ସେଆର କରନ୍ତୁ

ସାବିତ୍ରୀ ବ୍ରତ

ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଟ କନ୍ୟା ହେଲେ ସତୀ ଏବଂ ସାବିତ୍ରୀ । ଦୁହେଁ ମାତୃ – ଦେବୀଙ୍କ ଦୁଇ ଭିନ୍ନ ଭିନ୍ନ ମରଣଶୀଳ ବା ପାର୍ଥିବ ଅବତାର ।

ଉପକ୍ରମ

ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଟ କନ୍ୟା ହେଲେ ସତୀ ଏବଂ ସାବିତ୍ରୀ   । ଦୁହେଁ  ମାତୃ – ଦେବୀଙ୍କ ଦୁଇ ଭିନ୍ନ ଭିନ୍ନ ମରଣଶୀଳ ବା ପାର୍ଥିବ ଅବତାର । ଉଭୟେ ଥିଲେ ରାଜକନ୍ୟା । ଦୁହେଁ ବିବାହ କରିଥିଲେ ସ୍ଵ- ଇଚ୍ଛାରେ  । ବରଘରକୁ ଗମନ କରିଥିଲେ ବିନା ଯାନି- ଯୌତୁକରେ । ମହାଭାରତରେ ସାବିତ୍ରୀଙ୍କୁ ବର୍ଣ୍ଣନା କରାଯାଇଛି ‘କନ୍ୟା ତେଜସ୍ଵନୀ ‘ ଭାବେ  । ତାଙ୍କ ତେଜ- ବ୍ୟକ୍ତିତ୍ଵ ଆଗରେ ସେ ସମୟର କୌଣସି ପୁରୁଷ ଛିଡାହେଇପାରୁ ନ ଥିଲେ  । ମାଦ୍ର ଦେଶର ରାଜା ଅଶ୍ଵପତି ସାବିତ୍ରୀ ଦେବୀଙ୍କୁ ପାର୍ଥନା କରି ତାଙ୍କୁ ପାଇଥିଲେ କନ୍ୟା ରୂପେ ଯେପରି ଦକ୍ଷରାଜ ଦେବ ମାତା ଅଦିତିଙ୍କୁ ତପସ୍ୟା ଦ୍ଵାରା ତୁଷ୍ଟ କରି ପାଇଥିଲେ ସତୀଙ୍କୁ । ସାବିତ୍ରୀଙ୍କ ବିବାହ ସମୟ ଉପସ୍ଥିତ ହୁଆନ୍ତେ , ଅଶ୍ଵପତି ତାଙ୍କ ପାଇଁ କିଭଳି ପତ୍ର ଚୟନ କରିବେ ସ୍ଥିର କରି ନ ପାରି ତାହା ଛାଡିଦେଲେ ସାବିତ୍ରୀଙ୍କ ଉପରେ । ପିତାଙ୍କ ମାନସିକ ଅବସ୍ଥାକୁ ଅନୁଭବ କରି ସାବିତ୍ରୀ ନିଜେ ବାହାରିଥିଲେ ବର ସନ୍ଧାନରେ  ।

ସାବିତ୍ରୀଙ୍କର କାହାଣୀ

ଏମିତି ଦିନେ ରଥାରୂଢ ସାବିତ୍ରୀ ବନସ୍ତ ମଧ୍ୟରେ ଭେଟିଥିଲେ ଶାଲ୍ଵ ରାଜପୁତ୍ର ସତ୍ୟବାନଙ୍କୁ ।  ସେତେବେଳେ  ଶାଲ୍ଵ ନରପତି ଦ୍ୟୁମତସେନ ଷଡଜନ୍ତ୍ରରେ ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ବାସକରୁଥାନ୍ତି ନିଘଞ୍ଚ ଅରଣ୍ୟ ମଧ୍ୟରେ ସପରିବାରେ  । ପର୍ଣ୍ଣ- କୁଟୀର ଭିତରେ ଅତି ସାଧାରଣ ଜୀବନଜାପାନ କରୁଥାନ୍ତି ସେମାନେ  । ସତ୍ୟବାନଙ୍କ ରୂପ- ଗୁଣ ଦ୍ଵାରା ସାବିତ୍ରୀ ମୁଗ୍ଧ  ହୋଇ  କେବଳ ତାଙ୍କୁ ବିବାହ କରିବେ ବୋଲି ହୃଦୟ ଭୀତରେ  ଅନୁଭବ କଲେ । ସତ୍ୟବାନଙ୍କ ଜୀବନ ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ସୂଚନା ପାଇବା ସତ୍ତ୍ୱେ ସେ ତାଙ୍କୁ ବିବାହ କରି ରହିଥିଲେ ସେହି ଅରଣ୍ୟରେ   । ଅଶ୍ଵପତି ଚାହିଁଥିଲେ ନିଜ କନ୍ୟାର ଖୁସି ପାଇଁ ଅନେକ କିଛି ଦେଇପାରିଥାନ୍ତେ  । କିନ୍ତୁ ସାବିତ୍ରୀ ବା ସତ୍ୟବାନ କିଛି ବି ଚାହିଁ ନ ଥିଲେ  ରାଜାଙ୍କ ଠାରୁ   । ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା  । ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ଯମ- ରାଜ ଆସିଲେ   । ସାବିତ୍ରୀ କିନ୍ତୁ ତାଙ୍କୁ ଛାଡିବା  ଲାଗି ପ୍ରସ୍ତୃତ ନ ଥିଲେ  । ସତ୍ୟବାନ ଆତ୍ମା ସହ ଯିବାକୁ ସ୍ଥିର କରିସାରିଥିଲେ ସେ  । ଯମ ତାଙ୍କୁ ବିଝାଇବାରେ ବିଫଳ ହେବା ପରେ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ କହିଲେ  । ସାବିତ୍ରୀ ଚାହିଁଲେ ଶ୍ଵସୁରଙ୍କ ଦୃଷ୍ଟି- ଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମାଆ ହେବା ପାଇଁ   । ଯମ “ତଥ୍ୟାସ୍ତୁ”  କହିବା ଛଡା ଅନ୍ୟ ଉପାୟ ନ ଥିଲା  । ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ଵାମୀରେ ସନ୍ତାନ ଜନ୍ମ କରିବା ମଧ୍ୟ ସମ୍ଭବ ନ ଥିଲା  । ଏଣୁ ଯମ ରାଜ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ  ଫେରାଇଦେଲେ   । ଜ୍ୟେଷ୍ଟମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଓଡିଶା ଏବଂ ଆନ୍ଦ୍ରପ୍ରଦେଶରେ ପାଳନ କରାଯାଏ  । ସାବିତ୍ରୀ ବ୍ରତ   । ଏହି ଅବସରରେ ସାଧବମାନେ ଶିଳ- ପୁଆ ପୂଜା କରିବା ଓଡିଆ ପରମ୍ପରା   ।

ଆଧାର : ନିବେଦିତା ପଟ୍ଟନାୟକ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top