অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ମାନୁଏଲ -ବିବିଧା

କେତେକ ବିଷୟରେ , ଦେୱାନୀ ନ୍ୟାୟଳୟ କର୍ତ୍ତୃତ୍ଵ ପ୍ରତି ପ୍ରତିବନ୍ଧକ

କୌଣସି କ୍ଷତିପୂରଣ ଆକଳନ ତାଲିକାରେ କୌଣସି ଅନ୍ତର୍ଭୁକ୍ତକରଣ ସଂବନ୍ଧରେ କିମ୍ବା କୌଣସି ତ୍ରୁଟି ସଂବନ୍ଧରେ କିମ୍ବା ଅଧ୍ୟାୟ ୨ ରୁ ୬ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ ସଂବନ୍ଧରେ କିମ୍ବା ଉକ୍ତ ଅଧ୍ୟାୟ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆବେଦନପତ୍ର ଉପରେ , କୌଣସି ଦେୱାନୀ ନ୍ୟାୟଳୟରେ କୌଣସି ମୋକଦ୍ଦମା ଅଣାଯାଇପାରିବ ନାହିଁ  ।

ଟିପ୍ପଣୀ

କୌଣସି କର୍ତ୍ତୃତ୍ଵ ବିନା , ଏହି ଆଇନର ଦଫା ୮(କ) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ଏବଂ ଆହୁରି ମଧ୍ୟ ଓଡିଶା ଜମିଦାରୀ ଉଚ୍ଛେଦ ଆଇନର ଅଧ୍ୟାୟ ୨ ରୁ ୪ ର ବ୍ୟବସ୍ଥାବଳୀ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ ,  ଏହି ବିଷୟ ପ୍ରତି ପ୍ରୟୋଗନୀୟ ନୁହେଁ – କୌଣସି ଦେୱାନୀ ମୋକଦ୍ଦମା ଗ୍ରହଣୀୟତା ନିମନ୍ତେ ଦଫା ୩୯ କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ  - (୧୯୮୬ (୨) ଓ ଏଲ ଆର- ୪୨୭ –ଆହୁରି ମଧ୍ୟ -୩୯ (୧୯୭୩) ସି ଏଲ ଟି – ୭୭୭ ଦ୍ରଷ୍ଟବ୍ୟ  ।

ଯେତେବେଳେ ଆଇନର ଦଫା ୮- କ ଅନୁଯାୟୀ ଦାବିକୁ କଲେକ୍ଟରଙ୍କ ଦ୍ଵାରା ପ୍ରତ୍ୟାଖ୍ୟାନ କରାଯାଏ   ,  ତାକୁ ପୁନର୍ବାର ଉଦ୍ରେକ କରାଯାଇପାରିବ ନାହିଁ   - (୩୮ (୧୯୭୨) ସି ଏଲ ଟି – ୪୫୯  )  ।

ପ୍ରଦାନ

ରାଜ୍ୟ ସରକାର , ବିଜ୍ଞପ୍ତି ଦ୍ଵାରା ନିର୍ଦ୍ଦେଶ ଦେଇପାରନ୍ତି ଯେ ଏହି ଆଇନ ଦ୍ଵାରା ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା କୌଣସି କ୍ଷମତା , ଏପରି ପରିସ୍ଥିତିରେ ଏବଂ ଏପରି ସର୍ତ୍ତାବଳୀ ଅନୁଯାୟୀ , ଯଦି କିଛି ନଥାଏ ,  ଯେପରି ଉକ୍ତ ନିର୍ଦ୍ଦେଶରେ ଧାର୍ଯ୍ୟ କରାଯାଇପାରେ , ତାହା ରାଜ୍ୟସରକାରଙ୍କ ଅଧସ୍ତନ , ରାଜସ୍ୱ ପରିଷଦର କୌଣସି ସଦସ୍ୟଙ୍କ ତଳ ସ୍ତରର ହୋଇନଥିବା କୌଣସି ଅଧିକାରୀଙ୍କ ଦ୍ଵାରା ପରିଚାଳନା କରାଯିବ କିମ୍ବା ସଂପାଦାନ କରାଯିବ   ।

ଏହି ଆଇନ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସୁରକ୍ଷା

(୧) ଏହି ଆଇନ ଦ୍ଵାରା ତତ ସଂକ୍ରାନ୍ତିୟ ନିୟମାବଳୀ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଉତ୍ତମ ବିଶ୍ଵାସରେ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା ଏପରି କାର୍ଯ୍ୟ କରିବା ନିମନ୍ତେ ଉଦ୍ଦେଶ୍ୟ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ , କୌଣସି ମୋକଦ୍ଦମା , କିମ୍ବା ଅନ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ   ।

(୨) ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ କିମ୍ବା ଏହି ଆଇନ କିମ୍ବା ତତ  ସଂକ୍ରାନ୍ତିୟ କୌଣସି ନିୟମାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଘଟାଯାଇଥିବା କୌଣସି କ୍ଷତି କିମ୍ବା ଏପରି କ୍ଷତି ଘଟିବାର ସମ୍ଭାବନା ଥାଏ କିମ୍ବା କୌଣସି କ୍ଷତି ନିମନ୍ତେ କୌଣସି ମୋକଦ୍ଦମା କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ , ରାଜ୍ୟସରକାରଙ୍କ ବିରୁଦ୍ଧରେ କରାଯାଇପାରିବ ନାହିଁ  ।

୪୨. କଲେକ୍ଟର , ଦାବି ଅଧିକାରୀ ଏବଂ କ୍ଷତିପୂରଣ ଅଧିକାରୀଙ୍କର କୌଣସି ଦେୱାନୀ ନ୍ୟାୟଳୟର କ୍ଷମତା ରହିବ ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ତଦନ୍ତକୁ , ଏକ ବୈଚାରିକ କାର୍ଯ୍ୟାନୁଷ୍ଠାନ ବୋଲି ଧରାଯିବ :- ଦଫା [୫,୬,୭ ଏବଂ ୮ –କ ] ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟ କଲେକ୍ଟର , ଦଫା ୨୦ ଅନୁଯାୟୀ , ତଦନ୍ତ ଉଦ୍ଦେଶ୍ୟରେ ଦାବି ଅଧିକାରୀ ଅଧ୍ୟାୟ ୫ ଏବଂ ୬ ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟରେ , କ୍ଷତିପୂରଣ ଅଧିକାରୀ ଦଫା [୮ –ଙ, ୧୩,୩୦,୩୬) ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟରେ କୌଣସି ଟ୍ରିବ୍ୟୁନାଲଙ୍କର ଏପରି କୌଣସି ତଦନ୍ତ ବିଷୟ ବସ୍ତୁରେ ସ୍ଵାର୍ଥ ଥିବା କୌଣସି ବ୍ୟକ୍ତି କିମ୍ବା ସାକ୍ଷୀଙ୍କର ଉପସ୍ଥିତିକୁ ବଳବତ୍ତର କରିବା ଏବଂ ଆହ୍ଵାନ କରିବା କ୍ଷମତା ରହିବ ଏବଂ ସେହି ଉପାୟରେ ଦଲିଲର ଉପସ୍ଥାପନା ନିମନ୍ତେ ବାଧ୍ୟ କରିବା କ୍ଷମତା ରହିବ  । ଯେପରି ଦେୱାନୀ କାର୍ଯ୍ୟବିଧି ସଂହିତା,୧୯୦୮ ଅନୁଯାୟୀ କୌଣସି ଦେୱାନୀ ନ୍ୟାୟଳୟ କ୍ଷେତ୍ରରେ ବ୍ୟବସ୍ଥାୟୀତ କରାଯାଇଥାଏ    । ]

(୨) କଲେକ୍ଟର କିମ୍ବା ଦାବି ଅଧିକାରୀ କିମ୍ବା କୌଣସି କ୍ଷତିପୂରଣ ଅଧିକାରୀ କିମ୍ବା କୌଣସି ଟ୍ରିବ୍ୟୁନାଲ ଦ୍ଵାରା ପରିଚାଳିତ ଏପରି ପ୍ରତ୍ୟେକ ତଦନ୍ତ , ଦଫା ୧୯୩ ଏବଂ ୨୨୮ ର ଅର୍ଥ ମଧ୍ୟରେ ତଥା ଭାରତୀୟ ଦଣ୍ଡବିଧି ସଂହିତା ର ଦଫା ୧୯୬ ଉଦ୍ଦେଶ୍ୟରେ , ଏକ ବୈଚାରିକ କାର୍ଯ୍ୟାନୁଷ୍ଠାନ ଭାବେ ଧରାଯିବ ଏବଂ ଏପରି ତଦନ୍ତର ଉଲ୍ଲେଖରେ ତାଙ୍କ ସମ୍ମୁଖରେ ପରୀକ୍ଷିତ କୌଣସି ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ , ତାଙ୍କ ଶପଥ ପାଠ ଦ୍ଵାରା କିମ୍ବା ଅନ୍ୟଥା ହୋଇଥାଉ , ତାକୁ ସଂହିତାର ଅର୍ଥ ମଧ୍ୟରେ ସାକ୍ଷ୍ୟଭାବେ ଗ୍ରହଣ କରାଯିବ  ।

୪୩.ଦଲିଲ ଇତ୍ୟାଦିର ଉପସ୍ଥାପନା ଆବଶ୍ୟକ କରିବାରେ , କଲେକ୍ଟର ଦାବୀ ଅଧିକାରୀ ଏବଂ କ୍ଷତିପୂରଣ ଅଧିକାରୀଙ୍କର କ୍ଷମତା  :- ଏହି ଆଇନର ବିଭିନ୍ନ ବ୍ୟବସ୍ଥାବଳୀ ଅନୁଯାୟୀ ତାଙ୍କର କ୍ଷମତାକୁ ଉପଯୁକ୍ତଭାବେ ସଂପାଦାନ କରିବା ନିମନ୍ତେ , ଯେପରି ଆବଶ୍ୟକ ବୋଲି ମନେ କରାଯାଏ   ।  ସେପରିଭାବେ କଲେକ୍ଟର , ଦାବୀ ଅଧିକାରୀ କିମ୍ବା କ୍ଷତିପୂରଣ ଅଧିକାରୀ , କୌଣସି ଲିଖିତ ଆଦେଶ ଦ୍ଵାରା , କୌଣସି ବ୍ୟକ୍ତିଙ୍କୁ ଏପରି କୌଣସି ଦଲିଲ , କାଗଜପତ୍ର ଏବଂ ରେଜିଷ୍ଟର ଉପସ୍ଥାପନା କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି  ।

୪୪. ଜୋରିମାନା କିମ୍ବା ଦଣ୍ଡ  :

ଯଦି କୌଣସି ଶକ୍ତି ,  ଏହି ଆଇନ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଇନ ସମ୍ମତ ଆଦେଶ ପରିପାଳନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି ନାହିଁ ଏପରି କୌଣସି ଆଦେଶରୁ ଉଲ୍ଲଂଘନ ନକରନ୍ତି   କିମ୍ବା ବିରୋଧ କରନ୍ତି କିମ୍ବା କୌଣସି ସଂପତ୍ତିର ଦଖଲ ଗ୍ରହଣ କରିବାରେ କଲେକ୍ଟରଙ୍କୁ ପ୍ରତିବନ୍ଧିତ କରନ୍ତି ଯାହାକି ଏହି ଆଇନ ଅନୁଯାୟୀ ରାଜ୍ୟରେ ନ୍ୟସ୍ତ କରାଯାଇଥାଏ ,  କିମ୍ବା ଏପରି ତାଟି ପ୍ରଦାନ କରନ୍ତି , ଯାହାକି ମିଥ୍ୟା ବୋଲି ସେ ଜାଣନ୍ତି କିମ୍ବା ବିଶ୍ଵାସ କରନ୍ତି କିମ୍ବା ତାହା ସତ୍ୟବୋଲି ବିଶ୍ଵାସ କରନ୍ତି ନାହିଁ   ।  ସେପରିସ୍ଥଳେ ସେ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ପରେ , କରାଦଣ୍ଡ ରେ ଦଣ୍ଡିତ ହେବେ , ଯାହାକି ଦୁଇବର୍ଷ ପର୍ଯ୍ୟନ୍ତ  ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ କିମ୍ବା ଉଭୟରେ ଦଣ୍ଡିତ ହେବେ  ।

ଉଲ୍ଲେଖଥାଉ ଯେ ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରୀ ବିନା – ଏହି ଦଫା ଅନୁଯାୟୀ କୌଣସି ମୋକଦ୍ଦମା ଗ୍ରହଣ କରାଯିବ ନହିଁ   ।

୪୫. ସରକାରଙ୍କ ଦ୍ଵାରା କେତେକ ନିର୍ଦ୍ଧିଷ୍ଟ ଶିକ୍ଷା କିମ୍ବା ବଦାନ୍ୟ ଆନୁଷ୍ଠାନକୁ ରକ୍ଷଣାବେକ୍ଷଣା କରାଯିବ   : - ପ୍ରତ୍ୟେକ ଶିଖାନୁଗତିକ କିମ୍ବା ଅନ୍ୟ ବଦାନ୍ୟ ଅନୁଷ୍ଠାନ , ଯାହାକି ସରକାରଙ୍କ ଦ୍ଵାରା ଘରୋଇ ସଂପତ୍ତିର ପରିଚାଳନା ସହ ସମ୍ପୃକ୍ତ ନଥାଏ ଏବଂ ତାହା ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ,  ରାଜ୍ୟକୁ ହସ୍ତାନ୍ତରୀତ ହୁଏ , ସେପରିସ୍ଥଳେ  , ଉକ୍ତ ଆଇନରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ସଂପତ୍ତି ରାଜ୍ୟରେ ନ୍ୟସ୍ତ ହେବ ଏବଂ ଉକ୍ତ ଆଇନର ବ୍ୟବସ୍ଥାବଳୀ ଉକ୍ତ ସଂପତ୍ତି ପ୍ରତି , ପ୍ରୟୋଗରୁ ରହିତ ହେବ ଏବଂ ଆଇନର ସମସ୍ତ ବ୍ୟବସ୍ଥାବଳୀ ପ୍ରୟୋଗ ହେବ   ।

୪୭ .ନିୟମାବଳୀ ପ୍ରଣୟନ କରିବା କ୍ଷମତା  :

(୧) ରାଜ୍ୟ ସରକାର, ପୂର୍ବ ପ୍ରକାଶନ ପରେ , ନିୟମାବଳୀ ପ୍ରଣୟନ କରିପାରନ୍ତି , ଯାହାକି ଏହି ଆଇନର ବ୍ୟବସ୍ଥାବଳୀ ସହ ଅସମଞ୍ଜ୍ୟସ ହୋଇନଥିବ , ଯାହାକି ଏହି ଆଇନର ଉଦ୍ଦେଶ୍ୟ ପରିପାଳନ କରିବା ନିମନ୍ତେ ଆବଶ୍ୟକ  ।

(୨) ଉପରୋକ୍ତ କ୍ଷମତାରେ ସାଧାରଣତ୍ଵରେ କୌଣସି କ୍ଷତି ନଘଟାଇ ଏବଂ ନିର୍ଦ୍ଧିଷ୍ଟ ଭାବେ , ଏପରି ନିୟମାବଳୀ , ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟ ନିମନ୍ତେ ବ୍ୟବସ୍ଥା କରିବ  , ଯଥା :-

  • ଏହି ଆଇନ ଅନୁଯାୟୀ ନିର୍ଗମ କୌଣସି ଆଦେଶ କିମ୍ବା ସୂଚନା ଜାରୀର ପଦ୍ଧତି  ।
  • ଏହି ଆଇନ ଅନୁଯାୟୀ ବ୍ୟବହୃତ ହେବାକୁ ଥିବା ଫର୍ମ
  • ଏହି ଆଇନ ଅନୁଯାୟୀ , କେଉଁ ସମୟ ମଧ୍ୟରେ ଆବେଦନପତ୍ର ଏବଂ ଅପିଲ ସେହି ସମସ୍ତ କ୍ଷେତ୍ରରେ ଉପସ୍ଥାପନ କରାଯିବ , ଯେଉଁଥି ନିମନ୍ତେ ସେଥିରେ କୌଣସି ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରାଯାଇ ନାହିଁ  ;
  • ଆବେଦନପତ୍ର ଅପିଲ ଏବଂ ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରତି ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୫୮) ଏବଂ ଭାରତୀୟ ତମାଦୀ ଆଇନରେ ବ୍ୟବସ୍ଥାବଳୀର ପ୍ରୟୋଗ   ।
  • ଦଫା ୪ ଅନୁଯାୟୀ , କୌଣସି ଚୁକ୍ତିର ପ୍ରସ୍ତୁତିକରଣ [ଏବଂ ପ୍ରକାଶନ ] ର ପଦ୍ଧତି   ,
  • ଦଫା ୫ ର ଧାରା (ଗ) ଅନୁଯାୟୀ , ପ୍ରାପ୍ୟ ବକେୟା ଅର୍ଥରାଶିର ପ୍ରଦାନ ପଦ୍ଧତି   ।
  • ଦଫା ୬ କିମ୍ବା ୭ ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯାଉଥିବା କେତେକ ନିର୍ଦ୍ଧିଷ୍ଟ ଜମି ସଂବନ୍ଧରେ ଉପଯୁକ୍ତ ଏବଂ ସମାନ ଖଜଣା ସ୍ଥିର କରିବା ନିମନ୍ତେ ଅନୁସରନ କରାଯିବାକୁ ଥିବା ପଦ୍ଧତି ଏବଂ ଦଫା ୭ ର ଉପ-ଦଫା (୨) ରେ ଉଲ୍ଲେଖିତ ବିଷୟ ସଂବନ୍ଧରେ ତଦନ୍ତ କରିବା ପଦ୍ଧତି  ।
  • ଦଫା ୮ ର ଉପଦଫା (୩) ଅନୁଯାୟୀ, ଜମିର ବନ୍ଦୋବସ୍ତ ନିମନ୍ତେ ପଦ୍ଧତି ଏବଂ ସର୍ତ୍ତାବଳୀ   ;
  • ଦଫା ୯ ଅନୁଯାୟୀ ଅପିଲ ଫଇସଲା କରିବା ନିମନ୍ତେ ଅନୁସରଣ କରାଯିବାକୁ ଥିବା ପଦ୍ଧତି  ।
  • ଅଧ୍ୟାୟ -୩ ଅନୁଯାୟୀ ଅଞ୍ଚଳ ଶାସନ ଦ୍ଵାରା ସଂପତ୍ତିର ପରିଚାଳନା ପଦ୍ଧତି , ଅଞ୍ଚଳ ସଭାର ଅନୁପସ୍ଥିତିରେ , ଅଞ୍ଚଳ ଅଧିକାରୀନାକ ଦ୍ଵାରା ପରିଚାଳନା ଏବଂ ଅଞ୍ଚଳ ଅଧିକାରୀଙ୍କ ଦ୍ଵାରା , ଅଞ୍ଚଳର ପ୍ରୟୋଗ  ।
  • ଦଫା ୧୮ ର ଉପ-ଦଫା (୧) ଅନୁଯାୟୀ କୌଣସି ଦାବୀ ଅଧିକାରୀଙ୍କ ପ୍ରତି , କୌଣସି ଋଣ-ଡାଟା କିମ୍ବା ଭରଣପୋଷଣଧାଡ଼ିଙ୍କ ଦ୍ଵାରା , ଦାବୀ ବିଜ୍ଞପ୍ତି ପଦ୍ଧତି   ।
  • ଦଫା ୨୦ ର ଉପ-ଦଫା (୧) ର ଧାରା (ଙ) ଅନୁଯାୟୀ , ନିଶ୍ଚିତ କରାଯାଇଥିବା ମୂଳଧାନ ଉପରେ ଗ୍ରହଣୀୟ ହେବାକୁ ଥିବା ସୁଧର ହାର   ।
  • ଦଫା ୨୨ ର ଉପଦଫା (୨) ଅନୁଯାୟୀ , ଅପିଲର ଫଇସଲାରେ ଅନୁସରଣ କରାଯିବାକୁ ଥିବା ପଦ୍ଧତି  ।
  • ଦଫା ୨୩ ଅନୁଯାୟୀ , କ୍ଷତିପୂରଣ –ଆକଳନ ତାଲିକାର ପ୍ରସ୍ତୁତିକରଣ ପଦ୍ଧତି  ;
  • ଦଫା ୨୬ ର ଧାରା (୨) (ଖ) ର ଉପଧାରା (୧)(୨)(୩) ,  (୪)(୫)(୬) ରେ ଉଲ୍ଲେଖିତ କୌଣସି ଶୀର୍ଷ ଅନୁଯାୟୀ , କୌଣସି ମଧ୍ୟସ୍ଥଙ୍କ ମୋଟ ସମ୍ବଳ ନିଶ୍ଚିତ କିମ୍ବା ସ୍ଥିର କରିବା ନିମନ୍ତେ ଅନୁସରଣ କରାଯିବାକୁ ଥିବା ପଦ୍ଧତି ,  ଏବଂ ଉକ୍ତ ଦଫାର ଧାରା (୨)(୧)  ଉଦ୍ଦେଶ୍ୟରେ , କେଉଁ ପଦ୍ଧତିରେ , ଆକାର ପ୍ରକାରରେ ଖଜଣାର ନଗଦ ଅର୍ଥ ମୂଲ୍ୟ ସ୍ଥିର କରାଯାଇପାରିବ   ।
  • ଦଫା ୨୮ ଅନୁଯାୟୀ , ବଂଜର ଜମିର ଉନ୍ନତି ନିମନ୍ତେ, କ୍ଷତିପୂରଣ ଅର୍ଥରାଶି ସ୍ଥିର କରିବା ପଦ୍ଧତି   ;
  • ଉପ-ଦଫା (୧)ର ଧାରା (ଘ) ଅନୁଯାୟୀ ଧାର୍ଯ୍ୟ କରାଯିବାକୁ ଥିବା ନିର୍ଦ୍ଧିଷ୍ଠୀକରଣ ଏବଂ ଦଫା ୩୦ ର ଉପ-ଦଫା (୨) ଅନୁଯାୟୀ ଧାର୍ଯ୍ୟ କରାଯିବାକୁ ଥିବା ଆଦାୟର ଖର୍ଚ୍ଚହାର ଏବଂ କେଉଁ ସମୟ ମଧ୍ୟରେ , ଉକ୍ତ ଦଫାର , ଉପ-ଦଫା (୪) ର ଧାରା (ଖ) ଅନୁଯାୟୀ , ମଧ୍ୟସ୍ଥଙ୍କ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତି ସଂପାଦାନ କରାଯାଇପାରିବ   ।
  • ଦଫା ୩୧ ର ଉପ-ଧାରା (୧) ଅନୁଯାୟୀ , କ୍ଷତିପୂରଣ ଆକଳନ – ତାଲିକାର କୌଣସି ଖସଡାର ପ୍ରକାଶନ ସମୟ ଏବଂ ପଦ୍ଧତି ଏବଂ ଉକ୍ତ ଉପ-ଦଫା ଅନୁଯାୟୀ ଆପତ୍ତିର ଫଇସଲା  ।
  • ଦଫା ୩୨ ଅନୁଯାୟୀ କେଉଁ ପଦ୍ଧତିରେ ଅପିଲ ବିଚାର କରାଯିବ ଏବଂ ଫଇସଲା କରାଯିବ   ।
  • ଦଫା ୩୩ ଅନୁଯାୟୀ  , କ୍ଷତିପୂରଣ –ଆକଳନ କରିବାର ଚୁଡାନ୍ତ ପ୍ରକାଶନ ପଦ୍ଧତି  ।
  • ଦଫା ୧୩ ର ଉପ-ଦଫା (୩) ଅନୁଯାୟୀ କିମ୍ବା ଦଫା ୩୦ ର ଉପ-ଦଫା (୪) ଅନୁଯାୟୀ (କିମ୍ବା) ଦଫା ୩୬ ଅନୁଯାୟୀ , ଟ୍ରିବ୍ୟୁନାଲ ଦ୍ଵାରା କେଉଁ ପଦ୍ଧତି ଅନୁସରଣ କରାଯିବ   ।
  • ଦଫା ୩୭ ର ଉପ-ଦଫା (୨) ଏବଂ (୩) ଅନୁଯାୟୀ କ୍ଷତିପୂରଣ ଅର୍ଥରାଶି ପ୍ରଦାନର ପଦ୍ଧତି  ;
  • ଦଫା ୩୮ ଅନୁଯାୟୀ , ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ କଟକଣା ଏବଂ ସର୍ତ୍ତାବଳୀ   ;
  • ଏହି ଆଇନ ଅନୁଯାୟୀ ଆବେଦନପତ୍ର ଏବଂ ଅପିଲ ସଂବନ୍ଧରେ ପ୍ରଦାନ କରାଯିବାକୁ ଥିବା “ଫିସ “
  • ଅନ୍ୟ କୌଣସି ବିଷୟ , ଯାହାକି ଏହି ଆଇନ , ସ୍ପଷ୍ଟଭାବେ କିମ୍ବା ଅନ୍ତର୍ନିହିତ ଭାବେ ଧାର୍ଯ୍ୟ କରିବା ନିମନ୍ତେ , କ୍ଷମତାୟୀତ ଅଟେ

(୩) ଏହି ଦଫା ଅନୁଯାୟୀ ପ୍ରଣୀତ ସମସ୍ତ ନିୟମାବଳୀକୁ , ଯେତେ ଶୀଘ୍ର ସମ୍ଭବ , ଓଡିଶା ବିଧାନସଭାରେ ପନ୍ଦର ଦିନ ସମୟ ନିମନ୍ତେ ଉପସ୍ଥାପନ କରାଯିବ , ଯାହାକି ଗୋଟିଏ ଅଧିବେଶନ କିମ୍ବା ଦୁଇ କିମ୍ବା ଅଧିକ ଅଧିବେଶନକୁ ଧାରଣ କରିଥିବ ଏବଂ ଏପରି ସଂଶୋଧନର ନିୟନ୍ତ୍ରଣାଧିନ ହେବେ , ଯେପରି ବିଧାନସଭା , ଉକ୍ତ ସମୟ ମଧ୍ୟରେ କରିବେ   ।

୪୮. ରଦ୍ଦି କରଣ  : [ ଦଫା ୩ ଅନୁଯାୟୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶନ ତାରିଖରୁ [ କିମ୍ବା ଦଫା ୩-କ) ଅନୁଯାୟୀ ଏଆରି ପ୍ରକାଶନ ତାରିଖରୁ [ କିମ୍ବା ଦଫା ୪ ଅନୁଯାୟୀ ଚୁକ୍ତି ସଂପାଦାନ ତାରିଖରୁ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ତାହା କୌଣସି ସଂପତ୍ତି ସଂବନ୍ଧରେ ହୋଇଥାଏ   ।

(କ) ବେଙ୍ଗଲ ସ୍ଥାୟୀ ବନ୍ଦୋବସ୍ତ ନିୟମିତକରଣ ୧୭୯୩ (ବେଙ୍ଗଲ ନିୟମିତକରଣ ୧/୧୭୯୩ ) ମାଡ୍ରାସ ସ୍ଥାୟୀ ବନ୍ଦୋବସ୍ତ ନିୟମିତକରଣ ,  ୧୯୦୨ (ମାଡ୍ରାସ ନିୟମିତକରଣ ୨୫/୧୮୦୨) ମାଡ୍ରାସ ଅବିଭାଜନୀୟ ସମ୍ପତି ଭୂମି ଆଇନ ,  ୧୯୦୮ (ମାଡ୍ରାସ ଆଇନ ୧/୧୯୦୮ )ସଂପତ୍ତି ପ୍ରତି ସେଗୁଡିକର ପ୍ରୟୋଗରେ ରଦ୍ଦିକୃତ ହୋଇଛି ବୋଲି ଧରାଯିବ , ଯଦି ଏହା ଉକ୍ତ ଅରିଖର ଠିକ ପୂର୍ବରୁ ,  ସେହି ଆଇନ କିମ୍ବା ନିୟମିତକରଣଗୁଡିକ ମଧ୍ୟରେ , କୌଣସି ଦ୍ଵାରା ପରିଚାଳିତ   ହେଉଥାଏ   ।

(ଖ) କେନ୍ଦ୍ରୀୟ ପ୍ରାଦେଶିକ ଭୂମି – ରାଜସ୍ୱ ଆଇନ ୧୮୮୨ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧୭/୧୮୮୧ , କେନ୍ଦ୍ରୀୟ , ପ୍ରାଦେଶିକ ରୟତି ଆଇନ , ୧୯୯୮ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧୧/୧୮୯୮ )କେନ୍ଦ୍ରୀୟ ପ୍ରାଦେଶିକ ଭୂମି ରାଜସ୍ୱ ଆଇନ ୧୯୧୭ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୨/୧୯୧୭ )  । କେନ୍ଦ୍ରୀୟ ପ୍ରାଦେଶିକ ରୟତି ଆଇନ ,  ୧୯୨୦ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧/୧୯୨୪) ଏବଂ ଅନ୍ୟ କୌଣସି ଆଇନ ,  ଯାହାକି ସେତେବେଳେ ବଳବତ୍ତଥାଏ ,  ତାହା ରଦ୍ଦିକୃତ ହୋଇଛି ବୋଲି ଧରାଯିବ , ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ , ଏଇ ଆଇନର ବ୍ୟବସ୍ଥାବଳୀର ବିପରୀତ ହୋଇଥାଏ  ।

୪୯. କେତେକ ନିର୍ଦ୍ଧିଷ୍ଟ ଅଧିକାର ଏବଂ ସ୍ଥଗିତ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ ସଂରକ୍ଷଣ  : - (୧) ଏହି ଆଇନରେ ଧାରୀତ କୌଣସି ବ୍ୟବସ୍ଥା , କୌଣସି ଭାବେ ପ୍ରଭାବିତ କରିବ ନାହିଁ  :-

(୧) ଉକ୍ତ କୌଣସି ଆଇନ ଅନୁଯାୟୀ ଉପରୋକ୍ତ ତାରିଖରେ , କୌଣସି ନ୍ୟାୟଳୟ କିମ୍ବା ଟ୍ରିବ୍ୟୁନାଲ ସମ୍ମୁଖରେ ସ୍ଥଗିତ ଥିବା କୌଣସି  କାର୍ଯ୍ୟାନୁଷ୍ଠାନ ଏବଂ କୌଣସି ରୟତି ଆଇନ ଅନୁଯାୟୀ , ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ କାର୍ଯ୍ୟକ୍ରମ ସଂବନ୍ଧରେ , ନ୍ୟସ୍ତିକରଣ ତାରିଖରେ ସ୍ଥଗିତ ଥିବା କୌଣସି କାର୍ଯ୍ୟାନୁଷ୍ଠାନ, ଆରମ୍ଭ କରାଯିବ , ଯେପରିକି ଏହି ଆଇନ ବଳବତ୍ତର ହୋଇନାହିଁ  ।

(୨) ନ୍ୟସ୍ତିକରଣ ତାରିଖ ପୂର୍ବରୁ କୌଣସି ରୟତି ଆଇନ ଅନୁଯାୟୀ ଉଦ୍ରେକ କାର୍ଯ୍ୟାନୁଷ୍ଠାନ କୌଣସି କାରର ଏବଂ ଅପିଲ , ପୁନଃ ବିଚାର କିମ୍ବା ରିଭିଜନ ର କୌଣସି ଅଧିକାର , ଯାହାକି , ଏପରି କାର୍ଯ୍ୟାନୁଷ୍ଠାନ କରଣ ସଂବନ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଉଦ୍ରେକ ହୁଏ   ।

(୩) କୌଣସି ବକେୟା ଖଜଣା , ସେସ କିମ୍ବା ଅନ୍ୟାନ୍ୟ ପ୍ରାପ୍ୟ ଉଦ୍ଧାର କରିବା ପ୍ରତି , କୌଣସି ମଧ୍ୟସ୍ଥଙ୍କ ଅଧିକାର ଯାହାକି ନ୍ୟସ୍ତିକରଣ ତାରିଖ ପୂର୍ବରୁ ଉଦ୍ରେକ ହୋଇଥିବା ଏବଂ ତାହା ଏହି ଆଇନରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ , ସେଥି ନିମନ୍ତେ ହକଦାର ମଧ୍ୟସ୍ଥଙ୍କ ଦ୍ଵାରା , ଏତତ ପରେ ଉଦ୍ଧାରନୀୟ ଅଟେ  ।

ଉଲ୍ଲେଖଥାଉ ଯେ , ବକେୟା ଖଜଣା ନିମନ୍ତେ କୌଣସି ଡିଗ୍ରୀ କିମ୍ବା ଉଚ୍ଛେଦ ନିମନ୍ତେ ଆଦେଶ , ବକେୟା ଖଜଣାର ଖିଲାପରେ , ତାଙ୍କର “ ହୋଲଡିଙ୍ଗ “ ରୁ ରାଏ –ଋଣୀଙ୍କର ଉଚ୍ଛେଦ ଦ୍ଵାରା , ସଂପାଦାନ କରାଯିବ  ।

(୨) ଯେଉଁ ସ୍ଥଳରେ କୌଣସି ମଧ୍ୟସ୍ଥ , ତାଙ୍କର ବକେୟା ଖଜଣା “ ସେସ ରୟାଲିଟି “ ଏବଂ ଅନ୍ୟାନ୍ୟ ପ୍ରାପ୍ୟ , ଯାହାକି ନ୍ୟସ୍ତିକରଣ ତାରିଖ ପୂର୍ବରୁ ତାଙ୍କ ପ୍ରତି ପ୍ରାପ୍ୟ ବୋଲି ଉଦ୍ରେକ ହୋଇଥାଏ   , ତାହା ଏପରି ସର୍ତ୍ତାବଳୀ ଉପରେ ରାଜ୍ୟ ସରକାରଙ୍କୁ ନ୍ୟସ୍ତ କରାଯାଇଛି  , ଯେପରି ସେମାନଙ୍କ ମଧ୍ୟରେ ସମ୍ମତ  ହୋଇଥିବ , ସେପରିସ୍ଥଳେ ରାଜ୍ୟ ସରକାରଙ୍କର ଏପରି ବକେୟା ପ୍ରାପ୍ୟ , ବକେୟା , ଜମି –ରାଜସ୍ୱ ଭାବେ ଉଦ୍ଧାର କରିବା କ୍ଷମତା ରହିବ   ।

ଟିପ୍ପଣୀ

ଏହି ଦଫାର ବ୍ୟବସ୍ଥାବଳିର ପ୍ରୟୋଗ ସ୍ପଷ୍ଟ କରାଯାଇଛି –ନ୍ୟସ୍ତିକାରଣ ତାରିଖରେ , ମାଲିକଙ୍କର ଅଧିକାର ନିର୍ବାପିତ – ଆବେଦନକାରୀ , ନ୍ୟସ୍ତିକାରଣ ତାରିଖରେ ଜମିର ଖାସ ଦଖଲରେ ନଥିବା ଦେଖାଯାଇଥିବା ଏବଂ ସେଥିପାଇଁ କୌଣସି ମୋକଦ୍ଦମାରେ ଦାଖଲର ଉଧାର ନିମନ୍ତେ ତାଙ୍କର ଦାବି ଏବଂ ପ୍ରତିବାଦୀଙ୍କ ବିରୁଦ୍ଧରେ କ୍ଷତିପୂରଣ ଯେଉଁମାନେ କି ପୂର୍ବ ମାଲିକଙ୍କ ଠାରୁ ପଟ୍ଟାଧାରି ଥିଲେ , ତାହା ଗ୍ରହଣୀଯ ନୁହେଁ , ଯଦିଓ ଉକ୍ତ ଜମିକୁ ରାଜସ୍ୱ ବିକ୍ରି ନିମନ୍ତେ ରଖାଯାଇଥିଲା ଏବଂ ଦାବି ଏହାକୁ ୯/୧୧/୧୯୫୪ ରେ କ୍ରୟ କରିଥିଲେ ସେତେବେଳେ ସମ୍ପତ୍ତି , ୧/୫/୧୯୫୪ ରେ ନ୍ୟସ୍ତିକାରଣ କରାଯାଇତଇଲା –(୩୫(୧୯୬୯) ସି ଏଲ ଟି -୫୩   ।

୫୦. କ୍ଲିଷ୍ଠତା ଅପସାରଣ  କ୍ଷମତା  : ଯଦି ଏହି ଆଇନର ବ୍ୟବସ୍ଥାବଳୀକୁ ପ୍ରଭାବିତ କରିବା ନିମନ୍ତେ କୌଣସି କଷ୍ଟ କ୍ଳେସ ଉଦ୍ରେକ ହୁଏ  ,  ସେପରିସ୍ଥଳେ ରାଜ୍ୟ ସରକାର , ଯେପରି ପରିସ୍ଥିତି ଆବଶ୍ୟକ କରେ  , ଏପରି କ୍ଲେଶ କୁ ଅପସାରଣ କରିବା ନିମନ୍ତେ ଯେକୌଣସି କରି କରିପାରିବେ , ଯାହାକି ତାଙ୍କୁ ଆବଶ୍ୟକ ବୋଲି ପ୍ରତୀତ ହୁଏ  ।

ସୂଚୀ

(ଦଫା -୩-ଖ(୨) ଦ୍ରଷ୍ଟବ୍ୟ )

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ,୧୯୫୨ ର ଦଫା ୩-ଖ(୨) ଅନୁଯାୟୀ ଆବେଦନପତ୍ର ଫର୍ମ

ପ୍ରାପ୍ତେଷୁ :

[ କଲେକ୍ଟର ---------- ଜିଲ୍ଲା ;

ମହାଶୟ ,

ଯେହେତୁ ଓଡିଶା ସରକାର --------- ତାରିଖର ଓଡିଶା ଗେଜେଟରେ ଏକ ବିଜ୍ଞପ୍ତି ପ୍ରକାଶନ କରିଛନ୍ତି , ଏହା ଗୋସନା କରିବା ନିମନ୍ତେ ଯେ , ଓଡିଶା ରାଜ୍ୟର ସମସ୍ତ ମଧ୍ୟସ୍ଥଙ୍କ ସ୍ଵାର୍ଥ , ସମସ୍ତ ଭାଗରୁ ମୁକ୍ତ ହୋଇ,  ରାଜ୍ୟରେ ନ୍ୟସ୍ତ କରାଯାଇଛି   । ଏଣୁ ମୁଁ ଶ୍ରୀ ------ କିମ୍ବା ଶ୍ରୀ -------- ଙ୍କ କ୍ଷମତାୟୀତ ପ୍ରତିନିଧି ;ପୁତ୍ର /କନ୍ୟା/ସ୍ତ୍ରୀ, ଶ୍ରୀ ------ ଗ୍ରାମ /ସହର ------ ଥାନା ----- ଜିଲ୍ଲା ---- ମୋ ଦ୍ଵାରା /  ମୋର ମହକିଲଙ୍କ ଦ୍ଵାରା ଓଡିଶା ରାଜ୍ୟରେ ଧାରିତ ସମସ୍ତ ମଧ୍ୟସ୍ଥ ସ୍ଵାର୍ଥ ସମ୍ବନ୍ଧରେ , ଆବଶ୍ୟକ ନିର୍ଦ୍ଧିଷ୍ଟ ବିବରଣୀ ଏଠି ସହ ସଂଯୁକ୍ତ ବିବରଣୀରେ ପ୍ରଦାନ କରିଛି  ।

୨. ସମସ୍ତ ମଧ୍ୟସ୍ତି ସ୍ଵାର୍ଥ ସଂବନ୍ଧରେ , ମୁଁ ନିମ୍ନଲିଖିତ ଦଲିଲ ଦାଖଲ କରୁଛି  -

  • ପୂର୍ବ ରୟତିରେ ମୋ ସ୍ଵାର୍ଥର ଜମାନବନ୍ଦୀ (ନଗଦ ଅର୍ଥ ଏବଂ ଉତ୍ପାଦନ ଖଜଣା ) :-
  • ଅସୁଲି ବାକି ପୁସ୍ତିକା   ।
  • ସିହି ପୁସ୍ତିକା  ।
  • ସଂପତ୍ତି / ରୟତିର ଖତିଆନ /ଖେୱାଟ
  • କୃଷିବର୍ଷର ଠିକ ପୂର୍ବରୁ , ଏକ ବର୍ଷ ନିମନ୍ତେ , ଖଜଣା ରସିଦର ସମସ୍ତ ପ୍ରତି – ପ୍ରତି ଲିପି , ଜେକି ମଧ୍ୟସ୍ଥଙ୍କ ସ୍ଵାର୍ଥ , ରାଜ୍ୟରେ ନ୍ୟସ୍ତ ହେବ  ।
  • ଖାସ – ଦାଖଲରେ ଥିବା ଜମି ରେଜିଷ୍ଟର ସହିତ , ଏହା ସଂବନ୍ଧରେ ସମ୍ପୃକ୍ତ ଦଲିଲ  ,।
  • ରାଜ୍ୟ ସ୍ଥିତ ଗ୍ରାମ ଗୁଡିକର ନକ୍ସା

ଆପଣଙ୍କ ବିଶ୍ଵସ୍ତ

ପିତାଙ୍କ ନାମ :------------

ଗ୍ରାମ/ସହର :------------

ଗ୍ରାମ /ସହର :-------------

ଥାନା :------------------

ଜିଲ୍ଲା :----------------

ବିବରଣୀ

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୨ ର ଦଫା ୩-(ଖ) ଅନୁଯାୟୀ ଦାଖଲ କରାଯାବାକୁ ଥିବା ବିବରଣୀ ଫର୍ମ :

  • ଜିଲ୍ଲା :-------
  • ମଧ୍ୟସ୍ଥଙ୍କ ନାମ :------
  • ଠିକଣା :-----------

କ୍ରମିକ ସଂଖ୍ୟା

ସଂପତ୍ତିର ନାମ

ମଧ୍ୟସ୍ଥର ଦ୍ଵାରା ଧାରୀତ ତାଉଜି କିମ୍ବା ରୟତିର ଦାଉକି ନମ୍ବର ଏବଂ ଖେୱାତ ନମ୍ବର

ସଂପତ୍ତିର ମଧ୍ୟସ୍ଥନାକ ଦ୍ଵାରା ଧାରୀତ ସ୍ଵାର୍ଥର ପ୍ରକୃତି କିମ୍ବା ପରିମାଣ

ଗ୍ରାମ କିମ୍ବା ଗ୍ରାମଗୁଡିକ ଯେଉଁଠିରେ ଏପରି ସଂପତ୍ତି ସ୍ଥିତ

ସଂପତ୍ତି ସଂବନ୍ଧରେ , ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଭୂମି ସଂପତ୍ତି ସ୍ଥିତ

ସଂପତ୍ତି ସଂବନ୍ଧରେ ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ସେସ

ଠିକ ଅଧସ୍ତନ  ରୟତଧାଡ଼ି ଏବଂ ରୟତଙ୍କ ଦ୍ଵାରା ଦେୟ ସମୁଦାୟ ବାର୍ଷିକ ଖଜଣା

ରୟତଧାରୀ କିମ୍ବା ରୟତଙ୍କ ଦ୍ଵାରା ଦେୟ ସମୁଦାୟ ସେସ

 

ଓଡିଶା ଜମିଦାରୀ ଉଚ୍ଛେଦ ନିୟମାବଳୀ  ,  ୧୯୫୨

ରାଜସ୍ୱ ବିଭାଗ

ବିଜ୍ଞପ୍ତି

ନଂ ୨୪ ସେପ୍ଟେମ୍ବର , ୧୯୫୨

ନଂ , ୫୫୬୭ – ଇ- ଏ ୪/୫୨ ଆର – ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ଓଡିଶା ଆଇନ ୧/୧୯୫୨ ) ର ଦଫା ୪୭ ର ଉପ-ସଫା (୧) ଦ୍ଵାରା ପ୍ରଦତ୍ତ କ୍ଷମତା ପରିଚାଳନାରେ , ଓଡିଶାର ରାଜ୍ୟପାଳ , ନିମ୍ନଲିଖିତ ନିୟମାବଳୀ ପ୍ରଣୟନ କରିବା ନିମନ୍ତେ ସନ୍ତୁଷ୍ଟ ହୋଇଛନ୍ତି , ଯଥା  :-

ଅଂଶ  - ୧

୧. ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ :- (୧) ଏହି ନିୟମାବଳୀକୁ , ଓଡିଶା ଜମିଦାରୀ ଉଚ୍ଛେଦ ନିୟମାବଳୀ , ୧୯୫୨ ବୋଲି କୁହାଯିବ   ।

(୨) ସେଗୁଡିକ ତତକ୍ଷଣାତ ବଳବତନ୍ତର ହେବ   ।

୨. ସଂଜ୍ଞା  : - ଏହି ନିୟମାବଳୀ , ଯଦି ବିଷୟ କିମ୍ବା ସୂଚୀ ସେପରି କୌଣସି ବିପରିତାର୍ଥ ନଥାଏ  :-

  • “ ଆଇନ “ଅର୍ଥ , ଓଡିଶା ଜମିଦାରୀ ଉଚ୍ଛେଦ ଆଇନ,  ୧୯୫୧  ]
  • “ ଫର୍ମ “ ଅର୍ଥ ଏହି ନିୟମାବଳୀ ସହ ସମ୍ପୃକ୍ତ ସୂଚୀରେ ଉଲ୍ଲେଖିତ କୌଣସି ଫର୍ମ  ‘
  • “ ସୂଚୀ “ ଅର୍ଥ ଏହି ନିୟମାବଳୀ ସହ ସଂଯୁକ୍ତ ସୂଚୀ  ;
  • “ ଦଫା “ ଅର୍ଥ ଏହି ଆଇନର କୌଣସି ଦଫା
  • ଏହି ନିୟମାବଳୀରେ ବ୍ୟବହୃତ ସମସ୍ତ ଶବ୍ଦାବଳୀ ଏବଂ ଉକ୍ତି , ଯାହାକି ସେଥିରେ ସଂଜ୍ଞାୟୀତ କରାଯାଇନାହିଁ ,ସେଗୁଡିକର ସେହି ଅର୍ଥ ରହିବ , ଯେପରି ଏହି ଆଇନରେ ସେଗୁଡିକୁ ନ୍ୟସ୍ତ କରାଯାଇଛି ।

୩. ସୂଚନା କିମ୍ବା ଜାରି ପଦ୍ଧତି  :- (୧) ଏହି ଆଇନରେ ଅନ୍ୟଥ୍ୟା ବ୍ୟବସ୍ଥାୟୀତ ବ୍ୟତୀତ , ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ଜାରି କରାଯିବାକୁ ଆବଶ୍ୟକ ଥିବା କୌଣସି ସୂଚନା କିମ୍ବା ଆଦେଶକୁ ଉକ୍ତ ବ୍ୟକ୍ତିଙ୍କୁ , ତାର ଏକ ସ୍ଵାକ୍ଷରିତ ନକଲ ପ୍ରଦାନ କରି , ଯାହାଙ୍କ ଉପରେ ଏହା ଜାରି କରାଯିବ କିମ୍ବା କୌଣସି ତାଙ୍କ ଦ୍ଵାରା ସଠିକ ଭାବେ କ୍ଷମତାୟୀତ ପ୍ରତିନିଧି କିମ୍ବା ସମୁଦାୟ କିମ୍ବା  ଆଂଶିକ ସଂପତ୍ତିର ଦାୟିତ୍ଵରେ ଥିବା ପ୍ରତିନିଧିକୁ ଏହା ପ୍ରଦାନ କରି , ଜାରି କରାଯିବ , ଯେଉଁଥି ପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପୃକ୍ତ   । ଏପରି ପ୍ରତ୍ୟେକ ସୁକହନା କିମ୍ବା ଆଦେଶର ନକଲ , ସେହି ଜିଲ୍ଲା କଲେକ୍ଟରଙ୍କ ସୂଚନା ପଟ୍ଟାରେ ସଂଯୋଗ କରାଯିବ , ଯେଉଁଥୁ ଏହା ନିର୍ଗମ କରାଯିବ ଏବଂ ସେହି ଜିଲ୍ଲାକଲେକ୍ଟରଙ୍କ ସୂଚନାପଟ୍ଟାରେ ଏହା ସଂଯୋଗ କରାଯିବ   ।

(୨) ଯେଉଁ ସ୍ଥଳରେ ଉକ୍ତ ବ୍ୟକ୍ତି , ଯାହାଙ୍କ ଉପରେ ଏପରି ସୂଚନା ଜାରୀ କରାଯିବାକୁ ଥାଏ କିମ୍ବା ସଂପତ୍ତିର ଦାୟିତ୍ଵରେ ଥିବା ତାଙ୍କ ପ୍ରତିନିଧି , ଯେଉଁଠି ପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପୃକ୍ତ    । ଏପରି ପ୍ରତ୍ୟେକ ସୂଚନା କିମ୍ବା ଆଦେଶର ନକଲ , ସେହି ଜିଲ୍ଲା କଲେକ୍ଟରଙ୍କ ସୂଚନା ପଟ୍ଟାରେ ସଂଯୋଗ କରାଯିବ , ଯେଉଁଠୁ ଏହା ନିର୍ଗମ କରାଯିବ ଏବଂ ସେହି ଜିଲାର କଲେକ୍ଟରଙ୍କ ସୂଚନାପଟ୍ଟାରେ ଏହା ସଂଯୋଗ କରାଯିବ  ।

(୩) ଯେତେବେଳେ ଜାରି –କାରୀ ଅଧିକାରୀ , ସେହି ବ୍ୟକ୍ତିଙ୍କୁ ଏପରି ସୂଚନା କିମ୍ବା ଆଦେଶର ଏକ ନକଲ , ବ୍ୟକ୍ତିଗତଭାବେ ପ୍ରଦାନ କରନ୍ତି , ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବ ତାଙ୍କ ତରଫରୁ , ତାଙ୍କ ପ୍ରତିନିଧି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ଏହା ଜାରି କରନ୍ତି , ସେପରି ସ୍ଥଳେ ସେ , ଏପରି ସୂଚନା କିମ୍ବା ଆଦେଶର ମୂଳ ପ୍ରତିଲିପିରେ , ତାଙ୍କର ପ୍ରାପ୍ତି ସ୍ଵକାର ଗ୍ରହଣ କରିବେ  ।

(୪) ଯେଉଁ ସ୍ଥଳରେ ଉକ୍ତ ବ୍ୟକ୍ତି , ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା ତାଙ୍କ ପ୍ରତିନିଧି କିମ୍ବା ଉପରୋକ୍ତ ଅନୁଯାୟୀ ଏପରି ଅନ୍ୟ କୌଣସି ବ୍ୟକ୍ତି  , ପ୍ରାପ୍ତି ସ୍ଵକାର ପତ୍ରରେ ସ୍ଵାକ୍ଷର କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି କିମ୍ବା ଯେଉଁ ସ୍ଥଳରେ ଜାରି –କାରୀ ଅଧିକାରୀ , ସମସ୍ତ ଯଥାଯଥ ଚେଷ୍ଟା ସତ୍ତ୍ୱେ ଉକ୍ତ ବ୍ୟକ୍ତିଙ୍କୁ ପାଆନ୍ତି ନାହିଁ  , ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ପ୍ରଦାନ କରାଯିବ କିମ୍ବା ତାଙ୍କ ତରଫରୁ ଏପରି ସୂଚନା କିମ୍ବା ଆଦେଶ ଗ୍ରହଣ କରିବା ନିମନ୍ତେ କୌଣସି କ୍ଷମତାୟୀତ ବ୍ୟକ୍ତି ନଥାଆନ୍ତି କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯାହାଙ୍କ ଉପରେ ଜାରି କରାଯିବା କଥା , ସେପରିସ୍ଥଳେ ଉକ୍ତ ବ୍ୟକ୍ତିର ବାଦ୍ୟ ଦରଜାରେ କିମ୍ବା ଗୃହର କୌଣସି ଆଖିଦୃଶିଆ ସ୍ଥାନରେ ଉକ୍ତ ସୂଚନା କିମ୍ବା ଆଦେଶର ଏକ ନକଲ ସଂଯୋଗ କରିବେ , ଯେଉଁଠି ଉକ୍ତ ବ୍ୟକ୍ତି ସାଧାରଣଭାବେ ବାସ କରେ କିମ୍ବା ବ୍ୟବସାୟ ପରିଚାଳନା କିମ୍ବା ଲାଭ ନିମନ୍ତେ ,  ବ୍ୟକ୍ତିଗତଭାବେ କାର୍ଯ୍ୟକରେ କିମ୍ବା କାର୍ଯ୍ୟାଳୟ କିମ୍ବା ସଂପତ୍ତିର କଚେରୀ ଗୃହ ସମ୍ମୁଖରେ ସଂଯୋଗ କରାଯିବ ଯେଉଁଥିପ୍ରତି ଏପରି ଏକ ସୂଚନା କିମ୍ବା ଆଦେଶ ସମ୍ପୃକ୍ତ   ।

(୫) ଜାରିକାରୀ ଅଧିକାରୀ , ସମସ୍ତ କ୍ଷେତ୍ରରେ , ଯେଉଁଥିରେ ସୂଚନା କିମ୍ବା ଆଦେଶ ଉପ- ନିୟମ (୩)କିମ୍ବା (୪) ଅନୁଯାୟୀ ଜାରି କରାଯାଇଛି , ତାର ଏକ ନକଲ ପ୍ରାପ୍ତି ସ୍ଵୀକାର ସହିତ ଫେରସ୍ତ କରିବେ , ଯେଉଁତିରେ ସେହି ତାରିଖ ମଧ୍ୟ ଉଲ୍ଲେଖ କରାଯିବ , ଯେତେ ଏପରି ସୁକହନା କିମ୍ବା ଆଦେଶ ଜାରି କରାଗଲା ଏବଂ କିପରି ଭାବେ ଏହା ଜାରି କରାଗଲା ଏବଂ ଦୁଇ ଜଣ ସାକ୍ଷୀଙ୍କର ନାମ ଏବଂ ଠିକଣା , ଯେଉଁମାନେ ଏପରି ଜାରିର ପ୍ରତୀକ୍ଷଦର୍ଶୀ ଅଟନ୍ତି  ।

(୬) ଉପରୋକ୍ତ ଉପ- ନିୟମରେ ଧାରୀତ କୌଣସି ବିଷୟ ସତ୍ତ୍ୱେ , କଲେକ୍ଟର ଯଦି ସେ ଉଚିତ ମନେ କରନ୍ତି , ଆଦେଶ ଦେଇପାରନ୍ତି ଯେ , ଉକ୍ତ ସୂଚନା କିମ୍ବା ଆଦେଶକୁ ନିମ୍ନଭାବେ ଜାରି କରାଯିବ    -

(୧) ସଠିକ ଭାବେ ସ୍ଵାକ୍ଷରିତ ଏବଂ ବନ୍ଦ ଲଫାପାରେ ତାର ଏକ ନକଲକୁ ପ୍ରାପ୍ତି ସ୍ଵୀକାର ପ୍ରତି   ସହିତ , ରେଜେଷ୍ଟ୍ରି ଡାକଯୋଗେ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ପ୍ରେରଣ କରିବେ , ଯାହାଙ୍କ ଉପରେ ଉକ୍ତ ସୂଚନା କିମ୍ବା ଆଦେଶ ଜାରି କରାଯିବ  ; କିମ୍ବା

(୨) ଯଦି ଏପରି ସୂଚନା କିମ୍ବା ଆଦେଶ , କୌଣସି ସଂପତ୍ତି ପ୍ରତି ସମ୍ପୃକ୍ତ ଥାଏ   , ସେପରିସ୍ଥଳେ ଉକ୍ତ ସଂପତ୍ତି ମଧ୍ୟରେ କୌଣସି ଆଖିଦୃଶିଆ ସ୍ଥାନରେ ତାହା ସଂଯୋଗ କରି , ଯେଉଁଥିପ୍ରତି ଏପରି ସୂଚନା କିମ୍ବା ଆଦେଶ , ସମ୍ପୃକ୍ତ  ।

ଧାରା (୧) ରେ ଉଲ୍ଲେଖିତ ଘଟଣାଗୁଡିକ କ୍ଷେତ୍ରରେ ଏପରି ସୂଚନା କିମ୍ବା ଆଦେଶକୁ ଡାକ ଦ୍ଵାରା ପ୍ରେରଣ କରିବା , ସମ୍ପୃକ୍ତି ବ୍ୟକ୍ତି ଉପରେ ସୂଚନା କିମ୍ବା ଆଦେଶ ଜାରିର ଯଥେଷ୍ଟ ପ୍ରମାଣ ହେବ  ।

ଧାରା (୨) ରେ ଉଲ୍ଲେଖିତ ଘଟନାଗୁଡିକ ସଂବନ୍ଧରେ , ଜାରି – କାରୀ ଅଧିକାରୀଙ୍କ ଦ୍ଵାରା କୌଣସି ଫେରସ୍ତି , ଯାହାକି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ଵାରା ଏପରି ଜାରିକୁ ପ୍ରମାଣିତ କରାଯାଇଥିବ , ତାହା ସମ୍ପୃକ୍ତ ବ୍ୟକ୍ତି ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରୀର ଯଥେଷ୍ଟ ପ୍ରମାଣ ହେବ  ।

(୭) ଯେଉଁ ସ୍ଥଳରେ , ଏହି ଆଇନ ଅନୁଯାୟୀ , କୌଣସି ସୂଚନା କିମ୍ବା ଆଦେଶ , କୌଣସି ବ୍ୟକ୍ତି ଉପରେ ଜାରୀ କରାଯିବାକୁ ଥାଏ , ସେ ଜଣେ ନାବାଳକ ହୋଇଥାଆନ୍ତି   କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି ହୋଇଥାଆନ୍ତି କିମ୍ବା ଜଣେ ବାଚାଳ ହୋଇଥାଆନ୍ତି , ସେପରିସ୍ଥଳେ ତାଙ୍କ ଅଭିଭାବକ କିମ୍ବା ଏପରି ନାବାଳକ କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି କିମ୍ବା ବାଚାଳଙ୍କ ଆଇନଗତ ତତ୍ତ୍ଵାବଧାରକଙ୍କ ଉପରେ ତାହା , ସେହିପରି ଭାବେ ଜାରୀ କରାଯିବ   ।

ଟିପ୍ପଣୀ  :- ଯେତେବେଳେ କୌଣସି ସୂଚନା କିମ୍ବା ଆଦେଶ , କୌଣସି ବ୍ୟକ୍ତି , ଯାହାଙ୍କ ଉପରେ ଏପରି ସୂଚନା ଜାରୀ କରାଯିବା କଥା , ସେ ତାଙ୍କ ଘରେ ମିଳନ୍ତି ନାହିଁ , ସେପରିସ୍ଥଳେ ସେ କେଉଁଠାରେ ଅଛନ୍ତି ତାହା ବାହାର କରିବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରାଯିବା ଉଚିତ ଏବଂ ଏପରି ଚେଷ୍ଟା ସତ୍ତ୍ୱେ , ଯଦି ସେ ନ ମିଳନ୍ତି  , ସେପରି ସ୍ଥଳେ ତାଙ୍କ ପ୍ରତିନିଧିଙ୍କ ଉପରେ କିମ୍ବା ତାଙ୍କ ତରଫରୁ  ଏପରି ସୂଚନା ଗ୍ରହଣ କରିବା ନିମନ୍ତେ କ୍ଷମତାୟୀତ କୌଣସି ବ୍ୟକତିଙ୍କ ଉପରେ ତାହା ଜାରୀ କରାଯିବ   । ଯଦି ଏପରି ସମସ୍ତ ଚେଷ୍ଟା ଅକୃତକାର୍ଯ୍ୟ ହୁଏ  ,  ସେପରିସ୍ଥଳେ ଜାରୀକରି ଅଧିକାରୀ , ଏପରି ସୂଚନାକୁ ସଂଯୋଗ ଦ୍ଵାରା ଦାରି କରିବା ନିମନ୍ତେ କ୍ଷମତାୟୀତ ଅଟନ୍ତି   । ଏପରି ଆବଶ୍ୟକତା  ଉପରେ ଜୋର ଦେବା ନିମନ୍ତେ ଉତ୍ତମ ଏବଂ ବୈଧ କାରଣ ଅଛି  । ଉକ୍ତ ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପରେ ତାହା ଜାରୀ , ଏପରି ସୂଚନାର କୌଣସି ଜାରୀ ହେବ ନାହିଁ  - (୧୯୭୧(୧) ସି .ଡବ୍ଲୁ. ଆର – ୩୪୬)

[୩ – “ କ” –କ୍ରମାଗତିକ ବାର୍ଷିକ ଅର୍ଥରୁ , ଦଫା ୫ (ଘ) କିମ୍ବା (କେ) ଅନୁଯାୟୀ , ପ୍ରାପ୍ୟର ଉଦ୍ଧାର ନିମନ୍ତେ ପଦ୍ଧତି   :

ସେହି କ୍ଷେତ୍ରରେ ,ଯେଉଁ ସ୍ଥଳରେ , ଦଫା ୨୮ ର ଧାରା (୨) ଅନୁଯାୟୀ  ବାର୍ଷିକ ଅର୍ଥରାସୀ ଦେୟ ହୋଇଥାଏ , ସେପରିସ୍ଥଳେ ଦଫା ୫ ର ଧାରା (ଘ) କିମ୍ବା (କେ) ଅନୁଯାୟୀ ଆଦେଶିତ ଅର୍ଥରାସୀକୁ , ଯାହାକି କ୍ଷତିପୂରଣ ଅର୍ଥକୁ ହ୍ରାସକାରଣ କରାଯିବ କଥା , ତାହା , ଏପରି କ୍ରମାନୁଗତିକ ବାର୍ଷିକ ଅର୍ଥରୁ ପ୍ରତ୍ୟେକ ବର୍ଷ ଉକ୍ତ ଅର୍ଥରୁ ପଚାଶ ପ୍ରତିଶତଠାରୁ (ଅଧିକନୁହେଁ  ) ଅର୍ଥରାସୀକୁ ହ୍ରାସକରଣ କରାଯିବ   ।

୪.ଦଫା ୫ ର ଧାରା (ଜ)(ଝ) ଏବଂ (ଞ) ଅନୁଯାୟୀ ସୂଚନା ଫର୍ମ  :- ଦଫା ୫ ର ଧାରା (ଜ) ଅନୁଯାୟୀ ସୂଚନା ଫର୍ମ – “ କ” ରେ ହେବ ;ଦଫା ୫ ର ଧାରା (ଝ) ଅନୁଯାୟୀ ସୂଚନା ଫର୍ମ – “ ଖ” କିମ୍ବା “ ଖ” – ୧ ରେ ହେବ ଏବଂ ଦଫା ୫ ର ଧାରା ((ଞ) ରେ ସୂଚନା ,ଫର୍ମ – “ ଗ” ରେ ହେବ   ।

[୪-: “କ” – ସଇରାତର ସ୍ଵାର୍ଥକୁ ହସ୍ତାନ୍ତକରଣ ଦ୍ଵାରା ,  ତାଙ୍କ ଦ୍ଵାରା ଉପଭୋଗ କରାଯାଉଥିବା ଉପକାରର ମୂଲ୍ୟର କୌଣସି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣରୁ ହ୍ରାସକରଣ  ନିମନ୍ତେ ତଦନ୍ତ ପଦ୍ଧତ୍ତି  :-

ଦଫା ୫ ର ଧାରା (କ) ପ୍ରତି , ପ୍ରଥମ ପ୍ରତିବନ୍ଧ ଅନୁଯାୟୀ , କୌଣସି ମଧ୍ୟସ୍ଥଙ୍କୁ , କ୍ଷତିପୂରଣରୁ ହ୍ରାସକରଣ କରାଯିବାକୁ ଥିବା ଅର୍ଥରାସୀ ସ୍ଥିର କରିବା ନିମନ୍ତେ , କଲେକ୍ଟର , ଏପରି ମଧ୍ୟସ୍ଥ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ , କୌଣସି ନଥି ଆହ୍ଵାନ କରିପାରନ୍ତି , ଯେପରି ସେ ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି   ।  ଯଦି ଏପରି କୌଣସି ନଥି ଉପଲ୍ଲବ୍ଧ ନହୁଏ   ।  ସେପରିସ୍ଥଳେ କଲେକ୍ଟର ଉକ୍ତ ମଧ୍ୟସ୍ଥ କିମ୍ବା ଏପରି ଅନ୍ୟ  କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା କରିବେ ଏବଂ ଉକ୍ତ ଧାରା ଅନୁଯାୟୀ ଉଲ୍ଲେଖିତ କୌଣସି ଚୁକ୍ତି ଅନୁଯାୟୀ ,  କୌଣସି ଅଧିକାରର ଉପଭୋଗ ପ୍ରକୃତିକୁ ଯାଞ୍ଚ କରିବେ ଏବଂ କରଣ ଦର୍ଶାଇବା ନିମନ୍ତେ ବ୍ୟକ୍ତିଗତଭାବେ ଉପସ୍ଥିତ  ହେବା କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ ଉପସ୍ଥିତ ହେବା କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ ଉପସ୍ଥିତ ହେବା ନିମନ୍ତେ ମଧ୍ୟସ୍ଥଙ୍କ ଉପରେ ସୂଚନା ଜାରି କରିବେ ଯେ ତାଙ୍କ ଦ୍ଵାରା ପ୍ରସ୍ତାବିତ ଅର୍ଥରାସୀକୁ କାହିଁକି , ତାଙ୍କୁ ଦେୟ କ୍ଷତିପୂରଣ ଅର୍ଥରାସୀରୁ ହ୍ରାସ କରାଯିବ ନାହିଁ   ଏବଂ ତାଙ୍କୁ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଶୁଣିବାରେ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଏପରି ହ୍ରାସକରଣ କରାଯିବାକୁ ଥିବା ଅର୍ଥରାସୀକୁ ଚୁଡାନ୍ତଭାବେ ସ୍ଥିର କରିବେ   ।

[୪-“ ଖ” –ଦଫା ୫ ର ଧାରା (୧) ଅନୁଯାୟୀ , ତଦନ୍ତ ଅଧୀନରେ ଥିବା ଜମିଗୁଡିକ ନିମନ୍ତେ ଦେୟ ଖଜଣା ଚୁଡାନ୍ତ ଆଦେଶ ତାରିଖରୁ ସେହି ହାରରେ ସୁଧ ବହନ କରିବ , ଯାହାକି ଉକ୍ତ ଦଫା ଦ୍ଵାରା ଅବୃତ ପଟ୍ଟା , ବନ୍ଦୋବସ୍ତ କିମ୍ବା ହସ୍ତାନ୍ତରକରଣକୁ ନାକଚ କିମ୍ବା ଦୃଢୀକରଣ କରି  :

ଉଲ୍ଲେଖ ଥାଉ ଯେ, ଏପରି କୌଣସି ସୁଧ ହେବ ନାହିଁ  : ଯଦି ଏପରି ଖଜଣା , ଉକ୍ତ  ଏପରି ଖଜଣା ଉକ୍ତ ତାରିଖରୁ ଏକ ବର୍ଷ  ମଧ୍ୟରେ ପ୍ରଦାନ କରାଯାଏ  ।

୫. ଦଫା ୬ ଏବଂ ୭ ଅନୁଯାୟୀ , ଉପଯୁକ୍ତ ଏବଂ ସମାନ ଖଜଣାଭାବେ ସ୍ତିରିକରଣ :- ତାଙ୍କ ଦଖଲରେ ଛଡା ଯାଇଥିବା ଗୃହପୋଯୋଗ୍ୟ ଜମି ନିମନ୍ତେ ଦଫା ୬ ର ଉପଦଫା (୧) ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଭୂମି – ଖଜଣା ସ୍ଥିର କରିବାରେ , ସେହିପରି ବର୍ଣ୍ଣନୀୟ କୌଣସି ଗୃହପୋଯୋଗୀ ଜମି ସମ୍ବନ୍ଧରେ ଖଜଣା ଭାବେ ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ହାରାହାରି ଖଜଣାକୁ , କଲେକ୍ଟର  ବିଚାର କରିବେ , ଯାହାର କି ସେହି ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ଥିବା କିମ୍ବା ଯେଉଁ ସ୍ଥଳରେ ଏପରି ଗୃହପୋଯୋଗୀ ଜମି ସ୍ଥିତି ନଥାଏ , ସେପରିସ୍ଥଳେ ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ , ସେହି ପ୍ରକାର ଜମି ସଂବନ୍ଧରେ ଦେୟ , ଦଖଲକାରୀ ରୟତ ଦ୍ଵାରା ଦେୟ ହାରାହାରି ଖଜଣା   ।

(୨) (ଗୃହପୋଯୋଗୀ ଜମି ବ୍ୟତୀତ  ) କୌଣସି ଜମି ସଂବନ୍ଧରେ ଉକ୍ତ ଦଫା ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଭୂମି- ଖଜଣା ସ୍ଥିର କରିବାରେ ,  ଯାହା ଉପରେ ଅଟ୍ଟାଳିକା କିମ୍ବା ଅନ୍ୟ ନିର୍ମାଣ ଦଣ୍ଡାୟମାନ ହୋଇଥାଏ  , ସେପରିସ୍ଥଳେ କଲେକ୍ଟର , ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ ସେହି ଏକ ପ୍ରକାର ବର୍ଣ୍ଣନୀୟ ଜମିର କୃଷକମାନଙ୍କ ଦ୍ଵାରା ଦେୟ ହାରାହାରି ଖଜଣାର ହାରକୁ ବିଚାର କରିବେ  ।

(୩) ଦଫା ୭ ଅନୁଯାୟୀ ତାଙ୍କ ଦଖଲରେ ଛଡା ଯାଇଥିବା ଜମିଗୁଡିକ ସଂବନ୍ଧରେ , କୋଣସି ମଧ୍ୟସ୍ଥଙ୍କ ଦ୍ଵାରା ଦେୟ ଖଜଣା ସ୍ଥିର କରିବାରେ , କଲେକ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ସୁବିଧା ସହିତ ,  ସେହିପ୍ରକାର ବର୍ଣ୍ଣନୀୟ ଜମି , ନିମନ୍ତେ , ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ହାରାହାରି ଖଜଣା ହାରକୁ ବିଚାରକୁ ନେବେ   ।

[ (୪) ଦଫା ୭ ର ଧାରା (୪) ଅନୁଯାୟୀ , ବନ୍ଦୋବସ୍ତ ନିମନ୍ତେ କୌଣସି  ମଧ୍ୟସ୍ଥଙ୍କ ଦ୍ଵାର ଦେୟ ଖଜଣା ସ୍ଥିର କରିବାରେ , କଲେକ୍ଟର , ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସର୍ବନିମ୍ନ ଶ୍ରେଣୀର ଧାନ ଜମି ନିମନ୍ତେ , ଦଖଲକାରୀ ରୟତଙ୍କ ଦ୍ଵାରା ଦେୟ ଖଜଣାକୁ ବିଚାରକୁ ନେବେ   ।

[5 – “ କ” ଦଫା (ଘ) ଅନୁଯାୟୀ, ବଂଜର ଜମି ଏବଂ ଜଳାଶୟର ବନ୍ଦୋବସ୍ତ :- (1) ଦଫା 8 (ଘ) ଅନୁଯାୟୀ , ଟ୍ରଷ୍ଟ ସମ୍ପତ୍ତିଭାବେ କୌଣସି ସମ୍ପତ୍ତି ଘୋଷଣା ପରେ ପରେ , ଯେତେ ଶୀଘ୍ର ସମ୍ଭବ , ଓଡିଶା ହିନ୍ଦୁ ଧର୍ମ ନୈତିକ ଏଣ୍ଡାଉମେଣ୍ଟ ଆଇନ , 1951 ଅନୁଯାୟୀ ନିଯୁକ୍ତ , ଏଣ୍ଡାଉମେଣ୍ଟ କମିଶନର କିମ୍ବା ୱାକଫ ଆଇନ 1954 ଅନୁଯାୟୀ ଡାକଫବୋର୍ଡ କିମ୍ବା ଜିଲ୍ଲା କଲେକ୍ଟର କିମ୍ବା ଏ ସମ୍ବନ୍ଧରେ ତାଙ୍କ ଦ୍ଵାରା କ୍ଷମତାୟିତ କୌଣସି ଅଧିକାରୀ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗଞି ମଧ୍ୟସ୍ଥଙ୍କ ଦଖଲରେ ଥିବା ବଂଜର ଜମି ଏବଂ ଜଳାଶୟକୁ ଚିହ୍ନଟ କିମ୍ବା ଧାର୍ଯ୍ୟ କରିବା ନିମନ୍ତେ ଅଗ୍ରସର ହେବେ , ଯାହାକି ଠିକ ନ୍ୟସ୍ତିକରଣ ପୂର୍ବରୁ ସଂପୂର୍ଣ୍ଣ ଭାବେ ଧର୍ମନୈତିକ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ହେଉଥିଲା   ।

(2) ବଂଜର ଜମି କିମ୍ବା ଜଳାଶୟ କିମ୍ବା ଉଭୟର ଚିହ୍ନଟ କିମ୍ବା ଧାର୍ଯ୍ୟକରଣ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ପ୍ରତ୍ୟେକ ସ୍ଥଳରେ ତଦନ୍ତ ପରେ ଏବଂ ମଧ୍ୟସ୍ଥଙ୍କୁ ଶୁଣାଣୀର ସୁଯୋଗ ପ୍ରଦାନ କରିବା ପରେ  , କରାଯିବ    ।

(3) ବଂଜର ଜମି କିମ୍ବା ଜଳାଶୟ କିମ୍ବା ଉଭୟର ଚିହ୍ନଟ କିମ୍ବା ଧାର୍ଯ୍ୟକରଣ ଯେଉଁସ୍ଥଳରେ , ଯେପରି ପ୍ରୟୋଗନିଯା , ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଦଖଲ କରାଯିବ   ।

(4) ଦଫା 7 ର ଧାରା (ଘ) ରେ ଉଲ୍ଲେଖିତ କୌଣସି ଜମି କିମ୍ବା ଜଳାଶୟର ବନ୍ଦୋବସ୍ତ , ଏହି ସର୍ତ୍ତର ନିୟନ୍ତ୍ରଣାଧଇଁରେ କରାଯିବ ଯେ ଏପରି କୌଣସି ଜମି କିମ୍ବା ଜଳାଶୟକୁ , ନିମ୍ନଲିଖିତ ପୂର୍ବ ମଞ୍ଜୁରୀ ବ୍ୟତୀତ ବିକ୍ରି , ପଟ୍ଟା , ଦାନ କିମ୍ବା ଅନ୍ୟାନ୍ୟ ହସ୍ତାନ୍ତରଣ କରାଯାଇପାରିବ ନାହିଁ  ।

(୧) ସେହି ସମସ୍ତ ଟ୍ରଷ୍ଟ ସଂବନ୍ଧରେ , ଯାହାକି ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ ୧୯୫୧ ଏବଂ ଶ୍ରୀ ଜଗର୍ନ୍ନାଥ ମନ୍ଦିର ଆଇନ ୧୯୫୬ ଦ୍ଵାରା ପରିଚାଳିତ ଏବଂ ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ ୧୯୫୧ ଅନୁଯାୟୀ ନିଯୁକ୍ତ , ଏଣ୍ଡାଉମେଣ୍ଟ କମିଶନର  ;

(୨) ତା ଅଧୀନରେ ପରିଚାଳିତ ଟ୍ରଷ୍ଟ ସଂବନ୍ଧରେ ‘ ୱାକଫ ‘ଆଇନ ୧୯୫୪ ଅନୁଯାୟୀ ଗଠିତ ‘ୱାକଫ ‘ ବୋର୍ଡ   ।

(୩) ଅନ୍ୟାନ୍ୟ ଧର୍ମନୈତିକ ଟ୍ରଷ୍ଟ ସଂବନ୍ଧରେ , ଜିଲ୍ଲା କଲେକ୍ଟର କିମ୍ବା ତାଙ୍କର ଦ୍ଵାରା କ୍ଷମତାୟୀତ କୌଣସି ଅଧିକାରୀ   ।

(୬,ଦଫା ୮-“ କ” (୧) (୨) ଅନୁଯାୟୀ , ଦାବୀ ଦାଖଲ କରିବା ଏବଂ ତାର ତଦନ୍ତ ପଦ୍ଧତି : - (୧) ଜମି ଓ ଅଟ୍ଟାଳିକାର ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ , ଯାହାକି ଦଫା ୬ କିମ୍ବା ୭ ଅନୁଯାୟୀ ତାଙ୍କ ସହିତ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯାଏ ,  ସେପରିସ୍ଥଳେ ମଧ୍ୟସ୍ଥ ସୂଚୀର ଫର୍ମ ‘ ଜ’ ରେ ଦାବୀ ଦାଖଲ କରିବେ , ଯେଉଁଠିରେ ସେ ଉପଯୁକ୍ତ ଏବଂ ଯଥାଯଥ ଖଜଣାର ସ୍ଥିରୀକରଣ ନିମନ୍ତେ , ଏପରି ସମସ୍ତ ଜମିର ଏକ ସଂପୂର୍ଣ୍ଣ ଏବଂ ସଠିକ ବିବରଣୀ ଏବଂ ବର୍ଣ୍ଣନା ଦାଖଲ କରିବ  ।

(୨) ଦଫା ୮ ର ଉପଦଫା (୩) ଅନୁଯାୟୀ , ବ୍ୟକ୍ତିଗତ ଜାରିର ସର୍ତ୍ତରୁ ଖଲାସ ହୋଇଥିବା କୌଣସି ବ୍ୟକ୍ତି  , ସୂଚୀର ଫର୍ମ -୧ ରେ ଆବେଦନପତ୍ର ଆକାରରେ ବନ୍ଦୋବସ୍ତ ନିମନ୍ତେ , କଲେକ୍ଟରଙ୍କ ସମ୍ମୁଖରେ ତାଙ୍କର ଦାବୀ ଦାଖଲ କରିବେ   ।

(୩) ଉପ- ନିୟମ (୧) କିମ୍ବା (୨) ଅନୁଯାୟୀ କୌଣସି ଆବେଦନପତ୍ର ଏ ସଂବନ୍ଧରେ , ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା ସଠିକ ଭାବେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଯାଞ୍ଚ କରାଯିବ  ।

[୬ – “ କ” ଦଫା ୭(ଘ) (୧) ଅନୁଯାୟୀ , ବଂଜର ଜମି ଏବଂ ଜଳାଶୟର ବନ୍ଦୋବସ୍ତ ନିମନ୍ତେ , ଦାବୀ ଦାଖଲ କରିବା ପଦ୍ଧତି : - ଦଫା ୭(ଘ) ଅନୁଯାୟୀ ତାଙ୍କ ସହିତ , ଜଳାଶୟ ଏବଂ ବଂଜର ଜମି ବନ୍ଦୋବସ୍ତ କରିବା ନିମନ୍ତେ ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ ,  ଏପରି ମଧ୍ୟସ୍ଥ ଫର୍ମ ‘ପ’ ରେ ଏକ ଆବେଦନପତ୍ର ଆକାରରେ ତାଙ୍କର ଦାବୀ ଦାଖଲ କରିବେ , ଯେଉଁତିରେ ସେ ନିୟମ ୫- “ କ ‘ ଉପ- ନିୟମ (୧) ରେ ଉଲ୍ଲେଖିତ ଜମି ଏବଂ ଜଳାଶୟର ଏକ ସଂପୂର୍ଣ୍ଣ ଏବଂ ସଠିକ ବିବରଣୀ ତାର ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବା ନିମନ୍ତେ ଦାଖଲ କରିବେ   ।

(୨) ଉପ- ନିୟମ (୧) ଅନୁଯାୟୀ , କୌଣସି ଆବେଦନ ପର ସେହି ପଦ୍ଧତିରେ କିମ୍ବା ସେପରିଭାବେ ଯାଞ୍ଚ କରାଯିବ , ଯେପରି ଦେୱାନୀ କାର୍ଯ୍ୟ ବିଧି ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ , କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ  ।    ୬- “ ଖ” –ଦଫା ୭- “ କ” ଅନୁଯାୟୀ , ଜମି ଏବଂ ଅଟ୍ଟାଳିକା ବନ୍ଦୋବସ୍ତ ନିମନ୍ତେ ସର୍ତ୍ତାବଳୀ ଏବଂ ଉପଯୁକ୍ତ ତଥା ଯଥାଯଥ ଖଜଣାର ସ୍ଥିରକରଣ   :- (୧) ଦଫା ୭-“ କ” ଅନୁଯାୟୀ ବନ୍ଦୋବସ୍ତ ହୋଇଥିବା ଜମି ଏବଂ ଅଟ୍ଟାଳିକା ସଂବନ୍ଧରେ , ଯଥାଯଥ ଏବଂ ସମାନ ଖଜଣା ସ୍ଥିର କରିବା ନିମନ୍ତେ, ନିୟମ -୫ ରେ ଧାର୍ଯ୍ୟ ପଦ୍ଧତିକୁ ଅନୁସରଣ କରାଯିବ  ।

(୨) ଦଫା ୭- - “ କ” ଅନୁଯାୟୀ ଜମି କିମ୍ବା ଅଟ୍ଟାଳିକା କିମ୍ବା ଉଭୟର ବନ୍ଦୋବସ୍ତ ଏହି ସର୍ତ୍ତର ନିୟନ୍ତ୍ରଣାଧିନ ହେବ ଯେ ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରୀ ବୀନା , ଏପରି କୌଣସି ଜମି କିମ୍ବା ଅଟ୍ଟାଳିକାର ହସ୍ତାନ୍ତରଣ କିମ୍ବା ପଟ୍ଟା କରାଯାଇପାରିବ ନାହିଁ ଏବଂ ଏପରି ମଞ୍ଜୁରୀ ବିନା କରାଯାଇଥିବା ହସ୍ତାନ୍ତରଣ କିମ୍ବା ପଟ୍ଟା , ଅସିଦ୍ଧ ହେବ  ।

୭. ଦଫା ୮ ଅନୁଯାୟୀ , ଜମିର ବନ୍ଦୋବସ୍ତ ନିମନ୍ତେ ପଦ୍ଧତି ଏବଂ ସର୍ତ୍ତାବଳୀ   :- (୧) କୌଣସି ବ୍ୟକ୍ତି , ଜେକି ଦଫା ୮ ର ଉପ-ଦଫା (୩) ଅନୁଯାୟୀ ବ୍ୟବସ୍ଥାୟୀତ ସେବା ସର୍ତ୍ତାବଳୀରୁ ଖଲାସ ହୋଇଛନ୍ତି , ଶେଠୀରେ ସେ ଏପରି ରୟତି ଅଧିକାର ଗ୍ରହଣ କରିବେ , ଯେପରି କଲେକ୍ଟରଙ୍କ ଦ୍ଵାରା ସ୍ଥିର କରାଯାଇପାରେ ଏବଂ ଏପରି ଖଜଣା , ସେବା ରହିତିକରଣ ତାରିଖରୁ ପ୍ରଦାନ କରିବା ନିମନ୍ତେ ଦାୟୀ ରହିବେ , ଯେପରି କଲେକ୍ଟରଙ୍କ ଦ୍ଵାରା , ଉପଯୁକ୍ତ ଏବଂ ଯଥାଯଥ ବୋଲି ଆକଳନ କରାଯିବ  ।

(୨) ଉପଯୁକ୍ତ ଏବଂ ଯଥାଯଥ ଖଜଣା ସ୍ଥିର କରିବାରେ , କଲେକ୍ଟର , ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକପ୍ରକାର ବର୍ଣ୍ଣନୀୟ ଏବଂ ସେହି ପ୍ରକାର ସୁବିଧାଥିବା ଜମି ନିମନ୍ତେ ଦାଖଲକାରୀ ରୟତଙ୍କ ଦ୍ଵାରା ଦେୟ ଖଜଣା ହାରାହାରି ହାରକୁ , ବିବେଚନା କରିବେ   ।

[୭-“ କ” ଏହି ଆଇନର ଦଫା ୮ – “ ଖ” ଅନୁଯାୟୀ ଆଦାୟ କରାଯିବାକୁ ଥିବା ଖଜଣା , ଏହି ଆଇନର ଦଫା ୬ କିମ୍ବା ୭ କିମ୍ବା ଦଫା ୮ ର ଉପଦଫା (୩) ଅନୁଯାୟୀ କାର୍ଯ୍ୟାନୁଷ୍ଠାନର , ଚୁଡାନ୍ତ ଫଇସଲା ତାରିଖରୁ , କ୍ରମାନୁଗତିକ ହାରରେ , ସୁଧ ବହନ କରିବ   ।

ଉଲ୍ଲେଖଥାଉ ଯେ , ଏପରି କୌଣସି ସୁଧ ଦେୟ ହେବ ନାହିଁ   ।  ଯଦି ଏପରି ଖଜଣା ସେହି ତାରିଖରୁ , ଏକ ବର୍ଷ ମଧ୍ୟରେ ପ୍ରଦାନ କରାଯାଏ  ।

[୩(୭-ଖ) ଦଫା ୮-“ କ” (୪) ଅନୁଯାୟୀ ,  ତଦନ୍ତ ପଦ୍ଧତି :- ଦଫା ୮ – “ କ” ର ଉପ-ଦଫା ୪ ଅନୁଯାୟୀ , କଲେକ୍ଟରଙ୍କ ଦ୍ଵାରା ପରିଚାଳିତ କରାଯିବାକୁ ଥିବା ତଦନ୍ତ , ସଂକ୍ଷିପ୍ତ ପ୍ରକୃତିର ହେବ   । ସେମାନଙ୍କର ଦାବୀର ସମର୍ଥନରେ , ସେମାନଙ୍କର ସାକ୍ଷୀ ଏବଂ ଦଲିଲ  ସହିତ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ , ତାଙ୍କ ସମ୍ମୁଖରେ ଉପସ୍ଥିତ ହେବା ନିମନ୍ତେ , କଲେକ୍ଟର  ପକ୍ଷମାନଙ୍କୁ ସୂଚନା ନିର୍ଗମ କରିବେ   ।  ଯଦି କୌଣସି ପକ୍ଷ ,  କୌଣସି ସାକ୍ଷୀର  ଉପସ୍ଥିତ ନିମନ୍ତେ କିମ୍ବା ଦଲିଲର ଉପସ୍ଥାପନା ନିମନ୍ତେ ଇଚ୍ଛା ପ୍ରକାଶ କରନ୍ତି , କଲେକ୍ଟର ସେହି ଅନୁଯାୟୀ ଆହ୍ଵାନ କରିବେ ,  ଯଦି କଲେକ୍ଟରଙ୍କ ଦ୍ଵାରା ଧାର୍ଯ୍ୟ ଯଥାଯଥା ସମୟ ମଧ୍ୟରେ ଆବଶ୍ୟକ ଆଦେଶିକ ଶୁକ୍ଳ ଏବଂ ସାକ୍ଷ୍ୟମାନଙ୍କର ଖର୍ଚ୍ଚ ଜମା କରାଯାଏ   । ଯଦି କଲେକ୍ଟର ଯେପରି ଉପଯୁକ୍ତ ମନେ କରନ୍ତି , ତା ହେଲେ ସେ ସ୍ଥାନୀୟ ତଦନ୍ତ କରିବା ନିମନ୍ତେ ଜଣେ ଅଧିକାରୀଙ୍କୁ ପ୍ରେରଣ କରିପାରନ୍ତି ଏବଂ ଏପରି ପ୍ରେରିତ ଅଧିକାରୀଙ୍କର ବିବରଣୀ , ଉକ୍ତ ମୋକଦ୍ଦମା ରେ ଏକ ଅଂଶ ଗଠନ କରିବ   । \

“ ଉଚିତ ମନେ କରିବା  “ ର ଅର୍ଥ – “ କ” – ୧୯୮୩ । ସୁପ୍ରିମକୋର୍ଟ -୯୯୦ “କ’ -୧୯୬୨ ସୁପ୍ରିମକୋର୍ଟ – ୭୫୩ ,୧୯୭୩ (୧) ସିଡବ୍ଲ୍ୟୁଆର – ୭୬)   ।

[୮- “ କ” ଦଫା ୯(୧) ଅନୁଯାୟୀ , ଅପିଲ ଫଇସଲା ନିମନ୍ତେ , ପଦ୍ଧତି  :- (୧) ଦଫା ୩- “ ଖ” ର ଉପ-ଦଫା (୪) ,  ଦଫା  ୫ ର ଧାରା (ଜ), (ଝ)ଏବଂ (କେ) : ଦଫା ୬ କିମ୍ବା ୭ ର ଉପ-ଦଫା (୧) ଦଫା ୮ ର ଉପ-ଦଫା (୩) ଏବଂ ଦଫା ୮ – “ କ” ର ଉପ-ଦଫା (୩) ଏବଂ (୪) ଅନୁଯାୟୀ , କଲେକ୍ଟରଙ୍କ କୌଣସି ଆଦେଶ ବିରୁଦ୍ଧରେ ଅପିଲ, ଫଇସଲା କରିବାରେ , ରାଜସ୍ୱ ପରିଷଦ ଦ୍ଵାରା ଅନୁସରଣ କରାଯିବାକୁ ଥିବା ପଦ୍ଧତି , ଦେବନି କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୮୦) ର ଅର୍ଡର ୪୧ ଅନୁଯାୟୀ ବ୍ୟବସ୍ଥାୟିତ ପରେ ହେବ  ।

[୮- “ ଖ” –ଦଫା ୮- “ କ” (୫) ଅନୁଯାୟୀ , ଟ୍ରିବ୍ୟୁନାଳକୁ ଉଲ୍ଲେଖ ନିମନ୍ତେ ଦାବୀ ଦାଖଲ କରିବା ପଦ୍ଧତି  :

(୧) ଏହା ଦାବୀକରି , ଦଫା ୮-“ କ” ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଦ୍ଵାରା କୌଣସି ଆବେଦନ ପତ୍ର ଯେ ତାଙ୍କ ଦ୍ଵାରା ଧାରିତ ସମ୍ପତ୍ତି ଏକ ଟ୍ରଷ୍ଟ ସମ୍ପତ୍ତି ଅଟେ , ତାହା ସୂଚୀର ଫର୍ମ “ ଏଲ “ ରେ ଦାଖଲ କରାଯିବ ଏବଂ ତାହା ଆବେଦନକାରୀ କିମ୍ବା ସେ ସଂବନ୍ଧରେ ତାଙ୍କ ଦ୍ଵାରା କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା , ଦେୱାନୀ କାର୍ଯ୍ୟ ବିଧି ସଂହିତା ୧୯୦୮, (୫/୧୯୦୮) ଅନୁଯାୟୀ କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଯାଞ୍ଚ କରାଯିବ  । ଏପରି ଆବେଦନପତ୍ର , ତା ର ତିନୋଟି ପ୍ରତିଲିପି ଦ୍ଵାରା ଦାଖଲ କରାଯିବ ଏବଂ ବ୍ୟକ୍ତିଗତଭାବେ କିମ୍ବା କୌଣସି କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ କଲେକ୍ଟରଙ୍କ ନିକଟରେ ଦାଖଲ କରାଯିବ କିମ୍ବା ପ୍ରାପ୍ତି ସ୍ଵୀକାର ପତ୍ର ସହିତ , ରେଜିଷ୍ଟ୍ରି ଡାକ୍ତ ଦ୍ଵାରା , ପ୍ରେରଣ କରାଯିବ  ।

(୨) ଜିଲ୍ଲା କଲେକ୍ଟର, ଦଫା ୮-“କ” (୫)ମ ଅନୁଯାୟୀ କୌଣସି ଉଲ୍ଲେଖ କରିବା ସମୟରେ , ଟ୍ରିବ୍ୟୁନାଲଙ୍କୁ , ଏପରି ଆବେଦନପତ୍ରର ତିନୋଟି ନକଲ ପ୍ରେରଣ କରିବେ  ।

୮. “ ଗ” ଦଫା ୮- “ଙ” ଅନୁଯାୟୀ , ଉଲ୍ଲେଖ ପ୍ରକାଶନ କରିବା ପଦ୍ଧତି   :- (୧) ଦଫା ୮-“ କ” (୫) ଅନୁଯାୟୀ  , କଲେକ୍ଟରଙ୍କ ଠାରୁ ଉଲ୍ଲେଖ ଗ୍ରହଣ କରିବା ପରେ  , ଟ୍ରିବ୍ୟୁନାଲ ସେଥି ସହିତ ଗୃହିତ ସମସ୍ତ ଉଲ୍ଲେଖ ର ବିବରଣୀଙ୍କୁ , ତାଙ୍କ କାର୍ଯ୍ୟାଳୟର ସୂଚନା ପଟ୍ଟାରେ ତଥା ସେହି ଗ୍ରାମର କୌଣସି ଆଖି ଦୃଶିଆ ସ୍ଥାନରେ ପ୍ରକାଶନ କରିବେ ଏବଂ ତାହା ପକାସନ କରିବା ସମୟରେ ଇତ୍ସୁକ ବ୍ୟକ୍ତିମାନଙ୍କ ଠାରୁ ଆପତ୍ତି ମଧ୍ୟ ଆହ୍ଵାନ କରିବେ   ।

(୨) ଉକ୍ତ ବିବରଣୀ ଏକ ନକଲକୁ ମଧ୍ୟ ନିମ୍ନ ବ୍ୟକ୍ତିଙ୍କୁ , ରେଜେଷ୍ଟ୍ରି ଡାକ ଯୋଗେ ପ୍ରେରଣ କରାଯିବ   ।

(୧) ଏଣ୍ଡାଉମେଣ୍ଟ – କମିଶନର : ଯେଉଁ ସ୍ଥଳରେ ଏପରି ଟ୍ରଷ୍ଟ ସଂପତ୍ତି , କୌଣସି ହିନ୍ଦୁ ଧର୍ମନୈତିକ ଆନୁଷ୍ଠାନିକ ହୋଇଥାଏ   ।

(୧) “ ୱାକଫ ବୋର୍ଡ “ ଯେଉଁ ସ୍ଥଳରେ ତାହା କୌଣସି ମୁସଲିମ ୱାକଫର ହୋଇଥାଏ  ।

(୩) ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ , ଜିଲ୍ଲା କଲେକ୍ଟର ଙ୍କୁ  ।

୮- :”ଘ” ଆପତ୍ତି ଦାଖଲ :- (୧) ନିୟମ ୮ – “ ଗ” ର ଉପ-ନିୟମ (୧) ର ବ୍ୟବସ୍ଥାବଳୀ ଅନୁଯାୟୀ ଦାଖଲ କରାଯାଇଥିବା କୌଣସି ଆପତ୍ତି , ସେହି କାରଣ ଧାରଣ କରିଥିବ , ଯାହା ଉପରେ ଏପରି ଆପତ୍ତି ସମ୍ପୃକ୍ତ ଏବଂ ଟ୍ରିବ୍ୟୁନାଲଙ୍କର ସୂଚନା ପଟ୍ଟାରେ , ଉକ୍ତ ପ୍ରକାଶନ ତାରିଖରୁ ୩୦ ଦିନ ମଧ୍ୟରେ , ତିନୋଟି ପ୍ରତିଲିପିରେ ଦାଖଲ କରାଯିବ   ।

(୨) ଆପତ୍ତି ଆବେଦନପତ୍ରର ନକଲ , ଟ୍ରିବ୍ୟୁନାଲଙ୍କ  ଦ୍ଵାରା , ଏଣ୍ଡାଉମେଣ୍ଟ – କମିଶନର “ କିମ୍ବା “ ୱାକଫ – ବୋର୍ଡ ‘ କିମ୍ବା କଲେକ୍ଟରଙ୍କୁ ପ୍ରେରଣ କରାଯିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗଞି ଏବଂ ସମ୍ପୃକ୍ତ ଟ୍ରଷ୍ଟିମାନଙ୍କୁ ମଧ୍ୟ ପ୍ରେରଣ କରାଯିବ   ।

୮-“ ଙ’ ଶୁଣାଣୀର ତାରିଖ ଧାର୍ଯ୍ୟ କରିବା  :- ସମସ୍ତ ଆପତ୍ତି ଗ୍ରହଣ କରିବା ପରେ , ଟ୍ରିବ୍ୟୁନାଲ ଏକ ଶୁଣାଣୀ ତାରିଖ ଧାର୍ଯ୍ୟ କରିବେ ଏବଂ ସମ୍ପୃକ୍ତ ପକ୍ଷମାନଙ୍କୁ ତାର ସୂଚନା ପ୍ରଦାନ କରିବେ ଏବଂ ‘ ଏଣ୍ଡାଉମେଣ୍ଟ କମିଶନର କିମ୍ବା “ ୱାକଫ ବୋର୍ଡ” କିମ୍ବା ଜିଲ୍ଲା କଲେକ୍ଟରଙ୍କୁ  , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟଙ୍କୁ ମଧ୍ୟ ତାହା ସୂଚିତ କରିବେ , ଯଦି ଏପରି କମିଶନର କିମ୍ବା ବୋର୍ଡ କିମ୍ବା କଲେକ୍ଟରଙ୍କୁ ଏକ ପକ୍ଷଭାବେ ସଂଯୁକ୍ତ କରାଯାଇ ନଥାଏ   ।

୮ –“ ଚ” – ଟ୍ରିବ୍ୟୁନାଲଙ୍କ ସିଦ୍ଧାନ୍ତ , କଲେକ୍ଟର ଏବଂ ଅନ୍ୟମାନଙ୍କୁ ସୂଚିତ କରାଯିବ :-  କୌଣସି ସଂପତ୍ତି ଏକ ଟ୍ରଷ୍ଟ ସଂପତ୍ତିକୁ ନୁହେଁ , ସେ ସଂବନ୍ଧରେ ଟ୍ରିବ୍ୟୁନାଲଙ୍କ ଆଦେଶ ଗ୍ରହଣ କରିବା ପରେ , କଲେକ୍ଟର ଯେକି ଟ୍ରିବ୍ୟୁନାଲଙ୍କୁ ଏପରି ଉଲ୍ଲେଖ କରିଥିଲେ , ସେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଉକ୍ତ ଆଦେଶ ସୂଚିତ କରିବେ ଏବଂ ଓଡିଶା ପର୍ଯ୍ୟବେକ୍ଷଣ  ଏବଂ ବନ୍ଦୋବସ୍ତ ନିୟମାବଳୀ, ୧୯୬୨ ଅନୁଯାୟୀ , ଖତିୟାନର ରକ୍ଷଣାବେଖାନା ସହିତ ନ୍ୟସ୍ତ ଥିବା ଅଧିକାରୀଙ୍କୁ ମଧ୍ୟ , ତାହା ସୂଚିତ କରିବେ   ।

୯. ଟ୍ରିବ୍ୟୁନାଲଙ୍କ ଦ୍ଵାରା ଅନୁସରଣ କରାଯିବାକୁ ଥିବା ପଦ୍ଧତି :- (୧) ଦଫା ୧୩ ର ଉପ-ଦଫା (୩) ଦଫା ୩୦ ର ଉପଦଫା (୪) କିମ୍ବା ଦଫା ୩୬ କିମ୍ବା ଦଫା ୩୭ ର ଉପ –ଦଫା (୪) ଅନୁଯାୟୀ ନିଯୁକ୍ତ ଟ୍ରିବ୍ୟୁନାଲ ଏପରି ପଦ୍ଧତି ଅନୁସରଣ କରିବେ , ଯେପରି ଦେୱାନି କାର୍ଯ୍ୟବିଧି ସଂହିତା , ୧୯୦୮ ଅନୁଯାୟୀ , ମୋକଦ୍ଦମାର ବିଚାର ନିମନ୍ତେ ଉଲ୍ଲେଖିତ  ।

(୨) ଶପଥପାଠ ଉପରେ ସାକ୍ଷ ଗ୍ରହଣ କରିବା ଏବଂ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କରିବା ଏବଂ ଦଲିଲର ଉପସ୍ଥାପନାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ , ଟ୍ରିବ୍ୟୁନାଲଙ୍କର ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ ଅନୁଯାୟୀ କୌଣସି ଦେୱାନୀ ନ୍ୟାୟଳୟଙ୍କର ସମସ୍ତ କ୍ଷମତା ରହିବ ଏବଂ ଫୌଜଦାରି କାର୍ଯ୍ୟବିଧି ସଂହିତାର ଅଧ୍ୟାୟ ୩୫ ଏବଂ ୧୯୫ ର ଉଦ୍ଦେଶ୍ୟରେ ଏପରି ଟ୍ରିବ୍ୟୁନାଲକୁ ଏକ ନ୍ୟାୟଳୟ ଭାବେ ଧରାଯିବ   ।

(୩) ଖର୍ଚ୍ଚ ଆବଣ୍ଟନ ନିମନ୍ତେ , ଟ୍ରିବ୍ୟୁନାଲ ଦେୱାନୀ କାର୍ଯ୍ୟବିଧି ସଂହିତା ୧୯୦୮ ର ଦଫା ୩୫ ରେ ଉଲ୍ଲେଖିତ ସେହି ଏକା ନୀତି ଅନୁସରଣକରିବେ   ।

(୪)(କ) ଯଦି କୌଣସି ସରକାରୀ କର୍ମଚାରୀ ବ୍ୟତୀତ ,ଅନ୍ୟକୌଣସି ବ୍ୟକ୍ତି , ଟ୍ରିବ୍ୟୁନାଲର ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି , ସେପରିସ୍ଥଳେ ସେ ଏପରି “ ଫିସ “ ନିମନ୍ତେ ହକଡାର ହେବେ , ଯେପରି ସମୟାନୁକ୍ରମେ , ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ  ।

(ଖ) ଉପ- ନିୟମ (୧) ଅନୁଯାୟୀ ଧାର୍ଯ୍ୟ “ ଫିସ “ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯିବ   ।

[୯ – “ କ” (୧) : ଦଫା ୧୩ – “ ଘ” ଅନୁଯାୟୀ ଦାବୀ ଏବଂ ଉଲ୍ଲେଖ ଦାଖଲ କରିବା ପଦ୍ଧତି  : - (୧)ଦଫା ୧୩ “ ଘ” ଅନୁଯାୟୀ କୌଣସି ଟ୍ରଷ୍ଟ ସଂପତ୍ତି ସଂବନ୍ଧରେ ଟ୍ରଷ୍ଟିଙ୍କ ଦ୍ଵାରା କୌଣସି ଆବେଦନପତ୍ର , ଫର୍ମ “ ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୦୮)” ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ , କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ , ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା , ସେ ସଂବନ୍ଧରେ କ୍ଷମତାୟିତ ପ୍ରତିନିଧିଙ୍କ ଦ୍ଵାରା ଯାଞ୍ଚ କରାଯିବ  ।

[୯-“କ” (୧) ଦଫା ୧୩-“ଘ” ଅନୁଯାୟୀ କୌଣସି ଟ୍ରଷ୍ଟ ସଂପତ୍ତି ସଂବନ୍ଧରେ ଟ୍ରଷ୍ଟିଙ୍କ ଦ୍ଵାରା କୌଣସି ଆବେଦନପତ୍ର , ଫର୍ମ “ ଏଲ” ରେ କରାଯିବ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ , (୫/୧୯୦୮) ଅନୁଯାୟୀ , କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଆବେଦନକାରୀ କିମ୍ବା ତାଙ୍କ ଦ୍ଵାରା , ସେ ସଂବନ୍ଧରେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା , ସେ ସଂବନ୍ଧରେ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ଯାଞ୍ଚ କରାଯିବ   ।

(୨) ଏପରି ଆବେଦନପତ୍ର , ତାର ତିନୋଟି ପ୍ରତିଲିପି ଦ୍ଵାରା ସହିତ ବ୍ୟକ୍ତିଗତଭାବେ କିମ୍ବା କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ କୃତ୍ତିତ୍ଵ ଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ଉପସ୍ଥାପନ କରାଯିବ କିମ୍ବା ପ୍ରାପ୍ତି ସ୍ଵୀକାର ପତ୍ର ସହିତ ଡାକ ଯୋଗେ ପ୍ରେରଣ କରାଯିବ  ।

(୩) ଉକ୍ତ ଦଫା ଅନୁଯାୟୀ , କୌଣସି ଉଲ୍ଲେଖ କରିବା ସମୟରେ , ଜିଲ୍ଲା କଲେକ୍ଟର , ମଧ୍ୟ ଉକ୍ତ ଆବେଦନ ପତ୍ରର ତିନୋଟି ନକଲ , ଟ୍ରିବ୍ୟୁନାଲ ଙ୍କୁ ପ୍ରେରଣ କରିବେ  ।

୯-“ଖ” : ଦଫା ୧୩- “ ଛ “ ଅନୁଯାୟୀ ଦାବୀ ଏବଂ ଉଲ୍ଲେଖରେ ପ୍ରକାଶନ  ପଦ୍ଧତି  : :- (୧) ଦଫା ୩ – “ କ” ରେ ଯେପରି ସଂଜ୍ଞାୟୀତ , ନ୍ୟସ୍ତିକାରଣ ବିଜ୍ଞପ୍ତି ତାରିଖରୁ ତିନିମାସ ସମୟରେ ସମାପ୍ତି ପରେ , ଟ୍ରିବ୍ୟୁନାଲ ଦଫା ୧୩-“ ଘ” ଅନୁଯାୟୀ ଗୃହିତ ସମସ୍ତ ଦାବୀ ଏବଂ  ଉଲ୍ଲେଖିତ ବିବରଣୀକୁ , ତାଙ୍କ କାର୍ଯ୍ୟାଳୟର ସୂଚନା ପଟ୍ଟା ଏବଂ ସେହି ଗ୍ରାମର କୌଣସି ଆଖିଦୃଶିଆ ଷ୍ଠାନରେ ପ୍ରକାଶନ କରିବେ ଯେଉଁଠାରେ ଏପରି ଟ୍ରଷ୍ଟ ସଂପତ୍ତି ସ୍ଥିତ ଅଟେ ଏବଂ ତାହା ପ୍ରକାଶନ କରିବା ସମୟରେ ଇତ୍ସୁକ ବ୍ୟକ୍ତିମାନଙ୍କ ଠାରୁ ମଧ୍ୟ ଆହ୍ଵାନ କରିବେ   ।

(୨) ଉକ୍ତ ବିବରଣୀର ଏକ ନକଲ ମଧ୍ୟ , ରେଜେଷ୍ଟ୍ରି , ଡାକଯୋଗେ , ନିମ୍ନ ବ୍ୟକ୍ତିମାନଙ୍କୁ ପ୍ରେଣ କରାଯିବ  :-

(କ) “ ଏଣ୍ଡାଉମେଣ୍ଟ – କମିଶନର “ ଯେଉଁ ସ୍ଥଳରେ ଏପରି ଟ୍ରଷ୍ଟ ସଂପତ୍ତି , କୌଣସି ହିନ୍ଦୁ ଧର୍ମନୈତିକ ଅନୁଷ୍ଠାନର ହୋଇଥାଏ   ।

(ଖ) “ ୱାକଫ ବୋର୍ଡ “ ଯେଉଁ ସ୍ଥଳରେ ତାହା କୌଣସି ମୁସଲିମ ୱାକଫର ହୋଇଥାଏ   ।

୯- “ଗ“ ଆପତ୍ତିର ଦାଖଲ : (୧) ନିୟମ ୯-“ ଖ” ଅନୁଯାୟୀ କୌଣସି ଆପତ୍ତି ,ସେହି ସମସ୍ତ କାରଣ ଧାରଣ କରିବ , ଯାହା ଉପରେ ଆପତ୍ତିକାରୀ ଆସ୍ଥା ସ୍ଥାପନ କରେ ଏବଂ ଟ୍ରିବ୍ୟୁନାଲ ସୂଚନା ପଟ୍ଟାରେ , ଉକ୍ତ ନିୟମ ଅନୁଯାୟୀ , ଉକ୍ତ ବିବରଣୀ ପ୍ରକାଶନ ତାରିଖ ର , ତିରିଶ ଦିନ ମଧ୍ୟରେ , ତିନି ପ୍ରତିଲିପାରେ ଦାଖଲ କରାଯିବ  ।

୯-“ ଗ” : ଆପତ୍ତିର ଦାଖଲ  : (୧) ନିୟମ ୯- ଖଅନୁଯାୟୀ କୌଣସି ଆପତ୍ତି , ସେହି ସମସ୍ତ କାରଣ ଧାରଣ କରିବ , ଯାହା ଉପରେ ଆପତ୍ତିକାରୀ ଆସ୍ଥା ସ୍ଥାପନ କରେ   ,  ଏବଂ ଟ୍ରିବ୍ୟୁନାଲ ସୂଚନା ପଟ୍ଟାରେ , ଉକ୍ତ ନିୟମ ଅନୁଯାୟୀ , ଉକ୍ତ ବିବରଣୀ ପ୍ରକାଶନ ତାରିଖର , ତିରିଶ ଦିନ ମଧ୍ୟରେ , ତିନି ପ୍ରତିଲିପିରେ ଦାଖଲ କରାଯିବ   ।

(୨) ଏପରି ଆପତ୍ତି ଦରଖାସ୍ତର ନକଲ “ ଏଣ୍ଡାଉମେଣ୍ଟ କମିଶନର “ କିମ୍ବା “ ୱାକଫ ବୋର୍ଡ : କୁ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଟ୍ରିବ୍ୟୁନାଲଙ୍କ ଦ୍ଵାରା ପ୍ରେରଣ କରାଯିବ ସହିତ , ସମ୍ପୃକ୍ତ ଟ୍ରଷ୍ଟିଙ୍କୁ ମଧ୍ୟ ପ୍ରେରଣ କରାଯିବ  ।

୯- ‘”ଘ”   : ଶୁଣାଣୀ ତାରିଖର ଧାର୍ଯ୍ୟ କରଣ  : ଏପରି ସମସ୍ତ ଆପତ୍ତି ଗୃହିତ ହେବା ପରେ , ଟ୍ରିବ୍ୟୁନାଲ ଏକ ଶୁଣାଣୀ ତାରିଖ ଧାର୍ଯ୍ୟ କରିବେ ଏବଂ ସମ୍ପୃକ୍ତ ପକ୍ଷମାନଙ୍କୁ ତଥା ଏଣ୍ଡାଉମେଣ୍ଟ କମିଶନର କିମ୍ବା “ ୱାକଫ ବୋର୍ଡ “ ଙ୍କୁ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ତାର ସୂଚନା ପ୍ରଦାନ କରିବେ , ଯଦି ସେମାନେ ପୂର୍ବରୁ ପକ୍ଷଭାବେ ଅନ୍ତର୍ଭୁକ୍ତ ହୋଇନଥାଆନ୍ତି  ।

୯ “ ଙ” : କଲେକ୍ଟରଙ୍କୁ , ଟ୍ରିବ୍ୟୁନାଲଙ୍କ ସିଦ୍ଧାନ୍ତ ସୁସଚିତ କରାଯିବ : ଟ୍ରଷ୍ଟ – ସଂପତ୍ତିଭାବେ ଘୋଷିତ କୌଣସି ସଂପତ୍ତି ଘୋଷଣା ଉପରେ , ଟ୍ରିବ୍ୟୁନାଲ , ଯେତେ ଶୀଘ୍ର ସମ୍ଭବ , ସମ୍ପୃକ୍ତ ଜିଲ୍ଲା କଲେକ୍ଟରଙ୍କୁ ଏବିଷୟ ସୂଚିତ କରିବେନ  ।

୧୦. ଋଣଦାତା ଏବଂ ରକ୍ଷଣାବେକ୍ଷଣାକାରୀଙ୍କୁ ଦ୍ଵାରା ଦାବୀର ବିଜ୍ଞପ୍ତି ସଂବନ୍ଧରେ ପଦ୍ଧତି  : (୧) ପ୍ରତ୍ୟେକ ଋଣଦାତା , ଯାହାଙ୍କର ଋଣ , କୌଣସି ସଂପତ୍ତିର ବନ୍ଧକ ଉପରେ ନିଶ୍ଚିତ କରାଯାଇଥାଏ କିମ୍ବା କୌଣସି ସଂପତ୍ତି ଉପରେ ଭାର ହୋଇଥାଏ କିମ୍ବା ତାର ଅଂସ ଯାହାକି ଦଫା ୩ ଅନୁଯାୟୀ , ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଥାଏ ଏବଂ କୌଣସି ସଂପତ୍ତିରେ ଭରଣପୋଷଣଧାଡ଼ି , ଯାହାର ଉତ୍ତରାଧିକାରୀ , ପ୍ରାଥମିକଥା ଆଇନ ଦ୍ଵାରା ପରିଚାଳିତ ଏବଂ ଯେକି ଭରଣାପୋଷଣ ପରିବର୍ତ୍ତେ କୌଣସି ଆର୍ଥିକ ଭତ୍ତା ଗ୍ରହଣ କରୁଥାଆନ୍ତି , ଯାହାକି ଏପରି ସଂପତ୍ତି ଉପରେ ଏକ ଭାର ହୋଇଥାଏ ଏବଂ ଉକ୍ତ ଦଫାର ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଥାଏ , ତାହା ଏପରି ନ୍ୟସ୍ତିକରଣ ତାରିଖରୁ ଛଅମାସ ମଧ୍ୟରେ କିମ୍ବା ସେହି ତାରିଖରୁ କିମ୍ବା ଦଫା ୫ ର ଧାରା (ଜ) ର ବ୍ୟବସ୍ଥାବଳୀ ଅନୁଯାୟୀ ଯେବେ ଏପରି ଋଣଦାତାଙ୍କୁ ବେ-ଦଖଲ କରାଗଲା କିମ୍ବା ଦାବୀ ଅଧିକାରୀଙ୍କ ନିଯୁକ୍ତି ତାରିଖରୁ ତିନିମାନ ମଧ୍ୟରେ , ତନ୍ମଧ୍ୟରୁ ଯେଉଁ ତାରିଖ ଖର୍ଚ୍ଚ ଶୀଘ୍ର ହୋଇଥିବ , ତାଙ୍କ ଦାବୀର ନିମ୍ନଲିଖିତ ବିବରଣୀ ପ୍ରଦାନ କରି ,  ଦାବୀ ଅଧିକାରୀଙ୍କ ସମ୍ମୁଖରେ , ଲିଖିତଭାବେ ଏକ ଦରଖାସ୍ତ ଦଖଲ ଦ୍ଵାରା , ତାଙ୍କ ଦାବୀ ସୂଚିତ କରିବେ   , ଯଥା  : -

  • ଋଣଦାତା ଏବଂ ଭରଣପୋଷଣଧାରୀଙ୍କ ନାମ ଏବଂ ଠିକଣା
  • ମଧ୍ୟସ୍ଥଙ୍କ ନାମ ଏବଂ ଠିକଣା ;
  • ଅଗ୍ରୀମଭାବେ ପ୍ରଦାନ କରାଯାଇଥିବା ମୂଳ ଅର୍ଥରାସୀ କିମ୍ବା ଭତ୍ତା ଅର୍ଥରାଶୀର ପରିମାଣ , ଯାହାକି ଭରଣପୋଷଣଧାରୀ , ଗ୍ରହଣ କରିବା ନିମନ୍ତେ ହକଦାର ଅଟନ୍ତି  ।
  • ସଂପତ୍ତିର ତାଭଜୀ କିମ୍ବା ଖେୱାତ ସଂଖ୍ୟା କିମ୍ବା ଅନ୍ୟ କୌଣସି ବିବରଣୀ , ଯାହାକି ବନ୍ଧକ ଦିଆଯାଇଛି କିମ୍ବା ଭାରାକ୍ରାନ୍ତ ହୋଇଛି  (ଯଦି ସଂପତ୍ତିର କୌଣସି ଅଂଶକୁ ବନ୍ଧକ ଦିଆଯାଇଥାଏ କିମ୍ବା ଭାରାକ୍ରାନ୍ତ କରାଯାଇଥାଏ  ) ।  ଯେଉଁ ଅଂଶ ବନ୍ଧକ ଦିଆଯାଇଛି କିମ୍ବା ଭାରାକ୍ରାନ୍ତ କରାଯାଇଛି , ତାହା ଏଠାରେ ଉଲ୍ଲେଖ କରାଯିବ ) କିମ୍ବା ସେହି ସଂପତ୍ତିର ତାଭଜି ଏବଂ ଖେୱାତ ସଂଖ୍ୟା କିମ୍ବା କୌଣସି ବିବରଣୀ ଯାହାଦ୍ଵାରା ସଂପତ୍ତିକୁ ଚିହ୍ନଟ କରାଯାଇପାରିବ କିମ୍ବା ସଂପତ୍ତିକୁ ଚିହ୍ନଟ କରିବା ନିମନ୍ତେ ଅନ୍ୟ କୌଣସି ବିବରଣୀ , ଯାହା ଉପରେ ଭରଣପୋଷଣ ଭତ୍ତାକୁ ଭାରାକ୍ରାନ୍ତ କରାଯାଇଛି   ।
  • ଦାବୀର ଭିତ୍ତି ଗଠନ କରୁଥିବା ଦଲିଲର ଏକ ପ୍ରମାଣିତ କିମ୍ବା ସଠିକ ନକଲ   ।
  • ଋଣ – ଦାତାଏନକେ ଦ୍ଵାରା ଆଦାୟ କରାଯାଇଥିବା ବନ୍ଧକ ସଂପତ୍ତିରୁ ସମୁଦାଯ ଲାଭ କିମ୍ବା ସୁଧ ଅର୍ଥରାସୀ , ଏବଂ   ।
  • ଅନ୍ୟ କୌଣସି ବିବରଣୀ , ଯାହାକି ଋଣଦାତା କିମ୍ବା ଭରଣାପୋଷଣଧାଡ଼ିଙ୍କ ଦାବୀ ସ୍ଥିର କରିବା ନିମନ୍ତେ ଆବଶ୍ୟକ ହୋଇପାରେ  ।
  • ଋଣ ଦାତା କିମ୍ବା ଭରଣାପୋଷଣକାରୀଙ୍କ ଦ୍ଵାରା  ଦାବୀ ଆବେଦନପତ୍ର , ଦୈତ୍ୟ  ନକଲରେ ଦଖଲ କରାଯିବ ଏବଂ ସେହି ପରିଭାବେ ଯାଞ୍ଚ କରାଯିବ , ଯେପରି ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ ରେ ଅର୍ଜିର ଯାଞ୍ଚ ନିମନ୍ତେ ଉଲ୍ଲେଖ କରାଯାଇଛି   ।

୧୧. ଋଣ – ଦାତା କିମ୍ବା ଭରଣପୋଷଣଧାରୀ ପ୍ରତି ପ୍ରାପ୍ୟ ଅର୍ଥରାସୀର ସ୍ଥିରିକରଣ (ଦଫା -୨୦) :- (୧) ଦାବୀର ବିବରଣୀ ଗ୍ରହଣ କରିବା ପରେ , ଦାବୀ ଅଧିକାରୀ , ସଂପତ୍ତିର ମଧ୍ୟସ୍ଥଙ୍କ ଉପରେ ଏକ ସୂଚନାଜାରି କରିବା ସହିତ , ଦଫା ୧୦ ଅନୁଯାୟୀ , ଋଣଦାତା କିମ୍ବା ଭରଣାପୋଷଣକାରୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ଦାବୀର ବିବରଣୀର ଏକ ନକଲ ମଧ୍ୟ ପ୍ରଦାନ କରିବେ ଏବଂ ପନ୍ଦର ଦିନ ମଧ୍ୟରେ କିମ୍ବା ଏପରି ଅଧିକ ସମୟ ମଧ୍ୟରେ ଏକ ଜବାବ ଦାଖଲ କରିବା ନିମନ୍ତେ ମଧ୍ୟସ୍ଥକୁ ଆହ୍ଵାନ କରିବେ , ଯେପରି ଦାବି ଅଧିକାରୀ ଅନୁମୋଦନ କରିବେ  । ଯଦି ଋଣଦାତା କିମ୍ବା ଭରଣାପୋଷଣ ଧାରୀଙ୍କ ଦାବୀ ମଧ୍ୟସ୍ଥଙ୍କ ଦ୍ଵାରା ସ୍ଵୀକାର କରାଯାଏ   , ସେପରି ସ୍ଥଳେ ଦାବୀ ଅଧିକାରୀ , କୌଣସି ଋଣ ଦାତାଙ୍କ ସଂବନ୍ଧରେ ମୂଳଧନ ଏବଂ ସୁଧ ସେହିପରି ଭାବେ ସ୍ଥିର କରିବେ , ଯାହାକି ଦଫା ୨୦ ର ଉପ-ଦଫା (୨) ରେ ବ୍ୟବସ୍ଥାୟିତ ହେଉଛି ଏବଂ କୌଣସି ଭରଣପୋଷଣଧାରୀଙ୍କ କ୍ଷେତ୍ରରେ ଦଫା ୨୦ ର ଉପ-ଦଫା (୪) ରେ ବ୍ୟବସ୍ଥାୟୀତ ପଦ୍ଧତିରେ , ସ୍ଥିର କରିବେ ।

(୨) ସାକ୍ଷ୍ୟ ଉପସ୍ଥାପନ କରିବା ଏବଂ ଶୁଣାଣୀ ନିମନ୍ତେ ସୁଯୋଗ ପ୍ରଦାନ କରି , ଏପରି ଦାବୀରେ ଇତ୍ସୁକ ବ୍ୟକ୍ତି ଏବଂ ପକ୍ଷମାନଙ୍କୁ , ଦାବୀ ଅଧିକାରୀ , ଯଥାଯଥ ସୁଯୋଗ ପ୍ରଦାନ କରିବେ ଏବଂ ଦଫା -୨୦ ରେ ବ୍ୟବସ୍ଥାୟୀତ ଅନୁଯାୟୀ , ଭତ୍ତା ନିମନ୍ତେ ,  ଭରଣପୋଷଣଧାରୀଙ୍କ ଦାବୀ କିମ୍ବା ଋଣ – ଦାତାଙ୍କ ମୂଳଧନ ଏବଂ ସୁଧ ସ୍ଥିର କରିବା ନିମନ୍ତେ ଅଗ୍ରସର ହେବେ  । ଯଦି ଏପରି ମଧ୍ୟସ୍ଥ , ଉପ- ନିୟମ (୧) ଅନୁଯାୟୀ ଅନୁମୋଦନ ସମୟ ମଧ୍ୟରେ କୌଣସି ଯଥାଯଥ କାରଣ ବୀନା , ଜବାବ ଦଖଲଲ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ସେପରିସ୍ଥଳେ ଦାବୀ ଅଧିକାରୀ , ଏକତରଫାଭାବେ ଦାବୀ ସ୍ଥିର କରିବା ନିମନ୍ତେ ଅଗ୍ରସର ହୋଇପାରନ୍ତି   ।

(୩) ଦାବୀ ଅଧିକାରୀ , ପ୍ରଦାନ କରାଯାଇଥିବା ସାକ୍ଷ୍ୟର ଏକ ସାରାଂଶ ଲିପିବଦ୍ଧ କରିବେ ଏବଂ ଋଣଦାତାଙ୍କ ପ୍ରତି ପ୍ରାପ୍ୟ ମୂଳଧନ ଏବଂ ସୁଧ ସଂବନ୍ଧରେ କିମ୍ବା ଭରଣପୋଷଣଧାରୀ ଦାବୀ ସଂବନ୍ଧରେ , ସିଦ୍ଧାନ୍ତରେ ଉପଏନଆଇଟି ହେବା କରଣ ଉଲ୍ଲେଖ କରିବେ   ।

(୪) ଏହି ନିୟମାବଳୀରେ ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ , ଦାବୀ ଅଧିକାରୀ ଦଫା ୧୮ ଅନୁଯାୟୀ ଦାଖଲ କରାଯାଇଥିବା ଦାବୀର ଶୁଣାଣୀ ଏବଂ ଫଇସଲାରେ ସେହି ପଦ୍ଧତିକୁ , ଯେତେ ଦୂର ସମ୍ଭବ ଅନୁସରଣ କରିବେ , ଯାହାକି କୌଣସି ମୋକଦମାର ଫଇସଲା ନିମନ୍ତେ , ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ ରେ ବ୍ୟବସ୍ଥାୟୀତ କରାଯାଇଛି   ।

(୫) ଦଫା ୨୦ ର ଉପ-ଦଫା (୨) ର ଧାରା (ଙ) ଅନୁଯାୟୀ ଗ୍ରହଣୀୟ ସୁଧର ହାର , ନିମ୍ନ ପ୍ରକାର ହେବ , ଯଥା :-

  • ବାର୍ଷିକ ତିନି ପ୍ରତିଶତ ସରଳ ସୁଧ , ଯଦି ନିଶ୍ଚିତ କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ , ମାତ୍ର କୌଣସି କ୍ଷେତ୍ରରେ , ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାସୀ , ଧାରା (ଖ) ଅନୁଯାୟୀ , ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶୀରୁ କମ ହେବ ନାହିଁ   ।
  • ବାର୍ଷିକ ଚାରି ପ୍ରତିଶତ ସରଳସୁଧ , ଯଦି ସ୍ଥିର କରାଯାଇଥିବା ମୁଳଧନ ଟ. ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ ମାତ୍ର ୫୦,୦୦୦,୦୦୦ରୁ ଉର୍ଦ୍ଧ୍ଵ ହୁଏ ନାହିଁ , ମାତ୍ର କୌଣସି କ୍ଷେତ୍ରରେ , ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଙ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶି ଠାରୁ କମ ହେବ ନାହିଁ  ।
  • ବାର୍ଷିକ ପାଞ୍ଚ ପ୍ରତିଶତ ସରଳସୁଧ , ଯଦି ସ୍ଥିର କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ   , ମାତ୍ର  ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୁଏ ନାହିଁ , ମାତ୍ର କୌଣସି କ୍ଷେତ୍ରରେ ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଘ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶିଠାରୁ କମ ହେବ ନାହିଁ   ।
  • ବାର୍ଷିକ ପାଞ୍ଚପ୍ରତିଶତ ସରଳ ସୁଧ , ଯଦି ସ୍ଥିର କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ   , ମାତ୍ର ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୁଏ ନାହିଁ   , ମାତ୍ର କୌଣସି କ୍ଷେତ୍ରରେ ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଘ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶି ଠାରୁ କମ ହେବ ନାହିଁ  ।
  • ବାର୍ଷିକ ଛଅ ପ୍ରତିଶତ ସରଳ ସୁଧ , ଯଦି ସ୍ଥିର କରାଯାଇଥିବା ମୂଲ୍ୟ ଅର୍ଥରାଶି ଟ ୫୦,୦୦୦,୦୦ ହୋଇଥାଏ ଟ ୫୦,୦୦୦,୦୦ ରୁ କମ ହୋଇଥାଏ  ।

୧୨. ଦଫା ୨୨ ର ଉପଦଫା (୨) ଅନୁଯାୟୀ ଅପିଲର ଫଇସଲା :- ଦଫା ୨୧ ଅନୁଯାୟୀ ଦାଏର କରାଯାଇଥିବା ଅପିଲର ଶୁଣାଣୀ ଏବଂ ଫଇସଲା କରିବାରେ , ଜିଲ୍ଲା ବିଚାରପଟି , ଯେତେଦୂର ସମ୍ଭବ , ସେହି ଏକା ପଦ୍ଧତି ଅନୁସରଣ କରିବେ ଯେପରି ଦେୱାନୀ ଅପିଲର ଫଇସଲା ନିମନ୍ତେ , ଦେୱାନୀ କାର୍ଯ୍ୟବିଧି ସଂହିତା ଅର୍ଡର ୪୧ ଅନୁଯାୟୀ ନିୟମାବଳୀରେ ବ୍ୟବସ୍ଥାୟୀତ କରାଯାଇଛି   ।

୧୩. କ୍ଷତିପୂରଣ ଆକଳନ ତାଲିକାର ପ୍ରସ୍ତୁତିକରଣର ପଦ୍ଧତି   ଦଫା (୨୩) :- (୧) [ଯେତେବେଳେ ଦଫା ୩ ଅନୁଯାୟୀ , କୌଣସି ବିଜ୍ଞପ୍ତିର ନିର୍ଗମ ଦ୍ଵାରା , କୌଣସି ସଂପତ୍ତି ନ୍ୟସ୍ତିକରଣ କରାଯାଏ  , ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଫର୍ମ –“ ଘ” ରେ ଏକ ସୂଚନା , ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ନିର୍ଗମ କରିବେ  ;ଏବଂ ଏପରି ସୂଚନା ଜାରି ତାରିଖରୁ ଏକ ମାସ ମଧ୍ୟରେ କିମ୍ବା କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦନ , ଏପରି ଅଧିକ ସମୟ ମଧ୍ୟରେ ତାଙ୍କ ସଂପତ୍ତି ସଂବନ୍ଧରେ ଉକ୍ତ ସୂଚନାରେ ଧାର୍ଯ୍ୟ କରାଯାଇଥିବା ବିଷୟଗୁଡିକ ଉପରେ ନିର୍ଦ୍ଧିଷ୍ଟ  ବିବରଣୀ ଏବଂ ତଥ୍ୟ ଦାଖଲ କରିବା ନିମନ୍ତେ ଆହ୍ଵାନ କରିବେ  । ଯେତେବେଳେ କୌଣସି ସଂପତ୍ତି ଦୁଇ କିମ୍ବା ଅଧିକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ   , ସେପରିସ୍ଥଳେ ଫର୍ମ “ ଘ” ରେ ସୂଚନାକୁ ଏପରି ପ୍ରତ୍ୟେକ ଅଂଶୀଦାରିଙ୍କୁ ନିର୍ଗମ କରାଯିବ ।

[ ୧-“ କ” – ଯେତେବେଳେ ଦଫା ୩-“ କ” ଅନୁଯାୟୀ , କୌଣସି ବିଜ୍ଞପ୍ତିର ନିର୍ଗମ ଦ୍ଵାରା , ସମସ୍ତ ମଧ୍ୟସ୍ଥଙ୍କ ସ୍ଵାର୍ଥ , ନ୍ୟସ୍ତ ହୋଇଥାଏ , ଏବଂ ଦଫା ୩ – “ ଖ” (୨) ରେ ଧାର୍ଯ୍ୟ ସମୟର ଅତିବାହିତ ପରେ , କ୍ଷତିପୂରଣ ଅଧିକାରୀ , ପ୍ରତ୍ୟେକ ଗ୍ରାମରେ , ଫର୍ମ “ ଘ” ରେ ଏକ ସୂଚନା  ପ୍ରକାଶନ କରାଇବେ , ଯେଉଁଥି ପ୍ରତି ଏପରି ବିଜ୍ଞପ୍ତି ସମ୍ପୃକ୍ତ ଏବଂ ସାଧାରଣଭାବେ ଉକ୍ତ ସୂଚନାରେ ଧାର୍ଯ୍ୟ ବିଷୟ ଉପରେ ତଥ୍ୟ ପ୍ରଦାନ କରିବା ନିମନ୍ତେ ମଧ୍ୟସ୍ଥମାନଙ୍କୁ ଆହ୍ଵାନ କରିବେ   , ଯେଉଁମାନଙ୍କର ସ୍ଵାର୍ଥ ପ୍ରଭାବିତ ହୋଇଛି  ।

ଉଲ୍ଲେଖଥାଉ ଯେ , ଯେଉଁ ସ୍ଥଳରେ କୌଣସି ଗ୍ରାମ ଅଣ- ଅଧ୍ୟୁଷିତ ଥାଏ , ସେପରି ସ୍ଥଳେ ଏପରି ସୂଚନା ନିକଟତମ ଅଧ୍ୟୁଷିତ ଗ୍ରାମରେ ଜାରି କରାଯିବ  ।

ଆହୁରି ଉଲ୍ଲେଖ ଯେ , କ୍ଷତିପୂରଣ ଅଧିକାରୀ , କୌଣସି ମଧ୍ୟସ୍ଥଙ୍କ କ୍ଷେତ୍ରରେ ସମୟ ସୀମାକୁ ପରିବର୍ଦ୍ଧନ କରିପାରନ୍ତି , ଯଦି ସେ ସନ୍ତୁଷ୍ଟ ହୁଅନ୍ତି ଯେ ଏକ ମାସ ମଧ୍ୟରେ ଉକ୍ତ ତଥ୍ୟ ଦାଖଲ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ  ।

(୧-ଖ) ଉପ- ନିୟମ (୧-କ) ଅନୁଯାୟୀ ସୂଚନା , ଘୋଷଣା ଦ୍ଵାରା ଏବଂ ଗ୍ରାମର କୌଣସି ଆଖିଦୃଶିଆ ଷ୍ଠାନରେ ଏହାକୁ ସଂଯୋଗ କରି , ଜାରି କରାଯିବ  ।

(୧- “ଗ” ) ଉପ- ନିୟମ (୧) କିମ୍ବା (୧- କ) ରେ ଧାର୍ଯ୍ୟ ସମୟର ଅତିବାହିତ ପରେ , ଯେଉଁ ସ୍ଥଳରେ ଯେପରି  ପ୍ରୟୋଗନୀୟ , କ୍ଷତିପୂରଣ ଅଧିକାରୀ ବିଷୟବସ୍ତୁ ଭିତ୍ତି ଉପରେ , କ୍ଷତିପୂରଣ ଧାର୍ଯ୍ୟ କରିବା ନିମନ୍ତେ ଅଗ୍ରସର ହେବେ , ଯାହାକି ମଧ୍ୟସ୍ଥଙ୍କ ଦ୍ଵାରା ଦାଖଲ କରାଯାଇଥିବ ଏବଂ ଅନ୍ୟ ଏପରି ବିଷୟବସ୍ତୁ , ଯେପରି ତାଙ୍କ ଦ୍ଵାରା ଅନ୍ୟଥା ସ୍ଥିର କରାଯାଇଥିବ  ।

(୨) କୌଣସି ମଧ୍ୟସ୍ଥଙ୍କ କୌଣସି ସଂପତ୍ତି ସଂବନ୍ଧରେ ହାରାହାରି ଆୟ , ଫର୍ମ “ ଙ” ରେ ଗଣନା କରାଯିବ  ।

[ ଉଲ୍ଲେଖ ଥାଉ ଯେ , ଯଦି ହାରାହାରି ଆଯର ଗଣନା ସମୟରେ କିମ୍ବା ତା ପରେ କୌଣସି ସମୟରେ , ପୂର୍ବ କୃଷି ବର୍ଷ ନିମନ୍ତେ ଦେୟ ଖଜଣା ଅର୍ଥରାଶି , କୌଣସି ନ୍ୟାୟାଳୟରେ କିମ୍ବା ଟ୍ରିବ୍ୟୁନାଲରେ , କୌଣସି ଅପିଲ କିମ୍ବା ରିଭିଜନ କାର୍ଯ୍ୟାନୁଷ୍ଠାନ ରେ ପରିବର୍ତ୍ତିତ ହୁଏ   ।  ସେପରିସ୍ଥଳେ ଏପରି ପରିବର୍ତ୍ତନ  ଖଜଣା ବିଚାରକୁ ନିଆଯିବ ଏବଂ ଉକ୍ତ ସଂପତ୍ତିର ହାରାହାରି ଆୟ ସେହି ଅନୁଯାୟୀ ସ୍ଥିର କରାଯିବ କିମ୍ବା ସଂଶୋଧନ କରାଯିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ   ]

[(୩)(କ) – ପ୍ରତ୍ୟେକ ସଂପତ୍ତି ନିମନ୍ତେ , କ୍ଷତିପୂରଣ ଅଧିକାରୀ , କ୍ଷତିପୂରଣ ଆକଳନ ତାଲିକା , ଫର୍ମ – “ ଚ” ରେ ପୃଥକଭାବେ ପ୍ରସ୍ତୁତ କରିବେ   , ଯେଉଁ ତିରେ ମୋଟ ମୋଟ ସଂପତ୍ତିର ଅର୍ଥରାଶି ସମୁଦାୟ ଦାୟିତ୍ଵ , ହାରାହାରି ଆୟ , ସମୁଦାୟ ସଂପତ୍ତି ଉପରେ ପ୍ରାପ୍ୟ କ୍ଷତିପୂରଣ ଦର୍ଶାଇବେ ତଥା ପ୍ରତ୍ୟେକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ , ତାହେଲେ ଏପରି ସଂପତ୍ତି ଯୁଗ୍ମଭାବେ ଦୁଇ କିମ୍ବା ଅଧିକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ , ତାହେଲେ ଏପରି ପ୍ରତ୍ୟେକ ଅଂଶୀଦାରଙ୍କୁ ଦେୟ କ୍ଷତିପୂରଣ ଏପରି ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ଦେୟ ହାରାହାରି କ୍ଷତିପୂରଣ ଅର୍ଥରାଶି , କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯିବ   ।

(ଖ) ଯଦି ଏପରି  ସଂପତ୍ତି , ଜଣକରୁ ଅଧିକ କ୍ଷତିପୂରଣ ଅଧିକାରୀଙ୍କ ଙ୍କ  କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ଥାଏ   ,  ସେପରି ସ୍ଥଳେ ଜିଲ୍ଲାର କ୍ଷତିପୂରଣ ଅଧିକାରୀ , ଯାହାଙ୍କର ରାଜସ୍ୱ ତାଲିକାରେ ଏପରି ସମ୍ପତ୍ତି ବହନ କରାଯାଇଥାଏ , ସେ ହାରାହାରି ଆୟ ଗଣନା କରିବେ ଏବଂ କ୍ଷତିପୂରଣ ଆକଳନ ତାଲିକା ପସ୍ତୁତ କରିବେ  ।

(ଗ) ଏହି ଆଇନ ଦଫା 5 ର ଧାରା (କ) ଅନୁଯାୟୀ ସ୍ଥିର କରାଯାଇଥିବା ସରରାତ –ସ୍ଵାର୍ଥ ହସ୍ତାନ୍ତରଣ ଦ୍ଵାରା ପ୍ରତ୍ୟେକଙ୍କ ଦ୍ଵାରା ଉପଭୋଗ କରାଯାଇଥିବା ଉପକାରର ମୂଲ୍ୟ ବାବଦରେ ପ୍ରତ୍ୟେକଙ୍କ ଦ୍ଵାରା ଉପଭୋଗ କରାଯାଇଥିବା ଉପକାରର ମୂଲ୍ୟ ବାବଦରେ ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ଉଦ୍ଧାର କିମ୍ବା ଆଦାୟ କରାଯିବାକୁ ଥିବା ଅର୍ଥରାଶି ଏବଂ ବକେୟା ରାଜସ୍ୱ ଏବଂ ସେସ ବାବଦରେ ପ୍ରତ୍ୟେକଙ୍କ ଠାରୁ ଆଦାୟ କରାଯିବାକୁ ଥିବା ଅର୍ଥରାଶି ଏବଂ ଏହି ଆଇନର ଦଫା 5 ର ଧାରା (ଘ) ଅନୁଯାୟୀ ଉଦ୍ଧାର କରାଯିବାକୁ ଥିବା ଆଦେଶିତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରାପ୍ୟ , ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଭାବେ ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାରଙ୍କ ଦ୍ଵାରା ଗୃହିତ ଏପରି ଅର୍ଥରାଶି ଉପରେ ଦେୟ ସୁଧ , ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାର  ଙ୍କ ଦ୍ଵାରା ଗୃହିତ ଏପରି ଅର୍ଥରାଶି ଉପରେ ଦେୟ ସୁଧ , ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାରଙ୍କୁ ଦେୟ କ୍ଷତିପୂରଣ , ଚୁଡାନ୍ତ ଅର୍ଥ ପ୍ରଦାନ ପୂର୍ବରୁ , କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା , ଉକ୍ତତାଲିକାରେ ଅନ୍ତର୍ଭୁକ୍ତ କରାଯିବ  ।

(ଘ) ଦେୟ ସୁଧ ଅର୍ଥରାଶିକୁ , ଏପରି କୌଣସି ତାରିଖ ପରେ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ , ଯାହାକି ଅର୍ଥ ପ୍ରଦାନ ଆଦେଶର ନିର୍ଗମ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ  ।

(4) ଏପରି ତାଲିକା ଚୁଡାନ୍ତ କରିବା ପୂର୍ବରୁ , କ୍ଷତିପୂରଣ ଅଧିକାରୀ , ମଧ୍ୟସ୍ଥ ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଶୁଣାଣୀର ଯଥାଯଥ ସୁଯୋଗ ପ୍ରଦାନ କରିବେ ଏବଂ ତାଙ୍କ ସମ୍ମୁଖରେ ସାକ୍ଷ୍ୟ ଉପସ୍ଥାପନ କରିବା ନିମନ୍ତେ  ମଧ୍ୟ ସୁଯୋଗ ପ୍ରଦାନ କରିବେ  ।  ସେ ସାକ୍ଷ୍ୟର ଏକ ସଂକ୍ଷିପ୍ତ ସାରାଂଶ ଲିପିବଦ୍ଧ କରିବେ ଏବଂ ତାଙ୍କର ରାଏ ଲିପିବଦ୍ଧ କରିବେ   ।

୧୪. ମୋଟ ସମ୍ପତ୍ତି ନିଶ୍ଚିତକରିବା ନିମନ୍ତେ ପଦ୍ଧତି (ଦଫା -୨୬)  : (୧) ଦଫା ୨୬ ର ଉପ-ଦଫା (୨)ର ଧାରା (ଖ) ଅନୁଯାୟୀ କୌଣସି ଜମି ସଂବନ୍ଧରେ ଆକାର ପ୍ରକାରରେ ଦେୟ ଖଜଣାର ମୂଲ୍ୟ ସ୍ଥିର କରିବା ଉଦ୍ଦେଶ୍ୟରେ , କ୍ଷତିପୂରଣ ଅଧିକାରୀ , ପୂର୍ବ –କୃଷି ବର୍ଷ ମଧ୍ୟରେ , ଆକାର ପ୍ରକାରରେ ଦେୟ ଖଜଣା ସ୍ଥିର କରିବେ ଏବଂ ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ କିମ୍ବା ନିୟମ କିମ୍ବା ବିଦ୍ୟମାନ ରୟତି ଆଇନ ଅନୁଯାୟୀ ଏକ ମୂଲ୍ୟ ନିର୍ଧାରଣ କରିବେ   ।

ଟିପ୍ପଣୀ  : ବିଜ୍ଞପ୍ତି ସଂଖ୍ୟା ୪୩୨୫୩ “ଇ” ଏ ଆର.ଏସବି , ୨୧/୭୫ ସହିତ ଓଇଜି ସଂଖ୍ୟା ୧୨୭୮ “- କ” ତା ୩୧.୩.୧୯୭୫ ଦ୍ଵାରା ପରିବର୍ଦ୍ଧିତ  ।

ଓ.ଟି.ଆଇ ଆଇନ ୧୯୫୫ ପ୍ରତିବନ୍ଧର ଦଫା ୩(୧) (ଖ) ଅନୁଯାୟୀ ବିଭିନ୍ନ ଜିଲ୍ଲାରେ , ସମୟାନୁକ୍ରମେ ଧାନର ଦର ନିମନ୍ତେ , ବିଜ୍ଞପ୍ତି ନିର୍ଗମ କରାଯାଇଛି , ଯାହାକି ଓଡିଶା ଭୂ-ସଂସ୍କାର ଆଇନ ,  ୧୯୬୦ ର ଦଫା ୨(୯-ଖ) ରେ ସ୍ପଷ୍ଠ କରାଯାଇଛି  ।

ଉଲ୍ଲେଖ ଥାଉ ଯେ ସେହି ସମସ୍ତ ସମ୍ପତ୍ତି କ୍ଷେତ୍ରରେ ଯେଉଁଗୁଡିକ ଦଫା ୨୮ର ଉପ-ଦଫା (୨) ଅନୁଯାୟୀ କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ନିମନ୍ତେ ହକଦାର ଏବଂ ଯେଉଁଗୁଡିକ ସଂବନ୍ଧରେ କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ   ,  ସେପରିସ୍ଥଳେ ପୂର୍ବ କୃଷି ନିମନ୍ତେ ଆକାର ପ୍ରକାରରେ ଦେୟ ଖଜଣା , ବଜାର ଦରରେ ମୂଲ୍ୟାୟନ କରାଯିବ ଯାହାକି, ନ୍ୟସ୍ତିକାରଣ ପୂର୍ବରୁ , ଦଶଟି କୃଷିବର୍ଷର ହାରାହାରି ଦର ହୋଇଥିବ   ।

(୨) ଅଟ୍ଟାଳିକା ସଂବନ୍ଧରେ ଦଫା ୨୮ ର ଧାରା ୨(ଘ) ର ପାରାଗ୍ରାଫ (୩) ଅନୁଯାୟୀ ବାର୍ଷିକ ଖଜଣା ସ୍ଥିର କରିବାରେ , ଯାହାକି ମୁଖ୍ୟତଃ କାର୍ଯ୍ୟାଳୟ , କଚେରୀ ଭାବେ ଖଜଣା ଆଦାୟ କରିବା ନିମନ୍ତେ ବ୍ୟବସ୍ଥିତ ହୁଏ କିମ୍ବା ସମ୍ପତ୍ତିର ଭୃତ୍ୟମାନଙ୍କ ନିମନ୍ତେ ବିଶ୍ରାମ ଗୃହଭାବେ ବ୍ୟବହୃତ ହୁଏ କିମ୍ବା ଆକାର ପ୍ରକାରରେ ପ୍ରଦାନ କରାଯାଉଥିବା ଖଜଣାର ଗଚ୍ଛିତ ନିମନ୍ତେ ଖୋଲା ଭାବେ ବ୍ୟବହୃତ ହୁଏ  ,  ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ତଦନ୍ତ କରିବା ପରେ , ଯେପରି ସେ ଯଥାଯଥ ବୋଲି ବିବେଚନା କରନ୍ତି , ଉଦ୍ରେକ ବାର୍ଷିକ ଖଜଣା ସ୍ଥିର କରିବେ  କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ଅଟ୍ଟାଳିକା ଏବଂ ଏକାପ୍ରକାର ସୁବିଧା ଥିବା ଅଟ୍ଟାଳିକା ଥିବା ବାର୍ଷିକ ଖଜଣା ସ୍ଥିରକରିବେ  । ସେଥିରୁ ଏପରି ଅର୍ଥରାଶି ହ୍ରାସକାରଣ କରିବା ପରେ ଏପରିଭାବେ ସ୍ଥିରିକୃତ ଅର୍ଥରାଶି (ଯାହାକି ହ୍ରାସକାରଣ ପରିବର୍ତ୍ତେ ପଚାଶ ପ୍ରତିସତ ଅର୍ଥରାଶି ସହ ସମାନ ହେବ ଏବଂ ଭରଣପୋଷଣ ଖର୍ଚ୍ଚ ) ତାହା ଏପରି ଅଟ୍ଟାଳିକାର ବାର୍ଷିକ ଖଜଣା ଭାବେ ଧରାଯିବ   ।

(୩) ଦଫା ୨୬(୨)(ଖ)(୫) ଅନୁଯାୟୀ ବ୍ୟବସ୍ଥାୟୀତ ପଦ୍ଧତିରେ ଅନୁମୋଦନ ଏବଂ ଜଙ୍ଗଲରୁ କରାଯାଇଥିବା ମୋଟ ଆୟର ଗଣନା , ସମ୍ପୃକ୍ତ କ୍ଷତିପୂରଣ ଅଧିକାରୀଙ୍କୁ ସୂଚିତ କରାଯିବ , ଯେକି ଏପରି ସମ୍ପତ୍ତିରେ ପ୍ରତ୍ୟେକ ଅଂଶୀଦାରଙ୍କୁ ତାହା ,  ପ୍ରାପ୍ତି ସ୍ଵୀକାର ପତ୍ର ସହିତ ରେଜେଷ୍ଟ୍ରି ଡାକ ଯୋଗେ ସୂଚିତ କରିବେ   ।

(୪) (କ୍ଷତି ପୂରଣ ଅଧିକାରୀଙ୍କ ଦ୍ଵାରା , ଦଫା ୨୬ ର ଧାରା ୨(ଖ) ର ପାରାଗ୍ରାଫି (୫) ଅନୁଯାୟୀ କରାଯାଇଥିବା ଗଣନା ବିରୁଦ୍ଧରେ ରାଜସ୍ୱ ପରିଷଦ ପ୍ରତି   ପ୍ରତ୍ୟେକ ଅପିଲ , ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ଖସଡା ପ୍ରକାଶନର ତିରିଶ ଦିନ ମଧ୍ୟରେ କରାଯିବ  ।

(୧୪ – “ କ” ଯେଉଁ ସ୍ଥଳରେ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କୌଣସି ସଂପତ୍ତି ସଂବନ୍ଧରେ , ଯାହାକି ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ହୋଇଛି ସେପରିସ୍ଥଳେ ଦଫା ୨୬ ର ଧାରା (୨) ର ଉପଧାରା (ଖ) ର ବିଷୟ (୬) ର ଅର୍ଥ ମଧ୍ୟରେ  ଅନ୍ୟ କୋ୮ନାସୀ ସ୍ଵାର୍ଥରୁ ମୋଟ ଆୟର ସ୍ଥିରିକାରଣ ଆବଶ୍ୟକ ଅଟେ , ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଦଫା ୮ ର ଉପଦଫା (୩) ଅନୁଯାୟୀ ଏପରି ସଂପତ୍ତି ସଂବନ୍ଧରେ ମଧ୍ୟସ୍ଥଙ୍କ ପ୍ରତି ଘଟିଥିବା ବ୍ୟକ୍ତିଗତ ଜାଗୀରର ସେବା କ୍ଷତି ମୂଲ୍ୟକୁ ବିଚାରକୁ ନେଲେ ଏବଂ ଖଜଣା ଭିତ୍ତି ଉପରେ ଏପରି ଜାଗୀର ସେବା ଭାବେ ଧାରିତ ଜମି ସଂବନ୍ଧରେ ଉକ୍ତ ମୋଟ ଆୟକୁ ଅଟକଳ କରିବେ , ଯାହାକି ପୂର୍ବ କୃଷି ବର୍ଷ ନିମନ୍ତେ ,ଏପରି ମଧ୍ୟସ୍ଥଙ୍କୁ ଅନ୍ୟଥା ଦେୟ ହୋଇଥାଆନ୍ତି  । ଏପରି ଅଧିକାରୀ ,  ଏପରି ଆକଳନ ପୂର୍ବରୁ ଏପରି ତଦନ୍ତ ଅନୁଷ୍ଠିତ କରିବେ  , ଯେପରି ସେ ଆବଶ୍ୟକ ବୋଲି ମନେ କରନ୍ତି  ।

୧୫. ସେବା କିମ୍ବା ଦାୟିତ୍ଵର ଆର୍ଥିକ ମୂଲ୍ୟର ସ୍ଥିରିକାରଣ ଯେଉଁଥି ପ୍ରତି କୌଣସି ସଂପତ୍ତି ନିୟନ୍ତ୍ରଣାଧିନ ଅଟେ  (ଦଫା ୨୭)(୧) (ଛ)   :- ଯେଉଁ ସ୍ଥଳରେ କୌଣସି ସଂପତ୍ତି , କୌଣସି ସେବା କିମ୍ବା ଦାୟିତ୍ଵ ସଂପାଦାନ ପରିବର୍ତ୍ତେ ଧାରଣ କରାଯାଏ  , ଯାହାକି ସାଧାରଣତଃ ପରିଶ୍ରମିକ ପ୍ରଦାନ ଉପରେ ସଂପାଦାନ କରାଜେ   ,  କିମ୍ବା ଯେଉଁ ସ୍ଥଳରେ ଧାରିତ କୌଣସି ସଂପତ୍ତି , କୌଣସି ସେବା କିମ୍ବା ଦାୟିତ୍ଵ ସହିତ ଭାରାକ୍ରାନ୍ତ ହୋଇଥାଏ   , ସେପରିସ୍ଥଳେ ଏପରି ସେବା କିମ୍ବା ଦାୟିତ୍ଵକୁ , ପୂର୍ବ କୃଷିବର୍ଷ ମଧ୍ୟରେ ଏପରି ସେବା କିମ୍ବା ଦାୟିତ୍ଵର ଆର୍ଥିକ ମୂଲ୍ୟ ଭିତ୍ତି ଉପରେ , ନଗଦ ଅର୍ଥରେ ଗଣନା କରାଯିବ  ।

୧୬. ବଂଜର ଜମି ସଂବନ୍ଧରେ କରାଯାଇଥିବା କୌଣସି ଉନ୍ନତିକାରଣ ନିମନ୍ତେ ଅର୍ଥରାଶିର ସ୍ଥିରିକାରଣ (ଦଫା ୨୮(୧) :- ବଂଜର ଜମି ସଂବନ୍ଧରେ କରାଯାଇଥିବା ଉନ୍ନତିକରଣ ଖର୍ଚ୍ଚ ସ୍ଥିରୀକରଣ  , ଏପରି ଜମିର ଉତ୍ତମ ବିନିଯୋଗ ନିମନ୍ତେ , ମଧ୍ୟସ୍ଥଙ୍କ ଦ୍ଵାରା ଖର୍ଚ୍ଚ କରାଯାଇଥିବା ପ୍ରକୃତ ଅର୍ଥରାଶିର ଭିତ୍ତି ଉପରେ କିମ୍ବା ପ୍ରକୃତ ମିଳିଥିବା ଫଳାଫଳର ଭିତ୍ତି ଉପରେ କରାଯିବ , ତନ୍ମଧ୍ୟରୁ ଯେଉଁଟି କମ ହୋଇଥିବ ।  ଏହି ଉଦ୍ଦେଶ୍ୟରେ କ୍ଷତିପୂରଣ ଅଧିକାରୀ , ଏପରି ତଦନ୍ତ କରିବେ   , ଯେପରି ସେ ଉପଯୁକ୍ତ ମନେ କରନ୍ତି ସାକ୍ଷୀ ଏବଂ ଦଲିଲ ପରୀକ୍ଷା କରିବେ ଏବଂ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବେ   , ଯଦି ସେପରି ଆବଶ୍ୟକ ହୁଏ  ।  ଉନ୍ନତିକରଣ ସଠିକ ପ୍ରକୃତି ସ୍ଥିର କରିବା ନିମନ୍ତେ , ସେ ମଧ୍ୟ ବିଶେଷଜ୍ଞଙ୍କ ଉପଦେଶ ଗ୍ରହଣ କରିପାରନ୍ତି   ।

୧୬-‘କ” ଏଣ୍ଡାଉମେଣ୍ଟ – କମିଶନରଙ୍କ ଦ୍ଵାରା ପଦ୍ଧତି (ଦଫା ୨୮(୨) :- ଏହି ଆଇନର ଦଫା ୨୮ ର ଉପଦଫା (୨) ପ୍ରତି , ପ୍ରଥମ ପ୍ରତିବନ୍ଧ ଅନୁଯାୟୀ , କ୍ଷତିପୂରଣ ଅଧିକାରୀଙ୍କ ଠାରୁ , ଉଲ୍ଲେଖ ଗ୍ରହଣ କରିବା ପରେ   , ଏଣ୍ଡାଉମେଣ୍ଟ – କମିଶନର ହିନ୍ଦୁ , ଧର୍ମ ନୈତିକ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ସମ୍ବନ୍ଧୀୟ ସଂପତ୍ତିର ଟ୍ରଷ୍ଟି , ମଧ୍ୟସ୍ଥଙ୍କୁ ତୁରନ୍ତ ସ୍ଥାନ , ତାରିଖ ଏବଂ ଘଟିବା ସଂବନ୍ଧରେ ସୂଚନା ପ୍ରଦାନ କରିବା ପରେ   , ଏପରି ମୌଖିକ କିମ୍ବା ଦଲିଲୀୟ ସାକ୍ଷ୍ୟ ଗ୍ରହଣ କରିବେ   , ଯେପରି ଆବଶ୍ୟକ ମନେ ହୁଏ   , ତାଙ୍କ ସମ୍ମୁଖରେ ଉପସ୍ଥିତ ପକ୍ଷମାନଙ୍କୁ ଶୁଣିବେ ଏବଂ ତାଙ୍କର ସୁପାରିସ , କ୍ଷତିପୂରଣ ଅଧିକାରୀଙ୍କୁ ପ୍ରେରଣ କରିବେ  ।

୧୭ :- ଦଫା ୩୦ (୧) ଅନୁଯାୟୀ , ଖଣି ଏବଂ ଖଣିଜ ଦ୍ରବ୍ୟ ନିମନ୍ତେ   କ୍ଷତିପୂରଣର ଗଣନା  :- (୧) କ୍ଷତିପୂରଣ ଅଧିକାରୀ , ଖଣି ଏବଂ ଖଣିଜଦ୍ରବ୍ୟ ଗ୍ରହଣ କରୁଥିବା “ ରୟାଲିଟି “ ସଂବନ୍ଧରେ କିମ୍ବା ସଂପତ୍ତିରେ ଧାରିତ ଏବଂ ତାଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରାଯାଉଥିବା ଖଣିରୁ ଆୟ ଗ୍ରହଣ କରୁଥିବା ମଧ୍ୟସ୍ଥଙ୍କ ଉପରେ ଏକ ସୂଚନାଜାରି କରିବେ ଏବଂ ଏପରି ସୂଚନା ଜାରି ତାରିଖରୁ ତିରିଶ ଦିନ ମଧ୍ୟରେ କିମ୍ବା ଏପରି ଅଧିକ ସମୟ ମଧ୍ୟରେ , ଏକ ଋଟର୍ଣ୍ଣ ଦାଖଲ କରିବା ନିମନ୍ତେ ତାଙ୍କୁ ଆହ୍ଵାନ କରିବେ   , ଯେପରି କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦନ କରାଯାଇପାରେ   , ଯେଉଁତିରେ ସେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବେ , ଯଥା  -

  • ଉକ୍ତ ଖଣି ଏବଂ ଖଣିଜ ସଂପଦର ବର୍ଣ୍ଣନା   :
  • ଖଣି ପରିସୀମା
  • ସେହି ସଂପତ୍ତିର ନାମ  : ଯେଉଁତିରେ ଏପରି ଖଣି ଅବସ୍ଥିତ   ।
  • ସେହି କୃଷିବର୍ଷ ପୂର୍ବରୁ , ବାର କୃଷି ବର୍ଷ ସମୟ ମଧ୍ୟରେ  ସେସ କିମ୍ବା ଆୟକରର ଆକଳନ ନିମନ୍ତେ , ମଧ୍ୟସ୍ଥଙ୍କ ଦ୍ଵାରା ଦାଖଲ କରାଯାଇଥିବା ବାର୍ଷିକ ରିଟଣ୍ଣର ଭିତ୍ତି ଉପରେ , ପ୍ରତ୍ୟେକ ପୂର୍ବ ୧୨ ବର୍ଷ ମଧ୍ୟରେ ମଧ୍ୟସ୍ଥଙ୍କ ଦ୍ଵାରା ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରାଯାଇଥିବା ଖଣିର ମୋଟ ଆୟ କିମ୍ବା ରୟାଲିଟି ମୋଟ ବାର୍ଷିକ ଆୟ ,  ଯେକି ଏପରି ନ୍ୟସ୍ତିକରଣ ତାରିଖ ପଡେ କିମ୍ବା କୌଣସି ସ୍ୱଳ୍ପ ସମୟ ଯେଉଁଥି ନିମନ୍ତେ ରିଟର୍ଣ୍ଣି ଦାଖଲ କରାଯାଇଛି  ।
  • ଖଣିରୁ ମୋଟ ଆୟ କିମ୍ବା “ ରୟାଲିଟି “ ଉପରେ ପ୍ରତ୍ୟେକ ବର୍ଷ ଦେୟ ଏବଂ ପ୍ରଦାନ କରାଯାଉଥିବା ଆୟକର , ଯେଉଁ ସ୍ଥଳରେ , ଯେପରି ପ୍ରୟୋଗନୀୟ   ।

୧୮. ଖଣି ଏବଂ ଖଣିଜ ଦ୍ରବ୍ୟରୁ ହାରାହାରି ଆୟର ଗଣନା ଏବଂ ତାର ଉପରେ ଦେୟ କ୍ଷତିପୂରଣ ସ୍ଥିରିକରଣ (ଦଫା ୩୦-(୨)  :- “ ରୟାଲିଟି “ ରୁ କିମ୍ବା ଏପରି ମଧ୍ୟସ୍ଥଙ୍କ ଦ୍ଵାରା ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରାଯାଉଥିବା ଖଣିରୁ , ଦଫା ୩୦ର ଉପ- ଦଫା (୨) ଅନୁଯାୟୀ କୌଣସି ମଧ୍ୟସ୍ଥର ହାରାହାରି ଆୟ ଗଣନା କରିବାରେ ଆଦାୟର ଖର୍ଚ୍ଚ ଉପରେ ମୋଟ ଆୟକୁ କରାଯିବାକୁ ଥିବା ହ୍ରାସକରଣ , ଏପରି ମୋଟ ଆୟର ଦଶ ପ୍ରତିଶତ ହେବ   ।

୧୯. କ୍ଷତିପୂରଣ ଗଣନା କରିବାର ପଦ୍ଧତି , ଯେତେବେଳେ କୌଣସି ଖଣିକୁ ପ୍ରତ୍ୟକ୍ଷଭାବେ କାର୍ଯ୍ୟଦ୍ଵାରା “ ରୟାଲିଟି “ ଗ୍ରହଣ କରିବା ନିମନ୍ତେ ହକଡାର ମଧ୍ୟସ୍ଥଙ୍କ ସ୍ଵାର୍ଥ , ଜଣକଠାରୁ ଅଧିକ କ୍ଷତିପୂରଣ ଅଧିକାରୀଙ୍କ କର୍ତ୍ତୃତ୍ଵ ମଧ୍ୟରେ :- ଯଦି ରୟାଲିଟି ଗ୍ରହଣ ପ୍ରତି ହକଡାର କୌଣସି ମଧ୍ୟସ୍ଥର ସ୍ଵାର୍ଥ କିମ୍ବା ଯେକି ପ୍ରତ୍ୟେକ୍ଷଭାବେ କୌଣସି ଖଣି କାର୍ଯ୍ୟ କରୁଥାଆନ୍ତି ଏବଂ ତାହା ଜଣକରୁ ଅଧିକ କ୍ଷତିପୂରଣ ଅଧିକାରୀ ଙ୍କର କୃତତୀତ୍ଵଧଇଁ ଅଞ୍ଚଳ ମଧ୍ୟରେ ପଡୁଥାଏ   , ସେପରିସ୍ଥଳେ ପ୍ରତ୍ୟେକ କ୍ଷତିପୂରଣ ଅଧିକାରୀ , ଫର୍ମ “ ଛ” ର ସ୍ତମ୍ଭ ୧ ରୁ ୩ (କ) ଏବଂ ସ୍ତମ୍ଭ ୫ ରୁ ୬ (କ) ପୂରଣ କରିବେ ଏବଂ ଅବଶିଷ୍ଟ ସ୍ତମ୍ଭ , ସେହି ଅଞ୍ଚଳର କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ପୂରଣ କରାଯିବ   , ଯେଉଁଠାରେ ଏପରି ମଧ୍ୟସ୍ଥଙ୍କର ସବୁଠାରୁ ଅଧିକ ଅର୍ଥରାସୀ ଆୟ ଥାଏ  ।

୨୦. ଦଫା ୩୦(୫) (ଗ) ଅନୁଯାୟୀ , ଟ୍ରିବ୍ୟୁନାଲକୁ , ଖଣି ଏବଂ ଖଣିଜ ପଦାର୍ଥ ନିମନ୍ତେ ଦେୟ କ୍ଷତିପୂରଣ ସ୍ଥିରିକାରଣ ନିମନ୍ତେ ପ୍ରଶ୍ନର ଉଲ୍ଲେଖ   :- ସେହି ତାରିଖରୁ ତିନିମାସ ସମୟ ମଧ୍ୟରେ , ଖଣି ଏବଂ ଖଣିଜ ପଦାର୍ଥ ପରିବର୍ତ୍ତିଙ୍କ ପ୍ରତି ଦେୟ କ୍ଷତିପୂରଣ ଅର୍ଥରାଶି ସମ୍ବନ୍ଧରେ ମଧ୍ୟସ୍ଥ ଏବଂ କ୍ଷତିପୂରଣ ଅଧିକାରୀଙ୍କ ମଧ୍ୟରେ ଯେଉଁ ସ୍ଥଳରେ କୌଣସି ଚୁକ୍ତି ଉପନୀତ ହୋଇନଥାଏ , ଯାହା ଉପରେ ଦଫା ୩୦ ର ଉପ-ଦଫା (୨) (୩) ଅନୁଯାୟୀ ଗଣନା କରାଯାଇଥିବା  “ ରୟାଲିଟି “ ରୁ ହାରାହାରି ଆୟର ଅର୍ଥରାଶି ତାଙ୍କୁ ସୂଚୀତ କରାଯାଇଥାଏ  , ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଏପରି ଅର୍ଥରାଶିର ସ୍ଥିରିକାରଣ ନିମନ୍ତେ , ଉକ୍ତ ପ୍ରଶ୍ନକୁ ଟ୍ରିବ୍ୟୁନାଲକୁ ଉଲ୍ଲେଖ କରିବେ , ଯେକି ଉକ୍ତ ଦଫା ଉଦ୍ଦେଶ୍ୟରେ ନିଯୁକ୍ତ ହୋଇଥାଆନ୍ତି   ।

୨୧. ଦଫା ୩୧ ର ଉପ-ଦଫା  (୧) ଅନୁଯାୟୀ, କ୍ଷତି ପୂରଣ ଆକଳନ ତାଲିକାର ଖସଡା ପ୍ରକାଶନ କରିବା ପଦ୍ଧତି   :- ଦଫା ୨୩ କିମ୍ବା ୩୦ ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ଖସଡା ପ୍ରସ୍ତୁତ ପରେ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , କ୍ଷତିପୂରଣ ଅଧିକାରୀ  [ସବ – ଡିଭିଜନାଲ ଅଧିକାରୀ କିମ୍ବା ରାଜସ୍ୱ ଡିଭିଜନାଲ ଅଧିକାରୀ ] ଙ୍କୁ କାର୍ଯ୍ୟାଳୟର ସୂଚନାପଟ୍ଟାରେ ତାର ଏକ ନକଲ ସଂଯୋଗ କରିବେ , ଯେଉଁଠି ଏପରି କ୍ଷତିପୂରଣ ଆକଳନ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଜିଲ୍ଲା କଲେକ୍ଟରଙ୍କ   କାର୍ଯ୍ୟାଳୟର ମଧ୍ୟ   ।

[ ଏହାକୁ ମଧ୍ୟ , ସବ – ଡିଭିଜନାଲ ଅଧିକାରୀ କିମ୍ବା ରାଜସ୍ୱ ଡିଭିଜନାଲ ଅଧିକାରୀ , ତାଲୁକ ଅଧିକାରୀ କିମ୍ବା ତହସିଲଦାରଙ୍କ ସୂଚନାପଟ୍ଟାରେ ପ୍ରକାଶନ କରାଯିବ , ଯାହାଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ , ଏପରି ସଂପତ୍ତି ସ୍ଥିତ ଅଟେ   ] [ ସର୍ବ ସାଧାରଣ ହିନ୍ଦୁ ଧର୍ମନୈତିକ ଅନୁଷ୍ଠାନ ଏଣ୍ଡାଉମେଣ୍ଟ ସମ୍ବନ୍ଧୀୟ ସଂପତ୍ତି କ୍ଷେତ୍ରରେ , ଏପରି କ୍ଷତିପୂରଣ ଆକଳନ ତାଲିକାର ଏକ ଖସଡାକୁ , ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ , ୧୯୫୧ (ଓଡିଶା ଆଇନ ୨/୧୯୫୨) ର ଦଫା ୪ ଅନୁଯାୟୀ ନିଯୁକ୍ତ ‘ଏଣ୍ଡାଉମେଣ୍ଟ – କମିଶନରଙ୍କୁ ପ୍ରେରଣ କରାଯିବ , ଯାହାକି ତାଙ୍କ ସୂଚନା ପଟ୍ଟାରେ ପ୍ରକାଶନ କରାଯିବ  ] ସେହି ତାରିଖରୁ ତିରିଶ ଦିନ ସ୍ପଷ୍ଟ ସମୟ ନିମନ୍ତେ ,  ଏପରି କ୍ଷତିପୂରଣ ଆକଳନ ତାଲିକାକୁ ପ୍ରକାଶନ କାରଜୀବ   , ଯେବେ ଏପରି ଖସଡା ଉପରୋକ୍ତ ସୂଚନାରେ ପ୍ରଥମେ ପ୍ରକାଶିତ ହୋଇଥିଲା   [ ଏପରି ନଥିପତ୍ରକୁ କ୍ଷତିପୂରଣ ଅଧିକାରୀଙ୍କ ଦାୟିତ୍ଵରେ ରଖାଯିବ , ଜେକି ତାହା ପରିଦର୍ଶନ କରିବା ନିମନ୍ତେ ପକ୍ଷମାନଙ୍କୁ ପ୍ରତ୍ୟେକ ସୁବିଧା ଯୋଗାଇ ଦେବେ   । କ୍ଷତିପୂରଣ  ବିଷୟରେ ଇତ୍ସୁକ ଥିବା ପକ୍ଷମାନଙ୍କୁ ପ୍ରତ୍ୟେକ ବ୍ୟକ୍ତି ,  ଏପରି ଦଲିଲର କିମ୍ବା ଆଦେଶର ନଥିରୁ ସାରାଂଶ ଗ୍ରହଣ କରିବା ନିମନ୍ତେ ଅନୁମୋଦିତ ହେବେ  , ଯାହାକି ନକଲ ମଞ୍ଜୁର କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ଦଲିଲ ଭାବେ ବିବେଚନା କରାଯିବ , ମାତ୍ର ଯଦି କୌଣସି ବ୍ୟକ୍ତି , ଉକ୍ତ ଦଲିଲ କିମ୍ବା ଆଦେଶର ନକଲ ନିମନ୍ତେ ଚାହେଁ ,  ତା ହେଲେ ତାହା ସର୍ବସାଧାରଣ ଦଲିଲର ନକଲ ମଞ୍ଜୁର କରିବା ନିମନ୍ତେ ବ୍ୟବସ୍ଥାୟିତ ପଦ୍ଧତିରେ , ନିର୍ଗମ କରାଯିବ   ।

(୨) ଉପନିୟମ (୧) ରେ ଉଲ୍ଲେଖିତ ପ୍ରକାଶନ ସମୟ ମଧ୍ୟରେ , ଏପରି କ୍ଷତିପୂରଣ ଆକଳନ ତାଲିକାରେ ଇତ୍ସୁକ କୌଣସି ବ୍ୟକ୍ତି , ଏପରି ଆକଳନ ତାଲିକାରେ ଥିବା ଗୋଟିଏ କିମ୍ବା ଅନେକ ଅନ୍ତର୍ଭୁକ୍ତକରଣ ପ୍ରତି ଆପତ୍ତି ଦାଖଲ କରିପାରନ୍ତି ,  ଯେଉଁତିରେ ସେ ଏପରି ଆପତ୍ତିର ବିଷୟକୁ ସ୍ପଷ୍ଟଭାବେ ଉଲ୍ଲେଖ କରିବେ   । ପ୍ରକାଶନ ସମୟ ଅତିବାହିତ ହେବାପରେ କ୍ଷତିପୂରଣ ଅଧିକାରୀ , ଏପରି ଆପତ୍ତି ଦାଖଲ ବ୍ୟକ୍ତିଙ୍କୁ ଯଥାଯଥ ସୂଚନା ପ୍ରଦାନ କରିବା ପରେ , ପକ୍ଷମାନଙ୍କୁ ଶୁଣିବେ ଏବଂ ଏପରି ସାକ୍ଷ୍ୟ ଗ୍ରହଣ କରିବେ , ଯେପରି ସେ ଆବଶ୍ୟକ ବୋଲି ବିବେଚନା କରନ୍ତି  । କ୍ଷତିପୂରଣ ଅଧିକାରୀ , ପକ୍ଷମାନଙ୍କୁ ଶୁଣିବାପରେ , ଏପରି ଆପତ୍ତିକୁ ଖାରଜ କରିପାରନ୍ତି ଏବଂ କ୍ଷତିପୂରଣ ଆକଳନ ତାଲିକାର ଖସଡାରେ କରାଯାଇଥିବା ଅନ୍ତର୍ଭୁକ୍ତକରଣକୁ , ସଠିକ ବୋଲି ଧରିବେ କିମ୍ବା ଆଂଶିକ ଭାବେ କିମ୍ବା ସଂପୂର୍ଣ୍ଣଭାବେ ଏପରି ଆପତ୍ତିକୁ ଅନୁମୋଦନ କରିବେ ଏବଂ ସେହି ଅନୁଯାୟୀ , ଶେଠୀରେ କରାଯାଇଥିବା ଅନ୍ତର୍ଭୁକ୍ତକରଣକୁ ସଂଶୋଧନ କରିବେ   ।

୨୩. ଦଫା ୩୩ ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ପ୍ରକାଶନ ପଦ୍ଧତି  : କୌଣସି କ୍ଷତିପୂରଣ ଆକଳନ ତାଲିକା ସଂବନ୍ଧରେ ସମସ୍ତ ଅପିଲ ଏବଂ ଆପତ୍ତି ଫଇସଲା ହେବା ପରେ , କିମ୍ବା ଅପିଲ ଦାଖଲ କରିବା ସମସ୍ତ ଅତିବାହିତ ହେବା ପରେ , କ୍ଷତିପୂରଣ ଅଧିକାରୀ , “ ସବ-ଡିଭିଜନର “ ସବ –ଡିଭିଜନନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସୂଚନାପଟ୍ଟାରେ , କ୍ଷତିପୂରଣ ଆକଳନ ତାଲିକାକୁ ସଂଯୋଗ କରିବେ , ଯେଉଁଠି ଏପରି କ୍ଷତିପୂରଣ ଆକଳନ ତାଲିକା ପ୍ରସ୍ତୁତି କରାଯାଇଛି ଏବଂ ଆହୁରି ମଧ୍ୟ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ତାହା ସଂଯୋଗ କରାଇବେ   ।

୨୪. ଦଫା ୩୪ ଅନୁଯାୟୀ , କେଉଁ ସମୟ  ମଧ୍ୟରେ , ପ୍ରମାଣପତ୍ର ପ୍ରସ୍ତୁତ କରାଯିବ    :

କ୍ଷତିପୂରଣ ଆକଳନ ତାଲିକାର ଚୁଡାନ୍ତ ପ୍ରକାଶନ ତାରିଖରୁ , ତିରିଶଦିନ ମଧ୍ୟରେ , ଦଫା ୩୪ ଅନୁଯାୟୀ , ପ୍ରମାଣପତ୍ର ପ୍ରସ୍ତୁତ କରାଜୀବ   ।

[ ୨୪-“ କ” (୧) ଦଫା ୩୭ ର ଉପ-ଦଫା (୩-କ) ର ଧାରା (କ) ଉଦ୍ଦେଶ୍ୟରେ , ଏପରି ସୂଚନା , ଫର୍ମ “ ଏମ” ଏବଂ “ ଏନ” ରେ ହେବ   ।

(୨) ଉକ୍ତ ସୂଚନାକୁ , ଏପରି କ୍ଷତିପୂରଣ ଅର୍ଥରାଶୀ ପାଇବା ନିମନ୍ତେ ହକଡାର ବ୍ୟକ୍ତିଙ୍କୁ , ପ୍ରାପ୍ତି ସ୍ଵୀକାର ପତ୍ର ସହିତ ରେଜେଷ୍ଟ୍ରି ଡାକରେ ପ୍ରେରଣ କରାଯିବ କିମ୍ବା ଆଦେଶିକା ଜାରି – କାରୀ ବ୍ୟକ୍ତିଙ୍କ ଜରିଆରେ ପ୍ରଦାନ କରାଯିବ   ।

[ ଉଲ୍ଲେଖ ଥାଉ ଯେ , ଯେଉଁ ସ୍ଥଳରେ ଯଥାଯଥ ଅନ୍ଵେଷଣ ସତ୍ତ୍ୱେ , ପୂର୍ବ – ମଧ୍ୟସ୍ଥ ମିଳନ୍ତି ନାହିଁ   , ସେପରି ସ୍ଥଳେ ଉକ୍ତ ଗୃହର କୌଣସି ଆଖିଦୃଶିଆ ସ୍ଥାନରେ ଉକ୍ତ ସୂଚନାର ଏକ ନକଲକୁ ସଂଯୋଗ ଦ୍ଵାରା ଏପରି ସୂଚନା ତାଙ୍କ ଉପରେ ଜାରି କରାଯାଇପାରେ , ଯେଉଁଠାରେ ଉକ୍ତ ପୂର୍ବ ମଧ୍ୟସ୍ଥ ଶେଷଥର ବାସ କରୁଥିବା ଜଣାଯାଏ   ।

(୩) କ୍ଷତି ପୂରଣ ଆକଳନ ତାଲିକାର ଚୁଡାନ୍ତ ପ୍ରକାଶନ ପରେ , ଯେତେ ଶୀଘ୍ର ସମ୍ଭବ , ଫର୍ମ “ ଏମ” ରେ ସୂଚନାକୁ ନିର୍ଗମ କରାଯିବ ଏମ ଫର୍ମ “ ଏମ” ରେ ଧାର୍ଯ୍ୟ ସମୟର ସମାପ୍ତି ପରେ , ଫର୍ମ “ ଏନ” ରେ ସୂଚନାକୁ ନିର୍ଗମ କରାଯିବ   ।

(୪) ଦଫା ୩୭ ର ଉପ-ଦଫା (୩-ଖ) ଉଦ୍ଦେଶ୍ୟରେ , ଧାର୍ଯ୍ୟ ସମୟ , ପନ୍ଦର ଦିନ ହେବ   ।

[୨୫ “କ” – ଯେଉଁ ସ୍ଥଳରେ କ୍ଷତିପୂରଣ ଅଧିକାରୀ , କୌଣସି ସମ୍ପତ୍ତି ସଂବନ୍ଧରେ , ଦେୟ କ୍ଷତିପୂରଣ ଅର୍ଥରାଶିକୁ ଜମା କରନ୍ତି , ଯାହାକି କୌଣସି ସୀମିତ ମାଲିକ କିମ୍ବା ଜବନ – ଅବଧି ସ୍ଵାର୍ଥଧାରୀଙ୍କ ଦ୍ଵାରା ଧାରଣ କରାଯାଇଥାଏ  ଏବଂ   ତାହା ଜିଲ୍ଲା କଲେକ୍ଟରଙ୍କ ସହିତ ଥାଏ , ସେପରି ସ୍ଥଳେ ଉକ୍ତ କଲେକ୍ଟର ଉକ୍ତ କ୍ଷତିପୂରଣ ଅର୍ଥରାଶିକୁ , ରିଜର୍ଭ ବ୍ୟାଙ୍କ ଦ୍ଵାରା ନିର୍ଗମ ଦୀର୍ଘ ମିଆଦି ସରକାରୀ ଅମାନତରେ ଜମା କରିବେ , ଯାହାକି ତିରିଶ ବର୍ଷରୁ (କମ ନୁହେଁ  ) ସମୟ ପରେ କିମ୍ବା ଏପରି ଅଧିକ ମଧ୍ୟରେ  ଫେରସ୍ତନିଯା ହେବ, ଯାହାକି ବାର୍ଷିକ ଅଢେଇ ପ୍ରତିଶତରୁ ( କମ ନୁହେଁ) ସୁଧ ବହନ କରିବ   । ଯଦି କ୍ରୟ କରିବା ନିମନ୍ତେ, ଅଧିକ ସମୟର ଅମାନତ ଉପଲବ୍ଧ ନ ହୁଏ  ,  ସେପରି ସ୍ଥଳେ କୌଇନଶୀ ସ୍ୱଳ୍ପ ମିଆଦି ଋଣରେ ଜମା କରିବା କ୍ଷମତା , କଲେକ୍ଟର ରହିବେ , ଯାହାକି ଅଢେଇ ପ୍ରତିଶତରୁ (କମ ନୁହେଁ )    ।  ସୁଧ ବହନ କରୁଥିବ ଏବଂ ତାପରେ ଋଣର ପରିପକ୍ଵତାରେ , ଉକ୍ତ ଅର୍ଥରାଶିକୁ ଅନ୍ୟ କୌଣସି ସୁବିଧାଜନକ ଋଣରେ ପୁନଃ ବିନିଯୋଗ କରିବେ   । ଏପରି କ୍ଷତିପୂରଣ ଅର୍ଥରାଶି , ଏପରି ଭାବେ ଜମା ରହିବ ,  ଯେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିବା ନିମନ୍ତେ କଲେକ୍ଟର ଆଦେଶ ନ ଦେଇଛନ୍ତି , ଜେକି ଏଥି ନିମନ୍ତେ ସଂପୂର୍ଣ୍ଣଭାବେ ହକଦାର ହୁଅନ୍ତି   ।

୨୬. କଟକଣା ଏବଂ ସର୍ତ୍ତାବଳୀ , ଯାହାର ନିୟନ୍ତ୍ରଣାଧିନରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ, ଦଫା ୩୮ ଅନୁଯାୟୀ ପ୍ରଦାନ କରାଯିବ  :- ଯେଉଁ ସ୍ଥଳରେ ଦଫା ୩୭ ର ଉପ-ଦଫା (୩) ର ବ୍ୟବସ୍ଥାବଳୀ ଅନୁଯାୟୀ , ନ୍ୟସ୍ତିକରଣ ତାରିଖ ଠାରୁ ଏକ ବର୍ଷ ମଧ୍ୟରେ ବର୍ଷ ମଧ୍ୟରେ ବାର୍ଷିକ ଅର୍ଥ ପ୍ରଦାନ କରାଯାଇ ନାହିଁ ବରଂ ଯେଉଁ ସ୍ଥଳରେ , କ୍ଷତିପୂରଣ ଗ୍ରହଣ କରିବାରେ ମଧ୍ୟସ୍ଥଙ୍କ ଦାବି ସଂବନ୍ଧରେ କୌଣସି ବିବାଦ ନଥାଏ , ସେପରି ସ୍ଥଳେ ବାର୍ଷିକ କିସ୍ତିରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ , କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯିବ, ଯାହାକି ପ୍ରତ୍ୟେକ ଦେୟ କ୍ଷତିପୂରଣ ଆକଳିତ ଅର୍ଥର ଏକତିରିଶାଂଶ ହେବ , ଏବଂ ଯେଉଁଥିରୁ ବକେୟା ରାଜସ୍ୱ , ସେସ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରାପ୍ୟକୁ , ବକେୟା ଭୂମିଖଜଣା ଭାବେ ଉଧାର କିମ୍ବା ହ୍ରାସକରଣ କରାଯିବା ପରେ  ।  [ପ୍ରତ୍ୟେକ ବାର୍ଷିକ କିସ୍ତି ଉପରେ ପ୍ରଦାନ କରାଯିବାକୁ ଥିବା ଅର୍ଥରାଶି ନିମନ୍ତେ ସେ ଦୁଇଜଣ ନିଶ୍ଚିତକାରୀ ବ୍ୟକ୍ତିଙ୍କୁ ଦାଖଲ କରିବା ଉପରେ ଏପରି ଅର୍ଥରାଶି ପ୍ରଦାନ କରାଯିବ ଏବଂ ସେ ମଧ୍ୟ ,  ସୂଚୀର ଫର୍ମ “ କେ” ରେ ଏକ କ୍ଷତିପୂରଣ ମୁଚାଲିକା ସଂପାଦାନ କରିବେ   ।  ଏପରି ପ୍ରଦାନ କରାଯାଉଥିବା ଅର୍ଥରାଶିକୁ , ଏହି ଆଇନ ଅନୁଯାୟୀ ଦେୟ କ୍ଷତିପୂରଣ ବିରୂଢରେ ସମନ୍ଵୟ କରାଯିବ   । କୌଣସି ଅଧିକ ଅର୍ଥପ୍ରଦାନ କିମ୍ବା ତ୍ରୁଟିପୂର୍ଣ୍ଣ ଭାବେ ଅର୍ଥ ପ୍ରଦାନକୁ [ ମଧ୍ୟସ୍ଥ କିମ୍ବା ତାଙ୍କ ଆଇନଗତ ପ୍ରତିନିଧିଙ୍କ ଠାରୁ ଉଦ୍ଧାର କରାଯିବ , ଯେପରିକି ତାହା ଏକ ବକେୟା ଭୂ – ରାଜସ୍ୱ ଅଟେ   ]  ।

[୨୬” କ” ଟ୍ରଷ୍ଟି – ମଧ୍ୟସ୍ଥଙ୍କୁ ଦେୟ ମଧ୍ୟବର୍ତ୍ତୀକାଳୀନ ବାର୍ଷିକ ଅର୍ଥରାଶିର ଗଣନା ପଦ୍ଧତି   :- ଆଇନର ଦଫା ୩୮ ର ଉପ-ଦଫା (୩) ଅନୁଯାୟୀ , କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ର ହାରାହାରି ଅର୍ଥରାଶି ଗଣନା କରିବାରେ , କଲେକ୍ଟର ଉକ୍ତ ସଂପତ୍ତି ର ହାରାହାରି ଆୟରୁ , ବାର୍ଷିକ ସର୍ବସାଧାରଣ ବଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟରେ ସଂପୂର୍ଣ୍ଣଭାବେ ଉତ୍ସର୍ଗୀକୃତ ହାରାହାରି ଅର୍ଥରାଶିକୁ , ବିଚାରକୁ ନେବେ  ।

[ ୨୭- ଏହି ଆଇନର ଦଫା ୫ ର ଧାରା (୧) ଅନୁଯାୟୀ ତଦନ୍ତ କରିବା ସମୟରେ , କଲେକ୍ଟର , ଅସ୍ଥାୟୀ , ନିଷେଧାଜ୍ଞା ନିର୍ଗମ କରିବା କିମ୍ବା ଅନ୍ୟ ମଧ୍ୟବର୍ତ୍ତୀକାଳୀନ ଆଦେଶ ନିର୍ଗମ କରିବା ବିଷୟରେ , ଦେୱାନୀ କାର୍ଯ୍ୟବିଧି  (ସଂହିତା ୧୯୦୮ (୫/୧୯୦୮) ର ଅର୍ଡର ୪୦ ରେ ବ୍ୟବସ୍ଥାୟୀତ ପଦ୍ଧତିକୁ ଅନୁସରଣ କରିବେ , ଯାହାକି ଏପରି ତଦନ୍ତ ଉଦ୍ଦେଶ୍ୟରେ , ସମ୍ପୃକ୍ତ ପକ୍ଷମାନଙ୍କ ପ୍ରତି ଆବଶ୍ୟକ ବୋଲି ଧରାଯାଇପାରେ   ।

୨୮. ଆବେଦନପତ୍ର ଏବଂ ଅପିଲ ସଂବନ୍ଧରେ  “ ଫିସ”  :- ଏହି ଆଇନ ଅନୁଯାୟୀ ଆବେଦନପତ୍ର ଏବଂ ଅପିଲ କ୍ଷେତ୍ରରେ , ଏପରି ‘ ଫିସ “ ପ୍ରଦାନ କରାଯିବ ,ଯାହାକି ଏଥିସହ ସଂଯୁକ୍ତ ଟେବୁଲରେ ଧାର୍ଯ୍ୟ କରାଯାଇଛି ଏବଂ ଏପରି ସମସ୍ତ ଫିସକୁ ନ୍ୟାୟାଳୟ ଶୁଳ୍କ ଟିକସ ଆକାରରେ ପ୍ରଦାନ କରାଯିବ  ।

“ ଫିସର ଟେବୁଲ

ନିୟମ ୨୮ ଦ୍ରଷ୍ଟବ୍ୟ

କ୍ରମିକ ସଂଖ୍ୟା

ଆବେଦନପତ୍ର , ସ୍ମାରକ ପତ୍ର ସଂବନ୍ଧରେ “ ଫିସ “ ଦେୟ ଫିସ

ଫିସ ର ଅର୍ଥରାଶି

ଦଫା ୮ –କ ଉପ-ଦଫା (୧) କିମ୍ବା (୨) ଅନୁଯାୟୀ ଦାବି ଆବେଦନ ପତ୍ର

ଟଙ୍କା – ପଇସା

୧.୧୦

ଦଫା ୮- କର ଉପ-ଦଫା (୪) ଅନୁଯାୟୀ ଆପତ୍ତି ଦରଖାସ୍ତ

୧.୧୦

ଦଫା ୯(୧) ଅନୁଯାୟୀ ସ୍ମାର ପତ୍ର (କ) ଯଦି ରାଜସ୍ୱ ପରିଷଦ ସମ୍ମୁଖରେ ଦାଖଲ କରାଯାଏ    ।

(ଖ) ଯଦି ଅନ୍ୟ ଅଧିକାରୀଙ୍କ ସମ୍ମୁଖରେ ଦାଖଲ କରାଯାଏ

୪.୦୦

ଦଫା ୧୮ ଅନୁଯାୟୀ ଦାବି – ଆବେଦନ ପତ୍ର

୩.୦୦

ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ ଆପତ୍ତି ଆବେଦନ ପତ୍ର

୧.୧୦

ଦଫା ୩୨ ଅନୁଯାୟୀ , ଅପିଲ ସ୍ମାର ପତ୍ର

୪.୦୦

ଦଫା ୩୨-କ ଅନୁଯାୟୀ , ଅପିଲ ସ୍ମାରକ ପତ୍ର

୬.୦୦

ଏହି ଆଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ ଦାଖଲ କରାଯାଉଥିବା ମୁଲତବି ଆବେଦନପତ୍ର

୧.୦୦

ଓକାଲତନାମା କିମ୍ବା ମୁକ୍ତାର ନାମା , ଯଦି ନିମ୍ନଙ୍କ ସମ୍ମୁଖରେ ଦାଖଲ କରାଯାଏ   ।

(କ) ରାଜସ୍ୱ ପରିଷଦ

(ଖ) ଅନ୍ୟ କୌଣସି ଅଧିକାରୀ

 

 

୪.୫୦

୧.୫୦

 

 

ଆଧାର – THE LAW HOUSE

 

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate