অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା)ଓଡ଼ିଶା ନିୟମାବଳୀ,୧୯୭୪(ଅଭୟାରଣ୍ୟ ଏବଂ ଜାତୀୟ ପାର୍କ )

ଜିଲ୍ଲାପାଳଙ୍କ ଦ୍ଵାରା ଉଦଘୋଷଣା ଉପରେ ଦାବି ଓ ଦାବିଦାରଙ୍କୁ ନୋଟିସ

ଜିଲ୍ଲାପାଳଙ୍କ ଦ୍ଵାରା ଉଦଘୋଷଣା ଉପରେ ହୋଇଥିବା ଦାବି

ଯେଉଁ କ୍ଷେତ୍ରରେ ଜିଲ୍ଲାପାଳ ଦଫା ୨୧ ଅନୁଯାୟୀ ଏକ ଉଦଘୋଷଣା ପ୍ରକାଶ କରନ୍ତି, ସେହି କ୍ଷେତ୍ରରେ ଦଫା ୧୯ ରେ ଉଲ୍ଲିଖିତ କୌଣସି ଅଧିକାର ଦାବି କରିବା ପାଇଁ, ଫର୍ମ ନଂ ୮ ରେ ଏକ ଲିଖିତ ଦାବି, ସେହି ଉଦଘୋଷଣା ତାରିଖରୁ ଦୁଇମାସ ମଧ୍ୟରେ ସେହି ଜିଲ୍ଲାପାଳଙ୍କ ସମ୍ମୁଖରେ ଆଗତ କରିବେ   ।

ଦାବିଦାରଙ୍କୁ ନୋଟିସ

ନିୟମ ୨୬ ଅନୁଯାୟୀ ହୋଇଥିବା ଦାବି ପାଇବା ପରେ , ଦାବି ସପକ୍ଷରେ ମୌଖିକ କିମ୍ବା ଦସ୍ତାବିଜ ସାକ୍ଷ୍ୟ ଫେସ କରିବାକୁ ଏବଂ ତାଙ୍କ ଦ୍ଵାରା ପ୍ରାଧିକୃତ କୌଣସି ଏଜେଣ୍ଟନଙ୍କ ମାଧ୍ୟମରେ କିମ୍ବା ବ୍ୟକ୍ତିଗତଭାବେ ସେହି ନୋଟିସରେ ବିନିର୍ଦ୍ଧିଷ୍ଟ ପ୍ରକାରେ ସେହି ସ୍ଥାନ ଏବଂ ତାରିଖରେ ହଜାର ହେବାକୁ ଆବଶ୍ୟକ କରି ଦାବିଦାରଙ୍କୁ ନୋଟିସ ପ୍ରଦାନ କରିବେ   ।

ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ପ୍ରବେଶ

ଦଫା ୨୮ (୧) (ଘ) ଏବଂ (ଙ) ଉଦ୍ଦେଶ୍ୟରେ ଜାତୀୟ ପାର୍କ କିମ୍ବା ଅଭୟାରଣ୍ୟରେ ପ୍ରବେଶ : -

  1. ସେଥିରେ ବାସବାସ କରୁଥିବା କୌଣସି ବ୍ୟକ୍ତିଙ୍କ ସହ ବିଧିସମ୍ମତ ବ୍ୟବସାୟର କାରବାର କିମ୍ବା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ପ୍ରବେଶ କରିବାକୁ ଇଛୁକ ବ୍ୟକ୍ତି ଏକ ପରଏମଆଇଟି ପାଇବେ ଯାହା ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ବିନିର୍ଦ୍ଧିଷ୍ଟ ହୋଇଥିବା ଅନ୍ୟ କୌଣସି ସ୍ଥାନରେ କିମ୍ବା ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ପ୍ରବେଶଦ୍ଵାରରେ ନିର୍ଗମିତ ହେବ ।
  2. ଉପ- ନିୟମ (୧) ଅନୁଯାୟୀ ନିର୍ଗମିତ ଏକ ପରମିଟ ପାଞ୍ଚଦିନରୁ ଅଧିକ ସମୟ ପାଇଁ ବୈଧ ହେବ ନାହିଁ   ।
    • ଭାରତର ନାଗରିକ କ୍ଷେତ୍ରରେ ଦିନକୁ ପ୍ରବେଶାଧିକାର ଫିସ ବା ଦେ ଏକ ଟଙ୍କା ହେବ   ।
    • ଭାରତର ନାଗରିକ ବ୍ୟତୀତ ଜେନ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରବେଶାଧିକାର ଫିସ ବା ଦେ ପ୍ରଥମ ଦିନ ପାଇଁ ପାଞ୍ଚ ଟଙ୍କା ହେବ ଏବଂ ପ୍ରତ୍ୟେକ ପରବର୍ତ୍ତୀ ଦିନ ପାଇଁ ଦୁଇ ଟଙ୍କା ହେବ   ।
    • ପ୍ରକରଣ (କ) କିମ୍ବା ଯଥାସ୍ଥିତି (ଖ) ରେ ଉଲ୍ଲଖିତ ଫିସ ବା ଦେୟର ଅଧା ହାର ଅର୍ଥପ୍ରଦାନରେ ଜଣେ ଛାତ୍ରକୁ ପ୍ରବେଶାନୁମାଟି ଦିଆଯିବ   ।
    • ପାଞ୍ଚବର୍ଷରୁ କମ ହୋଇଥିବା ଶିଶୁଙ୍କ କ୍ଷେତ୍ରରେ କୌଣସି ଦେୟ ବା ଫିସ ଦେୟଯୋଗ୍ୟ ହେବ ନାହିଁ   ।
    • ପ୍ରତ୍ୟେକ ମୋଟର କାର କିମ୍ବା ହାଲୁକା ଜାଣ କିମ୍ବା ଦିନକୁ କିମ୍ବା ତାର କିଛି ସମୟ ପାଇଁ ପାଞ୍ଚ ଟଙ୍କା ଏବଂ ପ୍ରତ୍ୟେକ ଯାନ ପାଇଁ ଦିନକୁ କିମ୍ବା ତାର କିଛି ସମୟ ପାଇଁ ଦଶ ଟଙ୍କା ଏକ ଅତିରିକ୍ତ ଫିସ ବା ଦେୟ ଧାର୍ଯ୍ୟ ହେବ   ।
  3. ଭାରତର ନାଗରିକ କ୍ଷେତ୍ରରେ ପ୍ରବେଶାଧିକାର ଫିସ ବା ଦେୟ ଶିମିଳିପାଳ ବ୍ୟାଘ୍ର ଆରକ୍ଷଣ  ନିମନ୍ତେ ଦିନକୁ ଦର୍ଶକ ପିଛା ଟ ୪୦ ଟଙ୍କା (ଚାଳିଶ ଟଙ୍କା) ଏବଂ ଦଶ କିମ୍ବା ତତୋଥିକ ଗ୍ରୁପ ପାଇଁ ଟ ୩୦ ଟଙ୍କା (ତିରିଶ ଟଙ୍କା ) ହେବ, ଏବଂ
    • (ନନ୍ଦନକାନନ ଅଭୟାରଣ୍ୟ ବ୍ୟତୀତ) ଅନ୍ୟାନ୍ୟ ଅଭୟାରଣ୍ୟ ଏବଂ ଜାତୀୟ ପାର୍କ ପାଇଁ କେବଳ ଟ ୧୦ ଟଙ୍କା ଏବଂ ପ୍ରବେଶାଧିକାର ଫିସ ବା ଦେୟ ଦିନକୁ ପ୍ରତି ଦର୍ଶକ ପିଛା ଏବଂ ଦଶ ବା ତତୋଧିକ ଗ୍ରୁପ ପାଇଁ ଯଥାକ୍ରମେ ଟ ୨୦ (କୋଡିଏ ଟଙ୍କା) ହେବ   ।
    • ଭାରତର ନାଗରିକ ବ୍ୟତୀତ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଦିନକୁ ପ୍ରବେଶାଧିକାର ଫିସ ବା ଦେୟ ଟ ୧୦୦ ଟଙ୍କା (ଏକ ହଜାର ଟଙ୍କା) ହେବ ଏବଂ (ନନ୍ଦନକାନନ ଅଭୟାରଣ୍ୟ ବ୍ୟତୀତ) ଅନ୍ୟାନ୍ୟ ସମସ୍ତ ଅଭୟାରଣ୍ୟ, ଜାତୀୟ ପାର୍କ ଏବଂ ଶିମିଳିପାଳ ବ୍ୟାଘ୍ର ଆରକ୍ଷଣ ପାଇଁ କେବଳ ଦଶ ବା ତତୋଧିକ ଗ୍ରୁପ ପାଇଁ ଟ ୨୦୦ ଟଙ୍କା (ଦୁଇଶହ ଟଙ୍କା) ହେବ ।
    • ଶିମିଳିପାଳ ବ୍ୟାଘ୍ର ଆରକ୍ଷନ ପାଇଁ ଜଣେ ଛାତ୍ର କେବଳ ମାତ୍ର ୨୦ ଟଙ୍କା  ।  ପ୍ରଦାନ କରି ପ୍ରବେଶାନୁମାଟି ପାଇବେ ଏବଂ (ନନ୍ଦନକାନନ ବ୍ୟତୀତ) ଅନ୍ୟାନ୍ୟ ଅଭୟାରଣ୍ୟ  ଏବଂ ଜାତୀୟ ପାର୍କ ପାଇଁ କେବଳ ଟ ୧୦ ଟଙ୍କା ହେବ  ।
    • ୩ ବର୍ଷ ତଳକୁ କୌଣସି ଶିଶୁ କ୍ଷେତ୍ରରେ ଏବଂ ଶାରୀରିକ ଅକ୍ଷମଙ୍କ କ୍ଷେତ୍ରରେ କୌଣସି ଫିସ ବା ଦେ ଦେୟଯୋଗ୍ୟ ହେବ ନାହିଁ   ।

ଦଫା ୨୮ (୧)(କ)(ଖ) ଏବଂ(ଗ)  ଉଦ୍ଦେଶ୍ୟରେ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ପ୍ରବେଶ :-

  1. ବନ୍ୟଜୀବନର ତଦନ୍ତ କିମ୍ବା ଅଧ୍ୟୟନ ଉଦ୍ଦେଶ୍ୟରେ ଏବଂ ତତସମ୍ବନ୍ଧୀୟ ଆନୁଷଙ୍ଗିକ ବିଷୟରେ କିମ୍ବା ବୃତ୍ତିଗତ ଫଟୋଗ୍ରାଫି କିମ୍ବା ବୈଜ୍ଞାନିକ ଗବେଷଣା ଉଦ୍ଦେଶ୍ୟରେ ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତି ମୁଖ୍ୟ ବନ୍ୟଜୀବନ ରକ୍ଷକ କିମ୍ବା ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରଙ୍କ ଠାରୁ ଏକ ପରମିଟ ହାସଲ କରିବେ   ।
  2. (ନନ୍ଦନକାନନ ଅଭୟାରଣ୍ୟ ବ୍ୟତୀତ ) କୌଣସି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ବୈଜ୍ଞାନିକ ଗବେଷଣା କାର୍ଯ୍ୟ ପରିଚାଳନା ପାଇଁ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଫିସ ବା ଦେୟ ନିମ୍ନଲିଖିତ ପ୍ରକାରରେ ଦେୟାଯୋଗ୍ୟ ହେବ ।
  3. ପ୍ରବେଶାନୁମାଟି ଫିସ ବା ଦେୟ

    ଦର୍ଶକଙ୍କ ଶ୍ରେଣୀ

    ଶିମିଳିପାଳ ବ୍ୟାଘ୍ର ଆରକ୍ଷଣ ଟଙ୍କା

    ଅନ୍ୟାନ୍ୟ ଅଭୟାରଣ୍ୟ ଏବଂ ଜାତୀୟ ପାର୍କ ଟଙ୍କା

    (୧)

    (୨)

    (୩)

    ଭାରତର ନାଗରିକ

    ୩୦

    ୨୦

    ବିଦେଶୀ ଜାତୀୟ

    ୪୫୦

    ୪୫୦

     

  4. ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ଏକ ଷ୍ଟିଲ କ୍ୟାମେରା ପରିଚାଳନା କରିବା ପାଇଁ ଜଣେ ବୃତ୍ତିଗତ ଫଟୋଗ୍ରାଫରଙ୍କ ଦ୍ଵାରା ଦେୟଯୋଗ୍ୟ ଫିସ ବା ଦେୟ ଭାରତର ନାଗରିକଙ୍କ କ୍ଷେତ୍ରରେ ଦିନକୁ ଦଶ ଟଙ୍କା ଦେହ ଏବଂ ଭାରତର ନାଗରିକଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଡିଏ ଟଙ୍କା ହେବ   ।
  5. ଜଣେ ବୃତ୍ତିଗତ ଫଟୋଗ୍ରାଫର ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ଏକ ସିନେ କ୍ୟାମେରା ପରିଚାଳନା କରିବା ପାଇଁ ଦେୟଯୋଗ୍ୟ ଫିସ ବା ଦେୟ ଜଣେ ଭରତର ନାଗରିକଙ୍କ କ୍ଷେତ୍ରରେ ଦିନକୁ ଏକ ସହ ଟଙ୍କା ଏବଂ ଭାରତର ନାଗରିକଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଦିନକୁ ଦୁଇଶହ ଟଙ୍କା ହେବ  ।
  6. ଉପ- ନିୟମ (୩) କିମ୍ବା ଉପ-ମ ନିୟମ (୪) ଅନୁଯାୟୀ ଦେୟଯୋଗ୍ୟ ଫିସ ଦେୟ ଅଗ୍ରୀମ ଆକାରରେ ପ୍ରଦାନ ହେବ।

ପରମିଟର ନିର୍ଗମନ ନିୟନ୍ତ୍ରଣ ଓ ରଦ୍ଦକରଣ

ଏକ ପରମିଟର ନିର୍ଗମନ ନିୟନ୍ତ୍ରଣ କରିବା ପାଇଁ ସାଧାରଣ ସର୍ତ୍ତାବଳୀ : -

  1. ଅଧ୍ୟାୟ ଅନୁଯାୟୀ ନିର୍ଗମିତ ଏକ ପରମିଟ ନିମ୍ନଲିଖିତ ସମସ୍ତ ବା କୌଣସି ସବିଶେଷ ବିବରଣୀ ନିର୍ଦ୍ଧିଷ୍ଟ କରିବେ, ଯଥା:-
    • ପ୍ରବେଶର ଉଦ୍ଦେଶ୍ୟ
    • ପରିଦର୍ଶନର କାଳାବିଧି
    • ପରିଦର୍ଶିତ କିମ୍ବା ବ୍ୟବହୃତ ହୋଇଥିବା ଅନୁମତିପ୍ରାପ୍ତ ଅଞ୍ଚଳ
    • ଯେଉଁ ସ୍ଥାନରେ ଶିବିର ପକାଇବା ପାଇଁ ଅନୁମତି ପ୍ରଦାନ ହୋଇଥାଏ   ।
    • ଗାଇଡମାନଙ୍କର ନିଯୁକ୍ତି
    • ଅନ୍ୟାନ୍ୟ କୌଣସି ସର୍ତ୍ତାବଳୀ ଯାହା ଆବଶ୍ୟକ ବିବେଚିତ ହୋଇଥାଏ   ।
  2. ଏହି ଅଧ୍ୟାୟ ଅନୁଯାୟୀ ଏକ ପରମିଟ, କୌଣସି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ଅବସ୍ଥିତ କୌଣସି ନିୟନ୍ତ୍ରଣ କରିବା ଅଟ୍ଟାଳିକାରେ ମୁକ୍ତ ବାସସୁବିଧା ପାଇଁ କୌଣସି ବ୍ୟକ୍ତିଙ୍କୁ ହକଦାର କରିବ ନାହିଁ   ।
  3. ଜଙ୍ଗଲ ବିଭାଗର କୌଣସି ସଦସ୍ୟ କିମ୍ବା ଦଫା ୪ ର ଉପ-ଦଫା (୧) ଅନୁଯାୟୀ ନିଯୁକ୍ତ କୌଣସି ଅଫିସର , ଅଭୟାରଣ୍ୟ କିମ୍ବା ଯଥାସ୍ଥିତି ଜାତୀୟ ପାର୍କର ସୀମା ମଧ୍ୟରେ ଯାଞ୍ଚ କରିବା ଉଦ୍ଦେଶ୍ୟରେ ପ୍ରବେଶଦ୍ଵାରା ଫାଟକରେ କୌଣସି ବ୍ୟକ୍ତିଙ୍କୁ ଅଟକାଇବାକୁ ଆବଶ୍ୟକ କରିପାରନ୍ତି ଏବଂ ଏହି ଅଧ୍ୟାୟନୁଯାୟୀ ନିରୀକ୍ଷଣ ପାଇଁ ଉପସ୍ଥାପିତ କରିବାକୁ ମଞ୍ଜୁର ହୋଇଥିବା ପରମିଟ ଦାବି କରିପାରିବେ   ।
    • ପ୍ରକରଣ (କ) ଅନୁଯାୟୀ ଅଟକାଇବା ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଅଟକ ରହିବେ ଯେତେବେଳେ ସେପରି କରିବାକୁ ସାକ୍ଷାତ କରନ୍ତି ଏବଂ ନିରୀକ୍ଷଣ ପାଇଁ ପରମିଟ ଉପସ୍ଥାପନ କରନ୍ତି   ।

ପରମିଟର  ରଦ୍ଦକରଣ :-

ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତି ଏକ ପରମିଟରେ ବିନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ଉଲ୍ଲଂଘନ କରନ୍ତି ସେତେବଳେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ଅଭୟାରଣ୍ୟ କିମ୍ବା ଜାତୀୟପାର୍କର ଭାରପ୍ରାପ୍ତ ଅଫିସର ଲିଖିତାକାରରେ କରଣଗୁଡିକର ଲିପିବଦ୍ଧ କରିବା ପରେ କୌଣସି ପରମିଟ ରଦ୍ଦ କରିବେ  ।

ଅବ୍ୟାହତି ଦେବା କ୍ଷମତା

ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର ଏହା ଆବଶ୍ୟକ ବିବେଚନା କରନ୍ତି କିମ୍ବା ସର୍ବସାଧାରଣ ସ୍ଵାର୍ଥରେ ସେପରି କରିବାକୁ ସମୀଚୀନ ବୋଲି ବିବେଚନା କରନ୍ତି ସେହି କ୍ଷେତ୍ରରେ ଏହି ଅଧ୍ୟାୟ ଅନୁଯାୟୀ ଦେୟଯୋଗ୍ୟ ଫିସ ବା ଦେୟ ପ୍ରଦାନ କରିବାକୁ କୌଣସି ବ୍ୟକ୍ତି ବା କୌଣସି ଶ୍ରେଣୀର ବ୍ୟକ୍ତିମାନଙ୍କୁ ଆଦେଶ ଦ୍ଵାରା ଅବ୍ୟହତି ଦେଇପାରିବେ   ।

ଆଗ୍ନେୟାସ୍ତ୍ର ଧାରଣ କରିବା ପାଇଁ ବ୍ୟକ୍ତିମାନଙ୍କର ରେଜିଷ୍ଟ୍ରେସନ

  1. ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କ ରୂପେ,  ଏକ ଅଞ୍ଚଳର ଘୋଷଣା ଠାରୁ ତିନିମାସ ମଧ୍ୟରେ କିମ୍ବା ଏହି ନିୟମାବଳୀର ପ୍ରାରମ୍ଭରେ ବିଦ୍ୟମାନ ଥିବା ଏକ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କ କ୍ଷେତ୍ରରେ ସେହି ପ୍ରାରମ୍ଭର ତିନିମାସ ମଧ୍ୟରେ, ସେହି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କ କ୍ଷେତ୍ରରେ, ସେହିଁ ପ୍ରାରମ୍ଭର ତିନିମାସ ମଧ୍ୟରେ , ସେହି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଦଶ କିଲୋମିଟର ମଧ୍ୟରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ଅସ୍ତ୍ରଶସ୍ତ୍ର ଆଇନ,  ୧୯୫୯ (କେନ୍ଦ୍ର ଆଇନ ୫୪/୧୯୫୯) ଅନୁଯାୟୀ ମଞ୍ଜୁର ହୋଇଥିବା ଲାଇସେନଶ ଧାରଣ କରିଥାନ୍ତି କିମ୍ବା ସେହି ଆଇନ ବ୍ୟବସ୍ଥାରୁ ଅବ୍ୟାହତି ପାଇଥାନ୍ତି, ସେ ତାଙ୍କର ନାମ ରେଜିଷ୍ଟ୍ରେସନ ପାଇଁ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରଙ୍କୁ ଫର୍ମ ନଂ ୯ ରେ ଆବେଦନ କରିବେ   ।
  2. ଉପ- ନିୟମ  (୧) ଅନୁଯାୟୀ ଦରଖାସ୍ତ ସହ ଏକ ଟ୍ରେଜେରୀ ଚାଲାଣ କିମ୍ବା ବ୍ୟାଙ୍କ ରସିଦ ସଂଯୁକ୍ତ କରି ଦରଖାସ୍ତକରି ଦର୍ଶାଇବେ ଯେ ତାଙ୍କ ଦ୍ଵାରା ଦୁଇ ଟଙ୍କାର ଫିସ ବା ଦେୟ ପ୍ରଦାନ ହୋଇଛି ।
  3. ଉପ- ନିୟମ (୧) ଅନୁଯାୟୀ ଏକ ଦରଖାସ୍ତ ପାଇବା ପରେ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରର ସେପରି ତଦନ୍ତ କରିବାପରେ , ଯେପରି ସେ ଉପଯୁକ୍ତ ବିବେଚନା କରିବେ, ଫର୍ମ ନଂ ୧୦ ରେ ତାଙ୍କର ନାମ ଏବଂ ଅନ୍ୟାନ୍ୟ ସବିଶେଷ ବିବରଣୀ ପଞ୍ଜିକୃତ କରିବେ  ।
    • ରେଜିଷ୍ଟରରେ ଏକ ପୃଥକ ପୃଷ୍ଠା ପ୍ରତ୍ୟେକ ଲାଇସେନଶପ୍ରାପ୍ତ ବ୍ୟକ୍ତିଙ୍କୁ ଆବଣ୍ଟିତ ହେବ  ।
  4. ଯେଉଁ କ୍ଷେତ୍ରରେ ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ଆଇନ କିମ୍ବା ତଦନୁଯାୟୀ ପ୍ରଣୀତ ନିୟମାନୁଯାୟୀ କୌଣସି ଅପରାଧ ସଂଘଟିତ କରନ୍ତି ସେହି କ୍ଷେତ୍ରରେ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରର ରେଜିଷ୍ଟରରେ ସେହି ମର୍ମରେ ଏକ ଦରଜ ପ୍ରସ୍ତୁତ କରିବେ ଏବଂ ଯେଉଁ କ୍ଷେତ୍ରରେ ରେଜିଷ୍ଟର ଅଫିସର ସନ୍ତୁଷ୍ଟ ହୁଅନ୍ତି ଯେ ଲାଇସେନସପ୍ରାପ୍ତ ବ୍ୟକ୍ତି ଏକରୁ ଅଧିକ ଘଟନା ଉପରେ ଉକ୍ତ ଅପରାଧ ସଂଘଟିତ କରିଥାନ୍ତି , ସେହି କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଆଇନ, ୧୯୫୯ (କେନ୍ଦ୍ର ଆଇନ ୫୪/୧୯୫୯) ଅନୁଯାୟୀ ଲାଇସେନସ ରଦ୍ଦ କରିବା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଆଗତ କରିବା ଯେପରି ସେ ଆବଶ୍ୟକ ବିବେଚନା କରିବେ ସେପରି ପଦକ୍ଷେପ ଗ୍ରହଣ କରିବେ   ।
  5. ଯେଉଁ କ୍ଷେତ୍ରରେ ଲାଇସେନସପ୍ରାପ୍ତ ବ୍ୟକ୍ତି ବିକ୍ରୟ , ଉପହାର କିମ୍ବା ଅନ୍ୟଥା ଦ୍ଵାରା ଅନ୍ୟ ବ୍ୟକ୍ତିଙ୍କୁ ତାଙ୍କର ଅସ୍ତ୍ରଶସ୍ତ୍ର ସ୍ଥାନନ୍ତରଣ କରନ୍ତି ସେହି କ୍ଷେତ୍ରରେ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରଙ୍କୁ ସେହି ହସ୍ତାନ୍ତରଣର ପନ୍ଦର ଦିନ ସମୟ ମଧ୍ୟରେ ଲିଖିତାକାରରେ ଜଣାଇବେ   ।
  6. ଯେଉଁ କ୍ଷେତ୍ରରେ ଲାଇସେନସପ୍ରାପ୍ତ ବ୍ୟକ୍ତି ଉକ୍ତ ଦଶ କିଲୋମିଟର ମଧ୍ୟରେ ଅନ୍ୟ ସ୍ଥାନକୁ କିମ୍ବା ଉକ୍ତ ଦୂରତାର ବାହାରେ ତାଙ୍କର ବାସସ୍ଥାନ ସ୍ଥାନାନ୍ତର ସେହି କ୍ଷେତ୍ରରରେ ସେ ନୂତନ ବାସସ୍ଥାନ ସ୍ଥାନାନ୍ତର କରିବାର ଏକ ପକ୍ଷ ବା ଦୁଇ ସପ୍ତାହ ମଧ୍ୟରେ ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସଙ୍କୁ ନୂତନ ଠିକଣା ଲିଖିତାକାରରେ ଜଣାଇବେ  ।
  7. ଯେଉଁ କ୍ଷେତ୍ରରେ ଲାଇସେନସପ୍ରାପ୍ତ ବ୍ୟକ୍ତି ମୃତ୍ୟୁବରଣ କରନ୍ତି ସେହି କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀ କିମ୍ବା ଆଇନସମ୍ମତ ପ୍ରତିନିଧି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ଭାରପ୍ରାପ୍ତ ଅଫିସରଙ୍କୁ ଲିଖିତାକାରରେ ସେହି ବିଷୟ ଜଣାଇବେ  ।

ଫର୍ମ

 

 

 

ଆଧାର – ଲଅ ହାଉସ

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate