অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫେରସ୍ତ

ଫେରସ୍ତ

  1. ଫେରସ୍ତ କ’ଣ ?
  2. ଅବ୍ୟବହୃତ  ଅର୍ନ୍ତଗ୍ରହଣ  କର  ଫେରସ୍ତ   ଯୋଗ୍ୟ  କି ?
  3. ରପ୍ତାନୀ   ହେଉଥିବା  ବସ୍ତୁର  ଅବ୍ୟବହୃତ  ଅର୍ନ୍ତଗ୍ରହଣ  କର  (ITC) ଫେରସ୍ତ  ଯୋଗ୍ୟ   କି  ?
  4. ଆର୍ଥିକ  ବର୍ଷ  ଶେଷରେ  ଗୋଦାମରେ  ଥିବା  ବସ୍ତୁର  ଅର୍ନ୍ତଗ୍ରହୀତ  କର  ଫେରସ୍ତ  ହେବ  କି ?(ବସ୍ତୁ  ଏବଂ  ସେବା  କର  ନିୟମ  କାର୍ଯ୍ୟକାରୀ  ହେବାପରେ )
  5. ଭୁଲ୍ ରେ  ରାଜ୍ୟ  ବାହାରକୁ  ବା  ରାଜ୍ୟ  ଭିତରେ  ଯଦି  କର  ଦାତା  କେନ୍ଦ୍ରୀୟ   ବସ୍ତୁ   ଏବଂ  ସେବା  କର ଓ ରାଜ୍ୟ  ବସ୍ତୁ   ଏବଂ  ସେବା   କରର   କର  ପ୍ରଦାନ   କରିଥାଆନ୍ତି   ତେବେ  ସ୍ଵତଃ  ତାହା  ଫେରସ୍ତ  ହେବ କି ? ଭୁଲ୍ ରେ  ପୈଠ  କରାଯାଇଥିବା  କେନ୍ଦ୍ରୀୟ  ବସ୍ତୁ  ଏବଂ  ସେବା  କର ଓ  ରାଜ୍ୟ  ସାଧାରଣ  ବିକ୍ରି   କର  ଫେରସ୍ତ   ହେବ କି ?
  6. ଦୂଢାବାସ  ବା  ଜାତିସଂଘ  ଦ୍ଵାରା  ଆହାରଣ  (କ୍ରୟ) କର  ଯୁକ୍ତ   କି ?
  7. ଫେରସ୍ତ  ପାଇଁ  ନିର୍ଦ୍ଧିଷ୍ଟ  ସମୟ  ଅବଧି  କ’ଣ   ?
  8. ଅନୁଚିତ  ସମୃଦ୍ଧିକୁ  ଫେରସ୍ତ  ପାଇଁ  ଆବେଦନ  କରିହେବ କି ?
  9. ଯଦି  କ୍ରେତାଙ୍କ   ନିକଟରୁ  କର  ଅସୁଲ  ହୋଇଥାଏ , ତେବେ  ଫେରସ୍ତ  ପାଇଁ  ଅନୁମୋଦନ  ହେବ  କି ?
  10. କର  ଫେରସ୍ତର  କିଛି  ଅନୁମୋଦନ  ନିମିତ୍ତ   କିଛି  ସମୟ  ଅବଧି  ରହିଛି  କି  ?
  11. ବିଭାଗ, ଫେରସ୍ତ  କରକୁ  କରକୁ  ସ୍ଥଗିତ   କରିପାରିବେ  କି ?
  12. ଯେଉଁଠି   ଫେରସ୍ତ  ଧାରା- ୩୮ (୯) ଅନୁଯାୟୀ  ସ୍ଥଗିତ  ହୋଇଥିବ , ତା’ହେଲେ  ଉପରୋକ୍ତ   ଆଲୋଚନା  ୧୧(ସି) ଅନୁସାରେ  କରଦାତା  ସୁଧା  ଦେଇପାରିବେ  କି ?
  13. ଫେରସ୍ତ  ନିମିତ୍ତ  କିଛି  ସର୍ବନିମ୍ନ   ସୀମା  ଅଛି କି ?
  14. ପୂର୍ବ  ନିୟମ  ହେତୁ  ଫେରସ୍ତ   କେଉଁଭଳି  ହେବ ?
  15. ନଥି  ଓ  ପ୍ରମାଣପତ୍ରର ଯାଞ୍ଚ   ବିନା କର  ଫେରସ୍ତ   ହେବ କି  ?
  16. ରପ୍ତାନୀ  କ୍ଷେତ୍ରରେ   ହେଉଥିବା  ଫେରସ୍ତ  ପାଇଁ  BRC ର   ଅନୁମୋଦନ   ଆବଶ୍ୟକ  ଅଛି କି ?
  17. ଅନୁଚିତ୍  ସମୃଦ୍ଧି   ନିୟମ   ରପ୍ତାନୀ  ନିମିତ୍ତ  ଲାଗୁ   ହେବ  କି ?
  18. ଅନୁଚିତ୍  ସମୃଦ୍ଧି   ନିୟମ  ଅନୁଯାୟୀ   ବ୍ୟକ୍ତିର   ଫେରସ୍ତ   ଯୋଗ୍ୟତା   ନଥିବା  ପ୍ରମାଣ  କ’ଣ  ?
  19. ମୂଲ୍ୟଯୁକ୍ତ   କର (ଭାଟ୍) ବା  କେନ୍ଦ୍ରୀୟ  ବିକ୍ରି କର (CST) ର  ରପ୍ତାନୀ  ବ୍ୟବସାୟୀମାନେ  ସାଧାରଣ   ବିକ୍ରିକର  ବିନା  ବସ୍ତୁ  ବିକ୍ରି  କରିପାରିବେ  । ଏଣୁ  ଏ  ବ୍ୟବସ୍ଥା  ବସ୍ତୁ  ଏବଂ  ସେବା କରରେ   ରହିବ  କି ?
  20. ବର୍ତ୍ତମାନର   କେନ୍ଦ୍ରୀୟ  ନିୟମ  ଅନୁଯାୟୀ  ରପ୍ତାନୀକାରୀଙ୍କୁ   କରଯୁକ୍ତ  କଞ୍ଚାମାଲ   ଦିଆଯାଇ   ଯଦି  ଅର୍ନ୍ତଗ୍ରହଣ  କର  ସଂଗୃହୀତ  ହୁଏ ଏବଂ  କର  ଦେୟ  ପୈଠ  କରି  ରପ୍ତାନୀ  କରିହୁଏ  ଓ  ପରେ  ଫେରସ୍ତ  ମିଳିଥାଏ – ଏ  ବ୍ୟବସ୍ଥାରେ  ଚାଲୁ   ରହିବ  କି   ?

ଫେରସ୍ତ କ’ଣ ?

ଧାରା  ୩୮ରେ  ଫେରସ୍ତ   ବିଷୟରେ  ଆଲୋଚନା   କରାଯାଇଛି    । ଧାରା  ୩୮(୨) ଅଧିନରେ  ରପ୍ତାନୀ  ହେଉଥିବା  ବସ୍ତୁ  ବା  ସେବାରେ , ରପ୍ତାନୀ  ହେଉଥିବା  ବସ୍ତୁ  ବା  ସେବାରେ  ବ୍ୟବହାର  ହେଉଥିବା  କଞ୍ଚାମାଲର  କର ଓ ରପ୍ତାନୀଯୋଗ୍ୟ  ବସ୍ତୁର  କର  ବା   ବ୍ୟବହାର   ହୋଇନଥିବା  ସମସ୍ତ  ଦ୍ରବ୍ୟ ବା  ସେବା  ଫେରସ୍ତ   ଅନ୍ତର୍ଭୁକ୍ତ   ।

ଅବ୍ୟବହୃତ  ଅର୍ନ୍ତଗ୍ରହଣ  କର  ଫେରସ୍ତ   ଯୋଗ୍ୟ  କି ?

ହଁ, ନିମ୍ନଲିଖିତ  ସମୟରେ  ଉପଧାରା – ୩୮ (୨)  ଅନୁଯାୟୀ  ଅବ୍ୟବହୃତ   କର  ଫେରସ୍ତ  ଯୋଗ୍ୟ  ।

(କ)  ଯେଉଁ  ରପ୍ତାନୀ  ବସ୍ତୁ  ଉପରେ  ରପ୍ତାନୀ   ଶୁଳ୍କ  ନାହିଁ

(ଖ) ସେବା  ରପ୍ତାନୀ  ସମୟରେ

(ଗ) ଯେଉଁଠି   ସଂଗୃହୀତ   ଅର୍ନ୍ତଗ୍ରହଣ  କର (ITC) ଉତ୍ପାଦିତ   କର  ଠାରୁ  ଅଧିକ   ।

ରପ୍ତାନୀ   ହେଉଥିବା  ବସ୍ତୁର  ଅବ୍ୟବହୃତ  ଅର୍ନ୍ତଗ୍ରହଣ  କର  (ITC) ଫେରସ୍ତ  ଯୋଗ୍ୟ   କି  ?

ନାଁ ( ଧାରା  ୩୮(୨) ମାନଙ୍କ   ସାଧାରଣ  ବିକ୍ରି   କର ର  ଦ୍ଵିତୀୟ   ସର୍ଗ)

ଆର୍ଥିକ  ବର୍ଷ  ଶେଷରେ  ଗୋଦାମରେ  ଥିବା  ବସ୍ତୁର  ଅର୍ନ୍ତଗ୍ରହୀତ  କର  ଫେରସ୍ତ  ହେବ  କି ?(ବସ୍ତୁ  ଏବଂ  ସେବା  କର  ନିୟମ  କାର୍ଯ୍ୟକାରୀ  ହେବାପରେ )

ନାଁ, ଏହା  ପରବର୍ତ୍ତୀ   ଆର୍ଥିକ  ବର୍ଷରେ  ଯୋଗ   ହେବ  ।

ଭୁଲ୍ ରେ  ରାଜ୍ୟ  ବାହାରକୁ  ବା  ରାଜ୍ୟ  ଭିତରେ  ଯଦି  କର  ଦାତା  କେନ୍ଦ୍ରୀୟ   ବସ୍ତୁ   ଏବଂ  ସେବା  କର ଓ ରାଜ୍ୟ  ବସ୍ତୁ   ଏବଂ  ସେବା   କରର   କର  ପ୍ରଦାନ   କରିଥାଆନ୍ତି   ତେବେ  ସ୍ଵତଃ  ତାହା  ଫେରସ୍ତ  ହେବ କି ? ଭୁଲ୍ ରେ  ପୈଠ  କରାଯାଇଥିବା  କେନ୍ଦ୍ରୀୟ  ବସ୍ତୁ  ଏବଂ  ସେବା  କର ଓ  ରାଜ୍ୟ  ସାଧାରଣ  ବିକ୍ରି   କର  ଫେରସ୍ତ   ହେବ କି ?

ନାଁ, କର  ଦାତା  ସମୁଚିତ   କର  ଓ  ଭୁଲ୍ ରେ  ପ୍ରଦାନ  କରାଯାଇଥିବା   କରକୁ   ଫେରସ୍ତ  ପାଇଁ  ଦାବୀ   କରିବେ  । (ସମନ୍ଵିତ  ବସ୍ତୁ  ଏବଂ  ସେବା  କର   ଧାରା  ୩୦ ଏବଂ  ଧାରା  ୫୩)

ଦୂଢାବାସ  ବା  ଜାତିସଂଘ  ଦ୍ଵାରା  ଆହାରଣ  (କ୍ରୟ) କର  ଯୁକ୍ତ   କି ?

ହଁ,ଏହା  କର  ଯୁକ୍ତ  କିନ୍ତୁ  ପରବର୍ତ୍ତୀ  ସମୟରେ  ଫେରସ୍ତ  ଦାବୀ   କରିପାରିବେ  । ଜାତିସଂଘ  ଏବଂ  ତା’ର  ସହଯୋଗୀ  ସଂସ୍ଥା  ବା  ରାଷ୍ଟ୍ରଦୂତ  ସମୂହ  ଗୋଟିଏ  ଏକକ  ପରିଚୟ  ନମ୍ବର  ଆହରଣ   କରିବେ  । ଏବଂ  ସେ  ନମ୍ବର   ଅଧିନରେ   ସମସ୍ତ   କ୍ରୟ  ରହିବ  ଏବଂ ଫେରସ୍ତ  ହେବ  । ଏଥିନିମନ୍ତେ  ଏକ  ସ୍ଵତନ୍ତ୍ର  ନୋଟିସ୍  ପ୍ରସ୍ତୁତ  ହେବ  (ବସ୍ତୁ  ଏବଂ  ସେବା  କର  ଧାରା  ୧୯(୬))

ଫେରସ୍ତ  ପାଇଁ  ନିର୍ଦ୍ଧିଷ୍ଟ  ସମୟ  ଅବଧି  କ’ଣ   ?

କର  ଦାତା  କର  ପ୍ରଦାନର  ନିର୍ଦ୍ଧିଷ୍ଟ  ତାରିଖଠାରୁ   ଦରଖାସ୍ତ   ମାଧ୍ୟମରେ   ଦୁଇବର୍ଷ   ଅବଧି  ଭିତରେ   ଆବେଦନ   କରିପାରିବେ , ଯାହା  ମାନକ  ବସ୍ତୁ  ଏବଂ  ସେବା କର  ଧାରା  ୩୮ରେ  ଉଲ୍ଲେଖ   ରହିଛି   ।

ଅନୁଚିତ  ସମୃଦ୍ଧିକୁ  ଫେରସ୍ତ  ପାଇଁ  ଆବେଦନ  କରିହେବ କି ?

ହଁ, କରିହେବ  । ରପ୍ତାନୀ   ହୋଇଥିବା   ଏବଂ  ଫେରସ୍ତଯୋଗ୍ୟ   ଅବ୍ୟବହୃତ  ଅର୍ନ୍ତଗ୍ରହିତ  କର  (ITC) ଯାହା  ଧାରା  ୨୯ ଅନ୍ତର୍ଗତ   ଉପଧାରା  (୨)ରେ  ଉଲ୍ଲେଖିତ   ବିଷୟରେ   ଫେରସ୍ତ   କରିହେବ  ନାହିଁ  । ଦୁଇ  ନମ୍ବର   ପ୍ରଶ୍ନକୁ   ମଧ୍ୟ   ଦେଖିପାରନ୍ତି   ।

ଯଦି  କ୍ରେତାଙ୍କ   ନିକଟରୁ  କର  ଅସୁଲ  ହୋଇଥାଏ , ତେବେ  ଫେରସ୍ତ  ପାଇଁ  ଅନୁମୋଦନ  ହେବ  କି ?

ହଁ  ହେବ  । ତା’ର   ପରିମାଣ  ଖାଉଟି   କଲ୍ୟାଣ  ପାଣ୍ଠି ଦ୍ଵାରା  ନିର୍ଦ୍ଧାରିତ  କରିହେବ   ।

କର  ଫେରସ୍ତର  କିଛି  ଅନୁମୋଦନ  ନିମିତ୍ତ   କିଛି  ସମୟ  ଅବଧି  ରହିଛି  କି  ?

ହଁ, ଦେୟର  ୯୦ ଦିନ  ମଧ୍ୟରେ  କରାଯିବ , କିନ୍ତୁ   କିଛି  ନିର୍ଦ୍ଧିଷ୍ଟ  ଶ୍ରେଣୀର   ରପ୍ତାନୀକାରୀଙ୍କ   ପାଇଁ  ଧାରା – ୪ (କ) (୩୮) ଅନୁଯାୟୀ   ଫେରସ୍ତ   କରର  ୮୦ ଭାଗ  ଅନୁମୋଦନ  ହେବ   । ଯଦି  ୩ମାସ   ମଧ୍ୟରେ   ଫେରସ୍ତ  ହୋଇନପାରେ  ତେବେ   ବିଭାଗ   ଏଥିନିମନ୍ତେ  ସୁଧା   ପ୍ରଦାନ   କରିବେ  ।

ବିଭାଗ, ଫେରସ୍ତ  କରକୁ  କରକୁ  ସ୍ଥଗିତ   କରିପାରିବେ  କି ?

ହଁ, ନିମ୍ନଲିଖିତ  ପରିସ୍ଥିତିରେ  ବିଭାଗ  ଫେରସ୍ତ  ପାଇଁ  ସ୍ଥଗିତ   କରିପାରିବେ  ।

୧.  ଯଦି   ସମ୍ପୃକ୍ତ  ପଞ୍ଜୀକୃତ  କର ଦାତା  ରିଟର୍ଣ୍ଣ   ଦାଖଲ  କରିନଥାନ୍ତି   ବା  ରିଟର୍ଣ୍ଣ  ଦାଖଲ  ପର୍ଯ୍ୟନ୍ତ   ।

୨.  ଏପିଲେଟ୍  କର୍ତ୍ତୃପକ୍ଷ   ଟ୍ରିବ୍ୟୁନାଲ /ବିଚାରାଳୟ  ଦ୍ଵାରା  ନିର୍ଦ୍ଧାରିତ  ନହୋଇ  ଯଦି  ପଞ୍ଜୀକୃତ  କରଦାତା  କୌଣସି  କର  ବା  ସୁଧା ଦେବାକୁ  ଚାହାଁନ୍ତି  ତେବେ  ଉପଯୁକ୍ତ  ସମର୍ଥ ଅଧିକାରୀ  ଅନାଦେୟ  କରକୁ  ବାଦ  ଦେଇ   ଫେରସ୍ତ  ପ୍ରଦାନ   କରିପାରିବେ  ।

୩. କମିଶନର / ବୋର୍ଡ  ଏହି  ଫେରସ୍ତକୁ  ସ୍ଥଗିତ   କରିପାରିବେ,  ଯଦି  ଫେରସ୍ତ  ଆଦେଶ  ଉପରେ   କୌଣସି  ଅପିଲ୍  ହୋଇଥାଏ ଏବଂ ସେହି  ଏପ୍ରକାର ପ୍ରତିକୂଳ  ମନ୍ତବ୍ୟ  ଦେଇପାରିବେ (ଧାରା -୩୮(୯) –ମାନକ  ବସ୍ତୁ ଏବଂ ସେବା କର)

ଯେଉଁଠି   ଫେରସ୍ତ  ଧାରା- ୩୮ (୯) ଅନୁଯାୟୀ  ସ୍ଥଗିତ  ହୋଇଥିବ , ତା’ହେଲେ  ଉପରୋକ୍ତ   ଆଲୋଚନା  ୧୧(ସି) ଅନୁସାରେ  କରଦାତା  ସୁଧା  ଦେଇପାରିବେ  କି ?

ଅପିଲ୍  ହେତୁ  ବା  ପରବର୍ତ୍ତୀ  ପ୍ରକ୍ରିୟା  ଅନୁଯାୟୀ  କର  ଦାତା  ଫେରସ୍ତ ପାଇବେ ଓ  ସୁଧ  ମଧ୍ୟ  ପାଇବେ   ।

ଫେରସ୍ତ  ନିମିତ୍ତ  କିଛି  ସର୍ବନିମ୍ନ   ସୀମା  ଅଛି କି ?

ନା, ଯଦି  ଫେରସ୍ତର  ଦେୟ  ୧୦୦୦  ଟଙ୍କାରୁ  କମ୍  ତେବେ   ଫେରସ୍ତ   ହେବନାହିଁ   । ଧାରା ୩୮(୧୧) – ମାନକ   ବସ୍ତୁ  ଏବଂ  ସେବା  କର  ।

ପୂର୍ବ  ନିୟମ  ହେତୁ  ଫେରସ୍ତ   କେଉଁଭଳି  ହେବ ?

ଗତ  ସମୟର   କର  ଗତ  ନିୟମ  କରି  ନଗଦ  ଆକାରରେ  ହେବ (କେନ୍ଦ୍ରୀୟ  ବସ୍ତୁ  ଏବଂ  ସେବା କର ) ଏବଂ  ତାହା  ଅର୍ନ୍ତଗ୍ରହଣ  କର (ITC) ର  (ଧାରା ୧୫୬,୧୫୭,୧୫୮) ଅନ୍ତର୍ଭୁକ୍ତ   ନୁହେଁ   ।  (ରାଜ୍ୟ  ବସ୍ତୁ  ଏବଂ  ସେବା  କର )

ନଥି  ଓ  ପ୍ରମାଣପତ୍ରର ଯାଞ୍ଚ   ବିନା କର  ଫେରସ୍ତ   ହେବ କି  ?

ରପ୍ତାନୀ  ନିମିତ୍ତ  କିଛି  ବିଜ୍ଞାପିତ  ଶ୍ରେଣୀର ସମୁଦାୟ  ଫେରସ୍ତର  ୮୦ ପ୍ରତିଶତ  ପ୍ରମାଣପତ୍ର  ଯାଞ୍ଚ  ବିନା  ପ୍ରଦାନ  କରାଯାଇପାରିବ   ।(ଧାରା ୩୮(୪ଏ) ଅନୁଯାୟୀ)

ରପ୍ତାନୀ  କ୍ଷେତ୍ରରେ   ହେଉଥିବା  ଫେରସ୍ତ  ପାଇଁ  BRC ର   ଅନୁମୋଦନ   ଆବଶ୍ୟକ  ଅଛି କି ?

ରପ୍ତାନୀ  ଦିନଠାରୁ  ଏକ  ବର୍ଷ  ମଧ୍ୟରେ  ରପ୍ତାନୀର  ଚୁକ୍ତି   ଶେଷ  କରିବାକୁ   ହୁଏ  । ସେ   ସମୟରେ  BRC ଉପଲବ୍ଧ  ହୋଇନଥାଏ   । ଏଣୁ  ରପ୍ତାନୀର ଏକ  ବର୍ଷ  ମଧ୍ୟରେ  ଫେରସ୍ତ  ପାଇବା  RBIର  ପରବର୍ତ୍ତୀ  ଦେୟରେ  କରିବେ  । Electronic  ଭାରତୀୟ  ରିଜର୍ଭ  ବ୍ୟାଙ୍କର  କ୍ରେଡିଟ  ପ୍ରଣାଳୀରେ   ବସ୍ତୁ  ଏବଂ  ସେବା  କର   ସହ  DGFT  ଅନ୍ତର୍ନିହିତ   ହୋଇଛି  ।

ଅନୁଚିତ୍  ସମୃଦ୍ଧି   ନିୟମ   ରପ୍ତାନୀ  ନିମିତ୍ତ  ଲାଗୁ   ହେବ  କି ?

ଅନୁଚିତ୍  ସମୃଦ୍ଧି  ନିୟମ  କ୍ଷେତ୍ରରେ  ଗ୍ରହିତା   ଦେଶ   ବାହାରେ  ଥିବାରୁ  ବସ୍ତୁ  ବା  ସେବା  କ୍ଷେତ୍ରରେ   ଏହା  ଉପଯୁକ୍ତ  ନୁହେଁ  ।

ଅନୁଚିତ୍  ସମୃଦ୍ଧି   ନିୟମ  ଅନୁଯାୟୀ   ବ୍ୟକ୍ତିର   ଫେରସ୍ତ   ଯୋଗ୍ୟତା   ନଥିବା  ପ୍ରମାଣ  କ’ଣ  ?

ପ୍ରମାଣପତ୍ର  କର ଓ  ସୁଧର  ପରିମାଣ  ସହିତା  ଏକ  ଆବେଦନ   ପତ୍ର  ମାଧ୍ୟମରେ   ପୈଠ   କର   ବା  ଅନ୍ୟ  କୌଣସି  ଦେୟ  ଫେରସ୍ତ  ତାଙ୍କୁ  ସମ୍ପର୍କିତ  ନୁହେଁ ଦାବୀ  କରିବେ – ଧାରା  ୩୮(୩) (ଖ)  । ପାଞ୍ଚ  ଲକ୍ଷରୁ   କମ୍  ଫେରସ୍ତ  ସମୟରେ   ଏକ  ସ୍ଵପ୍ରମାଣପତ୍ର   ହିଁ  ଯଥେଷ୍ଟ , ଯାହା  କରଦାତାଙ୍କୁ   ଟିକେ   ଉପଶମ  ଦେଇଥାଏ   ।

ମୂଲ୍ୟଯୁକ୍ତ   କର (ଭାଟ୍) ବା  କେନ୍ଦ୍ରୀୟ  ବିକ୍ରି କର (CST) ର  ରପ୍ତାନୀ  ବ୍ୟବସାୟୀମାନେ  ସାଧାରଣ   ବିକ୍ରିକର  ବିନା  ବସ୍ତୁ  ବିକ୍ରି  କରିପାରିବେ  । ଏଣୁ  ଏ  ବ୍ୟବସ୍ଥା  ବସ୍ତୁ  ଏବଂ  ସେବା କରରେ   ରହିବ  କି ?

ନାଁ , VAT/CST ର  ଆବଶ୍ୟକ  ବସ୍ତୁ  ଏବଂ  ସେବା  କର  ବ୍ୟବସ୍ଥାରେ  ନାହିଁ  । ଏଣୁ ସେମାନେ  ବିକ୍ରିକର  ପ୍ରଦାନ  କରି  ବସ୍ତୁ  କ୍ରୟ  କରିବେ  ଏବଂ  ଦାବୀ  କରିଥିବା  ସଂଗୃହୀତ  ଅର୍ନ୍ତଗ୍ରହିତ  କର  (ITC) ସମ୍ବନ୍ଧରେ  ଆଲୋଚନା – ଧାରା  ୩୮ (୨) ଉଲ୍ଲେଖ    ।

ବର୍ତ୍ତମାନର   କେନ୍ଦ୍ରୀୟ  ନିୟମ  ଅନୁଯାୟୀ  ରପ୍ତାନୀକାରୀଙ୍କୁ   କରଯୁକ୍ତ  କଞ୍ଚାମାଲ   ଦିଆଯାଇ   ଯଦି  ଅର୍ନ୍ତଗ୍ରହଣ  କର  ସଂଗୃହୀତ  ହୁଏ ଏବଂ  କର  ଦେୟ  ପୈଠ  କରି  ରପ୍ତାନୀ  କରିହୁଏ  ଓ  ପରେ  ଫେରସ୍ତ  ମିଳିଥାଏ – ଏ  ବ୍ୟବସ୍ଥାରେ  ଚାଲୁ   ରହିବ  କି   ?

ବସ୍ତୁ  ଏବଂ  ସେବା  କର  ବ୍ୟବସ୍ଥାରେ  ରପ୍ତାନୀ  ନିମିତ୍ତ  କର  ଆବାସିକ  ନାହିଁ   । ଯାହାଫଳରେ  ରପ୍ତାନୀ   ବାଧାପ୍ରାପ୍ତ ହେବନାହିଁ  ଓ ରପ୍ତାନୀ  ବସ୍ତୁର କଞ୍ଚାମାଲ  ଉପରେ  କୌଣସି  କର  ନାହିଁ   । ବସ୍ତୁ ଏବଂ ସେବା  କର  ବ୍ୟବସ୍ଥାରେ  ସଂଗୃହୀତ   ଅର୍ନ୍ତଗ୍ରହଣ  କର  ଓ ରପ୍ତାନୀ  ବସ୍ତୁର  କର  ଫେରସ୍ତ  କରାହେବ    ।

ନିର୍ଦ୍ଦେଶ  ପାଇବାର  ୧୮୦ ଦିନ  ମଧ୍ୟରେ  ପୂର୍ବ  ଆବେଦନ  ବିଷୟରେ  ଆବେଦନ   କରିପାରିବେ  । କିନ୍ତୁ  ଉଚ୍ଚ  ନ୍ୟାୟାଳୟ  ଆବେଦନର   ଅଧିକ  ବିଳମ୍ବ  ପାଇଁ  ଉପଯୁକ୍ତ  କାରଣ  ଥିଲେ  କ୍ଷମା  କରିପାରନ୍ତି     ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 11/16/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate