অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଂରକ୍ଷିତ ଜଙ୍ଗଲ

ସଂରକ୍ଷିତ ଜଙ୍ଗଲ

  1. ଦଫା ୩। ଜଙ୍ଗଲ ସଂରକ୍ଷିତ କରିବାକୁ କ୍ଷମତା
  2. ଦଫା ୪। ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି
  3. ଦଫା ୫। ଜଙ୍ଗଲରେ ଅଧିକାର ଓ ମାମଲା ଦାଏର କ୍ଷେତ୍ରରେ ପ୍ରତିବନ୍ଧକ
  4. ଦଫା ୬। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ଉଦଘୋଷଣା
  5. ଦଫା ୭। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ତଦନ୍ତ
  6. ଦଫା ୮। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ କ୍ଷମତା
  7. ଦଫା ୯। ଅଧିକାର ବିଲୋପ
  8. ଦଫା ୧୦। ପର୍ଯ୍ୟାୟ ଚାଷ ସମ୍ବନ୍ଧରେ ଦାବି
  9. ଦଫା ୧୧। ଅଧିକାର ଦାବି କରାଯାଇଥିବା ଜମି ଦଖଲ କରିବାକୁ କ୍ଷମତା
  10. ଦଫା ୧୨। ରାସ୍ତା, ଜଳାଶୟ କିମ୍ବା ଜଳର ବ୍ୟବହାର ଇତ୍ୟାଦି ଅଧିକାର ପାଇଁ ଦାବି
  11. ଦଫା ୧୩। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ରେକର୍ଡ଼
  12. ଦଫା ୧୪। ଦାବି ମଞ୍ଜୁର କରିବା କ୍ଷେତ୍ରରେ ରେକର୍ଡ଼
  13. ଦଫା ୧୫। ମଞ୍ଜୁର କରାଯାଇଥିବା ଅଧିକାରର ପ୍ରୟୋଗ
  14. ଦଫା ୧୬। ଅଧିକାରର ଲଘୁକରଣ
  15. ଦଫା ୧୭। ଦଫା ୧୧,୧୨,୧୫ କିମ୍ବା ୧୬ ଅନୁଯାୟୀ ଗୃହୀତ ହୋଇଥିବା ଆଦେଶ ବିରୁଦ୍ଧରେ ଅପିଲ
  16. ଦଫା ୧୮। ଦଫା ୧୭ ଅନୁଯାୟୀ ଅପିଲ୍
  17. ଦଫା ୧୯। ପୁନଃରୀକ୍ଷଣ କ୍ଷମତା
  18. ଦଫା ୨୦। ଓକିଲ
  19. ଦଫା ୨୧। ସଂରକ୍ଷିତ ଜଙ୍ଗଲ ଘୋଷଣା ପାଇଁ ବିଜ୍ଞପ୍ତି
  20. ଦଫା ୨୨। ଜଙ୍ଗଲ ଗୁଡ଼ିକର ନିକଟସ୍ଥ ସ୍ଥାନମାନଙ୍କରେ ବିଜ୍ଞପ୍ତିର ଅନୁବାଦର ପ୍ରକାଶନ
  21. ଦଫା ୨୩। ଦଫା ୧୫ କିମ୍ବା ଦଫା ୧୮ ଅନୁଯାୟୀ ହୋଇଥିବା ବ୍ୟବସ୍ଥାକୁ ସଂଶୋଧନ କରିବା କ୍ଷମତା
  22. ଦଫା ୨୪। ସଂରକ୍ଷିତ ଜଙ୍ଗଲରେ କୌଣସି ଅଧିକାର ଲାଭ କରିବାକୁ ଦିଆଯିବ ନାହିଁ
  23. ଦଫା ୨୫। ଅନୁମୋଦନ ବିନା ଅଧିକାର ଗୁଡ଼ିକର ହସ୍ତାନ୍ତରଣ କରାଯିବ ନାହିଁ
  24. ଦଫା ୨୬। ସଂରକ୍ଷିତ ଜଙ୍ଗଲରେ ରାସ୍ତା ଏବଂ ଜଳାଶୟର ବ୍ୟବହାରକୁ ବନ୍ଦ କରିବା ପାଇଁ କ୍ଷମତା
  25. ଦଫା ୨୭। ଅପରାଧ
  26. ଦଫା ୨୮। ସଂରକ୍ଷିତ ଜଙ୍ଗଲରେ ଅଧିକାରକୁ ସ୍ଥଗିତ ରଖାଯିବ
  27. ଦଫା ୨୯। ଜଙ୍ଗଲ ସଂରକ୍ଷିତ ହୋଇ ରହିନାହିଁ ବୋଲି ଘୋଷଣା କରିବାକୁ କ୍ଷମତା

ଦଫା ୩। ଜଙ୍ଗଲ ସଂରକ୍ଷିତ କରିବାକୁ କ୍ଷମତା

କୌଣସି ଜମି ଯାହାକି ରାଜ୍ୟ ସରକାରଙ୍କ ସମ୍ପତି ଅଟେ କିମ୍ବା ଯାହା ଉପରେ ରାଜ୍ୟ ସରକାରଙ୍କ ସମ୍ପତିଗତ ଅଧିକାର ଅଛି ସେହି ଜମିକୁ ଏହା ପରେ ପ୍ରଦାନ କରାଯାଇଥିବା ବ୍ୟବସ୍ଥାନୁଯାୟୀ ଏକ ସଂରକ୍ଷିତ ଜଙ୍ଗଲ ରୂପେ ଗଠିତ କରିପାରିବେ ।

ଦଫା ୪। ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି

  1. ଯେତେବେଳେ କୌଣସି ଜମିକୁ ସଂରକ୍ଷିତ ଜଙ୍ଗଲ ରୂପେ ଗଠିତ କରିବା ପାଇଁ ସ୍ଥିର କରାଯାଇଥାଏ, ରାଜ୍ୟ ସରକାର ସରକାରୀ ଗେଜେଟ୍ରେ ରେ  ଏକ ବିଜ୍ଞପ୍ତି ଜାରୀ କରିବେ ।
    • ଯେଉଁ ଜମିକୁ ସଂରକ୍ଷିତ ଜଙ୍ଗଲ ରୂପେ ଗଠିତ କରିବାକୁ ସ୍ଥିର କରାଯାଇଛି, ସେ ସମ୍ପର୍କରେ ଘୋଷଣା କରିବେ;
    • ଯଥା ନିକଟତମ ସମ୍ଭବ ସେପରି ଜମିର ଅବସ୍ଥିତି ଏବଂ ସୀମା ବିନିର୍ଦ୍ଦିଷ୍ଟ କରିବେ; ଏବଂ
    • ଏହି ଅଧ୍ୟାୟରେ ଉଲ୍ଲିଖିତ ସେପରି ସୀମା ମଧ୍ୟରେ ଅନ୍ତର୍ଗତ କୌଣସି ଜମି ଓ ଜଙ୍ଗଲରୁ ଉତ୍ପନ ଦ୍ରବ୍ୟ ଉପରେ କୌଣସି ବ୍ୟକ୍ତିଙ୍କର ଅଧିକାର ବା ବିଶେଷାଧିକାର ଥିବାର ଅଭିଯୋଗ ଥିଲେ ସେ ସମ୍ପର୍କରେ ତଦନ୍ତ କରିବାକୁ ଏବଂ ସେପରି ଅଧିକାରର ପ୍ରକୃତି ଓ ପରିସର ସମ୍ପର୍କରେ ତଦନ୍ତ କରିବାକୁ ଏବଂ ସେପରି ଅଧିକାରର ପ୍ରକୃତି ଓ ପରିସର ସମ୍ପର୍କରେ ତଦନ୍ତ କରିବାକୁ ଓ ତାହା ନିର୍ଣ୍ଣୟ କରିବାକୁ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିବେ (ଏତଦୁପରେ ଜଙ୍ଗଲ ବନ୍ଦୋବସ୍ତ ଅଫିସର ବୋଲି କୁହାଯିବ)

    ସ୍ପଷ୍ଟୀକରଣ :- ପ୍ରକରଣ (ଖ) ଉଦ୍ଦେଶ୍ୟରେ ରାସ୍ତା, ନଦୀ ପୋଲ କିମ୍ବା ଅନ୍ୟ ଜଣେ ବା ବୋଧଗମ୍ୟ ସୀମାରେଖା ଦ୍ଵାରା ଜଙ୍ଗଲର ସୀମାକୁ ଚିହ୍ନଟ କରିବାକୁ ଏହା ଯଥେଷ୍ଟ ହେବ ।

  2. ଉପ-ଦଫା(୧)ର ପ୍ରକରଣ(ଗ) ଅନୁଯାୟୀ ନିଯୁକ୍ତି ଅଫିସର ସାଧାରଣତଃ ଜଣେ ଜଙ୍ଗଲ ବନ୍ଦୋବସ୍ତ ଅଫିସର ବ୍ୟତିତ ଜଙ୍ଗଲ ବିଭାଗର ଅନ୍ୟ କୌଣସି ପଦବୀରେ ଅଧିଷ୍ଠିତ ହୋଇ ନ ଥିବେ ।
  3. ବିଭାଗୀୟ ଫରେଷ୍ଟ ଅଫିସର କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ କୌଣସି ଅଫିସର ଯେ କି ରେଞ୍ଜ ଅଫିସରଙ୍କ ପାହ୍ୟାରୁ କମ୍ ହୋଇ ନ ଥିବେ, ସେ ଏହି ଅଧ୍ୟାୟ ଅନୁଯାୟୀ ତଦନ୍ତ କାର୍ଯ୍ୟ ଚାଲିଥିବା ସମୟରେ ଜଙ୍ଗଲ ବିଭାଗ ତରଫରୁ ପ୍ରତିନିଧିତ୍ଵ କରିପାରିବେ ।

ଦଫା ୫। ଜଙ୍ଗଲରେ ଅଧିକାର ଓ ମାମଲା ଦାଏର କ୍ଷେତ୍ରରେ ପ୍ରତିବନ୍ଧକ

  1. ଦଫା -୪ ଅନୁଯାୟୀ ବିଜ୍ଞପ୍ତି ନିର୍ଗମନ ପରେ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଜମିର ଉତ୍ତରାଧିକାର ବା ରାଜ୍ୟ ସରକାରଙ୍କ ଦ୍ଵାରା କିମ୍ବା ତାଙ୍କ ତରଫରୁ ସେଥିପାଇଁ ଦିଆଯାଇଥିବା ଅନୁଦାନ (ଗ୍ରାଣ୍ଟ୍) କିମ୍ବା କରାଯାଇଥିବା ଲିଖିତ ଚୁକ୍ତି କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇବା ସମୟରେ ଯେଉଁ ବ୍ୟକ୍ତିଙ୍କ ଠାରେ  ସେପରି ଅଧିକାର ନ୍ୟସ୍ତ ଥିଲା, ଏ ସମସ୍ତ ବିଷୟ ବ୍ୟତୀତ ଅନ୍ୟ  କୌଣସି ଅଧିକାର ହାସଲ କରାଯାଇ ପାରିବନାହିଁ ଏବଂ ସେପରି ଜମିରେ କେବଳ ରାଜ୍ୟସରକାରଙ୍କ ଦ୍ଵାରା  ପ୍ରଣୟନ ନିୟମ ବ୍ୟତିତ ଅନ୍ୟ କୌଣସି କୃଷିକାର୍ଯ୍ୟ ପାଇଁ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ କିମ୍ବା ଘରବାଡି ନିର୍ମାଣ କରିବା ଉଦ୍ଦେଶ୍ୟରେ ସେ ଜମିକୁ ପରିଷ୍କାର କରାଯିବ ନାହିଁ ।
  2. ଏହି ଆଇନ୍ ରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥା ସାପେକ୍ଷରେ ଦଫା-୪ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶନ ତାରିଖ ଏବଂ ଦଫା-୨୧ ଅନୁଯାୟୀ ନିର୍ଗମତ ବିଜ୍ଞପ୍ତି ତାରିଖ ମଧ୍ୟରେ, ଦଫା-୪ ଅନୁଯାୟୀ ପ୍ରକାଶିତ ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ କୌଣସି ଜମି ଉପରେ କୌଣସି ଅଧିକାର ସାବ୍ୟସ୍ତ କରିବାକୁ କୌଣସି ମାମଲା ଦାଏର କରାଗଲେ ତାହା ବିଚାର ପାଇଁ ଦେୱାନୀ ଅଦାଲତ ଗ୍ରହଣ କରିବ ନାହିଁ ।

ଦଫା ୬। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ଉଦଘୋଷଣା

ଯେତେବେଳେ ଦଫା- ୪ ଅନୁଯାୟୀ ଏକ ବିଜ୍ଞପ୍ତି ନିର୍ଗମିତ ହୋଇଥାଏ, ସେତେ ବେଳେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ନିମ୍ନଲିଖିତ ବିଷୟଗୁଡିକ ଉଲ୍ଲେଖ କରି ଓଡ଼ିଶା ଭାଷାରେ ଏକ ଘୋଷଣାନାମା ପ୍ରକାଶ କରିବେ;

  1. ଯଥା ନିକଟରେ ସମ୍ଭବ ପ୍ରସ୍ତାବିତ ଜଙ୍ଗଲର ଅବସ୍ଥିତ   ଏବଂ ସୀମା ବିନିର୍ଦ୍ଦିଷ୍ଟ କରିବେ;
  2. ଜଙ୍ଗଲଟିକୁ ସଂରକ୍ଷିତ କରିବା ପରେ ତାହାର ଫଳାଫଳ ବିଶ୍ଳେଷଣ କରି ଉଲ୍ଲେଖ କରିବେ;
  3. ଦଫା ୪ କିମ୍ବା ଦଫା ୫    ଅନୁଯାୟୀ ଅଧିକାର ଦାବୀ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ଲିଖିତ ନୋଟିସ୍ ଦ୍ଵାରା ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସେପରି ଅଧିକାରର ପ୍ରକୃତି ଏବଂ ସେପରି ଅଧିକାର ସମ୍ପର୍କରେ ଦାବୀ କରାଯାଇଥିବା କ୍ଷତିପୂରଣର ପରିମାଣ ଓ ବିବରଣୀ ପ୍ରଦାନ କରିବାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର କରିବେ ଯାହାକି ସେହପରି ଘୋଷଣାନାମା ପ୍ରକାଶ ପାଇବା ତାରିଖରୁ ଅନ୍ୟୁନ ତିନିମାସରୁ କମ୍ ହେବ ନାହିଁ ।

ଦଫା ୭। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ତଦନ୍ତ

  1. ଦଫା ୬ ଅନୁଯାୟୀ ପ୍ରଦାନ କରାଯାଇଥିବା ସମସ୍ତ ବିବୃତି ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଲିଖିତାକାରରେ ଲିପିବଦ୍ଧ କରିବେ ଏବଂ ସେହି ଦଫା ଅନୁଯାୟୀ କରାଯାଇଥିବା ସମସ୍ତ ଦାବୀ ଏବଂ ଦଫା ୪ କିମ୍ବା ୫ରେ ଉଲ୍ଲିଖିତ ଅଧିକାର ଯାହା ଦଫା ୬ ଅନୁଯାୟୀ ଦାବୀ କରାଯାଇନାହିଁ ଯାହାକି ସେ ସମ୍ପର୍କରେ ସରକାରୀ ନଥିପତ୍ର ଏବଂ ସେ ବିଷୟ ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦତ୍ତ ସାକ୍ଷ୍ୟ ଦ୍ଵାରା ସ୍ଥିରିକୃତ କରାଯାଇପାରେ, ସେ ସମସ୍ତ ବିଷୟରେ ତଦନ୍ତ କରିବେ।
  2. ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ, ଦଫା ୪ର ଉପ-ଦଫା (୩) ଅନୁଯାୟୀ ଜଙ୍ଗଲ ବିଭାଗ ତରଫରୁ ପ୍ରତିନିଧିତ୍ଵ କରୁଥିବା ଜଙ୍ଗଲ ଅଧିକାରୀ କିମ୍ବା ବିଭାଗୀୟ ଜଙ୍ଗଲ ଅଧିକାରୀ ସେପରି ଆପତ୍ତି କିମ୍ବା ଦାବୀ ସମ୍ପର୍କରେ ଦେଇଥିବା ବିବୃତିକୁ ମଧ୍ୟ ଲିପିବଦ୍ଧ କରିବେ ।

ଦଫା ୮। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ କ୍ଷମତା

ସେପରି ତଦନ୍ତ ଉଦ୍ଦେଶ୍ୟରେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ  ନିମ୍ନଲିଖିତ କ୍ଷମତାଗୁଡିକ ପ୍ରୟୋଗ କରିପାରିବେ, ଯଥା :-

  1. ସେ ବ୍ୟକ୍ତିଗତଭାବେ କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତି ସେପରି ଜମିରେ ପ୍ରବେଶ କରି, ସେ ଜମିର ପର୍ଯ୍ୟବେକ୍ଷଣ, ସୀମା ନିର୍ଦ୍ଧାରଣ ଓ ନକ୍ସା ଅଙ୍କନ କରିପାରିବେ; ଏବଂ
  2. ମାମଲାରେ ବିଚାର ପାଇଁ ଏକ ଦିୱାନୀ ଅଦାଲତର କ୍ଷମତା ରହିବ ।

ଦଫା ୯। ଅଧିକାର ବିଲୋପ

ଯେଉଁ ଅଧିକାର ସମ୍ପର୍କରେ ଦଫା ୬ ଅନୁଯାୟୀ ଦାବୀ କରାଯାଇନାହିଁ ଏବଂ ଯାହାର ଅବସ୍ଥିତ ସମ୍ପର୍କରେ ଦଫା ୭ ଅନୁଯାୟୀ ହୋଇଥିବା ତଦନ୍ତ ଦ୍ଵାରା କୌଣସି ତଥ୍ୟ ମିଳିନାହିଁ । ଦଫା ୨୧ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶନ ପୂର୍ବରୁ ଅଧିକାର ଦାବୀ କରୁଥିବା ବ୍ୟକ୍ତି ଯଦି ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କୁ ଦଫା ୬ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ସେପରି ଅଧିକାର ପାଇଁ ଦାବୀ ନ କରିପାରିବାରେ ବିଫଳତା ସମ୍ପର୍କରେ ଯଥେଷ୍ଟ କାରଣ ଥିଲା ବୋଲି ସନ୍ତୁଷ୍ଟ କରି ନ ପାରନ୍ତି ତେବେ ସେ ଅଧିକାରର ବିଲୋପ ଘଟିବ ।

ବୈଚାରିକ ସିଦ୍ଧାନ୍ତ ଦ୍ଵାରା ସ୍ଥାପିତ ଆଇନ

ଦଫା ୩ର ପରିସର ମଧ୍ୟରେ ଜମି ଆସୁନାହିଁ – ଏ.ଆଇ.ଆର ୧୯୭୭ ଆହ୍ଲାବାଦ୍-୧୯୨ ଅଧିକାର ବିଲୁପ୍ତି ଏବଂ ପରିସର ସମ୍ବନ୍ଧରେ ନିରୁପଣ କରାଯାଇପାରେ ।

ଦଫା ୧୦। ପର୍ଯ୍ୟାୟ ଚାଷ ସମ୍ବନ୍ଧରେ ଦାବି

  1. ଦଫା ୪ ଅନୁଯାୟୀ ସୂଚୀତ କୌଣସି  ଜମିରେ ପର୍ଯ୍ୟାୟ ଚାଷ  ପାଇଁ ହୋଇଥିବା ଦାବୀଗୁଡ଼ିକ ଗ୍ରହଣୀୟ ହେବ ନାହିଁ କିନ୍ତୁ ଯଦି ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ କୃଷିକାର୍ଯ୍ୟ ପାଇଁ ବନ୍ଦୋବସ୍ତ କରାଯାଉଥିବା ଜମିର କେତେକାଂଶକୁ ଯଥେଷ୍ଟ ଜମି ଯୋଗାଇବା ଉଦ୍ଦେଶ୍ୟରେ ବାଦ୍ ଦେବାକୁ ଉପଯୁକ୍ତ ବିଚେନା କରନ୍ତି ତେବେ ସେ ଜଙ୍ଗଲ ବିଭାଗ ତରଫରୁ ଦଫା ୪  ଉପ-ଦଫା (୩) ଅନୁଯାୟୀ ପ୍ରତିନିଧିତ୍ଵ କରୁଥିବା ଜଙ୍ଗଲ ଅଧିକାରୀ କିମ୍ବା ବିଭାଗୀୟ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ସେ ସମ୍ପର୍କରେ ଉତ୍ଥାପିତ ହୋଇଥିବା ଆପତ୍ତି ଅଭିଯୋଗର ବିଚାର କରି ସେ ଜମିର ସୀମା ପରିବର୍ତ୍ତନ ସମ୍ପର୍କରେ ତାଙ୍କ ସୁପାରିଶ୍ ସହ ଏକ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ ।
  2. ସେହିପରି ସୁପାରିଶ ବିଚାର କରି ରାଜ୍ୟ ସରକାର ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ଜମିର ସୀମା ପରିବର୍ତ୍ତନ ସମ୍ପର୍କରେ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ଣ୍ଣାଙ୍ଗଭାବେ କିମ୍ବା ଆବଶ୍ୟକୀୟ ପରିବର୍ତ୍ତନ ସହ ଅନୁମୋଦନ କରିପାରନ୍ତି ଏବଂ ତା ପରେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦନ ଅନୁଯାୟୀ ଜମିର ସୀମା ପରିବର୍ତ୍ତନ କରିବାକୁ ଏକ ଆଦେଶ ପ୍ରଦାନ କରିବେ ।
  3. ରାଜ୍ୟ ସରକାରଙ୍କ ଦ୍ଵାରା ଜାରୀ କରାଯାଇଥିବା ନିୟନ୍ତ୍ରଣ କଟକଣା ଏବଂ ଉଚ୍ଛେଦ ସାପେକ୍ଷରେ ସମସ୍ତ ପର୍ଯ୍ୟାପ୍ତ ଚାଷ କ୍ଷେତ୍ରରେ ଏକ ବିଶେଷାଧିକାର ରୂପେ ବିବେଚନା କରାଯିବ ।

ଦଫା ୧୧। ଅଧିକାର ଦାବି କରାଯାଇଥିବା ଜମି ଦଖଲ କରିବାକୁ କ୍ଷମତା

  1. ରାସ୍ତା ପାଇଁ ଅଧିକାର କିମ୍ବା ତୃଣଭୂମି ପାଇଁ ଅଧିକାର କିମ୍ବା ଜଙ୍ଗଲରୁ ଉତ୍ପନ୍ନ ଦ୍ରବ୍ୟ ପାଇଁ ଅଧିକାର କିମ୍ବା ଜଳାଶୟ ପାଇଁ ଅଧିକାର କିମ୍ବା ଜଳ ବ୍ୟବହାର ପାଇଁ ଅଧିକାର ବ୍ୟତୀତ କୌଣସି ଜମି ଉପରେ ଅଧିକାର ଦାବି କରାଯାଇଥିଲେ ଜଙ୍ଗଲ  ବନ୍ଦୋବସ୍ତ ଅଧିକାରୀ, ଦଫା ୪ର  ଉପ- ଦଫା (୩) ଅନୁଯାୟୀ ଜଙ୍ଗଲ ବିଭାଗ ତରଫରୁ ପ୍ରତିନିଧିତ୍ଵ କରୁଥିବା ଜଙ୍ଗଲ ଅଧିକାରୀ କିମ୍ବା ଆଂଶିକାଭାବେ ସେହି ଦାବୀକୁ ମଞ୍ଜୁର କିମ୍ବା ଖାରଜ କରି ଏକ ଆଦେଶ ପ୍ରଦାନ କରିବେ ।
  2. ଯଦି ସେହିପରି ଦାବି ସମ୍ପୁର୍ଣ୍ଣ କିମ୍ବା ଆଂଶିକ ଭାବେ ମଞ୍ଜୁର କରାଯାଏ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ, ନିମ୍ନଲିଖିତ ପଦକ୍ଷେପମାନଙ୍କ ମଧ୍ୟରୁ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି ।
    • ସେପରି ଜମିକୁ ପ୍ରସ୍ତାବିତ ଜଙ୍ଗଲର ସୀମାରୁ ବାଦ୍ ଦେଇପାରନ୍ତି;
    • ସେହିପରି ଜମିର ମାଲିକଙ୍କ ସହ ତାଙ୍କର ଅଧିକାର ସମପଣ କରିବା ପାଇଁ କୌଣସି ରାଜନାମା କରିପାରନ୍ତି; କିମ୍ବା
    • ଭୂ-ଅର୍ଜନ ଆଇନ୍, ୧୮୯୪(୧/୧୮୯୪) ଦ୍ଵାରା ଉଲ୍ଲିଖିତ ପ୍ରକାରେ ସେହିପରି ଜମି ଦଖଲ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।
  3. ସେ ପରି ଅର୍ଜ୍ଜନ ଉଦ୍ଦେଶ୍ୟରେ –
    • ଭୂ-ଅର୍ଜ୍ଜନ ଆଇନ୍ ୧୮୯୪ (୧/୧୮୯୪) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଜଣେ ଜିଲ୍ଲାପାଳ ରୂପେ ବିବେଚିତ ହେବେ ।
    • ଦାବୀ ଉତ୍ଥାପନକାରୀ ସେହି ଆଇନ୍ ର ଦଫା ୯ ଅନୁଯାୟୀ କୌଣସି ସୂଚନା ପ୍ରଦାନ କରିବା ପରେ ତାଙ୍କ ସମ୍ମୁଖରେ ହାଜର ହେଉଥିବା ଏବଂ ଉଚ୍ଛୁକ କୌଣସି ବ୍ୟକ୍ତିରୂପେ ବିବେଚିତ ହେବେ ।
    • ସେହି ଆଇନ୍ ର ପୂର୍ବବର୍ତ୍ତୀ ଦଫାର ବ୍ୟବସ୍ଥାବଳୀ ପାଳନ କରାଯାଇଛି ବୋଲି ବିବେଚିତ ହେବ; ଏବଂ
    • ଜିଲ୍ଲାପାଳ ଦାବୀଦାରଙ୍କ ସମ୍ମତି ସହ କିମ୍ବା ଉଭୟ ପକ୍ଷ୍ୟଙ୍କ ସମ୍ମତି ସହ ଜମି ଆକାରରେ, କିମ୍ବା ଆଂଶିକ ଜମି ଆକାରରେ କିମ୍ବା ଆଂଶିକ ଟଙ୍କା ଆକାରରେ କ୍ଷତିପୂରଣ ପ୍ରଦାନ କରିବେ ।
  4. ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଦାବୀଦାରଙ୍କୁ ଏବଂ ଦଫା ୪ରେ ଉପ- ଦଫା (୩)ଅନୁଯାୟୀ ପ୍ରବତ୍ତ ପ୍ରତ୍ୟେକ ଆଦେଶର ଏକ ନକଲ ପ୍ରଦାନ କରାଯିବ ଏବଂ ଯଦି ସେପରି କୌଣସି ଅଧିକାରୀ ଉପସ୍ଥିତ ନ ଥିବେ ତେବେ ବିଭାଗୀୟ ଜଙ୍ଗଲ ଅଧିକାରୀଙ୍କୁ ପ୍ରଦାନ କରାଯିବ ।

ଦଫା ୧୨। ରାସ୍ତା, ଜଳାଶୟ କିମ୍ବା ଜଳର ବ୍ୟବହାର ଇତ୍ୟାଦି ଅଧିକାର ପାଇଁ ଦାବି

  1. ରାସ୍ତା ପାଇଁ ଅଧିକାର ଜଳାଶୟ ପାଇଁ ଅଧିକାର କିମ୍ବା ଜଳ ବ୍ୟବହାର ପାଇଁ ଅଧିକାର ପାଇଁ କୌଣସି ଦାବି ହୋଇ ଥିଲେ ଜଙ୍ଗଲ ବିଭାଗ ତରଫରୁ ପ୍ରତିନିଧିତ୍ଵ କରିଥିବା ଜଙ୍ଗଲ ଅଧିକାରୀ କିମ୍ବା ବିଭାଗୀୟଜଙ୍ଗଲ ଅଧିକାରୀଙ୍କ ଠାରୁ ସେ ସମ୍ପର୍କରେ ପାଇଥିବା ଅଭିଯୋଗର ବିଚାର କରି ଦାବୀଦାରଙ୍କ ସହ ତାଙ୍କର ଅଧିକାର ସମପର୍ଣ୍ଣ କରିବାକୁ ଚୁକ୍ତି  କରିପାରନ୍ତି କିମ୍ବା ଜଙ୍ଗଲ ବିଭାଗ ଓ ଦାବୀଦାରଙ୍କ ମଧ୍ୟରେ ରାଜିନାମା ଅନୁଯାୟୀ ହୋଇଥିବା ସର୍ତ୍ତ ସାପେକ୍ଷରେ କିମ୍ବା ଯଦି ସେପରି ରାଜିନାମା ହୋଇପାରି ନ ଥାଏ, ତେବେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ପ୍ରବତ୍ତ ସର୍ତ୍ତ ସାପେକ୍ଷରେ ସେହିପରି ଅଧିକାର ବଳବର୍ତ୍ତର ରହିବାକୁ ଏକ ଆଦେଶ ପ୍ରଦାନ କରିବେ।
  2. ତୃଣଭୂମି କିମ୍ବା ଜଙ୍ଗଲଜାତ ଦ୍ରବ୍ୟର ଅଧିକାର ଦାବି ମାମଲାରେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ସେପରି ଦାବି ସମ୍ପର୍କରେ ଦଫା ୪ର ଉପଦଫା (୩)ଅନୁଯାୟୀ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଅଭିଯୋଗକୁ ବିଚାର କରିବା ପରେ ସେପରି ଦାବି ସମ୍ପୁର୍ଣ୍ଣ ଭାବେ କିମ୍ବା ଆଂଶିକଭାବେ ମଞ୍ଜୁରି କିମ୍ବା ଖାରଜ କରି ଏକ ଆଦେଶ ପ୍ରଦାନ କରିବେ ।
  3. ଏହି ଦଫା ଅନୁଯାୟୀ ପ୍ରଦାନ ହୋଇଥିବା ଆଦେଶର ଏକ ନକଲ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଦାବୀଦାରଙ୍କ ନିକଟକୁ ପଠାଇବେ ଏବଂ ଅନ୍ୟ ନକଲ ତଦନ୍ତ ସମୟରେ ଉପସ୍ଥିତ ଥିବା ଜଙ୍ଗଲ ଅଧିକାରୀ  ନିକଟକୁ ପ୍ରେରଣ କରିବେ ଏବଂ ଯଦି ସେପରି ଅଧିକାରୀ ଉପସ୍ଥିତ ନ ଥିବେ ତେବେ ବିଭାଗୀୟ ଜଙ୍ଗଲ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିବେ ।

ଦଫା ୧୩। ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ରେକର୍ଡ଼

ଦଫା ୧୨ ଅନୁଯାୟୀ ଜଙ୍ଗଲ ବନ୍ଦୋବସ୍ତ ଅଫିସର କୌଣସି ଆଦେଶ ଗୃହୀତ କରିବା ସମୟରେ ଯେତେଦୂର ସମ୍ଭବ ସଠିକ୍ ଭାବରେ ନିମ୍ନଲିଖିତ ରୂପେ ରେକର୍ଡ଼ କରିବେ :-

  1. ଅଧିକାର ଦାବି କରୁଥିବା ବ୍ୟକ୍ତିଙ୍କର ନାମ, ପିତାଙ୍କ ନାମ, ବାସଗୃହ ଏବଂ ବୃତ୍ତି ; ଏବଂ
  2. ଯେଉଁ ସମସ୍ତ ଗୃହ ଓ ଜମି ଗୁଡ଼ିକ ସମ୍ପର୍କରେ ଦାବି ଉତ୍ଥାପନ କରାଯାଇଛି ସେ ସବୁର ପ୍ରକାର, ଅବସ୍ଥିତ ଏବଂ ଆୟତନ।

ଦଫା ୧୪। ଦାବି ମଞ୍ଜୁର କରିବା କ୍ଷେତ୍ରରେ ରେକର୍ଡ଼

ଯଦି ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଦଫା ୧୨ର ଉପଦଫା (୨) ଅନୁଯାୟୀ କୌଣସି ଦାବୀ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ମଞ୍ଜୁର କରନ୍ତି ତେବେ  ସେପରି ଅଧିକାରର ପରିସର ଏବଂ ଦାବିଦାର ସମୟାନୁକ୍ରମେ କେତେ ପରିମାଣର କାଠଗରିଣ୍ଡା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଜଙ୍ଗଲରୁ ନେଇ ପାରିବେ ବା ଗ୍ରହଣ କରିପାରିବେ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ମଧ୍ୟ ଲିପିବଦ୍ଧ କରିବେ । ପୁନଶ୍ଚ ସେପରି କାଠଗରିଣ୍ଡା ବା ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ପାଇବାକୁ କ୍ଷମତା ପ୍ରାପ୍ତ ହୋଇଥିବା ବ୍ୟକ୍ତି ତାହା ବିକ୍ରୟ କିମ୍ବା ବିନିମୟ କରିପାରିବେ କି ନାହିଁ ତାହା ମଧ୍ୟ ଲିପିବଦ୍ଧ କରିବେ ।

ଦଫା ୧୫। ମଞ୍ଜୁର କରାଯାଇଥିବା ଅଧିକାରର ପ୍ରୟୋଗ

  1. ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ସେପରି ଲିପିବଦ୍ଧ କରିବା ପରେ ସଂରକ୍ଷିତ ଜଙ୍ଗଲ ସମ୍ପର୍କରେ ଦାବୀ କରାଯାଇଥିବା ଅଧିକାର ପାଇଁ ସେପରି ଆଦେଶ ପ୍ରଦାନ କରିବେ ଯଦ୍ୱାରା ମଞ୍ଜୁର କରାଯାଇଥିବା  ସେପରି ଅଧିକାର ନିର୍ବିଘ୍ନରେ ପ୍ରୟୋଗ କରାଯାଇପାରିବ ।
  2. ଉକ୍ତ ଉଦ୍ଦେଶ୍ୟରେ ଜଙ୍ଗଲ ବନ୍ଦୋବସ୍ତ ଅଫିସର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିପାରିବେ ।
    • ସେପରି ଦାବି କରୁଥିବା ବ୍ୟକ୍ତିମାନଙ୍କର ଯୁକ୍ତିଯୁକ୍ତ ସୁବିଧା ପାଇଁ ଯଥେଷ୍ଟ ପରିସର ଥିବା ଅନ୍ୟ କୌଣସି ଜଙ୍ଗଲ ମାର୍ଗକୁ ନିର୍ଦ୍ଧାରିତ କରିପାରିବେ ଏବଂ ସେପରି ଦାବିଦାରମାନଙ୍କ ଉପରେ ତୃଣଭୂମି ପାଇଁ ଅଧିକାର ବା ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଅଧିକାରକୁ ନ୍ୟସ୍ତ କରିବା ପାଇଁ ଏକ ଆଦେଶ ପ୍ରସ୍ତୁତ କରି ପାରିବେ; କିମ୍ବା
    • ସେପରି ଦାବିଦାରମାନଙ୍କ ଯୁକ୍ତିଯୁକ୍ତ ସୁବିଧା ଦୃଷ୍ଟିରୁ ଯଥେଷ୍ଟ ପରିସର ଥିବା ଜଙ୍ଗଲି ଜମି ବାଦ ଦେବାପାଇଁ, ପ୍ରସ୍ତାବିତ ଜଙ୍ଗଲର ସୀମାକୁ ପରିବର୍ତ୍ତିନ କରିପାରିବେ; କିମ୍ବା
    • ସେପରି ଦାବିଦାରମାନେ, ସେମାନଙ୍କୁ ମଞ୍ଜୁର କରାଯାଇଥିବା ଅଧିକାର ଅନୁଯାୟୀ ବର୍ଷର କେଉଁ ଋତୁରେ ଓ  ଜଙ୍ଗଲର କେଉଁ ଭାଗରେ ତୃଣଭୂମି ବା ଜଙ୍ଗଲଜାତ ଦ୍ରବ୍ୟ ପାଇଁ ସେମାନଙ୍କର ଅଧିକାର ପ୍ରୟୋଗ କରି ପାରିବେ ସେ ସମ୍ପର୍କରେ ଏକ ଆଦେଶ ପ୍ରଦାନ କରିବେ।
  3. ଏହି ଦଫା ଅନୁଯାୟୀ ଗୃହୀତ ପ୍ରତ୍ୟେକ ଆଦେଶର ଏକ ନକଲ ଜଙ୍ଗଲ ବନ୍ଦୋବସ୍ତ ଅଫିସର ଦାବିଦାରଙ୍କ ନିକଟକୁ ପଠାଇବେ ଏବଂ ଅନ୍ୟ ନକଲ ତଦନ୍ତ ସମୟରେ ଉପସ୍ଥିତ ଥିବା ଜଙ୍ଗଲ ଅଫିସରରଙ୍କ ନିକଟକୁ ପ୍ରେରଣ କରାଯିବ କିମ୍ବା ଯଦି ସେପରି ଅଫିସର ଉପସ୍ଥିତ ନ ଥାନ୍ତି ତେବେ ବିଭାଗୀୟ ଜଙ୍ଗଲ ଅଫିସରଙ୍କ ନିକଟକୁ ପ୍ରେରଣ କରାଯିବ ।

ଦଫା ୧୬। ଅଧିକାରର ଲଘୁକରଣ

ଯଦି ବିଭାଗୀୟ ଜଙ୍ଗଲ ଅଧିକାରୀଙ୍କ ଅଭିଯୋଗ ପତ୍ରରେ ଜଙ୍ଗଲ ବନ୍ଦୋବସ୍ତ ଅଫିସର ସନ୍ତୁଷ୍ଟ ହୁଅନ୍ତି ଯେ କୌଣସି ବ୍ୟକ୍ତିଗତ ଅଧିକାରର ପ୍ରୟୋଗ, ସଂରକ୍ଷିତ ଜଙ୍ଗଲର ରକ୍ଷଣା ବେକ୍ଷଣ, ଜଙ୍ଗଲର ପରିଚାଳନା, ସୁରକ୍ଷା ବା ବିକାଶ ପାଇଁ ଅସଙ୍ଗତ ଅଟେ ତେବେ ସେ ସେପରି ଅଧିକାରକୁ ନିୟନ୍ତ୍ରାଣାଧୀନ କରିପାରିବେ ଏବଂ ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା  ପ୍ରଣୟନ କରାଯାଇଥିବା ନିୟମାବଳୀ ସାପକ୍ଷରେ ସେପରି ବ୍ୟକ୍ତିଙ୍କର ଅଧିକାରକୁ ଲଘୁ କରିବା ପାଇଁ ତାହା ପରିବର୍ତ୍ତେ କୌଣସି ପରିମାଣ ଅର୍ଥ ବା ଜମି ବା ଅନ୍ୟ କୌଣସି ପ୍ରକାରରେ ଯାହା ସେ ଉପଯୁକ୍ତ ମନେ କରିବେ ତାହା ପ୍ରଦାନ କରିବେ ।

ଦଫା ୧୭। ଦଫା ୧୧,୧୨,୧୫ କିମ୍ବା ୧୬ ଅନୁଯାୟୀ ଗୃହୀତ ହୋଇଥିବା ଆଦେଶ ବିରୁଦ୍ଧରେ ଅପିଲ

କୌଣସି ବ୍ୟକ୍ତି ଯେ କି ଏହି ଆଇନ୍ ଅନୁଯାୟୀ କୌଣସି ଦାବି ଉପସ୍ଥାପନ କରିଛନ୍ତି କିମ୍ବା ଜଙ୍ଗଲ ଅଫିସର ବା ରାଜ୍ୟ ସରକାରଙ୍କ ଦ୍ଵାରା ସାଧାରଣଭାବେ କିମ୍ବା ସ୍ଵତନ୍ତ୍ରଭାବେ କ୍ଷମତାୟିତ ଅନ୍ୟ କୌଣସି  ବ୍ୟକ୍ତି ଦଫା ୧୧, ୧୨,୧୫, କିମ୍ବା ୧୬ ଅନୁଯାୟୀ ଜଙ୍ଗଲ ବନ୍ଦୋବସ୍ତ ଅଫିସରଙ୍କ ଦ୍ଵାରା  ସେପରି ଦାବି ଉପରେ ଗୃହୀତ ଆଦେଶ ପାଇବା ତାରିଖରୁ ତିନିମାସ ମଧ୍ୟରେ ସେହି ଆଦେଶ ବିପକ୍ଷରେ ଜିଲ୍ଲାପାଳଙ୍କୁ ଅପିଲ କରିବେ ଯେ କି ନିଜେ ସେହି ଅପିଲ୍ ଟିର ବିଚାର କରିପାରନ୍ତି କିମ୍ବା ଫଏସଲା  ପାଇଁ ଅତିରିକ୍ତ ଜିଲ୍ଲାମାଜିଷ୍ଟ୍ରେଟଙ୍କୁ ତାହା ପ୍ରେରଣ କରିପାରନ୍ତି ।

ନିର୍ଣ୍ଣୟ ବିଧି - ଜଙ୍ଗଲ ଜଙ୍ଗଲ ବନ୍ଦୋବସ୍ତ ଅଫିସର ଏକ ଅଦାଲତ କି ନୁହେଁ ? –ଏ.ଆଇ.ଆର୍ ୧୯୭୫, ଏସ୍. ସି-୨୦୮୫ ।

ଦଫା ୧୮। ଦଫା ୧୭ ଅନୁଯାୟୀ ଅପିଲ୍

  1. ଦଫା ୧୭ ଅନୁଯାୟୀ ପ୍ରତ୍ୟେକ ଅପିଲ୍ ଲିଖିତାକାରରେ ଏକ ସ୍ମାରକପତ୍ର (ମେମୋରେଣ୍ଡମ) ଦ୍ଵାରା ପ୍ରସ୍ତୁତ ହେବ ଏବଂ ଜଙ୍ଗଲ ବନ୍ଦୋବସ୍ତ ଅଫିସରଙ୍କୁ ପ୍ରଦାନ  କରାଯିବ ଯେ କି ତତ୍ କ୍ଷଣାତ୍ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ତାହାର ଶୁଣାଣୀ ପାଇଁ ଅନୁମୋଦନ କରିବେ ।
  2. ଏହି ଆଇନ୍ ର ଅଧିନରେ ହୋଇଥିବା ଅପିଲ୍  ଦାଖଲ ଓ ବିଚାର କ୍ଷେତ୍ରରେ ଦେୱାନୀ କାର୍ଯ୍ୟବିଧି ଆଇନ୍ ୧୯୦୮ (୫/୧୯୦୮) ର ଅର୍ଡର ୪୧ ରେ ବ୍ୟବସ୍ଥା ଅନୁସୃତ ହେବ ।

ଦଫା ୧୯। ପୁନଃରୀକ୍ଷଣ କ୍ଷମତା

  1. ଦଫା ୧୮ଅନୁଯାୟୀ  ଗୃହୀତ ହୋଇଥିବା ଅପିଲର ଆଦେଶ ଦ୍ଵାରା କ୍ଷୁବ୍ଧ ହୋଇଥିବା ବ୍ୟକ୍ତି ଆଦେଶ ପ୍ରଦାନ ତାରିଖରୁ ତିନିମାସ ମଧ୍ୟରେ ସେପରି ଆଦେଶ ବିପକ୍ଷରେ ରାଜସ୍ୱ ପରିଷଦକୁ ଆବେଦନ କରିପାରିବେ ଏବଂ ରାଜସ୍ୱ ପରିଷଦ ସେପରି ଆଦେଶକୁ କାଏମ ରଖିପାରନ୍ତି, ପରିବର୍ତ୍ତନ କରିପାରନ୍ତି କିମ୍ବା ରଦ୍ଦ କରିପାରନ୍ତି ।
  2. ଉଲ୍ଲେଖ ଥାଉ ଯେ ଏହି ଉପଦଫା ଅନୁଯାୟୀ ସମ୍ପୃକ୍ତ ପକ୍ଷମାନଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ନ ଦେଇ କୌଣସି ଆବେଶ ପ୍ରଦାନ କରାଯିବନାହିଁ ।

  3. ରାଜସ୍ୱ ପରିଷଦ ଏହି ଦଫାନୁଯାୟୀ ତାଙ୍କର କ୍ଷମତାକୁ ଲିଖିତାଦେଶ ଦ୍ଵାରା ଏବଂ ସେହିପରି ସର୍ତ୍ତସାପେକ୍ଷରେ କୌଣସି ଅଫିସରଙ୍କୁ ସମର୍ପଣ କରିପାରନ୍ତି ଯେ କି ରାଜସ୍ୱ ଡ଼ି.ଭିଜନାଲ୍ କମିଶନରଙ୍କ ପାହ୍ୟାଠାରୁ ନିମ୍ନପାହ୍ୟାର ହୋଇ ନ ଥିବେ ଏବଂ ସେପରି ଅର୍ପତ କ୍ଷମତାକୁ ସେହି ପ୍ରକାରରେ ମଧ୍ୟ ପ୍ରତ୍ୟାହାର କରିପାରିବେ ।

ଦଫା ୨୦। ଓକିଲ

ଏହି ଆଇନ୍ ଅନୁଯାୟୀ ରାଜ୍ୟ ସରକାର କିମ୍ବା ଦାବି ଉପସ୍ଥାପିତ କରିଥିବା କୌଣସି ବ୍ୟକ୍ତି ସେମାନଙ୍କ ତରଫରୁ କୌଣସି ତଦନ୍ତ ଅପିଲ କିମ୍ବା ପୁନଃରୀକ୍ଷଣ ସମୟରେ ଜଙ୍ଗଲ ବନ୍ଦୋବସ୍ତ ଅଫିସର କିମ୍ବା ଅପିଲ ବା ପୁନଃରୀକ୍ଷଣ କରିବା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥିତ ରହିବାକୁ, ସପକ୍ଷରେ ଯୁକ୍ତି କରିବାକୁ ଏବଂ କାର୍ଯ୍ୟକରିବାକୁ କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି କରିପାରନ୍ତି ।

ଦଫା ୨୧। ସଂରକ୍ଷିତ ଜଙ୍ଗଲ ଘୋଷଣା ପାଇଁ ବିଜ୍ଞପ୍ତି

  1. ଯେତେବେଳେ ନିମ୍ନଲିଖିତ ଘଟଣାମାନ ଘଟିଥାଏ, ଯଥା :-
    • ଦଫା ୬ ଅନୁଯାୟୀ ଦାବି ଉପସ୍ଥାପିତ କରିବାର ସମୟସୀମା ଶେଷ ହୋଇଯାଇଥାଏ ଏବଂ ସେହି ଦଫା କିମ୍ବା ଦଫା ୯ ଅନୁଯାୟୀ ହୋଇଥିବା ସମସ୍ତ ଦାବୀର ନିଷ୍ପତ୍ତି ଜଙ୍ଗଲ ବନ୍ଦୋବସ୍ତ ଅଫିସରଙ୍କ ଦ୍ଵାରା ସମାପନ କରାଯାଇ ଥାଏ;
    • ଯଦି ସେହିପରି କୌଣସି ଦାବି କରାଯାଇ ଥାଏ ଏବଂ ସେପରି ଦାବି ଉପରେ ପ୍ରଦାନ କରାଯାଇଥିବା ଆଦେଶ ବିପକ୍ଷରେ ଦଫା ୧୭ ଅନୁଯାୟୀ ଅପିଲ କରିବାର  ସମୟ ସମାପ୍ତ ହୋଇଯାଇଥାଏ ଏବଂ ସେହି ସମୟ ମଧ୍ୟରେ ଦାଏର କରାଯାଇଥିବା ସମସ୍ତ ଅପିଲ୍ ର ନିଷ୍ପତ୍ତି ଅପିଲ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମାପ୍ତ କରାଯାଇଥାଏ;
    • ଯଦି ସେପରି କୌଣସି ଅପିଲ୍ ଦାଏର କରାଯାଇଥାଏ ଓ ଦଫା ୧୯ ଅନୁଯାୟୀ ଅପିଲ ଆଦେଶ ବିପକ୍ଷରେ ପୁନଃରୀକ୍ଷଣ ପାଇଁ ହୋଇଥିବା ଆବେଦନଗୁଡିକର ନିଷ୍ପତ୍ତି ପୁନଃରୀକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ଵାରା  ସମାପନ କରାଯାଇଥାଏ;
    • ଦଫା ୧୧ ଅନୁଯାୟୀ ଜଙ୍ଗଲ ବନ୍ଦୋବସ୍ତ ଅଫିସର ଭୂ-ଅର୍ଜ୍ଜନ ଆଇନ୍ ୧୮୯୪(୧/୧୮୯୪) ଅନୁଯାୟୀ ପ୍ରସ୍ତାବିତ ଜଙ୍ଗଲର ପରିସର ମଧ୍ୟରେ ଯେଉଁ ଜମିସବୁ ଅନ୍ତର୍ଭୁକ୍ତ ନିର୍ଣ୍ଣୟ କରିଥିବେ, ସେହି ଆଇନ୍ ର ଦଫା ୧୬ ଅନୁଯାୟୀ ଯଦି ରାଜ୍ୟସରକାରଙ୍କୁ ସେପରି ଜମି ସବୁ ନ୍ୟସ୍ତ ହୋଇଥାଏ, ତେବେ ସେ ସଂରକ୍ଷିତ ଜଙ୍ଗଲର ସୀମାରେଖା ଏବଂ ତାହା କେଉଁ ତାରିଖଠାରୁ ସଂରକ୍ଷିତ ଜଙ୍ଗଲ ହେବ, ସେ ସମସ୍ତ ବିଷୟ ଉଲ୍ଲେଖକରି ଏକ ବିଜ୍ଞପ୍ତି ପ୍ରକାଶ କରିବେ।
  2. ସେପରି ବିନିର୍ଦ୍ଦିଷ୍ଟ ତାରିଖରୁ ସେହି ଜଙ୍ଗଲ ଏକ ସଂରକ୍ଷିତ ଜଙ୍ଗଲ  ରୂପେ ବିବେଚିତ ହେବ ।
  3. ଉପଦଫା(୧) ଅନୁଯାୟୀ ପ୍ରକାଶିତ ବିଜ୍ଞପ୍ତିର ଏକ ପ୍ରମାଣିତ ନକଲର ଉପସ୍ଥାପନ ଦ୍ଵାରା ସେପରି ଜଙ୍ଗଲ ସୁରକ୍ଷିତ ଜଙ୍ଗଲ ରୂପେ ଘୋଷିତ ହୋଇଥିବାର ଯଥୋଚିତ ପ୍ରମାଣ ଗୃହୀତ ହେବ।

ଦଫା ୨୨। ଜଙ୍ଗଲ ଗୁଡ଼ିକର ନିକଟସ୍ଥ ସ୍ଥାନମାନଙ୍କରେ ବିଜ୍ଞପ୍ତିର ଅନୁବାଦର ପ୍ରକାଶନ

ଡିଭିଜିନାଲ ଜଙ୍ଗଲ ଅଧିକାରୀ, ଦଫା ୨୧ ଅନୁଯାୟୀ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଥିବା ତାରିଖ ପୂର୍ବରୁ ସେପରି ବିଜ୍ଞପ୍ତିର ଓଡ଼ିଆ ଅନୁବାଦ କରାଇ ଜଙ୍ଗଲର ନିକଟସ୍ଥ ଗ୍ରାମ ଏବଂ ସହରରେ ସମସ୍ତଙ୍କ ଦୃଶ୍ୟମାନ ହେଲାଭଳି ସ୍ଥାନରେ ଉକ୍ତ ବିଜ୍ଞପ୍ତିକୁ ପ୍ରକାଶ କରାଇବେ ।

ଦଫା ୨୩। ଦଫା ୧୫ କିମ୍ବା ଦଫା ୧୮ ଅନୁଯାୟୀ ହୋଇଥିବା ବ୍ୟବସ୍ଥାକୁ ସଂଶୋଧନ କରିବା କ୍ଷମତା

ରାଜ୍ୟ ସରକାର ଦଫା ୨୧ ଅନୁଯାୟୀ କୌଣସି ବିଜ୍ଞପ୍ତି ପ୍ରକାଶନ ପରେ ଯେ କୌଣସି ସମୟରେ ଦଫା ୧୫, ଦଫା ୧୮ କିମ୍ବା ଦଫା ୧୯ ଅନୁଯାୟୀ ହୋଇଥିବା କୌଣସି ବ୍ୟବସ୍ଥା ସଂଶୋଧନ କରିପାରନ୍ତି ଏବଂ ଏଥି ଉଦ୍ଦେଶ୍ୟରେ  ଦଫା ୧୫,୧୮ କିମ୍ବା ୧୯ ଅନୁଯାୟୀ ଜାରୀ ହୋଇଥିବା ଆଦେଶକୁ ପ୍ରତ୍ୟାହାର କରି ନେଇପାରନ୍ତି କିମ୍ବା ତହିଁରେ ପରିବର୍ତ୍ତନ ଆଣିପାରନ୍ତି କିମ୍ବା ଦଫା ୧୫ରେ ବିନିର୍ଦ୍ଦିଷ୍ଟ କୌଣସି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କିମ୍ବା ଦଫା ୧୨ ଅନୁଯାୟୀ ମଞ୍ଜୁର କରାଯାଇଥିବା ଅଧିକାରକୁ ଦଫା ୧୬ ଅନୁଯାୟୀ ଲଘୁ କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ।

ଉଲ୍ଲେଖ ଥାଉ ଯେ  ଏହି  ଦଫା ଅନୁଯାୟୀ କୌଣସି ଆଦେଶ, ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ନ ଦେଇ ପ୍ରଦାନ କରାଯିବ ନାହିଁ ।

ଦଫା ୨୪। ସଂରକ୍ଷିତ ଜଙ୍ଗଲରେ କୌଣସି ଅଧିକାର ଲାଭ କରିବାକୁ ଦିଆଯିବ ନାହିଁ

ଉତ୍ତରାଧିକାର ସୂତ୍ରରେ କିମ୍ବା ଏକ ମଞ୍ଜୁର ଅନୁଯାୟୀ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ହୋଇଥିବା ଚୁକ୍ତି ଅନୁଯାୟୀ କିମ୍ବା ଦଫା ୨୧ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବା ସମୟରେ ଯେଉଁ ବ୍ୟକ୍ତିଙ୍କ ଠାରେ ସେପରି ଅଧିକାର ନ୍ୟସ୍ତ ଥିଲା, ତାହା ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ଏକ ସଂରକ୍ଷିତ ଜଙ୍ଗଲରେ କୌଣସି ପ୍ରକାରରେ ଲାଭ କରିବାକୁ ଦିଆଯିବ ନାହିଁ ।

ଦଫା ୨୫। ଅନୁମୋଦନ ବିନା ଅଧିକାର ଗୁଡ଼ିକର ହସ୍ତାନ୍ତରଣ କରାଯିବ ନାହିଁ

  1. ଦଫା ୨୪ରେ ଅନ୍ତର୍ଗତ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଦଫା ୧୫ର ଉପଦଫା (୨)ଆରଏଫ ପ୍ରକରଣ (ଗ) ଅନୁଯାୟୀ  ବଳବତ୍ତର କୌଣସି ଅଧିକାରକୁ ରାଜ୍ୟ ସରକାରଙ୍କ ବିନାନୁମୋଦନରେ ମଞ୍ଜୁର, ବିକ୍ରୟ, ପଟ୍ଟା, ବନ୍ଧକ କିମ୍ବା ଅନ୍ୟଥା ହସ୍ତାନ୍ତରଣ କରାଯିବ ନାହିଁ ।
  2. ଉଲ୍ଲେଖ ଥାଉ ଯେ ଯେଉଁ କ୍ଷେତ୍ରରେ କୌଣସି ଜମି କିମ୍ବା ଘରବାଡି ସହ ସେପରି ଅଧିକାର ସଂଶ୍ଳିଷ୍ଟ ହୋଇ ରହିଛି  ସେପରି ଜମି ବା ଘରବାଡି ସହ ବିକ୍ରୟ ବା ଅନ୍ୟ କୌଣସି ପ୍ରକାରରେ ହସ୍ତାନ୍ତର କରାଯାଇପାରେ ।

  3. ସେପରି କୌଣସି ଅଧିକାର ପ୍ରୟୋଗରେ ଅଣାଯାଇଥିବା କାଠ ଗରିଣ୍ଡା କିମ୍ବା ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ, ଦଫା ୧୪ ଅନୁଯାୟୀ ଜାରୀ ହୋଇଥିବା ଆଦେଶରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ସର୍ତ୍ତ ବ୍ୟତୀରେକ ଅନ୍ୟପ୍ରକାର କ୍ରୟ କିମ୍ବା ବିନିମୟ କରାଯାଇ ପାରିବ  ନାହିଁ ।

ଦଫା ୨୬। ସଂରକ୍ଷିତ ଜଙ୍ଗଲରେ ରାସ୍ତା ଏବଂ ଜଳାଶୟର ବ୍ୟବହାରକୁ ବନ୍ଦ କରିବା ପାଇଁ କ୍ଷମତା

ଉପଖଣ୍ଡୀୟ ଜଙ୍ଗଲ ଅଧିକାରୀ, ସର୍ବସାଧାରଣଙ୍କର ସ୍ଵାର୍ଥ ଉଦ୍ଦେଶ୍ୟରେ ଏବଂ ରାଜ୍ୟ ସରକାର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଯଥାବିଧି କର୍ତ୍ତୃପକ୍ଷଙ୍କ ପୂର୍ବନୁମୋଦନ ସହ ସଂରକ୍ଷିତ ଜଙ୍ଗଲରେ ଥିବା ସର୍ବସାଧାରଣ ବା ଘରୋଇ ରାସ୍ତା କିମ୍ବା ଜଳାଶୟ କିମ୍ବା ଜଳର ବ୍ୟବହାରକୁ ବନ୍ଦ କରିପାରିବେ ।

ଉଲ୍ଲେଖ ଥାଉ କି ସଂରକ୍ଷିତ ଜଙ୍ଗଲରେ ସେପରି ରାସ୍ତା ଜଳାଶୟ କିମ୍ବା ଜଳର ବ୍ୟବହାରକୁ ବନ୍ଦ କରିବାକୁ ଗଲେ, ରାଜ୍ୟ ସରକାରଙ୍କୁ ସେପରି ସୁବିଧା ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିବ କିମ୍ବା ତା ପରିବର୍ତ୍ତେ ଡିଭିଜ୍ନାଲ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ନିର୍ମିତ ହେବ କିମ୍ବା ବ୍ୟବସ୍ଥା କରାଯିବ ।

ଦଫା ୨୭। ଅପରାଧ

  1. ଯେଉଁ ବ୍ୟକ୍ତିମାନେ –
    • ଦଫା ୫ ଅନୁଯାୟୀ ନିଷେଧ କରାଯାଇଥିବା ଜମିକୁ ପୁନର୍ବାର ପରିଷ୍କାର କରନ୍ତି;
    • [ ଦଫା ୪ ଅନୁଯାୟୀ  କୌଣସି ଜଙ୍ଗଲରେ ନିଆଁ ଲଗାଇଥାନ୍ତି ଯାହା ସମ୍ବନ୍ଧରେ ଏକ ବିଜ୍ଞପ୍ତି ନିର୍ଗମନ ହୋଇଛି କିମ୍ବା କୌଣସି ନିୟମର ଉଲ୍ଲଂଘନରେ ସେହି  ଜମିରୁ କୌଣସି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବା ଅପସାରଣ କିମ୍ବା ସେହି ଜମିରେ କୌଣସି ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟା ସାପେକ୍ଷରେ କିମ୍ବା ପଥର ଉତ୍ତୋଳନ କରିବା ଚୂନ ବା  କୋଇଲା ଜଳାଇବା କିମ୍ବା ସେହି ଜମିରେ ଜଙ୍ଗଲଜାତ ଦ୍ରବ୍ୟର କୌଣସି କ୍ଷତି ଘଟାଇବା କିମ୍ବା ସେହି ଜଙ୍ଗଲରେ ପ୍ରତି ବିପଦର କାରଣ ସୃଷ୍ଟି କରିଥାଏ ]

    ସେହି ବ୍ୟକ୍ତି ସର୍ବାଧିକ ଏକବର୍ଷ ଜେଲ୍ ଦଣ୍ଡ ଏବଂ ସର୍ବାଧିକ  ଏକହଜାର ଟଙ୍କା ଜୋରିମାନା ଦଣ୍ଡରେ  ଦଣ୍ଡିତ ହେବେ ।

  2. କୌଣସି ସଂରକ୍ଷିତ ଜଙ୍ଗଲରେ ଜଣେ ବ୍ୟକ୍ତି ଯେ କି –
    • ଅନଧିକାର ପ୍ରବେଶ କରନ୍ତି କିମ୍ବା ଗୋ-ମହିଷୀ ଆଦି ପଶୁମାନଙ୍କୁ ଅନଧିକାର ପ୍ରବେଶ କରାନ୍ତି କିମ୍ବା ତୃଣଭୂମିରେ ସେମାନଙ୍କୁ ଚରାନ୍ତି; କିମ୍ବା
    • କୌଣସି ବୃକ୍ଷକୁ କାଟି ପକାନ୍ତି କିମ୍ବା କାଠ ଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟକୁ ଅପସାରଣ କରନ୍ତି ।

    ସେ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ –

    • ଯାହା ପ୍ରକରଣ (କ) ଅନୁଯାୟୀ କୌଣସି ଅପରାଧ ପାଇଁ ଏକହଜାର ଟଙ୍କାରୁ ଅଧିକ ହୋଇପାରେ; ଏବଂ
    • ଯାହା ପ୍ରକରଣ (ଖ) ଅନୁଯାୟୀ କୌଣସି ଅପରାଧ ପାଇଁ ଦୁଇ ହଜାର ଟଙ୍କାରୁ ଅଧିକ ହୋଇପାରେ, ଏହା ସହିତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଅଦାଲତ, ସେ  ଜଙ୍ଗଲ ସଂପଦର ଯେଉଁ ମୂଲ୍ୟର କ୍ଷତି ଘଟାଇଛନ୍ତି ସେହି ମୂଲ୍ୟର କ୍ଷତିପୂରଣ ପ୍ରଦାନ କରିବାକୁ  ନିର୍ଦ୍ଦେଶ ଦେବେ ଯାହା କୌଣସି କ୍ଷେତ୍ରରେ ସେହି କ୍ଷତି ହୋଇଥିବା ସମ୍ପତ୍ତି ମୂଲ୍ୟ ଠାରୁ କମ୍ ହେବ ନାହିଁ ।
  3. କୌଣସି ବ୍ୟକ୍ତି ଯେ କି ଏକ ସଂରକ୍ଷିତ ଜଙ୍ଗଲରେ ଅଗ୍ନି ସଂଯୋଗ କରନ୍ତି କିମ୍ବା ଯିଏ ଏକ ସଂରକ୍ଷିତ  ଜଙ୍ଗଲରେ –
    • ଅଗ୍ନି ସଂଯୋଗ କରନ୍ତି କିମ୍ବା ତୃଣପୂର୍ଣ୍ଣ ଜମିରେ ନିଆଁ ଲଗାନ୍ତି କିମ୍ବା କୌଣସି ଗଛ କିମ୍ବା ଚାରା ଗଛ ବା ଜଙ୍ଗଲଜାତ ଦ୍ରବ୍ୟର  କୌଣସି ପ୍ରକାର କ୍ଷତି ଘଟାନ୍ତି;
    • ପଥର ଖୋଳନ୍ତି, ଚୂନ ବା କାଠ କୋଇଲା ଜଳାନ୍ତି କିମ୍ବା କୌଣସି ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ସମୟରେ ସଂଗ୍ରହ କିମ୍ବା ଅପସାରଣ କରନ୍ତି;
    • ଚାଷବାସ କରବା ଉଦ୍ଦେଶ୍ୟରେ କିମ୍ବା ଘରବାଡ଼ି ନିର୍ମାଣ ଉଦ୍ଦେଶ୍ୟରେ ଜମି ପରିଷ୍କାର ବା ଖୋଳାଖୋଳି କରନ୍ତି ବା କରିବା ପାଇଁ ଉଦ୍ୟମ କରନ୍ତି; କିମ୍ବା
    • ରାଜ୍ୟ ଶର୍କର ଦ୍ଵାରା ପ୍ରଣୀତ କୌଣସି ନିୟମର ଉଲ୍ଲଘଂନରେ, ଶିକାର କରନ୍ତି, ମାଛ ଧରନ୍ତି, ଜଳ ବିଷାକ୍ତ କରନ୍ତି କିମ୍ବା ଯନ୍ତା ବସାନ୍ତି;

    ସେହି ବ୍ୟକ୍ତି ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ ଯାହା ତିନିବର୍ଷରୁ କମ୍ ହେବ ନାହିଁ ମାତ୍ର ସାତ ବର୍ଷ ଅଧିକ ହୋଇପାରେ ଏବଂ ଦଶହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ ।

  4. ଯେତେବେଳେ କୌଣସି ବ୍ୟକ୍ତି ଉପଦଫା (୧) ର ପ୍ରକରଣ (କ) ଅନୁଯାୟୀ କୌଣସି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଅଦାଲତ, ଯେଉଁ ଜମିରେ ଏପରି ଅପରାଧ ସଂଘଟିତ ହୋଇଛି ସେ ଜମିର ଉକ୍ତ ଅପରାଧିକୁ ବହିଷ୍କାର ପାଇଁ ଏକ ଆଦେଶ ପ୍ରଦାନ କରିବେ ଏବଂ ସେହି ଆଦେଶ ଉପରେ ସେପରି ଜମିରେ ନିର୍ମାଣ କରାଯାଇଥିବା ଘରବାଡିକୁ ନଷ୍ଟ କରିଦିଆଯିବ ଏବଂ ସେହି ଜମିରେ ଥିବା ଫଳନ୍ତି ଶସ୍ୟକୁ  ଜବତ କରାଯିବ ଏବଂ ରାଜ୍ୟସରକାରଙ୍କ ଦ୍ଵାରା ବାଜ୍ୟାପ୍ତ କରାଯିବ ।
  5. ଉପଦଫା (୪) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ଏବଂ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ, ସବ୍ ଇନିସ୍ପେକ୍ଟର  ନିମ୍ନ ପାହ୍ୟାର ହୋଇ ନ ଥିବା ଜଣେ ପୋଲିସ୍ ଅଫିସର ଏବଂ ରେଞ୍ଜ ଅଫିସରଙ୍କ ପାହ୍ୟାର ନିମ୍ନ ପାହ୍ୟାର ହୋଇ ନ ଥିବା ଜଣେ ଜଙ୍ଗଲ ଅଫିସରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବ, ଅଦାଲତ ଯେପରି ନିର୍ଦ୍ଦେଶ ପ୍ରଦାନ କରିବେ ।
  6. ଏହି ଦଫାରେ ଥିବା ବ୍ୟବସ୍ଥା ନିମ୍ନଲିଖିତ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବନାହିଁ  -
    • ଡିଭିଜନାଲ୍ ଫରେଷ୍ଟ ଅଫିସର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ କୌଣସି ଅଫିସରଙ୍କ ଲିଖିତ ଅନୁମତି ଦ୍ଵାରା କିମ୍ବା ରାଜ୍ୟସରକାରଙ୍କ ଦ୍ଵାରା ପ୍ରଣୀତ ନିୟମାବଳୀ ଅନୁଯାୟୀ କରାଯାଇଥିବା କାର୍ଯ୍ୟମାନଙ୍କ କ୍ଷେତ୍ରରେ; କିମ୍ବା
    • ଦଫା ୧୫ର ଉପଦଫା (୨) ର ପ୍ରକରଣ (ଗ) ଅନୁଯାୟୀ ବଳବତ୍ତର ଥିବା କୌଣସି ଅଧିକାର ପ୍ରଯୋଗରେ କିମ୍ବା ଦଫା ୨୪ରେ ସ୍ଵଚୀତ ରାଜ୍ୟ ସରକାରଙ୍କ ଦ୍ଵାରା ଲିଖିତ ଚୁକ୍ତି କିମ୍ବା ମଞ୍ଜୁର ବଳରେ ସୃଷ୍ଟି ହୋଇଥିବା ଅଧିକାର ପ୍ରୟୋଗ କ୍ଷେତ୍ରରେ ।

ନିର୍ଣ୍ଣୟ ସିଦ୍ଧାନ୍ତ :-

  1. ଦଫା ୨୭ ଅନୁଯାୟୀ ଦାବି କ୍ଷମତାପ୍ରାପ୍ତ ଅଫିସରଙ୍କ ସିଦ୍ଧାନ୍ତ ଥିଲା ଯେ ସଂରକ୍ଷିତ ଜଙ୍ଗଲରୁ ମିଳିଥିବା ବାଉଁଶ ପ୍ରମାଣିତ ହୋଇ ନ ଥିଲା – ଦର୍ଶାଯାଇଥିଲା, ଯେ ଦଫା ୨୭ ଅନୁଯାୟୀ ଦାବି ପ୍ରମାଣିତ ହୋଇ ନ ଥିଲା – ୧୯୯୭ (୨) ଓ ଏଲ୍ ଆର -୩୫୪; ଏ. ଆଇ. ଆର. ୧୯୯୮ ଓଡ଼ିଶା -୫୪ ।
  2. ଦଫା ୨୭ (୨) (୬) ଏବଂ ୨୭(୩)(ଖ) – ଏକ ଶାଳ ଗଣ୍ଡି ଯାହା ଏକ କାଠ ଗଣ୍ଡି ଅଟେ ତାହା କୌଣସି ସଂରକ୍ଷିତ ଜଙ୍ଗଲକୁ ଅପସାରଣ ହୋଇଥିଲା ଏବଂ ଦୁଇବର୍ଷ ଜେଲ୍ ଦଣ୍ଡରେ ଦଣ୍ଡନୀୟ-୧୯୮୯ (୨) ଓଏଲ୍ ଆର- ୪୪୧ ।
  3. ଦଫା ୨୭ (୨) (ଖ) ଏବଂ ୩(ଖ) – (ଆଇନ୍ ୯-୧୯୮୩ ଦ୍ଵାରା ସଂଶୋଧନ ପୂର୍ବରୁ) ଅଭିଯୁକ୍ତ ବ୍ୟକ୍ତିଙ୍କ ଦ୍ଵାରା ଅପସାରଣ ହୋଇଥିବା କାଠଗଣ୍ଡି ସୀମାବନ୍ଧନ ଅବିଧି – କୌଣସି ବୃକ୍ଷ କଟାଯାଇ ନ ଥିଲା ରେଣୁ ସଂରକ୍ଷିତ ଜଙ୍ଗଲ ପାଇଁ କୌଣସି କ୍ଷତି ନ  ଥିଲା – ଦର୍ଶାଯାଇଥିବା ଅପରାଧ ଦଫା ୨୭ (୨) (ଖ) ଦ୍ଵାରା ହୋଇନାହିଁ ମାତ୍ର ଦଫା ୨୭ (୩) (ଖ) ଦ୍ଵାରା ଏବଂ ଦୁଇବର୍ଷ ଜେଲ୍ ଦଣ୍ଡ ଏବଂ ସୀମାବନ୍ଧନ ସମୟ ୩ ବର୍ଷ ଅଟେ  ୧୯୯୦ ସି.ଆର୍.ଆଇ.ଏଲ୍.ଜେ ୧୫୮୫ (ଓଡ଼ିଶା), ୧୯୮୯ (୨) ଓ.ଏଲ. ଆର ୪୪୧ ।

ଓଡ଼ିଶା ଆଇନ୍ ୧୯୭୨:- ଦଫା ୪୬ ସହପଠନରେ ଦଫା -୨୭- ଅନୁମତି ବିନା ବୃକ୍ଷ କାଟିବା ଏବଂ ଅପସାରଣ କରିବା – ସଂଘଟିତ ଅପରାଧ ଏବଂ ଅଭିଯୁକ୍ତ ବ୍ୟକ୍ତି ଦୋଷମୁକ୍ତ ହେବାକୁ ଧର୍ମଗଡ ଏସ.ଡ଼ି.ଜେ.ଏମ୍ ମକଦ୍ଦମା ଚଳାଇବା, ବୃକ୍ଷ କାଟିବାର ସକ୍ଷ୍ୟର ବିବାଦ ଅପିଲ ସଂଖ୍ୟା – ‘ଅପରାଧ ୨୦୦୫ (୨) ଓ.ଏଲ୍.ଆର୍.୩୫୨ ।

ଦଫା ୨୮। ସଂରକ୍ଷିତ ଜଙ୍ଗଲରେ ଅଧିକାରକୁ ସ୍ଥଗିତ ରଖାଯିବ

ଯେତେବେଳେ ଗୋଟିଏ ସଂରକ୍ଷିତ ଜଙ୍ଗଲରେ –

  1. ଇଚ୍ଛା କୃତଭାବେ କିମ୍ବା ଗୁରୁତ୍ଵର ଅବହେଳାବଶତଃ ଅଗ୍ନି ସଂଯୋଗ ଘଟିଛି; କିମ୍ବା
  2. ଜଙ୍ଗଲଜାତ ଦ୍ରବ୍ୟ ଚୋରୀ ହେଉଛି ଏବଂ ସେପରି ଚୋରୀ ଏତେ ପରିମାଣରେ ଘଟୁଛି ଯାହା ରାଜ୍ୟ ସରକାରଙ୍କ ମତରେ ସେପରି ଜଙ୍ଗଲଜାତ ଦ୍ରବ୍ୟର ଭବିଷ୍ୟତରେ ଉତ୍ପାଦନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିବ ।

ରାଜ୍ୟ ଶର୍କର, ଜିଲ୍ଲାର ଜିଲ୍ଲାପାଳଙ୍କ ସୁପାରିଶ୍ରେ ନିର୍ଦ୍ଦେଶ ଦେଇପାରନ୍ତି ଜେ ସେପରି ଜଙ୍ଗଲରେ କିମ୍ବା ତାହାରି କୌଣସି ଭାଗରେ ତୃଣଭୂମି କିମ୍ବା ଜଙ୍ଗଲଜାତ ଦ୍ରବ୍ୟର   ବ୍ୟବହାର ପାଇଁ ଅଧିକାର ସେହି ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିବ ଯାହା ସେ ଉପଯୁକ୍ତ ମନେ କରିବେ;

ଉଲ୍ଲେଖ ଥାଉ କି ରାଜ୍ୟସରକାରଙ୍କୁ କୌଣସି ସୁପାରିଶ୍ ପୂର୍ବରୁ ଜିଲ୍ଲାପାଳ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ପ୍ରଦାନ କରିବେ ।

ଦଫା ୨୯। ଜଙ୍ଗଲ ସଂରକ୍ଷିତ ହୋଇ ରହିନାହିଁ ବୋଲି ଘୋଷଣା କରିବାକୁ କ୍ଷମତା

  1. ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶନ ତାରିଖଠାରୁ ଏହି ଆଇନ୍ ଅନୁଯାୟୀ କୌଣସି ସଂରକ୍ଷିତ ଜଙ୍ଗଲ କିମ୍ବା ତାହାର କୌଣସି ଅଂଶ ସଂରକ୍ଷିତ ଜଙ୍ଗଲ ରୂପେ ରହିତ ହେବାକୁ ନିର୍ଦ୍ଦେଶ ଦେଇପାରନ୍ତି ।
  2. ଉପରୋକ୍ତ ତାରିଖକୁ ସେହି ଜଙ୍ଗଲ କିମ୍ବା ତାହାର ଅଂସ ଏକ ସଂରକ୍ଷିତ ଜଙ୍ଗଲ ବୋଲି ରହିତ ହେବ କିନ୍ତୁ ସେଥିରେ ଥିବା ଅଧିକାର ଯାହା ବିଲୋପ ହୋଇଛି ତାହା ସେପରି ରହିତାଦେଶ ଫଳରେ ପୁନଃ ଅଭ୍ୟୁଦୟ ହେବ ନାହିଁ ।
  3. ଯେତେବେଳେ ଉପଦଫା (୧) ଅନୁଯାୟୀ ନିର୍ଗମନ ହୋଇଥିବା ବିଜ୍ଞପ୍ତି ବଳରେ କୌଣସି ସଂରକ୍ଷିତ ଜଙ୍ଗଲ କିମ୍ବା ତାହାର କୌଣସି ଅଂସ ସଂରକ୍ଷିତ ଜଙ୍ଗଲ ବୋଲି ରହିତ ହୋଇଥାଏ, ତେବେ ରାଜ୍ୟ  ସରକାର ଯେତେ ଦୂର ସମ୍ଭବ ସେପରି ସ୍ଵଚୀତ ସଂରକ୍ଷିତ ଜଙ୍ଗଲ ଯେଉଁ ପରିମାଣର ଜମିରେ ହୋଇଥିଲା, ଅନ୍ୟତ ସମାନ ପରିମାଣ ଜମିରେ ଏହି ଅଧ୍ୟାୟର ବ୍ୟବସ୍ଥା ଅନୁଯାୟୀ, ଏକ ସଂରକ୍ଷିତ ଜଙ୍ଗଲ ଗଠିତ କରିବେ ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate