অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨(ବିବିଧ )

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨(ବିବିଧ )

ସରକାରୀ ଚାକିରିଆ ହୋଇଥିବା ଅଫିସରମାନେ

[ ଅଧ୍ୟାୟ 2 ରେ ସୂଚିତ ପ୍ରତ୍ୟେକ ଅଫିସର ଏବଂ ଅଧ୍ୟାୟ -4-କ ଅଧ୍ୟାୟ 4- ଖ ] ରେ ସୂଚିତ ସଭାପତି , ସଦସ୍ୟ , ସଭ୍ୟ – ସଚିବ ଏବଂ ଅନ୍ୟାନ୍ୟ ଅଫିସର ଏବଂ କର୍ମଚାରୀ ଏବଂ ଏହି ଆଇନାନୁଯାୟୀ ଅର୍ପିତ କୌଣସି କ୍ଷମତା ପ୍ରୟୋଗ କରିବା ପାଇଁ ଅନ୍ୟାନ୍ୟ ଅଫିସର ଭାରତୀୟ ଦଣ୍ଡବିଧି ସଂହିତା  (45/1960) ର ଦଫା 21 ର ଅର୍ଥ ମଧ୍ୟରେ ଜଣେ ସରକାରୀ ଚାକିରିଆ ବୋଲି ବିବେଚିତ ହେବେ   ।

ଉତ୍ତମ ବିଶ୍ଵାସରେ ଗ୍ରହଣ କରାଯାଇଥିବା କାର୍ଯ୍ୟ।ନୁଷ୍ଠାନର ସୁରକ୍ଷା ( ନିୟମ ୬୦ )

  1. କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଫିସର କିମ୍ବା ଅନ୍ୟ କର୍ମଚାରୀଙ୍କ ବିପକ୍ଷରେ କୌଣସି ବିଷୟ ପାଇଁ କୌଣସି ମକଦ୍ଦମା , ଅଭିଯୋଗ କିମ୍ବା ଆଇନଗତ କାର୍ଯ୍ୟବିଧି ପଡି ରହିବ ନାହିଁ, ଯାହା ଉତ୍ତମ ବିଶ୍ଵାସରେ ଏହି ଆଇନନୁଯାୟୀ କୃତ କିମ୍ବା କୃତ ବୋଲି ଅଭିପ୍ରେତ  ।
  2. କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା ଏହାର କୌଣସି ଅଫିସର କିମ୍ବା ଅନ୍ୟାନ୍ୟ କର୍ମଚାରୀଙ୍କ ବିପକ୍ଷରେ , କୌଣସି କାରଣରୁ ସମ୍ଭବତଃ ଘଟିଥିବା କୌଣସି କ୍ଷତି  ପାଇଁ, ଯାହା ଏହି ଆଇନନୁଯାୟୀ ଉତ୍ତମ ବିଶ୍ଵାସରେ କୃତ କିମ୍ବା କୃତ ବୋଲି ଅଭିପ୍ରେତ, କୌଣସି ମକଦ୍ଦମା କିମ୍ବା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟବିଧି ପଡି ରହିବ ନାହିଁ   ।
  3. ଅଧ୍ୟାୟ 4 –କ  [ ଅଧ୍ୟାୟ 4- ଖ ] ରେ ସୂଚିତ ପ୍ରାଧିକାରୀ ଏବଂ ଏହାର ସଭାପତି , ସଦସ୍ୟ , ସଭ୍ୟ –ସଚିବ , ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିପକ୍ଷରେ କୌଣସି ବିଷୟ ପାଇଁ କୌଣସି ମକଦ୍ଦମା କିମ୍ବା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟବିଧି ପଡିରହିବ ନାହିଁ ଯାହା ଏହି ଆଇନନୁଯାୟୀ ଉତ୍ତମ ବିଶ୍ଵାସରେ କୃତ କିମ୍ବା କୃତ ବୋଲି ଅଭିପ୍ରେତ   ।

ବ୍ୟକ୍ତିମାନଙ୍କୁ ପାରିତୋଷିକ ( ନିୟମ ୬୦ (କ))

  1. ଯେତେବେଳେ କୌଣସି ଅଦାଲତ ଜୋରିମାନା ଦଣ୍ଡାଦେଶ ଧାର୍ଯ୍ୟ କରିଥାନ୍ତି ସେତେବେଳେ ନ୍ୟାୟ ନିର୍ଣ୍ଣୟ କରିବା ସମୟରେ ଆଦେଶ ପ୍ରଦାନ କରନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ପାରିତୋଷିକ ପ୍ରଦାନ ହେବ ଯେ କି ଅପରାଧର ସନ୍ଧାନର ସହାୟତା ପ୍ରଦାନ କରିଥାନ୍ତି କିମ୍ବା ଅପରାଧକାରୀଙ୍କ ଗିରଫଦାରି ଜୋରିମାନା ଆୟରୁ କରିଥାନ୍ତି ଯାହା [ ସେହି ଜୋରିମାନାର ପଚାଶ ପ୍ରତିଶତ  ] ରୁ ଅଧିକ ହେବ ନାହିଁ   ।
  2. ଯେତେବେଳେ ଏକ ମକଦ୍ଦମା ଦଫା 54 ଅନୁଯାୟୀ ରଫା ହୋଇଥାଏ ସେତେବେଳେ ରଫା କରିଥିବା ଅଫିସର ଜଣେ ବ୍ୟକ୍ତିଙ୍କୁ ପାରିତୋଷିକ ପ୍ରଦାନ କରିବାକୁ ଆଦେଶ କରିପାରିବେ ଯେ କି ଅପରାଧ ସନ୍ଧାନରେ ସହାୟତା ପ୍ରଦାନ କରିଥାନ୍ତି କିମ୍ବା ରଫା ଦ୍ଵାରା ଗୃହିତ ଅର୍ଥରାଶିରୁ ଅପରାଧୀଙ୍କ ଗିରଫଦାରି କରିଥାନ୍ତି ଯାହା [ ସେହି ଅର୍ଥର ପଚାଶ ପ୍ରତିଶତ ] ରୁ ଅଧିକ ହୋଇନଥାଏ   । ଜୋରିମାନା ଆୟର କୋଡିଏ ପ୍ରତିଶତରୁ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ସଂବାଦ ପ୍ରଦାନକରି ଙ୍କୁ ଦେୟଯୋଗ୍ୟ ପାରିତୋଷିକ ପରିମାଣ ବୃଦ୍ଧି କରିବା ଫଳରେ ଆଇନର ଦଫା 60 – କ ସଂଶୋଧନ କରିବାକୁ ଏହି ପ୍ରକରଣ ଆବଶ୍ୟକ ।

ରାଜ୍ୟ ସରକାରଙ୍କ ଦ୍ଵାରା ପାରିତୋଷିକ  ( ନିୟମ ୬୦ (ଖ))

ଯେଉଁ ବ୍ୟକ୍ତି ଅପରାଧର ସନ୍ଧାନରେ କିମ୍ବା ନିର୍ଧାରିତ ପ୍ରକାରେ ସେପରି ପ୍ରଣାଳୀରେ ଏବଂ ସେହି ପାଣ୍ଠିରୁ ଅପରାଧୀକାରୀଙ୍କ ଗିରଫଦାରିରେ ସହାୟତା ପ୍ରଦାନ କରନ୍ତି ସେହି ବ୍ୟକ୍ତିଙ୍କୁ ଦଶହଜାର ଟଙ୍କାରୁ କମ ପାରିତୋଷିକ ପ୍ରଦାନ କରିବାର ଆଦେଶ ଜାରି କରିବାକୁ ରାଜ୍ୟ ସରକାର ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ କ୍ଷମତାୟିତ କରିବେ   ।

ଏହି ପ୍ରକରଣ ଆଇନରେ ଏକ ନୂତନ ଦଫା 60 – ଖ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ସେଥିପାଇଁ ରାଜ୍ୟ ସରକାର ସଂବାଦପ୍ରଦାନ କରି ଙ୍କୁ ପାରିତୋଷିକ ପ୍ରଦାନ କରିବା ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ କ୍ଷମତା ଅର୍ପଣ କରିବେ  ।

ଅନୁସୂଚିରେ ଦରଜ ପରିବର୍ତ୍ତନ କରିବା କ୍ଷମତା

  1. କେନ୍ଦ୍ର ସରକାର ଯଦି ମତପୋଷଣ କରନ୍ତି ଯେ [ ଯେ କୌଣସି ଅନୁସୂଚିରୁ କିମ୍ବା ଅନୁସୂଚୀକୁ କୌଣସି ଦରଜ ସଂଯୁକ୍ତ ବା ବିଲୋପିତ କିମ୍ବା ଗୋଟିଏ ଅନୁସୂଚୀରୁ ଅନ୍ୟକୁ କିମ୍ବା ଏକ ଅନୁସୂଚୀର ଗୋଟିଏ ଭାଗରୁ ସେହି ଅନୁସୂଚୀର ଅନ୍ୟ ଭାଗକୁ କୌଣସି  ଦରଜ ପରିବର୍ତ୍ତନ , ବିଜ୍ଞପ୍ତି ଦ୍ଵାରା ସେପରି କରିବାକୁ ଏହା ସମୀଚୀନ ଅଟେ   ।
  2. ଉପ-ଦଫା (1) ଅନୁଯାୟୀ ଏକ ବିଜ୍ଞପ୍ତିର ନିର୍ଗମରେ ପ୍ରାସଙ୍ଗିକ ଅନୁସୂଚୀ ତଦନୁଯାୟୀ ପରିବର୍ତ୍ତିତ ହେବାକୁ ବିବେଚିତ ହେବ, ଉଲ୍ଲେଖଥାଉ ଯେ ସେପରି ପ୍ରତ୍ୟେକ ପରିବର୍ତ୍ତନ କୌଣସି ପ୍ରତିକୂଳ ପ୍ରଭାବ ବିନା କୃତ ହେବ କିମ୍ବା ସେହି ପରିବର୍ତ୍ତନ ପୂର୍ବରୁ କୃତ ବିଲୋପିତ ହେବ   ।

କେତେକ ବନ୍ୟ ପଶୁ ପୀଡକ ପ୍ରାଣୀ ବୋଲି ଘୋଷଣା

କୌଣସି ଅଞ୍ଚଳ ନିମନ୍ତେ ପୀଡକ ପ୍ରାଣୀ ବୋଲି , ଅନୁସୂଚୀ 1 ଏବଂ ଅନୁସୂଚୀ 2 ର ଭାଗ 1 ରେ ବିନିର୍ଦ୍ଧିଷ୍ଟ ପ୍ରାଣୀମାନଙ୍କ ବ୍ୟତୀତ କୌଣସି ବନ୍ୟ ପଶୁଙ୍କୁ ଅଧିସୂଚନା ଦ୍ଵାରା [ କେନ୍ଦ୍ର ସରକାର ] ଘୋଷଣା କରନ୍ତି ଏବଂ ବିନିର୍ଦ୍ଧିଷ୍ଟ ପ୍ରକାରେ ସେହି ସମୟ ପାଇଁ ଏବଂ ଯେତେ ସମୟ ପର୍ଯ୍ୟନ୍ତ ସେହି ଅଧିସୂଚନା ବଳବତ୍ତର ଥାଏ, ସେପରି ବନ୍ୟ ପଶୁ ଅନୁସୂଚୀ 5 ରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ବିବେଚିତ ହେବ   ।

କେନ୍ଦ୍ର ସରକାରଙ୍କ ନିୟମ ପ୍ରଣୟନ କ୍ଷମତା

  1. କେନ୍ଦ୍ର ସରକାର ଅଧିସୂଚନା ଦ୍ଵାରା ନିମ୍ନଲିଖିତ [ କୌଣସି କିମ୍ବା ସମସ୍ତ ବିଷୟ ପାଇଁ ନିୟମ ପ୍ରଣୟନ କରିବେ, ଯଥା -
    • ସର୍ତ୍ତାବଳୀ ଏବଂ ଅନ୍ୟାନ୍ୟ ବିଷୟ ଯାହା ସାପେକ୍ଷରେ ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ଦଫା 17 – ଚ ଅନୁଯାୟୀ ତାଙ୍କ ଅଭିରକ୍ଷା କିମ୍ବା ଦଖଲରେ କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ ରଖନ୍ତି   ।
    • ପଦ ପ୍ରଯୁକ୍ତ ସଦସ୍ୟମାନଙ୍କ ବ୍ୟତୀତ ସଦସ୍ୟମାନଙ୍କର ଅଫିସ କାର୍ଯ୍ୟକାଳ , ଶୂନ୍ୟତା ପୂରଣ କରିବା ପାଇଁ ପଦ୍ଧତି , ଉପଦଫା (2) ଅନୁଯାୟୀ ଜାତୀୟ ବୋର୍ଡ ଦ୍ଵାରା ଅନୁସୃତ ହେଉଥିବା କାର୍ଯ୍ୟପଦ୍ଧତି ଏବଂ ଦଫା -5-କର- ଉପଦଫା (3) ଅନୁଯାୟୀ ସେହି ସଦସ୍ୟମାନଙ୍କର ଭତ୍ତା   ।
    • ଦଫା 38 – ଙ ର ଉପ-ଦଫା (5) ଅନୁଯାୟୀ ସଭାପତି, ସଦସ୍ୟ ଏବଂ ସଭ୍ୟ – ସଚିବଙ୍କ ନିଯୁକ୍ତିର ଅନ୍ୟାନ୍ୟ ସର୍ତ୍ତାବଳୀ ଏବଂ ବେତନ ଓ ଭତ୍ତା   ।
    • ଦଫା 38 – ଖ – ର ଉପ – ଦଫା (7) ଅନୁଯାୟୀ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷର ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଚାକିରିର ସର୍ତ୍ତ ଏବଂ ନିବନ୍ଧନ  ।
    • ଦଫା 38 – ଙ ର ଉପ-ଦଫା (4) ଅନୁଯାୟୀ କେଉଁ ଫର୍ମରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ବାର୍ଷିକ ହିସାବ ବିବରଣୀ ପ୍ରସ୍ତୁତ ହେବ  ।
    • ଯେଉଁ ଫର୍ମରେ ଏବଂ ଯେଉଁ ସମୟରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ  ବାର୍ଷିକ ବିବରଣୀ ଦଫା 38- ଚ ଅନୁଯାୟୀ ପ୍ରସ୍ତୁତ ହେବ  ।
    • ଯେଉଁ ଫର୍ମରେ ଦଫା 38 – ଜର ଉପ-ଦଫା (2) ଅନୁଯାୟୀ ଏକ ଚିଡିଆଖାନା ସ୍ବୀକୃତି ପାଇଁ ଦରଖାସ୍ତ ସହ ପ୍ରଦାନ ହେବାକୁ ଥିବା ଆବଶ୍ୟକୀୟ ଶୁକ୍ଳ   ।
    • ଦଫା 38 – ଜ ର ଉପ-ଦଫା (4) ଅନୁଯାୟୀ ସ୍ବୀକୃତି ମଞ୍ଜୁର ପାଇଁ ବିଚାର ହେବାକୁ ଥିବା ମାନକ ,  ମାନାଦର୍ଶରୀତି ଏବଂ ଅନ୍ୟାନ୍ୟ ବିଷୟ   ।
    • ଦଫା 38 – ଝ ର ଉପ-ଦଫା (2) ର ପ୍ରକରଣ (ଘ) ଅନୁଯାୟୀ ସୁବିଧା ଏବଂ ପେଷାଦାରମାନଙ୍କର ଯୋଗ୍ୟତା ଏବଂ ଅଭିଜ୍ଞତା    ।
    • ଦଫା 38 –ଡ ର ଉପ-ଦଫା (4) ଅନୁଯାୟୀ ସଦସ୍ୟମାନଙ୍କ ନିଯୁକ୍ତିର ଅନ୍ୟାନ୍ୟ ସର୍ତ୍ତାବଳୀ ଏବଂ ବେତନ ଓ ଭତ୍ତା  ।
    • ଦଫା 38 – ଢ ର ଉପ-ଦଫା (2) ଅନୁଯାୟୀ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷର ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଚାକିରିର ସର୍ତ୍ତ ଏବଂ ନିବନ୍ଧନ  ।
    • ଦଫା 38 – ଦ  ର ଉପ-ଦଫା (1) ଅନୁଯାୟୀ ଯେଉଁ ଫର୍ମରେ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷର ବାର୍ଷିକ ବିବରଣୀ ପ୍ରସ୍ତୁତ ହେବ   ।
    • ଦଫା – ଧ   - ଅନୁଯାୟୀ ଯେଉଁ ଫର୍ମରେ ଏବଂ ଯେଉଁ ସମୟରେ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ ବାର୍ଷିକ ବିବରଣୀ ପ୍ରସ୍ତୁତ କରିବେ   ।
    • ଦଫା – ଯ ର ଉପ-ଦଫା (2) ଅନୁଯାୟୀ ଯେଉଁ ଫର୍ମରେ ଘୋଷଣା ପ୍ରସ୍ତୁତ ହୋଇଥିବ ।
    • ଦଫା 44 ର ଉପ-ଦଫା (4) ର ପ୍ରକରଣ (ଖ) ଅନୁଯାୟୀ ନିର୍ଦ୍ଧାରିତ ହୋଇଥିବା ବିଷୟବସ୍ତୁ
    • ଦଫା 48 ର ପ୍ରକରଣ (ଖ) ରେ ସୂଚିତ କାରବାର ଯେଉଁ ସର୍ତ୍ତ ଏବଂ ନିବନ୍ଧନ ନିୟନ୍ତ୍ରଣ କରିବ  ।
    • ଦଫା 55 ର ପ୍ରକରଣ (ଗ) ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଯେଉଁ ପ୍ରଣାଳୀରେ ନୋଟିସ ପ୍ରଦାନ ହେବ   ।
    • ଦଫା 64 ର ଉପ-ଦଫା (2) ରେ ବିନିର୍ଦ୍ଧିଷ୍ଟ ବିଷୟବସ୍ତୁ ଯେତେ ଦୂର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ଅଭୟାରଣ୍ୟ ଏବଂ ଜାତୀୟ ପାର୍କ ସମ୍ବନ୍ଧରେ ଜଡିତ   ।
  2. ଏହି ଦଫାନୁଯାୟୀ ପ୍ରତିଟି ନିୟମ ଉପସ୍ଥାପିତ ହେବ, ଏହା ପ୍ରସ୍ତୁତ ହେବା ପରେ ସଙ୍ଗେ ସଙ୍ଗେ ସଂସଦର ପ୍ରତିଟି ଗୃହ ସମକ୍ଷରେ ଏହାର ଅଧିବେଶନ ସମୟରେ ତିରିଶ ଦିନର ସମୁଦାଯ ସମୟ ପାଇଁ ଯାହା ଗୋଟିଏ ଅଧିବେଶନରେ କିମ୍ବା ଦୁଇଟିରେ କିମ୍ବା ଅଧିକ ଧାରାବାହିକ ଅଧିବେଶନକୁ ନେଇ ଗଠିତ ହୋଇଥିବ ଏବଂ ଯଦି ଅଧିବେଶନର ଅବସାନ ପୂର୍ବରୁ ତତକ୍ଷଣାତ ଉପରୋକ୍ତ ଅଧିବେଶନ କିମ୍ବା ଧାରାବାହିକ ଅଧିବେଶନ ଅନୁଗାମୀ ହୁଅନ୍ତି ତେବେ ଉଭୟ ଗୃହ ନିୟମରେ କୌଣସି ରୂପାନ୍ତରଣ କରିବା ପାଇଁ ରାଜି ହୁଅନ୍ତି କିମ୍ବା ଉଭୟ ଗୃହ ସମ୍ମତି ପ୍ରକାଶ କରନ୍ତି ଯେ ନିୟମ ପ୍ରସ୍ତୁତ ହେବ ନାହିଁ  ,  ତତ ପରେ ନିୟମର ସେହି ରୂପାନ୍ତରିତ ଫର୍ମରେ କେବଳ ପ୍ରଭାବ ରହିବ କିମ୍ବା ଯଥାସ୍ଥିତି ନିଷ୍ପଳ ହେବ,  ତେଣୁ ଯେମିତି ହେଲେ ସେପରି ରୂପାନ୍ତରଣ କିମ୍ବା ବାତିଲ ଏହି ନିଯମାନୁଯାୟୀ ପୂର୍ବରୁ କୃତ କୌଣସି ବିଷୟର ବୈଧତା ନିମନ୍ତେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ  ।
  3. ଏହି ପ୍ରକରଣ, କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଣୟନ କରିବା ସମ୍ବନ୍ଧରେ ଆଇନର ଦଫା 63 ସଂଶୋଧନ କରିବାକୁ ଆବଶ୍ୟକ ।

ରାଜ୍ୟ ସରକାରଙ୍କ ଆଇନ ପ୍ରଣୟନ କ୍ଷମତା

  1. ଏହି ଆଇନର ବ୍ୟବସ୍ଥା କାର୍ଯ୍ୟକରି କରିବା ପାଇଁ ଯେଉଁ ବିଷୟବସ୍ତୁ ଦଫା 63 ର ଦୃଷ୍ଟିସୀମା ମଧ୍ୟରେ ପଡିନଥାଏ  , ସେଥିପାଇଁ ରାଜ୍ୟ ସରକାର ଅଧିସୂଚନା ଦ୍ଵାରା ନିୟମ ପ୍ରଣୟନ କରିବେ  ।
  2. ପୂର୍ବଗାମୀ କ୍ଷମତାର ବ୍ୟାପକତା ନିମନ୍ତେ ପ୍ରତିକୂଳ ପ୍ରଭାବ ବିନା ଏବଂ ନିର୍ଦ୍ଧିଷ୍ଟ ଭାବରେ ସେପରି ନିୟମାବଳୀ  ନିମ୍ନଲିଖିତ ସମସ୍ତ ବିଷୟ ବା କୌଣସି ବିଷୟ ନିମନ୍ତେ ପ୍ରଦାନ ହେବ, ଯଥା :
    • ପଦ – ପ୍ରଯୁକ୍ତ ସଦସ୍ୟମାନଙ୍କ ବ୍ୟତୀତ ସଦସ୍ୟମାନଙ୍କ ଅଫିସ କାର୍ଯ୍ୟକାଳ ଶୂନ୍ୟତା ପୂରଣ କରିବାର ପ୍ରଣାଳୀ ଏବଂ ଦଫା 6 ର ଉପ-ଦଫା (2) ଅନୁଯାୟୀ ବୋର୍ଡ ଦ୍ଵାରା ଅନୁସୃତ ହୋଇଥିବା କାର୍ଯ୍ୟପଦ୍ଧତି   ।
    • ଦଫା 6 ର ଉପ-ଦଫା (3) ରେ ସୂଚିତ ଭତ୍ତା
    • ଏହି ଆଇନର ବ୍ୟବସ୍ଥାନୁଯାୟୀ ପ୍ରସ୍ତୁତ , ମଞ୍ଜୁର କିମ୍ବା ଦଖଲ ହୋଇଥିବା କୌଣସି ଦରଖାସ୍ତ , ସାର୍ଟିଫିକେଟ, ଦାବି , ଘୋଷଣା , ଲାଇସେନସ , ପରମିଟ , ରେଜିଷ୍ଟ୍ରେସନ ,  ରିଟର୍ଣ୍ଣ ଏବଂ ଅନ୍ୟାନ୍ୟ ଦସ୍ତାବିଜ ପାଇଁ ବ୍ୟବହୃତ ଫର୍ମ ଏବଂ ସେଥିପାଇଁ ଯଦି କିଛି ଶୁଳ୍କ ଥାଏ   ।
    • ଯେଉଁ ସର୍ତ୍ତ ସାପେକ୍ଷରେ ଏହି ଆଇନାନୁଯାୟୀ ମଞ୍ଜୁର ହୋଇଥିବା କୌଣସି ଲାଇସେନସ ବା ପରମିଟ   ।
    • ଯେଉଁ ସର୍ତ୍ତ ସାପେକ୍ଷରେ ଅଦାଲତରେ ମକଦ୍ଦମା ଦାଏର କରିବାକୁ ଅଫିସରମାନେ କ୍ଷମତାୟିତ ହେବେ   ।
    • ବନ୍ୟ ପଶୁ ( ବନ୍ଦୀ କରାଯାଇଥିବା କିମ୍ବା ହତ୍ୟା କରାଯାଇଥିବା   ) ମାନଙ୍କ ରେକର୍ଡର ସବିଶେଷ ବିବରଣୀ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ରଖାଯିବ ଏବଂ ଦାଖଲ କରାଯିବ   ।
    • ଯେଉଁ ପ୍ରଣାଳୀରେ ପଶୁସଂପଦର ସଂକ୍ରମଣବାଧକତା ପାଇଁ ପଦକ୍ଷେପ ଗ୍ରହଣୀୟ ହେବ ।
    • ଦଖଲର ବ୍ୟବସ୍ଥାପନ,  ବନ୍ଦୀପଶୁ , ମାଂସ , ପଶୁଦ୍ରବ୍ୟ , ଟ୍ରଫି ଏବଂ ଅନକ୍ୟୁଓର୍ଡ ଟ୍ରଫିର ସ୍ଥାନାନ୍ତରଣ ଏବଂ ବିକ୍ରୟ।
    • ଚର୍ମ ରକ୍ଷଣ ବିଦ୍ୟା (ମୃତ ପ୍ରାଣୀ ) ର ବ୍ୟବସ୍ଥାପନ
    • ଯେଉଁ ପ୍ରଣାଳୀ ଏବଂ ସର୍ତ୍ତ ସାପେକ୍ଷରେ ପ୍ରକାଶନ ଦଫା 85- ଛ ର ଉପ-ଦଫା (2) ଅନୁଯାୟୀ ସଂପତ୍ତି ଗ୍ରହଣ  ଏବଂ ପରିଚାଳନା କରିବେ , (ଛ- ଖ) ଦଫା 58- ଢ ର ଉପ-ଦଫା (3) ଅନୁଯାୟୀ ସଭାପତି ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ଚାକିରିର ସର୍ତ୍ତ ଓ ନିବନ୍ଧନ
    • ଯେଉଁ ପାଣ୍ଠିରୁ ଯେଉଁ ପ୍ରାଣାଳୀରେ ଦଫା 60 – ଖ  ଅନୁଯାୟୀ ପାରିତୋଷିକ ପ୍ରଦାନ ହେବ  ।
    • ଅନ୍ୟ କୌଣସି ବିଷୟ ଯାହା ଏହି ଆଇନନୁଯାୟୀ ନିର୍ଦ୍ଧାରିତ ହୋଇଥିବ    ।

    ଏହି ପ୍ରକରଣ ରାଜ୍ୟ ସରକାରଙ୍କ କ୍ଷମତା ପ୍ରଣୟନ କରିବା ନିୟମ ସମ୍ବନ୍ଧରେ ଆଇନର ଦଫା 64 ସଂଶୋଧନ କରିବାକୁ ଆବଶ୍ୟକ  ।

ସୁରକ୍ଷିତ ହୋଇଥିବା ତଫସିଲଭୁକ୍ତ ଜାତିର ଅଧିକାର

ଏହି  ଆଇନରେ କୌଣସି ବିଷୟ ଆଣ୍ଡାମାନ ଏବଂ ନିକୋବର ଗେଜେଟର ତା 28.04.1967  ଏକ୍ସଟ୍ରା ଅଡିନାରୀ ଇସୁର ପୃ 1 ରୁ ପୃ 5 ରେ ପ୍ରକାଶିତ ଆଣ୍ଡାମାନ ନିକୋବରର ପ୍ରଶାସନ ନଂ 40/67/ ଏଫ . ନଂ ଜି 635 , vol –III ତା 28.04.1967  ରେ ଅଧିସୂଚନା ଦ୍ଵାରା ଆଣ୍ଡାମାନ  ଏବଂ ନିକୋବର ଆଇଲାଣ୍ଡର ସଂଘ ରାଜ୍ୟକ୍ଷେତ୍ର ରେ ନିକୋବର  ଆଇଲାଣ୍ଡ ତଫସିଲଭୁକ୍ତ ଜାତିଙ୍କ ଉପରେ ଅର୍ପିତ ଶିକାର ଅଧିକାରଗୁଡିକ ପ୍ରଭାବ ପକାଇବ  ।

ପ୍ରତ୍ୟାହାର ଏବଂ ବ୍ୟାବୃତ୍ତି

  1. ଏହି ଆଇନର ପ୍ରାରମ୍ଭରୁ , କୌଣସି ରାଜ୍ୟରେ ବଳବତ୍ତର ଏବଂ ଏହି ଆଇନରେ ଅନ୍ତର୍ଭୁକ୍ତ କୌଣସି ବିଷୟ ସମ୍ବନ୍ଧରେ ଯେଉଁ ପରିସରକୁ ସେହି ଆଇନ ବା ସେଥିରେ ଅନ୍ତର୍ଭୁକ୍ତ କୌଣସି ବ୍ୟବସ୍ଥା ଅନୁକୂଳ କିମ୍ବା ପ୍ରତିକୂଳ ଅଟେ,  ଏହି ଆଇନ କିମ୍ବା ଏହି ଆଇନରେ ଅନ୍ତର୍ଭୁକ୍ତ କୌଣସି ବ୍ୟବସ୍ଥା ପ୍ରତ୍ୟାହୃତ ରହିବ  ।
    • ସେପରି ପ୍ରତ୍ୟାହୃତ ଆଇନର ପୂର୍ବ କାର୍ଯ୍ୟ କିମ୍ବା ତଦନୁଯାୟୀ ଯଥାର୍ଥ ଭାବରେ କୃତ କୌଣସି ବିଷୟ ଉପରେ ପ୍ରଭାବ ପକାଇବ ନାହିଁ   ।
    • ସେପରି ପ୍ରାଧିକୃତ ଆଇନାନୁଯାୟୀ ଉଦ୍ଭୁତ କିମ୍ବା ଅର୍ଜିତ କୌଣସି ଅଧିକାର ,  ସ୍ଵାଧିକାର ,  ଅନୁଗ୍ରହ କିମ୍ବା ଦାହିତଵ ଉପରେ ପ୍ରଭାବ ପକାଇବ ନାହିଁ   ।
    • ସେପରି ପ୍ରତ୍ୟାହୃତ ଆଇନ ବିପକ୍ଷରେ ସଂଘଠିତ କୌଣସି ଅପରାଧ ସମ୍ବନ୍ଧରେ ହୋଇଥିବା ଜୋରିମାନା , ବ୍ୟାଜ୍ୟାପ୍ତିକରଣ କିମ୍ବା ଦଣ୍ଡ ଉପରେ ପ୍ରଭାବ ପକାଇବ ନାହିଁ; କିମ୍ବା
    • ଉପରୋକ୍ତ ରୂପେ ସେପରି କୌଣସି ଅଧିକାର, ସ୍ଵାଧିକାର ,ଅନୁଗ୍ରହ,  ଦାୟିତ୍ଵ , ଜୋରିମାନା, ବ୍ୟାଜ୍ୟାପ୍ତିକରଣ କିମ୍ବା ଦଣ୍ଡ ସମ୍ବନ୍ଧରେ କୌଣସି ତଦନ୍ତ ଆଇନ ଗତ କାର୍ଯ୍ୟବିଧି କିମ୍ବା ପ୍ରତିକାର ଉପରେ ପ୍ରଭାବ ପକାଇବ ନାହିଁ   ।

    ଏବଂ ସେପରି କୌଣସି ତଦନ୍ତ, ଆଇନଗତ କାର୍ଯ୍ୟବିଧି କିମ୍ବା ପ୍ରତିକାର ଆରମ୍ଭ ହେବ, ଚାଲୁ ରହିବ କିମ୍ବା କାର୍ଯ୍ୟକାରୀ ହେବ ଏବଂ ସେପରି କୌଣସି ଜୋରିମାନା, ବ୍ୟାଜ୍ୟାପ୍ତି ଏବଂ ଦଣ୍ଡ ଧାର୍ଯ୍ୟ ହେବ ସତେ ଯେପରି ଉପରୋକ୍ତ ଆଇନ ପ୍ରତ୍ୟାହୃତ ହୋଇ ନଥିଲା ।

  2. ସେପରି ପ୍ରତ୍ୟାହାର ସତ୍ତ୍ୱେ
    • ସେପରି ପ୍ରତ୍ୟାହୃତ ଆଇନନୁଯାୟୀ ଗୃହିତ କାର୍ଯ୍ୟ।ନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ( କୌଣସି ଅଧିସୂଚନା, ଆଦେଶ, ସାର୍ଟିଫିକେଟ,  ନିର୍ଗମିତ ରସିଦ ବା ନୋଟିସ ଦରଖାସ୍ତ କିମ୍ବା ମଞ୍ଜୁର ହୋଇ ଥିବା ପରମିଟ ସମେତ ) ଯାହା ଏହି ଆଇନର ବ୍ୟବସ୍ଥାନୁଯାୟୀ ଅସଙ୍ଗତ ହୋଇ ନ ଥାଏ,  ତାହା ଏହି ଆଇନର ବ୍ୟବସ୍ଥା ଅନୁରୂପ ହେବା ଅନୁଯାୟୀ ଗୃହିତ କିମ୍ବା କୃତ ବୋଲି ବିବେଚିତ ହେବ ସତେ ଯେପରି ଏହି ଆଇନ ବଳବତ୍ତର ଥିଲା ଏବଂ ବଳବତ୍ତର ବୋଲି ନୀରବଚ୍ଛିନ୍ନ ରହିବ  ଯଦି ଏବଂ ସେ ପର୍ଯ୍ୟନ୍ତ ଏହି ଆଇନାନୁଯାୟୀ ଗୃହିତ କାର୍ଯ୍ୟ।ନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ଦ୍ଵାରା ରଦ୍ଦ ନ ହୋଇଥାଏ  ।
    • ସେପରି ପ୍ରତ୍ୟାହୃତ କୌଣସି ଆଇନନୁଯାୟୀ ମଞ୍ଜୁର ହୋଇଥିବା ପ୍ରତ୍ୟେକ ଲାଇସେନସ ଏବଂ ଏହି ଆଇନ ପ୍ରାରମ୍ଭର ତତକ୍ଷଣାତ ପୂର୍ବରୁ ବଳବତ୍ତର ଲାଇସେନସ ଏହି ଆଇନର ଅନୁରୂପ ବ୍ୟବସ୍ଥାନୁଯାୟୀ ମଞ୍ଜୁର ହୋଇଛି  ବୋଲି ବିବେଚିତ ହେବ ଏବଂ ଏହି ଆଇନ ବ୍ୟବସ୍ଥା ସାପେକ୍ଷରେ , ଯେଉଁ ସମୟ ପାଇଁ ସେହି ଲାଇସେନସ ମଞ୍ଜୁର ହୋଇଥିଲା , ସେହି ସରି ନ ଥିବା ସମୟ ପାଇଁ ବଳବତ୍ତର ବୋଲି ନିରବଚ୍ଛିନ୍ନ ରହିବ  ।
  3. ସନ୍ଦେହ ଦୂରିକରଣ ପାଇଁ,  ଏହା ଏତଦ୍ଵାରା ଘୋଷିତ ହୋଇଛି ଯେ ଉପ-ଦଫା (1) ଅନୁଯାୟୀ ପ୍ରତ୍ୟାହୃତ କୌଣସି ଆଇନନୁସାରେ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ କୌଣସି ଅଭୟାରଣ୍ୟ ବା ଜାତୀୟ ପାର୍କ,  ଏହି ଅଇନାନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ଅଭୟାରଣ୍ୟ କିମ୍ବା ଯଥାସ୍ଥିତି ଜାତୀୟ ପାର୍କ ରୂପେ ଘୋଷିତ ବୋଲି ବିବେଚିତ ହେବ ଏବଂ ଯେଉଁ କ୍ଷେତ୍ରରେ ସେପରି କୌଣସି ଜାତୀୟ ପାର୍କରେ କୌଣସି ଜମିରେ କୌଣସି ଅଧିକାର ଥାଏ ଯାହା ଏହି ଅଇନାନୁଯାୟୀ ଶେଷ ହୋଇନଥିଲା,  ସେହି କ୍ଷେତ୍ରରେ ଏହି ଆଇନର ପ୍ରାରମ୍ଭରେ କିମ୍ବା ପୂର୍ବରୁ ଉକ୍ତ ଆଇନନୁଯାୟୀ ସେହି ଅଧିକାରର ସମାପ୍ତି ଏହି ଆଇନ ବ୍ୟବସ୍ଥାନୁଯାୟୀ ହେବ  ।
  4. ସନ୍ଦେହ ଦୂରୀକରଣ ପାଇଁ ଏହା ଏତଦ୍ଵାରା ପୁନଶ୍ଚ ଘୋଷିତ ହୋଇଛି ଯେ ଯେଉଁ କ୍ଷେତ୍ରରେ ଦଫା 19 ରୁ ଦଫା 25 ର ( ଉଭୟ ସମେତ ) କୌଣସି ବ୍ୟବସ୍ଥାନୁଯାୟୀ କୌଣସି କାର୍ଯ୍ୟବିଧି ବନ୍ୟଜୀବନ (ସୁରକ୍ଷା) ସଂଶୋଧନ ଆଇନ 1991 ର ପ୍ରାରମ୍ଭ ତାରିଖରୁ ବିଚାରଧୀନ ଥାଏ ସେହି କ୍ଷେତ୍ରରେ ଦଫା 18 ଅନୁଯାୟୀ ଘୋଷିତ ଏକ ଅଭୟାରଣ୍ୟ ମଧ୍ୟରେ ଅନ୍ତର୍ଗତ କୌଣସି ସଂରକ୍ଷିତ ଜଙ୍ଗଲ ବା ରାଜ୍ୟକ୍ଷେତ୍ରୀୟ ଜଳର ଏକ ଅଂଶ,  ସେହି ଆରମ୍ଭ ତାରିଖ ପୂର୍ବରୁ ଘୋଷିତ ଏକ ଅଭୟାରଣ୍ୟ ବୋଲି ଦଫା 26 – କ ଅନୁଯାୟୀ ବିବେଚିତ ହେବ   ।

ଆଧାର – ଲଅ ହାଉସ

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate