অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ରାଜ୍ୟରେ ନ୍ୟସ୍ତ ସଂପତ୍ତିର ପରିଚାଳନା)

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ରାଜ୍ୟରେ ନ୍ୟସ୍ତ ସଂପତ୍ତିର ପରିଚାଳନା)

ଅଞ୍ଚଳର ଶାସନର ଗଠନ

  1. ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ସମସ୍ତ ସଂପତ୍ତିର ପରିଚାଳନା ନିମନ୍ତେ, ସ୍ଥାନୀୟ ଅଧିକାରୀଙ୍କୁ ନେଇ ଏକ ଅଞ୍ଚଳ ଶାସନ ଗଠନ କରାଯିବ   ।
  2. ଉପ-ଦଫା (୧) ଅନୁଯାୟୀ ଗଠିତ ଅଞ୍ଚଳ ଶାସନ, ଏପରି ପରିଚାଳନା ଉଦ୍ଦେଶ୍ୟରେ ଏପରି ଉପଯୁକ୍ତ ପ୍ରଶାସନିକ ଏକକ ଉପରେ କର୍ତ୍ତୁତ୍ଵ ରହିବ,ଯେପରି ରାଜ୍ୟ ସରକରାଙ୍କ ଦ୍ଵାରା ସମୟାନୁକ୍ରମେ ବିଜ୍ଞପ୍ତି କରାଯିବ ଏବଂ ଏପରି ଭାବେ ବିଜ୍ଞପ୍ତି ଏକକ, ଏହି ଆଇନ ଉଦ୍ଦେଶ୍ୟରେ ‘ଅଞ୍ଚଳ‘ଭାବେ କୁହାଯିବ   ।
  3. ଉପ-ଦଫା (୧) ଅନୁଯାୟୀ ଗଠିତ କୌଣସି ଅଞ୍ଚଳ ଶାସନ, ନିମ୍ନଙ୍କୁ ଧାରଣ କରିବ :-
    • ଅଞ୍ଚଳ ସଭାବ ଏବଂ
    • ଅଞ୍ଚଳ ଅଧିକାରୀ
  4. ରାଜ୍ୟ ବିଧାନ ପରିଷଦ ଏକ ଆଇନ ଦ୍ଵାରା ଅଞ୍ଚଳ ଶାସନର କ୍ଷମତା, କର୍ତ୍ତବ୍ୟ ଏବଂ କାର୍ଯ୍ୟ ଏବଂ ଅଞ୍ଚଳ ସଭାର ଗଠନ ନିୟନ୍ତ୍ରଣ ହେବ   ।

[ ଉଲ୍ଲେଖ ଥାଉ ଯେ,  ଯେ ପର୍ଯ୍ୟନ୍ତ ଓଡିଶା ଅଞ୍ଚଳ ଶାସନ ଆଇନ ୧୯୫୫ ର ବ୍ୟବସ୍ଥାବଳୀ (ଓଡିଶା ଆଇନ ସଂଖ୍ୟା ୪/୧୯୫୬) ରେ, ଅଞ୍ଚଳ ଶାସନ, ଅଞ୍ଚଳ ସଭା ଏବଂ ଅଞ୍ଚଳ ଅଧିକାରୀଙ୍କ କ୍ଷମତା, କର୍ତ୍ତବ୍ୟ ଏବଂ କାର୍ଯ୍ୟ ସଂଜ୍ଞାୟିତ ହୋଇନାହିଁ,  ସେ ପର୍ଯ୍ୟନ୍ତ, ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ସଂପତ୍ତି ଏହି ଆଇନର ବ୍ୟବସ୍ଥାବଳୀ ର ନିୟନ୍ତ୍ରଣାଧିନରେ ଏବଂ ନିର୍ଦ୍ଦେଶାବଳୀର ନିୟନ୍ତ୍ରଣାଧିନରେ ଯେପରି କୌଣସି ସାଧାରଣ କିମ୍ବା ବିଶେଷ ଆଦେଶ ଦ୍ଵାରା ଏ ସଂବନ୍ଧରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଗମ କରାଯାଇପାରେ,  ସରକାରୀ ସଂପତ୍ତିର ପରିଚାଳାନା ନିମନ୍ତେ, ସେତେବେଳେ ବଳବତ୍ତର ଥିବା କୌଣସି ସାଧାରଣ ସମ୍ପତ୍ତିର ପରିଚାଳନା ନିମନ୍ତେ, ସେତେବେଳେ ବଳବତ୍ତର ଥିବା କୌଣସି ଆଇନ, ନିୟମାବଳୀ ଏବଂ ନିୟମିତକରଣ ଅନୁଯାୟୀ ପରିଚାଳନା କରାଯିବା; କିମ୍ବା ‘ରୟତୱାରି‘ ଅଞ୍ଚଳ କିମ୍ବା ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନା କରାଯିବା; କିମ୍ବା କୌଣସି ଅଞ୍ଚଳ, ତାହା ଯେକୌଣସି ନାମରେ ଜଣାହୋଇଥାଉ ;ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ]

ସଂରକ୍ଷଣ

ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ)  ଆଇନ 1957 (ଓଡିଶା ଆଇନ 23/1957)ର ପ୍ରାରମ୍ଭରେ,ଏହି ଆଇନ କିମ୍ବା ତତ ସଂକ୍ରାନ୍ତିୟ ନିୟମାବଳୀର ବ୍ୟବସ୍ଥାବଳୀ, ଅନୁଯାୟୀ, ଯେକୌଣସି କ୍ଷମତାରେ ଅଞ୍ଚଳ ଅଧିକାରୀଙ୍କ ସମ୍ମୁଖରେ ସ୍ଥଗିତ ଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ, ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ, ଉପଯୁକ୍ତ ଅଧିକାରୀଙ୍କ ଦ୍ଵାରା ଚାଲୁ ରଖାଜୀବ, ଯେପରି ଓଡିଶା ଜମିଧାରୀ ଉଚ୍ଛେଦ (ସଂଶୋଧନ) ଆଇନ 1957 (ଓଡିଶା ଆଇନ 23/1957) ଦ୍ଵାରା ସଂଶୋଧିତ) ଏବଂ ଓଡିଶା ସାଧାରଣ ଧାରା ଆଇନ 1937(ଓଡିଶା ଆଇନ 1/1937)ର ଦଫା 5 ର ବ୍ୟବସ୍ଥାବଳୀ, ଓଡିଶା ଜମିଧାରୀଉଚ୍ଛେଦ (ସଂଶୋଧନ) ଆଇନ 1957 (ଓଡିଶା ଆଇ23 1957) ର ଦଫା 7 ଅନୁଯାୟୀ, ରଦ୍ଧକୃତ ଦଫା ସଂବନ୍ଧରେ,ପ୍ରୟୋଗ ହେବା ।

ଆଧାର  - ଦ ଲ ହାଉସ

Last Modified : 12/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate