଯାଇପାରିବ ?
  2. ଜିଏସ୍ ଟି  କର  କେଉଁ  ସ୍ଥିତିରେ  ବସିବ  ?
  3. ବିନା  ପ୍ରାପ୍ୟର  ଯୋଗାଣ  ଜି.ଏସ୍. ଟି ଆଇନ୍ ରେ  ଯୋଗାଣ  ଭାବରେ  ପରିଗଣିତ   ହେବ  କି ?
  4. ଦାତବ୍ୟ  ଅନୁଷ୍ଠାନ  ଦ୍ଵାରା  ଦିଆଯାଉଥିବା  ଅତ୍ୟାବଶ୍ୟକ  ଦ୍ରବ୍ୟକୁ  କର  ଉପଯୋଗୀ  ରୂପେ  ପରିଗଣନା   କରାଯିବ  କି ?
  5. ଦ୍ରବ୍ୟ ଓ  ସେବା  ଯୋଗାଣର  ଦେଣନେଣ  କାରବାରକୁ  କିଏ  ବିଜ୍ଞପିତ  କରି  ପାରିବ  ?
  6. ବିମିଶ୍ର  କାରବାର ଓ  ସମିଶ୍ର  କାରବାର  କ’ଣ ? ଏମାନେ  ପରସ୍ପରଠାରୁ  କିପରି  ଭାବେ  ପୃଥକ   ଅଟନ୍ତି ?
  7. ବିମିଶ୍ରିତ  ଯୋଗାଣ  ଓ  ମିଶ୍ରିତ  ଯୋଗାଣକୁ  ଜି.ଏସ୍.ଟି . ଆଇନରେ  କିପରି  ଭାବେ   ବିବେଚନା  କରାଯିବ  ?
  8. ପ୍ରତ୍ୟକ  ଦ୍ରବ୍ୟ  ଏବଂ ସେବା  ଯୋଗାଣ  ଜି.ଏସ୍ .ଟି. କର   ବସି  ପାରିବ  କି ?
  9. ବିପରୀତ  କର  ବ୍ୟବସ୍ଥା  କହିଲେ କ’ଣ  ବୁଝାଯାଏ  ?
  10. ଏହି  ବିପରୀତ  କର  ବ୍ୟବସ୍ଥା  କେବଳ  ସେବା   ନିମିତ୍ତ  ଉଦ୍ଦିଷ୍ଟ  କି ?
  11. ଜଣେ  ଅନପଞ୍ଜିକୃତ  ବ୍ୟକ୍ତିଠାରୁ  ଯୋଗାଣ  ପାଇଲେ  ତାହାର  ପରିଣାମ  କ’ଣ  ?
  12. ଜଣେ  ଯୋଗାଣକାରୀ  କିମ୍ବା  ଗ୍ରହଣକାରୀ  ହୋଇନଥିଲେ  ସେ  କର  ଦେଇ  ପାରିବେ  କି ?
  13. ସଂଯୋଜକ  ପରିଯୋଜନାରେ  ଟିକସ  ଦେବା  ନିମିତ୍ତ  ସର୍ବୋଚ୍ଚ  କାରବାର  ଇଚ୍ଛାଧୀନ  ସୀମା  କେତେ ?
  14. ସନଯୋଜିତ  ପରିଯୋଜନା  ଟିକସ  ହାର  କ’ଣ ?
  15. ସମ୍ବନ୍ଧିତ  ପରିଯୋଜନାକୁ  ଆପଣଉଥିବା  ଜଣେ  ବ୍ୟକ୍ତିର ସମସ୍ତ  କାରବାର  ଯଦି  ଆର୍ଥିକ  ବର୍ଷରେ  ମଧ୍ୟଭାଗରେ  ମନେକରାଯାଉ   ଡିସେମ୍ବରରେ  ୫୦ ଲକ୍ଷ  ଅତିକ୍ରମ   କରେ , ତେବେ  ସେହି  ବ୍ୟକ୍ତିଙ୍କୁ  ଆର୍ଥିକ  ବର୍ଷ  ଶେଷ  ମାନେ  ମାର୍ଚ୍ଚ – ୩୧  ପର୍ଯ୍ୟନ୍ତ   ସମ୍ବନ୍ଧିତ  ପରିଯୋଜନାରେ   ଟିକସ  ଦେବାକୁ  ଛଡାଯିବ କି ନାହିଁ  ।
  16. ଜଣେ  ଏକାଧିକ  ପଞ୍ଜିକୃତ  ବ୍ୟକ୍ତି  କେବଳ  ତାଙ୍କର  ନିର୍ଦ୍ଧିଷ୍ଟ  କେତେକ  ପଞ୍ଚକରଣ  ପାଇଁ  ଏହି  ସମ୍ବନ୍ଧିତ  ଯୋଜନାର  ଉପଭୋକ୍ତା  ହୋଇ  ପାରିବେ  କି  ନାହିଁ  ?
  17. ଜଣେ  ଦ୍ରବ୍ୟ  ଉତ୍ପାକ ଓ  ସେବା  ପ୍ରଦାନକାରୀ   ଏହି  ସମ୍ବନ୍ଧିତ  ପରିଯୋଜନା  ଉପଯୋଗ   କରିପାରିବେ  କି  ନାହିଁ  ?
  18. କେଉଁମାନେ  ସଂଯୋଜନା  ପରିଯୋଜନା  ପାଇଁ  ଯୋଗ୍ୟ  ଅଟନ୍ତି ?
  19. ସଂଯୋଜନ  ପଦ୍ଧତିଭୁକ୍ତ  ଟିକସଦାତା  ଇନପୁଟ ଟ୍ୟାକ୍ସ କ୍ରେଡିଟ   ପାଇପାରିବେ  କି ?
  20. ସଂଯୋଜନ  ପରିଯୋଜନା  ଅନ୍ତର୍ଭୁକ୍ତ   କୌଣସି  ପଞ୍ଜିକୃତ  ବ୍ୟକ୍ତିଙ୍କଠାରୁ  ଦ୍ରବ୍ୟ  ବା ସେବା  କିଣୁଥିବା  ବ୍ୟକ୍ତି  ଇନ୍ ପୁଟ୍  ଟ୍ୟାକ୍ସ  କ୍ରେଡିଟ  ପାଇପାରିବେ  କି ନାହିଁ  ?
  21. ଗ୍ରାହକମାନଙ୍କ   ଠାରୁ  ସଂଯୋଜନା  ଟିକସ  ଆଦାୟ   ହୋଇପାରିବ  କି ?
  22. ସଂଯୋଜନା  ପରିଯୋଜନାର  ଯୋଗ୍ୟତାପାଇଁ  କିପରି  ମୋଟ  ଦେଣନେଣର  ହିସାବ  କରାଯିବ ?
  23. ଯଦି  କୌଣସି  ସଂଯୋଜିତ ପରିଯୋଜନାର  ସର୍ତ୍ତାବଳୀ  ଖଣ୍ଡନ  କରୁଥିବା  କୌଣସି  ବ୍ୟକ୍ତି  ଏହି  ଯୋଜନାକୁ  ଉପଯୋଗ  କଲେ  ତାଙ୍କ  ପ୍ରତି  କ’ଣ  ଦଣ୍ଡ  ବିଧାନ  କରାଯାଇଛି    ।
  24. ସରକାରଙ୍କୁ  କୌଣସି  ଯୋଗାଣ  ଉପରେ  ଟିକସ  ରିହାତି  ଦେବାକୁ  ଜି.ଏସ୍.ଟି . ଆଇନ  କ୍ଷମତା  ପ୍ରଦାନ  କରିଅଛି  କି ?
  25. ଯଦି  କୌଣସି  ଦ୍ରବ୍ୟ  ବା  ସେବା  ବା ଭୟ  ଉପରେ  ସମ୍ପୂର୍ଣ୍ଣ   କର  ରିହାତି  ଦିଆଯାଇଥାଏ  ତେବେ  କୌଣସି  ବ୍ୟକ୍ତି କର  ଦେୟ  ଦେଇ   ପାରିବେ  କି ?

କେଉଁ  କ୍ଷମତା  ବଳରେ  ଜିଏସ୍ ଟି  ଲାଗୁ  କରାଯାଇପାରିବ ?

ସମ୍ବିଧାନର  ୨୪୬ (କ)  ଧାରା  ଯାହାକି  ୧୦୧ ତମ  ସାମ୍ବିଧାନିକ  ସଂଶୋଧନ  ଆଇନ , ୨୦୧୬ ଉପସ୍ଥାପିତ  ହୋଇଛି , ତାହା  ସଂସଦ  ଏବଂ  ରାଜ୍ୟ  ବିଧାନସଭାଗୁଡିକୁ  କେନ୍ଦ୍ରୀୟ  ଟିକସ (ସି.ଜି.ଏସ୍.ଟି) ପ୍ରାଦେଶିକ  ଟିକସ  (ଏସ୍.ଜି.ଏସ୍.ଟି) କିମ୍ବା  କେନ୍ଦ୍ର  ଶାସିତ ଅଞ୍ଚଳ  ପାଇଁ  ଟିକସ  (ୟୁ.ଟି.ଜି.ଏସ୍.ଟି)  ପାଇଁ   ଆଇନ  ପ୍ରଣୟନ  କରିବାକୁ  ସମ୍ମିଳିତ  କ୍ଷମତା  ପ୍ରଦାନ  କରିଛି  । ଏହାଛଡା  ସମ୍ବିଧାନର ୨୪୬(କ)ର  ଦଫା – ୨ ସହିତ  ୨୬୯ (କ) ସଂସଦକୁ  ଆନ୍ତଃ – ରାଜ୍ୟ  ବାଣିଜ୍ୟ  କାରବାର (ଆଇ.ଜି.ଏସ୍.ଟି) ପାଇଁ   ଆଇନ  ପ୍ରଣୟନ  କରିବାକୁ  ବିଶେଷ  କ୍ଷମତା  ପ୍ରଦାନ   କରିଛି  ।

ଜିଏସ୍ ଟି  କର  କେଉଁ  ସ୍ଥିତିରେ  ବସିବ  ?

ଯେତେବେଳେ  ଦ୍ରବ୍ୟ  କିମ୍ବା ସେବା  କିମ୍ବା  ଉଭୟ  ଦ୍ରବ୍ୟ  ଓ  ସେବା  ଯୋଗାଣ  ହେବ , ସେତେବେଳେ  ଜି.ଏସ୍.ଟି. କର  ବସିବ  । ରାଜ୍ୟର  ଆଭ୍ୟନ୍ତରୀଣ  ଦ୍ରବ୍ୟ ଓ  ସେବା  ଯୋଗାଣ  ଉପରେ ସିଜିଏସ୍ ଟି  ଓ ଏସ୍ ଜିଏସ୍ ଟି /ୟୁଟିଜିଜିଏସ୍ ଟି  ବସିବ ; କିନ୍ତୁ  ଆନ୍ତଃ  ରାଜ୍ୟ  ଯୋଗାଣ  ଉପରେ  କେବଳ  ଆଇଜିଏସ୍ ଟି  ବସିବ   ।

ବିନା  ପ୍ରାପ୍ୟର  ଯୋଗାଣ  ଜି.ଏସ୍. ଟି ଆଇନ୍ ରେ  ଯୋଗାଣ  ଭାବରେ  ପରିଗଣିତ   ହେବ  କି ?

ହଁ , ଯଦି  ଏହି  କାର୍ଯ୍ୟମାନ ସି. ଜି.ଏସ୍.ଟି / ଏସ୍. ଜି.ଏସ୍.ଟି ଆଇନର  ଅନୁଚ୍ଛେଦ  - ୧ ରେ  ଲିଖିତ  ଥିବ  ତେବେ  ତାହା  ଜି.ଏସ୍. ଟି  ଆଇନ  ପରିସରଭୁକ୍ତ   ହେବ  । ଏହି  ଅନୁଚ୍ଛେଦ – ୧କୁ  ଆଇ.ଜି.ଏସ୍ .ଟି  ଏବଂ  ୟୁ.ଟି.ଜି.ଏସ୍.ଟି  ଆଇନରେ ଗ୍ରହଣ  କରାଯାଇଛି   ।

ଦାତବ୍ୟ  ଅନୁଷ୍ଠାନ  ଦ୍ଵାରା  ଦିଆଯାଉଥିବା  ଅତ୍ୟାବଶ୍ୟକ  ଦ୍ରବ୍ୟକୁ  କର  ଉପଯୋଗୀ  ରୂପେ  ପରିଗଣନା   କରାଯିବ  କି ?

କୌଣସି  ଯୋଗାଣ  ଜି.ଏସ୍ .ଟି  ଆଇନରେ  କର  ଉପଯୋଗୀ  ହେବା   ନିମିତ୍ତ , ଦେଣନେଣ  ବ୍ୟବସାୟିକ  ଭିତ୍ତିରେ  ହେବା  ଆବଶ୍ୟକ  । ଯେହେତୁ  ଯୋଗାଣର  ଏହି  ଯୋଗାଣର   କୌଣସି  ପ୍ରତ୍ୟାଶା   ନାହିଁ , ତାହା  ଜି.ଏସ୍.ଟି ଆଇନରେ   ଥିବା  ଯୋଗାଣ  ବୋଲି   ଅଣାଯିବନାହିଁ   ।

ଦ୍ରବ୍ୟ ଓ  ସେବା  ଯୋଗାଣର  ଦେଣନେଣ  କାରବାରକୁ  କିଏ  ବିଜ୍ଞପିତ  କରି  ପାରିବ  ?

ଜି.ଏସ୍.ଟି  ପରିଷଦର  ସୁପାରିଶ  ଅନୁସାରେ   କେନ୍ଦ୍ର   କିମ୍ବା  ରାଜ୍ୟ  ସରକାର  ଯେକୌଣସି  କାର୍ଯ୍ୟ  ବା  କାରବାରକୁ  କେବଳ  ଦ୍ରବ୍ୟ  କାରବାର  ଏବଂ   ସେବା  କାରବାର  ନୁହେଁ  କିମ୍ବା  କେବଳ  ସେବା  କାରବାର  ଓ  ଦ୍ରବ୍ୟ  କାରବାର  ନୁହେଁ  କିମ୍ବା  ଦ୍ରବ୍ୟ  ଅବା  ସେବା  କାରବାର  ପର୍ଯ୍ୟାୟରେ  କୌଣସିଟି  ନୁହେଁ , ହିସାବରେ  ପର୍ଯ୍ୟାୟଭୁକ୍ତ   କରିପାରିବେ   ।

ବିମିଶ୍ର  କାରବାର ଓ  ସମିଶ୍ର  କାରବାର  କ’ଣ ? ଏମାନେ  ପରସ୍ପରଠାରୁ  କିପରି  ଭାବେ  ପୃଥକ   ଅଟନ୍ତି ?

ବିମିଶ୍ର  ଯୋଗାଣ   ହେଉଛି  ସେହି  ଯୋଗାଣ   ଯେଉଁ  ଯୋଗାଣରେ ଦୁଇ  ବା  ତତୋଧିକ  କରଯୁକ୍ତ   ଦ୍ରବ୍ୟ  କିମ୍ବା ସେବା  କିମ୍ବା  ଉଭୟ  କର  ଓ  ସେବା  ପ୍ରାକୃତିକ  ଭାବରେ  ବନ୍ଧିତ  ହୋଇ  ରହିଥାଏ  ଏବଂ  ତାହା  ସାଧାରଣ  ବ୍ୟବସାୟିକ  ଦିଆ – ନିଆ  ପରିପ୍ରେକ୍ଷୀରେ  ବିମିଶ୍ରିତ  ଭାବେ  ବିତରଣ  କରାଯାଏ ; କିନ୍ତୁ  ସେଥିମଧ୍ୟରୁ  ଗୋଟିଏକୁ  ମୁଖ୍ୟ  ଭାବରେ   ବିବେଚିତ   ହୁଏ  । ଉଦାହରଣ  ସ୍ୱରୂପ , ଜଣେ  ଗ୍ରାହକ  ଟି. ଭି  କିଣିଲେ , ସେ  ତା’ ସହିତ  ୱାରେଣ୍ଟି  ଏବଂ  ତଦାରଖ  ଚୁକ୍ତିଟିଏ  ମଧ୍ୟ  ପାଇଥାଏ  । ଏହା  ଏକ  ବିମିଶ୍ରିତ  ଯୋଗାଣ  ଅଟେ  । ଏହି  ଉଦାହରଣରେ  ଯେତେବେଳେ  ଟି. ଭି ମୁଖ୍ୟ   ଯୋଗାଣ   ଅଟେ , ୱାରେଣ୍ଟି  ଏବଂ  ତଦାରଖ   ଚୁକ୍ତି  ଗୌଣ  ହିସାବରେ   ବିବେଚନା  କରାଯାଏ  ।

ଅପରପକ୍ଷରେ  ଏକ  ମିଶ୍ରିତ  ଯୋଗାଣ   ହେଉଛି  ଯେଉଁ  ଯୋଗାଣ  ହେଉଛି  ଯେଉଁ  ଯୋଗାଣ  ଭିନ୍ନ  ଭିନ୍ନ  ବା  ସେବା  କିମ୍ବା  ଉଭୟ  ଦ୍ରବ୍ୟ  ଓ  ସେବା  ସମୁଦାୟ  ଗୋଟିଏ  ଦାମରେ  ମିଶାମିଶି  ଭାବରେ  ଦିଆଯାଏ  । ଯଦିଓ  ପ୍ରତ୍ୟକ  ଦ୍ରବ୍ୟ  ଓ  ସେବା  ଅଲଗା  ଅଲଗା  ଭାବରେ  ଦିଆଯାଇ   ପାରିବ  । ଉଦାହରଣସ୍ୱରୂପ  ଗୋଟିଏ   ଦୋକାନୀ   ଫ୍ରିଜ   ସହିତ  ପାଣି  ବୋତଲ  ଦେଉଛି   । ଏଠାରେ  ପାଣି  ବୋତଲ  ଦେଉଛି  । ଏଠାରେ  ପାଣି   ବୋତଲ  ଓ  ଫ୍ରିଜ  ଅଲଗା  ଅଲଗା  ଭାବରେ  ମଧ୍ୟ  ବିକ୍ରି   କରାଯାଇ ପାରିବ  ।

ବିମିଶ୍ରିତ  ଯୋଗାଣ  ଓ  ମିଶ୍ରିତ  ଯୋଗାଣକୁ  ଜି.ଏସ୍.ଟି . ଆଇନରେ  କିପରି  ଭାବେ   ବିବେଚନା  କରାଯିବ  ?

ବିମିଶ୍ରିତ  ଯୋଗାଣରେ  ଥିବା  ମୁଖ୍ୟ  ଉପାଦାନକୁ   ସମଗ୍ର  ଯୋଗାଣ  ହିସାବରେ  ଧରାଯିବା ; କିନ୍ତୁ  ମିଶ୍ର  ଯୋଗାଣରେ  ଯେଉଁ  ଉପାଦାନ  ବା  ଯୋଗାଣ  ସବୁଠାରୁ   ଅଧିକ  କରଯୁକ୍ତ   ହୋଇଥିବ , ସମଗ୍ର  ଯୋଗାଣକୁ  ସେହି  ଉପାଦାନର  ଯୋଗାଣ  ହିସାବରେ  ଧରାଯିବା   ।

ପ୍ରତ୍ୟକ  ଦ୍ରବ୍ୟ  ଏବଂ ସେବା  ଯୋଗାଣ  ଜି.ଏସ୍ .ଟି. କର   ବସି  ପାରିବ  କି ?

ମାନବ  ଗ୍ରହଣୀୟ  ଆଲ୍ କେହୋଲିକ୍ ମଦକୁ  ଛାଡିଦେଲେ  ଅନ୍ୟ  ପ୍ରତ୍ୟକ  ଦ୍ରବ୍ୟ  ଓ  ସେବା  ଯୋଗାଣ   ଉପରେ  ଜି.ଏସ୍.ଟି  କର  ବସି  ପାରିବ  । କିନ୍ତୁ  ଅଶୁଦ୍ଧ  ପେଟ୍ରୋଲିୟମ , ହାଇସ୍ପିଡ  ଡିଜେଲ , ପେଟ୍ରୋଲ  ବା  ମୋଟ  ସ୍ପିରିଟ , ପ୍ରାକୃତିକ  ଗ୍ୟାସ , ଉଡାଜାହାଜରେ  ଲାଗୁଥିବା  ଟର୍ବାଇନ  ଇନ୍ଧନ  ଉପରେ  ଭବିଷ୍ୟତରେ   କୌଣସି  ଏକ  ତାରିଖଠାରୁ  ଜି.ଏସ୍.ଟି  କର   ଲାଗିବ  । ଜି.ଏସ୍.ଟି  ପରିଷଦର  ଅନୁମୋଦନରେ  ସରକାର  ସେହି  ଭବିଷୟା  ତାରିଖ  ନିର୍ଦ୍ଧାରଣ   କରିବ  ।

ବିପରୀତ  କର  ବ୍ୟବସ୍ଥା  କହିଲେ କ’ଣ  ବୁଝାଯାଏ  ?

ଦ୍ରବ୍ୟ  ବା ସେବା  ଯୋଗାଣକାରୀ  ପରିବର୍ତ୍ତେ  ବିଜ୍ଞାପିତ  କୌଣସି  ଦ୍ରବ୍ୟ   କିମ୍ବା  ସେମା  ଗ୍ରହଣକାରୀ  ଜି.ଏସ୍.ଟି. କର   ଦେବାକୁ  ବାଧ୍ୟ  ହେଲେ , ତାହାକୁ   ବିପରୀତ   କର  ବ୍ୟବସ୍ଥା  କୁହାଯାଏ   ।

ଏହି  ବିପରୀତ  କର  ବ୍ୟବସ୍ଥା  କେବଳ  ସେବା   ନିମିତ୍ତ  ଉଦ୍ଦିଷ୍ଟ  କି ?

ନା,  ବିପରୀତ  କର  ବ୍ୟବସ୍ଥା  ସରକାରଙ୍କ  ଦ୍ଵାରା  ବିଜ୍ଞାପିତ   ହୋଇଥିବା  ଯେକୌଣସି  ଦ୍ରବ୍ୟ   କିମ୍ବା  ସେବା  ଉପରେ  ଲଗାଯାଇପାରେ   ।

ଜଣେ  ଅନପଞ୍ଜିକୃତ  ବ୍ୟକ୍ତିଠାରୁ  ଯୋଗାଣ  ପାଇଲେ  ତାହାର  ପରିଣାମ  କ’ଣ  ?

ଯଦି  ଜଣେ  ଅନପଞ୍ଜିକୃତ  ବ୍ୟକ୍ତିଠାରୁ  ଯୋଗାଣ   ମିଳେ   ତେବେ  ପଞ୍ଜିକୃତ  ଗ୍ରହଣକାରୀ  ବିପରୀତ  କର  ବ୍ୟବସ୍ଥାରେ   ଜି.ଏସ୍.ଟି.  କର  ଦେବାକୁ   ବାଧ୍ୟ   ।

ଜଣେ  ଯୋଗାଣକାରୀ  କିମ୍ବା  ଗ୍ରହଣକାରୀ  ହୋଇନଥିଲେ  ସେ  କର  ଦେଇ  ପାରିବେ  କି ?

ହଁ , କେନ୍ଦ୍ର  ବା  ରାଜ୍ୟ  ସରକାରଙ୍କ  ଦ୍ଵାରା  ବିଜ୍ଞାପିତ  ହୋଇଥିବା   କେତେକ  ସେବା  ଉପରେ  ଯେଉଁ  ଇଲେକ୍ଟ୍ରୋନିକ  ବ୍ୟବସାୟୀ   ପରିଚାଳକଙ୍କ  ମାଧ୍ୟମରେ  ଏହି  ସେବାଗୁଡିକ  ପ୍ରଦାନ  କରାଯାଉଥିବ  ସେ  କର  ଦେବାକୁ  ବାଧ୍ୟ  ହେବେ , ଯେପରି   ଜଣେ  ଯୋଗାଣକାରୀ  ଆଇନତଃ  ଏହି  କର  ଦିଏ   ।

ସଂଯୋଜକ  ପରିଯୋଜନାରେ  ଟିକସ  ଦେବା  ନିମିତ୍ତ  ସର୍ବୋଚ୍ଚ  କାରବାର  ଇଚ୍ଛାଧୀନ  ସୀମା  କେତେ ?

ବିଗତ   ଆର୍ଥିକ  ବର୍ଷରେ  ୫୦  ଲକ୍ଷରୁ  ଅଧିକ  କାରବାର  ଯୋଗାଣ  ହୋଇନଥିଲେ  ସନଯୋଜିତ  ପରିଯୋଜନା  ଲାଗୁ  ହୋଇପାରିବ  । ଚଳନ୍ତି  ଆର୍ଥିକ  ବର୍ଷରେ  ଜଣେ  ୫୦ ଲକ୍ଷ  କାରବାର  ପର୍ଯ୍ୟନ୍ତ  ସନଯୋଜିତ   ପରେ   ଯୋଜନାର  ଉପକାର   ଉପଲବ୍ଧ   କରିପାରିବ  ।

ସନଯୋଜିତ  ପରିଯୋଜନା  ଟିକସ  ହାର  କ’ଣ ?

ବିଭିନ୍ନ  ଖଣ୍ଡ   ଭିନ୍ନ  ଭିନ୍ନ  ଟିକସ  ହାରର  ବ୍ୟବସ୍ଥା  ଅଛି  । ଜଣେ  ସାଧାରଣ  ଦ୍ରବ୍ୟ  ଯୋଗାଣକାରୀ (ବ୍ୟବସାୟୀ) ଙ୍କ  ନିମିତ୍ତ ଏହା  ସେହି  ପ୍ରଦେଶ କେନ୍ଦ୍ରଶାସିତ  ଅଞ୍ଚଳରେ  ହୋଇଥିବା  ସମ୍ପୂର୍ଣ୍ଣ  କାରବାର  ଉପରେ  ଟିକସ  ୦.୫% ଅଟେ  । ଯଦି  ବ୍ୟକ୍ତିଜଣକ  ଜଣେ  ଦ୍ରବ୍ୟ  ଉପାଦାନକାରୀ  ହୋଇଥାଏ  ତେବେ  ତାହାପାଇଁ  ସଜୋଜିତ  ପରିଯୋଜନାର   ଟିକସ  ହାର ୧%  ରହିବ  । ରେସ୍ତୋରାଁ  ସେବା  ଉପରେ   ଏହା  ସମ୍ପୂର୍ଣ୍ଣ  କାରବାରର  ୨.୫% ଅଟେ  । ଏହା  ଟିକସ  ହାରଗୁଡିକ  କେବଳ  ଗୋଟିଏ  ଆଇନ  ଅଧିନ  ଅଟେ  । ସେହିପରି  ଅନ୍ୟ  ଆଇନ  ଅନୁସାରେ  ଏହି  ଟିକସ  ହାରଗୁଡିକ   ପ୍ରଯୁଜ୍ୟ  ହେବ  । ତେଣୁ  ବାସ୍ତବରେ  ସି. ଜି.ଏସ୍.ଟି  ଓ  ଏସ୍. ଜି.ଏସ୍.ଟି  /ୟୁ.ଟି.ଏସ୍. ଜି.ଏସ୍.ଟି  ଆଇନ୍ ରେ  ଟିକସ  ହାର  ଯଥାକ୍ରମେ  ୧%,୨% ଓ ୫% ଜଣେ  ସାଧାରଣ  ଯୋଗାଣକାରୀ , ଉତ୍ପାଦନକାରୀ  ଓ  ରେସ୍ତୋରାଁ  ସେବା  ଉପରେ  ପଡିବ    ।

ସମ୍ବନ୍ଧିତ  ପରିଯୋଜନାକୁ  ଆପଣଉଥିବା  ଜଣେ  ବ୍ୟକ୍ତିର ସମସ୍ତ  କାରବାର  ଯଦି  ଆର୍ଥିକ  ବର୍ଷରେ  ମଧ୍ୟଭାଗରେ  ମନେକରାଯାଉ   ଡିସେମ୍ବରରେ  ୫୦ ଲକ୍ଷ  ଅତିକ୍ରମ   କରେ , ତେବେ  ସେହି  ବ୍ୟକ୍ତିଙ୍କୁ  ଆର୍ଥିକ  ବର୍ଷ  ଶେଷ  ମାନେ  ମାର୍ଚ୍ଚ – ୩୧  ପର୍ଯ୍ୟନ୍ତ   ସମ୍ବନ୍ଧିତ  ପରିଯୋଜନାରେ   ଟିକସ  ଦେବାକୁ  ଛଡାଯିବ କି ନାହିଁ  ।

ନା, ଏକ  ଆର୍ଥିକ  ବର୍ଷର  ଯେଉଁଦିନ  ସମ୍ପୂର୍ଣ୍ଣ  କାରବାର  ୫୦ ଲକ୍ଷ  ଅତିକ୍ରମ  କରିବ  ସେହିଦିନଠାରୁ   ସମ୍ବନ୍ଧିତ   ପରିଯୋଜନା  ଲାଗୁ  ହେବନାହିଁ   ।

ଜଣେ  ଏକାଧିକ  ପଞ୍ଜିକୃତ  ବ୍ୟକ୍ତି  କେବଳ  ତାଙ୍କର  ନିର୍ଦ୍ଧିଷ୍ଟ  କେତେକ  ପଞ୍ଚକରଣ  ପାଇଁ  ଏହି  ସମ୍ବନ୍ଧିତ  ଯୋଜନାର  ଉପଭୋକ୍ତା  ହୋଇ  ପାରିବେ  କି  ନାହିଁ  ?

ଗୋଟିଏ  ପ୍ୟାନ  ନମ୍ବର  ଥିବା  ଅନେକ  ପଞ୍ଜିକୃତ  ବ୍ୟକ୍ତି  ଏହି  ସମ୍ବନ୍ଧିତ  ପରିଯୋଜନାରେ  ରହିପାରିବେ   । ଯଦି  ଏଥି  ମଧ୍ୟରୁ  କେହି  ଜଣେ  ସାଧାରଣ  ଯୋଜନାରେ ଟିକସ  ଦେବାକୁ  ଇଚ୍ଛା  କରନ୍ତି ତେବେ  ଅନ୍ୟମାନେ  ମଧ୍ୟ  ସମ୍ବନ୍ଧିତ   ପରିଯୋଜନାର  ପରିସରରୁ  ବାହାର  ହେବେ  ।

ଜଣେ  ଦ୍ରବ୍ୟ  ଉତ୍ପାକ ଓ  ସେବା  ପ୍ରଦାନକାରୀ   ଏହି  ସମ୍ବନ୍ଧିତ  ପରିଯୋଜନା  ଉପଯୋଗ   କରିପାରିବେ  କି  ନାହିଁ  ?

ହଁ, ସାଧାରଣ  ଏକ  ଦ୍ରବ୍ୟ  ଉତ୍ପାଦକ  ସମ୍ବନ୍ଧିତ  ପରିଯୋଜନା  ଉପଯୋଗଗା  କରିପାରିବେ ; କିନ୍ତୁ  ଜଣେ  ଦ୍ରବ୍ୟ  ଉତ୍ପାଦକ , ଜି.ଏସ୍.ଟି. ପରିଷଦର   ସୁପାରିସ  ପରେ  ବିଜ୍ଞାପିତ   ହେଲେ  ଏହା  ଉପଯୋଗ  କରିପାରିବେନି  । ରେସ୍ତୋରାଁ  ବିତ୍ୟରେକ  କୌଣସି  ସେବା  ପ୍ରଦାନକାରୀ  ଏହି  ପରିଯୋଜନାର  ପରିସରରେ  ରହି  ପାରିବେନି   ।

କେଉଁମାନେ  ସଂଯୋଜନା  ପରିଯୋଜନା  ପାଇଁ  ଯୋଗ୍ୟ  ଅଟନ୍ତି ?

ମୋଟାମୋଟି  ଭାବରେ   ପାଞ୍ଚ  ପ୍ରକାର  ପଞ୍ଜିକୃତ  ବ୍ୟକ୍ତିମାନେ  ସମ୍ବନ୍ଧିତ ଯୋଜନା  ପାଇଁ  ଯୋଗ୍ୟ  ବିବେଚିତ  ନୁହଁନ୍ତି   । ସେମାନେ  ହେଲେ –

(୧) ରେସ୍ତୋରାଁ  ବ୍ୟତିରେକ  ଅନ୍ୟ  ସେବା  ଯୋଗାଣକାରୀଗଣ ;

(୨) ସି. ଜି.ଏସ୍.ଟି /ଏସ୍. ଜି.ଏସ୍.ଟି  /ୟୁ.ଟି.ଏସ୍. ଜି.ଏସ୍.ଟି  କରଯୁକ୍ତ  ହୋଇନଥିବା  ଦ୍ରବ୍ୟଗୁଡିକର  ଯୋଗାଣକାରୀ ;

(୩) ଅନ୍ତଃ  ରାଜ୍ୟ  ଦ୍ରବ୍ୟ  ଯୋଗାଣକାରୀଗଣ ;

(୪) ଇଲେକ୍ଟ୍ରୋନିକ୍ସ  ବାଣିଜ୍ୟ  ପରିଚାଳକ   ମାଧ୍ୟମରେ  ଦ୍ରବ୍ୟ  ଯୋଗାଣକାରୀ ;

(୫) କେତେକ  ବିଜ୍ଞାପିତ  ପଦାର୍ଥର  ଉତ୍ପାଦନକାରୀ  ।

ସଂଯୋଜନ  ପଦ୍ଧତିଭୁକ୍ତ  ଟିକସଦାତା  ଇନପୁଟ ଟ୍ୟାକ୍ସ କ୍ରେଡିଟ   ପାଇପାରିବେ  କି ?

ନା , ସଂଯୋଜନ  ପଦ୍ଧତିଭୁକ୍ତ  ଟିକସଦାତା  ଇନ୍ ପୁଟ୍  ଟ୍ୟାକ୍ସ  କ୍ରେଡିଟ ପାଇଁ  ଯୋଗ୍ୟ  ବିବେଚିତ ହେବେନାହିଁ   ।

ସଂଯୋଜନ  ପରିଯୋଜନା  ଅନ୍ତର୍ଭୁକ୍ତ   କୌଣସି  ପଞ୍ଜିକୃତ  ବ୍ୟକ୍ତିଙ୍କଠାରୁ  ଦ୍ରବ୍ୟ  ବା ସେବା  କିଣୁଥିବା  ବ୍ୟକ୍ତି  ଇନ୍ ପୁଟ୍  ଟ୍ୟାକ୍ସ  କ୍ରେଡିଟ  ପାଇପାରିବେ  କି ନାହିଁ  ?

ନା , ସଂଯୋଜନ  ପଦ୍ଧତିଭୁକ୍ତ  ଟିକସଦାତାଙ୍କ  ଠାରୁ  ସାମଗ୍ରୀ  କ୍ରୟ  କରୁଥିବା  ଗ୍ରାହକ  ସଂଯୋଜକ  ଇନ୍ ପୁଟ୍  କ୍ରେଡିଟ   ପାଇବାକୁ   ଯୋଗ୍ୟ  ବିବେଚିତ   ହେବନାହିଁ   । କାରଣ  ସଂଯୋଜନା   ପରିସରଭୁକ୍ତ   ଯୋଗାଣକାରୀ  ଟିକସ  ଇନ୍ ଭଏସ  ପ୍ରଦାନ  କରିପାରିବେ  ନାହିଁ   ।

ଗ୍ରାହକମାନଙ୍କ   ଠାରୁ  ସଂଯୋଜନା  ଟିକସ  ଆଦାୟ   ହୋଇପାରିବ  କି ?

ନା, ସଂଯୋଜନ ପଦ୍ଧତିଭୂକ୍ତ  ପଞ୍ଜିକୃତ  ବ୍ୟକ୍ତି  ଟିକସ  କରିବାପାଇଁ ଅନୁମତି ପ୍ରାପ୍ତ  ନୁହଁନ୍ତି  । ଏହାର  ଅର୍ଥ ସଂଯୋଜକ  ପରିସରଭୁକ୍ତ  ଯୋଗାଣକାରୀ  ଟିକସ  ଇନ୍ ଭଏସ  ପ୍ରଦାନ  କରିପାରିବେ   ନାହିଁ  ।

ସଂଯୋଜନା  ପରିଯୋଜନାର  ଯୋଗ୍ୟତାପାଇଁ  କିପରି  ମୋଟ  ଦେଣନେଣର  ହିସାବ  କରାଯିବ ?

ମୋଟ  ଦେଣନେଣ  ହିସାବର  ପ୍ରଣାଳୀ  ଧାରା – ୨ (୬)ରେ  ଦିଆଯାଇଛି  । ସେହି  ଅନୁସାରେ  ମୋଟ  ଦେଣନେଣମାନେ  ଗୋଟିଏ  ପ୍ୟାନ  ଆଧାରରେ   ବିକ୍ରି  କରାଯାଉଥିବା ସମସ୍ତ  ଯୋଗାଣ  (କରଯୁକ୍ତ ଯୋଗାଣ + କରରହିତ  ଯୋଗାଣ + ରପ୍ତାନି +ଆନ୍ତଃରାଜ୍ୟ  ଯୋଗାଣ); କିନ୍ତୁ  ଏଥିରେ   ସି.ଜି.ଏସ୍.ଟି  କର , ଏସ୍.ଜି.ଏସ୍.ଟି. କର  କେନ୍ଦ୍ରଶାସିତ   ଅଞ୍ଚଳର  ଜି.ଏସ୍.ଟି. କର , ସମନ୍ଵିତ  କର ଏବଂ  କ୍ଷତିପୂରଣ   ସେବା  ମିଶିବନାହିଁ  । ଏତଦ୍ ବ୍ୟତୀତ  କିନାଯାଉଥିବା  ଯୋଗାଣ , ଯାହା  ଉପରେ  ବିପରୀତ  କର  ଦିଆଯାଉଥିବା  ତାହା  ମଧ୍ୟ  ଏହି  ମୋଟ  ଦେଣନେଣରୁ  ବାଦ  ଦିଆଯିବ  ।

ଯଦି  କୌଣସି  ସଂଯୋଜିତ ପରିଯୋଜନାର  ସର୍ତ୍ତାବଳୀ  ଖଣ୍ଡନ  କରୁଥିବା  କୌଣସି  ବ୍ୟକ୍ତି  ଏହି  ଯୋଜନାକୁ  ଉପଯୋଗ  କଲେ  ତାଙ୍କ  ପ୍ରତି  କ’ଣ  ଦଣ୍ଡ  ବିଧାନ  କରାଯାଇଛି    ।

ଯଦି  ସଂଯୋଜିତ  ପରିଯୋଜନାପାଇଁ   ଯୋଗ୍ୟତା  ନଥାଇ  ଜଣେ   କରଦାତା  କର  ବା  ଟିକସ  ଦିଏ , ତେବେ  ଧାରା  ୭୩ ଓ  ୭୪  ଅନୁଯାୟୀ  ସେ  ଦଣ୍ଡିତ  ହେବ  ଏବଂ  କର ନିଧାର୍ଯ୍ୟ   କରାଯିବ   ।

ସରକାରଙ୍କୁ  କୌଣସି  ଯୋଗାଣ  ଉପରେ  ଟିକସ  ରିହାତି  ଦେବାକୁ  ଜି.ଏସ୍.ଟି . ଆଇନ  କ୍ଷମତା  ପ୍ରଦାନ  କରିଅଛି  କି ?

ହଁ , ସର୍ବସାଧାରଣଙ୍କ  ହିତ  ଦୃଷ୍ଟିରୁ , ଜି.ଏସ୍.ଟି  ପରିଷଦର   ସୁପାରିସ  ଅନୁସାରେ  କେନ୍ଦ୍ର  ବା  ପ୍ରାଦେଶିକ  ସରକାର  କୋଣସି  ଦ୍ରବ୍ୟ  ବା  ସେବା  ଯୋଗାଣ  ଉପରେ  ଆଂଶିକ  ବା  ସମ୍ପୂର୍ଣ୍ଣ  ଭାବରେ  ବା  ସର୍ତ୍ତଭିତ୍ତିକ   ଭାବରେ   କର  ରିହାତି  ଦେଇ  ପାରିବେ   । ପୁନଶ୍ଚ  କୌଣସି  ଅସାଧାରଣ  ପରିସ୍ଥିତିରେ  ସରକାର  ଏକ   ସ୍ଵତନ୍ତ୍ର  ଆଦେଶରେ  ଯେକୌଣସି  ଦ୍ରବ୍ୟ  ବା ସେବା  କିମ୍ବା  ଉଭୟ  ଦ୍ରବ୍ୟ ଓ  ସେବା  ଉପରେ  କର  ରିହାତି  ଦେଇ  ପାରିବେ   । ଏପରି  ଯେକୌଣସି  ରିହାତି  ଦିଆଗଲେ  ତାହା  ଏସ୍.ଜି.ଏସ୍.ଟି.  ଏବଂ  କେନ୍ଦ୍ରଶାସିତ  ଅଞ୍ଚଳ  ଜି.ଏସ୍.ଟି. ଆଇନ  ଅନୁସାରେ   ରିହାତି  ଦିଆଯାଇଛି  ବୋଲି  ପରିଗଣିତ  ହେବାପାଇଁ   ଏହି  ଆଇନରେ  ବ୍ୟବସ୍ଥା  ଅଛି  ।

ଯଦି  କୌଣସି  ଦ୍ରବ୍ୟ  ବା  ସେବା  ବା ଭୟ  ଉପରେ  ସମ୍ପୂର୍ଣ୍ଣ   କର  ରିହାତି  ଦିଆଯାଇଥାଏ  ତେବେ  କୌଣସି  ବ୍ୟକ୍ତି କର  ଦେୟ  ଦେଇ   ପାରିବେ  କି ?

ନା, କୌଣସି  ବ୍ୟକ୍ତି  ଯୋଗାଣ  କରୁଥିବା  ରିହାତିଯୁକ୍ତ  ଦ୍ରବ୍ୟ  ବା  ସେବା  ବା  ଉଭୟ  ଦ୍ରବ୍ୟ  ବା  ସେବା  ଉପରେ  ନିର୍ଦ୍ଧିଷ୍ଟ  କରଠାରୁ  ଅଧିକ  କର  ଆଦାୟ  କରିପାରିବେ  ନାହିଁ  ।

ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 7/24/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate