অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ, ୧୯୬୫(ରୟତ୍ ଏବଂ କୃଷକ)

ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ, ୧୯୬୫(ରୟତ୍ ଏବଂ କୃଷକ)

ବିଭିନ୍ନ ଦଫା

ଦଫା  ୪ର  ଉପ –ଦଫା  (୨)  ଏବଂ (୫)  ଅନୁଯାୟୀ  ଆବେଦନପତ୍ର  ଦାଖଲ  କରିବା  ଫର୍ମ  : -

  1. ଦଫା  ୪ର ଉପ –ଦଫା   (୨)  ଅନୁଯାୟୀ  ଆବେଦନପତ୍ର, ଫର୍ମ  ନଂ – ୧ ରେ  ହେବ  ।
  2. ଦଫା  ୪ର  ଉପ – ଦଫା  (୫)  ଅନୁଯାୟୀ, ଆବେଦନପତ୍ର, ଫର୍ମ  ନଂ – ୨ ରେ ହେବ   ।
  3. ଉପ – ନିୟମ (୧) କିମ୍ବା  ଉପ – ନିୟମ  (୨)  ଅନୁଯାୟୀ  ଆବେଦନପତ୍ର, ଆବେଦନକାରୀଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ  କିମ୍ବା  ତାଙ୍କର  କ୍ଷମତାୟୀତ  ପ୍ରତିନିଧିଙ୍କ   ଦ୍ଵାରା  ରାଜସ୍ଵ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ  ।
  4. ଆବେଦନପତ୍ର   ସହ, ସେପରି  ସଂଖ୍ୟକ   ନକଲ  ପ୍ରଦାନ  କରାଯିବ, ଯେପରି  ସଂଖ୍ୟକ  ବିପରୀତ  ପକ୍ଷ  ଥିବେ   ।
  5. ପ୍ରତ୍ୟକ  ଗ୍ରାମ  ନିମନ୍ତେ, ପ୍ରତ୍ୟକ  ଜମିଦାର  ସଂବନ୍ଧରେ   ଏକ  ପୃଥକ୍  ଆବେଦନପତ୍ର  ହେବ   ।

[୧୦ – ‘କ’ (୧) – ଦଫା  ୪ର  ଉପ – ଦଫା  (୫) ଅନୁଯାୟୀ, କୌଣସି  ଉପ – ଦଫା  କୃଷକ  କିମ୍ବା  ଉପ-ରୟତ  କିମ୍ବା  ତାଙ୍କର   ଉତ୍ତରାଧିକାରୀ, ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ, ଜଣେ  ରୟତ୍  ହେବା  ଘୋଷଣା  କରିବା  ନିମନ୍ତେ, ରାଜସ୍ୱ  ଉଚ୍ଚକର୍ମଚାରୀ  ପକ୍ଷମାନଙ୍କୁ  ତଥା  ଆପତ୍ତି  ଦାଖଲ  କରିଥିବା  ବ୍ୟକ୍ତିଙ୍କୁ  ଏକ  ସୂଚନା  ପ୍ରଦାନ  କରିବେ  ଏବଂ  ସେମାନଙ୍କୁ  ଶୁଣିବେ   ।

  • ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ମଗାଯାଇଥିବା   ବନ୍ଦୋବସ୍ତ  ନିମନ୍ତେ, ପନ୍ଦର  ଦିନ  ମଧ୍ୟରେ   ଆପତ୍ତି   ଆହ୍ଵାନ  କରିବା  ନିମନ୍ତେ , ଏପରି  ଜମି   ଅବସ୍ଥିତ  ଗ୍ରାମର  ଗ୍ରାମବାସୀଙ୍କୁ ମଧ୍ୟ  ସୂଚନା  ଜାରୀ   କରାଯିବ    ।
  • ନିୟମ  ୪ରେ   ବ୍ୟବସ୍ଥାୟୀତ  ପଦ୍ଧତିରେ , ଏପରି  ସୂଚନା  ଜାରୀ  କରାଯିବ   ।

ଦଫା   ୪ର  ଉପ – ଦଫା  (୭) ଅନୁଯାୟୀ  ଅର୍ଥ  ପ୍ରଦାନ  : -

  1. ଦଫା  ୪ର  ଉପ – ଦଫା  (୭) ରେ  ପରିକଳ୍ପିତ  ଅର୍ଥରାଶିର   ପ୍ରଦାନ, ଜମିଦାର   କିମ୍ବା  ତାଙ୍କ  କ୍ଷମତାୟୀତ   ପ୍ରତିନିଧୀଙ୍କୁ  ବ୍ୟକ୍ତିଗତଭାବେ   ଉପ –କୃଷକ  କିମ୍ବା  ଉପ – ରୟତ୍ କିମ୍ବା  ତାଙ୍କ  ଉତ୍ତରାଧିକାରୀ]ଙ୍କ  ଦ୍ଵାରା, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ପ୍ରଦାନ  କରାଯିବ   ।
  2. ଉପ –  ନିୟମ  (୧) ଅନୁଯାୟୀ  ଏପରି  ଅର୍ଥରାଶି  ପ୍ରଦାନକାରୀ  ବ୍ୟକ୍ତି, ଏପରି  ଅର୍ଥ  ପ୍ରଦାନ  ନିମନ୍ତେ, ଏକ  ରସିଦ୍  ପାଇବା  ପାଇଁ  ହକ୍ ଦାର୍  ଅଟନ୍ତି    ।
  3. ଉପ – କୃଷକ  କିମ୍ବା  ଉପ –ରୟତ୍ [ କିମ୍ବା  ତାଙ୍କ  ଉତ୍ତରାଧିକାରୀ],  ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟଙ୍କ, ମତାନୁଯାୟୀ  ଏପରି  ଅର୍ଥ  ପ୍ରଦାନ,  ପୋଷ୍ଟାଲ୍  ମନିଅର୍ଡର  ଦ୍ଵାରା  ତାଙ୍କ  ନିଜ  ଖର୍ଚ୍ଚରେ   କରାଯିବ  ଏବଂ ଏପରି  କ୍ଷେତ୍ରରେ, ମନିଅର୍ଡର  ପ୍ରାପ୍ତି  ରସିଦ୍ କୁ  ଅର୍ଥ  ପ୍ରଦାନ  ରସିଦ୍  ଭାବେ  ବିବେଚନା   କରାଯିବ   ।
  4. ଯେତେବେଳେ  କୌଣସି   ନଥିଭୁକ୍ତ  ଉପ – କୃଷକ  କିମ୍ବା   ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ] କ୍ଷତିପୂରଣ  ଉପରେ  ଅର୍ଥ  ଅର୍ପଣ  କରନ୍ତି   କିମ୍ବା  ପ୍ରଦାନ  କରନ୍ତି  ଏବଂ  ଏପରି  କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି, ଏହା  ଗ୍ରହଣ  କରିବାକୁ  ପ୍ରତ୍ୟାଖ୍ୟାନ  କରନ୍ତି  କିମ୍ବା   ଏଥି  ନିମନ୍ତେ  କୌଣସି  ରସିଦ୍  ମଞ୍ଜୁର କରିବା  ନିମନ୍ତେ   ପ୍ରତ୍ୟାଖ୍ୟାନ  କରନ୍ତି; କିମ୍ବା
    • ଯେତେବେଳେ   ଏପରି   କ୍ଷତିପୂରଣ, ସମଅଂଶୀଦାରଙ୍କୁ  ଯୁଗ୍ମଭାବେ  ଦେୟ  ହୋଇଥାଏ  ଏବଂ   ଉପ –କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ ] ଏବଂ  ଏପରି  ଅର୍ଥ  ନିମନ୍ତେ, ସମ – ଅଂଶୀଦାରଙ୍କ  ଠାରୁ  ଏକ  ଯୁଗ୍ମ  ରସିଦ୍  ପାଇବା  ନିମନ୍ତେ  ସକ୍ଷମ  ହୁଅନ୍ତି   ନାହିଁ  ଏବଂ  ଏପରି  କ୍ଷତିପୂରଣ   ଗ୍ରହଣ  କରିବା  ତଥା  ରସିଦ୍  ମଞ୍ଜୁର  କରିବା  ନିମନ୍ତେ, ତାଙ୍କ  ତରଫରୁ  କୌଣସି  ବ୍ୟକ୍ତିଙ୍କୁ  କ୍ଷମତାୟୀତ  କରାଯାଇନଥାଏ; କିମ୍ବା
    • ଯେତେବେଳେ   ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ ]  କ୍ଷତିପୂରଣ   ଗ୍ରହଣ  ପ୍ରତି  ହକ୍ ଦାର୍ ବ୍ୟକ୍ତି   କିମ୍ବା  ବ୍ୟକ୍ତିମାନଙ୍କର  ସଠିକତା  ସଂବନ୍ଧରେ  କୌଣସି   ସନ୍ଧେହ  ଗ୍ରହଣ  କରନ୍ତି; ସେପରିସ୍ଥଳେ  ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା   ତାଙ୍କ  ଉତ୍ତରାଧିକାରୀ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ, ନ୍ୟାୟାଳୟରେ  ଏପରି  କ୍ଷତିପୂରଣର  ସମସ୍ତ  ଅର୍ଥ  କିମ୍ବା  କିସ୍ତି  ଅର୍ଥ  ଜମା  କରିବା  ନିମନ୍ତେ  ଆଦେଶ   ପାଇଁ, ଏହି  ଆଇନ୍ ର  ଦଫା  ୪ର  ଉପ - ଦଫା  (୭) ର  ଧାର୍ଯ୍ୟ  ସମୟ  ଅତିବାହିତ  ହେବା  ପୂର୍ବରୁ, ଲିଖିତଭାବେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ  କରିବେ  ।
  5. ଉପ –ନିୟମ  (୪) ଅନୁଯାୟୀ  ଏପରି  ଆବେଦନପତ୍ର  ସୂଚୀ – ୧  ରେ  ଧାର୍ଯ୍ୟ  ନ୍ୟାୟାଳୟ  ଶୁଳ୍କ  ଏବଂ  ଆଦେଶିକା  ଶୁଳ୍କ  ବହନ କରିବ  ଏବଂ  ଅନ୍ୟାନ୍ୟ  ବିଷୟ  ମଧ୍ୟରେ, ନିମ୍ନଲିଖିତ  ବିବରଣୀ  ଧାରଣ  କରିବ, ଯଥା : -
    • ଉପ – ନିୟମ ୪(କ)  କ୍ଷେତ୍ରରେ, ସେହି  ବ୍ୟକ୍ତିମାନଙ୍କର  ନାମ, ଯାହାଙ୍କ  ଜମାରେ, ଏପରି  ଅର୍ଥରାଶି  ଜମା  କରାଯିବ   ।
    • ଉପନିୟମ  ୪(ଖ)  କ୍ଷେତ୍ରରେ, ସମ  ଅଂଶୀଦାରଙ୍କ  ନାମ, ଯାହାଙ୍କ  ପ୍ରତି  ଏପରି  କ୍ଷତିପୂରଣ   ପ୍ରାପ୍ୟ  ଅଟେ  ଏବଂ   ଯାହାଙ୍କୁ  ଏପରି  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ] ନିରଦୁଇଷ୍ଟ  କରିବା  କିମ୍ବା  ଧାର୍ଯ୍ୟ  କରିବା  ନିମନ୍ତେ  ସକ୍ଷମ  ହେବେ   ।
    • ଉପ – ନିୟମ  ୪(ଗ) କ୍ଷେତ୍ରରେ, ସେହି  ସମ – ଅଂଶୀଦାରମାନଙ୍କର   ନାମ, ଯାହାଙ୍କୁ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶ  ଅନୁଯାୟୀ, କ୍ଷତିପୂରଣ  ଦେୟ  ଅଟେ   ।
  6. ଏପରି  ଆବେଦନପତ୍ର, ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ସ୍ଵାକ୍ଷରିତ   ହେବ  ଏବଂ  ଦେୱାନୀ  କାର୍ଯ୍ୟବିଧି  ସଂହିତା  ୫/୧୯୦୮  ରେ  ଉଲ୍ଲେଖିତ  ପଦ୍ଧତିରେ, ଅର୍ଜିର  ଯାଞ୍ଚ ନିମନ୍ତେ  ବ୍ୟବସ୍ଥାନୁଯାୟୀ, ଯାଞ୍ଚ  କରାଯିବ  ।
  7. ଯଦି  ଏହା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ପ୍ରତୀତ  ହୁଏ  ଯେ, ଆବେଦନପତ୍ରରେ  ଉଲ୍ଲେଖିତ  ବିଷୟ  ସଠିକ୍  ଅଟେ  ଏବଂ  କ୍ଷତିପୂରଣ  ଅର୍ଥରାଶି  ଜମା  କରିବା  ନିମନ୍ତେ, ଆବେଦନକାରୀ  ହକ୍ର ଦାର୍  ଅଟନ୍ତି, ତା  ହେଲେ  ସେ ତାହା ଗ୍ରହଣ  କରିବେ  ଏବଂ  ଫର୍ମ  ନଂ – ୧୫ ରେ  ଏକ  ରସିଦ୍  ମଞ୍ଜୁର  କରିବେ   ।
  8. ଏପରି  ମଞ୍ଜୁର  କରାଯାଇଥିବା  ରସିଦ୍, କ୍ଷତିପୂରଣ  ଅର୍ଥରାଶି  ପ୍ରାପ୍ତି  ଭାବେ  କାର୍ଯ୍ୟ  କରିବ  ଯାହାକି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ]ଙ୍କ   ଦ୍ଵାରା  ଦେୟ  ଅଟେ  ଏବଂ  ତାହା  ସେହିପରି  ଭାବେ  ଏବଂ  ସେହି  ପରିମାଣରେ  ପ୍ରଦାନ  କରାଯିବ, ଯେପରିକି  ଉକ୍ତ  କ୍ଷତିପୂରଣ  ଅର୍ଥରାଶି, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶର   ପରିଚାଳନାରେ,  ସଂପୂର୍ଣ୍ଣ  ଭାବେ  ପ୍ରଦାନ  କରାଯାଇଛି   ।
  9. ଏପରି  ଜମା  ଗ୍ରହଣକାରୀ  ରାଜସ୍ୱ -  ଉଚ୍ଚକର୍ମଚାରୀ   ତତ୍ କ୍ଷଣାତ  ଏହାର  ଗ୍ରହଣ  ସଂବନ୍ଧରେ  ଏକ  ସୂଚନା  ଆବେଦନପତ୍ରରେ  ଧାର୍ଯ୍ୟ  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କ   ଉପରେ  ଜାରୀ  କରି, ଏପରି  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ  ଷାଠିଏ  ଦିନ  ସମୟ  ପ୍ରଦାନ  କରିବେ   ।
  10. ସୂଚନା  ନିର୍ଗମ  ତାରିଖରୁ, ଷାଠିଏ  ଦିନ  ମଧ୍ୟରେ, ତାଙ୍କ  ସମ୍ମୁଖରେ  ବ୍ୟକ୍ତିଗତଭାବେ  କିମ୍ବା  କ୍ଷମତାୟୀତ  ବ୍ୟକ୍ତିଙ୍କ  ଜରିଆରେ,  ସେଥି  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ  ରାଜସ୍ୱ  ଉଚ୍ଚକର୍ମଚାରୀ  ଜମା  ହୋଇଥିବା  ଅର୍ଥରାଶି  ପ୍ରଦାନ  କରିବେ
    • ଯଦି  ସେଥିପ୍ରତି  ହକ୍ ଦାର୍  ଥିବା  ବ୍ୟକ୍ତି  ଏପରି   ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ , ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି  ନାହିଁ; ସେପରିସ୍ଥଳେ  ଉକ୍ତ  ଜମାଅର୍ଥକୁ , ଓଡିଶା  ‘ ତହବିଲ୍ ସଂହିତା ’ ରେ   ଧାରୀତ  ଗୌଣ  ନିୟମ  ୪୨୪ ରେ  ଧାର୍ଯ୍ୟ  ପଦ୍ଧତିରେ , ଉକ୍ତ  ସମୟର  ଅତିବାହିତ  ପରେ , ରାଜସ୍ୱ  ଜମା  ଅଧିନରେ  ରଖାଯିବ  ଏବଂ  ସେହି  ସମୟରେ ସେଥିପ୍ରତି   ହକ୍ ଦାର୍   ବ୍ୟକ୍ତିଙ୍କୁ   ଏପରି  ଜମା  ବିଷୟ  ସୂଚୀତ  କରାଯିବ।
  11. ନ୍ୟାୟାଳୟ  ଜମା  ଅଧିନରେ  କିମ୍ବା  ରାଜସ୍ୱ  ଜମା  ଅଧିନରେ  ଥିବା  ଅର୍ଥରାଶି  କୌଣସି  ସୁଧ  ବହନ  କରିବ  ନାହିଁ  ।
  12. ରାଜସ୍ୱ - ଜମା  ଅଧିନରେ ଥିବା  ଜମା  ଅର୍ଥରାଶି, ଓଡିଶା  ତହବିଲ୍   ସଂହିତାର   ନିୟମ  ୪୩୬ ରେ  ଧାର୍ଯ୍ୟ  ସମୟ   ଅତିବାହିତ  ହେବା  ପରେ, ସରକାରଙ୍କ  ପ୍ରତି  ବ୍ୟାଜ୍ୟାପ୍ତ  ହେବ  ଏବଂ   କ୍ଷେତ୍ରରେ  ଏପରି  ଅର୍ଥପ୍ରାପ୍ତି   ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ   ସଂହିତାରେ  ଉଲ୍ଲେଖିତ  ବ୍ୟାଜ୍ୟାପ୍ତ  ଜମା  ରାଶିର   ଫେରସ୍ତ   ସଂବନ୍ଧରେ   ପଦ୍ଧତି  ପ୍ରୟୋଗ  ହେବ   ।
  13. ଯଦି  ଦଫା  ୪ର  ଉପ – ଦଫା  (୬) ଅନୁଯାୟୀ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ   ଆଦେଶ ଅନୁଯାୟୀ  କ୍ଷତିପୂରଣ   ଅର୍ଥରାଶି  ପ୍ରଦାନ  କରିବାରେ  କୌଣସି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା  ତାଙ୍କର  ଉତ୍ତରାଧିକାରୀ  ଖିଲାପ  କରନ୍ତି ; ସେପରିସ୍ଥଳେ   ଯେଉଁ  ବ୍ୟକ୍ତିଙ୍କ  ଅଧିନରେ  ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ କିମ୍ବା  ତାଙ୍କ  ଉତ୍ତରାଧିକାରୀ  ଜମି  ଧାରଣ  କରିଥାଆନ୍ତି, ସେହି  ତାରିଖରୁ   ଛଅମାସ  ସମୟ   ମଧ୍ୟରେ  ଉଚ୍ଚକର୍ମଚାରୀଙ୍କୁ  ଏକ  ଆବେଦନପତ୍ର  ପ୍ରଦାନ  କରିବେ, ଯେବେ  ଏପରି  କ୍ଷତିପୂରଣ  ଅର୍ଥରାଶି  ପ୍ରାପ୍ୟ  ହୁଏ,  ତାହା  କିମ୍ବା  ତା’ର  କୌଣସି  ଅଂଶ , ଯାହା  ପ୍ରଦାନ  କରାଯାଇନଥାଏ, ବକେୟା  ଭୂ – ରାଜସ୍ଵଭାବେ   ଉଦ୍ଧାର  କିମ୍ବା  ଆଦାୟ  କରିବା  ନିମନ୍ତେ ।
    • ଏପରି  ଆବେଦନପତ୍ର , ନ୍ୟାୟାଳୟ  ଶୁଳ୍କ  ଏବଂ  ଆଦେଶିକା – ଶୁଳ୍କ  ବହନ  କରିବ, ଯେପରି  ସୂଚୀ – ୧ରେ  ଧାର୍ଯ୍ୟ  କରାଯାଇଛି  ।
  14. ଆବେଦନପତ୍ର  ପାଇବା  ପରେ, ରାଜସ୍ୱଉଚ୍ଚକର୍ମଚାରୀ  କାର୍ଯ୍ୟାନୁଷ୍ଠାନ  ଆରମ୍ଭ  କରିବେ  ଏବଂ  ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ, ସେ  କ୍ଷତିପୂରଣ  କିମ୍ବା  ସେଥିରେ  ପ୍ରଦାନ  କରାଯାଇନଥିବା   ଅଂଶକୁ  ଏକ  ବକେୟା  ଭୂ - ଖଜଣା  ଭାବେ   ଆଦାୟ  କରିବା  ନିମନ୍ତେ  କାର୍ଯ୍ୟାନୁଷ୍ଠାନ   ଗ୍ରହଣ  କରିବେ ।
  15. ଉଲ୍ଲେଖ  ଥାଉ  ଯେ, ଏହାକୁ   ଏକ  ବକେୟା   ଭୂ – ଖଜଣା କିମ୍ବା  ଭୂ – ରାଜସ୍ୱ  ଭାବେ  ଉଦ୍ଧାର  କରିବା  ନିମନ୍ତେ  କାର୍ଯ୍ୟାନୁଷ୍ଠାନ  ପୂର୍ବରୁ, ତାହା  ପ୍ରଦାନ  କରିବା  ନିମନ୍ତେ, ରାଜସ୍ୱ  ଉଚ୍ଚକର୍ମଚାରୀ , ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା ଉତ୍ତରାଧିକାରୀଙ୍କୁ, ଯେଉଁ  ସ୍ଥଳରେ   ଯେପରି   ପ୍ରୟୋଗନୀୟ, ତାହା  ପ୍ରଦାନ  କରିବା  ନିମନ୍ତେ, ସୁଯୋଗ  ପ୍ରଦାନ   କରିବ   ।

ଦଫା  ୪ର ଉପ – ଦଫା  [(୮- କ) ଅନୁଯାୟୀ , ଯଥାଯଥ  ଖଜଣାର  ସ୍ଥିରୀକରଣ  : -

ଦଫା ୪ର  ଉପ – ଦଫା  [ (୮ - କ) ଏବଂ  (୯)  ଅନୁଯାୟୀ, ଯଥାଯଥ  ଖଜଣା  ସ୍ଥିର  କରିବାରେ  ରାଜସ୍ୱ  ଉଚ୍ଚକର୍ମଚାରୀ   ପାର୍ଶ୍ଵବର୍ତ୍ତୀ  ସ୍ଥାନର  ସେହି  ପ୍ରକାର  ଜମି   ଏବଂ  ସେହି  ପ୍ରକାର  ସୁବିଧା  ନିମନ୍ତେ, ରୟତ୍ ଙ୍କ   ଦ୍ଵାରା  ନଗଦ  ଅର୍ଥରେ  ଦେୟ  ଖଜଣା  ହାରକୁ  ଗ୍ରହଣ  କରିବେ , ଯାହାକି  ସେତେବେଳେ   ବଳବତ୍ତର  ଥିବା  ଖତିୟାନ୍  କିମ୍ବା  ଅନ୍ୟ  ନଥିରୁ  ଉଦ୍ରେକ୍  ହୁଏ  ।

  1. ନିୟମ ୧୨ 'କ' - (୧) କୃଷି  ବ୍ୟତୀତ  ଅନ୍ୟ   ଉଦ୍ଦେଶ୍ୟ  ନିମନ୍ତେ  ତାଙ୍କର  କୃଷି  ଜମିକୁ  ବ୍ୟବହାର  କରିବା  ନିମନ୍ତେ, କୌଣସି  ରୟତ, ଫର୍ମ   ନଂ . ୨୫ ରେ, କ୍ଷମତାୟୀତ   ଉଚ୍ଚକର୍ମଚାରୀଙ୍କୁ , କୌଣସି  ଆବେଦନପତ୍ର  ପ୍ରଦାନ  କରିପାରନ୍ତି   ।
    • ଆବେଦନ  ଗ୍ରହଣ  କରିବା  ପରେ, କ୍ଷମତାୟୀତ  ଅଧିକାରୀ  ଏକ  ମୋକଦ୍ଦମା  ନିବନ୍ଧନ  କରିବେ  ଏବଂ  ଯଦି  ଏପରି   ଜମି  ଏପରି  କୌଣସି  ଅଞ୍ଚଳରେ  ସ୍ଥିତ  ଥାଏ , ଯେଉଁଥି  ପ୍ରତି  ଓଡିଶା  ନଗର   ଉନ୍ନୟନ  ଯୋଜନା  ଏବଂ  ଉନ୍ନୟନ  ଟ୍ରଷ୍ଟ  ଆଇନ୍ , ୧୯୬୫ , କିମ୍ବା  ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ,  ଓଡିଶା  ଉନ୍ନୟନ  ଅଧିକାରୀ  ଆଇନ୍ ୧୯୮୨  ବଳବତ୍ତର ଥାଏ, ସେପରିସ୍ଥଳେ  କ୍ଷମତାୟୀତ  ଅଧିକାରୀ  କିମ୍ବା  ଉଚ୍ଚକର୍ମଚାରୀ, ସଂପୃକ୍ତ   ଉନ୍ନୟନ  ଅଧିକାରୀଙ୍କୁ   ତାଙ୍କର  ମତାମତ  ଦାଖଲ  କରିବା  ନିମନ୍ତେ  ଅନୁରୋଧ  କରି, ଫର୍ମ  ନଂ – ୨୬ରେ ପରିବର୍ତ୍ତନ  ନିମନ୍ତେ  , ଉକ୍ତ  ଆବେଦନ  ପତ୍ରକୁ  ଉଲ୍ଲେଖ  କରିବେ  ଏବଂ  ଏପରି  କରିବା  ସମୟରେ, ଉନ୍ନୟନ  ଯୋଜନା /ମାଷ୍ଟର  ପ୍ଳାନ /ଉନ୍ନୟନ  ଯୋଜନା/ ନଗର   ଉନ୍ନୟନ   ଯୋଜନାରେ  ଉକ୍ତ  ଅଞ୍ଚଳ   ନିମନ୍ତେ  ପରିକଳ୍ପିତ   ଭୂମି  କିମ୍ବା  ଜମିର   ବ୍ୟବହାରକୁ  ଦୃଷ୍ଟିରେ   ରଖିବେ, ଯାହାକି  ଉକ୍ତ  ଆଇନ୍  ଅନୁଯାୟୀ  ପ୍ରସ୍ତୁତ  କରାଯାଇଛି  କିମ୍ବା  ପ୍ରକାଶନ  କାରାଯାଇଛି  । କ୍ଷମତାୟୀତ  ଅଧିକାରୀ   କିମ୍ବା  ଉଚ୍ଚକର୍ମଚାରୀଙ୍କ  ଠାରୁ  ତାହା  ଗ୍ରହଣ  କରିବାର   ତିରିଶ  ଦିନ  ମଧ୍ୟରେ, ସଂପୃକ୍ତ  ଉନ୍ନୟନ  ଅଧିକାରୀ / ନଗର  ଉନ୍ନୟନ  ଯୋଜନା  ଅଧିକାରୀ / ଉନ୍ନୟନଟ୍ରଷ୍ଟ,ତାଙ୍କର  ମତାମତ  ପ୍ରଦାନ  କରିବେ, ଯାହାର  ଅକୃତକାର୍ଯ୍ୟତାରେ, ଏହା  ଧରାଯିବ  ଯେ, ଆବେଦିତ  ପରିବର୍ତ୍ତନ   ପ୍ରତି  କୌଣସି  ଆପତ୍ତି  ନାହିଁ   ।
    • ଆବେଦନକାରୀଙ୍କୁ  ଶୁଣାଣୀର  ଏକ  ଯଥାଯଥ  ସୁଯୋଗ  ପ୍ରଦାନ  କରି, କ୍ଷମତାୟୀତ  ଉଚ୍ଚକର୍ମଚାରୀ  ଉକ୍ତ  ବିଷୟ  ସଂବନ୍ଧରେ  ତଦନ୍ତ  କରିବେ  କିମ୍ବା  ତାଙ୍କ  ଅଧନସ୍ତ   କୌଣସି  ଉଚ୍ଚକର୍ମଚାରୀ  ଦ୍ଵାରା  କରାଇବେ   ।
    • ପରିବର୍ତ୍ତନ  ନିମନ୍ତେ  ଆବେଦନପତ୍ର   ବିଚାର   କରିବା  ସମୟରେ, କ୍ଷମତାୟୀତ  ଉଚ୍ଚକର୍ମଚାରୀ  ନିଜକୁ  ସନ୍ତୁଷ୍ଟ   କରିବେ  ଯେ, ଏପରି  ପ୍ରସ୍ତାବିତ  ପରିବର୍ତ୍ତନ, ନିମ୍ନ  ବିଷୟ   କରିବ  ନାହିଁ : -
      1. ପ୍ରାକୃତିକ  ଜଳ  ପ୍ରବାହକୁ  ପ୍ରତିବନ୍ଧିତ  କରିବା, ଯାହା  ଦ୍ଵାରା  ପାର୍ଶ୍ଵବର୍ତ୍ତୀ  କୃଷି   ଜମିରେ  ଜଳପ୍ଲାବନ  ଘଟିବ; କିମ୍ବା
      2. ପାର୍ଶ୍ଵବର୍ତ୍ତୀ  ସ୍ଥାନରେ  ‘କୃଷି – ହୋଲ୍ ଡିଙ୍ଗ’ ରେ   ଜଳସେଚନ   ନିମନ୍ତେ  ଜଳ   ବହନ  ନିମନ୍ତେ, ଜଳର  ଉତ୍ସକୁ   ପ୍ରତିବନ୍ଧିତ  କରିବା ;
    • କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଯଦି  ଏପରି  ପରିବର୍ତ୍ତନ  ଆପତ୍ତିଜନକ, ସଠିକ୍  ନୁହେଁ  କିମ୍ବା  ଆବେଦନକାରୀଙ୍କ  ଦ୍ଵାରା  ପ୍ରଦତ୍ତ  ତଥ୍ୟ   ସଠିକ୍   ନୁହେଁ   ବୋଲି  ବିବେଚନା   କରନ୍ତି;  ତାହେଲେ  ସେ  ତାହା  ଲିପିବଦ୍ଧ  କରିବେ  ଏବଂ  ଆବେଦନକାରୀଙ୍କୁ  ସୂଚୀତ  କରି, ତାହା  ନାକଚ୍  କରିବେ   ।
  2. ତଦନ୍ତ   ପରେ , ଯଦି  କ୍ଷମତାୟୀତ  ଉଚ୍ଚକର୍ମଚାରୀ  ସନ୍ତୁଷ୍ଟ  ହୁଅନ୍ତି  ଯେ, ପ୍ରସ୍ତାବିତ୍  ପରିବର୍ତ୍ତନ  ସଠିକ୍  ପ୍ରକୃତିର   ଅଟେ; ସେପରିସ୍ଥଳେ  ସେ ଏପରି  ପରିବର୍ତ୍ତନକୁ  ଅନୁମୋଦନ   କରିବେ  ଏବଂ  ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍, ୧୯୬୨ ର  ବ୍ୟବସ୍ଥାବଳୀ  ଅନୁଯାୟୀ, ପଟ୍ଟା  ଭିତ୍ତି  ଉପରେ, ଜମି  ବନ୍ଦୋବସ୍ତ  କରିବା  ନିମନ୍ତେ  ଆଦେଶ  ଦେଇପାରନ୍ତି।
    • ଉଭୟ  ଗ୍ରାମାଞ୍ଚଳ  ଏବଂ  ସହରାଞ୍ଚଳରେ, ଅଣ –କୃଷି  ଉଦ୍ଦେଶ୍ୟ  ନିମନ୍ତେ, ଜମି  ବନ୍ଦୋବସ୍ତର  ସର୍ତ୍ତାବଳୀ  ଏପରି   ହେବ, ଯେପରି  ଷ୍ଟାଣ୍ଡାର୍ଡ  ପଟ୍ଟା – ଦଲିଲ୍ ର   ଫର୍ମ  ନଂ – ୨୭ ରେ  ଯେପରି, ଧାର୍ଯ୍ୟ  ଏବଂ  ଯେପରି  ସମୟାନୁକ୍ରମେ , ସରକାରଙ୍କ  ଦ୍ଵାରା  ସ୍ଥିର  କରାଯାଇପାରେ   ।
  3. ସେହି କ୍ଷେତ୍ରରେ, ଯେଉଁ  ସ୍ଥଳରେ  ଏପରି ପରିବର୍ତ୍ତନ, ୧୯୯୪  ମସିହା  ଜୁଲାଇ  ୧ ତାରିଖ  ପୂର୍ବରୁ  ଘଟିଥାଏ; ସେପରିସ୍ଥଳେ  କ୍ଷମତାୟୀତ  ଉଚ୍ଚକର୍ମଚାରୀ, ରୟତ୍  କିମ୍ବା  ବ୍ୟକ୍ତିଙ୍କୁ  ଫର୍ମ  ନଂ – ୨୮ ରେ  ଏକ  ସୂଚନା  ପ୍ରଦାନ  କରିବେ , ଯାହାଙ୍କୁ  ରୟତ୍ ଦ୍ଵାରା  ଜମି  ହସ୍ତାନ୍ତରୀତ  ହୋଇଛି  ଏବଂ  ତାଙ୍କୁ  ପ୍ରିମିୟମ  ଏବଂ  ଡବଲୁ – ରାଜସ୍ୱ  ପ୍ରଦାନ   କରିବା  ପରେ , ଏପରି  ଜମିକୁ  ଓଡିଶା  ସରକାରୀ  ଜମି ବନ୍ଦୋବସ୍ତ  ଆଇନ୍, ୧୯୬୨ ର  ବ୍ୟବସ୍ଥାବଳୀ  ଅନୁଯାୟୀ , ପଟ୍ଟା  ଭିତ୍ତିରେ ବନ୍ଦୋବସ୍ତ   କରାଯିବ   ।
  4. ଉପ – ନିୟମାବଳୀ (୨) ଏବଂ (୩) ଅନୁଯାୟୀ , ଉଭୟ  କ୍ଷେତ୍ରରେ , ଜମିସ୍ଥିର  କରିବା  ପୂର୍ବରୁ, କ୍ଷମତାୟୀତ  ଉଚ୍ଚକର୍ମଚାରୀ, ଆଇନ୍ ର  ଦଫା  ୮ – କ  ଉପ – ଦଫା  (୩) ରେ  ଧାର୍ଯ୍ୟ  ହାର  ସହିତ  ସମନ୍ଵୟ   ରକ୍ଷାକରି  ପ୍ରଦାନ  କରାଯିବାକୁ  ଥିବା  ପ୍ରିମିୟମର  ପରିମାଣ   ଆକଳନ   କରିବା  ସହିତ  ଏବଂ  ପାର୍ଶ୍ଵବର୍ତ୍ତୀ  ଅଣ – କୃଷି  ଏକ  ପ୍ରକାର  ଜମି  ନିମନ୍ତେ   ଆକଳିତ  ଭୂ – ରାଜସ୍ୱ  ମଧ୍ୟ  ଆକଳିତ  କରିବେ  ଏବଂ  ସେହି  ବ୍ୟକ୍ତିଙ୍କୁ  ସୂଚୀତ  କରିବେ ,  ଯେକି  ଏପରି  କୃଷି   ଜମିକୁ  ଅନ୍ୟ  ଉଦ୍ଦେଶ୍ୟ  ନିମନ୍ତେ  ପରିବର୍ତ୍ତନ  କରିଛନ୍ତି  କିମ୍ବା  ହସ୍ତାନ୍ତରୀତ  ବ୍ୟକ୍ତିଙ୍କୁ, ଯେଉଁ  ସ୍ଥଳରେ  ଯେପରି   ପ୍ରୟୋଗନୀୟ, ଏପରି  ପ୍ରିମିୟମ  ଅବମ  ଭୂ – ରାଜସ୍ୱ  ସଂପୂର୍ଣ୍ଣଭାବେ, ତିରିଶ  ଦିନ  ମଧ୍ୟରେ  ଜମା  କରିବା  ନିମନ୍ତେ  କହିବେ;
  5. ଉଲ୍ଲେଖ  ଥାଉ ଯେ,  ଉପନିୟମ (୨) ଅନୁଯାୟୀ   ଅବୃତ   କ୍ଷେତ୍ରଗୁଡ଼ିକରେ, ଭୂ – ରାଜସ୍ୱ, ପରିବର୍ତ୍ତନ  ତାରିଖ  ପରେ , ପରବର୍ତ୍ତୀ  କୃଷି  ବର୍ଷ  ଠାରୁ  ଦେୟ  ହେବ, ଏବଂ  ଉପ – ନିୟମ  (୩) ଅନୁଯାୟୀ  ଆବୃତ   କ୍ଷେତ୍ରଗୁଡ଼ିକରେ , ଏହା  ସେହି  ତାରିଖ   ହେବ, ଯେବେ  ପ୍ରକୃତ  ପରିବର୍ତ୍ତନ   ଘଟିଛି, ଏବଂ  ଏହା  ଓଡିଶା  ତମାଦି  ଆଇନ୍ , ୧୯୬୪ ଅନୁଯାୟୀ, ତମାଦିର  ନିୟନ୍ତ୍ରଣାଧିନ  ହେବ   ।

    • ଉପ – ନିୟମ  (୨) ଅନୁଯାୟୀ  କ୍ଷେତ୍ରଗୁଡ଼ିକ   ସଂବନ୍ଧରେ , ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ପ୍ରଦାନ  କରିବା  ନିମନ୍ତେ  କ୍ଷମତାୟୀତ  ଉଚ୍ଚକର୍ମଚାରୀ, ଆବେଦନପତ୍ର  ଉପରେ, ବ୍ୟତିକ୍ରମ  ଏବଂ  ସଠିକ୍  କ୍ଷେତ୍ରରେ, ଆବେଦନକାରୀଙ୍କୁ, ବନ୍ଦୋବସ୍ତ  ଆଦେଶ  ତାରିଖରୁ  ଷାଠିଏ  ଦିନରୁ  ଅଧିକ  ସମୟ  ଅନୁମୋଦନ   କରିପାରନ୍ତି   ।
    • ଉପନ – ନିୟମ (୩) ଅନୁଯାୟୀ, କ୍ଷେତ୍ରଗୁଡ଼ିକ   ସଂବନ୍ଧରେ, ଏପରି  ଆକଳିତ  ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ଚାରୋଟି  ସମାନ୍  ‘ କ୍ଵାଟର୍ ଲି ’ କିସ୍ତିରେ  ପ୍ରଦାନ   କରାଯାଇପାରେ ,  ଯେପରି   କ୍ଷମତାୟୀତ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଧାର୍ଯ୍ୟ   କରାଯିବ  ଏବଂ  କୌଣସି  ଚାରିମାସିଆ  ସମୟର   ଶେଷ  ତାରିଖରେ  ଖିଲାପ  ଉପରେ , ବଳକା   ଅର୍ଥରାଶିକୁ , ଅର୍ଥ  ପ୍ରଦାନର  ଶେଷ  ତାରିଖରୁ , ଏକମାସ   ସମୟ  ମଧ୍ୟରେ , ଗୋଟିଏ   କିସ୍ତିରେ  ପ୍ରଦାନ  କରାଯିବ; ଯାହାର  ଅକୃତ  କାର୍ଯ୍ୟତାରେ ଏପରି  ଅର୍ଥରାଶିକୁ , ଓଡିଶା  ସର୍ବସାଧାରଣ   ଦାବୀ  ଉଦ୍ଧାର  ଆଇନ୍ , ୧୯୬୨  ଅନୁଯାୟୀ , ବକେୟା  ଭୂ – ଖଜଣା  କିମ୍ବା  ଭୂ – ରାଜସ୍ୱ  ଭାବେ  ଉଦ୍ଧାର  କରାଯିବ   ।
  6. ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ସଂପୂର୍ଣ୍ଣଭାବେ  ପ୍ରଦାନ  ତାରିଖରୁ , ପନ୍ଦରଦିନ  ସମୟ  ମଧ୍ୟ ରେ, କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଫର୍ମ ନଂ – ୨୭ ରେ , ପଟ୍ଟା – ଦଲିଲ୍  ସଂପାଦନ  କରିବେ।

ଦଫା  ୯ର   ଉପ – ଦଫା  (୧କ) ଏବଂ  ଉପ – ଦଫା  (୪) ଅନୁଯାୟୀ   ଆବେଦନପତ୍ରର  ଫର୍ମ  ଏବଂ  ଆବେଦନର  ପଦ୍ଧତି  : -

  1. ଦଫା  ୯ର  ଉପ – ଦଫା  (୧ – କ) ଅନୁଯାୟୀ  [ଆବେଦନପତ୍ର  ଓଡିଶା  ଭୂ – ସଂସ୍କାର ସାଧାରଣ  (ସଂଶୋଧନ) ନିୟମାବଳୀ , ୧୯୮୫  ର  ପ୍ରଚଳନ  ତାରିଖରୁ  ତିନିବର୍ଷ   ମଧ୍ୟରେ, ଫର୍ମ ନଂ – ୧୭ରେ  ଦାଖଲ  କରାଯିବ ;
  2. ଉଲ୍ଲେଖଥାଉ ଯେ , ୧୯୮୧ ମସିହା  ଫେବୃୟାରୀ  ୧୯ ତାରିଖ  ପରେ  ଉପରୋକ୍ତ  ତାରିଖ  ପୂର୍ବରୁ  କରାଯାଇଥିବା  ଏପରି  କୌଣସି  ଆବେଦନପତ୍ର , ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ , ଉକ୍ତ ଉପ – ଦଫା  (୧ - କ) ଅନୁଯାୟୀ , ଧାର୍ଯ୍ୟ  ସମୟ ମଧ୍ୟରେ  ଦାଖଲ  କରାଯାଇଥିବା  ଏକ  ଆବେଦନପତ୍ର   ଭାବେ  ବିବେଚନା  କରାଯିବ   ।

  3. ଦଫା  ୯ ର  ଉପ – ଦଫା (୪) ଅନୁଯାୟୀ  ଆବେଦନପତ୍ର , ବିବାଦ  ତାରିଖରୁ  ଷାଠିଏ   ଦିନ  ମଧ୍ୟରେ  ଦାଖଲ   କରାଯିବ   ।
  4. ଉପ – ନିୟମ  (୧) କିମ୍ବା  ଉପ – ନିୟମ  (୨) ଅନୁଯାୟୀ  ଆବେଦନପତ୍ର , ସେହିପରିଭାବେ  ଫର୍ମ  ନଂ – ୧୭ ରେ ଦାଖଲ  କରାଯିବ , ଯେପରି  ଉପ  - ନିୟମାବଳୀ  (୩), (୪), ଏବଂ  (୫) ଏବଂ  ନିୟମ  ୧୦ ରେ ଉଲ୍ଲେଖ  କରାଯାଇଛି   ।

ଦଫା  ୯ ର  ଉପ – ଦଫା  (୧-କ) ଅନୁଯାୟୀ   ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରମାଣପତ୍ରର   ମଞ୍ଜୁରୀ : -

  • ଦଫା  ୯ର  ଉପ – ଦଫା  (୧ - କ) ଅନୁଯାୟୀ  ପ୍ରମାଣପତ୍ର , ଫର୍ମ ନଂ – ୨୧ରେ  ହେବ  ।

ଦଫା  ୯ର  ଉପ –ଦଫା  (୨) ଅନୁଯାୟୀ  କ୍ଷତିପୂରଣ  ପ୍ରଦାନ  କରିବା  ନିମନ୍ତେ  ପଦ୍ଧତି : -

  1. ଯେତେବେଳେ  ଦଫା  ୯ର  ଉପ – ଦଫା  (୨)  ରେ  ଉଲ୍ଲେଖିତ  ରୟତ୍  କିମ୍ବା  କୃଷକ , କ୍ଷତିପୂରଣ  ଉପରେ , ଅର୍ଥ  ଅର୍ପଣ   କରନ୍ତି  କିମ୍ବା  ପ୍ରଦାନ  କରନ୍ତି  ଏବଂ  ଏପରି  କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି , ଏହା  ଗ୍ରହଣ  କରିବାକୁ  ପ୍ରତ୍ୟାଖ୍ୟାନ  କରେ  କିମ୍ବା  ଏହା  ନିମନ୍ତେ  ଏକ  ରସିଦ୍  ମଞ୍ଜୁର  କରିବାକୁ  ପ୍ରତ୍ୟାଖ୍ୟାନ  କରେ ; କିମ୍ବା
    • ଯେତେବେଳେ  ଏପରି  କ୍ଷତିପୂରଣ , ଯୁଗ୍ମଭାବେ  ସମ – ଅଂଶୀଦାରମାନଙ୍କୁ  ଦେୟ  ହୋଇଥାଏ  ଏବଂ ରୟତ୍  କିମ୍ବା  କୃଷକ  ଏପରି  ଅର୍ଥ  ନିମନ୍ତେ , ଏପରି  ସମ – ଅଂଶୀଦାରମାନଙ୍କ  ଠାରୁ  ଏକ  ଯୁଗ୍ମ  ରସିଦ୍  ଗ୍ରହଣ  କରିବାରେ   ଅସମର୍ଥ   ହୁଏ  ଏବଂ ସେମାନଙ୍କ   ତରଫରୁ  ଏପରି  କ୍ଷତିପୂରଣ   ଅର୍ଥରାଶି   ଗ୍ରହଣ  କରିବା  ଏବଂ  ରସିଦ୍  ମଞ୍ଜୁର  କରିବା  ନିମନ୍ତେ , କୌଣସି  ବ୍ୟକ୍ତିଙ୍କୁ  କ୍ଷମତାୟୀତ  କରାଯାଇ  ନଥାଏ; କିମ୍ବା
    • ଯେତେବେଳେ  ରୟତ୍  କିମ୍ବା  କୃଷକ , କ୍ଷତିପୂରଣ  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି   କିମ୍ବା  ବ୍ୟକ୍ତିମାନଙ୍କ  ସଂବନ୍ଧରେ   ସଂଦେହ  ଗ୍ରହଣ  କରନ୍ତି ; ସେପରିସ୍ଥଳେ   ରୟତ୍  କିମ୍ବା  କୃଷକ , ସେଥିପ୍ରତି  ହକ୍ ଦାର୍  ବ୍ୟକ୍ତି   କିମ୍ବା  ବ୍ୟକ୍ତିମାନଙ୍କୁ  ଦେୟ  କ୍ଷତିପୂରଣ   ସମସ୍ତ  ଅର୍ଥରାଶି  , ନ୍ୟାୟାଳୟରେ  ଜମା  କରିବା  ନିମନ୍ତେ   ଅନୁମତି  ପାଇଁ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ   କରିପାରନ୍ତି  ଏବଂ  ଆଦେଶ  ଗ୍ରହଣ  କରିପାରନ୍ତି   ।
  2. ଉପ – ନିୟମ (୧) ଅନୁଯାୟୀ , ଆବେଦନ  ପତ୍ର , ସୂଚୀ – ୧ରେ  ଧାର୍ଯ୍ୟ  ନ୍ୟାୟାଳୟ  ଶୁଳ୍କ  ଏବଂ ଆଦେଶିକାଶୁଳ୍କ   ବହନ  କରିବ  ଏବଂ  ଅନ୍ୟାନ୍ୟ  ବିଷୟ ମଧ୍ୟରେ  ନିମ୍ନ  ବିବରଣୀ  ଧାରଣା  କରିବ, ଯଥା : - ସେହି  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କର  ନାମ , ଯାହାଙ୍କ  ଜମାରେ , ଏପରି  ଅର୍ଥରାଶି  ଜମା  କରାଯିବ ; ଏବଂ ଅନ୍ୟାନ୍ୟ  ବିଷୟ  ମଧ୍ୟରେ , ନିମ୍ନ  ବିଷୟ  ଧାରଣ  କରିବ, ଯଥା : -
    1. ସେହି  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କର  ନାମ , ଯାହାଙ୍କ  ଜମାରେ , ଏପରି  ଅର୍ଥରାଶି  ଜମା  କରାଯିବ ; ଏବଂ
    2. ସମ – ଅଂଶୀଦାରମାନଙ୍କ  କ୍ଷେତ୍ରରେ   ଏପରି  ସମ – ଅଂଶୀଦାରମାନଙ୍କ  ନାମ , ଯାହାଙ୍କ  ପ୍ରତି  ଏପରି  କ୍ଷତିପୂରଣ  ପ୍ରାପ୍ୟ   ଅଟେ  କିମ୍ବା  ସେମାନଙ୍କ  ମଧ୍ୟରୁ   ସେହିମାନେ  ଯାହାଙ୍କୁ  ରୟତ୍  କିମ୍ବା  କୃଷକ  ଧାର୍ଯ୍ୟ  କରିବା  ନିମନ୍ତେ ସକ୍ଷମ  ଅଟନ୍ତି  ।
  3. ଏପରି  ଆବେଦନପତ୍ର , ରୟତ୍  କିମ୍ବା   କୃଷକଙ୍କ   ଦ୍ଵାରା  ସ୍ଵାକ୍ଷରିତ ଏବଂ  ଅର୍ଜିର  ଯାଞ୍ଚ  ନିମନ୍ତେ, ଦେୱାନୀ   କାର୍ଯ୍ୟବିଧି  ସଂହିତା , ୧୯୦୮ ରେ ଉଲ୍ଲେଖିତ  ପଦ୍ଧତି   ଅନୁଯାୟୀ   ଏହାକୁ   ଯାଞ୍ଚ  କରାଯିବ   ।
  4. ଯଦି  ଏହା ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରତୀତ  ହୁଏ ଯେ , ଯେ  ଆବେଦନପତ୍ରରେ  ଉଲ୍ଲେଖିତ  ବିଷୟ ସଠିକ୍  ଅଟେ  ଏବଂ କ୍ଷତିପୂରଣ  ଅର୍ଥରାଶି  ଜମା  କରିବା  ନିମନ୍ତେ  ଆବେଦନକାରୀ  ହକ୍ ଦାର୍  ଅଟନ୍ତି ; ସେପରିସ୍ଥଳେ  ସେ  ତାହା  ଗ୍ରହଣ  କରିବେ  ଏବଂ  ଫର୍ମ  ନଂ – ୨୩ ରେ  ଏଥି  ନିମନ୍ତେ  ଏକ  ରସିଦ୍  ମଞ୍ଜୁର୍  କରିବେ  ।
  5. ରୟତ୍  କିମ୍ବା  କୃଷକ  ଦ୍ଵାରା  ଦେୟ  କ୍ଷତିପୂରଣ  ରାଶି  ନିମନ୍ତେ , ଏପରି  ମଞ୍ଜୁର  କରାଯାଇଥିବା  ରସିଦ୍  ଏକ  ଅର୍ଥଗ୍ରହଣ   ତାଲିକାଭାବେ   ସେହିପରିଭାବେ  ଏବଂ   ସେହି  ପରିମାଣରେ  କାର୍ଯ୍ୟକାରୀ  ହେବ , ଯେପରି  କ୍ଷତିପୂରଣ  ରାଶି , ସଂପୂର୍ଣ୍ଣ  ଭାବେ  ଗ୍ରହଣ  କରାଯାଇଛି   ।
  6. ଆବେଦନପତ୍ରରେ   ଧାର୍ଯ୍ୟ  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କ  ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ  ଗ୍ରହଣ  କରିଥିବା  ଜମା   ଅର୍ଥରାଶି  ସଂବନ୍ଧରେ ଏକ  ସୂଚନା  ଜାରୀକରିବେ  ଏବଂ  ଅର୍ଥ  ଗ୍ରହଣ  କରିବା  ନିମନ୍ତେ , ଉକ୍ତ  ସୂଚନା  ଗ୍ରହଣ   ତାରିଖରୁ  ଷାଠିଏ  ଦିନ  ସମୟ ପ୍ରଦାନ  କରିବେ  ।
  7. ରାଜସ୍ୱ  ଉଚ୍ଚକର୍ମଚାରୀ , ସେଥିପ୍ରତି  ହକ୍ ଦାର୍   ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ  ଜମା  ହୋଇଥିବା  ଅର୍ଥରାଶି  ପ୍ରଦାନ କରିବେ , ଯଦି  ସେ  କିମ୍ବା  ସେମାନେ  ବ୍ୟକ୍ତିଗତଭାବେ  କିମ୍ବା  କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ , ଉପରୋକ୍ତ  ତାରିଖ   ମଧ୍ୟରେ  ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି   ।
  8. ଯଦି  ଏପରି  ଅର୍ଥ  ଗ୍ରହଣ  କରିବା  ନିମନ୍ତେ , ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି  ନାହିଁ ; ସେପରି  ସ୍ଥଳେ  ଓଡିଶା  ତହବିଲ୍  ସଂହିତାର   ଅଂଶ- ୨ ରେ   ଧାରୀତ  ଗୌଣ  ନିୟମ  ୪୨୪ ରେ  ଧାର୍ଯ୍ୟ   ପଦ୍ଧତିରେ , ଉକ୍ତ  ସମୟ  ଅତିବାହିତ  ହେବା  ପରେ , ଜମା ଥିବା  ଅର୍ଥରାଶିକୁ , ରାଜସ୍ୱ  ଜମାରେ  ରଖାଯିବ  ଏବଂ  ସେହି  ଏକା  ସମୟରେ  ଏହି  ବିଷୟ  ପ୍ରତି , ହକ୍ ଦାର୍  ବ୍ୟକ୍ତି କିମ୍ବା  ବ୍ୟକ୍ତିମାନଙ୍କୁ  ଏପରି ଜମା  ବିଷୟ  ସୂଚୀତ   କରିବେ  ।
  9. ନ୍ୟାୟାଳୟରେ  ଜମା  ଅର୍ଥରାଶି  କିମ୍ବା  ରାଜସ୍ୱ   ଜମା  ଅର୍ଥରାଶି , କୌଣସି  ସୁଧା  ବହନ  କରିବ  ନାହିଁ  । ରାଜସ୍ୱ  ଜମା  ଅଧିନରେ   ଥିବା  ଅର୍ଥରାଶି , ଓଡିଶା  ତହକିଲ୍  ସଂହିତାର  ନିୟମ – ୪୩୫ ରେ ଧାର୍ଯ୍ୟ  ସମୟର  ସମାପ୍ତିପରେ , ସରକାରଙ୍କ  ପ୍ରତି  ବ୍ୟାଜ୍ୟାପ୍ତ  ହେବ  ଏବଂ  ଯଦି ଏପରି  ଅର୍ଥ  ପାଇବା  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ , ଏପରି  ଅର୍ଥରାଶିର   ଫେରସ୍ତି   ଚାହାଁନ୍ତି ;  ସେପରି ସ୍ଥଳେ  ଓଡିଶା  ତହକିଲ୍  ସଂହିତାରେ   ଉଲ୍ଲେଖିତ  ବ୍ୟାଜ୍ୟାପ୍ତ   ଜମାର  ଫେରସ୍ତି ସଂବନ୍ଧରେ   ପଦ୍ଧତି  , ପ୍ରୟୋଗ  ହେବ    ।

ନିୟମ ୧୩ - ଖ :- ଦଫା  ୯ର  ଉପ – ଦଫା  (୩) ଅନୁଯାୟୀ  ଯଥାଯଥ  ଖଜଣା  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ନିକଟବର୍ତ୍ତୀ  ଅଞ୍ଚଳରେ  ଥିବା  ସେହି ଏକ  ପ୍ରକାର  ଜମି  ଏବଂ  ସେହି  ଏକା  ପ୍ରକାର  ସୁବିଧା  ଥିବା  ଜମି  ସଂବନ୍ଧରେ   ଦେୟ   ଖଜଣାକୁ   ବିବେଚନା   କରିବେ ।

ନିୟମ ୧୩ - ଗ - ଦଫା  ୯ର  ଉପ – ଦଫା  (୧ - କ) ଅନୁଯାୟୀ , ପ୍ରମାଣ  ପତ୍ରର  ନିର୍ଗମ  ପରେ , ଯେତେ ଶୀଘ୍ର  ସମ୍ଭବ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ପ୍ରମାଣପତ୍ରର  ଏକ  ନକଲ , ସେହି  ଦକ୍ଷ  ଅଧିକାରୀଙ୍କ  ନିକଟକୁ  ପ୍ରେରଣ  କରିବେ , ଯେକି  ଖତିୟାନ  ରକ୍ଷଣାବେକ୍ଷଣ  କରନ୍ତି   ।

ନିୟମ ୧୩ - ଘ - ଯେତେବେଳେ   ଦଫା  ୯ର  ଉପ – ଦଫା  (୧) ରେ  ବ୍ୟବସ୍ଥାୟୀତ  ଉପାୟରେ , ଉପଯୁକ୍ତ  ଏବଂ  ସମାନ ଖଜଣା   ଧାର୍ଯ୍ୟ  କରାଯାଏ , ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ସେହି  ଦକ୍ଷ  ଅଧିକାରୀଙ୍କୁ , ଉପଯୁକ୍ତ  ଏବଂ  ସମାନ  ଖଜଣା  ଧାର୍ଯ୍ୟ  କରି  ଉକ୍ତ  ଏକ  ନକଲ  ପ୍ରେରଣ  କରିବେ , ଯେକି  ଖତିୟାନ  ରକ୍ଷଣାବେକ୍ଷଣ  କରନ୍ତି   ।

ଦଫା  ୧୧ ର  ଉପ – ଦଫା  (୨) , (୩) ଏବଂ  (୪)  ଅନୁଯାୟୀ  ସୂଚନା : -

  1. ଦଫା  ୧୧ର  ଉପ – ଦଫା  (୨), (୩) ଏବଂ  (୪)  ଅନୁଯାୟୀ  ସୂଚନା , ଫର୍ମ  ନଂ – ୩ରେ  ହେବ   ।
  2. ଦଫା ୧୧ର  ଉପ – ଦଫା  (୫) ଅନୁଯାୟୀ , ସେପରି  ସଂଖ୍ୟକ  ସୂଚନାର  ନକଲ   ଦାଖଲ  କରାଯିବ , ଯେପରି  ସଂଖ୍ୟକ   ଜମିଦାରଙ୍କ  ଉପରେ  ଏପରି  ସୂଚନାଜାରୀ  ଆବଶ୍ୟକ   ଅଟେ   ।
  3. ସୂଚନାର  ଦୁଇଟି  ଅଧିକ  ନକଲ  ମଧ୍ୟ ଦାଖଲ  କରାଯିବ , ଯେଉଁଥି  ମଧ୍ୟରୁ  ଗୋଟିଏ  ନକଲ , ତାଙ୍କ  କାର୍ଯ୍ୟାଳୟ  ନଥି  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ରଖାଯିବ  ଏବଂ  ଅନ୍ୟ  ନକଲଟି  ସେହି  ଅଧିକାରୀଙ୍କୁ  ପ୍ରେରଣ  କରାଯିବ , ଯେ କି  ଖତିୟାନ  ରକ୍ଷଣାବେକ୍ଷଣ  କରିବା  ନିମନ୍ତେ  ଦକ୍ଷ  ଅଟନ୍ତି   ।
  4. ପ୍ରତ୍ୟକ  ଗ୍ରାମ  ନିମନ୍ତେ , ପୃଥକ୍  ସୂଚନା  ଦାଖଲ  କରାଯିବ   ।

ଦଫା  ୧୨ର  ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର ଦାଖଲକରିବା  ପଦ୍ଧତି  : -

ଦଫା ୧୨ର  ଉପ – ଦଫା  (୧) ଅନୁଯାୟୀ  କୌଣସି  ଆବେଦନପତ୍ର   ଦାଖଲ  କରିବା  ପଦ୍ଧତି , ସେହି  ପ୍ରକାର  ହେବ , ଯେପରି  ନିୟମ  ୧୦ର – ଉପନିୟମାବଳୀ   (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ  ହୋଇଛି   ।

ନିୟମ ୧୫ -କ - ଦଫା  ୧୪ (୨) ଅନୁଯାୟୀ  ସୂଚନା  : -

ଦଫା  ୧୪ର ଉପ – ଦଫା  (୨)  ପ୍ରତି  ପ୍ରଥମ  ପ୍ରତିବନ୍ଧ  ଅନୁଯାୟୀ   ସୂଚନା , ଫର୍ମ ନଂ ୨୪ ରେ  ହେବ   ।

ଦଫା  ୧୫ ଅନୁଯାୟୀ  ଆବେଦନପତ୍ର  : -

  1. ଦଫା  ୧୫ ଅନୁଯାୟୀ  କୌଣସି  ଆବେଦନପତ୍ର , ସେହି  ପଦ୍ଧତିରେ  ଦାଖଲ  କରାଯିବ , ଯେପରି   ନିୟମ  ୧୦ର ଉପ – ନିୟମ  (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ   ହୋଇଛି   ।
  2. ସମସ୍ତ  ଗ୍ରାମବାସୀ  କିମ୍ବା  ଗ୍ରାମଗୁଡିକ  ଉପରେ  ଏକ  ସାଧାରଣ  ସୂଚନା  ମଧ୍ୟ  ଜାରୀ  କରାଯିବ, ଯେଉଁଠି  ଏପରି  ଜମି ସ୍ଥିତ  ଅଟେ, ଏବଂ  ଆପତ୍ତି  ମଧ୍ୟ  ଆହ୍ଵାନ  କରାଯିବ  ।
  3. ନିୟମ  ୪ରେ ବ୍ୟବସ୍ଥାୟୀତ  ପଦ୍ଧତିରେ , ଏପରି  ସୂଚନା  ଜାରୀ  କରାଯିବ ।
  4. ଦଫା  ୧୫ର  ଉପ – ଦଫା  (୨) ଅନୁଯାୟୀ  ତାଙ୍କ  ଉପରେ  ଜାରୀ  କରାଯାଇଥିବା  କୌଣସି  ସୂଚନାକୁ  ଯଦି   କୌଣସି  କୃଷକ  ପରିଚାଳନା  କରିବାରେ ଅକୃତକାର୍ଯ୍ୟ  ହୁଏ  କିମ୍ବା  ଉକ୍ତ  ଦଫାର  ଉପ – ଦଫା  (୫) ଅନୁଯାୟୀ  ତାଙ୍କ  ଉପରେ  ଜାରୀ କରାଯାଇଥିବା  କୌଣସି  ସୂଚନାକୁ   ପରିପାଳନ  କରିବାରେ  କୌଣସି   ଜମିଦାର  ଅକୃତକାର୍ଯ୍ୟ  ହୁଅନ୍ତି; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ, ଫର୍ମ ନଂ ୧୪ରେ ଏକ  ଆଦେଶ  ଏପରି  ଉଚ୍ଚକର୍ମଚାରୀ  କିମ୍ବା  ଅଧିକାରୀଙ୍କୁ  ନିର୍ଗମ  କରିବେ, ଯେପରି  ସେଥିରେ  ଧାର୍ଯ୍ୟ  କରାଯାଇଥିବ, ଏବଂ  ଜମିଦାର  କିମ୍ବା  କୃଷକକୁ  ଉକ୍ତ  ଜମିର  ଦଖଲ  ପ୍ରଦାନ  କରିବା  ନିମନ୍ତେ   ନିର୍ଦ୍ଦେଶ   ଦେବେ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ   ।

ଦଫା  ୧୬ ଅନୁଯାୟୀ, କୌଣସି  କୃଷକର  ଚିହ୍ନଟ  ସଂବନ୍ଧରେ   ବିବାଦ  କ୍ଷେତ୍ରରେ  ତଦନ୍ତ  : -

କୌଣସି  ଜମିର  ଚାଷରେ  ଥିବା  କୌଣସି  କୃଷକର  ଚିହ୍ନଟ  ସଂବନ୍ଧରେ  ଦଫା  ୧୬ ଅନୁଯାୟୀ  କୌଣସି  ବିବାଦରେ ତଦନ୍ତ, ନିମ୍ନଲିଖିତ   ବିଷୟ  ଉପରେ, ବିଚାରକୁ  ନିଆଯିବ, ଯଥା : -

  • ଏହି  ବିଷୟ ଉପରେ, କୌଣସି  ନକ୍ଷ  ନ୍ୟାୟାଳୟଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ ;
  • କୃଷକର  ଚିହ୍ନଟ  ସଂବନ୍ଧରେ , ଜମିଦାର  ଏବଂ  କୃଷକର  ବିବରଣୀ   ।
  • ବିବାଦରେ  ଥିବା  ଜମିର  ଦଖଲରେ  ପ୍ରମାଣରେ  ଖଜଣା – ରସିଦ୍ ର  ଉପଲବ୍ଧତା ;
  • ଦାବିର  ସମର୍ଥନରେ  ଉପଲବ୍ଧ  ଅନ୍ୟ  କୌଣସି  ସାକ୍ଷ୍ୟ , ତାହା  ମୌଖିକ  କିମ୍ବା  ଦବଲୀୟ ହୋଇଥାଉ   ।

ଦଫା  ୧୭ ଖଜଣା  ରସିଦ୍ ଦଫା  ୧୭ରେ  ପରିକଳ୍ପିତ  ଅନୁଯାୟୀ , ଖଜଣା  ରସିଦ୍ ଏବଂ  ଏହାର  ବିପରୀତ  ନକଲରେ  ନିର୍ଦ୍ଧିଷ୍ଟ  ବିବରଣୀ  ଲିପିବଦ୍ଧ   କରାଯିବ : -

ଦଫା  ୧୭ର ଉପ – ଦଫା  (୧) ଅନୁଯାୟୀ  ମଞ୍ଜୁର  କରାଯିବାକୁ  ଥିବା  ରସିଦ୍ ଏବଂ  ଉପ – ଦଫା  (୨) ଅନୁଯାୟୀ  ପରିକଳ୍ପିତ  ଏହାର ପ୍ରତିଲିପି କିମ୍ବା  ନକଲରେ , ନିମ୍ନଲିଖିତ  ବିବରଣୀ  ରହିବ , ଯଥା : -

  • ଗ୍ରାମର  ନାମ
  • ରସିଦ୍  ସଂଖ୍ୟା
  • ଜମିଦାରଙ୍କ  ନାମ
  • କୃଷକର  ନାମ
  • ହୋଲ୍ ଡିଂ ସଂଖ୍ୟା
  • ରୟତି  କିମ୍ବା  ଚାଷ  ଅଂଚଳ
  • ଖଜଣା  ଏବଂ ସେସର୍  ବାର୍ଷିକ  ଦାବୀ
  • ବକେୟା  ଖଜଣା   ଏବଂ  ସେସ୍ , ଯଦି  କିଛି  ଥାଏ
  • କେଉଁ  ବର୍ଷ  କିମ୍ବା  ବର୍ଷଗୁଡିକ  ନିମନ୍ତେ , ଖଜଣା  ଇତ୍ୟାଦି  ପ୍ରଦାନ  କରାଯାଇଛି
  • ସମୁଦାୟ  ଖଜଣା  ଅର୍ଥରାଶି  ଏବଂ  ଜମି  ଖଜଣା  ଏବଂ ସେସର୍  ପରିମାଣ , ଯାହା  ପ୍ରଦାନ କରାଯାଇଛି
  • ଯେଉଁ  ସ୍ଥଳରେ  ଖଜଣା , ଆକାର  ପ୍ରକାରରେ  ଏପରି  ଆକାର  ପ୍ରକାର  ପ୍ରଦାନ କରାଯାଏ , ସେପରିସ୍ଥଳେ , ଖଜଣା  ପ୍ରକାରର  ପ୍ରକୃତି  ଏବଂ
  • ସୁଧର  ପରିମାଣ  ଏବଂ  ପ୍ରଦାନ  କରାଯାଇଥିବା  ଅନ୍ୟ  ଅର୍ଥରାଶି, ଯଦି  କିଛି  ଥାଏ  ।

ଦଫା  ୧୯ର   ଉପ – ଦଫା  (୧) ର  ଧାରା  (୨) ଅନୁଯାୟୀ , କୌଣସି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  କେଉଁ  ପଦ୍ଧତିରେ  ବିଭାଜନ   ଆଦେଶ  ପ୍ରଦାନ  କରାଯାଇପାରେ  : -

  1. ଦଫା  ୧୯ର ଉପ –ଦଫା  (୧) ର  ଧାରା (ଗ) ଅନୁଯାୟୀ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କୌଣସି  ଆଦେଶ  ନିମନ୍ତେ  ଆବେଦନ  କରୁଥିବା  କୌଣସି  ବ୍ୟକ୍ତି , ସମ – ଅଂଶୀଦାର  ରୟତମାନଙ୍କ  ମଧ୍ୟରେ  କୌଣସି  ‘ ହୋଲ୍ ଡିଂ ’ ର  ବିଭାଜନକୁ  ପ୍ରଭାବିତ  କରିବା  ନିମନ୍ତେ , ଜମି  ଏବଂ ଅନ୍ୟାନ୍ୟ  ବିଷାଦ  ବିବରଣୀ  ପ୍ରଦାନ କରି ,  ଏକ  ଆବେଦନ  ପତ୍ର  ଦାଖଲ  କରିବେ   ।
  2. ଏପରି  ଆବେଦନପତ୍ରରେ , ଅନ୍ୟ  ସମ – ଅଂଶୀଦାର  ରୟତ୍  ଏବଂ ଜମିଦାରଙ୍କୁ , ବିପରୀତ  ପକ୍ଷ  ଭାବେ  ଉଲ୍ଲେଖ  କରାଯିବ    ।
  3. ନିୟମ   ୧୦ର  ଉପ – ନିୟମାବଳୀ  (୩), (୪) ଏବଂ (୫) ରେ  ଉଲ୍ଲେଖିତ  ପଦ୍ଧତି  ଅନୁଯାୟୀ  , ଏହା ଦାଖଲ  କରାଯିବ  ।
  4. ଗୋଟିକରୁ  ଅଧିକ ‘ ହୋଲ୍ ଡିଂ ’ ର  ବିଭାଜନ  ନିମନ୍ତେ , ଗୋଟିକରୁ  ଅଧିକ  ଆବେଦନପତ୍ର  ଆବଶ୍ୟକ  ହେବ  ନାହିଁ , ଯଦି  ତାହା  ସେହି  ଏକା  ଗ୍ରାମରେ  ସ୍ଥିତ  ଥାଏ , ଏବଂ  ଯଦି  ସେଗୁଡିକ  ଏକା  ଜମିଦାରଙ୍କ  ଅଧିନରେ , ସେହି  ଏକା  ସମ – ଅଂଶୀଦାରଙ୍କର  ହୋଇଥାଏ   ।
  5. ରାଜସ୍ୱ  ଉଚ୍ଚାକର୍ମଚାରୀ , ଏ ବିଷୟରେ , ବିପରୀତ ପକ୍ଷକୁ  ଶୁଣାଣୀର ଯଥାଯଥ  ସୁଯୋଗ  ପ୍ରଦାନ  କରିବେ   ।
  6. ଆବେଦନପତ୍ରର  ଫଇସଲା   ନିମନ୍ତେ , ସେ  ଆବଶ୍ୟକ  ଅନୁଯାୟୀ  ଏପରି  ଅନ୍ୟ  ତଦନ୍ତ  କରିବେ  ।
  7. ଏପରି  ଆବେଦନପତ୍ର   ଅନୁମୋଦନ  କରାଯାଇପାରେ , ଯେତେବେଳେ  ସମସ୍ତ  ସମ – ଅଂଶୀଦାରଙ୍କ  ରୟତ୍  ଆବେଦିତ  ବିଭାଜନ  ପ୍ରତି  ସେମାନଙ୍କର  ସମ୍ମତି  ପ୍ରଦାନ  କରନ୍ତି ;
  8. ଯଦି  ସମ – ଅଂଶୀଦାର  ରୟତ୍ ମାନଙ୍କ   ମଧ୍ୟରେ  କୌଣସି  ମତ  ପାର୍ଥକ୍ୟ  ଥାଏ ; ସେପରି ସ୍ଥଳେ  ବିଭାଜନ  ନିମନ୍ତେ  ଆବେଦନପତ୍ରକୁ  ନାକଚ୍  କିମ୍ବା  ପ୍ରତ୍ୟାଖ୍ୟାନ  କରାଯିବ   ।
  9. ଯେଉଁ  ସ୍ଥଳରେ  କୌଣସି  ବିଭାଜନ  ଅନୁମୋଦନ  କରାଯାଏ , ସେପରିସ୍ଥଳେ  ସମ – ଅଂଶୀଦାର ରୟତ୍ ର  ‘ହୋଲ୍ ଡିଂ ’ କୁ  ବିଭାଜନ  କରୁଥିବା  ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କ  ଆଦେଶ , ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ଙ୍କ   ଅଂଶ  ପ୍ରତି  ଆବଣ୍ଟିତ  ପ୍ଳଟ  ଉଲ୍ଲେଖ  କରିବା  ସହିତ , ବିଭାଜନ  ପରେ , ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ଙ୍କ  ଦ୍ଵାରା  ଦେୟ  ଖଜଣା , ସେସ୍ ର  ଅର୍ଥ ରାଶି  ଏବଂ  ଅନ୍ୟାନ୍ୟ  ଆଇନ ସମ୍ମତ  ଦେୟ  ବିଷୟ  ମଧ୍ୟ  ଉଲ୍ଲେଖ  କରିବେ ;
  10. ଯଦି  କୌଣସି  ‘ ହୋଲ୍ ଡିଂ’ ର  ବିଭାଜନ  ସମୟରେ  କୌଣସି  ସର୍ବକ୍ଷେଣ  ପ୍ଲଟ୍ ର   ଉପ – ବିଭାଜନ  ଆବଶ୍ୟକ  ହୁଏ ; ସେପରିସ୍ଥଳେ , ବିଭାଜନର  ଚୂଡାନ୍ତ  ଆଦେଶ  ପ୍ରଦାନ  କରାଯିବା  ପୂର୍ବରୁ , ଆବଶ୍ୟକ  ତଦନ୍ତ କରାଯିବା  ପରେ , ଏପରି  ବିଭାଜନ  କେବଳ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ   ଦ୍ଵାରା  କରାଯିବ ;

ଉଲ୍ଲେଖ ଥାଉ ଯେ ,  ଯେ  ପର୍ଯ୍ୟନ୍ତ  ଆବେଦନକାରୀଙ୍କ  ଦ୍ଵାରା  ଧାର୍ଯ୍ୟ  ଶୁଳ୍କ  ପ୍ରଦାନ କରାନଯାଇଛି , ସେପର୍ଯ୍ୟନ୍ତ   ଏପରି  କୌଣସି  ଉପ – ବିଭାଜନ  କରାଯିବ  ନାହିଁ  ଏବଂ ଏବଂ  ଏପରି  ଉପବିଭାଜନ   ନିମନ୍ତେ  ଆବଶ୍ୟକ  ତଦନ୍ତ  କରାଯିବ  ନାହିଁ ;

ଆହୁରି  ଉଲ୍ଲେଖ  ଥାଉ ଯେ , ଯଦି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁମୋଦିତ  ସମୟ  ମଧ୍ୟରେ  ଏପରି  ଶୁଳ୍କ  ପ୍ରଦାନ  କରାନଯାଏ ; ସେପରିସ୍ଥଳେ  ବିଭାଜନ  ନିମନ୍ତେ ଆବେଦନ  ପତ୍ରକୁ  ଖାରଜ  କରାଯିବ  ।

ନିୟମ ୧୯ 'କ' (୧) ଯାହା  ହେଉନା  କାହିଁକି , ଯେଉଁ  ସ୍ଥଳରେ , କୌଣସି  ଅଂଚଳ  ସଂବନ୍ଧରେ  ଓଡିଶା  ସର୍ବକ୍ଷେଣ  ଏବଂ  ବନ୍ଦୋବସ୍ତ  ଆଇନ୍ , ୧୯୫୮ ର  ଦଫା  ୧୧ , ୧୮  କିମ୍ବା  ୩୬ ର ଅନୁଯାୟୀ  ଆଦେଶ  ନିର୍ଗମ  କରାଯାଇଥାଏ ; ସେପରିସ୍ଥଳେ   ନିୟମ  ୧୯ର  ପ୍ରୟୋଗ  ହେବ  ନାହିଁ  ।

  1. କୌଣସି  ଅଂଚଳ , ଯେଉଁଠାରେ  ସର୍ବକ୍ଷେଣ   ଏବଂ  ବନ୍ଦୋବସ୍ତ  କାର୍ଯ୍ୟ  ଅଗ୍ରଗତି   କରୁଥାଏ ; ସେପରିସ୍ଥଳେ  ଏହି  ଆଇନ୍ ର  ଦଫା  ୧୯ର  ଉପ – ଦଫା  (୧) ର  ଧାରା  (ଖ) ଅନୁଯାୟୀ  କୌଣସି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  କୌଣସି  ଆବେଦନ ପତ୍ର , ମୌଖିକ   ହୋଇପାରେ   ।
  2. ସମସ୍ତ  ସମ – ଅଂଶୀଦାର  ରୟତଙ୍କ  ଦ୍ଵାରା   ବ୍ୟକ୍ତିଗତଭାବେ  କିମ୍ବା  ସେମାନଙ୍କର   କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ , ଏପରି  କୌଣସି  ଆବେଦନପତ୍ର , ରାଜସ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ   ।
  3. ସମସ୍ତ  ସମ  ଅଂଶୀଦାର  ରୟତ୍ ଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ   କିମ୍ବା  ସେମାନଙ୍କ   କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ  ଏପରି  ଆବେଦନପତ୍ର , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କର  କୌଣସି  ଅଧନସ୍ତ  କର୍ମଚାରୀଙ୍କୁ  ପ୍ରଦାନ  କରାଯାଇପାରେ ଏବଂ ରାଜସ  ଉଚ୍ଚକର୍ମଚାରୀଙ୍କର  ଏପରି   ଅଧିନସ୍ତ  କର୍ମଚାରୀ , ଏପରି  ମୌଖିକ  ଆବେଦନପତ୍ରକୁ  ଲିଖିତ  ଭାବେ ଲିପିବଦ୍ଧ  କରିବେ  ଏବଂ  ତାହା  ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କୁ  ପ୍ରେରଣା  କରିବେ   ।
  4. ବିଭାଜନକୁ  ଅନୁମୋଦନ  କରି  କିମ୍ବା  ଅନୁମୋଦନ  ନକରି , ଆଦେଶ  ପ୍ରଦାନ  କରିବା  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀ  ଆବଶ୍ୟକ  ଅନୁଯାୟୀ  ଏପରି  କୌଣସି  ତଦନ୍ତ  କରିପାରନ୍ତି   ।
  5. ଆଦେଶ  ପ୍ରଦାନ  କରିବା  ପୂର୍ବରୁ , ରାଜସ୍ୱ   ଉଚ୍ଚକର୍ମଚାରୀ , ପାରସ୍ପରିକ  ସମ୍ମତି ଉପରେ , ‘ ହୋଲ୍ ଡିଂ’ ର  ବିଭାଜନ  ପ୍ରତି  ସେମାନଙ୍କର  ସମ୍ମତି  ସୂଚୀତ  କରି , ନଥିରେ  ସମସ୍ତ  ସମ – ଅଂଶୀଦାର  ରୟତ୍  କିମ୍ବା  ସେମାନଙ୍କର କ୍ଷମତାୟୀତ  ପ୍ରତିନିଧିଙ୍କ  ସ୍ଵାକ୍ଷର  କିମ୍ବା  ବୃଦ୍ଧାଙ୍ଗୁଷ୍ଟି  ଚିହ୍ନ  ଗ୍ରହଣ  କରିବେ   ।
  6. ଯେତେବେଳେ  କୌଣସି  ବିଭାଜନ  ଅନୁମୋଦିତ  ହୁଏ , ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ର  ଅଂଶରେ  ପଡୁଥିବା  ପ୍ଲଟ୍ କୁ  ତଥା  ବିଭାଜନ  ପରେ  ପ୍ରତ୍ୟକ  ସମ – ଅଂଶିଦାର୍  ଦ୍ଵାରା  ଦେୟ ଖଜଣା , ସେସ୍  ଏବଂ  ଅନ୍ୟ  ସ୍ଥାନୀୟ  ପ୍ରାପ୍ୟ  ସ୍ପଷ୍ଟଭାବେ   ଉଲ୍ଲେଖ  କରିବେ   ।
  7. ବିଭାଜନ  ପରେ  ସୃଷ୍ଟ  ନୂତନ  ‘ ହୋଲ୍ ଡିଂ ’ ସଂବନ୍ଧରେ  ପ୍ରତ୍ୟକଙ୍କ  ଦ୍ଵାରା  ଦେୟ  ଖଜଣା ପରିମାଣ  ସଂବନ୍ଧରେ , ସମ – ଅଂଶିଦାର୍  ରୟତ୍ ମାନଙ୍କ  ମଧ୍ୟରେ  କୌଣସି  ବିବାଦ  କ୍ଷେତ୍ରରେ ; ବିଭାଜନ  ନିମନ୍ତେ  ପ୍ରାର୍ଥନାକୁ  ଖାରଜ କିମ୍ବା  ନାକଚ୍  କରାଯିବ ;

ଦଫା ୧୯ର  ଉପ – ଦଫା  (୨) ଅନୁଯାୟୀ  ସୂଚନା  : -

  1. ଦଫା ୧୯ର ଉପ – ଦଫା (୪) ଅନୁଯାୟୀ  ପରିକଳ୍ପିତ  ସୂଚନା , ଫର୍ମ  ନଂ – ୪ରେ   ହେବ  ।
  2. ଉପ – ନିୟମ (୧) ଅନୁଯାୟୀ  ଦାଖଲ  କରିବାକୁ  ଥିବା  ସୂଚନା  ଏବଂ  ତା’ର ନକଲ  ସଂଖ୍ୟା , ନିୟମ  ୧୪ର ଉପ – ନିୟମ  (୨) , (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  ହେବ   ।

ଦଫା  ୧୯ର  ଉପ – ଦଫା  (୪) ଅନୁଯାୟୀ  ତାଲିକା  : -

  1. ଦଫା  ୧୯ର ଉପ –ଦଫା  (୪) ଅନୁଯାୟୀ  ପରିକଳ୍ପିତ  ତାଲିକା , ଫର୍ମ  ନଂ – ୫ ରେ   ହେବ   ।
  2. କୌଣସି  ପତ୍ର  ବାହକ  ଦ୍ଵାରା କିମ୍ବା   ପ୍ରାପ୍ତି  ସ୍ଵୀକାର  ସହିତ  ରେଜେଷ୍ଟ୍ରି  ଡାକ  ଯୋଗେ , ନ୍ୟାୟାଳୟ  ଦ୍ଵାରା  ଏହା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ   ।
  3. ଉପ – ନିୟମ  (୨) ଅନୁଯାୟୀ   ପ୍ରେରଣ  କରାଯିବାକୁ  ଥିବା  ତାଲିକା ଏବଂ  ତା’ର  ନକଲ  ସଂଖ୍ୟା ; ନିୟମ  (୪) ର  ଉପ – ନିୟମାବଳୀ (୨), (୩) ଏବଂ (୪) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  ହେବ   ।

[ ନିୟମ ୨୧ - 'କ' - ଦଫା ୧୯ର ଉପ – ଦଫା  (୬) ଅନୁଯାୟୀ ପରିକଳ୍ପିତ ତାଲିକା , ଫର୍ମ ନଂ ୫ – ‘କ’ ରେ  ହେବ  ।]

ଦଫା  ୨୦ର  ଉପ – ଦଫା  (୧) ଅନୁଯାୟୀ  ଆବେଦନର   ପଦ୍ଧତି  : -

ଦଫା  ୨୦ର ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର  ନିୟମ  ୧୦ର ଉପ – ନିୟମାବଳୀ (୩) ,(୪) ଏବଂ  (୫) ରେ , ବ୍ୟବସ୍ଥାୟୀତ  ଅନୁଯାୟୀ   ପ୍ରଦାନ  କରାଯିବ   ।

  1. [ନିୟମ ୨୨ - 'କ' - ଦଫା ୨୩ର ଉପ – ଦଫା  (୨) ଅନୁଯାୟୀ  ପ୍ରଦାନ  କରାଯାଇଥିବା   କୌଣସି   ଘୋଷଣା ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଫର୍ମ  ନଂ – ୧୬ରେ  ଏକ  ପରୱାନା ତାଙ୍କ  କର୍ମଚାରୀଙ୍କର  କୌଣସି  ସଦସ୍ୟ  କିମ୍ବା ଅନ୍ୟ  କୌଣସି  ବ୍ୟକ୍ତିଙ୍କୁ  ନିର୍ଗମ  କରିବେ  ଏବଂ  ଯଦି  ସେପରି  ଆବଶ୍ୟକ  ହୁଏ , ତାହେଲେ  ଦଫା ୨୩  ଅନୁଯାୟୀ  ଏପରି  ଆଦେଶ  ଦ୍ଵାରା  ବାଧ୍ୟ  କୌଣସି  ବ୍ୟକ୍ତିଙ୍କୁ  ଅପସାରଣ  ଦ୍ଵାରା , ହସ୍ତାନ୍ତରଣକାରୀ  କିମ୍ବା  ଏପରି  ଜମିର  ଦଖଲରେ  ତାଙ୍କର  ଉତ୍ତରାଧିକାରୀଙ୍କୁ  ରଖିବେ   ।
  2. ନିୟମ ୨୨ - 'ଖ' -ନିୟମ  ୨୨ – ‘କ’ ଅନୁଯାୟୀ  ଯେଉଁ  ବ୍ୟକ୍ତିଙ୍କ  ପ୍ରତି  ଏକ  ପରୱାନା  ନିର୍ଗମ  କରାଯାଇଥାଏ , ସେ ଏପରି  ଜମିର  ଦଖଲରେ , ହସ୍ତାନ୍ତରଣକାରୀ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ ଦଖଲରେ ରଖିବା  ପରେ ; ଏପରେ  ପରୱାନାକୁ  ଫେରସ୍ତ  କରିବେ  ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ସନ୍ତୁଷ୍ଟ  ହେବା  ପରେ  ଯେ , ଉକ୍ତ ପରୱାନା  ସଠିକ୍  ଭାବେ  ସଂପାଦକ   କରାଯାଇଛି ; ସେଥିରେ  ପ୍ରତି  ସ୍ଵାକ୍ଷର  କରିବେ  ଏବଂ  ମୋକଦ୍ଦମାର   ଏକ  ଅଂଶଭାବେ , ତାହା  ରଖିବେ   ।

    ନିୟମ ୨୨ - 'ଗ' - ଯେତେବେଳେ  ଏପରି  ପରୱାନାର  ସଂପାଦନ  କରିବା  ନିମନ୍ତେ  ନିର୍ଦ୍ଦେଶିତ  ବ୍ୟକ୍ତି , ହସ୍ତାନ୍ତରଣକାରୀ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ , ସେଥିରେ  ଉଲ୍ଲେଖିତ  ଧାର୍ଯ୍ୟ  ତାରିଖରେ  ଦଖଲ  ପ୍ରଦାନ  କରିବାରେ   ଆକୃତିକାର୍ଯ୍ୟ  ହୁଅନ୍ତି ; ସେପରିସ୍ଥଳେ   ରାଜସ୍ୱ  ଉଚ୍ଚକର୍ମଚାରୀ , ଅନ୍ୟ ଏକ  ପରୱାନା  ସେହି  ବ୍ୟକ୍ତିଙ୍କୁ  କିମ୍ବା  କର୍ମଚାରୀମାନଙ୍କ  ମଧ୍ୟରୁ  ଅନ୍ୟ  କୌଣସି  ସଦସ୍ୟଙ୍କୁ  ଅନ୍ୟ  ଏକ  ପରୱାନା  ନିର୍ଗମ  କରିପାରନ୍ତି  ।

    ନିୟମ ୨୨ - 'ଘ' - ଦଫା ୨୨-‘କ’  କିମ୍ବା  ୨୨- ‘ଖ’  ଅନୁଯାୟୀ  ନିର୍ଗମ   କରାଯାଇଥିବା  କୌଣସି  ପରୱାନାକୁ , ରାଜସ୍ୱ  ଉଚ୍ଚକର୍ମଚାରୀ , ଯେକୌଣସି  ସମୟରେ  ଫେରସ୍ତ  ନେଇପାରନ୍ତି  କିମ୍ବା   ନାକଚ୍  କରିପାରନ୍ତି ଏବଂ ପରୱାନାର  ସଠିକ୍ ସଂପାଦନ  ନିମନ୍ତେ  ଆବଶ୍ୟକ  ପୋଲିସ୍  କିମ୍ବା  ଅନ୍ୟ   ସାହାଯ୍ୟ  ନିମନ୍ତେ  ଆଦେଶ  ଦେଇପାରନ୍ତି   ।

    ନିୟମ ୨୩ - 'ଙ' -ଯଦି  ପରୱାନାରେ   ଧାର୍ଯ୍ୟ ତାରିଖରେ , ଯେବେ ଉକ୍ତ  ଜମିର  ଦଖଲରେ , ହସ୍ତାନ୍ତରଣକାରୀ  କିମ୍ବା  ତା’ର  ଉତ୍ତରାଧିକାରୀଙ୍କୁ   ଦଖଲରେ  ରଖିବା  ସମୟରେ  ଉକ୍ତ  ଜମିରେ  ଦଣ୍ଡାୟମାନ  ଶସ୍ୟ  ତତ୍ କ୍ଷଣାତ  ଅମଳ  ନିମନ୍ତେ  ଉପଯୁକ୍ତ  ହୋଇନଥାଏ ,  ସେତେବେଳେ  ଏପରି  ସଂପାଦନକୁ  ସ୍ଥଗିତ  ରଖାଯିବ  ଏବଂ ଏପରି  ବିଷୟ  ସଂବନ୍ଧରେ  ଏକ  ବିବରଣୀ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ  ଏବଂ  ଏପରି  ବିବରଣୀ  ପାଇବା  ପରେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ସମୟ  ନିମନ୍ତେ  ସଂପାଦନକୁ   ସ୍ଥଗିତ  ରଖିବେ , ଯେ  ପର୍ଯ୍ୟନ୍ତ  ଏପରି  ଶସ୍ୟ  ଅମଳ  ନହୋଇଛି   ।

ରୟତ୍ କିମ୍ବା କୃଷକ ଦ୍ଵାରା ସମର୍ପଣ

ନିୟମ ୨୨ - 'ଚ' ରୟତ୍ କିମ୍ବା କୃଷକ ଦ୍ଵାରା ସମର୍ପଣ କିମ୍ବା ପରିତ୍ୟାଗ : -

  1. ଦଫା ୨୨ – ‘କ’ ର ଉପ – ଦଫା (୨) ରେ ଉଲ୍ଲେଖିତ ତଥ୍ୟକୁ , ଫର୍ମ ନଂ ୧୮ରେ ଦାଖଲ କରାଯିବ ।
  2. ଆବେଦନକାରୀ କିମ୍ବା ତାଙ୍କ କ୍ଷମତାୟୀତ ପ୍ରତିନିଧି ଦ୍ଵାରା , ଫର୍ମ ନଂ – ୧୮ରେ ତଥ୍ୟକୁ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ।
  3. ପ୍ରତ୍ୟକ୍ ଗ୍ରାମ ନିମନ୍ତେ , ଫର୍ମ ନଂ ୧୮ରେ ଏକ ପୃଥକ୍ ଆବେଦନ ପତ୍ର ରହିବ ;
  4. ସେହି ଗ୍ରାମରେ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା , ଏପରି ଆବେଦନପତ୍ରର ଏକ ନକଲ ପ୍ରକାଶନ କରାଯିବ , ଯେଉଁଠି ଜମି ସ୍ଥିତ ଅଟେ , ଏବଂ ଏପରି ପ୍ରକାଶନ ତାରିଖରୁ ୩୦ ଦିନ ସମୟ ମଧ୍ୟରେ , ପ୍ରସ୍ତାବିତ ସମର୍ପଣ କିମ୍ବା ପରିତ୍ୟାଗ ପ୍ରତି , ଆପତ୍ତି ଆହ୍ଵାନ କରାଯିବ । ଯେଉଁ ସ୍ଥଳରେ ଏପରି ଆବେଦନପତ୍ର କୌଣସି କୃଷକ ଦ୍ଵାରା ପ୍ରଦାନ କରାଯାଇଥାଏ , ସେପରିସ୍ଥଳେ ତା’ ର ନକଲ ପ୍ରାପ୍ତି ସ୍ଵୀକାର ପତ୍ର ସହ , ରେଜିଷ୍ଟ୍ରି ଡାକଯୋଗେ ପ୍ରେରଣ କରାଯିବ।
  5. ଆବେଦନକାରୀ ଏବଂ ଆପତ୍ତିକାରଙ୍କୁ ସୂଚନା ନିର୍ଗମ କରିବା ପରେ , ଶୁଣାଣୀ ନିମନ୍ତେ ଏକ ତାରିଖ ଧାର୍ଯ୍ୟ କରାଯିବ । ଏପରି ଶୁଣାଣୀ ପରେ , ପ୍ରତ୍ୟକ ଘଟଣା ନିମନ୍ତେ କିମ୍ବା ମୋକଦ୍ଦମା ନିମନ୍ତେ , ଚୂଡାନ୍ତ ଆଦେଶ ପ୍ରଦାନ କରାଯିବ । ଏପରି ଚୂଡାନ୍ତ ଆଦେଶ ପ୍ରଦାନ କରିବା ସମୟରେ , ରାଜସ୍ୱ ଉଚ୍ଚକର୍ମଚାରୀ , ପ୍ରସ୍ତାବିତ୍ ସମର୍ପଣ କିମ୍ବା ପରିତ୍ୟାଗର ପରିସ୍ଥିତି ପ୍ରତି ଦୃଷ୍ଟି ଦେବେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ସ୍ଥିର କରିବେ ଯେ , ପ୍ରାକୃତିକ କାରଣ ଯୋଗୁ , କେଉଁ ସ୍ଥଳରେ ଏପରି ସମର୍ପଣ କିମ୍ବା ପରିତ୍ୟାଗ ନିମନ୍ତେ ଆବେଦନ କରାଯାଇଛି , ଯେପରି ଜଳପ୍ଲବନ ମୃର୍ତ୍ତିକା କ୍ଷୟ ଇତ୍ୟାଦି କିମ୍ବା ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ର ବ୍ୟବସ୍ଥାବଳୀକୁ ପ୍ରତିହିତ କରିବା ନିମନ୍ତେ କିମ୍ବା କୌଣସି ଆଇନ୍ , ଚୁକ୍ତି ଡିକ୍ରୀ କିମ୍ବା କୌଣସି ଆଦେଶକୁ ଅବହେଳା କରିବା ନିମନ୍ତେ ।
  6. ଯେଉଁ ସ୍ଥଳରେ ଦଫା ୨୨ – ‘କ’ ର ଉପ – ଦଫା (୪) ଅନୁଯାୟୀ ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା, କୌଣସି ‘ ହୋଲ୍ ଡିଂ ’ କିମ୍ବା ତା’ର କୌଣସି ଅଂଶର ସମର୍ପଣ କିମ୍ବା ପରିତ୍ୟାଗ, ଅନୁମୋଦିତ ହୁଏ, ସେପରିସ୍ଥଳେ ଏପରି ସମର୍ପିତ କିମ୍ବା ପରିତ୍ୟକ୍ତ ହୋଲ୍ ଡିଂ କିମ୍ବା ତା’ର ଅଂଶ, ସରକାରଙ୍କ ଠାରେ ନ୍ୟସ୍ତ ହେବ
  7. ଉପରେ ଉଲ୍ଲେଖିତ ଉପ – ଦଫା (୬) ଅନୁଯାୟୀ , ଚୂଡାନ୍ତ ଆଦେଶର ଏକ ନକଲ , ଓଡିଶା ସର୍ବକ୍ଷେଣ ଏବଂ ବନ୍ଦୋବସ୍ତ ନିୟମାବଳୀ , ୧୯୬୨ର ଅଧ୍ୟାୟ -୪ ଅନୁଯାୟୀ , ଖତିୟାନର ରକ୍ଷଣାବେକ୍ଷଣରେ ନ୍ୟସ୍ତ ଥିବା ତହସିଲ୍ ଦାର୍ ଙ୍କ ନିକଟକୁ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ଦ୍ଵାରା ପ୍ରେରଣ କରାଯିବ ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate