অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା କ୍ଷୁଦ୍ର ଖଣିଜ ଦ୍ରବ୍ୟ ରିହାତି ନିୟମାବଳୀ,୨୦୦୪

ଓଡିଶା କ୍ଷୁଦ୍ର ଖଣିଜ ଦ୍ରବ୍ୟ ରିହାତି ନିୟମାବଳୀ,୨୦୦୪

ଏସ.ଆର.ଓ ନଂ – ୪୨୧/୨୦୦୪, ତା ୩୧.୮.୨୦୦୪ – ଖଣି ଏବଂ  ଖଣିଜ ଦ୍ରବ୍ୟ (ଉନ୍ନୟନ ଏବଂ ନିୟମିତକରଣ) ଆଇନ,୧୯୫୯ (୬୭/୧୯୫୭) ର ଦଫା  ୧୫ର ଉପ-ଦଫା (୧) ଦ୍ଵାରା  ଗୃହିତ କ୍ଷମତାର ପରିଚାଳନାରେ, କ୍ଷୁଦ୍ର ଖଣିଜ ପଦାର୍ଥ ସମ୍ବନ୍ଧରେ ଖଣିଜ ଦ୍ରବ୍ୟ ରିହାତି ମଞ୍ଜୁରୀକୁ ନିୟନ୍ତ୍ରଣ କାଇବା ଏବଂ ସେଥିସହ ସମ୍ପୃକ୍ତ ବିଷୟ ଉଦ୍ଦେଶ୍ୟରେ, ରାଜ୍ୟସରକାର ଏତତଦ୍ଵାରା, ନିମ୍ନଲିଖିତ ନିୟମାବଳୀ ପ୍ରଣୟନ କରୁଛନ୍ତି ।

ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ

ଏହି ନିୟମାବଳୀକୁ, ଓଡିଶା କ୍ଷୁଦ୍ର ଖଣିଜ ପଦାର୍ଥ ରିହାତି ନିୟମାବଳୀ,୨୦୦୪ ବୋଲି କୁହାଯାଏ  । ସେଗୁଡିକ, ଓଡିଶା ଗେଜେଟରେ ସେଗୁଡିକର ପ୍ରକାଶନ ତାରିଖରୁ ବଳବତ୍ତର ହେବ ।

ସଂଜ୍ଞା

ଏହି ନିୟମାବଳୀରେ, ଯଦି ସୂଚୀ କିମ୍ବା ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନକରେ ।

  • “ ଆଇନ” ଅର୍ଥ ଖଣି  ଏବଂ ଖଣିଜ ଦ୍ରବ୍ୟ ଉନ୍ନୟନ ଏବଂ ନିୟମିତକରଣ ଆଇନ,୧୯୫୯;
  • “ନିଲାମ” ଅର୍ଥ, ଦକ୍ଷ ଅଧିକାରୀଙ୍କ ଦ୍ଵାରା  ଧାର୍ଯ୍ୟ ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ ଉଚ୍ଚତମ ଡକାଳୀ ସପକ୍ଷରେ, କୌଣସି ଅଞ୍ଚଳର କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ସକୁ ନିଲାମରେ ବିକ୍ରି କରିବା ସହିତ, ଏହି ନିୟମାବଳୀ ଅନୁଯାୟୀ  ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ ସର୍ତ୍ତାବଳୀ ଅନୁଯାୟୀ, କ୍ଷୁଦ୍ର ଖଣିଜ ଦ୍ରବ୍ୟର କୌଣସି ଧାର୍ଯ୍ୟ ପରିମାଣକୁ ନିଲାମରେ ବିକ୍ରି କରିବା ।
  • “କ୍ଷମତାୟୀତ ଉଚ୍ଚକର୍ମଚାରୀ“ ଅର୍ଥ, ଖଣି ନିର୍ଦ୍ଦେଶକ କିମ୍ବା ଖଣି ନିର୍ଦ୍ଦେଶାଳୟ କୌଣସି ଉଚ୍ଚକର୍ମଚାରୀ ଯେକି, ଏହି ଉଦ୍ଦେଶ୍ୟ  ନିମନ୍ତେ, ଲିଖିତଭାବେ ସରକାରଙ୍କ ଦ୍ଵାରା କ୍ଷମତାୟୀତ ହୋଇଥାଆନ୍ତି
  • “କଲେକ୍ଟର“ ଅର୍ଥ କୌଣସି ଜିଲ୍ଲାର ରାଜସ୍ୱ ପ୍ରଶାସନ ଦାୟିତ୍ଵରେ ଥିବା ମୁଖ୍ୟ ଉଚ୍ଚକର୍ମଚାରୀ କିମ୍ବା ଅଧିକାରୀ, ଏବଂ ଏହା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ ।
  • “ଦକ୍ଷ ଅଧିକାରୀ“ ଅର୍ଥ,ସ୍ତମ୍ଭ (୨) ଏବଂ (୧) ରେ, ଯଥାକ୍ରମେ ସେମାନଙ୍କର ମଧ୍ୟରୁ ପ୍ରତ୍ୟେକଙ୍କ ବିରୁଦ୍ଧରେ ଧାର୍ଯ୍ୟ ଉଦ୍ଦେଶ୍ୟ ଏବଂ କର୍ତ୍ତୃତ୍ଵ ନିମନ୍ତେ, ସୂଚୀ -୪ ର ସ୍ତମ୍ଭ (୩) ଏବଂ (୪) ରେ ଉଲ୍ଲିଖିତ, ସରକାରଙ୍କ ସମ୍ପୃକ୍ତ ବିଭାଗର ଉଚ୍ଚକର୍ମଚାରୀମାନେ।
  • “ନିୟନ୍ତ୍ରଣକାରୀ- ଅଧିକାରୀ“ ଅର୍ଥ ସେଥିର ସ୍ତମ୍ଭ (୧) ରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ବିରୁଦ୍ଧରେ ଧାର୍ଯ୍ୟ ଉଦ୍ଦେଶ୍ୟ, ଏବଂ କର୍ତ୍ତୃତ୍ଵ ନିମନ୍ତେ, ସୂଚୀ-୩ର ସ୍ତମ୍ଭ (୨) ରେ ଉଲ୍ଲେଖିତ , ଉଚ୍ଚକର୍ମଚାରୀମାନେ ।
  • “ନିର୍ଦ୍ଦେଶକ”  ଅର୍ଥ, ଖଣିର ନିର୍ଦ୍ଦେଶକ, ଓଡିଶା,
  • “ଡେପୁଟି ନିର୍ଦ୍ଦେଶକ“ ଅର୍ଥ, ଖଣିର ଡେପୁଟି ଡାଇରେକ୍ଟର କିମ୍ବା ନିର୍ଦ୍ଦେଶକ ଓଡିଶା ।
  • “ସଜାଇବା କିମ୍ବା ସାଜ୍ଜସଜା ପଥର” ଅର୍ଥ, ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ରେ ସଂଜ୍ଞାୟୀତ ସମସ୍ତ ପ୍ରକାର ଗ୍ରାନାଇଟ ଏବଂ ଅନ୍ୟ କୌଣସି ପଥର, ଯାହାକି ସାଜସଜା, ଶିଳ୍ପନୈତିକ କିମ୍ବା ରପ୍ତାନି ଉଦ୍ଦେଶ୍ୟ ନିମନ୍ତେ ଉପଯୁକ୍ତ ଅଟେ, ସହିତ ପରିବର୍ଦ୍ଧନୀୟ ପଥର
  • “ଫର୍ମ” ଅର୍ଥ ଏହି ନିୟମାବଳୀ ପ୍ରତି ସଂଯୁକ୍ତ ଫର୍ମ
  • “ସରକାର“ ଅର୍ଥ ଓଡିଶା ସରକାର
  • “ଗ୍ରାନାଇଟ“ ଅର୍ଥ “ଡୋଲେରାଇଟ“  ଗ୍ରାନାଇଟ ନେସେସ, ମିଗମାଟାଇଟିସ ପ୍ରାବ୍ରୋସ, ଅନୋର୍ଥୋସାଇଡ, ଏବଂ’ରାଈଓଲାଇଟିସ, ସାଇନାଇ “ଲେପଟିନାଇଏନଆଇଏସ, ଚାରନୋକାଇଟିସ‘ ଏବଂ ଅନ୍ୟ ‘ଇଗନିୟସ, ଏବଂ ଅଳର୍ଥାମେଟାମୋରଫିକ“ ପଥର, ଯେଉଁଗୁଡିକ
    1. ପରିବର୍ଦ୍ଧନୀୟ ପଥର ଭାବେ ଉଦ୍ଧାର କରାଯାଇପରେ।
    2. ପଲିସ ଗ୍ରହଣ କରିବା ନିମନ୍ତେ ସକ୍ଷମ ଏବଂ
    3. ବାଣିଜିକଭାବେ ବ୍ୟବହାରନୀୟ ଅଟେ ।
  • “ଗ୍ରାମ ପଞ୍ଚାୟତ“ ଅର୍ଥ, ଗ୍ରାମ ଶାସନର କାର୍ଯ୍ୟ ନିର୍ବାହୀ ସମିତି, ଯାହାକି ଓଡିଶା ଗ୍ରାମପଞ୍ଚାୟତ ଆଇନ,୧୯୬୪ ର ଦଫା  ୭ ଅନୁଯାୟୀ ସ୍ଥାପିତ।
  • “ଯୁଗ୍ମ ନିର୍ଦ୍ଦେଶକ“ ଅର୍ଥ ଖଣିର ଯୁଗ୍ମ ନିର୍ଦ୍ଦେଶକ, ଓଡିଶା
  • “ଖଣି ପଟ୍ଟା“ ଅର୍ଥ, କୌଣସି ସନ୍ନିଦ୍ଧେ ସାଜସଜା ପଥର ବାହାର କରିବା କିମ୍ବା ଅପସାରଣ କରିବା ନିମନ୍ତେ ,୩୦ ବର୍ଷରୁ  (ଉର୍ଦ୍ଧ୍ଵ ନୁହେଁ) ସମୟ ନିମନ୍ତେ, ରୟତି ଭିତ୍ତିରେ ମଞ୍ଜୁର କରାଯାଉଥିବା, କୌଣସି ପଟ୍ଟା
  • “ଖଣି ନକ୍ସା“ ଅର୍ଥ, ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ, ୧୯୯୯ ଅନୁଯାୟୀ ପ୍ରସ୍ତୁତ କୌଣସି ଖଣି ନକ୍ସା।
  • “ନିରୀକ୍ଷଣ କିମ୍ବା ଅନୁସନ୍ଧାନ ଅନୁମତି ପତ୍ର“ ଅର୍ଥ , କୌଣସି ସନ୍ନିବଦ୍ଧ ଅଞ୍ଚଳ ଉପରେ ସଜାସଜ ପଥରର ଜମା କିମ୍ବା ଗଚ୍ଛିତ ପରମାଣକୁ ଆବିଷ୍କାର କରିବା, ନିରୂପଣ କରିବା କିମ୍ବା ପ୍ରମନାୟତ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ, ମଞ୍ଜୁର କରାଯାଉଥିବା ଅନୁମତି ପତ୍ର;
  • “କ୍ଵାରୀ ପଟ୍ଟା“ ଅର୍ଥ, କୌଣସି ସନ୍ନିବଦ୍ଧ ଅଞ୍ଚଳ ଉପରେ, ସାଜସଜା ପଥର ବ୍ୟତୀତ, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ତୋଳନ, ସଂଗ୍ରହ କିମ୍ବା ଅପସାରଣ ନିମନ୍ତେ ରୟତି ଭିତ୍ତିରେ ମଞ୍ଜୁର କରାଯାଉଥିବା କୌଣସି ପଟ୍ଟା;
  • “କ୍ଵାରୀ ପରମିଟ” ଅର୍ଥ, ସାଜସଜା ପଥର ବ୍ୟତୀତ, କ୍ଷୁଦ୍ର ଖଣିଜ ଦ୍ରବ୍ୟର କୌଣସି ଧାର୍ଯ୍ୟ ପରିମାଣର ଉତ୍ତୋଳନ, ସଂଗ୍ରହ କିମ୍ବା ଅପସାରଣ ନିମନ୍ତେ ଏକବର୍ଷରୁ (ଉର୍ଦ୍ଧ୍ଵ ନୁହେଁ) ସମୟ ନିମନ୍ତେ ମଞ୍ଜୁର କରାଯାଉଥିବା ପରମିଟ, ଯାହାକି ଏକ ହଜାର କ୍ୟୁବିକ ମିଟର ଠାରୁ ଅଧିକ ହେବ ନାହିଁ  ।
  • “କ୍ଵାରୀ କାର୍ଯ୍ୟ‘ ଅର୍ଥ, କ୍ଷୁଦ୍ର ଖଣିଜ ପଦାର୍ଥ ସହିତ ସାଜସଜ୍ଜା ପଥର ଲାଭ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଥିବା କୌଣସି କାର୍ଯ୍ୟ ଏବଂ ଏହା ଯନ୍ତ୍ରପାଟିର ସ୍ତାପନ, ଟ୍ରାମ ରାସ୍ତା ପ୍ରସ୍ତୁତ କରିବା ରାସ୍ତା ନିର୍ମାଣ ଏବଂ ଖଣି –ନକ୍ସା ପ୍ରସ୍ତୁତି ଉଦ୍ଦେଶ୍ୟରେ ଅନ୍ୟ ପ୍ରାଥମିକ କାର୍ଯ୍ୟକୁ ମଧ୍ୟ ଅନ୍ତର୍ଭୁକ୍ତ କରେ   ।
  • “ପରବିତ କିମ୍ବା ସ୍ଵୀକୃତ ବ୍ୟକ୍ତି“ ଅର୍ଥ ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ, ୧୯୯୯ ଅନୁଯାୟୀ, କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଚିହ୍ନଟ, ମଞ୍ଜୁର କରାଯାଇଥିବା କୌଣସି ଯୋଗ୍ୟ ବ୍ୟକ୍ତି ଏବଂ ଏହି ନିୟମାବଳୀ ଅନୁଯାୟୀ, ଖଣି ନକ୍ସାର ପ୍ରସ୍ତୁତ କରଣ ନିମନ୍ତେ  ।
  • “ସବ- କଲେକ୍ଟର“ ଅର୍ଥ, କୌଣସି ଉପ-ଖଣ୍ଡର ରାଜସ୍ୱ ଦାୟିତ୍ଵରେ ଥିବା ଅଧିକାରୀ
  • “ସୂଚୀ“ ଅର୍ଥ ଏହି ନିୟମାବଳୀ ସହିତ ସଂଯୁକ୍ତ କୌଣସି ସୂଚୀ
  • “ଅନୁସୂଚିତ ଅଞ୍ଚଳ“ ଅର୍ଥ, ଭାରତୀୟ ସମ୍ବିଧାନର ଅଣୁଚ୍ଛେଦର  ୨୪୪ ଧାରା (୧) ରେ ଉଲ୍ଲେଖିତ ଅନୁସୂଚିତ ଅଞ୍ଚଳ; ଏବଂ
  • “ତହସିଲଦାର“ ଅର୍ଥ, ଏପରିଭାବେ ସରକାରଙ୍କ ଦ୍ଵାରା ନିଯୁକ୍ତ କୌଣସି ଉଚ୍ଚକର୍ମଚାରୀ ଏବଂ ଏହା କୌଣସି ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
  • ଏଥିରେ ବ୍ୟବହୃତ ଶବ୍ଦାବଳୀ ଏବଂ ଭିତ୍ତି ଯାହାକି ଏହି ନିୟମାବଳୀରେ ସଂଜ୍ଞାୟୀତ ହୋଇନାହିଁ  ସେଗୁଡିକ ସେହି ଅର୍ଥ ରହିବ ଯେପରି ସେଗୁଡିକ ଯଥାକ୍ରମେ ଏହି ଆଇନ, ଖଣିଜ ଦ୍ରବ୍ୟ ରିହାତି ନିୟମାବଳୀ,୧୯୬୦ ଏବଂ ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ, ୧୯୯୯ରେ ନ୍ୟସ୍ତି କରାଯାଇଛି ।

ଅନ୍ଵେଷଣ/ଖଣିକାର୍ଯ୍ୟ /କ୍ଵାରୀ କାର୍ଯ୍ୟ ଉପରେ କଟକଣା

କୌଣସି ଅନ୍ଵେଷଣ ଅନୁମତି କିମ୍ବା କ୍ଵାରୀ /ଖଣି ପଟ୍ଟା କିମ୍ବ ଉତ୍ସର ନିଲାମ କିମ୍ବା କ୍ଵାରୀ ପରସିଟ ବ୍ୟତୀତ, କୌଣସି ବ୍ୟକ୍ତି, କ୍ଷୁଦ୍ର ଖଣିଜଦ୍ରବ୍ୟ ନିମନ୍ତେ କୌଣସି ଅଞ୍ଚଳରେ କୌଣସି ଅନ୍ଵେଷଣ କିମ୍ବା ଖଣି କାର୍ଯ୍ୟ କିମ୍ବା କ୍ଵାରୀ କାର୍ଯ୍ୟ ଗ୍ରହଣ କରିପାରିବେ ନାହିଁ, ଯାହାକି ଏହି ନିୟମାବଳୀ ଅନୁଯାୟୀ ମଞ୍ଜୁର କରାଯାଏ  ।

ଉଲ୍ଲେଖଥାଉଯେ, ସାଧାରଣ କୃଷି କାର୍ଯ୍ୟ ନିମନ୍ତେ କିମ୍ବା ଅନ୍ୟ ପ୍ରକୃତ ଘରୋଇ ବ୍ୟବହାର ନିମନ୍ତେ, ତାର ନିଜ ଜମିରୁ କୌଣସି ବ୍ୟକ୍ତି ଦ୍ଵାରା କ୍ଷୁଦ୍ର ଖଣିଜପଦାର୍ଥର ଉତ୍ତୋଳନ, ସଂଗ୍ରହ କିମ୍ବା ଅପସାରଣକୁ, କ୍ଵାରୀ କାର୍ଯ୍ୟଭାବେ ବ୍ୟାଖ୍ୟା କରାଯିବ ନାହିଁ;

ଆହୁରି ଉଲ୍ଲେଖଥାଉଯେ, ଏପରି ପ୍ରାରମ୍ଭ ସମୟରେ ବଳବତ୍ତର ଥିବା ଏବଂ ଏହି ନିୟମାବଳୀର ପ୍ରାରମ୍ଭ ପୂର୍ବରୁ , କୌଣସି କ୍ଵାରୀ- ପଟ୍ଟା କିମ୍ବା କ୍ଵାରୀ- ପରମିଟ କିମ୍ବା ନିଲାମ ବିକ୍ରିର ସର୍ତ୍ତାବଳୀ ଅନୁଯାୟୀ, କୌଣସି  ଅଞ୍ଚଳରେ ଗ୍ରହଣ କରାଯାଇଥିବା କୌଣସି କ୍ଵାରୀ- କାର୍ଯ୍ୟକୁ, ଏହି ଉପ- ନିୟମର କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ ।

  • କୌଣସି ବ୍ୟକ୍ତି, ଏହି ନିୟମାବଳୀ ସହ ସମନ୍ଵୟ ବ୍ୟତୀତ, ବିକ୍ରି କରିବା କିମ୍ବା ବ୍ୟବସାୟ କରିବା ଉଦ୍ଦେଶ୍ୟରେ କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ପରିବହନ କରିବେ ନାହିଁ  କିମ୍ବା ଗଚ୍ଛିତ ରଖିବେ ନାହିଁ କିମ୍ବା ପରିବହନ କରାଇବେ ନାହିଁ କିମ୍ବା ଗଚ୍ଛିତ ରଖିବେ ନାହିଁ  ।
  • ଖଣିଜ ଦ୍ରବ୍ୟର ଉନ୍ନୟନ, ପ୍ରାକୃତିକ ବାତାବରଣର ସଂରକ୍ଷଣ, ପ୍ରଦୂଷଣର ନିରୋଧ ଦ୍ରୁଷ୍ଟିରୁ କିମ୍ବା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ କିମ୍ବା ଗମନାଗମନ ପ୍ରତି ବିପଦକୁ ପ୍ରତ୍ୟାଖ୍ୟାନ କରିବା ଦ୍ରୁଷ୍ଟିରୁ, କିମ୍ବା ଅଟ୍ଟାଳିକା, ସ୍ମୃତି ସ୍ତମ୍ଭ କିମ୍ବା ଅନ୍ୟାନ୍ୟ ନିର୍ମାଣର ନିରାପତ୍ତାକୁ ନିଶ୍ଚିତ କରିବା ନିମନ୍ତେ କିମ୍ବା ଏପରି କୌଣସି ଉଦ୍ଦେଶ୍ୟ ନିମନ୍ତେ, ଦକ୍ଷା /ନିୟନ୍ତ୍ରଣକାରୀ ଅଧିକାରୀ, କୌଣସି , କ୍ଷୁଦ୍ର ଖଣିଜ ଦ୍ରବ୍ୟ ସମ୍ବନ୍ଧରେ, କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/କ୍ଵାରୀ ପଟ୍ଟାକୁ ସମୟ କିମ୍ବା ଅବଧିର ସମାପ୍ତ ପୂର୍ବରୁ , ଆଦେଶ ଦ୍ଵାରା ସମାପ୍ତ କିମ୍ବା ବନ୍ଦ କରିପାରନ୍ତି ଏବଂ ଏପରି କରିବା ପୂର୍ବରୁ ସେ , ଏପରି ଅନୁମତିପତ୍ରଧାରୀ କିମ୍ବା ପଟ୍ଟାଧାରୀଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରିବେ ।

ଉଲ୍ଲେଖଥାଉ ଯେ, ଉପ-ନିର୍ଦ୍ଦେଶକ, ଖଣି/ଖଣି ଅଧିକାରୀ  /ତହସିଲଦାର/ଡିଭିଜନାଲ ବନ ଅଧିକାରୀ, ଯେଉଁମାନଙ୍କର ଏପରି ଅଞ୍ଚଳ ଉପରେ କର୍ତ୍ତୃତ୍ଵ ଅଛି, କୌଣସି ଜରୁରୀ ପରିସ୍ଥିତିରେ କିମ୍ବା କୌଣସି ଅପୂରଣୀୟ କ୍ଷତି କ୍ଷେତ୍ରରେ, ଖଣିଜ ଦ୍ରବ୍ୟର ଉନ୍ନତି, ପ୍ରାକୃତିକ ବାତାବରଣର ସଂରକ୍ଷଣ, ପ୍ରଦୂଷଣ ନିରୋଧ କିମ୍ବା ସର୍ବସାଧାରଣ ସ୍ୱାସ୍ଥ୍ୟ କିମ୍ବା ଗମନାଗମନ ପ୍ରତି ବିପଦକୁ ପରିହାର କରିବା କିମ୍ବା ଅତାଳିକା, ସ୍ମୃତି ସ୍ତମ୍ଭ କିମ୍ବା ଅନ୍ୟାନ୍ୟ ନିର୍ମାଣର ସୁରକ୍ଷା କିମ୍ବା ନିରାପତ୍ତା କିମ୍ବା ଏପରି ଅନ୍ୟ ଉଦ୍ଦେଶ୍ୟ  ନିମନ୍ତେ ଯେପରି ଆବଶ୍ୟକ,  ଉଚିତ ଆଦେଶ ପ୍ରଦାନ କରିବେ ।

ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/ କ୍ଵାରୀ ପଟ୍ଟାର ମଞ୍ଜୁରୀ କିମ୍ବା ଏହାର ନବୀକରଣ ଉପରେ କଟକଣା

  • ଏହି ନିୟମାବଳୀରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ ସମୟାନୁକ୍ରମେ ଧାର୍ଯ୍ୟ ଏପରି ସର୍ତ୍ତାବଳୀ ବ୍ୟତୀତ, ସରକାର, ଆଦେଶ ଦ୍ଵାରା ଘୋଷଣା କରିପାରନ୍ତି ଯେ  କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/କ୍ଵାରୀ ପଟ୍ଟା  କିମ୍ବା ତାର ନବୀକରଣ କିମ୍ବା କୌଣସି କ୍ଵାରୀ ପରମିଟ କିମ୍ବା ଉତ୍ସର ନିଲାମ କୌଣସି ଅଞ୍ଚଳରେ କିମ୍ବା କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ସମ୍ବନ୍ଧରେ ମଞ୍ଜୁର କରାଯିବ ନାହିଁ  ।
  • ସରକାରଙ୍କ ପୂର୍ବନୁମୋଦନ ବିନା, ଭାରତୀୟ ନାଗରିକ ବ୍ୟତୀତ, କୌଣସି ବ୍ୟକ୍ତିଙ୍କୁ, କୋଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି / କ୍ଵାରୀ ପରମିଟ ମଞ୍ଜୁର କରାଯିବ ନାହିଁ କିମ୍ବା କୌଣସି ଅଞ୍ଚଳ ସମ୍ବନ୍ଧରେ, ଯାହାକି ଗ୍ରାମର ରକ୍ଷିତ କିମ୍ବା ସର୍ବସାଧାରଣ ଖାତାରେ ଅନ୍ତର୍ଭୁକ୍ତ କିମ୍ବା କୌଣସି ଅଞ୍ଚଳ , ଯାହାକି ସଂପ୍ରସାରଣ ଉଦ୍ଦେଶ୍ୟରେ ସଂରକ୍ଷିତ ଥାଏ  ।
  • ଐତିହାସିକ, ସଂସ୍କୃତିକ ଏବଂ ବୈଜ୍ଞାନିକ ସମ୍ବନ୍ଧୀୟ ଗୁରୁତ୍ଵ ଅନ୍ତର୍ଭୁକ୍ତ କରୁଥିବା ଅଞ୍ଚଳ ଉପରେ କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି /କ୍ଵାରୀ ପଟ୍ଟା କିମ୍ବା କ୍ଵାରୀ ପରମିଟ କିମ୍ବା ଉତ୍ସର ନିଲାମ, ମଞ୍ଜୁର କରାଯିବ ନାହିଁ  ।
  • କୌଣସି ଖଣି ପଟ୍ଟା ମଞ୍ଜୁର କରାଯିବ ନାହିଁ,  ଏହି ଏହା ପରିପାଳନ କରାନଯାଏ, ଯେ:-
    1. ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ଅଛି ଯେ, ଯେଉଁ ଅଞ୍ଚଳ ନିମନ୍ତେ ପଟ୍ଟା ଆବେଦନ କରାଯାଇଛି ତାହା ସାଜସଜ୍ଜା ପଥର ନିମନ୍ତେ ପୂର୍ବରୁ ଅନ୍ଵେଷଣ ପଦ୍ଧତି ବ୍ୟତୀତ, ସେଠାରେ ସାଜସଜ୍ଜା ପଥରର ସ୍ଥିତି ଅନ୍ୟାଥ ପ୍ରମାଣିତ କରାଯାଇଛି;ଏବଂ
    2. କୌଣସି କ୍ଷମତାୟୀତ ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଅନୁମୋଦିତ ଏକ ଖଣି-ନକ୍ସା ଅଛି ।
  • ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସୁପାରିସ ବିନା, ଅନୁସୂଚିତ ଅଞ୍ଚଳରେ କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/କ୍ଵାରୀ ପଟ୍ଟା କିମ୍ବା ନବୀକରଣ କିମ୍ବା ଉତ୍ସର ନିଲାମ ମଞ୍ଜୁର କରାଯିବ ନାହିଁ ।
  • ବନ (ସଂରକ୍ଷଣ) ଆଇନ,୧୯୮୦ ଅନୁଯାୟୀ ଯେପରି ଆବଶ୍ୟକ ଭାରତ ସରକାରଙ୍କ ପୂର୍ବ ଅନୁମୋଦନ ବିନା, କୌଣସି ବନଭୂମି କିମ୍ବା ଅଞ୍ଚଳରେ କୌଣସି ଅନୁଆମତିପତ୍ର କିମ୍ବା ଖଣି/ କ୍ଵାରୀ ପଟ୍ଟା କିମ୍ବା କ୍ଵାରୀ ପରମିଟ ଉତ୍ସର ନିଲାମ ମଞ୍ଜୁର କରାଯିବ ନାହିଁ  ।
  • କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଠାରୁ ପଚାଶ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ, ମାଟି- ଇଟା କିମ୍ବା ଟାଇଲ କିମ୍ବା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ମାଟିପିଣ୍ଡର ପ୍ରସ୍ତୁତିକରଣ ନିମନ୍ତେ, କୌଣସି କ୍ଵାରୀ ପଟ୍ଟା କିମ୍ବା କ୍ଵାରୀ- ପରମିଟ କିମ୍ବା ଉତ୍ସର ନିଲାମ ମଞ୍ଜୁର କରାଯିବ ନାହିଁ, ଯଦି ଏ ସମ୍ବନ୍ଧୀୟ ଏକ ପ୍ରତିଶ୍ରୁତି ଦାଖଲ କରାନଯାଏ ଯେ ଖୁବ କମରେ ପଚାଶ ପ୍ରତିଶତ ପାଉଁଶ ( ଉତକ୍ଷିପ୍ତ ପାଉଁଶ, ମୂଳ- ପାଉଁଶ କିମ୍ବା ପିଣ୍ଡ ପାଉଁଶ ) କୁ ଓଜନରୁ ଓଜନ ଭିତ୍ତିରେ, ଇଟା – ମାଟି ସହିତ ବ୍ୟବହାର କରାଯିବ ।
  • କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି /କ୍ଵାରୀ ପଟ୍ଟା କିମ୍ବା କ୍ଵାରୀ ପରମିଟ କିମ୍ବା ଏହାର ନବୀକରଣ କିମ୍ବା ଉତ୍ସର ନିଲାମ, ଏପରି କୌଣସି ବ୍ୟକ୍ତିକୁ ମଞ୍ଜୁର କରାଯିବ ନାହିଁ, ଯେକି ଏହି ଆଇନ ତଥା ସେଥି ସହ ସମ୍ପୃକ୍ତ ନିୟମାବଳୀ ଅନୁଯାଯାଇ ସରକାରୀ ପ୍ରାପ୍ୟ ପ୍ରଦାନରେ ଖିଲାପକାରୀ ଅଟନ୍ତି ଯଦି ଏପରି ପ୍ରାପ୍ୟର ଉଧାର କିମ୍ବା ଆଦାୟ, କୌଣସି ନ୍ୟାୟଳୟ କିମ୍ବା ଅଧିକାରୀଙ୍କ ଦ୍ଵାରା ସ୍ଥଗିତ ରଖାଯାଇଥାଏ, ଯାହାଙ୍କ ସମ୍ମୁଖରେ, ଏହି ନିୟମାବଳୀର, ନିୟମ ୬୪ର ଉପ- ନିୟମ (୧) ଅନୁଯାୟୀ କୋଣସି ଅପିଲ ସ୍ଥଗିତ ଥାଏ ।
  • ସେହି ଅଞ୍ଚଳ ମଧ୍ୟରେ କୌଣସି ରାସ୍ତା ପଥର ସହିତ ସାଧାରଣ ପଥର ଖଣ୍ଡ ନିମନ୍ତେ, କୌଣସି କ୍ଵାରୀ, ପଟ୍ଟା /ପରମିଟ ମଞ୍ଜୁର କରାଯିବ ନାହିଁ, ଯେଉଁଥି ନିମନ୍ତେ କୌଣସି ଅନୁମତି ପତ୍ର କିମ୍ବା ପଟ୍ଟା, ସାଜସଜା ପଥର ନିମନ୍ତେ ମଞ୍ଜୁର କରାଯାଇଛି ।

ସର୍ବୋଚ୍ଚ ଅଞ୍ଚଳ, ଯେଉଁଥି ନିମନ୍ତେ, କୌଣସି ଅନ୍ଵେଷଣ ଅନୁମତିପତ୍ର ଖଣି/କ୍ଵାରୀ ପଟ୍ଟା ମଞ୍ଜୁର

  • କୌଣସି ବ୍ୟକ୍ତି ନିଜେ କିମ୍ବା ଯୁଗ୍ମ ସ୍ଵାର୍ଥ ଥିବା କୌଣସି ବ୍ୟକ୍ତି ସହିତ ଧାରଣ କରିବେ ନାହିଁ ।
    1. ସାଜସଜ୍ଜା ପଥର ନିମନ୍ତେ ପାଞ୍ଚ ଶହ ହେକ୍ଟରରୁ ଅଧିକ ଅଞ୍ଚଳ ଆବୃତ୍ତ କରୁଥିବା ସ୍ଥାନ ନିମନ୍ତେ ଗୋଟିଏ କିମ୍ବା ଅଧିକ ଅନ୍ଵେଷଣ ଅନୁମତି ପତ୍ର ।
    2. ଉଲ୍ଲେଖଥାଉଯେ, କେବଳ ମାତ୍ର ଗୋଟିଏ ଅନ୍ଵେଷଣ ଅନୁମତିପତ୍ର ଅଧୀନରେ ମଞ୍ଜୁରୀ କରାଯାଇଥିବା ଅଞ୍ଚଳ ଏକ ଶହ ହେକ୍ଟରରୁ ଅଧିକ ହେବ ନାହିଁ ।

    3. ଏକଶହ ପଚାଶ ହେକ୍ଟରଠାରୁ ଅଧିକ ଅଞ୍ଚଳ ଆବୃତ୍ତ କରୁଥିବା ସାଜସଜା ପଥର ଅଞ୍ଚଳ ନିମନ୍ତେ ଗୋଟିଏ କିମ୍ବା ଅଧିକ ଖଣିପଟ୍ଟା ।

    ଉଲ୍ଲେଖଥାଉଯେ, କେବଳ ଗୋଟିଏ ଖଣି ପଟ୍ଟା ଅଧୀନରେ ମଞ୍ଜୁର କରାଯାଇଥିବା ଖଣିପଟ୍ଟା, ପଚାଶ ହେକ୍ଟରରୁ ଅଧିକ ହେବ ନାହିଁ ।

  • କ୍ଷୁଦ୍ର ଖଣିଜ ଦ୍ରବ୍ୟ ସମ୍ବନ୍ଧରେ ଏକ ଶହ ହେକ୍ଟର ଅଞ୍ଚଳ ଆବୃତ୍ତ କରୁଥିବା କୌଣସି ସ୍ଥାନ ନିମନ୍ତେ, ଗୋଟିଏ କିମ୍ବା ଅଧିକ କ୍ଵାରୀ- ପଟ୍ଟା  ।
  • ଉଲ୍ଲେଖଥାଉଯେ, ଗୋଟିଏ କ୍ଵାରୀ –ପଟ୍ଟା ନିମନ୍ତେ ମଞ୍ଜୁର କରାଯାଉଥିବା ଅଞ୍ଚଳ କୋଡିଏ ହେକ୍ଟରରୁ ଅଧିକ ହେବ ନାହିଁ  ।

  • ଏହି ନିୟମ ଉଦ୍ଦେଶ୍ୟରେ, କୌଣସି ବ୍ୟକ୍ତି, ଅନ୍ୟ କୌଣସି ବ୍ୟକ୍ତି ନାଁରେ ଧାରଣ କରିଥିବା  (କୌଣସି ଅନ୍ଵେଷଣ  ଅନୁମତିପତ୍ର ଖଣି ପଟ୍ଟା), ଯାହାକି ତା ନିମନ୍ତେ ଉଦ୍ଧିଷ୍ଟ, ସେପରି ସ୍ଥଳେ ତାହା ସେ ନିଜ ପାଇଁ ଗ୍ରହଣ କରିଛି ବୋଲି ଧରାଯିବ  ।
  • ଉପ- ନିୟମ (୧) ରେ ଉଲ୍ଲେଖିତ ସମୁଦାଯ ଅଞ୍ଚଳ ସ୍ଥିର କରିବା ଉଦ୍ଦେଶ୍ୟରେ, କୌଣସି ସମବାଯ ସମିତି, କମ୍ପାନୀ କିମ୍ବା ଅନ୍ୟ ନିଗମ କିମ୍ବା କୌଣସି ହିନ୍ଦୁ ଅଭିଭକ୍ତ ପରିବାର କୌଣସି ପ୍ରତିଷ୍ଠାନର ଜେନ ଅଂଶୀଦାର ଭାବେ କିମ୍ବା ସଦସ୍ୟ ଭାବେ କୌଣସି ବ୍ୟକ୍ତି ଦ୍ଵାରା ଧାରିତ କୌଣସି ଅନ୍ଵେଷଣ ଅନୁମତି ପତ୍ର କିମ୍ବା ଖଣି ପଟ୍ଟାର ଅଞ୍ଚଳକୁ , ଉପ- ନିୟମ  (୧) ରେ ଉଲ୍ଲେଖିତ ଅଞ୍ଚଳରୁ ହ୍ରାସକରଣ କରାଯିବ  ଯାହା ଫଳରେ କୌଣସି ଅନ୍ଵେଷଣ  ଅନୁମତି ପତ୍ର କିମ୍ବା ଖଣି ପଟ୍ଟା ଅଧୀନରେ ଏପରି ବ୍ୟକ୍ତିଦ୍ଵାରା ଧାରିତ ସମୁଦାୟ ଅଞ୍ଚଳ, କୌଣସି କ୍ଷେତ୍ରରେ, ଉପନିୟମ (୧)ରେ ଧାର୍ଯ୍ୟ ସମୁଦାୟ ଅଞ୍ଚଳ ଠାରୁ ଅଧିକ ହେବ ନାହିଁ   ।

ସର୍ବନିମ୍ନ ଅଞ୍ଚଳ, ଯେଉଁଥି କୌଣସି ଅନ୍ଵେଷଣ ଅନୁମତି କିମ୍ବା ଖଣି ପଟ୍ଟା ମଞ୍ଜୁର କିମ୍ବା ନବୀକରଣ

ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି ପଟ୍ଟା ଅଧୀନରେ ମଞ୍ଜୁର କରାଯାଉଥିବା ସର୍ବନିମ୍ନ ଅଞ୍ଚଳ, ଏକ ହେକ୍ଟରଠାରୁ କମ ହେବ ନାହିଁ  ।

ଉଲ୍ଲେଖଥାଉ ଯେ, ରାଜ୍ୟ ସରକାର, ଯଦି ସେ, ପ୍ରସ୍ତାବିତ ଉତ୍ପାଦନ ସ୍ତର ଭୂ- ତତ୍ଵ କିମ୍ବା “ଟପୋଗ୍ରାଫିକାଲ“ ଅବସ୍ଥା ଭିତ୍ତିରେ ସନ୍ତୁଷ୍ଟ ହୁଅନ୍ତି, ଲିଖିତଭାବେ କାରଣ ଲିପିବଦ୍ଧ କରି, ନିୟମାବଳୀ ୫ ଏବଂ  ୮ରେ ଧାର୍ଯ୍ୟ ସର୍ବୋଚ୍ଚ ଅଞ୍ଚଳ କିମ୍ବା ସର୍ବନିମ୍ନ ଅଞ୍ଚଳ ଠାରୁ କମ ଅଞ୍ଚଳ ଉପରେ, କୌଣସି ପଟ୍ଟା ମଞ୍ଜୁର କରିପାରନ୍ତି କିମ୍ବା ନବୀକରଣ କରିପାରନ୍ତି   ।

ଭୂସ୍ଥଳର ନିମ୍ନକୁ ସୀମାରେଖା

କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା କୌଣସି ଖଣି ପଟ୍ଟା କିମ୍ବା କ୍ଵାରୀ- ପଟ୍ଟା ଦ୍ଵାରା ଆବୃତ୍ତ ଅଞ୍ଚଳର ସୀମା, ଭୂ- ପୃଷ୍ଠତଳର ସିଧାସଳଖ ଭାବେ ପୃଥିବୀର କେନ୍ଦ୍ର ଆଡକୁ ଗତି କରିବ ।

କେଉଁ ସମୟ ପର୍ଯ୍ୟନ୍ତ, ଅନ୍ଵେଷଣ- ଅନୁମତି ପତ୍ର, ଖଣି/କ୍ଵାରୀ ପଟ୍ଟା ମଞ୍ଜୁର  କିମ୍ବା ନବୀକରଣ

  • ଯେଉଁ ସମୟ ନିମନ୍ତେ କୌଣସି ଅନ୍ଵେଷଣ ଅନୁମତି ପତ୍ର ମଞ୍ଜୁର କରାଯାଇପାରେ, ତାହା ଦୁଇବର୍ଷରୁ ଅଧିକ ହେବ ନାହିଁ।
  • ସର୍ବୋଚ୍ଚ ସମୟ, ଯେଉଁଥି ନିମନ୍ତେ କୌଣସି ଖଣି ପଟ୍ଟା ମଞ୍ଜୁରୀ କରାଯାଇପାରେ, ତାହା ତିରିଶ ବର୍ଷରୁ ଉର୍ଦ୍ଧ୍ଵ ହେବ ନାହିଁ ।
  • କୋଡିଏ ବର୍ଷରୁ (ଉର୍ଦ୍ଧ୍ଵ ନୁହେଁ) କୌଣସି ଖଣି ପଟ୍ଟାକୁ ନବୀକରଣ କରାଯାଇପାରେ ।
  • ଉଲ୍ଲେଖଥାଉ ଯେ , ଏପରି କୌଣସି ନବୀକରଣ ମଞ୍ଜୁର କରାଯିବ ନାହିଁ, ଯଦି ପଟ୍ଟାଧାରୀ ବ୍ୟକ୍ତି, ରାଜ୍ୟରେ ସାଜସଜା ପଥରର କାର୍ଯ୍ୟ ପ୍ରକ୍ରିୟା ନିମନ୍ତେ କୌଣସି ଶିଳ୍ପ ପ୍ରତିଷ୍ଠାନ କରୁନାହାନ୍ତି ।

  • ଉପ- ନିୟମ (୩) ର ଧାରା (୧),(୨) ଏବଂ (୩)ରେ ଉଲ୍ଲେଖିତ ପଟ୍ଟାଧାରୀ ମାନଙ୍କ ନିମନ୍ତେ କୌଣସି କ୍ଵାରୀ- ପଟ୍ଟା, ପାଞ୍ଚବର୍ଷରୁ (ଊର୍ଦ୍ଧ୍ଵ ନୁହେଁ) ସମୟ ନିମନ୍ତେ ମଞ୍ଜୁର କରାଯାଇପାରେ ଏବଂ ଧାରା (୪) ଏବଂ (୫) ରେ ଉଲ୍ଲିଖିତ ପଟ୍ଟାଧାରୀମାନଙ୍କ ନିମନ୍ତେ, ତିନିବର୍ଷ ପର୍ଯ୍ୟନ୍ତ ମଞ୍ଜୁର କରାଯିବ ।
  • ଏପରି କ୍ଵାରୀପଟ୍ଟାକୁ, ଗୋଟିଏ କିମ୍ବା ଅଧିକ ନିମନ୍ତେ ନବୀକରଣ କରାଯାଇପାରେ, ଏପରି ପ୍ରତ୍ୟେକ ନବୀକରଣର ଅବଧି କିମ୍ବା ସମୟ, ମୂଳ ଅବଧି କିମ୍ବା ସମୟଠାରୁ ଅଧିକ ହେବ ନାହିଁ।
  • ପଟ୍ଟାର ସମାପ୍ତି ପୂର୍ବରୁ, ଖୁବ କମରେ ନବେ ଦିନ ପୂର୍ବରୁ , ଦକ୍ଷ୍ୟ ଅଧିକାରୀଙ୍କ ନିକଟରେ, କୌଣସି ଖଣି/କ୍ଵାରୀ ପଟ୍ଟା ନିମନ୍ତେ ଏକ ଆବେଦନପତ୍ର ଦାଖଲ କରାଯିବ । କୌଣସି ଖଣି/କ୍ଵାରୀ ପଟ୍ଟାର ନବୀକରଣ ନିମନ୍ତେ ପ୍ରଦାନ କରାଯାଇଥିବା କୌଣସି ଆବେଦନପତ୍ରକୁ, ପଟ୍ଟା ସମୟରେ ସମାପ୍ତି ପୂର୍ବରୁ, ଫଇସଲା କରାଯିବ ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର – ଦ ଲ ହାଉସ

Last Modified : 5/19/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate