অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିବେଶ ଟିକସ ଜମାରାଶି

ନିବେଶ ଟିକସ ଜମାରାଶି

  1. ନିବେଶ ଟିକସ କଣ
  2. CGST , SGST ଓ IGST ଆଇନରେ ନିବେଶ ଟିକସ ବିଭିନ୍ନ ନିରୂପିତ ସଂଜ୍ଞାର କି ପ୍ରଭାବ ରହିଛି   ।
  3. ବିପରୀତ ଯୋଗାଣ ଉପରେ ଭରଣା ହେଉଥିବା GST ନିବେଶ ଟିକସ ଭାବେ ଗଣ୍ୟ ହେବ କି
  4. ନିବେଶ ଦ୍ରବ୍ୟ , ସେବା କିମ୍ବା ଉତପାନକରି ଦ୍ରବ୍ୟ ପାଇଁ ଭରଣା ହେଉଥିବା CGST , IGST ବା SGST ଟିକସରେ ନିବେଶ ଟିକସ ସମ୍ମିଶ୍ରଣ ହେବ କି
  5. ଅନୁଚ୍ଛେଦ -୧୬ (୨) ଅନୁଯାୟୀ ଜେନ ବ୍ୟକ୍ତି ଏହି ଆଇନ ବଳରେ ପଞ୍ଜିକାରଣ ପାଇଁ ଆବେଦନ କାଲେ ପଞ୍ଜିକାରଣ ପାଇଁ ଯୋଗ୍ୟ ହେବାର ୩୦ ଦିନ ମଧ୍ୟରେ ଓ ପରେ ପଞ୍ଜିକାରଣ ମଞ୍ଜୁରୀ ପାଇଲେ ITC ପାଇଁ ଦାବି କରିପାରିବେ କି
  6. ଜଣେ ବ୍ୟକ୍ତି ୨୦୧୭ ଅଗଷ୍ଟ ପହିଲାରେ ଟିକସ ଦେବାକୁ ଯୋଗ୍ୟ ହେଲେ , ମାତ୍ର ୨୦୧୭ ଅଗଷ୍ଟ ୧୫ ତାରିଖରେ ପଞ୍ଜିକାରଣ ପ୍ରାପ୍ତ ହେଲେ   । ତେବେ ସେହି ବ୍ୟକ୍ତିଙ୍କୁ ଷ୍ଟକରେ ଥିବା ନିବେଶ ଉପରେ କେଉଁ ସମୟ ପର୍ଯ୍ୟନ୍ତ ନିବେଶ ଜମାରାସୀ ଦିଆଯିବ   ।
  7. ଯେଉଁ ବ୍ୟକ୍ତି ସ୍ଵେଚ୍ଛାକୃତ ପଞ୍ଜିକାରଣ ପାଇଥିବେ , ତାଙ୍କର ଷ୍ଟକରେ ଥିବା ନିବେଶ ଉପରେ ନିବେଶ ଟିକସ ଜମାରାସୀ ଗ୍ରହଣ କରିବା ଲାଗି ଯୋଗ୍ୟତା ରହିଛି  କି
  8. ଜଣେ ଟିକସଯୋଗ୍ୟ ବ୍ୟକ୍ତିଙ୍କ ଦ୍ଵାରା ଗ୍ରହଣ ହୋଇଥିବା ଦ୍ରବ୍ୟ ଓ ସେବା ଉଭୟ ଟିକସଯୁକ୍ତ ଓ ଅଣ- ଟିକସଯୁକ୍ତ ଯୋଗାଣ ନିମନ୍ତେ ବ୍ୟବହାର କରାଗଲେ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି କଣ ନିବେଶ ଟିକସ ଜମାରାସୀ ପାଇପାରିବେ   ।
  9. ଜଣେ ଟିକସଦାତାଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଦ୍ରବ୍ୟ ଓ ସେବା ବ୍ୟବଶାୟିକ ଓ ଅଣ ବ୍ୟବଶାୟିକ ଯୋଗାଣ ଲାଗି ବ୍ୟବହାର କରାଗଲେ ତାହା ପଞ୍ଜିକୃତ ଟିକସଦାତାକୁ ନିବେଶ ଟିକସ ଜମାରାଶି ମିଳିବ କି
  10. ପଞ୍ଜିକୃତ ଟିକସଦାତାଙ୍କ ରୂପରେଖ ପରିବର୍ତ୍ତିତ ହେଲେ ସେ କ୍ଷେତ୍ରରେ ନିବେଶ ଟିକସ ଯୋଗ୍ୟତା ମାନଦଣ୍ଡ କଣ ହେବ
  11. ଯଦି ଜଣେ ପଞ୍ଜିକୃତ ଟିକସଦାତାଙ୍କ ଦ୍ଵାରା ଯୋଗାଣ ହେଉଥିବା ଦ୍ରବ୍ୟ ଓ ସେବା ସଂପୂର୍ଣ୍ଣ ଟିକସଛାଡ ହୋଇଥାଏ   , ତେବେ ଏ କ୍ଷେତ୍ରରେ ନିବେଶ ଟିକସର ଯୋଗ୍ୟତା ମାନଦଣ୍ଡ କଣ ହେବ
  12. ଯଦି ଟିକସଦାତାଙ୍କ ଅନୁଚ୍ଛେଦ -୭ ଅନୁଯାୟୀ ଟିକସ ପଏଠ, ସେ ଅନୁଚ୍ଛେଦ – ୮ ଅନ୍ତର୍ଭୁକ୍ତ ବହୁ ଟିକସ ଦେୟ ଯୋଜନାକୁ ପସନ୍ଦ କରନ୍ତି ତା ହେଲେ ସେ କ୍ଷେତ୍ରରେ ନିବେଶ ଟିକସର ଯୋଗ୍ୟତା ମାନଦଣ୍ଡ କଣ ହେବ
  13. ଯୋଗିକ ଟିକସ ଦେଉଥିବା ଜଣେ ଡିଲର ସର୍ବନିମ୍ନ ସୀମା ଅତିକ୍ରମ କରି ନିୟମିତ ଟିକସଡାଟା ରୂପେ ପରିଗଣିତ ହେଲା , ତେବେ ସେ କଣ ITC  ପ୍ରାପ୍ତ କରିପାରିବେ   ? ଯଦି ହଁ , ତା ହେଲେ କେଉଁ ତିଥିଠାରୁ ସେ ITC ପ୍ରାପ୍ତ କରିବ   ।
  14. ମିଷ୍ଟର ବି ଜଣେ ପଞ୍ଜିକୃତ ଟିକସଦାତା ଓ ସେ ୩୦ ଜୁଲାଇ ,୨୦୧୭ ପର୍ଯ୍ୟନ୍ତ ଯୌଗିକ ହାରରେ ଟିକସ ପଏଠ କରିଛନ୍ତି   ।  ତେବେ ୩୧ ଜୁଲାଇ ,୨୦୧୭ ଠାରୁ ମିଷ୍ଟର ବି ନିୟମିତ ଯୋଜନାରେ ଟିକସ ପଏଠ କରିବାକୁ ଯୋଗ୍ୟ ହେଲେ  ITC ପ୍ରାପ୍ତି ପାଇଁ ସେ ଯୋଗ୍ୟ ହେବେ କି  ?
  15. ମିଷ୍ଟର ଏ ୫  ଜୁନ,୨୦୧୭ ରେ ସ୍ଵେଚ୍ଛାକୃତ ପଞ୍ଜିକାରଣ ଲାଗି ଆବେଦନ କଲେ ଓ ୨୨ ଜୁନ , ୨୦୧୭ ରେ ପଞ୍ଜିକାରଣ ପ୍ରମାଣପତ୍ର ହାସଲ କଲେ , ତେବେ ମିଷ୍ଟର ଏ କେଉଁ ତିଥି ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଉପରେ ITC ପ୍ରାପ୍ତି ପାଇଁ ଯୋଗ୍ୟ ହେବେ   ?
  16. ଜଣେ ଟିକସଦାତାଙ୍କୁ ବସ୍ତୁ ଓ ସେବା ଯୋଗାଣ ହେଉଥିଲେ ମଧ୍ୟ ଅନୁଚ୍ଛେଦ -୧୬ ଉପ-ଉପଚ୍ଚେଦ (୨)(୨ କ ) କିମ୍ବା (୩)  ଅନୁଯାୟୀ ITC ଗ୍ରହଣ ଲାଗି କେତେବେଳେ ଯୋଗ୍ୟ ହେବେ ନାହିଁ  ।
  17. ନିଯୁକ୍ତିଭିତ୍ତିକ ଶ୍ରମିକ (ଜବ ୱାର୍କର )ଙ୍କୁ ପ୍ରେରିତ ନିବେଶ ଉପରେ ଗୋଦାମ ମାଲିକ ନିବେଶ ଟିକସ ଜମାରାଶି ପାଇବାକୁ ଯୋଗ୍ୟ ହେବେ କି   ?
  18. ନିଯୁକ୍ତିଭିତ୍ତିକ କାର୍ଯ୍ୟ ଲାଗି ପ୍ରେରିତ ନିବେଶକୁ ଗୋଦାମ ମାଲିକ କେତେଦିନ ମଧ୍ୟରେ ପୁନଶ୍ଚ ଗ୍ରହଣ କରି ପାରିବେ   ?
  19. ଯଦି ଜବ ୱାର୍କରଙ୍କଠାରୁ ନିବେଶକୁ ୧୮୦ ଦିନ ମଧ୍ୟରେ ଗ୍ରହଣ ନ କରିପାରିଲେ ଗୋଦାମ ମାଲିକ ITC କୁ ଫେରସ୍ତ କରିବେ କି
  20. ଜମାରାଶି ପ୍ରାପ୍ତ ଉଦ୍ଦେଶ୍ୟରେ କେଉଁ ଟିକସଯୋଗ୍ୟ ଯୋଗାଣକୁ ହିସାବକୁ ନିଆଯାଇଛି  । (କ) ଶୂନ୍ୟହାରଭିତ୍ତିକ ଯୋଗାଣ , (ଖ) କରମୁକ୍ତ ଯୋଗାଣ ,( ଗ) ଉଭୟ   ।
  21. କେତେ ଦିନ ମଧ୍ୟରେ ୱାର୍କକୁ ପ୍ରେରିତ ମୂଳଧନୀ ଦ୍ରବ୍ୟ ବା ଉତ୍ପାଦନକାରୀଙ୍କ ଦ୍ରବ୍ୟ କୁ ଗୋଦାମ ମାଲିକ ପୁନଶ୍ଚ ଗ୍ରହଣ କରିପାରିବେ
  22. ଯଦି ଜବ ୱାର୍କକୁ ନିକଟ କୁ ପ୍ରେରିତ ମୂଳଧନୀ ଦ୍ରବ୍ୟକୁ ଗୋଦାମ ମାଲିକ ଦୁଇବର୍ଷ ମଧ୍ୟ ରେ ଗ୍ରହଣ ନ କରନ୍ତି ଗୋଦାମ ମାଲିକଙ୍କ ଉତ୍ତରଦାୟିତ୍ଵ କଣ ରହିବ   ?
  23. ଜଣେ ଟିକସଦାତାଙ୍କ ସୂଚନା ପ୍ରଯୁକ୍ତିଜ୍ଞାନ କୌଶଳ ଉପରେ ବ୍ୟବସାୟ କରୁଛନ୍ତି   ।  ସେ ତାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବ୍ୟବହାର ପାଇଁ ଏକ ମଟରଗାଡି କିଣିଲେ   । ମଟରଗାଡି କିନା ଉପରେ ପଏଠ ହୋଇଥିବା GST ଦ୍ରୁଷ୍ଟିରୁ ଟିକସଦାତା ITC ପ୍ରାପ୍ତ ହେବେ କି   ?
  24. ୧୯୬୧ ଆୟକର ଆଇନ ଅନୁଯାୟୀ ମୂଳଧନୀ ସାମଗ୍ରୀର ମୂଲ୍ୟ ଉପରେ ସମିଶ୍ରିତ ଟିକସର ଆବମୂଲ୍ୟାୟନ ପାଇଁ ପଞ୍ଜିକୃତ ଟିକସଡାଟା ଦାବି କଲେ , ଏଭଳି କ୍ଷେତ୍ରରେ ତାଙ୍କୁ ITC  ପ୍ରାପ୍ତ ହେବ କି   ?
  25. MGL ର ଅନୁଚ୍ଛେଦ -୧୬ (୧୧) ଅନୁଯାୟୀ , ଏ କ୍ଷେତ୍ରରେ ୪ ଟି ସର୍ତ୍ତ ଆରୋପିତ ହୋଇଛି  ।
  26. ଯଦି ଚାଲାନ ମାଧ୍ୟମରେ ବହୁଳାଂଶରେ କିମ୍ବା କିସ୍ତି ଅନୁଯାୟୀ ମିଳୁଥାଏ, ତା ହେଲେ ଜଣେ ପଞ୍ଜିକୃତ ଟିକସଦାତା ITC ପାଇଁ ହେବ କି
  27. ଟିକସଯୋଗ୍ୟ ବ୍ୟକ୍ତି ପରିବର୍ତ୍ତେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦ୍ରବ୍ୟ ପ୍ରେରଣ କରାଗଲେ କିଏ ITC ପାଇବେ
  28. ITC ଗ୍ରହଣ କରିବାର ସମୟସୀମା କେତେ ରହିଛି
  29. କେଉଁ କେଉଁ ନକରାତ୍ମକ ପ୍ରସଙ୍ଗ ଉପରେ ITC ପ୍ରାପ୍ତ ଅନୁମତିଯୋଗ୍ୟ ନୁହେଁ  ।
  30. MGL ର ଅଣୁଚ୍ଛେଦ -୨୯ ରେ ବର୍ଣ୍ଣିତ ଅଛି ଯେ , ଯଦି ଗ୍ରହିତାଙ୍କ ଦ୍ଵାରା ଫାଇଲ ହୋଇଥିବା ଆଭ୍ୟନ୍ତରୀଣ ବିବରଣୀ   , ଯୋଗାଣକରିଙ୍କ ବୈଧ ରିଟର୍ଣ୍ଣରେ ପ୍ରଦର୍ଶିତ ବାହ୍ୟ ବିବରଣୀ ମେଲ ଖାଇଲା , ତାହେଲେ ଏହା ITC ପଦବାଚ୍ୟ ହେବ   । ଯଦି ଏହି ବିବରଣୀଦ୍ୱୟ ମେଳ ନ ଖାଇଲା ତାହାଲେ କଣ ହେବ   ?
  31. ଯଦି ITC ଗ୍ରହଣଯୋଗ୍ୟ ମୂଳଧନୀ ସାମଗ୍ରୀକୁ ଟିକସଯୋଗ୍ୟ ବ୍ୟକ୍ତିଯୋଗାଣ କରନ୍ତି   ,  ତା ହେଲେ ଏହାର ଟିକସ ପ୍ରଭାବ କଣ ରହିବ   ?
  32. ତ୍ରୁଟିପୂର୍ଣ୍ଣ ଭାବେ ପ୍ରଦତ୍ତ ଜମାରାଶିକୁ ଆଦାୟ ଳଋ କି ପ୍ରକାର ବ୍ୟବସ୍ଥା ରହିଛି   ।

ନିବେଶ ଟିକସ କଣ

MGL ର ଅନୁଛେଦ 2(57) ଓ IGST ଆଇନର ଅନୁଚ୍ଛେଦ -2 (1) (ଘ) ରେ ନିବେଶ ଟିକାଶର ସଂଜ୍ଞା ନିରୂପିତ ହୋଇଛି   । ନିବେଶ ଟିକସର ଟିକସଯୋଗ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି   । ଟିକସଯୋଗ୍ୟ ବ୍ୟକ୍ତି CGST ଆଇନ ଅନୁଯାୟୀ IGST ଓ CGST ଏବଂ SGST ଆଇନ ଅନୁଯାୟୀ IGST OGST ଟିକସ ଦେୟ ଭରଣା କରିବେ   । ଟିକସଦାତା ଯେକୌଣସି ଦ୍ରବ୍ୟ ଓ ସେବା ଯୋଗାଣ ବ୍ୟବହାର କରିବେ ବା ବ୍ୟବହାର ପାଇଁ ଇଚ୍ଛୁକ ତାହା ଉପରେ ଦେୟ ଦେବେ   । ଅନୁଚ୍ଛେଦ 7- ର ଉପଅନୁଚ୍ଛେଦ (3) ବଳରେ ବ୍ୟବସାୟ ଚଳାଇବା ପାଇଁ ଟିକସଦାତାଙ୍କୁ ଦେୟଯୋଗ୍ୟ ଟିକସ ଭରଣା କରିବାକୁ ପଡିବ   ।

IGST ଆଇନ ଅନୁଯାୟୀ କୌଣସି ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ଯେଉଁ IGST , CGST କିମ୍ବା SGST ଦେୟ ଦେବାକୁ ତାହା ନିବେଶ ରୂପେ ସଂଜ୍ଞା ନିରୂପିତ ହୋଇଛି   ।

CGST , SGST ଓ IGST ଆଇନରେ ନିବେଶ ଟିକସ ବିଭିନ୍ନ ନିରୂପିତ ସଂଜ୍ଞାର କି ପ୍ରଭାବ ରହିଛି   ।

CGST ଆଇନର IGST CGST, SGST ଆଇନର IGST ଓ SGST କୁ ନେଇ ନିବେଶ ଟିକସ ଗଠିତ   ।  ସମସ୍ତ ତିନୋଟି ଟିକସ IGST CGST ଓ SGST କୁ ନେଇ ନିବେଶ ଟିକସ ଗଠିତ   । IGST ଦେୟଯୋଗ୍ୟ ଟିକସ ଦେବାକୁ ହେଲେ ଏହି 3ଟି ଟିକସର ଜମାରାସୀ ବ୍ୟବହୃତ ହେବ ,  କିନ୍ତୁ IGST ଓ CGST ଜମା ରାସୀ CGST ଆଇନ ବଳରେ ଏବଂ IGST ଓ SGST ର ଜମାରାଶି SGST ଆଇନ ବଳରେ ଗ୍ରହଣ କରାଯାଇ ପାରିବ   । ତେବେ CGST ଓ SGST ର ଜମାରାସୀ ଅଡାଳବଦଳ ବହବେ ବ୍ୟବହୃତ ହୋଇପାରିବ ନାହିଁ   ।

ବିପରୀତ ଯୋଗାଣ ଉପରେ ଭରଣା ହେଉଥିବା GST ନିବେଶ ଟିକସ ଭାବେ ଗଣ୍ୟ ହେବ କି

ହଁ , ଅନୁଚ୍ଛେଦ -7 ର ଉପ- ଅନୁଚ୍ଛେଦ (3) ଅନୁଯାୟୀ ଦେୟ ଟିକସ ନିବେଶ ଟିକସରେ ଅନ୍ତର୍ଭୁକ୍ତ ହେବ  (ବିପରୀତ ଯୋଗାଣ ଭଡା)    ।  ଏହି କ୍ରମରେ ବା ବ୍ୟବଶାୟିକ ଅଗ୍ରଗତି ନିମନ୍ତେ ଯଦି ଏଭଳି ଦ୍ରବ୍ୟ ବା ସେବା ଯୋଗାଣ ବ୍ୟବହୃତ ହୁଏ ବା ବ୍ୟବହାର ପାଇଁ ଇଚ୍ଛା ପୋଷଣ କରାଯାଏ   ,  ତାହେଲେ ଜମା ରାସୀ ବା କ୍ରେଡିଟ ପ୍ରାପ୍ତ ହୋଇଥାଏ   ।

ନିବେଶ ଦ୍ରବ୍ୟ , ସେବା କିମ୍ବା ଉତପାନକରି ଦ୍ରବ୍ୟ ପାଇଁ ଭରଣା ହେଉଥିବା CGST , IGST ବା SGST ଟିକସରେ ନିବେଶ ଟିକସ ସମ୍ମିଶ୍ରଣ ହେବ କି

ହଁ MGL ର ଅନୁଚ୍ଛେଦ 2(54) , 2(55)ଓ 2(20) ରେ ଏହା ଯଥାକ୍ରମେ ଦର୍ଶାଯାଇଛି   । ଉତ୍ପାଦନକରିଙ୍କ ଦ୍ରବ୍ୟ ଉପରେ ଭରଣା ହେଉଥିବା ଟିକସର ଜମାରାଶି ଗୋଟିଏ କିସ୍ତିରେ ପ୍ରାପ୍ତ ହେବାଲାଗି ଆନମାଟି ମିଳିଥାଏ  ।

ଅନୁଚ୍ଛେଦ -୧୬ (୨) ଅନୁଯାୟୀ ଜେନ ବ୍ୟକ୍ତି ଏହି ଆଇନ ବଳରେ ପଞ୍ଜିକାରଣ ପାଇଁ ଆବେଦନ କାଲେ ପଞ୍ଜିକାରଣ ପାଇଁ ଯୋଗ୍ୟ ହେବାର ୩୦ ଦିନ ମଧ୍ୟରେ ଓ ପରେ ପଞ୍ଜିକାରଣ ମଞ୍ଜୁରୀ ପାଇଲେ ITC ପାଇଁ ଦାବି କରିପାରିବେ କି

ଷ୍ଟକରେ ଥିବା ନିବେଶ ଦ୍ରବ୍ୟ କିମ୍ବା ଷ୍ଟକରେ ଥିବା ଅର୍ଦ୍ଧନିର୍ମିତ ବା ନିର୍ମିତ ଦ୍ରବ୍ୟଯୁକ୍ତ ନିବେଶ ଦ୍ରବ୍ୟ ଦ୍ରୁଷ୍ଟିରୁ ବ୍ୟକ୍ତି ନିବେଶ ଟିକସର ଜମାରାସୀ ଗ୍ରହଣ କରିପାରିବେ   । ତେବେ ଏହି ଆଇନର ଧାରାନୁଯାୟୀ , ବ୍ୟକ୍ତି ଟିକସଯୋଗ୍ୟ ହେବା ତିଥି ପୂର୍ବରୁ ତୁରନ୍ତ ନିବେଶ ଟିକସର ଜମାରାସୀ ଗ୍ରହଣ କରିପାରିବେ   । ବ୍ୟକ୍ତି ପଞ୍ଜିକାରଣଯୋଗ୍ୟ ହେବାର ୩୦ ଦିନ ମଧ୍ୟରେ ପଞ୍ଜିକୃତ ହୋଇନଥିଲେ ପ୍ରାକ – ପଞ୍ଜିକାରଣ ଷ୍ଟକ ଉପରେ ଜମାରାଶି ପ୍ରାପ୍ତ ହେବେ ନାହିଁ   ।

ଜଣେ ବ୍ୟକ୍ତି ୨୦୧୭ ଅଗଷ୍ଟ ପହିଲାରେ ଟିକସ ଦେବାକୁ ଯୋଗ୍ୟ ହେଲେ , ମାତ୍ର ୨୦୧୭ ଅଗଷ୍ଟ ୧୫ ତାରିଖରେ ପଞ୍ଜିକାରଣ ପ୍ରାପ୍ତ ହେଲେ   । ତେବେ ସେହି ବ୍ୟକ୍ତିଙ୍କୁ ଷ୍ଟକରେ ଥିବା ନିବେଶ ଉପରେ କେଉଁ ସମୟ ପର୍ଯ୍ୟନ୍ତ ନିବେଶ ଜମାରାସୀ ଦିଆଯିବ   ।

୩୧ ଜୁଲାଇ ୨୦୧୭

ଯେଉଁ ବ୍ୟକ୍ତି ସ୍ଵେଚ୍ଛାକୃତ ପଞ୍ଜିକାରଣ ପାଇଥିବେ , ତାଙ୍କର ଷ୍ଟକରେ ଥିବା ନିବେଶ ଉପରେ ନିବେଶ ଟିକସ ଜମାରାସୀ ଗ୍ରହଣ କରିବା ଲାଗି ଯୋଗ୍ୟତା ରହିଛି  କି

MGL ର ଅନୁଚ୍ଛେଦ -୧୬ (୨କ) ଅନୁଯାୟୀ ଯେଉଁ ବ୍ୟକ୍ତି ସ୍ଵେଚ୍ଛାକୃତ ପଞ୍ଜିକାରଣ ପ୍ରାପ୍ତ ହୋଇଥିବେ ତାହା ହେଲେ ତାଙ୍କୁ ପଞ୍ଜିକାରଣ ତିଥି ପୂର୍ବରୁ ଷ୍ଟକରେ ଥିବା ଅର୍ଦ୍ଧ – ନିର୍ମିତ ଓ ନିର୍ମିତ ଦ୍ରବ୍ୟର ନିବେଶ ଏବଂ ଷ୍ଟକରେ ନିବେଶ ଯୋଗୁଁ ନିବେଶ ଟିକସ ଜମାରାସୀ ଗ୍ରହଣ ସୁବିଧା ମିଳିବ   ।

ଜଣେ ଟିକସଯୋଗ୍ୟ ବ୍ୟକ୍ତିଙ୍କ ଦ୍ଵାରା ଗ୍ରହଣ ହୋଇଥିବା ଦ୍ରବ୍ୟ ଓ ସେବା ଉଭୟ ଟିକସଯୁକ୍ତ ଓ ଅଣ- ଟିକସଯୁକ୍ତ ଯୋଗାଣ ନିମନ୍ତେ ବ୍ୟବହାର କରାଗଲେ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି କଣ ନିବେଶ ଟିକସ ଜମାରାସୀ ପାଇପାରିବେ   ।

MGL ର ଅନୁଚ୍ଛେଦ -୧୬ (୬) ଅନୁଯାୟୀ , ଦ୍ରବ୍ୟ ଓ ସେବାର ନିବେଶ ଟିକସ ଜମାରାସୀ ଯାହାକି କେବଳ ଟିକସଯୁକ୍ତ ଯୋଗାଣ ରୂପେ ବିବେଚିତ ହେବ , ତାହା କେବଳ ପଞ୍ଜିକୃତ ଟିକସଦାତା ହିଁ ଗ୍ରହଣ କରିପାରିବେ   ।  MGL ର ଅନୁଚ୍ଛେଦ ୧୬(୭) ରେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଯଥୋଚିତ ଜମାରାସୀର ପରିମାଣ ଗଣନା କରାଯିବ   ।  ଏହା ମଧ୍ୟରେ GST ITC ନିୟମ ରେ ଦର୍ଶାଯାଇଛି   ।  ତେବେ ପ୍ରଣିଧାନର ବିଷୟ ଏହା ଯେ ଉତ୍ପାଦନକରି ଦ୍ରବ୍ୟ ଉପରେ ଜମାରାସୀକୁ ସମାନୁପାତିକ ଭିତ୍ତିରେ ଅନ୍ତର୍ଭୁକ୍ତ ଲାଗି ଅନୁମତି ଦିଆଯିବ   ।

ଜଣେ ଟିକସଦାତାଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଦ୍ରବ୍ୟ ଓ ସେବା ବ୍ୟବଶାୟିକ ଓ ଅଣ ବ୍ୟବଶାୟିକ ଯୋଗାଣ ଲାଗି ବ୍ୟବହାର କରାଗଲେ ତାହା ପଞ୍ଜିକୃତ ଟିକସଦାତାକୁ ନିବେଶ ଟିକସ ଜମାରାଶି ମିଳିବ କି

MGL ର ଅନୁଚ୍ଛେଦ -16(5) ଅନୁଯାୟୀ , ବ୍ୟବଶାୟିକ ଉଦ୍ଦେଶ୍ୟରେ କେବଳ ଯୋଗାଣ ହୋଇଥିବା ବସ୍ତୁ ଓ ସେବାର ନିବେଶ ଟିକସ ଜମାରାସୀ ପଞ୍ଜିକାରଣ ଟିକସଦାତାହିଁ ଗ୍ରହଣ କରିପାରିବେ    ।  MGL ର ଅନୁଚ୍ଛେଦ -16 (7) ରେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଯଥୋଚିତ ଜମାରାସୀର ପରିମାଣ ଗଣନା କରାଯିବ   ।  ଏହା ମଧ୍ୟ GST ITC ନିୟମ ରେ ଦର୍ଶାଯାଇଛି   । ପ୍ରଣିଧାନଯୋଗ୍ୟ ଯେ , ଭରାଜନକାରୀଙ୍କ ଦ୍ରବ୍ୟ ଉପରେ ଜମାରାସୀକୁ ସମାନୁପାତିକ ଭିତ୍ତିରେ ଅନ୍ତର୍ଭୁକ୍ତ ଲାଗି ଅନୁମତି ଦିଆଯିବ  ।

ପଞ୍ଜିକୃତ ଟିକସଦାତାଙ୍କ ରୂପରେଖ ପରିବର୍ତ୍ତିତ ହେଲେ ସେ କ୍ଷେତ୍ରରେ ନିବେଶ ଟିକସ ଯୋଗ୍ୟତା ମାନଦଣ୍ଡ କଣ ହେବ

ଅନୁଚ୍ଛେଦ -୧୬ (୮) ଅନୁଯାୟୀ ହସ୍ତାନ୍ତରକାରୀ ନିବେଶ ଟିକସ ଜମାରାସୀ ହସ୍ତାନ୍ତର କରିବାଲାଗି ଅନୁମତିପ୍ରାପ୍ତ   ।  ତେବେ ଏହି ଜମାରାସୀ ହସ୍ତାନ୍ତରନ ବ୍ୟକ୍ତିଙ୍କ ବ୍ୟକ୍ତିଙ୍କ ଏକାଉଣ୍ଟ ଖାତାରେ ଅବ୍ୟବହୃତ ହୋଇ ରହିବ  ।  ଏହାଛଡା ଜମାରାଶି ହସ୍ତାନ୍ତରଣ ଉତ୍ତର ଦାୟିତ୍ଵବୋଧ ସମ୍ପର୍କରେ ନିର୍ଦ୍ଧିଷ୍ଟ ସର୍ତ୍ତ ଦର୍ଶାଇବାକୁ ପଡିବ   ।

ଯଦି ଜଣେ ପଞ୍ଜିକୃତ ଟିକସଦାତାଙ୍କ ଦ୍ଵାରା ଯୋଗାଣ ହେଉଥିବା ଦ୍ରବ୍ୟ ଓ ସେବା ସଂପୂର୍ଣ୍ଣ ଟିକସଛାଡ ହୋଇଥାଏ   , ତେବେ ଏ କ୍ଷେତ୍ରରେ ନିବେଶ ଟିକସର ଯୋଗ୍ୟତା ମାନଦଣ୍ଡ କଣ ହେବ

MGL ର ଅନୁଚ୍ଛେଦ – ୧୬ (୧୨) ଅନୁଯାୟୀ , ଯଦି ଜଣେ ପଞ୍ଜିକୃତ ଟିକସଦାତା ଯୋଗାଇଥିବା ଦ୍ରବ୍ୟ ଓ ସେବା ସଂପୂର୍ଣ୍ଣ ଟିକସମୁକ୍ତ ହୋଇଥାଏ  , ତେବେ ଟିକସ ଛାଡ ତିଥି ପୂର୍ବରୁ ତୁରନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁରୂପ ନିବେଶ ଟିକସ ଜମାରାଶି ପ୍ରଦାନ କରିବେ  । ଏହି  ଦ୍ରବ୍ୟର ଜମାରାଶି ପ୍ରଦାନ ପରେ ଇଲେକ୍ଟ୍ରୋନିକ କ୍ରେଡିଟ ଲେଜରରେ ଯଦି କୌଣସି ବଳକା ରାଶି ଥାଏ ତାହେଲେ ଏହା ନିଃଶେଷ ହୋଇଯିବ   । MGL ର ଅନୁଚ୍ଛେଦ ୧୬ (୧୩) ର GAAP ନିୟମ ଭିତ୍ତିରେ ପଏଠ ହେବାକୁ ଥିବା ଜମାରାଶି,କୁ ଗଣନା କରାଯିବ   ।

ଯଦି ଟିକସଦାତାଙ୍କ ଅନୁଚ୍ଛେଦ -୭ ଅନୁଯାୟୀ ଟିକସ ପଏଠ, ସେ ଅନୁଚ୍ଛେଦ – ୮ ଅନ୍ତର୍ଭୁକ୍ତ ବହୁ ଟିକସ ଦେୟ ଯୋଜନାକୁ ପସନ୍ଦ କରନ୍ତି ତା ହେଲେ ସେ କ୍ଷେତ୍ରରେ ନିବେଶ ଟିକସର ଯୋଗ୍ୟତା ମାନଦଣ୍ଡ କଣ ହେବ

ଯଦି ଟିକସଦାତା ଅନୁଛେଦ -୭  ଅନୁଯାୟୀ , ଟିକସ ପଏଠ କରୁଥିବେ  , ସେ ଅନୁଚ୍ଛେଦ -୮ ଅନ୍ତର୍ଭୁକ୍ତ ବହୁ ଟିକସ ଦେୟ ଯୋଜନାକୁ ପସନ୍ଦ କରନ୍ତି ତା ହେଲେ ସେ ବିଷୟରେ MGL ଅନୁଚ୍ଛେଦ ୧୬ (୧୨) ରେ ବର୍ଣ୍ଣିତ ରହିଛି   ।  ସେ ଅନୁଚ୍ଛେଦ -୮ କୁ ପସନ୍ଦ କାଲେ , ତା ପୂର୍ବରୁ ତାଙ୍କୁ ଷ୍ଟକରେ ଥିବା ନିବେଶ ଏବଂ ଷ୍ଟକରେ ଥିବା ଅର୍ଦ୍ଧନିର୍ମିତ ଓ ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁରୂପ ନିବେଶ ଟିକସ ଜମାରାସୀ ପଏଠ କରିବେ   ।  ଏଭଳି ଦ୍ରବ୍ୟର ଜମାରାସୀ ପରିମାଣ ପ୍ରଦାନ ପରେ ଇଲେକ୍ଟ୍ରୋନିକ କ୍ରେଡିଟ ଲେଜରରେ ଥିବା ଯଦି କୌଣସି ବଳକା ରାଶି ଥାଏ ତା ହେଲେ ଏହା ନିଃଶେଷ ହୋଇଜୀବ      ।  MGl ର ଅନୁଚ୍ଛେଦ ୧୬ (୧୩ ର GAAP ନିୟମ ଭିତ୍ତିରେ ପଏଠ ହେବାକୁ ଥିବା ଜମାରାଶିକୁ ଗଣନା କରାଯିବ   ।

ଯୋଗିକ ଟିକସ ଦେଉଥିବା ଜଣେ ଡିଲର ସର୍ବନିମ୍ନ ସୀମା ଅତିକ୍ରମ କରି ନିୟମିତ ଟିକସଡାଟା ରୂପେ ପରିଗଣିତ ହେଲା , ତେବେ ସେ କଣ ITC  ପ୍ରାପ୍ତ କରିପାରିବେ   ? ଯଦି ହଁ , ତା ହେଲେ କେଉଁ ତିଥିଠାରୁ ସେ ITC ପ୍ରାପ୍ତ କରିବ   ।

MGL ର ଅନୁଚ୍ଛେଦ -୧୬ (୩) ଅନୁଯାୟୀ , ଡିଲର ଜଣଙ୍କ ଅନୁଚ୍ଛେଦ -୭ ଅନୁଯାୟୀ ଟିକସ ପଏଠ କରିବାକୁ ଯୋଗ୍ୟ ହେବା ତିଥି ପୂର୍ବରୁ ତୁରନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁସାରେ ITC ପ୍ରାପ୍ତ କରିପାରିବ   ।

ମିଷ୍ଟର ବି ଜଣେ ପଞ୍ଜିକୃତ ଟିକସଦାତା ଓ ସେ ୩୦ ଜୁଲାଇ ,୨୦୧୭ ପର୍ଯ୍ୟନ୍ତ ଯୌଗିକ ହାରରେ ଟିକସ ପଏଠ କରିଛନ୍ତି   ।  ତେବେ ୩୧ ଜୁଲାଇ ,୨୦୧୭ ଠାରୁ ମିଷ୍ଟର ବି ନିୟମିତ ଯୋଜନାରେ ଟିକସ ପଏଠ କରିବାକୁ ଯୋଗ୍ୟ ହେଲେ  ITC ପ୍ରାପ୍ତି ପାଇଁ ସେ ଯୋଗ୍ୟ ହେବେ କି  ?

୩୦ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ପ୍ରବେଶ ଅନୁସାରେ ନିବେଶ ଟିକସ ଜମାରାଶି ଲାଗି Mr. B ଯୋଗ୍ୟ ବିବେଚିତ ହେବେ   ।

ମିଷ୍ଟର ଏ ୫  ଜୁନ,୨୦୧୭ ରେ ସ୍ଵେଚ୍ଛାକୃତ ପଞ୍ଜିକାରଣ ଲାଗି ଆବେଦନ କଲେ ଓ ୨୨ ଜୁନ , ୨୦୧୭ ରେ ପଞ୍ଜିକାରଣ ପ୍ରମାଣପତ୍ର ହାସଲ କଲେ , ତେବେ ମିଷ୍ଟର ଏ କେଉଁ ତିଥି ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଉପରେ ITC ପ୍ରାପ୍ତି ପାଇଁ ଯୋଗ୍ୟ ହେବେ   ?

୨୧ ଜୁନ,୨୦୧୭ ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁସାରେ  ନିବେଶ ଟିକସ ଜମାରସି ପାଇଁ Mr. A ଯୋଗ୍ୟ ବିବେଚିତ ହେବେ   ।

ଜଣେ ଟିକସଦାତାଙ୍କୁ ବସ୍ତୁ ଓ ସେବା ଯୋଗାଣ ହେଉଥିଲେ ମଧ୍ୟ ଅନୁଚ୍ଛେଦ -୧୬ ଉପ-ଉପଚ୍ଚେଦ (୨)(୨ କ ) କିମ୍ବା (୩)  ଅନୁଯାୟୀ ITC ଗ୍ରହଣ ଲାଗି କେତେବେଳେ ଯୋଗ୍ୟ ହେବେ ନାହିଁ  ।

MGL  ର ଅନୁଚ୍ଛେଦ ୧୬(୪) ଅନୁଯାୟୀ , ଏଭଳି ଯୋଗାଣରେ ଟିକସ ଚାଲାଣ ଜାରି ହେବାର ବର୍ଷେ ସାରିବା ପରେ (ଅକାମି ହେବା ପରେ ) ସେ ITC ପ୍ରାପ୍ତ ହେବେ ନାହିଁ   ।

ନିଯୁକ୍ତିଭିତ୍ତିକ ଶ୍ରମିକ (ଜବ ୱାର୍କର )ଙ୍କୁ ପ୍ରେରିତ ନିବେଶ ଉପରେ ଗୋଦାମ ମାଲିକ ନିବେଶ ଟିକସ ଜମାରାଶି ପାଇବାକୁ ଯୋଗ୍ୟ ହେବେ କି   ?

ହଁ , MGL ର ଅନୁଚ୍ଛେଦ ୧୬ କ(୨) ଅନୁଯାୟୀ , ନିଯୁକ୍ତିଭିତ୍ତିକ ଶ୍ରମିକ ନିକଟକୁ ପ୍ରେରିତ ନିବେଶ ଉପରେ ଗୋଦାମ ମାଲିକ ନିବେଶ ଜମା ରାଶି ପାଇବାକାଉ ଯୋଗ୍ୟ ବିବେଚିତ ହେବେ   ।

ନିଯୁକ୍ତିଭିତ୍ତିକ କାର୍ଯ୍ୟ ଲାଗି ପ୍ରେରିତ ନିବେଶକୁ ଗୋଦାମ ମାଲିକ କେତେଦିନ ମଧ୍ୟରେ ପୁନଶ୍ଚ ଗ୍ରହଣ କରି ପାରିବେ   ?

୧୮୦ ଦିନ  ।

ଯଦି ଜବ ୱାର୍କରଙ୍କଠାରୁ ନିବେଶକୁ ୧୮୦ ଦିନ ମଧ୍ୟରେ ଗ୍ରହଣ ନ କରିପାରିଲେ ଗୋଦାମ ମାଲିକ ITC କୁ ଫେରସ୍ତ କରିବେ କି

ହଁ , ଯଦି ଜବ ୱାର୍କରଙ୍କଠାରୁ ନିବେଶକୁ ୧୮୦ ଦିନ ମଧ୍ୟରେ ଗ୍ରହଣ କରି ନପାରନ୍ତି   , ତାହେଲେ ଗୋଦାମ ମାଲିକ ITC କୁ ସୁଧ ସହ ଫେରାଇବେ   । ପରେ ଅବଶ୍ୟ ଗୋଦାମ ମାଲିକ ନିବେଶ ରସିଦ ଦେଖାଇ ଜମାରାଶି ପାଇବାକୁ ଦାବି କରିପାରିବେ  ।

ଜମାରାଶି ପ୍ରାପ୍ତ ଉଦ୍ଦେଶ୍ୟରେ କେଉଁ ଟିକସଯୋଗ୍ୟ ଯୋଗାଣକୁ ହିସାବକୁ ନିଆଯାଇଛି  । (କ) ଶୂନ୍ୟହାରଭିତ୍ତିକ ଯୋଗାଣ , (ଖ) କରମୁକ୍ତ ଯୋଗାଣ ,( ଗ) ଉଭୟ   ।

କେବଳ ଶୂନ୍ୟ ହାରଭିତ୍ତିକ ଯୋଗାଣ ଦ୍ଵାରା ଜମାରାଶି ପ୍ରାପ୍ତ ହୋଇପାରିବ   ।

କେତେ ଦିନ ମଧ୍ୟରେ ୱାର୍କକୁ ପ୍ରେରିତ ମୂଳଧନୀ ଦ୍ରବ୍ୟ ବା ଉତ୍ପାଦନକାରୀଙ୍କ ଦ୍ରବ୍ୟ କୁ ଗୋଦାମ ମାଲିକ ପୁନଶ୍ଚ ଗ୍ରହଣ କରିପାରିବେ

ଦୁଇବର୍ଷ

ଯଦି ଜବ ୱାର୍କକୁ ନିକଟ କୁ ପ୍ରେରିତ ମୂଳଧନୀ ଦ୍ରବ୍ୟକୁ ଗୋଦାମ ମାଲିକ ଦୁଇବର୍ଷ ମଧ୍ୟ ରେ ଗ୍ରହଣ ନ କରନ୍ତି ଗୋଦାମ ମାଲିକଙ୍କ ଉତ୍ତରଦାୟିତ୍ଵ କଣ ରହିବ   ?

ଏଭଳି ମୂଳଧନୀ ଦ୍ରବ୍ୟ ଉପରେ ଗ୍ରହଣ କରିଥିବା ଜମାରାଶି ଅନୁରୂପ ପରିମାଣ ସହ ସୁଧକୁ ମିଶାଇ ଗୋଦାମ ମାଲିକ ଟିକସ ପଏଠ କରିବେ   , ତେବେ ପରେ ନିବେଶ ରସିଦ ଦେଖାଇ ଗୋଦାମ ମାଲିକ ଜମାରାଶି ପାଇବାକୁ ଦାବୀ କରି ପାରିବେ   ।

ଜଣେ ଟିକସଦାତାଙ୍କ ସୂଚନା ପ୍ରଯୁକ୍ତିଜ୍ଞାନ କୌଶଳ ଉପରେ ବ୍ୟବସାୟ କରୁଛନ୍ତି   ।  ସେ ତାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବ୍ୟବହାର ପାଇଁ ଏକ ମଟରଗାଡି କିଣିଲେ   । ମଟରଗାଡି କିନା ଉପରେ ପଏଠ ହୋଇଥିବା GST ଦ୍ରୁଷ୍ଟିରୁ ଟିକସଦାତା ITC ପ୍ରାପ୍ତ ହେବେ କି   ?

ନାଁ , MGL ର ଅନୁଚ୍ଛେଦ -୧୬ (୯)(କ) ଅନୁଯାୟୀ , ଯଦି ଟିକସ ଯୋଗ୍ୟ ବ୍ୟକ୍ତିଙ୍କ ଯାତ୍ରୀ ବା ମାଳ ପରିବହନ ବ୍ୟବସାୟ ଥାଏ କିମ୍ବା ମୋଟରଗାଡି ପ୍ରଶିକ୍ଷଣ ସେବା ଦେଉଥାନ୍ତି  , ତାହେଲେ ତାଙ୍କୁ ମୋଟର ଗାଡି କ୍ରୟ ଉପରେ ITC ପ୍ରାପ୍ତ ହେବ   ।

୧୯୬୧ ଆୟକର ଆଇନ ଅନୁଯାୟୀ ମୂଳଧନୀ ସାମଗ୍ରୀର ମୂଲ୍ୟ ଉପରେ ସମିଶ୍ରିତ ଟିକସର ଆବମୂଲ୍ୟାୟନ ପାଇଁ ପଞ୍ଜିକୃତ ଟିକସଡାଟା ଦାବି କଲେ , ଏଭଳି କ୍ଷେତ୍ରରେ ତାଙ୍କୁ ITC  ପ୍ରାପ୍ତ ହେବ କି   ?

MGL ର ଅନୁଚ୍ଛେଦ -୧୬ (୧୦) ଅନୁଯାୟୀ , ମୂଳଧନୀ ସାମଗ୍ରୀର ମୂଲ୍ୟ ଉପରେ ସମିଶ୍ରଣ ଟିକସ କ୍ଷେତ୍ରରେ ITC ପ୍ରାପ୍ତ ଅନୁମତି ମିଳିବ ନାହିଁ   ।

MGL ର ଅନୁଚ୍ଛେଦ -୧୬ (୧୧) ଅନୁଯାୟୀ , ଏ କ୍ଷେତ୍ରରେ ୪ ଟି ସର୍ତ୍ତ ଆରୋପିତ ହୋଇଛି  ।

  • ଯୋଗାଣକାରୀଙ୍କ ଦ୍ଵାରା ଜାରି ଟିକସ ପଏଠ ଦଲିଲ ପଞ୍ଜିକୃତ ଟିକସ ଦାତା ପାଖରେ ରଖିଥିବେ   ।
  • ଟିକସଦାତା ଓ ଦ୍ରବ୍ୟ ଓ ସେବା ଗ୍ରହଣ କରୁଥିବା ଆବଶ୍ୟକ   ।
  • ଏଭଳି ଯୋଗାଣ ଉପରେ ଲାଗୁଥିବା ଟିକସକୁ ଟିକସଦାତା ସରକାରଙ୍କୁ ନଗଦ ଅର୍ଥ କିମ୍ବା ITC ଉପଯୋଗ ଜରିଆରେ ପଏଠ କରୁଥିବେ   ।
  • ଅନୁଚ୍ଛେଦ -୨୭ ଅନୁଯାୟୀ , ଟିକସଦାତା ରିଟର୍ଣ୍ଣ ଦାଖଲ କରୁଥିବେ   ।

ଯଦି ଚାଲାନ ମାଧ୍ୟମରେ ବହୁଳାଂଶରେ କିମ୍ବା କିସ୍ତି ଅନୁଯାୟୀ ମିଳୁଥାଏ, ତା ହେଲେ ଜଣେ ପଞ୍ଜିକୃତ ଟିକସଦାତା ITC ପାଇଁ ହେବ କି

MGL ର ଅନୁଚ୍ଛେଦ – ୧୬ (୧୧)ଅନୁଯାୟୀ ଟିକସଡାଟା ଶେଷଥର ଯୋଗାଣ (ବହୁଳାଂଶ ବା କିସ୍ତି ହେଉ) ରସିଦ ଦେଖାଇଲେ , ଜମାରାସୀ ଗ୍ରହଣ ଲାଗି ଯୋଗ୍ୟ ହେବେ   ।

ଟିକସଯୋଗ୍ୟ ବ୍ୟକ୍ତି ପରିବର୍ତ୍ତେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦ୍ରବ୍ୟ ପ୍ରେରଣ କରାଗଲେ କିଏ ITC ପାଇବେ

MGL ର ଅଣୁଚ୍ଛେଦ -୧୬(୧୧)  ର କ୍ଲଜରେ ଏ ବିଷୟ ବର୍ଣ୍ଣିତ ହୋଇଛି   । ଯେତେବେଳେ ଏକ ତୃତୀୟପକ୍ଷକୁ ଟିକସଦାତାଙ୍କ ନିର୍ଦ୍ଦେଶରେ ଦ୍ରବ୍ୟ ପଠାଯାଏ  ,  ତା ହେଲେ ସେହି ଟିକସଦାତା  ହିଁ  ଗ୍ରହଣ କରିବେ   ।  ଯାହାଙ୍କ ନିର୍ଦ୍ଦେଶରେ ତୃତୀୟପକ୍ଷଙ୍କୁ ଦ୍ରବ୍ୟ ପ୍ରଦାନ କରାଯାଇଛି,  ତାଙ୍କୁ ହିଁ ITC ପ୍ରାପ୍ତ ହେବ   ।

ITC ଗ୍ରହଣ କରିବାର ସମୟସୀମା କେତେ ରହିଛି

MGL ର ଅଣୁଚ୍ଛେଦ -୧୬ (୧୫) ଅନୁଯାୟୀ , ଗୋଟିଏ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ପରେ ITC ଗ୍ରହଣ କରାଯିବ ନାହିଁ   ।  ବାର୍ଷିକ ରିଟର୍ଣ୍ଣ ଫାଇଲ ତାରିଖ ହେଉ ବା ଚାଲାନ ଜାରି ତାରିଖ ହେଉ ଏଥିରେ ଯେଉଁଠି ଆଗ ଘଟିଥିବ , ସେହି ଅନୁଯାୟୀ ITC ର ଦିନାଙ୍କ ହିସାବ ହେବ   ।

କେଉଁ କେଉଁ ନକରାତ୍ମକ ପ୍ରସଙ୍ଗ ଉପରେ ITC ପ୍ରାପ୍ତ ଅନୁମତିଯୋଗ୍ୟ ନୁହେଁ  ।

MGL ର ଅଣୁଚ୍ଛେଦ -୧୬ (୯) ଅନୁଯାୟୀ, ନିମ୍ନଲିଖିତ ନକରାତ୍ମକ ପ୍ରସଙ୍ଗ ଯୋଗୁଁ ITC ପ୍ରାପ୍ତି ଲାଗି ଅନୁମତି ଦିଆଯିବ ନାହିଁ   ।  ନିମ୍ନଲିଖିତ ବିଷୟବସ୍ତୁ ଉପରେ ITC ପ୍ରାପ୍ତ ହେବ ନାହିଁ   ।

  • ବ୍ୟବଶାୟିକ ଧାରାରେ ଯୋଗାଣ ହେଉଥିବା କିମ୍ବା ନିମ୍ନଲିଖିତ ଟିକସଜ୍କୋଜ୍ଞ ସେବାରେ ଲାଗୁଥିବା ମୋଟରଗାଡି ବ୍ଯତୀତ ଅନ୍ୟ ମୋଟରଗାଡି ଉପରେ ITC ପ୍ରାପ୍ତ ହେବ ନାହିନ   ।
  • ଯାତ୍ରୀ ପରିବହନ କରୁଥିବା ମୋଟରଗାଡି କିମ୍ବା
  • ମାଳ ପରିବହନ କରୁଥିବା ମୋଟରଗାଡି କିମ୍ବା
  • ମୋଟରଗାଡି ଚାଳନା ପାଇଁ ତାଲିମ ଦେଉଥିବା ମୋଟରଗାଡି   ।
  • ଖାଦ୍ୟ ଓ ପାନୀୟ , ବାହ୍ୟ ଖାଦ୍ୟଯୋଗାଣ ସୌନ୍ଦର୍ଯ୍ୟ ଉପଚାର , ସ୍ୱାସ୍ଥ୍ୟସେବା , ପ୍ରସାଧନ, ସାମଗ୍ରୀ ଓ ପ୍ଲାଷ୍ଟିକ ସର୍ଜରୀ , କ୍ଲବର ସଦସ୍ୟତା ଗ୍ରହଣ , ସ୍ୱାସ୍ଥ୍ୟରକ୍ଷା କେନ୍ଦ୍ର , ଜୀବନବୀମା ସ୍ୱାସ୍ଥ୍ୟସେବା  , କର୍ମଚାରୀଙ୍କୁ ଛୁଟି ପରିଭ୍ରମଣ ସୁବିଧା ଯେକୌଣସି କର୍ମଚାରୀଙ୍କ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ କିମ୍ବା ଆହରଣ ଉପଯୋଗୀ ପ୍ରମୁଖ ଦ୍ରବ୍ୟ ଓ ସେବା   ।
  • ପ୍ଳାଣ୍ଟ ଓ ଯନ୍ତ୍ରପାତି ସମେତ ଅଚଳନ୍ତି ସମ୍ପତ୍ତିର ନିର୍ମାଣ ପାଇଁ ଚୁକ୍ତିଭିତ୍ତିକ କାର୍ଯ୍ୟସମ୍ପାଦାନବେଳେ ମୁଖ୍ୟ କାର୍ଯ୍ୟ ପରିଚାଳକଙ୍କ ଦ୍ଵାରା ଉପଯୋଗ ହେଉଥିବା ଦ୍ରବ୍ୟ ଓ ସେବା   ।
  • ପ୍ଳାଣ୍ଟ ଓ ଯନ୍ତ୍ରପାତି ସମେତ ଅଚଳନ୍ତି ସମ୍ପତ୍ତିରେ ନିର୍ମାଣ ପାଇଁ ବ୍ୟବହୃତ ଦ୍ରବ୍ୟ ( ଦ୍ରବ୍ୟ ହେଉ ବା ଅନ୍ୟ କିଛି ହେବ   ) ଯାହାକି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର ହେବନାହିନ ତଥା ମୁଖ୍ୟ କାର୍ଯ୍ୟ ପରିଚାଳକଙ୍କ ଦ୍ଵାରା ଆନୀତ ବସ୍ତୁ   ।
  • ଅଣୁଚ୍ଛେଦ -୮ ଅନୁଯାୟୀ ଯେଉଁ ଦ୍ରବ୍ୟ ଓ ସେବା ଉପରେ ଟିକସ ପଏଠ କରାଯାଏ   ।
  • ଘରୋଇ ଓ ବ୍ୟକ୍ତିଗତ କ୍ଷେତ୍ରରେ ପ୍ରଚୁର ପରିମାଣରେ ବ୍ୟବହୃତ ଦ୍ରବ୍ୟ ଓ ସେବା   ।

MGL ର ଅଣୁଚ୍ଛେଦ -୨୯ ରେ ବର୍ଣ୍ଣିତ ଅଛି ଯେ , ଯଦି ଗ୍ରହିତାଙ୍କ ଦ୍ଵାରା ଫାଇଲ ହୋଇଥିବା ଆଭ୍ୟନ୍ତରୀଣ ବିବରଣୀ   , ଯୋଗାଣକରିଙ୍କ ବୈଧ ରିଟର୍ଣ୍ଣରେ ପ୍ରଦର୍ଶିତ ବାହ୍ୟ ବିବରଣୀ ମେଲ ଖାଇଲା , ତାହେଲେ ଏହା ITC ପଦବାଚ୍ୟ ହେବ   । ଯଦି ଏହି ବିବରଣୀଦ୍ୱୟ ମେଳ ନ ଖାଇଲା ତାହାଲେ କଣ ହେବ   ?

ଆଭ୍ୟନ୍ତରୀଣ ଓ ବାହ୍ୟ ବିବରଣୀରେ ମେଳ ନ ଖାଇଲେ , ଦୁଇମାସ ମଧ୍ୟରେ ଯୋଗାଣକରି ଏହି ଅମେଳକୁ ଶୋଧନ କରିବା ଆବଶ୍ୟକ  ।  ଯଦି ଏହା ନ ହୁଏ ତା ହେଲେ ITC ଗ୍ରହିତାଙ୍କ ନିକଟକୁ ଲେଉଟିଯିବ   ।

ଯଦି ITC ଗ୍ରହଣଯୋଗ୍ୟ ମୂଳଧନୀ ସାମଗ୍ରୀକୁ ଟିକସଯୋଗ୍ୟ ବ୍ୟକ୍ତିଯୋଗାଣ କରନ୍ତି   ,  ତା ହେଲେ ଏହାର ଟିକସ ପ୍ରଭାବ କଣ ରହିବ   ?

MGL ର ଅଣୁଚ୍ଛେଦ -୧୬ (୧୫) ଅନୁଯାୟୀ ITC ଗ୍ରହଣଯୋଗ୍ୟ ମୂଳଧନୀ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି ମୂଳଧନୀ ସାମଗ୍ରୀ ଉପରେ ଗ୍ରହଣ କରିଥିବା ITC ଅନୁରୂପ ଦେୟ ପଏଠ କରିବେ   ।  ତେବେ ତାଙ୍କ ପକ୍ଷରୁ ଦର୍ଶାଯାଇଥିବା ଶତାଂଶ ପଏଣ୍ଟ କିମ୍ବା ଏହି ମୂଳଧନୀ ସାମଗ୍ରୀର ଦେଣନେଣ ମୂଳା ଉପରେ ପଡୁଥିବା ଟିକସ ହ୍ରାସ କରାଯିବ   ।

ତ୍ରୁଟିପୂର୍ଣ୍ଣ ଭାବେ ପ୍ରଦତ୍ତ ଜମାରାଶିକୁ ଆଦାୟ ଳଋ କି ପ୍ରକାର ବ୍ୟବସ୍ଥା ରହିଛି   ।

MGL ର ଅଣୁଚ୍ଛେଦ -୧୬(୧୬) ଅନୁଯାୟୀ , ପାଞ୍ଜିକୃତ ଟିକସଦାତାଙ୍କ ଠାରୁ MGL ର ଅଣୁଚ୍ଛେଦ -୫୧ ଉପଯୋଗ କରାଯାଇ ଭୁଲକ୍ରମେ ଯାଇଥିବା ଜମାରାଶିକୁ ଉଦ୍ଧାର କରାଯାଇ ପାରିବ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate