অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ,୧୯୬୫ (ଜମିର ‘ସିଲିଂ’ ଏବଂ ହସ୍ତାନ୍ତରଣ )

ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ,୧୯୬୫ (ଜମିର ‘ସିଲିଂ’ ଏବଂ ହସ୍ତାନ୍ତରଣ )

ବଳକା ଜମିର ‘ସିଲିଂ’ ଏବଂ ହସ୍ତାନ୍ତରଣ

ସିଲିଂ ଅଂଚଳ ସ୍ଥିର କରିବା ନିମନ୍ତେ ନୀତି : -

ଦଫା ୩୭ – ‘ଖ’ ଏବଂ ଦଫା ୩୯ ପ୍ରତି ସ୍ପଷ୍ଟିକରଣ ଏବଂ ଦଫା ୩୭ – ‘କ’ ଅନୁଯାୟୀ , କୌଣସି ପରିବାରର ‘ ସିଲିଂ ’ ଅଞ୍ଚଳ ସ୍ଥିର କରିବା ଉଦ୍ଦେଶ୍ୟରେ , ଯେ , ଦଫା ୩୯ରେ ଉଲ୍ଲେଖିତ ହସ୍ତାନ୍ତରଣ କିମ୍ବା ବିଭାଜନ ବିଷୟ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ହସ୍ତାନ୍ତରଣର ସୂଚନା ଉଲ୍ଲେଖରେ ଯାଞ୍ଚ କରାଯିବ କିମ୍ବା ଦଫା ୧୧ର ଅନୁଯାୟୀ ତାଙ୍କ ଦ୍ଵାରା ଗୃହୀତ ସୂଚନା ଏବଂ ବିଭାଜନ ତାଲିକା ଉପରେ , ଯାଞ୍ଚ କରାଯିବ ।

‘ସିଲିଂ’ ଅଂଚଳର ଲିପିବଦ୍ଧିକରଣ : -

କୌଣସି ସିଲିଂ ଅଂଚଳ , ଯାହାକି କୌଣସି ପରିବାର ନିମନ୍ତେ ଧାର୍ଯ୍ୟ କରାଯାଇଥାଏ , ତାହା ସେହିପରି ପଦ୍ଧତିରେ , ଉକ୍ତ ପରିବାରର ଜଣେ କିମ୍ବା ଅଧିକ ସଦସ୍ୟଙ୍କ ନାମରେ ଲିପିବଦ୍ଧ କରାଯିବ , ଯେପରି ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ ସେହି ଉଦ୍ଦେଶ୍ୟରେ ଦାଖଲ କରାଯାଇଥିବା ଆବେଦନ ପତ୍ରରେ , ସେମାନଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥାଏ , ଏବଂ ଯାହାକି ପରିବାରର ସମସ୍ତ ସାବାଳକ ସଦସ୍ୟମାନଙ୍କ ଦ୍ଵାରା ସ୍ଵାକ୍ଷରିତ ଏବଂ ଯାଞ୍ଚ କରାଯାଇଥାଏ ।

ନିୟମ ୨୯ ‘କ’ ସୁବିଧାୟୀତ ରୟତ୍ ମାନଙ୍କର ଏକ ତାଲିକାର ରକ୍ଷଣାବେକ୍ଷଣ : - ଦଫା ୩୮ର ଧାରା (କ) ଉଦ୍ଦେଶ୍ୟରେ , ରାଜସ୍ୱ ଉଚ୍ଚାକର୍ମଚାରୀ , ସୁବିଧାୟୀତ ରୟତ୍ ମାନଙ୍କର ଏକ ତାଲିକା ରକ୍ଷଣାବେକ୍ଷଣ କରିବେ । ଏପରି ତାଲିକାକୁ ସମାୟନୁକ୍ରମେ ଯାଞ୍ଚ କରାଯିବ ଏବଂ ଅଧୁନା କରାଯିବ ।

ନିୟମ ୨୯ ‘ଖ’ ଶିଳ୍ପନୈତିକ ଉଦ୍ୟୋଗ ଦ୍ଵାରା ଧାରୀତ ଜମି ଉପରେ ବିବରଣୀ : - ଯେଉଁ ସ୍ଥଳରେ ସେହି ଜମିଗୁଡିକ ପ୍ରତି ମଞ୍ଜୁର କରାଯାଇଥିବା ‘ ସିଲିଂ’ ରେ ରିହାତି , ଯାହାକି ଶିଳ୍ପନୈତିକ କିମ୍ବା ବାଣିଜ୍ୟିକ ସଂସ୍ଥା ଦ୍ଵାରା ଧାରୀତ , ଏବଂ ଯେଉଁଥିରେ ଦଫା ୩୮ର ଧାରା (ଖ) ଅନୁଯାୟୀ କଳକାରଖାନା ଅନ୍ତର୍ଭୁକ୍ତ , ରାଜସ୍ୱ ଉଚ୍ଚକର୍ମଚାରୀ , ଉକ୍ତ ଧାରା ପ୍ରତି ପ୍ରଥମ ପ୍ରତିବଦ୍ଧ ଅନୁଯାୟୀ ଆବଶ୍ୟକ , ସେଗୁଡିକର ବ୍ୟବହାରର ପୁନଃ ବିଚାରକୁ ସୁବିଧାୟୀତ କରିବା ନିମନ୍ତେ , ଏପରି ରିହାତି ଜମିଗୁଡ଼ିକର ପ୍ରକୃତ ବ୍ୟବହାର ଉପରେ , ଏକ ବିବରଣୀ , ପ୍ରତ୍ୟକ ବର୍ଷ ଶେଷରେ କଲେକ୍ଟରଙ୍କୁ ଦାଖଲ କରିବେ ।

‘ଗ’ ‘ସିଲିଂ’ ଅଂଚଳ ସ୍ଥିର କରିବା ନିମନ୍ତେ ନୀତି : - ଦଫା ୩୯ର ଧାରା (କ) ଉଦ୍ଦେଶ୍ୟରେ , ଜଳାଶୟର ଅର୍ଥ ଜଳ ସଂରକ୍ଷଣ ସ୍ଥାନ, ଯାହାକି ସାଧାରଣତଃ ଏପରିଭାବେ ବ୍ୟବହୃତ ହୁଏ ଏବଂ ତାହା ଅନ୍ୟ ଜଳ ପ୍ଲାବନ ସ୍ଥାନକୁ ଅନ୍ତର୍ଭୁକ୍ତ କରିବ ନାହିଁ ।

ନିୟମ ୨୯ ‘ଘ’ ଦଫା ୪୦ – ‘କ’ ଅନୁଯାୟୀ , ରଟର୍ଣ୍ଣର ଦାଖଲ : -

  1. ଦଫା ୪୦ – ‘କ’ ର ଉପ – ଦଫା (୧) ଅନୁଯାୟୀ ରଟର୍ଣ୍ଣ , ସେହି ବ୍ୟକ୍ତି ଦ୍ଵାରା , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ଦ୍ଵୈତ ନକଲରେ ଦାଖଲ କରାଯିବ , ଯେକି ଦଫା ୪୧ ଅନୁଯାୟୀ , ଏପରି ଋଟର୍ଣ୍ଣ ଦାଖଲ କରିବା ନିମନ୍ତେ ଦାୟୀ ଅଟନ୍ତି କିମ୍ବା ତାଙ୍କର କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ଏହା ଦାଖଲ କରାଯିବ ।
  2. ଓଡିଶା ରାଜ୍ୟରେ , ଜଣେ ରୟତଭାବେ କିମ୍ବା ଜମିଧାରଣକାରୀଭାବେ କିମ୍ବା ଉଭୟ ଭାବେ , ଏପରି ବ୍ୟକ୍ତି ଦ୍ଵାରା ଧାରୀତ ସମସ୍ତ ଜମିର ଗ୍ରାମ - ୱାରୀ ନିର୍ଦିଷ୍ଟ ବିବରଣୀ , ଏପରି ଋଟର୍ଣ୍ଣ ଧାରଣ କରିବ ।
  3. ଯେଉଁ ସ୍ଥଳରେ , ଦଫା ୪୧ ଅନୁଯାୟୀ , ଋଟର୍ଣ୍ଣ ଦାଖଲ କରିବା ନିମନ୍ତେ ଦାୟୀ କୌଣସି ବ୍ୟକ୍ତି , ପରିବାରର ଜଣେ ସଦସ୍ୟ ହୋଇଥାଆନ୍ତି ; ସେପରିସ୍ଥଳେ ସେ ଋଟର୍ଣ୍ଣ ଦାଖଲ କରିବେ ଯେଉଁଥିରେ ସେ , ତାଙ୍କ ଦ୍ଵାରା ଧାରୀତ ଜମିର ସମୁଦାୟ ଅଂଚଳ ଧାର୍ଯ୍ୟ କରିବା ସହିତ , ତାଙ୍କ ପରିବାରର ପ୍ରତ୍ୟକ ସଦସ୍ୟଙ୍କ ଦ୍ଵାରା ଧାରୀତ ଜମିର ସମୁଦାୟ ଅଂଚଳ ଏବଂ ୧୯୭୫ ମସିହା ସେପ୍ଟେମ୍ବର ୨୦ ତାରିଖ ପରେ , ଯଦି ସେମାନଙ୍କ ଦ୍ଵାରା କୌଣସି ହସ୍ତାନରଣ କିମ୍ବା ବିଭାଜନ କରାଯାଇଥାଏ , ତାହା ମଧ୍ୟ ଉଲ୍ଲେଖ କରିବେ ।
  4. ଉପ – ନିୟମ (୧) ରେ ଉଲ୍ଲେଖିତ ଋଟର୍ଣ୍ଣ , ଫର୍ମ ନଂ – ୧୨ରେ ଦାଖଲ କରାଯିବ ।
  5. ଋଟର୍ଣ୍ଣ କିମ୍ବା ସଂଶୋଧିତ ଋଟର୍ଣ୍ଣ , ଯଦି କିଛି , ଦଫା ୪୬ – ‘ଖ’ ଅନୁଯାୟୀ ଦାଖଲ କରାଯାଏ , ତାହା ବିଚାରକୁ ନିଆଯିବ ନାହିଁ , ଯଦି ଏପରି ଋଟର୍ଣ୍ଣ ଦାଖଲ କରିଥିବା ବ୍ୟକ୍ତି ସଂବନ୍ଧରେ , ଦଫା ୩ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ନିଜ ମନକୁମନ ଆରମ୍ଭ କରାଯାଇଥାଏ , ଏବ୍ମ୍ମ ଦଫା ୪୪ର ଉପ – ଦଫା (୧) ଅନୁଯାୟୀ , ବଳକା କିମ୍ବା ଅଧିକ ଜମିର ଖସଡା ବିବରଣୀକୁ ଦୃଢିକରଣ କରାଯାଇଥାଏ ।

    ଦଫା ୪୩ ଅନୁଯାୟୀ , ସ୍ଥାନୀୟ ସମିତି ସହିତ ପରାମର୍ଶ କରିବା ଉଦ୍ଦେଶ୍ୟରେ , ନିୟମ ୨୭ – ‘ଖ’ ରେ ଧାରୀତ ବ୍ୟବସ୍ଥାବଳୀ , ଯେତେଦୂର ସମ୍ଭବ , ପ୍ରୟୋଗ ହେବ ।

    [୨୯- ‘ ଙ ’ ‘ ସିଲିଂ ’ ଅଂଚଳ ଏବଂ ବଳକା ଅଧିକ ଜମି ଦର୍ଶାଇ , ଖସନା ବିବରଣୀର ପ୍ରସ୍ତୁତିକରଣ ଏବଂ ପ୍ରକାଶନ : - ଦଫା ୪୩ର ଉପ – ଦଫା (୧)ରେ ଉଲ୍ଲେଖିତ ଖସଡା ବିବରଣୀ , ଫର୍ମ ନଂ – ୧୩ରେ ପ୍ରସ୍ତୁତ କରାଯିବ ।]

ଦଫା ୪୩ର ଉପ – ଦଫା (୨) ଅନୁଯାୟୀ ଖସଡା ବିବରଣୀର ପ୍ରକାଶନ : -

  1. ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ସୂଚନା ପଟ୍ଟାରେ ଏହାର ଏକ ପ୍ରକୃତ ନକଲକୁ ସଂଯୋଗ ଦ୍ଵାରା , ଖସଡା ବିବରଣୀ ପ୍ରକାଶନ କରାଯିବ ଏବଂ କାର୍ଯ୍ୟ ଦିନଗୁଡିକରେ , କାର୍ଯ୍ୟାଳୟ ସମୟ ମଧ୍ୟରେ କୌଣସି ଇତ୍ସୁକ ବ୍ୟକ୍ତି ଦ୍ଵାରା , ବିନା ମୂଲ୍ୟରେ , ପରିଦର୍ଶନ ନିମନ୍ତେ , ତାହା ଉନ୍ମୁକ୍ତ ରହିବ ଏବଂ ଏହା ତାଙ୍କ ସୂଚନା ପଟ୍ଟାରେ ପ୍ରଥମେ ସଂଯୁକ୍ତ ନକଲ ତାରିଖରୁ ତିରିଶ ଦିନ ପର୍ଯ୍ୟନ୍ତ ରହିବ ।
  2. ଉପ – ନିୟମ (୧) ଅନୁଯାୟୀ ପ୍ରକାଶିତ ଖସଡା ବିବରଣୀର ଏକ ନକଲ , ସେହି ଏକା ସମୟରେ , ସୂଚନା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରାପ୍ତି ସ୍ଵୀକାର ପତ୍ର ସହିତ ରେଜେଷ୍ଟ୍ରି ଡାକଯୋଗେ ପ୍ରେରଣ କରାଯିବ , ଏହା ସୂଚୀତ କରି ଯେ , ଏପରି ବିବରଣୀରେ କୌଣସି ଅନ୍ତର୍ଭୁକ୍ତିକରଣ କିମ୍ବା ତ୍ରୁଟି ପ୍ରତି ଆପତ୍ତି , ଯଦି କିଛି ଥାଏ , ତାହା ଏପରି ବିବରଣୀ ନିର୍ଗମ ତାରିଖରୁ ତିରିଶ ଦିନ ମଧ୍ୟରେ ଯଦି ଦାଖଲ କରାଯାଏ , ତାହା ବିଚାରକୁ ନିଆଯିବ ।
  3. [(୨ - କ) : - ଏପରି ଖସଡା ବିବରଣୀର ଏକ ନକଲ ସହିତ , ଏକ ସୂଚନା ସେହି ଗ୍ରାମ ଗୁଡିକରେ ସେହି ଏକା ସମୟରେ ପ୍ରକାଶିତ ହେବ , ଯେଉଁଠି ଏପରି ଜମି ସ୍ଥିତ ଅଟେ ତାହା ଘୋଷଣା ଏବଂ ଡ୍ରମ୍ ବାଦ୍ୟ ଦ୍ଵାରା କରାଯିବା ସହିତ ଏହାର ନକଲକୁ , ଗ୍ରାମର କୌଣସି ଆଖିଦୃଶିଆ ସ୍ଥାନରେ , ଖୁବ୍ କମ୍ ରେ ଦୁଇଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ସଂଯୋଗ କରି ଏପରି କରାଯିବ ଏବଂ ସମସ୍ତ ବ୍ୟକ୍ତିଙ୍କ ସହିତ , ଉପ – ନିୟମ (୧) ଅନୁଯାୟୀ , ଏପରି ପ୍ରକାଶନ ତାରିଖରୁ ତିରିଶ ଦିନ ମଧ୍ୟରେ ଦାଖଲ କରାଯାଇଥିବା ଉକ୍ତ ବିବରଣୀରେ ଉଲ୍ଲେଖିତ ବ୍ୟକ୍ତିମାନଙ୍କୁ ମଧ୍ୟ ବିଚାରକୁ ନିଆଯିବ ।]

  4. ଉପରୋକ୍ତ ଉକ୍ତ ତିରିଶଦିନ ସମୟ ମଧ୍ୟରେ , ଏପରି ବିବରଣୀରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଏହା ପରିଦର୍ଶନ କରିବା ଏବଂ ତା’ର ନକଲ ଦେବା ନିମନ୍ତେ , ପ୍ରତ୍ୟକ ସୁବିଧା ପ୍ରଦାନ କରାଯିବ ।

ଦଫା ୪୪ର ଉପ – ଦଫା (୨) ଅନୁଯାୟୀ ଅପିଲ୍ ଅଧିକାରୀ : -

ଦଫା ୪୪ର ଉପ – ଦଫା (୨) ଅନୁଯାୟୀ କୌଣସି ଅପିଲ୍ , ସାବା – ଡିଭିଜନାଲ୍ ଉଚ୍ଚକର୍ମଚାରୀ କିମ୍ବା ଏ ସଂବନ୍ଧରେ ସରକାରଙ୍କ ଦ୍ଵାରା ବିଶେଷଭାବେ ନିଯୁକ୍ତ କୌଣସି ଉଚ୍ଚକର୍ମଚାରୀଙ୍କ ନିକଟରେ ଦାଖଲ କରାଯିବ , ଯେକି ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀ ଭାବେ ନିଯୁକ୍ତ ହେବା ନିମନ୍ତେ ଉପଯୁକ୍ତ ; ଉଲ୍ଲେଖିତ ଥାଉ ଯେ , ଦଫା ୪୪ର ଉପ – ଦଫା (୨) ଅନୁଯାୟୀ କୌଣସି ଅପିଲ୍ , ଯାହାକି ଓଡିଶା ଭୂ – ସଂସ୍କାର (ସାଧାରଣ)(ସଂଶୋଧନ) ନିୟମାବଳୀ , ୧୯୮୦ର ପ୍ରଚଳନ ତାରିଖରେ , ସ୍ଥଗିତ ଥାଏ , ଶୁଣାଣୀ ଏବଂ ଫଇସଲା ନିମନ୍ତେ , ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀଙ୍କୁ ହସ୍ତାନ୍ତରଣ କରାଯିବ ।

ଦଫା ୪୪ର ଉପ – ଦଫା (୩) ଅନୁଯାୟୀ ଦୃଢୀକରଣ ବିବରଣୀର ପ୍ରକାଶନ : -

  1. ଦୃଢୀକରଣ କିମ୍ବା ସଂଶୋଧିତ ବିବରଣୀ , ସେହିପରିଭାବେ ପ୍ରକାଶନ କରାଯିବ , ଯେପରି ନିୟମ ୩୦ର ଉପ – ନିୟମ (୧) ରେ ଉଲ୍ଲେଖିତ ଏବଂ ତାହା ପନ୍ଦର ଦିନ ସମୟ ନିମନ୍ତେ ; ଉଲ୍ଲେଖ ଥାଉ ଯେ , ଉକ୍ତ ସମୟ ଗଣନା କରିବାରେ , ପ୍ରକାଶନ ତାରିଖକୁ ବହିର୍ଭୂତ କରାଯିବ ।
  2. ପ୍ରକାଶନ ସମୟ ଅତିବାହିତ ହେବା ପରେ , ଏପରି ପ୍ରକାଶନ ବିଷୟ ସଂବନ୍ଧରେ ଏକ ପ୍ରମାଣ ପତ୍ର , ରାଜସ୍ୱ ଉଚ୍ଚକର୍ମଚାରୀ ସଂଯୋଗ କରିବେ ।
  3. ଏପରି ପ୍ରକାଶନ ବିଷୟ , ସେହି ବ୍ୟକ୍ତିଙ୍କୁ ପ୍ରାପ୍ତି ସ୍ଵୀକାର ପତ୍ର ସହିତ , ରେଜେଷ୍ଟ୍ରି ଡାକ ଯୋଗେ ସୂଚୀତ କରାଯିବ , ଯାହାଙ୍କ ପ୍ରତି ଏପରି ବିବରଣୀ ସଂପୃକ୍ତ ଏବଂ ଏହା ସହିତ ଏପରି ପ୍ରମାଣପତ୍ରର ଏକ ପ୍ରମାଣିତ ନକଲ , ଉପ – ନିୟମ (୨) ଅନୁଯାୟୀ ସଂପୃକ୍ତ ପ୍ରମାଣପତ୍ର ମଧ୍ୟ ପ୍ରେରଣ କରାଯିବ ।

ଦଫା ୪୪ର ଉପ – ଦଫା (୩) ଅନୁଯାୟୀ କେଉଁ ସମସ୍ତ ଅଧିକାରୀଙ୍କୁ, ବିବରଣୀର ନକଲ କରାଯିବ : - ଦୃଢୀକରଣ ବିବରଣୀର ଏକ ପ୍ରକୃତ ନକଲ , ନିମ୍ନଲିଖିତ ଅଧିକାରୀଙ୍କୁ ପ୍ରେରଣ କରାଯିବ : -

  1. ଖତିୟାନର ରକ୍ଷଣାବେକ୍ଷଣ ନିମନ୍ତେ ଦକ୍ଷ ଅଧିକାରୀ ;
  2. ସବ୍ – ରେଜିଷ୍ଟର ; ଏବଂ
  3. ପ୍ରତ୍ୟକ ଜମିଦାର କିମ୍ବା ସେହି ବ୍ୟକ୍ତି , ଯାହାଙ୍କ ପ୍ରତି ଉକ୍ତ ବିବରଣୀ ସଂପୃକ୍ତ ; ଉଲ୍ଲେଖଥାଉ ଯେ , ଯେଉଁ ସ୍ଥଳରେ ସରକାର ଜମିଦାର ହୋଇଥାଆନ୍ତି , ସେପରିସ୍ଥଳେ , ଏହି ଧାରା ଅନୁଯାୟୀ କୌଣସି ନକଲ୍ ପ୍ରଦାନ କରାଯିବ ନାହିଁ ।

[ ‘ସିଲିଂ’ କାର୍ଯ୍ୟାନୁଷ୍ଠାନରୁ ବାଦ୍ ପଡିଥିବା ଏବଂ ଦଫା ୪୫ – ‘ଖ’ ଅନୁଯାୟୀ ‘ସିଲିଂ’ – ବଳକା ଜମି ଦର୍ଶାଇ , ଖସଡା ବିବରଣୀର ପ୍ରସ୍ତୁତିକରଣ , : - ଏହି ଆଇନ୍ ର ଦଫା ୪୫ – ‘ଖ’ ର ଉପ – ଦଫା (୧) ଅନୁଯାୟୀ , ଏକ ଘୋଷଣା ପ୍ରଦାନ କରିବା ଉଦ୍ଦେଶ୍ୟରେ, ରାଜସ୍ୱ ଉଚ୍ଚକର୍ମଚାରୀ, ଫର୍ମ ନଂ-୧୩- ‘କ’ ରେ ଏକ ସଂଶୋଧିତ ଖସଡା ବିବରଣୀ ପ୍ରସ୍ତୁତ କରାଇବେ ।

ନିୟମ ୩୩ (ଖ)ସିଲିଂ ବଳକା ଜମିର ସଂଶୋଧିତ ଖସଡା ବିବରଣୀର ପ୍ରକାଶନ ଏବଂ ସଂପୃକ୍ତ ବ୍ୟକ୍ତି ପ୍ରତି ସୂଚନା ଜାରୀ : -

  1. ନିୟମ ୩୩ – ‘କ’ ଅନୁଯାୟୀ ପ୍ରସ୍ତୁତ ସଂଶୋଧିତ ଖସଡା ବିବରଣୀ , ସେହିପରି ଭାବେ ବିଚାର କରାଯିବ , ଯେପରି ନିୟମ ୩୦ରେ କରାଯାଇଛି ।
  2. ଉପ – ନିୟମ (୧) ଅନୁଯାୟୀ ଗୃହୀତ ଅଭିଯୋଗ କିମ୍ବା ଆପତ୍ତି , ଯଦି କିଛି ଥାଏ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଏପରି ତାରିଖ , ଏପରି ସ୍ଥାନ ଏବଂ ସମୟରେ ବିଚାର କରାଯିବ , ଯେପରି ସେ ସୂଚନା ଦ୍ଵାରା ଧାର୍ଯ୍ୟ କରିବେ , ଯାହାକି ସେ ସଂବନ୍ଧରେ , ଆପତ୍ତିକାରୀଙ୍କ ଉପରେ ଜାରୀ କରାଯିବ , ଏବଂ ରାଜସ୍ୱ ଉଚ୍ଚକର୍ମଚାରୀ , ଆବଶ୍ୟକ ଅନୁଯାୟୀ ତଦନ୍ତ କରିବା ପରେ ଏବଂ ସ୍ଥାନୀୟ ସମିତି ସହ ପରାମର୍ଶ କରିବା ପରେ , ଆଦେଶ ଦ୍ଵାରା , ତାଙ୍କର କାରଣ ଲିଖିତଭାବେ ଲିପିବଦ୍ଧ କରିବା ପରେ , ଖସଡା ବିବରଣୀରେ ଧାର୍ଯ୍ୟ ସମସ୍ତ କିମ୍ବା ଯେକୌଣସି ନିର୍ଦିଷ୍ଟକରଣକୁ ପରିବର୍ତ୍ତନ ଏବଂ ସଂଶୋଧନ କରିପାରନ୍ତି ।

ଦଫା ୪୫ – ‘ଖ’ ଅନୁଯାୟୀ ‘ସିଲିଂ’ ବଳକା ଜମିର ଘୋଷଣା : -

  1. ନିୟମ ୩୩ – ‘ଖ’ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର ସମାପ୍ତି ପରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଆଦେଶ ଦ୍ଵାରା , ଏପରି ଖସଡା ବିବରଣୀକୁ କିମ୍ବା ସଂଶୋଧନ କରିବେ ଏବଂ ଏଥିରେ ଏକ ଘୋଷଣା ଲିପିବଦ୍ଧ କରିବେ ଯେଉଁଥିରେ ସେ , ପନ୍ଦର ଦିନ ସମୟ ନିମନ୍ତେ , ନିୟମ ୩୦ର ଉପ – ନିୟମ (୧) ଉଦ୍ଦେଶ୍ୟରେ , ବଳକା ବିବେଚିତ ଜମିକୁ ସୂଚୀତ କରିବେ ।
  2. କୌଣସି ଅପିଲ୍ କିମ୍ବା ରିଭିଜନ୍ ରେ ଏପରି ଖସଡା ବିବରଣୀ , ଯେପରି ଦୃଢୀଭୂତ କିମ୍ବା ସଂଶୋଧିତ, ତାହା ନିୟମ ୩୦ର ଉପ – ନିୟମ (୧) ରେ ଉଲ୍ଲେଖିତ ଅନୁଯାୟୀ , ପନ୍ଦର ଦିନ ସମୟ ନିମନ୍ତେ, ପ୍ରକାଶନ କରାଯିବ ।
  3. ପ୍ରକାଶନ ସମୟ ଅତିବାହିତ ହେବା ପରେ , ନିୟମ ୩୨ର , ଉପ – ନିୟମାବଳୀ (୨) ଏବଂ (୩) ରେ ଉଲ୍ଲେଖିତ ପଦ୍ଧତି , ପାରସ୍ପରିକ ଭାବେ ପ୍ରୟୋଗ ହେବ । (୪) ଉପ – ନିୟମ (୨) ଅନୁଯାୟୀ ପ୍ରକାଶିତ ଦୃଢୀକରଣ ବିବରଣୀର ଏକ ପ୍ରକୃତ ନକଲ , ନିୟମ – ୩୨ ଅନୁଯାୟୀ ଧାର୍ଯ୍ୟ ଅଧିକାରୀଙ୍କୁ ମଧ୍ୟ ଯୋଗାଇ ଦିଆଯିବ ।

ଦଫା ୪୮ର ଉପ – ଦଫା (୧) ଅନୁଯାୟୀ ସରକାରଙ୍କ ପ୍ରତି ପ୍ରାପ୍ୟକୁ ସ୍ଥିର କରିବା ପଦ୍ଧତି : -

  1. ରାଜସ୍ୱ ଉଚ୍ଚକର୍ମଚାରୀ ଏପରି ସମସ୍ତ ତହସିଲ୍ ଦାର୍ ଙ୍କୁ ସଂବୋଧନ କରିବେ , ଯାହାଙ୍କର କର୍ତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ , ଦଫା ୪୭ ଅନୁଯାୟୀ [କୌଣସି ଅର୍ଥ ରାଶି ପ୍ରତି ହକ୍ ଦାର୍ ବ୍ୟକ୍ତିର ଏପରି ଜମିରେ କୌଣସି ସ୍ଵାର୍ଥ ଥାଏ , ସେପରିସ୍ଥଳେ ଉକ୍ତ ବ୍ୟକ୍ତିଙ୍କ ଦ୍ଵାରା ଦେୟ ପ୍ରାପ୍ୟ;
  2. ଏପରି କୌଣସି ଉଲ୍ଲେଖ ଗ୍ରହଣ କରିବା ପରେ , ତହସିଲ୍ ଦାର , ଉପ- ନିୟମ (୧) ପ୍ରତି ଉଲ୍ଲେଖିତ ପ୍ରାପ୍ୟ ସଂବନ୍ଧରେ ସଂପୂର୍ଣ୍ଣ ବିବରଣୀ , ରାଜାସ୍ଵ ଉଚ୍ଚକର୍ମଚାରୀଙ୍କୁ ସୂଚୀତ କରିବେ ।
  3. ଯଦି ସରକାରଙ୍କୁ ଦେୟ କୌଣସି ପ୍ରାପ୍ୟ ନଥାଏ , ସେପରିସ୍ଥଳେ ତହସିଲ୍ ଦାର୍ ଏ ବିଷୟ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ସୂଚୀତ କରିବେ ।
  4. ଉପ – ନିୟମାବଳୀ (୨) ଏବଂ(୩) ଅନୁଯାୟୀ ତଥ୍ୟ ଗ୍ରହଣ କରିବା ପରେ , ରାଜାସ୍ଵ ଉଚ୍ଚକର୍ମଚାରୀ , ଖସଡା  ଆକଳନ ତାଲିକା , ଦଫା ୪୮ର ଉପ – ଦଫା (୧) ଅନୁଯାୟୀ ପ୍ରସ୍ତୁତ କରିବା ନିମନ୍ତେ ଅଗ୍ରସର ହେବେ ।

ଦଫା ୪୮ର ଉପ – ଦଫା (୧) ଅନୁଯାୟୀ ଖସଡା ଆକଳନ ତାଲିକାର ପ୍ରକାଶନର ଫର୍ମ ଏବଂ ପଦ୍ଧତି : -

  1. ଖସଡା ଆକଳନ ତାଲିକା, ଫର୍ମ ନଂ – ୯ରେ ହେବ ।
  2. ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ସୂଚନା ପଟ୍ଟାରେ ଏହାର ଏକ ପ୍ରକୃତ ନକଲକୁ ସଂଯୁକ୍ତ କରି ଏବଂ କାର୍ଯ୍ୟାଳୟ ସମୟ ମଧ୍ୟରେ , କାର୍ଯ୍ୟ ଦିବସରେ , ସୂଚନା ପଟ୍ଟାରେ ପ୍ରଥମେ ଏପରି ସୂଚନା ସଂଯୁକ୍ତ ହେବା ତାରିଖରୁ ଷାଠିଏ ଦିନ ସମୟ ପର୍ଯ୍ୟନ୍ତ , କୌଣସି ଇତ୍ସୁକ ବ୍ୟକ୍ତିଙ୍କ ଦ୍ଵାରା , ବିନା ଖର୍ଚ୍ଚରେ ପରିଦର୍ଶନ ନିମନ୍ତେ ଉନ୍ମୁକ୍ତ ରଖାଯିବ ।
  3. ଉପ – ନିୟମ (୨) ଅନୁଯାୟୀ , ସୂଚନା ପଟ୍ଟାରେ ସଂଯୋଗ ତାରିଖ ପରେ , ଖସଡା ଆକଳନ ତାଲିକାର ଏକ ନକଲ ସେହି ବ୍ୟକ୍ତିମାନଙ୍କୁ ସୂଚୀତ କରାଯିବ , ଯେପରି ତାଲିକାରେ ଦର୍ଶାଯାଇଛି , ଯେକି କୌଣସି ଅର୍ଥରାଶି ନିମନ୍ତେ ହକ୍ ଦାର୍ ଅଟନ୍ତି ଏବଂ ତାହା ପ୍ରାପ୍ତି ସ୍ଵୀକାର ପତ୍ର ସହିତ , ରେଜେଷ୍ଟ୍ରି ଡାକଯୋଗେ ସୂଚୀତ କରାଯିବ ଏବଂ ସେମାନଙ୍କୁ ସୂଚୀତ କରାଯିବ ଯେ , ଏଥିରେ କୌଣସି ଅନ୍ତର୍ଭୁକ୍ତିକରଣ କିମ୍ବା ତ୍ରୁଟି ପ୍ରତି କୌଣସି ଆପତ୍ତି ଯଦିଥାଏ , ତାହେଲେ ଉକ୍ତ ତାରିଖରୁ ଷାଠିଏ ଦିନ ମଧ୍ୟରେ , ତାହା ଦାଖଲ କରାଯାଇପାରେ ।
    • ଖସଡା ଆକଳନ ତାଲିକାର ଏକ ନକଲ ଦ୍ଵାରା ସଂଯୁକ୍ତ କୌଣସି ସୂଚନା , ସେହି ଏକା ସମୟରେ , ପ୍ରାପ୍ତି ସ୍ଵୀକାର ପତ୍ର ସହ ରେଜେଷ୍ଟ୍ରି ଡାକ ଦ୍ଵାରା , ସମବାୟ ସମିତି ଆଇନ୍ , ୧୯୬୨ ଅନୁଯାୟୀ ନିବନ୍ଧିତ ସମବାୟ ସମିତି ସହିତ ସମବାୟ ଜମି ଉନ୍ନୟନ ବ୍ୟାଙ୍କ ଏବଂ ରାଜ୍ୟ ସମବାୟ ଜମି ଉନୟନ ବ୍ୟାଙ୍କ୍ ଯେପରି ଆଇନ୍ ର ଦଫା ୨ର ଧାରା (୨୫) ଅନୁଯାୟୀ ସଂଜ୍ଞାୟୀତ , ପ୍ରେରଣ କରାଯିବ , ଯାହାର କର୍ତ୍ତୃତ୍ଵାଧିନ ଅଂଚଳରେ , ଖସଡା ଆକଳନ ତାଲିକାରେ ଦର୍ଶାଯାଇଥିବା ବ୍ୟକ୍ତିର କୌଣସି ଜମିରେ ଅର୍ଥଯୋଗାଣ ଅନୁଷ୍ଠାନ ପ୍ରତି ସ୍ଵାର୍ଥ ଥାଏ ଏବଂ ସେମାନଙ୍କୁ ସୂଚୀତ କରାଯିବ ଯେ , ସେମାନଙ୍କର ଯଦି କୌଣସି ଆପତ୍ତି ଥାଏ , ତାହା ଏପରି ତାଲିକା ପ୍ରକାଶନ ତାରିଖରୁ ଷାଠିଏ ଦିନ ମଧ୍ୟରେ ଦାଖଲ କରାଯାଇପାରେ ।
  4. ଉପରୋକ୍ତ ଅନୁଯାୟୀ , ଷାଠିଏ ଦିନ ସମୟ ମଧ୍ୟରେ , ସେହି ବ୍ୟକ୍ତିମାନଙ୍କୁ ପ୍ରତ୍ୟକ ସୁବିଧା ପ୍ରଦାନ କରାଯିବ , ଯେଉଁମାନଙ୍କ ପ୍ରତି ଉକ୍ତ ତାଲିକା ସଂପୃକ୍ତ , ଏବଂ ଯେଉଁମାନେ ଏହା ପରିଦର୍ଶନ କରିପାରିବେ ଏବଂ ଏହାର ନକଲ ଗ୍ରହଣ କରିପାରିବେ ।

ଦଫା ୪୮ର ଉପ – ଦଫା (୧) ଅନୁଯାୟୀ ଆପତ୍ତିର , ଫଇସଲାର ପଦ୍ଧତି : -

  1. ଯେତେବେଳେ ଖସଡା ଆକଳନ ତାଲିକା ପ୍ରତି କୌଣସି ଆପତ୍ତି ଗ୍ରହଣ କରାଯାଏ , ସେତେବେଳେ ଆପତ୍ତିର ସୂଚନା , ପ୍ରତ୍ୟକ ବ୍ୟକ୍ତି ଉପରେ ଜାରୀ କରାଯିବ , ଯାହାଙ୍କର ସ୍ଵାର୍ଥ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ମତରେ , ତତ୍ ଦ୍ଵାରା ପ୍ରଭାବିତ ହେବ ଏବଂ ଏପରି ଆପତ୍ତି ଗୁଡିକର ଫଇସଲା ନିମନ୍ତେ ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଧାର୍ଯ୍ୟ ଏପରି ସମୟ ଏବଂ ସ୍ଥାନରେ ଏପରି ସମସ୍ତ ବ୍ୟକ୍ତି ଉପସ୍ଥିତ ହେବା ନିମନ୍ତେ ଆହ୍ଵାନ କରାଯିବ ।
  2. ଆପତ୍ତି ଶୁଣାଣୀ ନିମନ୍ତେ ଧାର୍ଯ୍ୟ ତାରିଖରେ କିମ୍ବା କୌଣସି ତାରିଖରେ , ଯେଉଁଥିକୁ ଏପରି ଶୁଣାଣୀ ସ୍ଥଗିତ ହୋଇପାରେ ; ରାଜସ୍ୱ ଉଚ୍ଚକର୍ମଚାରୀ , ଆବଶ୍ୟକ ଅନୁଯାୟୀ ତଦନ୍ତ କରିବା ପରେ ଏବଂ ଉପସ୍ଥିତ ପକ୍ଷମାନଙ୍କୁ ଶୁଣାଣୀର ଏକ ଯଥାଯଥ ସୁଯୋଗ ପ୍ରଦାନ କରିବା ପରେ , ଏପରି ଆଦେଶ ପ୍ରଦାନ କରିବେ , ଯେପରି ସେ ଉପଯୁକ୍ତ ମାନେ କରନ୍ତି ।

ଦଫା ୪୮ର ଉପ – ଦଫା (୨) ଅନୁଯାୟୀ , ଅପିଲ୍ ଅଧିକାରୀ : -

ଦଫା ୪୮ ର ଉପ – ଦଫା (୨) ଅନୁଯାୟୀ କୌଣସି ଅପିଲ୍ , ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀଙ୍କ ନିକଟରେ ଦାଖଲ କରାଯିବ କିମ୍ବା ଏପରି କୌଣସି ଉଚ୍ଚକର୍ମଚାରୀଙ୍କ ନିକଟରେ ଦାଖଲ କରାଯିବ , ଯେକି ଏ ସଂବନ୍ଧରେ ସରକାରଙ୍କ ଦ୍ଵାରା ବିଶେଷଭାବେ ନିଯୁକ୍ତ ଏବଂ ସବ୍ – ଡିଭିଜନାଲ୍ ଉଚ୍ଚକର୍ମଚାରୀଭାବେ ନିଯୁକ୍ତ ହେବା ନିମନ୍ତେ ଉପଯୁକ୍ତ ଏବଂ ଦଫା ୪୮ର ଉପ – ଦଫା (୨) ଅନୁଯାୟୀ କୌଣସି ଅପିଲ୍ , ଯାହାକି ଓଡିଶା ଭୂ – ସଂସ୍କାର (ସାଧାରଣ)(ସଂଶୋଧନ) ନିୟମାବଳୀ, ୧୯୮୦, ଅନୁଯାୟୀ ସ୍ଥଗିତ ଥାଏ, ତାହା ଶୁଣାଣୀ ଏବଂ ଫଇସଲା ନିମନ୍ତେ , ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀଙ୍କୁ ସ୍ଥଗିତ ଥାଏ, ତାହା ଶୁଣାଣୀ ଏବଂ ଫଇସଲା ନିମନ୍ତେ , ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀଙ୍କୁ ହସ୍ତାନ୍ତର କରାଯିବ ।

ଦଫା ୪୯ର ଉପ – ଦଫା (୧) ଅନୁଯାୟୀ ଚୁଡାନ୍ତ ପ୍ରକାଶନରେ ପଦ୍ଧତି  : -

  1. ଦଫା ୪୯ର ଉପ - ଦଫା (୧) ଅନୁଯାୟୀ ପରିକଳ୍ପିତ ଆକଳନ ତାଲିକା , ରାଜସ୍ୱ ଉଚ୍ଚାକର୍ମଚାରୀଙ୍କ ସୂଚନା ପଟ୍ଟାରେ ଏହାର ଏକ ପ୍ରକୃତ ନକଲ ସଂଯୋଗ କରି , ଚୂଡାନ୍ତଭାବେ ପ୍ରକାଶନ କରାଯିବ ; ଉଲ୍ଲେଖଥାଉ ଯେ , ଓଡିଶା ଭୂ – ସଂସ୍କାର (ସାଧାରଣ) ସଂଶୋଧନ ନିୟମାବଳୀ , ୧୯୭୮ ର ଠିକ୍ ପ୍ରଚଳନ ପୂର୍ବରୁ ଷାଠିଏ ଦିନ ମଧ୍ୟରେ ଚୂଡାନ୍ତ ଭାବେ ପ୍ରକାଶିତ ଆକଳନ ତାଲିକା , ଏହି ନିୟମ ଅନୁଯାୟୀ ପ୍ରକାଶିତ ବୋଲି ଧରାଯିବ ।
  2. ଉପ – ନିୟମ (୧) ଅନୁଯାୟୀ ପ୍ରକାଶିତ ଆକଳନ ତାଲିକାରେ ଏକ ନକଲ , ସେହି ଏକା ସମୟରେ , ସେହି ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କୁ , ପ୍ରାପ୍ତି ସ୍ଵୀକାର ପତ୍ର ସହ ରେଜିଷ୍ଟ୍ରିଡାକ ଯୋଗେ ପ୍ରେରଣ କରାଯିବ , ଯେଉଁମାନେ ଏପରି ଅର୍ଥରାଶି ନିମନ୍ତେ ହକ୍ ଦାର୍ ବୋଲି ତାଲିକାରେ ଦର୍ଶାଯାଇଛି । (୩) ଚୂଡାନ୍ତ ପ୍ରକାଶନର ତାରିଖ ଏବଂ ବିଷୟ ସଂବନ୍ଧରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଏପରି ତାଲିକାରେ ଏକ ପ୍ରମାଣପତ୍ର ସଂଯୋଗ କରିବେ ।

ଦଫା ୫୧ର ଉପ – ଦଫା (୨) ଅନୁଯାୟୀ , ସିଲିଂ ବଳକା ଜମିର ବନ୍ଦୋବସ୍ତ ନିମନ୍ତେ ପଦ୍ଧତି ଏବଂ ସଂଜ୍ଞା :-

ଏହି ଆଇନ୍ ର ଦଫା ୫୧ର ଉପ – ଦଫା ୫୧ ର ଉପ – ଦଫା (୨) ଉଦ୍ଦେଶ୍ୟରେ , ଦଫା ୪୫ର ବ୍ୟବସ୍ଥାବଳୀ ଅନୁଯାୟୀ ସରକାରଙ୍କ ଠାରେ ନ୍ୟସ୍ତ ସିଲିଂ ବଳକା ଜମିର ବନ୍ଦୋବସ୍ତ ; ଏତତ୍ ପରେ ଉଲ୍ଲେଖିତ ପଦ୍ଧତିରେ କରାଯିବ ।

  • ଭୂମି – ହୀନ ବ୍ୟକ୍ତି କିମ୍ବା ଭୂମି – ହୀନ କୃଷି ଶ୍ରମିକ , କୌଣସି ବ୍ୟକ୍ତିକୁ ଅର୍ଥାୟୀତ କରିବ , ଯାହାର ସମୁଦାୟ ଜମିର ପରିମାଣ ସହିତ ଜଣେ ରୟତ୍ କିମ୍ବା କୃଷକ ଦ୍ଵାରା ଧାରୀତ ଜମି ଏବଂ ତା’ର ପରିବାରର ସମସ୍ତ ସଦସ୍ୟଙ୍କର ଜମି ଏକତ୍ରିତ ଭାବେ ୦.୭ ଷ୍ଟାଣ୍ଡାର୍ଡ ଏକର ଠାରୁ ଅଧିକ ନୁହେଁ , ଏବଂ ଯାହାର କୃଷି ବ୍ୟତୀତ ଅନ୍ୟ କୌଣସି ଲାଭଜନକ ଜୀବିକା ଉପାର୍ଜନ ଉପାୟ ନାହିଁ ।
  • ‘ସମବାୟ ଚାଷ ସମିତି’ର ଅର୍ଥ, ଏକ ସମିତି ଯାହାକି ଓଡିଶା ସମବାୟ ସମିତି ଆଇନ୍ , ୧୯୬୨ ଅନୁଯାୟୀ ନିବନ୍ଧିତ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ଦ୍ଵାରା ଗଠିତ । [(ଖଖ) – ରାଜସ୍ୱ ଉଚ୍ଚକର୍ମଚାରୀ , ସବ୍ ଡିଭିଜନାଲ୍ ଉଚ୍ଚକର୍ମଚାରୀ , ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଜମି ବନ୍ଦୋବସ୍ତ ଆଦେଶକୁ , ରାଜସ୍ୱ ଡିଭିଜନାଲ୍ କମିଶନର , ଯେ କୌଣସି ସମୟରେ ସଂଶୋଧନ କରିପାରନ୍ତି , ତାହା ଏହି ନିୟମ ଅନୁଯାୟୀ , ମୂଳ , ଅପିଲ୍ କିମ୍ବା ରିଭିଜନ୍ କର୍ତ୍ତୃତ୍ଵର ପରିଚାଳନା ଅନୁଯାୟୀ ହୋଇଥାଉ ।

ବଳକା ଜମିର ବନ୍ଦୋବସ୍ତ ନିମନ୍ତେ, ଆବେଦନ ପତ୍ର

ଏହି ଆଇନ୍ ର ଦଫା ୪୫ ଅନୁଯାୟୀ , ସରକାରଙ୍କ ଠାରେ ବଳକା ଜମିର ନ୍ୟସ୍ତିକରଣ ପରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଉଚିତ୍ ବ୍ୟକ୍ତିମାନଙ୍କ ଠାରୁ ବନ୍ଦୋବସ୍ତ ନିମନ୍ତେ ଆବେଦନପତ୍ର ଆହ୍ଵାନ କରିବା ନିମନ୍ତେ, ସୂଚନା ନିର୍ଗମ କରିବେ, ଯାହାକି ସୂଚନା ନିର୍ଗମ ତାରିଖରୁ [ପନ୍ଦର ଦିନ] ମଧ୍ୟରେ ଦାଖଲ କରାଯିବ;

ଉଲ୍ଲେଖଥାଉ ଯେ, ରାଜସ୍ୱ ଉଚ୍ଚକର୍ମଚାରୀ; ଲିଖିତ ଭାବେ କାରଣ ଲିପିବଦ୍ଧ କରି , ଉପ – ନିୟମ (୮) ଅନୁଯାୟୀ, ଗ୍ରାମରେ ବଳକା ଜମିର ବନ୍ଦୋବସ୍ତ, ଯେକୌଣସି ସମୟରେ, ଉଚିତ୍ ବ୍ୟକ୍ତିଙ୍କଠାରୁ ବଳକା ଜମି ବନ୍ଦୋବସ୍ତ ପୂର୍ବରୁ, ଯେକୌଣସି ସମୟରେ ଆବେଦନ ପତ୍ର ଗ୍ରହଣ କରିପାରନ୍ତି; ଯାହାପରେ, ଏତତ୍ ପରେ ଅନୁସୃତ ଉପ – ନିୟମର ବ୍ୟବସ୍ଥାବଳୀ ପ୍ରୟୋଗ ହେବ ।

  • ଏପରି ସୂଚନା, ରାଜସ୍ଵ ଉଚ୍ଚକର୍ମଚାରୀଙ୍କ କାର୍ଯ୍ୟାଳୟର ସୂଚନା ପଟ୍ଟାରେ ସଂଯୋଗ କରାଯିବ । ଏପରି ସୂଚନାର ଏକ ନକଲ, ଉକ୍ତ ଗ୍ରାମର ଏକ ଆଖିଦୃଶିଆ ସ୍ଥାନରେ ସଂଯୋଗ କରାଯିବ, ଯେଉଁଠି ପ୍ରଶ୍ନଗତ ଜମି ଅବସ୍ଥିତ । ଏପରି ସୂଚନା, ଏପରି ଜମିର ବିସ୍ତୃତ ବିବରଣୀ ଧାରଣ କରିଥିବ, ଯାହାକି ବନ୍ଦୋବସ୍ତ ନିମନ୍ତେ ପ୍ରସ୍ତାବିତ୍; ଯଥା : - କେଉଁ ଗ୍ରାମରେ ଏପରି ଜମି ସ୍ଥିତ, ଖାତା ନମ୍ବର, ପ୍ଲଟ୍ ନମ୍ବର, ରକବା, ଶ୍ରେଣୀ ବିଭାଗ, ଜମିର ସ୍ଥିତି ଏବଂ ଏପରି ଅନ୍ୟାନ୍ୟ ନିର୍ଦ୍ଧିଷ୍ଟକରଣ ଯାହାକି ଏହାର ଚିହ୍ନଟ ନିମନ୍ତେ ଆବଶ୍ୟକ ଅଟେ ।

ଆବେଦନପତ୍ରର  ଦାଖଲ  ଏବଂ  ଆବେଦନ  ପ୍ରତି  ତଦନ୍ତ

ଉପନିୟମ  (୩) ରେ  ଧାର୍ଯ୍ୟ  ସମୟ  ମଧ୍ୟରେ, ଏହି  ଆଇନ୍ ର  ଦଫା ୫୧ ଅନୁଯାୟୀ  ଶ୍ରେଣୀଭୁକ୍ତ  ବ୍ୟକ୍ତିମାନଙ୍କ  ଦ୍ଵାରା, ବଳକା  ଜମିର  ବନ୍ଦୋବସ୍ତ  ନିମନ୍ତେ  ଦରଖାସ୍ତ  ଦାଖଲ   କରାଯିବ, ଏବଂ  ସେଗୁଡିକ  ଏକ  ଟଙ୍କା  ତିରିଶ  ପଇସାର  ନ୍ୟାୟାଳୟ  ଶୁଳ୍କ  ଟିକସ୍ ଧାରଣ  କରିବ;

ଉଲ୍ଲେଖଥାଉ ଯେ, ଏପରି  ବଳକା  ଜମିର  ବନ୍ଦୋବସ୍ତ   ନିମନ୍ତେ, ରାଜ୍ୟ  ସରକାର  କୌଣସି  କ୍ଷେତ୍ରରେ  ନ୍ୟାୟାଳୟ   ଶୁଳ୍କ  ପ୍ରଦାନକୁ  ରିହାତି  କରିପାରନ୍ତି   ।

  • ଉପ – ନିୟମ  (୩) ଅନୁଯାୟୀ  ଗୃହୀତ  ଆବେଦନପତ୍ର  ନିବନ୍ଧନ  କରାଯିବ  ଏବଂ  ତା’ର  ବିବରଣୀକୁ, ଫର୍ମ ନଂ  ୨୨ରେ ଏକ  ରେଜିଷ୍ଟରରେ  ଅନ୍ତର୍ଭୁକ୍ତ   କରାଯିବ  ।
  • ଏପରି  ଆବେଦନପତ୍ରକୁ , ଗ୍ରାମ - ୱାରୀ  ସଜାଯିବ  ଏବଂ  ଏହି  ଆଇନ୍ ର  ଦଫା  ୫୧ରେ   ବ୍ୟବସ୍ଥାୟୀତ  ଅଗ୍ରଗଣ୍ୟତା  ଅନୁଯାୟୀ, ଗ୍ରାମ - ୱାରୀ  ବିଚାର  କରାଯିବ   ।
  • ପ୍ରତ୍ୟକ  ଆବେଦନପତ୍ର  ସଂବନ୍ଧରେ, ରାଜସ୍ୱ  ଉଚ୍ଚକର୍ମଚାରୀ, ତା ପରେ  ଏକ  ତଦନ୍ତ  କରାଇବେ  ଏବଂ ଯଦି  ଏପରି   ତଦନ୍ତ  ପରେ  ସେ  ଏପରି  ମତ  ପୋଷଣ  କରନ୍ତି  ଯେ, ଜମି  ବନ୍ଦୋବସ୍ତ  ମଞ୍ଜୁର  କରାଯାଇପାରିବ  ନାହିଁ, ସେପରି ସ୍ଥଳେ  ସେ , ଏପରି ପ୍ରତ୍ୟାଖ୍ୟାନର   କାରଣ  ଲିପିବଦ୍ଧ  କରି , ଆବେଦନ  ପତ୍ରକୁ  ପ୍ରତ୍ୟାଖ୍ୟାନ  କରିବେ  ।
  • ଯଦି  ତଦନ୍ତ  ପରେ, ରାଜସ୍ୱ  ଉଚ୍ଚକର୍ମଚାରୀ  ଏପରି ମତପୋଷଣ  କରନ୍ତି  ଯେ, ଜମିର  ବନ୍ଦୋବସ୍ତ  ମଞ୍ଜୁର  କରାଜୀବ, ସେପରିସ୍ଥଳେ  ସେ  ଏକ  ଘୋଷଣା ପ୍ରକାଶନ କରିବେ, ଯାହାକି  ଆବେଦନକାରୀଙ୍କ  ବିବରଣୀ  ଏବଂ  ବନ୍ଦୋବସ୍ତ  ନିମନ୍ତେ  ଆବେଦିତ  ଜମିର  ବିବରଣୀ, ଯେପରି,  ଗ୍ରାମର ନାମ, ପ୍ଲଟ୍  ନମ୍ବର, ‘ ହୋଲ୍ ଡିଂ ’ ନମ୍ବର, ଜମିର  ଶ୍ରେଣୀ  ବିଭାଗ, ରକବା  ଏବଂ  ଏପରି  ଅନ୍ୟ  ବିବରଣୀ  ଧାରଣ  କରିବ, ଯେପରି  ଆବଶ୍ୟକ  ହୋଇପାରେ  ଏବଂ  ଆପତ୍ତି  ଆହ୍ଵାନ  କରିବେ , ଯଦି  କିଛି ଥାଏ , ଏବଂ ଏପରି  ଆପତ୍ତିର  ଶୁଣାଣୀ  ନିମନ୍ତେ , ଏକ  ତାରିଖ  ଧାର୍ଯ୍ୟ  କରିବେ   ।
  • ଡ୍ରମ୍ ବାଦ୍ୟ  ଦ୍ଵାରା , ଏପରି  ଘୋଷଣାକୁ  ପ୍ରକାଶନ  କରାଯିବ [ଏବଂ  ସେହି  ଗ୍ରାମର  କୌଣସି  ଆଖିଦୃଶିଆ  ସ୍ଥାନରେ   ତା’ର  ଏକ  ନକଲକୁ  ଖୁବ୍  କମ୍ ରେ  ଦୁଇଜଣ  ବ୍ୟକ୍ତିଙ୍କ  ଉପସ୍ଥିତିରେ   ସଂଯୋଗକରି, ଯେଉଁଠାରେ  ଏପରି  ଜମି  ସ୍ଥିତ  ଅଟେ; ଏହା  କରାଯିବ  । ଯଦି  ଉକ୍ତ  ଗ୍ରାମ  ଅଣ – ଅଧ୍ୟୁଷିତ ହୋଇଥାଏ, ସେପରିସ୍ଥଳେ  ଏହି  ସୂଚନା  ନିକଟବର୍ତ୍ତୀ  ଅଧ୍ୟୁଷିତ  ଗ୍ରାମରେ, ଉପରୋକ୍ତ  ଉପାୟରେ  ପ୍ରକାଶନ  କରାଯିବ   । ଏପରି ଘୋଷଣାର  ଏକ  ନକଲ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କାର୍ଯ୍ୟାଳୟ  ସୂଚନା  ପଟ୍ଟାରେ  ମଧ୍ୟ  ସଂଯୋଗ  କରି  ପ୍ରକାଶନ  କରାଯିବ ; ଏବଂ ତା’ର  ଏକ  ନକଲ  ମଧ୍ୟ  ଗ୍ରାମପଞ୍ଚାୟତକୁ  ପ୍ରେରଣ  କରାଯିବ , ଯେଉଁଠି  ଏପରି  ଜମି  ସ୍ଥିତ  ଅଟେ  ।
  • ଗ୍ରାମରେ  ଘୋଷଣାର  ପ୍ରକାଶନ  ତାରିଖରୁ [ପନ୍ଦର] ଦିନ  ଅତିବାହିତ  ହେବା  ପରେ , ଏବଂ  ଆପତ୍ତି , ଯଦି  କିଛି  ଥାଏ , ତାହା  ଶୁଣିବା  ପରେ ,  ରାଜସ୍ୱ  ଉଚ୍ଚକର୍ମଚାରୀ  , ଯଦି  ସେ  ସନ୍ତୁଷ୍ଟ  ହୁଅନ୍ତି  ଯେ , ଆବେଦନକାରୀ  ହକ୍ ଦାର୍  ଅଟନ୍ତି  ଏବଂ  କୌଣସି  କାରଣ  ଉପରେ , ବନ୍ଦୋବସ୍ତ  ପ୍ରତି ଆପତ୍ତି  ନାହିଁ , ସେପରିସ୍ଥଳେ  ସେ  ବନ୍ଦୋବସ୍ତ  ମଞ୍ଜୁର  କରିବା  ନିମନ୍ତେ  ଆଦେଶ  ପ୍ରଦାନ  କରିବେ   ।

ବନ୍ଦୋବସ୍ତର  ଅଗ୍ରଗଣ୍ୟତା

ଏହି  ଆଇନ୍ ର  ଦଫା  ୪୫ ଅନୁଯାୟୀ, ସରକାରଙ୍କ  ଠାରେଆ  ନ୍ୟସ୍ତ  ବଳକା  ବନ୍ଦୋବସ୍ତ   [ସ୍ଥାନୀୟ  ସମିତି , ଯଦି  କିଛିଥାଏ , ପରାମର୍ଶ  କରିବା  ପରେ ] ରାଜସ୍ୱ  ଉଚ୍ଚକର୍ମଚାରୀ , ଅଗ୍ରାଧିକାର  ଭିତ୍ତିରେ, ଏହି  ଆଇନ୍ ର  ଦଫା  ୫୧  ଅନୁଯାୟୀ, ହକ୍ ଦାର୍  ବ୍ୟକ୍ତିମାନଙ୍କ   ସହ  ଏପରି  କରିବେ;

  • ଏହି  ଆଇନ୍ ର  ଦଫା ୫୧ରେ  ଧାର୍ଯ୍ୟ  ଅଗ୍ରଗଣ୍ୟତା  ସହିତ  ସମନ୍ଵୟ  ରକ୍ଷାକରି , ତଫସିଲ୍   ଭୁକ୍ତ  ଜାତି , ଏବଂ  ତଫସିଲ୍ ଭୁକ୍ତ  ଉପଜାତିର ହୋଇଥିବା  ଆବେଦନକାରୀ  ଏବଂ  ଅନ୍ୟମାନଙ୍କ   ସହିତ  ପୃଥକ୍ ଭାବେ  ଜମିର  ବନ୍ଦୋବସ୍ତ  ବିଚାର  କରାଯିବ  । ଗୋଟିଏ  ଶ୍ରେଣୀର  ହୋଇଥିବା  ବ୍ୟକ୍ତିଙ୍କର ଆବେଦନପତ୍ରଗୁଡ଼ିକୁ  ଏକତ୍ରିତ  ଭାବେ  ବିଚାର  କରାଯିବ  ଏବଂ  ଅଗ୍ରଗଣ୍ୟତା  କ୍ରମାନ୍ଵୟରେ, ପରବର୍ତ୍ତୀ  ଶ୍ରେଣୀକୁ  ଯିବା  ପୂର୍ବରୁ , ଫଇସଲା  କରାଯିବ   ।

ଉଲ୍ଲେଖଥାଉ  ଯେ , ସେହିମାନଙ୍କୁ  ପ୍ରାଥମିକତା  ଦିଆଯିବ, ଯେଉଁମାନେ  ଭୂମି – ହୀନ  ବ୍ୟକ୍ତି  ଅଟନ୍ତି , ଏବଂ ଯେଉଁମାନଙ୍କର  କୌଣସି  ଜମି  କିମ୍ବା  ଜୀବିକା  ଅର୍ଜନର ଅନ୍ୟ  କୌଣସି  ପନ୍ଥା  ନାହିଁ   ।

ବନ୍ଦୋବସ୍ତ  ଜମିର  ପରିମାଣ

ଉପନିୟମ  (୫) ରେ  ଉଲ୍ଲେଖିତ  ଅଗ୍ରଗଣ୍ୟତା ଏବଂ  ଉପ – ନିୟମ (୬) ରେ  ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ, ବଳକା  ଜମିର  ବନ୍ଦୋବସ୍ତ  କରାଯିବ   ।

  • କୌଣସି  ବ୍ୟକ୍ତି  ସହିତ  ୦.୭  ଷ୍ଟାଣ୍ଡାର୍ଡ  ଏକର  ଜମିରୁ  ଅଧିକ  ବନ୍ଦୋବସ୍ତ  କରାଯିବ  ନାହିଁ;

ଉଲ୍ଲେଖ  ଥାଉ  ଯେ, ଯେତେବେଳେ  କୌଣସି  ବ୍ୟକ୍ତି  କେତେକେ  ଜମି  ଦଖଲ  କରିଥାଏ , ସେପରିସ୍ଥଳେ ସେତେ  ପରିମାଣ  ଜମି , ଯାହାକି  ସମୁଦାୟ  ୦.୭  ଷ୍ଟାଣ୍ଡାର୍ଡ  ଏକର  ଠାରୁ  ଅଧିକ  ହୋଇନଥାଏ, ତାହା , ତାଙ୍କ  ସହିତ  ବନ୍ଦୋବସ୍ତ  କରାଯାଇପାରେ ;

[ଆହୁରି  ଉଲ୍ଲେଖ  ଥାଉ  ଯେ , ଯେଉଁ  ସ୍ଥଳରେ  ବନ୍ଦୋବସ୍ତ  ନିମନ୍ତେ  ଉପଲବ୍ଧ ବଳକା  ଜମି , ଯାହାକି  କୌଣସି  ପ୍ଲଟ୍ ରେ   ଧାରୀତ  ହୋଇଥାଏ  ଏବଂ ତାହା  ୦.୭  ଷ୍ଟାଣ୍ଡାର୍ଡ  ଏକର  ଠାରୁ  ଅଧିକ  ହୋଇଥାଏ; ମାତ୍ର  ଏକ  ଷ୍ଟାଣ୍ଡାର୍ଡ  ଏକରଠାରୁ  କମ୍  ହୋଇଥାଏ  ଏବଂ  ଉକ୍ତ  ବ୍ୟକ୍ତି  ୦.୭ ଷ୍ଟାଣ୍ଡାର୍ଡ  ଏକରର  ପ୍ରାରମ୍ଭିକ  ବନ୍ଦୋବସ୍ତ  ପରେ  ଅବଶିଷ୍ଟ  ଜମିର  ବନ୍ଦୋବସ୍ତ  ନିମନ୍ତେ   ଆଗେଇଥିଲେ; ସେପରିସ୍ଥଳେ   ଏପରି  ଜମି , ଉକ୍ତ  ବ୍ୟକ୍ତି  ସହ  ବନ୍ଦୋବସ୍ତ  କରାଯିବ , ଯାହାଙ୍କ  ସହିତ   ଲଗାତାର  ଜମି  ବନ୍ଦୋବସ୍ତ  କରାଯାଇଛି   ।

ସ୍ପଷ୍ଟିକରଣ: - ପରିବର୍ତ୍ତନ  ଉଦ୍ଦେଶ୍ୟରେ , ଏକ  ଏକର , ୦.୪୦୪୭  ହେକ୍ଟର  ସହ   ସମାନ  ହେବ   ।

  • ‘ସଲାମି ’ ରୁ  ମୁକ୍ତ  ହୋଇ, ରୟତି  ଭିତ୍ତି  ଉପରେ  ,ହକ୍ ଦାର୍  କିମ୍ବା  ଉପଯୁକ୍ତ  ବ୍ୟକ୍ତିଙ୍କ  ସହିତ , ଜମି  ବନ୍ଦୋବସ୍ତ   କରାଯିବ   ।

ମଧ୍ୟବର୍ତ୍ତୀକାଳୀନ  କିମ୍ବା  ଅସ୍ଥାୟୀ  ବ୍ୟବସ୍ଥା

ଓଡିଶା  ଭୂସଂସ୍କାର  ନିୟମାବଳୀ, ୧୯୬୫ ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ , ‘ ସଲାମି ’ ବାବଦରେ  ସମସ୍ତ  ବକେୟା  ଅର୍ଥରାଶି  ସହିତ  ସେଥିପ୍ରତି  ଉଦ୍ରେକ  ସୁଧ  ଯାହାକି  ୧୯୮୩ ମସିହା  ନଭେମ୍ବର  ୧ ତାରିଖ  ପୂର୍ବରୁ  ବଳକା  ଜମିର  ବନ୍ଦୋବସ୍ତ  ହୋଇଥାଏ , ଉକ୍ତ  ଆବଣ୍ଟିତ  ବ୍ୟକ୍ତିମାନଙ୍କ  ଠାରୁ  ପ୍ରାପ୍ୟ  ଅଟେ; ତାହା  ରିହାତି  କରାଯାଇଛି ବୋଲି  ଧରାଯିବ   ।

  • ଜମି ବନ୍ଦୋବସ୍ତ  କରିବା  ସମୟରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ବ୍ୟକ୍ତି  ଦ୍ଵାରା  ସେ ସଂବନ୍ଧରେ  ପ୍ରଦାନ  କରାଯିବାକୁ  ଥିବା  ଯଥାଯଥ  ଖଜଣା  ସ୍ଥିର  କରିବେ , ଯାହାଙ୍କ  ସହ ଏପରି  ଜମି  ବନ୍ଦୋବସ୍ତ  କରାଯାଇଛି   ।
  • ବନ୍ଦୋବସ୍ତର   ଚୂଡାନ୍ତ  ଆଦେଶର   ଏକ  ନକଲ, ସେହି  ଅଧିକାରୀଙ୍କ  ନିକଟକୁ  ପ୍ରେରଣ  କରାଯିବ , ଯେକି  ଖତିୟାନର  ରକ୍ଷଣାବେକ୍ଷଣ  ନିମନ୍ତେ  ଦକ୍ଷ  ଅଟନ୍ତି   ।

ଅପିଲ୍  ଏବଂ ରିଭିଜନ୍

ନିୟମ  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶ  ବିରୁଦ୍ଧରେ  କୌଣସି  ଅପିଲ୍ , ଯଦି  ଉପସ୍ଥାପନ   କରାଯାଏ : -

  1. ଏପରି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି  ଦ୍ଵାରା ; କିମ୍ବା
  2. ରାଜ୍ୟ  ସରକାରଙ୍କ  ଦ୍ଵାରା ; ତାହା , ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ସବ୍ ଡିଭିଜନାଲ୍  ଅଫିସର୍ ଙ୍କ   ସମ୍ମୁଖରେ   ଦାଖଲ  କରାଯିବ   ।
  • ସବ୍ ଡିଭିଜନାଲ୍  ଅଫିସରଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ବିରୁଦ୍ଧରେ  ରିଭିଜନ୍; ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ  ଜିଲ୍ଲା କଲେକ୍ଟରଙ୍କ  ସମ୍ମୁଖରେ  ଦାଖଲ  କରାଯିବ  ।

ଉଲ୍ଲେଖ  ଥାଉ  ଯେ, ଜିଲ୍ଲା  କଲେକ୍ଟରଙ୍କ   କ୍ଷମତା, କୌଣସି  ଶ୍ରେଣୀୟ  ମୋକଦ୍ଦମା  ନିମନ୍ତେ , କଲେକ୍ଟରଙ୍କ  ଦ୍ଵାରା  କୌଣସି  ଲିଖିତ  ଆଦେଶ  ବଳରେ, ତାହା ଅତିରିକ୍ତ   ଜିଲ୍ଲା  ମାଜିଷ୍ଟ୍ରେଟ୍ ଙ୍କ  ଦ୍ଵାରା  ପରିଚାଳନା  କରାଯାଇପାରେ  ।

  • [ରାଜସ୍ୱ  ଉଚ୍ଚକର୍ମଚାରୀ , ସବ୍ ଡିଭିଜନାଲ୍   ଅଫିସର , ଅତିରିକ୍ତ   ଜିଲ୍ଲା  ମାଜିଷ୍ଟ୍ରେଟ୍   କିମ୍ବା  କଲେକ୍ଟରଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଜମି   ବନ୍ଦୋବସ୍ତ  ଆଦେଶକୁ ,  ରାଜସ୍ୱ  ଡିଭିଜନାଲ୍  କମିଶନର  ସଂଶୋଧନ  କରିପାରନ୍ତି  ଏବଂ ତାହା   ତାଙ୍କର  ମୂଳ , ଅପିଲିୟ  କିମ୍ବା  ସଂଶୋଧନୀୟ   କର୍ତ୍ତୃତ୍ଵ  ହୋଇଥାଉ  ।]
  • ଯେଉଁ  ଆଦେଶ  ବିରୁଦ୍ଧରେ  କୌଣସି  ଅପିଲ୍  କିମ୍ବା  ରିଭିଜନ୍  ଦାଏର୍  କରାଯାଏ , ସେପରିସ୍ଥଳେ   ଉକ୍ତ  ଆଦେଶର  ପ୍ରମାଣିତ  ନକଲ  ମଧ୍ୟ  ଏପରି  ଅପିଲ୍ ସ୍ମାରକପତ୍ର  କିମ୍ବା  ରିଭିଜନ୍  ଦରଖାସ୍ତରେ  ସଂଯୋଗ  କରାଯିବ  ।
  • ପ୍ରତ୍ୟକ  ଅପିଲ୍ କିମ୍ବା  ରିଭିଜନ୍  ଦରଖାସ୍ତ , ଏକ  ସ୍ମାରକପତ୍ର  ଭାବେ  ପ୍ରସ୍ତୁତ  କରାଯିବ  ଏବଂ  ତାହା  ଅପିଲ୍  କର୍ତ୍ତା  କିମ୍ବା  ଆବେଦନକାରୀଙ୍କ  ଦ୍ଵାରା , କିମ୍ବା  ତାଙ୍କର  ସ୍ଵୀକୃତ  ପ୍ରତିନିଧି  କିମ୍ବା  ଅଧିବକ୍ତାଙ୍କ  ଦ୍ଵାରା  ସ୍ଵାକ୍ଷରିତ  ହେବ  ଏବଂ ତାରିଖ  ପ୍ରଦାନ  କରାଯିବ  ଏବଂ ଏପରି  ସ୍ମାରକପତ୍ର  ସଂକ୍ଷିପ୍ତଭାବେ   ଆଦେଶ  ପ୍ରତି  ଆପତ୍ତିର  କାରଣ  ସଂକ୍ଷିପ୍ତ  ଭାବେ  ଉଲ୍ଲେଖ  କରୁଥିବ   ଏବଂ ଏପରି  କାରଣଗୁଡିକୁ କ୍ରମାନ୍ଵୟରେ   ସଂଖ୍ୟାୟୀତ  କରାଯିବ   ।
  • ଯଦି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତ  ଗ୍ରହଣ   କରାଯାଇଥାଏ , ଏପରି  ଅପିଲ୍  କିମ୍ବା  ରିଭିଜନ୍   ଶୁଣାଣୀ  କରୁଥିବା  ଅଧିକାରୀ , ସେହି  ଉଚ୍ଚକର୍ମଚାରୀଙ୍କ  ଠାରୁ  ଏକ  ବିବରଣୀ  ଆହ୍ଵାନ କରିପାରନ୍ତି , ଯାହାଙ୍କ  ଆଦେଶ   ବିରୁଦ୍ଧରେ  ଏପରି  ଅପିଲ୍ କିମ୍ବା  ରିଭିଜନ୍  ଦରଖାସ୍ତ  ଦାଖଲ  କରାଯାଇଛି ;

ଉଲ୍ଲେଖ ଥାଉ  ଯେ , ସେହି  ସମସ୍ତ  ବିଷୟ  ଯାହା  ଉପରେ  ଏପରି  ବିବରଣୀ  ଆବଶ୍ୟକ , ତାହା  ସ୍ପଷ୍ଟଭାବେ  ଏପରି  ଆଦେଶର  ଉଲ୍ଲେଖିତ  ହୋଇଥିବ   ।

  • ଏପରି  ଅପିଲ୍  କିମ୍ବା  ରିଭିଜନ୍ ର  ସ୍ଥଗିତାବସ୍ଥାରେ ; ଅପିଲ୍ କିମ୍ବା  ରିଭିଜନ୍  କରାଯାଇଥିବା  ଆଦେଶର  କାର୍ଯ୍ୟକାରୀତା  , ଏପରି ଅପିଲ୍  କିମ୍ବା  ରିଭିଜନ୍  ଶୁଣାଣୀ  କରୁଥିବା  ଅଧିକାରୀଙ୍କ   ବିବେକ  ଅନୁଯାୟୀ , ସ୍ଥଗିତ  ରଖାଯାଇପାରେ  ।
  • ଏପରି  ଅପିଲ୍   କିମ୍ବା  ରିଭିଜନ୍  ଏବଂ ଏହାର  ଶୁଣାଣୀ  ତାହା  ସଂବନ୍ଧରେ  ଏକ  ସୂଚନା , ପ୍ରତିବାଦୀଙ୍କ  ଉପରେ ଜାରୀ  କରାଯିବ ; ଯଦି  ସେପରି  କୌଣସି   ପ୍ରତିବାଦୀ  ଥାଆନ୍ତି   ।
  • କୌଣସି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତ  ଉପରେ  ଚୂଡାନ୍ତ  ଆଦେଶ  ପ୍ରଦାନ  କରାଯିବା  ପୂର୍ବରୁ , ପକ୍ଷମାନଙ୍କୁ  ବ୍ୟକ୍ତିଗତଭାବେ   ଶୁଣାଣୀର  ସୁଯୋଗ   ପ୍ରଦାନ  କରାଯିବ   ।

ନିୟମ ୩୮ (ଖ )ଭବିଷ୍ୟତ  ଅଧିଗ୍ରହଣ  ଉପରେ  ‘ସିଲିଂ’

ଏହି  ଆଇନ୍ ର  ଦଫା  ୫୨ ଉଦ୍ଦେଶ୍ୟରେ , ଏହା  ତହସିଲ୍ ଦାର୍ ଙ୍କ   କର୍ତ୍ତବ୍ୟ  ହେବ  ଯେ , ଯେକି  ଓଡିଶା ସର୍ବକ୍ଷେଣ  ଏବଂ   ବନ୍ଦୋବସ୍ତ  ନିୟମାବଳୀ , ୧୯୬୨ ର  ଅଧ୍ୟାୟ – ୪ ଅନୁଯାୟୀ , ଖତିୟାନର  ରକ୍ଷଣାବେକ୍ଷଣ  ସହ  ନ୍ୟସ୍ତ  ହୋଇଥାଆନ୍ତି ; ସେ  ସେହି  ସମସ୍ତ  ବିଷୟ  ରାଜସ୍ୱ  କର୍ମଚାରୀଙ୍କୁ  ସୂଚୀତ  କରିବେ , ଯେଉଁ  ସ୍ଥଳରେ  କୌଣସି  ରୟତ୍  କିମ୍ବା  ଜମି  ଧାରଣକାରୀଙ୍କ  ଦ୍ଵାରା  ଧାରୀତ  ସମୁଦାୟ  ଜମି , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ ) (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ ର  ପ୍ରଚଳନ  ପରେ , ସିଲିଂ  ଅଂଚଳଠାରୁ  ଅଧିକ  ହୋଇଥାଏ  ।

ନିୟମ ୩୮ (ଗ) ଏହି  ଆଇନ୍ ର  ଦଫା  ୫୨ ପ୍ରତି  ପ୍ରତିବନ୍ଧ  ଅନୁଯାୟୀ , ଋଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ , ନିୟମ  ୨୯ – ଘରେ  ଧାରୀତ  ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ  , ପ୍ରୟୋଗ  ହେବ   ।

ଆଧାର - ଲଅ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate