অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶାର କଳା

କଳିଙ୍ଗ ସ୍ଥାପତ୍ୟ କଳା

କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖା, ପିଢା ଓ ଖାକରା ବା ବଇତାଳ ଶୈଳୀର ହୋଇଥାଏ । ରେଖା ଓ ପିଢା ଶୈଳୀର ମନ୍ଦିର ବିଷ୍ଣୁ, ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖା ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପିଢା ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ ।

କଳିଙ୍ଗରେ ପୁରାତନ ଶାକ୍ତ, ଶୈବ, ତାନ୍ତ୍ରିକ ବୈଷ୍ଣବ, ସୌର ଉପାସନା କାଳରେ ବିଭିନ୍ନ ମୂର୍ତ୍ତିକଳା ପୌରାଣିକ ଯୁଗରେ ପ୍ରଚଳିତ ଥିଲା । ସାଧାରଣ କଳିଙ୍ଗ ସ୍ଥାପତ୍ୟ କଳା ଏହି ମତେ ବିଭକ୍ତ:

ଗଠନ ବା ସ୍ଥାପତ୍ୟ

ମୁଖ୍ୟତଃ କେତେକ ଶ୍ରେଣୀର /ବର୍ଗର ପଥର ଅନୁକୂଳ ପାଇଁ ବିଚାରକୁ ନିଆଯାଏ କଳିଙ୍ଗର ଦେଉଳ(ମନ୍ଦିର)ନିର୍ମାଣ ପାଇଁ।ଶିଳ୍ପ ଚନ୍ଦ୍ରିକା, ଅତୀତର ନିର୍ମାଣ ସମନ୍ଧ୍ବୟ ବହି ଯଉଥିରେ ନିଦ୍ଧିଷ୍ଟ ସାତ ପ୍ରକାରର ପଥରର ପରିକଳ୍ପନା ଏବଂ ନିଦ୍ଧିଷ୍ଟ କେତେକ ପ୍ରକାରର ମନ୍ଦିରର ଅଂଶ;

  • ସାହାଣ
  • ଚିତ୍ତ ସାହାଣ
  • ବଡ ପଗଡ
  • ଧୋବା କୁଣ୍ଡ
  • ରସ ଛିଣ୍ଡା
  • ନୀଳ କୁଶାଣ

ଇଟା ଦ୍ୱାରା ମନ୍ଦିର ନିର୍ମାଣ କାଲିଙ୍ଗରେ ବିରଳ ଅଧିକାଂଶ ପଥର ଦ୍ୱାରା ନିର୍ମାଣ।

ସ୍ଥାନ ନିରୂପଣ

ବିଭିନ୍ନ ଦୃଷ୍ଟିକୋଣରୁ ସମଗୁଣ ପ୍ରକାରର ମୃତ୍ତିକା,ଖୁଦ୍ର ଆକାରର ଜମି,ନିଦ୍ଧିଷ୍ଟ ଜମି,ସହଜରେ ପ୍ରାପ୍ତ ଓ ଜାଗା, ଭୂତଳ ଜଳ ଇତ୍ୟାଦି ସବୁ ବିଚାରକୁ ନିଆଯାଏ ଯେତେବେଳେ ସ୍ଥାନ ନିରୂପଣ କରାଯାଏ।ରଙ୍ଗ, ଘନତ୍ଵ/ସାଂଦ୍ରତା, ମିଶ୍ରଣ, ମୃତ୍ତିକାର ଆଦ୍ରତା, ମୃତ୍ତିକା ସ୍ତର ମଧ୍ୟରେ ପ୍ରଭେଦ ଏବଂ ଖରାପ ମୃତ୍ତିକା। Vastu Shastra ଉପରେ ଆଧାରିତ ଆୟତକାର, ବର୍ଗକାର, ବୃତ୍ତାକାର, ଦୀର୍ଘବୃତ୍ତାକାର ଜମି ଚିହ୍ନଟ କରିଅଧିଗ୍ରହଣ କରିବା।

ନାଗ ବନ୍ଦୀ

ଏହା ଅତି ଜଟିଳ ଏବଂ ଅତୀତର କଳା ସମନ୍ଧୀୟ ପଦ୍ଧତି ଶିଳ୍ପ ଶାସ୍ତ୍ର,ଯାହା ମନ୍ଦିରର ନିର୍ଦେଶନାର ଦିଗ ଏବଂ ଅନୁକୂଳ ସମୟର ପବିତ୍ର ମନ୍ଦିରର ନିର୍ମାଣର ଆରମ୍ଭ। ବର୍ତ୍ତମାନ ଦିନର, ଭୂମିକମ୍ପ ବିଜ୍ଞାନ, ସଂସିତ ବିଜ୍ଞାନ ଇତ୍ୟାଦି। ସମ୍ଭବତଃ କିଛି ଅତୀତର କଳା ସମନ୍ଧୀୟ ବିଜ୍ଞାନ ଯାହା ନିର୍ମାଣର ପଥ ପ୍ରଦର୍ଶକ ବ୍ୟକ୍ତି ଦ୍ଵାରା ନିର୍ମାଣ ଓଡ଼ିଶାରେ।

ଗଞ୍ଜପା

ଗଞ୍ଜପା ଭାରତୀୟ ରାଜ୍ୟ ଓଡ଼ିଶାର ଏକ ପାରମ୍ପାରିକ ତାସ ଖେଳ । ଗୋଲାକାର ଅଙ୍କିତ ପଟ୍ଟଚିତ୍ରରେ ଏହା ଖେଳାଯାଇଥାଏ । ୧୬ ଶହ ଶତାବ୍ଦୀରେ ଗଞ୍ଜପା ଖେଳ ଓଡ଼ିଆ ପୁରୁଷମାନଙ୍କ, ବିଶେଷ କରିଗାଁମାନଙ୍କରେ ଅବସର ବିନୋଦନ ଖେଳ ଭାବେ ଆରମ୍ଭ ହୋଇଥିଲା । ରାଜା ଓ ତାଙ୍କର ଦରବାରୀମାନେ ଏହା ଆଗକାଳରେ ଖେଳୁଥିଲେ । ଗଞ୍ଜପା "ଚାରିରଙ୍ଗୀ" (ଚାରୋଟି ରଙ୍ଗର ପଟ), "ଆଠରଙ୍ଗୀ"(ଆଠଟି ରଙ୍ଗର ପଟ), "ଦଶରଙ୍ଗୀ" (ଦଶଟି ରଙ୍ଗର ପଟ), "ବାରରଙ୍ଗୀ" (ବାରଟି ରଙ୍ଗର ପଟ), "ଚଉଦରଙ୍ଗୀ" (ଚଉଦଟି ରଙ୍ଗର ପଟ) ଏବଂ "ଷୋହଳରଙ୍ଗୀ" ଭାବେ ଖେଳାଯାଇଥାଏ । ମୋଗଲମାନଙ୍କ ଗଞ୍ଜିଫା ଦ୍ୱାରା ପ୍ରଭାବିତ ଏହି ଖେଳର ଆଉ ଏକ ପ୍ରକାର "ମୋଗଲ ଗଞ୍ଜପା" ନାମରେ ଜଣା । ଏହି ଖେଳ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଜଣା ।

ନାମକରଣ

ଓଡ଼ିଆରେ ଗଞ୍ଜପା ପାରସୀ "ଗଞ୍ଜିଫେ"ର ସହ ସମ୍ବନ୍ଧିତ ବୋଲି ଜଣାଯାଏ । ମୋଗଲ ସାମ୍ରାଜ୍ୟ କାଳରେ ଏହା ଖ୍ଯାତି ଥିଲା ।

ଅଙ୍କନ ପଟ୍ଟଚିତ୍ରରେ ଅଙ୍କାଯାଇ ଗଞ୍ଜପା ପଟ ତିଆରି କରାଯାଇଥାଏ । ପଟ୍ଟଚିତ୍ରରେ ଥିବା ଅଙ୍କନ ଶୈଳୀରେ ନଟ-ନଟୀ ଓ ଅନ୍ୟାନ୍ୟ ଲୋକେ, ରାମାୟଣ ଓ ଦଶାବତାର ଆଦି ପଟମାନଙ୍କରେ ଅଙ୍କାଯାଇଥାଏ । ଅଙ୍କନ ଶୈଳୀ ଓଡ଼ିଶାର ପାରମ୍ପାରିକ ଓ ଅଞ୍ଚଳ ଭେଦରେ ବଦଳିଥାଏ ।

ପଟ ତିଆରି

ପୁରୀ ଜିଲ୍ଲାର ରଘୁରାଜପୁରଠାରେ ଗଞ୍ଜପା ପଟ ଆଙ୍କୁଥିବା ଝିଅଟିଏ । ପଟ ତିଆରି ପାରମ୍ପାରିକ ପଟ୍ଟଚିତ୍ର ଢଙ୍ଗରେ ହୋଇଥାଏ । ଶୁଖିଲା କପଡ଼ାରେ ତେନ୍ତୁଳି ମଞ୍ଜି ମଣ୍ଡରେ ତିଆରି ଅଠା ବୋଳି ତାହାକୁ ଶୁଖାଇ ଦିଆଯାଏ । ଶୁଖିଗଲା ପରେ ଗୋଲାକାର କରି ସେସବୁକୁ କାଟି ଦିଆଯାଏ । ଏହି ପଟରେ ପରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଯଥା: ଚୂନ (ଧଳା ପାଇଁ), ହାଣ୍ଡିକଳା (କଳା ପାଇଁ), ହଳଦୀ (ହଳଦିଆ ପାଇଁ) ଆଦି ଦେଇ ଲାଖ ବୋଳି ରଙ୍ଗକୁ ଦୀର୍ଘସ୍ଥାୟି କରାଯାଏ ।

ପଟ୍ଟଚିତ୍ର

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା । ଏହା ପ୍ରଧାନତଃ ଜଗନ୍ନାଥ ତଥା ହରି ଓ ରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁନେଇ ଅଙ୍କାଯାଇଥାଏ । ପଟ୍ଟଚିତ୍ରସବୁ ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହା ଓଡ଼ିଆ ଚିତ୍ରକରମାନଙ୍କ ଦେଇ ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ । ଏହା ଓଡ଼ିଶାର ଏକ ମୁଖ୍ୟ ଓ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା, ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ ପଟ୍ଟଚିତ୍ର କୁହାଯାଇଥାଏ । ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଇଥାଏ । ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ ।

ବିଷୟସୂଚୀ

  • ସୃଷ୍ଟି ଓ ଇତିହାସ
  • ପ୍ରକାରଭେଦ
  • ଆଧାର
  • ଅଧିକ ତଥ୍ୟ

ସୃଷ୍ଟି ଓ ଇତିହାସ

୫ମ ଶତକର ପୁରୀ, କୋଣାର୍କ ଓ ଭୁବନେଶ୍ଵରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁର ଠାରେ ଏହି କଳାର ପୁରୁଷ ପୁରୁଷ ଧରି ଅଭୂତପୂର୍ବ ବିକାଶ ଘଟିଛି ଯାହା ଏହି ଗାଆଁକୁ ଶିଳ୍ପୀଗ୍ରାମର ମାନ୍ୟତା ଦେଇଛି ।

ପ୍ରକାରଭେଦ

ପଟ୍ଟଚିତ୍ର ଦୁଇ ଭାଗରେ ବିଭକ୍ତ

  • ବୈଷ୍ଣବ ଚିତ୍ର
  • ଭାଗବତ ଚିତ୍ର
  • ରାମାୟଣ ଚିତ୍ର
  • ଜଗନ୍ନାଥ ଚିତ୍ର
  • ଶୈବ ଚିତ୍ର
  • ଶାକ୍ତ ଚିତ୍ର
  • ପୁରାଣ ଚିତ୍ର
  • ରାଗଚିତ୍ର
  • ବାନ୍ଧଛିତ୍ର
  • ଯମପତି ଓ ଯାତ୍ରିପଟ୍ଟ (ପୁରୀ ମନ୍ଦିରର ଛବି)

ପୁରାତନ କଳା

ପ୍ରାଚୀନ ବିଶ୍ଵର କଳା ନାନା ପ୍ରକାରର କଳାକୁ ବୁଝାଇଥାଏ ଯାହା ବିଭିନ୍ନ ଚଳଣି, ପୁରାତନ ସମାଜ, ଯଥା- ଚୀନ, ଭାରତ, ମେସୋପଟାମିଆଁ, ମିଶର, ଗ୍ରୀସ, ରୋମ ଆଦିର ସମାଜ ବ୍ୟବସ୍ଥାକୁ ବୁଝାଇଥାଏ ।

ଭାରତୀୟ ଚିତ୍ରକଳା

ଅଜନ୍ତାର ଜାତକ ଗଳ୍ପ

ପୁରାତନ ଭାରତୀୟ ଚିତ୍ରକଳା ସବୁ ଥିଲା ପ୍ରାଗୈତିହାସିକ କାଳର ପଥର ଉପରେ ଅଙ୍କା କଳା, ଯାହା ଭିମ୍ବେତ୍କା ସମେତ ନାନାଦି ପେଟ୍ରୋଗ୍ଲିଫଥିବା ଜାଗରୁ ମିଳିଛି, ତାହା ଭିତରୁ କେତେକ ୫୫୦୦ ଖ୍ରୀ.ପୂ.ରୁ ପୁରୁଣା । ଏହିପରି କଳାସବୁ ଶହଶହ ଦଶନ୍ଧି ଧରି ଚାଲିଥିଲା, ୭ମ ଶତାବ୍ଦୀରେ ତିଆରି ମହାରାଷ୍ଟ୍ରର ଅଜନ୍ତା, ୧୨ଶ ଶତାବ୍ଦୀରେ ତିଆରି ଓଡ଼ିଶାର କୋଣାର୍କର କଳା ସବୁ ଏହି ପଥରରେ ଖୋଦାହୋଇଥିବା କଳାକୃତିର ଉଦାହରଣ । ପୁରାତନ ଭାରତରେ ହଜାର ହଜାର ବର୍ଷ ତଳେ ଅନେକ ବୌଦ୍ଧ ସ୍ତୂପ ଓ ଏହି ପଥର ଖୋଦା କଳାକୃତି ମିଳିଥାଏ ।

ଜଉ କଳା

ଜଉ କଳା ଲାଖ ଜଉକୁ ବ୍ୟବହାର କରି ତିଆରି କରାଯାଉଥିବା ନାନାଦି କଳାକୃତିକୁ ବୁଝାଇଥାଏ । ଓଡ଼ିଶାର ବାଲେଶ୍ଵରଠାରେ ପୁରାତନ ଜଉ କଳାର ଆରମ୍ଭ । ଏହା ଏକ ପାରମ୍ପରିକ ଓ ଲୁପ୍ତପ୍ରାୟ ଓଡ଼ିଆ କଳା । ଆଗରୁ ମେଳାମାନଙ୍କରେ ପ୍ରଚୁର ଭାବରେ ଜଉ କଣ୍ଢେଇ ମିଳୁଥିଲା ।

ଜଉ କଣ୍ଢେଇ

ବାଲେଶ୍ଵରୀ ଜଉ କଣ୍ଢେଇ ଏକ ଜଉ ବା ଲାଖରୁ ତିଆରି ଏକ ପ୍ରକାରର କଣ୍ଢେଇ । ଆଗକାଳରେ ଜଉ ବା ଲାଖ ଅଧିକ ପରିମାଣରେ ମିଳୁଥିବାରୁ ଏଥିରେ କମ ଦରରେ କଣ୍ଢେଇ ସବୁ ତିଆରି କରାଯାଇ ପାରୁଥିଲା ।

ଜଉ ଶଙ୍ଖା ବା ଚୁଡ଼ି

ବାହାଘର ସମୟରେ କନିଆଁମାନଙ୍କୁ ଏହି ଚୁଡ଼ି ପିନ୍ଧାଯାଇଥାଏ । ଓଡ଼ିଶାର ଅନେକ ସ୍ଥାନରେ ଏବେ ବି ଜଉ ଶଙ୍ଖା ବା ଚୁଡ଼ି ନାରୀମାନେ ପିନ୍ଧିଥାନ୍ତି । ପୋଡ଼ା ମାଟିରେ ତିଆରି ଚୁଡ଼ି ଉପରେ ଗରମ ଲାଖର ଆବରଣ ଦିଆଯାଇ ସେଥିରେ ଛୋଟ ଛୋଟ ଆରିସି (ଆଇନା), ଧାତବ କୋଟିକମ କରା ଅଂଶ ସବୁ ଖଞ୍ଜାଯାଇଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।

ଇତିହାସ

ବାହାଘର ବେଳରେ ବରକନିଆଁଙ୍କୁ ଜଉ କଣ୍ଢେଇ ଯୋଡ଼ା ଉପହାର ଦେବର ବିଧି ରହିଅଛି ଯାହା ସେମାନଙ୍କ ସୁଖୀ ଜୀବନ କାମନା କରି କରାଯାଇଥାଏ । ଏହି ପ୍ରକାର ଜଉ କଣ୍ଢେଇରେ ଗୋଟିଏ ବର ଓ ଗୋଟିଏ କନିଆଁ ରହିଥାଏ ।

ଆଗରୁ ଏହି ଜଉ କଣ୍ଢେଇକୁ ନେଇ ପିଲାମାନେ ଖେଳୁଥିଲେ । ପିଲାମାନଙ୍କ ଜଉ କଣ୍ଢେଇ ବାହାଘର ମଧ୍ୟ କରାଯାଉଥିଲା । ଏଥିପାଇଁ ପାଲିଙ୍କି ବା ଟେମଜାନିର ବ୍ୟବହାର କରାଯାଉଥିଲା । ଏହି ବର କନିଆଁ ବାହାଘର ବାଲେଶ୍ଵରୀ ଲୋକ ପର୍ବ ଭାବରେ ଖ୍ୟାତି ଅର୍ଜନ କରିଥିଲା ।

ତିଆରି ପ୍ରଣାଳୀ

ପ୍ରଥମେ କଞ୍ଚା ମାଟିରେ କଣ୍ଢେଇ ସବୁ ତିଆରି କରାଯାଇ ଏହି ମାଟି କଣ୍ଢେଇ ସବୁକୁ ଭାଟିରେ ପୋଡ଼ାଯାଇ ଥାଏ । ତହିଁରେ ଜଉର ଆବରଣ ଦିଆଯାଏ । ରଙ୍ଗ ମାନିଲା ପରି ସରୁ ସରୁ ଜଉ ସୂତାରେ କୋଟିକମ କରାଯାଏ । ପୋଡ଼ା ମାଟି କଣ୍ଢେଇର ଭିତର ଭାଗ ଟାଣ ଥାଏ ଓ ବାହାର ଭାଗ ଜଉ ଆବରଣ ହେତୁ ପିଚ୍ଛିଳ ହୋଇଥାଏ ଓ ଦେଖିବାକୁ ସୁନ୍ଦର ଦିଶେ । ଜଉ କଣ୍ଢେଇ ମୁଖ୍ୟତଃ ବର କନିଆଁ କଣ୍ଢେଇ ହୋଇଥିଲେ ହେଁ ପାଲିଙ୍କି, ଗଣେଶ, ହାତୀ, ଘୋଡ଼ା, ଷଣ୍ଢ, ମୟୂର, ହଂସ ଆଦି ମଧ୍ୟ ତିଆରି କରାଯାଇଥାଏ । କଣ୍ଢେଇ ରଙ୍ଗ କଲାବେଳେ ବରକୁ ନାରଙ୍ଗୀ ଓ କନିଆଁକୁ ହଳଦୀ ରଙ୍ଗ ଦିଆଯାଇଥାଏ ।

ଚିତ୍ରପୋଥି

ଚିତ୍ରପୋଥି ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଏକ ପ୍ରକାର କଳାକୃତି । ଏଥିରେ ଛବି ମାଧ୍ୟମରେ ବିଭିନ୍ନ ବିଷୟ ବର୍ଣ୍ଣନା କରାଯାଇଥାଏ । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି ।

ବୈଦେହୀଶ ବିଳାସର ପୋଥିରେ ମାୟା ସୀତା ଦୃଶ୍ୟ

ଚିତ୍ରପୋଥିରେ ବିଭିନ୍ନ ଅବଦାନ

ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଦକୁ କବି ବ୍ରଜନାଥ ବଡ଼ଜେନାତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । ରାମଚନ୍ଦ୍ର କୌଳାଚାର୍ଯ୍ୟଙ୍କ ରଚିତ ପ୍ରାଚୀନ କଳା-ସ୍ଥାପତ୍ୟର ଚିତ୍ରପୋଥି ଭୁବନ ପ୍ରଦୀପର ଛାୟାରେ ଏ ସାତଟି ପୋଥି ଲିିଖିତ । ଓଡ଼ିଶାର ଅନ୍ୟତମ ପ୍ରାଚୀନ କଳା ସ୍ଥାପତ୍ୟର ଚିତ୍ରପୋଥିର ନାମ ଶିଳ୍ପପ୍ରକାଶ । ଏ ସମସ୍ତ ଚିତ୍ରପୋଥି କଳା-ସ୍ଥାପତ୍ୟ ସମ୍ପର୍କରେ । ପୁରାଣ ସାହିତ୍ୟ, ତନ୍ତ୍ର ଏବଂ ଆୟୁର୍ବେଦ ବିଷୟରେ ପୋଥି ମଧ୍ୟ ଅଛି; କିନ୍ତୁ ସାହିତ୍ୟ ସମ୍ପର୍କିତ ଚିତ୍ରପୋଥି ଖୁବ ବିରଳ । ଜୟଦେବ ରଚିତ ଗୀତ ଗୋବିନ୍ଦ ଓ ଅମରୁଙ୍କ ଅମରୁ ଶତକ (ଷୋଡ଼ଶ ଶତାବ୍ଦୀ) ଓ ଧନଞ୍ଜୟ ବିପ୍ରଙ୍କର ଗୀତଗୋବିନ୍ଦ (୧୬୮୮), ରୂପ ଗୋସ୍ୱାମୀଙ୍କର ବିଦଗ୍ଧ ମାଧବ ଏବଂ ଶିଶୁଶଙ୍କର ଦାସଙ୍କର ଉଷା ବିଳାସ ପ୍ରଭୃତି ଚିତ୍ରପୋଥି ରାଧାକୃଷ୍ଣ ପ୍ରେମଗାଥା ବହନ କରେ । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ ।

ଆଧାର: ସଂସ୍କୃତି ବିଭାଗ, ଓଡିଶା ସରକାର

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate