অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବହନ କିମ୍ବା ଦଖଲରେ ଥିବା କାଠ ଗରିଣ୍ଡା ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟର ନିୟନ୍ତ୍ରଣ

ପରିବହନ କିମ୍ବା ଦଖଲରେ ଥିବା କାଠ ଗରିଣ୍ଡା ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟର ନିୟନ୍ତ୍ରଣ

ଦଫା ୪୫। ଜଙ୍ଗଲଜାତ ଦ୍ରବ୍ୟର ଚାଲଣ ନିୟନ୍ତ୍ରଣ କରିବାକୁ ନିୟମ ପ୍ରଣୟନ କରିବା କ୍ଷମତା

  1. କାଠ ଗରିଣ୍ଡା ଭସା ଯାଉଥିବା ସମସ୍ତ ନଦୀ ଏବଂ ନଦୀକୂଳ ଏବଂ ଜଳ ଓ ସ୍ଥଳ ପଥରେ ଚାଲାଣ କରାଯାଉଥିବା ସମସ୍ତ କାଠ ଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟର ନିୟନ୍ତ୍ରଣ କ୍ଷମତା ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ରହିବ ଏବଂ ସେ ସମସ୍ତ କାଠଗରିଣ୍ଡା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟର  ନିୟନ୍ତ୍ରଣ ପାଇଁ ନିୟମାବଳୀ ପ୍ରଣୟନ କରିପାରିବେ ।
  2. ପୂର୍ବୋକ୍ତ କ୍ଷମତା ଗୁଡ଼ିକର ବିରୁଦ୍ଧାଚରଣ ନ କରି ସେପରି ନିୟମାବଳୀ ନିମ୍ନଲିଖିତ ଉଦ୍ଦେଶ୍ୟରେ ପ୍ରଣୟନ କରିପାରିବେ:-
    • ରାଜ୍ୟର ଯେଉଁ ମାର୍ଗ ମାନଙ୍କରେ ସେପରି କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟର ଆମଦାନୀ ଏବଂ ରପ୍ତାନୀ କିମ୍ବା ଅପସାରଣ କରାଯିବ, ତାହା ଧାର୍ଯ୍ୟ କରିବାକୁ;
    • କ୍ଷମତା  ପ୍ରାପ୍ତ କୌଣସି ଅଫିସରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ପାଶ୍ ବ୍ୟତୀତ ସେପରି କାଠ ଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟର ଆମଦାନୀ ବା ରପ୍ତାନୀ କିମ୍ବା ନେବା ଆଣିବା ନିଷେଧ କରିବାକୁ ;
    • ସେପରି ପାଶ୍ ମଞ୍ଜୁର କରିବା, ଉପସ୍ଥାପିତ କରିବା ଏବଂ ଫେରସ୍ତ ଦେବା ଏବଂ ସେଥିପାଇଁ ଶୁଳ୍କ ପ୍ରଦାନ ସମ୍ପର୍କରେ ବ୍ୟବସ୍ଥା  କରିବାକୁ;
    • ପରିବହନ କରାଯାଇଥିବା କାଠଗରିଣ୍ଡା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଯାହାର ମୂଲ୍ୟ ପାଇଁ ସରକାରଙ୍କୁ କୌଣସି ଶୁଳ୍କ ରୟାଲଟି କିମ୍ବା ଅନ୍ୟାନ୍ୟ ପ୍ରାପ୍ୟ ଦେବାକୁ ଥାଏ କିମ୍ବା ଏହି ଆଇନ୍ ଉଦ୍ଦେଶ୍ୟରେ ସେହି  କାଠଗରିଣ୍ଡା କିମ୍ବା ଜଙ୍ଗଲଜାତ ଦ୍ରବ୍ୟକୁ ଚିହ୍ନ ପ୍ରଦାନ କରିବା ଆବଶ୍ୟକ ହୁଏ ତେବେ ଚାଲଣ କରାଯାଉଥିବା ସେପରି କାଠ ଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟଙ୍କୁ ଅଟକାଇବା ପାଇଁ, ଯାଞ୍ଚ କରିବା ପାଇଁ ଓ ସେ ସମ୍ପର୍କରେ ରିପୋର୍ଟ ଦେବାପାଇଁ ବ୍ୟବସ୍ଥା କରିବାକୁ
    • ସେପରି କାଠ ଗରିଣ୍ଡା, ଜଙ୍ଗଲ ଜାତ ଦ୍ରବ୍ୟକୁ ଚିହ୍ନ ପ୍ରଦାନ କରିବା ପାଇଁ କିମ୍ବା  ସେଥିପାଇଁ ଦେବାକୁ ଥିବା ଅର୍ଥ ଅଦାୟ କରିବା ପାଇଁ, ସେହି ଉଦ୍ଦେଶ୍ୟରେ ସେପରି କାଠ ଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟକୁ ଯାଞ୍ଚ କରିବା ପାଇଁ କ୍ଷମତାପ୍ରାପ୍ତ ବ୍ୟକ୍ତି ଡ଼ିପୋକୁ ନେବା ଓ ସେପରି ଡିପୋମାନଙ୍କର ପ୍ରତିଷ୍ଠା ଓ ପରିଚାଳନା ସମ୍ପର୍କରେ ବ୍ୟବସ୍ଥା କରିବାକୁ ଓ ସେପରି ଡ଼ିପୋକୁ ଅଣାଯାଉଥିବା,ସେପରି ଡ଼ିପୋରେ ଗଚ୍ଛିତ ରଖାଯାଉଥିବା ଓ ସେପରି ଡ଼ିପୋରୁ ଅପସାରିତ କରାଯାଉଥିବା କାଠଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟକୁ ସପରି ଅପସାରିତ କରାଯିବା ସମ୍ପର୍କୀୟ କଟକଣା ସମ୍ବନ୍ଧିତ ବ୍ୟବସ୍ଥା କରିବାକୁ;
    • ଯେଉଁ ନଦୀ ଓ ଜଳ ପ୍ରଣାଳୀରେ ସେପରି କାଠଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟର ଚାଲାଣ କରାଯାଇଥାଏ, ସେହି ନଦୀ ଓ ଜଳ ପ୍ରଣାଳୀର ଘାସ ଏବଂ ଡାଳପତ୍ର ଇତ୍ୟାଦି ନ ପକାଇବାକୁ ଯଦ୍ଦ୍ଵାରା ସେହିନଦୀ କିମ୍ବା ଜଳ ପ୍ରଣାଳୀ ବନ୍ଦ କିମ୍ବା ଅବରୋଧ ହୋଇଯିବ ତାହା ନିଷେଧ କରିବାକୁ;
    • ସେପରି ନଦୀ ବା ଜଳପ୍ରଣାଳୀ ଅବରୁଦ୍ଧ ହୋଇଥିଲେ ତାହା ଅପସାରଣ କରିବାକୁ ଏବଂ ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯୋଗୁଁ ନଦୀ ବା ଜଳ ପ୍ରଣାଳୀ ଅବରୁଦ୍ଧ ହୋଇଥିଲା, ତାହା ଅପସାରଣ କରିବାରେ ଯେଉଁ ଖର୍ଚ୍ଚ ଲାଗିଲା ତାହା ଉପରୋକ୍ତ ବ୍ୟକ୍ତିଙ୍କଠାରୁ ଆଦାୟ କରିବାକୁ;
    • ନିର୍ଦ୍ଦିଷ୍ଟ ଅଞ୍ଚଳର ସୀମା ମଧ୍ୟରେ କୌଣସି ବିଦ୍ୟୁତ ଚାଳିତ କରତକଳ କିମ୍ବା ହସ୍ତଚାଳିତ କରତକଳ ବସାଯିବ କିମ୍ବା କାଠଗରିଣ୍ଡା ପ୍ରସ୍ତୁତ କରିବା, କଟାକଟି କରିବା, ପୋଡ଼ାପୋଡ଼ି କରିବା, ଲୁଚାଇବା କିମ୍ବା କାଠଗରିଣ୍ଡା ପାଇଁ ବ୍ୟବହୃତ ହେଉଥିବା ଉପକରଣଗୁଡ଼ିକୁ ରଖିବା, ବା ସାଙ୍ଗରେ ନେବା ଆଣିବା ନିଷେଧ କରିବାକୁ;
    • କାଠଗରିଣ୍ଡା ଗୁଡ଼ିକୁ ଚିହ୍ନଟ କରିବା ଏବଂ ଚିହ୍ନଟ ହୋଇଥିବା କାଠଗରିଣ୍ଡାଗୁଡ଼ିକୁ ରେଜିଷ୍ଟ୍ରିଭୃକ୍ତ କରିବା, କେଉଁ ସମୟରେ ପର୍ଯ୍ୟନ୍ତ ସେପରି ରେଜିଷ୍ଟ୍ରେସନର କାର୍ଯ୍ୟକାରୀତା ରହିବା ଏବଂ ଜଣେ ବ୍ୟକ୍ତି କେତେକ ସଂଖ୍ୟକ ଚିହ୍ନଟ କାଠଗରିଣ୍ଡାକୁ ରେଜିଷ୍ଟ୍ରିଭୁକ୍ତ କରାଇପାରିବେ ଏବଂ ସେପରି ରେଜିଷ୍ଟ୍ରେସନ ପାଇଁ ଶୁଳ୍ପ ଆଦାୟ ଇତ୍ୟାଦି ସମସ୍ତ ବିଷୟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ;
    • କରତକଳ ଦ୍ଵାରା ଗ୍ରହଣ କରାଯାଉଥିବା ଏବଂ ବାହାରକୁ ପଠାଯାଉଥିବା କାଠଗରିଣ୍ଡା ଗୁଡ଼ିକର ହିସାବ ରକ୍ଷଣାବେକ୍ଷଣା ପାଇଁ ବ୍ୟବସ୍ଥା କରିବାକୁ;
    • ଚନ୍ଦନ କାଠ, ହାତୀଦାନ୍ତ ଏବଂ ଅନ୍ୟାନ୍ୟ ବନ୍ୟବସ୍ତୁମାନଙ୍କୁ ନେବା କିମ୍ବା ପରିବହନ କରିବା ନିୟନ୍ତ୍ରଣ କରିବାକୁ ।
  3. ରାଜ୍ୟ ସରକାର ନିର୍ଦ୍ଦେଶ ଦେଇପାରନ୍ତି ଯେ ଏହି ଦଫା ଅନୁଯାୟୀ ପ୍ରଣୀତ ନିୟମାବଳୀ କୌଣସି ବିନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ଲାଗୁହେବ ନାହିଁ ।

ନିର୍ଣ୍ଣୟ ସିଦ୍ଧାନ୍ତ :-

  1. ଓଡ଼ିଶା ଜଙ୍ଗଲ ଚୁକ୍ତି ନିୟମାବଳୀ,୧୯୬୬ ନିୟମ ୭-ଜଙ୍ଗଲଜାତ ଦ୍ରବ୍ୟ ଅପସାରଣ ଚୁକ୍ତି – ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇ ନଥିଲା-ସଂପ୍ରସାରଣ ଅବଧି ମଞ୍ଜୁର- ସଂପ୍ରସାରଣ ସମୟ ମଧ୍ୟରେ ଚୁକ୍ତି ସମାପ୍ତି ନଥିଲା – ଠିକାଦାରଙ୍କ ଦ୍ଵାରା ପୁନଶ୍ଚ ସଂପ୍ରସାରଣ ଖୋଜି ବାହାର କରିବା – ଆରମ୍ଭରେ ସଂପ୍ରସାରଣ ମଞ୍ଜୁର ହୋଇଥିଲା ମାତ୍ର ଶେଷରେ ପ୍ରତ୍ୟାହାର ହୋଇଥିଲା । ସଂପ୍ରସାରିତ ସାମୀ ତେଣୁ ସହ୍ୟ କରିବାର  କ୍ଷତିର ପୂର୍ଣ୍ଣଲାଭ ପାଇଁ  ମୋକଦ୍ଦମା ପୋଷଣୀୟ ନୁହେଁ  ।

ଏ.ଆଇ.ଆର୍ ୨୦୦୨(ଓଡ଼ିଶା)-୧

  1. ଦଫା ୪୫- ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହପାଇଁ ପଟ୍ଟା, ନିର୍ଦ୍ଦିଷ୍ଟ ତାରିଖରେ ନବୀକରଣ ପାଇଁ କୌଣସି ସର୍ତ୍ତ ସହ ସମବାୟ ସମିତି ସପକ୍ଷରେ ମଞ୍ଜୁର ହେଲା – ପଟ୍ଟା କ୍ରମାଗତ ଚାଲୁ ରହିବା – ଏକଧିପତ୍ୟ ଦୂର କରିବାକୁ ଏକାଧିକ ପଟ୍ଟାକୁ ପ୍ରତି ପ୍ରଯୁଜ୍ୟ ହୁଏ ନାହିଁ  - ତେଣୁ ସେହି ଏକା ଅଞ୍ଚଳରେ ଅନ୍ୟ ପକ୍ଷର ସାପେକ୍ଷରେ ଗୌଣ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ପାଇଁଅ ପଟ୍ଟା ମଞ୍ଜୁର କରିବାକୁ ଅବୈଧ ଅଟେ – ଏ.ଆଇ.ଆର୍ ୧୯୯୮ ଓଡ଼ିଶା -୧୮୦ ।
  2. ଦଫା ୪୫,୪୬,୮୩ – ଅଭିଯୁକ୍ତ ବ୍ୟକ୍ତି କୌଣସି ସ୍ପଷ୍ଟୀକରଣ ପ୍ରଦାନ ନକଲେ କିମ୍ବା ଅଭିଯୁକ୍ତଙ୍କ ଘରେ ମଳିଥିବା ହସ୍ତଚାଳିତ କରତ ଦ୍ଵାରା କଟାଯାଇଥିବା କାଠଗଣ୍ଡି  ନିମନ୍ତେ କୌଣସି ଲାଇସେନ୍ସ ଉପସ୍ଥାପନ କଲେ ଉପରୋକ୍ତ ଦଫା ଅନୁଯାୟୀ ଏହା କୌଣସି ଅପରାଧ ନୁହେଁ ବୋଲି କାରଣଗୁଡ଼ିକ ସ୍ପଷ୍ଟ କରାଯାଇଛି- ଓଡ଼ିଶା କାଠଗରିଣ୍ଡା ଚାଲାଣ ନିୟମାବଳୀ କିମ୍ବା ଓଡ଼ିଶା ଜଙ୍ଗଲ ହସ୍ତଚାଳିତ ଏବଂ ବିଦ୍ୟୁତଚାଳିତ କରତ କଳ ( ନିୟନ୍ତ୍ରଣ) ନିୟମାବଳୀ ଅନୁଯାୟୀ ଏକ ଅପରାଧ ହୋଇପାରେ, ମାତ୍ର ସେହି ଦଫାଗୁଡିକର ପରିସର ଅଧିନକୁ ଆସେନାହିଁ ତେଣୁ ଆଇନ୍ ଅନୁଯାୟୀ କର୍ତ୍ତୃତ୍ଵ ଗ୍ରହଣୀୟ ହେବ ନାହିଁ – ୧୯୯୪ (୧) ଓ.ଏଲ.ଆର-୨୫୫ ।

ଉପରୋକ୍ତ ନିଷ୍ପତ୍ତି ଉଦ୍ଦେଶ୍ୟରେ ଉପରୋକ୍ତ ଦଫା ଅନୁଯାୟୀ କର୍ତ୍ତୃତ୍ଵ ଗ୍ରହଣୀୟ ହେବନାହିଁ । ଆଇନ୍ ର ଦଫା ୮୩ ଉଲ୍ଲେଖ କରେ ଯେ କୌଣସି ଉଲ୍ଲିଖିତ ବ୍ୟକ୍ତି ଆଇନ କିମ୍ବା ନିୟମାବଳୀର କୌଣସି ବ୍ୟବସ୍ଥା ଉଲ୍ଲଂଘନ କରନ୍ତି, ତେବେ ସେହି ଉଲ୍ଲଂଘନ ପାଇଁ ସର୍ବାଧିକ ଦଣ୍ଡିତ ହେବେ ନାହିଁ -୧୯୯୪(୧) ଓ.ଏଲ୍.ଆର ୨୫୫ ।

ଦଫା ୪୫ –ୱାରଣ୍ଟ ବଳରେ ଆବେଦନକାରୀଙ୍କ ଅଞ୍ଚଳ ଆନନ୍ଦପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ଦ୍ଵାରା ତା ୧୫.୯.୧୯୯୪ ରିଖରେ ସକାଳ ୯ଟା ବେଳେ ତଲାସୀ ହୋଇଥିଲା ଏବଂ ସେ ଶାଳ ଏବଂ ପିଆଶାଳ କାଠଗରିଣ୍ଡା ୬୬୬ ଖଣ୍ଡ ଜବତ କରିଥିଲେ। ଆବେଦନକାରୀ ସେପରି ଦଖଲପାଇଁ କୌଣସି କର୍ତ୍ତୃପକ୍ଷଙ୍କୁ ପେଶ୍ କରି ନ ଥିଲେ – ଏହା ଅଦାଲତ ଦ୍ଵାରା ନିର୍ଣ୍ଣୟ ହୋଇଥିଲା ଯେ ଦଫା ୪୫ ଏବଂ ୪୬ଦଣ୍ଡୀୟ ଦଫା ନୁହେଁ ମାତ୍ର ଦଫା ୪୬ କେବଳ ଉପଯୁକ୍ତ ଦଫା ଅଟେ, ଏକ ବର୍ଷର ଜେଲଦଣ୍ଡ ଏବଂ ଜୋରିମାନା ସହ ଜଙ୍ଗଲଜାତ ଦ୍ରବ୍ୟର ଦଖଲ ନିୟନ୍ତ୍ରଣ ପାଇଁ ନିୟମାବଳୀ ପ୍ରଣୟନ କରିବାକୁ ରାଜ୍ୟ ସରକାର କ୍ଷମତାୟିତ ଅଟନ୍ତି – ଆଇନର ଦଫା  ୪୬ ଅନୁଯାୟୀ କର୍ତ୍ତୃତ୍ଵ ଗ୍ରହଣ କରିବାକୁ ଏହା ଉପଯୁକ୍ତ ନୁହେଁ କିମ୍ବା ବୈଧ ନୁହେଁ ।  ୧୯୯୧ (୨)ଓ.ଏଲ୍.ଆର୍ – ୩୦୭; ୧୯୯୧ ସି.ଆର.ଆଇ.ଏଲ୍.ଜେ – ୧୬୪୨ ।

ଦଫା ୪୬। ଦଫା ୪୫ ଅନୁଯାୟୀ ପ୍ରଣୟନ କରାଯାଇଥିଲା ନିୟମାବଳୀର ଉଲ୍ଲଂଘନ ପାଇଁ ଦଣ୍ଡ ବ୍ୟବସ୍ଥା

  1. ରାଜ୍ୟ ସରକାର ବ୍ୟବସ୍ଥା କରିପାରନ୍ତି ଯେ, ଯଦି କୌଣସି ନିୟମ ପ୍ରଣୟନ କରିବାରେ ରାଜ୍ୟ ସରକାର ବ୍ୟବସ୍ଥା କରିପାରନ୍ତି ଯେ, ଯଦି କୌଣସି ବ୍ୟକ୍ତି ତାହାର ଉଲ୍ଲଂଘନ କରନ୍ତି ତେବେ ସେ ସର୍ବାଧିକ ପାଞ୍ଚହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ ଦେବେ ।
  2. ସେପରି ନିୟମାବଳୀର ଉଲ୍ଲେଖରେ କରେ ଯେଉଁ କ୍ଷେତ୍ରରେ ଅପରାଧ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ସଂଘଟିତ ହୋଇଛି କିମ୍ବା ଆଇନ୍ ସମ୍ମତ କର୍ତ୍ତୃପକ୍ଷଙ୍କୁ ବାଧା ଦେବା ନିମନ୍ତେ ସଂଘଟିତ ହୋଇ ହୋଇଛି କିମ୍ବା ଯେଉଁ  କ୍ଷେତ୍ରରେ ଅପରାଧି ସେହି ପ୍ରକାର ଅପରାଧ ପାଇଁ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେହି –

କ୍ଷେତ୍ରରେ ଅପରାଧ କୌଣସି ସମୟ ପାଇଁ ଜେଲ୍ ଦଣ୍ଡରେ, ଯାହା ତିନି ବର୍ଷରୁ କମ ହେବ ନାହିଁ ମାତ୍ର ସାତ ବର୍ଷରୁ ଅଧିକ ହୋଇପାରେ ଏବଂ ସର୍ବାଧିକ ଦଶହଜାର ଟଙ୍କା ଜୋରିମାନା ଦଣ୍ଡିରେ ଦଣ୍ଡନୀୟ ହେବେ ।

ନିର୍ଣ୍ଣୟ ସିଦ୍ଧାନ୍ତ : -

ଦଫା ୪୬ ଏକ ସଜ୍ଞାୟିତ ଦଫା ନୁହେଁ କିମ୍ବା ଏକ ଦଣ୍ଡୀୟ ଦଫା ନୁହେଁ – ତେଣୁ ଉକ୍ତ ଦଫା ଅନୁଯାୟୀ କର୍ତ୍ତୃତ୍ଵ ଗ୍ରହଣ କରିବା, ସମ୍ପୁର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଏବଂ ଘୋର ଅନିୟମିତତା ପରିମାଣକୁ ବ୍ୟର୍ଥ କରେ  - ୭୩(୧୯୯୨) ସି.ଏଲ୍.ଟି-୫୨ ।

ଦଫା ୪୭। ଡ଼ିପୋରେ ଥିବା ଜଙ୍ଗଲଜାତ ଦ୍ରବ୍ୟର କ୍ଷତି ପାଇଁ ସରକାର ଏବଂ ଜଙ୍ଗଲ ଅଧିକାରୀ ଦାୟୀ ନୁହେଁ

ଦଫା ୪୫ ଅନୁଯାୟୀ ପ୍ରଣୀତ କୌଣସି ନିୟମ ଅନୁଯାୟୀ ଏକ ଡ଼ିପୋ ପ୍ରତିଷ୍ଠା ସମୟରେ  ସେଥିରେ ଥିବା କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟର କୌଣସି କ୍ଷତି ପାଇଁ ରାଜ୍ୟ ସରକାର ଦାୟୀ ହେବେ ନାହିଁ କିମ୍ବା ଏହି ଆଇନ୍ ଉଦ୍ଦେଶ୍ୟରେ କୌଣସି କ୍ଷେତ୍ରରେ ଅଟକ ସମୟରେ ସେପରି କ୍ଷତି ଅବହେଳା କ୍ରମେ, ଦ୍ଵେଷପୂର୍ଣ୍ଣ ଭାବେ କିମ୍ବା କପଟପୂର୍ଣ୍ଣ ଭାବେ ଘଟାଇ ନଥାନ୍ତି ।

ନିର୍ଣ୍ଣୟ ସିଦ୍ଧାନ୍ତ :-

ଏହି ଦ୍ରବ୍ୟର ଅଟକ ଏବଂ ଜବତ ପାଇଁ ରାଜ୍ୟ ଦାୟୀ ନୁହେଁ ଯେଉଁ କ୍ଷେତ୍ରରେ ଜବତ ବୈଧ ଅଟେ – ୨୭ (୧୯୬୧) ସି.ଏଲ୍.ଟି-୩୪୦  ।

ଦଫା ୪୮। ଡ଼ିପୋରେ ଦୁର୍ଘଟଣା କ୍ଷେତ୍ରରେ ସମସ୍ତ ବ୍ୟକ୍ତି ସାହାଯ୍ୟ ପ୍ରଦାନ କରିବାକୁ ବାଧ୍ୟ

କୌଣସି ଡ଼ିପୋରେ କୌଣସି ସମ୍ପତ୍ତି ଦୁର୍ଘଟଣା ବା ଜରୁରୀକାଳୀନ ବିପଦର ସମ୍ମୁଖୀନ ହେଲେ ସେ ପ୍ରକାର ସେ ପ୍ରକାର ବିପଦ ଏଡାଇବା ପାଇଁ କିମ୍ବା ସେପରି କ୍ଷତିରୁ ସେହି ସମ୍ପତ୍ତି ପାଇବା ପାଇଁ ଜଙ୍ଗଲ ଅଧିକାରୀ କିମ୍ବା ପୋଲିସ୍ ଅଧିକାରୀଙ୍କୁ ସେହି ଡ଼ିପୋରେ କାର୍ଯ୍ୟ କରୁଥିବା ସମସ୍ତ  ସରକାରୀ ଓ ବେସରକାରୀ ବ୍ୟକ୍ତି ସହାୟତା ପ୍ରଦାନ କରିବାକୁ ବାଧ୍ୟ ।

ଆଧାର – ଦ ଲ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate