ସେଆର କରନ୍ତୁ

ପରିବର୍ତ୍ତନକାଳୀନ ବ୍ୟବସ୍ଥା

ପରିବର୍ତ୍ତନକାଳୀନ ବ୍ୟବସ୍ଥା ର ସୂଚନା

ପୂର୍ବ   ଆଇନ୍  ଅନୁସାରେ   ଶେଷ   ରିଟର୍ଣ୍ଣରେ  ଅଗ୍ରବାହିତ   ହୋଇଥିବା  CENVAT / ITC ଏବେ  ITC (ଅର୍ନ୍ତଗ୍ରହିତ  କର)  ଭାବରେ  ଉପଲବ୍ଧ  ହେବ କି ?

ହଁ, ପଞ୍ଜୀକୃତ  ଟିକସ ଦାତା  ବା  ସଂଯୋଜିତ  କର  ପ୍ରଣାଳୀରେ   କର  ପ୍ରଦାନ  ନିମିତ୍ତ   କର  ଦାତା CENVAT  ବା  VAT ରେ ସଂଗୃହିତ   କର  ପରିମାଣକୁ   ନିଜ   ଇଲେକ୍ଟ୍ରୋନିକ୍ସ  ଖାତାକୁ   ନେଇପାରିବେ  । ଧାରା   ୧୪୦ (୧) CGST / IGST ଏଥିପାଇଁ   କିଛି   ସର୍ତ୍ତ  ଉଲ୍ଲେଖିତ   ରହିଛି   ।

ସର୍ତ୍ତ  ସମୂହ  କଣ  ?

ସର୍ତ୍ତଗୁଡିକ  ହେଲା

*        ଉକ୍ତ  ଅର୍ନ୍ତଗ୍ରହିତ  କର   ପରିମାଣଗୁଡିକ  ଆଇନ୍  ଅନୁଯାୟୀ  ଅର୍ନ୍ତଗ୍ରହିତ  କର  ରୂପେ  ଗଣାଯିବ   ।

*        ପଞ୍ଜୀକୃତ  ବ୍ୟକ୍ତି   ସମୂହ  ପ୍ରଚଳିତ   ନିୟମ   ମୁତାବକ  ସମସ୍ତ  ସମସ୍ତ  ଦେୟ  ୬ ମାସ  ପାଇ  ପ୍ରଦାନ   କରିବେ   । (କେନ୍ଦ୍ର  ଉତ୍ପାଦ ଓ ଭାଟ୍ )

*        ଉକ୍ତ  କର  ପରିମାଣଟି  ବସ୍ତୁ  ଓ  ବିକ୍ରିକର  ଭାବେ  ଗଣାହେବ  ନାହିଁ   ।(ନୋଟିସ୍  ନଂ  ଓ  ଭାଟ୍ ଫେରସ୍ତ  ଦାବୀ  କରିବେ  ନାହିଁ  ।)

SGST  ନିୟମରେ  ଗୋଟିଏ  ନିୟମ  ହେଲା  ଉକ୍ତ  ଅର୍ନ୍ତଗ୍ରହିତ  ଦାବୀ  ପରିମାଣଟି  ନିମ୍ନଲିଖିତ  ନିୟମ  ସହ ସଲଗ୍ନ  ହେବ  । କେନ୍ଦ୍ରୀୟ  ବିକ୍ରିକର (ପଞ୍ଜୀକରଣ  ଉତ୍ପାଦନ  ନିୟମ  ଅନୁସାରେ  ନୀତି  ୧୨ ହିସାବରେ  ଫେରସ୍ତ  ହେବ )

ଯଦି   ଜଣେ   ପଞ୍ଜୀକୃତ   ଟିକସ ଦାତା  ବ୍ୟକ୍ତି  ୨୦୧୬ – ୧୭ ଆର୍ଥିକ   ବର୍ଷର   ଶେଷ  ପର୍ଯ୍ୟାୟରେ  କିଛି  ବସ୍ତୁ   କିଣିଲେ ,  ଯଦିଓ  ମାର୍ଚ୍ଚ  ୩୧ ସୁଦ୍ଧା  ଏହାର  ରସିଦ୍  ତାଙ୍କୁ  ମିଳିଗଲା , ପ୍ରକୃତପକ୍ଷେ   ଏପ୍ରିଲ  ୫ ତାରିଖ   ଦିନ  ସାଧାରଣ  ବିକ୍ରିକର   ଲାଗୁ  ହେବା  ପରେ   ବସ୍ତୁ   ସମୂହ  ପାଇବେ   । ତେବେ  ଏହି  ବ୍ୟକ୍ତିଜଣକ  ୨୦୧୭ – ୧୮ ଆର୍ଥିକ  ବର୍ଷରେ   CENVAT ର ସମ୍ପୂର୍ଣ୍ଣ   ଲାଭ  ପାଇବେ  କି ?

ହଁ , ୨୦୧୭ – ୧୮ ବର୍ଷରେ  ପୁରା   ଉପଯୋଗର  ହକ୍ ଦାର   ହେବେ  । ସେନ୍ ଭାଟ୍  ଅନ୍ତର୍ଗତ  ପ୍ରଚଳିତ  ନିୟମ  ଅନୁସାରେ  ଏବଂ  CGST  ଧାରା  ୧୪୦(୨)  ଅର୍ନ୍ତଗ୍ରହଣୀୟ   ଅଟେ  ।

ପ୍ରଶ୍ନ – ୪   ପୂର୍ବ   ଆଇନ୍  ଅନୁଯାୟୀ   (କ) ଓ  (ଖ) ଶ୍ରେଣୀଭୂକ୍ତ   ଜିନିଷ  ଉପରେ   VAT  (ମୂଲ୍ୟଯୁକ୍ତ  କର ) ଲାଭ   ଉପଲବ୍ଧ  ହେଉନଥିଲା   । ବର୍ତ୍ତମାନ  କିନ୍ତୁ   ସେଗୁଡିକ  GSTର  ଭିତରକୁ  ଆସୁଛନ୍ତି   ଜଣେ  ପଞ୍ଜୀକୃତ   କରଦାତା   ଏଥିନିମନ୍ତେ   କର  ଦାବୀ   କରିପାରିବେ   କି ?

ଉତ୍ତର       କରଦାତା  ପ୍ରଚଳିତ  ନିୟମ  ଅନୁଯାୟୀ   ଆଟିସିର  ସୁବିଧା  ନେଇପାରିବେ  ଏବଂ  ସାଧାରଣ  GSTର   ଅନୁସାରେ   ତାହା   ବଜାୟ  ରହିଛି , ସେ  ସବୁ  ବସ୍ତୁ   ଉପରେ  ଏହି  ଲାଭର  ହକ୍ ଦାର   ହୋଇପାରିବେ   । ଯେହେତୁ  ପୂର୍ବୋକ୍ତ  ଦୁଇଟି   ଜିନିଷ  ଉପରେ  ଆଇନ୍  ଅନୁଯାୟୀ  କୌଣସି  ପ୍ରାପ୍ୟ   ଉପଲବ୍ଧ   ହେଉନଥିଲା , ଉପରୋକ୍ତ  ବ୍ୟକ୍ତିଜଣକ  GSTର  ବ୍ୟବସ୍ଥାରେ  ଆଉ   କର  ଦାବୀ   କରିପାରିବେ  ନାହିଁ   । (ଧାରା ୧୪୦ (୨))

ପ୍ରଶ୍ନ – ୫    ଏଭଳି   ବ୍ୟକ୍ତି  ଏପ୍ରକାର  ଲାଭ  ପାଇବା  ଭୁଲ୍  ଥିଲା  ବୋଲି  ଧରାଯାଇ GSTର  ବା  ପୂର୍ବ  ଆଇନ୍  ଅନୁଯାୟୀ  ତାହା  ତାଙ୍କଠାରୁ  ଆଦାୟ  କରାଯିବ କି ?

ଉତ୍ତର       ଭୁଲ୍  ଢଙ୍ଗରେ  ITC ର  ଲାଭ   ନିଆଯାଇଥିଲେ  ତାହା  କେବଳ   GST ର  ଅନୁଯାୟୀ   ବକେୟା  ପାଉଣା   ହିସାବରେ  ଅସୁଲ  କରାଯିବ   ।

ପ୍ରଶ୍ନ – ୬   ପଞ୍ଜୀକୃତ  କରଦାତାଙ୍କର   ଏଭଳି   ଦୁଇଟି  ଉଦାହରଣ  ଦିଅନ୍ତୁ , ଯେଉଁମାନେ   କି, ପୂର୍ବ   ନିୟମ  ଅନୁସାରେ   ପଞ୍ଜୀକୃତ  ହେବା  ଦରକାର  ନଥିଲା , ମାତ୍ର  ଏବେ  GST ର  ଅନୁଯାୟୀ   ସେମାନଙ୍କର  ପଞ୍ଜିକରଣ  ଆବଶ୍ୟକ

ଉତ୍ତର      ୬୦ ଲକ୍ଷ  ଟଙ୍କା  ବିକ୍ରି  କରୁଥିବା   ବା  ଜଣେ  ଉତ୍ପାଦକାରୀ  ପୂର୍ବର   କ୍ଷୁଦ୍ର  ଶିଳ୍ପ  ଭାବେ  ଛାଡ  ପାଉଥିଲେ   ମଧ୍ୟ   ଏବେ  GST ର   ଅନୁଯାୟୀ   ତାଙ୍କୁ  ପଞ୍ଜୀକୃତ   ହେବାକୁ  ପଡିବ   । କାରଣ  ତାଙ୍କର   ଉତ୍ପାଦ  ଏ  କ୍ଷେତ୍ରରେ   ସର୍ବନିମ୍ନ  ସ୍ତର  ୨୦ ଲକ୍ଷ  ଟଙ୍କାରୁ   ଅଧିକ  । (ଧାରା – ୨୨ ) VAT  ଅଧିନରେ   ନିର୍ଦ୍ଧାରିତ  ଏହି   ସର୍ବନିମ୍ନ  ସୀମାରେଖାଠୁ  କମ୍  ଉତ୍ପାଦ  କରୁଥିବା   କିନ୍ତୁ  e – commerce  ଜରିଆରେ  ବିକ୍ରି  କରୁଥିବା  ଜଣେ  ବ୍ୟବସାୟୀଙ୍କୁ  GST ର  ଅନୁଯାୟୀ  ପଞ୍ଜୀକରଣ  କରିବାକୁ  ହେବ ଏବଂ  ଏପରି  କରଦାତାଙ୍କ  କୌଣସି  ସର୍ବନିମ୍ନ   ସୀମାରେଖା   ରହିବ   ନାହିଁ   । (ଧାରା – ୨୪ , ଅନୁଚ୍ଛେଦ  - ୩)

ପ୍ରଶ୍ନ – ୭  ଏକ   ନିର୍ଦ୍ଧିଷ୍ଟ  ଦିନରେ   ଷ୍ଟକ୍  ଭାବେ  ବିବେଚିତ  ମୂଲ୍ୟଯୁକ୍ତ   କର  ପୈଠ  ହୋଇଥିବା  ଅର୍ନ୍ତଗ୍ରହଣକୁ  ଆଧାର   କରି  ଜଣେ   ସେବା  ପ୍ରାଣକାରୀଙ୍କୁ   ITC  ସୁବିଧା  ଦିଆଯାଇପାରିବ  କି  ?

ଉତ୍ତର     ହଁ,  ଧାରା  ୧୪୦(୩)  ଅନୁସାରେ   କରଦାତା  ଅର୍ନ୍ତଗ୍ରହିତ  କର  ଭାବେ   ଷ୍ଟକ   ପରିମାଣ   ହିସାବରେ   ଜମା  କରିବେ  ।

ପ୍ରଶ୍ନ – ୮   ପୂର୍ବର   ଆଇନ୍  ଅନୁଯାୟୀ , ଜଣେ   ପଞ୍ଜୀକୃତ   କରଦାତାଙ୍କର  ରିଟର୍ଣ୍ଣରୁ ତାଙ୍କର  ଇଲାକ୍ଟ୍ରୋନିକ୍  ଖାତାରେ  ୧୦୦୦  ଟଙ୍କା  ITC ଅଛି   । ବର୍ତ୍ତମାନ  ସେ  GST ର  ସମ୍ବନ୍ଧିତ  ବ୍ୟବସ୍ଥା   ଅନ୍ତର୍ଭୁକ୍ତ   ହୋଇଯାଇଛନ୍ତି   । ସେ  ତାଙ୍କର  ITC  ଫେରି  ପାଇବେ  କି ?

ଉତ୍ତର      ପଞ୍ଜୀକୃତ  କରଦାତା  ଭାଟ୍ ର   ଅର୍ନ୍ତଗ୍ରହିତ   କରକୁ  GST ଖାତାକୁ   ନେଇପାରିବେ   ନାହିଁ    । ଯଦି  ଏଭଳି  କରିବା   ଆବଶ୍ୟକ  ପଡେ, ତେବେ  ସଂଯୋଜିତ   ସ୍କିମର  ଧାରା  ୧୪୦(୧)  ଅନୁଯାୟୀ  ନିର୍ଦ୍ଧାରଣ   ହେବ  ।

ପ୍ରଶ୍ନ – ୯  କେନ୍ଦ୍ରୀୟ   ବିକ୍ରୟ   କର  ଆଇନ୍  ଅନୁଯାୟୀ   ବିକ୍ରୟ  ହେବାକୁ  ଥିବା  ବସ୍ତୁ  ୬ ମାସ ଅ  ମଧ୍ୟରେ   ଫେରସ୍ତ   ହେଲେ  ତାହା   ବ୍ୟବସାୟୀକ  ପରିମାଣକୁ  ହ୍ରାସ   କରିବା  ନିମିତ୍ତ  ଅନୁମତି   ମିଳିବ   କି ? GSTର  ଅନୁଯାୟୀ   ଯଦି   ୬ ମାସ   ମଧ୍ୟରେ   ବିକ୍ରୟ   ହେବାକୁ   ଥିବା   ବସ୍ତୁଗୁଡିକ  ଫେରସ୍ତ   ହେଲା   ତେବେ   ଏହା  (GST) କେନ୍ଦ୍ରୀୟ   ବିକ୍ରିକର  ବା  ସାଧାରଣ   ବିକ୍ରିକର   (GST) କେଉଁ   ବ୍ୟବସ୍ଥାରେ   ଟିକସଯୋଗ୍ୟ   ହେବ  ?

ଉତ୍ତର     ଯେକୌଣସି  ବସ୍ତୁର  ବିକ୍ରି  ସମୟରେ  ପ୍ରଚଳିତ   ନିୟମ  ଅନୁଯାୟୀ   ପୈଠକ  କରାଯାଇଥିବା  କର  ନିର୍ଦ୍ଧାରିତ  ଦିନଠାରୁ  ୬ ମାସ  ମଧ୍ୟରେ  ବସ୍ତୁଗୁଡିକ  କ୍ରେତାଙ୍କ  ଦ୍ଵାରା  ଫେରସ୍ତ  ହୋଇଥିବ  ପ୍ରଥମତଃ  ବସ୍ତୁଗୁଡିକ  GST  ବ୍ୟବସ୍ଥାରେ  ଟିକସଯୋଗ୍ୟ  କି  ନା  ଦେଖାଯିବ  । ଦ୍ଵିତୀୟତଃ   ବସ୍ତୁଗୁଡିକ  ନିର୍ଦ୍ଧାରିତ  ଦିନଠାରୁ  ୬ ମାସ  ପରେ   ଫେରସ୍ତ  ହୋଇଛି  କି  ନାହିଁ   ଦେଖାଯିବ  । ଯଦି  ଉତ୍ତର  ହଁ  ହେବ  ତେବେ  ଫେରସ୍ତ  ହୋଇଥିବା  ବସ୍ତୁ   ନିମିତ୍ତ  କର  ପୈଠ  କରିବାକୁ ହେବ  ।

ଯଦି   ନିର୍ଦ୍ଧିଷ୍ଟ  ଦିନଠାରୁ  ୬ ମାସ  ମଧ୍ୟରେ   ବସ୍ତୁଗୁଡିକ  ଫେରାଇ  ଦିଆଯାଇଥିବ , ତେବେ  କର  ଦେବାକୁ   ପଡିବ  ନାହିଁ   ।  ବସ୍ତୁଗୁଡିକ  ଚିହ୍ନଟ  ହେବା  ଦରକାର   ଏବଂ  ପୂର୍ବ  ଆଇନ୍  ଅନୁଯାୟୀ  ବିକ୍ରୟ   ସମୟରେ   କର  ପୈଠ   ହୋଇଥିବା   ଆବଶ୍ୟକ  ଏବଂ   ନିର୍ଦ୍ଧିଷ୍ଟ  ଦିନର  ୬ ମାସ  ପୂର୍ବରୁ  ଯେମିତି   ହୋଇଥିବ   । (ଧାରା ୧୪୯)

ପ୍ରଶ୍ନ – ୧୦ ଜଣେ   ଉତ୍ପାଦନକାରୀ   ବା  ପ୍ରସ୍ତୁତ  କାରୀ , ଯଦି  ଅର୍ଦ୍ଧ   ପ୍ରସ୍ତୁତ  ବସ୍ତୁ  ବା   ଅନୁଗ୍ରହିତ   ବସ୍ତୁ  ପୂର୍ବନିୟମ   ଅନୁଯାୟୀ   କାମ  ପାଇଁ  ରଖିଥାନ୍ତି   ଓ  ପରେ   ଫେରାଇ  ଥାନ୍ତି   ତେବେ  କାମ  ସରିଲା  ପରେ  ନିର୍ଦ୍ଧାରିତ   ଦିନଠାରୁ   କର  ଦେବେ   କି ?

ଉତ୍ତର       ନିମ୍ନଲିଖିତ   ପରିସ୍ଥିତିରେ  କୌଣସି  କର  ଦେବାକୁ   ପଡିବ  ନାହିଁ    ।

ଯଦି  ଅର୍ନ୍ତଗ୍ରହଣ । ଅର୍ଦ୍ଧନିର୍ମିତ   ବସ୍ତୁଗୁଡିକ  ପୂର୍ବ  ନିୟମ  ଅନୁଯାୟୀ  ନିର୍ଦ୍ଧାରିତ   ଦିନଠାରୁ  ଠିକାଦାରଙ୍କ   ନିକଟକୁ   ପଠାଇ  ଦିଆଯାଇଥାଏ    ।

ଠିକାଦାର   ଯଦି  ସେଗୁଡିକୁ  ନିର୍ଦ୍ଧାରିତ  ଦିନଠାରୁ  ୬ ମାସ  ମଧ୍ୟରେ  ଫେରାଇ  ଦେଇଥାଏ  । ଉଭୟ  ଉତ୍ପାଦନକାରୀ ଓ  ଠିକାଦାର  ଗୋଦାମରେ  ଥିବା  ଅର୍ନ୍ତଗ୍ରହଣର  ବିଶଦ   ବିବରଣୀ  ଯଦି  ସ୍ଥିରିକୃତ  ଦିନରେ   ନିର୍ଦ୍ଧାରିତ   ଫର୍ମରେ   ଘୋଷଣା  କରିଥାଆନ୍ତି   । (ଧାରା ୧୫୦ ଓ ୧୫୧ ପ୍ରଯୁଜ୍ୟ)

ପ୍ରଶ୍ନ – ୧୧   ଠିକାଦାର   ଯଦି  ବସ୍ତୁଗୁଡିକୁ  ନିର୍ଦ୍ଧାରିତ   ସମୟ   ମଧ୍ୟରେ  ନ  ଫେରାନ୍ତି , ତେବେ  କଣ   ହେବ  ?

ଉତ୍ତର      ଯଦି  ନିର୍ଦ୍ଧାରିତ  ସମୟ  ସୀମା  ୬ମାସ   ଭିତରେ  ବସ୍ତୁ   ଫେରସ୍ତ   ନକରନ୍ତି   ତେବେ, ଉକ୍ତ  ବସ୍ତୁ  ନିମିତ୍ତ   ଠିକାଦାରଙ୍କୁ   କର  ଦେବାକୁ  ପଡିବ   । ଏ  ଅବଧି   ଅତିରିକ୍ତ  ୨ମାସ  ପାଇଁ  ସମ୍ପ୍ରସାରିତ  ହୋଇପାରେ    ।(ଧାରା ୧୪୧(୧) ଓ ୧୪୧(୨))

ପ୍ରଶ୍ନ – ୧୨    ପରୀକ୍ଷା   ପାଇଁ   ସମ୍ପୂର୍ଣ୍ଣ  ବସ୍ତୁକୁ  ଜଣେ   ଉତ୍ପାଦନକାରୀ   ଅନ୍ୟ  ଏକ  କରଦାତାଙ୍କ  ପରିସରକୁ  ପଠାଇପାରିବ  କି ?

ଉତ୍ତର       ହଁ , ପୂର୍ବ   ଆଇନ୍ ର  ବ୍ୟବସ୍ଥା  ଅନୁଯାୟୀ  ଜଣେ   ଉତ୍ପାଦନକାରୀ  କଥିତ  ବସ୍ତୁକୁ ଅନ୍ୟଜଣେ   ପଞ୍ଜୀକୃତ   କରଦାତାଙ୍କ   ପରିସରକୁ  କର   ପୈଠ  କରିବା  ୬ ମାସ   ମଧ୍ୟରେ  କର  ପୈଠ  ନକରି  ବା  ନିର୍ଦ୍ଧାରିତ  ଦିନର  ସମ୍ପ୍ରସାରିତ   ଅବଧି  ପର୍ଯ୍ୟନ୍ତ   ପଠାଇ   ପାରିବେ  । (ଧାରା  ୧୫୨)

ପ୍ରଶ୍ନ – ୧୩  କେତେକ   ପ୍ରକ୍ରିୟା  ସମ୍ପାଦନ   ପାଇଁ   କଳକାରଖାନାରୁ   ବାହାର   କରାଯାଇଥିବା  ନିର୍ମିତ  ବସ୍ତୁ  ଗୁଡିକ  ପୂର୍ବ  ଆଇନ୍  ଅନୁଯାୟୀ   ବା  ତା’ପରେ   ଯଦି   ଫେରାଇ  ଦିଆଯାଏ , ତେବେ   ବସ୍ତୁ  ବା  ସେବା  କର  GST ର  ଅନୁସାରେ  ପ୍ରଦାନ   କରାଯିବ   କି  ନା ?

ଉତ୍ତର     କେତେକ  ପ୍ରକ୍ରିୟା  ସମ୍ପାଦନ  ପାଇଁ  ସ୍ଥାନାନ୍ତରିତ  ହୋଇଥିବା  ବସ୍ତୁ  ୬ ମାସ  ମଧ୍ୟରେ  ଫେରିଆସିଲେ  ବା  ଫେରସ୍ତ  କରାଯାଇଥିଲେ  (ସର୍ବାଧିକ  ସମ୍ପ୍ରସାରିତ  ଅବଧି  ମାସ ), ଉତ୍ପାଦନକାରୀ  ବା  ଠିକାଦାରଙ୍କୁ  GST  ଆଇନ୍ ରେ  କର  ଦେବାକୁ  ପଡିବ  ନାହିଁ   । ଧାରା   ୧୪୧ (୩)

ପ୍ରଶ୍ନ – ୧୪  GST  ଅନୁଯାୟୀ   ଠିକାଦାରଙ୍କ   ପାଖକୁ   ପରୀକ୍ଷା  ପାଇଁ  ପଠାଯାଇଥିବା  ଉତ୍ପାଦିତ  ବସ୍ତୁ   ଉପରେ   କେତେବେଳେ   କର   ଦେବାକୁ  ପଡିବ  ? ବା  ପ୍ରଚଳିତ   ଆଇନ୍  ଅନୁଯାୟୀ   ଅନ୍ୟ  କିଛି  ପ୍ରକ୍ରିୟା  ଅଛି  କି ?

ଉତ୍ତର     ୬ ମାସ  ବସ୍ତୁ   ଫେରସ୍ତ  ହୋଇନପାରିଲେ   GST ମୁତାବକ   ଉତ୍ପାଦିତ   ବସ୍ତୁ   ଉପରେ   କର  ଦେବାକୁ   ହେବ  । ଏ  କର  ବସ୍ତୁର   ନିରୀକ୍ଷଣ  ପୂର୍ବରୁ   ଦେବାକୁ   ହେବ , ନଚେତ୍  ଅର୍ନ୍ତଗ୍ରହିତ   କର  ପରିମାନରୁ  ଅସୁଲ  କରାଯିବ   ।

ପ୍ରଶ୍ନ-  ୧୫   ଧାରା – ୧୫୦, ୧୫୧ ଓ  ୧୫୨ ରେ  ଆଲୋଚିତ  ହୋଇଥିବା  ଦୁଇ  ମାସର  ସମ୍ପ୍ରସାରଣ  କ’ଣ   ସ୍ଵୟଂକ୍ରିୟ  କି ?

ଉତ୍ତର       ନାଁ , ଏହା  ସ୍ଵୟଂକ୍ରିୟ   ବା  ଆପଣାଛାଏଁ   ହୋଇନଥାଏ  । ଉପଯୁକ୍ତ  କାରଣ   ଉଲ୍ଲେଖ   କରାଯାଇ  କମିଶନର   ହିଁ  ସମ୍ପ୍ରସାରଣ  କରିପାରିବେ    ।

ପ୍ରଶ୍ନ  - ୧୬   ଦରଦାମ୍  ପୁନଃ   ସମୀକ୍ଷାର   ୩୦ ଦିନ   ମଧ୍ୟରେ   କରଦାତା   ମଧ୍ୟରେ  କରଦାତା   ବର୍ହିଃଗ୍ରହଣ / ଅର୍ନ୍ତଗ୍ରହଣ  ଲେଖା  ବା  ପରିପୂରକ   ରିପୋର୍ଟ   ଦେଇପାରନ୍ତି    । ଦରଦାମ୍  ପୁନଃ  ସମୀକ୍ଷା   ପରେ  ଦର   ହ୍ରାସ  ହୋଇଥିଲେ  ଏବଂ   ତାହା  ଲେଖାରେ  ଓ  ବର୍ହିଃଗ୍ରହଣ /ଅର୍ନ୍ତଗ୍ରହଣ  ଲେଖାରେ  ଓ  ପ୍ରାପକ  ତାଙ୍କ   ITC (ଅର୍ନ୍ତଗ୍ରହିତ   କର)  କମାଇଥିଲେ   ସେ  କ୍ଷେତ୍ରରେ   କର   ପରିମାଣ   କମାଇ  ଦେବାର  ଅନୁମତି   ମିଳିବ  । (ଧାରା - ୧୫୩)

ପ୍ରଶ୍ନ – ୧୭    ପ୍ରଚଳିତ  ଆଇନ୍  ଅନୁଯାୟୀ  ଫେରସ୍ତ  ହେବାକୁ  ଥିବା  ସୁଧା  ଓ  କର  ର  ଭାଗ୍ୟ   କ’ଣ  ହେବ  ?

ଉତ୍ତର       ଫେରସ୍ତ  ହେବାକୁ ଥିବା  କର  ଆଦିର  ସମସ୍ୟାକୁ  ପୂର୍ବ  ଆଇନ  ବ୍ୟବସ୍ଥା  ଅନୁସାରେ  ତୁଟାଇ  ଦିଆଯିବ । (ଧାରା – ୧୪୨ (୩))

ପ୍ରଶ୍ନ- ୧୮     ପୂର୍ବ  ଆଇନ୍  ଅନୁଯାୟୀ   ଅସମାହିତ  ହୋଇପଡିଥିବା  CENVAT / ITC  ଇତ୍ୟାଦି   ଦାବୀ   ନେଇ  ଅପିଲ୍  ବା  ପୁନଃ   ସମୀକ୍ଷା  ହେଲେ  ଭାଗ୍ୟ  କଣ   ହେବ  ?

ଉତ୍ତର       CENVAT ବା  ITCର  ପ୍ରତ୍ୟକ  ଦାବୀର  ଆବେଦନ , ସମୀକ୍ଷା   ସମ୍ପର୍କିତ   ଦେୟ  ନିର୍ଦ୍ଧାରିତ   ଦିନର   ପୂର୍ବରୁ  ବା  ପରେ  ପ୍ରଚଳିତ  CENVAT ନିୟମ  ଅନୁଯାୟୀ  ଓ ITC ବା OTC  ନିୟମ  ଅନୁଷ୍ଠିତ  ହେବ  । କିନ୍ତୁ  ଯଦି ପରିମାଣ  ଅସୁଲ  ହେବାକୁ  ଥିଲା  ତେବେ  ବକେୟା   ଭାବେ  GST  ନିୟମ  ଅନୁଯାୟୀ   ଧାରା  ୧୪୨ (୬), (୯୭) ହିସାବରେ   କରାଯିବ    । ଉଭୟ   କ୍ଷେତ୍ରରେ  ପୂର୍ବ   ଆଇନ୍  ଅନୁଯାୟୀ  ତୁଟାଇ  ଦିଆଯିବ   ।

ପ୍ରଶ୍ନ – ୧୯  ଯଦି  ଅପିଲ୍  ଓ  ପୁନଃନିରୀକ୍ଷଣର  ଆଦେଶ   କରଦାତାଙ୍କ   ସପକ୍ଷରେ   ଯାଏ, ତେବେ  ସାଧାରଣ  ବିକ୍ରିକର  (GST) ରେ  ଫେରସ୍ତ  କିପରି  ହେବ  ? ଏବଂ  କର  ଦାତାଙ୍କ  ବିରୋଧରେ   ଆଦେଶ  ପାରିତ  ହେଲେ  କଣ  ହେବ  ?

ଉତ୍ତର       ପୂର୍ବ  ଆଇନର   ବ୍ୟବସ୍ତା   ଅନୁଯାୟୀ  ଟଙ୍କା  ଫେରସ୍ତ   ହେବ   । ଯଦି  ପୂର୍ବରୁ  ରହିଯାଇଥିବା   ଟଙ୍କା  ଆଦାୟ  କରାଯିବାର  ଅଛି  , ତେବେ  ତାହା   GST ଅନୁସାରେ   ବକେୟା   ଦର  ହିସାବରେ  ଆଦାୟ   କରାଯିବ  । (ଧାରା  ୧୪୨ (୬))

ପ୍ରଶ୍ନ – ୨୦  ପୂର୍ବ   ଆଇନ୍  ଅନୁଯାୟୀ  ଫେରସ୍ତର   ସମୀକ୍ଷା  ପରେ  ହେବାକୁ   ଥିବା   ଟଙ୍କା   ଫେରସ୍ତ  ପ୍ରକ୍ରିୟାକୁ  ଜିଷ୍ଟସ  ସହ  କେମିତି  ଖାପ   ଖାଇବ   ?

ଉତ୍ତର     ପ୍ରଚଳିତ   ନିୟମ  ଅନୁସାରେ  ସମୀକ୍ଷା  ହେତୁ   କିଛି  ଟଙ୍କା  ପରିମାଣ   ଫେରସ୍ତ  ଯୋଗ୍ୟ   ତେବେ  ଆଇନ୍  ଅନୁସାରେ   ଫେରସ୍ତ   ହେବାର   ବ୍ୟବସ୍ଥା   ରହିଛି   ।

ପ୍ରଶ୍ନ – ୨୧   ପୂର୍ବ  ଆଇନ୍ ର  ଚୁକ୍ତିନାମା  ମୁତାବକ  କୌଣସି  ବସ୍ତୁ   ବା  ସେବ ଯଦି   ବର୍ତ୍ତମାନ   GST  ବ୍ୟବସ୍ତା  ଅନୁଯାୟୀ   ଯୋଗାଇ  ଦିଆଯାଇଥାଏ   ତା’ହେଲେ  ଏ  କ୍ଷେତ୍ରରେ   କେଉଁ   କର ପୈଠ   ହେବ  ?

ଉତ୍ତର      ଏଭଳି   ଯୋଗାଣ  କ୍ଷେତ୍ରରେ   GST  ଅନୁସାରେ  କର  ପ୍ରଦାନ  କରାଯିବ   ।(ଧାରା ୧୪୨(୧୦))

ପ୍ରଶ୍ନ – ୨୨ ଯଦି   ଗୋଟିଏ   ସେବା   ଯୋଗାଣ  ପୂର୍ବ  ଆଇନ୍  ବଳବତ୍ତର   ଥିବା  ସମୟରେ   ଆସିଥାଏ  ଓ  ସେଥିରେ  ଟିକସ  ପାଇଁ   ତଦନୁଯାୟୀ   ବ୍ୟବସ୍ଥା   କରାଯାଇଥାଏ   ତାହେଲେ  GST  ଲାଗୁ   କରାଯାଇଥିବା   କାଳଖଣ୍ଡରେ   ସେହି   ସେବା   ଯୋଗାଇ   ଦିଆଯାଇଥିଲେ , ସେଥିପାଇଁ   GST  ଦେବାକୁ   ପଡିବ  କି  ?

ଉତ୍ତର     ନାଁ , ଅଉନସି  ବସ୍ତୁ  ବା  ସେବାର  ପ୍ରସ୍ତାବ  ନିର୍ଦ୍ଧାରିତ   ଦିନ  ପୂର୍ବରୁ  ଆସିଥିଲେ  ଓ  ପୂର୍ବ   ଆଇନ୍  ଅନୁଯାୟୀ   ଟିକସ  ପୈଠ  ହୋଇସାରିଥିଲେ   ନିର୍ଦ୍ଧାରିତ   ଦିନ  ବା  ତା’ପରେ  ଆଉ  କୌଣସି  ଟିକସ   ଦେବାକୁ   ପଡିବ   ନାହିଁ   । (ଧାରା  ୧୬୫)

ପ୍ରଶ୍ନ – ୨୩  ପ୍ରଚଳିତ  ନିୟମର   ଅବଧି  ପରେ   ନ୍ୟାୟ  ନିର୍ଣ୍ଣୟ  ବା  କର   ହିସାବ  ସମୟରେ  ଯଦି  କିଛି   କର, ସୁଧ, ତଣ୍ଡ  ଆଦି  ଫେରସ୍ତଯୋଗ୍ୟ  ହୋଇଥାଏ, ତେବେ  ତାହା  GST ଆଇନ୍  ଅନୁସାରେ   ହେବ  କି ?

ଉତ୍ତର   ପ୍ରଚଳିତ   ନିୟମ  ଅନୁସାରେ  କୌଣସି  ଫେରସ୍ତ  ହେବନାହିଁ   । ନାଁ , ପୂର୍ବ   ଆଇନ୍  ସମୟର  କାରବାର  ଓ  କର  ପୈଠ  ପୂର୍ବ  ଆଇନ   ଅନୁସାରେ   ହୋଇଥିଲେ   ଆଉ  କର   ଦେବାକୁ   ପଡିବ  ନାହିଁ  । (ଧାରା ୧୪୮ (୮ଖ))

ପ୍ରଶ୍ନ – ୨୪ ପୂର୍ବ  ଆଇନ୍  ଅନୁଯାୟୀ   ISD  ଦ୍ଵାରା   ସେବାପ୍ରାପ୍ତ   କରାଯାଇଥିଲେ   ଓ  ସମ୍ପୃକ୍ତ  ITC (ଅର୍ନ୍ତଗ୍ରହଣ  କର) ପରେ  GST  ସମୟରେ   ବଣ୍ଟନ   କରାଯାଇପାରିବ  କି ?

ଉତ୍ତର     ଏଭଳି  ସେବା  ସମ୍ପର୍କିତ  ରସିଦ୍  ନିର୍ଦ୍ଧାରିତ   ଦିନ  ବା  ପରେ  ଯେବେ  ବି  ମିଳିଥାଉନା  କାହିଁକି   ଏହି  ବଣ୍ଟନ   କାର୍ଯ୍ୟ   ହୋଇପାରିବ  ।(ଧାରା – ୧୪୦(୭))

ପ୍ରଶ୍ନ – ୨୫  ରାଜ୍ୟର  ଭାଟ୍  ଆଇନ୍  ଅନୁସାରେ  ନିର୍ଦ୍ଧାରିତ  ତାରିଖ  ପୂର୍ବରୁ   ଯଦି  ବସ୍ତୁର   ବିକ୍ରି   ହୋଇଥାଏ  ଓ  ରସିଦ୍  ଜାରି   କରାଯାଇଥାଏ  ତେବେ   ପ୍ରାପ୍ୟଟି    ନିର୍ଦ୍ଧାରିତ   ତାରିଖ   ପରେ  ଗ୍ରହଣୀୟ   ହୋଇଥାଏ , ତେବେ   ଉତ୍ସରେ   କର   ଅସୁଲ  କରାହେବ  କି  ?

ଉତ୍ତର     ନାଁ, ଉତ୍ସରେ  ଏ  ପ୍ରକାର  କର  ବିୟୋଗ  GST  ଅଧିନରେ   କରାଯିବ  ନାହିଁ    ।

ପ୍ରଶ୍ନ – ୨୬ ନିର୍ଦ୍ଧାରିତ  ତାରିଖ  ୬ ମାସ  ପୂର୍ବରୁ  ବସ୍ତୁଗୁଡିକ  ବିକ୍ରେତାଙ୍କ   ପାଖକୁ   ପ୍ରେରଣ   କରାଯାଇଥାଏ , କିନ୍ତୁ  ୬ ମାସ  ପରେ   ଫେରସ୍ତ   ହେଲେ   GST  ଅଧିନରେ   କର   ପ୍ରଦାନ   କରାଯିବ  କି ?

ଉତ୍ତର     ହଁ, ଯଦି   ଏପରି   ବସ୍ତୁ  GST  ର  କରଭୁକ୍ତ   ହୋଇଥାଏ  ଏବଂ   ପ୍ରତ୍ୟାଖ୍ୟାନ   କରିଥିବା   ବ୍ୟକ୍ତି  ନିର୍ଦ୍ଧିଷ୍ଟ  ଦିନଠାରୁ  ୬ ମାସ  ପରେ   ଫେରସ୍ତ   କରିଥାଆନ୍ତି  (୨ ମାସର  ସମ୍ପ୍ରସାରିତ  ସମୟପରେ  ) ତେବେ  କର  ଦେବାକୁ   ପଡିବ

ଏହି  ବ୍ୟବସ୍ଥା  ପାଇଁ  SGST ରେ  ଗ୍ରହଣୀୟ  (ଧାରା ୧୪୨(ଘ) )

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

3.06060606061
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top