অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବିଧା

ବିବିଧା

  1. ଖଣି/କ୍ଵାରୀ ପଟ୍ଟାର ସ୍ଥିତି
  2. ଅନ୍ଵେଷଣ ଅନୁମତିପତ୍ର, ଖଣି ପଟ୍ଟା କିମ୍ବା କ୍ଵାରୀ – ପଟ୍ଟା ନିମନ୍ତେ ଆବେଦନକାରୀଙ୍କ ମୃତ୍ୟୁ ଉପରେ, ମଞ୍ଜୁରୀର ସ୍ଥିତି
  3. ଅନୁମତି ପତ୍ର/ପଟ୍ଟା ଦିଆଯାଇଥିବା ଅଞ୍ଚଳର ସର୍ବେକ୍ଷଣ
  4. ଅମାନତ ଜମା
  5. ଅନୁମତିପତ୍ର/ପଟ୍ଟାର ସଂପାଦନ ଏବଂ ନିବନ୍ଧନ
  6. ଭାରତୀୟ ଖଣି-ବ୍ୟୁରୋକୁ ବିବରଣୀ ଏବଂ ତଥ୍ୟର ଦାଖଲ
  7. ଅନୁମତିପତ୍ର/ପଟ୍ଟାର ହସ୍ତାନ୍ତରଣ
  8. ଅପିଲ ଦାଖଲ କରିବା ନିମନ୍ତେ ପଦ୍ଧତି
  9. ବିଳମ୍ବିତ ଅର୍ଥ ପ୍ରଦାନ ଉପରେ ସୁଧ
  10. କ୍ଷୁଦ୍ର ଖଣିଜ ପଦାର୍ଥର ହସ୍ତାନ୍ତରଣ କିମ୍ବା ବିକ୍ରୀ
  11. ରାଜସ୍ୱ ଆକଳନକାରୀ ଅଧିକାରୀ
  12. ଜୋରିମାନା କିମ୍ବା ଦଣ୍ଡ
  13. ଖଣିଜଦ୍ରବ୍ୟ,  ଦଲିଲ କିମ୍ବା ବସ୍ତୁ ନିମନ୍ତେ ଅନ୍ଵେଷଣ
  14. ସ୍ପଷ୍ଟ ତ୍ରୁଟି ସଂଶୋଧନ କରିବା କ୍ଷମତା
  15. ବୃହତ ଖଣିଜ ଦ୍ରବ୍ୟ ନିମନ୍ତେ କୌଣସି ପଟ୍ଟାଭୁକ୍ତ ଅଞ୍ଚଳର, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଅପସାରଣ
  16. ପ୍ରବେଶ ଏବଂ ପରିଦର୍ଶନ କ୍ଷମତା
  17. ବିବିଧା
  18. ଆଇନ ଏବଂ ନିୟମାବଳୀର ଉଲ୍ଲଂଘନରେ ଗ୍ରହଣ କରାଯାଇଥିବା ପରମିଟ/ଅନୁମତିପତ୍ର /ପଟ୍ଟା
  19. ଉତ୍ତମ ବିଶ୍ଵାସରେ ଗ୍ରହଣ କରାଯାଇଥିବା କାର୍ଯ୍ୟ
  20. ଅର୍ଥ ପ୍ରଦାନ ନିମନ୍ତେ ହିସାବର ଶୀର୍ଷ
  21. ସରକାରଙ୍କ ପ୍ରତି ପ୍ରାପ୍ୟ ଅର୍ଥର ଉଦ୍ଧାର କିମ୍ବା ଆଦାୟ
  22. ନିୟମାବଳୀକୁ କୋହଳ କରିବାରେ ସରକାରଙ୍କ କ୍ଷମତା
  23. ନିର୍ଦ୍ଦେଶାବଳି ନିର୍ଗମ କରିବା କ୍ଷମତା
  24. ରଦ୍ଦିକାରଣ ଏବଂ ସଂରକ୍ଷଣ
  25. ଫର୍ମ

ଖଣି/କ୍ଵାରୀ ପଟ୍ଟାର ସ୍ଥିତି

ଯଦି ନିୟମ ୮ର ଉପଦଫା  (୭) ରେ ଧାର୍ଯ୍ୟ ସମୟ ମଧ୍ୟରେ , ନବୀକରଣ ନିମନ୍ତେ ପ୍ରଦାନ କରାଯାଇଥିବା କୌଣସି ଖଣି/କ୍ଵାରୀ ପଟ୍ଟାକୁ, ଏପରି ପଟ୍ଟାର ସମାପ୍ତି ତାରିଖ ପୂର୍ବରୁ ଦକ୍ଷ ଅଧିକାରୀଙ୍କ ଦ୍ଵାରା ଫଇସଲା କରାନଯାଏ, ସେପରିସ୍ଥଳେ ପଟ୍ଟାର ଅବଧି କିମ୍ବା ସମୟ, ଅଧିକ ସମୟ ନିମନ୍ତେ ପରିବର୍ଦ୍ଧିତ ହୋଇଛି ବୋଲି ଧରାଯିବ, ଯେପର୍ଯ୍ୟନ୍ତ ଦକ୍ଷ ଅଧିକାରୀ, ତା ଉପରେ ଆଦେଶ ପ୍ରଦାନ କରିନାହାନ୍ତି, ଯଦି ପଟ୍ଟାଧାରୀ ବ୍ୟକ୍ତି ସାଜସଜା ପଥର କାର୍ଯ୍ୟ ପଦ୍ଧତି ନିମନ୍ତେ କୌଣସି ଶିଳ୍ପ ସ୍ଥାପନ କରିଥାଆନ୍ତି କିମ୍ବା ରାଜ୍ୟରେ ପଟ୍ଟା ସୂତ୍ରେ ଧାରିତ ଅଞ୍ଚଳରୁ ଉତ୍ତୋଳିତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉପରେ ପର୍ଯ୍ୟବେସିତ କୌଣସି ଶିଳ୍ପ ସ୍ଥାପନ କରିଥାଆନ୍ତି ।

ଅନ୍ଵେଷଣ ଅନୁମତିପତ୍ର, ଖଣି ପଟ୍ଟା କିମ୍ବା କ୍ଵାରୀ – ପଟ୍ଟା ନିମନ୍ତେ ଆବେଦନକାରୀଙ୍କ ମୃତ୍ୟୁ ଉପରେ, ମଞ୍ଜୁରୀର ସ୍ଥିତି

  1. ଯେଉଁ ସ୍ଥଳରେ କୌଣସି ଅନ୍ଵେଷଣ ଅନୁମତି ପତ୍ର /ଖଣି ପଟ୍ଟା କିମ୍ବା କ୍ଵାରୀ ପଟ୍ଟାର ମଞ୍ଜୁରୀ କିମ୍ବା ନବୀକରଣ ନିମନ୍ତେ କୌଣସି ଆବେଦନକାରୀ, ତାଙ୍କୁ ଏପରି ଅନୁଆମତି ପତ୍ର / ପଟ୍ଟା କିମ୍ବା ନବୀକରଣ ମଞ୍ଜୁରୀ ଆଦେଶ ପ୍ରଦାନପୂର୍ବରୁ ମୃତ୍ୟୁବରଣ କରନ୍ତି, ସେପରିସ୍ଥଳେ, କୌଣସି ଅନୁଆମତି ପତ୍ର /ପଟ୍ଟା ମଞ୍ଜୁରୀ କିମ୍ବା ନବୀକରଣ ନିମନ୍ତେ ଆବେଦନପତ୍ର ତାଙ୍କର ଆଇନଗତ ଉତ୍ତରାଧିକାରୀ ପ୍ରତିନିଧିଙ୍କ ଦ୍ଵାରା ପ୍ରାଦାନ କରାଯାଇଛି ବୋଲି ଧରାଯିବ ।
  2. ଯେଉଁ ସ୍ଥଳରେ କୌଣସି ଆବେଦନକାରୀ, ଯାହା ସମ୍ବନ୍ଧରେ କୌଣସି ଅନ୍ଵେଷଣ ଅନୁମତିପତ୍ର, ଖଣି ପଟ୍ଟା କିମ୍ବା କୌଣସି କ୍ଵାରୀ ପଟ୍ଟା ମଞ୍ଜୁର କିମ୍ବା ନବୀକରଣ ଆଦେଶ ପ୍ରଦାନ କରାଯାଇଥାଏ, ସେ ଏପରି ଦଲିଲ ସମ୍ପାଦନ ପୂର୍ବରୁ ମୃତ୍ୟୁ ବରଣ କରନ୍ତି, ସେପରିସ୍ଥଳେ ଏପରି ଆଦେଶ, ମୃତକଙ୍କର ଆଇନଗତ ଉତ୍ତରାଧିକାରୀ/ପ୍ରତିନିଧିଙ୍କ ନାମରେ ପ୍ରଦାନ କରାଯାଇଛି ବୋଲି ଧରାଯିବ ।

ଅନୁମତି ପତ୍ର/ପଟ୍ଟା ଦିଆଯାଇଥିବା ଅଞ୍ଚଳର ସର୍ବେକ୍ଷଣ

ହେକ୍ଟର ପିଚ୍ଚା କିମ୍ବା ତାର ଅଂଶ ନିମନ୍ତେ ପଚାଶ ଟଙ୍କା ହାରରେ ସେହି ଉଦ୍ଦେଶ୍ୟରେ ଶୁକ୍ଳ ଗ୍ରହଣ କରିବା ପରେ, ଅନ୍ଵେଷଣ ଅନୁମତି ପତ୍ର /ଖଣି କାଟ୍ୟ/କ୍ଵାରୀ ପଟ୍ଟା ଅନୁଯାୟୀ ମଞ୍ଜୁର କରାଯାଇଥିବା ଅଞ୍ଚଳର ସର୍ବେକ୍ଷଣ ଏବଂ ଚିହ୍ନଟ, ଏପରି ମଞ୍ଜୁରୀ ପ୍ରାପ୍ୟ ବ୍ୟକ୍ତିର ଖର୍ଚ୍ଚରେ, ଦକ୍ଷ ଅଧିକାରୀଙ୍କ ଦ୍ଵାରା କରିବା ନିମନ୍ତେ ବନ୍ଦୋବସ୍ତ କରାଯିବ ।

ଅମାନତ ଜମା

ଅନ୍ଵେଷଣ ଅନୁମତିପତ୍ର ଖଣି ପଟ୍ଟା କିମ୍ବା କ୍ଵାରୀ- ପଟ୍ଟା ନିମନ୍ତେ ଆବେଦନକାରୀ,  ଏପରି ଦଲିଲ ସମ୍ପାଦନ ପୂର୍ବରୁ ଅମାନତ ଭାବେ, ଯଥାକ୍ରମେ ଦୁଇ ହଜାର ଟଙ୍କା,  ଦଶ ହଜାର ଟଙ୍କା କିମ୍ବା ଦୁଇ ହଜାର ଟଙ୍କା,  ଅନ୍ଵେଷଣ ଅନୁମତି ପତ୍ର, ଖଣି- ପଟ୍ଟା କିମ୍ବା କ୍ଵାରୀ ପଟ୍ଟା ନିମନ୍ତେ,  ଯେଉଁ ସ୍ଥଳରେ ଯେପରି ଆବଶ୍ୟକ, ଜମା କରିବେ ।

ଅନୁମତିପତ୍ର/ପଟ୍ଟାର ସଂପାଦନ ଏବଂ ନିବନ୍ଧନ

  1. ଏହି ନିୟମାବଳି ଅନୁଯାଯାଇ ମଞ୍ଜୁର କରାଯାଇଥିବା ଅନ୍ଵେଷଣ, ଅନୁମତିପତ୍ର, ଖଣିପଟ୍ଟା, ଏବଂ କ୍ଵାରୀପଟ୍ଟାକୁ, ଯଥାକ୍ରମେ ଫର୍ମ” ଡି”, ଫର୍ମ “ଏଚ” ଏବଂ ଫର୍ମ “ଏଲ” ରେ ଦକ୍ଷ ଅଧିକାରୀଙ୍କ ଦ୍ଵାରା, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସଂପାଦାନ କରାଯିବ ଏବଂ ସାଜସଜ୍ଜା ପଥର କ୍ଷେତ୍ରରେ ଉପ-ନିର୍ଦ୍ଦେଶକ/ସମ୍ପୃକ୍ତ ଖଣି ଅଧିକାରୀଙ୍କ ଦ୍ଵାରା ଯେଉଁ ସତରେ ଯେପରି ପ୍ରୟୋଗନୀୟ ଅନୁମତିପତ୍ର କିମ୍ବା ପଟ୍ଟା ମଞ୍ଜୁରୀ ଆଦେଶ ତାରିଖରୁ ତିନିମାସ ମଧ୍ୟରେ ସଂପାଦାନ କରାଯିବ  କିମ୍ବା ଅନ୍ୟ କୌଣସି ସମୟରେ ସଂପାଦନ କରାଯିବ, ଯେପରି ନିୟନ୍ତ୍ରଣକାରୀ ଅଧିକାରଙ୍କ ଦ୍ଵାରା ଅନୁମୋଦନ ହେବ  ।
  2. ଉକ୍ତ ସମୟର ପ୍ରାରମ୍ଭ ତାରିଖ, ଯେଉଁଥି ନିମନ୍ତେ କୌଣସି ଅନୁମତି ପତ୍ର/ପଟ୍ଟା ମଞ୍ଜୁର କରାଯାଇଛି, ତାହା ସେହି ତାରିଖ ହେବ, ଯେବେ କୌଣସି ସଠିକ ଭାବେ ସଂପାଦିତ ଦଲିଲକୁ ନିବନ୍ଧନ କରାଯିବ ।
  3. ଯଦି ମଞ୍ଜୁର କରାଯାଇଥିବା ବ୍ୟକ୍ତିଙ୍କ ପକ୍ଷରେ କୌଣସି ତ୍ରୁଟିଯୋଗୁଁ, ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ଅନୁମତି ପତ୍ର/ପଟ୍ଟା ଦଲିଲ ସଂପାଦାନ କରାଯାଏ ନାହିଁ,ସେପରିସ୍ଥଳେ ନିୟନ୍ତ୍ରଣକାରୀ ଅଧିକାରୀ,ମଞ୍ଜୁରୀ ଆଦେଶକୁ ରଦ୍ଦ କରିପାରନ୍ତି ଏବଂ ଅମାନତ ଜମା, ଯଦି କିଛି ଥାଏ , ତାହା ବ୍ୟାଜ୍ୟାପ୍ତ କରିପାରନ୍ତି ।
  4. ନିୟନ୍ତ୍ରଣକାରୀ ଅଧିକାରୀଙ୍କ ପୂର୍ବ ଅନୁମୋଦନ ବ୍ୟତୀତ,ସଂପାଦିତ ପଟ୍ଟା ଦଲିଲର ନିବନ୍ଧନ ପୂର୍ବରୁ କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ଉତ୍ତୋଳନ କରାଯିବ ନାହିଁ କିମ୍ବା ଅପସାରଣ କରାଯିବ ନାହିଁ ।
  5. ପ୍ରତ୍ୟେକ ଦକ୍ଷ ଅଧିକାରୀ ଏବଂ ସାଜସଜା ପଥର କ୍ଷେତ୍ରରେ, ସମ୍ପୃକ୍ତ ଉପନିର୍ଦ୍ଦେଶକ/ଖଣି ଅଧିକାରୀ, ଅନ୍ଵେଷଣ ଅନୁମତିପତ୍ର, ଖଣି ପଟ୍ଟା ଏବଂ କ୍ଵାରୀପଟ୍ଟା ନିମନ୍ତେ,ଫର୍ମ –“ଇ”, ଫର୍ମ “ଆଇ” ଏବଂ ଫର୍ମ “ଏମ” ରେ ଯଥାକ୍ରମେ, ରେଜିଷ୍ଟର ରକ୍ଷଣାବେକ୍ଷଣ କରିବେ ।

ଭାରତୀୟ ଖଣି-ବ୍ୟୁରୋକୁ ବିବରଣୀ ଏବଂ ତଥ୍ୟର ଦାଖଲ

ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ଅନୁଯାୟୀ ଧାର୍ଯ୍ୟ , ସାଜସଜ୍ଜା ପଥର ନିମନ୍ତେ, ଅନୁମତିପତ୍ର କିମ୍ବା ପଟ୍ଟାଭୁକ୍ତ, ଅଞ୍ଚଳ ସମ୍ବନ୍ଧରେ ସମସ୍ତ ବିବରଣୀ, ରିଟର୍ଣ୍ଣ ଏବଂ ତଥ୍ୟ, କୌଣସି ଅନୁମତିପତ୍ରଧାରୀ, କିମ୍ବା  ପଟ୍ଟାଧାରୀ ବ୍ୟକ୍ତି, ଭାରତୀୟ ଖଣି ବ୍ୟୁରୋକୁ ପ୍ରଦାନ କରିବେ ।

ଅନୁମତିପତ୍ର/ପଟ୍ଟାର ହସ୍ତାନ୍ତରଣ

  1. ଅନୁମତିପତ୍ରଧାରୀ/ପଟ୍ଟାଧାରୀ ବ୍ୟକ୍ତି, ଦକ୍ଷ ଅଧିକାରୀଙ୍କ ପୂର୍ବ ଅନୁମୋଦନ ସହିତ କୌଣସି ଅନୁମତି ପତ୍ର/ପଟ୍ଟାକୁ , ଅନ୍ୟ କୌଣସି ବ୍ୟକ୍ତିଙ୍କୁ, ନିମ୍ନ ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ, ହସ୍ତାନ୍ତରଣ କରିପାରନ୍ତି ଯଥା –
    • ହସ୍ତାନ୍ତରଣକରି ଏବଂ ହସ୍ତାନ୍ତରୀତ ବ୍ୟକ୍ତି ନିଶ୍ଚିତଭାବେ ସେହି ଶ୍ରେଣୀୟ ହୋଇଥିବେ, ଯଥା – ନିୟମ  ୧୦ର ଉପ- ନିୟମ (୨) ନିୟମ  ୧୬ର ଉପ – ନିୟମ (୨)ଏବଂ ନିୟମ ୨୭ର ଉପ-ନିୟମ  (୩)ରେ ଯେପରି ଉଲ୍ଲେଖିତ  ।
    • ଉଲ୍ଲେଖଥାଉ ଯେ, ନିୟନ୍ତ୍ରଣକାରୀ ଅଧିକାରୀ, ଯଥାଯଥ କାରଣ ଉପରେ,  ଅନ୍ୟ କୌଣସି ଶ୍ରେଣୀୟ  ବ୍ୟକ୍ତିଙ୍କୁ ଏପରି ହସ୍ତାନ୍ତରଣ ଅନୁମୋଦନ କରିପାରନ୍ତି  ।
    • ଏପରି ହସ୍ତାନ୍ତରଣ , ଅନୁମତିପତ୍ର/ପଟ୍ଟାର ଅସମାପ୍ତ ସମୟ ନିମନ୍ତେ ବୈଧ ହେବ ।
    • ହସ୍ତାନ୍ତରୀତ ବ୍ୟକ୍ତି ନିଜେ ଏକ ସଦ୍ୟ ଅମାନତ- ଜାମା କରିବେ ଏବଂ ହସ୍ତାନ୍ତରଣକାରୀ ସମ୍ମତ ହେବେ ଯେ, ପରବର୍ତ୍ତୀ ବ୍ୟକ୍ତି ଦ୍ଵାରା କରାଯାଇଥିବା ଜମାକୁ ପୂର୍ବବର୍ତ୍ତୀ ବ୍ୟକ୍ତି ଦ୍ଵାରା କରାଯାଇଛି ବୋଲି ଧରାଯିବ ଏବଂ ଏପରି ହସ୍ତାନ୍ତରଣ ନିୟମ ୧୫ ଅନୁଯାୟୀ ଧାର୍ଯ୍ୟ ଦଲିଲର ଦାଖଲ ସର୍ତ୍ତାବଳୀ ପରିପୂରଣର ନିୟନ୍ତ୍ରଣାଧିନ ହେବ ।
    • ଅନୁମତି ପତ୍ର /ପଟ୍ଟା ହସ୍ତାନ୍ତରଣପ୍ରତି, ଦକ୍ଷ ଅଧିକାରୀ ତାଙ୍କର ସମ୍ମତି ପ୍ରଦାନ କରିବେ ନାହିଁ, ଯଦି ଏପରି ହସ୍ତାନ୍ତରୀତ ବ୍ୟକ୍ତି, ସମସ୍ତ ସର୍ତ୍ତାବଳୀ ଏବଂ ଦାୟିତ୍ଵ ଗ୍ରହଣ ନକରନ୍ତି, ଯାହାକି ଏପରି ଅନ୍ଵେଷଣ ଅନୁମତିପତ୍ର / ଖଣି ପଟ୍ଟା କ୍ଵାରୀ ପଟ୍ଟା ସଂବନ୍ଧରେ ହସ୍ତାନ୍ତରୀତ ବ୍ୟକ୍ତିଙ୍କର ଥାଏ ।

    ଉଲ୍ଲେଖଥାଉ ଯେ,ଦକ୍ଷ ଅଧିକାରୀ/ନିୟନ୍ତ୍ରଣକାରୀ ଅଧିକାରୀଙ୍କର ପୂର୍ବାନୁମୋଦନ ଆବଶ୍ୟକ ହେବ ନାହିଁ  ।  ଯଦି ଅନୁମତିପତ୍ର/ପଟ୍ଟାକୁ, କ୍ଵାରୀର ଉନ୍ନତିକରଣ ନିମନ୍ତେ ଆର୍ଥିକ ସହାୟତା ଗ୍ରହଣ କରିବା ନିମନ୍ତେ,କୌଣସି ଜାତୀୟକାରଣ ବ୍ୟାଙ୍କ କିମ୍ବା ସରକାରୀ ଶିଳ୍ପନୈତିକ/ଅର୍ଥନୈତିକ ନିର୍ଗମ/ଅନୁଷ୍ଠାନକୁ ବନ୍ଧକ ଦିଆଯାଏ । ଯା ହେଉନା କାହିଁକି ଏପରି ବନ୍ଧକର ଅବଧି କିମ୍ବା ସମୟ, ଅନୁମତିପତ୍ର/ପଟ୍ଟାଧାରୀ ବ୍ୟକ୍ତିଙ୍କଠାରୁ, ସରକାରୀ ପ୍ରାପ୍ୟ ସଂଗ୍ରହ କରିବା ପ୍ରତି ରାଜ୍ୟସରକାରଙ୍କର ଅଧିକାର, ଏପରି ବନ୍ଧକ ସଂପତ୍ତି ଉପରେ ପ୍ରଥମ ଭାର ହେବ  ।

  2. ସମ୍ମତି ତାରିଖରୁ ତିନିମାସ ମଧ୍ୟରେ କୌଣସି ହସ୍ତାନ୍ତରୀଣ ଅନୁମତିପତ୍ର/ପଟ୍ଟା ଦଲିଲକୁ ମୂଳ ସମ୍ପାଦିତ ଦଲିଲ ଅନୁଯାୟୀ କୌଣସି ଫର୍ମରେ କରାଯିବ ଏବଂ ତାହା ନିବନ୍ଧନ ଆଇନ,୧୯୦୮ ଅନୁଯାୟୀ ନିବନ୍ଧନ କରାଯିବ ।

ଅପିଲ ଦାଖଲ କରିବା ନିମନ୍ତେ ପଦ୍ଧତି

  1. ଦକ୍ଷ ଅଧିକାରୀଙ୍କ ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି,  ଏପରି ଆଦେଶ ସୂଚିତ ହେବ ତାରିଖରୁ ଏକ ମାସ ମଧ୍ୟରେ, ଏପରି ଆଦେଶ ବିରୁଦ୍ଧରେ କୌଣସି ଅପିଲ, ସବ –କଲେକ୍ଟରଙ୍କ ନିକଟରେ ଦାଏର କରିପାରନ୍ତି, ଯଦି  ଏପରି ଆଦେଶ ତହସିଲଦାରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, କଲେକ୍ଟର ନିକଟରେ, ଯଦି ଏପରି ଆଦେଶ ସବ-କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, ରାଜସ୍ୱ ଡିଭିଜନାଲ କମିଶନରଙ୍କ ନିକଟରେ, ଯଦି ଏପରି ଆଦେଶ, କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, ବନ ସଂରକ୍ଷଣ ନିକଟରେ ଯଦି ଏପରି ଆଦେଶ, କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, ବନ ସଂରକ୍ଷଣ,  ଖଣିଅଧିକାରୀ କିମ୍ବା ଉପନିର୍ଦ୍ଦେଶକଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, ନିର୍ଦ୍ଦେଶକଙ୍କ ନିକଟରେ, ଯଦି ଏପରି ଆଦେଶ ଯୁଗ୍ମନିର୍ଦ୍ଦେଶକଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ ,ଇସ୍ପାତ ଏବଂ ଖଣିମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ନିକଟରେ, ଯଦି ଏପରି ଆଦେଶ, ନିର୍ଦ୍ଦେଶକଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ   ।
  2. ଉଲ୍ଲେଖଥାଉ ଯେ, ସାଜସଜ୍ଜା ପଥର ବିଷୟ ସଂବନ୍ଧରେ, କୌଣସି ବ୍ୟଥିତ ବ୍ୟକ୍ତିଠାରୁ ପୁନଃ ବିଚାର ଦରଖାସ୍ତ ପାଇବା ପରେ କିମ୍ବା ମନକୁ ମନ ଏପରି ଆଦେଶ ବ୍ୟତୀତ ହେବା ତାରିଖରୁ ନବେ ଦିନ ମଧ୍ୟରେ ରାଜ୍ୟ ସରକାର, ତାହା ପୁନଃ ବିଚାର କରିପାରନ୍ତି କିମ୍ବା ସେମାନଙ୍କ ଆଦେଶକୁ ସଂଶୋଧନ କରିପାରନ୍ତି   ।

  3. କୌଣସି ଅପିଲ ଗ୍ରହଣ କରାଯିବ ନାହିଁ, ଯଦି ଅପିଲ କରାଯାଇଥିବା ଆଦେଶ ଅନୁଯାୟୀ,ଏହି ନିୟମାବଳୀର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକରି, ଆକଲିତ ଅର୍ଥରାସୀ ଜମା ନକରାଯାଏ ।
  4. ସମ୍ପୃକ୍ତ ଦକ୍ଷ ଅଧିକାରୀଙ୍କ ଠାରୁ, ଅପିଲ , ଅଧିକାରୀ, ଯେପରି ଉପ- ନିୟମ ରେ ଉଲ୍ଲେଖିତ, ଉପାଦେୟ ନଥିପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଆହ୍ଵାନ କରିପାରନ୍ତି ଏବଂ ଯଦି ଆବଶ୍ୟକ ହୁଏ ତା ହେଲେ ଅପିଲ ଫଇସଲା ହେବା ପର୍ଯ୍ୟନ୍ତ କିମ୍ବା ଯେପର୍ଯ୍ୟନ୍ତ ଅଧିକ ଆଦେଶ ପ୍ରଦାନ କରାନଯାଇଛି, ଦକ୍ଷ ଅଧିକାରୀଙ୍କ ଆଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରାଖୀପାରନ୍ତି  ।
  5. ଅପିଲ ନିମନ୍ତେ, ପ୍ରତ୍ୟେକ ଆବେଦନପତ୍ର ଫର୍ମ ”କ୍ୟୁ” ରେ ହେବ ଏବଂ ସେଥିସହ ପାଞ୍ଚଟଙ୍କାର ଅଣଫେରସ୍ତନୀୟ ଶୁଳ୍କ ପ୍ରଦାନ କରାଯିବ  ।
  6. ଅନୁମତିପତ୍ରଧାରୀ ବ୍ୟକ୍ତି କିମ୍ବା ପଟ୍ଟାଧାରୀ କିମ୍ବା ପରମିଟ ବ୍ୟକ୍ତି ଏବଂ ପଟ୍ଟାଦାତାଙ୍କ ମଧ୍ୟରେ, ଅନୁମତିପତ୍ର/ପଟ୍ଟା/ପରମିଟ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳ ସର୍ତ୍ତାବଳୀ, ଦେୟ , ପ୍ରାପ୍ୟ ଏବଂ ଅନ୍ୟାନ୍ୟ ବିଷୟ ସଂବନ୍ଧରେ କୌଣସି ବିବାଦ କ୍ଷେତ୍ରରେ ମୋକଦ୍ଦମା  (କିମ୍ବା ଅପିଲ), କେବଳ ଦେୱାନୀ ନ୍ୟାୟଳୟରେ ଦାଖଲ କରାଯିବ , ଯାହାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଏପରି ଅଞ୍ଚଳ ପଡେ  ।

ବିଳମ୍ବିତ ଅର୍ଥ ପ୍ରଦାନ ଉପରେ ସୁଧ

ଯଦି ଅନୁମତି ପତ୍ରଧାରୀ ବ୍ୟକ୍ତି/ପଟ୍ଟାଧାରୀ ବ୍ୟକ୍ତି/ପରମିତଧାରୀ ବ୍ୟକ୍ତି , ଠିକ ସମୟରେ ଏହି ନିୟମାବଳୀ ଅନୁଯାୟୀ ତାଙ୍କ ଦ୍ଵାରା ଦେୟ ଅର୍ଥପରମିଟ କିମ୍ବା  “ରୟାଲଟି” ଖଜଣା,ଶୁଳ୍କ ପ୍ରଦାନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ତାହେଲେ ଏପରି ପ୍ରାପ୍ୟ ଅର୍ଥ ରାଶି ଉପରେ ବାର୍ଷିକ ଚବିଶ ପ୍ରତିଶତ ହାରରେ ସରଲ ସୁଧ ଲାଗୁ କରାଯିବ, ଯେପର୍ଯ୍ୟନ୍ତ ଏପରି ପ୍ରାପ୍ୟ ପ୍ରଦାନ କରାନଯାଇଛି ।

କ୍ଷୁଦ୍ର ଖଣିଜ ପଦାର୍ଥର ହସ୍ତାନ୍ତରଣ କିମ୍ବା ବିକ୍ରୀ

ଅନୁମତିପତ୍ର/ପଟ୍ଟା/ପରମିଟର ସମାପ୍ତି ପରେ କିମ୍ବା ନିଲାମର ସର୍ତ୍ତାବଳୀ ସମାପ୍ତି ପରେ କିମ୍ବା କୌଣସି ସର୍ବସାଧାରଣ କାର୍ଯ୍ୟ ସଂପାଦାନ ସମୟରେ, ଅବୈଧ ଭାବେ ଉତ୍ତୋଳିତ କିମ୍ବା ଜବତ କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ, କିମ୍ବା ସରକାରଙ୍କ ସଂପତ୍ତିଭାବେ ଧରାଯାଏ, ତାହା ସୂଚୀ-୪ ରେ ଧାର୍ଯ୍ୟ ପରମିତ ମଞ୍ଜୁର କରିବା ନିମନ୍ତେ ଦକ୍ଷ ଅଧିକାରୀଙ୍କ ଦ୍ଵାରା, ଏ ସଂବନ୍ଧରେ, ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ନିୟମାବଳୀ ଏବଂ ପଦ୍ଧତି ସହିତ ସମନ୍ଵୟ ରକ୍ଷାକରି, ସର୍ବସାଧାରଣ ନିଲାମ ଦ୍ଵାରା ବିକ୍ରି କରାଯିବ   ।

ଉଲ୍ଲେଖଥାଉଯେ,  କୌଣସି ସାଜସଜ୍ଜା ପଥର କ୍ଷେତ୍ରରେ ଏପରି ପଥର ଉପନିର୍ଦ୍ଦେଶକ/ଖଣି ଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟଙ୍କ ଦ୍ଵାରା ବିକ୍ରି କରାଯିବ, ଯାହାଙ୍କର ଏପରି କର୍ତ୍ତୃତ୍ଵ ଅଛି  ।

ରାଜସ୍ୱ ଆକଳନକାରୀ ଅଧିକାରୀ

ଖଜଣା, “ରୟାଲଟି”, ଶୁକ୍ଳ କିମ୍ବା ଏପରି କୌଣସି ପ୍ରାପ୍ୟର ଆକଳନ ଏବଂ ଦାବି ଯାହାକି ଏହି ନିୟମାବଳୀ ଅନୁଯାୟୀ ଦେୟ ଅଟେ; ତାହା କର୍ତ୍ତୃତ୍ଵ ଥିବା ଉପ- ନିର୍ଦ୍ଦେଶକ /ଖଣି ଅଧିକାରୀ, ତହସିଲଦାର ଏବଂ ଡିଭିଜନାଲ ବନ ଅଧିକାରୀଙ୍କ ଦ୍ଵାରା କରାଯିବ   ।

ଜୋରିମାନା କିମ୍ବା ଦଣ୍ଡ

  1. ଯେତେବେଳେ କୌଣସି ବ୍ୟକ୍ତିଙ୍କୁ କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ଉତ୍ତୋଳନ କରିବା କିମ୍ବା ପରିବହନ କରିବା ଦେଖାଯାଏ  କିମ୍ବା ଯାହାଙ୍କ ତରଫରୁ, ଏହି ନିୟମାବଳୀର ଅନ୍ୟଥା ଏପରି ଉତ୍ତୋଳନ କିମ୍ବା ପରିବହନ କରାଯାଏ, ତାହେଲେ ତାଙ୍କୁ ଏପରି କ୍ଷୁଦ୍ର ଖଣିଜ ପଦାର୍ଥର ଅବୈଧ ଉତ୍ତୋଳନ କିମ୍ବା ଅପସାରନରେ ଜଣେ ପକ୍ଷ ଭାବେ ଅନୁମାନ କରାଯିବ ଏବଂ ଏପରି ପ୍ରତ୍ଯେକ ବ୍ୟକ୍ତିଙ୍କୁ ସରଲ କାରାଦଣ୍ଡରେ ସେହି ସମୟ ପର୍ଯ୍ୟନ୍ତ ଦଣ୍ଡିତ କରାଯିବ , ଯାହାକି ଦୁଇବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ ଯାହାକି  ୨୫,୦୦୦,୦୦ (ପଚାଶ ହଜାର ଟଙ୍କା ମାତ୍ର) କୁ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରେ ଏବଂ କୌଣସି ଲଗାତର ଉଲ୍ଲଂଘନ କ୍ଷେତ୍ରରେ ଏକ ଅତିରିକ୍ତ ଜୋରିମାନା ସହିତ, ଯାହାକି ପ୍ରତ୍ୟେକ ଦିନ ନିମନ୍ତେ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପରେ, ଯେଉଁ ସମୟ ମଧ୍ୟରେ ଏପରି ଉଲ୍ଲଂଘନ ଚାଲିଥାଏ  ।
    • କଲେକ୍ଟର/ଉପ- କଲେକ୍ଟର/ ତହସିଲଦାର । ନିର୍ଦ୍ଦେଶକ/ ଯୁଗ୍ମ ନିର୍ଦ୍ଦେଶକ/ଡେପୁଟି ନିର୍ଦ୍ଦେଶକ/ଖଣି ଅଧିକାରୀ/ସହକାରୀ ଖଣି ଅଧିକାରୀ/ବରିଷ୍ଠ ଖଣି ପରିଦର୍ଶକ /ଡିଭିଜନାଲ ବନ ଅଧିକାରୀ/ସରକାରୀ ବନ ସଂରକ୍ଷକ/ରେଞ୍ଜ ଉଚ୍ଚକର୍ମଚାରୀ କିମ୍ବା ସବ – ଇନ୍ସପେକ୍ଟରଙ୍କ ନିମ୍ନ ସ୍ତରର ହୋଇନଥିବା କୌଣସି ପୋଲିସ, ଉଚ୍ଚକର୍ମଚାରୀ, ଯଥାକ୍ରମେ ସେମାନଙ୍କର କର୍ତ୍ତୃତ୍ଵାଧିନ ଆଞ୍ଚଲ ମଧ୍ୟରେ, ଏପରି ଅପରାଧ ସଂଗଠନରେ ବ୍ୟବହୃତ ଯାନ, କ୍ଷୁଦ୍ର ଖଣିଜ ଦ୍ରବ୍ୟ ଏବଂ ଏହାର ଉତ୍ପାଦନ ସହିତ, ସମସ୍ତ ଯନ୍ତ୍ରପାତିକୁ ଜବତ କରିପାରନ୍ତି ।
    • କର୍ତ୍ତୃତ୍ଵ ଥିବା ଏବଂଉପରେ ଉଲ୍ଲେଖିତ ଉପ- ନିୟମ(୧)ର ଧାରା (୨) ଅନୁଯାୟୀ ଉଲ୍ଲେଖିତ ଅଧିକାରୀ/ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଲିଖିତ ଅଭିଯୋଗ ବ୍ୟତୀତ କୌଣସି ନ୍ୟାୟଳୟ, ଏହି ନିୟମାବଳୀ ଅନୁଯାୟୀ ଦଣ୍ଡନୀୟ କୌଣସି ଅପରାଧକୁ ବିଚାର ନିମନ୍ତେ ଗ୍ରହଣ କରିବେ ନାହିଁ।
    • ଯେଉଁ ସ୍ଥଳରେ ଅପରାଧି ଏହି, ନିୟମାବଳୀ ଅନୁଯାୟୀ ଦଣ୍ଡନୀୟ ଅପରାଧକୁ ସାଲିସ କରିବା ନିମନ୍ତେ, ଲିଖିତ ଭାବେ ସମ୍ମତ ହୁଏ, ସେପରିସ୍ଥଳେ ଯଥାକ୍ରମେ ସେମାନଙ୍କ କର୍ତ୍ତୁତ୍ଵାଧିନ ଅଞ୍ଚଳ ମଧ୍ୟରେ, ତହସିଲଦାର, ଡେପୁଟି ନିର୍ଦ୍ଦେଶକ।/ଖଣି ଅଧିକାରୀ କିମ୍ବା ଡିଭିଜନାଲ ବନ ଅଧିକାରୀ, ଏପରି ଅଭିଯୋଗ ଦାଖଲ କରିବା ପୁରରୁ କିମ୍ବା ପରେ ଉଲ୍ଲେଖିତ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଏପରି ଅର୍ଥରାସୀର ପ୍ରଦାନ ଉପରେ, ଯାହାକି ଏହି ନିୟମାବଳୀ ଅନୁଯାୟୀ ଧାର୍ଯ୍ୟ ସର୍ବୋଚ୍ଚ ଜୋରିମାନାଠାରୁ ଅଧିକ ହେବ ନାହିଁ ଏବଂ ଖଣିଜ ପଦାର୍ଥର ମୂଲ୍ୟ ଏବଂ ଜବତ ହୋଇଥିବା ଅନ୍ୟ ସମ୍ପତ୍ତିର ମୂଲ୍ୟ ପ୍ରଦାନ ଉପରେ, ଏପରି ଅପରାଧକୁ ସାଲିସ କରିପାରନ୍ତି ।  ଏପରି ଜୋରିମାନା ଏବଂ ମୂଲ୍ୟ ପ୍ରଦାନ ଉପରେ, ଜବତ କରାଯାଇଥିବା ଖଣିଜ ଦ୍ରବ୍ୟ ଏବଂ ଅନ୍ୟ ସମ୍ପତ୍ତିକୁ ତୁରନ୍ତ ଖଲାସ କରାଯିବ ।

    ଉଲ୍ଲେଖଥାଉ ଯେ, ଅପରାଧି ଏକ ପ୍ରତିଶ୍ରୁତି/ମୁଚାଲିକା ଦାଖଲ କରିବା ନିମନ୍ତେ ଦାୟୀ ହେବ ଯେ , ସେ ଏପରି ଅପରାଧ ଭବିଷ୍ୟତରେ କରିବ ନାହିଁ  ।

    ଆହୁରି ଉଲ୍ଲେଖଥାଉ ଯେ, ଯଦି ଅପରାଧି ଖଣିଜ ଦ୍ରବ୍ୟର ମୂଲ୍ୟ ତଥା ଅନ୍ୟ କୌଣସି ସଂପତ୍ତିର ମୂଲ୍ୟ ପ୍ରଦାନ କରିବାରେ ଅକୃତିକାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ ଏପରି ସଂପତ୍ତିକୁ ସରକାରଙ୍କ ପ୍ରତି ବ୍ୟାଜ୍ୟାପ୍ତି କରାଯିବ ଏବଂ ସର୍ବସାଧାରଣ ନିଲାମ ଜରିଆରେ ବିକ୍ରି କରାଯିବ   ।

    • ଯେଉଁ ସ୍ଥଳରେ ଏହି ନିୟମାବଳୀ ଅନୁଯାୟୀ, କୌଣସି ଅପରାଧକୁ ସାଲିସ କରାଯାଏ, ସେପରିସ୍ଥଳେ ଏପରି ସାଲିସ କରାଯାଇଥିବା ଅପରାଧ ସମ୍ବନ୍ଧରେ ଅପରାଧିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ।ନୁଷ୍ଠାନ କିମ୍ବା ଅଧିକ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ  ନାହିଁ ଏବଂ ଅପରାଧି, ଯଦି ଅଟକରେ ଥାଏ, ତାହେଲେ ତାଙ୍କୁ ତୁରନ୍ତ ଖଲାସ କରାଯିବ ।
    • ଯଦି ତିରିଶ ଦିନ ମଧ୍ୟରେ ଏପରି ଜବତ କୌଣସି କୌଣସି ପଦାର୍ଥ ଅନ୍ୟ ସଂପତ୍ତିକୁ କୌଣସି ବ୍ୟକତି ଦାବୀ କରନ୍ତି ନାହିଁ, ସେପରିସ୍ଥଳେ ଏପରି ଅପରାଧକୁ ସାଲିଳ କରିବା ନିମନ୍ତେ ଦକ୍ଷ ଅଧିକାରୀ, ତାହା ରାଜ୍ୟ ପ୍ରତି ବ୍ୟାଜ୍ୟାପ୍ତ କରିବେ ଏବଂ ତାହା ସର୍ବସାଧାରଣ ନିଲାମରେ ବିକ୍ରି କରିବେ ।
  2. ଯେତେବେଳେ, ଏହି ନିୟମାବଳୀର ବ୍ୟବସ୍ଥାବଳୀର ଉଲ୍ଲଂଘନରେ କୌଣସି ବ୍ୟକ୍ତି, କୌଣସି ଜମିରେ ଅନୁପ୍ରବେଶ କରନ୍ତି, ସେପରିସ୍ଥଳେ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ତହସିଲଦାର/ସବ-କଲେକ୍ଟର/କଲେକ୍ଟର/ ଡେପୁଟି ନିର୍ଦ୍ଦେଶକ/ଖଣି ଅଧିକାରୀ/ସରକାରୀ ଖଣି ଅଧିକାରୀ /ଡିଭିଜନାଲ ବନ ଅଧିକାରୀ/ସରକାରୀ ବନ ସଂରକ୍ଷକ /ରେଞ୍ଜ ଅଫିସରଙ୍କ ଦ୍ଵାରା ତାଙ୍କୁ (କିମ୍ବା ଏପରି ଅନୁପ୍ରବେଶ କାରୀଙ୍କୁ) ଏକ ଆଦେଶ ପ୍ରଦାନ କିମ୍ବା ଜାରି କରାଯିବ;ଏବଂ ଏପରି ସରକାରୀ ଉଚ୍ଚକର୍ମଚାରୀ, ଯଦି ଆବଶ୍ୟକ ହୁଏ, ତାହେଲେ ଉକ୍ତ ଜମିରୁ ଏପରି ଅନୁପ୍ରବେଶକାରୀଙ୍କୁ ଉଚ୍ଛେଦ କରିବା ନିମନ୍ତେ, ପୋଲିସ ସାହାଯ୍ୟ ଗ୍ରହଣ କରିବେ  ।
  3. ଏହି ନିୟମାବଳୀ ଅନୁଯାୟୀ ଜବତ ହୋଇଥିବା କୌଣସି ଖଣିଜପଦାର୍ଥ ଯନ୍ତ୍ରପାତି, ଯାନ କିମ୍ବା ଅନ୍ୟ କୌଣସି ବସ୍ତୁ, ଯାହା ସମ୍ବନ୍ଧରେ ଉପ- ନିୟମ  (୧) ଅନୁଯାୟୀ ଅଭିଯୋଗ ଦାଖଲ କରାଯାଇଛି, ସେପରିସ୍ଥଳେ ଏପରି ଅପରାଧକୁ ବିଚାର ନିମନ୍ତେ ଗ୍ରହଣକାରୀ ନ୍ୟାୟାଳୟର କୌଣସି ଆଦେଶ ଦ୍ଵାରା, ତାହା ବ୍ୟାଜ୍ୟାପ୍ତ ନିମନ୍ତେ ଦାୟୀ ରହିବ ଏବଂ ଏପରି ନ୍ୟାୟାଳୟର ନିର୍ଦ୍ଦେଶ ସହିତ ସମନ୍ଵୟ ରକ୍ଷାକରି, ବିକ୍ରି କରାଯିବ  ।
  4. ଯେତେବେଳେ କୌଣସି ଜମିରୁ କୌଣସି ବ୍ୟକ୍ତି , କୌଣସି ଖଣିଜଦ୍ରବ୍ୟ, କୋଣସି ଆଇନଗତ କ୍ଷମତା ବିନା ଉତ୍ତୋଳନ କରନ୍ତି,ସେପରିସ୍ଥଳେ ତହସିଲଦାର / ଖଣି ଅଧିକାରୀ ଡେପୁଟି ନିର୍ଦ୍ଦେଶକ/ ଡିଭିଜନାଲ ବନ ଅଧିକାରୀ, ଏପରି ଉତ୍ତୋଳିତ ଖଣିଜ ଦ୍ରବ୍ୟକୁ ଏପରି ବ୍ୟକ୍ତିଠାରୁ ଉଦ୍ଧାର କରିପାରନ୍ତି, କିମ୍ବା ଯେଉଁ ସ୍ଥଳରେ ଏପରି ଖଣିଜ ପଦାର୍ଥକୁ ପୂର୍ବରୁ ବିକ୍ରି କରାଯାଇଥିବା, ସେପରିସ୍ଥଳେ ତାର ମୂଲ୍ୟ କିମ୍ବା ଦର ଏବଂ ଏପରି ବ୍ୟକ୍ତିଠାରୁ ମଧ୍ୟ, ସେହି ସମୟ ନିମନ୍ତେ, ଖଜଣା “ରୟାଲିଟି” କିମ୍ବା କର ମଧ୍ୟ ଉଦ୍ଧାର କରିବେ, ଯେଉଁ ସମୟ ମଧ୍ୟରେ କୌଣସି ଆଇନ ସମ୍ମତ ଅଧିକାର ବିନା ଏପରି ବ୍ୟକ୍ତି ଉକ୍ତ ଜମିର ଦଖଲରେ ଥାଆନ୍ତି ।
  5. ଯଦି ଏହି ନିୟମାବଳି ଅନୁଯାୟୀ, କୌଣସି ଅପରାଧ ସଂଗଠନକାରୀ ବ୍ୟକ୍ତି, ଏହି କମ୍ପାନୀ ହୋଇଥାଏ, ସେପରିସ୍ଥଳେ ପ୍ରତ୍ୟେକ ବ୍ୟକ୍ତି, ଜେକି ଅପରାଧ ସଂଗଠନ ହେବା ସମୟରେ, କମ୍ପାନୀର ବ୍ୟବସାୟ ପରିଚାଳନା ନିମନ୍ତେ, କମ୍ପାନୀ ପ୍ରତି ଦାୟୀ ଥିଲେ ଏବଂ କମ୍ପାନୀର ଦାୟିତ୍ଵରେ ଥିଲେ, ତାଙ୍କୁ ଅପରାଧରେ ଦୋଷୀ ବୋଲି ଧରାଯିବ ଏବଂ ସେ, ଏହି ଆଇନ ଏବଂ ନିୟମାବଳିର ବ୍ୟବସ୍ଥାବଳୀ ଅନୁଯାୟୀ କାର୍ଯ୍ୟ।ନୁଷ୍ଠାନ ଏବଂ ଦଣ୍ଡନୀୟ ହେବା ନିମନ୍ତେ ଦାୟୀ ହେବେ ।
  6. ଉଲ୍ଲେଖଠାରୁ ଯେ ଏହି ଉପ- ନିୟମରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ, ଏପରି କୌଣସି ବ୍ୟକ୍ତିଙ୍କୁ କୌଣସି ଦଣ୍ଡ ନିମନ୍ତେ ଦାୟୀ କରିବ ନାହିଁ, ଯଦି ସେ ପ୍ରମାଣ କରନ୍ତି ଯେ  ତାଙ୍କ ଜ୍ଞାତସାର ବାହାରେ, ଏପରି ଅପରାଧ ସଂଗଠିତ ହୋଇଥିଲା କିମ୍ବା ଏପରି ଅପରାଧର ସଂଗଠନକୁ ପ୍ରତିବନ୍ଧିତ କରିବା ନିମନ୍ତେ, ସେ ସମସ୍ତ ବିଜ୍ଞତା ପରିଚାଳନା କରିଥିଲେ  ।

  7. ଉପନିୟମ (୫) ରେ ଧାରିତ କୌଣସି ବିଷୟ ସତ୍ତ୍ୱେ, ଯେଉଁ ସ୍ଥଳରେ ଏହି ନିୟମାବଳି ଅନୁଯାୟୀ କୌଣସି ଅପରାଧ, କମ୍ପାନୀର କୌଣସି ନିର୍ଦ୍ଦେଶକ, ପରିଚାଳକ, ସଚିବ କିମ୍ବା ଅନ୍ୟ କୌଣସି ଉଚ୍ଚକର୍ମଚାରୀଙ୍କ ସମ୍ମତ କିମ୍ବା ମନ୍ତ୍ରଣା ସହିତ କରାଯାଇଥାଏ, ସେପରି ସ୍ଥଳେ ଏପରି ନିର୍ଦ୍ଦେଶକ, ପରିଚାଳକ, ସଚିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇ, ସେହି ଅନୁଯାୟୀ ଦଣ୍ଡିତ କରାଯିବ ।
  8. ସ୍ପଷ୍ଟୀକରଣ

    ଏହି ନିୟମ ଉଦ୍ଦେଶ୍ୟରେ  :-

    • “କମ୍ପାନୀ” ଅର୍ଥ, କୌଣସି ସନ୍ନିବଦ୍ଧ ସଂସ୍ଥା, ଏବଂ ଏହା କୌଣସି “ ଫର୍ମ” କିମ୍ବା ବ୍ୟକ୍ତିମାନଙ୍କର କୌଣସି ସଂସ୍ଥାକୁ ଅନ୍ତର୍ଭୁକ୍ତ କରେ   ।
    • କୌଣସି “ଫର୍ମ” ସଂବନ୍ଧରେ “ ନିର୍ଦ୍ଦେଶକ” ଅର୍ଥ,  ଏପରି : ଫର୍ମ “ ର କୋଣସି ଅଂଶୀଦାର   ।
  9. ପଟ୍ଟାର କୌଣସି ସର୍ତ୍ତର ଉଲ୍ଲଂଘନ କ୍ଷେତ୍ରରେ, ଦକ୍ଷ ଅଧିକାରୀ, ଧାର୍ଯ୍ୟ ସମୟ ମଧ୍ୟରେ ଏପରି ତ୍ରୁଟି ସଂଶୋଧନ କରିବା ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତିଙ୍କୁ ତିରିଶ ଦିନିଆ ସୂଚନା ପ୍ରଦାନ କରିବେ । ଯଦି ପଟ୍ଟାଧରି ବ୍ୟକ୍ତି, ଧାର୍ଯ୍ୟ ସମା ମଧ୍ୟରେ ଉକ୍ତ ତ୍ରୁଟି ସଂଶୋଧନ କରିବାରେ ଅକୃତ କାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ ଦକ୍ଷ ଅଧିକାରୀ ପଟ୍ଟା ନାକଚ କରିପାରନ୍ତି କିମ୍ବା ଜୋରିମାନା ଧାର୍ଯ୍ୟ କରିପାରନ୍ତି, ଯାହାକି ପାଞ୍ଚ ହଜାର ଟଙ୍କାଋ ଅଧିକ ହେବ ନାହିଁ   ।
  10. ଏହି ନିୟମାବଳୀର, ନିୟମ ୩୩ରେ ଉଲ୍ଲେଖିତ କୌଣସି ସର୍ତ୍ତର ଉଲ୍ଲଂଘନ କିମ୍ବା ଭଙ୍ଗ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ, ଯାହାକି ଦକ୍ଷ ଅଧିକାରୀ କୌଣସି କ୍ଵାରୀ-ପରମିଟ ମଞ୍ଜୁର କରିବା ସମୟରେ ଧାର୍ଯ୍ୟ କରିଥାଆନ୍ତି, ତାର ଉଲ୍ଲଂଘନରେ ଦକ୍ଷ ଅଧିକାରୀ କୌଣସି ଜୋରିମାନା ଧାର୍ଯ୍ୟ କାରୀପାରନ୍ତି, ଯାହାକି ଦୈନିକ ପାଞ୍ଚଶହ ଟଙ୍କାରୁ ପରିବର୍ଦ୍ଧନ କରାଯାଇପାରେ ଏବଂ କୌଣସି ଲଗାତର ଉଲ୍ଲଂଘନ କ୍ଷେତ୍ରରେ ଦକ୍ଷ ଅଧିକାରୀ ଉକ୍ତ ପରମିଟକୁ ନାକଚ କରିପାରନ୍ତି  ।  ସେହି ଜମିରେ ଗଚ୍ଛିତ ଥିବା ଖଣିଜ ପଦାର୍ଥ, ଯେଉଁଠୁ ତାହା ଉଲ୍ଲୋଳିତ, ତାହା ତାପରେ ସରକାରଙ୍କ ସଂପତ୍ତି ହୁଏ ଏବଂ ସର୍ବସାଧାରଣ ନିଲାମ ଦ୍ଵାରା ବିକ୍ରି କରାଯାଏ  ।

ଖଣିଜଦ୍ରବ୍ୟ,  ଦଲିଲ କିମ୍ବା ବସ୍ତୁ ନିମନ୍ତେ ଅନ୍ଵେଷଣ

ଯଦି ତହସିଲଦାର/ସବ-କଲେକ୍ଟର,କଲେକ୍ଟର/ଖଣି ଅଧିକାରୀ, ଡେପୁଟି କଲେକ୍ଟର/ସହକାରୀ ଖଣି ଅଧିକାରୀ/ନିର୍ଦ୍ଦେଶକ /ଯୁଗ୍ମ ନିର୍ଦ୍ଦେଶକ /ଡେପୁଟି ନିର୍ଦ୍ଦେଶକ (ମୁଖ୍ୟ କାର୍ଯ୍ୟ।ଳୟ) ଡିଭିଜନାଲ ବନ ଅଧିକାରୀ ସହକାରୀ ବନ ସଂରକ୍ଷକ /ରେଞ୍ଜ ଅଫିସରଙ୍କର ଏପରି ବିଶ୍ଵାସ କରିବାର କରଣ ଥାଏ ଯେ, ଏହି ନିୟମାବଳୀର ବ୍ୟବସ୍ଥାବଳୀର ଉଲ୍ଲଂଘନରେ, କୌଣସି ଖଣିଜ ପଦାର୍ଥ ଉତ୍ତୋଳନ କରଯାଇଛି କିମ୍ବା ଏପରି ଖଣିଜ ଦ୍ରବ୍ୟ ସମ୍ବନ୍ଧରେ କୌଣସି ଦଲିଲ କିମ୍ବା ବସ୍ତୁ,  କୌଣସି ସ୍ଥାନ କିମ୍ବା ଯାନରେ ରଖାଯାଇଛି, ସେପରିସ୍ଥଳେ, ସେ ଏପରି ଖଣିଜଦ୍ରବ୍ୟ ଦଲିଲ କିମ୍ବା ବସ୍ତୁକୁ ଅନ୍ଵେଷଣ କରିବେ ଏବଂ ଫୌଜଦାରି କାର୍ଯ୍ୟବିଧି ସଂହିତା, ୧୯୭୩ ର ଦଫା, ୧୦୦ ର ବ୍ୟବସ୍ଥାବଳୀ, ଏପରି ପ୍ରତ୍ୟେକ ଅନ୍ଵେଷଣ ପ୍ରତି ପ୍ରୟୋଗ ହେବ  ।

ସ୍ପଷ୍ଟ ତ୍ରୁଟି ସଂଶୋଧନ କରିବା କ୍ଷମତା

ଏହି ନିୟମାବଳୀ ଅନୁଯାୟୀ, ସରକାର କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ଆଦେଶରେ କୌଣସି କିରାଣୀ ଜନିତ କିମ୍ବା ଗାଣିତିକ ତ୍ରୁଟି ଏହି ଆଦେଶ ତାରିଖରୁ ଛଅମାସ ମଧ୍ୟରେ ସେଥିରେ ଦୈବାତ ଉଦ୍ରେକ କୋଣସି ତ୍ରୁଟିକୁ , ସରକାର କିମ୍ବା ଅଧିକାରୀଙ୍କ ଦ୍ଵାରା, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସଂଶୋଧନ କରାଯିବ  ।

ଉଲ୍ଲେଖଥାଉ ଯେ , କୌଣସି ବ୍ୟକ୍ତି ପ୍ରତି କୌଣସି କ୍ଷତିକାରକ ଆଦେଶ ପ୍ରଦାନ କରାଯିବ ନାହିଁ , ଯଦି ତାଙ୍କୁ ତାଙ୍କର ଘଟଣା କିମ୍ବା ବିଷୟ ଉଲ୍ଲେଖ କରିବା ନିମନ୍ତେ ସୁଯୋଗ ପ୍ରଦାନ କରାନଯାଏ   ।

ବୃହତ ଖଣିଜ ଦ୍ରବ୍ୟ ନିମନ୍ତେ କୌଣସି ପଟ୍ଟାଭୁକ୍ତ ଅଞ୍ଚଳର, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଅପସାରଣ

  1. ଏହି ବୃହତ ଖଣିଜ ଦ୍ରବ୍ୟ ନିମନ୍ତେ ପଟ୍ଟା ଦିଆଯାଇଥିବା କୌଣସି ଅଞ୍ଚଳରେ, କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ ମିଳେ, ସେପରିସ୍ଥଳେ ସାଜସଜା ପଥର କ୍ଷେତ୍ରରେ, ଇସ୍ପାତ ଏବଂ ଖଣି ବିଭାଗର ସରକାରଙ୍କ ଅନୁମତି ସହିତ ଅପସାରଣ କରାଯାଇପାରେ ଏବଂ ଅନ୍ୟ କ୍ଷୁଦ୍ର ଖଣିଜ ପଦାର୍ଥ କ୍ଷେତ୍ରରେ,ସମ୍ପୃକ୍ତ ଡେପୁଟି ନିର୍ଦ୍ଦେଶକ ଏବଂ ଖଣି ଅଧିକାରୀଙ୍କ ଅନୁମତି ସହିତ, ଅଗ୍ରୀମ “ରୟାଲଟି” ଏବଂ ଉକ୍ତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ନିମନ୍ତେ ଧାର୍ଯ୍ୟ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ଦ୍ଵାରା ଅପସାରଣ କରାଯିବ  ।
  2. କୌଣସି ସନ୍ଦେହ କ୍ଷେତ୍ରରେ ଯେ ,କୌଣସି ନିର୍ଦ୍ଧିଷ୍ଟ ଖଣିଜ ଦ୍ରବ୍ୟ,  କ୍ଷୁଦ୍ର ଖଣିଜ ଦ୍ରବ୍ୟ ନୁହେଁ, ସେପରିସ୍ଥଳେ ସିଦ୍ଧାନ୍ତ ନିମନ୍ତେ, ଉକ୍ତ ବିଷୟ, ନିର୍ଦ୍ଦେଶକଙ୍କୁ ଉଲ୍ଲେଖ କରାଯିବ ଏବଂ ଯେଉଁ କ୍ଷେତ୍ରରେ ସଂଦେହ ଉଦ୍ରେକ ହୁଏ ଯେ, କୌଣସି କ୍ଷୁଦ୍ର ଖଣିଜ ପଦାର୍ଥକୁ, ପରିବର୍ଦ୍ଧନୀୟ ପଥର /ସାଜସଜ୍ଜା ପଥର ଭାବେ କିମ୍ବା ଶିଳ୍ପନୈତିକ ଏବଂ ଧାର୍ଯ୍ୟ ଉଦ୍ଦେଶ୍ୟରେ କିମା ରପ୍ତାନି ନିମନ୍ତେ ବ୍ୟବହାର କରାଯାଇପାରିବ ନାହିଁ; ସେପରିସ୍ଥଳେ ରାଜସ୍ୱ ଏବଂ ବନ ବିଭାଗର ଦକ୍ଷ ଅଧିକାରୀ, ଜିଲ୍ଲା/ସର୍କଲର ଖଣି ଅଧିକାରୀ/ଡେପୁଟି ନିର୍ଦ୍ଦେଶକଙ୍କ ନିର୍ଦ୍ଧିଷ୍ଟ ମତାମତ ଗ୍ରହଣ କରିବେ ।

ପ୍ରବେଶ ଏବଂ ପରିଦର୍ଶନ କ୍ଷମତା

  1. ନିୟନ୍ତ୍ରଣକାରୀ ଅଧିକାରୀ, ଦକ୍ଷ ଅଧିକାରୀ କିମ୍ବା ସେମାନଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀଙ୍କର ନିମ୍ନଲିଖିତ କ୍ଷମତା ରହିବ: -
    • କୌଣସି ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/କ୍ଵାରୀ କିମ୍ବା କ୍ଵାରୀ ପଟ୍ଟା ପରମିଟ ଅନୁଯାୟୀ ମଞ୍ଜୁର କରାଯାଇଥିବା କୌଣସି ଅଞ୍ଚଳରେ ପ୍ରବେଶ ଏବଂ ପରିବର୍ତ୍ତନ କରିପାରିବେ   ।
    • ଏପରି କୌଣସି କାର୍ଯ୍ୟକୁ ସର୍ବେକ୍ଷଣ କରିପାରିବେ ଏବଂ ମାପଚୁପ ନେଇପାରିବେ ।
    • ଉତ୍ତୋଳିତ କ୍ଷୁଦ୍ର ଖଣିଜ ପଦାର୍ଥର ପରିମାଣ ଏବଂ ଅପସାରିତର ପରିମାଣ ଏବଂ ଅନ୍ୟ ଦଲିଲ, ଯାହାକି ପଟ୍ଟା, ଅନୁମତିପତ୍ର କିମ୍ବା ପରମିଟ ଦର୍ଶାଉଥିବା ରେଜିଷ୍ଟର ପରୀକ୍ଷା କରିବେ ଏବଂ ଏପରି ନଥିଗୁଡିକୁ ଉପସ୍ଥାପନ କରିବା ନିମନ୍ତେ ଆଦେଶ ଦେଇପାରନ୍ତି ଏବଂ ଏପରି ଦଲିଲ, ନଥି ଏବଂ ରେଜିଷ୍ଟରରୁ ନକଲ ଗ୍ରହଣ କରିପାରିବେ ।
    • ଅପସାରଣ ଏବଂ ପ୍ରେରଣ ପଦ୍ଧତିରେ କୌଣସି କ୍ଵାରୀରେ ପଡିଥିବା କ୍ଷୁଦ୍ର ଖଣିଜ ପଦାର୍ଥର ଓଜନ ଏବଂ ମାପଚୁପ ନେଇପାରିବେ   ।
  2. ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ଵାରା  କ୍ଷମତାୟୀତ କୌଣସି କ୍ଵାରୀ ସ୍ଥାନ/ଅନୁମିତ ପତ୍ର ସ୍ଥାନ/ପଟ୍ଟାଭୁକ୍ତ ଅଞ୍ଚଳ, ଯାହାକି ପଟ୍ଟାରେ ପ୍ରଦାନ କରାଯାଇ ଥାଏ କିମ୍ବା ଏହି ନିୟମାବଳି ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ଅନୁମୋଦନ ତାହା ପରିଦର୍ଶନ କରିବା କ୍ଷମତା ବହନ କରିବେ, ଯାହା ଫଳରେ-
  3. ପରିଦର୍ଶନ ଫଳରେ ଯଦି କୋଣସି ତ୍ରୁଟି ଉପ- ନିୟମ (୨) ଅନୁଯାୟୀ ଦେଖାଯାଏ, ସେପରିସ୍ଥଳେ ଅନୁମତି ପତ୍ରଧାରୀ/ପଟ୍ଟାଧାରୀ/ପରମିଟ ଧାରୀ କିମ୍ବା ନିଲାମଧାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, କ୍ଵାରୀ ପରିଚାଳନା କରିବେ ନାହିଁ , ଯେପର୍ଯ୍ୟନ୍ତ ଉକ୍ତ ତ୍ରୁଟି କିମ୍ବା ଅଭାବକୁ ପୂରଣ କରାଯାଇନାହିଁ ଏବଂ ପରିଦର୍ଶନକାରୀ ଉଚ୍ଚକର୍ମଚାରୀ, ଉକ୍ତ ବିଷୟ, ଦକ୍ଷ ଅଧିକାରୀ , ନିୟନ୍ତ୍ରଣକାରୀ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କ ଦ୍ରୁଷ୍ଟିକୁ ଆଣିବେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ।
    • ଅନ୍ଵେଷଣ /କ୍ଵାରୀ /ଖଣି ପାଦ୍ଧତିକ, ବୈଜ୍ଞାନିକ ଏବଂ ନିରାପତ୍ତାକୁ ନିଶ୍ଚିତ କରିବେ   ।
    • କ୍ଷୁଦ୍ର ଖଣିଜ ଦ୍ରବ୍ୟ ଭାବେ କିମ୍ବା ଏହାର ଛଦ୍ମବେଶରେ, ବୃହତ୍ତ ଖଣିଜ ଦ୍ରବ୍ୟର ଉତ୍ତୋଳନ ଏବଂ ଅପସାରଣକୁ ପ୍ରତିବନ୍ଧିତ କରିବେ।
    • ବିସ୍ପୋରକ ଦ୍ରବ୍ୟର ବ୍ୟବହାର ଏବଂ ଗଚ୍ଛିତ ନିମନ୍ତେ କୌଶଳ ନିୟମାବଳୀର ପାଳନକୁ ନିଶ୍ଚିତ କରିବେ ।
    • ନଥିପତ୍ର, ଦଲିଲ, ରେଜିଷ୍ଟର ଇତ୍ୟାଦି ପରୀକ୍ଷା କରିବେ, ଏପରି ସମସ୍ତ କିମ୍ବା କୌଣସି ନଥିର ଉପସ୍ଥାପନ ନିମନ୍ତେ ଆଦେଶ ଦେବେ ଏବଂ ଏପରି ରେଜିଷ୍ଟର ଦଲିଲ, ନଥିର ନକଲ ଗ୍ରହଣ କରିପାରିବେ, ଯାହାକି ଅନୁମତିପତ୍ର କିମ୍ବା ପତ୍ତା କିମ୍ବା ନିଲାମ ପରମିଟର ମଞ୍ଜୁରୀ ସହ ସମ୍ପୃକ୍ତ।

ବିବିଧା

  1. କୌଣସି ଅନୁମତି ପତ୍ରଧାରୀ/ ପଟ୍ଟାଧାରୀ କିମ୍ବା ପରମିଟ ଧାରୀ କିମ୍ବା ନିଲାମ- ଧାରୀ କିମ୍ବା ନିଲାମ-କ୍ରେତା, ନିମ୍ନଙ୍କ ଦ୍ଵାରା ନିର୍ଗମ କୌଣସି ବୈଧ ପ୍ରେରଣ –ପାସ ବିନା, କୌଣସି ଅଞ୍ଚଳରୁ କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ ପ୍ରେରଣ କରିବେ ନାହିଁ ।
    • ସାଜସଜା ପଥର କ୍ଷେତ୍ରରେ, କର୍ତ୍ତୃତ୍ଵ ଥିବା ଡେପୁଟି ନିର୍ଦ୍ଦେଶକ କିମ୍ବା ଖଣି ଅଧିକାରୀ
    • ଅନ୍ୟାନ୍ୟ କ୍ଷୁଦ୍ର ଖଣିଜ ଦ୍ରବ୍ୟ କ୍ଷେତ୍ରରେ, ଦକ୍ଷ ଅଧିକାରୀ

    ଫର୍ମ “ଆର” ରେ ଯାହାକି ଛପା ଯାଇଥିବ ଏବଂ ମେସିନ କିମ୍ବା ଯନ୍ତ୍ରରେ ସଂଖ୍ୟାୟିତ ହୋଇଥିବ , ଯାହାକି ତାର ଖର୍ଚ୍ଚ ପ୍ରଦାନ ଉପରେ , ଉପରୋକ୍ତ ଅଧିକାରୀଙ୍କ ଦ୍ଵାରା ଯୋଗାଇ ଦିଆଯିବ ।

  2. କୌଣସି କ୍ଷୁଦ୍ରଖଣିଜ ଦ୍ରବ୍ୟ ଉପରେ ପ୍ରଦାନ କରାଯାଇଥିବା “ରୟାଲିଟି” ର ଫେରସ୍ତି ନିମନ୍ତେ କୌଣସି ବିଲ ସର୍ବସାଧାରଣ କାର୍ଯ୍ୟ ସଂପାଦନର ଦାୟିତ୍ଵରେ ଥିବା କୌଣସି ଅଧିକାରୀ ମଞ୍ଜୁର କରିବେ ନାହିଁ, ଯଦି ଏପରି ଫେରସ୍ତି ଦାବି କରୁଥିବା ବ୍ୟକ୍ତି ଉପ- ନିୟମ (୧) ରେ ଉଲ୍ଲେଖିତ, ପ୍ରେରଣ ପାସ ଉପସ୍ଥାପନ କରନ୍ତି ।
  3. ସେହି ସମସ୍ତ କ୍ଷେତ୍ରରେ, ଉପ- ନିୟମ (୨) ର ବ୍ୟବସ୍ଥାବଳୀ ପରସ୍ପର ପ୍ରତି ପ୍ରୟୋଗ ହେବ, ଯେଉଁ ସ୍ଥଳରେ, ସର୍ବସାଧାରଣ କାର୍ଯ୍ୟ ସଂପାଦାନ ଦାୟିତ୍ଵରେ ଥିବା କୌଣସି ଅଧିକାରୀଙ୍କ ସମ୍ମୁଖରେ କୌଣସି କ୍ଷୁଦ୍ର ଖଣିଜ ପଦାର୍ଥର କ୍ରୟ ନିମନ୍ତେ ଖର୍ଚ୍ଚର ଫେରସ୍ତି ଦାବି କରି, କୌଣସି ବିଲ ଉପସ୍ଥାପନ କରାଯାଏ   । ଏପରି ଅଧିକାରୀ ଉକ୍ତ ବିଲ ପାସ କରିବେ ନାହିଁ,  ଯେପର୍ଯ୍ୟନ୍ତ ଏପରି ଅର୍ଥ ପ୍ରଦାନର ରସିଦ ଉପସ୍ଥାପନ କରାଯାଇନାହିଁ  ।
  4. ଯେଉଁ ସ୍ଥଳରେ , ଉପ- ନିୟମ (୨) କିମ୍ବା ଉପ- ନିୟମ  (୩)ରେ ଉଲ୍ଲେଖିତ କୌଣସି ଅଧିକାରୀ , ତାଙ୍କୁ ଯୋଗାଇଥିବା କ୍ଷୁଦ୍ର ଖଣିଜ ପଦାର୍ଥର ପରିମାଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ ନିମନ୍ତେ କୌଣସି ଦକ୍ଷ ଅଧିକାରୀ କିମ୍ବା କୌଣସି ନିୟନ୍ତ୍ରଣକାରୀ ଅଧିକାରୀଙ୍କ ଅନୁରୋଧିତ  ହୁଅନ୍ତି, ସେପରିସ୍ଥଳେ ସେ, ବିନା ବିଳମ୍ବରେ, ଏପରି ତଥ୍ୟ ଯୋଗାଇବେ ।
  5. ସାଜସଜ୍ଜା ପଥର କ୍ଷେତ୍ରରେ, ସମ୍ପୃକ୍ତ ଡେପୁଟିନିର୍ଦ୍ଦେଶକ ଏବଂ ଖଣି ଅଧିକାରୀ ଏବଂ ଅନ୍ୟାନ୍ୟ କ୍ଷୁଦ୍ର ଖଣିଜ ଦ୍ରବ୍ୟ କ୍ଷେତ୍ରରେ, ଦକ୍ଷ, ଅଧିକାରୀ ଫର୍ମ –“ଏକ୍ସ” ରେ ଏକ ବାର୍ଷିକ ରିଟର୍ଣ୍ଣ, ଖଣିଜ ଦ୍ରବ୍ୟ କ୍ରମାନ୍ଵୟରେ, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ପାଦନ ଏବଂ ପ୍ରେରଣ ଏବଂ ସେଥିରୁ ଆୟ ରାଜସ୍ୱ ବିଷୟ ଦର୍ଶାଇ,ନିୟନ୍ତ୍ରଣକାରୀ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କୁ ପ୍ରେରଣ କରିବେ ଯାହା ଫଳରେ ଏହା ତାଙ୍କୁ , ରାଜ୍ୟ ଦ୍ଵାରା ମିଳିଥିବା ସମୁଦାୟ ଆୟ ଆକଳନ କରିବା ନିମନ୍ତେ ସକ୍ଷମ କରିବ ଏବଂ ଏପରି ତଥ୍ୟ ମଧ୍ୟ ଭାରତୀୟ ଖଣି ବ୍ୟୁରୋକୁ ପ୍ରଦାନ କରିବେ ।

ଆଇନ ଏବଂ ନିୟମାବଳୀର ଉଲ୍ଲଂଘନରେ ଗ୍ରହଣ କରାଯାଇଥିବା ପରମିଟ/ଅନୁମତିପତ୍ର /ପଟ୍ଟା

ଏହି ଆଇନ କିମ୍ବା ତତ ସଂକ୍ରାନ୍ତୀୟ ନିୟମାବଳୀ କିମ୍ବା ଆଦେଶର ବ୍ୟବସ୍ଥାବଳୀର ଉଲ୍ଲଂଘନରେ ମଞ୍ଜୁର କରାଯାଇଥିବା,ନବୀକରଣ କରାଯାଇଥିବା କିମ୍ବା ଗ୍ରହଣ କରାଯାଇଥିବା କୌଣସି ପରମିଟ, ଅନ୍ଵେଷଣ ଅନୁମତିପତ୍ର କିମ୍ବା ଖଣି/କ୍ଵାରୀ ପଟ୍ଟା, ଅସିଦ୍ଧ ହେବ ଏବଂ କୌଣସି ପ୍ରକାର କାର୍ଯ୍ୟକାରୀ ହେବ ନାହିଁ   ।

ଉତ୍ତମ ବିଶ୍ଵାସରେ ଗ୍ରହଣ କରାଯାଇଥିବା କାର୍ଯ୍ୟ

ଏହି ନିୟମାବଳୀ ଅନୁଯାୟୀ, କୌଣସି ବ୍ୟକ୍ତି ଦ୍ଵାରା ଉତ୍ତମ ବିଶ୍ବାସରେ କରାଯାଇଥିବା କିମ୍ବା କରାଯିବା ନିମନ୍ତେ ଉଦ୍ଦେଶିତ କୌଣସି କାର୍ଯ୍ୟ ବିରୁଦ୍ଧରେ କୌଣସି ମୋକଦମା କିମ୍ବା ଅନ୍ୟ ଆଇନଗତ କାର୍ଯ୍ୟ।ନୁଷ୍ଠାନ କରାଯାଇପାରିବ ।

ଅର୍ଥ ପ୍ରଦାନ ନିମନ୍ତେ ହିସାବର ଶୀର୍ଷ

ଏହି ନିୟମାବଳୀ ଅନୁଯାୟୀ ପ୍ରଦାନ କରାଯାଉଥିବା ସମସ୍ତ ଅର୍ଥ ନିମ୍ନଲିଖିତ ହିସାବ ଶୀର୍ଷରେ ଜମା କରାଯିବ ।

“୦୮୫୩ – “ ଅଣ-ଫେରସ୍ତ- ମାଈନିଂ ଏବଂ ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରିଜ ୧୦୨ – ଖଣିଜ ଦ୍ରବ୍ୟ ରିହାତି ଶୁଳ୍କ ଏବଂ ରୟାଲିଟି  ।

ସରକାରଙ୍କ ପ୍ରତି ପ୍ରାପ୍ୟ ଅର୍ଥର ଉଦ୍ଧାର କିମ୍ବା ଆଦାୟ

ଏହି  ନିୟମାବଳୀ ଅନୁଯାୟୀ ଦେୟ ସମସ୍ତ ପ୍ରାପ୍ୟ, ଯଦି ପ୍ରଦାନ କରାନଯାଏ , ତାହେଲେ ତାହା ବକେୟା ଭୂ- ରାଜସ୍ୱ ଭାବେ ଆଦାୟ କିମ୍ବା ଉଦ୍ଧାର କରାଯିବ   ।

ନିୟମାବଳୀକୁ କୋହଳ କରିବାରେ ସରକାରଙ୍କ କ୍ଷମତା

ଖଣିଜ ଦ୍ରବ୍ୟର ଉନ୍ନୟନ ଦ୍ରୁଷ୍ଟିରୁ ସରକାର, ଏହି ନିୟମାବଳୀର କୌଣସି ବ୍ୟବସ୍ଥାକୁ , ଉପଯୁକ୍ତ କ୍ଷେତ୍ରରେ ଏପରିଭାବେ କୋହଳ କରିପାରନ୍ତି , ଯେପରି ସେ ଉଚିତ ମନେ କରନ୍ତି  ।

ନିର୍ଦ୍ଦେଶାବଳି ନିର୍ଗମ କରିବା କ୍ଷମତା

କ୍ଲେଶ କିମ୍ବା ଅସୁବିଧା ଅପସାରଣ କିମ୍ବା ଦୂର କରିବା ଦୃଷ୍ଟି ସହିତ ସମୟାନୁକ୍ରମେ, ସରକାର , ଏହି ଆଇନ କିମ୍ବା ନିୟମାବଳିର ବ୍ୟବସ୍ଥାବଳି ସହ ସମନ୍ଵୟ ରକ୍ଷାକରି , ନିର୍ଦ୍ଦେଶାବଳୀ ନିର୍ଗମ କରିପାରନ୍ତି  ।

ରଦ୍ଦିକାରଣ ଏବଂ ସଂରକ୍ଷଣ

ଓଡିଶା କ୍ଷୁଦ୍ର ଖଣିଜ ପଦାର୍ଥ ରିହାତି ନିୟମାବଳୀ, ୧୯୯୦ କୁ ଏତତଦ୍ଵାରା ରଦ୍ଦ କରାଯାଉଛି   ।

ଏପରି ରଦ୍ଦିକରଣ ସତ୍ତ୍ୱେ, ଏପରି ରଦ୍ଦିକୃତ ନିୟମାବଳୀ ଅନୁଯାୟୀ କରାଯାଇଥିବା କୌଣସି କାର୍ଯ୍ୟ, ଗ୍ରହଣ କରାଯାଇଥିବା କୌଣସି କାର୍ଯ୍ୟ।ନୁଷ୍ଠାନ କିମ୍ବା ପ୍ରଦାନ କରାଯାଇଥିବା କୌଣସି ଆଦେଶକୁ, ଏହି ନିୟମାବଳୀର ସମସାମୟିକ ବ୍ୟବସ୍ଥାବଳୀ ଅନୁଯାୟୀ କରାଯାଇଛି, ଗ୍ରହଣ କରାଯାଇଛି କିମ୍ବା ପ୍ରଦାନ କରାଯାଇଛି ବୋଲି ଧରାଯିବ ଏବଂ ଏପରି ପ୍ରାରମ୍ଭ ତାରିଖରୁ, ତିନିମାସ ମଧ୍ୟରେ, ଏହି ନିୟମାବଳୀର ବ୍ୟବସ୍ଥାବଳୀ ସହିତ ସମନ୍ଵିତ କରାଯିବ କିମ୍ବା ଏପରି ସମୟ ମଧ୍ୟରେ, ଯେପରି ସରକାର ଏ ସମ୍ବନ୍ଧରେ ଧାର୍ଯ୍ୟ କରିବେ   ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate