অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରଜ ପର୍ବର ମହତ୍ତ୍ଵ

ମାଟି ଓ ମେଘ ର ମିଳନର ପର୍ବ

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ । ମାଟି ଓ ମୌସୁମୀର ମିଳନର ପର୍ବ ରଜ  । ପୃଥିବୀର ମାତୃତ୍ଵ କାମନା କରି କରି ସୃଷ୍ଟି ଜୟ ଗୀତଗାନ କରୁଛି କୃଷକ  । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର  ହୋଇଉଠୁଛି ସବୁଆଡେ । ଶରୀର ପାଇଁ ବିଶ୍ଵାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ  । ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର

ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ  । ଶୀତଳତା ଭରିଯାଏ ସବୁଆଡେ । ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏଇ ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ  । ଆଉ ଏହି ଶୁଭ ଅବସରରେ ମଳିନର ଗୀତ ଗାଉଛନ୍ତି ସମସ୍ତେ  ।

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ ।  ମାଟି ଓ ମୌସୁମୀର ମିଳନର ପର୍ବ ରଜ  । ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟ ଗୀତଗାନ କରୁଛି  କୃଷକ   । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠିଛି ସବୁଆଡେ  । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ  । ଦୋଳିରେ ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ପୋଡପିଠା ଖାଇ , ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅ ମାନଙ୍କ ଗାଁ ବୁଲା,  ଅଳତାଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଏଇ ଏକ ଭିନ୍ନ ମଉକା  ।

କ୍ଷରଜାଇ ମୌସୁମୀ ଆସିବାରେ ପୃଥିବୀ ତିନ୍ତିଛି ପ୍ରଥମ ବର୍ଷାର ସ୍ପର୍ଶରେ । ଆଦ୍ର ହୋଇଛି ମତୀ  । ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦଉଛି – ଗାଁ ଭୁଇଁ  । ହଳଦୀ ମୁଖା ନିରିମାଖୀ ଦେହରେ ସରଲା ପଲ୍ଲୀବାଳା ସଜେଇ ହୋଇଛି କୁଙ୍କୁମ ଚନ୍ଦନ   । ଋତୁମତୀ ଧରାର ସଂକେତ ବହନ କରି ସେ ଆଜି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୋଇଛି  । ତେଣେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ତା ପାଇଁ ବିଶ୍ରାମର ବେଳ  । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା  ।  ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା  । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ  । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ  । ଖରାର ଦର୍ପ କମିଳା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମତୀକୁ  । ବାସୁମତି ବନ୍ଦନାର ଋତୁ ଇଏ  । କ୍ଳାନ୍ତ ଧୂସର ଆକାଶରେ ପଇଁତରା ମରୁଛି ବାଦଲ  । ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି ଟୋପା  ଟୋପା ମେଘରେ ଧୋଇ ହୋଇଯାଉଛି  । ପ୍ରକୃତିର ସ୍ଵପ୍ନ ଓ ସୃଜନ ରଚିଛନ୍ତି ମାଳମାଳ କଙ୍କି ଓ ପ୍ରଜାପତି ।

ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ  । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାଇର ଋତୁସ୍ରାବ ପ୍ରଥମ ତିନିଦିନ  ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ  । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ  । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ  । ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି  ତା ଉପରେ ହଳଦୀ ପାଣି ଢାଳି  । ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି  । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି  ।

ରଜ କେଉଁଠି କେମିତି

ରଜ ଚାଷୀଘରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏହା ଯୋଡି ହୋଇଯାଇଛି କାହିଁ କେଉଁ କାଳରୁ  । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ  ।  ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ  ।  ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର ‘ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି  । ବର୍ଷା ଆରମ୍ଭରୁ ଏହି ଉତ୍ସବ ଓଦା କରିଦିଏ କୁଆଁରୀର ମନପ୍ରାଣକୁ । ରଜପର୍ବ କେରଳରେ ପାଳିତ ହେଉଥିବା ପର୍ବର ନାଁ ଓ ନାମ  । ଓଡିଶା ଭଳି ଏଥିରେ , ଦୋଳିଥାଏ,  ପିଠାପଣାମନ ଥାଏ  । ଆଉ ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି  । ବର୍ଷା ହିଁ ସୃଜନ ଓ ଶୃଙ୍ଗାର ଋତୁ   ।  ନବଯୌବନପ୍ରାପ୍ତ ଝିଅଟିଏ ଅନ୍ୟ ଘରକୁ କନିଆଁ ହୋଇଯିବାର ସ୍ଵପ୍ନ ଦେଖେ ଏଇ ରଜ ଅବସରରେ  । ସେଥିପାଇଁ ହିଁ ତାର ମନର ଭାବ ପ୍ରକାଶ ଲାଗି ଦୋଳିରେ ଆୟୋଜନ- ନିଆରା ସୁଯୋଗ ହୋଇଥାଏ । କେନ୍ଦୁଝର ଆଞ୍ଚଳ ରେ ଏହି ରଜକ ଭିନ୍ନ ଢଙ୍ଗରେ ପାଳନ କରାଯାଏ  । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ଦେହୁରି ନିହାଣ ବାରିସି ଆଦି ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାନ୍ତି  । ପ୍ରଥମେ ନୀହାର ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇ ସେମାନେ ଗୀତାରେ ଗୀତରେ ଦୋଳି ଖେଳରେ ମଜ୍ଜିଯାନ୍ତି  । ରଜ ବିଦାୟ ଏଠିକା ପରମ୍ପରା ଆଉ ଏକ ଅଂଶ  । ଝିଅ ଶାଶୁଘରକୁ ଯିବ ସଂସାର କରିବ – ଏଇ ସାମାଜିକ ବ୍ୟବସ୍ଥାକୁ ପ୍ରତିକରାତ୍ମ ଢଙ୍ଗରେ ପରିବେଷଣ କରାନ୍ତି ଗାଁ ଝିଅମାନେ  । ସେମାନେ ପରସ୍ପର ବରକନ୍ୟା ବସନ୍ତି । ଶବର- ଶବରଣୀ ନାଚ ହୁଏ । ନୃତ୍ୟରେ ଶବର ତାର ଆରାଧ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ  । ଆଦିବାସୀମାନଙ୍କ ଗଭୀର ବିଶ୍ଵାସଯେ ମା ସୀତା ଏହିଦିନ ଗର୍ଭବତୀ ହୋଇଥିଲେ  । ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ  । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ଦେବାକୁ ପରବାର୍ତ୍ତାଏ  । ଶେଷରେ ଆଶ୍ରୁଳ ଆଖିରେ ସମସ୍ତେ ରଜକୁ ବିଦାୟ ଦିଅନ୍ତି  । ସବୁ ଗାଁରେ ରଜପର୍ବ ବେସ ଆତ୍ମୀକ ଆଉ ଆପଣା ଲାଗେ । ଘରେ ଘରେ ବନ୍ଧୁମିଳନ ହୋଇଥାଏ  । ଏଇ ବେଳରେ ଗାଁ ପୋଖରୀରେ ଶେଷ ମାଛ ଧରା ହୋଇ ଭୋଗଲାଗେ  । ଏବେ ଅଧିକାଂଶରେ ମଣିଷ ର ସ୍ଵାର୍ଥରେ ଅସଂଖ୍ୟ ଛେଳି,  କୁକୁଡା, କାଟି ଚାଲିଥିବା ବେଳେ ପୂର୍ବକାଳରେ ଲୋକେ କେବଳ ଏଇ ରଜ ସମୟକୁ ଖାସୀ କଟା ଲାଗି  ଚାହିଁ ବସିଥାନ୍ତି  । ମୌସୁମୀ ଆସିଲେ ଅମୃତର ଶୀତଳର ବାରି ଝରିପଡେ ଆକାଶରୁ । ଝିଅମାନେ ସଜବାଜରେ ପୂର୍ବକୁ ଝାଳ କରାଯାର କେଶଗୁଚ୍ଛକୁ ଇଠା ଫଳରେ ପରିଷ୍କାର କରନ୍ତି  । ମହିଳା ମାନେ ପୁରୁଣା ଗହଣା ଓ ଅଳଙ୍କାର ମଜନ୍ତି । ହଜାର ହଜାର ବର୍ଷ ତଳେ ବୈଦିକ ସଭ୍ୟତାର ମଣିଷ ଯେପରି ମହାପ୍ରକୃତିର ବନ୍ଧନା ଗାଉଥିଲା , ମାଟି, ପାଣି, ବାୟୁ,  ସୂର୍ଯ୍ୟ, ମେଘ, ଆକାଶ, ଓ ଅଗ୍ନିର ଆବାହକ କରୁଥିଲ,ରଜପର୍ବ ହେଉଛି ସେଇ ପରମ୍ପରା ଓ ଦର୍ଶନର ଆଧୁନିକତା ପ୍ରତିଫଳନ  । ହିନ୍ଦୁ ଶାସ୍ତ୍ର ରଜକୁ ବାସୁମାତା ଅସ୍ପର୍ଶ ଦିବସ ଭାବେ ମାନ୍ୟତା ଦେଇ ଆସୁଛି  । ସବୁଠି ସୃଷ୍ଟିର ମୂଳ ତତ୍ତ୍ଵ ହେଉଛି କୃଷି  । କୃଷି ନାହିଁ ତ ସଂସ୍କୃତି ନାହିଁ   । ସେଥିପାଇଁ ହିଁ କୃଷି ପର୍ବ ରଜ- ସଂସ୍କୃତି ମାନସ ମଣିଷ ପାଇଁ ସର୍ଜନାର ସଙ୍କେତ ବହନ କରିଥାଏ  । ରଜପର୍ବ ପ୍ରତିବର୍ଷ ଜୁନ ମାସରେ ହିଁ ପଡିଥାଏ ।  ଚନ୍ଦ୍ରଙ୍କ ନାଁ ଅନୁସାରେ ଏହି ମାସରେ ନାମକାରଣ କରାଯାଇଛି  । ରୋମରେ ଲୋକେ ଜୁନୋଙ୍କୁ ମାତୁତ୍ଵରେ ଦେବୀ ଭାବେ  ପୂଜା କରୁଥିବା ବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ପରିକଳ୍ପନା ଅପୂର୍ବ ସରଞ୍ଜାସ୍ୟ ରଖିଥାଏ  ।

ଆଧାର : ନିବେଦିତା ପଟ୍ଟନାୟକ

Last Modified : 1/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate