অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାଜସଜ୍ଜା ପଥର ନିମନ୍ତେ, ଖଣି ପଟ୍ଟାର ମଞ୍ଜୁରୀ

ସାଜସଜ୍ଜା ପଥର ନିମନ୍ତେ, ଖଣି ପଟ୍ଟାର ମଞ୍ଜୁରୀ

ଖଣି – ପଟ୍ଟା ଏବଂ ନବୀକରଣ ନିମନ୍ତେ ଆବେଦନପତ୍ର

  1. କୋଣସି ଖଣି- ପଟ୍ଟା କିମ୍ବା ଏହାର ନବୀକରଣ ନିମନ୍ତେ ଫର୍ମ- “ଚ” ରେ ଏକ ଆବେଦନଅପତ୍ର (ତିନି  ପ୍ରତିଲିପି ସହିତ), ଉପ- ନିର୍ଦ୍ଦେଶକ /କର୍ତ୍ତୃତ୍ଵ ଥିବା ଖଣି ଅଧିକାରୀଙ୍କ ଜରିଆରେ, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ଏବଂ ଏହା ସହିତ, ନିମ୍ନ ସମସ୍ତ ସଂଯୁକ୍ତ କରାଯିବ –
    • ଆବେଦନ ପତ୍ର ଶୁକ୍ଳ ବାବଦରେ, ଦଶ ହଜାର ଟଙ୍କା  (ଅଣ-ଫେରସ୍ତନୀୟ) ଜମା ଦର୍ଶାଇ ଏକ ଟ୍ରେଜେରୀ ଚାଲାନ
    • ନକ୍ସା, ସୀମା ବର୍ଣ୍ଣନା ଏବଂ ଜମି ସୂଚୀ, ଯାହାକି ଆବେଦିତ ଅଞ୍ଚଳର ସହଜ ଚିହ୍ନଟକୁ ସୁବଧାୟୀତ କରିବ ।
    • ରାଜ୍ୟ ମଧ୍ୟରେ, ଖଣି – ପଟ୍ଟା ଭାବେ ଆବେଦନକାରୀଙ୍କ ଦ୍ଵାରା ଧାରିତ ଅଞ୍ଚଳ କିମ୍ବା ଯୁଗ୍ମ ସ୍ଵାର୍ଥ ଥିବା ଅନ୍ୟ କୌଣସି ବ୍ୟକ୍ତି ସହ ଧାରିତ ଅଞ୍ଚଳର ସଂପୂର୍ଣ୍ଣ ବିବରଣୀ ଦର୍ଶାଇ ଏକ ଆଫିଡାଭିଟ।
    • ଅଧୁନା ପର୍ଯ୍ୟନ୍ତ ଆୟକର ଏବଂ ବିକ୍ରିକର ପଇଠ ପ୍ରମାଣପତ୍ର କିମ୍ବା ଅଣ- ଆକଳନ ପ୍ରମାଣ ପତ୍ରର, ପ୍ରମାଣିତ ନକଲ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ।
    • ଟିପ୍ପଣୀ

      ଅଧୁନା ପର୍ଯ୍ୟନ୍ତ ଆୟକର ପଇଠ ପ୍ରମାଣପତ୍ରର ଅଣ- ଉପଲବ୍ଧତା କ୍ଷେତ୍ରରେ,ଏକ ଆଫିଡାଭିଟ ଯେ, ଅଧୁନା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ, ଯେପରି ଆୟକର ଆଇନ, ୧୯୬୧ ଅନୁଯାୟୀ ଧାର୍ଯ୍ୟ ଏବଂ ଯେ, ପ୍ରାପ୍ୟକର ସହିତ, ସ୍ଵ- ଆକଳନ ଉପରେ କର ପ୍ରଦାନ କରାଯାଇଛି, ତାହା ଦାଖଲ କରାଯାଇପାରେ ।

    • ନିର୍ଦ୍ଦେଶକଙ୍କ ଦ୍ଵାରା ନିରାମ କରାଯାଇଥିବା ନିୟମାବଳୀ କିମ୍ବା ଏହି ଆଇନ ଅନୁଯାୟୀ ଦେୟ, ଖଣି ପ୍ରାପ୍ୟର ପ୍ରଦାନ ସମ୍ବନ୍ଧରେ ଏକ ବୈଧ ପଇଠ ପ୍ରମାଣପତ୍ର  ।
    • ସମ୍ପୃକ୍ତ ରାଜସ୍ୱ ଅଧିକାରୀଙ୍କ ଠାରୁ ଏକ ଆର୍ଥିକ ସ୍ଵଚ୍ଛଳତା ପ୍ରମାଣପତ୍ର ଏବଂ ସ୍ଥାବର ସମ୍ପତ୍ତିର ଏକ ତାଲିକା
    • ତାଙ୍କ ବ୍ୟାଙ୍କ ଠାରୁ, ଏକ ଅଧୁନା ପ୍ରମାଣପତ୍ର, ଯେଉଁଥିରେ ତାଙ୍କର ଅର୍ଥପ୍ରଦାନ କ୍ଷମତାର ପରିମାଣ ଉଲ୍ଲେଖ ଥିବ।
    • ଯେଉଁ ସ୍ଥଳରେ ଆବେଳିତ ଜମି, ଘରୋଇ ବ୍ୟକ୍ତିମାନଙ୍କର ହୋଇଥାଏ, ସେପରିସ୍ଥଳେ ପଟ୍ଟାର ମଞ୍ଜୁରୀ ନିମନ୍ତେ, ଏପରି ସମସ୍ତ ବ୍ୟକ୍ତିଙ୍କର ସମ୍ମତି ।
    • ଏହା ପ୍ରମାଣ କରିବା ନିମନ୍ତେ ଏପରି ଦଲିଲର ପ୍ରମାଣିତନକଲ ଯେ ସାଜସଜ୍ଜ ପଥରର ପାଦ୍ଧତିକ କାର୍ଯ୍ୟ ନିମନ୍ତେ ସେ ଏକ ଶିଳ୍ପ ସ୍ଥାପନ କରିଛନ୍ତି କିମ୍ବା ଏପରି  ଏକ ଶିଳ୍ପ ସ୍ଥାପନ କରିବା ନିମନ୍ତେ ତାଙ୍କର ନିର୍ଦ୍ଧିଷ୍ଟ ଯୋଜନା ଅଛି ।
    • ଏହା ପ୍ରମାଣ କରିବା ନିମନ୍ତେ ସେପରି ଦଲିଲର ପ୍ରମାଣିତ ନକଲ ଯେ ଆବେଦିତ ଜମିର ରୟତ ଅଟନ୍ତି ।
    • ଅନ୍ଵେଷଣ – ବିବରଣୀର ଏକ ନକଲ, ଯଦି ଉକ୍ତ ଅଞ୍ଚଳ ପୂର୍ବରୁ ଅନ୍ଵେଷଣ କରାଯାଇଥାଏ, ଏବଂ
    • ଅନ୍ୟ କୌଣସି ତଥ୍ୟ, ଯାହା ଆବେଦନକାରୀ  ଦାଖଲ କରିବା ନିମନ୍ତେ ଇତ୍ସୁକ ଯେପରି, ସଜସଜ୍ଜା ପଥରର ଅନ୍ଵେଷଣ ଏବଂ କ୍ଵାରୀରେ ଆବେଦନକାରୀଙ୍କ ବୈଷୟିକ ଜ୍ଞାନ ଏବଂ ଅଭିଜ୍ଞତା, ତାଙ୍କ ଦାଖଲରେ ଥିବା ଯନ୍ତ୍ରପାତି, ନିଯୁକ୍ତ  କିମ୍ବା ନିଯୁକ୍ତ ହେବାକୁ ଥିବା ବୈଷୟିକ କର୍ମଚାରୀମାନଙ୍କ ଯୋଗ୍ୟତା ଏବଂ କାର୍ଯ୍ୟ ଦକ୍ଷତା, ଖଣିରେ ତଥା ସାଜସଜ୍ଜା ପଥର ଭିତ୍ତିକ ଶିଳ୍ପରେ ପ୍ରସ୍ତାବିତ ବିନିଯୋଗ ଅର୍ଥ  ।
  2. ଉପ- ନିର୍ଦ୍ଦେଶକ / ଖଣି ଅଧିକାରୀଙ୍କ ଦ୍ଵାରା ଗୃହିତ ପ୍ରତ୍ୟେକ ଆବେଦନପତ୍ରକୁ, ଫର୍ମ “ଛ” ରେ, ଖଣି – ପଟ୍ଟା ନିମ୍ନତେ ଆବେଦନପତ୍ରର ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ ।
  3. ଯେଉଁ ସ୍ଥଳରେ, ଖଣି – ପଟ୍ଟାର ମଞ୍ଜୁରୀ କିମ୍ବା ନବୀକରଣ ନିମନ୍ତେ କୌଣସି ଆବେଦନପତ୍ର :-
    • ବ୍ୟକ୍ତିଗତ ଭାବେ ପ୍ରଦାନ କରାଯାଇଥାଏ,  ସେପରିସ୍ଥଳେ ଏହାର ଗ୍ରହଣକୁ ତୁରନ୍ତ ପ୍ରାପ୍ତି ସ୍ଵୀକାର କରାଯିବ,  କିମ୍ବା
    • ରେଜିଷ୍ଟ୍ରି ଡାକ ଯୋଗେ ଗୃହିତ ହୋଇଥାଏ,  ତାହେଲେ ସେହିଦିନ ଏହାକୁ ପ୍ରାପ୍ତି ସ୍ଵୀକାର କରାଯିବ ।
    • ଅନ୍ୟ କୌଣସି କ୍ଷେତ୍ରରେ, ଏପରି ଆବେଦନପତ୍ରର ଗ୍ରହଣ ଏପରି ଗ୍ରହଣର ତିନିଦିନ ମଧ୍ୟରେ କରାଯିବ ଏବଂ ଏପରି ପ୍ରତ୍ୟେକ ଆବେଦନପତ୍ରର ଗ୍ରହଣକୁ , ଫର୍ମ- “ଗ” ରେ ପ୍ରାପ୍ତି ସ୍ଵୀକାର କରାଯିବ ।

ଆବେଦନପତ୍ରର ଫଇସଲା

  1. କୌଣସି ଆବେଦନପତ୍ରକୁ ମଞ୍ଜୁର କରାଯିବ ନାହିଁ, ଯଦି ଆବେଦନକାରୀ ଆୟକର ଏବଂ ବିକ୍ରିକର ପଇଠ ପ୍ରମାଣପତ୍ର ମୂଳ ପ୍ରତିଲିପି ଦାଖଲ ନକରନ୍ତି କିମ୍ବା ମୂଳ ପ୍ରତିଲିପିରେ ଅଣ- ଆକଳନ ପ୍ରମାଣପତ୍ର ଦାଖଲ ନ କରନ୍ତି ଏବଂ ରାଜସ୍ୱ ଦ୍ରୁଷ୍ଟିରୁ ସମ୍ପୃକ୍ତ ତହସିଲଦାରଙ୍କର କୌଣସି ଆପତ୍ତି ନଥାଏ, ବନ କିମ୍ବା ଜଙ୍ଗଲ ଦ୍ରୁଷ୍ଟିରୁ, ସମ୍ପୃକ୍ତ ଡିଭିଜନାଲ ବନ ଉଚ୍ଚକର୍ମଚାରୀଙ୍କର କୌଣସି ଆପତ୍ତି ନଥାଏ ଏବଂ ଅନୁସୂଚିତ ଅଞ୍ଚଳ କ୍ଷେତ୍ରରେ ଖଣି- ପଟ୍ଟା କିମ୍ବା ଏହାର ନବୀକରଣ ମଞ୍ଜୁର କରିବା ନିମନ୍ତେ, ସମ୍ପୃକ୍ତ ଗ୍ରାମପଞ୍ଚାୟତର କୌଣସି ଆପତ୍ତି ନଥାଏ  ।
  2. ଉଲ୍ଲେଖଥାଉଯେ, ଉପ- ନିର୍ଦ୍ଦେଶକ/କର୍ତ୍ତୃତ୍ଵ ଥିବା ଖଣି ଅଧିକାରୀ, ରାଜସ୍ୱ ଦ୍ରୁଷ୍ଟିକୋଣରୁ, ସମ୍ପୃକ୍ତ ତହସିଲଡାରଙ୍କର ଠାରୁ ଏବଂ ବନ କିମ୍ବା ଜଙ୍ଗଲ ଦ୍ରୁଷ୍ଟିକୋଣରୁ ସମ୍ପୃକ୍ତ ଡିଭିଜନାଲ ବନ ଅଧିକାରୀଙ୍କଠାରୁ ଏବଂ ଅନୁସୂଚିତ ଅଞ୍ଚଳ କ୍ଷେତ୍ରରେ, ଆଦିବାସୀଙ୍କ ଉନ୍ନୟନ ସ୍ଵାର୍ଥଦ୍ରୁଷ୍ଟିରୁ, ସମ୍ପୃକ୍ତ ଗ୍ରାମ ପଂଚାୟତଠାରୁ ଏକ ବିବରଣୀ ଆହ୍ଵାନ କରିବେ ।

    ଆହୁରି  ଉଲ୍ଲେଖଥାଉଯେ, ସୂଚନା ଗ୍ରହଣର ଦୁଇ ମାସ ମଧ୍ୟରେ ଯଦି ତହସିଲଦାର ଡିଭିଜନାଲ ବନ ଅଧିକାରୀ ଏବଂ ଗ୍ରାମ ପଂଚାୟତ ର ମତାମତ ଗୃହିତ ନହୁଏ,  ସେପରି ସ୍ଥଳେ ଏହା ଧରାଯିବ ଯେ, ତହସିଲଦାର / ଡିଭିଜନାଲ ବନ ଅଧିକାରୀ / ଗ୍ରାମ ପଞ୍ଚାୟତର, ଖଣି ପଟ୍ଟା କିମ୍ବା ଏହାର  ନବୀକରଣ ନିମନ୍ତେ କୌଣସି ଆପତ୍ତି ନାହିଁ ।

  3. ଯେଉଁ ସ୍ଥଳରେ, ସେହି ଏକା ଜମି କିମ୍ବା ଅଞ୍ଚଳ ସମ୍ବନ୍ଧରେ, ଦୁଇ କିମ୍ବା ଅଧିକ ବ୍ୟକ୍ତି, କୌଣସି ଖଣି ପଟ୍ଟା ନିମନ୍ତେ ଆବେଦନ କରିଥାଆନ୍ତି, ସେପରିସ୍ଥଳେ ଅଗ୍ରାଧିକାର, ନିମ୍ନ କ୍ରମାନ୍ଵୟ ରେ ହେବ, ଯଥା-
    • କୌଣସି ବ୍ୟକ୍ତି, ଯାହାର ଉକ୍ତ ଅଞ୍ଚଳ ଉପରେ ଅନ୍ଵେଷଣ – ଅନୁମତି ପତ୍ର ଅଛି ;ଯଦି ସେ:-
      • ଏପରି  ଜମିରେ ଖଣିଜ ଦ୍ରବ୍ୟର ସଂରକ୍ଷଣ ପ୍ରମାଣିତ କରିବା ନିମନ୍ତେ ଅନ୍ଵେଷଣ କାର୍ଯ୍ୟ ଗ୍ରହଣ କରିଥାଆନ୍ତି ।
      • ଉକ୍ତ ଅନୁମତିପତ୍ରର କୌଣସି ସର୍ତ୍ତାବଳୀକୁ ଭଙ୍ଗ କିମ୍ବା ଉଲ୍ଲଂଘନ କରି ନଥାଆନ୍ତି; ଏବଂ
      • ଅନ୍ଵେଷଣ – ଅନୁମତିପତ୍ରର ସମାପ୍ତି ପରେ, ତିନିମାସ ମଧ୍ୟରେ, ଖଣି – ପଟ୍ଟାର ମଞ୍ଜୁରୀ ନିମନ୍ତେ ଆବେଦନ କରିବାରେ ଅକୃତକାର୍ଯ୍ୟ ହୋଇ ନଥାଆନ୍ତି ।
    • ଯେଉଁ ଆବେଦନକାରୀର ଆବେଦନପତ୍ର ପ୍ରଥମେ ଗୃହିତ ହୋଇଥାଏ ତାହା ଖଣିପଟ୍ଟାର ମଞ୍ଜୁରୀ ନିମନ୍ତେ ସେହି ଆବେଦନପତ୍ର ଉପରେ ପ୍ରାଥମିକତା ଦିଆଯିବ, ଯାହାକି ପରେ ଗୃହିତ ହୋଇଛି ।
    • କୌଣସି ବ୍ୟକ୍ତି ଯେକି ରାଜ୍ୟରେ ସାଜସଜ୍ଜା ପଥରର ପାଦ୍ଧିତିକ – କାର୍ଯ୍ୟ ନିମନ୍ତେ ପୂର୍ବରୁ ଏକ ଶିଳ୍ପସ୍ଥାପନ କରିଛନ୍ତି ଏବଂ ରାଜ୍ୟରେସାଜସଜ୍ଜା ପଥରର କୌଣସି କ୍ଵାରୀ ପଟ୍ଟା ନଥାଏ ।
    • ସାଜସଜ୍ଜା ପଥରର ପାଦ୍ଧିତିକ କାର୍ଯ୍ୟ ନିମନ୍ତେ, ରାଜ୍ୟରେ ଏକ ଶିଳ୍ପ ସ୍ଥାପନ କରିବା ନିମନ୍ତେ କୌଣସି ବ୍ୟକ୍ତିର ଏକ ନିର୍ଦ୍ଧିଷ୍ଟ ଯୋଜନା ଥାଏ,ଯଦି ସେ ଏପରି ପ୍ରସ୍ତାବିତ ପାଦ୍ଧିତିକ କାର୍ଯ୍ୟ ଶିଳ୍ପର ଏକ ପ୍ରକଳ୍ପ ବିବରଣୀ ଦାଖଲ କରିଥାଆନ୍ତି ଏବଂ ଆହୁରି ମଧ୍ୟ ସେ,ଏପରି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ଵାରା ନିର୍ଗମ କରାଯାଇଥିବା ଏକ ପତ୍ର ମଧ୍ୟ ଦାଖଲ କରିଥାଆନ୍ତି ଯେ, ଏପରି ଅର୍ଥ ଯୋଗାଣ ସଂସ୍ଥା ଦ୍ଵାରା, ତାଙ୍କର ପ୍ରକଳ୍ପ ବିବରଣୀକୁ ପରୀକ୍ଷା କରାଯାଉଛି ।
    • ଅନୁସୂଚିତ ଅଞ୍ଚଳ କ୍ଷେତ୍ରରେ ତଫସିଲ  ଉକ୍ତ ଉପ-ଜାତିକୁ ନେଇ ଗଠିତ ସମିତି
    • କୌଣସି ଅଣନିଯୁକ୍ତି ଭୂତତ୍ଵବିତ /ଖଣି ଯନ୍ତ୍ରୀ
    • କୌଣସି ବ୍ୟକ୍ତି, ଯେକି ଜମିର ରୟତ ଅଟେ ।
    • ଅନ୍ୟ କୌଣସି ଶ୍ରେଣୀୟ

    ଉଲ୍ଲେଖଥାଉ ଯେ, ଯେତେବେଳେ ଉପରୋକ୍ତ ବିଷୟ (୨) ଏବଂ (୩)ରେ ଉଲ୍ଲେଖିତ କୌଣସି ଶ୍ରେଣୀୟ ସମ୍ବନ୍ଧରେ ଗୋଟିକରୁ ଅଧିକ ଆବେଦନପତ୍ର, ସେହି ଏକା ଅଞ୍ଚଳ ନିମନ୍ତେ ଗୃହିତ ହୁଏ, ସେପରିସ୍ଥଳେ ପାରସ୍ପରିକ ଅଗ୍ରାଧିକାର, ଆବେଦନକାରୀର, ସାଜସଜ୍ଜା ପଥର ଅନ୍ଵେଷଣ କରିବା ଏବଂ କ୍ଵାରୀ କରିବାରେ, ସ୍ଥାପିତ କ୍ଷମତା ବୈଷୟିକ ଜ୍ଞାନ ଏବଂ ଅଭିଜ୍ଞତା, ତା ଦଖଲରେ ଥିବା ଯନ୍ତ୍ରପଟି, ନିଯୁକ୍ତି କିମ୍ବା ନିଯୁକ୍ତ ହେବାକୁ ଥିବା ବୈଷୟିକ କର୍ମଚାରୀମାନଙ୍କ ଯୋଗ୍ୟତା ଏବଂ ଦକ୍ଷତା, ସାଜସଜ୍ଜା ପଥର ଉପରେ ପର୍ଯ୍ୟବେଶିତ ଖଣି ଏବଂ ଶିଳ୍ପରେ କରାଯିବାକୁ ଥିବା ପ୍ରସ୍ତାବିତ ଅର୍ଥ ବିନିଯୋଗ ଏବଂ ରାଜ୍ୟରେ ପୂର୍ବରୁ ଧାରିତ ଅନ୍ଵେଷଣ ଅନୁମତିପତ୍ର/  ଖଣି ପଟ୍ଟା ଯାହାକି ସାଜସଜ୍ଜା ପଥର ନିମନ୍ତେ ଉଦ୍ଦେଶ୍ୟକୁ ନେଇ ସ୍ଥିର କରାଯିବ ।

    ଆହୁରି ଉଲ୍ଲେଖ ଥାଉ ଯେ, ଉପରୋକ୍ତ ଅନୁଯାୟୀ ବିଷୟ (୪) ଏବଂ (୬) ରେ ଉଲ୍ଲେଖିତ କୌଣସି ଶ୍ରେଣୀ ସମ୍ବନ୍ଧରେ, ଯେତେବେଳେ ଗୋଟିକରୁ ଅଧିକ ଆବେଦନ ପତ୍ର ଗୃହିତ ହୁଏ, ସେପରିସ୍ଥଳେ ସେହି ଆବେଦନକାରୀ, ଯାହାଙ୍କର ଆବେଦନ ପତ୍ର ପ୍ରଥମେ ଗୃହିତ ହୁଏ,  ତାହା ମଞ୍ଜୁରୀ ନିମନ୍ତେ, ସେହି ଆବେଦନପତ୍ର ଠାରୁ ପ୍ରାଥମିକତା ବହନ କରିବ, ଯାହାଙ୍କର ଆବେଦନ ପତ୍ର ପରେ ଗୃହିତ ହୁଏ।

  4. ଉପ- ନିୟମ (୨) ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ, ଯଦି ରାଜ୍ୟ ସରକାର ଏପରି ମତ ପୋଷଣ କରନ୍ତି ଯେ,  ଖଣିଜ ଦ୍ରବ୍ୟର ଉନ୍ନୟନ ଦ୍ରୁଷ୍ଟିରୁ, ଏପରି କରିବା ଆବଶ୍ୟକ, ତାହେଲେ ସେ, ଲିଖିତ ଭାବେ କାରଣ ଲିପିବଦ୍ଧ କରି, ପୂର୍ବରୁ ପ୍ରଦାନ କରାଯାଇଥିବା ଆବେଦନପତ୍ରର ଅଗ୍ରାଧିକାରୀରେ ଅନ୍ଵେଷଣ ଅନୁମତିପତ୍ର ଅଧୀନରେ ଧାରୀତ ନଥିବା କୌଣସି ଜମି ସମ୍ବନ୍ଧରେ, ଖଣିପଟ୍ଟା ମଞ୍ଜୁର କରିପାରନ୍ତି ।

ଖଣି- ପଟ୍ଟାର ମଞ୍ଜୁରୀ  ଏବଂ ନବୀକରଣ ନିମନ୍ତେ ଆବେଦନପତ୍ରର ପ୍ରତ୍ୟାଖ୍ୟାନ

  1. ରାଜ୍ୟ ସରକାର, ସୁନାନିର ସୁଯୋଗ ପ୍ରଦାନ କରିବା ପରେ ଏବଂ କାରଣ ଲିଖିତ ଭାବେ ଲିପିବଦ୍ଧ କରି ଏବଂ ଆବେଦନକାରୀଙ୍କୁ ସୂଚିତ କରି  ଏବଂ ଆବେଦନକାରୀଙ୍କୁ ସୂଚିତ କରି, ଅବେଦିତ ସମୁଦାୟ ଅଞ୍ଚଳ କିମ୍ବା ଆଂଶିକ ଅଞ୍ଚଳ ଉପରେ ଖଣି- ପଟ୍ଟାର ମଞ୍ଜୁରୀ କିମ୍ବା ନବୀକରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ।
  2. ନିୟମ ୧୫ ଅନୁଯାୟୀ, ଖଣିପଟ୍ଟାର ମଞ୍ଜୁରୀ କିମ୍ବା ନବୀକରଣ ନିମନ୍ତେ ପ୍ରଦାନ କରାଯାଇଥିବା କୌଣସି ଆବେଦନ ପତ୍ର,  ଏହି କାରଣ ଉପରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ୟାଖ୍ୟାନ କରାଯିବ ନାହିଁ, ଯେ ଫର୍ମ “ଛ” ସମସ୍ତ ଉପାଦେୟ ବିଷୟ ବସ୍ତୁ ଦ୍ଵାରା ସଂପୂର୍ଣ୍ଣ ନୁହେଁ କିମ୍ବା ନିୟମ ୧୫ର ଉପ- ଧାରା (୨)(୩) ଏବଂ  (୪)ରେ ଉଲ୍ଲେଖିତ ଦଲିଲ ସହିତ, ତାହା ପ୍ରଦାନ କରାଯାଇନାହିଁ  ।
  3. ଯେଉଁ ସ୍ଥଳରେ ଏହା ଦେଖାଯାଏ, ଯେ, ଆବେଦନପତ୍ର, ସମସ୍ତ ଉପାଦେୟ ବିବରଣୀ ଦ୍ଵାରା ସଂପୂର୍ଣ୍ଣ ନୁହେଁ କିମ୍ବା ଆବଶ୍ୟକ ଦଲିଲ ସହ ପ୍ରଦାନ କରାଯାଇନାହିଁ; ସେପରିସ୍ଥଳେ ଉପ ନିର୍ଦ୍ଦେଶକ/ସମ୍ପୃକ୍ତ ଖଣି ଅଧିକାରୀ, ଏପରି ଗ୍ରହଣ ପ୍ରାପ୍ତି ସ୍ଵୀକାର କରିବା ସମୟରେ, ବିନା ବିଳମ୍ବରେ ଏପରି ତ୍ରୁଟି ପୂରଣ କରିବା କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଦଲିଲ ଦାଖଲ କରିବା ନିମନ୍ତେ, ଆବେଦନକାରୀଙ୍କୁ ଆବଶ୍ୟକ କରିବେ ଏବଂ କୌଣସି କ୍ଷେତ୍ରରେ, ଏପରି ଆବେଦନପତ୍ର ଗ୍ରହଣ ତାରିଖରୁ, ତିରିଶ ଦିନ ପରେ ନୁହେଁ ।

ମଞ୍ଜୁରୀ ନିମନ୍ତେ, ସଠିକ ଅଞ୍ଚଳ

ସାଜସଜ୍ଜା ପଥର ନିମନ୍ତେ ଖଣିପଟ୍ଟା ମଞ୍ଜୁରୀ ନିମନ୍ତେ ଆବେଦନପତ୍ର ଗ୍ରହଣ ଉପରେ , ରାଜ୍ୟ ସରକାର, ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ସଠିକ ଅଞ୍ଚଳ ମଞ୍ଜୁରୀ କରିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରିବେ ଏବଂ ଖଣି ଯୋଜନା କିମ୍ବା ନକ୍ସା ଦାଖଲ କରିବା ନିମନ୍ତେ ଆବେଦନକାରୀଙ୍କୁ ଏପରି ସିଦ୍ଧାନ୍ତ ସୂଚିତ କରିବେ ।

କୌଣସି ସ୍ଵୀକୃତୀ ବ୍ୟକ୍ତି ଦ୍ଵାରା ଖଣି ନକ୍ସା ପ୍ରସ୍ତୁତ

  1. କୌଣସି ଖଣି ନକ୍ସାକୁ ଅନୁମୋଦନ କରାଯିବ ନାହିଁ , ଯାହା ଏହା ଏହି ନିୟମାବଳି ଅନୁଯାୟୀ କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଏ,  ସମ୍ବନ୍ଧରେ ସ୍ଵୀକୃତୀ କୌଣସି ଯୋଗ୍ୟ ବ୍ୟକ୍ତି ଦ୍ଵାରା କିମ୍ବା ଖଣିଜ ଦ୍ରବ୍ୟ ରିହାତି ନିୟମାବଳି, ୧୯୬୦ ର, ନିୟମ ୨୨- “ଖ” ଅନୁଯାୟୀ, କୌଣସି ଯୋଗ୍ୟ ବ୍ୟକ୍ତି ଦ୍ଵାରା ପ୍ରସ୍ତୁତ କରାନଯାଏ   ।
  2. କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଉପ- ନିୟମ (୧) ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିଙ୍କୁ ସ୍ଵୀକୃତ କରାଯିବ ନାହିଁ, ଯଦି ସେ ନିମ୍ନ ବିଷୟ ଧାରଣ କରିନଥାଆନ୍ତି -
    • ପାର୍ଲାମେଣ୍ଟର କୌଣସି ଆଇନ ଅନୁଯାୟୀ ସ୍ଥାପିତ ସ୍ଥାପିତ କୌଣସି ବିଶ୍ଵବିଦ୍ୟାଳୟ ଦ୍ଵାରା ଭୂତତ୍ଵରେ କୌଣସି ପୋଷ୍ଟ- ଗ୍ରାଜୁଏଟ ଡିଗ୍ରୀ କିମ୍ବା ଖଣି- ଯନ୍ତ୍ର ବିଦ୍ୟାରେ ଏକ ଡିଗ୍ରୀ,  କିମ୍ବା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଆଇନ ୧୯୫୬ (୩/୧୯୫୬)ର  ଦଫା  ୪ ଅନୁଯାୟୀ ସ୍ଥାପିତ, ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଦ୍ଵାରା ସ୍ଵୀକୃତ କୌଣସି ଅନୁଷ୍ଠାନର ଏପରି ଡିଗ୍ରୀ;ଏବଂ
    • ଧାରା (୧) ଅନୁଯାୟୀ ଆବଶ୍ୟକ କୌଣସି ଡିଗ୍ରୀ କିମ୍ବା ଯୋଗ୍ୟତା ଗ୍ରହଣ କରିବା ପରେ,  ଖଣି କିମ୍ବା ଖଣିଜଦ୍ରବ୍ୟ କ୍ଷେତ୍ରରେ, ତତ୍ଵାବଧାନ କ୍ଷମତାରେ ପାଞ୍ଚ ବର୍ଷର ବୃତ୍ତିଗତ କାର୍ଯ୍ୟ ଦକ୍ଷତା ଦାଖଲ କରିଥିବେ ।

ଖଣି – ନକ୍ସାର ପ୍ରସ୍ତୁତିକରଣ ନିମନ୍ତେ ସ୍ଵୀକୃତି ମଞ୍ଜୁରୀ

  1. ନିୟମ ୧୯ର ଉପ- ନିୟମ (୨) ଅନୁଯାୟୀ ଆବଶ୍ୟକ ଯୋଗ୍ୟତା ଏବଂ ଅଭିଜ୍ଞତା ଦଖଲ କରିଥିବା କୌଣସି ବ୍ୟକ୍ତି, ଏହି ଉଦ୍ଦେଶ୍ୟରେ, କ୍ଷମତାୟୀତ ଅଧିକାରୀଙ୍କୁ ସ୍ଵୀକୃତ୍ତି ନିମନ୍ତେ, ଆବେଦନ କରିପାରନ୍ତି  ।
  2. କ୍ଷମତାୟୀତ ଉଚ୍ଚକର୍ମଚାରୀ, ଏପରି ତଦନ୍ତ କରିବା ପରେ,  ଯେପରି ସେ ଉଚିତ ମନେ କରନ୍ତି, ମଞ୍ଜୁର କରିପାରନ୍ତି କିମ୍ବା ପ୍ରତ୍ୟାଖ୍ୟାନ କରିପାରନ୍ତି ଏବଂ ଯେଉଁ ସ୍ଥଳରେ ସ୍ଵୀକୃତି ପ୍ରତ୍ୟାଖ୍ୟାନ କରାଯାଏ, ସେପରିସ୍ଥଳେ କ୍ଷମତାୟୀତ ଉଚ୍ଚକର୍ମଚାରୀ ଲିଖିତଭାବେ କରଣ ଲିପିବଦ୍ଧ କରିବେ ଏବଂ ଆବେଦନକାରୀଙ୍କୁ ତାହା ସୂଚିତ କରିବେ ।
  3. କୌଣସି ସ୍ଵୀକୃତିକୁ ପ୍ରାରମ୍ଭିକ ସ୍ତରରେ ଦଶବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯାଇପାରେ ଯାହାକି ଏହି ସମୟରେ, ଦଶବର୍ଷରୁ ଅଧିକ ହେବ ନାହିଁ  ।

ଉଲ୍ଲେଖ ଥାଉ ଯେ, କ୍ଷମତାୟୀତ ଉଚ୍ଚକର୍ମଚାରୀ, କୌଣସି କାରଣ ନିମନ୍ତେ ସ୍ଵୀକୃତି ନବୀକରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି, ଯାହାକି ଲିଖିତଭାବେ ଲିପିବଦ୍ଧ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରିବା ପରେ, ଏପରି କରାଯିବ।

କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କୁ, ଖଣି – ନକ୍ସାର ଦଖଲ

  1. ସଠିକ ଭାବେ ଅଞ୍ଚଳ ମଞ୍ଜୁର କରାଯିବ, ତାହା ରାଜ୍ୟ ସରକାରଙ୍କ ଠାରୁ ସୂଚନା ପାଇବା ପରେ, ଆଦରକାରୀ, ଏପରି ସୂଚନା ଗ୍ରହଣ ତାରିଖର ତିନିମାସ ମଧ୍ୟରେ ଏକ ଖଣି ନକ୍ସା, ଅନୁମୋଦନ ନିମନ୍ତେ,  କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କୁ ଦଖଲ କରିବେ, ଏବଂ ଉକ୍ତ ନକ୍ସା, ନିମ୍ନଲିଖିତ ବିଷୟ ଧାରଣ କରିବ :-
  2. ଖଣି- ପଟ୍ଟା ଅଧୀନରେ ଆବୃତ ଖଣି ଅଞ୍ଚଳର ପ୍ରତ୍ୟେକ  ୧୦ ହେକ୍ଟର ନିମନ୍ତେ, ଅଣଫେରସ୍ତ ଦଶହଜାର ଟଙ୍କାର ଶୁକ୍ଳ ସହିତ, ଉପ- ନିୟମ  (୧) ଅନୁଯାୟୀ ପ୍ରତ୍ୟେକ ଖଣି ନକ୍ସା ଦଖଲ କରାଯିବ ।
    • ସଠିକ ଅଞ୍ଚଳର ନକ୍ସା, ଯାହାକି ଗ୍ରାନାଇଟି ସ୍ତରର ପ୍ରକୃତି ଏବଂ ପରିମାଣ ସ୍ଥାନ କିମ୍ବା ଆସ୍ଥାନ ସମୂହ ଯେଉଁଠାରେ, ପ୍ରଥମ ବର୍ଷ ଉତ୍ତୋଳନ କରାଯିବ ଏବଂ ଏହାର ପରିମାଣ, ଆବେଦନକାରୀଙ୍କ ଦ୍ଵାରା ସଂଗୃହିତ ଅନ୍ଵେଷଣ  ତଥ୍ୟ ଉପରେ ପର୍ଯ୍ୟବେଶିତ ଉତ୍ତୋଳନ ସ୍ଥାନର ବିସ୍ତୁତ “କ୍ରସ-ସେକ୍ସନ” ଏବଂ ଉତ୍ତୋଳନ ସ୍ଥାନର ବିସ୍ତୁତ ନକ୍ସା ପଟ୍ଟାର ପ୍ରଥମ ପାଞ୍ଚ ବର୍ଷ ନିମନ୍ତେ ଖଣି କାର୍ଯ୍ୟର ଏକ ନିର୍ଦ୍ଧିଷ୍ଟ ଯୋଜନା  ।
    • ସଠିକ ଅଞ୍ଚଳ ଉପରେ ଭୂତତ୍ଵ ଏବଂ “ଲିଥୋଲୋଜିର ବିସ୍ତୁତ ବିବରଣୀ ସହିତ, ଉକ୍ତ ଅଞ୍ଚଳରେ ଗ୍ରାନାଇଟର ସଂରକ୍ଷଣ  ।
    • ସଠିକ ଅଞ୍ଚଳ ଉପରେ ମନୁଷ୍ୟଙ୍କ ଦ୍ଵାରା କରାଯାଇଥିବା ଖଣି କାର୍ଯ୍ୟର ପରିମାଣ କିମ୍ବା ଯନ୍ତ୍ରପାତି ଏବଂ ଯାନ୍ତ୍ରିକ କୌଶଳ ଦ୍ଵାରା କରାଯାଇଥିବା ଖଣି କାର୍ଯ୍ୟର ପରିମାଣ ।
    • ସଠିକ ଅଞ୍ଚଳର ନକ୍ସା, ଯାହାକି ପ୍ରାକୃତିକ ଜଳ ଉତ୍ସ, ସଂରକ୍ଷିତ ଏବଂ ଅନ୍ୟ ଜଙ୍ଗଲର ସୀମା ଏବଂ ବୃକ୍ଷର ଗହଳତା କିମ୍ବା ଘନତା, ଯଦି କିଛିଥାଏ, ଜଙ୍ଗଲ କିମ୍ବା ବନ ଭୂମିର ପୃଷ୍ଠଭୂମି ବାତାବରଣ ଉପରେ ଖଣି କାର୍ଯ୍ୟର ପ୍ରଭାବ, ସହିତ ବାୟୁ ଏବଂ ଜଳ ପ୍ରଦୂଷଣ, ବନୀକରଣ ଦ୍ଵାରା ଉକ୍ତ ଅଞ୍ଚଳକୁ ପୁନଃ ସ୍ଥାପନ ନିମନ୍ତେ ଯୋଜନାର ବିସ୍ତୁତ ବିବରଣୀ,  ଭୂମି ପୁନରୁଦ୍ଧାର,  ପ୍ରଦୂଷଣ ନିୟନ୍ତ୍ରଣ କୌଶଳର ବ୍ୟବହାର ଏବଂ ଏପରି ଅନ୍ୟାନ୍ୟ ପଦକ୍ଷେପ, ଯେପରି ସମୟାନୁକ୍ରମେ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେବ ।
    • ପାଞ୍ଚ ବର୍ଷ ନିମନ୍ତେ, ବର୍ଷରୁ- ବର୍ଷକୁ ସଠିକ ଅଞ୍ଚଳ ଉପରେ,  ଉତ୍ତୋଳନ ନିମନ୍ତେ ବାର୍ଷିକ କାର୍ଯ୍ୟକ୍ରମ ଏବଂ ଯୋଜନା
    • ଅନ୍ୟ କୌଣସି ବିଷୟ, ଯାହାକି ଖଣି- ନକ୍ସାରେ ବ୍ୟବସ୍ଥାପିତ କରିବ ନିମନ୍ତେ, କ୍ଷମତାୟୀତ ଉଚ୍ଚକର୍ମଚାରୀ, ଆବେଦନକାରୀଙ୍କୁ ଆବଶ୍ୟକ କରିପାରନ୍ତି  ।

ରାଜ୍ୟ ସରକାରଙ୍କୁ, ଖଣି ନକ୍ସାର ଦାଖଲ

ନିୟମ ୧୮ ଅନୁଯାୟୀ, ସୂଚନା ଗ୍ରହଣ ତାରିଖରୁ ଛଅ ମାସରେ, କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ସଠିକ ଭାବେ ଅନୁମୋଦିତ ଖଣି – ନକ୍ସାକୁ ଆବେଦନକାରୀ, ଉକ୍ତ ଅଞ୍ଚଳ  ଉପରେ ଖଣିପଟ୍ଟା ମଞ୍ଜୁରୀ କରିବା ନିମନ୍ତେ, ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବେ ।

ସ୍ଥିତ ପଟ୍ଟାଧାରୀଙ୍କ ଦ୍ଵାରା, ଖଣି – ନକ୍ସା ଦାଖଲ କରାଯିବ

ଯେଉଁ ସ୍ଥଳରେ କୌଣସି ଅନୁମୋଦିତ ଖଣି ନକ୍ସା ବିନା, ଏହି ନିୟମାବଳିର ପ୍ରଚଳନ ପୂର୍ବରୁ, ସାଜସଜ୍ଜା ପଥର ନିମନ୍ତେ ଖଣି କାର୍ଯ୍ୟ ଗ୍ରହଣ କରାଯାଇଥାଏ, ସେପରିସ୍ଥଳେ, ଏହି ନିୟମାବଳିର ପ୍ରଚଳନ ତାରିଖରୁ ଏକ ବର୍ଷ ସମୟ ମଧ୍ୟରେ, କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ସଠିକ ଭାବେ ଅନୁମୋଦିତ ଖଣି ନକ୍ସା, ପଟ୍ଟାଧାରୀ ବ୍ୟକ୍ତି ଦାଖଲ କରିବେ ଏବଂ ଏପରି ଖଣି କାର୍ଯ୍ୟ ଅନୁମୋଦିତ ଖଣି- ନକ୍ସା ଅନୁଯାୟୀ କରାଯିବ।

ରୟାଲିଟି “ଡେଡରେଣ୍ଟ“ ଇତ୍ୟାଦି ପ୍ରଦାନ ନିମନ୍ତେ ଦାୟିତ୍ଵ

କୌଣସି ଖଣି- ପଟ୍ଟାଧାରୀ ବ୍ୟକ୍ତି,ମୃତ – ଖଜଣା କିମ୍ବା  “dead rent“ ଭୂ-ପୃଷ୍ଠ ଖଜଣା “ରୟାଲିଟି“ ଏବଂ କ୍ଷତି ପୂରଣୀୟ ବନୀକରଣ ନିମନ୍ତେ, ନିମ୍ନ ହାରରେ ଶୁକ୍ଳ ପ୍ରଦାନ କରିବା ନିମନ୍ତେ, ଦାୟୀ ରହିବେ, ଯଥା –

  1. କୌଣସି ଖଣି- ପଟ୍ଟାଧାରୀ ବ୍ୟକ୍ତି, ପଟ୍ଟା- ଦଲିଲରେ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ନିମନ୍ତେ, ସୂଚୀ  ୧- ରେ ଧାର୍ଯ୍ୟ ହାରରେ , ସରକାରଙ୍କୁ ପ୍ରତ୍ୟେକ ବର୍ଷ ମୃତ- ଖଜଣା କିମ୍ବା  “ଡେଡରେଣ୍ଟ“ ଏବଂ ଭୂ- ପୃଷ୍ଠ ଖଜଣା ପ୍ରଦାନ କରିବା ନିମନ୍ତେ ଦାୟୀ ରହିବେ  ।
  2. ଉଲ୍ଲେଖ ଥାଉ ଯେ, ଉକ୍ତ ସୂଚୀ ପ୍ରତି କୌଣସି ସଂଶୋଧନ ଦ୍ଵାରା, ସମୟାନୁକ୍ରମେ ସୂଚୀ-୧ ରେ ଧାର୍ଯ୍ୟ ହାରକୁ, ସରକାର ସଂଶୋଧନ କରିପାରନ୍ତି, ମାତ୍ର ଏପରି କୌଣସି ପରିବର୍ତ୍ତନ, ସେହି ତାରିଖରୁ ତିନି ବର୍ଷ ସମୟ ଅତିବାହିତ ହେବା ପୂର୍ବରୁ କରାଯିବ ନାହିଁ , ଯେବେ ଏପରି ହାର, ଶେଷଥର ନିମନ୍ତେ ଧାର୍ଯ୍ୟ କରାଯାଇଥିଲା ।

    ଆହୁରି ଉଲ୍ଲେଖଥାଉଯେ,  ଯଦି ସୂଚୀ  -୧ ଏବଂ ସୂଚୀ  -୨ ରେ ଧାର୍ଯ୍ୟ ମୃତ – ଖଜଣା “ରୟାଲିଟି ଏବଂ ଭୂ-ପୃଷ୍ଠ ଖଜଣାକୁ, ସେହି ତାରିଖରୁ ତିନିବର୍ଷ ସମାପ୍ତି ପରେ ସଂଶୋଧନ କରାନଯାଏ, ଯେତେବେଳେ ଏପରି ହାରକୁ ଶେଷଥର ନିମନ୍ତେ ଧାର୍ଯ୍ୟ କରାଯାଇଥିଲା ଏବଂ ତାହା କୌଣସି କାରଣ ଯୋଗୁଁ ହୋଇଥାଏ, ସେପରିସ୍ଥଳେ ଚତୁର୍ଥ ବର୍ଷକୁ, ତା ଉପରେ ଚାଳିଶ ପ୍ରତିଶତ ବୃଦ୍ଧି ପ୍ରଭାବିତ ହେବ।

    ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ, ଯେଉଁ ସ୍ଥଳରେ କୌଣସି ଖଣି ପଟ୍ଟାଧାରୀ ବ୍ୟକ୍ତି,  ତାଙ୍କ ଦ୍ଵାରା କିମ୍ବା ପରିଚାଳକ ଏବଂ କର୍ମଚାରୀଙ୍କ ଦ୍ଵାରା ଠିକ ଠିକାଡାରଙ୍କ ଦ୍ଵାରା, ପଟ୍ଟାଭୁକ୍ତ ଅଞ୍ଚଳରୁ ଅପସାରିତ କିମ୍ବା ବ୍ୟବହୃତ କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ ନିମନ୍ତେ “ରୟାଲଟି “ ପ୍ରଦାନ କରିବା ନିମନ୍ତେ ଦାୟୀ ହୁଅନ୍ତି ସେପରିସ୍ଥଳେ ସେ, ଉକ୍ତ ଅଞ୍ଚଳ ସଂବନ୍ଧରେ, ଏପରି ରୟାଲିଟି କିମ୍ବା  “ମୃତ ଖଜଣା“ ପ୍ରଦାନ କରିବା ନିମନ୍ତେ ଦାୟୀ ରହିବେ, ତନ୍ମଧ୍ୟରୁ ଯେଉଁଠି ଉଚ୍ଚତର ହୋଇଥିବ ।

  3. ସୂଚୀ-୨ରେ ଧାର୍ଯ୍ୟ ହାରରେ, ପଟ୍ଟା ଅଞ୍ଚଳରୁ ଅପସାରିତ କ୍ଷୁଦ୍ର ଖଣିଜ ପଦାର୍ଥ ଉପରେ "ରୟାଲିଟି” ଧାର୍ଯ୍ୟନିୟ ଅଟେ ।
  4. ଉଲ୍ଲେଖଥାଉ ଯେ, ଉକ୍ତ ସୂଚୀ ପ୍ରତି କୌଣସି ସଂଶୋଧନ ଦ୍ଵାରା, ସମୟାନୁକ୍ରମେ ରାଜ୍ୟ ସରକାରଙ୍କ ଦ୍ଵାରା, ସୂଚୀ-୨ ରେ ଧାର୍ଯ୍ୟ ହାର ସଂଶୋଧନ କରାଯାଇପାରେ ,ମାତ୍ର ସେହି ତାରିଖରୁ ତିନିବର୍ଷ ସମାପ୍ତି ପୂର୍ବରୁ ଏପରି କୌଣସି ବର୍ଦ୍ଧନ କରାଯିବ ନାହିଁ, ଯେତେବେଳେ ଏପରି ହାର ଶେଷ ଥର ଧାର୍ଯ୍ୟ କରାଯାଇଥିଲା।

    ଉଲ୍ଲେଖ ଥାଉ ଯେ, ଉକ୍ତ ସୂଚୀ ପ୍ରତି କୌଣସି ସଂଶୋଧନ ଦ୍ଵାରା ସମୟାନୁକ୍ରମେ ରାଜ୍ୟ ସରକାରଙ୍କ ଦ୍ଵାରା, ସୂଚୀ -୨ ରେ ଧାର୍ଯ୍ୟ ହାର ସଂଶୋଧନ କରାଯାଇପାରେ ମାତ୍ର ସେହି ତାରିଖରୁ ତିନିବର୍ଷ ସମାପ୍ତି ପୂର୍ବରୁ ଏପରି କୌଣସି ବର୍ଦ୍ଧନ କରାଯିବ ନାହିଁ ଯେତେବେଳେ ଏପରି ହାର ଶେଷ ଥର ଧାର୍ଯ୍ୟ କରାଯାଇଥିଲା ।

    ଆହୁରି ଉଲ୍ଲେଖଥାଉ ଯେ, ଯଦି ସେହି ତାରିଖରୁ ତିନିବର୍ଷ ଅତିବାହିତ ହେବା ପରେ, ସୂଚୀ, -୨ ରେ ଧାର୍ଯ୍ୟ “ରୟାଲିଟି” ର ହାର ସଂଶୋଧନ କରାଯାଏ ନାହିଁ, ଏବଂ ତାହା କୌଣସି କାରଣ ଯୋଗୁଁ ହୋଇଥାଏ, ତାହେଲେ ଚତୁର୍ଥ ବର୍ଷଠାରୁ ତା, ଉପରେ ଚାରି ପ୍ରତିଶତ ବୃଦ୍ଧି ପ୍ରଭାବିତ ହେବ ।

  5. ଭୂ- ପୃଷ୍ଠ ଖଜଣା, ମୃତ ଖଜଣା କିମ୍ବା  “ରୟାଲିଟି“ ଅଧିକନ୍ତୁ, ପଟ୍ଟାଧାଡ଼ି ବ୍ୟକ୍ତିପୂରଣୀୟ ବନୀକରଣ ନିମନ୍ତେ ସେହି ହାରରେ ଶୁଳ୍କ ପ୍ରଦାନ କରିବେ, ଯେପରି ସରକାରଙ୍କ ଦ୍ଵାରା ସମୟାନୁକ୍ରମେ ଧାର୍ଯ୍ୟ କରାଯାଇପରେ   ।

ଖଣି- ପଟ୍ଟାର ସର୍ତ୍ତାବଳୀ

  1. ବର୍ଷର ଅବଶିଷ୍ଟ ସମୟ ନିମନ୍ତେ ପଟ୍ଟାଧାଡ଼ି ବ୍ୟକ୍ତି, ପଟ୍ଟା- ଦଲିଲର ସମ୍ପାଦନ ତାରିଖରୁ ପନ୍ଦର ଦିନ ମଧ୍ୟରେ, ରାଜ୍ୟ ସରକାରଙ୍କୁ ଭୂ- ପୃଷ୍ଠ ଖଜଣା ପ୍ରଦାନ କରିବେ ଏବଂ ତାପରେ ଏପରି ଖଜଣା,ପ୍ରତ୍ୟେକ ବର୍ଷ  ୧୫ ଜାନୁୟାରୀରେ କିମ୍ବା ତା ପୂର୍ବରୁ ପ୍ରଦାନ କରିବେ ।
  2. ପଟ୍ଟାଧାରୀ ବ୍ୟକ୍ତି, ପଟ୍ଟା- ଦଲିଲ ସମ୍ପାଦନ ତାରିଖରୁ ପନ୍ଦର ଦିନ ମଧ୍ୟରେ  ବର୍ଷର ଅବଶିଷ୍ଟ ସମୟ ନିମନ୍ତେ, ମୃତ – ଖଜଣା  ପ୍ରଦାନ କରିବେ,  ଏବଂ ତାପରେ ବାର୍ଷିକ ମୃତ – ଖଜଣା ପ୍ରତ୍ୟେକ ବର୍ଷ ୧୫ ଜାନୁୟାରୀରେ କିମ୍ବା ତା ପୂର୍ବରୁ ପ୍ରଦାନ କରିବେ ।  ତାଙ୍କ ଦ୍ଵାରା ଦେୟ “ରୟାଲିଟି” ର ଏକ ହିସାବ, ଉପ- ନିର୍ଦ୍ଦେଶକ ଖଣି- ଅଧିକାରୀଙ୍କ ଦ୍ଵାରା ରଖାଯିବ ଏବଂ ଯେତେଶୀଘ୍ର ତାଙ୍କ ଦ୍ଵାରା ଦେୟ “ରୟାଲିଟି” ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା । ମୃତ – ଖଜଣା ସହ ସମାନ କିମ୍ବା ଅଧିକ ହୁଏ, ସେପରିସ୍ଥଳେ ସେ ଅଗ୍ରୀମ ଭାବେ “ରୟାଲିଟି“ ର ପ୍ରଦାନ ପରେ, ସାଜସଜ୍ଜା ପଥର ଅପସାରଣ କରିବେ ।  ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଅଗ୍ରୀମ ମୃତ- ଖଜଣା ସେ ପ୍ରଦାନ କରିବା ନିମନ୍ତେ ଦାୟୀ  “ରୟାଲିଟି“ ପରିମାଣରେ ମିଶ୍ରିତ ବୋଲି ଧାରାଯିବ । ସାଜସଜ୍ଜା ପଥରର ଅପସାରଣ ନିମ୍ନତେ କୌଣସି ଅନୁମତି ଦିଆଯିବ ନାହିଁ, ଯଦି ପଟ୍ଟା ସମ୍ବନ୍ଧରେ ସମସ୍ତ ସରକାରୀ ପ୍ରାପ୍ୟ ପ୍ରଦାନ କରାନଯାଇଛି ।
  3. ପଟ୍ଟାକୁ କାର୍ଯ୍ୟକାରୀ କରିବା ସମୟରେ, ତାଙ୍କ ଦ୍ଵାରା ଘଟା ଯାଇଥିବା ସମସ୍ତ କ୍ଷତି କିମ୍ବା ବିଶୃଙ୍ଖଳା ନିମନ୍ତେ, ପଟ୍ଟାଧାଡ଼ି ବ୍ୟକ୍ତି, ସରକାରଙ୍କୁ କ୍ଷତିପୂରଣ ପ୍ରଦାନ କରିବେ, ଏବଂ ଏପରି କ୍ଷତି ଏବଂ ବିଶୃଙ୍ଖଳା ସମ୍ବନ୍ଧରେ, ତୃତୀୟ ପକ୍ଷ ଦ୍ଵାରା କରାଯାଇଥିବା ସମସ୍ତ ଦାବି ବିରୁଦ୍ଧରେ ସେ, ସରକାରଙ୍କୁ ଭରଣା କରିବେ  ।
  4. ପଟ୍ଟାର ସମ୍ପାଦନ ତାରିଖରୁ, ଦୁଇବର୍ଷ ମଧ୍ୟରେ, ଖଣି କାର୍ଯ୍ୟ ଆରମ୍ଭ ହେବ, ତାପରେ ପଟ୍ଟାଧାରି ବ୍ୟକ୍ତି ଉପଯୁକ୍ତ ଏବଂ ନିପୁଣତା ଭାବେ ଏବଂ କର୍ମଚାରୀ ପରି ପଦ୍ଧତିରେ, ଅନୁମୋଦିତ ଖଣି ନକ୍ସା ସହ ସମନ୍ଵୟ ରକ୍ଷା କୃଷି, କାର୍ଯ୍ୟ କରିବେ ।
  5. ଯଦି ପଟ୍ଟା ଧାଡ଼ି ବ୍ୟକ୍ତି, ଉକ୍ତ ପଟ୍ଟାକୁ ଲଗାତର ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରନ୍ତି, ତାହେଲେ ତାହା ନାକଚ ହେବା ପର୍ଯ୍ୟନ୍ତ ଦାୟୀ ରହିବ,  ଯଦି ଏପରି ବନ୍ଦୀକରଣ ନିମନ୍ତେ, ଉପଯୁକ୍ତ କାରଣ ଉପରେ ଦକ୍ଷ ଅଧିକାରୀଙ୍କ ଦ୍ଵାରା ପୂର୍ବ ଅନୁମୋଦନ ଗ୍ରହଣ କରାଯାଇନଥାଏ ।
  6. ଅନ୍ୟାନ୍ୟ ପ୍ରକୃତି ରିହାତିଧାରୀ  ବ୍ୟକ୍ତିଙ୍କୁ ପ୍ରବେଶ ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତି ଯଥାଯଥ ସୁଯୋଗ ପ୍ରଦାନ କରିବେ ।
  7. ପଟ୍ଟାଧାରୀ ବ୍ୟକ୍ତି, ଅନୁମୋଦିତ ଖଣି-ନକ୍ସା ସହିତ ସମନ୍ଵୟ ରକ୍ଷାକରି ଖଣି କାର୍ଯ୍ୟପରିଚାଳନା କରିବେ ।
  8. ନିରାପଦ ଏବଂ ବିଜ୍ଞାନ ସମ୍ମତ ଖଣି କାର୍ଯ୍ୟ, ସାଜସଜ୍ଜା ପଥରର ସଂରକ୍ଷଣ ସ୍ଵାର୍ଥରେ କିମ୍ବା ବାତାବରଣର ସୁରକ୍ଷା ନିମନ୍ତେ, ପଟ୍ଟାଧାରୀ, ବ୍ୟକ୍ତି ଅନୁମୋଦିତ ଖଣି ନକ୍ସାକୁ ପରିବର୍ତ୍ତନ କରିପାରନ୍ତି ଏବଂ ସେ ଉଦ୍ଦେଶ୍ୟରେ, କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କର  ଅନୁମୋଦନ ଗ୍ରହଣ କରିବେ ।
  9. କ୍ଷମତାୟୀତ ଉଚ୍ଚକର୍ମଚାରୀ, ଖଣି- ନକ୍ସାରେ ଏପରି ସଂଶୋଧନ କରିବା ନିମନ୍ତେ, ପଟ୍ଟାଧାଡ଼ି ବ୍ୟକ୍ତିଙ୍କୁ ପରାମର୍ଶ ଦେଇପାରନ୍ତି  କିମ୍ବା ଏପରି ସର୍ତ୍ତାବଳୀ ଧାର୍ଯ୍ୟ କରିପାରନ୍ତି, ଯେପରି ଆବଶ୍ୟକ ମତେ ହୁଏ, ଏବଂ ସେ, ଲିଖିତଭାବେ କରିବେ ।
  10. ନିମ୍ନଲିଖିତ ଦୂରତା ମଧ୍ୟରେ,  କୌଣସି ସ୍ଥାନରେ ଏବଂ ସମୟରେ ପଟ୍ଟାଧାରୀ ବ୍ୟକ୍ତି , କୌଣସି ଖଣିକାର୍ଯ୍ୟ କରିବେ ନାହିଁ କିମ୍ବା କରାଇବେ ନାହିଁ  :-
    • କୌଣସି ରେଲୱେ ଲାଇନଠାରୁ ଏକଶହ ମିଟର  (ସମ୍ପୃକ୍ତ ରେଲୱେ ପ୍ରଶାସନର ଲିଖିତ ଅନୁମତି ବ୍ୟତୀତ), ଜାତୀୟ ରାଜପଥ, ରାଜ୍ୟ ରାଜପଥ, ସ୍ମୃତିସ୍ତମ୍ଭ କିମ୍ବା କୌଣସି ବନ୍ଧ; କିମ୍ବା
    • କୌଣସି ଜଳାଶୟ, କେନାଲ, ରାସ୍ତା  (ଜାତୀୟ କିମ୍ବା ରାଜ୍ୟ ରାଜପଥ ବ୍ୟତୀତ କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ କିମ୍ବା ଅଟ୍ଟାଳିକା କିମ୍ବା ଜନବସତି ଅଞ୍ଚଳ) ଠାରୁ ପଚାଶମିଟର ଦୂରତା ମଧ୍ୟରେ, ଏବଂ କଲେକ୍ଟରଙ୍କ ପୂର୍ବ ଅନୁମତି ବ୍ୟତୀତ, ରେଲୱେ ପ୍ରଶାସନ କିମ୍ବା କଲେକ୍ଟର, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏପରି ସର୍ତ୍ତାବଳୀ ଉପରେ ଏପରି ଅନୁମତି ପ୍ରଦାନ କରିପାରନ୍ତି,  ଯେପରି ସେ ଧାର୍ଯ୍ୟ କରିବେ ।
  11. ପଟ୍ଟା ଅଧୀନରେ ଧାରିତ ଜମି ଉପରେ କୌଣସି ରାସ୍ତା, ରେଲୱେ କିମ୍ବା କେନାଲ ବନ୍ଧ ନିର୍ମାଣ କରିବା କିମ୍ବା ବିଦ୍ୟୁତ କିମ୍ବା ଟେଲିଫୋନ ଲାଇନ ଟାଣିବା ନିମନ୍ତେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର ଅଧିକାର ରହିବ ।
  12. ଉଲ୍ଲେଖଥାଉ ଯେ, ଏପରି ଅଧିକାର ପରିଚାଳନା କରାଯିବା ପୂର୍ବରୁ, ଖୁବ କମରେ ତିରିଶ ଦିନିଆ ଆଗୁଆ ସୂଚନା, ପଟ୍ଟାଧାରୀ ବ୍ୟକ୍ତିଙ୍କୁ ଦିଆଯିବା ଏବଂ ଏପରିସ୍ଥଳେ ବ୍ୟବହୃତ ଅଞ୍ଚଳକୁ, ପଟ୍ଟା ଅଧୀନରେ ଧାରିତ ଅଞ୍ଚଳରୁ ବାଦ ଦିଆଯିବ ।

  13. ଖଣି କାର୍ଯ୍ୟ ଉଦ୍ଦେଶ୍ୟ ରେ ଆବଶ୍ୟକ କୌଣସି ଅଟ୍ଟାଳିକା ଏବଂ ନିର୍ମାଣ ତାଙ୍କୁ ମଞ୍ଜୁର କରାଯାଇଥିବା ଅଞ୍ଚଳ ଉପରେ , ପଟ୍ଟାଧାରୀ ବ୍ୟକ୍ତି ଉତଥାନ କରିପାରିବେ ଯଦି ସେ, ଏପରି ଆଦେଶ ନିର୍ଗମ କରିବା ନିମନ୍ତେ  ଦକ୍ଷ  ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କ ଦ୍ଵାରା ନିର୍ଗମ କରାଯାଇଥିବା କୌଣସି ଆଇନ ସମ୍ମତ ଆଦେଶକୁ ଅବଜ୍ଞା ନକରନ୍ତି ।
  14. ପଟ୍ଟା ଦିଆଯାଇଥିବା ଅଞ୍ଚଳକୁ ପୃଥକ କରିବା ନିମନ୍ତେ ଆବଶ୍ୟକ ସୀମା ଚିହ୍ନ ଏବଂ ଖୁଣ୍ଟକୁ, ପଟ୍ଟାଧାରୀ ବ୍ୟକ୍ତି, ନିଜ ଖର୍ଚ୍ଚରେ ଏବଂ ସବୁ ସମୟରେ ରକ୍ଷଣାବେକ୍ଷଣ କରିବେ ଏବଂ ଉତ୍ତମ ଅବସ୍ଥାରେ ରଖିବେ।
  15. ବନ କିମ୍ବା ଜଙ୍ଗଲ ଅଞ୍ଚଳରେ କୌଣସି କାର୍ଯ୍ୟ ପରିଚାଳନା କରିବା ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତି, ବନ ବିଘାଗର ଦକ୍ଷ ଅଧିକାରୀଙ୍କ ଅନୁମତି ଗ୍ରହଣ କରିବେ ।
  16. ଖଣି କାର୍ଯ୍ୟ ସମ୍ବନ୍ଧରେ ଏବଂ ଖଣି କାର୍ଯ୍ୟ ନିମନ୍ତେ ନିଯୁକ୍ତ ବ୍ୟକ୍ତିମାନଙ୍କର ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ସୁବିଧା ଏବଂ ସର୍ବସାଧାରଣଙ୍କ ଏପରି ସୁବିଧା ପ୍ରଭାବିତ କରୁଥିବା ବିଷୟ ନିମନ୍ତେ, ସେତେବଳେ ବଳବତ୍ତର ଥିବା ସମସ୍ତ ଆଇନର ବ୍ୟବସ୍ଥାବଳିକୁ ପଟ୍ଟାଧାରୀ ବ୍ୟକ୍ତି ମାନିବେ ।  ସେ ମଧ୍ୟ ରାସ୍ତା, ଜଳ ଏବଂ ଅନ୍ୟାନ୍ୟ ପ୍ରବେଶ ପଥର ବିଦ୍ୟମାନ ଅଧିକାର ମଣିବେ ଏବଂ  “ଲାଟରାଇଟି“  କ୍ଵାରୀରେ ଶକ୍ତିଚାଳିତ ଜନ୍ତ୍ର ଏବଂ ଅନ୍ୟ ଯନ୍ତ୍ରପାତି ବ୍ୟବହାର କରିବେ ନାହିଁ ।
  17. ଖଣିରୁ ଉତ୍ତୋଳନ ଏବଂ ପ୍ରେରିତ ସାଜସଜ୍ଜା ପଥରରେ ଏକ ସଠିକ ହିସାବ, ପଟ୍ଟାଧାରୀ ବ୍ୟକ୍ତି ରଖିବେ ଏବଂ ଏକ ମାସିକିଆ ଏବଂ ଛଅ ମାସିଆ ରିଟର୍ଣ୍ଣ ଫର୍ମ – “ଏସ” ରେ ଏବଂ ବାର୍ଷିକ ରିଟର୍ଣ୍ଣ ଫର୍ମ  - ୫ରେ, କର୍ତ୍ତୁତ୍ଵଥିବା ଉପ- ନିର୍ଦ୍ଦେଶକ/ଖଣି ଅଧିକାରୀଙ୍କୁ ତଥା ନିର୍ଦ୍ଦେଶକଙ୍କୁ , ପ୍ରତ୍ୟେକ ମାସରେ ପ୍ରଦାନ କରିବେ ।
  18. ପଟ୍ଟାଭୁକ୍ତ ଜମିରେ ଥିବା ଖଣି, ପଟ୍ଟାର କାର୍ଯ୍ୟକାରିତା ସମ୍ବନ୍ଧରେ ହିସାବ ଏବଂ ନଥିପତ୍ରର ପରିଦର୍ଶନ ନିମନ୍ତେ, ଦକ୍ଷ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କୁ କିମ୍ବା ସେମାନଙ୍କମଧ୍ୟରୁ କୌଣସିଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀଙ୍କୁ ପରିଦର୍ଶନ ନିମନ୍ତେ ପଟ୍ଟାଧାଡ଼ି ବ୍ୟକ୍ତି ଯଥାଯଥ ସୁଯୋଗ ପ୍ରଦାନ କରିବେ । ଏପରି ଉଚ୍ଚକର୍ମଚାରୀ, ଖଣିଜ ଦ୍ରବ୍ୟର ନଷ୍ଟନୀୟ ଉତ୍ତୋଳନକୁ ପ୍ରତି ବନ୍ଧକ କରିବା ଏବଂ ନିୟମାବଳିର ବ୍ୟବସ୍ଥାବଳିକୁ ପାଳନ କରିବାକୁ ନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶାବଳୀ ନିର୍ଗମ କରିପାରନ୍ତି ଏବଂ ସେହି ସମୟ ଧାର୍ଯ୍ୟ କରିପାରନ୍ତି ଯେଉଁ ସମୟ ମଧ୍ୟରେ, ଏପରି ନିର୍ଦ୍ଦେଶାବଳିକୁ ପରିପାଳନ କରାଯିବ   । ଯଦି ପଟ୍ଟାଧାଡ଼ି ବ୍ୟକ୍ତି, ପରିଦର୍ଶନ ନିମନ୍ତେ, ପରିଦର୍ଶନକାରୀ ଉଚ୍ଚକର୍ମଚାରୀଙ୍କୁ ଯଥାଯଥ ନକରନ୍ତି, ଯାହାକି ଷାଠିଏ ଦିନରୁ ଅଧିକ ହେବ ନାହିଁ,  ସେପରିସ୍ଥଳେ, ଦକ୍ଷ ଅଧିକାରୀ, ପଟ୍ଟାଧାରୀ ବ୍ୟକ୍ତିଙ୍କ ଦ୍ଵାରା ଜମା କରାଯାଇଥିବା ସଂପୂର୍ଣ୍ଣ ଅମାନତ କିମ୍ବା ଆଂଶିକ ଅମାନତକୁ ବ୍ୟାଜ୍ୟାପ୍ତ କରିପାରନ୍ତି କିମ୍ବା ଜୋରିମାନା ଧାର୍ଯ୍ୟ କରିପାରନ୍ତି ଯାହାକି ଦଶଯାହାର ଟଙ୍କାଠାରୁ ଉର୍ଦ୍ଧ୍ଵ ହେବ ନାହିଁ ଏବଂ ପଟ୍ଟାକୁ ନାକଚ କରିପାରନ୍ତି ଏବଂ ଜମା- ଅମାନତକୁ ବ୍ୟାଜ୍ୟାପ୍ତ କରିପାରନ୍ତି  ।
  19. ଜୀବନହାନି କିମ୍ବା ସମ୍ପତ୍ତିର କ୍ଷତିକୁ ଅନ୍ତର୍ଭୁକ୍ତ କରୁଥିବା ସମସ୍ତ ଦୁର୍ଘଟଣା ତତକ୍ଷଣାତ ଜିଲ୍ଲା କଲେକ୍ଟର ଏବଂ ନିର୍ଦ୍ଦେଶଙ୍କୁ ସୂଚିତ କରାଯିବ ।
  20. ଯଦି ପଟ୍ଟା- ଚୁକ୍ତି, ଅନୁଯାୟୀ ଦେୟ ସରକାରୀ ପ୍ରାପ୍ୟ,  ପଟ୍ଟା ଚୁକ୍ତିରେ ଧାର୍ଯ୍ୟ ତାରିଖଠାରୁ ଏକମାସ ପରେ ପ୍ରଦାନ କରାନଯାଏ, ସେପରିସ୍ଥଳେ ଦକ୍ଷ ଅଧିକାରୀ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀ, ପଟ୍ଟାଭୁକ୍ତ ଅଞ୍ଚଳ ମଧ୍ୟରେ ପ୍ରବେଶ କରିପାରନ୍ତି ଏବଂ ଯେକୌଣସି ସାଜସଜ୍ଜା ପଥର କିମ୍ବା ଅନ୍ୟ ଅସ୍ଥାବର ସଂପତ୍ତିକୁ କ୍ରୋଜ କରିପାରନ୍ତି ଏବଂ ଏପରି କ୍ରୋକ କରାଯାଇଥିବା କ୍ଷୁଦ୍ର ଖଣିଜ ଦ୍ରବ୍ୟ କିମ୍ବା ସଂପତ୍ତିକୁ ବିକ୍ରି କରିପାରନ୍ତି, ଯେପରି ତାହା ସରକାରୀ ପ୍ରାପ୍ୟ ପୂରଣ କରିବା ତଥା ଅଣ ପ୍ରଦାନ ଦ୍ଵାରା ଘଟିଥିବା ସମସ୍ତ ଖର୍ଚ୍ଚ ପୂରଣ କରିବା ନିମନ୍ତେ ଯଥେଷ୍ଟ ହେବ । ଯଦି ଏପରି କୌଣସି ସରକାରୀ ପ୍ରାପ୍ୟ ପଟ୍ଟା ଚୁକ୍ତିରେ ଧାର୍ଯ୍ୟ ତାରିଖରେ ବାହାରେ ଦୁଇ ମାସରୁ ଊର୍ଦ୍ଧ୍ଵ ସମୟ ନିମନ୍ତେ ପାଦାନ କରାନଯାଏ; ସେପରିସ୍ଥଳେ ଦକ୍ଷ ଅଧିକାରୀ ପଟ୍ଟାକୁ ସମାପ୍ତି କରିପାରନ୍ତି ଏବଂ ଓଡିଶା ସର୍ବସାଧାରଣ ଦାବୀ ଆଦାୟ ଆଇନ,୧୯୬୨ ର ବ୍ୟବସ୍ଥାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟ।ନୁଷ୍ଠାନରେ କୋଣସି କ୍ଷତି ନଘଟାଇ, ପଟ୍ଟାଭୁକ୍ତ ଜମିରେ ପୁନଃ ପ୍ରବେଶ କରି,  ତାହା ଦଖଲକୁ ନେଇପାରନ୍ତି   ।
  21. ପଟ୍ଟାଧାରୀ ବ୍ୟକ୍ତିଙ୍କ ଦ୍ଵାରା ଉତ୍ତୋଳିତ କିମ୍ବା ସଂଗୃହିତ ସମସ୍ତ ସାଜସଜ୍ଜା ପଥର ଉପରେ, ଚଳିତ ବଜାର ହାରରେ ରିହାତି ଅଧିକାରୀ, ନିୟନ୍ତ୍ରଣକାରୀ ଅଧିକାରୀଙ୍କର ରହିବା ଏବଂ ଏପରି ଦ୍ରବ୍ୟ ସମ୍ବନ୍ଧରେ କୌଣସି ତୃତୀୟ ଦାବୀ ବିରୁଦ୍ଧରେ, ପଟ୍ଟାଧାରୀ ବ୍ୟକ୍ତିଙ୍କ ଦ୍ଵାରା କ୍ଷତିପୂରଣୀୟ ହେବ ।
  22. ପଟ୍ଟା ଅବଧି କିମ୍ବା ସମୟରେ ଶେଷ ପୂର୍ବରୁ କିମ୍ବା ଏହାର ସମାପ୍ତିକାରଣ ପୂର୍ବରୁ, ପଟ୍ଟାଧାରୀ ବ୍ୟକ୍ତି, ଉତ୍ତୋଳିତ ହୋଇଥିବା ସମସ୍ତ ସାଜସଜ୍ଜା ପଥର ଅପସାରନ କରିବେ, ଯଦି ଏହାକୁ ପୂର୍ବରୁ ସମାପ୍ତ କରାଯାଏ, ସେପରିସ୍ଥ୍ଲାଏ ଏପରି ଯଥାଯଥ  ସମୟ ମଧ୍ୟରେ, ସମସ୍ତ ବସ୍ତୁ ଏବଂ ଅଟ୍ଟାଳିକା ଅପସାରଣ କରିବେ, ଯାହାକି ଦୁଇ ମାସରୁ ଅଧିକ ହେବ ନାହିଁ,  ଯେପରି ଦକ୍ଷ ଅଧିକାରୀ ଅନୁମୋଦନ କରିପାରନ୍ତି ।  ସେହି ସମସ୍ତ କ୍ଷୁଦ୍ର ଖଣିଜ ପଦାର୍ଥ, ଯନ୍ତ୍ରପାଟି, ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ନିର୍ମାଣ ଯଦି ଧାର୍ଯ୍ୟ ସମସ୍ତ କ୍ଷୁଦ୍ର ଖଣିଜପାତି, ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ନିର୍ମାଣ, ଯଦି ଧାର୍ଯ୍ୟ କରାଯାଇଥିବା ତାରିଖ ପରେ ପଟ୍ଟାଭୁକ୍ତ ଅଞ୍ଚଳ, ମଧ୍ୟରେ ରହିଯାଏ,  ସେଗୁଡିକ ସରକାରୀ ସଂପତ୍ତି ବୋଲି ଧରାଯିବ  । ଏପରି ସଂପତ୍ତିକୁ, ସର୍ବସାଧାରଣ ନିଲାମରେ ବିକ୍ରି କରାଯିବ ଏବଂ ବିକ୍ରିଲବ୍ଧ ଅର୍ଥକୁ, ସରକାରଙ୍କ ଠାରେ ଜମା କରାଯିବ  ।
  23. ଯଦି ପଟ୍ଟାଭୁକ୍ତ ଅଞ୍ଚଳରେ, ପଟ୍ଟାରେ ଧାର୍ଯ୍ୟ କରାଯାଇନଥିବା କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ ଆବିଷ୍କାର କରାଯାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି ତତକ୍ଷଣାତ ରକ୍ତ ବିଷୟ, ଦକ୍ଷ ଅଧିକାରୀ ତଥା ନିର୍ଦ୍ଦେଶକଙ୍କୁ ସୂଚିତ କରିବେ । ଲିଖିତ ଭାବେ ଦକ୍ଷ ଅଧିକାରୀଙ୍କ ଠାରୁ କୌଣସି ପରମିଟ କିମ୍ବା ଅନୁମତି ଗ୍ରହଣ ନକାରୀ କିମ୍ବା କୌଣସି ଉପଯୁକ୍ତ ପଟ୍ଟାଗ୍ରହଣ ନକାରୀ, ଏପରି କ୍ଷୁଦ୍ର ଖଣିଜ ପଦାର୍ଥକୁ, ପଟ୍ଟାଭୁକ୍ତ ବ୍ୟକ୍ତି ଗ୍ରହଣ କରିବେ ନାହିଁ କିମ୍ବା ନେବେ ନାହିଁ କିମ୍ବା ବିକ୍ରି କରିବେ ନାହିଁ, ଯଦି ସେ ଆବିଷ୍କାର ତାରିଖରୁ ତିନିମାସ ମଧ୍ୟରେ ନୂତନ ଭାବେ ଆବିଷ୍କୃତ କ୍ଷୁଦ୍ର ଖଣିଜ ପଦାର୍ଥର ଉତ୍ତୋଳନ ନିମନ୍ତେ  କୌଣସି  ପଟ୍ଟା  କିମ୍ବା ପରମିଟ ନିମନ୍ତେ ଆବେଦନ ନିମନ୍ତେ ଆବେଦନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା  ଯଦି ସେ ଉକ୍ତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉପରେ ଧାର୍ଯ୍ୟ ନକରିବାକୁ, ତାଙ୍କର ଇଚ୍ଛାପ୍ରକାଶ କରନ୍ତି, ସେପରିସ୍ଥଳେ ଦକ୍ଷ ଅଧିକାରୀ, ଏହି ଉଦ୍ଦେଶ୍ୟରେ, ଏହି ନିୟମାବଳୀ ଅନୁଯାୟୀ ଧାର୍ଯ୍ୟ ପଦ୍ଧତି ଅନୁସରଣ କରିବା ପରେ, ଉକ୍ତ କ୍ଷୁଦ୍ର ଖଣିଜ ଦ୍ରବ୍ୟକୁ, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପଟ୍ଟା କିମ୍ବା ପରମିଟ ମଞ୍ଜୁର କରିପାରନ୍ତି ।
  24. ଉଲ୍ଲେଖ ଥାଉ ଯେ, ଯଦି ଆବିଷ୍କୃତ ଖଣିଜଦ୍ରବ୍ୟ ଏକ କ୍ଷୁଦ୍ର ଖଣିଜ ଦ୍ରବ୍ୟ ହୋଇନଥାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି, ଏପରି ନୂତନ ଖଣିଜ ଦ୍ରବ୍ୟର ପଟ୍ଟା ଗ୍ରହଣ ନିମନ୍ତେ, ଏହି କାରଣ ଉପରେ କୌଣସି ଅଗ୍ରାଧିକାର ପାଇବା ନିମନ୍ତେ ହକଦାର ହେବେ ନାହିଁ ଯେ, କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ତୋଳନ ନିମନ୍ତେ, ଉକ୍ତ ଜମି ତାଙ୍କ ପୂର୍ବ ପଟ୍ଟାରେ ଅନ୍ତର୍ଭୁକ୍ତ କରାଯାଇଛି ।

  25. ଯଦି ସାଜସଜ୍ଜା ପଥର ନିମନ୍ତେ, ଖଣି କାର୍ଯ୍ୟ ସମୟରେ, କ୍ଷୁଦ୍ର ଖଣିଜ ପଦାର୍ଥ ବ୍ୟତୀତ, ଅନ୍ୟ କୌଣସି ଖଣିଜ ଦ୍ରବ୍ୟ ଉକ୍ତ ଅଞ୍ଚଳରେ ମିଳେ, ତାହେଲେ ପଟ୍ଟାଧାରୀ ବ୍ୟକ୍ତି ତତକ୍ଷଣାତ ଉକ୍ତ ବିଷୟ, ଦକ୍ଷ ଅଧିକାରୀଙ୍କୁ ଲିଖିତଭାବେ ସୂଚିତ କରିବେ ଏବଂ ପଟ୍ଟାଧାରୀ ବ୍ୟକ୍ତିଙ୍କୁ କୌଣସି କ୍ଷତିପୂରଣ ପ୍ରଦାନ ବିନା, ଉକ୍ତ ପଟ୍ଟାକୁ ସମାପ୍ତ କରାଯିବ ।
  26. ପଟ୍ଟାଧାରୀ ବ୍ୟକ୍ତି, ପାହାଡଖସଡା କିମ୍ବା ଧାରର ଉପଯୁକ୍ତ ରକ୍ଷଣାବେକ୍ଷଣାକୁ ନିଶ୍ଚିତ କରିବେ, ଯାହାଫଳରେ କୌଣସି ବୃହତ୍ତ ମୃତ୍ତିକା କ୍ଷୟକୁ ପ୍ରତିବନ୍ଧିତ କରାଯାଇପାରିବ ଏବଂ ଏପରି ସମସ୍ତ ନିରାପତ୍ତା ଅବଲମ୍ବନ କରିବେ ଯାହାକି ଖଣି ଆଇନ ୧୯୬୨ ଏବଂ ତତ  ସଂକ୍ରାନ୍ତୀୟ ନିୟମାବଳୀ ତଥା ଗ୍ରାନାଇଟ ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ରେ ବ୍ୟବସ୍ଥାୟୀତ ଅଛି ।
  27. ରାସ୍ତା ପଥର, ସାଧାରଣ ପଥର ଖଣ୍ଡ ନିମନ୍ତେ ଧାର୍ଯ୍ୟ  “ରୟାଲିଟି” ଏବଂ ଅନ୍ୟ ସରକାରୀ ପ୍ରାପ୍ୟ ପ୍ରଦାନ କରିବା ପରେ, ସାଜସଜ୍ଜା ପଥର ନିମନ୍ତେ ଖନନକାର୍ଯ୍ୟ ସମୟରେ ବାହାରୁଥିବା ବାଜେ ଦ୍ରବ୍ୟ କିମ୍ବା ପଦାର୍ଥକୁ, କୌଣସି  ପଟ୍ଟାଧାରୀ ବ୍ୟକ୍ତି ବିକ୍ରି କରିପାରନ୍ତି  ।
  28. ଉପଯୁକ୍ତ ବାଟାବରଣୀୟ ନିରାପତ୍ତା ସହିତ, ପଟ୍ଟାଧାରୀ ବ୍ୟକ୍ତି, ଖଣି କାର୍ଯ୍ୟ ପରିଚାଳନା କରିବେ ଏବଂ ମୃତ୍ତିକା ଉଦ୍ଧାର କରିବା ଏବଂ ପଟ୍ଟାଭୁକ୍ତ ଅଞ୍ଚଳରେ ବୃକ୍ଷରୋପଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ, ଯେପରି ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ ୧୯୯୯ ରେ ଧାର୍ଯ୍ୟ କରାଯାଇଛି ।
  29. ପଟ୍ଟାର ସ୍ଥିତାବସ୍ତାରେ, ପଟ୍ଟାଧାରୀ ବ୍ୟକ୍ତି ହେବେ, ତାଙ୍କର କାର୍ଯ୍ୟ କିମ୍ବା ତ୍ରୁଟିରୁ ଉଦ୍ରେକ କୌଣସି ଦାୟିତ୍ଵ କିମ୍ବା କ୍ଷତି ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତି ସରକାରଙ୍କୁ ଭରଣା କରିବେ ।
  30. ଯଦି ପଟ୍ଟାଭୁକ୍ତ ଜମି, କୌଣସି ଘରୋଇ ଜମି ହୋଇଥାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି ଏପରି ସଠିକ ଏବଂ ଯଥାଯଥ କ୍ଷତିପୂରଣ ପ୍ରଦାନ କରିବେ, ଯାହାକି ପଟ୍ଟାଧାରୀ ବ୍ୟକ୍ତି  ଏବଂ ଜମି ମାଲିକଙ୍କ ମଧ୍ୟରେ ସମ୍ମତ ହୋଇଥିବ ।
  31. ପଟ୍ଟାଧାରୀ ବ୍ୟକ୍ତି, ସମସ୍ତ ରିଟର୍ଣ୍ଣ ଏବଂ ସୂଚନାକୁ, ଭାରତୀୟ ଖଣି ବ୍ୟୁରୋ ଏବଂ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବେ, ଯେପରି ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ ୧୯୯୯ ର ବ୍ୟବସ୍ଥାବଳୀରେ ବ୍ୟବସ୍ଥାୟୀତ ।
  32. ରାଜ୍ୟ ସରକାରଙ୍କ କୌଣସି ପୂର୍ବ ସମ୍ମତିବିନା, ପଟ୍ଟାଧାରୀ ବ୍ୟକ୍ତି ନିମ୍ନ ବିଷୟ କରିବେ ନାହିଁ ।
    • ଖଣି ପଟ୍ଟାକୁ ନ୍ୟସ୍ତ କରିବେ ନାହିଁ କିମ୍ବା ବନ୍ଧକ ଦେବେ ନାହିଁ, କିମ୍ବା କୌଣସି ଭାବେ ତାହା କିମ୍ବା ସେଥିରେ ଥିବା  ସତ୍ତ୍ଵ କିମ୍ବା ସ୍ଵାର୍ଥକୁ ହସ୍ତାନ୍ତର କରିବେ ନାହିଁ; କିମ୍ବା
    • କୌଣସି ଚୁକ୍ତି କରିବେ ନାହିଁ କିମ୍ବା କୌଣସି ବୁଝାମଣାରେ ଅନ୍ତର୍ଭୁକ୍ତ ହେବେ ନାହିଁ, ଯାହାଦ୍ଵାରା ପଟ୍ଟାଧାରୀ – ବ୍ୟକ୍ତି, ପ୍ରତ୍ୟକ୍ଷଭାବେ କିମ୍ବା ପରୋକ୍ଷଭାବେ ଅନ୍ୟ କୌଣସି ବ୍ୟକ୍ତି ଦ୍ଵାରା  ଅର୍ଥ ଲାଭ କରିପାରିବେ ।
  33. ସାଜସଜା ପଥର ନିମନ୍ତେ କୌଣସି ପଟ୍ଟାଧାରୀ ବ୍ୟକ୍ତି, ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ର ନିୟମ ୩୮ର, ବ୍ୟବସ୍ଥା ସହିତ ସମନ୍ଵୟ ରକ୍ଷାକରି, ଜଣେ ଖଣି- ଯନ୍ତ୍ରୀ ଙ୍କୁ, ନିଯୁକ୍ତ କରିବେ,ଏବଂ ସେ ଏପରିକର୍ତ୍ତବ୍ୟ ସଂପାଦାନ କରିବେ, ଯେପରି ଉକ୍ତ ନିୟମାବଳୀରେ, ବ୍ୟବସ୍ଥାୟୀତ ହୋଇଛି ।
  34. ରାଜ୍ୟ ସରକାର, ପଟ୍ଟାରେ ଏପରି ଅଧିକ ସର୍ତ୍ତାବଳୀ ଧାର୍ଯ୍ୟ କରିପାରନ୍ତି, ଯେପରି ସେ ଖଣିଜ ଦ୍ରବ୍ୟର ଉନ୍ନୟନ ଏବଂ ବାତାବରଣର ସୁରକ୍ଷା ନିମନ୍ତେ ଆବଶ୍ୟକ ମନେ କରନ୍ତି  ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର- ଦି ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate