অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବିନିର୍ଦ୍ଧିଷ୍ଟ ଉଦ୍ଭିଦଗୁଡିକର ସୁରକ୍ଷା )

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବିନିର୍ଦ୍ଧିଷ୍ଟ ଉଦ୍ଭିଦଗୁଡିକର ସୁରକ୍ଷା )

ନିୟମ ୧୭ (କ) ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବାଛିବା, ଉପାଡିବାରେ ନିଷେଧ

ଏହି ଅଧ୍ୟାୟରେ ଅନ୍ୟ ବ୍ୟବସ୍ଥା ହୋଇଥିବା ବ୍ୟତିରେକ କୌଣସି ବ୍ୟକ୍ତି  -

  • କେନ୍ଦ୍ର ସରକାରଙ୍କ ଦ୍ଵାରା ବିଜ୍ଞପ୍ତି ଦ୍ଵାରା କୌଣସି ବିନିର୍ଦ୍ଧିଷ୍ଟ ଅଞ୍ଚଳରୁ କିମ୍ବା କୌଣସି ଜଙ୍ଗଲ ଭୂମିରୁ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ଜାଣିଶୁଣି ବାଛିବା, ଓପାଡିବା, ନଷ୍ଟ , କ୍ଷତି, ଲାଭ କିମ୍ବା ସଂଗ୍ରହ କରିବେ ନାହିଁ ।
  • କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ, ଜୀବିତ ବା ମରୁତ ହୋଇଥାଉ କିମ୍ବା ତାକୁ ଅଂଶବିଶେଷ ବା ବ୍ୟୁତ୍ପାଦକ ହାସଲ , ବିକ୍ରୟ , ବିକ୍ରୟ ପାଇଁ ଅର୍ପଣ କିମ୍ବା ଅନ୍ଯଥା ଉପହାର ଦ୍ଵାରା ସ୍ଥାନାନ୍ତରଣ କିମ୍ବା ପରିବହନ କରିବେ ନାହିଁ   ।

ଉଲ୍ଲେଖଥାଉ ଯେ ଏହି ଦଫାରେ କୌଣସି ବିଷୟ ଅଧ୍ୟାୟ -୪ ର ବ୍ୟବସ୍ଥାଗୁଡିକ ସାପେକ୍ଷରେ ତଫସିଲଭୁକ୍ତ ଜନଜାତିର କୌଣସି ସଦସ୍ୟଙ୍କୁ ତାଙ୍କର ଯଥାର୍ଥ ବ୍ୟକ୍ତିଗତ ବ୍ୟବହାର ପାଇଁ ସେ ବାସ କରୁଥିବା ଜିଲ୍ଲାରେ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବା ତାର ଅଂଶ ବା ତାହାର ବ୍ୟୁତ୍ପାଦକ ବାଛିବା ପାଇଁ ,  ସଂଗ୍ରହ ପାଇଁ କିମ୍ବା ହାସଲ କରିବା ପାଇଁ ନିବାରଣ କରାଯିବ   ।

ନିୟମ ୧୭ (ଖ) ବିଶେଷ ଉଦ୍ଦେଶ୍ୟ ପାଇଁ ଅନୁମତି ପତ୍ର ମଞ୍ଜୁର

ମୁଖ୍ୟ ବନ୍ୟଜୀବନ ରକ୍ଷକ ରାଜ୍ୟସରକାରଙ୍କ ପୂର୍ବାନୁମତି ସହ ଦଫା ୧୭(ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବାଛିବା, ଉପାଡିବାରେ ନିଷେଧ ) ଅନୁଯାୟୀ ବିନିର୍ଦ୍ଧିଷ୍ଟ ଅଞ୍ଚଳ କିମ୍ବା କୌଣସି ଜଙ୍ଗଲ ଭୂମିରୁ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବାଛିବାକୁ ଉପାଡିବାକୁ , ହାସଲ କିମ୍ବା ସଂଗ୍ରହ କରିବାକୁ ଏକ ଅନୁମତିପତ୍ର ମଞ୍ଜୁର କରିବେ କିମ୍ବା ସେପରି ସର୍ତ୍ତ ସାପେକ୍ଷରେ ଯେପରି ବିନିର୍ଦ୍ଧିଷ୍ଟ ହୋଇଥିବ, ନିମ୍ନଲିଖିତ ଉଦ୍ଦେଶ୍ୟରେ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ପରିବହନ କରିବେ   ।

  • ଶିକ୍ଷା
  • ବୈଜ୍ଞାନିକ ଗବେଷଣା
  • କୌଣସି ବୈଜ୍ଞାନିକ ଅନୁଷ୍ଠାନର ଏକ ଚେରମୂଳି ସଂଗ୍ରହାଳୟରେ ସଂଗ୍ରହ ପରିରକ୍ଷଣ ଏବଂ ପ୍ରଦର୍ଶନ କିମ୍ବା
  • ଜଣେ ବ୍ୟକ୍ତିଙ୍କ ଦ୍ଵାରା ମତ ପ୍ରଚାରଣ କିମ୍ବା ସେହି ବିଷୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦନ ଅନୁଷ୍ଠାନ;

ନିୟମ ୧୭ (ଗ) ନିଷିଦ୍ଧ ଲାଇସେନସ ବିନା ବିନିର୍ଦ୍ଧିଷ୍ଟ ଉଦ୍ଭିଦର ଚାଷ

  1. ମୁଖ୍ୟ ବନ୍ୟଜୀବନ ରକ୍ଷକ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ଲାଇସେନସ ଅନୁଯାୟୀ ଏବଂ ବ୍ୟତୀତ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ କୌଣସି ବ୍ୟକ୍ତି ଚାଷ କରିବେ ନାହିଁ ;
  2. ଉଲ୍ଲେଖଥାଉ ଯେ ଏହି ଦଫା କୌଣସି ବିଷୟ କୌଣସି ବ୍ୟକ୍ତିଙ୍କୁ ନିବାରଣ କରିବ ନାହିଁ ଯେ କି ବନ୍ୟଜୀବନ  (ସୁରକ୍ଷା ) ସଂଶୋଧନ ଆଇନ ୧୯୯୧ ତତକ୍ଷଣାତ ପ୍ରାରମ୍ଭ ପୂର୍ବରୁ , ସେହି ପ୍ରାରମ୍ଭରୁ ଛଅମାସ ସମୟ ପାଇଁ ସେପରି ଚାଷ କାମ କରିବାରୁ ବିନିର୍ଦ୍ଧିଷ୍ଟ ଉଦ୍ଭିଦ ଚାଷ କରୁଥିଲେ କିମ୍ବା ଯେଉଁକ୍ଷେତ୍ରରେ ତାଙ୍କୁ ଲାଇସେନସ ମଞ୍ଜୁର କ୍କାରିବା ପାଇଁ ସେହି ସମୟ ମଧ୍ୟରେ ସେ ଏକ ଆବେଦନପତ୍ର ଦାଖଲ କରିଥାନ୍ତି ଯେ ପର୍ଯ୍ୟନ୍ତ ଲାଇସେନସ ତାଙ୍କୁ ମଞ୍ଜୁର ହୋଇ ନଥାଏ  କିମ୍ବା ଲିଖିତାକାରରେ ତାଙ୍କୁ ଲାଇସେନସ ମଞ୍ଜୁର ହୋଇ ନ ଥାଏ ବୋଲି ସେ ଜଣାଇଥାନ୍ତି   ।

  3. ଏହି ଦଫାନୁଯାୟୀ ପ୍ରତ୍ୟେକ ଲାଇସେନସ, ଅଞ୍ଚଳ ସୂଚିତ କରିବ ଯେଉଁଠାରେ ଏବଂ ସେହି କୌଣସି ସର୍ତ୍ତ ଥାଏ ତା ସାପେକ୍ଷରେ ଲାଇସେନଧରି ଏକ ବିନିର୍ଦ୍ଧିଷ୍ଟ ଉଦ୍ଭିଦ ଚାଷ କରିବେ  ।

ନିୟମ ୧୭ (ଘ) ନିଷିଦ୍ଧ ଲାଇସେନସ ବିନା ବିନିର୍ଦ୍ଧିଷ୍ଟ ଉଦ୍ଭିଦର ବ୍ୟବହାର

  1. କୌଣସି ବ୍ୟକ୍ତି , ମୁଖ୍ୟ ବନ୍ୟଜୀବନ ରକ୍ଷକ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସରର ଦ୍ଵାରା ମଞ୍ଜୁର ହୋଇଥିବା କୌଣସି ଲାଇସେନସ ଅନୁଯାୟୀ ଏବଂ ବ୍ୟତୀତ ଜଣେ ବ୍ୟବସାୟୀ ରୂପେ ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାହାର ଅଂଶ ବା ବ୍ୟୁତ୍ପାଦକ ବ୍ୟବସାୟ କିମ୍ବା ବୃତ୍ତି କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ;
  2. ଉଲ୍ଲେଖଥାଉ ଯେ ଏହି ଦଫାରେ କୌଣସି ବିଷୟ କୌଣସି ବ୍ୟକ୍ତିଙ୍କୁ ନିବାରଣ କରିବା ନାହିଁ ଯେ କି ବନ୍ୟଜୀବନ ସୁରକ୍ଷା ଆଇନ  ୧୯୯୧ ପ୍ରାରମ୍ଭ ପୂର୍ବରୁ ସେପରି ବ୍ୟବସାୟ ବା ବୃତ୍ତି କରୁଥିଲେ, ସେହି ପ୍ରାରମ୍ଭରୁ ଷାଠିଏ ଦିନ ସମୟ ପାଇଁ ସେଠାରେ ବ୍ୟବସାୟ ବା ବୃତ୍ତି କରିବା ଠାରୁ, କିମ୍ବା ଯେଉଁ କ୍ଷେତ୍ରରେ ତାଙ୍କୁ ଲାଇସେନସ ମଞ୍ଜୁର କରିବା ପାଇଁ ସେହି ସମୟ ମଧ୍ୟରେ ଏକ ଆବେଦନପତ୍ର ଦାଖଲ କରିଥାନ୍ତି ଯେ ପର୍ଯ୍ୟଟନ ଲାଇସେନସ ତାଙ୍କୁ ମଞ୍ଜୁର ହୋଇନଥାଏ କିମ୍ବା ଲିଖିତାକାରରେ ତାଙ୍କୁ ଲାଇସେନସ ମଞ୍ଜୁର ହୋଇ ନଥାଏ ବୋଲି ସେ ଜଣାଇଥାନ୍ତି   ।

  3. ଏହି ଦଫାନୁଯାୟୀ ପ୍ରତ୍ୟେକ ଲାଇସେନସ, ଅଞ୍ଚଳ ସୂଚିତ କରିବା ଯେଉଁଠାରେ ଏବଂ ଯଦି କୌଣସି ସର୍ତ୍ତ ଥାଏ ତା ସାପେକ୍ଷରେ ଲାଇସେନସଧାରି ତାଙ୍କର ବ୍ୟବସାୟ କାର୍ଯ୍ୟ କରିବେ   ।

ନିୟମ ୧୭ (ଙ) ଷ୍ଟକର ଘୋଷଣା

  1. ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବା ତାହାର ଅଂଶ ବା ବ୍ୟୁତ୍ପାଦକ ବ୍ୟବହାର କରୁଥିବା କିମ୍ବା ଚାଷ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବନ୍ୟ ଜୀବନ (ସୁରକ୍ଷା  ) ସଂଶୋଧନ ଆଇନ  ୧୯୯୧ ପ୍ରାରମ୍ଭ ତାରିଖରୁ ତିରିଶ ଦିନ ମଧ୍ୟରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସରଙ୍କୁ ସେହି ପ୍ରାରମ୍ଭ ତାରିଖରେ ସେପରି ଉଦ୍ଭିଦ ଏବଂ ତାହାର ଅଂଶ କିମ୍ବା ଯଥାସ୍ଥିତି ବ୍ୟୁତ୍ପାଦକର ତାଙ୍କ ଷ୍ଟକ ଘୋଷଣା କରିବେ   ।
  2. ଦଫା , ୪୪ ଦଫା , ୪୫ ଦଫା ,  ୪୬ ଏବଂ ୪୭ ର ଉପ-ଦଫା (୩) ରୁ ୮( ଉଭୟ ସମେତ ) ର ବ୍ୟବସ୍ଥାଗୁଡିକ ଦଫା ୧୭ – ଗ ଏବଂ ଦଫା ୧୭ –ଘରେ ସୂଚିତ ଏକ ଲାଇସେନସ ଏବଂ ଏକ ଆବେଦନପତ୍ର ସମ୍ବନ୍ଧରେ ଯେତେଦୂର ସମ୍ଭବ ଆବେଦନ ହେବ ଯେପରି ସେମାନେ ପଶୁ କିମ୍ବା ପଶୁଦ୍ରବ୍ୟରେ ବ୍ୟବସାୟ କିମ୍ବା ଲାଇସେନସ ସମ୍ବନ୍ଧରେ ଆବେଦନ କରିଥିବେ   ।

ନିୟମ ୧୭ (ଚ) ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ଉଦ୍ଭିଦଗୁଡିକର ଦାଖଲ

ଏହି ଅଧ୍ୟାୟ ଅନୁଯାୟୀ କୋଣସି ଲାଇସେନସପ୍ରାପ୍ତ ବ୍ୟକ୍ତି   -

  1. ନିମ୍ନଲିଖିତ ବିଷୟରେ ତାଙ୍କର ନିୟନ୍ତ୍ରଣ,  ଅଭିରକ୍ଷା କିମ୍ବା ଦାଖଲ ରଖିବେ  -
  2. ନିମ୍ନଲିଖିତ ବିଷୟରେ ଉପାଡିବା ସଂଗ୍ରହ କିମ୍ବା ସହଳ -
    • କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାର ଅଂଶ ବା ବ୍ୟୁତ୍ପାଦକ ଯାହା ସମ୍ବନ୍ଧରେ ଦଫା ୧୭ – ଙ ର ବ୍ୟବସ୍ଥାନୁଯାୟୀ ଏକ ଘୋଷଣା ପ୍ରସ୍ତୁତ ହେବାକୁ ଥିବେ ମାତ୍ର ହୋଇ ନଥିବ ।
    • କୌଣସି ବିନିର୍ଦ୍ଧିଷ୍ଟ କିମ୍ବା ତାର ଅଂଶ ବା ବ୍ୟୁତ୍ପାଦକ ଯାହା ଏହି ଆଇନ କିମ୍ବା କୌଣସି ନିୟମ ତଦନୁଯାୟୀ ପ୍ରସ୍ତୁତ ଆଦେଶର ବ୍ୟବସ୍ଥାନୁଯାୟୀ ବିଧିସମ୍ମତ ଭାବେ ହାସଲ ହୋଇ ନଥିବ  ।
    • କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବାଛିବା, ଉପାଡିବା ସଂଗ୍ରହ କିମ୍ବା ସହଳ କରିବା କିମ୍ବା
    • କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ, କିମ୍ବା ତାର ଅଂଶ ବା ବ୍ୟୁତ୍ପାଦକ ଡାହାଳ କରିବା, ପାଇବା  ତାଙ୍କ ନିୟନ୍ତ୍ରଣରେ ଅଭିରକ୍ଷାରେ କିମ୍ବା ଦଖଲରେ ରଖିବା କିମ୍ବା ବିକ୍ରୟ କରିବା, ବିକ୍ରୟ ପାଇଁ ଅର୍ପଣ କରିବା କିମ୍ବା ପରିବହନ କରିବ  ।

    ସର୍ତ୍ତାବଳୀ ଅନୁଯାୟୀ ବ୍ୟତିରେକେ ଯାହା ସାପେକ୍ଷରେ ଲାଇସେନସ ମଞ୍ଜୁର ହୋଇଥାଏ,  ଏବଂ ସେପରି ନିୟମାବଳୀ ଯାହା ଏହି ଆଇନାନୁଯାୟୀ ପ୍ରଣିତ ହୋଇଥିବ  ।

ନିୟମ ୧୭ (ଛ) ବିନିର୍ଦ୍ଧିଷ୍ଟ ଉଦ୍ଭିଦଗୁଡିକର କ୍ରୟ

କୌଣସି ବ୍ୟକ୍ତି ଜଣେ ଲାଇସେନସ ବ୍ୟବସାୟୀ ଠାରୁ ଅନ୍ୟଥା ବ୍ୟତୀତ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ବା ତାର ଅଂଶ କିମ୍ବା ବ୍ୟୁତ୍ପାଦକ କ୍ରୟ କିମ୍ବା ହାସଲ କରିପାରିବେ ନାହିଁ; ଉଲ୍ଲେଖଥାଉ ଯେ ଏହି ଦଫାରେ କୌଣସି ଦଫା ୧୭ –ଖ ରେ ସୂଚିତ କୌଣସି ବ୍ୟକ୍ତିଙ୍କୁ ପ୍ରଯୁଜ୍ୟ ହେବ ନାହିଁ   ।

ନିୟମ ୧୭ (ଜ) ସରକାରୀ ସମ୍ପତ୍ତି ହୋଇଥିବା ଉଦ୍ଭିଦ

  1. ପ୍ରତ୍ୟେକ ବିନିର୍ଦ୍ଧିଷ୍ଟ ବା ତାହାର ଅଂଶ କିମ୍ବା ବ୍ୟୁତ୍ପାଦକ ଯାହା ସମ୍ବନ୍ଧରେ ଏହି ଆଇନ ବା କୌଣସି ନିୟମ କିମ୍ବା ତଦନୁଯାୟୀ ପ୍ରସ୍ତୁତ ଆଦେଶ ବିପକ୍ଷରେ କୌଣସି ଅପରାଧ ସଂଘଟିତ ହୋଇଥାଏ ତାହା ରାଜ୍ୟ ସରକାରଙ୍କ ସମ୍ପତ୍ତି ହେବ ଏବଂ ଯେଉଁକ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ରାଜ୍ୟ ସରକାରଙ୍କ ସମ୍ପତ୍ତି ହେବ ଏବଂ ଯେଉଁକ୍ଷେତ୍ରରେ କେନ୍ଦ୍ର ସରକାରକ ଦ୍ଵାରା ଘୋଷିତ କୌଣସି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରୁ ସେପରି ଉଦ୍ଭିଦ ବା ତାର ଅଂଶ କିମ୍ବା ବ୍ୟୁତ୍ପାଦକ ସଂରୁହିତ କିମ୍ବା ହାସଲ କରାଯାଇଥାଏ ସେ କ୍ଷେତ୍ରରେ ସେହି ଉଦ୍ଭିଦ ବା ତାର ଅଂଶ କିମ୍ବା ବ୍ୟୁତ୍ପାଦକ କେନ୍ଦ୍ର ସରକାରଙ୍କ ସମ୍ପତ୍ତି ହେବ   ।
  2. ଦଫା ୩୯ ର ଉପ-ଦଫା (୨) ଏବଂ (୩ ) ର ବ୍ୟବସ୍ଥାଗୁଡିକ ଯଥା ସାଧ୍ୟ ସମ୍ଭବ ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାର ଅଂଶ ବା ବ୍ୟୁତ୍ପାଦକ ସମ୍ବନ୍ଧରେ ପ୍ରଯୁଜ୍ୟ ହେବ କିମ୍ବା ସେଗୁଡିକ ସେହି ଦଫା ଉପ-ଦଫା (୧) ରେ ସୂଚିତ ବନ୍ୟ ପଶୁ ଏବଂ ଦ୍ରବ୍ୟ ସମ୍ବନ୍ଧରେ ପ୍ରଯୁଜ୍ୟ ହେବ   ।

ଆଧାର – ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate