ଯଦି କୌଣସି ବ୍ୟକ୍ତି ବିପକ୍ଷରେ କୌଣସି ବ୍ୟଥିତ ନିର୍ଦ୍ଦେଶ ବା ନିଷ୍ପତ୍ତି ପାରିତ ହୋଇଛି, ତେବେ ସେ ଆବେଦନ କରିପାରିବ କି ?
ହଁ, ଯଦି କୌଣସି ବ୍ୟକ୍ତି ବିପକ୍ଷରେ କୌଣସି ବ୍ୟଥିତ ନିର୍ଦ୍ଦେଶ ବା ନିଷ୍ପତ୍ତି ପାରିତ ହୋଇଛି , ସେ ଆବେଦନ କରିପାରିବେ । ଏହା ନ୍ୟାୟ ନିର୍ଣ୍ଣୟକାରୀଙ୍କ ଦ୍ଵାରା ପାରିତ ହୋଇଥିବା ଆବଶ୍ୟକ । ଯଦିଓ କିଛି ନିଷ୍ପତ୍ତି କିମ୍ବା ନିର୍ଦ୍ଦେଶ ଧାରା (୧୦୭) ଅନୁଯାୟୀ ଆବେଦନଯୋଗ୍ୟ ନୁହେଁ । କିନ୍ତୁ ୧୨୧ ର ନିଷ୍ପତ୍ତି ଗ୍ରହଣୀୟ ନୁହେଁ ।
ପ୍ରଥମ ଆବେଦନକାରୀଙ୍କ ନିକଟରେ ଆବେଦନ କରିବାର ସମୟ ଅବଧି କେତେ ?
ସମୟ ବା ନିଷ୍ପତ୍ତି ବା ନିର୍ଦ୍ଦେଶ ପାରିତ ହେବାର ତିନି ମାସ ମଧ୍ୟରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପ୍ରଥମ ଆବେଦନକାରୀଙ୍କ ନିକଟରେ କେସ୍ ଦାଖଲ କରିହେବ ।
ପ୍ରଥମ ଆବେଦନର ବିଚାର ସମ୍ବନ୍ଧୀୟ ବିଳମ୍ବକୁ କ୍ଷମା କରିବାର ଅଧିକାର ପ୍ରଥମ ଆବେଦନକାରୀଙ୍କର ଅଛି କି ?
ଉତ୍ତର ହଁ ସେ ବିଳମ୍ବକୁ କ୍ଷମା କରିପାରିବେ । କିନ୍ତୁ ୧ ମାସରୁ ୩ ମାସ ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇ ଧାରା ୧୦୭(୪) ଅନୁଯାୟୀ ଆବେଦନ ଦାଖଲ କରିବେ ।
ପ୍ରଥମ ଆବେଦନକାରୀଙ୍କର କିଛି ଅତିରିକ୍ତ ବିଚାର ସମ୍ବନ୍ଧୀୟ ବିଷୟରେ ଅନୁମତି ଦେବାର କ୍ଷମତା ଅଛି କି ନାହିଁ ।
ଉତ୍ତର ହଁ, ଯଦି ଅଧିକାରୀ ସନ୍ତୁଷ୍ଟ ହୁଅନ୍ତି ଓ ସେ ଇଚ୍ଛାକୃତ ବା ସ୍ଵଇଚ୍ଛାରେ ଆବେଦନ ହୋଇନାହିଁ , ତେବେ ଏହା ଅନୁମୋଦନ ହୋଇପାରେ ।
ପ୍ରଥମ ଆବେଦନକାରୀଙ୍କର ନିଷ୍ପତ୍ତିକୁ କାହାକୁ ଜଣାଇବା ଦରକାର ?
ଉତ୍ତର ପ୍ରଥମ ଆବେଦନକାରୀଙ୍କର ନିଷ୍ପତ୍ତିକୁ ଆବେଦନକାରୀ, ନ୍ୟାୟ ନିର୍ଣ୍ଣୟକାରୀ ଓ କମିଶନର CGST ଓ SGST ଜଣାଇବା ଦରକାର ।
ପ୍ରତ୍ୟକ ଆବେଦନ ସହିତ କେତେ ପରିମାଣର ବାଧ୍ୟତାମୂଳକ ଜମା କରିବାକୁ ଆବଶ୍ୟକ ?
ଉତ୍ତର ବିବାଦମାନ ମୂଲ୍ୟରେ ୧୦ ପ୍ରତିଶତ (CGST ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମାନକ ନିୟମରେ Q-୧୨ ଏବଂ ୧୩) ପରିମାଣ ପ୍ରଦାନ କରିବାକୁ ପଡିବ ।
ପ୍ରଥମ ଆବେଦନ ଅଧିକାରୀଙ୍କ ନିକଟରେ ଅଧିକ ମୂଲ୍ୟର ରାଶି ଜମା କରିବା ନିମିତ୍ତ ବିଭାଗ ତରଫରୁ ନିର୍ଦ୍ଦେଶାନାମା ପାରିତ ହେବ କି ?
ଉତ୍ତର ନାଁ
ବଳକା ଅସୁଲ ପରିମାଣ କଣ ?
ଉତ୍ତର ଆଗୁଆ ଜମାରାଶି ପ୍ରଦାନ ପରେ ପରିସ୍ଥିତି ମୁତାବକ ବଳକା ଅସୁଲ ପରିମାଣ ଜଣାପଡିବ । ଧାରା ୧୦୭(୭)
କୌଣସି ଏକ ଆବେଦନରେ ମୂଳ କର୍ତ୍ତୃପକ୍ଷଙ୍କ ଦ୍ଵାରା ପାରିତ ହୋଇଥିବା ଶୁଳ୍କ / ଜୋରିମାନା /ଶାସ୍ତି / ଫେରସ୍ତ ପରିମାଣ/ ଅର୍ନ୍ତଗ୍ରହିତ କରକୁ କମ୍ ବା ବେଶିକରିବାର ଆଦେଶ ଦେଇପାରିବେ କି ?
ଉତ୍ତର ପ୍ରଥମ ଆବେଦନ ଅଧିକାରୀ ବ୍ୟାଜ୍ୟାପ୍ତି ବଦଳରେ ଦେୟ , ତଣ୍ଡକୁ ବୃଦ୍ଧି କରିପାରିବେ ବା ଫେରସ୍ତ ଦେୟ ବା ଅର୍ନ୍ତଗ୍ରହିତ କର କୁ କମ୍ କରିପାରିବେ । ଏଥିନିମନ୍ତେ ଉପଯୁକ୍ତ କାରଣ ଦର୍ଶାଇ ଏକ କ୍ଷତିକାରକ ନିର୍ଦ୍ଦେଶ ଧାରା – ୭୯ (୧୦) ପ୍ରସ୍ତାବ ହେବ । ଦେୟର ବୃଦ୍ଧି ବା ଅର୍ନ୍ତଗ୍ରହିତ କର କୁ ଭୁଲ୍ ହିସାବକୁ କେବଳ ପ୍ରଥମ ଆବେଦନ ଅଧିକାରୀ ବିଚାର କରି SCN ପ୍ରସ୍ତୁତ କରି ଆବେଦନ କାରୀଙ୍କ ବିରୋଧରେ ନିର୍ଦ୍ଦେଶ ଦେବେ । ନିର୍ଦ୍ଦେଶଟି ସମୟସୀମା ମଧ୍ୟରେ ଧାରା ୫୧ ଅନୁଯାୟୀ ପାରିତ ହେବ ।
କୌଣସି କାରଣ ପାଇଁ ଆବେଦନ ଅଧିକାରୀ କେସ୍ ଟିକୁ ନ୍ୟାୟଧୀଶଙ୍କ ନିକଟକୁ ପୁନଃ ପ୍ରେରଣ କରିପାରିବେ କି ?
ଉତ୍ତର ନାଁ ଧାରା ୧୦୭ (୧୧) ଅନୁସାରେ ପ୍ରଥମ ଅଧିକାରୀ ଉପଯୁକ୍ତ ମନେକଲେ ଅନୁସନ୍ଧାନ କରିପାରିବେ ଓ ନିର୍ଦ୍ଦେଶ ପରୀତ କରିପାରିବେ । ଯାହା ଠିକ୍ ଭାବିବେ ନିଷ୍ପତ୍ତିର ପରିବର୍ତ୍ତନ ବା ପୁନର୍ବାର ନିମିତ୍ତ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ପୁନଃଦଖଲ କରିହେବ ନାହିଁ ।
ଅଧିସ୍ତନ ଅଧିକାରୀଙ୍କ ଦ୍ଵାରା ନିୟମ ଅନୁଯାୟୀ ପ୍ରେରିତ ହୋଇଥିବା କୌଣସି ଆଦେଶକୁ SGST ର କମିଶନର ପୁନଃ ନିରୀକ୍ଷଣ କରିପାରିବେ କି ?
ଉତ୍ତର ହଁ ଧାରା -୨ (୯୯) ର SGSTର ନିୟମ ଅନୁଯାୟୀ କମିଶନର ମାମଲାଟିର ପରୀକ୍ଷଣ ଓ ନାକଚ ନିମନ୍ତେ ନିର୍ଦ୍ଦେଶ ଦେଇପାରିବେ । ଯଦି ସେ ଅନୁଭବ କରନ୍ତି ଯେ , ଅଧିନସ୍ଥ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତାବିତ କର , ଶୁଳ୍କ ବା ପୂର୍ବ ନିର୍ଦ୍ଧାରିତ ଆୟ ମତେ , ସେ ତାହାକୁ ପୁନଃନିରୀକ୍ଷଣ ନିମନ୍ତେ ନିର୍ଦ୍ଦେଶ ଦେବାପୂର୍ବରୁ କର ଦାତାଙ୍କୁ ଜଣାଇ ନିର୍ଦ୍ଦେଶ ଦେଇପାରିବେ ।
ଅଧିନସ୍ଥ ଅଧିକାରୀଙ୍କ ଦ୍ଵାରା ବିଚାରଧିନ ବିଷୟରେ କମିଶନର SGST କୌଣସି ନିର୍ଦ୍ଦେଶ ଜାରି କରିପାରିବେ କି ?
ଉତ୍ତର ହଁ
ଅଧିନସ୍ଥ ଅଧିକାରୀଙ୍କର ନିଷ୍ପତ୍ତିକୁ ପୁନଃ ନିରୀକ୍ଷଣ କରିବା ପାଇଁ SGST ଅଧୀନରେ କମିଶନରଙ୍କର କ୍ଷମତା ଉପରେ କେଉଁ ପ୍ରାତିବନ୍ଧକ ରହିଛି ?
ଉତ୍ତର ହଁ, କମିଶନର ନିର୍ଦ୍ଦେଶକୁ ପୁନଃ ନିରୀକ୍ଷଣ କରିବେ ନାହିଁ । ଯଦି
(କ) ନିର୍ଦ୍ଦେଶଟି ଧାରା ୧୦୭ ଅଧିନରେ ଓ ୧୧୨,୧୧୭,୧୧୮ ଅଧିନରେ ଆବେଦନ କରାଯାଇଛି ।
(ଖ) ତିନି ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ନିଷ୍ପତ୍ତି ବା ପୁନଃ ନିରୀକ୍ଷଣ ନିଷ୍ପତ୍ତି (Ref. Sec -୧୦୭ (୨) of MDL)
କେତେବେଳେ ଏକ ଆବେଦନକୁ ଟ୍ରିବ୍ୟୁନାଲ ମନା କରିପାରିବେ ?
ଉତ୍ତର ଯଦି କୌଣସି ଏକ ଆବେଦନର କର ପରିମାଣ ବା ଅର୍ନ୍ତଗ୍ରହିତ କର ବା କର ର ଅସମାନତା ରହିଲେ ବା ଅର୍ନ୍ତଗ୍ରହିତ କର ବା ତଣ୍ଡ ମଧ୍ୟରେ ପ୍ରାର୍ଥକ୍ୟ ବା ତଣ୍ଡର ପରିମାଣ ବା fees ର ପରିମାଣ ଯଦି ୧୦ ହଜାରରୁ କମ୍ ହୁଏ , ତେବେ ଟ୍ରିବ୍ୟୁନାଲ ଆବେଦନ ଗ୍ରହଣ କରିବାକୁ ମନା କରିପାରିବେ (ଧାରା -୧୧୨ (୨) ।
ଟ୍ରିବ୍ୟୁନାଲରେ ଆବେଦନ କରିବା ପାଇଁ କେତେ ସମୟ ଆବଶ୍ୟକ ରହିଛି ?
ଉତ୍ତର ଆବେଦନ ପ୍ରାପ୍ତିର ୩ ମାସ ମଧ୍ୟରେ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିପାରିବେ ।
୩ ମାସରୁ ଊର୍ଦ୍ଦ୍ଵ ଏକ ଆବେଦନକୁ ଟ୍ରିବ୍ୟୁନାଲ କ୍ଷମା ବା ନାକଚ କରିପାରିବେ କି ?ଯଦି ହଁ , ତେବେ ଏହା କେତେ ଦିନ ପାଇଁ ?
ଉତ୍ତର ଆବେଦନକାରୀଙ୍କର ଉପଯୁକ୍ତ ପ୍ରମାଣ ଥାଇ ୩ ମାସର ଉର୍ଦ୍ଧ୍ଵ ଆବେଦନକୁ ଟ୍ରିବ୍ୟୁନାଲ ଯେକୌଣସି ସମୟ ଅବଧି ପର୍ଯ୍ୟନ୍ତ କ୍ଷମା ଜାଚନ କରିପାରିବେ ।
ରେଖାଙ୍କିତ ଆପତ୍ତି ଉପରେ ଟ୍ରିବ୍ୟୁନାଲଙ୍କୁ ସ୍ମାରକ ଦେବାର ସମୟ ଅବଧି କେତେ ?
ଉତ୍ତର ଆବେଦନର ଆପତ୍ତି ପାଇବାର ୪୫ ଦିନ ମଧ୍ୟରେ ।
ପୂର୍ବ ଜମା ଫେରସ୍ତ ରାଶି ଉପରେ ସୁଧା ପ୍ରଦାନ କରିହେବ କି ?
ଉତ୍ତର ହେଁ, ମାନକ ସାଧାରଣ ବିକ୍ରି କର ଧାରା -୧୧୫ ଯେଉଁଠି ଆବେଦନକାରୀଙ୍କ ଦ୍ଵାରା ଧାରା – ୧୦୭ ଉପଧାରା – ୬ ଅନୁଯାୟୀ ଜମା କରିଥିବେ ବା ଧାରା – ୧୧୨ର ଉପଧାରା ୧୦/୭ ପ୍ରଥମ ଆବେଦନ ଅଧିକାରୀ ବା ଟ୍ରିବ୍ୟୁନାଲ ନିର୍ଦ୍ଦେଶମତେ ଫେରସ୍ତ ରାଶି ଉପରେ ଧାରା ୫୬ ଅନୁଯାୟୀ ନିର୍ଦ୍ଧିଷ୍ଟ ସୁଧହାରରେ ପ୍ରଦାନ କରିବା ତାରିଖଠୁ ଫେରସ୍ତ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯିବ ।
ଟ୍ରିବ୍ୟୁନାଲଙ୍କ ଆଦେଶ ପରେ କେଉଁଠି ପୁନଃ ଆବେଦନ କରାଯାଇପାରିବ କି ?
ଉତ୍ତର ଯଦି ଉଚ୍ଚ ନ୍ୟାୟାଳୟର ସନ୍ତୁଷ୍ଟି କ୍ରମେ ବାସ୍ତବ ନିୟମ ଆଧାରରେ ଧାରା ୧୧୭ (୧) ଯଦି ବାସ୍ତବ କାରଣ ଥାଏ ତେବେ ଆବେଦନ ଗ୍ରହଣ କରାଯାଇପାରିବ । ଯଦି କୌଣସି ଟ୍ରିବ୍ୟୁନାଲରେ ସମ୍ପର୍କିତ କୌଣସି ନିର୍ଦ୍ଦେଶାନାମା ପ୍ରକାଶ ପାଇଥାଏ ଓ ଘଟଣାଟି ୨/୩ଟି ରାଜ୍ୟରେ ହୋଇଥାଏ ବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଥାଏ ବା ବ୍ୟାପାରଟି ଅନ୍ତଃରାଜ୍ୟ ହୋଇଥିଲେ ବା ଯେଉଁକ୍ଷେତ୍ରରେ ଦୁଇଟି ରାଜ୍ୟର ନିୟନ୍ତ୍ରଣ ଥାଏ ବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭିନ୍ନମତ ଥାଏ ତେବେ ଆବେଦନଟି ପ୍ରମୁଖ ନ୍ୟାୟାଳୟରେ ବିଚାର କରାଯାଇପାରିବ ।
ଉଚ୍ଚ ନ୍ୟାୟାଳୟରେ ଆବେଦନ ନିମିତ୍ତ ଅବଧି କେତେ ?
ଉତ୍ତର ନିର୍ଦ୍ଦେଶ ପାଇବାର ୧୮୦ ଦିନ ମଧ୍ୟରେ ପୂର୍ବ ଆବେଦନ ବିଷୟରେ ଆବେଦନ କରିପାରିବେ । କିନ୍ତୁ ଉଚ୍ଚ ନ୍ୟାୟାଳୟ ଆବେଦନର ଅଧିକ ବିଳମ୍ବ ପାଇଁ ଉପଯୁକ୍ତ କାରଣ ଥିଲେ କ୍ଷମା କରିପାରନ୍ତି ।
ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼