অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା ) ଓଡ଼ିଶା ନିୟମାବଳୀ,୧୯୭୪ (ଶିକାର କରିବା ବ୍ଲକ)

ଶିକାର କରିବା ବ୍ଲକ ନିର୍ଣ୍ଣୟକରଣ

  1. ଏକ ଅଭୟାରଣ୍ୟ, ଜାତୀୟ ପାର୍କ କିମ୍ବା ଶିକାର ଆରକ୍ଷଣ ବ୍ୟତୀତ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ତାଙ୍କ କ୍ଷେତ୍ରାଧିକାର ମଧ୍ୟରେ ଥିବା ଅଞ୍ଚଳକୁ ଶିକାର ବ୍ଲକରେ ବିଭକ୍ତ କରିବେ  ।
  2. ଯେଉଁ କ୍ଷେତ୍ରରେ ଏହି ନିୟମାବଳୀ ପ୍ରାରମ୍ଭରେ ଶିକାର ବ୍ଲକ ବିଦ୍ୟମାନ, କିମ୍ବା ଉପ- ନିୟମ (୧) ଅନୁଯାୟୀ ଶିକାର ନିର୍ଣ୍ଣୟ ହୋଇଥାଏ  ସେହି କ୍ଷେତ୍ରର୍ରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ପ୍ରତି ବର୍ଷ ନିର୍ଣ୍ଣୟ କରିବେ   ।
    • ଶିକାର ବ୍ଲକ ଯାହା ଶିକାର ପାଇଁ ଛଡାଯାଇଥାଏ   ।
    • ଅନୁସୂଚି ୨,୩ ଏବଂ (୪) ରେ ଉଲ୍ଲିଖିତ ବିଭିନ୍ନ ପ୍ରଜାତିର ପଶୁମାନଙ୍କ ସଂଖ୍ୟା ଯାହା ପ୍ରକରଣ (କ) ରେ ସ୍ଵାଚିତ ଏକ ଶିକାର ବ୍ଲକରେ ଶିକାର ହୋଇଥିବେ   ।

ଶିକାର ବ୍ଲକ ଆରକ୍ଷଣ ପାଇଁ ଦରଖାସ୍ତ

  1. ଶିକାର ବ୍ଲକର ଆରକ୍ଷଣ ପାଇଁ ଏକ ଦରଖାସ୍ତ , ମାସ କିମ୍ବା ସପ୍ତାହର ପ୍ରଥମ ଦିନ , ଯେଉଁଥିପାଇଁ ଶିକାର ବ୍ଲକ ଆରକ୍ଷଣ ଆବଶ୍ୟକ ପୂର୍ବରୁ ତିରିଶ ଦିନ ପରେ ହୋଇନଥିବା ଏବଂ ନିବେଦିନରୁ ଶୀଘ୍ର ହୋଇନଥିବା ସମୟ ମଧ୍ୟରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ନିକଟରେ ପହଞ୍ଚିବ ।
  2. ଯଦି କୌଣସି ଆବେଦନକାରୀ ଏହି ଅଧ୍ୟାୟ ଅନୁଯାୟୀ ନିର୍ଗମିତ ଏକ ବୈଧ ଶିକାର ଲାଇସେନସ ଅକ୍ତିଆର କରି ନଥାନ୍ତି ତେବେ ସେ ଏକ ଶିକାର ବ୍ଲକ ଆରକ୍ଷଣ ପାଇଁ ଆବେଦନ କରିବେ ।
  3. ଆବେଦନକାରୀଙ୍କ ଦ୍ଵାରା ଅକ୍ତିଆର ହୋଇଥିବା ଶିକାର ଲାଇସେନସର ସବିଶେଷ ବିବରଣୀ ଦ୍ଵାରା ପ୍ରତିଟି  ଦରଖାସ୍ତ ସଂଯୁକ୍ତ ହେବ ।

ନିୟମ ୨୨ ଅନୁଯାୟୀ ଦରଖାସ୍ତ କି ହାତକୁ ନେବେ

  1. ନିୟମ ୨୨ ଅନୁଯାୟୀ ଏକ ଦରଖାସ୍ତ ପାଇବା ପରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ସେପରି ତଦନ୍ତ କରିବା ପରେ ଯେପରି ଉପଯୁକ୍ତ ବିବେଚନା କରିବେ, ସେପରି ଶିକାର ବ୍ଲକ ଆବଣ୍ଟନ କରିବେ କିମ୍ବା ଦରଖାସ୍ତ ଖାରଜ କରିବେ ।
  2. ଯେଉଁ କ୍ଷେତ୍ରରେ ସେହି ଶିକାର ବ୍ଲକ ଆରକ୍ଷଣ ପାଇଁ ସେହି ସମୟ ପାଇଁ ଏକରୁ ଅଧିକ ଦରଖାସ୍ତ ଥାଏ ସେହି କ୍ଷେତ୍ରରେ ଶିକାର ବ୍ଲକ ଆବେଦନକାରୀଙ୍କୁ ଆବଣ୍ଟିତ ହେବ ଯାହାର ଦରଖାସ୍ତ ଶୀଘ୍ର ପ୍ରାପ୍ତ ହୋଇଥାଏ ।
  3. ଉଲ୍ଲେଖଥାଉ ଯେ ଆବେଦନକାରୀ ଯେ କୌଣସି ଗୋଟିଏ ସମୟରେ ଏକ ଶିକାର ବ୍ଲକରୁ ଅଧିକ ପାଇବେ ନାହିଁ ।

  4. ଯେଉଁ କ୍ଷେତ୍ରରେ ଏକା ଦିନରେ ଏକରୁ ଅଧିକ ଦରଖାସ୍ତପ୍ରାପ୍ତ ହୋଇଥାଏ ସେହି କ୍ଷେତ୍ରରେ ଗୁଲା ଉଠାଇବା ଦ୍ଵାରା ସେ ବିଷୟରେ ନିର୍ଣ୍ଣୟ ହେବ ।
  5. ମୁଖ୍ୟ ବନ୍ୟ ଜୀବନ ରକ୍ଷକ, ଆଦେଶ ଜାରିର ପାଞ୍ଚଦିନ ମଧ୍ୟରେ କିମ୍ବା ଯଥାସ୍ଥିତି ଗୁଲା ଉଠାଇବା ଦ୍ଵାରା ଦରଖାସ୍ତରେ ଜାରି ହୋଇଥିବା ଆଦେଶ ଆବେଦନକାରୀଙ୍କୁ ଜଣାଇଦେବେ  ।

ମୁଖ୍ୟ ବନ୍ୟ ଜୀବନ ରକ୍ଷକ ରେଜିଷ୍ଟର ରକ୍ଷଣାବେକ୍ଷଣା

ନିୟମ ୨୨ ଅନୁଯାୟୀ ଯେଉଁ ରେଜିଷ୍ଟରରେ ଦରଖାସ୍ତ ସବୁ ଥାଏ ସେହି ରେଜିଷ୍ଟର ମୁଖ୍ୟ ବନ୍ୟ ଜୀବନ ରକ୍ଷକ ରକ୍ଷଣାବେକ୍ଷଣା କରିବାକୁ ତାଙ୍କ ଅଫିସରେ ଦରଜ କରିବେ ଏବଂ ରେଜିଷ୍ଟର ନିମ୍ନଲିଖିତ ସବିଶେଷ ବିବରଣୀ ଧାରଣ କରିଥିବ, ଯଥା : -

  • ଦରଖାସ୍ତ ତାରିଖ
  • ଦରଖାସ୍ତ ପାଇବା ତାରିଖ
  • ଆବେଦନକାରୀଙ୍କ ଦ୍ଵାରା ହାସଲ ହୋଇଥିବା ଶିକାର କରିବା ପାଇଁ ଲାଇସେନସର ସବିଶେଷ ବିବରଣୀ;
  • ଦରଖାସ୍ତ ମଞ୍ଜୁର ହୋଇଥାଉ ବା ଖାରଜ ହୋଇଥାଉ   ।

ଫିସ ବା ଦେୟ

  1. ଯେଉଁ ବ୍ୟକ୍ତିଙ୍କୁ ଶିକାର ବ୍ଲକ ଆବଣ୍ଟିତ ହୋଇଥାଏ, ସେହି ବ୍ୟକ୍ତି ଆବଣ୍ଟନର ଆଦେଶ ପାଇବାର ପନ୍ଦର ଦିନ ମଧ୍ୟରେ ଓଡିଶା ଜଙ୍ଗଲ ଆଇନ (୧୪/୧୯୭୨) ଅନୁଯାୟୀ ପ୍ରସ୍ତୁତ ବୋଲି ବିବେଚିତ କିମ୍ବା ପ୍ରଣିତ ନିୟମ ଦ୍ଵାରା ଆବଶ୍ୟକତା ଅନୁସାରେ ସେପରି ଫିସ ବା ଦେୟ ଜମା କରିବେ ଏବଂ ଉପଯୁକ୍ତ ଦେୟ ଜମା ହୋଇଥିବାରୁ ପ୍ରମାଣ ସ୍ୱରୂପ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ସମ୍ମୁଖରେ ଏକ ରସିଦ ଉପସ୍ଥାପନ କରିବେ   ।
  2. ଯେଉଁ କ୍ଷେତ୍ରରେ ଉପ –ନିୟମ (୧) ଅନୁଯାୟୀ ଆବଶ୍ୟକତା ଅନୁସାରେ ଦେୟ ଜମା କରିବାକୁ ଜଣେ ବ୍ୟକ୍ତି ବିଫଳ ହୁଅନ୍ତି ସେହି କ୍ଷେତ୍ରରେ ଆରକ୍ଷଣ ରଦ୍ଦ ହେବ ଏବଂ ଶିକାର ବ୍ଲକ ଅଗ୍ରାଧିକାର ଆଦେଶରେ ପରବର୍ତ୍ତୀ ବ୍ୟକ୍ତିଙ୍କୁ ଆବଣ୍ଟିତ ହେବ   ।

ଆଧାର – ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate