অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ,୧୯୬୫ (ବ୍ୟକ୍ତିଗତ ଚାଷ ଓ ଜମିର ପୁନଃରୁଦ୍ଧାର)

ଆବେଦନ ପତ୍ରର ଫର୍ମ ଏବଂ ପଦ୍ଧତି

ଦଫା ୨୬ର ଉପ – ଦଫା (୧) ଅନୁଯାୟୀ ଆବେଦନ ପତ୍ରର ଫର୍ମ ଏବଂ ପଦ୍ଧତି : -

  1. ଦଫା ୨୬ର ଉପ – ଦଫା (୧) ଅନୁଯାୟୀ ଆବେଦନପତ୍ର , ଫର୍ମ ନଂ ୬ରେ ହେବ ।
  2. ପ୍ରତ୍ୟକ ଗ୍ରାମ ନିମନ୍ତେ କିମ୍ବା ସଂବନ୍ଧରେ , ପ୍ରତ୍ୟକ କୃଷକ ନିମନ୍ତେ , ଏକ ପୃଥକ୍ ଆବେଦନପତ୍ର ଦାଖଲ କରାଯିବ ।
  3. ଏପରି ଆବେଦନପତ୍ର , ଏହାର ଏକ ନକଲ ସହିତ ପ୍ରଦାନ କରାଯିବ ;
  4. ଏହା ଆବେଦନକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ବ୍ୟକ୍ତିଗତଭାବେ ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ପ୍ରଦାନ କରାଯିବ ।

ଦଫା ୨୬ର ଉପ – ଦଫା (୨) ଅନୁଯାୟୀ, ଆବେଦନପତ୍ରର ଫର୍ମ ଏବଂ ପଦ୍ଧତି : -

  1. ଅନୁଯାୟୀ ଆବେଦନପତ୍ର , ଫର୍ମ ନଂ – ୭ରେ ହେବ । (୨) ପ୍ରତ୍ୟକ ଗ୍ରାମ ସଂବନ୍ଧରେ , ପ୍ରତ୍ୟକ ଜମିଦାରଙ୍କ ନିମନ୍ତେ , ଏକ ପୃଥକ୍ ଆବେଦନପତ୍ର ଦାଖଲ କରାଯିବ ; [ଉଲ୍ଲେଖ ଥାଉ ଯେ , ଯେଉଁ ସ୍ଥଳରେ ଜମିଦାରଙ୍କ ସଂଖ୍ୟା ଜଣକରୁ ଅଧିକ ହୋଇଥାଏ ଏବଂ ତାଙ୍କ ଦଖଲରେ ଥିବା ଜମି ପ୍ରତି ଜମିଦାରଙ୍କ ସ୍ଵାର୍ଥ ସଂବନ୍ଧରେ କୃଷକ କୌଣସି ସଠିକ୍ ସଂଦେହ ଗ୍ରହଣ କରନ୍ତି ; ସେପରିସ୍ଥଳେ ସେ ଏପରି ସମସ୍ତ ଜମିଦାରଙ୍କ ସଂବନ୍ଧରେ ଗୋଟିଏ ଆବେଦନପତ୍ର ଦାଖଲ କରିବେ ।
  2. ଏପରି ଆବେଦନପତ୍ର , ତା’ର ଏକ ନକଲ ସହ ପ୍ରଦାନ କରାଯିବ ।
  3. ଏହା , ଆବେଦନକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ।

ଅଣ – ପୁନଃରୁଦ୍ଧାରନୀୟ ଜମି ନିମନ୍ତେ , କ୍ଷତିପୂରଣ ପ୍ରଦାନର ପଦ୍ଧତି

ଦଫା ୨୮ର ଉପ – ଦଫା (୧) ଅନୁଯାୟୀ ଅଣ – ପୁନଃରୁଦ୍ଧାରନୀୟ ଜମି ନିମନ୍ତେ , କ୍ଷତିପୂରଣ ପ୍ରଦାନର ପଦ୍ଧତି : -

  1. ଅଣ – ପୁନଃରୁଦ୍ଧାରନୀୟ ଜମି ନିମନ୍ତେ କ୍ଷତିପୂରଣ ବ୍ୟକ୍ତିଗତ ଭାବେ କୃଷକ ଦ୍ଵାରା [କିମ୍ବା ତାଙ୍କ ଉତ୍ତରାଧିକାରୀ ] ଦ୍ଵାରା , ଜମିଦାର କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ ।
  2. ଉପ – ନିୟମ (୧) ଅନୁଯାୟୀ ଏପରି ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତି , ଏପରି ଅର୍ଥ ପ୍ରଦାନ ନିମନ୍ତେ ଏକ ରସିଦ୍ ପାଇବା ନିମନ୍ତେ ହକ୍ ଦାର୍ ହେବେ ।
  3. କୃଷକ [କିମ୍ବା ତା’ର ଉତ୍ତରାଧିକାରୀଙ୍କ ଆପତ୍ତି ଉପରେ , କ୍ଷତିପୂରଣ ଅର୍ଥରାଶି କିମ୍ବା ତା’ର କୌଣସି କିସ୍ତି , ପୋଷ୍ଟାଲ୍ ରସିଦ୍ , ସମସ୍ତ ଉଦ୍ଦେଶ୍ୟ ନିମନ୍ତେ , ଅର୍ଥ ପ୍ରଦାନର ସମର୍ଥନରେ , ଏକ ବୈଧ ରସିଦ୍ ଭାବେ ବିବେଚନା କରାଯିବ ।
    • (୩-କ) ଉପ – ନିୟମ (୧) ପ୍ରତି ଉଲ୍ଲେଖିତ କୃଷକ , ତାଙ୍କ ଉତ୍ତରାଧିକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧି , କ୍ଷତିପୂରଣ ଉପରେ ଯଦି ଅର୍ଥି ଅର୍ପଣ କରନ୍ତି କିମ୍ବା ପ୍ରଦାନ କରନ୍ତି ଏବଂ ଏଠି ପ୍ରତି ହକ୍ ଦାର୍ ବ୍ୟକ୍ତି କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧି , ଏକ ରସିଦ୍ ମଞ୍ଜୁର କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି କିମ୍ବା ଏହା ଗ୍ରହଣ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି , କିମ୍ବା
    • ଯେତେବେଳେ ଏପରି କ୍ଷତିପୂରଣ , ସମ – ଅଂଶୀଦାରଙ୍କୁ ଦେୟ ହୋଇଥାଏ ଏବଂ କୃଷକ କିମ୍ବା ତାଙ୍କ ଉତ୍ତରାଧିକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧି , ଏପରି ଅର୍ଥ ନିମନ୍ତେ , ସମଅଂଶୀଦାରଙ୍କ ଠାରୁ ଏକ ଯୁଗ୍ମ ରସିଦ୍ ଗ୍ରହଣ କରିବା ନିମନ୍ତେ ଅକ୍ଷମ ହୁଅନ୍ତି ଏବଂ ସେମାନଙ୍କ ତରଫରୁ ଏପରି କ୍ଷତିପୂରଣ ଗ୍ରହଣ କରିବା ଏବଂ ରସିଦ୍ ମଞ୍ଜୁର କରିବା ନିମନ୍ତେ କୌଣସି ବ୍ୟକ୍ତି କ୍ଷମତାୟୀତ ହୋଇନଥାନ୍ତି ; କିମ୍ବା
    • ଯେତେବେଳେ କୃଷକ କିମ୍ବା ତାଙ୍କ ଉତ୍ତରାଧିକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧି , ଏପରି କ୍ଷତିପୂରଣ ଅର୍ଥରାଶି ଗ୍ରହଣ କରିବା ନିମନ୍ତେ ହକ୍ ଦାର୍ ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କ ଅଧିକାର ପ୍ରତି ସଠିକ୍ ସଂଦେହ ଗ୍ରହଣ କରନ୍ତି ; ସେପରିସ୍ଥଳେ ସେ ସେଥିପ୍ରତି ହକ୍ ଦାର୍ ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କୁ ଦେୟ ସଂପୂର୍ଣ୍ଣ କ୍ଷତିପୂରଣ ରାଶି କିମ୍ବା ଏହାର କିସ୍ତିକୁ , ନ୍ୟାୟାଳୟରେ ଜମା କରିବା ନିମନ୍ତେ , ଏହି ଆଇନ୍ ର ଦଫା ୨୮ର ଉପ – ଦଫା (୨) ରେ ଧାର୍ଯ୍ୟ ସମୟର ଅତିବାହିତ ପୂର୍ବରୁ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ଆବେଦନ କରିପାରନ୍ତି ଏବଂ ତା ଉପରେ , ଆଦେଶ ଗ୍ରହଣ କରିପାରନ୍ତି ।
    • (୩- ଖ) ଉପ – ନିୟମ (୩- କ) ପ୍ରତି ଉଲ୍ଲେଖିତ ଘଟଣା ଗୁଡିକ ସଂବନ୍ଧରେ , ନିୟମ ୧୧ର ଉପ – ନିୟମାବଳୀ (୫) ରୁ (୧୨) ରେ ଧାର୍ଯ୍ୟ ପଦ୍ଧତି ପରସ୍ପର ପ୍ରତି ପ୍ରୟୋଗ ହେବ ।
  4. ଏହି ଆଇନ୍ ର ଦଫା ୩୦ର ଉପ – ଦଫା (୨) ଅନୁଯାୟୀ , ବକେୟା ଭୂ – ଖଜଣାଭାବେ କ୍ଷତିପୂରଣ ରାଶି ତା’ର କିସ୍ତିର ଉଦ୍ଧାର ନିମନ୍ତେ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ କୌଣସି ଆବେଦନ ପତ୍ର କ୍ଷେତ୍ରରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଏହାକୁ ଏକ ବକେୟା ଭୂ – ଖଜଣା ଭାବେ ଆଦାୟ କରିବା ନିମନ୍ତେ , କାର୍ଯ୍ୟାନୁଷ୍ଠାନରେ ଅଗ୍ରସର ହେବା ପୂର୍ବରୁ , ତାହା ପ୍ରଦାନ କରିବା ନିମନ୍ତେ , କୃଷକମାନଙ୍କୁ ଏକ ଯଥାଯଥ ସୁଯୋଗ ପ୍ରଦାନ କରିବେ ।

ଉଦ୍ଧାରନୀୟ ଏବଂ ଅଣ – ଉଦ୍ଧାରନୀୟ ଜମି ସଂବନ୍ଧ

ଉଦ୍ଧାରନୀୟ ଏବଂ ଅଣ – ଉଦ୍ଧାରନୀୟ ଜମି ସଂବନ୍ଧରେ ପ୍ରମାଣ ପତ୍ରର ଫର୍ମ : -

  1. ପୁନଃ ଉଦ୍ଧାରନୀୟ ଏବଂ ଅଣ – ପୁନଃଉଦ୍ଧାରନୀୟ ଜମି ସଂବନ୍ଧରେ ପ୍ରମାଣପତ୍ର , ଯେପରି ଦଫା ୨୯ରେ ବାବସ୍ଥାୟୀତ, ତାହା ଫର୍ମ ନଂ – ୯ରେ ହେବ ।
  2. ପ୍ରତ୍ୟକ ଗ୍ରାମ ସଂବନ୍ଧରେ , ପ୍ରତ୍ୟକ ଜମିଦାରଙ୍କ ସଂବନ୍ଧରେ , ପ୍ରତ୍ୟକ କୃଷକ ସଂବନ୍ଧରେ ଏକ ପୃଥକ୍ ପ୍ରମାଣପତ୍ର ରହିବ ।
  3. ଯଦି ପ୍ରମାଣପତ୍ରର ପ୍ରସ୍ତୁତି ନିମନ୍ତେ କୌଣସିଆ ସର୍ବକ୍ଷେଣ ପ୍ଲଟ୍ କୁ ଉପ – ବିଭାଜନ କରିବା ଆବଶ୍ୟକ ହୁଏ , ସେପରିସ୍ଥଳେ ଏପରି ଉପ – ବିଭାଜନ କରିବା ନିମନ୍ତେ , ଧାର୍ଯ୍ୟ ଶୁଳ୍କ , ଏପରି ଉପ – ବିଭାଜନ ପୂର୍ବରୁ , କୃଷକଠାରୁ ଆଦାୟ କରାଯିବ ।

ଦଫା ୩୫ର ଅଧିନରେ ପଡୁଥିବା ଘଟଣାଗୁଡିକରେ ପଦ୍ଧତି : -

  1. ଯେତେବେଳେ ରାଜସ୍ୱ ଉଚ୍ଚକର୍ମଚାରୀ , ଦଫା ୩୫ ଅନୁଯାୟୀ , ପୁନଃ ଉଦ୍ଧାରନୀୟ ଏବଂ ଅଣ – ପୁନଃ ଉଦ୍ଧାରନୀୟ ଜମିର ନିର୍ଦିଷ୍ଟ ବିବରଣୀ ସ୍ଥିର କରିବା ନିମନ୍ତେ ଅଗ୍ରସର ହେବା ପ୍ରସ୍ତାବ କରନ୍ତି ; ସେପରିସ୍ଥଳେ ସେ ତାଙ୍କର ଏପରି ଏପରି ପ୍ରସ୍ତାବ ପ୍ରତି ଆପତ୍ତି ଆହ୍ଵାନ କରିବା ନିମନ୍ତେ , ଏକ ସାଧାରଣ ସୂଚନା ନିର୍ଗମ କରିବେ ।
  2. ସେ ମଧ୍ୟ ଏପରି ବ୍ୟକ୍ତିମାନଙ୍କ ପ୍ରତି ସେହି ଏକ ପ୍ରକାର ସୂଚନା ନିର୍ଗମ କରିବେ , ଯେଉଁମାନେ , ତାଙ୍କ ସହ ଉପଲବ୍ଧ ତଥ୍ୟ ଅନୁଯାୟୀ , ସେହି ଏକା ଜମି ସଂବନ୍ଧରେ ଜମିଦାର ଏବଂ କୃଷକ ଅଟନ୍ତି ।
  3. ଏ ସଂବନ୍ଧରେ , ସୂଚନାରେ ଧାର୍ଯ୍ୟ ତାରିଖରେ ତାଙ୍କ ଦ୍ଵାରା ଗୃହିତ ସମସ୍ତ ଆପତ୍ତିକୁ , ସେ ଶୁଣିବେ କିମ୍ବା ଅଧିକ ସମୟ ମଧ୍ୟରେ , ଯାହାକି ତାଙ୍କ ମନକୁ ମନ ଅନୁମୋଦନ କରାଯାଇଥାଏ କିମ୍ବା ଏ ସଂବନ୍ଧରେ ଦାଖଲ କରାଯାଇଥିବା କୌଣସି ଆବେଦନ ପତ୍ର ଉପରେ ପ୍ରଦାନ କରାଯାଇଥିବା ସମୟ ମଧ୍ୟରେ ଏପରି ଆପତ୍ତି ଶୁଣିବେ , ଏବଂ ତା ପରେ , ତାଙ୍କ ପ୍ରସ୍ତାବ ଚୂଡାନ୍ତ କରିବା ନିମନ୍ତେ ଅଗ୍ରସର ହେବେ ।

ଦଫା ୩୬ – ‘କ’ ଅନୁଯାୟୀ , ଆବେଦନ ପତ୍ର ଦାଖଲ କରିବା ପଦ୍ଧତି : -

ନିୟମ ୨୪ରେ ଉଲ୍ଲେଖିତ ପଦ୍ଧତିରେ , ଦଫା ୩୬ – ‘କ’ ଅନୁଯାୟୀ ଆବେଦନପତ୍ର , ଫର୍ମ ନଂ – ୧୯ରେ ପ୍ରଦାନ କରାଯିବ ।

  1. ଦଫା ୩୬ – ‘କ’ ଅନୁଯାୟୀ , କୃଷକର ଅଣ – ପୁନଃ ଉଦ୍ଧାରନୀୟ ଜମି ଘୋଷଣା କରିବା ପୂର୍ବରୁ ରାଜସ୍ୱ ଉଚ୍ଚକର୍ମଚାରୀ , କୃଷକଙ୍କୁ ଏକ ସୂଚନା ପ୍ରଦାନ କରି , ତାଙ୍କୁ ଶୁଣିବେ । (୨) କୃଷକ ଦ୍ଵାରା ପ୍ରାର୍ଥନା କରାଯାଇଥିବା ବନ୍ଦୋବସ୍ତ ପ୍ରତି [ସୂଚନା ନିର୍ଗମ ତାରିଖରୁ ପନ୍ଦର ଦିନ ମଧ୍ୟରେ ଏପରି ଜମି ସ୍ଥିତ କିମ୍ବା ଗ୍ରାମର ଗ୍ରାମବାସୀଙ୍କଠାରୁ ଆପତ୍ତି ଆହ୍ଵାନ କରିବା ନିମନ୍ତେ , ଏକ ସାଧାରଣ ସୂଚନା ଜାରୀ କରାଯିବ । (୩) ନିୟମ – ୪ରେ ବ୍ୟବସ୍ଥାୟୀତ ପଦ୍ଧତିରେ , ଏପରି ସୂଚନା ଜାରୀ କରାଯିବ ।
  2. ଦଫା ୩୬ – ‘କ’ ଅନୁଯାୟୀ , ସ୍ଥାନୀୟ ସମିତି ସହ ପରାମର୍ଶ କରିବା ଉଦ୍ଦେଶ୍ୟରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଏକ ସୂଚନା ଦ୍ଵାରା , ଏପରି ବୈଠକର ତାରିଖ , ସମୟ ଏବଂ ସ୍ଥାନ ସଂବନ୍ଧରେ , ସମିତିର ସଦସ୍ୟମାନଙ୍କୁ ସୂଚୀତ କରିବେ ଏବଂ ସେଥିରେ ଏପରି ପରାମର୍ଶ ନିମନ୍ତେ ବିଷୟ ଧାର୍ଯ୍ୟ କରିବେ ଏବଂ ଉକ୍ତ ସୂଚନା , ଏପରି ବୈଠକର ସାତ ଦିନ ପୂର୍ବରୁ ଜାରୀ କରାଯିବ । ସଂପୃକ୍ତ ବ୍ୟକ୍ତି ଉପରେ ସଠିକ୍ ଜାରୀ ସୂଚାଉଥିବା ଏପରି ସୂଚନାର ନକଲ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ରଖାଯିବ ଏବଂ ତାହା ମୋକଦ୍ଦମା ନଥିର ଏକ ଅଂଶ ଗଠନ କରିବ ।
  3. ସମିତି ବୈଠକର କାର୍ଯ୍ୟାନୁଷ୍ଠାନ , ଦଫା ୩୬ – ‘କ’ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର ଅଂଶ ଗଠନ କରିବ ।
  4. ଯଦି ନିର୍ଦ୍ଧାରିତ ଦିନରେ , ସମିତି ସହ ପରାମର୍ଶ , ସଦସ୍ୟମାନଙ୍କର ଅନୁପସ୍ଥିତି ଯୋଗୁ କିମ୍ବା ସେମାନଙ୍କର ମତାମତ ପ୍ରକାଶ କରିବାରେ ଅନିଚ୍ଚୁକତା କିମ୍ବା ଅକ୍ଷମତା ଯୋଗୁ ହୋଇଥାଏ ; ଉକ୍ତ ବିଷୟ ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଲିପିବଦ୍ଧ କରାଯିବ ଏବଂ ତାହା , ସମିତି ସହ ପରାମର୍ଶର ଆବଶ୍ୟକାର ଯଥେଷ୍ଟ ପରିପାଳନ ଗଠନ କରିବ ।

ଦଫା ୩୬ – ‘ଖ’ ର ଉପ – ଦଫା - (୧) ଦଫା ୫୬ – ‘ଖ’ ର ଉପ – ଦଫା (୨) ଏବଂ ଦଫା ୫୯ ‘ଖ’ର ଉପ – ଦଫା (୪) ଅନୁଯାୟୀ ଆବେଦନପତ୍ର , ନିୟମ ୨୪ରେ ଧାର୍ଯ୍ୟ ପଦ୍ଧତିରେ , ଫର୍ମ ନଂ – ୧୯ରେ ଦାଖଲ କରାଯିବ ।

ଆଧାର - ଲଅ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate