অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୈଦ୍ୟୁତିକ ବ୍ୟବସାୟ

ବୈଦ୍ୟୁତିକ ବ୍ୟବସାୟ

  1. ବୈଦ୍ୟୁତିକ ପ୍ରମାଣରେ ବ୍ୟବସାୟ କ’ଣ ?
  2. ଇ-ବାଣିଜ୍ୟ   ପରିଚାଳକ  କିଏ ?
  3. ଇ – କମର୍ସ  ଅପରେଟର  ପଞ୍ଜୀକୃତ  ହେବା  ଅନିବାର୍ଯ୍ୟ କି ?
  4. ଇ – କମର୍ସ  ଅପରେଟରଙ୍କ  ଜରିଆରେ  ବସ୍ତୁ  ଓ ସେବା  ଯୋଗାଣକାରୀ  କ’ଣ  ସର୍ବନିମ୍ନ  ଛାଡ  ସୀମା  ସୁବିଧା  ପାଇପାରିବେ  ?
  5. ଜଣେ  ଇ –ବାଣିଜ୍ୟ  ପରିଚାଳକ  ପ୍ରକୃତ   ଯୋଗାଣକାରୀଙ୍କ  ପରିବର୍ତ୍ତେ   ଟିକସ  ଦେବା  ନିମିତ୍ତ  ବାଧ୍ୟ  କି ଯଦିଓ  ପ୍ରକୃତ  ଯୋଗାଣକାରୀ   ମାଲିକ  କେବଳ  ତାଙ୍କ  ମାଧ୍ୟମରେ  ଦ୍ରବ୍ୟ  ବା  ସେବା  ଯୋଗାଣ  କରୁଥିବ  ?
  6. ଯଦି  ଇ-ବାଣିଜ୍ୟ  ପରିଚାଳକ   ବିଜ୍ଞପିତ  ସେବା  ନିମିତ୍ତ  କର  ଦେବା  ପାଇଁ  ବାଧ୍ୟ  ତେବେ  ସର୍ବନିମ୍ନ  ଛାଡସୀମା  ତାଙ୍କୁ  ପ୍ରଯୁଜ୍ୟ  ହେବ କି ?
  7. କର  ଆଦାୟ  ଉତ୍ସ  କ’ଣ  ?
  8. ଇ –ବାଣିଜ୍ୟ  ପରିଚାଳକମାନଙ୍କ  ଗରାଖମାନେ  ସାଧାରଣତଃ  ଦ୍ରବ୍ୟମାନ  ଫେରାଇ ଦେଇଥାନ୍ତି , ସେପରି  କ୍ଷେତ୍ରରେ  ଫେରନ୍ତ  ଜିନିଷକୁ   କିପରି  ସମତୁଲ  କରାଯିବ ?
  9. ଚରଯୋଗ୍ୟ  ଯୋଗାଣର  ନେଟ୍  ମୂଲ୍ୟ   କହିଲେ  କ’ଣ  ବୁଝାଯାଏ  ?
  10. ପ୍ରତ୍ୟକ  ଇ-ବାଣିଜ୍ୟ  ପରିଚାଳକ   ପ୍ରକୃତ   ଯୋଗାଣକାରୀଙ୍କ  ତରଫରୁ   ଟିକସ  ଆଦାୟ   କରିବେ  କି ?
  11. ଇ –ବ୍ୟବସାୟ  ପରିଚାଳକ  କେଉଁ  ସମୟରେ  ଏହା  ଆଦାୟ  କରିବେ ?
  12. ଇ –ବ୍ୟବସାୟ  ପରିଚାଳକ  କେତେବେଳେ  ଉତ୍ସରୁ   ଆଦାୟ  ହେଉଥିବା  ଟି.ସି.ଏସ୍.କୁ  ସରକାରୀ  ଜମା  ଖାତାରେ  ପୈଠ  କରିବେ  ?
  13. ପ୍ରକୃତ  ଯୋଗାଣକାରୀ  କିପରି  ଉତ୍ସରୁ   ଆଦାୟ  ହୋଇଥିବା  ଟିକସକୁ  ଜମା   ହୋଇଛି  ବୋଲି  ଦାବି   କରିପାରିବେ  ?
  14. ଇ-କମର୍ସ   ଅପରେଟର  କୌଣସି  ଜମାନବନ୍ଦୀ  ଦାଖଲ  କରିବା  ଆବଶ୍ୟକ  କି ? ଜମାନବନ୍ଦୀରେ  କେଉଁ   ପ୍ରକାର   ବିବରଣୀ  ଦାଖଲ  କରାଯିବ  ?
  15. ଟିକସ  ଅଧିକାରଙ୍କ  କୌଣସି  ଅଧିକା  କ୍ଷମତା   ପ୍ରଦାନ  କରାଯାଇ   ଅଛି କି ?

ବୈଦ୍ୟୁତିକ ପ୍ରମାଣରେ ବ୍ୟବସାୟ କ’ଣ ?

ଉତ୍ତର  ବୈଦ୍ୟୁତିକ  ପ୍ରଣାଳୀରେ  ବ୍ୟବସାୟର  ସଂଜ୍ଞା  ଅନୁସାରେ  ଏହା  ଦ୍ରବ୍ୟ, ସେବା  କିମ୍ବା  ଉଭୟ  ଯୋଗାଣକୁ  ବୁଝାଏ  । ଡିଜିଟାଲ୍  ଜିନିଷ  ଯାହା  ଡିଜିଟାଲ  ବା  ବୈଦ୍ୟୁତିକ  ମାଧ୍ୟମଦ୍ଵାରା  ହୁଏ  ତାହା  ମଧ୍ୟ  ଏଥିରେ  ଅନ୍ତର୍ଭୁକ୍ତ   ।

ଇ-ବାଣିଜ୍ୟ   ପରିଚାଳକ  କିଏ ?

ଆଇନର  ସଂଜ୍ଞା  ଅନୁସାରେ  ଇ – ବାଣିଜ୍ୟ   ପରିଚାଳକ  ହେଉଛି  ଯେଉଁ  ବ୍ୟକ୍ତି  ଯିଏ  କର୍ତ୍ତା , ପରିଚାଳନା  କରେ  ଅବା  ଡିଜିଟାଲ  କିମ୍ବା  ବୈଦ୍ୟୁତିକ  ସୁବିଧା  ବା ଜନ୍ତ୍ରପାତିକୁ   ଦେଖାଶୁଣା  କରେ  ।

ଇ – କମର୍ସ  ଅପରେଟର  ପଞ୍ଜୀକୃତ  ହେବା  ଅନିବାର୍ଯ୍ୟ କି ?

ଇ –ବାଣିଜ୍ୟ  ପରିଚାଳକଙ୍କୁ  ମୂଲ୍ୟଭିତ୍ତିକ  ସର୍ବନିମ୍ନ  ପ୍ରଯୁଜ୍ୟ  ନୁହେଁ , ତେଣୁ ଯେଉଁ  ମୂଲ୍ୟର  ଯୋଗାଣ  କରୁଥିଲେ  ସୁଦ୍ଧା  ସେମାନେ  ପଞ୍ଜୀକୃତ  ହେବାକୁ   ବାଧ୍ୟ   ।

ଇ – କମର୍ସ  ଅପରେଟରଙ୍କ  ଜରିଆରେ  ବସ୍ତୁ  ଓ ସେବା  ଯୋଗାଣକାରୀ  କ’ଣ  ସର୍ବନିମ୍ନ  ଛାଡ  ସୀମା  ସୁବିଧା  ପାଇପାରିବେ  ?

ନାଁ, ସର୍ବନିମ୍ନ  ଛାଡସୀମା  ଏମାନଙ୍କୁ  ଲାଗୁ  ନୁହେଁ  ଯେ  କୌଣସି  ମୂଲ୍ୟର  ଯୋଗାଣ  କରୁଥିଲେ  ମଧ୍ୟ  ସେମାନଙ୍କୁ  ପଞ୍ଜୀକୃତ  ହେବାକୁ   ପଡିବ , ତେବେ  ଏହି  ଆବଶ୍ୟକତା  ଯଦି  ବୈଦ୍ୟୁତିକ  ବାଣିଜ୍ୟ  ପରିଚାଳକ  ମାଧ୍ୟମରେ  ହେଉଥିବ  ଯେ କି  ଉତ୍ସରେ   ବା  ପ୍ରଥମରୁ  ଟିକସ  ଆଦାୟ  କରୁଥିବେ   ।

ଜଣେ  ଇ –ବାଣିଜ୍ୟ  ପରିଚାଳକ  ପ୍ରକୃତ   ଯୋଗାଣକାରୀଙ୍କ  ପରିବର୍ତ୍ତେ   ଟିକସ  ଦେବା  ନିମିତ୍ତ  ବାଧ୍ୟ  କି ଯଦିଓ  ପ୍ରକୃତ  ଯୋଗାଣକାରୀ   ମାଲିକ  କେବଳ  ତାଙ୍କ  ମାଧ୍ୟମରେ  ଦ୍ରବ୍ୟ  ବା  ସେବା  ଯୋଗାଣ  କରୁଥିବ  ?

ହଁ , ଏହା  କେବଳ  କେତେକ  ବିଜ୍ଞପିତ  ସେବା  ନିମିତ୍ତ  ନିର୍ଦ୍ଧିଷ୍ଟ   । ସେ  କ୍ଷେତ୍ରରେ  ଇ- ବାଣିଜ୍ୟ  ପରିଚାଳକଙ୍କୁ   ଟିକସ  ଦେବାକୁ  ପଡିବ , ଯଦି  ତାଙ୍କ  ମାଧ୍ୟମରେ  ଯୋଗାଣ  ହେଉଥିବ   । ଆଇନର  ସମସ୍ତ  ସର୍ତ୍ତ  ତାଙ୍କ  ପାଇଁ  ଲାଗୁହେବ  ସତେ  ଯେପରିକି  ଇ –ବାଣିଜ୍ୟ  ପରିଚାଳକ  ନିଜେ   ପରିଚାଳକ  ନିଜେ  ଯୋଗାଣକାରୀ  ଏବଂ  ସେଥିପାଇଁ  କର  ଦେବାପାଇଁ  ବାଧ୍ୟ    ।

ଯଦି  ଇ-ବାଣିଜ୍ୟ  ପରିଚାଳକ   ବିଜ୍ଞପିତ  ସେବା  ନିମିତ୍ତ  କର  ଦେବା  ପାଇଁ  ବାଧ୍ୟ  ତେବେ  ସର୍ବନିମ୍ନ  ଛାଡସୀମା  ତାଙ୍କୁ  ପ୍ରଯୁଜ୍ୟ  ହେବ କି ?

ନା , ଇ – ବାଣିଜ୍ୟ  ପରିଚାଳକ   ଯାହାଙ୍କ  ମାଧ୍ୟମରେ   ବିଜ୍ଞପିତ  ସେବା  ଯୋଗାଣ  ହେଉଥିବ  ଏବଂ  କର   ଦେବାକୁ  ବାଧ୍ୟ  ହେଉଥିବେ , ତାଙ୍କ ପାଇଁ  ସର୍ବନିମ୍ନ  ଛାଡ  ସୀମା  ପ୍ରଯୁଜ୍ୟ   ହେବନାହିଁ   ।

କର  ଆଦାୟ  ଉତ୍ସ  କ’ଣ  ?

ଉତ୍ତର    ବାଣିଜ୍ୟ  ପରିଚାଳକ  ତାଙ୍କ  ମାଧ୍ୟମରେ  ହେଉଥିବା  ଯୋଗାଣର  ନେଟ୍ – ମୂଲ୍ୟ  ଉପରେ  ୨% ରୁ  ଅଧିକ ହୋଇନଥିବା ,କର  ଆଦାୟ  କରିବେ , ଯଦିଓ  ସେ  ଯୋଗାଣର  ମୂଲ୍ୟକୁ  ନିଜେ  ଆଦାୟ  କରୁଥିବେ,  ଏହି  ଯୋଗାଣର  ମୂଲ୍ୟ  ରାଶିକୁ  କର  ଆଦାୟର  ଉତ୍ସ  ବୋଲି  କୁହାଯାଏ   ।

ଇ –ବାଣିଜ୍ୟ  ପରିଚାଳକମାନଙ୍କ  ଗରାଖମାନେ  ସାଧାରଣତଃ  ଦ୍ରବ୍ୟମାନ  ଫେରାଇ ଦେଇଥାନ୍ତି , ସେପରି  କ୍ଷେତ୍ରରେ  ଫେରନ୍ତ  ଜିନିଷକୁ   କିପରି  ସମତୁଲ  କରାଯିବ ?

ଇ – ବାଣିଜ୍ୟ  ପରିଚାଳକମାନଙ୍କ  କେବଳ  କରଯୋଗ୍ୟ  ଯୋଗାଣର  ନେଟ୍ – ମୂଲ୍ୟ  ଉପରେ  ଟିକସ  ଦେବେ  । ଅନ୍ୟ  ଭାଷାରେ   ଫେରି  ଆସିଥିବା  ଜିନିଷର  ମୂଲ୍ୟ  ସମୁଦାୟ  କାରବାର  ମୂଲ୍ୟରୁ ଅନ୍ତର  କରାଯିବ   ।

ଚରଯୋଗ୍ୟ  ଯୋଗାଣର  ନେଟ୍  ମୂଲ୍ୟ   କହିଲେ  କ’ଣ  ବୁଝାଯାଏ  ?

ନିଜେ  ସମ୍ପୂର୍ଣ୍ଣ  କର  ଦେଉଥିବା  ଦ୍ରବ୍ୟ , ସେବା  ଅବା  ଉଭୟ  ଯୋଗାଣ  ବ୍ୟତିରେକ  ଅନ୍ୟ  ସମସ୍ତ  ପଞ୍ଜିକୃତ ବ୍ୟକ୍ତିଙ୍କର  ଯେକୌଣସି  ମାସରେ   ଦ୍ରବ୍ୟ , ସେବା  ବା  ଉଭୟର  ଯୋଗାଣର  ମୂଲ୍ୟକୁ  କର  ଯୋଗ୍ୟ  ଯୋଗାଣର  ନେଟ୍  ମୂଲ୍ୟ   କୁହାଯାଏ   । ଅବଶ୍ୟ  ଏଥିରେ  ଫେରି   ଆସିଥିବା  ଯୋଗାଣର  ମୂଲ୍ୟ  ଅନ୍ତର୍ଭୁକ୍ତ   ନୁହେଁ  ।

ପ୍ରତ୍ୟକ  ଇ-ବାଣିଜ୍ୟ  ପରିଚାଳକ   ପ୍ରକୃତ   ଯୋଗାଣକାରୀଙ୍କ  ତରଫରୁ   ଟିକସ  ଆଦାୟ   କରିବେ  କି ?

ହଁ, ଯେଉଁଠି  ଇ –ବାଣିଜ୍ୟ   ପରିଚାଳକ  ନିଜେ  ଯୋଗାଣର   ମୂଲ୍ୟ  ଆଦାୟ   କରୁଥିବେ  ସେଠି  ତାଙ୍କୁ   ଟିକସ   ଦେବାକୁ   ପଡିବ   ।

ଇ –ବ୍ୟବସାୟ  ପରିଚାଳକ  କେଉଁ  ସମୟରେ  ଏହା  ଆଦାୟ  କରିବେ ?

ଯେଉଁ  ମାସରେ  ଯୋଗାଣ  ହେଉଥିବ  ସେହି  ମାସରେ  ଇ –ବ୍ୟବସାୟ   ପରିଚାଳକ  ଏହା  ଆଦାୟ  କରିବେ  ।

ଇ –ବ୍ୟବସାୟ  ପରିଚାଳକ  କେତେବେଳେ  ଉତ୍ସରୁ   ଆଦାୟ  ହେଉଥିବା  ଟି.ସି.ଏସ୍.କୁ  ସରକାରୀ  ଜମା  ଖାତାରେ  ପୈଠ  କରିବେ  ?

ଆଦାୟ  ହୋଇଥିବା  ରାଶିକୁ  ଇ-ବ୍ୟବସାୟ  ପରିଚାଳକ  ମାସ  ସରିବାର  ୧୦ଦିନ  ମଧ୍ୟରେ  ନିର୍ଦ୍ଧିଷ୍ଟ  ସରକାରୀ  ଜମା  ଖାତାରେ  ପୈଠ   କରିବେ  ।

ପ୍ରକୃତ  ଯୋଗାଣକାରୀ  କିପରି  ଉତ୍ସରୁ   ଆଦାୟ  ହୋଇଥିବା  ଟିକସକୁ  ଜମା   ହୋଇଛି  ବୋଲି  ଦାବି   କରିପାରିବେ  ?

ଆପରେଟରଙ୍କ  ଦ୍ଵାରା  ଫାଇଲ   ହୋଇଥିବା  ସୂଚନା  ଭିତ୍ତିରେ  ପ୍ରକୃତ  ପଞ୍ଜିକୃତ  ଯୋଗାଣକାରୀଙ୍କ  (ଯାହାଙ୍କ   ଏକାଉଣ୍ଟରୁ  ଟିସିଏସ୍  ସଂଗୃହୀତ  ହୋଇଛି ) କ୍ୟାସ  ଲେଜରରେ  ସରକାରୀ   ଏକାଉଣ୍ଟରେ   ଜମା  ଅର୍ଥ  ପ୍ରଦର୍ଶିତ   ହେବ  । ଅପରେଟର  ଯୋଗାଣକାରୀଙ୍କ  ଟିସିଏସ୍ କୁ  ସରକାରୀ  ଏକାଉଣ୍ଟରେ  ଜମା  କରିଥାନ୍ତି   । ଠିକ୍ ସେହିପରି  ପ୍ରକୃତ  ଯୋଗାଣକାରୀଙ୍କ  ଦ୍ଵାରା   ହୋଇଥିବା  ଯୋଗାଣ   ଦୃଷ୍ଟିରୁ  ଟିକସ  ଦେୟ  ପରିଶୋଧବେଳେ  ମଧ୍ୟ  ଉପରୋକ୍ତ  ପ୍ରଣାଳୀ  ବ୍ୟବହୃତ  ହୋଇଥାଏ   ।

ଇ-କମର୍ସ   ଅପରେଟର  କୌଣସି  ଜମାନବନ୍ଦୀ  ଦାଖଲ  କରିବା  ଆବଶ୍ୟକ  କି ? ଜମାନବନ୍ଦୀରେ  କେଉଁ   ପ୍ରକାର   ବିବରଣୀ  ଦାଖଲ  କରାଯିବ  ?

ଇ –ବ୍ୟବସାୟ  ପରିଚାଳକଙ୍କ  ଦେଇଥିବା  ଲେଖା  ଆଧାରରେ   ଉତ୍ସରୁ  ଆଦାୟ  ହୋଇଥିବା  ଟିକସ  ଏବଂ  ନିର୍ଦ୍ଧିଷ୍ଟ  ସରକାରଙ୍କ  ଜମାଖାତାରେ   ପୈଠ   ହୋଇଥିବା  ଟିକସ  ପଞ୍ଜିକୃତ  ପ୍ରକୃତ  ଯୋଗାଣକାରୀଙ୍କ  ଜମା  ଖର୍ଚ୍ଚ  ପାଞ୍ଜିରେ  ପ୍ରଦର୍ଶିତ   ହେବ , ପ୍ରକୃତ  ଯୋଗାଣକାରୀ   ଏହି  ରାଶି  ତାଙ୍କର  ଟିକସ  ପୈଠ  ବାବଦକୁ   ବ୍ୟବହାର  କରି  ପାରିବେ  ।

ଟିକସ  ଅଧିକାରଙ୍କ  କୌଣସି  ଅଧିକା  କ୍ଷମତା   ପ୍ରଦାନ  କରାଯାଇ   ଅଛି କି ?

ଉତ୍ତର     ଡେପୁଟି  କମିଶନର   ତାଙ୍କ  ଉପର  ଅଧିକାରୀଙ୍କୁ  ବୈଦ୍ୟୁତିକ  ପରିଚାଳକଙ୍କୁ  ନୋଟିସ  ପଠାଇବାର  ୧୫ କାର୍ଯ୍ୟ  ଦିବସ   ମଧ୍ୟରେ  କୌଣସି  ନିର୍ଦ୍ଧିଷ୍ଟ  ବିବରଣୀ  ପ୍ରଦାନ   କରିବାପାଇଁ  ନୋଟିସ୍  ଜାରୀ   କରିପାରିବେ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 11/16/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate