অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଯୁକ୍ତିଭିତ୍ତିକ କାର୍ଯ୍ୟ ବା ଜବ୍ ୱାର୍କ

ନିଯୁକ୍ତିଭିତ୍ତିକ କାର୍ଯ୍ୟ ବା ଜବ୍ ୱାର୍କ

  1. ଭଡା କାର୍ଯ୍ୟ କ’ଣ ?
  2. ଜଣେ  ଟିକସଯୋଗ୍ୟ  ବ୍ୟକ୍ତି  ଜବ୍  ୱାର୍କରଙ୍କ ନିକଟକୁ  ଦ୍ରବ୍ୟ   ପଠାଇଲେ , ଏହା  ଯୋଗାଣ   ବୋଲି  ଧରାଯାଇ  ଜିଏସ୍ ଟି   ଦେୟଯୋଗ୍ୟ   ହେବ କି ? କାହିଁକି  ?
  3. ଜଣେ  ପଞ୍ଜିକୃତ  ଟିକସଦାତା  ଟିକସ  ଦେୟ ପଏଠ ନ କରି  ଜବ୍  ୱାର୍କରଙ୍କ ନିକଟକୁ  ଦ୍ରବ୍ୟ  ପଠାଇପାରିବେ  କି ?
  4. ଜବ୍ ୱାର୍କର  ପଞ୍ଜିକୃତ  ହେବା  ଆବଶ୍ୟକ  କି ?
  5. ଯେତେବେଳେ  ଦ୍ରବ୍ୟ  ବ୍ୟବସାୟୀ  ଜବ୍  ୱାର୍କରଙ୍କ   ବ୍ୟବସାୟ  ସ୍ଥଳ   ପରିସରକୁ  ସିଧାସଳଖ   ଯୋଗାଣ  କରିଛି , ତାହାଲେ  ଏହା  ଜବ୍  ୱାର୍କରଙ୍କ  ସାମଗ୍ରିକ  କାରବାରରେ  ଅନ୍ତର୍ଭୁକ୍ତ  ହେବ କି ?
  6. ଦ୍ରବ୍ୟ  ବ୍ୟବସାୟୀ  ତାଙ୍କ ବ୍ୟବସାୟସ୍ଥଳ  ପରିସରକୁ  ଦ୍ରବ୍ୟ  ନ ଆଣି  ଜବ୍  ୱାର୍କରଙ୍କ  ବାସସ୍ଥାନ  ପରିସର  ମଧ୍ୟରୁ  ସିଧାସଳଖ  ଦ୍ରବ୍ୟ  ଯୋଗାଣ   କରିପାରିବେ  କି ?
  7. କେଉଁ  ପରିସ୍ଥିତିରେ  ଦ୍ରବ୍ୟ  ବ୍ୟବସାୟୀ   ଜବ୍ ୱାର୍କରଙ୍କ  ବ୍ୟବସାୟସ୍ଥଳ  ପରିସରରୁ  ସିଧାସଳଖ  ଦ୍ରବ୍ୟ  ଯୋଗାଣ  କରିପାରିବେ  ?
  8. ଜବ୍  ୱାର୍କରକୁ  ପ୍ରେରିତ  ଦ୍ରବ୍ୟର  ନିବେଶ  ଅର୍ଥ  ଓ  ମୂଳଧନ  ବିଚାରକୁ  ନେଲେ  ଇନ୍ ପୁଟ  ଟ୍ୟାକ୍ସ  କ୍ରେଡିଟ   ଗ୍ରହଣ  ଲାଗି  କ’ଣ   ବ୍ୟବସ୍ଥା   ରହିଛି  ?
  9. ସବୁ  ପ୍ରକାରର  ଦ୍ରବ୍ୟ  କ’ଣ  ଜବ୍ ୱାର୍କ  ବ୍ୟବସ୍ଥା  ଲାଗୁ  ହେବ  ?

ଭଡା କାର୍ଯ୍ୟ କ’ଣ ?

ଅନ୍ୟ  ଜଣେ  ପଞ୍ଜିକୃତକର  ପ୍ରଦାନ  ଯୋଗ୍ୟ  ବ୍ୟକ୍ତିଙ୍କର  କୌଣସି  ଦ୍ରବ୍ୟ  ଉପରେ   କୌଣସି  କାର୍ଯ୍ୟ, ପଦ୍ଧତି ବା  ଆଚରଣ  କରିବାକୁ  ନିଯୁକ୍ତି  ଭିତ୍ତିକ  ବୋଲି  ଅବିହିତ  କରାଯିବ   । ଯେଉଁ  ବ୍ୟକ୍ତି  ଅନ୍ୟ  ଜଣକର  ଦ୍ରବ୍ୟ   ଉପରେ  ଏପରି  କାର୍ଯ୍ୟ  ପଦ୍ଧତି  ବା  ଆଚରଣ  କରେ  ତାକୁ  ନିଯୁକ୍ତି  କର୍ମୀ  ଏବଂ  ଯେଉଁ   ବ୍ୟକ୍ତିଙ୍କର  ସେ  ଦ୍ରବ୍ୟ  ତାକୁ  ମୁଖ୍ୟ   ବୋଲି   କୁହାଯାଏ   ।

ଉତ୍ପାଦ  ଶୁଳ୍କ  ବିଜ୍ଞପ୍ତି – ୨୧୪/୮୬, ତା.୨୩.୩.୧୯୮୬ରେ ଦିଆଯାଇଥିବା  ସଂଜ୍ଞାଠାରୁ  ଏହି  ସଂଜ୍ଞା  ଆହୁରି  ବିସ୍ତୀର୍ଣ୍ଣ   । ସେଥିରେ  ଦିଆଯାଇଥିବା  ସଂଜ୍ଞା  ଅନୁସାରେ  ନିଯୁକ୍ତି  ଭିତ୍ତିକ  କାର୍ଯ୍ୟ  କୌଣସି  ଦ୍ରବ୍ୟ  ଉତ୍ପାଦନର  କାର୍ଯ୍ୟ  ବୋଲି  ପ୍ରତୀତ   ହୁଏ ; କିନ୍ତୁ  ଏହି  ଦ୍ରବ୍ୟ  ଓ  ସେବା  ଟିକସର  ସଂଜ୍ଞା  ଟିକସ  ପ୍ରକ୍ରିୟାକରଣ  ପଦ୍ଧତିରେ  ସମ୍ପୂର୍ଣ୍ଣ   ପରିବର୍ତ୍ତନ  ଆଣିବା  ଲକ୍ଷ  କରାଯାଏ   ।

ଜଣେ  ଟିକସଯୋଗ୍ୟ  ବ୍ୟକ୍ତି  ଜବ୍  ୱାର୍କରଙ୍କ ନିକଟକୁ  ଦ୍ରବ୍ୟ   ପଠାଇଲେ , ଏହା  ଯୋଗାଣ   ବୋଲି  ଧରାଯାଇ  ଜିଏସ୍ ଟି   ଦେୟଯୋଗ୍ୟ   ହେବ କି ? କାହିଁକି  ?

ଏହା ଯୋଗାଣ  ହିସାବରେ   ପରିଗଣିତ  ହେବ, କାରଣ  ସମସ୍ତ  ପ୍ରକାର  ଯୋଗାଣ  ଯଥା – ବିକ୍ରି , ବଦଳି  ଇତ୍ୟାଦି  ଯୋଗାଣ  ଅନ୍ତର୍ଗତ   ଅଟନ୍ତି  । ତେବେ  ପଞ୍ଜିକୃତ  କରଦାତା  ବ୍ୟକ୍ତି (ମୁଖ୍ୟ) ଯେକୌଣସି  କଞ୍ଚାମାଲ୍  କିମ୍ବା /ଏବଂ  କ୍ୟାପିଟାଲ  ବସ୍ତୁ  ସମୂହକୁ  ଆଇନ  ପ୍ରଦତ୍ତ  ସର୍ତ୍ତାନୁସାରେ ଏବଂ ଏ  ବିଷୟ  ଅବଗତ  କରାଇ  ଯେକୌଣସି  ନିଯୁକ୍ତି  ଭିତ୍ତିକ   ବ୍ୟକ୍ତି   ନିକଟକୁ  କିମ୍ବା  ସେଠାରୁ  ଅନ୍ୟ  କୌଣସି  ନିଯୁକ୍ତି  ଭିତ୍ତିକ  ବ୍ୟକ୍ତିଙ୍କ  ନିକଟକୁ , ବିନା  କରରେ  ପଠାଇ  ପାରିବେ   । ତା’ପରେ  ପଠାଇଥିବା  କଞ୍ଚାମାଲ୍ ଏବଂ   କ୍ୟାପିଟାଲ  ବସ୍ତୁସମୂହକୁ   ୧ବର୍ଷ /୩ବର୍ଷ   ମଧ୍ୟରେ   ଫେରାଇ   ଆଣିପାରିବେ  କିମ୍ବା  ଆହାକୁ   କାର୍ଯ୍ୟ  ସାରିବା  ପରେ  ୧ବର୍ଷ /୩ବର୍ଷ   ମଧ୍ୟରେ  ନିଯୁକ୍ତି  କର୍ମୀଙ୍କ   ସ୍ଥାନରୁ  ଟିକସ  ଦେଇ  ଭାରତ  ମଧ୍ୟରେ   ବିକ୍ରିୟ  କରିପାରିବେ  ଅବା  ବିନା   ଟିକସରେ  ରପ୍ତାନୀ  କରିପାରିବେ   ।

ଜଣେ  ପଞ୍ଜିକୃତ  ଟିକସଦାତା  ଟିକସ  ଦେୟ ପଏଠ ନ କରି  ଜବ୍  ୱାର୍କରଙ୍କ ନିକଟକୁ  ଦ୍ରବ୍ୟ  ପଠାଇପାରିବେ  କି ?

ହଁ  । ଏମ୍ ଜିଏଲ୍ ର  ଅନୁଚ୍ଛେଦ  ୪୩(କ) ଅନୁଯାୟୀ  ଜଣେ  ପଞ୍ଜିକୃତ   ଟିକସ  ଦେୟ  ଭରଣା  ନକରି  ସୁଦ୍ଧା  ଜବ୍ ୱାର୍କ  ପାଇଁ  ଜବ୍  ୱାର୍କରଙ୍କ   ନିକଟକୁ  ଟିକସଯୋଗ୍ୟ  ଦ୍ରବ୍ୟ   ପଠାଇପାରିବେ   । ଜଣେ  ଜବ୍ ୱାର୍କରଙ୍କ   ନିକଟକୁ  ପଥାପାରିବେ  । ଏଠାରେ  ଉଲ୍ଲେଖ  କରାଯାଇପରେ  ଯେ, ଅନୁଚ୍ଛେଦ  ୪୩(କ)ରେ ଥିବା  ବ୍ୟବସ୍ଥା  ଅନୁଯାୟୀ  ଜବ୍ ୱାର୍କ  ଲାଗି  ପଠାଯିବାକୁ  ଥିବା  ଅଣ – ଟିକସଯୁକ୍ତ  ଓ  କରଛାଡ  ହୋଇଥିବା  ଦ୍ରବ୍ୟ  ଉପରେ  ଟିକସ  ଲାଗୁ  ହେବ  ନାହିଁ  ।

ଜବ୍ ୱାର୍କର  ପଞ୍ଜିକୃତ  ହେବା  ଆବଶ୍ୟକ  କି ?

ହଁ  । ଜବ୍ ୱାର୍କର  ଜଣେ  ସେବା  ଯୋଗାଣକାରୀ   । ତେବେ  ତାଙ୍କର  ସାମଗ୍ରିକ  କାରବାର  ନିର୍ଦ୍ଧାରିତ  ସୀମା  ଅତିକ୍ରମ  କଲେ,  ତାଙ୍କ  ପଞ୍ଜୀକରଣ  ଆବଶ୍ୟକ   ।

ଯେତେବେଳେ  ଦ୍ରବ୍ୟ  ବ୍ୟବସାୟୀ  ଜବ୍  ୱାର୍କରଙ୍କ   ବ୍ୟବସାୟ  ସ୍ଥଳ   ପରିସରକୁ  ସିଧାସଳଖ   ଯୋଗାଣ  କରିଛି , ତାହାଲେ  ଏହା  ଜବ୍  ୱାର୍କରଙ୍କ  ସାମଗ୍ରିକ  କାରବାରରେ  ଅନ୍ତର୍ଭୁକ୍ତ  ହେବ କି ?

ନାଁ   ।ଏହା  ଦ୍ରବ୍ୟ  ବ୍ୟବସାୟୀଙ୍କ  ସାମଗ୍ରିକ  କାରବାରରେ  ହିଁ  ଅନ୍ତର୍ଭୁକ୍ତ  ହେବ   ।

ଦ୍ରବ୍ୟ  ବ୍ୟବସାୟୀ  ତାଙ୍କ ବ୍ୟବସାୟସ୍ଥଳ  ପରିସରକୁ  ଦ୍ରବ୍ୟ  ନ ଆଣି  ଜବ୍  ୱାର୍କରଙ୍କ  ବାସସ୍ଥାନ  ପରିସର  ମଧ୍ୟରୁ  ସିଧାସଳଖ  ଦ୍ରବ୍ୟ  ଯୋଗାଣ   କରିପାରିବେ  କି ?

ହଁ  । କିନ୍ତୁ  ଦ୍ରବ୍ୟ  ବ୍ୟବସାୟୀ  ଜବ୍  ୱାର୍କରଙ୍କ   ପରିସରକୁ  ନିଜର  ଅତିରିକ୍ତ   ବ୍ୟବସାୟସ୍ଥଳ  ବୋଲି  ଘୋଷଣା   କରିବା  ଆବଶ୍ୟକ   । ଏହି  ଅତିରିକ୍ତ  ବ୍ୟବସାୟସ୍ଥଳ  ଜବ୍ ୱାର୍କର  ପଞ୍ଜିକୃତ  ହୋଇଥିବେ  କିମ୍ବା  ଦ୍ରବ୍ୟ  ଯୋଗାଣ  ପାଇଁ  ଏହି  ବ୍ୟବସାୟସ୍ଥଳ   ବିଜ୍ଞାପିତ  ହୋଇଥିବ  ।

କେଉଁ  ପରିସ୍ଥିତିରେ  ଦ୍ରବ୍ୟ  ବ୍ୟବସାୟୀ   ଜବ୍ ୱାର୍କରଙ୍କ  ବ୍ୟବସାୟସ୍ଥଳ  ପରିସରରୁ  ସିଧାସଳଖ  ଦ୍ରବ୍ୟ  ଯୋଗାଣ  କରିପାରିବେ  ?

କେବଳ  ଦୁଇଟି  ପରିସ୍ଥିତିରେ  ଜବ୍ ୱାର୍କରଙ୍କ  ବ୍ୟବସାୟ ସ୍ଥଳକୁ  ଅତିରିକ୍ତ  ବ୍ୟବସାୟ ସ୍ଥଳ  ଘୋଷଣା  କରାନଯାଇ ସିଧାସଳଖ   ଦ୍ରବ୍ୟ  ଯୋଗାଣ  ହୋଇପାରିବ   । ଦ୍ଵିତୀୟତଃ  ଦ୍ରବ୍ୟ   ବ୍ୟବସାୟୀ  ତାଙ୍କ   ତରଫରୁ  ବିଜ୍ଞପିତ  କରି   ଦ୍ରବ୍ୟ   ଯୋଗାଣ  କରିପାରିବେ  ।

ଜବ୍  ୱାର୍କରକୁ  ପ୍ରେରିତ  ଦ୍ରବ୍ୟର  ନିବେଶ  ଅର୍ଥ  ଓ  ମୂଳଧନ  ବିଚାରକୁ  ନେଲେ  ଇନ୍ ପୁଟ  ଟ୍ୟାକ୍ସ  କ୍ରେଡିଟ   ଗ୍ରହଣ  ଲାଗି  କ’ଣ   ବ୍ୟବସ୍ଥା   ରହିଛି  ?

ଏମ୍.ଜି.ଏଲ୍. ଅନୁଚ୍ଛେଦ  ୧୬(କ) ରେ ଜବ୍  ୱାର୍କ  ଲାଗି  ପ୍ରେରିତ  ନିବେଶ  ଅର୍ଥ ଓ  ମୂଳଧନ  ଦୃଷ୍ଟିରୁ  ଆଇ.ଟି.ସି ଗ୍ରହଣ  ବିଷୟ  ନିର୍ଦ୍ଧିଷ୍ଟ  ଭାବେ  ଉଲ୍ଲେଖିତ  ରହିଛି  । ନିବେଶ  ଅର୍ଥ  ଓ  ମୂଳଧନ  ପାଇଁ  ବକେୟା  ଟିକସ  ଦେୟ  ପରିଶୋଧ   ନିମ୍ନଲିଖିତ  ପଦ୍ଧତିରେ  କରାଯିବ   ।

ଜବ୍ ୱାର୍କରଙ୍କୁ  ପ୍ରେରିତ  ଇନ୍ ପୁଟ  କ୍ରେଡିଟ  ଦ୍ରବ୍ୟ  ବ୍ୟବସାୟୀ  ଗ୍ରହଣ   କରିବେ । ଏହି  ଇନ୍ ପୁଟ  କ୍ରେଡିଟ  ଜବ୍ ୱାର୍କ   ଶେଷ  ହେବାର  ୧୮୦ ଦିନ  ମଧ୍ୟରେ  ଗ୍ରହଣ   କରାଯିବ  । (ଇନ୍ ପୁଟ କ୍ରେଡିଟ   ପଠାଯିବା   ତାରିଖ  ଠାରୁ  ୧୮୦ ଦିନ  ମଧ୍ୟରେ)  । ତେବେ  ଇନ୍ ପୁଟ   ବା  ନିବେଶ  ଅର୍ଥ  ସିଧାସଳଖ  ଭାବେ  ଜବ୍  ୱାର୍କରକୁ  ଦିଆଗଲେ , ଇନ୍ ପୁଟ   ଗ୍ରହଣ  ତାରିଖଠାରୁ   ସମୟ  ଗଣନା  କରାଯିବ   । ଧାର୍ଯ୍ୟ  ସମୟ  ମଧ୍ୟରେ  ଇନ୍ ପୁଟ  ଗ୍ରହଣ  କରାନଗଲେ , ଆଇ.ଟି.ସି  ତୁଲ୍ୟ  ଅର୍ଥରାଶି   ସହ  ସୁଧା  ମିଶାଇ   ଭରଣା  କରାଯିବ  । ତେବେ , ଇନ୍ ପୁଟ  ଗ୍ରହଣ  କରାଯିବା  ପରେ  କ୍ରେଡିଟ ଅର୍ଥ  ପାଇବା  ପାଇଁ  ପୁନର୍ବାର   ଦାବୀ  କରାଯାଇପାରିବ   ।

ସବୁ  ପ୍ରକାରର  ଦ୍ରବ୍ୟ  କ’ଣ  ଜବ୍ ୱାର୍କ  ବ୍ୟବସ୍ଥା  ଲାଗୁ  ହେବ  ?

ନାଁ   । ଯେତେବେଳେ   ପଞ୍ଜିକୃତ  ଟିକସଯୋଗ୍ୟ  ବ୍ୟକ୍ତି  ଟିକସଯୁକ୍ତ  ଦ୍ରବ୍ୟ  ପ୍ରେରଣ   କରିବେ , ସେତେବେଳେ  ଜବ୍ ୱାର୍କ  ସମ୍ପର୍କିତ  ବ୍ୟବସ୍ଥା  ଲାଗୁ  ହେବ   । ଅନ୍ୟପକ୍ଷରେ  କହିବାକୁ  ଗଲେ , କରଛାଡ  କିମ୍ବା  ଅଣଟିକସଯୁକ୍ତ  ଦ୍ରବ୍ୟ  କ୍ଷେତ୍ରରେ   କିମ୍ବା  ଯୋଗାଣକାରୀ   ପଞ୍ଜିକୃତ  ଟିକସଯୋଗ୍ୟ  ବ୍ୟକ୍ତି  ଛଡା  ଅନ୍ୟ  କେହି  ହୋଇଥିବେ , ସେ  କ୍ଷେତ୍ରରେ  ଜବ୍  ୱାର୍କ   ସମ୍ପର୍କିତ   ବ୍ୟବସ୍ଥା  କାର୍ଯ୍ୟକାରୀ   ହେବ  ନାହିଁ   ।

 

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate