অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ଜାତୀୟପାର୍କ)

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ଜାତୀୟପାର୍କ)

ଜାତୀୟ ପାର୍କର ଘୋଷଣା

  1. ଯେତେବେଳେ ରାଜ୍ୟ ସରକରାଙ୍କୁ ଏହା ପ୍ରତୀୟମାନ ହୁଏ ଯେ କୌଣସି ଅଞ୍ଚଳ ଏକ ଅଭୟାରଣ୍ୟ ମଧ୍ୟରେ ଅଛି କି ନୁହେଁ,  ଏହାର ପରିବେଶ ବିଜ୍ଞାନ ସମ୍ବନ୍ଧୀୟ , ପ୍ରାଣୀବିବରଣ ସମ୍ବନ୍ଧୀୟ, ଉଦ୍ଭିଦ ବିବରଣ ସମ୍ବନ୍ଧୀୟ, ଭୂରୂପତତ୍ତ୍ଵ ସମ୍ବନ୍ଧୀୟ, ପ୍ରାଣୀବିଜ୍ଞାନ ସମ୍ବନ୍ଧୀୟ କାରଣ ଦ୍ଵାରା କିମ୍ବା ଏହାର ପରିବେଶ ବା ସେଥିରେ ଥିବା ବନ୍ୟଜୀବନ ସୁରକ୍ଷା, ମତପ୍ରଚାର ବା ଉନ୍ନୟନ ଉଦ୍ଦେଶ୍ୟରେ ଏକ ଜାତୀୟ ପାର୍କ ରୂପେ ଗଠିତ ହେବା ଆବଶ୍ୟକତା କରଣ ଏହା ବିଜ୍ଞପ୍ତି ଦ୍ଵାରା ଏକ ଜାତୀୟ ପାର୍କ ରୂପେ ଅଞ୍ଚଳ ଗଠନ କରିବା ଉଦ୍ଦେଶ୍ୟରେ ଘୋଷଣା କରିବେ   ।
  2. ଉଲ୍ଲେଖ ଥାଉ ଯେ ଯେଉଁ କ୍ଷେତ୍ରରେ ରାଜ୍ୟସ୍ତରୀୟ ଜଳଭାଗର କୌଣସି ଅଂଶ ସେହି ଜାତୀୟ ପାର୍କରେ ଅନ୍ତର୍ଭୁକ୍ତ ବୋଲି ପ୍ରସ୍ତାବିତ ସେହି କ୍ଷେତ୍ରରେ ଦଫା ୨୬ – କର ବ୍ୟବସ୍ଥା ଯେତେ ଦୂର ସାଧ୍ୟ ଏକ ଜାତୀୟ ପାର୍କର ଘୋଷଣା ସମ୍ବନ୍ଧରେ ପ୍ରଯୁଜ୍ୟ ହେବ ଯାହା ସେମାନେ ଏକ ଅଭୟାରଣ୍ୟ ଘୋଷଣା ସମ୍ବନ୍ଧରେ ପ୍ରୟୋଗ କରିଥିବେ   ।

  3. ଉପ- ଦଫା (୧) ରେ ସୂଚିତ ବିଜ୍ଞପ୍ତି , ଅଞ୍ଚଳର ସୀମା ନିରୂପଣ କରିବ ଯାହା ଏକ ଜାତୀୟ ପାର୍କ ରୂପେ ଘୋଷିତ ବୋଲି ଅଭିପ୍ରେତ ।
  4. ଯେଉଁ କ୍ଷେତରେରେ କୌଣସି ଅଞ୍ଚଳ ଏକ ଜାତୀୟ ପାର୍କ ରୂପେ ଘୋଷିତ ବୋଲି ଅଭିପ୍ରେତ ଦଫା [୧୯ ରୁ ୨୬ –କ (ଦଫା ୨୪ ର ଉପ-ଦଫା (୨) ର ପ୍ରକରଣ (ଗ) ବ୍ୟତୀତ ଉଭୟ ସମେତ  ] ର ବ୍ୟବସ୍ଥା ଯେତେ ଦୂରସାଧ୍ୟ ସେହି ଅଞ୍ଚଳରେ କୌଣସି ଜମି ସମ୍ବନ୍ଧରେ ଦାବିଗୁଡିକର ତଦନ୍ତ ଏବଂ ସମାପନ ଏବଂ ଅଧିକାର ସମାପ୍ତି ପ୍ରତି ପ୍ରଯୁଜ୍ୟ ହେବ ଯାହା ସେମାନେ ଏକ ଅଭୟାରଣ୍ୟରେ କୌଣସି ଜମି ସମ୍ବନ୍ଧରେ ଉକ୍ତ ଘଟନାବଳୀ  ପାଇଁ ପ୍ରୟୋଗ କରିଥିବେ  ।
  5. ଯେତେବେଳେ ନିମ୍ନଲିଖିତ ଘଟଣା ଘଟିଥାଏ, ଯଥା -
    • ଦାବିଗୁଡିକ ଆଗତ କରିବା ଆପୀନ ସମୟ ବୀତିଯାଇଥାଏ ଏବଂ  ସମସ୍ତ ଦାବି ( ଯଦି କିଛି  ) ଏକ ଜାତୀୟ ପାର୍କ ରୂପେ ଘୋଷଟିତ ବୋଲି ଅଭିପ୍ରେତ ଏକ ଅଞ୍ଚଳର କୌଣସି ଜମି ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ଦ୍ଵାରା ଫଏସଲା ହୋଇଥାଏ  ,  ଏବଂ
    • ଜାତୀୟ ପାର୍କ ଅନ୍ତର୍ଭୁକ୍ତ ବୋଲି ଜମିଗୁଡିକର ସମସ୍ତ ପ୍ରସ୍ତାବିତ ଅଧିକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହେବ   ।

    ରାଜ୍ୟସରକାର ଅଞ୍ଚଳର ସୀମା ନିର୍ଧାରଣ କରି ଏକ ବିଜ୍ଞପ୍ତି ପ୍ରକାଶନ କରିଆବେ ଯାହା ଜାତୀୟ ପାର୍କ ମଧ୍ୟରେ ଅନ୍ତର୍ଗତ ଏବଂ ଘୋଷଣା କରିବେ ଯେ ଉକ୍ତ ଅଞ୍ଚଳ ବିଜ୍ଞପ୍ତି ନିର୍ଦ୍ଧାରଣ ପ୍ରକାରେ ସେହି ତାରିଖରୁ ଏବଂ ସେହି ତାରିଖରେ ଏକ ଜାତୀୟ ପାର୍କ ହେବ   ।

  6. ରାଜ୍ୟ ସରକାରଙ୍କ ଦ୍ଵାରା ଏକ ଜାତୀୟ ପାର୍କର ସୀମାର ଏକାନ୍ତକରଣ ଜାତୀୟ ବୋର୍ଡର ଏକ ସୁପାରିଶ ବ୍ୟତିରେକ ହେବ   ।
  7. କୌଣସି ବ୍ୟକ୍ତି ଏକ ଜାତୀୟ ପାର୍କରୁ ଜଙ୍ଗଲଜାତ ଦ୍ରବ୍ୟ ସମେତ କୌଣସି ବନ୍ୟ ଜୀବନ ନଷ୍ଟ, ଶୋଷଣ କିମ୍ବା ଦୂର କରିବେ ନାହିଁ କିମ୍ବା ମୁଖ୍ୟ ବନ୍ୟଜୀବନ ରକ୍ଷକଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ପାରମିତ ଅନୁଯାୟୀ ବ୍ୟତିରେକ ଜାତୀୟ ପାର୍କ ଭିତରକୁ ବା ବାହାରକୁ ଜଳପ୍ରବାହର ଗତି ପରିବର୍ତ୍ତନ , ବନ୍ଦ କିମ୍ବା ବଢାଇବା କିମ୍ବା ଯାହା କିଛି କାର୍ଯ୍ୟ ଦ୍ଵାରା କୌଣସିମ ବନ୍ୟ ପଶୁଙ୍କର ପ୍ରାକୃତିକ ବାସ ନଷ୍ଟ ବା କ୍ଷତି ବା ପରିବର୍ତ୍ତନ କରିବେ ନାହିଁ ଏବଂ ସେପରି କୌଣସି ପରଏମଆଇଟି ମଞ୍ଜୁର ହେବ ନାହିଁ ଯଦି ରାଜ୍ୟ ସରକାର ଜାତୀୟ ବୋର୍ଡର ପରାମର୍ଶରେ ସନ୍ତୁଷ୍ଟ ହୋଇନଥାନ୍ତି ଯେ ଜାତୀୟ ପାର୍କରୁ ବନ୍ୟଜୀବନର ସେପରି ଅପସାରନ କିମ୍ବା ଜାତୀୟ ପାର୍କ ଭିତରକୁ ବା ବାହାରକୁ ଜଳପ୍ରବାହରେ ପରିବର୍ତ୍ତନ ସେଥିରେ ଥିବା ବନ୍ୟଜୀବନର ଉତ୍ତମ ପରିଚାଳନା ଏବଂ ଉନ୍ନୟନ ପାଇଁ ଆବଶ୍ୟକ ଅଟେ, ସେହି ପଟମିଟ ନିର୍ଗମନ ପ୍ରାଧିକୃତ କରିଥାଏ   ।
  8. ଉଲ୍ଲେଖଥାଉ ଯେ ଯେଉଁକ୍ଷେତରେରେ ଜଙ୍ଗଲଜାତ ଦ୍ରବ୍ୟ ଏକ ଜାତୀୟ ପାର୍କରୁ ଅପସାରିତ କରାଯାଇଥାଏ,  ଜାତୀୟ ପାର୍କରେ ଏବଂ ତା ନିକଟରେ ବାସ କରୁଥିବା ଲୋକମାନଙ୍କ ବ୍ୟକ୍ତିଗତ ଯଥାର୍ଥ ଆବଶ୍ୟକତା ଭେଟିବାକୁ ବ୍ୟବହୃତ ହେବ ଏବଂ କୌଣସି ବାଣିଜ୍ୟକ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ହେବ ନାହିଁ  ।

  9. ଏକ ଜାତୀୟ ପାର୍କରେ କୌଣସି (ପଶୁ ସମ୍ପଦ ) ଚରିବା ପାଇଁ ଅନୁମତି ମଞ୍ଜୁର ହେବ ନାହିଁ ଏବଂ ଯେଉଁ କ୍ଷେତ୍ରରେ ସେପରି ଜାତୀୟ ପାର୍କରେ ପ୍ରବେଶ କରିବା ପ୍ରାଧିକୃତ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଏକ ଯାନ ଋଏ ବ୍ୟବହୃତ ସେହି  ( ବ୍ୟତୀତ ସେଥିରେ ପ୍ରବେଶ କରିବାକୁ କୌଣସି [ ପଶୁ ସମ୍ପଦ ] ଙ୍କୁ ଅନୁମତି ମଞ୍ଜୁର ହେବ ନାହିଁ  ।
  10. ଦଫା  ୨୭ ଏବଂ ୨୮ ର ବ୍ୟବସ୍ଥା ସମୂହ, ଦଫା ୩୦ ଓ ୩୨ (ଉଭୟ ସମେତ ଏବଂ  [ଦଫା ୩୩,ଦଫା ୩୩-କ ] ଏବଂ ଦଫା ୩୪ ର ପ୍ରକରଣ  (କ), (ଖ), (ଗ) ଏବଂ ଜାତୀୟ ପାର୍କ ସମ୍ବନ୍ଧରେ ଯେତେ ଦୂର ସାଧ୍ୟ ପ୍ରଯୁଜ୍ୟ ହେବ ଯାହା ସେମାନେ ଏକ ଅଭୟାରଣ୍ୟଟି ସମ୍ବନ୍ଧରେ ଲାଗୁ କରିଥିବେ ।

ସ୍ପଷ୍ଟୀକରଣ :- ଏହି ଦଫା ଉଦ୍ଦେଶ୍ୟରେ, କୌଣସି ଅଞ୍ଚଳର କ୍ଷେତ୍ରରେ ଏକ ଅଭୟାରଣ୍ୟ ମଧ୍ୟରେ ହେଉ ବା ନ ହେଉ,  ଯେଉଁ କ୍ଷେତ୍ରରେ ଅଧିକାର ଗୁଡିକ ଶେଷ ହୋଇଯାଇଥାଏ ଏବଂ କୌଣସି ଆଇନ କିମ୍ବା ଅନ୍ୟଥା ଅନୁଯାୟୀ ରାଜ୍ୟ ସରକାର ଉପରେ ଜମି ନ୍ୟସ୍ତ ହୋଇଥାଏ, ସେହି ଅଞ୍ଚଳ ଏକ ବିଜ୍ଞପ୍ତି ଦ୍ଵାରା ଏକ ଜାତୀୟ ପାର୍କ ରୂପେ ସୂଚିତ ହୋଇଥାଏ ଏବଂ ଦଫା ୧୯ ରୁ ୨୬ (ଉଭୟ ସମେତ) ଅନୁଯାୟୀ କାର୍ଯ୍ୟବିଧି ଏବଂ ଏହି ଦଫାର ଉପ-ଦଫା (୩) ଏବଂ (୪) ର ବ୍ୟବସ୍ଥାସମୂହ ଲାଗୁ ହେବ ନାହିଁ   ।

ଯେଉଁ କ୍ଷେତ୍ରରେ ଲୋକମାନଙ୍କର ଅଧିକାର ଶେଷ ହୋଇଯାଇଥାଏ ସେହି ଅଞ୍ଚଳଗୁଡିକର ଚୁଡାନ୍ତ ବିଜ୍ଞପ୍ତି ପାଇଁ ଆଇନର ଦଫା ୩୫ ସଂଶୋଧନ କରିବାକୁ ଏହି ପ୍ରକରଣ ଆବଶ୍ୟକ କରେ ଏବଂ ଦଫା  ୩୫ ର ଉପ-ଦଫା (3) ଅନୁଯାୟୀ ଆବୟକ ହେଉଥିବା ବନ୍ଦୋବସ୍ତ ପ୍ରକ୍ରିୟା ସଂଶୋଧନ କରିବା ବିନା ରାଜ୍ୟ ସରକାରଙ୍କ ଉପରେ ଜମି ନ୍ୟସ୍ତ ହେବ  ।  ବନ୍ୟ ଜୀବନ ପାଇଁ ଜାତୀୟ ବୋର୍ଡର ସୁପାରିସ ବିନା ଜାତୀୟ ପାର୍କର ସୀମା ପରିବର୍ତ୍ତନ ନ କରିବାକୁ ଏକ ବ୍ୟବସ୍ଥା ହୋଇଥାଏ   ।  ଜାତୀୟ ପାର୍କରୁ ପ୍ରକୃତିକ ଅଧିବାସୀ ଧ୍ଵଂସ, ବନ୍ୟ ଜୀବନର ଶୋଷଣ ଏବଂ ଦୂରୀକାରଣ ଉପରେ କଟକଣା କରାଯିବ  ଏବଂ ଦୂରୀକାରଣ ଉପରେ କଟକଣା କରାଯିବ   ଏବଂ ବନ୍ୟ ଉତ୍ପଜ ଯଦି ଦୂର ହୋଇଥାଏ ତେବେ ତାହା କେବଳ ସ୍ଥାନୀୟ ଲୋକମାନଙ୍କର ବ୍ୟକ୍ତି ଯଥାର୍ଥ ଆବଶ୍ୟକତା ପାଇଁ ଉପଯୋଗ ହେବ   ।  ଏହା ମଧ୍ୟ ବାଣିଜ୍ୟିକ ଉଦ୍ଦେଶ୍ୟ ନିମନ୍ତେ ବନ୍ୟ ଉତ୍ପଜର ଦୂରୀକରଣ ନିଷିଦ୍ଧ କରିବାକୁ ପ୍ରସ୍ତାବିତ ଅଟେ   ।

ଶିକାର ଆରକ୍ଷଣର ଘୋଷଣା ( ନିୟମ ୩୬)

ବନ୍ୟ ଜୀବନ (ସୁରକ୍ଷା) ସଂଶୋଧନ ଆଇନ ୧୯୯୧ (୪୪/୧୯୯୧) ଦଫା ୨4 (ତା (୨.୧୦.୧୯୯୧) ଦ୍ଵାରା ବିଲୁପ୍ତ   ।

ଏକ ସଂରକ୍ଷଣ ଆରକ୍ଷଣ ଘୋଷଣା ଏବଂ ପରିଚାଳନା (ଦଫା ୩୬ (କ))

ରାଜ୍ୟ ସରକାର ସ୍ଥାନୀୟ ଗୋଷ୍ଠୀମାନଙ୍କ ସହ ପରାମର୍ଶ ପରେ, ନିର୍ଦ୍ଧିଷ୍ଟ ଭାବରେ ଜାତୀୟ ପାର୍କ ଏବଂ ଅଭୟାରଣ୍ୟ ସନ୍ନିକଟ ଅଞ୍ଚଳଗୁଡିକ ସରକାରଙ୍କ ଦ୍ଵାରା ଅଧିକୃତ କୌଣସି ଅଞ୍ଚଳ ଘୋଷଣା କରିବେ ଏବଂ ସେହି ଅଞ୍ଚଳ ଗୁଡିକ ଭୂଦୃଶ୍ୟ, ସମୁଦ୍ର ଦୃଶ୍ୟ, ଉଦ୍ଭିଦକୁଳ ଏବଂ ପ୍ରାଣୀକୁଳ ଏବଂ ସେମାନଙ୍କର ପ୍ରାକୃତିକ ବାସ ସୁରକ୍ଷା ପାଇଁ ଏକ ସଂରକ୍ଷଣ ଆରକ୍ଷଣ ରୂପେ ଏକ ସୁରକ୍ଷିତ ଅଞ୍ଚଳ ସହ ଅନ୍ୟର ସମ୍ପର୍କ ରକ୍ଷା କରିଥାଏ   ।

ଉଲ୍ଲେଖିଥାଉ ଯେ ଯେଉଁ କ୍ଷେତ୍ରରେ ସଂରକ୍ଷଣ ଆରକ୍ଷଣ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଧିକୃତ କୌଣସି ଭୂମି ଅନ୍ତର୍ଭୁକ୍ତ କରେ, ସେହି କ୍ଷେତ୍ରରେ ସେପରି ଘୋଷଣା କରିବା ପୂର୍ବରୁ ଏହାର ପୂର୍ବ ସହମତି ପ୍ରାପ୍ତ ହେବ   ।

(୨) ଦଫା  ୧୮ ର ଉପ-ଦଫା (୨) ଦଫା ୨୭ ର ଉପ-ଦଫା (୨) (୩) ଏବଂ (୪) ଦଫା ୩୦,୩୨ ଏବଂ ୩୩ ର ପ୍ରକରଣ (ଖ) ଏବଂ (ଗ) ଯେତେଦୂର ସାଧ୍ୟ ଏକ ସଂରକ୍ଷଣ ଆରକ୍ଷଣ ପ୍ରତି ପ୍ରଯୁଜ୍ୟ ହେବ ଯାହା ସେମାନେ ଏକ ଅଭୟାରଣ୍ୟ ପ୍ରତି ପ୍ରୟୋଗ କରିଥାନ୍ତି   ।

ସଂରକ୍ଷଣ ଆରକ୍ଷଣ ପରିଚାଳନା କମିଟି  ( ନିୟମ ୩୬ (ଖ))

  1. ରାଜ୍ୟ ସରକାର ସଂରକ୍ଷଣ ଆରକ୍ଷଣ ସୁରକ୍ଷିତ  , ପରିଚାଳନା ଏବଂ ରକ୍ଷଣାବେକ୍ଷଣା କରିବାକୁ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ ଉପଦେଶ  ପ୍ରଦାନ କରିବାକୁ ଏକ ସଂରକ୍ଷଣ ଆରକ୍ଷଣ ପରିଚାଳନା କମିଟି ଗଠନ କରିବେ   ।
  2. କମିଟି ଜଙ୍ଗଲ ବା ବନ୍ୟ ଜୀବନ ବିଭାଗର ଜଣେ ପ୍ରତିନିଧି ଯେକି କମିଟିର ସଭ୍ୟ, ସଚିବ ହେବେ   , ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଯାହାର କ୍ଷେତ୍ରାଧିକାର ମଧ୍ୟରେ ଆରକ୍ଷଣ ଅବସ୍ଥିତି ତାର ଜଣେ ପ୍ରତିନିଧି , ବନ୍ୟଜୀବନ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥାର ତିନିଜଣ ପ୍ରତିନିଧି ଏବଂ କୃଷି ଏବଂ ପଶୁପାଳନ ପ୍ରତ୍ୟେକ ବିଭାଗରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ନେଇ ଗଠିତ ହେବ   ।
  3. କମିଟି ଏହାର ଆବୟକ ସଂଖ୍ୟା ସମେତ ନିଜର କାର୍ଯ୍ୟପଦ୍ଧତି ନିୟନ୍ତ୍ରଣ କରିବେ   ।

ଗୋଷ୍ଠୀ ଆରକ୍ଷଣର ଘୋଷଣା ଏବଂ ପରିଚାଳନା (ଦଫା  ୩୬(ଗ))

  1. ଯେଉଁ କ୍ଷେତ୍ରରେ ଗୋଷ୍ଠୀ କିମ୍ବା କୌଣସି ବ୍ୟକ୍ତିବିଶେଷ ବନ୍ୟଜୀବନ ଏବଂ ଏହାର ପ୍ରାକୃତିକ ବାସ ସୁରକ୍ଷା କରିବାକୁ ସ୍ଵେଚ୍ଛପର୍ଣ କରିଥାନ୍ତି ସେହି କ୍ଷେତ୍ରରେ ରାଜ୍ୟ ସାରକର ଉଦ୍ଭିଦକୁଳ , ପ୍ରାଣୀକୁଳ ଏବଂ ପାରମ୍ପରିକ ବା ସଂସ୍କୃତିକ ସଂରକ୍ଷଣ ମୂଲ୍ୟ ଏବଂ ପ୍ରଥାର ସୁରକ୍ଷା ପାଇଁ ଏକ ସଂରକ୍ଷଣ ଅଯାନ ରେ କୌଣସି ଘରୋଇ କିମ୍ବା ଗୋଷ୍ଠୀ ଭୂମି ଏକ ଜାତୀୟ ପାର୍କ , ଅଭୟାରଣ୍ୟ କିମ୍ବା ସଂରକ୍ଷଣ ଆରକ୍ଷଣ ମଧ୍ୟରେ ଅନ୍ତର୍ଗତ ନୁହେଁ ବୋଲି ଘୋଷଣା କରିବେ   ।
  2. ଦଫା ୧୮ ର ଉପ-ଦଫା (୨) ର ବ୍ୟବସ୍ଥା , ଦଫା ୨୭ ର ଉପଦଫା (୨) (୩)ଏବଂ (୪) ଦଫା , ୩୦,୩୨ ଏବଂ ଦଫା ୩୩ ର ପ୍ରକରଣ(ଖ) ଏବଂ (ଗ) ଯେତେଦୂର ସାଧ୍ୟ ଏକ ଗୋଷ୍ଠୀ ଆରକ୍ଷଣ ପ୍ରତି ପ୍ରଯୁଜ୍ୟ ହେବ ଯାହା ସେମାନେ ଏକ ଅଭୟାରଣ୍ୟ ପ୍ରତି ପ୍ରୟୋଗ କରିଥିବେ   ।
  3. ଉପ-ଦଫା (୧) ଅନୁଯାୟୀ ବିଜ୍ଞପ୍ତିର ନିର୍ଗମନ ପରେ ଭୂମି ବ୍ୟବହାର ପ୍ରଣାଳୀରେ କୌଣସି ପରିବର୍ତ୍ତନ ପରିଚାଳନ କମିଟି ଦ୍ଵାରା ଗୁରହିତ ଏକ ପ୍ରସ୍ତାବ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ସେହି ଅନୁମୋଦନ ଅନୁଯାୟୀ ବ୍ୟତିରେକ ଗୋଷ୍ଠୀ ଆରକ୍ଷଣ ମଧ୍ୟରେ ହୋଇପାରିବ ନାହିଁ   ।

ଗୋଷ୍ଠୀ ଆରକ୍ଷଣରେ ପରିଚାଳନା କମିଟି  (ଦଫା  ୩୬ (ଘ))

  1. ରାଜ୍ୟ ସରକାର ଏକ ଗୋଷ୍ଠୀ ଆରକ୍ଷଣ ପରିଚାଳନା କମିଟି ଗଠନ କରିବେ ଯାହା ଗୋଷ୍ଠୀ ଆରକ୍ଷଣ ସୁରକ୍ଷା,  ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଦାୟୀ ରହିବ   ।
  2. କମିଟି ଗ୍ରାମ ପଞ୍ଚାୟତ ଦ୍ଵାରା ମନୋନୀତ ପାଞ୍ଚ ଜନ ପ୍ରତିନିଧିଙ୍କୁ ନେଇ ଗଠିତ ହେବ କିମ୍ବା ଯେଉଁଠାରେ ସେପରି ଗ୍ରାମ ପଞ୍ଚାୟତ ବିଦ୍ୟମାନ ନଥାଏ ସେଠାରେ ଗ୍ରାମସଭାର ସଭ୍ୟମାନଙ୍କ ଦ୍ଵାରା ଏବଂ ରାଜ୍ୟ ଜଙ୍ଗଲ କିମ୍ବା ବନ୍ୟ ଜୀବନ ବିଭାଗ ଯାହାର କ୍ଷେତ୍ରାଧିକାର ମଧ୍ୟରେ ଗୋଷ୍ଠୀ ଆରକ୍ଷଣ ଅବସ୍ଥିତ ତାହାର ଜଣେ ପ୍ରତିନିଧିଙ୍କୁ ନେଇ ଗଠିତ ହେବ   ।
  3. ଗୋଷ୍ଠୀ ଆରକ୍ଷଣର ପରିଚାଳନା ପ୍ଳାନ କାର୍ଯ୍ୟକାରୀ ଏବଂ ପ୍ରସ୍ତୁତ କରିବାରେ ଏବଂ ଆରକ୍ଷଣରେ ବନ୍ୟ ଜୀବନ ଏବଂ ଏହାର ପ୍ରାକୃତିକ ବାସର ସୁରକ୍ଷା ସୁନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ କମିଟି କ୍ଷମତାପନ୍ନ ପ୍ରାଧିକାରୀ ହେବ   ।
  4. କମିଟି ଜଣେ ସଭାପତି ନିର୍ବାଚନ କରିବେ ଯେ କି ଗୋଷ୍ଠୀ  ଆରକ୍ଷଣରେ ଅବୈତନିକ ବନ୍ୟ ଜୀବନ ରକ୍ଷକ ମଧ୍ୟ ହେବେ   ।
  5. କମିଟି ଏହାର ଆବଶ୍ୟକ ସଂଖ୍ୟା (କୋରମ ) ସମେତ ନିଜର କାର୍ଯ୍ୟପଦ୍ଧତି ନିୟନ୍ତ୍ରଣ କରିବେ   ।

ଏହି ପ୍ରକରଣ ନୂତନ ଦଫା ୩୬ – କ ,  ୩୬ –ଖ,  ଏବଂ ୩୬ –ଘ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ କରେ ଯାହା ସଂରକ୍ଷଣ ଆରକ୍ଷଣ ଏବଂ ଗୋଷ୍ଠୀ ଆରକ୍ଷଣର ସୃଷ୍ଟି ଏବଂ ପରିଚାଳନା କରିଥାଏ   ।  ସଂରକ୍ଷଣ ଆରକ୍ଷଣ ଏବଂ ଗୋଷ୍ଠୀ ଆରକ୍ଷଣର ପ୍ରସ୍ତାବିତ ସୃଷ୍ଟି ଭୂଦୃଶ୍ୟ ଏବଂ ସମୁଦ୍ର ଦୃଶ୍ୟ , ଉଦ୍ଭିଦକୁଳ ଏବଂ ପ୍ରାଣୀକୁଳ ଏବଂ ପାରମ୍ପରିକ ଏବଂ ସାଂସ୍କୃତିକ ସଂରକ୍ଷଣ ମୂଲ୍ୟର ସୁରକ୍ଷା କରିଥାଏ   ।  ଗ୍ରାମ ପଞ୍ଚାୟତ , ବେସରକାରୀ ସଂସ୍ଥା ଏବଂ ସରକାରୀ ବିଭାଗର ପ୍ରତିନିଧିଙ୍କୁ ନେଇ ଗଠିତ ପରିଚାଳିତ କମିଟି ଦ୍ଵାରା ଏହି ଆରକ୍ଷଣଗୁଡିକ ପରିଚାଳିତ ହେବ   ।  କମିଟି ସେମାନଙ୍କ ନିଜର କାର୍ଯ୍ୟପଦ୍ଧତି ନିୟନ୍ତ୍ରଣ କରିବେ ଏବଂ ଏହି ଆରକ୍ଷଣଗୁଡିକର ସୁରକ୍ଷା   , ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଦାୟୀ ରହିବ   ।

ଆଧାର - ଲଅ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate