অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ଵାରୀ ପରମିଟର ମଞ୍ଜୁରୀ

କ୍ଵାରୀ ପରମିଟ ନିମନ୍ତେ ଆବେଦନ ପତ୍ର

ସଜସଜା ପଥର ବ୍ୟତିତ, କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ନିମନ୍ତେ, କ୍ଵାରୀ ପରମିଟ ମଞ୍ଜିରି ପାଇଁ କୌଣସି ଆବେଦନପତ୍ର, ଫର୍ମ - ଏନ” ରେ ନିମ୍ନ ବିଷୟ ସହିତ, ଦକ୍ଷ ଅଧିକାରୀଙ୍କୁ ପ୍ରଦାନ କରାଯିବ ।

  1. ଆବେଦନପତ୍ର ଶୁକ୍ଳ ବାବଦରେ  (ଅଣ ଫେରସ୍ତନୀୟ) ଦୁଇ ଶହ ଟଙ୍କାର ଜମା ଦର୍ଶାଉଥିବା ଟ୍ରେଜେରୀ ଚାଲାନ ।
  2. କୌଣସି ନକ୍ସାରେ ଦର୍ଶଯାଇଥିବା ଜମିର ବର୍ଣ୍ଣନା, ଯେଉଁଥିରୁ ଏପରି ଖଣିଜଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ଅପସାରଣ କରାଯିବ।
  3. ଜମି ମାଲିକଙ୍କ ସମ୍ମତି, ଯଦି ଏପରି ଜମି ଘରୋଇ ଜମି ହୋଇଠେ, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ତୋଳନ ନିମନ୍ତେ, ତାଙ୍କ ଜମିର ପରିବତ୍ତାନ ନିମନ୍ତେ ଅନୁମତି ଯାହାକି ଅପସାରଣ ନିମନ୍ତେ ପ୍ରସ୍ତାବିତ ।
  4. ଆବେଦନକାରୀଙ୍କ ଦ୍ଵାରା ଏକ ପ୍ରତିସତ ଯେ , କ୍ଵାରୀ-ପରମିଟ ଅନୁଯାୟୀ କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ତୋଳନ ଏବଂ ଅପସାରଣକୁ ପରିଚାଳିତ କରୁଥିବା ସର୍ତ୍ତାବଳୀ ଦ୍ଵାରା ସେ ଆବଦ୍ଧ ହେବା ନିମନ୍ତେ ସମ୍ମତ ଅଟନ୍ତି ।

ପରମିଟ ମଞ୍ଜୁର କରିବା ନିମନ୍ତେ ଅଧିକାରୀ ଓ ପରମିଟ ଅବଧି

  1. ଦକ୍ଷ ଅଧିକାରୀ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀ  ଫର୍ମ – “ଓ” ରେ ଧାର୍ଯ୍ୟ ଜମିରୁ, ପ୍ରାପ୍ୟ ଅର୍ଥ ପ୍ରଦାନ ଉପରେ, ଯେପରି ଭୂ-ପୃଷ୍ଠ ଖଜଣା  “ରୟାଲଟି”  କ୍ଷତିପୂରଣୀୟ ବାଣୀ କାରଣ ନିମନ୍ତେ ଶୁକ୍ଳ ଅଗ୍ରୀମ ଭାବେ ପ୍ରଦାନ କରି କୌଣସି ଗୋଟିଏ ପରଏମଆଇଟିରେ ଏକ ହଜାର ଟନରୁ  (ଊର୍ଦ୍ଧ୍ଵ ନୁହେଁ) କୌଣସି କ୍ଷୁଦ୍ର ଖଣିଜଦ୍ରବ୍ୟ ଉତ୍ତୋଳନ କରିବା ଏବଂ ଅପସାରଣ କରିବା ମଞ୍ଜୁର କରିପାରନ୍ତି  ଏବଂ ଏପରି ଶୁକ୍ଳ , ସୂଚୀ -୧ ଏବଂ ୨ ରେ ଧାର୍ଯ୍ୟ ହାର ଅନୁଯାଯାଇ, ଗଣନା କରାଯିବ  ।
  2. ଉଲ୍ଲେଖଥାଉ ଯେ, ଦକ୍ଷ ଅଧିଆକରି ଏକ ହଜାର ଟନରୁ ଅଧିକ କୋଣସି କ୍ଷୁଦ୍ର ଖଣିଜ ପଦାର୍ଥ ନିମନ୍ତେ ପରଏମଆଇଟି ମଞ୍ଜୁର କରିପାରନ୍ତି, ଯେତେବଳେ ତାହା ସର୍ବସାଧାରଣ କାର୍ଯ୍ୟରେ ବ୍ୟବହୃତ ହୁଏ   ।

  3. ଯଦି କୌଣସି ଆବେଦନପତ୍ର ପ୍ରତ୍ୟାଖ୍ୟାନ କିମ୍ବା ଖାରଜ କରାଯାଏ ସେପରିସ୍ଥଳେ ଦକ୍ଷ ଅଧିକାରୀ ଆବେଦନକାରୀଙ୍କୁ ସୂଚିତ କରିବେ ଏବଂ ଏପରି ପ୍ରତ୍ୟାଖ୍ୟାନର କାରଣ ଉଲ୍ଲେଖ କରିବେ ।

ପରମିଟ ଅବଧି

କୌଣସି ପରମିଟର ସମୟ, ତିନିମାସରୁ ଅଧିକ ହେବ ନାହିଁ  ।

କ୍ଵାରୀ ପରମିଟର ସର୍ତ୍ତାବଳୀ ଓ କ୍ଵାରୀ – ପରମିଟର ରେଜିଷ୍ଟର

  1. ଭୂ-ପୃଷ୍ଠରୁ କ୍ଵାରୀର ଗଭୀରତା, ଛଅମିଟରରୁ ଅଧିକ ହେବ ନାହିଁ  ।
  2. ଏପରି ପରମିଟ ହସ୍ତାନ୍ତରଣୀୟ ନୁହେଁ ।
  3. କ୍ଷୁଦ୍ର ଖଣିଜ ପଦାର୍ଥ, ଯାହା ବ୍ୟତୀତ ପରମିଟ ମଞ୍ଜୁର କରାଯାଇଛି ତାହା ଦକ୍ଷ ଅଧିକାରୀଙ୍କ ପୂର୍ବ ଅନୁମୋଦନ ବିନା , ଉତ୍ତୋଳନ କରାଯିବ ନାହିଁ କିମ୍ବା ଅପସାରଣ କରାଯିବ ନାହିଁ ।
  4. ଯଦି କ୍ଵାରୀ କାର୍ଯ୍ୟ ସମୟରେ କୌଣସି ବୃହତ୍ତ ଖଣିଜ ପଦାର୍ଥ ମିଳେ ସେପରିସ୍ଥଳେ ପରମିଟ ଧାରୀ ବ୍ୟକ୍ତି ଏପରି ଘଟନା, ଦକ୍ଷ ଅଧିକାରୀଙ୍କୁ ତଥା ନିର୍ଦ୍ଦେଶକଙ୍କୁ ତୁରନ୍ତ ସୂଚିତ କରିବେ ଏବଂ ପରମିଟ- ଧାରୀଙ୍କୁ କୌଣସି କ୍ଷତିପୂରଣ ପ୍ରଦାନ ବିନା ଏପରି ପରମିଟକୁ ସମାପ୍ତ କରାଯିବ ।
  5. ଉତ୍ତୋଳନ କରାଯାଇଥିବା ଏବଂ ଅପସାରଣ କରାଯାଇଥିବା କ୍ଷୁଦ୍ର ଖଣିଜ ଦ୍ରବ୍ୟର ଏକ ସଂପୂର୍ଣ୍ଣ ଏବଂ ସଠିକ ହିସାବ,ପରମିଟ ଧାରୀ  ବ୍ୟକ୍ତି ରକ୍ଷଣାବେକ୍ଷଣ କରିବେ ।
  6. ପରମିଟରଧାରୀ ବ୍ୟକ୍ତି, ତତକ୍ଷଣାତ ସମସ୍ତ ଦୁର୍ଘଟଣା ବିଷୟ, ଦକ୍ଷ ଅଧିକାରୀ ଏବଂ ଜିଲ୍ଲା ଇଲେକ୍ଟରଙ୍କୁ ସୂଚିତ କରିବେ।
  7. ପରମିଟର ସମାପ୍ତି ପରେ, ପରମିଟ ଅଞ୍ଚଳରେ ଥିବା କ୍ଵାରୀ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସଂପତ୍ତି ଉପରେ, ପରମିଟଧାରୀ ବ୍ୟକ୍ତିଙ୍କର କୌଣସି ଅଧିକାର ରହିବ ନାହିଁ ।
  8. ଦକ୍ଷ ଅଧିକାରୀ କିମ୍ବା ଓଡିଶାର ବନବିଭାଗ ଠାରୁ ଅନୁମତି ଗ୍ରହଣ ନକରି ପରମିଟଧାରୀ ବ୍ୟକ୍ତି, କୌଣସି କାର୍ଯ୍ୟ ଗ୍ରହଣ କରିବେ ନାହିଁ  । ଜଙ୍ଗଲ ଅଞ୍ଚଳରେ କୌଣସି କାର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ସେ, ଉକ୍ତ ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ କିମ୍ବା ଏହି ନିୟମାବଳି ଅନୁଯାୟୀ ଦେୟ ଶୁକ୍ଳ ଏବଂ “ରୟାଲଟି” ପ୍ରଦାନ କରିବା ନିମନ୍ତେ ଦାୟୀ ରହିବେ ।
  9. କୌଣସି ସର୍ବସାଧାରଣ ରାସ୍ତା, ସର୍ବସାଧାରଣ ଅଟ୍ଟାଳିକା, ମନ୍ଦିର, ବନ୍ଧ, ଜଳାଶୟ, ଶ୍ମଶାନ, ରେଳ ରାସ୍ତା,ସ୍ମୃତିସ୍ତମ୍ଭ ଇତ୍ୟାଦିର ପଚାଶମିଟର, ଦୁରତ୍ଵ ମଧ୍ୟରେ, ପରମିଟଧାରୀ ବ୍ୟକ୍ତି କୌଣସି କ୍ଵାରୀ କାର୍ଯ୍ୟ କରିବେ ନାହିଁ ଏବଂ କୌଣସି ସର୍ବସାଧାରଣ ଏବଂ ଘରୋଇ ସଂପତ୍ତି ପ୍ରତି କୌଣସି କ୍ଷତି ଘଟାଇବେ ନାହିଁ  ।
  10. କ୍ଵାରୀ କାର୍ଯ୍ୟ ପରିଦର୍ଶନ କରିବା ଏବଂ ହିସାବ ଯାଞ୍ଚ କରିବା ଏବଂ ତାଙ୍କ ଦ୍ଵାରା ରକ୍ଷଣାବେକ୍ଷଣା କରାଯାଉଥିବା ରେଜିଷ୍ଟରରୁ ପ୍ରେରିତ ସଂପୂର୍ଣ୍ଣ ବିବରଣୀ ଯାଞ୍ଚ କରିବା ନିମନ୍ତେ ପରମିଟଧାରୀ ବ୍ୟକ୍ତି , ନିର୍ଦ୍ଦେଶକ/ ନିୟନ୍ତ୍ରଣକାରୀ ଅଧିକାରୀ /ଦକ୍ଷ ଅଧିକାରୀ କିମ୍ବା ସେମାନଙ୍କର ମଧ୍ୟରୁ କୌଣସି ଦ୍ଵାରା କ୍ଷମତାୟିତ ଉଚ୍ଚକର୍ମଚାରୀଙ୍କୁ ଅନୁମୋଦନ କରିବେ  ।
  11. ଯଦି ଅନୁମୋଦିତ ପରିମାଣ ଠାରୁ ଅଧିକ କ୍ଷୁଦ୍ର ଖଣିଜ ପଦାର୍ଥ ଅପସାରଣ କରାଯାଏ, ସେପରିସ୍ଥଳେ ଏପରି ଦ୍ରବ୍ୟକୁ ବ୍ୟାଜ୍ୟାପ୍ତ କରାଯିବ ଏବଂ ପରମିଟ ଧାରୀ ବ୍ୟକ୍ତି, ଭାରତୀୟ ଦଣ୍ଡବିଧି ସଂହିତା ତଥା ଏହି ନିୟମାବଳିର ବ୍ୟବସ୍ଥାବଳି ଅନୁଯାୟୀ ଦଣ୍ଡନୀୟ ହେବେ ।
  12. ଏହି ପରମିଟ ଅନୁଯାୟୀ ମଞ୍ଜୁର କରାଯାଇଥିବା ଖଣିଜଦ୍ରବ୍ୟ ଯେତେ ଶୀଘ୍ର ଅପସାରଣ କରାଯାଏ, ସେପରିସ୍ଥଳେ ପରମିଟ ବ୍ୟକ୍ତି, ଦକ୍ଷ ଅଧିକାରୀଙ୍କୁ ଏପରି ପରମିଟ ସମର୍ପଣ କରିବେ ଏବଂ ଫର୍ମ –“ଜେ” ରେ ପରମିଟର ବିସ୍ତୁତ ବିବରଣୀ ଦାଖଲ କରିବେ,ଯେଉଁଠାରେ ସେ ଅପସାରଣ କରାଯାଇଥିବା କ୍ଷୁଦ୍ର ଖଣିଜ ଦ୍ରବ୍ୟର ପରିମାଣ ତଥା ଅନ୍ୟାନ୍ୟ ତଥ୍ୟ ମଧ୍ୟ ସୂଚିତ କରିବେ, ଯେପରି ଦକ୍ଷ ଅଧିକାରୀଙ୍କ ଦ୍ଵାରା ଆବଶ୍ୟକ କରାଯାଇପାରେ ।

କ୍ଵାରୀ – ପରମିଟର ରେଜିଷ୍ଟର

ଦକ୍ଷ ଅଦରକାରୀ, ଫର୍ମ- “ ପି” ରେ କ୍ଵାରୀ, ପରମିଟର ଏକ ରେଜିଷ୍ଟର ରେକ୍ଷଣାବେକ୍ଷଣ କରିବେ ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର- ଦି ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate