ସେଆର କରନ୍ତୁ

ପଞ୍ଜୀକରଣ

ପଞ୍ଜୀକରଣ ର ସୂଚନା

ଜିଏସ୍ ଟିରେ  ପଞ୍ଜୀକରଣ  କଲେ  କ’ଣ  ସୁବିଧା  ମିଳେ ?

ଜିଏସ୍ ଟି  ବ୍ୟବସ୍ଥାରେ  ପଞ୍ଜୀକୃତ  ହେଲେ  ବ୍ୟବସାୟିକ  ସଂସ୍ଥାକୁ   ନିମ୍ନଲିଖିତ  ସୁବିଧା  ମିଳିଥାଏ  । ବସ୍ତୁ ଓ  ସେବା  ଯୋଗାଣକାରୀଙ୍କୁ   ଆଇନଗତ  ସ୍ଵୀକୃତି   ମିଳିଥାଏ   ।

ବସ୍ତୁ ଓ ସେବାରେ  ନିବେଶ  ପାଇଁ  ପଏଠ  ହୋଇଥିବା  ସଠିକ ହିସାବଯୁକ୍ତ  ଟିକସକୁ  ଜିଏସଟି  ପାଉଣା  ଆକାରରେ  ବ୍ୟବହାର   କରାଯାଇପାରିବ   । ବ୍ୟବହାର  ଦ୍ଵାରା  ବସ୍ତୁ  ଓ  ସେବା  ଯୋଗାଣ  ଅଥବା  ଉଭୟର  ଯୋଗାଣ  ନିମନ୍ତେ  ଜିଏସଟି  ଦେୟ   ଦେବାକୁ  ପଡିଥାଏ   ।

ଯୋଗାଣକାରୀ  ତାଙ୍କ  କ୍ରେତାଙ୍କଠାରୁ  ଟିକସ  ସଂଗ୍ରହ  କରିବା  ପାଇଁ  ବୈଧାନିକ   କ୍ଷମତାପ୍ରାପ୍ତ  ଯୋଗାଣକାରୀ  କ୍ରେତା  ବା  ଗ୍ରହୀତାଙ୍କୁ  ବସ୍ତୁ  ଓ  ସେବା  ଯୋଗାଣ  ଉପରେ   ଜିଏସଟି  ବକେୟା   ଦେୟ  ପରିଶୋଧ   କରିବେ   ।

ଜିଏସଟି  ପଞ୍ଜୀକରଣ  ବିନା  ଜଣେ  ବ୍ୟକ୍ତି  ଆଇଟିସି  (ଇନ୍ ପୁଟ  ଟ୍ୟାକ୍ସ  କ୍ରେଡିଟ  ବା  ନିବେଶ  କ୍ଷେତ୍ରରେ   ବକେୟା   ଥିବା   ଟିକସ) ଦାବୀ  କରି  ଟିକସ  ସଂଗ୍ରହ  କରିପାରିବେ  କି ?

ନା  । ଜିଏସଟି  ପଞ୍ଜୀକରଣ  ବିନା  ଜଣେ  ବ୍ୟକ୍ତି  ତାଙ୍କ  ଗ୍ରାହକଙ୍କଠାରୁ   ଜିଏସଟି  ଆଦାୟ  କରିପାରିବେ  ନାହିଁ କି  ପରିଶୋଧ   ହୋଇଥିବା  ଜିଏସଟିର  କୌଣସି   ଇନ୍ ପୁଟ   ଟ୍ୟାକ୍ସ  କ୍ରେଡିଟ (ନିବେଶ  କ୍ଷେତ୍ରରେ  ବକେୟା  ଥିବା  ଟିକସ ) ପାଇଁ  ଦାବୀ  କରିପାରିବେ  ନାହିଁ   ।

ପଞ୍ଜୀକରଣ  ପାଇଁ  ପ୍ରକୃତ  ତିଥି  କେବେ  ଧାର୍ଯ୍ୟ  ହୁଏ ?

ଉତ୍ତର     ବ୍ୟକ୍ତି  ପଞ୍ଜୀକରଣଯୋଗ୍ୟ   ହେବାର  ୩୦ ଦିନ   ମଧ୍ୟରେ  ପଞ୍ଜୀକରଣ  ପାଇଁ  ଆବେଦନ   କରିପାରିବେ  । ତେବେ  ଯେଉଁଦିନ   ବ୍ୟକ୍ତି  ପଞ୍ଜୀକରଣ  ପାଇଁ   ଯୋଗ୍ୟ  ବିବେଚିତ  ହେବେ , ସେହି  ତିଥିକୁ  ହିଁ  ପଞ୍ଜୀକରଣର  ପ୍ରକୃତ   ତିଥିଭାବେ  ଗଣନା  କରାଯିବ   ।

  • ଅନ୍ୟପକ୍ଷରେ , ବ୍ୟକ୍ତି  ପଞ୍ଜୀକରଣଯୋଗ୍ୟ  ହେବାର  ୩୦ ଦିନ  ପରେ  ପଞ୍ଜୀକରଣ  ମଞ୍ଜୁରୀ  ଲାଭ  କରିଥିବା  ତିଥି  ହିଁ  ପଞ୍ଜୀକରଣର  ପ୍ରକୃତ  ତିଥି  ଭାବେ  ଧାର୍ଯ୍ୟ  ହୋଇଥାଏ  ।
  • ଅପରପକ୍ଷେ , ଜଣେ  ବ୍ୟକ୍ତି  ସର୍ବନିମ୍ନ  ଟିକସଛାଡ  ସୀମା  ମଧ୍ୟରେ   ରହି  ଦେୟ  ଭରଣା  କରୁଥିଲେ  ତାଙ୍କର  ସ୍ଵେଚ୍ଛାକୃତ  ଭାବେ  ବା  ଆପଣାଛାଏଁ  ପଞ୍ଜୀକରଣ   ଗ୍ରହଣ   କରାଯାଇଥାଏ  । ଏ  କ୍ଷେତ୍ରରେ  ପଞ୍ଜୀକରଣ  ପାଇଁ  ନିର୍ଦ୍ଦେଶ  ଦିଆଯାଇଥିବା  ତିଥିକୁ   ହିଁ  ପଞ୍ଜୀକରଣର   ପ୍ରକୃତ  ତିଥିଭାବେ  ବିବେଚନା  କରାଯାଇଥାଏ   ।

ଆଦର୍ଶ   ଜିଏସଟି  ଆଇନ  ଅନୁସାରେ  କେଉଁ  ବ୍ୟକ୍ତି  ପଞ୍ଜୀକରଣ  ହେବାପାଇଁ  ବାଧ୍ୟ  ?

ପ୍ରତ୍ୟକ  ଯୋଗାଣକାରୀ  ଯେ  କରଯୁକ୍ତ  ଯୋଗାଣ , ଯଥା – ଜି.ଏସ.ଟି  ଆଇନ  ଅନୁଯାୟୀ   କରଯୁକ୍ତ  ଦ୍ରବ୍ୟ ଏବଂ /କିମ୍ବା  ସେବା  କରୁଥିବେ  ଏବଂ  ଯାହାର ମୋଟ  ଯୋଗାଣର  ମୂଲ୍ୟ  ଗୋଟିଏ  ଆର୍ଥିକ  ବର୍ଷରେ  ୨୦  ଲକ୍ଷ  ଟଙ୍କା   ଟପିଯିବ  ସେ  ଯେକୌଣସି  ପ୍ରଦେଶରେ  କିମ୍ବା  କେନ୍ଦ୍ରଶାସିତ  ଦିଲ୍ଲୀ  ଅବା  ପଣ୍ଡିଚେରିରେ  ଯେଉଁଠାରୁ  ସେମାନେ  ଯୋଗାଣ  କରୁଥିବେ  ସି.ଜି.ଏସ୍.ଟି /ଏସ୍.ଜି.ଏସ୍.ଟି . ଆଇନ  ୨୦୧୭ ର  ଧାରା – ୨୨ରେ  ପଞ୍ଜିକୃତ ହେବାକୁ  ବାଧ୍ୟ  ।

ତେବେ  ଭାରତୀୟ  ସମ୍ବିଧାନର  ଧାରା  ୨୭୯ (୪)(ଜି)ରେ   ଲିଖିତ   ଥିବା  ନିର୍ଦ୍ଧିଷ୍ଟ  ୧୧ଟି  ରାଜ୍ୟମାନଙ୍କର  ପଞ୍ଜିକୃତ  ହେବାପାଇଁ   ମୋଟ  ଯୋଗାଣର  ମୂଲ୍ୟ  ୧୦  ଲକ୍ଷ  ହେବ  ।

ଏତଦ୍ ବ୍ୟତୀତ  ଏହି  ଆଇନ୍ ର  ଧାରା – ୨୪ରେ  ଉଲ୍ଲେଖିତ  ଥିବା  କେତେକ  ଯୋଗାଣକାରୀମାନେ   ମୋଟ  ଯୋଗାଣର   ମୂଲ୍ୟ  ୨୦ ଲକ୍ଷରୁ   କମ୍  ହେଲେ  ମଧ୍ୟ  ପଞ୍ଜିକୃତ   ହେବାକୁ   ପଡିବ   ।

ଅନ୍ୟପକ୍ଷରେ , ଏହି  ଆଇନ୍ ର   ଧାରା – ୨୩ ଅନୁସାରେ  ଜଣେ  କୃଷକ   ଯେ କି  କୃଷିଜାତ  ପଦାର୍ଥ  ଯୋଗାଣ  କରୁଛି  ଏବଂ  ଅନ୍ୟ  ବ୍ୟକ୍ତି  ଯେ  କେବଳ  ପୂର୍ଣ୍ଣ  କର  ରହିତ  ଅବା  ବିନା  କରଯୁକ୍ତ  ଦ୍ରବ୍ୟ  ବା ସେବା   ଯୋଗାଣ  କରୁଛି  ସେମାନେ  ପଞ୍ଜିକୃତ   ହେବାର  ଆବଶ୍ୟକତା   ନାହିଁ  ।

ମୋଟ  ଡେଣାନେଣର  ମୂଲ୍ୟ  କହିଲେ  କ’ଣ  ବୁଝାଯାଏ   ?

ସି.ଜି.ଏସ୍.ଟି /ଏସ୍.ଜି.ଏସ୍.ଟି . ଆଇନ୍ ର  ଧାରା – ୨ ଅନୁସାରେ  ଗୋଟିଏ  ଜି.ଏ.ଏନ୍. ଥିବା  କୌଣସି  ବ୍ୟକ୍ତିଙ୍କର  ମୋଟ  ଦେଣନେଣର  ମୂଲ୍ୟରେ  ନିମ୍ନଲିଖିତ  ମୂଲ୍ୟଗୁଡିକ  ଅନ୍ତର୍ଭୁକ୍ତ –

(୧) ସମସ୍ତ  କରଯୁକ୍ତ  ଯୋଗାଣ

(୨) ସମସ୍ତ  କର  ରହିତ  ଯୋଗାଣ

(୩) ଦ୍ରବ୍ୟ  ଓ  ସେବା  ରପ୍ତାନି ; ଏବଂ

(୪) ସମସ୍ତ  ଆନ୍ତଃରାଜ୍ୟ  ଯୋଗାଣ

ଉପରୋକ୍ତ  ମୂଲ୍ୟଗୁଡିକ  ସର୍ବଭାରତୀୟ   ଆଧାରରେ   ହିସାବ  କରାଯିବ  ଏବଂ  ସି.ଜି.ଏସ୍.ଟି. , ଏସ୍.ଜି.ଏସ୍.ଟି. , ୟୁ.ଜି.ଏସ୍.ଟି  କର ଏଥିରେ  ମିଶିବ  ନାହିଁ   । ଜଣେ  କରଦାତାଙ୍କର   ସମସ୍ତ  ଦେଣନେଣ  ନିଜ  ଖାତାରେ   ହେଉ  ଅଥବା  ତାଙ୍କର  ଅନ୍ୟ  ବ୍ୟକ୍ତିଙ୍କ   ତରଫରୁ  ହେଉ, ତାହାର  ମୂଲ୍ୟ  ଏଥିରେ  ଅନ୍ତର୍ଭୁକ୍ତ  ହେବ  ।

ଯେଉଁ  ଯୋଗାଣ  ଉପରେ   ବିପରୀତ  କର  ପ୍ରଦାନ   କରାଯାଉଥିବ  ଏବଂ  କ୍ରୟ   ହୋଇଥିବା  ଯୋଗାଣର   ମୂଲ୍ୟ  ଏହି  ମୋଟ  ଦେଣନେଣ  ମୂଲ୍ୟରୁ   ବାଦ  ପଡିବ   ।

କୌଣସି  ଦ୍ରବ୍ୟ  ଯାହାକି  ବିଭିନ୍ନ  ବ୍ୟାପାର   ଶ୍ରମିକ  ଦ୍ଵାରା  ହୋଇଥାଏ   ତେବେ  ତାହାର  ମୂଲ୍ୟ  ଏହି  ବ୍ୟାପାର  ଶ୍ରମିକଙ୍କ  ମୋଟ   ଦେଣରେ  ଅନ୍ତର୍ଭୁକ୍ତ   ହେବନାହିଁ   । ଏହା  ଯୋଗାଣ  କରିଥିବା  ବ୍ୟକ୍ତି  ଯୋଗାଣ  ହିସାବରେ  ଧରାଯିବ  ଏବଂ  ସେହି  ବ୍ୟକ୍ତିଙ୍କର   ଦେଣନେଣ  ହିସାବରେ  ଧାରାଯିବ  ।

କେଉଁ  କେଉଁ  ସ୍ଥିତିରେ  ପଞ୍ଜୀକରଣ  କରିବା  ବାଧ୍ୟତାମୂଳକ  ଅଟେ  ।

ସି.ଜି.ଏସ୍.ଟି. , ଏସ୍.ଜି.ଏସ୍.ଟି. ଆଇନର   ଧାରା – ୨୪ ଅନୁସାରେ  ନିମ୍ନଲିଖିତ   ବ୍ୟକ୍ତିମାନଙ୍କର  କୌଣସି  ନିର୍ଦ୍ଧାରିତ  ଦେଣନେଣ  ସୀମା  ବିନା  ପଞ୍ଜୀକରଣ   ବାଧ୍ୟତାମୂଳକ  ଅଟେ   ।

(୧) ଯିଏ  ଅନ୍ତଃ  ରାଜ୍ୟ  ଯୋଗାଣ  କାରବାର  କରୁଥିବେ ,

(୨) ଅନିୟତ  କରଦାତା ,

(୩) ଯେଉଁ  ବ୍ୟକ୍ତି  ବିପରୀତ  କର  ଦେବାକୁ   ଯୋଗ୍ୟ ,

(୪) ଧାରା – ୯ର  ଉପଧାରା – ୫ ଅନୁଯାୟୀ  ଯେଉଁ  ଇଲେକ୍ଟ୍ରୋନିକ  ବାଣିଜ୍ୟ   ପରିଚାଳକ  କର  ଦେଉଥିବେ  ,

(୫) ଅଣ – ଅଧିବାସୀ  କରଦାତା ,

(୬) ଯେଉଁ   ବ୍ୟକ୍ତି  ଧାରା – ୫୧ ଅନୁସାରେ  ଟିକସ  କାଟୁଥିବେ ,

(୭) ଜଣେ  ପ୍ରତିନିଧି  କିମ୍ବା   ଅନ୍ୟ   ଭାବରେ  ଯେଉଁ  ବ୍ୟକ୍ତି   ଅନ୍ୟ  ପଞ୍ଜୀକୃତ  କର  ଦାତାଙ୍କ  ତରଫରୁ   କୌଣସି  ଦ୍ରବ୍ୟ  ବା  ସେବା  ଯୋଗାଣ   କରୁଥିବା   ବ୍ୟକ୍ତି ,

(୮) କ୍ରୟ  ସେବା  ବିଭାଜନକାରୀ  (ଅନୟଭାବେ  ପଞ୍ଜୀକୃତ  ହୋଇଥାନ୍ତୁ  କି  ନାହିଁ )

(୯) ଧାରା – ୫୨  ଅନୁସାରେ  କର  ଆଦାୟ  କରୁଥିବା  ବ୍ୟକ୍ତି ,

(୧୦) ପ୍ରତ୍ୟକ   ଇଲେକ୍ଟ୍ରୋନିକ   ବାଣିଜ୍ୟ  ପରିଚାଳକ ,

(୧୧) ଦେଶ  ବାହାରୁ  ଅନ୍ ଲାଇନ   ସୂଚନା  ଏବଂ  ଡାଟା   ବାହାର   କରୁଥିବା  ସେବା  କୌଣସି  ଅଣପଞ୍ଜୀକୃତ  ବ୍ୟକ୍ତିଙ୍କୁ   ଯୋଗାଉଥିବା  ବ୍ୟକ୍ତି ,

(୧୨) ଜି.ଏସ୍.ଜି. ପରିଷଦର   ସୁପାରିଶ   କ୍ରମେ   କେନ୍ଦ୍ର   ସରକାର  କିମ୍ବା  ରାଜ୍ୟ   ସରକାରଙ୍କ  ଦ୍ଵାରା  ବିଜ୍ଞପିତ  ବ୍ୟକ୍ତିବିଶେଷ  କିମ୍ବା  କୌଣସି  ଏକ  ଶ୍ରେଣୀର   ବ୍ୟକ୍ତିବିଶେଷ  ।

ଜି.ଏସ୍.ଟି  ପଞ୍ଜୀକରଣ   ପାଇଁ  ସମୟ  ସୀମା  କ’ଣ ?

ପାଞ୍ଜିକାର   ଆଇନରେ  ଦର୍ଶାଯାଇଥିବା   ସର୍ତ୍ତାବଳୀ   ଅନୁସାରେ   ଏବଂ  ସେଥିରେ  ଦର୍ଶାଯାଇଥିବା   ରୀତି  ଅନୁସାରେ  ଜଣେ   ବ୍ୟକ୍ତି  ପଞ୍ଜୀକରଣ   ହେବାପାଇଁ  ଆବେଦନ  କରିବେ ଓ  ନେବେ   । ଜଣେ  ଅନିୟମିତ  ଟିକସଦାତା  କିମ୍ବା  ଜଣେ  ଅଣ – ଆବାସୀ   ଟିକସଦାତା  ତାଙ୍କର  ବ୍ୟବସାୟ   ଆରମ୍ଭ  ହେବାର  ପାଞ୍ଚଦିନ  ମଧ୍ୟରେ  ପଞ୍ଜୀକରଣ  ପାଇଁ  ଆବେଦନ  କରିବେ  ।

ସମାନ  ପ୍ୟାନ  ଥାଇ   ବିଭିନ୍ନ  ରାଜ୍ୟରେ  କାରବାର   ଚଳାଇଥିବା  ବ୍ୟକ୍ତି   ଏକକ  ପଞ୍ଜୀକରଣ   ନେଇ  କାର୍ଯ୍ୟ  କରିପାରିବେ   କି ?

ନା , ପଞ୍ଜୀକରଣ  ପାଇଁ ଯୋଗ୍ୟ  ହୋଇଥିବା  ବ୍ୟକ୍ତି  ପ୍ରତ୍ୟକ   ରାଜ୍ୟ   ନିମନ୍ତେ  ପୃଥକ  ଭାବେ  ନାମ  ପଞ୍ଜୀକରଣ  କରିପାରିବେ  । ତେବେ  ସେହିସବୁ  ରାଜ୍ୟରେ  ତାଙ୍କର  ବ୍ୟବସାୟ  ଚାଲିଥିବା ଆବଶ୍ୟକ  । ଏହାଛଡା  ସେ, ଆଦର୍ଶ ଜିଏସ୍ ଟି ଆଇନର   ଅନୁଚ୍ଛେଦ – ୨୨ ଅନ୍ତର୍ଗତ  ଉପ – ଅନୁଚ୍ଛେଦ  (୧) ଅନୁଯାୟୀ  ଟିକସ  ପ୍ରଦାନ  କରିବେ  ।

ଗୋଟିଏ  ରାଜ୍ୟରେ  ବହୁପ୍ରକାର  ବ୍ୟବସାୟ  ଚଳାଇଥିବା  ବ୍ୟକ୍ତି  ପୃଥକ  ପଞ୍ଜୀକରଣ  ସୁବିଧା  ପାଇପାରିବେ କି ?

ହଁ , ଧାରା – ୨ ର  ଉପଧାରା – ୩ ଅନୁଯାୟୀ  ଯଦିଓ  କୌଣସି  ବ୍ୟକ୍ତି  ଧାରା – ୨୨ ଅନୁସାରେ  ପଞ୍ଜୀକରଣ  ନେବାକୁ  ବାଧ୍ୟ   ନୁହେଁ  ତଥାପି   ସେ  ନିଜ  ଇଚ୍ଛାନୁସାରେ  ପଞ୍ଜୀକୃତ  ହେବ  ଏବଂ  ସେଥିପାଇଁ  ଜଣେ  ପଞ୍ଜୀକୃତ  ବ୍ୟକ୍ତିପାଇଁ  ଆଇନରେ  ଯେପରି  ସର୍ତ୍ତାବଳୀ  ଅଛି  ତାହା   ସମସ୍ତ  ତାଙ୍କପାଇଁ  ଲାଗୁ  ହେବ   ।

ଯଦିଓ  ବ୍ୟକ୍ତି  ବ୍ୟକ୍ତି ଜିଏସ୍ ଟି   ଦେୟ   ଦେବାକୁ  ଯୋଗ୍ୟ   ନୁହଁନ୍ତି , ତାହାଲେ  ସେ  ସ୍ଵେଚ୍ଛାକୃତ  ଭାବେ  ପଞ୍ଜୀକୃତ  ହେବାର  ବ୍ୟବସ୍ଥା  ରହିଛି କି ?

ହଁ , ଧାରା – ୨ର ଉପଧାରା – ୩ ଅନୁଯାୟୀ  ଯଦିଓ  କୌଣସି  ବ୍ୟକ୍ତି  ଧାରା – ୨୨ ଅନୁସାରେ ପଞ୍ଜୀକରଣ  ପଞ୍ଜୀକରଣ   ନେବାକୁ  ବାଧ୍ୟ  ନୁହେଁ  ତଥାପି   ସେ  ନିଜ  ଇଚ୍ଛାନୁସାରେ  ପଞ୍ଜୀକୃତ  ହେବ ଏବଂ   ସେଥିପାଇଁ   ଜଣେ   ପଞ୍ଜୀକୃତ  ବ୍ୟକ୍ତିପାଇଁ   ଆଇନ୍ ରେ  ଯେପରି  ସର୍ତ୍ତାବଳୀ  ଅଛି  ତାହା  ସମସ୍ତ   ତାଙ୍କପାଇଁ  ଲାଗୁହେବ   ।

ପଞ୍ଜୀକରଣ  କରାଇବାକୁ   ହେଲେ   ଜଣେ  ବ୍ୟକ୍ତିଙ୍କ  ପାଇଁ  ସ୍ଥାୟୀ  ଆକାଉଣ୍ଟ  ନମ୍ବର (ପ୍ୟାନ) କାର୍ଡ  କରିବା କ’ଣ  ବାଧ୍ୟତାମୂଳକ  ?

ହଁ, ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଆଇନର  ଧାରା – ୨୫(୬) ଅନୁସାରେ  ପଞ୍ଜୀକରଣ  ଯୋଗ୍ୟ  ହେବାଲାଗି  ଜଣେ  ବ୍ୟକ୍ତି  ଆୟକର   ଆଇନ , ୧୯୬୧ (୧୯୬୧ ର  ୪୩ ନମ୍ବର)  ଅନୁସାରେ   ଦିଆଯାଇଥିବା  ପ୍ୟାନ  ଧାରକ  ହେବା  ଆବଶ୍ୟକ  ।

ତେବେ  ଉପରୋକ୍ତ  ଧାରା – ୨୫(କ) ର ସର୍ତ୍ତ ଅନୁଯାୟୀ  ପଞ୍ଜୀକରଣ  ଯୋଗ୍ୟ  ହେବାଲାଗି  ଜଣେ  ବ୍ୟକ୍ତି , ଯେ  ଧାରା – ୫୧ ଅନୁସାରେ ଆୟକର  ଦେବା ଆବଶ୍ୟକ , ସେ  ପ୍ୟାନ  ବଦଳରେ  ଆୟକର  ଆଇନରେ  ଦିଆଯାଇଥିବା  ଆୟକର  ପ୍ରଦାନ  ଓ  ସଂଗ୍ରହ  ଖାତା  ଥିବା  ଆବଶ୍ୟକ  ।

ପୁନଶ୍ଚ , ଆୟକର  ଆଇନର  ଧାରା – ୨୫ (୭) ଅନୁଯାୟୀ  ଜଣେ  ଅଣଆବାସିକ  କରଦାତା  ପାଇଁ  ପ୍ୟାନ  ବାଧ୍ୟତାମୂଳକ  ନୁହେଁ  ଏବଂ  ତାଙ୍କ  ଆଇନରେ  ଲିଖିତ  ଯେକୌଣସି  ପ୍ରମାଣପତ୍ର   ଆଧାରରେ  ପଞ୍ଜୀକରଣ  କରାଯାଇ  ପାରିବ  ।

ଉପରୋକ୍ତ  ଆଇନ  ବଳରେ  କ୍ଷମତାପ୍ରାପ୍ତ   ବିଭାଗୀୟ  ଅଧିକାରୀ  ଜଣେ  ବ୍ୟକ୍ତିର  ପଞ୍ଜୀକରଣ  ସ୍ଵତଃପ୍ରବୃତ୍ତଭାବେ   କରିପାରିବେ  କି ?

ହଁ , ଧାରା – ୨୧ ର  ଉପଧାରା – ୮ ଅନୁଯାୟୀ  ଯଦି  ଜଣେ  ବ୍ୟକ୍ତି  ଯେକି   ପଞ୍ଜୀକରଣ   ହେବା  ଯୋଗ୍ୟ  କିନ୍ତୁ   ପଞ୍ଜୀକରଣ  ନେଇନାହିଁ  ତେବେ  କ୍ଷମତାପ୍ରାପ୍ତ   ଅଧିକାରୀ  ବଳବତ୍ତର   ଥିବାରୁ  ଏହି  ଆଇନ   କିମ୍ବା  ଅନ୍ୟ  କୌଣସି  ଆଇନଗତ  କାର୍ଯ୍ୟାନୁଷ୍ଠାନ  ଥିଲେ  ସୁଦ୍ଧା  ସେ  ବ୍ୟକ୍ତିକୁ  ଆଇନସିଦ୍ଧ  ଭାବରେ ପଞ୍ଜୀକୃତ  କରିବେ  ।

କ୍ଷମତାପ୍ରାପ୍ତ  ଅଧିକାରୀ  ପଞ୍ଜୀକରଣ  ପାଇଁ  ହୋଇଥିବା  ଆବେଦନକୁ  ପ୍ରତ୍ୟାଖ୍ୟାନ   କରିପାରିବେ କି ?

ହଁ ,  ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି ଆଇନର  ଧାରା – ୨୫ ର  ଉପଧାରା – ୧୦ ଅନୁସାରେ  ଜଣେ  କ୍ଷମତାପ୍ରାପ୍ତ  ଅଧିକାରୀ  ଯେକୌଣସି  ପଞ୍ଜୀକରଣ  ପାଇଁ  ଆବେଦନକୁ   ଯଥା  ପରୀକ୍ଷା  ନିରୀକ୍ଷା  ପରେ  ପ୍ରତ୍ୟାଖ୍ୟାନ  କରିପାରିବେ  ।

ଜଣେ  ବ୍ୟକ୍ତିଙ୍କୁ  ସ୍ଥାୟୀ  ଭାବେ  ପଞ୍ଜୀକରଣ  କରାଯାଇପାରିବ  କି ?

ହଁ , ତେବେ  ଯେପର୍ଯ୍ୟନ୍ତ  ପଞ୍ଜୀକରଣ   ପ୍ରମାଣପତ୍ର ସମର୍ପଣ  ବାତିଲ , ନିଲମ୍ବନ  ବା  ପ୍ରତ୍ୟାହୃତ  ହୋଇନାହିଁ ସେ  ପର୍ଯ୍ୟନ୍ତ   ତାହା   ସ୍ଥାୟୀ  ଭାବେ  କାର୍ଯ୍ୟ  କରିବ  ।

ଜାତିସଂଘର  ସଂସ୍ଥାମାନଙ୍କର  ପଞ୍ଜୀକରଣ   ଆବଶ୍ୟକ କି ?

ଉତ୍ତର     ହଁ ,  ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଆଇନର  ଧାରା – ୨୫ (୯) ଅନୁସାରେ  ବିଜ୍ଞପିତ  ଜାତି  ସଂଘ  ସଂସ୍ଥା , ଅନ୍ୟ  ଦେଶର  ଦ୍ଵତାବାସ ଏବଂ  ବିଜ୍ଞପିତ   ଅନ୍ୟ   ଶ୍ରେଣୀର  ବ୍ୟକ୍ତି / ସଂସ୍ଥାବୃନ୍ଦ  ଜିଏସ୍ ଟି  ପୋର୍ଟାଲରୁ  ତାଙ୍କର  ଏକକ   ଚିହ୍ନଟ  ସଂଖ୍ୟା  ନେବାର   ଆବଶ୍ୟକତା  ଅଛି  । ଏହି  ନମ୍ବରର   ପ୍ରଣାଳୀ   ଉଭୟ   କେନ୍ଦ୍ର  ଓ  ପ୍ରାଦେଶିକ  ସରକାରଙ୍କ   ପାଇଁ   ଗୋଟିଏ  ରହିବ  ଏବଂ  ଏହା  ଜି.ଏସ୍.ଟି. ଆକାର  ସହିତ  ସମତାଳରେ  ରହିବ  । ଏହି  ଏକକ  ସଂଖ୍ୟାର  ଆବଶ୍ୟକତା  ବିଜ୍ଞପିତ  କେନ୍ଦ୍ର  ଓ  ସେବା  ଯୋଗାଣ  କ୍ରୟ  କରିଥିଲେ  କର  ଫେରସ୍ତ  ପାଇଁ  ତଥା  ଅନ୍ୟ  କାରଣ  ପାଇଁ  ଦରକାର  ହେବ   ।

ଜାତିସଂଘ  ବା  ବିଦେଶୀ  ରାଷ୍ଟ୍ର  ଦୂତାବାସ   ପାଇଁ  ଯୋଗାଣ  ବେଳେ   ଟିକସଭୁକ୍ତ   ବ୍ୟବସାୟୀ  କିଭଳି  ଦାୟିତ୍ଵ   ତୁଲାଇବେ  ?

ଦୂତାବାସଗୁଡିକୁ  ଯୋଗାଣବେଳେ  ଟିକସଭୁକ୍ତ  ବ୍ୟବସାୟୀ  ସେମାନଙ୍କ  ଚାଲାନ୍  ଇନ୍ ଭଏସ୍ ରେ   ୟୁଆଇଏନ୍  ଉଲ୍ଲେଖ  କରିବେ   ।  ଅନ୍ୟ  ପଞ୍ଜୀକୃତ   ବ୍ୟକ୍ତିଙ୍କୁ  ଏଭଳି   ଯୋଗାଣ  ଦୃଷ୍ଟିରୁ  ତାହା  ତଦନୁରୂପେ  ଗଣନା   କରାଯିବ  । ଯୋଗାଣକାରୀ   ଯୋଗାଣର   ଚାଲାନ୍ କୁ  କମ୍ପ୍ୟୁଟରରେ  ଅପ୍ ଲୋଡ   କରିବେ  ।

ସରକାରୀ  ଅନୁଷ୍ଠାନ  ପଞ୍ଜୀକୃତ   ହେବା  ଆବଶ୍ୟକ କି ?

ଜିଏସ୍ ଟି  ଅନ୍ତର୍ଗତ   ଦ୍ରବ୍ୟର   ବାହ୍ୟ  ଯୋଗାଣ  କରା ନଯାଇ   ଆନ୍ତଃରାଜ୍ୟ କ୍ରୟବ୍ୟବସ୍ଥା  କରିବା  ନିମନ୍ତେ  ଜିଏସ୍ ଟି  ପୋର୍ଟାଲ  ମାଧ୍ୟମରେ  ସରକାରୀ  ସଂସ୍ଥା  ଓ  ଉଦ୍ୟୋଗଗୁଡିକୁ  ସଂପୃକ୍ତ  ରାଜ୍ୟ  ଟିକସ  ସଂଗ୍ରହ  ସଂସ୍ଥା  ଏକକ  ପରିଚୟ  ସଂଖ୍ୟା  ୟୁଆଇଏନ୍  ପ୍ରଦାନ   କରିଥାନ୍ତି   ।

ସାମୟିକ   ଟିକସ  ଦେଉଥିବା  ବ୍ୟକ୍ତିରୂପେ  କାହାକୁ  ବିବେଚନା  କରାଯିବ ?

ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଆଇନର  ଧାରା – ୨ (୨୦) ଏହାର  ସଂଜ୍ଞା  ନିରୂପଣ  କରିଛି  । ଯେକୌଣସି   ବ୍ୟକ୍ତି  ଯିଏ  ଦ୍ରବ୍ୟ  ଓ  ଦଲାଲ   ଭାବରେ  ସେବା  ଯୋଗାଣ   ସାମୟିକ  ଭାବରେ  ନିଜେ  କର୍ତ୍ତା  କିମ୍ବା  ବ୍ୟବସାୟିକ  ବୃଦ୍ଧି   ନିମିତ୍ତ   କରେ  ଏବଂ  ଯାହାର  କୌଣସି  ପ୍ରଦେଶ  କିମ୍ବା  କେନ୍ଦ୍ର  ଶାସିତ  ଅଞ୍ଚଳରେ  ନିଜର  କୌଣସି  ନିର୍ଦ୍ଧିଷ୍ଟ   ସ୍ଥାନ  ନାହିଁ , ତାକୁ  ସାମୟିକ  ଟିକସ ଦାତା  ବ୍ୟକ୍ତି  ରୂପେ  ପରିଗଣିତ  କରାଯିବ   ।

ଅଣ – ଆବାସିକ  ଟିକସଦାତା  କାହାକୁ   କୁହାଯିବ ?

ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଆଇନର  ଧାରା – ୨ (୭୭) ଅନୁସାରେ  ଯେଉଁ  ବ୍ୟକ୍ତିଙ୍କର  ଭାରତରେ  କୌଣସି  ନିର୍ଦ୍ଧିଷ୍ଟ   ବ୍ୟବସାୟିକ  ଅବା  ଆବାସିକ  ସ୍ଥାନ  ନାହିଁ  ଏବଂ  ଯେ  ନିଜେ  ମୁଖ୍ୟ  ବା  ଦଲାଲ  ହିସାବରେ  ସାମୟିକ  ଭାବରେ  ଦ୍ରବ୍ୟ  ଓ  ସେବା ଯୋଗାଣ  କାରବାର  କରେ  ତାଙ୍କୁ  ଅଣ – ଆବାସିକ  ଟିକସ ଦାତା   ଧରାଯିବ  ।

ସାମୟିକ  ଟିକସଦାତା  ଏବଂ  ଅଣ – ଆବାସିକ  ଟିକସଦାତାଙ୍କୁ  ଦିଆଯାଉଥିବା  ପଞ୍ଜୀକରଣର  ସମୟ  ସୀମା   କେତେ  ?

ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି   ଆଇନର  ଧାରା – ୨୭(୧) ଅନୁସାରେ  ସାମୟିକ  ଏବଂ  ଅଣ – ଆବାସିକ  ଟିକସଦାତାଙ୍କୁ  ଦିଆଯାଇଥିବା  ପଞ୍ଜୀକରଣପତ୍ରର  ଅବଧି , ପଞ୍ଜୀକରଣ  ପତ୍ରରେ  ଲେଖାଯାଇଥିବା  ସମୟ  କିମ୍ବା  ପଞ୍ଜୀକରଣ  ହେବାଠାରୁ  ୯୦ ଦିନ , ଯାହା  ପ୍ରଥମେ  ପଡିବ , ରହିବ , ତେବେ  କ୍ଷମତାସୀନ  ଅଧିକାରୀ  ଏହି  ଅବଧିକୁ   ଟିକସଦାତାଙ୍କ  ଅନୁରୋଧରେ  ପୁନଶ୍ଚ   ୯୦ ଦିନ  ବଢାଇ  ପାରିବେ  ।

ସ୍ଵତନ୍ତ୍ର  ଶ୍ରେଣୀ  ଭିତରେ  ପଞ୍ଜୀକରଣ  ପ୍ରମାଣପତ୍ର  ପ୍ରାପ୍ତ  ହେବାବେଳେ  ସାମୟିକ   ଟିକସଭୁକ୍ତ   ବ୍ୟକ୍ତି , ପ୍ରବାସୀ  ଟିକସଦାତା  କୌଣସି  ଆଗୁଆ  ଟିକସ  ଦେଇଥାନ୍ତି କି ?

ହଁ , କୌଣସି  ସାଧାରଣ   ଟିକସଦାତାଙ୍କୁ   ପଞ୍ଜୀକୃତ  ହେବାଲାଗି   ଟଙ୍କା  ଜମା  କରିବାକୁ  ପଡେନାହିଁ   । ତେବେ  ସାମୟିକ  ଟିକାଶଭୁକ୍ତ  ବ୍ୟକ୍ତି  ଓ  ପ୍ରବାସୀ  ଟିକସଦାତା  ଉନବିଂଶ  ଅନୁଚ୍ଛେଦର  ପ୍ରଥମ  ଉପ – ଅନୁଚ୍ଛେଦ  ଅନୁଯାୟୀ  ପଞ୍ଜୀକରଣ  ଆବେଦନପତ୍ର  ଦାଖଲ  କରିବାବେଳେ  ଆଗତୁରା  ଟଙ୍କା  ଜମା  କରିଥାନ୍ତି । ଯେଉଁ  ସମୟସୀମା  ପର୍ଯ୍ୟନ୍ତ   ସେମାନେ  ପଞ୍ଜୀକୃତ   ହେବାକୁ   ଚାହାଁନ୍ତି , ସେପର୍ଯ୍ୟନ୍ତ  ଟିକସଦେୟ  ଆକଳନ  କରାଯାଇ  ତତ୍ତୁଲ୍ୟ   ଅର୍ଥ  ଦେଇଥାନ୍ତି   । ଯଦି  ପଞ୍ଜୀକରଣ  ଧାର୍ଯ୍ୟ  ୯୦ ଦିନ  ସମୟସୀମାଠାରୁ   ଅଧିକଦିନ  ପାଇଁ  ଲୋଡାଯାଏ , ତାହାଲେ  ବର୍ଦ୍ଧିତ  ସମୟସୀମା   ପର୍ଯ୍ୟନ୍ତ  ଟିକସ  ଦେୟ  ଆକଳନ   କରାଯାଇ  ତତ୍ତୁଲ୍ୟ  ଅର୍ଥ  ସେମାନଙ୍କୁ  ଆଗତୁରା  ଏହି  ଅତିରିକ୍ତ  ଅର୍ଥ  ଦେବାକୁ   ପଡିଥାଏ   ।

ପଞ୍ଜୀକରଣ  ପ୍ରମାଣପତ୍ରରେ  ସଂଶୋଧନ   ଅନୁମତିପ୍ରାପ୍ତ  କି ?

ହଁ ,ଧାରା – ୨୫ ଅନୁସାରେ ପଞ୍ଜୀକୃତ  ବ୍ୟକ୍ତିଙ୍କର  ପ୍ରଦତ୍ତ  ସୂଚନା  ଅନୁସାରେ  କିମ୍ବା  ନିଜ  ନିରୀକ୍ଷା  ବଳରେ  ଜଣେ  କ୍ଷମତାପ୍ରାପ୍ତ  ଅଧିକାରୀ  ପଞ୍ଜୀକରଣ   ସୂଚନାରେ  ସଂଶୋଧନକୁ  ସ୍ଵୀକୃତି  ଦେଇପାରେ  କିମ୍ବା  ପ୍ରତ୍ୟାଖ୍ୟାନ  କରିପାରେ , ଏହି  ସ୍ଵୀକୃତି  କିମ୍ବା  ପ୍ରତ୍ୟାଖ୍ୟାନ  ସଂଶୋଧନ  ପାଇଁ  ଆବେଦନ  ତାରିଖର  ପନ୍ଦର  କାର୍ଯ୍ୟ  ଦିବସ  ମଧ୍ୟରେ  ହେବ   ।

ସୂଚନାଯୋଗ୍ୟ   ଯେ  କେବଳ  କେତେକ  ଆତ୍ୟାବଶ୍ୟକ  ଓ  ଦୃଢ  ସୂଚନାର  ସଂଶୋଧନ  ପାଇଁ  କ୍ଷମତାପ୍ରାପ୍ତ  ଅଧିକାରୀଙ୍କର  ସ୍ଵୀକୃତି  ଦରକାର , ଅନ୍ୟଥା  ପଞ୍ଜୀକରଣ  ପ୍ରମାଣପତ୍ର  ଆବେଦନ  ମାତ୍ରେ  ଜି.ଏସ୍.ଟି. ର   ସାଧାରଣ  ପୋର୍ଟାଲରେ  ସଂଶୋଧିତ   ହୋଇଯିବ   ।

ପଞ୍ଜୀକରଣ  ପ୍ରମାଣପତ୍ର  ବାତିଲ   କରିବାକୁ  ଅନୁମତି  ଦିଆଯାଇପାରିବ  କି ?

ହଁ , ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଧାରା – ୨୯ରେ  ବର୍ଣ୍ଣିତ  ପରିସ୍ଥିତି  କ୍ଷମତାପ୍ରାପ୍ତ  ଅଧିକାରୀ  ଯେକୌଣସି  ପଞ୍ଜୀକରଣକୁ  ବାତିଲ  କରି  ପାରିବେ , କ୍ଷମତାପ୍ରାପ୍ତ  ଅଧିକାରୀ  ତାଙ୍କର  ନିଜ  କ୍ଷମତା  ବଳରେ  କିମ୍ବା  ପଞ୍ଜୀକୃତ   କରଦାତା  ବ୍ୟକ୍ତିଙ୍କର  ଆବେଦନ  ଅନୁସାରେ  ଅଥବା   ତାଙ୍କର  ଆଇନସିଦ୍ଧ  ଉତ୍ତରାଧିକାରୀଙ୍କ  ଆବେଦନ  ଅନୁସାରେ  ପଞ୍ଜୀକରଣକୁ  ଆଇନ  ସମ୍ମତ  ଭାବରେ  ବାତିଲ  କରିପାରିବେ  ।

ପଞ୍ଜୀକରଣ   ନିୟମ  ଅନୁସାରେ  ବାତିଲ  ଆଦେଶ , କାରଣ  ଦର୍ଶାଅ   ନୋଟିସ୍ ର  ଉତ୍ତର  ପାଇବାର   ୩୦ ଦିନ  ମଧ୍ୟରେ  (ଯେତେବେଳେ   କ୍ଷମତାପ୍ରାପ୍ତି  ନିଜ  ତରଫରୁ  ବାତିଲ   ପାଇଁ   ନୋଟିସ  କରିଥିବେ) କିମ୍ବା  ବାତିଲ  ପାଇଁ  ଆବେଦନ   ଗ୍ରହଣ  ହେବା  ତାରିଖଠାରୁ  ୩୦ ଦିନ  ମଧ୍ୟରେ  (ଯେତେବେଳେ  କରଦାତା  କିମ୍ବା  ତାଙ୍କର  ଆଇନଯୋଗ୍ୟ   ଉତ୍ତରାଧିକାରୀ   ବାତିଲ   ପାଇଁ  ଆବେଦନ  କରିଥିଲେ) ପଞ୍ଜୀକରଣ  ବାତିଲ  କରାଯାଇ  ପାରିବ  ।

ସିଜିଏସ୍ ଟି  ଆଇନ୍  ବଳରେ  ହୋଇଥିବା  ପଞ୍ଜୀକରଣ  ବାତିଲ   ହେଲେ  ଏହା  ଏସ୍ ଜିଏସ୍ ଟି  ଆଇନ  ବଳରେ  ହୋଇଥିବା  ପଞ୍ଜୀକରଣ  ବାତିଲ   ବୋଲି   ବୁଝାଯିବ  କି  ?

ହଁ  । ଅନୁଚ୍ଛେଦ ୨୧(୬) ଅନୁଯାୟୀ  ଗୋଟିଏ  ଆଇନ   (ଧରାଯାଉ  ସି.ଜି.ଏସ୍.ଟି  ଆଇନ) ବଳରେ  ହୋଇଥିବା  ପଞ୍ଜୀକରଣ  ବାତିଲ  ହେଲେ  ଏହା  ଅନ୍ୟ  ଆଇନ  ବଳରେ  (ଧରାଯାଉ  ଏସ୍.ଜି.ଏସ୍.ଟି. ଆଇନ) ହୋଇଥିବା  ପଞ୍ଜୀକରଣ  ବାତିଲ  ବୋଲି  ବୁଝାଯିବ   ।

କ୍ଷମତାପ୍ରାପ୍ତ  ଅଧିକାରୀ  ନିଜଆଡୁ  ପଞ୍ଜୀକରଣକୁ ବାତିଲ  କରିପାରିବେକି  ?

ହଁ ,  ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି   ଆଇନ୍ ର  ଧାରା -୨୯ (୨) ରେ  ନିର୍ଦ୍ଧାରିତ  ପରିସ୍ଥିତି  ଅନୁଯାୟୀ  କ୍ଷମତାପ୍ରାପ୍ତ  ଅଧିକାରୀ  ନିଜ  ତରଫରୁ  ପଞ୍ଜୀକରଣ  ବାତିଲ   କରିପାରିବେ  । ଏହି  ପରିସ୍ଥିତି  ଗୁଡିକ  ହେଲା – ଜଣେ  ବ୍ୟକ୍ତି   ଯଦି  ସି.ଜି.ଏସ୍.ଟି. ଆଇନ  ଏବଂ  ତାହାର  ନିୟମ   କାନୁନକୁ  ଉଲ୍ଲଘଂନ  କରୁଥିବ , ଜଣେ   ଯୁଗ୍ମ  ଟିକସଦାତା  ଯଦି   କ୍ରମାଗତ  ତିନିମାସ ଧରି  ରିଟର୍ଣ୍ଣ  ଦାଖଲ   କରିବା  କିମ୍ବା  ଜଣେ   ନିୟମିତ  ଟିକସଦାତା  ଏକାଦ୍ରିକ୍ରମେ  ୬ମାସ   ଧରି  ରିଟର୍ଣ୍ଣ  ଦାଖଲ  ନ କରିବା  ଏବଂ  ଇଚ୍ଛାକୃତ  ପଞ୍ଜୀକରଣର  ୬ ମାସ  ମଧ୍ୟ   ବ୍ୟବସାୟ   ଆରମ୍ଭ  ନ କରିବା , ତେବେ  ଧାରା- ୨୯ (୨) (ଙ) ଅନୁସାରେ   କ୍ଷମତାପ୍ରାପ୍ତ   ଅଧିକାରୀ  ପଞ୍ଜୀକରଣ  ବାତିଲ   କରିବା  ପୂର୍ବରୁ   ପ୍ରାକୃତିକ  ଯାଅ   ପ୍ରଦାନ   ନିଜକୁ  ଅନୁସରଣ   କରିବାକୁ  ହେବ  ।

ଜାଣିଶୁଣି  ଭୁଲତଥ୍ୟ  ଦେବା , ଠକିବା  ଓ ତଥ୍ୟ  ଲୁଚାଇ  ପଞ୍ଜୀକରଣ   ପ୍ରାପ୍ତି  ହେଲେ  କିଭଳି  ପଦକ୍ଷେପ   ନିଆଯିବ  ?

ଏଭଳି  କ୍ଷେତ୍ରରେ  ଅନୁଚ୍ଛେଦ  ୨୧(୩) ଅନୁସାରେ   କ୍ଷମତାପ୍ରାପ୍ତ  ଅଧିକାରୀ  ବିଗତ  କାର୍ଯ୍ୟକଳାପକୁ  ଦୃଷ୍ଟି  ଦେଇ  ପଞ୍ଜୀକରଣ   ବାତିଲ   କରିପାରିବେ  ।

ଜି.ଏସ୍.ଟି  ଆଇନ  ଅନୁସାରେ ସେବା  ନିମିତ୍ତ  କେନ୍ଦ୍ରୀୟ ପଞ୍ଜୀକରଣକୁ  ଜଣେ  ଇଚ୍ଛା କଲେ ନେଇ ପାରିବ  କି ?

ନା, କରଦାତା  ଜଣକ  ଯେଉଁ  ଯେଉଁ  ପ୍ରଦେଶରୁ  ସେବା  ଯୋଗାଣ  କରିବେ  ସେଠାରେ  ଅଲଗା  ଅଲଗା  ପଞ୍ଜୀକରଣ   କରିବେ  ।

ଗୋଟିଏ  ରାଜ୍ୟରେ  ବିଭିନ୍ନ  ବ୍ୟବସାୟ  କରୁଥିବା  ଜଣେ  ଟିକସଦାତା  ସେହି  ରାଜ୍ୟରେ  ପ୍ରତି  ବ୍ୟବସାୟ  ପାଇଁ  ପୃଥକ୍  ପଞ୍ଜୀକରଣ  ସୁବିଧା  ପାଇବେ କି ?

ନା , ତେବେ  ଏମ୍ ଜିଏଲ୍ ର  ୧୯(୨) ଅନୁଚ୍ଛେଦ   ଅନୁଯାୟୀ   ଟିକସଦାତା  ଏଭଳି   ପୃଥକ  ବ୍ୟବସାୟ  ଲାଗି   ସ୍ଵାଧୀନ  ଭାବେ   ପଞ୍ଜୀକରଣ   ନିମନ୍ତେ   ବିକଳ୍ପ   ରଖାଯାଇଛି   ।

ସେବାକ୍ରୟ  ବିତରଣକାରୀ  (ଆଇ.ଏସ୍ .ଡି.) କାହାକୁ  କହନ୍ତି  ?

ସି.ଜି.ଏସ୍.ଟି. / ଏସ୍.ଜି.ଏସ୍.ଟି  ଆଇନ୍ ର   ଧାରା – ୨(୬୧)ରେ  (ଆଇ.ଏସ୍ .ଡି.)  ସେବାକ୍ରୟ  ବିତରଣକାରୀର  ସଂଜ୍ଞା   ନିରୂପିତ  ହୋଇଛି  ।  ଏହା  ମୁଖ୍ୟତଃ   ଏକ  କାର୍ଯ୍ୟାଳୟ  ଯେ  କିଣାଯାଉଥିବା  ସେବା  ପ୍ରାପ୍ତିର   ଇନ୍ ଭଏସ୍ ଗ୍ରହଣ  କରେ ଏବଂ  ତଦ୍ ପରେ   ଏହା  ଉପରେ   ନିଆଯାଉଥିବା  କ୍ରେଡିଟକୁ  ସମାନ   ପ୍ୟାନ  ନମ୍ବର  ଥିବା  ଯୋଗାଣକାରୀ   ସଂସ୍ଥାକୁ  ସମାନୁପାତିକ  ଭିତ୍ତିରେ  ବଣ୍ଟନ  କରେ  ।

ଟିକସଦାତାଙ୍କ ପାଇଁ  ପ୍ରଚଳିତ  ପଞ୍ଜୀକରଣ  ବ୍ୟତୀତ  ଆଇଏସ୍ ଡି  ପାଇଁ  ପୃଥକ  ପଞ୍ଜୀକରଣ  ଆବଶ୍ୟକ କି ?

ହଁ  । ଆଇଏସ୍ ଡି  ହେଉଛି   ଟିକସଦାତାଙ୍କ  ଏକ  କାର୍ଯ୍ୟାଳୟ   । ତେଣୁ  ସ୍ଵାଭାବିକ  ପଞ୍ଜୀକରଣ  ପ୍ରକ୍ରିୟାଠାରୁ   ଏହା  ପୃଥକ୍  ରହିବ   ।

ଜଣେ  ଟିକସଦାତା ବହୁସଂଖ୍ୟକ  ଆଇଏସ୍ ଡି  ପଞ୍ଜୀକରଣ  କରିପାରିବେ  କି ?

ହଁ  । ଟିକସଦାତାଙ୍କ   ବିଭିନ୍ନ  ସ୍ଥାନରେ   ଥିବା  କାର୍ଯ୍ୟାଳୟ  ପକ୍ଷରୁ  ଆଇଏସ୍ ଡି  ପଞ୍ଜୀକରଣ  ପାଇଁ  ଆବେଦନ   କରିପାରିବେ    ।

ବ୍ୟବସାୟର ପରିବର୍ତ୍ତନ(ପଞ୍ଜୀକରଣ  ପ୍ରସଙ୍ଗ ବିଚାରକୁ ନେଲେ) କ୍ଷେତ୍ରରେ ଉତ୍ତରାଦାୟିତ୍ଵ କ’ଣ କରିବ?

ବ୍ୟବସାୟ   ପରିବର୍ତ୍ତନ   କିମ୍ବା  ଉତ୍ତରାଧିକାର  ସ୍ଥିତି  କ୍ଷେତ୍ରରେ  ବ୍ୟବସାୟୀ  କିମ୍ବା  ଉତ୍ତରାଧିକାରୀ   ସାନି  ପଞ୍ଜୀକରଣ  କରିପାରିବେ   । ନୂତନ  ଦିବସଠାରୁ  ସାନି  ପଞ୍ଜୀକରଣ   ଅବଧି  ଆରମ୍ଭ  ହେବ  । (ଏମ୍ ଜିଏଲ୍ ର  ତୃତୀୟ  ଅନୁଚ୍ଛେଦ  ଦ୍ରଷ୍ଟବ୍ୟ)

ପ୍ରଚଳିତ  କେନ୍ଦ୍ରୀୟ  ଉତ୍ପାଦ ଶୁଳ୍କ / ସେବା  ଟିକସ / ମୂଲ୍ୟଯୁକ୍ତ  ଆଇନ  (ଭାଟ୍) ଅଧୀନରେ  ପଞ୍ଜୀକୃତ  ହୋଇଥିବା  ସମସ୍ତ   କରମୂଲ୍ୟାୟନକାରୀ  ଓ  ଡିଲରଙ୍କୁ  କ’ଣ  ସାନି  ପଞ୍ଜୀକରଣ   କରିବାକୁ  ପଡିବ   ?

ନା, ଏ  ସମସ୍ତ   କରଦେୟକାରୀ  ଓ  ଡିଲରମାନଙ୍କୁ ଜି.ଏସ୍.ଟି.  ତାହାର  ପରିସରକୁ  ଆଣିବ  ଏବଂ  ସେମାନଙ୍କୁ  ଏକ  ନିର୍ଦ୍ଧିଷ୍ଟ  ଦିନରେ  ଅସ୍ଥାୟୀ  ପଞ୍ଜୀକରଣ ନମ୍ବର  ଦେବ , ଯାହା  ୬ ମାସ  ମଧ୍ୟରେ  ନିରିକ୍ଷକ  ମାନଙ୍କର  ଯଥାବିଧି  ନିରକ୍ଷଣ  ପରେ , ଏକ  ସ୍ଥାୟୀ  ପଞ୍ଜୀକରଣ  ପ୍ରମାଣପତ୍ରକୁ  ପରିବର୍ତ୍ତିତ  ହେବ , ପଞ୍ଜୀକୃତ  ବ୍ୟକ୍ତିକୁ  ସମସ୍ତ  ଆବଶ୍ୟକୀୟ  ପ୍ରମାଣପତ୍ର  ତଥା  ତଥ୍ୟ  ସମୟସୀମା  ମଧ୍ୟରେ  ମଗାଯିବ   ।  ଯଦି  ଏହିସବୁ  ପ୍ରମାଣପତ୍ର  ଏବଂ  ତଥ୍ୟ  ନ ମିଳେ  ତେବେ  ଅସ୍ଥାୟୀ  ଜି.ଟି.ଆଇ.ଏନ୍  ନମ୍ବରକୁ  ବାତିଲ  କରାଯିବ   ।

ବିଭିନ୍ନ  ବିଭିନ୍ନ  ବ୍ୟାପାର  ଶ୍ରମିକଙ୍କ  ପାଇଁ  ପଞ୍ଜୀକରଣ  କ’ଣ  ବାଧ୍ୟତାମୂଳକ  ?

ନା, ଜେନ  ବିଭିନ୍ନ  ବ୍ୟାପାର  ଶ୍ରମିକ  ଗୋଟିଏ  ସେବା  ସେବା  ଯୋଗାଣକାରୀ  ଅଟେ  । ସେ  ଯେତେବେଳେ  ୨୦ ବା  ୧୦ ଲକ୍ଷ  ଦେଣନେଣ  ସୀମା  ଅତିକ୍ରମ  କରିବ  ସେତେବେଳେ  ସେ  ପଞ୍ଜୀକରଣ  ହେବାକୁ  ବାଧ୍ୟ   ।

ଜେନ  ବ୍ୟାପାର  ଶ୍ରମିକଙ୍କୁ  କାର୍ଯ୍ୟସ୍ଥଳରୁ  ଦ୍ରବ୍ୟ   ଯୋଗାଣ  ପାଇଁ  ଅନୁମତି  ମିଳିବ  କି ?

ହଁ, କେବଳ  ଯେତେବେଳେ   ବିଭିନ୍ନ  ବ୍ୟାପାର   ଶ୍ରମିକ  ପଞ୍ଜୀକୃତ  ହୋଇଥାଏ  ଯଦି  ପଞ୍ଜୀକୃତ  ହୋଇ  ନଥାଏ, ତେବେ ମୁଖ୍ୟ  ଯୋଗାଣକାରୀ  ସେ  ବିଭିନ୍ନ  ବ୍ୟାପାରୀ  ଶ୍ରମିକଙ୍କର  ବ୍ୟବସାୟିକ  କାର୍ଯ୍ୟସ୍ଥଳକୁ  ତାଙ୍କର ନିଜର  ଏକ  ଅତିରିକ୍ତ  ବ୍ୟବସାୟିକ   କାର୍ଯ୍ୟସ୍ଥଳ  ଭାବରେ  ଘୋଷଣା  କରିବାକୁ   ପଡିବ    ।

ପଞ୍ଜୀକରଣବେଳେ  କରମୂଲ୍ୟାୟନକାରୀ  ତାହାର  ସମସ୍ତ  କାରବାର ସ୍ଥଳ ସମ୍ପର୍କରେ  ଅବଗତ  କରାଇବେ  କି ?

ହଁ  । ଏମ୍ ଜିଏଲ୍ ର   ଅନୁଚ୍ଛେଦ  ୨(୭୮) ଓ ୨(୭୫) ରେ  ବର୍ଣ୍ଣିତ   ରହିଛି ଯେ, (ମୁଖ୍ୟକାରବାରସ୍ଥଳ) ଓ  ଅନ୍ୟାନ୍ୟ   କାରବାରସ୍ଥଳ   ପୃଥକ୍  ରହିବ  ।  ଏଥିନେଇ  ଆଇନରେ  ଏହାର  ସଂଜ୍ଞା  ନିରୂପଣ   କରାଯାଇଛି  ।  ଟିକସଦାତା  ପନ୍ନଜୀକରଣ  ଫର୍ମରେ   ମୁଖ୍ୟ   କାରବାରସ୍ଥଳ  ଓ  ଅତିରିକ୍ତ  କାରବାରସ୍ଥଳର   ସମ୍ପୂର୍ଣ୍ଣ  ବିବରଣୀ  ଘୋଷଣା  କରିବେ   ।

ଡିଲର   କିମ୍ବା  କ୍ଷୁଦ୍ର  ଡିଲର  ଯାହାଙ୍କର  ସୀଚଣା  ଓ  ପ୍ରଯୁକ୍ତି   ଭିତ୍ତିଭୂମି   ନଥିବ , ସେମାନଙ୍କୁ  ସହାୟତା  କରିବା  ଲାଗି  କୌଣସି  ବ୍ୟବସ୍ଥା   ରହିଛି କି ?

ଉତ୍ତର  ସୂଚନା ଓ  ପ୍ରଯୁକ୍ତି  ଭିତ୍ତିଭୂମି   ନଥିବା   ଟିକସଦାତାଙ୍କ  ଆବଶ୍ୟକତାକୁ  ପୂରଣ  କରିବା  ଲାଗି  ନିମ୍ନଲିଖିତ  ସହାୟତା  ପ୍ରଦାନ   କରାଯାଇଛି   ।

ଟିକସ  ରିଟର୍ଣ୍ଣ  ପ୍ରସ୍ତୁତକର୍ତ୍ତା (ଟିଆର୍ ପି)

ଟିକସଦାତା  ପଞ୍ଜୀକରଣ   ଆବେଦନପତ୍ର  କିମ୍ବା  ରିଟର୍ଣ୍ଣ  କାଗଜପତ୍ର ନିଜେ   ପ୍ରସ୍ତୁତ  କରିବେ  କିମ୍ବା  ଏଗୁଡ଼ିକର  ପ୍ରସ୍ତୁତି   ନେଇ  ଟିଆର୍ ପିଙ୍କ   ସହାୟତା   ଲୋଡିବେ   । ଟିକସଦାତାଙ୍କ  ପ୍ରଦତ୍ତ  ତଥ୍ୟ  ଭିତ୍ତିରେ   ଟିଆର୍ ପି  ନିର୍ଦ୍ଧାରିତ  ଢାଞ୍ଚାରେ  ପଞ୍ଜୀକରଣ  ଓ  ରିଟର୍ଣ୍ଣ  ସମ୍ପର୍କିତ  କାଗଜପତ୍ର  ପ୍ରସ୍ତୁତ  କରିବେ   । ଟିଆର୍ ପିଙ୍କ  ଦ୍ଵାରା  ପ୍ରସ୍ତୁତ  ଫର୍ମରେ  ବର୍ଣ୍ଣିତ   ତଥ୍ୟର  ସତ୍ୟତା  ଉପରେ  କେବଳ   ଟିକସଦାତାଙ୍କ  ଆଇନଗତ  ଦାୟିତ୍ଵ  ରହିଛି   । କୌଣସି  ତ୍ରୁଟିଯୁକ୍ତ  କିମ୍ବା  ଭୁଲ   ତଥ୍ୟ  ଲାଗି  ଟିଆର୍ ପି   ଦାୟୀ  ହେବେ  ନାହିଁ   ।

ସହାୟତା  କେନ୍ଦ୍ର :

ପ୍ରାଧିକୃତ  କର୍ତ୍ତୁପକ୍ଷଙ୍କ  ଦ୍ଵାରା   ସ୍ଵାକ୍ଷରିତ  ହୋଇଥିବା  ଫର୍ମ , କାଗଜପତ୍ର  ଓ  ପୂର୍ଣ୍ଣାଙ୍ଗ ବିବରଣୀକୁ   ଟିକସଦାତା  ସହାୟତା  କେନ୍ଦ୍ରରେ  ଦାଖଲ  କରିବେ   । ଏହାକୁ  ଡିଜିଟାଇଜେସନ୍  ଓ  ଅପ୍ ଲୋଡିଙ୍ଗ   କରିବା  ସହାୟତା  କେନ୍ଦ୍ରର  ଦାୟିତ୍ଵ   । ସହାୟତା  କେନ୍ଦ୍ର  ନିଜର  ଆଇଡି (ID) ଓ ପାସୱାର୍ଡ  ବ୍ୟବହାର  କରି  ସାଧାରଣ  ପୋର୍ଟାଲରେ  ସମସ୍ତ  ତଥ୍ୟ  ଅପ୍ ଲୋଡ୍  କରିବେ   । ତତ୍ପରେ  ପ୍ରକାଶିତ  ପ୍ରାପ୍ତି  ସ୍ଵୀକାର   ମୁଦ୍ରଣପତ୍ର ରେ  ସହାୟତା   କେନ୍ଦ୍ର   ସ୍ଵାକ୍ଷର   କରି   ଟିକସଦାତାଙ୍କ  ରେକର୍ଡ  ପାଇଁ  ତାଙ୍କୁ  ହସ୍ତାନ୍ତର  କରିବେ  । ପ୍ରାଧିକୃତ  କର୍ତ୍ତୃପକ୍ଷଙ୍କ  ସ୍ଵାକ୍ଷରିତ  ପୂର୍ଣ୍ଣାଙ୍ଗ  ବିବରଣୀକୁ  ସହାୟତାକେନ୍ଦ୍ର ସ୍କାନ  ଓ ଅପ୍ -ଲୋଡ୍   କରିବେ  ।

ଜିଏସ୍ ଟିଏନ୍  ପଞ୍ଜୀକରଣ  କ୍ଷେତ୍ରରେ  ଡିଜିଟାଲ   ସ୍ଵାକ୍ଷର  ପାଇଁ  କୌଣସି  ସୁବିଧା  ରହିଛି  କି ?

କରଦାତାମାନେ   ଇଚ୍ଛା  ସେମାନଙ୍କ  ଆବେଦନ  ପତ୍ରରେ  ଡିଜିଟାଲ୍  ଦସ୍ତଖସ୍ତ  କରିପାରିବେ   । ଆବେଦନପତ୍ର  ତଥା  ଅନ୍ୟ  ଚିଠିପତ୍ରରେ  ଡିଜିଟାଲ  ଦସ୍ତଖସ୍ତ  ପାଇଁ  କରଦାତାମାନଙ୍କୁ ଦୁଇ  ପ୍ରକାର ସୁବିଧା  ପ୍ରଦାନ  କରାଯାଇଛି  । ଆଧାର  ନମ୍ବର କିମ୍ବା  ଜି.ଏସ୍.ସି  ମାଧ୍ୟମରେ  ପୋର୍ଟାଲରେ  ଡିଜିଟାଲ  ଦସ୍ତଖସ୍ତ  ପଞ୍ଜୀକରଣ   କରି ୧- ଦସ୍ତଖସ୍ତ  କରାଯାଇ  ପାରିବ ; କିନ୍ତୁ  ବ୍ୟବସାୟିକ  କମ୍ପାନୀମାନେ   କିମ୍ବା  ସ୍ୱଳ୍ପ  ଅଧୀନତା  ଥିବା  ଅଂଶୀଦାରମାନେ  ବାଧ୍ୟତାମୂଳକ  ଭାବେ  ଡି.ଏସ୍.ସି.  ମାଧ୍ୟମରେ  ଦସ୍ତଖସ୍ତ  କରିବେ  । କେବଳ  ସମତା – ୨ ଓ  ସମତା – ୩ ଡି.ଏସ୍.ସି.  ପ୍ରମାଣପତ୍ର   ମାନ  ଏହି  ଦସ୍ତଖସ୍ତ   ନିମିତ୍ତ  ଗ୍ରହଣ   ଯୋଗ୍ୟ   ହେବ   ।

ପଞ୍ଜୀକରଣ  ପାଇଁ  ଅନ୍ ଲାଇନ୍  ଆବେଦନ  ଉପରେ  ନିଷ୍ପତ୍ତି  ନେବାକୁ  କେତେ  ସମୟ  ଧାର୍ଯ୍ୟ  ହୋଇଛି  ?

ଉତ୍ତର      ଯଦି  ସମସ୍ତ  ତଥ୍ୟ  ଓ  ଅପଲୋଡ୍  ହୋଇଥିବା  କାଗଜପତ୍ର   ଠିକ୍  ବୋଲି  ଜଣାପଡେ , ତାହାଲେ  ପ୍ରାଦେଶିକ   ବା  କେନ୍ଦ୍ରୀୟ  କର୍ତ୍ତୃପକ୍ଷ   ତିନୋଟି  କାର୍ଯ୍ୟ   ଦିବସ  ମଧ୍ୟରେ  ଆବେଦନକୁ  ଉତ୍ତର / ଜବାବ  କରି  ଦେବେ  । ଯଦି  ସେମାନେ  ଏହି  ସମୟ  ମଧ୍ୟରେ  ଆବେଦନରେ  କୌଣସି  ତ୍ରୁଟି  ଦର୍ଶାନ୍ତି , ତେବେ  ଆବେଦନକାରୀ  ଜଣାଇବାର  ୭ ଦିନ  ମଧ୍ୟରେ  ଏସବୁ  ତ୍ରୁଟିକୁ   ହଟାଇବେ   । ଏହି  ତ୍ରୁଟି  ସଂଶୋଧନ  ଜଣାଇବାର   ୭ ଦିନ  ମଧ୍ୟରେ  କେନ୍ଦ୍ର  ବା  ପ୍ରାଦେଶିକ  ଅଧିକାରୀ  ଆବେଦନକୁ  ଗ୍ରହଣ  ବା  ବାତିଲ  କରିବେ  । ଯଦି  ଅଧିଆରୀମାନଙ୍କର  କୌଣସି  କାର୍ଯ୍ୟ  ବା ଜବାବ  ଏହି  ସମୟ  ମଧ୍ୟରେ  ନ ଆସେ  ତେବେ  ପୋର୍ଟାଲ  ଆପେ  ଆପେ  ପଞ୍ଜୀକରଣ  ସୃଷ୍ଟି   କରିବ   ।

ଅନ୍ ଲାଇନ  ଆବେଦନ  ନେଇ  କୌଣସି  ଜିଜ୍ଞାସା  ସୃଷ୍ଟି  ହେଲେ   ଆବେଦନକାରୀଙ୍କୁ   ପ୍ରତ୍ୟୁତ୍ତର  ଦେବା  ଲାଗି  କେତେଦିନ   ସମୟ  ମିଳିବ   ?

ଉତ୍ତର   ଯଦି  ଆବେଦନପତ୍ର  ଯାଞ୍ଚ  ବେଳେ  ଟିକସ  ଅଧିକାରୀ  କୌଣସି  ତଥ୍ୟ   ପ୍ରଶ୍ନ  ଉଠାନ୍ତି  କିମ୍ବା  କୌଣସି  ଭୁଲ୍ ଦେଖନ୍ତି , ତାହା ୩ କାର୍ଯ୍ୟଦିବସ  ମଧ୍ୟରେ  ସେ  ଆବେଦନକାରୀଙ୍କୁ  କିମ୍ବା  ଅନ୍ୟ  ଅଧିକାରୀଙ୍କୁ  ଜିଏସ୍ ଟି   ସାଧାରଣ ପୋର୍ଟାଲ  ମାଧ୍ୟମରେ  ଜଣାଯାଏ  । ଆବେଦନକାରୀ   ଏହା  ସୂଚନା ପାଇବାର  ୭ ଦିନ  ମଧ୍ୟରେ  ଏହାର  ଉତ୍ତର  ଦେବା /ସଂଶୋଧନ  କରିବ   ।

ଏହି  କାଗଜପତ୍ର  କିମ୍ବା  ଉତ୍ତର  ପାଇବାର  ୭ଟି  କାର୍ଯ୍ୟ  ଦିବସ  ମଧ୍ୟରେ  ତଦନୀୟ  ସେ  ଅଧିକାରୀ  ଏହାର  ଜବାବ  ରଖିବେ   ।

କେଉଁ  ପ୍ରକ୍ରିୟାରେ   ପଞ୍ଜୀକରଣ  ନାମାଞ୍ଜୁର   କରାଇଥାଏ ?

ଉତ୍ତର   ପଞ୍ଜୀକରଣ  ନାମାଞ୍ଜୁର  ହେଲେ , ଆବେଦନକାରୀଙ୍କୁ  ଏହାର  କାରଣ  ସମ୍ପର୍କରେ  ମୌଖିକଭାବେ   ଅବଗତ  କରାଯାଇଥାଏ   । ତେବେ   କର୍ତ୍ତୃପକ୍ଷଙ୍କ  ନିଷ୍ପତ୍ତି  ବିରୁଦ୍ଧରେ  ଅପିଲ  କରିବାକୁ   ଆବେଦନକାରୀଙ୍କ   ଅଧିକାର   ରହିଛି   । ଏମ୍ ଜିଏଲ୍ ର  ଉନ୍ନବିଂଶ  ଅନୁଚ୍ଛେଦର  ଦଶମ   ଉପ – ଅନୁଚ୍ଛେଦ   ଅନୁଯାୟୀ , ଯଦି  ଗୋଟିଏ  କର୍ତ୍ତୃପକ୍ଷ  (ସିଜିଏସ୍ ଟି  ଓ ଏସ୍ ଜିଏସ୍ ଟି  ଆଇନ  ବଳରେ) ପଞ୍ଜୀକରଣ  ଆବେଦନକୁ  ଆଗ୍ରାହ୍ୟ  କରନ୍ତି , ତାହାଲେ  ଅନ୍ୟ   ଟିକସ  କର୍ତ୍ତୃପକ୍ଷ  ମଧ୍ୟ  ପଞ୍ଜୀକରଣ  ଆବେଦନ  ଆଗ୍ରାହ୍ୟ  କରନ୍ତି , ତାହାଲେ  ଅନ୍ୟ  ଟିକସ  କର୍ତ୍ତୃପକ୍ଷ  ମଧ୍ୟ  ପଞ୍ଜୀକରଣ  ଆବେଦନ   ଆଗ୍ରାହ୍ୟ  ବୋଲି  ବିଚାର   କରିବେ  ।  (ସିଜିଏସ୍ ଟି  ଓ ଏସ୍ ଜିଏସ୍ ଟି  ଆଇନ  ବଳରେ)   ।

ଆବେଦନପତ୍ର   ଉପରେ  ଗୃହୀତ  ନିଷ୍ପତ୍ତି  ନେଇ  କୌଣସି  ଯୋଗାଯୋଗ   କରାଯାଏ  କି ?

ଜିଏସ୍ ଟି  ସାଧାରଣ  ପୋର୍ଟାଲ  ଦ୍ଵାରା  ଇ – ମେଲ  ଓ  ଏସ୍ ଏମ୍ ଏସ୍  ଜରିଆରେ   ପଞ୍ଜୀକରଣ  ଆବେଦନର  ମଞ୍ଜୁରୀ  କିମ୍ବା  ନାମାଞ୍ଜୁର  ନେଇ  ଆବେଦନକାରୀଙ୍କୁ  ଅବଗତ  କରାଯାଇଥାଏ   । ଏହି  ସମୟରେ  ଆବେଦନକାରୀଙ୍କୁ   ତାଙ୍କ  କାରବାରସ୍ଥଳ  ସୀମା  ସମ୍ପର୍କରେ  ଜଣାଇଦିଆଯାଏ   ।

ଜିଏସ୍ ଟିଏନ୍  ପୋର୍ଟାଲରୁ   ପଞ୍ଜୀକରଣ   ପ୍ରମାଣପତ୍ର  ଡାଉନଲୋଡ୍  କରିହେବ  କି ?

ପଞ୍ଜୀକରଣ   ମଞ୍ଜୁରୀ   ପ୍ରାପ୍ତ  ହେଲେ , ଆବେଦନକାରୀ  ପଞ୍ଜୀକରଣ   ପ୍ରମାଣପତ୍ର  ଜିଏସ୍ ଟି  ସାଧାରଣ   ପୋର୍ଟାଲରୁ   ଡାଉନଲୋଡ୍  କରିପାରିବେ   ।

ପଞ୍ଜୀକରଣ  ବାତିଲକୁ   ପୁନର୍ବାର  ସଞ୍ଜିବିତ  କରାଯାଇ  ପାରିବ  କି  ?

ହଁ , ଏହା  ହୋଇପାରିବ , ଯଦି  ବାତିଲ  କୌଣସି  ଅଧିକାରୀ  ନିଜ  ପକ୍ଷରୁ  କରିଥାନ୍ତି  । ଯଦି  ଏହା  କରଦାତା  କିମ୍ବା  ତାଙ୍କର  ଆଇନତଃ  ଉତ୍ତରାଧିକାରୀଙ୍କ  ଅନୁରୋଧ  ଦ୍ଵାରା ହୋଇଥାଏ , ତେବେ  ଏହା  ପୂର୍ବ  ସଞ୍ଜିବିତ  ହୋଇପାରିବ  ନାହିଁ   । ଟିକସ  ଅଧିକାରୀଙ୍କ  ପକ୍ଷରୁ  ଯଦି  କୌଣସି  ପଞ୍ଜୀକରଣ  ବାତିଲ  ହୋଇଥାଏ  ତେବେ  ଯାହାଙ୍କର  ପଞ୍ଜୀକରଣ  ବାତିଲ  ହୋଇଛି   ସେ  ବାତିଲ  ଆଦେଶ  ପାଇବାର  ୩୦ ଦିନ  ମଧ୍ୟରେ   ଅଧିକାରୀ  ଏହି  ଆବେଦନ  ପାଇବାର  ୩୦ ଦିନ  ମଧ୍ୟରେ  କିମ୍ବା  ସମସ୍ତ   ବିବରଣୀ  ପାଇବାର  ୩୦ ଦିନ  ମଧ୍ୟରେ  ପଞ୍ଜୀକରଣ  ବାତିଲ   ଆଦେଶକୁ  ପ୍ରତ୍ୟାଖ୍ୟାନ   କରିପାରିବେ  କିମ୍ବା  ପୁନଃ  ସଞ୍ଜିବିତ  କରିପାରିବେ   ।

ଯାହାଙ୍କର  ପଞ୍ଜୀକରଣକୁ  ବାତିଲ  କରାଯାଇଛି   । ଏହି  ବାତିଲ  ଆଦେଶ  ତାଙ୍କ  ଉପରେ  କୌଣସି  ଟିକସ  ପ୍ରତିବଦ୍ଧତା  ସୃଷ୍ଟି   କରିବ  କି ?

ହଁ , ସି.ଜି.ଏସ୍.ଟି /ଏସ୍.ଜି.ଏସ୍.ଟି   ଧାରା – ୨୯ (୫) ଅନୁଯାୟୀ  ପ୍ରତ୍ୟକ  ବ୍ୟକ୍ତି   ଯାହାଙ୍କର   ପଞ୍ଜୀକରଣ  ବାତିଲ  ହୋଇଛି  ସେ  ବୈଦ୍ୟୁତିକ  ନଗଦ  ଲେଜରରେ  ତାଙ୍କ  ନିକଟରେ  ମହଜୁଦ  ଥିବା  କଞ୍ଚା ମାଲ୍  ଉପରେ  ଯେତିକି  କ୍ରେଡିଟ  ନେଇଛନ୍ତି  କିମ୍ବା  ସ୍ଥିର  ବସ୍ତୁ  କିମ୍ବା  କଳକାରଖାନା  ଇତ୍ୟାଦି  ଉପରେ   ଯେତିକି  କ୍ରେଡିଟ  ବାତିଲ  ହେବାର   ପୂର୍ବଦିନ  ପର୍ଯ୍ୟନ୍ତ  ନେଇଛନ୍ତି , ତାହାକୁ  ପ୍ରଦାନ  କରିବେ   କିମ୍ବା  ଯେଉଁ   ଜିନିଷ  ଅଛି  ତାହା  ଉପରେ  କର  ଦେବେ  । ଏହି  ଦୁଇଟିରୁ   ଯେଉଁଟି  ଅଧିକ  ହେବ  ସେ  ତାହାକୁ   ଦେବାକୁ   ପଡିବ   ।

ଜଣେ  ସାମୟିକ /ଅନିୟତ  ବ୍ୟକ୍ତି  ଏବଂ  ଜଣେ  ଅଣ – ଆବାସିକ  ବ୍ୟକ୍ତିଙ୍କ  ମଧ୍ୟରେ  ପାର୍ଥକ୍ୟ  କ’ଣ  ?

ଉତ୍ତର     ସି.ଜି.ଏସ୍.ଟି. /ଏସ୍.ଜି.ଏସ୍.ଟି. ଆଇନର  ଧାରା – ୨ (୨୦)ଏବଂ  ଧାରା -୨(୭୭)ରେ  ଯଥାକ୍ରମେ  ସାମୟିକ / ଅନିୟମିତ   କରଦାତା  ଏବଂ   ଜଣେ  ଅଣ – ଆବାସିକ  କରଦାତାଙ୍କର  ସଂଜ୍ଞା  ଲିପିବଦ୍ଧ   ହୋଇଛି  । ସେମାନଙ୍କ  ମଧ୍ୟରେ  କେତେକ  ପ୍ରଭେଦ   ନିମ୍ନରେ  ପ୍ରଦତ୍ତ   ହେଲା –

ସାମୟିକ / ଅନିୟମିତ  ବ୍ୟକ୍ତି

କୌଣସି  ପ୍ରଦେଶ  ବା  କେନ୍ଦ୍ର  ଶାସିତ  ଅଞ୍ଚଳରେ  କେବେ  କେବେ  ଦ୍ରବ୍ଯ  କିମ୍ବା  ସେବାର  ଦେଣନେଣ   କରେ  ଯେଉଁଠାରେ   ତାଙ୍କର   କୌଣସି  ନିର୍ଦ୍ଧିଷ୍ଟ  ବ୍ୟବସାୟିକ   ସ୍ଥାନ  ନାହିଁ  ।

ପ୍ୟାନ  ନମ୍ବର  ଅଛି   ।

ଜଣେ  ସାଧାରଣ  କରଦାତାଙ୍କ   ପରି  ପଞ୍ଜୀକରଣ  ପାଇଁ   ଏକା  ଆବେଦନ  ଫର୍ମ  (ଜିଏସଟି – ରେଜ - ୧)

ବ୍ୟବସାୟିକ  ଉନ୍ନତି  ପାଇଁ  ନେଣଦେଣ  କାରବାର

ସାଧାରଣ  ଜିଏସ୍ ଟି  ଆର୍ – ୧, ଜିଏସ୍ ଟି  ଆର୍ -୨ ଓ  ଜିଏସ୍ ଟି  ଆର୍ – ୩ ରେ ରିଟର୍ଣ୍ଣ  ଦାଖଲ  ।

ପ୍ରତ୍ୟକ  କ୍ରୟ   ଉପରେ  କ୍ରେଡିଟ   ନେଇପାରିବେ

ଅଣ – ଆବାସିକ  ବ୍ୟକ୍ତି

କେତେବେଳେ  ଦ୍ରବ୍ୟ  କିମ୍ବା  ସେବାର  ଦେଣନେଣ  କରେ , କିନ୍ତୁ  ତାଙ୍କର   ଭାରତରେ  କୌଣସି  ନିର୍ଦ୍ଧିଷ୍ଟ  ବ୍ୟବସାୟିକ   ସ୍ଥାନ  ନାହିଁ  ।

ପ୍ୟାନ  ନମ୍ବର  ନାହିଁ   । ଜଣେ  ଅଣ – ଆବାସିକ  ବ୍ୟକ୍ତିଙ୍କ  ଯଦି  ପ୍ୟାନ  ନମ୍ବର  ଥାଏ  ତେବେ  ସେ  ସାମୟିକ  ଯୋଗାଣକାରୀ   ହିସାବରେ  ପଞ୍ଜୀକୃତ  ହୋଇପାରନ୍ତି   ।

ଅଣ – ଆବାସିକ  ପାଇଁ  ଭିନ୍ନ  ପଞ୍ଜୀକରଣ  ଆବାସିକ  ଫର୍ମ (ଜିଏସ୍ ଟି  ରେଜ -୧୦)

ବ୍ୟବସାୟିକ  ପରୀକ୍ଷା  ସଂଜ୍ଞାରେ  ନାହିଁ  ।

ଅଲଗା  ସରଳୀକୃତ  ଫର୍ମ  ଜିଏସ୍ ଟି  ଆର -୫ରେ  ରିଟର୍ଣ୍ଣ   ଦାଖଲ   ।

କେବଳ  ଆମଦାନୀ  କରୁଥିବା  ଦ୍ରବ୍ୟ  ଓ/ଅବା  ସେବା  କ୍ରୟ  ଉପରେ  କ୍ରେଡିଟ   ନେଇ  ପାରିବେ   ।

ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

3.025
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top