অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ(ସୁରକ୍ଷା )ଆଇନ,୧୯୭୨ (ବେଆଇନ ଶିକାର ଏବଂ ବ୍ୟାପାରରୁ ଲାଭ ହୋଇଥିବା ସମ୍ପତ୍ତିର ବ୍ୟାଜ୍ୟାପ୍ତି)

ବନ୍ୟ ଜୀବନ(ସୁରକ୍ଷା )ଆଇନ,୧୯୭୨ (ବେଆଇନ ଶିକାର ଏବଂ ବ୍ୟାପାରରୁ ଲାଭ ହୋଇଥିବା ସମ୍ପତ୍ତିର ବ୍ୟାଜ୍ୟାପ୍ତି)

  1. ଦରଖାସ୍ତ ( ନିୟମ ୫୮ (କ))
  2. ସଂଜ୍ଞା ( ନିୟମ ୫୮ (ଖ))
  3. ଅବୈଧ ଭାବେ ଅର୍ଜିତ ସଂପତ୍ତି ଧାରଣର ନିଷେଧ ( ନିୟମ ୫୮ (ଗ))
  4. କ୍ଷମତାପନ୍ନ ପ୍ରାଧିକାରୀ ( ନିୟମ ୫୮ (ଘ))
  5. ଅବୈଧଭାବେ ଅର୍ଜିତ ସମ୍ପତ୍ତି ଚିହ୍ନଟ କରିବା (ନିୟମ ୫୮ (ଙ))
  6. ଅବୈଧଭାବେ ଅର୍ଜିତ ସମ୍ପତ୍ତି ଅଚଳ କରିବା କିମ୍ବା ଜବତ କରିବା ( ନିୟମ  ୫୮ (ଚ))
  7. ବ୍ୟାଜ୍ୟାପ୍ତ କିମ୍ବା ଜବତ ହୋଇଥିବା ସଂପତ୍ତିର ପରିଚାଳନା ( ନିୟମ   ୫୮ (ଛ))
  8. ସଂପତ୍ତିର ବ୍ୟାଜ୍ୟାପ୍ତିକରଣ ନୋଟିସ  (ନିୟମ ୫୮ (ଜ))
  9. ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସଂପତ୍ତିର ବ୍ୟାଜ୍ୟାପ୍ତିକରଣ( ନିୟମ ୫୮ (ଜ))
  10. ପ୍ରମାଣ ଦାୟିତ୍ଵ ( ନିୟମ ୫୮ (ଞ))
  11. ବ୍ୟାଜ୍ୟାପ୍ତିକାରଣ ପରିବର୍ତ୍ତେ ଜୋରିମାନା ( ନିୟମ ୫୮ (ଟ))
  12. ନିର୍ଦ୍ଧିଷ୍ଟ ଟ୍ରଷ୍ଟ ସଂପତ୍ତି ସମ୍ବନ୍ଧରେ କାର୍ଯ୍ୟପଦ୍ଧତି ( ନିୟମ ୫୮ (ଠ))
  13. କେତେକ ଅନ୍ତରଣ ବାତିଲ ଓ ବ୍ୟର୍ଥ ହୋଇଥାଏ ( ନିୟମ ୫୮ (ଡ))
  14. ଅପିଲ ଟ୍ରିବ୍ୟୁନାଲର ଗଠନ ( ନିୟମ ୫୮ ( ଢ))
  15. ଅପିଲ ( ନିୟମ ୫୮ (ଣ))
  16. ବର୍ଣ୍ଣନାରେ ତ୍ରୁଟି ପାଇଁ  ଅକାମି ହୋଇଥାଏ ନୋଟିସ କିମ୍ବା ଆଦେଶ ( ନିୟମ ୫୮ (ତ))
  17. କ୍ଷେତ୍ରାଧିକାରର ପ୍ରତିଶେଧ ( ନିୟମ  ୫୮ (ଥ))
  18. ଦେୱାନୀ ଅଦାଲତର କ୍ଷମତା ଥିବା କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲ (ନିୟମ ୫୮ (ଦ))
  19. କ୍ଷମତାପନ୍ନ ପ୍ରାଧିକାରୀଙ୍କୁ ସୂଚନା ( ନିୟମ ୫୮ (ଧ))
  20. ପ୍ରଶାସକ, କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲଙ୍କୁ ସହାୟତା କରିବାକୁ କେତେକ ଅଫିସର( ନିୟମ ୫୮ (ନ))
  21. ଦଖଲ ନେବା କ୍ଷମତା ( ନିୟମ ୫୮ (ପ))
  22. ଭ୍ରମ ସଂଶୋସନକରଣ ( ନିୟମ ୫୮ (ଫ))
  23. କାର୍ଯ୍ୟବିଧି ନିମନ୍ତେ ନିର୍ଣ୍ଣାୟକ ହୋଇନଥିବା ଅନ୍ୟ ଆଇନଅନୁସାରେ ସିଦ୍ଧାନ୍ତ ( ନିୟମ ୫୮ (ମ))
  24. ନୋଟିସ ଏବଂ ଆଦେଶ ପ୍ରଦାନ ( ନିୟମ ୫୮ (ଭ))
  25. ସଂପତ୍ତି ଅର୍ଜନ କରିବା ପାଇଁ ଦଣ୍ଡ ଯାହା ସମ୍ବନ୍ଧରେ କାର୍ଯ୍ୟବିଧି ଗ୍ରହଣୀୟ ( ନିୟମ  ୫୮ (ମ))

ଦରଖାସ୍ତ ( ନିୟମ ୫୮ (କ))

ଏହି ଅଧ୍ୟାୟର ବ୍ୟବସ୍ଥା କେବଳ ନିମ୍ନଲିଖିତ ବ୍ୟକ୍ତିମାନଙ୍କ ପ୍ରତି ପ୍ରଯୁଜ୍ୟ ହେବ ଯଥା :-

  • ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଦୋଷୀ ସଭ୍ୟସ୍ତ ହୋଇଥାନ୍ତି ସେ ତିନି ବର୍ଷ ବା ତା ଠାରୁ ଅଧିକ ସମୟ କାରାଦଣ୍ଡରେ ଏହି ଆଇନାନୁଯାୟୀ ଦଣ୍ଡନୀୟ ହେବେ।
  • ପ୍ରକରଣ (କ) ରେ ସୂଚିତ କୌଣସି ବ୍ୟକ୍ତିଙ୍କର ପ୍ରତ୍ୟେକ ସହଯୋଗୀ
  • କୌଣସି ସମ୍ପତ୍ତିର କୌଣସି ଦଖଲକାରୀ (ଏତତପରେ ଏହି ପ୍ରକରଣରେ ଉପସ୍ଥିତ ଦଖଲକାରୀ ରୂପେ ସୂଚିତ   ) ଯାହା ପ୍ରକରଣ (କ) କିମ୍ବା ପ୍ରକରଣ (ଖ) ରେ ସୂଚିତ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଯେ କୌଣସି ସମୟରେ ପୂର୍ବ ରୁ ଦଖଲ ହୋଇଥିଲା   , ଯଦି ଉପସ୍ଥିତ ଦଖଲକାରୀ କିମ୍ବା ଯଥାସ୍ଥିତି ଯେ କୌଣସି ବ୍ୟକ୍ତି ଯେ କି ସେହି ବ୍ୟକ୍ତିଙ୍କ ପରେ ସେହି ସମ୍ପତ୍ତି ଦଖଲ କରିଥାନ୍ତି ଏବଂ ଉପସ୍ଥିତ ଦଖଲକାରୀଙ୍କ ପୂର୍ବରୁ ଯଥାଯୋଗ୍ୟ ବିଚାର ପାଇଁ ଉତ୍ତମ ବିଶ୍ଵାସରେ ଜଣେ ଅନ୍ତରଣଗ୍ରାହୀ ଥିଲେ   ।

ସଂଜ୍ଞା ( ନିୟମ ୫୮ (ଖ))

ଏହି ଅଧ୍ୟାୟରେ ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନ ହେଲେ   ।

  1. “ ଅପିଲ ଟ୍ରିବ୍ୟୁନାଲ“ ଅର୍ଥ ଦଫା 58 – କ ଅନୁଯାୟୀ ଗଠିତ ବ୍ୟାଜ୍ୟାପ୍ତ ହୋଇଥିବା ସଂପତ୍ତି ପାଇଁ ଅପିଲ ଟ୍ରିବ୍ୟୁନାଲ  ।
  2. “ ସହଯୋଗ“ ଜଣେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଯାହାର ସଂପତ୍ତି ଏହି ଅଧ୍ୟାୟ ଅନୁଯାୟୀ ବ୍ୟାଜ୍ୟାପ୍ତ ହୋଇଛି ବୋଲି ଦାୟୀ ଅଟନ୍ତି , ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ କରେ  ।
    • କୌଣସି ବ୍ୟକ୍ତିବିଶେଷ ଯେ ସେହି ବ୍ୟକ୍ତିଙ୍କର ହିସାବ ରଖିଥାନ୍ତି କିମ୍ବା ବ୍ୟାପାର ପରିଚାଳନା କରିଥାନ୍ତି   ।
    • କମ୍ପାନୀ ଆଇନ 1956 (1/1956) ର ଅର୍ଥ ମଧ୍ୟରେ ବ୍ୟକ୍ତିମାନଙ୍କର କୌଣସି ସଂଘ, ବ୍ୟକ୍ତିବିଶେଷଙ୍କର ନିକାୟ , ଭାଗିଦାରି ଫର୍ମ କିମ୍ବା ବେସରକାରୀ କମ୍ପାନୀ ଯାହାର ସେହି ବ୍ୟକ୍ତିଙ୍କର ଜଣେ ସଦସ୍ୟ , ଭାଗିଦାରି କିମ୍ବା ନିର୍ଦ୍ଦେଶକ ଅଟନ୍ତି   ।
    • ଯେ କୋଣସି ସମୟରେ  ଉପ – ପ୍ରକରଣ (ii) ରେ ସୂଚିତ ବ୍ୟକ୍ତିମାନଙ୍କ ର ଏକ ସଂଘ,  ବ୍ୟକ୍ତିବିଶେଷଙ୍କ ନିକାୟ , ଭାଗୀଦାରୀ ଫାର୍ମ କିମ୍ବା ବେସରକାରୀ କମ୍ପାନୀର , କୌଣସି ବ୍ୟକ୍ତିବିଶେଷ ଯେ କି ଜଣେ ସଦସ୍ୟ , ଭାଗୀଦାରୀ କିମ୍ବା ନିର୍ଦ୍ଦେଶକ ଅଟନ୍ତି   ।
    • କୌଣସି ବ୍ୟକ୍ତି ଯେ କି ଉପ – ପ୍ରକରଣ (III) ରେ ସୂଚିତ , କୌଣସି ବ୍ୟକ୍ତିମାନଙ୍କର ସଂଘ, ବ୍ୟକ୍ତିବିଶେଷଙ୍କ ନିକାୟ , ଭାଗୀଦାରୀ ଫାର୍ମ କିମ୍ବା ବେସରକାରୀ କମ୍ପାନୀ ର ହିସାବ ରଖିଥାନ୍ତି କିମ୍ବା ବ୍ୟାପାର ପରିଚାଳନା କରିଥାନ୍ତି।
    • କୌଣସି ଟ୍ରଷ୍ଟ ର ଟ୍ରଷ୍ଟି ଯେଉଁ କ୍ଷେତ୍ରରେ  -
      • ସେପରି ବ୍ୟକ୍ତିଙ୍କ ଦ୍ଵାରା ଟ୍ରଷ୍ଟ ସୃଷ୍ଟି ହୋଇଥାଏ; କିମ୍ବା
      • ସେହି ବ୍ୟକ୍ତିଙ୍କ ଦ୍ଵାରା ଟ୍ରଷ୍ଟ ଯେଉଁ ତାରିଖରେ ଯେଉଁ ପରିମାଣର ଆସବାବପତ୍ର ଦାନ ହୋଇଥାଏ (ଆସବାବପତ୍ରର ମୂଲ୍ୟ ସମେତ ଯଦି କିଛି ତାଙ୍କ ଦ୍ଵାରା ଶୀଘ୍ରତର ଦାନ କରାଯାଇଥାଏ) ତାହାର ମୂଲ୍ୟ ସେହି ତାରିଖରେ ପଚିଶି ପ୍ରତିଶତରୁ କମ ହୋଇନଥାଏ  ।
      • ଯେଉଁ କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ବିଚାର କରନ୍ତି ଯେ ସେହି ବ୍ୟକ୍ତିଙ୍କର କୌଣସି ସଂପତ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଧାରିତ ହୋଇଛି   ।
    • କ୍ଷମତାପନ୍ନ ପ୍ରାଧିକାରୀ ଅର୍ଥ ଦଫା 58 ଘ ଅନୁଯାୟୀ କ୍ଷମତାୟିତ ଜଣେ ଅଫିସର
  3. “ସଂଗୋପନ“ ଅର୍ଥ ପ୍ରକୃତିର ସଂଗୋପନ ବା ଛଦ୍ମବେଶ , ଉତ୍ସ ,  ବିନ୍ୟାସ ,  ଚଳନ କିମ୍ବା ସଂପତ୍ତିର ମାଲିକ ସ୍ଵତ୍ଵ ଏବଂ ବୈଦ୍ୟୁତିକ ସଂଚାରଣ କିମ୍ବା ଅନ୍ୟ କୌଣୟ ଉପାୟରେ ସେହି ସଂପତ୍ତିର ଚଳନ କିମ୍ବା ସମ୍ପରିବର୍ତ୍ତନ   ;
  4. “ଅଚଳ କରିବା“ ଅର୍ଥ ଦଫା ୫୮- ଚ – ଅନୁଯାୟୀ ନିର୍ଗମିତ ଆଦେଶ ଦ୍ଵାରା ସଂପତ୍ତିର ଚଳନ କିମ୍ବା ସ୍ଥାନାନ୍ତରଣ, ସମ୍ପରିବର୍ତ୍ତନ , ବିନ୍ୟାସ ଅସ୍ଥାୟୀ ଭାବରେ ନିଷେଧ କରିବା  ।
  5. “ଚିହ୍ନଟ କରିବା“ ପ୍ରମାଣର ପ୍ରତିପାଦାନ ଅନ୍ତର୍ଭୁକ୍ତ କରେ ଯେ ବନ୍ୟ ଜୀବନ ଏବଂ ଏହାର ଉତ୍ପାଦନର ବ୍ୟାପାର ଏବଂ ବେୟାଇନ ଶିକାରରୁ ସଂପତ୍ତି ଲାଭ ହୋଇଥିଲା   ;
  6. “ଅବୈଧଭାବେ ଅର୍ଜିତ ସଂପତ୍ତି“ କୌଣସି ବ୍ୟକ୍ତିଙ୍କ ସମ୍ବନ୍ଧରେ ଯାହାଙ୍କୁ ଏହି ଅଧ୍ୟାୟ ପ୍ରଯୁଜ୍ୟ , ଅର୍ଥ
    • ବନ୍ୟ ଜୀବନ ଏବଂ ଏହାର ଉତ୍ପାଦକ ଏବଂ ବ୍ୟୁତ୍ପାଦକର ବ୍ୟାପାର ଏବଂ ଅବୈଧ ଶିକାର କରିବାକୁ ଆରୋପନୀୟ କିମ୍ବା ସେଥିରୁ ମିଳିଥିବା ଉପାର୍ଜନ ବା ଆସବାବପତ୍ର , କୌଣସି ଆୟ କିମ୍ବା ସଂପୂର୍ଣ୍ଣ ଭାବେ ବା ଆଂଶିକ ଭାବେ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅର୍ଜିତ ସଂପତ୍ତି  ।
    • ସେହି ସଂପତ୍ତିରୁ ଆୟ କିମ୍ବା ଉପାର୍ଜନ କିମ୍ବା ଉପ-ପ୍ରକରଣ (ii) ରେ ସୂଚିତ କୌଣସି ସଂପତ୍ତିକୁ ସଂପୂର୍ଣ୍ଣଭାବେ ବା ଆଂଶିକଭାବେ ଅନୁସନ୍ଧାନ କରିପାଇବେ , ଅନ୍ୟ କୌଣସି ଉପାୟରେ କିମ୍ବା ଏକ ବିଚାର ପାଇଁ ସେହି ବ୍ୟକ୍ତିଙ୍କ ଦ୍ଵାରା ଅର୍ଜିତ କୌଣସି ସଂପତ୍ତି , ଏବଂ ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ   -
      • ସେହି ବ୍ୟକ୍ତିଙ୍କ ଦ୍ଵାରା ଦଖଲ ହୋଇଥିବା ସଂପତ୍ତି ଯାହା ତାହାର କୌଣସି ପୂର୍ବ ଦଖଲକାରୀଙ୍କ ସମ୍ବନ୍ଧରେ ଏହି ପ୍ରକରଣ ଅନୁଯାୟୀ ଅବୈଧଭାବେ ସଂପତ୍ତି ଅର୍ଜିତ ହୋଇଥାଏ,  ଯଦି ସେହି ପୂର୍ବ ଦାଖଲକାରୀ ଏହା ଦଖଲ କରିବାକୁ ବିରତ ହୋଇନଥାନ୍ତି , ଯଦି ସେହି ବ୍ୟକ୍ତି କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯେ କି ସେହି ପୂର୍ବ ଦଖଲକାରୀଙ୍କ ପରେ ଯେ କୌଣସି ଯେ କି ସେହି ପୂର୍ବ ଦଖଲକାରୀଙ୍କ ପରେ ଯେ କୌଣସି ସମୟରେ ସଂପତ୍ତି ଦଖଲ ନ କାରୀ ଥାନ୍ତି କିମ୍ବା ଯେଉଁ କ୍ଷେତ୍ରରେ ସେପରି ଦୁଇ ବା ତତୋଦ୍ଧଧିକ ପୂର୍ବ ଦଖଲକାରୀ ଥାଆନ୍ତି, ସେହି ଦଖଲକାରୀ ଯଥୋଚିତ ବିଚାର ପାଇଁ ଉତ୍ତମ ବିଶ୍ଵାସର ଜଣେ ଅନ୍ତରଣଗ୍ରାହୀ ହୋଇଥାଆନ୍ତି ।
      • କୌଣସି ବିଚାର ପାଇଁ କିମ୍ବା ଆଇଟମ – ଏ ଅନୁଯାୟୀ ଆସୁଥିବା କୌଣସି ସଂପତ୍ତି ନିମନ୍ତେ ସଂପୂର୍ଣ୍ଣଭାବେ ବା ଆଂଶିକଭାବେ ଯେ କୌଣସି ଉପାୟରେ ପାଇଥିବା କିମ୍ବା ସେଥିରୁ ଆୟ ବା ଉପାର୍ଜିତ ସେହି ବ୍ୟକ୍ତିଙ୍କ ଦ୍ଵାରା ଅର୍ଜିତ କୌଣସି ସଂପତ୍ତି ;
  7. “ସଂପତ୍ତି“ ଅର୍ଥ ସଂପତ୍ତି ବା ଆସବାବପତ୍ର ପ୍ରତିଟିର ବର୍ଣ୍ଣନା ଭୌତିକ ବା ଅଭୌତିକ ହେଉ, ଚଳନ୍ତି ବା ଅଚଳନ୍ତି ହେଉ , ସ୍ପର୍ଶନୀୟ ବା ଅସ୍ପର୍ଶନୀୟ ହେଉ ଏବଂ ଦଲିଲ ଏବଂ ସାଧନ ସ୍ଵତ୍ଵ ପ୍ରମାଣିତ କରିବା ପାଇଁ ଅବୈଧ ଶିକାର ଏବଂ ବନ୍ୟ ଜୀବନ ଏବଂ ଏହାର ଉତ୍ପାଦକର ବ୍ୟାପାରରୁ ମିଳୁଥିବା ସେପରି ସଂପତ୍ତି ଏବଂ ଆସବାବପତ୍ର;
  8. “ବନ୍ଧୁ ବାନ୍ଧବ“ ଅର୍ଥ –
    • ବ୍ୟକ୍ତିଙ୍କର ପତି ବା ପତ୍ନୀ
    • ବ୍ୟକ୍ତିଙ୍କର ଭାଇ କିମ୍ବା ଭଉଣୀ
    • ବ୍ୟକ୍ତିଙ୍କର ପ୍ରତି ବା ପତ୍ନୀଙ୍କର ଭାଇ କିମ୍ବା ଭଉଣୀ
    • ବ୍ୟକ୍ତିଙ୍କର କୌଣସି ବଂଶଗତ ପୂର୍ବପୁରୁଷ ବା ବଂଶଧର
    • ବ୍ୟକ୍ତିଙ୍କର ପତି ବା ପତ୍ନୀଙ୍କର କୌଣସି ବଂଶଗତ ପୂର୍ବପୁରୁଷ ବା ବଂଶଧର
    • ଉପ-ପ୍ରକରଣ (୨) , ଉପ-ପ୍ରକରଣ (୩) , ଉପ-ପ୍ରକରଣ (୪) କିମ୍ବା ଉପ-ପ୍ରକରଣ (୫) ରେ ସୂଚିତ ଜଣେ ବ୍ୟକ୍ତିଙ୍କ ପତି ବା ପତ୍ନୀ  ।
    • ଉପ-ପ୍ରକରଣ (୨) , ଉପ-ପ୍ରକରଣ (୩), ଉପ-ପ୍ରକରଣ (୪) କିମ୍ବା ଉପ-ପ୍ରକରଣ ରେ ସୂଚିତ ଜଣେ ବ୍ୟକ୍ତିଙ୍କର କୌଣସି ବଂଶଗତ ପୂର୍ବପୁରୁଷ ବା ବଂଶଧର ;
  9. “ ଟ୍ରେସିଂ  ଅର୍ଥ ସଂପତ୍ତିର ପ୍ରକାର , ଉତ୍ସ ଚାଳନ , ସତ୍ତ୍ଵ କିମ୍ବା ମାଲିକାନାସ୍ଵତ୍ଵ   ।
  10. “ ଟ୍ରଷ୍ଟ “ ଅନ୍ୟ କୌଣସି ଆଇନଗତ ଅନୁଗ୍ରହ ଅନ୍ତର୍ଭୁକ୍ତ   ।

ଅବୈଧ ଭାବେ ଅର୍ଜିତ ସଂପତ୍ତି ଧାରଣର ନିଷେଧ ( ନିୟମ ୫୮ (ଗ))

  1. ଏହି ଅଧ୍ୟାୟର ପ୍ରାରମ୍ଭ ତାରିଖରୁ ଏହା କୌଣସି ବ୍ୟକ୍ତିଙ୍କ ପାଇଁ ଆଇନସମ୍ମତ ହେବ ନାହିଁ   ଏହି ଅଧ୍ୟାୟ ତାଙ୍କ ନିଜ ଦ୍ଵାରା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅବୈଧଭାବେ ଅର୍ଜିତ ସଂପତ୍ତି ଧାରଣ କରିବାକୁ ପ୍ରଯୁଜ୍ୟ ହୋଇଥାଏ   ।
  2. ଯେଉଁ କ୍ଷେତ୍ରରେ ଉପ-ଦଫା (୧) ର ବ୍ୟବସ୍ଥା ଉଲ୍ଲଂଘନରେ କୌଣସି ବ୍ୟକ୍ତି ସେପରି ସଂପତ୍ତି ଧାରଣ କରିଥାନ୍ତି ।  ସେହି ସଂପତ୍ତି ଏହି ଅଧ୍ୟାୟର ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତ ହୋଇଛି ବୋଲି ଦାୟୀ ହେବ ।
  3. ଉଲ୍ଲେଖଥାଉ ଯେ ଏହି ଅଧ୍ୟାୟ ଅନୁଯାୟୀ କୌଣସି ସଂପତ୍ତି ବ୍ୟାଜ୍ୟାପ୍ତ ହେବ ନାହିଁ ଯଦି ସେହି ସଂପତ୍ତି ଜଣେ ବ୍ୟକ୍ତିଙ୍କ ଦ୍ଵାରା ଅର୍ଜନ ହୋଇଥାଏ, ଯାହାଙ୍କୁ ଅବୈଧ ଶିକାର ଏବଂ ବନ୍ୟ ଜୀବନ ବ୍ୟାପାର ଏବଂ ଏହାର ଉତ୍ପାଦକ ସମ୍ବନ୍ଧୀୟ କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା ସେହି ତାରିଖରୁ ଛଅବର୍ଷ ସମୟ ପୂର୍ବରୁ ଏହି ଆଇନ ପ୍ରଯୁଜ୍ୟ ହୋଇଥାଏ  ।

କ୍ଷମତାପନ୍ନ ପ୍ରାଧିକାରୀ ( ନିୟମ ୫୮ (ଘ))

ଅଫିସିଆଲ ଗେଜେଟରେ ପ୍ରକାଶିତ ଆଦେଶ ଦ୍ଵାରା ରାଜ୍ୟ ସରକାର ଜଙ୍ଗଲର ମୁଖ୍ୟ ସଂରକ୍ଷକ ପାହ୍ୟାରୁ କମ ହୋଇନଥିବା କୌଣସି ଅଫିସରଙ୍କୁ , ରାଜ୍ୟ ସରକାର ଯେପରି ନିର୍ଦ୍ଦେଶ ଦେଇଥିଲେ ସେପରି ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କୁ ଏହି ଅଧ୍ୟାୟ ଅନୁସୂଚୀ କ୍ଷମତାପନ୍ନ ପ୍ରାଧିକାରୀଙ୍କ କାର୍ଯ୍ୟ ସଂପାଦାନ କରିବାକୁ ପ୍ରାଧିକୃତ କରିବେ   ।

ଅବୈଧଭାବେ ଅର୍ଜିତ ସମ୍ପତ୍ତି ଚିହ୍ନଟ କରିବା (ନିୟମ ୫୮ (ଙ))

  1. ରାଜ୍ୟ ସରକାର କିମ୍ବା ଯଥାସ୍ଥିତି କେନ୍ଦ୍ର ସରକାରଙ୍କ ଦ୍ଵାରା ଯଥାର୍ଥ ଭାବେ ପ୍ରାଧିକୃତ ପୋଲିସର ଡେପୁଟି ଇନିସପେକ୍ଟର ଜେନେରାଲ ସ୍ତରରୁ କମ ହୋଇନଥିବା ଜଣେ ଅଫିସର ଅବୈଧଭାବେ ଅର୍ଜିତ ସମ୍ପତ୍ତି ଥିବା କୌଣସି ବ୍ୟକ୍ତିଙ୍କ ବିପକ୍ଷରେ କ୍ଷମତାପନ୍ନ ପ୍ରାଧିକାରୀଙ୍କ ଠାରୁ ଏକ ଅଭିଯୋଗ ପାଇବା ଥିବା କୌଣସି ବ୍ୟକ୍ତିଙ୍କ ଦ୍ଵାରା  ଅବୈଧଭାବେ ଅର୍ଜିତ ସମ୍ପତ୍ତି ଟ୍ରେସିଂ  ଏବଂ ଚିହ୍ନଟ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଗ୍ରସର ହେବେ   ।
  2. ଉପ-ଦଫା (1) ରେ ସୂଚିତ ପଦକ୍ଷେପଗୁଡିକ, କୌଣସି ତଦନ୍ତ, ଅନୁସନ୍ଧାନ କିମ୍ବା କୌଣସି ବ୍ୟକ୍ତି ,  ସ୍ଥାନ,  ସମ୍ପତ୍ତି ,  ଆସବାବପତ୍ର, ଦସ୍ତାବିଜ , କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରେ ହିସାବ ବହି କିମ୍ବା ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ପ୍ରାସଙ୍ଗିକତା ପଦକ୍ଷେପ ଅନ୍ତର୍ଭୁକ୍ତ ହେବ   ।
  3. ଉପ-ଦଫା (2) ରେ ସୂଚିତ କୌଣସି ଅନୁସନ୍ଧାନ, ତଦନ୍ତ କିମ୍ବା ସର୍ଭେ କ୍ଷମତାପନ୍ନ ପ୍ରାଧିକାରୀଙ୍କ ଦ୍ଵାରା ତିଆରି ହୋଇଥିବା ସେପରି ନିର୍ଦ୍ଦେଶାବଳୀ କିମ୍ବା ମାର୍ଗଦର୍ଶକ ଅନୁଯାୟୀ ଉପ-ଦଫା (1) ରେ ଉଲ୍ଲିଖିତ କୌଣସି ଅଫିସରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବା   ।

ଅବୈଧଭାବେ ଅର୍ଜିତ ସମ୍ପତ୍ତି ଅଚଳ କରିବା କିମ୍ବା ଜବତ କରିବା ( ନିୟମ  ୫୮ (ଚ))

  1. ଯେଉଁ କ୍ଷେତ୍ରରେ ଦଫା 58 – ଙ ଅନୁଯାୟୀ ଏକ ତଦନ୍ତ ବା ଅନୁସନ୍ଧାନ ପରିଚାଳନା କରୁଥିବା କୌଣସି ଅଫିସରଙ୍କର ବିଶ୍ଵାସ କରିବାର କାରଣ ଥାଏ ଯେ କୌଣସି ସଂପତ୍ତି ଯାହା ସମ୍ବନ୍ଧରେ ସେପରି ତଦନ୍ତ ବା ଅନୁସନ୍ଧାନ ପରିଚାଳନା ହୋଇଥାଏ ତାହା ଅବୈଧ ଭାବେ ସଂପତ୍ତି ଅଟେ ଏବଂ ସେହି ସଂପତ୍ତି ସମ୍ଭବତଃ ଯେ କୌଣସି ପ୍ରଣାଳୀରେ ଲୁକକାୟିତ, ସ୍ଥାନତାରିତ କିମ୍ବା କାରବାର ହୋଇଥାଏ ଯାହା ଏହି ଅଧ୍ୟାୟ ଅନୁଯାୟୀ ସେହି ସଂପତ୍ତି ବ୍ୟାଜ୍ୟାପ୍ତି ସମ୍ବନ୍ଧିତ କୌଣସି କାର୍ଯ୍ୟବିଧି ହତୋତ୍ସାହର ଫଳ ସ୍ୱରୂପ ହୋଇଥାଏ  ସେହି କ୍ଷେତ୍ରରେ ସେ ସେହି ସଂପତ୍ତି ଜବତ କରିବା ପାଇଁ ଏକ ଆଦେଶ ଜାରି କରିପାରିବେ ଏବଂ ଯେଉଁ କ୍ଷେତ୍ରରେ ସେହି ସଂପତ୍ତି ଜବତ କରିବାକୁ ଏହା ସାଧ୍ୟ ହୋଇ ନଥାଏ,  ସେହି କ୍ଷେତ୍ରରେ ସେ ଆଦେଶ ଜାରି କରିବେ ଯେ ସେପରି ଆଦେଶ ଜାରି କରିଥିବା ଅଫିସର କିମ୍ବା ଦକ୍ଷ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବ୍ୟତୀତ ସେହି ସଂପତ୍ତି ସ୍ଥାନାନ୍ତରିତ ହୋଇପାରିବ ନାହିନ କିମ୍ବା ଅନ୍ୟାଥା କାରବାର ହୋଇପାରିବ ନାହିଁ ଏବଂ ସେହି ଆଦେଶର ଏକ ନକଲ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ ହେବ   ।
  2. ଉଲ୍ଲେଖଥାଉ ଯେ ସେହି ଆଦେଶର ଏକ ନକଲ ଜାରି ହେବାର 48 ଘଣ୍ଟା ମଧ୍ୟରେ ଦକ୍ଷ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ   ।

  3. ଉପ-ଦଫା (1) ଅନୁଯାୟୀ ଜାରି ହୋଇଥିବା କୌଣସି ଆଦେଶ ଫଳପ୍ରଦ ହେବ ନାହିଁ   ଯଦି ଏହି ଆଦେଶ ଜାରିର ତିରିଶ ଦିନ ମଧ୍ୟରେ କ୍ଷମତାପନ୍ନ ପ୍ରାଧିକାରୀଙ୍କ ଆଦେଶ ଦ୍ଵାରା ଉକ୍ତ ଆଦେଶ କାଏମ ହୋଇ ନ ଥାଏ   ।

ସ୍ପଷ୍ଟୀକାରଣ  :- ଏହି ଦଫା ଉଦ୍ଦେଶ୍ୟରେ ସଂପତ୍ତିର ଅନ୍ତରଣ ଅର୍ଥ କୌଣସି ହସ୍ତାନ୍ତରଣ , ସମର୍ପଣ , ବନ୍ଦୋବସ୍ତ , ଦାନ ଅର୍ଥପ୍ରଦାନ କିମ୍ବା ମାଲିକ ସ୍ଵତ୍ତ୍ଵ ପରିବର୍ତ୍ତନ ଏବଂ ପୂର୍ବଗାମୀର ବ୍ୟାପକତା ସୀମିତ କରିବା ବିନା ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ କରେ।

  • ସଂପତ୍ତିର ଏକ ଟ୍ରଷ୍ଟର ସୃଷ୍ଟି;
  • ସଂପତ୍ତିରେ କୌଣସି ଲିଜ୍ ବା ପଟ୍ଟା ମଞ୍ଜୁର କିମ୍ବା ସୃଷ୍ଟି, ବନ୍ଧକ, ଦେୟ ଭୋଗ ଅଧିକାର, ଲାଇସେନସ, କ୍ଷମତା, ଭାଗୀଦାରୀ କିମ୍ବା ସୁଧ
  • ନିଯୁକ୍ତିର କ୍ଷମତା ପ୍ରୟୋଗ,  ସଂପତ୍ତିର ମାଲିକ ହୋଇନଥିବେ କୌଣସି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ସଂପତ୍ତି , କ୍ଷମତାର ଦାନଗ୍ରାହୀ ବ୍ୟତୀତ କୌଣସି ବ୍ୟକ୍ତିଙ୍କ ସପକ୍ଷରେ ଏହାର ପରିଚାଳନା ନିର୍ଣ୍ଣୟ କରିବାକୁ ଏବଂ,
  • ତାଙ୍କ ନିଜ ସଂପତ୍ତିର ମୂଲ୍ୟ ପ୍ରତ୍ୟକ୍ଷ ଭାବେ କିମ୍ବା ଅପ୍ରତ୍ୟକ୍ଷଭାବେ ହ୍ରାସ କରିବାକୁ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିର ମୂଲ୍ୟ ବୃଦ୍ଧି କରିବାକୁ ତଦ୍ଵାରା ଜଡିତ କୌଣସି ବ୍ୟକ୍ତିଙ୍କ ଦ୍ଵାରା କୌଣସି କାରବାରରେ ଅଂଶ ଗ୍ରହଣ କରିବା   ।

ବ୍ୟାଜ୍ୟାପ୍ତ କିମ୍ବା ଜବତ ହୋଇଥିବା ସଂପତ୍ତିର ପରିଚାଳନା ( ନିୟମ   ୫୮ (ଛ))

  1. ଅଫିସିଆଲ ଗେଜେଟରେ ପ୍ରକାଶିତ ଆଦେଶ ଦ୍ଵାରା ରାଜ୍ୟ ସରକାର ଜଣେ ପ୍ରଶାସକଙ୍କ କାର୍ଯ୍ୟ ସଂପାଦାନ କରିବାକୁ , ଯେପରି ଉପଯୁକ୍ତ ବିବେଚନା କରିବେ ସେପରି ସଂଖ୍ୟକ ଅଫିସରମାନଙ୍କୁ ନିଯୁକ୍ତ କରିବେ   (ଯେ କି ଜଙ୍ଗଲ ସଂରକ୍ଷକ ପାହ୍ୟାତଳକୁ ହୋଇନ ଥିବେ )
  2. ଉପ-ଦଫା (୧) ଅନୁଯାୟୀ ନିଯୁକ୍ତ ପ୍ରଶାସକ ସମ୍ପତ୍ତି ଗ୍ରହଣ ଏବଂ ପରିଚାଳନା କରିବେ ଯାହା , ସମ୍ବନ୍ଧରେ ଏକ ଆଦେଶ ପ୍ରଣାଳୀରେ ଏବଂ ନିର୍ଧାରିତ ପ୍ରକାରେ ସେହି ସର୍ତ୍ତ ସାପେକ୍ଷରେ ଦଫା ୫୮-୧ ଅନୁଯାୟୀ କିମ୍ବା ଦଫା ୫୮ ଚ ରେ ଉପ-ଦଫା (୧)  ଅନୁଯାୟୀ ଜାରି ହୋଇଥାଏ   ।
  3. ରାଜ୍ୟ ସରକାର ଯେପରି ନିର୍ଦ୍ଦେଶ କରିବେ , ପ୍ରଶାସକ ସେପରି ପଦକ୍ଷେପ ସଂପତ୍ତି ନିକାଶ କରିବାକୁ ଗ୍ରହଣ କରିବେ, ଯାହା ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତ ହୋଇଥାଏ ।

ସଂପତ୍ତିର ବ୍ୟାଜ୍ୟାପ୍ତିକରଣ ନୋଟିସ  (ନିୟମ ୫୮ (ଜ))

  1. ଯେଉଁ ବ୍ୟକ୍ତିଙ୍କୁ ଏହି ଅଧ୍ୟାୟ ପ୍ରଯୁଜ୍ୟ ତାଙ୍କ ଦ୍ଵାରା ଅଧିକୃତ ସଂପତ୍ତିର ମୂଲ୍ୟ ସମ୍ବନ୍ଧରେ ଯଦି ଗ୍ରହଣ ହୋଇଥାଏ ତାହା ଦ୍ଵାରା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଆୟ, ରୋଜଗାର ବା ମୂଲ୍ୟବାନ ସଂପତ୍ତିର ତାଙ୍କର ଜ୍ଞାତ ଉତ୍ସ ଏବଂ ଦଫା 58- ଙ କିମ୍ବା ଅନ୍ୟଥା ଅନୁଯାୟୀ ଏକ ତଦନ୍ତ କରୁଥିବା କୌଣସି ଅଫିସରଙ୍କ ଠାରୁ ଏକ ରିପୋର୍ଟ ପାଇବା ଫଳରେ ଏହାକୁ ଉପଲ୍ଲବ୍ଧ ଅନ୍ୟ କୌଣସି ତଥା କିମ୍ବା ଉପାଦାନ ଦ୍ଵାରା କ୍ଷମତାପନ୍ନ ପ୍ରାଧିକାରୀ ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ବିଶ୍ଵାସ କରନ୍ତି ଯେ ସେହି ସଂପତ୍ତିର ସମସ୍ତ ବା କିଛି ଅଂଶ ଅବୈଧଭାବେ ଅର୍ଜିତ ହୋଇଛି,  ଏହା ସେହି ବ୍ୟକ୍ତିଙ୍କ ଉପରେ ଏକ ନୋଟିସ ଜାରି କରିଥାଏ (ଏତତପରେ ପ୍ରଭାବିତ ବ୍ୟକ୍ତି ରୂପେ କଥିତ ) ନୋଟିସର ବିନିର୍ଦ୍ଧିଷ୍ଟ ତିରିଶ ଦିନ ମଧ୍ୟରେ ସେହି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ ଡକାଇବେ, କାହିଁକି ସେହି ସଂପତ୍ତିର ଯଥାସ୍ଥିତି ସମସ୍ତ ବା କିଛି ଏହି ଅଧ୍ୟାୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତ ଏବଂ ଅବୈଧଭାବେ ଅର୍ଜିତ ସଂପତ୍ତି ବୋଲି ଘୋଷିତ ହୋଇନାହିଁ ଏବଂ ତାଙ୍କ ମୋକଦ୍ଦମା ସପକ୍ଷରେ ତାଙ୍କ ଆୟ, ରୋଜଗାର କିମ୍ବା ମୂଲ୍ୟବାନ ସଂପତ୍ତିର ଉତ୍ସ ସୂଚିତ କରେ ଯେଉଁଥିରୁ କିମ୍ବା ଯାହା ଦ୍ଵାରା ସେହି ସମ୍ପତି ସେ ଅର୍ଜନ କରିଥାଏ,  ସାକ୍ଷ୍ୟ ବା ପ୍ରମାଣ ଯାହା ଉପରେ ସେ ବିଶ୍ଵାସ କରନ୍ତି ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକତା ତଥ୍ୟ ଏବଂ ନିର୍ଦ୍ଧିଷ୍ଟ ବିବରଣୀ   ।
  2. ଯେଉଁ କ୍ଷେତ୍ରରେ ଉପ-ଦଫା (1) ଅନୁଯାୟୀ ଏକ ନୋଟିସ କୌଣସି ବ୍ୟକ୍ତିଙ୍କୁ କୌଣସି ସମ୍ପତ୍ତି ବିନିର୍ଦ୍ଧିଷ୍ଟ କରେ ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ସେହି ବ୍ୟକ୍ତିଙ୍କ ତରଫରୁ ଅଧିକୃତ ହୋଇଥାଏ ସେହି କ୍ଷେତ୍ରରେ ନୋଟିସର ଏକ ନକଲ ସେହି ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦାନ ହେବ   ।

ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସଂପତ୍ତିର ବ୍ୟାଜ୍ୟାପ୍ତିକରଣ( ନିୟମ ୫୮ (ଜ))

  1. କ୍ଷମତାପନ୍ନ ପ୍ରାଧିକାରୀ ସ୍ପଷ୍ଟୀକରଣ ଯଦି ଥାଏ ତାହା ବିଚାର କରିବା ପରେ ଦଫା 58- ଜ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବାକୁ   ।  ଏହା ପୂର୍ବରୁ ଉପଲ୍ଲବ୍ଧ ଉପାଦାନ ଏବଂ ପ୍ରଭାବିତ ବ୍ୟକ୍ତିଙ୍କୁ ପ୍ରଦାନ କରିବା ପରେ ଏବଂ ଏକ ମକଦ୍ଦମାରେ ଯେଉଁ କ୍ଷେତ୍ରରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରିବା ପରେ ଏବଂ ଏକ ମକଦ୍ଦମାରେ ଯେଉଁ କ୍ଷେତ୍ରରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ନୋଟିସରେ ବିନିର୍ଦ୍ଧିଷ୍ଟ କୌଣସି ସଂପତ୍ତି ପ୍ରଭାବିତ ବ୍ୟକ୍ତିଅକ୍ତିଆର କରେ ସେହି ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ କରି ଏକ ସିଦ୍ଧାନ୍ତ ଲିପିବଦ୍ଧ କରିବେ, ସମ୍ପୃକ୍ତ ସଂପତ୍ତିର ସମସ୍ତ କିମ୍ବା କିଛି ଅବୈଧଭାବେ ଅର୍ଜିତ ସଂପତ୍ତି ହୋଇଥାଉ ବା ନ ଥାଉ  ।
  2. ଉଲ୍ଲେଖଥାଉ ଯେ ଯଦି ପ୍ରଭାବିତ ବ୍ୟକ୍ତି   (ଏବଂ ଏକ ମକଦ୍ଦମାରେ ଯେଉଁ କ୍ଷେତ୍ରରେ ନୋଟିସରେ ବିନିର୍ଦ୍ଧିଷ୍ଟ କୌଣସି ସଂପତ୍ତି ପ୍ରଭାବିତ  ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଅଧିକାର କରିଥାଏ ସେହି ଅନ୍ୟ ବ୍ୟକ୍ତି ମଧ୍ୟ  ) କ୍ଷମତାପନ୍ନ ପ୍ରାଧିକାର ସମକ୍ଷରେ ହଜାର ହୋଇ ନ ଥାନ୍ତି କିମ୍ବା କାରଣ ଦର୍ଶାଅ ନୋଟିସରେ ବିନିର୍ଦ୍ଧିଷ୍ଟ ତିରିଶ ଦିନ ସମୟ ମଧ୍ୟରେ ଏହା ପୂର୍ବରୁ ତାଙ୍କ ମକଦ୍ଦମା ଉପସ୍ଥାପନା କରି ନ ଥାନ୍ତି ତେବେ କ୍ଷମତାପନ୍ନ ପ୍ରାଧିକାରୀ ଏହା ପୂର୍ବରୁ ଉପଲ୍ଲବ୍ଧ ପ୍ରମାଣ ବା ସାକ୍ଷ୍ୟ ଭିତ୍ତିରେ ଏକ ତରଫା ଏହି ଉପ-ଦଫାନୁଯାୟୀ ଏକ ସିଦ୍ଧାନ୍ତ ଲିପିବଦ୍ଧ କରିବାକୁ ଅଗ୍ରସର ହେବେ   ।

  3. ଯେଉଁ କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ ସନ୍ତୁଷ୍ଟ ହୁଅନ୍ତି ଯେ କାରଣ ଦର୍ଶାଅ ନୋଟିସରେ ଉଲ୍ଲିଖିତ ସଂପତ୍ତିର କେତେକ ଅବୈଧଭାବେ ଅଧିକୃତ ସଂପତ୍ତି ଅଟେ ମାତ୍ର ବିଶେଷଭାବରେ ସେହି ସଂପତ୍ତି ଚିହ୍ନଟ କରିବାକୁ ସମର୍ଥ ହୋଇ ନ ଥାଏ ସେହି କ୍ଷେତ୍ରରେ ସଂପତ୍ତି ବିନିର୍ଦ୍ଧିଷ୍ଟ କରିବାକୁ କ୍ଷମତାପନ୍ନ ପ୍ରାଧିକାରୀଙ୍କ ପାଇଁ ଏହା ଆଇନ ସମ୍ମତ ହେବ ଯାହା ଏହାର ଯଥୋଚିତ ବିଚାର କରିବାକୁ ଅବୈଧଭାବେ ଅର୍ଜିତ ସଂପତ୍ତି ଅଟେ ଏବଂ ସେ ଉପ-ଦଫା (1) ଅନୁଯାୟୀ ନବେ ଦିନ ସମୟ ମଧ୍ୟରେ ତଦନୁସାରେ ସିଦ୍ଧାନ୍ତ ଲିପିବଦ୍ଧ କରିବେ   ।
  4. ଯେଉଁ କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ ଏହି ଦଫାନୁଯାୟୀ ଏକ ସିଦ୍ଧାନ୍ତ ସେହି ମାର୍ଗରେ ଲିପିବଦ୍ଧ କରିଥାନ୍ତି ଯେ କୌଣସି ସଂପତ୍ତି ଅବୈଧଭାବେ ଅର୍ଜିତ ସଂପତ୍ତି ଅଟେ ସେହି କ୍ଷେତ୍ରରେ ଏହା ଘୋଷଣା ହେବ ଯେ ସେହି ସଂପତ୍ତି ଏହି ଅଧ୍ୟାୟର ବ୍ୟବସ୍ଥା ସାପେକ୍ଷରେ , ସମସ୍ତ ଋଣଭାରରୁ ମୁକ୍ତ ହୋଇ ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତ ରହିବ   ।
  5. ଯଦି ପ୍ରଭାବିତ ବ୍ୟକ୍ତି ପ୍ରତିପାଦନକରିଥାନ୍ତି ଦଫା ୫୮ – ଜ ଅନୁଯାୟୀ ଜାରି ହୋଇଥିବା ନୋଟିସରେ ବିନିର୍ଦ୍ଧିଷ୍ଟ ସମ୍ପତ୍ତି ଏକ ଅବୈଧଭାବେ ଅର୍ଜିତ ସମ୍ପତ୍ତି ନୁହେଁ ଏବଂ ତେଣୁ ଆଇନାନୁଯାୟୀ ବ୍ୟାଜ୍ୟାପ୍ତ ହୋଇଛି ବୋଲି ଦାୟୀ ନୁହେଁ ତେବେ ଉକ୍ତ ନୋଟିସ ପ୍ରତ୍ୟାହାର ହେବ ଏବଂ ସମ୍ପତ୍ତି ତତକ୍ଷଣାତ ଖଲାସ ବା ଛାଡ ହେବ   ।
  6. ଯେଉଁ କ୍ଷେତ୍ରରେ ଏକ କମ୍ପାନୀରେ କୌଣସି ଅଂଶ ଏହି ଅଧ୍ୟାୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତ ହୋଇଥାଏ ସେହି କ୍ଷେତ୍ରରେ କମ୍ପାନୀ ,  କମ୍ପାନୀ ଆଇନ,  1956 (1/1956) କିମ୍ବା କମ୍ପାନୀ ସଂଘର ନିୟମରେ ଅନ୍ତର୍ଭୁକ୍ତ କୌଣସି ବିଷୟ ସତ୍ତ୍ୱେ ତତକ୍ଷଣାତ ସେହି ଅଂଶର ଅନ୍ତରଣଗ୍ରାହୀ ରୂପେ ରାଜ୍ୟ ସରକାର ରେଜିଷ୍ଟର କରିବେ   ।

ପ୍ରମାଣ ଦାୟିତ୍ଵ ( ନିୟମ ୫୮ (ଞ))

ଏହି ଅଧ୍ୟାୟ ଅନୁଯାୟୀ କୌଣସି କାର୍ଯ୍ୟବିଧିରେ ପ୍ରମାଣ କରିବାର ଦାୟିତ୍ଵ ଏହା ଯେ ଦଫା 58- ଜ – ଅନୁଯାୟୀ କୌଣସି କାର୍ଯ୍ୟବିଧିରେ ପ୍ରମାଣ କରିବାର ଦାୟିତ୍ଵ ଏହା ଯେ ଦଫା 58- ଯ ଅନୁଯାୟୀ ପ୍ରଦାନ ହୋଇଥିବା ନୋଟିସରେ ବିନିର୍ଦ୍ଧିଷ୍ଟ କୌଣସି ସମ୍ପତ୍ତି ଅବୈଧଭାବେ ଅର୍ଜିତ ସଂପତ୍ତି ନୁହେଁ ଯାହା ପ୍ରଭାବିତ ବ୍ୟକ୍ତିଙ୍କ ଉପରେ ହେବ  ।

ବ୍ୟାଜ୍ୟାପ୍ତିକାରଣ ପରିବର୍ତ୍ତେ ଜୋରିମାନା ( ନିୟମ ୫୮ (ଟ))

  1. ଯେଉଁ କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ ଘୋଷଣା କରନ୍ତି ଯେ ଦଫା 58- 1 ଅନୁଯାୟୀ କୌଣସି ସଂପତ୍ତି ରାଜ୍ୟ ସରକାରଙ୍କ ନିକଟରେ ବ୍ୟାଜ୍ୟାପ୍ତ ରହିବ ଏବଂ ଏହା ଏକ ମକଦ୍ଦମା ଅଟେ ଯେଉଁକ୍ଷେତ୍ରରେ ଅବୈଧଭାବେ ଅର୍ଜିତ ସଂପତ୍ତିର କେବଳ ଏକ ଅଂଶର ଉତ୍ସ କ୍ଷମତାପନ୍ନ ପ୍ରାଧିକାରୀଙ୍କ ସନ୍ତୋଷ ନିମନ୍ତେ ପ୍ରମାଣିତ ହୋଇ ନଥାଏ  ।  ସେହି କ୍ଷେତ୍ରରେ ପ୍ରଭାବିତ ବ୍ୟକ୍ତିଙ୍କୁ ସେହି ଅଂଶର ବଜାର ମୂଲ୍ୟ ସହ ସମାନ ମୂଲ୍ୟର ଜୋରିମାନା, ବ୍ୟାଜ୍ୟାପ୍ତି ପରିବର୍ତ୍ତେ ପ୍ରଦାନ କରିବାକୁ ଇଚ୍ଛାଧିକାର ପ୍ରଦାନ କରିବା ପାଇଁ ଏକ ଆଦେଶ ଜାରି କରିବେ  ।
  2. ଉପଦଫା (1) ଅନୁଯାୟୀ ଜୋରିମାନା ଧାର୍ଯ୍ୟ କରିବା ପାଇଁ ଏକ ଆବେଦନ ଜାରି କରିବା ପୂର୍ବରୁ ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ ହେବ   ।
  3. ଯେଉଁ କ୍ଷେତ୍ରରେ ପ୍ରଭାବିତ ବ୍ୟକ୍ତି ଉପ-ଦଫା (1) ଅନୁଯାୟୀ ମଞ୍ଜୁର ହୋଇଥିବା ସମୟ ମଧ୍ୟରେ ଜୋରିମାନା ଦେ ପ୍ରଦାନ କରନ୍ତି ସେହି କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ ଦଫା 58- 1 ଅନୁଯାୟୀ ବ୍ୟାଜ୍ୟାପ୍ତକରଣର ଘୋଷଣା ଆଦେଶ ଦ୍ଵାରା ବିଖଣ୍ଡିତ କରିବେ ଏବଂ ତା ଉପରେ ସେହି ସଂପତ୍ତି ମୁକ୍ତ ରହିବ   ।

ନିର୍ଦ୍ଧିଷ୍ଟ ଟ୍ରଷ୍ଟ ସଂପତ୍ତି ସମ୍ବନ୍ଧରେ କାର୍ଯ୍ୟପଦ୍ଧତି ( ନିୟମ ୫୮ (ଠ))

ଦଫା 58- ର ପ୍ରକରଣ (ଖ) ର ଉପ- ପ୍ରକରଣ (VI) ରେ ସୂଚିତ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି କ୍ଷମତାପନ୍ନ ପ୍ରାଧିକାରୀ ଏହାକୁ ଉପଲ୍ଲବ୍ଧ ତଥ୍ୟ ଏବଂ ଉପାଦାନ ଭିତ୍ତିରେ ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ବିଶ୍ଵାସ କରନ୍ତି ଯେ ଟ୍ରଷ୍ଟ ଦ୍ଵାରା ଅକ୍ତିଆର କୌଣସି ସଂପତ୍ତି ଅବୈଧଭାବେ ଅର୍ଜିତ ସଂପତ୍ତି ଅଟେ ତେବେ ଟ୍ରଷ୍ଟର ସ୍ରଷ୍ଟା କିମ୍ବା ଯଥାସ୍ଥିତି ମୂଲ୍ୟବାନ  ସଂପତ୍ତିର ଅଂଶୀଦାରଙ୍କୁ ଏକ ନୋଟିସ ପ୍ରଦାନ କରିବେ, ଯେଉଁ ସଂପତ୍ତିରୁ ବା ସଂପତ୍ତି ଦ୍ଵାରା ସେହି ସଂପତ୍ତି ଟ୍ରଷ୍ଟ ଏବଂ ଟ୍ରଷ୍ଟିମାନଙ୍କ ଦ୍ଵାରା ଅର୍ଜିତ ହୋଇଥିଲା  ।  ସେହି ସଂପତ୍ତିରୁ କେଉଁଠାରୁ ଟଙ୍କା ଆସି କିମ୍ବା କେଉଁ ମୂଲ୍ୟବାନ ସମ୍ପତ୍ତି ଦ୍ଵାରା ଅର୍ଜିତ ହୋଇଥିଲା ତାହା ବୁଝାଇବାକୁ ସେମାନଙ୍କୁ ନୋଟିସ ବିନିର୍ଦ୍ଧିଷ୍ଟ ତିରିଶ ଦିନ ସମୟ ମଧ୍ୟରେ ଅନୁନୟ କରିବେ କିମ୍ବା ଯଥାସ୍ଥିତି କେଉଁଠାରୁ ଟଙ୍କା ଆସି ବା ମୂଲ୍ୟବାନ ସଂପତ୍ତି ଦ୍ଵାରା ସେହି ସଂପତ୍ତି ଅର୍ଜନ କରିବା ପାଇଁ ଟ୍ରଷ୍ଟକୁ ସାହାଯ୍ୟ କରାଯାଇଥିଲା ଏବଂ ତା ଉପରେ ସେହି ନୋଟିସ ଦଫା 58 ଜ ଅନୁଯାୟୀ ପ୍ରଦତ୍ତ ଏକ ନୋଟିସ ବୋଲି ବିବେଚିତ ହେବ ଏବଂ ସେହି ଅଧ୍ୟାୟ ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ତଦନୁଯାୟୀ ପ୍ରଯୁଜ୍ୟ ହେବ   ।

ସ୍ପଷ୍ଟୀକରଣ   :- ଏହି ଦଫା ଉଦ୍ଦେଶରେ “ ଅବୈଧଭାବେ ଅର୍ଜିତ ସଂପତ୍ତି“ କୌଣସି ସଂପତ୍ତି ସମ୍ବନ୍ଧରେ ଟ୍ରଷ୍ଟରେ ରହିବ ଯାହା ନିମ୍ନଲିଖିତ ଅନୁଯାୟୀ ଅନ୍ତର୍ଭୁକ୍ତ   ।

  • କୌଣସି ସଂପତ୍ତି ଯାହା ଟ୍ରଷ୍ଟର ସ୍ରଷ୍ଟା କିମ୍ବା ଟ୍ରଷ୍ଟକୁ ସେହି ସଂପତ୍ତିର ଅଂଶଦାରିଙ୍କ ଦ୍ଵାରା ଅଧିକୃତ ବୋଲି ନିରବଚ୍ଚିନ୍ନ ଥିଲା ତାହା ସେହି ସ୍ରଷ୍ଟ୍ରା କିମ୍ବା ଅଂଶଦାରୀଙ୍କ ସମ୍ବନ୍ଧରେ ଅବୈଧ ଭାବେ ଅର୍ଜିତ ସଂପତ୍ତି ହୋଇଥାଏ   ।
  • କୌଣସି ବ୍ୟକ୍ତିଙ୍କ ଦ୍ଵାରା ହୋଇଥିବା କୌଣସି ସାହାଯ୍ୟରୁ ଟ୍ରଷ୍ଟ ଦ୍ଵାରା କୌଣସି ସଂପତ୍ତି ଯାହା ସେହି ବ୍ୟକ୍ତିଙ୍କ ସମ୍ବନ୍ଧରେ ଅବୈଧଭାବେ ଅର୍ଜିତ ସଂପତ୍ତି ହୋଇଥାଏ   ।

କେତେକ ଅନ୍ତରଣ ବାତିଲ ଓ ବ୍ୟର୍ଥ ହୋଇଥାଏ ( ନିୟମ ୫୮ (ଡ))

ଯେଉଁ କ୍ଷେତ୍ରରେ ଦଫା 58 – ଚ ର ଉପ-ଦଫା (1) ଅନୁଯାୟୀ ଏକ ଆଦେଶ ଜାରି କରିବା ପରେ କିମ୍ବା 58- ଜ କିମ୍ବା 58-ଠ ଅନୁଯାୟୀ ଏକ ନୋଟିସ ନିର୍ଗମନ କରିଆବା ପରେ ଉକ୍ତ ଆଦେଶ କିମ୍ବା ନୋଟିସରେ ସୂଚିତ କୌଣସି ସଂପତ୍ତି ଯେମିତି ହେଲେ , କୌଣସି ଉପାୟରେ ଅନ୍ତରଣ ହେବ,  ସେହି ଅନ୍ତରଣ, ଏହି ଅଧ୍ୟାୟ ଅନୁଯାୟୀ କାର୍ଯ୍ୟବିଧି ଉଦ୍ଦେଶ୍ୟରେ ଉପେକ୍ଷିତ ହେବ ଏବଂ ଯଦି ସେହି ସଂପତ୍ତି ଦଫା 58- ଝ ଅନୁଯାୟୀ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ କାଳରେ ବ୍ୟାଜ୍ୟାପ୍ତ ହୋଇଥାଏ,  ତେବେ ସେହି ସଂପତ୍ତିର ଅନ୍ତରଣ ବାତିଲ ଓ ବ୍ୟର୍ଥ ବୋଲି ବିବେଚିତ ହେବ   ।

ଅପିଲ ଟ୍ରିବ୍ୟୁନାଲର ଗଠନ ( ନିୟମ ୫୮ ( ଢ))

  1. ରାଜ୍ୟ ସରକାର ଅଫିସିଆଲ ଗେଜେଟରେ ବିଜ୍ଞପ୍ତି ଦ୍ଵାରା ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତି ପାଇଁ ଏକ ଅପିଲ ଟ୍ରିବ୍ୟୁନାଲ ଗଠନ କରିବେ ଯାହା ଜଣେ ଚେୟାରମ୍ୟାନ ଏବଂ ସେପରି ସଂଖ୍ୟକ ଅନ୍ୟାନ୍ୟ ସଦସ୍ୟଙ୍କୁ ନେଇ ଗଠିତ ହୋଇଥାଏ,  ( ସରକାରଙ୍କ ଜଣେ ମୁଖ୍ୟ ସଚିବଙ୍କ ପାହ୍ୟା ତଳକୁ ହୋଇ ନ ଥିବା ରାଜ୍ୟ ସରକାରଙ୍କ ଅଫିସରମାନେ  ) ଯେପରି ରାଜ୍ୟ ସରକାରଙ୍କ ଉପଯୁକ୍ତ ମାନେ କରନ୍ତି, ଦଫା 58- ଚ, ଦଫା 58- ଝ , ଦଫା 58-ଟ  କିମ୍ବା ଦଫା 58-ଠ, ଉପଦଫା (1) ଅନୁଯାୟୀ ହୋଇଥିବା ଆଦେଶ ବିପକ୍ଷରେ ଅପିଲ ଶୁଣାଣୀ ପାଇଁ ସେହି ସରକାରଙ୍କ ଦ୍ଵାରା ନିଯୁକ୍ତ ହେବେ   ।
  2. ଅପିଲ ଟ୍ରିବ୍ୟୁନାଲର ଚେୟାରମ୍ୟାନ ଜଣେ ବ୍ୟକ୍ତି ହେବେ  ଯେ କି ଏକ ଉଚ୍ଚ ନ୍ୟାୟଳୟର ଜଣେ ବିଚାରକ ବା ଜଜ ହେବାର ଯୋଗ୍ୟତା ଥିବ   ।
  3. ଚେୟାରମ୍ୟାନ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କର ସେବା ନିବନ୍ଧନ ଏବଂ ସର୍ତ୍ତାବଳୀ ନିର୍ଦ୍ଧାରିତ ପ୍ରକାରେ ସେପରି ହେବ।

ଅପିଲ ( ନିୟମ ୫୮ (ଣ))

  1. ଦଫା 58- ଚ , ଦଫା 58- ଝ , ଦଫା 58-ଟ  କିମ୍ବା ଦଫା 58-ଠ , ଉପଦଫା (1) ଅନୁଯାୟୀ କ୍ଷମତାପନ୍ନ ପ୍ରାଧିକାରୀଙ୍କ କୌଣସି ଆଦେଶ ଦ୍ଵାରା କୌଣସି ବ୍ୟକ୍ତି ବ୍ୟଥିତ ହେଲେ,  ତାଙ୍କୁ ପ୍ରଦାନ କରାଯାଇଥିବା ଆଦେଶ ତାରିଖରୁ ପଈଁଚାଳିଶି ଦିନ ମଧ୍ୟରେ ଅପିଲ ଟ୍ରିବ୍ୟୁନାଲକୁ ଅପିଲ କରିବେ;
  2. ଉଲ୍ଲେଖ ଥାଉ ଯେ ଅପିଲ ଟ୍ରିବ୍ୟୁନାଲ, ପଈଁତିରିଶ ଦିନର ଉକ୍ତ ସମୟ ପରେ ମାତ୍ର ଷାଠିଏ ଦିନ ପରେ ନୁହେଁ ଏକ ଅପିଲ ଗ୍ରହଣ କରିବେ, ଉପରୋକ୍ତ ତାରିଖରୁ ଯଦି ଏହା ସନ୍ତୋଷଜନକ ହୋଇଥାଏ, ଯେ ଠିକ ସମୟରେ ଅପିଲ ଦାଏର କରିବାକୁ ଅପିଲକାରୀ ଯଥେଷ୍ଟ କରଣ ଦ୍ଵାରା ନିବାରିତ ହୋଇଥିଲେ   ।

  3. ଉପ-ଦଫା (1) ଅନୁଯାୟୀ ଅପିଲ ପାଇବା ପରେ ଅପିଲ ଟ୍ରିବ୍ୟୁନାଲ ଅପିଲକାରୀଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରିବା ପରେ ଯଦି ସେ ସେପରି ଇଚ୍ଛା କରନ୍ତି ତେବେ ପୁନଃ ତଦନ୍ତ କରିବା ପରେ ଯେପରି ଉପଯୁକ୍ତ ବିବେଚନା କରିବେ ସେପରି ଅପିଲ ହୋଇଥିବା ଆଦେଶ ବିଷୟରେ କାଏମ, ମାର୍ଜିତ କିମ୍ବା ରଦ୍ଦ କରିବେ   ।
  4. ଅପିଲ ଟ୍ରିବ୍ୟୁନାଲ ଏହାର ନିଜର କାର୍ଯ୍ୟପଦ୍ଧତି ନିୟନ୍ତ୍ରଣ କରିବେ   ।
  5. ଅପିଲ   ଟ୍ରିବ୍ୟୁନାଲଙ୍କୁ ଆବେଦନ କରିବା ପରେ ଏବଂ ନିର୍ଧାରିତ ଶୁଳ୍କ ପ୍ରଦାନ ପରେ, ଅପିଲ ଟ୍ରିବ୍ୟୁନାଲର କୌଣସି ପ୍ରାସଙ୍ଗିକ ରେକର୍ଡ  ଏବଂ ରେଜିଷ୍ଟର , ଦପ୍ତର ସମୟ ମଧ୍ୟରେ ଯେ କୌଣସି ସମୟରେ ନିରୀକ୍ଷଣ କରିବାକୁ ସେହି ପକ୍ଷ ଦ୍ଵାରା ପ୍ରାଧିକୃତ କୌଣସି ବ୍ୟକ୍ତି  କିମ୍ବା କୌଣସି ଅପିଲ କରିବାକୁ ଏକ ପକ୍ଷଙ୍କୁ ଅପିଲ ଟ୍ରିବ୍ୟୁନାଲ ମଞ୍ଜୁର କରିବେ ଏବଂ ଏକ ପ୍ରମାଣିକୃତ ନକଲ କିମ୍ବା ତାହାର କୌଣସି ଅଂଶ ପାଇବେ।

ବର୍ଣ୍ଣନାରେ ତ୍ରୁଟି ପାଇଁ  ଅକାମି ହୋଇଥାଏ ନୋଟିସ କିମ୍ବା ଆଦେଶ ( ନିୟମ ୫୮ (ତ))

ଏହି ଅଧ୍ୟାୟ ଅନୁଯାୟୀ ନିର୍ଗମନ ବା ପ୍ରଦତ୍ତ ନୋଟିସ, ଘୋଷଣା ଏବଂ ଆଦେଶ, ସେଥିରେ ଉଲ୍ଲିଖିତ ବ୍ୟକ୍ତି କିମ୍ବା ସଂପତ୍ତିର ବର୍ଣ୍ଣନାରେ କୌଣସି ତ୍ରୁଟିର କାରଣ ଦ୍ଵାରା ଆକାମୀ ବୋଲି ବିବେଚିତ ହେବ ନାହିଁ ଯଦି ସେହି ସଂପତ୍ତି କିମ୍ବା ବ୍ୟକ୍ତି ସେପରି ଉଲ୍ଲିଖିତ ବର୍ଣ୍ଣନାରୁ ଚିହ୍ନଟଯୋଗ୍ୟ ହୋଇଥାଏ   ।

କ୍ଷେତ୍ରାଧିକାରର ପ୍ରତିଶେଧ ( ନିୟମ  ୫୮ (ଥ))

ଏହି ଅଧ୍ୟାୟାରେ ଯାହା ବ୍ୟବସ୍ଥା କରାଯାଇଥାଏ ତା ବ୍ୟତୀତ ତଦନୁଯାୟୀ ପ୍ରସ୍ତୁତ ଘୋଷଣା କିମ୍ବା ଜାରି ହୋଇଥିବା ଆଦେଶ ଅପିଲଯୋଗ୍ୟ ହେବ ନାହିଁ ଏବଂ କୌଣସି ଦେୱାନୀ ଅଦାଲତଙ୍କର କୌଣସି ଘଟନା ସମ୍ବନ୍ଧରେ କ୍ଷେତ୍ରାଧିକାରୀ ରହିବ ନାହିଁ ଯାହା ଅପିଲ ଟ୍ରିବ୍ୟୁନାଲ କିମ୍ବା କୌଣସି କ୍ଷମତାପନ୍ନ ପ୍ରାଧିକାରୀ ଏହି ଅଧ୍ୟାୟ ଅନୁଯାୟୀ ନିର୍ଣ୍ଣୟ କରିବାକୁ କ୍ଷମତାୟିତ ଅଟନ୍ତି ଏବଂ ଏହି ଅଧ୍ୟାୟ ଅନୁଯାୟୀ ଅର୍ପିତ କୌଣସି କ୍ଷମତାର ଅନୁସରଣରେ ଗୃହିତ କୌଣସି କାର୍ଯ୍ୟ।ନୁଷ୍ଠାନ ସମ୍ବନ୍ଧରେ କୌଣସି ଅଦାଲତ କିମ୍ବା ଅନ୍ୟ ପ୍ରାଧିକାରୀଙ୍କ ଦ୍ଵାରା କୌଣସି ଅଦାଲତ କିମ୍ବା ଅନ୍ୟ ପ୍ରାଧିକାରୀଙ୍କ ଦ୍ଵାରା କୌଣସି ନିଷେଧାଦେଶ ମଞ୍ଜୁର ହେବ ନାହିଁ  ।

ଦେୱାନୀ ଅଦାଲତର କ୍ଷମତା ଥିବା କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲ (ନିୟମ ୫୮ (ଦ))

ଦେୱାନୀ କାର୍ଯ୍ୟବିଧି ସଂହିତା, 1908 (5/1908) ଅନୁଯାୟୀ ଏକ ମକଦ୍ଦମା  ବିଚାର ସମୟରେ ନିମ୍ନଲିଖିତ ଘଟନା ସମ୍ବନ୍ଧରେ ଦେୱାନୀ ଅଦାଲତର ସମସ୍ତ କ୍ଷମତା, କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲଙ୍କର ରହିବ ଯଥା   -

  • କୌଣସି ବ୍ୟକ୍ତିଙ୍କର ହଜିତ ଡାକିବା ବା ସମନ ପାଈଁ ଏବଂ କାର୍ଯ୍ୟକାରୀ  କରିବା ପାଈଁ ଏବଂ ଶପଥ ରେ ତାଙ୍କୁ ପରୀକ୍ଷା କରିବା ପାଈଁ   ।
  • ଦସ୍ତାବିଜଗୁଡିକର ଉପସ୍ଥାପନ ଏବଂ ଆବିଷ୍କାର କରିବା ପାଈଁ   ।
  • ଆଫିଦେଭିତରେ ସାକ୍ଷ୍ୟ ବା ପ୍ରମାଣ ପାଇବା ପାଈଁ
  • କୌଣସି କୋର୍ଟ କିମ୍ବା ଅଫିସରୁ କୌଣସି ସର୍ବ ସାଧାରଣ ରେକର୍ଡ କିମ୍ବା ତାହାର ନକଲ ଅଧିଗ୍ରହଣ ପାଈଁ
  • ଦସ୍ତାବିଜ କିମ୍ବା ସାକ୍ଷ୍ୟମାନଙ୍କର ପରୀକ୍ଷା ପାଈଁ କମିଶନ ବା ଆୟୋଗ ନିର୍ଗମ ପାଈଁ   ।
  • ଅନ୍ୟାନ୍ୟ କୌଣସି ବିଷୟ ଯାହା ନିର୍ଦ୍ଧାରିତ ହୋଇଥାଏ   ।

କ୍ଷମତାପନ୍ନ ପ୍ରାଧିକାରୀଙ୍କୁ ସୂଚନା ( ନିୟମ ୫୮ (ଧ))

  1. ସେହି ସମୟରେ ବଳବତ୍ତର  ଅନ୍ୟ କୌଣସି ଆଇନରେ ଅନ୍ତର୍ଭୁକ୍ତ ଯେ କୌଣସି ବିଷୟ ସତ୍ତ୍ୱେ କ୍ଷମତାପନ୍ନ ପ୍ରାଧିକାରୀଙ୍କର, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଫିସର କିମ୍ବା ପ୍ରାଧିକାରୀଙ୍କୁ, ପ୍ରସଙ୍ଗ ବା ଘଟନାବଳି ଉପରେ ସେହି ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ନିମନ୍ତେ ଆବଶ୍ୟକ କରିବାର କ୍ଷମତା ରହିବ   ।  ଯାହା କ୍ଷମତାପନ୍ନ ପ୍ରାଧିକାରୀଙ୍କ ମତରେ ଏହି ଅଧ୍ୟାୟ ଉଦ୍ଦେଶ୍ୟରେ ବ୍ୟବହାର ଯୋଗ୍ୟ ହେବ   ।
  2. ଦଫା 58- ନ ରେ ସୂଚିତ ପ୍ରତ୍ୟେକ ଅଫିସର , ତାଙ୍କୁ ଉପଲବ୍ଧ କୌଣସି ସୂଚନା କ୍ଷମତାପନ୍ନ ପ୍ରାଧିକାରୀଙ୍କୁ ପ୍ରଦାନ କରିବେ ଯଦି ସେହି ସୂଚନା ଅଫିସରଙ୍କ ମତରେ ଏହି ଅଧ୍ୟାୟ ଉଦ୍ଦେଶ୍ୟରେ କ୍ଷମତାପନ୍ନ ପ୍ରାଧିକାରୀଙ୍କୁ ଦରକାରୀ ହେବ।

ପ୍ରଶାସକ, କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲଙ୍କୁ ସହାୟତା କରିବାକୁ କେତେକ ଅଫିସର( ନିୟମ ୫୮ (ନ))

ଏହି ଅଧ୍ୟାୟ ଅନୁଯାୟୀ କୌଣସି କାର୍ଯ୍ୟବିଧି ଉଦ୍ଦେଶ୍ୟରେ ନିମ୍ନଲିଖିତ ଉଦ୍ଦେଶ୍ୟରେ ଦଫା 58- ଛ ଅନୁଯାୟୀ ନିଯୁକ୍ତ ପ୍ରଶାସକ, କ୍ଷମତାପନ୍ନ ପ୍ରାଧିକାରୀ ଏବଂ ଅପିଲ ଟ୍ରିବ୍ୟୁନାଲଙ୍କୁ ଆବଶ୍ୟକତା ଅନୁଯାୟୀ ସେପରି ସହାୟତା ପ୍ରଦାନ କରିବେ, ଯଥା   -

  • ପୋଲିସ ଅଫିସର
  • ରାଜ୍ୟ ଜଙ୍ଗଲ ବିଭାଗ ଅଫିସର
  • କେନ୍ଦ୍ର ଅର୍ଥନୈତିକ ଗୁପ୍ତ ସୂଚନା ସଂସ୍ଥାର ଅଫିସର
  • ରାଜସ୍ୱ ଗୁପ୍ତସୂଚନା ନିର୍ଦ୍ଦେଶାଳୟ ଅଫିସରମାନେ
  • ଅଫିସିଆଲ ଗେଜେଟରେ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ବିନିର୍ଦ୍ଧିଷ୍ଟ ପ୍ରକାରେ ସେପରି ଅନ୍ୟାନ୍ୟ ଅଫିସର   ।

ଦଖଲ ନେବା କ୍ଷମତା ( ନିୟମ ୫୮ (ପ))

  1. ଯେଉଁ କ୍ଷେତ୍ରରେ ଏହି ଅଧ୍ୟାୟ ଅନୁଯାୟୀ କୌଣସି ସଂପତ୍ତି ରାଜ୍ୟ ସରକାରଙ୍କୁ ବ୍ୟାଜ୍ୟାପ୍ତି ହୋଇଛି ବୋଲି ଘୋଷଣା ହୋଇଥାଏ କିମ୍ବା ଯେଉଁ କ୍ଷେତ୍ରରେ ପ୍ରଭାବିତ ବ୍ୟକ୍ତି ସେହି ଦଫାର ଉପ-ଦଫା (3) ଅନୁଯାୟୀ ସେଥିପାଇଁ ମଞ୍ଜୁର ହୋଇଥିବା ସମୟ ମଧ୍ୟରେ ଦଫା 58-ଟ ର ଉପ-ଦଫା (1) ଅନୁଯାୟୀ ଜୋରିମାନା ଦେ ପ୍ରଦାନ କରିବାକୁ ବିଫଳ ହୁଅନ୍ତି ସେହି କ୍ଷେତ୍ରରେ କ୍ଷମତାପନ୍ନ ପ୍ରାଧିକାରୀ , ପ୍ରଭାବିତ ବ୍ୟକ୍ତି ଏବଂ ସଂପତ୍ତି ଦଖଲରେ ଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଆଦେଶ ପ୍ରଦାନ କରିବେ ଯେ ଦଫା 58- ଛ ଅନୁଯାୟୀ ନିଯୁକ୍ତ ପ୍ରଶାସକଙ୍କୁ କିମ୍ବା ଆଦେଶ ପ୍ରଦାନର ତିରିଶ  ଦିନ ମଧ୍ୟରେ ତାଙ୍କ ଦ୍ଵାରା ଯଥାର୍ଥଭାବେ ପ୍ରାଧିକୃତ କୌଣସି ବ୍ୟକ୍ତିଙ୍କୁ ସେହି ସମ୍ପତିର ଦଖଲ ସମର୍ପଣ କିମ୍ବା ପ୍ରଦାନ କରିବେ   ।
  2. ଯଦି କୌଣସି ବ୍ୟକ୍ତି ଉପ-ଦଫା (1) ଅନୁଯାୟୀ ପ୍ରଦତ୍ତ ଆଦେଶ ପାଳନ କରିବାକୁ ମନା କରନ୍ତି କିମ୍ବା ବିଫଳ ହୁଅନ୍ତି ତେବେ ପ୍ରଶାସନ ସଂପତ୍ତିର ଦଖଲ ନେବେ ଏବଂ ସେହି ଉଦ୍ଦେଶ୍ୟରେ  ଆବଶ୍ୟକତା ଅନୁଯାୟୀ ସେପରି ବଳ ବ୍ୟବହାର କରିବେ   ।
  3. ଉପ- ଦଫା (2) ରେ ଅନ୍ତର୍ଭୁକ୍ତ ଯେ କୌଣସି ବିଷୟ ସତ୍ତ୍ୱେ ପ୍ରଶାସକ ଉପ-ଦଫା (1) ରେ ସୂଚିତ କୌଣସି ସଂପତ୍ତିର ଦଖଲ ନେବା ଉଦ୍ଦେଶ୍ୟରେ ତାଙ୍କୁ ସହାୟକା କରିବାକୁ କୌଣସି ପୋଲିସ ଅଫିସରଙ୍କ ସେବା ବରାଦ କରିବେ ଏବଂ ସେହି ବରାଦ ପାଳନ କରିବାକୁ ଏହା ସେହି ଅଫିସରଙ୍କର କର୍ତ୍ତବ୍ୟ ହେବ   ।

ଭ୍ରମ ସଂଶୋସନକରଣ ( ନିୟମ ୫୮ (ଫ))

ରେକର୍ଡରୁ ଦୃଶ୍ୟମାନ କୌଣସି ଭ୍ରମ ସଂଶୋଧନ କରିବା ଉଦ୍ଦେଶ୍ୟଦରେ କ୍ଷମତାପନ୍ନ ପ୍ରାଧିକାରୀ କିମ୍ବା ଯଥାସ୍ଥିତି ଅପିଲ ଟ୍ରିବ୍ୟୁନାଲ ଆଦେଶ ତାରିଖରୁ ଏକ ବର୍ଷ ସମୟ ମଧ୍ୟରେ ଏତଦ୍ଵାରା ହୋଇଥିବା କୌଣସି ଆଦେଶ ସଂଶୋଧନ କରିପାରିବେ   ।

ଉଲ୍ଲେଖଥାଉ ଯେ ଯଦି କୌଣସି ସଂଶୋଧନ ସମ୍ଭବତଃ କୌଣସି ବ୍ୟକ୍ତିଙ୍କୁ ପ୍ରତିକୂଳାତ୍ମକ ଭାବେ ପ୍ରଭାବିତ କରେ ଏବଂ ଭ୍ରମ ଲେଖନ ପ୍ରକରାର ହୋଇ ନଥାଏ ତେବେ ସେହି ବ୍ୟକ୍ତିଙ୍କୁ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ କରିବା ବିନା ଏହା ହେବ ନାହିଁ।

କାର୍ଯ୍ୟବିଧି ନିମନ୍ତେ ନିର୍ଣ୍ଣାୟକ ହୋଇନଥିବା ଅନ୍ୟ ଆଇନଅନୁସାରେ ସିଦ୍ଧାନ୍ତ ( ନିୟମ ୫୮ (ମ))

ଅନ୍ୟ ଆଇନନାନୁଯାୟୀ କୌଣସି ଅଫିସର କିମ୍ବା ପ୍ରାଧିକାରୀଙ୍କ କୌଣସି ସିଦ୍ଧାନ୍ତ ଏହି ଅଧ୍ୟାୟ ଅନୁଯାୟୀ କୌଣସି କାର୍ଯ୍ୟବିଧି ଉଦ୍ଦେଶ୍ୟରେ ନିର୍ଣ୍ଣାୟକ ହେବ ନାହିଁ   ।

ନୋଟିସ ଏବଂ ଆଦେଶ ପ୍ରଦାନ ( ନିୟମ ୫୮ (ଭ))

ଏହି ଅଧ୍ୟାୟ ଅନୁଯାୟୀ ଜାରି ହୋଇଥିବା କୌଣସି ନୋଟିସ କିମ୍ବା ଆଦେଶ ନିମ୍ନଲିଖିତ ଅନୁଯାୟୀ ପ୍ରଦାନ ହେବ   ।

  • ନୋଟିସ ବା ଆଦେଶ ପ୍ରଦାନ ଦ୍ଵାରା କିମ୍ବା ବ୍ୟକ୍ତିଙ୍କୁ ରେଜେଷ୍ଟ୍ରି ଡାକ ଦ୍ଵାରା ପଠାଇବା ଦ୍ଵାରା ଯାହାଙ୍କୁ ଏହା ଅଭିପ୍ରେତ କିମ୍ବା ତାଙ୍କର ଏଜେଣ୍ଟଙ୍କୁ   ।
  • ଯଦି ପ୍ରକରଣ (କ) ରେ ବ୍ୟବସ୍ଥା କରାଯାଇଥିବା ପ୍ରଣାଳୀରେ ନୋଟିସ ବା ଆଦେଶ ପ୍ରଦାନ କରାଯାଇପରେ ନାହିଁ , ତେବେ ସଂପତ୍ତିରେ ଏକ ସୁପ୍ରକଟ ସ୍ଥାନରେ ଏହା ସଂଲଗ୍ନ  କରାଯିବ ଯାହା ସମ୍ବନ୍ଧରେ ନୋଟିସ କିମ୍ବା ଆଦେଶ ଜାରି ହୋଇଥିବ କିମ୍ବା ପରିସରର କେତେକ ସୁପ୍ରକଟ ସ୍ଥାନରେ ଯେଉଁଠାରେ ସେହି ବ୍ୟକ୍ତି ପୂର୍ବରୁ ବାସ କରୁଥିଲେ କିମ୍ବା ବ୍ୟବସାୟ ଚଲାଉଥିଲେ କିମ୍ବା ବ୍ୟକ୍ତିଗତଭାବେ ଲାଭ ପାଈଁ କାର୍ଯ୍ୟ କରୁଥିଲେ   ।

ସଂପତ୍ତି ଅର୍ଜନ କରିବା ପାଇଁ ଦଣ୍ଡ ଯାହା ସମ୍ବନ୍ଧରେ କାର୍ଯ୍ୟବିଧି ଗ୍ରହଣୀୟ ( ନିୟମ  ୫୮ (ମ))

ଯେଉଁ ବ୍ୟକ୍ତି ଜାଣିଶୁଣି ଯେମିତି ହେଉ ଯେ କୌଣୟ ଉପାୟରେ କୌଣସି ସଂପତ୍ତି ଅର୍ଜନ କରେ ଯାହା ସମ୍ବନ୍ଧରେ ଏହି ଅଧ୍ୟାୟ ଅନୁଯାୟୀ କାର୍ଯ୍ୟବିଧି ବିଚାରଧିନ ଥାଏ, ସେହି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ପଚାଶ ଯାହାର ଟଙ୍କାରୁ ଅଧିକ ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ   ।

ଅବୈଧ ଶିକାର ଏବଂ ବ୍ୟାପାରରୁ ଲାଭ କରିଥିବା ସଂପତ୍ତିର ବ୍ୟାଜ୍ୟାପ୍ତିକରଣ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟ -6 କ ଅନ୍ତର୍ଭୁକ୍ତ କରିବାକୁ ଏହି ପ୍ରକରଣ ଆବଶ୍ୟକ ।  ଏହି ନୂତନ ଅଧ୍ୟାୟ ସମାନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରେ ଯାହା ନିଶ୍ଚେତକ ଔଷଧ ଏବଂ ମାନସିକ ରୋଗ ଉପାଦାନ ଆଇନ 1985 (61/1958) ରେ ବ୍ୟବସ୍ଥା ଅଛି  ।  ଏହି ଅଧ୍ୟାୟର ବ୍ୟବସ୍ଥାଗୁଡିକ ବନ୍ୟ ଜୀବନ (ସୁରକ୍ଷା ) ଆଇନ, 19725 ଅନୁସୂଚି  1 ଏବଂ ଅନୁସୂଚି 2 ଭାଗ 2 ସମ୍ବନ୍ଧରେ ବନ୍ୟ ପଶୁ ଏବଂ ସେମାନଙ୍କର ବ୍ୟୁତ୍ପନ୍ନ ଶିକାର ଏବଂ ଅବୈଧ ବ୍ୟାପାର ସମ୍ପର୍କରେ ସମସ୍ତ କେଶଗୁଡିକ ପ୍ରତି ପ୍ରଯୁଜ୍ୟ ହେବ   ।

ଏହି ସମ୍ବନ୍ଧରେ ଆବଶ୍ୟକୀୟ କ୍ଷମତାଗୁଡିକ ରାଜ୍ୟ ସରକାରଙ୍କୁ ବିଭିନ୍ନ ନୂତନ ଦଫାନୁସାରେ ପ୍ରଦତ୍ତ ହୋଇଛି ବୋଲି ପ୍ରସ୍ତାବିତ ହୋଇଛି, ଯାହା ଅନ୍ୟାନ୍ୟ ବିଷୟ ମଧ୍ୟରେ ସେପରି କାର୍ଯ୍ୟ ଏବଂ ଦଲିଲ (ଦଫା 58- ଙ) , ଅବୈଧଭାବେ ଅର୍ଜିତ ସଂପତ୍ତିର କବାଟ ଏବଂ ଅଚଳ (ଦଫା 58- ଛ ) ଏହି ଅଧ୍ୟାୟ ଅନୁଯାୟୀ ଜବତ ହୋଇଥିଲା କିମ୍ବା ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିର ପରିଚାଳନା (ଦଫା 58- ଛ ) ଏବଂ ନ୍ୟାୟ ନିର୍ଣ୍ଣୟ ଉଦ୍ଦେଶ୍ୟରେ ଅପିଲ ଟ୍ରିବ୍ୟୁନାଲର ଗଠନ  (ଦଫା 58-ଢ) ରୁ ଅବୈଧଭାବେ ଅର୍ଜିତ ସଂପତ୍ତି ଚିହ୍ନଟ କରିବାକୁ ସେମାନଙ୍କୁ କ୍ଷମତାୟିତ କରିବ   ।

ନୂତନ ଅଧ୍ୟାୟ 6- କ ତଥ୍ୟଗୁଡିକୁ ଦ୍ରୁଷ୍ଟିରେ ରାଖୀ ଅନ୍ତର୍ଭୁକ୍ତ ହୋଇଛି ଯେ ବନ୍ୟ ଜୀବନ ଏବଂ ଏହାର ବ୍ୟୁତ୍ପନ୍ଣର ଚୋରୀ କରିବା ଏବଂ ଅବୈଧ ବ୍ୟାପାର ଉଦବେଗଜନକ ସମାନୁପାତ ପହଞ୍ଚାଇଥାଏ  ।  ଏହି ବ୍ୟବସ୍ଥାଗୁଡିକ ଏକ ଦୃଷ୍ଟି ନିବର୍ତ୍ତକ ରୂପେ ସଂଗଠିତ ମାଫିଆମାନଙ୍କ ପାଈଁ କାର୍ଯ୍ୟ କରିଥାଏ   ଯେଉଁମାନଙ୍କ ଅବୈଧ ରୋଜଗାର ମାଧ୍ୟମରେ ଅଧିକ ଧନ ଏବଂ ସଂପତ୍ତି ଠୁଳ ହୋଇ ରହିଥାଏ   ।

ଆଧାର – ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate