অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ଗ୍ରାମ୍ୟ ଜଙ୍ଗଲ ନିୟମାବଳୀ, ୧୯୮୫

ଓଡ଼ିଶା ଗ୍ରାମ୍ୟ ଜଙ୍ଗଲ ନିୟମାବଳୀ, ୧୯୮୫

ଉପକ୍ରମ (ତା ୨୮- ୯-୧୯୮୫ ରିଖ)

ଏସ୍.ଆର.ଓ.ନମ୍ବର ୭୧୭/୮୫ -ଓଡିଶା ଜଙ୍ଗଲ ଆଇନ୍, ୧୯୭୨ (ଓଡିଶା ଆଇନ୍, ୧୪/ ୧୯୭୨)ର ଧାରା ୩୧, ଧାରା ୩୨ ସହ ପଠନ କରାଯାଇ ଏବଂ ଧାରା ୮୨ର ପ୍ରକରଣ (ଘ) ଦ୍ଵାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରିବାକୁ ରାଜ୍ୟ ସରକାର ଏତଦ୍ଦ୍ଵାରା ନିମ୍ନଲିଖିତ ନିୟମାବଳୀ ପ୍ରଣୟନ କଲେ ।

ନିୟମାବଳୀ ପ୍ରଣୟନ

ନିୟମ ୧। ସଂକ୍ଷିପ୍ତ ନାମ ଓ ପ୍ରାରମ୍ଭ

  1. ଏକ ନିୟମାବଳୀକୁ ଓଡିଶା ଗ୍ରାମ୍ୟ ଜଙ୍ଗଲ ନିୟମାବଳୀ କୁହାଯିବ ।
  2. ଅଫିସିଆଲ୍ ଗେଜେଟ୍ରେ ପ୍ରକାଶିତ ହେବା ତାରିଖ ଠାରୁ ଏହା କାର୍ଯ୍ୟକାରୀ ହେବ ।

ନିୟମ ୨। ସଂଜ୍ଞା :-

  1. ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନ ହେଲେ ଏହି ନିୟମାବଳୀରେ -
    • "ଆଇନ୍" ଅର୍ଥାତ୍ ଓଡିଶା ଫରେଷ୍ଟ ଆଇନ୍, ୧୯୭୨ ;
    • "ସହାୟକ ଜଙ୍ଗଲ ତତ୍ତ୍ଵାବଧାରକ" ଅର୍ଥାତ୍ ଜଙ୍ଗଲ ବିଭାଗ ସହିତ ଜଡିତ ଥିବା ଓଡିଶା ଜଙ୍ଗଲ ସେବା (ସର୍ଭିସ)ଅଥବା ଭାରତୀୟ ଜଙ୍ଗଲ ସର୍ଭିସର ଜଙ୍ଗଲ ଅଧିକାରୀ (ଫରେଷ୍ଟ ଅଫିସର)ଙ୍କୁ ବୁଝାଇବ ଏବଂ  ସାମାଜିକ ବନ - ସଂରକ୍ଷଣ ପରିକଳ୍ପନା ବା ପରିଯୋଜନା ବିଭାଗ (ସୋସିଆଲ୍ ଫରେଷ୍ଟ୍ରି ପ୍ରୋଜେକ୍ଟ ଡିଭିଜନ) ସହିତ ଜଡିତ ଥିବା ଉପରୋକ୍ତ ପଦବୀର ଏକ ଜଙ୍ଗଲ ଅଧିକାରୀ (ଫରେଷ୍ଟ ଅଫିସର)ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟନ୍ତି,
    • "ମଣ୍ଡଳ ଉନ୍ନୟନ ଅଧିକାରୀ" ଅର୍ଥାତ୍ ଓଡିଶା ପଞ୍ଚାୟତ ସମିତି ଆଇନ୍ ୧୯୫୯ର ୧୫-କ ଧାରାନୁଯାୟୀ ମଣ୍ଡଳ (ବ୍ଲକ୍)ନିମନ୍ତେ ନିଯୁକ୍ତି ଅଧିକାରୀ;
    • "କଲେକ୍ଟର" ଅର୍ଥାତ୍ ଗୋଟିଏ ଜିଲ୍ଲା ରାଜସ୍ଵ ଶାସନ (ରେଭିନ୍ୟୁ ଆଡମିନିଷ୍ଟ୍ରେସନ୍ )ର ଦାୟିତ୍ଵରେ ଥିବା ମୁଖ୍ୟ ଅଧିକାରୀ ( ଚିଫ୍ ଅଫିସର)ଙ୍କୁ ବୁଝାଇବ ଏବଂ ଅତିରିକ୍ତ  ଜିଲ୍ଲା ମାଜିଷ୍ଟ୍ରେଟ୍ (ଆଡିସ୍ନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍) ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟନ୍ତି,
    • "ସମିତି" ଅର୍ଥାତ୍ ଗ୍ରାମ୍ୟ ଜଙ୍ଗଲ କମିଟି (ଭିଲେଜ ଫରେଷ୍ଟ କମିଟି); (୬)"ବିଭାଗୀୟ ଜଙ୍ଗଲ ଅଧିକାରୀ" ଅର୍ଥାତ୍ ଗୋଟିଏ ଜଙ୍ଗଲ ବିଭାଗର ଦାୟିତ୍ଵରେ ଥିବା ଜଙ୍ଗଲ ଅଧିକାରୀ (ଫରେଷ୍ଟ ଅଫିସର)ଙ୍କୁ ବୁଝାଇବ ଏବଂ ସାମାଜିକ ବନସଂରକ୍ଷଣ ପରିକଳ୍ପନା ବିଭାଗ (ସୋସିଆଲ ଫରେଷ୍ଟ୍ରି ପ୍ରୋଜେକ୍ଟ ଡିଭିଜନ )ର ଦାୟିତ୍ଵରେ ଥିବା ଉପ ନିର୍ଦ୍ଦେଶକ (ଡେପୁଟି ଡାଇରେକ୍ଟର )ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟନ୍ତି,
    • “ବନପାଳ" ଅର୍ଥାତ୍ ଅନୁବିଭାଗୀୟ ବା ଉପବିଭାଗୀୟ (ସେକ୍ସନ) ଦାୟିତ୍ଵରେ ଥିବା ଜଙ୍ଗଲ ଅଧିକାରୀ (ଫରେଷ୍ଟ ଅଫିସର) ଏବଂ ସାମାଜିକ ବନସଂରକ୍ଷଣ ପରିଯୋଜନା ବା ପରିକଳ୍ପନା ବିଭାଗ (ସୋସିଆଲ ଫରେଷ୍ଟ୍ରୀ ପ୍ରୋଜେକ୍ଟ)ରେ ନିୟୋଜିତ ଜଙ୍ଗଲ ଶ୍ରମିକ (ଫରେଷ୍ଟ ୱାର୍କର) ଓ ପ୍ରଯୁକ୍ତି ବା କାରିଗର ସହାୟକ ଏହାର ଅନ୍ତର୍ଭୁକ୍ତ ଅଟନ୍ତି;
    • "ସରକାର" ଅର୍ଥାତ୍ ଓଡିଶା ରାଜ୍ୟ ସରକାର;
    • "ଗ୍ରାମ୍ୟ", "ଗ୍ରାମପଞ୍ଚାୟତ" ଏବଂ "ଗ୍ରାଭଶାସନ" ଅର୍ଥାତ୍ ଓଡିଶା ଗ୍ରାମପଞ୍ଚାୟତ ଆଇନ୍, ୧୯୬୪ ରେ  ଉଲ୍ଲିଖିତ ଏକପ୍ରକାର ଅର୍ଥକୁ ବୁଝାଇବ;
    • "ଯୋଜନା ବା ପରିକଳ୍ପନା" ଅର୍ଥାତ୍ ନିୟମାବଳୀ ୧୧ ଅନୁଯାୟୀ ବର୍ଣ୍ଣିତ ପରିଚାଳନା ଯୋଜନା ବା ପରିକଳ୍ପନା (ମ୍ୟାନେଜମେଣ୍ଟ ପ୍ଲାନ୍);
    • "ବୃକ୍ଷରୋପଣ" ଅର୍ଥାତ୍ ଯେ କୌଣସି ଗ୍ରାମ୍ୟ ଜଙ୍ଗଲରେ ସରକାରଙ୍କ ଦ୍ଵାରା ରୋପିତ ସମସ୍ତ ଅଥବା ଯେ କୌଣସି ବୃକ୍ଷାଦି ଏବଂ ସେଭଳି ଜଙ୍ଗଲରେ ପ୍ରାକୃତିକ ରୂପେ ବଢିଉଠିଥିବା ଉଦ୍ଭିଦ ଏବଂ ବୃକ୍ଷାଦି ମଧ୍ୟ ଏହା ଅନ୍ତର୍ଗତ;
    • "ଚକଲା ଅଧିକାରୀ" ଅର୍ଥାତ୍ ଗୋଟିଏ ଜଙ୍ଗଲ ଚକଲା (ଫରେଷ୍ଟ ରେଞ୍ଜ) ର ଦାୟିତ୍ଵରେ ଥିବା ଜଙ୍ଗଲ ଅଧିକାରୀ(ଫରେଷ୍ଟ ଅଫିସର) ଏବଂ ସାମାଜିକବନସଂରକ୍ଷଣ ପରିଯୋଜନା ବା ପରିକଳ୍ପନା ବିଭାଗ (ସୋସିଆଲ୍ ଫରେଷ୍ଟ୍ରୀ ପ୍ରୋଜେକ୍ଟ ଡିଭିଜନ )ର ସାମାଜିକ ବନସଂରକ୍ଷଣ ତତ୍ତ୍ୱାବଧାରକ ବା ପରିଦର୍ଶନ (ସୋସିଆଲ୍ ଫରେଷ୍ଟ୍ରୀ ସୁପରଭାଇଜର )ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟନ୍ତି ;
    • "ସରପଞ୍ଚ" ଅର୍ଥାତ୍ ଗ୍ରାମପଞ୍ଚାୟତ ସରପଞ୍ଚ ;
    • " ଅନୁବିଭାଗୀୟ ଅଧିକାରୀ" ଅର୍ଥାତ୍ ଗୋଟିଏ ଅନୁବିଭାଗ (ସବ୍ଡିଭିଜିନ)ର ରାଜସ୍ଵ ପ୍ରଶାସନର ଦାୟିତ୍ଵରେ ଥିବା ମୁଖ୍ୟ ଅଧିକାରୀ
    • " ତହସିଲଦାର" ଅର୍ଥାତ୍ ତହସିଲର ରାଜସ୍ଵ ପ୍ରଶାସନର ଦାୟିତ୍ଵରେ ଥିବା ମୁଖ୍ୟ ଅଧିକାରୀ ଏବଂ ଅତିରିକ୍ତ (ଆଡିସ୍ନାଲ) ତହସିଲଦାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟନ୍ତି;
    • "ଗ୍ରାମ" ଅର୍ଥାତ୍ ଓଡିଶା ସର୍ଭେ ଓ ବନ୍ଦୋବସ୍ତ ଆଇନ୍, ୧୯୮୫ରେ ବର୍ଣ୍ଣିତ ଗ୍ରାମକୁ ବୁଝାଇବ;
    • "ଗ୍ରାମ୍ୟ ଜଙ୍ଗଲ" ଅର୍ଥାତ୍ ଆଇନ୍ ର ଧାରା ୩୦ ଅନୁଯାୟୀ ସୂଚୀତ ଗ୍ରାମ୍ୟ ଜଙ୍ଗଲ ।
  2. ଏହି ନିୟମାବଳୀରେ ବ୍ୟବହୃତ ହେଉଥିବା କିନ୍ତୁ ନିର୍ଦ୍ଧାରିତ  ବା ନିରୂପିତ ହୋଇ ନଥିବା ସମସ୍ତ ଅନ୍ୟାନ୍ୟ ଶବ୍ଦାବଳୀ ଏବଂ ପଦସଂହତି (ଅଭିବ୍ୟକ୍ତି) ଆଇନରେ କ୍ରମାନୁଯାୟୀ ଦର୍ଶିତ ଅର୍ଥ ସହିତ ପ୍ରାୟ ସମାନ ।

ନିୟମ ୩। ଗ୍ରାମ୍ୟ ଜଙ୍ଗଲ ସମିତି :-

  1. ପ୍ରତ୍ୟେକ ଗ୍ରାମ୍ୟ ଜଙ୍ଗଲର  ପରିଚାଳନା ଭାର ସଂପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚା ସରପଞ୍ଚମାନଙ୍କୁ ଏବଂ ଯେଉଁ ଗ୍ରାମ ନିମନ୍ତେ ଗ୍ରାମ୍ୟ ଜଙ୍ଗଲ ଅଧିସୂଚୀତ (ନୋଟିଫାଏଡ୍) ହୋଇଥାଏ ସେହି ଗ୍ରାମର ୱାର୍ଡସଭ୍ୟ/ ସଭ୍ୟମାନଙ୍କୁ, ସଂପୃକ୍ତ ବନପାଳ (ଫରେଷ୍ଟର) ବନପାଳମାନଙ୍କୁ ଫରେଷ୍ଟରମାନଙ୍କୁ (ରାଜସ୍ଵ ନିରୀକ୍ଷକ/ରାଜସ୍ଵ ନିରୀକ୍ଷକମାନଙ୍କୁ ଏବଂ ଉପରୋକ୍ତ ଗ୍ରାମରୁ ୩ଜଣରୁ କମ୍ ହେଉ ନଥିବା ସେପରି ଏବଂ ୫ଜଣରୁ ଅଧିକ ହେଉନଥିବା କୌଣସି ଅନ୍ୟ ମନୋନୀତ ବ୍ୟକ୍ତିଙ୍କୁ ନେଇ ଗଠିତ କମିଟି ଉପରେ ନସ୍ତ ରହିବ ।
    • ଫରେଷ୍ଟରଙ୍କ ଦ୍ଵାରା ଆହୂତ ଗ୍ରାମବାସୀଙ୍କ ବୈଠକରେ ଗ୍ରାମବାସୀମାନେ, ସେମାନଙ୍କ ମଧ୍ୟରୁ କେଉଁମାନେ କମିଟି ପାଇଁ ସଭ୍ୟ ମନୋନୀତ ହେବେ ତାହା ସ୍ଥିର କରିବେ ଏବଂ ସେପରି ସଂଖ୍ୟକ ସଭ୍ୟ ମନୋନୟନ କରିବେ ।
    • ମନୋନୀତ ହୋଇଥିବା ସଭ୍ୟମାନଙ୍କ ମଧ୍ୟରୁ ଅନ୍ତତଃପକ୍ଷେ ଜଣେ ମହିଳା ସଭ୍ୟ ପ୍ରତିନିଧିତ୍ଵ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ।
  2. ଗ୍ରାମପଞ୍ଚାୟତର ସରପଞ୍ଚ କମିଟିର ଚେୟାରମ୍ୟାନ ରହିବେ :
  3. ଉଲ୍ଲେଖଥାଉ କି, ଗ୍ରାମ୍ୟ ଜଙ୍ଗଲରେ ଯଦି ଏକାଧିକ ଗ୍ରାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଅତ୍ୟଧିକ ଜନସଂଖ୍ୟା ଥିବା ଗ୍ରାମର ସଂପୃକ୍ତ ସରପଞ୍ଚ କମିଟିର ଚେୟାରମ୍ୟାନ ରହିବେ ।

    • କମିଟି ପ୍ରତ୍ୟେକ ବୈଠକ ବନପାଳ (ଫରେଷ୍ଟର)ଙ୍କ ଦ୍ଵାରା ଆହୂତ କରାଯିବ ଏବଂ ଚେୟାରମ୍ୟାନ ବୈଠକରେ ସଭାପତିତ୍ଵ କରିବେ ।
    • କମିଟିର କୌଣସି ବୈଠକରେ ଚେୟାରମ୍ୟାନ ଅନୁପସ୍ଥିତ ରହିଲେ ବୈଠକରେ ଉପସ୍ଥିର ଥିବା ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ, ଉକ୍ତ ବୈଠକରେ ଚେୟାରମ୍ୟାନ ରୂପେ କାର୍ଯ୍ୟ ତୁଲାଇବାକୁ ବାଛିବେ ।
  4. ଉପ-ନିୟମ (୧) ଅନୁଯାୟୀ ମନୋନୀତ ହୋଇଥିବା କମିଟିର ସଭ୍ୟମାନଙ୍କର କାର୍ଯ୍ୟକାଳ ଦୁଇବର୍ଷ ଅଟେ ।

ନିୟମ ୪। ସୀମା ବା ଚୌହଦୀର ରକ୍ଷଣାବେକ୍ଷଣ :-

ପ୍ରତ୍ୟେକ କମିଟି ସଂପୃକ୍ତ ବନପାଳ ଏବଂ ରାଜସ୍ଵ ନିରୀକ୍ଷକ ଙ୍କ ସାହାଯ୍ୟ ସହଯୋଗରେ ଗ୍ରାମ୍ୟ ଜଙ୍ଗଲର ସୀମା ଉପଯୁକ୍ତ ଭାବେ ନିର୍ଦ୍ଧାରଣ କରିବେ ଏବଂ ସୀମାକୁ ସୂଚାରୁରୂପେ ସୀମାବନ୍ଧ କରିବେ ।

ନିୟମ ୫। ଗ୍ରାମ୍ୟ ଜଙ୍ଗଲରେ କରାଯାଉଥିବା କାର୍ଯ୍ୟରେ ପ୍ରତିଷେଧକ ବ୍ୟବସ୍ଥା :-

ଏହି ନିୟମାବଳୀରେ ବ୍ୟବସ୍ଥା ବ୍ୟତୀତ କୌଣସି ଗ୍ରାମ୍ୟ ଜଙ୍ଗଲରେ ବଢୁଥିବା ଯେ କୌଣସି ବୃକ୍ଷାଦିକୁ କୌଣସି ବ୍ୟକ୍ତି ନିୟମାବଳୀ ଅନୁସାରେ ଅନୁମତି ପ୍ରାପ୍ତ ନ ହୋଇ କାଟି ପାରିବେ ନାହିଁ, ଅଗ୍ରଛେଦନ କରିପାରିବେ ନାହିଁ ଅଥବା ଯଥାଯୋଗ୍ୟ ବୃକ୍ଷାଦିର କୌଣସି ଉପାୟରେ କ୍ଷତି କରିବେ ନାହିଁ ଅଥବା ଅପସାରଣ କରିପାରିବେ ନାହିଁ ଅଥବା ଜାଣିଶୁଣି ଅଥବା ଇଚ୍ଛାପୂର୍ବକ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ସେପରି ବୃକ୍ଷାଦିକୁ କାଟିବାକୁ, ଅଗ୍ରଛେଦନ, କ୍ଷତିସାଧନ, ଅଥବା ଅପସାରଣ କରିବାକୁ ଅନୁମତି ଦେଇ ପାରିବେ ନାହିଁ ଅଥବା ପ୍ରବର୍ତ୍ତାଇ ପାରିବେ ନାହିଁ ।

ନିୟମ ୬। ସୁରକ୍ଷା ନିରାପତ୍ତା :-

ଯେଉଁ ସଂପ୍ରଦାୟ ଅଥବା ସଂପ୍ରଦାୟମାନଙ୍କ ଉପକାର ବା ହିତ ଦୃଷ୍ଟିରୁ ଗ୍ରାମ୍ୟଜଙ୍ଗଲର ସୃଷ୍ଟି ହେଉଛି ସେହି ସଂପ୍ରଦାୟ ଅଥବା ସଂପ୍ରଦାୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ସମସ୍ତ ବ୍ୟକ୍ତିଙ୍କର ସେପରି ଜଙ୍ଗଲକୁ ସୁରକ୍ଷିତ ଏବଂ ସେଥିରେ ଥିବା ବୃକ୍ଷାଦିର ସଂରକ୍ଷଣ କରିବାକୁ କର୍ତ୍ତବ୍ୟ ରହିବ ଏବଂ ଯେ କୌଣସି କାରଣରୁ ଯଦି ସେପରି ବୃକ୍ଷାଦିର କୌଣସି ସମୟରେ କୌଣସି କ୍ଷତିସାଧନ କରାଯାଏ ତେବେ ଯେତେ ଶୀଘ୍ର ସମ୍ଭବ  ନିକଟତମ ସ୍ଥାନୀୟ ଜଙ୍ଗଲ ଅଧିକାରୀ ଅଥବା ପୋଲିସ୍ ଅଫିସରଙ୍କୁ ରିପୋର୍ଟ କରିବାକୁ ହେବ।

ନିୟମ ୭। କମିଟି ବୈଠକ :-

  1. ଆବଶ୍ୟକତା ଅନୁଯାୟୀ କମିଟି ପ୍ରତି ତିନିମାସରେ ଅନ୍ତତଃପକ୍ଷେ ଆଲୋଚନା ନିମନ୍ତେ ଗୋଟିଏ ଥର ବସିବ । କମିଟି ବୈଠକର ଆହୂତକାରୀ ହେତୁ ବନପାଳ (ଫରେଷ୍ଟର), ଏଥିନିମନ୍ତେ ରକ୍ଷାଣବେକ୍ଷଣ କରାଯାଇଥିବା ନୋଟିସ୍ ବହିରେ ଉକ୍ତ ବୈଠକର ନୋଟିସ୍ ଜାରୀ (ଇଶୁ) କରିବେ । ଏଥିନମନ୍ତେ ରଖାଯାଇଥିବା କାର୍ଯ୍ୟଧାରା ବହି (ପ୍ରୋସିଡିଂ ବୁକ୍)ରେ ବନପାଳ (ଫରେଷ୍ଟର)ପ୍ରତ୍ୟେକ ବୈଠକ କାର୍ଯ୍ୟ ବିବରଣୀ ଲିପିବଦ୍ଧ କରିବେ ଏବଂ ଲିପିବଦ୍ଧ କରାଯାଇଥିବା କାର୍ଯ୍ୟ ବିବରଣୀ  କମିଟିର ଚେୟାରମ୍ୟାନ୍ଙ୍କ ଦ୍ବାରା ଦସ୍ତଖତ କରାଯିବ। ବୈଠକରେ ପାଶ୍ କରାଯାଇଥିବା କମିଟିର ପ୍ରସ୍ତାବଟିକୁ ଚେୟାରମ୍ୟାନ ସଂପୃକ୍ତ ଚକଲା ଅଧିକାରୀ ଏବଂ ତହସିଲଦାରଙ୍କ ନିକଟକୁ ପଠାଇବେ ନୋଟିସ୍ ବହି ଏବଂ କାର୍ଯ୍ୟଧାରା ବହିର ଅଭିରକ୍ଷକ ବନପାଳ (ଫେରଷ୍ଟର) ଅଟନ୍ତି ।
  2. ବୈଠକରେ ପାଶ କରାଯାଇଥିବା ପ୍ରସ୍ତାର ପୃଥକ ଭାବରେ ଏବଂ ଏକ ସମୟରେ ବୈଠକ ତାରିଖରୁ ୧୫ଦିନ ସମୟ ମଧ୍ୟରେ ତହସିଲଦାର ଏବଂ ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ନିକଟକୁ ପଠାଯିବ ଓ ତହସିଲଦାର ଏବଂ ଚକଲା ଅଧିକାରୀ (ରେଞ୍ଜ ଅଫିସର) ପ୍ରସ୍ତାବଟିର ବିଚାର କରିବେ ଏବଂ ପ୍ରସ୍ତାବ ପାଇବା ତାରିଖରୁ ୧୫ଦିନ ସମୟ ମଧ୍ୟରେ ପ୍ରସ୍ତାବ ଉପରେ ମନ୍ତବ୍ୟ ପ୍ରଦାନ କରିବେ ।
  3. ଯଦି ତହସିଲଦାର ଏବଂ/ଅଥବା ଆବଶ୍ୟକସ୍ଥଳେ ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ରିପୋର୍ଟ, ସେମାନଙ୍କ ଦ୍ଵାରା ପ୍ରସ୍ତାବ ପ୍ରାପ୍ତ ହୋଇଥିବା ତାରିଖରୁ ୧୫ଦିନ ସମୟ ମଧ୍ୟରେ କମିଟି ଦ୍ଵାରା ପ୍ରାପ୍ତ ନହୁଏ, ତେବେ ତହସିଲଦାର ଓ ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ଦ୍ଵାରା ପ୍ରସ୍ତାବଟି ଅନୁମୋଦିତ ହୋଇଥିବାର ମନେ କରାଯିବ ଏବଂ ପନ୍ଦରଦିନ ପରେ ତାହା କାର୍ଯ୍ୟକାରୀ ହେବ ।
  4. କମିଟି ଦ୍ଵାରା ପାଶ୍ କରାଯାଇଥିବା ଯେ କୌଣସି ପ୍ରସ୍ତାବ ଯେଉଁ କ୍ଷେତ୍ରରେ ଜଙ୍ଗଲ ସଂରକ୍ଷଣ ଏବଂ ସୁରକ୍ଷା ର ନୀତି ବିରୁଦ୍ଧ ବୋଲି ଚକଲା ଅଧିକାରୀ (ରେଞ୍ଜ ଅଫିସରଙ୍କ ଦ୍ଵାରା ବିଚାର କରାଯାଏ ଅଥବା ତହସିଲଦାରଙ୍କ ଦ୍ଵାରା ବେଆଇନ ଏବଂ ହିତାଧିକାରୀମାନଙ୍କ ସ୍ଵାର୍ଥ ବିରୁଦ୍ଧ ବୋଲି ବିଚାର କରାଯାଏ ସେ କ୍ଷେତ୍ରରେ ଉକ୍ତ ଚକଲା ଅଧିକାରୀ ଅଥବା ଆବଶ୍ୟକସ୍ଥଳେ ତହସିଲଦାର ପ୍ରସ୍ତାବ ପାଇବାର ପନ୍ଦରଦିନ ସମୟ ମଧ୍ୟରେ ଉକ୍ତ ପ୍ରସ୍ତାବଟିକୁ ପୁନର୍ବିଚାର ନିମନ୍ତେ ଜମିଟିକୁ  ପଠାଇବେ । ପୁନର୍ବିଚାର ନିମନ୍ତେ ଆସିଥିବା ପ୍ରସ୍ତାବଟିକୁ କମିଟି, ତାହା ପାଇବାର ୩୦ ଦିନ ସମୟ ମଧ୍ୟରେ ବିଚାର  କରିବେ ।
  5. ପ୍ରସ୍ତାବଟି ଉପରେ ପୁନର୍ବିଚାର କରି କମିଟି ଯଦି ମୂଳ ପ୍ରସ୍ତାବଟି ବଦଳାଇବାକୁ ଆବଶ୍ୟକୀୟ ନାହିଁ ବୋଲି ବିଚାର କରେ ତେବେ ଚକଲା ଅଧିକାରୀ (ରେଞ୍ଜ ଅଫିସର ) ଅଥବା ଆବଶ୍ୟକସ୍ଥଳେ ତହସିଲଦାରଙ୍କ ଠାରୁ ପ୍ରାପ୍ତ  ତାରିଖରୁ ୪୫ ଦିନ ସମୟ ମଧ୍ୟରେ ବିଷୟବସ୍ତୁଟି କମିଟି ଦ୍ଵାରା, ଯେଉଁ କ୍ଷେତ୍ରରେ ବିଷୟବସ୍ତୁ ଜଙ୍ଗଲ ସଂରକ୍ଷଣ ଏବଂ ସୁରକ୍ଷା ସମ୍ପର୍କୀୟ ହୋଇଥାଏ  ସେ କ୍ଷେତ୍ରରେ ବିଭାଗୀୟ ଜଙ୍ଗଲ ଅଧିକାରୀଙ୍କ ନିଷ୍ପତ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉପ-ଜିଲ୍ଲାପାଳ (ସବ୍-କଲେକ୍ଟର)ଙ୍କ ନିକଟରୁ ପଠାଯିବ । ବିଭାଗୀୟ  ଜଙ୍ଗଲ ଅଧିକାରୀ (ଡିଭିଜନାଲ ଫରେଷ୍ଟ ଅଫିସର ) ଅଥବା ଆବଶ୍ୟକସ୍ଥଳେ ଉପ- ଜିଲ୍ଲାପାଳ (ସବ୍- କଲେକ୍ଟର)ଙ୍କ ନିଷ୍ପତ୍ତି ସାଧାରଣତଃ ପ୍ରସ୍ତାବ ପାଇବାର ୧୫ ଦିନ ସମୟ ମଧ୍ୟରେ ପଠାଯିବ ଏବଂ ତାହା ଚୂଡାନ୍ତ ଅଟେ ।
  6. ଉପ-ନିୟମ (୧)ରେ ଅନ୍ତର୍ବିଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ, କମିଟିର ଏକ-ତୃତୀୟାଂଶ ସଭ୍ୟ ହୁଏତ୍ ସମସ୍ତ ସଭ୍ୟଙ୍କୁ ଅନ୍ତତଃପକ୍ଷେ ୭ଦିନ ପୂର୍ବରୁ ନୋଟିସ୍ ଦେଇ ବୈଠକ ଆହୂତ କରିବା ନିମନ୍ତେ ଚେୟାରମ୍ୟାନଙ୍କୁ ଲିଖିତକାରରେ ଅନୁରୋଧ କରିପାରନ୍ତି।
  7. କମିଟିର ଏକ ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ କୋରମ ଗଠିତ  ହେବ ।

ନିୟମ ୮। ଅନୁମତି :-

  1. କମିଟି ଦ୍ଵାରା  କରାଯାଇଥିବା ବିଚାର ଏବଂ କମିଟି ଦ୍ଵାରା ଏଥିନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଦୁଇ ଜଣ ସଭ୍ୟଙ୍କ ଦ୍ଵାରା ଇଶୁ କରାଯାଇଥିବା ପରମିଟ୍ ଓ ଏହି ନିୟମାବଳୀରେ ସଂଯୁକ୍ତ ଫାରମରେ ବନପାଳଙ୍କ ଦ୍ଵାରା ପ୍ରତିସ୍ଵାକ୍ଷରିତ ବ୍ୟତୀତ ଗ୍ରାମ୍ୟ ଜଙ୍ଗଲରୁ କୌଣସି ପ୍ରକାର କାଠ ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଅପସାରିତ କରାଯାଇ ପାଇବ ନାହିଁ ।
  2. ବ୍ୟବହୃତ ଅନୁମତି ପୁସ୍ତକ ସହିତ ଅନୁମତି ଇଶୁ କରୁଥିବା କ୍ଷମତାପ୍ରାପ୍ତ ସଭ୍ୟଙ୍କ ଦ୍ଵାରା ଏଥି ନିମନ୍ତେ ବିକ୍ରୟ କରାଯାଉଥିବା ଜଙ୍ଗଲଜାତ ଦ୍ରବ୍ୟର ସାରାଂଶ ପ୍ରସ୍ତୁତ କରାଯାଇ ସଂପୃକ୍ତ ଚକଲା ଅଧିକାରୀଙ୍କ ନିକଟରେ ଫେରସ୍ତ କରାଯିବ ।

ନିୟମ ୯। ଜଙ୍ଗଲଜାତ ଦ୍ରବ୍ୟର ଭାଗ କରିବା :-

  1. ହିତାଧିକାରୀଗଣ ସେମାନଙ୍କର ଯଥାର୍ଥ ବିନିଯୋଗ ଅଥବା ଉପଭୋଗ ନିମନ୍ତେ ନିୟମ ୧୩ରେ ନିର୍ଦ୍ଧାରିତମତେ ଦେୟ ପ୍ରଦାନ କରି ଗ୍ରାମ୍ୟ ଜଙ୍ଗଲରୁ ଉତ୍ପନ୍ନ  ଜଙ୍ଗଲଜାତ ଦ୍ରବ୍ୟ ପାଇବାକୁ ହକ୍ଦାର  ହେବେ । ହିତାଧିକାରୀ ଗଣ ସେମାନଙ୍କ ଯଥାର୍ଥ ବିନିଯୋଗ ଅଥବା ଉପଭୋଗ ନିମନ୍ତେ ପାଉଥିବା ଜଙ୍ଗଲଜାତ ଦ୍ରବ୍ୟକୁ ଯଦି ବିକ୍ରୟ ଅଥବା ବିନିମୟ କରିବାକୁ ଆବଶ୍ୟକ କରନ୍ତି ତେବେ ସେମାନେ ନିୟମ ୮ ଅନୁଯାୟୀ ଆବଶ୍ୟକୀୟ ପରମିଟ ହାସଲ କରିବେ । ଗ୍ରାମ୍ୟ ଜଙ୍ଗଲର ପରିଚାଳନା ଏବଂ ପୁନଃଉତ୍ପାଦନ ନିମନ୍ତେ ତହବିଲ (ଫଣ୍ଡ) ପାଇଁ କମିଟି ଜଙ୍ଗଲଜାତ ଦ୍ରବ୍ୟ ଅଂଶବିଶେଷ ବିକ୍ରୟ କରିବାକୁ ହକ୍ଦାର ଅଟନ୍ତି ଏବଂ ଗ୍ରାମ୍ୟ ଜଙ୍ଗଲଜାତ ଦ୍ରବ୍ୟର ପରିବହନ ନିମନ୍ତେ କ୍ରୟକାରୀ ନିୟମ  ୮ ଅନୁଯାୟୀ ଆବଶ୍ୟକୀୟ ପରମିଟ୍ ହାସଲ କରିବା ଆବଶ୍ୟକ ।
  2. ଯେତେଦୂର ସମ୍ଭବ ପ୍ରତ୍ୟେକ ରନ୍ଧନଶାଳା ନିମନ୍ତେ ଗୋଟିଏ ସମାନ ଅଂଶ ଭିତ୍ତିରେ ହିତାଧିକାରୀଙ୍କର ଯଥାର୍ଥ ବିନିଯୋଗ  ଏବଂ ଉପଭୋଗ ନିମନ୍ତେ  ସେମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଙ୍ଗଲରୁ ସମସ୍ତ ପ୍ରାପ୍ତବ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିତରଣ ବା ବଣ୍ଟନ ନିମନ୍ତେ ଏକ ରେକର୍ଡ଼ ରଖିବେ ଏବଂ ଏକ ସ୍ଵତନ୍ତ୍ର ବା ବିଶେଷ ବୈଠକ ପୂର୍ବରୁ ବଣ୍ଟନ କରାଯାଇଥିବା ଦ୍ରବ୍ୟ କମିଟିର ଉକ୍ତ ବୈଠକରେ ସମୀକ୍ଷା କରାଯିବ ।

ନିୟମ ୧୦। ଗ୍ରାମ୍ୟ ଜଙ୍ଗଲର ଚାରଣକୁ ନିୟନ୍ତ୍ରଣ

  1. କମିଟି ଉପଯୁକ୍ତ ବିବେଚନା କରି ଏବଂ ସେପରି କୌଣସି ପଦ୍ଧତି ବ୍ୟବସ୍ଥା କରି ସେପରି କୌଣସି ସମୟ ନିମନ୍ତେ ଇଲାକାକୁ ବନ୍ଦ ଏବଂ ଖୋଲା ରଖି ଗ୍ରାମ୍ୟ ଜଙ୍ଗଲର ଚାରଣକୁ ନିୟନ୍ତ୍ରଣ କରିପାରିବେ :-
  2. ଉଲ୍ଲେଖ ଥାଉକି, ଓଡିଶା ଜଙ୍ଗଲ (ଗୋ-ମହିଷାଦିମାନଙ୍କର ଚାରଣ) ନିୟମାବଳୀ, ୧୯୮୦ ଯେତେଦୂର ସମ୍ଭବ ସେପରି ଚାରଣକୁ ନିୟନ୍ତ୍ରଣ କରିବ ।

  3. ଏହି ନିୟମାବଳୀର ବିରୁଦ୍ଧାଚରଣ କରି ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରୁଥିବା ଗୋ-ମହିଷାଦିଙ୍କୁ ଅବରୁଦ୍ଧ କରିବାର କ୍ଷମତା କମିଟିର ରହିବ ।
  4. ଗ୍ରାମ ସୀମା ମଧ୍ୟସ୍ଥିତ ଗୋଚର ଜମିରେ ଚାରଣ ଭୂମି ଉନ୍ନୟନ ଏବଂ ପଶୁଖାଦ୍ୟ ଚାଷ କରିବାକୁ ଏ ସମ୍ପର୍କରେ ଉପ-ଜିଲ୍ଲାପାଳ ଅଥବା ବିଭାଗୀୟ ଜଙ୍ଗଲ ଅଧିକାରୀ ଅଥବା ମୃତ୍ତିକା ସଂରକ୍ଷଣ ଅଧିକାରୀ ଙ୍କ ଦ୍ଵାରା ପ୍ରସ୍ତୁତ କରିକଳ୍ପନା ବା ଯୋଜନା ଅନୁସାରେ ପଦକ୍ଷେପ ଗ୍ରହଣ କରିବେ । ଉକ୍ତ ପରିକଳ୍ପନା ବା ଯୋଜନାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ କମିଟି, ଗୋ-ମହିଷାଦି ପାଳନ କରିଥିବା ପ୍ରତ୍ୟେକ ପରିବାର ସେପରିଭାବେ ପରିକଳ୍ପନା ବା ଯୋଜନାର ଉପକାର ପାଇବାକୁ ଅଧିକାରୀ ହେବେ ତାହା ସ୍ଥିର କରିବେ ।

ନିୟମ ୧୧। ଜଙ୍ଗଲର ପରିଚାଳନା ଏବଂ ପରିଚାଳନା ଯୋଜନା ପ୍ରସ୍ତୁତ କରିବା :-

  1. ଉପନିୟମ ୪ରେ ବ୍ୟବସ୍ଥିତ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ, ପ୍ରତ୍ୟେକ ଗ୍ରାମ୍ୟ ଜଙ୍ଗଲର ପରିଚାଳନା ନିମନ୍ତେ ଏକ ପରିଚାଳନା ଯୋଜନା  ପ୍ରସ୍ତୁତ କରାଯିବ । ସେଥିମଧ୍ୟରେ ଅନ୍ୟ ବିଷୟମାନଙ୍କ ମଧ୍ୟରୁ ନିମ୍ନଲିଖିତ ବିଷୟମାନ ଅନ୍ତର୍ଭୁକ୍ତ ହେବ । ଯଥା :-
    • ଯୋଜନାର କାଳବିଧି ଯାହା ମଧ୍ୟ କେଉଁ ଜାତିର ଉଦ୍ଭିଦ ରୋପଣ କରାଯିବ ତାହା ଉଲ୍ଲେଖ କରିଥାଏ,
    • ଅଞ୍ଚଳ ବା ଇଲାକାର ପ୍ରାକୃତିକ ଏବଂ ଆଇନଗତ ବିବରଣୀ ଏବଂ ହିତାଧିକାରୀଙ୍କର ଅଧିକାର;
    • ସଂସ୍ଥା, ସଂରକ୍ଷଣ, ପରିଚାଳନା ଅର୍ଥ ଯୋଗାଣ ଏବଂ ଉଦ୍ଭିଦ ସଂଗ୍ରହ କରିବାକୁ ଦାୟିତ୍ଵ ବଣ୍ଟନ,
    • କୃଷି ପଦ୍ଧତି,
    • ସଂରକ୍ଷଣ ସର୍ତ୍ତାବଳୀ,
    • ଉପକାର ବଣ୍ଟନ ନିମନ୍ତେ ନୀତିନିୟମ ।
  2. ସଂପୃକ୍ତ ବନପାଳ (ଫରେଷ୍ଟ)ଙ୍କ ଦ୍ଵାରା ଯୋଜନା ପ୍ରସ୍ତୁତ କରାଯିବ ଏବଂ ଗ୍ରାମ୍ୟ ଜଙ୍ଗଲ କମିଟି ସମ୍ମୁଖରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ । କମିଟି ଉକ୍ତ ଯୋଜନାର ତିନୋଟି ନକଲ ଚକଲା ଅଧିକାରୀ(ରେଞ୍ଜ ଅଫିସର)ଙ୍କୁ ନିକଟକୁ ପଠାଇବେ । ଚକଲା ଅଧିକାର (ରେଞ୍ଜ ଅଫିସର)ତା’ ଉପରେ ତାଙ୍କର ମତପ୍ରଦାନ କରି ରେକର୍ଡ଼ କରି ସାରିବା ପରେ ୧୫ଦିନ ମଧ୍ୟରେ ବନପାଳ (ଫରେଷ୍ଟ)ଙ୍କ ଜରିଆରେ ଦୁଇଟି ନକଲ କମିଟିକୁ ଫେରସ୍ତ ଦେବେ । କମିଟି ଦ୍ଵାରା ଅନୁମୋଦିତ ହୋଇଥିବା ଯୋଜନା ଯଦି ଚକଲା ଅଧିକାରୀ(ରେଞ୍ଜ ଅଫିସର)ଙ୍କ ଦ୍ଵାରା ସମର୍ଥିତ ହୁଏ ତେବେ ତାହା ଅବିଳମ୍ବେ ବା ତତ୍ କ୍ଷଣାତ୍ କାର୍ଯ୍ୟକାରୀ ହେବା । ସଂପ୍ରଦାୟର ହିତ  ଦୃଷ୍ଟି ରୁ ଯଦି ଚକଲା ଅଧିକାରୀ (ରେଞ୍ଜ ଅଫିସର)ଉକ୍ତ ଯୋଜନାର କେତେକ ପରିବର୍ତ୍ତନ ଆବଶ୍ୟକ ହେବ ବୋଲି ମତପୋଷଣ କରନ୍ତି ତେବେ କମିଟି ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ଦ୍ଵାରା ସୂଚୀତ କରାଯାଇଥିବା ପରିବର୍ତ୍ତନକୁ ଗ୍ରହଣ କରିପାରନ୍ତି ଅଥବା ଯଦି କମିଟି ମତପୋଷଣ କରନ୍ତି ଯେ, ସଂପ୍ରଦାୟକଙ୍କ ମହତ ହିତ ଦୃଷ୍ଟିରୁ ଯୋଜନାଟି ମୌଳିକ ଭାବେ ଅନୁମୋଦିତ ହୋଇଛି ତେବ ଏ ବିଷୟରେ ଉପ-ଜିଲ୍ଲାପାଳ(ସବ୍-କଲେକ୍ଟର)ଙ୍କୁ ଜଣାଇବେ । ଉପ-ଜିଲ୍ଲାପାଳ, ଚକଲା ଅଧିକାରୀ (ରେଞ୍ଜ ଅଫିସର)ଏବଂ ଅନ୍ତତଃପକ୍ଷେ କମିଟିର ତିନିଜଣ ସଭ୍ୟଙ୍କ ମଧ୍ୟରେ ଆଲୋଚନା ଜରିଆରେ କମିଟି ଏବଂ ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ମତ ବିଚାର କରିବେ । ଯଦି ମତଭେଦ ଦୂରୀଭୁତ ହୁଏ ତେବେ ଆଲୋଚନାରେ ଅନୁମୋଦିତ ହୋଇଥିବା ଯୋଜନା ଅନୁମୋଦିତ ଯୋଜନା ରୂପେ ଗଣ୍ୟ ହେବ । ଯଦି ମତ ପାର୍ଥକ୍ୟ ବା ମତଭେଦ ଦୂରୀଭୁତ ନ ହୁଏ ତେବେ ଉପ-ଜିଲ୍ଲାପାଳ (ସବ୍-କଲେକ୍ଟର) ଉପଯୁକ୍ତ ବିବେଚନା ଅନୁଯାୟୀ ଯୋଜନାଟିରେ ସେପରି କୌଣସି ପରିବର୍ତ୍ତନ ବା ସଂଶୋଧନ କରିବେ ଏବଂ ଏହା କରିବାର କାରଣ ଲିପିବଦ୍ଧ କରିବେ ଉପ-ଜିଲ୍ଲାପାଳ(ସବ୍-କଲେକ୍ଟର)ଙ୍କ ଦ୍ଵାରା ସଂଶୋଧିତ ଯୋଜନା କାର୍ଯ୍ୟକାରୀ ନିକଟକୁ ପଠାଯିବ ।
    • ସ୍ଵତନ୍ତ୍ର ଗ୍ରାମମାନଙ୍କର ଗ୍ରାମ୍ୟଜଙ୍ଗଲରେ ଅବସ୍ଥିତ ଥିବା ଭୂମି ସମ୍ପର୍କରେ ଉପରୋକ୍ତ ପଦ୍ଧତି ଅନୁଯାୟୀ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରେ ।
    • ଉଦ୍ଭିଦ ନିମନ୍ତେ ଭୂମି ବାଛିବା ଏବଂ ସେପରି ଜମିରେ କେଉଁ ପ୍ରକାରର ଉଦ୍ଭିଦ ରୋପଣ କରାଯିବ ତାହା କମିଟି ସହିତ ପରାମର୍ଶ କାରୀ ଫରେଷ୍ଟର ଅଥବା ଚକଲା ଅଧିକାରୀ(ରେଞ୍ଜ ଅଫିସର) ସିଦ୍ଧାନ୍ତ କରିବେ ।
    • ଯୋଜନାଟିକୁ କାର୍ଯ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ କମିଟି ଗ୍ରାମ୍ୟ ଜଙ୍ଗଲକୁ ପୃଥକ୍ ପୃଥକ୍ ଭାବେ ବିଭକ୍ତ କରିବେ ଏବଂ ସଂପୃକ୍ତ ଉଦ୍ଭିଦ ଅନୁଯାୟୀ ପର୍ଯ୍ୟାୟକ୍ରମେ କାର୍ଯ୍ୟ କରିବେ ।
    • ଯେଉଁସ୍ଥଳରେ ଗ୍ରାମ୍ୟଜଙ୍ଗଲ ସମ୍ପର୍କରେ ସେପରି କୌଣସି ପରିକଳ୍ପନା ବା ଯୋଜନା(ପ୍ଲାନ) କାର୍ଯ୍ୟକାରୀ ହୁଏ ସେ ସ୍ଥଳରେ କମିଟି ସେପରି ଯୋଜନାନୁଯାୟୀ ସେଥିରେ (ଗ୍ରାମ୍ୟଜଙ୍ଗଲରେ) ବଢି ଉଠୁଥିବା ଉଦ୍ଭିଦ ସବୁର ସଂରକ୍ଷଣ ଏବଂ ପରିଚାଳନା କରିବେ ।
    • ଗ୍ରାଣ୍ଟ ଜରିଆରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ପ୍ରତ୍ୟକ୍ଷରେ ସରକାରଙ୍କ ଦ୍ଵାରା କମିଟିକୁ ଦିଆଯାଉଥିବା ମୂଳଧନ (ଅର୍ଥ) ଖଟାଇ କମିଟି ଯୋଜନାକୁ କାର୍ଯ୍ୟକାରୀ କରାଇବେ ।

ନିୟମ ୧୨। ଗ୍ରାମ ମୂଳଧନ ବା ଅର୍ଥ (ଫଣ୍ଡସ୍)ର ହିସାବ ପରିଶୋଧ :-

  1. ଯେଉଁ କ୍ଷେତ୍ରରେ କମିଟି ଜଙ୍ଗଲରେ ସଂରକ୍ଷଣ ଦାୟିତ୍ଵ ହାତକୁ ନେବା ନିମନ୍ତେ ଅକୃତକାର୍ଯ୍ୟ ହୁଅନ୍ତି, ସେ କ୍ଷେତ୍ରରେ ସେପରି ଜଙ୍ଗଲର ସଂରକ୍ଷଣ କରିବାକୁ କମିଟି ଅର୍ଥବା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଖର୍ଚ୍ଚ (ଯଦିଥାଏ)କୁ ବାଦଦେବା ପରେ ପରମିଟ୍ ଇଶୁ କରିବା ଦ୍ଵାରା ପ୍ରତ୍ୟେକ ଗ୍ରାମ୍ୟ ଜଙ୍ଗଲରୁ ଆଦାୟ କରାଯାଉଥିବା ଜଙ୍ଗଲଜାତ ଦ୍ରବ୍ୟର ବିକ୍ରୟ ମୂଲ୍ୟ ସଂପୃକ୍ତ ଗ୍ରାମ ଶାସନର ଗ୍ରାମଫଣ୍ଡ୍ରେ  ଜମା କରାଯିବ ।
  2. ଉପନିୟମ (୧) ଅନୁଯାୟୀ ଜମା କରାଯାଇଥିବା, ପ୍ରତ୍ୟେକ ଅର୍ଥ ପରିମାଣ କମିଟିର ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ଗ୍ରାମ୍ୟ ଜଙ୍ଗଲର ଉନ୍ନୟନ ଏବଂ ପରିଚାଳନା ବାବଦରେ ଯଥାର୍ଥ ଉପାୟରେ ଉପଯୋଗ କରାଯିବ ଏବଂ ଅନ୍ୟଥା କୌଣସି ବାବଦରେ ଖର୍ଚ୍ଚ କରାଯିବ ନାହିଁ ।
  3. ଉପନିୟମ(୧) ଅନୁଯାୟୀ ଜମା କରାଯାଇଥିବା ଜମା ସମ୍ପର୍କରେ ପ୍ରତ୍ୟେକ ଗ୍ରାମ୍ୟ ଜଙ୍ଗଲ ନିମନ୍ତେ ସ୍ଵତନ୍ତ୍ର ହିସାବ ସଂପୃକ୍ତ ଗ୍ରାମପଞ୍ଚାୟତଙ୍କ ଦ୍ଵାରା ସଂରକ୍ଷିତ କରାଯିବ । ବିଭାଗୀୟ ଜଙ୍ଗଲ ଅଧିକାରୀ (ଡିଭିଜନାଳ ଫରେଷ୍ଟ ଅଫିସର)ଙ୍କ ଦ୍ଵାରା ଏଥିନିମନ୍ତେ ନିର୍ଦ୍ଧାରିତ ଫାରମରେ ସଂପୃକ୍ତ ପ୍ରତ୍ୟେକ ଗ୍ରାମପଞ୍ଚାୟତର କେତେ ପରିମାଣରେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରାଗଲା ଏବଂ କେତେ ପରିମାଣର ରାଜସ୍ୱ ଆଦାୟ କରାଗଲା ତାହା ଦର୍ଶାଇ ବିଭାଗୀୟ ଜଙ୍ଗଲ ଅଧିକାରୀ ଏବଂ ପଞ୍ଚାୟତ ସମିତି ପାଖକୁ ଅର୍ଦ୍ଧ ବାର୍ଷିକ ବିବରଣୀ ପଠାଇବେ ।
  4. ସମୀକ୍ଷା ଏବଂ ଅନୁମୋଦନ ନିମନ୍ତେ କମିଟିର ଆୟ ଏବଂ  ବ୍ୟୟ ସମ୍ପର୍କୀୟ ବିସ୍ତୃତ ହିସାବ କମିଟିର ପ୍ରତ୍ୟେକ ବୈଠକ ସମ୍ମୁଖରେ ଉପସ୍ଥାପିତ କରାଯିବ ।
  5. କମିଟିର ହିସାବ, ଜଙ୍ଗଲ ବିଭାଗର ଆଭ୍ୟନ୍ତରୀଣ ସମୀକ୍ଷଣ ସଂଗଠନ ବା ସଂସ୍ଥା (ଇଣ୍ଟରନାଲ୍ ଅଡିଟ୍ ଅରଗାନାଇଜେସନ) ଦ୍ଵାରା ସମୀକ୍ଷା କରାଯିବ । ଯେଉଁ କ୍ଷେତ୍ରରେ ଗ୍ରାମଫଣ୍ଡ୍ରେ  କମିଟି ଦ୍ଵାରା ଫଣ୍ଡସ୍ କରାଯାଉଥିବ ସେ  କ୍ଷେତ୍ରରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍, ୧୯୬୪ରେ ଅନ୍ତର୍ବିଷ୍ଟ ବ୍ୟବସ୍ଥା ସ୍ୱରୂପ ବା ଅନୁଯାୟୀ ସମୀକ୍ଷା (ଅଡିଟ୍) କରାଯିବ । ଏହିସବୁ ହିସାବ ସମ୍ବନ୍ଧୀୟ ସମୀକ୍ଷା (ଅଡିଟ୍) ରିପୋର୍ଟ ପ୍ରତ୍ୟେକ ବର୍ଷ କମିଟି ସମ୍ମୁଖରେ ଉପସ୍ଥାପିତ କରାଯିବ ଏବଂ ସଂପୃକ୍ତ ଚକଲା ଅଧିକାରୀ (ରେଞ୍ଜ ଅଫିସର) ଓ ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ମୁଖରେ ମଧ୍ୟ ଦାଖଲ କରାଯିବ ।

ନିୟମ ୧୩। ଅର୍ଥ ପ୍ରଦାନ କରିବାର ହାର :-

  1. ଗ୍ରାମ୍ୟ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ  ପାଇବାକୁ ଉପକାର ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା  ଦିଆଯାଉଥିବା ଅର୍ଥର ଦର ବା ହାର ସମୟକୁ ସଂଶୋଧିତ ହେଉଥିବା ଓଡ଼ିଶା ଜଙ୍ଗଲଜାତ ଦ୍ରବ୍ୟ ନିୟମାବଳୀ, ୧୯୭୭ ନିମନ୍ତେ ଦିଆଯାଉଥିବା ଅନୁସୂଚୀ ଦର ଅନୁଯାୟୀ ସ୍ଵ ଜଙ୍ଗଲ ବିଭାଗ ନିମନ୍ତେ ନିର୍ଦ୍ଧାରିତ କରାଯାଇଥିବା ଦର ସହ ସମାନ ହେବ ।
  2. ଜଙ୍ଗଲ ନିୟମାବଳୀର ଉପନିୟମ (୧)ରେ ବୃକ୍ଷ ସମ୍ପର୍କରେ ଯେଉଁ ଶ୍ରେଣୀବିଭାଗ କରାଯାଇଛି, ଗ୍ରାମ୍ୟ ଜଙ୍ଗଲର ବୃକ୍ଷାଦିରେ ସେହି ଶ୍ରେଣୀ ପ୍ରଯୁଜ୍ୟ ହେବ ।

ନିୟମ ୧୪। ଚାଳଣ :-

ଗ୍ରାମ୍ୟ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ (ଟ୍ରାନ୍ଜିଟ୍) କରିବା କ୍ଷେତ୍ରରେ ଓଡ଼ିଶା ଟିମ୍ବର ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ ନିୟମାବଳୀ, ୧୯୮୦ ଲାଗୁ ହେବ ନାହିଁ ଏବଂ ନିୟମାବଳୀ ୮ଅନୁଯାୟୀ ଇଶୁ କରାଯାଇଥିବା ପରମିଟ୍କୁ ଏହି ନିୟମାବଳୀର ଉଦ୍ଦେଶ୍ୟ ନିମନ୍ତେ ଚାଲାଣ ପରମିଟ୍ ରୂପେ ଧରିନିଆଯିବ ।

ନିୟମ ୧୫। ଅପରାଧ ଏବଂ ଦଣ୍ଡ :-

ଆଇନ୍ ର ଦଫା ୨୭ର ବ୍ୟବସ୍ଥାସମୂହ ଆବଶ୍ୟକ ବା ଯଥୋଚିତ ପରିବର୍ତ୍ତନ ସହ ସମସ୍ତ ଗ୍ରାମ୍ୟ ଜଙ୍ଗଲକୁ ଲାଗୁ ହେବ ।

ନିୟମ ୧୬। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ :-

  1. କମିଟି, ଗ୍ରାମପଞ୍ଚାୟତ ସମୂହ ଏବଂ ସଂପୃକ୍ତ ଅନ୍ୟାନ୍ୟ ସମସ୍ତଙ୍କୁ ପରାମର୍ଶ ବା ପଥପ୍ରଦର୍ଶନ କରିବା ନିମନ୍ତେ ସମଗ୍ର ରାଜ୍ୟର ଅବସ୍ଥିତ ଗ୍ରାମ୍ୟ  ଜଙ୍ଗଲରେ ଥିବା ଅଧିକାର ଏବଂ ଗ୍ରାମ୍ୟ ଜଙ୍ଗଲର ଗଠନ ଓ ପରିଚାଳନାର ତଦାରଖ ବା ଯାଞ୍ଚ କରିବାକୁ ଶର୍କର ସମୟକୁ ସମୟ ଆବଶ୍ୟକୀୟ କାର୍ଯ୍ୟବାହୀ ନିର୍ଦ୍ଦେଶ ଜାରୀ କରିବେ ।
  2. ଉପକାରପ୍ରାପ୍ତ ବ୍ୟକ୍ତିଙ୍କ ଅଧିକାର ବା ସ୍ଵତ୍ଵ ବ୍ୟତୀତ ଅଧିକାର ବା ସ୍ଵତ୍ଵ ସମ୍ପର୍କୀୟ ଦାବିର ତଦାରଖ ବା ଯାଞ୍ଚ, ଦାବି ଆପତ୍ତି ବା ଦାବି ଦରଖାସ୍ତ ପ୍ରାପ୍ତ ହେବା ତାରିଖଠାରୁ ତିରିଶ ଦିନ ମଧ୍ୟରେ ସଂପୃକ୍ତ ଚକଲା ଅଧିକାରୀ (ରେଞ୍ଜ ଅଫିସର)ଙ୍କ ଦ୍ଵାରା  ବ୍ୟକ୍ତିଗତ ଭାବେ କରାଯିବ ଏବଂ ଯାଞ୍ଚ ଶେଷ ହେବା ପରେ ପନ୍ଦରଦିନ ମଧ୍ୟରେ କେଶ୍ ରେକର୍ଡ଼ ତହସିଲଦାରଙ୍କ ନିକଟରେ ଦାଖଲ କରାଯିବ ।
    • କେଶ୍ ରେକର୍ଡ଼ ପାଇବା ତାରିଖରୁ ୩୦ ଦିନ ସମୟ ମଧ୍ୟରେ ତହସିଲଦାର ଆଦେଶ (ଅର୍ଡର)ପାଶ୍ କରିବେ ଏବଂ ଉପ-ନିୟମ (୩)ଅନୁଯାୟୀ ଦାଏର କରାଯାଇଥିବା ଅପିଲର ନିଷ୍ପତ୍ତିକୁ ଭିତ୍ତି କରି ପାଶ୍ କରାଯାଇଥିବା ଆଦେଶ (ଅର୍ଡର) ଚୂଡାନ୍ତ ହେବ।
  3. ଅପିଲ :- ଉପ-ନିୟମ (୨) ଅନୁଯାୟୀ ତହସିଲଦାରଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ(ଅର୍ଡର)ରେ ଯଦି  କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇଥାଆନ୍ତି ତେବେ ସେହି ବ୍ୟକ୍ତି  କ୍ଷତିଗ୍ରସ୍ତ ହୋଇଥାଆନ୍ତି ତେବେ ସେହି ବ୍ୟକ୍ତି ହୁଏତ ସବ୍-ଡିଭିଜନାଲ୍ ଅଫିସରଙ୍କ ସମ୍ମୁଖରେ ଅପିଲ ଦାଖଲ କରିପାରନ୍ତି । ସବ୍- ଡିଭିଜନାଲ ଅଫିସରଙ୍କ ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ରୂପେ ଧରିନିଆଯିବ ।

ନିୟମ ୧୭। ପ୍ରତ୍ୟାହାର ଏବଂ ବ୍ୟାବୃତ୍ତି :-

ଏହି ନିୟମାବଳୀ ଅନୁରୂପ ସମସ୍ତ ନିୟମାବଳୀ ଏବଂ ଏହି ନିୟମାବଳୀ ପ୍ରାରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ପ୍ରଚଳିତ ନିୟମାବଳୀ ଏତଦ୍ଦ୍ଵାରା ପ୍ରତ୍ୟାହୃତ କରାଗଲା :

ଉଲ୍ଲେଖଥାଉକି, ପ୍ରତ୍ୟାହୃତ ହୋଇଥିବା ନିୟମାବଳୀ ଅନୁଯାୟୀ ଦିଆଯାଇଥିବା କୌଣସି ଆଦେଶ (ଅର୍ଡର) ଅଥବା ଗ୍ରହଣ କରାଯାଇଥିବା କାର୍ଯ୍ୟଧାରା, ଏହି ନିୟମାବଳୀର ବ୍ୟବସ୍ଥାନୁଯାୟୀ ଦିଆଯାଇଥିବା କିମ୍ବା ଗ୍ରହଣ କାରଯାଇଥିବାର ମନେ କରାଯିବ। "ଫର୍ମ"

ଆଧାର –ଦ ଲ ହାଉସ

Last Modified : 12/1/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate