ହୋମ / ସମାଜ କଲ୍ୟାଣ / ଜରୁରୀ ଆଇନ୍ / ଆଇନ ସେବା ବିଷୟରେ କିଛି ଜାଣିବା କଥା
ସେଆର କରନ୍ତୁ

ଆଇନ ସେବା ବିଷୟରେ କିଛି ଜାଣିବା କଥା

ଆଇନ ସେବା ବିଷୟରେ କିଛି ଜାଣିବା କିଛି ତଥ୍ୟ

ଆଇନ ସେବାର ପୃଷ୍ଠଭୂମି

ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର । ଏଠି ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ଆଇନ, ନିୟମ ଓ ନିର୍ଦ୍ଦେଶନାମା ଜନମଙ୍ଗଳ ତଥ୍ୟ ସାମାଜିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏହା ବ୍ୟତୀତ ଆମ ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ କେତେକ ମୌଳିକ ଅଧିକାର ମଧ୍ୟ ଦେଇଛି । ଆଇନ ସମ୍ମୁଖରେ ସମାନତା ଏବଂ ସମସ୍ତଙ୍କୁ ସମାନ ଆଇନଗତ ସୁରକ୍ଷା ଉପଲବଧ ହେବା ମୌଳିକ ଅଧିକାରର ଅନ୍ତର୍ଭୁକ୍ତ । ଭରତ ପରି ଏକ ବିଶାଳ ଦେଶରେ ସବୁ ଦର୍ଗର ବ୍ୟକ୍ତି ସମାନ ସ୍ଥିତିରେ ରହି ପାରିବେ ବୋଲି ଭାବିବା ଅବାନ୍ତର ହେବ । ଆର୍ଥିକ କ୍ଷେତ୍ରରେ ଅଥବା ଅନ୍ୟାନ୍ୟ ସାମାଜିକ ସ୍ତରରେ ବୈଷମ୍ୟ ରହିବା ସ୍ଵାଭାବିକ । ଏହି ବୈଷଷମ୍ୟ କାରଣରୁ କୌଣସି ବ୍ୟକ୍ତି ନିଜର କୌଣସି ସାମ୍ଭିଧାନିକ ବା ବୈଧିକ ଅଧିକାରରୁ ଯେପରି ବଞ୍ଚିତ ନ ହେଉ ଏବଂ ସମାନ ନ୍ୟାୟିକ ସୁବିଧାରୁ ଯେପରି ବଞ୍ଚିତ ନ ହେଉ, ସେଥିପାଇଁ ଏକ ସ୍ଵତନ୍ତ୍ର ଆଇନଗତ ବ୍ୟବସ୍ଥା କରାଯାଇଛି ।

ସମ୍ଭିଧାନର ଦ୍ଧାରା ୩୯-କ (39-A) କୁ ଦୃଷ୍ଟିରେ ରଖି ଆମ କେନ୍ଦ୍ର ସରକାର ୧୯୮୭ ମସିହାରେ ‘’ ଆଇନ ସେବା ପ୍ରାଧିକରଣ ଅଧିନିୟମ’’ ନାମରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଅଧିନିୟମ ୧୯୯୫ ମସିହାରୁ କାର୍ଯ୍ୟକ୍ଷମ ହୋଇ ବଳବତ୍ତର ରହିଛି । ଏହି ଆଇନ ବଳରେ ଜାତୀୟ ସ୍ତରରୁ ଆରମ୍ଭ କରି ତାଲୁକ ସ୍ତର ଯାଏ ଆଇନ ସେବା ପ୍ରାଧିକରଣ ଅଥବା ଆଇନ ସେବା କମିଟି ଗଠନ କରାଯାଇ ତାଙ୍କ ଜରିଆରେ ମାଗଣା ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ରାଜ୍ୟରେ ହାଇକୋର୍ଟ ପରିସରରେ ଏବଂ ନୂଆଦିଲ୍ଲୀସ୍ଥିତ ଦେଶର ସର୍ବୋଚ୍ଚ ଅଦାଲତ ପରିସରରେ ମଧ୍ୟ ଆଇନ ସେବା କମିଟି କାର୍ଯ୍ୟ କରୁଛନ୍ତି ।

ମାଗଣା ଆଇନ ସେବା କ’ଣ

ଯଦି କୌଣସି ବ୍ୟକ୍ତି ନିଜର ସାମ୍ଭିଧାନିକ ବା ବୈଧିକ ଅଧିକାରକୁ ହାସଲ କରିବା ପାଇଁ ବା ନିଜର କୌଣସି ନ୍ୟାୟସଂଗତ ଦାବୀକୁ ସାବ୍ୟସ୍ତ କରିବାପାଇଁ କୌଣସି ମକଦ୍ଦମା ଦାଏର କରିବାକୁ  ଚାହାଁନ୍ତି ବା ଲଢିବାକୁ ଚାହିଁନ୍ତି ଅଥବା ଦାବିଦାର ଦାଏରକରିଥିବା ମକଦ୍ଦମାକୁ ପ୍ରତିରୋଧ କରିବାକୁ ଚାହିଁନ୍ତି, ଏବଂ ସେହି ପରିପ୍ରେକ୍ଷୀରେ ଯଦି ସେ ଆର୍ଥିକ ଦୃଷ୍ଟିରୁ ବା ଅନ୍ୟ କୌଣସି କାରଣରୁ ଅକ୍ଷମ ଥାନ୍ତି ତେବେ ଆଇନ ସେବା ସ୍ୱରୂପ ତାଙ୍କୁ ସରକାରଙ୍କ ଖର୍ଚ୍ଚରେ ଓକିଲ ଯୋଗାଇ ଦିଆଯିବ ଏବଂ ମକଦ୍ଦମା ଦାଏର ଠାରୁ ମକଦ୍ଦମାର ପରିଚାଳନା ଏବଂ ଅନ୍ତିମ ଫେସଲା ପର୍ଯ୍ୟନ୍ତ ଦରକାର ହେଉଥିବା ଯାବତୀୟ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ବିନା ଖର୍ଚ୍ଚରେ ଆଇନଗତ ପରାମର୍ଶ ଉପଲବ୍ଧ କରାଇବା ମଧ୍ୟ ଆଇନ ସେବାର ଅନ୍ତଭୂକ୍ତ ।

କେଉଁ ଗର୍ବର ବ୍ୟକ୍ତି ଏହି ଆଇନ ସେବା ପାଇଁ ଯୋଗ୍ୟ:

  1. ତଫସିଲଭୁକ୍ତ ଜାତି/ ଉପଜାତିର ସଭ୍ୟ ।
  2. ମାନବ ଚାଲାଣ ଅପରାଧରେ ଶିକାର ବ୍ୟକ୍ତି ବା ସମ୍ଭାଧାନର ଧାରା ୨୩ ମୁତାବକ ଭିକ୍ଷୁକ ।
  3. ମହିଳା, ଶିଶୁ ।
  4. ମାନସିକ ବିକାରଗ୍ରସ୍ଥ ବା ଶାରୀରିକ ଭିନ୍ନକ୍ଷମ ।
  5. ବନ୍ୟା, ବାତ୍ୟା, ମରୁଡି ବା ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ, ଦଙ୍ଗାଗ୍ରସ୍ଥ ।
  6. ଶିଳ୍ପ ଶ୍ରମିକ, ଶିଳ୍ପ ଦୁର୍ଘଟଣାଗ୍ରନ୍ଥ ବ୍ୟକ୍ତି ।
  7. ହାଜତରେଥିବା ବ୍ୟକ୍ତି, ବିଚାରଧିକ ବନ୍ଦୀ, ଅଥବା
  8. ବରିଷ୍ଠ ନାଗରିକ ( ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି )
  9. HIV ଅଥବା AIDS ପୀଡିତ ବ୍ୟକ୍ତି
  10. ଟ୍ରାନ୍ସଜେନ୍ଡଏର
  11. ଯେଉଁ ବ୍ୟକ୍ତି ବାର୍ଷିକ ଆଯର ପରିମାଣ ଏକ ଲକ୍ଷ ଟଙ୍କାରୁ କମ୍  ହୋଇଥିବ ।

ସବୁପ୍ରକାର ମକଦ୍ଦମା ପାଇଁ ଆଇନ ସେବା ମିଳିପାରିବ କି?

ନାଁ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ବିନିୟମ – ୧୬( regulation – 16) ଅନୁଯାୟୀ ନିମ୍ନବର୍ଣ୍ଣିତ କ୍ଷେତ୍ରରେ ମାଗଣା ଆଇନ  ସେବା ଉପଲବ୍ଧ ହେବ ନାହିଁ

  • ମାନହାନି ସମ୍ବନ୍ଧୀୟ କିମ୍ବା ଦ୍ଵେଷ ବା ଈର୍ଷାମୂଳକ ମକଦ୍ଦମା
  • ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମା
  • କେବଳ ଜୋରିମାନା ଦଣ୍ଡ ବିହିତ ଫୌଜଦାରୀ ମକଦ୍ଦମା
  • ଅର୍ଥନୀତି ଅପରାଧ ସମ୍ବନ୍ଧୀୟ ମକଦ୍ଦମା ଏବଂ  ସାମାଜିକ ଆଇନ ବିରୁଦ୍ଧାଚରଣ କରୁଥିବା ଅପରାଧ, ଯଥା – ପ୍ରୋଟେକସନ୍ ଅଫ ସିଭିଲ ରାଇଟସ ଆକ୍ଟ ୧୯୫୫ ଏବଂ ସପ୍ରେସନ୍ ଅଫ ଇମୋରାଲ ଟ୍ରାଫିକ୍ ଇନ୍ ଅମେନ୍ ଆଣ୍ଡ ଗାର୍ଲସ ଆକ୍ଟ ୧୯୫୬ ଆଇନର ବିରୁଦ୍ଧାଚରଣ କରୁଥିବା ଅପରାଧ, ଯଥା- ପ୍ରୋଟେକସନ ଅଫ ସିଭିଲ ରାଇଟସ ଆକ୍ଟ ୧୯୫୬ ଆଇନର ବିରୁଦ୍ଧାଚରଣ କରୁଥିବା ମକଦ୍ଦମା ।
  • ଯେଉଁ ବ୍ୟକ୍ତି ପ୍ରତିନିଧିତ୍ଵ ସୂତ୍ରରେ ବା ସରକାରୀ ପଦବୀ ବଳରେ ମକଦ୍ଦମା ସହ ଜଡିତ, ବସ ସଂପୃକ୍ତ ମକଦ୍ଦମା ସହ ଯଦି ତାଙ୍କ ବ୍ୟକ୍ତିଗତ ସ୍ଵାର୍ଥର ସମ୍ପର୍କ ନଥିବ, ସେହି କ୍ଷେତ୍ରରେ ତାଙ୍କୁ ଆଇନ ସେବା ପ୍ରାପ୍ତ ହେବ ନାହିଁ ।

ଆଇନ ସେବା ପାଇଁ ଯୋଗ୍ୟ ବ୍ୟକ୍ତି ( ହିତାଧିକାରୀ) କିପରି ଓ କେଉଁଠାରୁ ଏହି ଆଇନ ସେବା ପାଇବେ ?

ଜାତୀୟ ସ୍ତରରୁ ଆରମ୍ଭ ହୋଇ ତାଲୁକ ସ୍ତରଯାଏଁ ଆଇନ ସେବା ପ୍ରାଧିକରଣ / କମିଟିମାନ କାର୍ଯ୍ୟ କରୁଛନ୍ତି ।

ଜାତୀୟ ସ୍ତରରେ: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ ମକଦ୍ଦମା ପାଇଁ: ସୁପ୍ରିମକୋର୍ଟ ଆଇନସେବା କମିଟି ସୁପ୍ରିମକୋର୍ଟ ପରିସରରେ କାର୍ଯ୍ୟରତ ।

ରାଜ୍ୟ ସ୍ତରରେ: ରାଜ୍ୟ ଆଇନ ସେବା ପ୍ରାଧିକରଣ । ଆମ ରାଜ୍ୟର କଟକରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ  ଅବସ୍ଥିତ ।

ହାଇକୋର୍ଟ ମକଦ୍ଦମା ପାଇଁ : ଆମ ଓଡିଶା ହାଇକୋର୍ଟ ପରିସରରେ ହାଇକୋର୍ଟ ଆଇନ ସେବା କମିଟି କାର୍ଯ୍ୟ କରୁଛନ୍ତି ।

ଜିଲ୍ଲା ସ୍ତରରେ: ପ୍ରତି ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କରୁଛନ୍ତି ।

ତାଲୁକ ସ୍ତରରେ : ପ୍ରତି ତାଳୁକରେ ଯେଉଁଠି ଅନ୍ତତଃ ପକ୍ଷେ ଗୋଟିଏ ବିଚାର ବିଭାଗୀୟ କୋର୍ଟ ରହିଛି, ସେଠି ଏକ ତାଲୁକ ସ୍ତରୀୟ ଆଇନ ସେବା କମିଟି କାର୍ଯ୍ୟ କରୁଛନ୍ତି ।

ଆଇନ ସେବା କରୁଥିବା ବ୍ୟକ୍ତି ଯଦି ସେହି ସେବା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ତେବେ ସେ ତାଙ୍କ ନିକଟସ୍ଥ ଆଇନସେବା ପ୍ରାଧିକରଣ ବା କମିଟି ସହ ଏକ ଲିଖିତ ଦରଖାସ୍ତ ମାଧ୍ୟମରେ ( ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ) ଯୋଗାଯୋଗ କରି ତାଙ୍କ ଆଇନଗତ ସମସ୍ୟା ଜଣାଇ ଏହି ମାଗଣା ଆଇନ ସେବା ଲୋଡିପାରିବେ । ଦରଖାସ୍ତ ପାଇଁ କୌଣସି ଶୁଳ୍କ ବା ଖର୍ଚ୍ଚ ଦେବାକୁ ପଡେ ନାହିଁ । ସଂପୃକ୍ତ ପ୍ରାଧିକରଣ / କମିଟିରେ କାର୍ଯ୍ୟରତ ଅଧିକାରୀ ସେହି ଦରଖାସ୍ତକୁ ବିଚାର କରିବେ ଏବଂ ଯଦି ୟୁକ୍ତିଯୁକ୍ତ ବା ନ୍ୟାୟ ସଂଗତ କାରଣ ଥାଏ, ତେବେ ଦରଖାସ୍ତକୁ ମଞ୍ଜୁରି ଦେଇ ଆବଶ୍ୟକୀୟ ଆଇନ ସେବା ଯୋଗାଇବା ବ୍ୟବସ୍ଥା କରିବେ । ଏଠି ଉଲ୍ଲେଖଯୋଗ୍ୟ ଯେ, ପ୍ରତି ଜିଲ୍ଲା ଓ ତାଲୁକ ସ୍ତରରେ ପାରା ଲିଗାଳ ସ୍ଵେଚ୍ଛାସେବୀମାନେ ମଧ୍ୟ ସକ୍ରିୟ ଅଛନ୍ତି । ଆଇନସେବା ଆବଶ୍ୟକତା କରୁଥିବା ବ୍ୟକ୍ତି ଏହି ପାରା ଲିଗାଲ ସ୍ଵେଚ୍ଛାସେବୀଙ୍କ ସହ ମଧ୍ୟ ଯୋଗାଯୋଗ କରି ଆଇନ ସେବା ସମ୍ବନ୍ଧୀୟ ପରାମର୍ଶ ହାସଲ କରିପାରିବେ ।

ପାରାଲିଗାଳ ସ୍ଵେଚ୍ଛାସେବୀଙ୍କ  ବିଷୟରେ ଅଧିକ କିଛି ସୂଚନା :

ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ପାରାଲିଗାଲ ସ୍ଵେଚ୍ଛାସେବୀରୂପେ ନିକଟସ୍ଥ ଆଇନ ସେବା ପ୍ରାଧିକରଣ / କମଟିଙ୍କ ଦ୍ଵାରା ପଞ୍ଜିକୃତ ହୋଇ ସ୍ଵେଚ୍ଛାକୃତ ଭାବେ ଆଇନ ସେବା କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ସଂପୃକ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ତରଫରୁ ତାଙ୍କ ପାଇଁ ଉପୟୁକ୍ତ ତାଲିମ ପ୍ରଦାନପୂର୍ବକ ଏକ ଚିହ୍ନଟ ପତ୍ର ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ସ୍ଵେଚ୍ଛାସେବୀମାନେ ନିଜ ନିଜ ଅଞ୍ଚଳରେ ଲୋକଙ୍କୁ ସେମାନଙ୍କ ସାମ୍ଭିଧାନିକ ଓ ବୈଧିକ ଅଧିକାର, ବର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟାରେ’ ସଚେତନ କରିବେ, ଆଇନ ସେବା ପ୍ରାଧିକରଣ ଓ କମିଟିଙ୍କ ଅବସ୍ଥିତି ଓ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇ ଆଇନ ସେବାର ଗୁରୁତ୍ଵ ଓ ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବେ, ମହିଳା, ଶିଶୁ, ତଫସିଲଭୁକ୍ତ ଜାତି/ ଉପଜାତିର ବ୍ୟକ୍ତି ତଥା ସମାଜର ଅନ୍ୟ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ପାଇଁ ରହିଥିବା ଆଇନ ସେବା ବ୍ୟବସ୍ଥା ବିଷୟରେ ଜନ ସଚେତନତା ସୃଷ୍ଟି କରିବେ ଏବଂ ଆଇନସେବା ହିତାଧିକାରୀ ଓ ଆଇନ ସେବା ପ୍ରାଧିକରଣ / କମିଟିଙ୍କମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବେ । ଏହା ବ୍ୟତିତୀ ଲୋକ ଅଦାଲତର ଉପାଦେୟତା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟକଳାପ ଓ ଉପାଦେୟତା ତଥା ଆପୋଷ ବୁଝାମଣା  ଭିଟଟିରେ ମକଦ୍ଦମାର ଫଏସଲା ବା ଆଇନଗତ ସମସ୍ୟାର ସମାଧାନର ଗୁରୁତ୍ଵ ଏବଂ ଉପଦେୟତା ବିଷୟରେ ଲୋକଙ୍କୁ ଅବଗତ କରାଇବା ମାଧତ୍ୟା ଏହି ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ଅଟେ ।

ସେବା ଆଇନ କ୍ଷେତ୍ରରେ ସମ୍ମୁକ କାର୍ଯ୍ୟାଳୟର ଭୂମିକା:

ଆଇନ ସେବା ଯେପରି ଦକ୍ଷତା ସମ୍ପନ୍ନ ହେବ ଏବଂ ସହଜରେ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ତାଲୁକ ଆଇନ ସେବା କମିଟିରେ ଏକ ସମ୍ମୁଖ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଆଇନ ସେବାକାର୍ଯ୍ୟରେ ସହାୟତା ଯୋଗାଇବା ପାଇଁ ଏହି ସମ୍ମୁକ କାର୍ଯ୍ୟାଳୟରେ ଓକିଲ ( retainer) ଙ୍କୁ ନୁଯୁକ୍ତି ଦିଆଯାଇଛି । ଯେଉଁ ହିତାଧିକାରୀ ବା ଦରଖାସ୍ତକାରୀ ଯେତେବେଳେ ଆଇନ୍ ସେବା ବା ପରାମର୍ଶ ଲୋଡିବେ, ସମ୍ମୁଖ କାର୍ଯ୍ୟାଳୟ ଓକିଲ ତାଙ୍କ ସେହି ସେବା ଯୋଗାଇବାରେ ସାହାଯ୍ୟ କରିବେ, ଯଥା- ଆଇନଗତ ପରାମର୍ଶ ଦେବେ, ନୋଟିସ, ନାଲିସ ଅଥବା ଦରଖାସ୍ତକୁ ଆବଶ୍ୟକସ୍ଥଳେ ଲେଖି ଉପୟୁକ୍ତ ଅଧିକାରୀଙ୍କ ନିକଟକୁ ପଠାଇବାର ବ୍ୟବସ୍ଥା କରିବେ । ଏହି ସମ୍ମୁଖ କାର୍ଯ୍ୟାଳୟରେ ଓକିଲ ଆଇନ ସେବା ହିତାଧିକାରୀ ଓ ଆଇନସେବା ପ୍ରାଧିକରଣ/ କମିଟିଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ । ଏହି କାର୍ଯ୍ୟ ପାଇଁ ଆବେଦନକାରୀଙ୍କ ଠାରୁ ସେ କୌଣସି ଫି ବା ପାରିଶ୍ରମିକ ଦାବି କରିବେ ନାହିଁ ।

ନିଜ ଅଧିକାର ହାସଲ କରିବାପାଇଁ ବା ବିବାଦର ସମାଧାନ ପାଇଁ ମକଦ୍ଦମା ଦାଏର କରିବା ଜରୁରୀ କି?

ସବୁ କ୍ଷେତ୍ରରେ ଏହା ଜରୁରୀ ନୁହେଁ । ମକଦ୍ଦମା ଦାଏର କରିବା ପୂର୍ବରୁ ବା ଦାଏର ହୋଇଥିବା ମକଦ୍ଦମା ବିଚାରାଧିକ ଥିବା ସମୟରେ ମଧ୍ୟସ୍ଥତା କେନ୍ଦ୍ର ( Mediation Centre) ର ସହାୟତା ନିଆଯାଇପାରିବ । ଦକ୍ଷ ତଥା ତାଲିମପ୍ରାପ୍ତ ମଧ୍ୟସ୍ଥି ( Mediator) ଏବଂ ମିଳାମିଶାକାରୀ ( Conciliator) ଙ୍କ ମାଧ୍ୟମରେ ବିବାଦର ଆପୋଷ ସମାଧାନର ପନ୍ଥା ବାହାର କରାଯାଇପାରିବ । ଏଥିପାଇଁ ଆବେଦନକାରୀ ବା ମକଦ୍ଦମା ପକ୍ଷମାନେ ସଂପୃକ୍ତ ଜିଲ୍ଲା ବା ତାଲୁକ ଆଇନ ସେବା ପ୍ରାଧିକରଣ/ କମିଟିଙ୍କ ସହଯୋଗ ଲୋଡିପାରିବେ । ଆପୋଷ ବୁଝାମଣା ସୂତ୍ରରେ ବିବାଦାର ଆଶୁ ସମାଧାନ ଏନୋଙ୍ଗ ମକଦ୍ଦମାର ତୁରନ୍ତ ଫେସଲା ହୋଇପାରିବ ।

ଲୋକ ଅଦାଲତ କ’ଣ

କୋର୍ଟ କଚେରୀରେ ବିଚାରାଧୀନ ହୋଇ ରହିଥିବା ମକଦ୍ଦମାଗୁଡିକର ଆପୋଷ ବୁଝାମଣା ଭିଟଟିରେ ଫେସଲା କରିବା ପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ । ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପଋକ ବିଚାର ପ୍ରକ୍ରିୟାର ଦରକାର ପଡେ ନାହିଁ । ମଧ୍ୟସ୍ଥି ବା ମିଳାମିଶାକାରୀଙ୍କ ସହାୟତାରେ ଆପୋଷ ବୁଝିମଣା ଭିତ୍ତିରେ  ମକଦ୍ଦମାର ଫଏସଲା କରାଯାଏ । ବିଦାଦୀୟ ପକ୍ଷ କୌଣସି ମକଦ୍ଦମାକୁ ଯିବା ପୂର୍ବରୁ ବିବାଦର ଆଶୁ ସମାଧାନ ପାଇଁ ମଧ୍ୟ ଏହି ଲୋକ ଅଦଳତାର ସହାୟତା ଲୋଡିପାରିବେ । ଏଠି ଉଲ୍ଲେଖଯୋଗ୍ୟ ଯେ, ଯଦି ଲୋକ ଅଦାଲତ ମାଧ୍ୟମରେ କୌଣସି ମକଦ୍ଦମାର ଫେସଲା ହୁଏ, ତେବେ ମକଦ୍ଦମାକାରୀ କୋର୍ଟ ଫି ( ମକଦ୍ଦମା ଖର୍ଚ୍ଚ) ବାବଦକୁ ପୈଠ କରିଥିବା ଟଙ୍କାଫେରିପାଇବେ , ଏବଂ ଲୋକ ଅଦାଲତଙ୍କ ନିଷ୍ପତ୍ତି/ ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବ ନାହିଁ । ତାଲୁକ ସ୍ତରରେ ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକ ଅଦାଲତର ଆୟୋଜନ କରାଯାଇହଜାର ହଜାର ମକଦ୍ଦମାର ଫଏସଲା କରାଯାଇ ପାରୁଛି ।

ସ୍ଥାୟୀ ଲୋକ ଅଦାଲତ କ’ଣ

  1. ପ୍ରତ୍ୟେକ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ତ୍ଵାବଧାନରେ ଏବଂ ସଂପୃକ୍ତ ପ୍ରାଧିକରଣଙ୍କ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ଥାୟୀ ତଥା ନିରନ୍ତର ଲୋକ ଅଦାଲତ କାର୍ଯ୍ୟକରୁଛି । ଏହି ଲୋକ ଅଦାଲତ ମାଧ୍ୟମରେ ଆପୋଷ ବୁଝାମଣା ଭିତ୍ତିରେ ମକଦ୍ଦମା ବିବାଦର ସମାଧାନ କରାଯାଏ । ଏହା ବ୍ୟତୀତ, କୌଣସି ବିଚାରାଧୀନ ମକଦ୍ଦମାର ଆପୋଷ ସହମତି ସୂତ୍ରରେ ଫେସଲା ପାଇଁ ମଧ୍ୟ ଏହି ସ୍ଥାୟୀ ଲୋକ ଅଦଳତାର ସହାୟତା ଲୋଡା ଯାଇପାରିବ ।
  2. ଆଇନସେବା ପ୍ରାଧିକରଣ ଅଧିନିୟମର ଧାରା ୨୨- ଖ (22-B) ଅନୁଯାୟୀ ଆମ ରାଜ୍ୟର ୧୩ ଗୋଟି ଅବିଭକ୍ତ ଜିଲ୍ଲାରେ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ଠାରେ ଗୋଟିଏ ଲେଖାଏଁ ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ଆଇନ  ସେବା ପ୍ରାଧିକରଣଙ୍କ  ତରଫରୁ ସୂଚନା ଜାରି କରାଯାଇଛି । ଏହି ସ୍ଥାୟୀଲୋକ ଅଦାଲତ ମାଧ୍ୟମରେ କେତେକ ଜନଉପଯୋଗୀ ସେବା ଯଥା, ପରିବହନ, ଡାକ, ତାର ଟେଲିଫୋନ୍ ବିଜୁଳି, ଜଳଯୋଗାଣ ବିମାସେବା ଇତ୍ୟାଦି ସମ୍ବନ୍ଧୀୟ ବିବାଦର ସମାଧାନ ଆପୋଷ ବୁଝାମଣା ଭିତ୍ତିରେ କରାଯାଇ ପାରିବ ।

ଆଧାର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top