অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା)ଆଇନ,୧୯୭୨(ଆଇନନୁଯାୟୀ କିମ୍ବା ନିଯୁକ୍ତ ହେବାକୁ ଥିବା ପ୍ରାଧିକାରୀ)

ବନ୍ୟ ଜୀବନ (ସୁରକ୍ଷା)ଆଇନ,୧୯୭୨(ଆଇନନୁଯାୟୀ କିମ୍ବା ନିଯୁକ୍ତ ହେବାକୁ ଥିବା ପ୍ରାଧିକାରୀ)

ଡାଇରେକ୍ଟର ଏବଂ ଅନ୍ୟାନ୍ୟ ଅଫିସରମାନଙ୍କର ନିଯୁକ୍ତି

ଏହି ଆଇନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ନିଯୁକ୍ତି କରିପାରିବେ  ।

  • ବନ୍ୟ ଜୀବନ ପରିରକ୍ଷଣର ଜଣେ ନିର୍ଦ୍ଦେଶକ
  • ଆବଶ୍ୟକ ଅନୁଯାୟୀ ସେପର ଅନ୍ୟାନ୍ୟ ଅଫିସର ଏବଂ କର୍ମଚାରୀ
  • ଆଇନାନୁଯାୟୀ ଡାଇରେକ୍ଟର ତାଙ୍କର କର୍ତ୍ତବ୍ୟ ସଂପାଦାନରେ ଏବଂ କ୍ଷମତା ପ୍ରୟୋଗରେ ସେପରି ସାଧାରଣ ବା ସ୍ଵତନ୍ତ୍ର ନିର୍ଦ୍ଦେଶାବଳୀ ନିୟନ୍ତ୍ରଣାଧୀନ ହେବେ ଯେପରି କେନ୍ଦ୍ର ସରକାର ସମୟାନୁକ୍ରମେ ପ୍ରଦାନ କରିଥିବେ   ।
  • ଏହି ଦଫାନୁଯାୟୀ ନିଯୁକ୍ତ ଅଫିସରମାନେ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଡାଇରେକ୍ଟରଙ୍କୁ ସହାୟତା କରିବାକୁ ଆବଶ୍ୟକ କରିବେ   ।

ଏହି ପ୍ରକରଣ ଆଇନର ଦଫା ୩ ରୂପାନ୍ତରିତ କରିବାକୁ ପ୍ରସ୍ତାବିତ ଏବଂ ଡାଇରେକ୍ଟରଙ୍କୁ ସହାୟତା କରିବାକୁ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଆବଶ୍ୟକ ।

ମୁଖ୍ୟ ବନ୍ୟ ଜୀବନ ରକ୍ଷକ ଓ ଅନ୍ୟାନ୍ୟ ଅଫିସରମାନଙ୍କର ନିଯୁକ୍ତି

ରାଜ୍ୟ ସରକାର ଏହି ଆଇନ ଉଦ୍ଦେଶ୍ୟରେ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରିପାରିବେ - ଏହି ପ୍ରକରଣ ଆଇନର ଦଫା ୩ ରୂପାନ୍ତରିତ ପ୍ରସ୍ତାବିତ ଏବଂ ଡାଇରେକ୍ଟରଙ୍କୁ ସହାୟତା କରିବାକୁ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଆବଶ୍ୟକ   ।

  • ଜଣେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ
  • ବନ୍ୟ ଜୀବନ ରକ୍ଷକ
  • ଆବଶ୍ୟକ ଅନୁଯାୟୀ ସେପରି ଅନ୍ୟାନ୍ୟ ଅଫିସର ଏବଂ କର୍ମଚାରୀ

ଏହି ଆଇନନୁଯାୟୀ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ତାଙ୍କର କର୍ତ୍ତବ୍ୟ ସଂପାଦାନରେ ଏବଂ କ୍ଷମତା ପ୍ରୟୋଗରେ ସେପରି ସାଧାରଣ ବା ସ୍ଵତନ୍ତ୍ର ନିର୍ଦ୍ଦେଶାବଳୀର ନିୟନ୍ତ୍ରଣାଧୀନ ହେବେ ଯେପରି ରାଜ୍ୟ ସରକାର ସମୟାନୁକ୍ରମେ ପ୍ରଦାନ କରିଥିବେ   ।

ବନ୍ୟ ଜୀବନ ରକ୍ଷକ,  ଅଦୈତନିକ ବନ୍ୟଜୀବନ ରକ୍ଷକ ଏବଂ ଅନ୍ୟାନ୍ୟ ଅଫିସର ଏବଂ ଏହି ଦଫାନୁଯାୟୀ ନିଯୁକ୍ତ କର୍ମଚାରୀ ମୁଖ୍ୟ ବନଜୀବନ ରକ୍ଷକଙ୍କ ଅଧୀନରେ ହେବେ   । ଏହି ପ୍ରକରଣ ରାଜ୍ୟ ସରକାରଙ୍କ ଦ୍ଵାରା ଏକାଧିକ ଅଦୈତନିକ ବନ୍ୟଜୀବନ ରକ୍ଷକ ଏବଂ ଅନ୍ୟାନ୍ୟ ଅଫିସର ଏବଂ ଏହି ଦଫାନୁଯାୟୀ ନିଯୁକ୍ତ କର୍ମଚାରୀ ମୁଖ୍ୟ ବନଜୀବନ ରକ୍ଷକ ଅଧୀନରେ ହେବେ   ।

ଅଧିକାର ଅର୍ପଣ କରିବା କ୍ଷମତା (ନିୟମ ୫)

  • ଡାଇରେକ୍ଟର କେନ୍ଦ୍ର ସରକାରଙ୍କ ପୂର୍ବାନୁମୋଦନ ସହ ଲିଖିତକାରରେ ଆଦେଶ ଦ୍ଵାରା କୌଣସି ସେପରି ସର୍ତ୍ତାବଳୀ ଥାଏ ତେବେ ତା ସାପେକ୍ଷରେ ତାଙ୍କର ଅଧିନସ୍ଥ କୌଣସି ଅଫିସରଙ୍କୁ ଆଇନ ଅନୁଯାୟୀ ତାଙ୍କର ସମସ୍ତ ବା କୌଣସି କର୍ତ୍ତବ୍ୟ ଏବଂ କ୍ଷମତା ଅଧିକାର ଅର୍ପଣ କରିପାରିବେ ଯାହା ଆଦେଶରେ ବିନିର୍ଦ୍ଧିଷ୍ଟ ହୋଇଥାଏ   ।
  • ମୁଖ୍ୟ ବନ୍ୟ ଜୀବନ ରକ୍ଷକ ରାଜ୍ୟ ସରକାରଏନକେ ପୂର୍ବାନୁମୋଦନ ସହ ଲିଖିତକାରରେ ଆଦେଶ ଦ୍ଵାରା ଯଦି କୌଣସି ସେପରି ସର୍ତ୍ତାବଳୀ ଥାଏ ତବେ ତାପେକ୍ଷରେ ତାଙ୍କ ଅଧୀନସ୍ଥ କୌଣସି ଅଫିସରକୁ ଦଫା ୧୧ ର ଉପ-ଦଫା (୧) ର ପ୍ରକରଣ (କ) ବ୍ୟତୀତ ଏହି ଆଇନାନୁଯାୟୀ ତାଙ୍କର ସମସ୍ତ ବା କୌଣସି କର୍ତ୍ତବ୍ୟ ଏବଂ କ୍ଷମତା ଅଧିକାର ଅର୍ପଣ କରିପାରିବେ ଯାହା ଆଦେଶରେ ବିନିର୍ଦ୍ଧିଷ୍ଟ ହୋଇଥାଏ   ।
  • ଡାଇରେକ୍ଟର କିମ୍ବା ମୁଖ୍ୟ ରକ୍ଷକଙ୍କ ଦ୍ଵାରା  ଅପୋପିତ ସର୍ତ୍ତାବଳୀ କିମ୍ବା ପ୍ରଦତ୍ତ କୌଣସି ସାଧାରଣ ବା ସ୍ଵତନ୍ତ୍ର ନିର୍ଦ୍ଦେଶ ସାପେକ୍ଷରେ ଡାଇରେକ୍ଟର କିମ୍ବା ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା କ୍ଷମତାୟିତ କୌଣସି ବ୍ୟକ୍ତି କୌଣସି କ୍ଷମତା ପ୍ରୟୋଗ କରିବାକୁ ସମାନ ପ୍ରଣାଳୀରେ ସେହି କ୍ଷମତାଗୁଡିକର ପ୍ରୟୋଗ କରିପାରିବେ ଏବଂ ସେହି ମର୍ମରେ ଯେପରି କି ସେମାନେ ଏହି ଆଇନ ଦ୍ଵାରା ପ୍ରତ୍ୟକ୍ଷଭାବେ ସେହି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରିଥିଲେ ଏବଂ ଅଧିକାର ଅର୍ପଣ ଦ୍ଵାରା ନୁହେଁ   ।

ବନ୍ୟ ଜୀବନ ପାଇଁ ଜାତୀୟ ବୋର୍ଡର ଗଠନ  (ନିୟମ ୫ (କ))

  1. କେନ୍ଦ୍ର ସରକାର ବନ୍ୟ ଜୀବନ (ସୁରକ୍ଷା) ସଂଶୋଧନ ଆଇନ , ୨୦୦୬ ର ପ୍ରାରମ୍ଭ ତାରିଖରୁ ତିନିମାସ ମଧ୍ୟରେ ବନ୍ୟ ଜୀବନ ପାଇଁ ଜାତୀୟ ବୋର୍ଡ ଗଠନ କରିବେ ଯାହା ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଯଥା  :-
    • ସଭାପତି ରୂପେ ପ୍ରଧାନମନ୍ତ୍ରୀ
    • ଉପ-ସଭାପତି ରୂପେ ଜଙ୍ଗଲ ଏବଂ ବନ୍ୟ ଜୀବନର ଭାରପ୍ରାପ୍ତ ମନ୍ତ୍ରୀ
    • ସଂସଦର ତିନିଜଣ ଯାହାର ଦୁଇଜଣ ଲୋକସଭାରୁ ଏବଂ ଜଣେ ରାଜ୍ୟସଭାରୁ;
    • ଜଙ୍ଗଲ ଏବଂ ବନ୍ୟଜୀବନର ଭାରପ୍ରାପ୍ତ ପ୍ଲାନି କମିଶନ, ସଦସ୍ୟ
    • କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ବେସରକାରୀ ସଂସ୍ଥା କୁ ପ୍ରତିନିଧିତ୍ଵ କରିବାକୁ ପାଞ୍ଚଜଳ ବ୍ୟକ୍ତି;
    • ବିଶିଷ୍ଟ ପରିବେଶ ସଂରକ୍ଷଣର ସମର୍ଥନ, ପରିବେଶ ବିଜ୍ଞାନୀ ଏବଂ ପରିବେଶ ସଂରକ୍ଷଣ ବିଶେଷଜ୍ଞଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ଦଶଜଣ ବ୍ୟକ୍ତି ;
    • ଜଙ୍ଗଲ ଏବଂ ବନ୍ୟ ଜୀବନ ସହ ସମ୍ବନ୍ଧିତ କେନ୍ଦ୍ର ସରକାରଙ୍କ ବିଭାଗ କିମ୍ବା ମନ୍ତ୍ରୀମଣ୍ଡଳର ଭାରପ୍ରାପ୍ତ ଭାରତ ସରକାରଙ୍କ ସେକ୍ରେଟାରୀ
    • ସେନା କର୍ମଚାରୀଙ୍କ ମୁଖ୍ୟ;
    • ପ୍ରତିରକ୍ଷା ମନ୍ତ୍ରଣାଳୟର ଭାରପ୍ରାପ୍ତ ଭାରତ ସରକରାଙ୍କ ସେକ୍ରେଟାରୀ
    • ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗର ଭାରପ୍ରାପ୍ତ ଭାରତ ସରକାରଙ୍କ ସେକ୍ରେଟାରୀ
    • ଆଦିବାସୀ ଜନମଙ୍ଗଲ ମନ୍ତ୍ରଣାଳୟର ଭାରତ ସରକାରଙ୍କ ସେକ୍ରେଟାରୀ
    • ଜଙ୍ଗଲ ଏବଂ ବନ୍ୟଜୀବନ ସହ ସମ୍ବନ୍ଧିତ କେନ୍ଦ୍ର ସରକାରଙ୍କ ବିଭାଗ କିମ୍ବା ଜଙ୍ଗଲ ମନ୍ତ୍ରଣାଳୟର ଡାଇରେକ୍ଟର ଜେନେରାଲ ।
    • ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗର ଡାଇରେକ୍ଟର ଜେନେରାଲ   ।
    • ବନବିଦ୍ୟା,  ଗବେଷଣା ଏବଂ ଶିକ୍ଷା ଡେରାଡୁନ ପାଇଁ ଭାରତୀୟ କାଉନସିଲର ଡାଇରେକ୍ଟର ଜେନେରାଲ   ।
    • ଭାରତ ବନ୍ୟ ଜୀବନ ପ୍ରତିଷ୍ଠାନ , ଡେରାଡୁନ ଡାଇରେକ୍ଟର
    • ଭାରତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ଡାଇରେକ୍ଟର
    • ଭାରତ ଉଦ୍ଭିଦ ବିଜ୍ଞାନ ସର୍ବେକ୍ଷଣ  ଡାଇରେକ୍ଟର
    • ଭାରତ ପଶୁରୋଗ ଗବେଷଣା ଅନୁଷ୍ଠାନ ଡାଇରେକ୍ଟର
    • କେନ୍ଦ୍ରୀୟ ଚିଡିଆଖଣା କର୍ତ୍ତୃପକ୍ଷ , ସଭ୍ୟ –ସେକ୍ରେଟାରୀ
    • ସମୁଦ୍ରବିଜ୍ଞାନ ଜାତୀୟ ଅନୁଷ୍ଠାନର ଡାଇରେକ୍ଟର
    • କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ପର୍ଯ୍ୟାୟକ୍ରମେ ଦଶଟି ରାଜ୍ୟ ଏବଂ ସଂଘ ରାଜ୍ୟକ୍ଷେତ୍ରରୁ ଜଣେ ଲେଖାଏଁ ପ୍ରତିନିଧି ।
    • ବନ୍ୟ ଜୀବନ ପରିରକ୍ଷଣର ଡାଇରେକ୍ଟର ଯେ କି ଜାତୀୟ ବୋର୍ଡର ସଭ୍ୟ ସେକ୍ରେଟାରୀ ହେବେ   ।
  2. ପଦପ୍ରଯୁକ୍ତ ସଦସ୍ୟମାନଙ୍କ ବ୍ୟତୀତ ସଦସ୍ୟମାନଙ୍କ ପଦୀୟ କାର୍ଯ୍ୟକାଳ , ଉପ-ଦଫା (୧) ର ପ୍ରକରଣ (ଙ) (ଚ) ଏବଂ (ଫ) ରେ ସୂଚିତ ଶୂନ୍ୟତା  ପୂରଣର ପ୍ରଣାଳୀ ଏବଂ ଜାତୀୟ ବୋର୍ଡର ସଦସ୍ୟମାନଙ୍କ ଦ୍ଵାରା ସେମାନଙ୍କର କାର୍ଯ୍ୟ ନିଷ୍ପାଦନରେ ଅନୁସୂତ ହେଉଥିବା କାର୍ଯ୍ୟପଦ୍ଧତି ସେପରି ହେବ , ଯେପରି ନିଷ୍କାସନ ହୋଇଥିବ   ।
  3. ସଦସ୍ୟ (ପଦପ୍ରଯୁକ୍ତ ସଦସ୍ୟମାନଙ୍କ ବ୍ୟତୀତ )ନିର୍ଧାରଣ ପ୍ରକାରେ ସେମାନଙ୍କର କର୍ତ୍ତବ୍ୟ ସଂପାଦାନରେ ହୋଇଥିବା ଖର୍ଚ୍ଚ ସଂବନ୍ଧରେ ସେପରି ଭତ୍ତା ପାଇବାକୁ ହକଦାର  ହେବେ   ।
  4. ସେହି ସମୟରେ ବଳବତ୍ତର ଅନ୍ୟ କୌଣସି ଆଇନରେ ଅନ୍ତବିର୍ଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଜାତୀୟ ବୋର୍ଡର ଜଣେ ସଦସ୍ୟଙ୍କ ଅଫିସ ଲାଭ ଏକ ଅଫିସର ବୋଲି ବିବେଚନା ହେବ ନାହିଁ   ।

ଜାତୀୟ ବୋର୍ଡର ସ୍ଥାୟୀ କମିଟି (ନିୟମ ୫ (ଖ))

  1. ଜାତୀୟ ବୋର୍ଡ ଏହାର ବିବେକରେ ସେପରି କର୍ତ୍ତବ୍ୟ ସଂପାଦାନ କରିବା ପାଇଁ ଏବଂ କ୍ଷମତା ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଏକ ସ୍ଥାୟୀ କମିଟି ଗଠନ କରିବେ ଯେପରି ଜାତୀୟ ବୋର୍ଡ ଦ୍ଵାରା କମିଟିକୁ ଅର୍ପଣ କରାଯାଇଥିବ   ।
  2. ସ୍ଥାୟୀ କମିଟି ଉପ- ସଭାପତି , ସଦସ୍ୟ ସେକ୍ରେଟାରୀ ନେଇ ଗଠିତ ଏବଂ ଜାତୀୟ ବୋର୍ଡର ସଦସ୍ୟମାନଙ୍କ ମାଧରୁ ଉପସଭାପତିଙ୍କ ଦ୍ଵାରା ମନୋନୀତ ହୋଇଥିବା ଦଶଜଣ ସଦସ୍ୟଙ୍କ ଠାରୁ ଅଧିକ ହୋଇନଥିବେ   ।
  3. ଜାତୀୟ ବୋର୍ଡ ଏହା ଉପରେ ନ୍ୟସ୍ତ କାର୍ଯ୍ୟର ଉପଯୁକ୍ତ ସଂପାଦାନରେ ସମୟାନୁକ୍ରମେ ଆବଶ୍ୟକ ପ୍ରକାରେ  କମିଟି ,  ଉପ- କମିଟି କିମ୍ବା ପାଠ୍ୟଗ୍ରୁପଙ୍କୁ ନେଇ ଗଠିତ ହେବ   ।

ଜାତୀୟ ବୋର୍ଡର କାର୍ଯ୍ୟ  (ନିୟମ ୫(ଗ))

  1. ଜାତୀୟ ବୋର୍ଡ ଯେପରି ଉପଯୁକ୍ତ ମନେ କରିବେ ସେପରି ଉପାୟରେ ବନ୍ୟ ଜୀବନ ଏବଂ ଜଙ୍ଗଲର ଉନ୍ନୟନ ଏବଂ ସଂରକ୍ଷଣ କରିବାର ପ୍ରୋତ୍ସାହନ ଦେବା ଏହାର କର୍ତ୍ତବ୍ୟ   ହେବ   ।
  2. ପୂର୍ବଗାମୀ ବ୍ୟବସ୍ଥାର ବ୍ୟାପକତାର ପ୍ରତିକୂଳ ପ୍ରଭାବ ବିନା ସେଥିରେ ସୂଚିତ ଉପାୟଗୁଡିକ ନିମ୍ନଲିଖିତ ପାଇଁ ପ୍ରଦାନ କରାଯିବ  ।
    • ପଲିସି ତିଆରି କରିବା ଏବଂ ବନ୍ୟ ଜୀବନ ସଂରକ୍ଷଣର ପ୍ରୋତ୍ସାହନ କରିବାର ଉପାୟ ବା ମାଧ୍ୟମ ବିଷୟରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଏବଂ ଫଳପ୍ରଦଭାବେ ବନ୍ୟ ଜୀବନ ଏବଂ ଏହାର ଉତ୍ପାଦନର ବେଆଇନ ବ୍ୟାପାର ଏବଂ ପଶୁଚୋରି ନିୟନ୍ତ୍ରଣ;
    • ଜାତୀୟ ପାର୍କ, ଅଭ୍ୟୟାରଣ୍ୟ ଏବଂ ଅନ୍ୟାନ୍ୟ ସୁରକ୍ଷିତ ଅଞ୍ଚଳର ସ୍ଥାପନା ଏବଂ ପରିଚାଳନା ଉପରେ ସୁପାରିସ କରିବା ଏବଂ ସେହି ଅଞ୍ଚଳଗୁଡିକରେ ଗତିବିଧିର କଟକଣା ସମ୍ବନ୍ଧୀୟ ବିଷୟ ଉପରେ ସୁପାରିସ;
    • ବନ୍ୟ ଜୀବନ ଏବଂ ଏହାର ପ୍ରାକୃତିକ ବାସ ଉପରେ ବିଭିନ୍ନ ପ୍ରକଳ୍ପ ଏବଂ ଗତିବିଧିର ନିର୍ଧାରଣ ପାଳନ  ।
    • ସମୟାନୁକ୍ରମେ ସମୀକ୍ଷା କରିବା, ଦେଶରେ ବନ୍ୟ ଜୀବନ ସଂରକ୍ଷଣ କ୍ଷେତ୍ରରେ ପ୍ରଗତି ଏବଂ ତତସମ୍ବନ୍ଧୀୟ ଉନ୍ନତି ପାଇଁ ଉପାୟଗୁଡିକର ପ୍ରସ୍ତାବ; ଏବଂ
    • ଦେଶରେ ବନ୍ୟ ଜୀବନ ଉପରେ ଦୁଇ ବର୍ଷରେ ଅନ୍ତତଃ ଥରେ ଏକ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ପ୍ରକାଶନ କରିବା   ।

ବନ୍ୟ ଜୀବନ,  ଏହାର ସ୍ଥାୟୀ କମିଟି ଏବଂ ସେମାନଙ୍କର କାର୍ଯ୍ୟ ନିମନ୍ତେ ଜାତୀୟ ବୋର୍ଡର ଗଠନ  ପାଇଁ ପ୍ରଦାନ କରାଯାଇଥିବା ନୂଆ ଡାଡା ଅନ୍ତର୍ଭୁକ୍ତ କରିବାକୁ ଏହି ପ୍ରକରଣ ଆବଶ୍ୟକ  କରେ  ।  ବୋର୍ଡର ସଭାପତି ରୂପେ ପ୍ରଧାନମନ୍ତ୍ରୀ , ଉପସଭାପତି ରୂପେ ଭରପ୍ରାପ୍ତ ମନ୍ତ୍ରୀ, ସଭ୍ୟ ସେକ୍ରେଟାରୀ ଏବଂ ଚଉରାଳିଶି ଜଣ ଅନ୍ୟାନ୍ୟ ସଦସ୍ୟ ରହିବେ ।

ଚଉରାଳିଶି ଜଣ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରୁ ତିନିଜଣ ସଂସଦର ସଭ୍ୟ (ଲୋକ ସଭାରୁ ଦୁଇଜଣ ଏବଂ ରାଜ୍ୟ ସଭାରୁ ଜଣେ ), ବିଭିନ୍ନ ବିଭାଗର ପ୍ରତିନିଧି ଏବଂ ବିଭିନ୍ନ ମନ୍ତ୍ରଣାଳୟ /ବିଭାଗର ସେକ୍ରେଟାରୀମାନେ ଏବଂ ଦେଶରେ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ବେସରକାରୀ ସଂସ୍ଥାରୁ ପାଞ୍ଚଜଣ ସଦସ୍ୟ ଏବଂ ବିଶିଷ୍ଟ ପରିବେଶ ସଂରକ୍ଷଣର ସମର୍ଥକ , ପରିବେଶ ବିଜ୍ଞାନୀ , ପରିବେଶ ସଂରକ୍ଷଣ ବିଶେଷଜ୍ଞଙ୍କ ମଧ୍ୟରୁ ଦଶଜଣ କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୀ  । ଉକ୍ତ ବୋର୍ଡ ଦେଶର ବନ୍ୟ ଜୀବନର ସୁରକ୍ଷା ଏବଂ ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବେ   ।

ବନ୍ୟ ଜୀବନ ପାଇଁ ରାଜ୍ୟ ବୋର୍ଡର ଗଠନ

  1. ବନ୍ୟ ଜୀବନ (ସୁରକ୍ଷା) ସଂଶୋଧନ ଆଇନ ୨୦୦୨ର ପ୍ରାରମ୍ଭ ତାରିଖରୁ ଛଅମାସ ସମୟ ମଧ୍ୟରେ ରାଜ୍ୟ ସରକାର ବନ୍ୟ ଜୀବନ ପାଇଁ ଏକ ରାଜ୍ୟ ବୋର୍ଡ ଗଠନ କରିବେ ଯାହା ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଗଠିତ ହେବ , ଯଥା  :-
    • ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସଂଘ ରାଜ୍ୟକ୍ଷେତ୍ର  ସ୍ଥଳେ ମୁଖ୍ୟମନ୍ତ୍ରୀ କିମ୍ବା ଯଥାସ୍ଥିତି ପ୍ରଶାସକ – ସଭାପତି
    • ଜଙ୍ଗଲ ଏବଂ ବନ୍ୟ ଜୀବନର ଭାରପ୍ରାପ୍ତ ମନ୍ତ୍ରୀ – ଉପ- ସଭାପତି
    • ରାଜ୍ୟ ବିଧାନସଭାର ତିନିଜଣ ସଦସ୍ୟ ଏବଂ ବିଧାନସଭା ସହ ଏକ ସଂଘ ରାଜ୍ୟକ୍ଷେତ୍ର ସ୍ଥଳେ ସେହି ସଂଘ ରାଜ୍ୟକ୍ଷେତ୍ରର ବିଧାନସଭାର ଦୁଇଜଣ ସଦସ୍ୟ ।
    • ତଫସିଲଭୁକ୍ତ ଜଣଜାତିର ଅନ୍ତତଃ ଦୁଇଜଣ ପ୍ରତିନିଧି ସମେତ ବିଶିଷ୍ଟ ପରିବେଶ ସଂରକ୍ଷଣର ସମର୍ଥନ, ପରିବେଶ ବିଜ୍ଞାନୀ, ପରିବେଶ ସଂରକ୍ଷଣ ବିଶେଷଜ୍ଞ ମଧ୍ୟରୁ ରାଜ୍ୟସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ଦୁଇଜଣ ବ୍ୟକ୍ତି   ।
    • ରାଜ୍ୟ ସରକାର କିମ୍ବା ଯଥାସ୍ଥିତି ସଂଘ ରାଜ୍ୟ କ୍ଷେତ୍ର ସରକାରଙ୍କ ଜଙ୍ଗଲ ଏବଂ ବନ୍ୟ ଜୀବନର ଭାରପ୍ରାପ୍ତ ସେକ୍ରେଟାରୀ;
    • ରାଜ୍ୟ ବନ ବିଭାଗର ଭାରପ୍ରାପ୍ତ ଅଫିସର  ।
    • ରାଜ୍ୟ ସରକାର, ଆଦିବାସୀ ଜନକଲ୍ୟାଣ ବିଭାଗର ସେକ୍ରେଟାରୀ
    • ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ମ୍ୟାନେଜିଂ ଡାଇରେକ୍ଟର
    • ଇନିସପେକ୍ଟର ଜେନେରାଲ ପାହ୍ୟାରୁ କମ ହୋଇଣଥିବା ରାଜ୍ୟ ପୋଲିସ ବିଭାଗର ଜଣେ ଅଫିସର
    • କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ଜଣେ ବିଗ୍ରେଡିୟର ପାହ୍ୟାରୁ କମ ହୋଇ ନ ଥିବା ସଶସ୍ତ୍ରବଳ ର ଜଣେ ପ୍ରତିନିଧି  ;
    • ରାଜ୍ୟର ପଶୁପାଳନ ବିଭାଗର ଡାଇରେକ୍ଟର
    • ରାଜ୍ୟର ମତ୍ସ୍ୟବିଭାଗର ଡାଇରେକ୍ଟର
    • ବନ୍ୟ ଜୀବନ ପରିରକ୍ଷଣ ଡାଇରେକ୍ଟରଙ୍କ ଦ୍ଵାରା ମନୋନୀତ ହୋଇଥିବା ଜଣେ ଅଫିସର;
    • ଭାରତର ବନ୍ୟ ଜୀବନ ଅନୁଷ୍ଠାନ, ଡେରାଡୁନ ଜଣେ ପ୍ରତିନିଧି
    • ଭାରତର ଉଦ୍ଭିଦ ବିଜ୍ଞାନ ସର୍ବେକ୍ଷଣର ଜଣେ ପ୍ରତିନିଧି
    • ଭାରତର ପ୍ରାଣୀବିଜ୍ଞାନ ସର୍ବେକ୍ଷଣ ଜଣେ ପ୍ରତିନିଧି
    • ମୁଖ୍ୟ ବନ୍ୟ ଜୀବନ ରକ୍ଷକ, ଯେ କି ସଦସ୍ୟ ସେକ୍ରେଟାରୀ ହେବେ   ।
  2. ପଦ ପ୍ରଯୁକ୍ତ ସଦସ୍ୟମାନଙ୍କ ବ୍ୟତୀତ ସଦସ୍ୟମାନଙ୍କର ପଦୀୟ କାର୍ଯ୍ୟକାଳ ଏବଂ ଉପ-ଦଫା (୧) ର ପ୍ରକରଣ (ଘ) ଏବଂ (ଙ) ରେ ସୂଚିତ ଶୂନ୍ୟତାର ପୂରଣ ପ୍ରକ୍ରିୟା ଏବଂ ଅନୁସୂତ କାର୍ଯ୍ୟପଦ୍ଧତି ସେପରି ହେବ ଯେପରି ନିର୍ଧାରଣ ହୋଇଥିବ ।
  3. ସଦସ୍ୟ (ପଦ –ପ୍ରଯୁକ୍ତ ସଦସ୍ୟ ବ୍ୟତୀତ )ନିର୍ଧାରଣ ପ୍ରକାରେ ସେମାନଙ୍କର କର୍ତ୍ତବ୍ୟ ସଂପାଦାନରେ ହେଉଥିବା ଖର୍ଚ୍ଚ ସେପରି ହେବ ଯେପରି ନିର୍ଧାରିତ ହୋଇଥିବ   ।

ବନ୍ୟ ଜୀବନ (ସୁରକ୍ଷା )ସଂଶୋଧନ ଆଇନ ୨୦୦୨ ର ପ୍ରାରମ୍ଭ ତାରିଖରୁ ଛଅମାସ ସମୟ ମଧ୍ୟରେ ବନ୍ୟଜୀବନ ଜନାଦିଷ୍ଟ  ପାଇଁ ରାଜ୍ୟବୋର୍ଡର ଗଠନ କରିବା ସଂବନ୍ଧରେ ଆଇନର ଦଫା ୬ ପ୍ରତିସ୍ଥାପନ କରିବାକୁ ଏହି ପ୍ରକରଣ ଆବଶ୍ୟକ   ।  ବୋର୍ଡର ସଭାପତି ରୂପେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ସଭାପତି ରୂପେ ଜଙ୍ଗଲ ଏବଂ ବନ୍ୟ ଜୀବନର ଭରାପ୍ରାପ୍ତ ମନ୍ତ୍ରୀ ରହିବେ । ରାଜ୍ୟ ମୁଖ୍ୟ  ବନ୍ୟ ଜୀବନ ରକ୍ଷକ ସଦସ୍ୟ ସେକ୍ରେଟାରୀ ହେବେ  । ରାଜ୍ୟ ବିଧାନସଭାର ତିନିଜଣ ସଦସ୍ୟ, ବେସରକାରୀ ସଂସ୍ଥାରୁ ତିନିଜଣ, ବିଶିଷ୍ଟ ପରିବେଶ ସଂରକ୍ଷଣର ସମର୍ଥକ, ପରିବେଶ ବିଜ୍ଞାନୀ , ପରିବେଶ ସଂରକ୍ଷଣ ବିଶେଷଜ୍ଞଙ୍କ ମଧ୍ୟରୁ ଦଶଜନ ଯାହାର ଦୁଇଜନ ତଫସିଲଭୁକ୍ତ ଜନଜାତିର ଅନ୍ୟାନ୍ୟ ସଦସ୍ୟ ଅନ୍ତର୍ଭୁକ୍ତ ହେବେ ଏବଂ ଅନ୍ୟମାନେ ବିଭିନ୍ନ ସଂସ୍ଥାରୁ ପ୍ରତିନିଧି ଏବଂ ସମ୍ପୃକ୍ତ ସରକାରୀ ବିଭାଗର ମୁଖ୍ୟ ଏବଂ ସେକ୍ରେଟାରୀମାନଙ୍କୁ ପ୍ରତିନିଧିତ୍ଵ କରୁଥିବେ   ।

ବୋର୍ଡ ଦ୍ଵାରା ଅନୁସୃତ ହେଉଥିବା କାର୍ଯ୍ୟପଦ୍ଧତି

  1. ବୋର୍ଡ ସେପରି ସ୍ଥାନରେ ଗୋଟିଏ ବର୍ଷରେ ଅନ୍ତତଃ ଦୁଇଥର ବୈଠକ କରିବେ ଯେପରି ସରକାର ନିର୍ଦ୍ଦେଶ ଦେଇଥିବେ ।
  2. ବୋର୍ଡ ଏହାର ନିଜର କାର୍ଯ୍ୟ ପଦ୍ଧତି ନିୟନ୍ତ୍ରଣ କରିବେ  (କୋରମ ସମେତ )
  3. ବୋର୍ଡର କୌଣସି ଆଇନ ବା କାର୍ଯ୍ୟବିଧି କେବଳ ବୋର୍ଡର କାର୍ଯ୍ୟପଦ୍ଧତିରେ କୌଣସି ଅନିୟମିତତା କିମ୍ବା ତାହାର ଗଠନରେ କୌଣସି ତ୍ରୁଟି କିମ୍ବା ସେଥିରେ କୌଣସି ଶୂନ୍ୟତା ବିଦ୍ୟମାନ କାରଣରୁ ଅବୈଧ ହେବ ନାହିଁ ଯାହାର କେସର ଉତ୍କର୍ଷକୁ ପ୍ରଭାବିତ କରି ନଥାଏ ।

ବନ୍ୟ ଜୀବନ ପାଇଁ ରାଜ୍ୟ ବୋର୍ଡର କର୍ତ୍ତବ୍ୟ

  1. ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ନିମନ୍ତେ ଏହାକୁ ବନ୍ୟ ଜୀବନ ପାଇଁ ରାଜ୍ୟ ବୋର୍ଡର କର୍ତ୍ତବ୍ୟ ହେବ  -
    • ସୁରକ୍ଷିତ ଅଞ୍ଚଳ ରୂପେ ଘୋଷିତ ହୋଇଥିବା ଅଞ୍ଚଳର ଚୟନ ଏବଂ ପରିଚାଳନାରେ
    • ବନ୍ୟ ଜୀବନ ଏବଂ ବିନିର୍ଦ୍ଧିଷ୍ଟ ଉଦ୍ଭିଦର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପଲିସି ବ୍ୟବସ୍ଥିତ କରିବାରେ
    • କୌଣସି ଅନୁସୂଚୀର ସଂଶୋଧନ ସମ୍ବନ୍ଧୀୟ ଅନ୍ୟ କୌଣସି ବିଷୟରେ
    • ବନ୍ୟ ଜୀବନର ସଂରକ୍ଷଣ ଏବଂ ସୁରକ୍ଷା ସହ ଜଙ୍ଗଲର ଆଦିବାସୀ ଏବଂ ଅନ୍ୟାନ୍ୟ ଅଧିବାସୀମାନଙ୍କର ଆବଶ୍ୟକତା ଖାପଖୁଆଇବା ପାଇଁ ଗ୍ରହଣ କରାଯାଇଥିବା ଉପାୟଗୁଡିକ ସଂବନ୍ଧରେ ଏବଂ
    • ବନ୍ୟ ଜୀବନର ସୁରକ୍ଷା ସମ୍ବନ୍ଧୀୟ ଅନ୍ୟ କୌଣସି ବିଷୟରେ ଯାହା ରାଜ୍ୟ ସରକାରଙ୍କ ଦ୍ଵାରା ଏହାକୁ ସୂଚିତ ହୋଇଥିବ   ।

ବନ୍ୟ ଜୀବନ ପାଇଁ ରାଜ୍ୟବୋର୍ଡର କର୍ତ୍ତବ୍ୟ  (ଜାତୀୟ ପାର୍କ ଏବଂ ଅଭୟାରଣ୍ୟ ସହ  ) ମଧ୍ୟରୁ ସଂରକ୍ଷଣ ଆରକ୍ଷଣ ଏବଂ ଗୋଷ୍ଠୀ ଆରକ୍ଷଣର ପରିଚାଳନା ଅନ୍ତର୍ଭୁକ୍ତ ସଂବନ୍ଧରେ ଆଇନର ଦଫା ୮ ସଂଶୋଧନ କରିବାକୁ ଏହି ପ୍ରକରଣ ଆବଶ୍ୟକ କରେ   ।

ଆଧାର – ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate