ହୋମ / ସମାଜ କଲ୍ୟାଣ / ଓଡିଶାର ପର୍ବପର୍ବାଣୀ / ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା
ସେଆର କରନ୍ତୁ

ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା

ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା ଶୁଭାଗମନ ସମ୍ବନ୍ଧରେରେ ସୂଚନା ଦିଆଯାଇଛି ।

ମା’ଙ୍କ ମହତ୍ତ୍ଵ

ମୁଁ ରୁଦ୍ର ଓ ବରୁଣଙ୍କ ସଙ୍ଗେ ବିଚରଣ କରେ । ଆଦିତ୍ୟ ଓ ଦେବଗଣଙ୍କ ସହିତ ରହେ । ମୁଁ ହିଁ ମିତ୍ର, ବରୁଣ, ଇନ୍ଦ୍ର, ଅଗ୍ନି ଓ ଅଶ୍ଵିନୀ କୁମାର ଦ୍ଵୟଙ୍କୁ ଧାରଣ କରେ । ଯେଉଁ ସୋମ ପ୍ରସ୍ତରାଦି ନିଷ୍ପୀଡ଼ନ ଦ୍ଵାରା ଉତ୍ପନ୍ନ ହୁଏ ମୁଁ ତାହାକୁ ଧାରଣ କରେ । ମୁଁ ତ୍ଵିଷ୍ଟା, ପୂଷା, ଓ ଭଗକୁ ଧାରଣ  କରେ । ଯେ ସକଳ ଯଜ୍ଞ ସାମଗ୍ରୀ ଦ୍ଵାରା ଦେବଗଣଙ୍କୁ ସନ୍ତୁଷ୍ଟକରେ ମୁଁ ତାକୁ ଦାନ କରେ । ମୁଁ ରାଷ୍ଟ୍ରର ଅଧିଶ୍ଵରୀ । ଜ୍ଞାନସମ୍ପନ୍ନ ଓ ଯଜ୍ଞୋପଯୋଗୀ ବସ୍ତୁ ମଧ୍ୟରେ ମୁଁ ଶ୍ରେଷ୍ଠ । ମୋତେ ଦେବଗଣ ନାନା ସ୍ଥାନରେ ସନ୍ନିବେଶିତ କରିଛନ୍ତି । ମୋର ଆଶ୍ରୟ ସ୍ଥାନ ଅତି ବିସ୍ତୃତ ଏବଂ ସବୁ ପ୍ରାଣୀଙ୍କ ମଧ୍ୟରେ ବିଦ୍ୟମାନ ।

ଭାରତର କିମ୍ବଦନ୍ତୀ

ଭାରତୀୟ ଜନଜୀବନର ସାମଗ୍ରିକ ରୂପ ତାର ଲୋକ-ସଂସ୍କୃତିରେ ପ୍ରତିଫଳିତ । ତେଣୁ ସାମାଜିକ ଆଧ୍ୟାତ୍ମିକ ଓ ରାଜନୈତିକ ଜୀବନର ମଧୁର ସମନ୍ଵୟରେ ପ୍ରତ୍ୟେକ ଦେଶର ସଂସ୍କୃତି ଗଢିଉଠିଥାଏ । ସେଥିପାଇଁ ଭାରତ ବର୍ଷ ସର୍ବୋପରି ବହୁ ସଂପ୍ରଦାୟ ଓ ବହୁ ଭାବନାର ସମନ୍ଵିତ  ଭୂମି ଏବଂ ମହନୀୟ ଚେତନାର ସମନ୍ଵିତ ତୀର୍ଥ । ଆର୍ଯ୍ୟଭୂମି ଭାରତ ବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହିଆସିଛି ।  ଆର୍ଯ୍ୟ ଓ ଅର୍ଯ୍ୟୋତ୍ତର ବିଶ୍ଵାସ ଓ ସଂସ୍କାରର ସମନ୍ଵୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା । ପ୍ରଚଳିତ ଶାକ୍ତ ବ୍ରତ ଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ, ଆରାଧ୍ୟ ଦେବୀ ରୂପେ ପୂଜା ପାଆନ୍ତି । ମୁଖ୍ୟତଃ ଏକ ଈଶ୍ଵର ଉପରେ ବିଶ୍ଵାସ ରଖିଥିଲେ ହେଁ ବହୁ ଦେବାଦେବୀ ପୂଜା ହିନ୍ଦୁ ସଂସ୍କୃତିର ଏକ ଉଲ୍ଲେଖଯୋଗ୍ୟ ବିଶିଷ୍ଟ୍ୟ । ତେଣୁ ଭାରତ ବର୍ଷରେ ବିଭିନ୍ନ ସମୟରେ ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ପଞ୍ଚସଖାଦି ବହୁ ଧର୍ମ ଓ ଦର୍ଶନ ସମ୍ପ୍ରଦାୟର ଉଦ୍ଭବ, ବିକାଶ ଓ ଅପୂର୍ବ ସମନ୍ଵୟ ସଂଘଟିତ ହୋଇ ସେହି ଧର୍ମାନୁସୃତ ବିଭିନ୍ନ ଦେବତାମାନଙ୍କର ପୂଜା, ଉପାସନା ବ୍ୟାପକ ଭାବରେ ଜନ ସମାଜରେ ପ୍ରଚଳିତ ହୋଇଅଛି ।

ଭାରତୀୟ ସଂସ୍କୃତିର ଏକ ମୁଖ୍ୟ ବିଭାଗ ହେଉଛି ସମନ୍ଵୟ ପ୍ରତିଷ୍ଠା । ଏଠାରେ ବିଷ୍ଣୁ, ଶିବ, ଆଦିତ୍ୟ,ଗଣପତି ଏବଂ ଦୁର୍ଗା ପଞ୍ଚ ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ବିଶେଷତଃ ଭାରତୀୟ ଧର୍ମୀୟ ପରମ୍ପରାରେ ଅନେକ ଧାର୍ମିକ ଚିନ୍ତାଧାରାର ଉତ୍ଥାନ ଓ ପତନ ସତ୍ତ୍ୱେ ଏହି ପଞ୍ଚୋପାସନା ମଧ୍ୟରେ ଶକ୍ତି ଉପାସନା ବିଶେଷ ଆଦୃତି ଲାଭ କରିଛି । ଭାରତର ବିଭିନ୍ନ ସ୍ଥାନରେ ବରାହୀ ଭୈରବିମନସା, ପନ୍ନଶବରୀ, ତାରା,ଅମ୍ବା ଅମ୍ବାଳିକା ପ୍ରଭୃତି ଶାକ ଦେବୀମାନଙ୍କ ସହ ଚତୁର୍ଭୁଜା, ଷଡଭୁଜା, ଅଷ୍ଟଭୁଜା, ଦଶଭୁଜା, ଦ୍ଵାଦଶଭୁଜା, ଷୋଡଶଭୁଜା, ମହିଷାମର୍ଦ୍ଦିନୀ ଦୁର୍ଗା ଉପାସିତା ହୋଇ ଆସୁଛନ୍ତି । ବିଭିନ୍ନ ବୈଦିକ ଶାସ୍ତ୍ରମାନଙ୍କରେ ଶକ୍ତି ଉପାସନାର ବିପୁଳ ବର୍ଣ୍ଣନା ଦେଖିବାକୁ ମିଳେ । ରାମାୟଣରେ – ଉମା, ଗିରିଜା, ରୁଦ୍ରାଣୀ, ପାର୍ବତୀ, ନାଗମାତା, କାଳରାତ୍ରି ପ୍ରଭୃତି ଦେବୀମାନଙ୍କର ନାମ ଉଲ୍ଲେଖ କରାଯାଇଛି । ମହାଭାରତ ବିରାଟ ପର୍ବରେ ଯୁଧିଷ୍ଠିରଙ୍କ ଦୁର୍ଗାସ୍ତବ, ଭୀଷ୍ମ ପର୍ବରେ ଅର୍ଜ୍ଜୁନଙ୍କ ଦୁର୍ଗାସ୍ତୋତ୍ର ଏବଂ ହରିବଂଶର ଆର୍ଯ୍ୟସ୍ତବରେ ମଧ୍ୟ ଶକ୍ତି ଉପାସନାର ଯଥେଷ୍ଟ ପ୍ରମାଣ ଦର୍ଶିତ ହୋଇଛି । ସର୍ବପ୍ରାଚୀନ ଦେବ ଗ୍ରନ୍ଥ ଋକବେଦର ବାଗ୍ ଦେବୀ ସୁକ୍ତଟି ଦେବୀ ସୂକ୍ତ ନାମରେ ପରିଚିତ । ଏହି ସୂକ୍ତର ଋଷିକା ହେଉଛନ୍ତି ଅମ୍ଭୃତା ଋଷିଙ୍କ କନ୍ୟା ‘ବାକ୍’ । ଏହି ପ୍ରକୃତି ସ୍ଵରୁପା   ମହାମାୟା ଜଗଜ୍ଜନନୀ ଜଗଦମ୍ବା କହନ୍ତି –‘ମୁଁ ରୁଦ୍ର ଓ ବରୁଣଙ୍କ ସଙ୍ଗେ ବିଚରଣ କରେ । ଆଦିତ୍ୟ ଓ ଦେବଗଣଙ୍କ ସହିତ ରହେ । ମୁଁ ହିଁ ମିତ୍ର, ବରୁଣ, ଇନ୍ଦ୍ର,ଅଗ୍ନି ଓ ଅଶ୍ଵିନୀ କୁମାର ଦ୍ଵୟଙ୍କୁ ଦାରଣ କରେ । ଯେଉଁ ସୋମ ପ୍ରସ୍ତରାଦି ନିଷ୍ପୀଡ଼ନ ଦ୍ଵାରା ଉତ୍ପନ୍ନ ହୁଏ ମୁଁ ତାହାକୁ ଧାରଣ କରେ । ମୁଁ ତ୍ଵିଷ୍ଟା, ପୂଷା, ଓ ଭଗକୁ ଧାରଣ କରେ । ଯେ ସକଳ ଯଜ୍ଞ ଦ୍ଵାରା ଦେବଗଣଙ୍କୁ ସନ୍ତୁଷ୍ଟକରେ ମୁଁ ତାକୁ ଧନ ଦାନ କରେ । ମୁଁ ରାଷ୍ଟ୍ରର ଅଧିଶ୍ଵରୀ । ଜ୍ଞାନସମ୍ପନ୍ନ ଓ ଯଜ୍ଞୋପଯୋଗୀ ବସ୍ତୁ ମଧ୍ୟରେ ମୁଁ ଶ୍ରେଷ୍ଠ । ମୋତେ ଦେବଗଣ ନାନା ସ୍ଥାନରେ ସନ୍ନିବେଶିତ କରିଛନ୍ତି । ମୋର ଆଶ୍ରୟ ସ୍ଥାନ ଅତି ବିସ୍ତୃତ ଏବଂ ବହୁ ପ୍ରାଣୀଙ୍କ ମଧ୍ୟରେ ବିଦ୍ୟମାନ । ମୋରି ସହାୟତାରେ ସମସ୍ତେ ପ୍ରାଣ ଧାରଣ କରନ୍ତି ଅନ୍ନଭୋଜନ କରନ୍ତି । ମୋତେ ଯେ ଅସ୍ଵୀକାର କରେ ତାହାର କ୍ଷୟ ନିଶ୍ଚିତ । ଦେବଗଣ ଓ ମନୁଷ୍ୟ ଗଣ ଯାହାର ଶରଣାର୍ଥୀ ହୁଅନ୍ତି ସେ ବିଷୟରେ ମୁଁ ହିଁ ପରାମର୍ଶ ଦିଏ । ମୋର ଇଛାନୁସାରେ ମୁଁ ଯେ କୌଣସି ବସ୍ତୁ ବା ବ୍ୟକ୍ତିକୁ ବଳବାନ, ସ୍ତବକର୍ତ୍ତା ।  ଋଷି ଓ ଋଦ୍ଧିବାନ କରିପାରେ । ରୁଦ୍ର ଯେତେବେଳେ ସ୍ତୋତ୍ର-ବିଦ୍ଵେଷୀକୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି, ମୁଁ ସେତେବେଳେ  ତାଙ୍କର ଧନୁକୁ ବିସ୍ତାରିତ କରିଦିଏ । ଲୋକଙ୍କ ପାଇଁ ମୁଁ ଯୁଦ୍ଧ କରେ । ମୁଁ ଭୂଲୋକ ଓ ଦ୍ୟୁଲୋକକୁ ଆବିଷ୍ଟ କରିରଖିଛି । ମୁଁ ଜନକ, ଆକାଶକୁ ଜନ୍ମ ଦେଇଛି । ସେହି ଆକାଶ ଏ  ଜଗତର ମସ୍ତକ ସ୍ୱରୂପ ବିଦ୍ୟମାନ । ସମୁଦ୍ର ମଧ୍ୟରେ ମୋର ଆସ୍ଥାନ । ସେହି ଠାରୁ ମୁଁ ସମସ୍ତ ଭୂବନକୁ ବ୍ୟାପିଯାଏ । ମୁଁ ସେହି ଭୂବନ ନିର୍ମାଣ କରୁ କରୁ ବାୟୁରୂପେ ପ୍ରକାଶିତ ହୁଏ । ମୋର ମହିମା ସ୍ଵର୍ଗ ଓ ମର୍ତ୍ତ୍ୟକୁ ଅତିକ୍ରମ କରିଅଛି ।

ଦୁର୍ଗତିନାସିନୀ  ଜଗଜ୍ଜନନୀଙ୍କ ଶୁଭାଗମନ

ଏହି ଆଠ ଗୋଟି ମନ୍ତ୍ରକୁ ଶାକ୍ତଭାବନାର ଆଦ୍ୟଭିତ୍ତିରୂପେ ଗ୍ରହଣ କରାଯାଇଛି । ପ୍ରାଚୀନ କାଳରୁ ଭାରତୀୟ ଜନଜୀବନରେ ବିଭିନ୍ନ ପରିବେଶ, କିମ୍ବଦନ୍ତୀ, ଧର୍ମୀୟ, ମତାମତ ଓ ଚିନ୍ତା ଧାରାକୁ ଭିତ୍ତି କରି ବହୁମୁଖୀ ଆଭିମୁଖ୍ୟ ସହ ଶକ୍ତି ଉପାସନାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଆସିଛି । ଆନନ୍ଦ ଉପଭୋଗ କରିବା ସଙ୍ଗେ ସଙ୍ଗେ ସୁସଂଯତ ଓ ସୁସଂହତ ସାମାଜିକ ଜୀବନ ଯାପନ ରୁଧିମନ୍ତ କରିବା ସମସ୍ତ ଓଷାବ୍ରତ ପାଳନ ଓ ଦେବ ଦେବୀ ଉପାସନାର ମୂଳ ଉଦ୍ଦେଶ୍ୟ । କିନ୍ତୁ ଆଜି ଏ ବସ୍ତୁଦାବୀ ଦୁନିଆରେ ସଂସ୍କୃତି, ସଭ୍ୟତା ଓ ସମୟର ବିବର୍ତ୍ତନ ଫଳରେ ସବୁକିଛି ଓଲଟପାଲଟ ହୋଇ ଗଲାଣି । ମହାମାୟା ଜଗଧାତ୍ରୀ ଦେବୀ, ପଞ୍ଚମ ଶ୍ଳୋକରେ କହିଛନ୍ତି ସଂହାର କର୍ତ୍ତା ରୁଦ୍ର ଯେତେବେଳେ ସ୍ତୋତ୍ର-ବିଦ୍ଵେଷୀକୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି, ମୁଁ ସେତେବେଳେ ତାଙ୍କର ଧନୁକୁ ବିସ୍ତାରିତ କରିଦିଏ ଏବଂ ଜନ ସମାଜରେ ସତ୍ୟ, ଧର୍ମ, ନ୍ୟାୟର ପ୍ରତିଷ୍ଠା କରିବା ପାଇଁ ମୁଁ ଅନ୍ୟାୟ ଅସତ୍ୟ ଓ ଅଧର୍ମ ବିରୁଦ୍ଧରେ ଯୁଦ୍ଧକରେ ।

ସୃଷ୍ଟି ବିଧ୍ଵଂଶକାରୀ ମହିଷାସୁର ବିରୁଦ୍ଧରେ ମଙ୍ଗଳମୟୀ  ଦେବୀଙ୍କର ସେ ଦିନର ରୋମାଞ୍ଚକାରୀ ଯୁଦ୍ଧ ଅଭିଯାନ ଏବେ  ମଧ୍ୟ ଜନ ମାନସକୁ ଆଲୋଡ଼ିତ କରେ  । ହେ ଅମୃତର ସନ୍ତାନଗଣ ଥରେ ଚିନ୍ତାକରି ଦେଖନ୍ତୁ ଗୋଟିଏ ମହିଷାସୁରକୁ ନିହତ କରିବା ପାଇଁ ସୃଷ୍ଟିର ସମସ୍ତ ଦେବ ଦେବୀ, ମଙ୍ଗଳମୟୀ ଜନନୀ ଦଶଭୁଜାଙ୍କୁ ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଅର୍ପଣ କରିଥିଲେ । କିନ୍ତୁ ଆଜିର ବସ୍ତୁବାଦୀ ଦୁନିଆରେ ଯେଉଁ ସହସ୍ରାଧିକ ମହିଷାସୁର ଜନ୍ମନେଇ ସମଗ୍ର ଜନଜୀବନରେ ଆତଙ୍କର ସେମାନଙ୍କୁ ସଂହାର କରିବା ପାଇଁ କେଉଁ ଅସ୍ତର ପ୍ରୟୋଜନ ଅଛି ।

ଏବେ ମଧ୍ୟ ସମୟ ଅଛି ଦୁର୍ଗତିନାସିନୀ  ଜଗଜ୍ଜନନୀଙ୍କ ଶୁଭାଗମନରେ ପଶୁବଳୀ ପରି ନାରକୀୟ କାଣ୍ଡ ପରିବର୍ତ୍ତେ ନିଜ ଭିତରେ ସ୍ଥାନ ଦେଇଥିବା ଇର୍ଷା,ଅସୂୟା,ପରଶ୍ରୀକାତରତା, ଅହମିକା ତଥା ନାନାଦି ସଂକୀର୍ଣ୍ଣତା ରୂପକ ମହିଷାସୁରକୁ, କଲ୍ୟାଣମୟୀ ଜନନୀ ଦଶଭୁଜାଙ୍କ ପଦାର ବିନ୍ଦରେ ବଳୀ ଦେଇ ଚୀର ପ୍ରବହମାନ ଧର୍ମ, ସଂସ୍କୃତି ଓ ସତ୍ୟତାକୁ ମାର୍ଜିତ ଓ ସୁସହନ୍ତ କରିପାରିଲେ ସାରା  ଜଗତରୁ ଦୁଃଖର ଦାବାନଳ ନିର୍ବାପିତ ହୋଇଯିବ ।

ଆଧାର – ଦୈନିକ ସଂଚାର

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top