অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ –ସଂସ୍କାର(ଅର୍ଥନୈତିକ) ନିଯମାବଳୀ , 1975

ଓଡିଶା ଭୂ –ସଂସ୍କାର(ଅର୍ଥନୈତିକ) ନିଯମାବଳୀ , 1975

ଉପକ୍ରମ

୧ . ସଂକ୍ଷିପ୍ତ : - (୧) ଏହି  ନିୟମାବଳୀକୁ  ଓଡିଶା  ଭୂ – ସଂସ୍କାର  (ଅର୍ଥନୈତିକ) ନିୟମାବଳୀ , ୧୯୭୫ ବୋଲି କୁହାଯିବ   ।

(୨) ସଂଜ୍ଞା : - ଏହି ନିୟମାବଳୀରେ , ଯଦି  ସୂଚୀ  କିମ୍ବା  ପ୍ରସଙ୍ଗ  ଅନ୍ୟଥା  ଆବଶ୍ୟକ   ନାକରେ  : -

(କ) ‘ ଆଇନ୍ ’ ଅର୍ଥ , ଓଡିଶା  ଭୂ –ସଂସ୍କାର ଆଇନ୍ , ୧୯୬୦ (ଓଡିଶା  ଆଇନ୍ ୧୬/୧୯୬୦)

(ଖ) ‘ ଫର୍ମ ’ ଅର୍ଥ ; ଏହି  ଆଇନ୍  ନିୟମାବଳୀ  ପ୍ରତି  ସଂଯୁକ୍ତ  ଫର୍ମ ;

(ଗ) ‘ ଦଫା ’ ଅର୍ଥ , ଏହି ଆଇନ୍ ର  କୌଣସି  ଦଫା ;

(ଘ) ଏହି  ନିୟମାବଳୀରେ  ବ୍ୟବହୃତ  ସମସ୍ତ ଶବ୍ଦାବଳୀ  ଏବଂ  ଉକ୍ତି , ଯାହାକି  ସେଥିରେ ସଂଜ୍ଞାୟୀତ  ହୋଇନାହିଁ , ସେଗୁଡିକର  ସେହି  ଅର୍ଥ  ରହିବ , ଯେପରି  ସେଗୁଡିକୁ  ଏହି ଆଇନ୍  ଦ୍ଵାରା  ଯଥାକ୍ରମେ  ନ୍ୟସ୍ତ  କରାଯାଇଛି   ।

୩ . [ ଅର୍ଥ ରାଶି]ର  ପ୍ରଦାନ  ପଦ୍ଧତି  : - ଏହି  ଆଇନ୍ ର  ଦଫା  ୪୯ର ଉପ – ଦଫା  (୧) ଅନୁଯାୟୀ [ଆକଳନ ତାଲିକାର  ଚୂଡାନ୍ତ  ପ୍ରକାଶନ  ପରେ ଏବଂ  ଓଡିଶା ଭୂ – ସଂସ୍କାର  (ସାଧାରଣ) ନିୟମାବଳୀ , ୧୯୬୫ର  ନିୟମ  ୩୮ର , ଉପ – ନିୟମ  (୩) ଅନୁଯାୟୀ , ଶେଠୀ  ସହ ପ୍ରକାଶନର  ପ୍ରମାଣପତ୍ର  ସଂଯୁକ୍ତ  ହେବା ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏହି ନିୟମାବଳୀରେ  ସୂଚୀତ  ପଦ୍ଧତିରେ , ଅର୍ଥ  ପ୍ରଦାନ କରିବା  ନିମନ୍ତେ  ଅଗ୍ରସର  ହେବେ  ।

[୪ . ଦଫା ୫୦ ଅନୁଯାୟୀ , ଅର୍ଥ  ପ୍ରଦାନ ରାଶି  ନିମନ୍ତେ କିସ୍ତିର  ଧାର୍ଯ୍ୟକରଣ  : - (୧) ଚୂଡାନ୍ତ  ଆକଳନ  ତାଲିକାରେ  ସୂଚୀତ  ଅର୍ଥରାଶିରୁ , ଏହି  ଆଇନ୍ ର ଦଫା  ୪୬  ଅନୁଯାୟୀ  ଉଦ୍ଧାରାନୀୟ  ଅର୍ଥ  ବିୟୋଗ  ପରେ , ଏହି  ଆଇନ୍ ର  ଦଫା  ୪୫ – ‘କ’ ଅନୁଯାୟୀ   ବଳକା  ଜମିର  ଦଖଲ  ଗ୍ରହଣ  ତାରିଖରୁ , ଏପରି  ଅର୍ଥରାଶି , ଦେୟ  ହେବ   ।

ସ୍ପଷ୍ଟିକରଣ - ୧  : - ଏହି  ଉପ – ନିୟମ  ଉଦ୍ଦେଶ୍ୟରେ , ଓଡିଶା  ଭୂ – ସଂସ୍କାର (ଦ୍ଵିତୀୟ ସଂଶୋଧନ) ଆଇନ୍ , ୧୯୭୫ (ଆଇନ୍  ସଂଖ୍ୟା ୨୯/୧୯୭୬) ର  ଠିକ୍  ପ୍ରଚଳନ  ପୂର୍ବରୁ , ଯେଉଁ  ତାରିଖରୁ  ଏପରି  ବଳକା  ଜମି , ଦଫା  ୪୫ ଅନୁଯାୟୀ  ସରକାରଙ୍କ  ସହ  ନ୍ୟସ୍ତ  ହେଲା ; ଏପରି  ଜମି  ପ୍ରଦାନ  କିମ୍ବା  ଦଖଲ  ତାରିଖ  ଭାବେ  ଗ୍ରହଣ  କରାଯିବ   ।

ସ୍ପଷ୍ଟିକରଣ - ୨ : - ଓଡିଶା  ଭୂ – ସଂସ୍କାର (ଦ୍ଵିତୀୟ ସଂଶୋଧନ) ଆଇନ୍ , (୪୪/୧୯୭୬) ର  ଦଫା  ୧୯ରେ  ଧାରୀତ  ବ୍ୟବସ୍ଥାବଳୀ  ଦୃଷ୍ଟିରୁ , ୧୯୭୬ ମସିହା  ଅପ୍ରେଲ୍  ୧ ତାରିଖ  ଏବଂ  ୧୯୭୬  ମସିହା , ମେ  ମାସ  ୧୯ ତାରିଖ  ସମୟ  ମଧ୍ୟରେ  ଦଫା ୪୪ର  ଉପ – ଦଫା  (୩) ରେ  ଉଲ୍ଲେଖିତ  ବିବରଣୀରେ  ଚୂଡାନ୍ତ  ଭାବେ  ପ୍ରକାଶିତ  ବଳକା  ଜମି ; ସେହି  ତାରିଖରୁ  ସରକାରଙ୍କଠାରେ  ନ୍ୟସ୍ତ  ବୋଲି  ଧରାଯିବ , ଯେବେ  ଏହି  ଆଇନ୍ ର  ଦଫା  ୪୪ (୩) ଅନୁଯାୟୀ , ଏପରି  ବଳକା  ଜମିର  ବିବରଣୀ  ଚୂଡାନ୍ତ  ହୁଏ   ।

(୨) ଏପରି  ଅର୍ଥରାଶି , ନିମ୍ନରେ  ସୂଚୀତ  ପଦ୍ଧତି  ଅନୁଯାୟୀ , ପାଞ୍ଚୋଟିରୁ (ଅଧିକ ନୁହେଁ) ସମାନ  ବର୍ଷିକିଆ  କିସ୍ତିରେ  ନଗଦ  ଅର୍ଥରେ  ଦେୟ  ହେବ   ଏବଂ  ସୁଧ ଏପରି  ପ୍ରଦାନ  କରାଯାଇ  ନଥିବା  ବଳକା  ଅର୍ଥରାଶି   ଉପରେ ଉଦ୍ରେକ୍  ହେବ , ଯାହାକି  ବାର୍ଷିକ  ଅଢେଇ  ପ୍ରତିଶତ  ହାରରେ , ସେହି  ତାରିଖ  ପର୍ଯ୍ୟନ୍ତ  ପ୍ରଦାନୀୟ ହେବ ,  ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଧାର୍ଯ୍ୟ  କରାଯାଇପାରେ  ।

କିସ୍ତି  ଅର୍ଥରାଶିର  ପ୍ରଦାନ ପଦ୍ଧତି


(୧) ପାଞ୍ଚ  ହଜାର  ଟଙ୍କା  ପର୍ଯ୍ୟନ୍ତ  ଅର୍ଥରାଶି


ଗୋଟିଏ  କିସ୍ତିରେ , ସଂପୂର୍ଣ୍ଣ  ଭାବେ  ପ୍ରଦାନ  କରାଯିବ

(୨) ପାଞ୍ଚ  ହଜାର  ଟଙ୍କାରୁ  ଉର୍ଦ୍ଧ  ଅର୍ଥରାଶି

ପ୍ରଥମ  କିସ୍ତି  ପାଞ୍ଚ ହଜାର  ଟଙ୍କା  ହେବ   ।

ପରବର୍ତ୍ତୀ   ତିନୋଟି  କିସ୍ତି , ତିନି  ହଜାର  ଟଙ୍କାର  ବାର୍ଷିକ   କିସ୍ତିରେ  ପ୍ରଦାନ  କରାଯିବ ଏବଂ  ବଳକା  ଅର୍ଥରାଶି , ପଞ୍ଚମ  ଏବଂ  ଶେଷ  କିସ୍ତିରେ  ପରଦା  କରାଯିବ   ।

ଉଲ୍ଲେଖ ଥାଉ ଯେ ,  ସରକାର  କିସ୍ତିରେ , ଉପରେ ଧାର୍ଯ୍ୟ  ପାଞ୍ଚବର୍ଷ  ସମୟର   ଅତିବାହିତ  ପୂର୍ବରୁ , ଯେକୌଣସିତ  ସମୟରେ , ବକେୟା  ଅର୍ଥରାଶିକୁ  ପ୍ରଦାନ  କରିପାରନ୍ତି  ।

(୩) ରାଜସ୍ୱ  ଉଚ୍ଚକର୍ମଚାରୀ , କିସ୍ତି , ଅର୍ଥ  ପ୍ରଦାନ  ତାରିଖ  ତଥା  ଜ୍ପ୍ରତ୍ୟକ  ବର୍ଷ  ପ୍ରାପ୍ୟ  ସୁଧ  ଧାର୍ଯ୍ୟ  କରିବେ   ।

୫ . ଅର୍ଥ ପ୍ରଦାନର  ସଠିକ୍ ତାରିଖ  : - ପ୍ରତ୍ୟକ  ବର୍ଷିକିଆ  କିସ୍ତି  କିମ୍ବା  ଏକ କାଳୀନ  ଅର୍ଥରାଶି , ଧାର୍ଯ୍ୟ  ତାରିଖରେ  କିମ୍ବା  ତା , ପୂର୍ବରୁ  ପ୍ରଦାନ  କରାଯିବ   ।

(୨) ପ୍ରଥମେ  ବାର୍ଷିକ  କିସ୍ତି  ସହିତ  ପରବର୍ତ୍ତୀ  ବାର୍ଷିକ  କିସ୍ତି  କିମ୍ବା  ସମସ୍ତ  ଅର୍ଥରାଶିକୁ  ଗୋଟିଏ  କିସ୍ତିରେ  ପ୍ରଦାନ  କରିବା  ନିମନ୍ତେ  ଯଥେଷ୍ଠ  ସମୟ  ପ୍ରଦାନ  କରି , ରାଜସ୍ୱ  ଉଚ୍ଚକର୍ମଚାରୀ , ଆଦେଶିକା  ଜାରୀ – କରି  ବ୍ୟକ୍ତି  କିମ୍ବା  ରେଜେଷ୍ଟ୍ରି  ଡାକଯୋଗେ  ସଂପୃକ୍ତ   ବ୍ୟକ୍ତିଙ୍କୁ  ଏପରି  ଅର୍ଥ  ପ୍ରଦାନର  ତାରିଖ , ସ୍ଥାନ ଏବଂ  ସମୟ  ସୂଚୀତ  କରିବେ   ।

୬ . ବିଲ୍ ର  ପ୍ରସ୍ତୁତିକରଣ  ଏବଂ  ତହସିଲ୍ ରୁ  ଅର୍ଥ  ଆହାରଣ  : - (୧) ନିୟମ  ୪ର  ଉପ – ନିୟମ  (୨) ଅନୁଯାୟୀ , ବାର୍ଷିକ  କିସ୍ତି  ଉପରେ  ଅର୍ଥରାଶି  ଉପରେ , ତା  ଉପରେ  ପ୍ରାପ୍ୟ  ସୁଧ , (ଓଡିଶା ତହକିଲ  ସଂହିତା  ଫର୍ମ ନଂ (୧୩)  ବିବିଧା  ବିଲ୍  ଫର୍ମରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ଜିଲ୍ଲାର  ନିକଟବର୍ତ୍ତୀ  ତହକିଲ୍ ରୁ  ଆହାରଣ  କରାଯିବ ;

ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ ସରକାର , ଉକ୍ତ  ଉପ – ନିୟମ ପ୍ରତି , ପ୍ରତିବନ୍ଧନ  ଅନୁଯାୟୀ , ବକେୟା ବଳକା  ଅର୍ଥରାଶି  କିମ୍ବା  ଗୋଟିଏ  କିସ୍ତିରେ  ସମସ୍ତ  ଅର୍ଥରାଶି  ପ୍ରଦାନ  କରିବା  ନିମନ୍ତେ  ସ୍ଥିର  କରନ୍ତି ; ଏପରି ଏକ – କାଳୀନ  ଅର୍ଥରାଶି , ସେହିପରିଭାବେ   ଆହରଣ  କରାଯାଇ , ପ୍ରଦାନ କରାଯିବ ;

ଆହୁରି  ଉଲ୍ଲେଖଥାଉ  ଯେ , ଯେତେବେଳେ  ବର୍ଷିକିଆ କିସ୍ତି  ଆହରଣ  କରାଯାଏ କିମ୍ବା  ସମୁଦାୟ  ଅର୍ଥରାଶି  ଆହରଣ କରାଯାଏ , ସେପରିସ୍ଥଳେ , ଆଇନ୍ ର  ଦଫା  ୪୬ ଅନୁଯାୟୀ , ସେହି  ଅର୍ଥରାଶିରୁ  ହ୍ରାସକରଣ   କରାଯାଇଥିବା  ଅର୍ଥରାଶିକୁ , ବିଲ୍  ଅର୍ଥରାଶିରେ  ଅନ୍ତର୍ଭୁକ୍ତ  କରାଯିବ  ଏବଂ  ହସ୍ତାନ୍ତରଣ  ଜମା  ଦ୍ଵାରା , ଉପଯୁକ୍ତ  ଶୀର୍ଷ  ହିସାବରେ , ଏକା ସମୟରେ  ସମନ୍ଵୟ  କରାଯିବ , ଯେଉଁଥି  ନିମନ୍ତେ , ଓଡିଶା  ତହକିଲ୍  ସଂହିତା  ଫର୍ମ  ନଂ  ୬ରେ ,  ଆବଶ୍ୟକ  ଚାଲନ୍ , ସଂଯୋଗ  କରାଯିବ   ।

(୨) କେବଳ  ଦେୟ  ବାର୍ଷିକ  କିସ୍ତି  ଉପରେ  ବଳକା  ଅର୍ଥରାଶି  ସହିତ  ସୁଧକୁ , ନଗଦ  ଅର୍ଥରେ  ଆହରଣ  କରାଯିବ    ।]

୭ . [ଅର୍ଥରାଶି] ପ୍ରତି  ହକ୍ ଦାର  ବ୍ୟକ୍ତିର  ଚିହ୍ନଟ  : - (୧) ଯେତେବେଳେ , ପ୍ରଥମ  ଥର ନିମନ୍ତେ , ଏପରି  ବାର୍ଷିକ  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ , ହକ୍ ଦାର  ବ୍ୟକ୍ତି  ଉପସ୍ଥିତ  ହୁଏ , ସେପରିସ୍ଥଳେ  ତା’ର  ନମୂନା  ସ୍ଵାକ୍ଷର  [କିମ୍ବା] ବୃଦ୍ଧାଙ୍ଗୁଷ୍ଠି  ଚିହ୍ନ  , ଯଦି  ସେ ତାଙ୍କର  ନାମ  ସ୍ଵାକ୍ଷର  କରିପାରନ୍ତି  ନାହିଂ , ତାହା  ଗ୍ରହଣ  କରାଯିବ  ଏବଂ ଭବିଷ୍ୟତରେ  ଅର୍ଥ  ପ୍ରଦାନ  କରିବା  ନିମନ୍ତେ , ଏକ  ପଥପ୍ରଦର୍ଶକ  ଭାବେ , ଏହାକୁ  ସଂରକ୍ଷଣ   କରାଯିବ    ।

(୨) ଯେଉଁ  ସ୍ଥଳରେ  ସେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଜଣା  ନଥାଏ ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଜଣାଥିବା  କୌଣସି  ସମ୍ମାନୀୟ  ବ୍ୟକ୍ତି ଦ୍ଵାରା , ତାଙ୍କୁ  ଚିହ୍ନଟ  କରାଯିବ   ।

[୮ . ଦାବୀର  ଅର୍ଥ  ପ୍ରଦାନ  : - ଅର୍ଥ ରାଶି  ପ୍ରଦାନ  ଆଦେଶ  ଯାହାକି  ଫର୍ମ – ‘କ’ରେ  ତାଙ୍କୁ  ନିର୍ଗମ  କରାଯାଇଥାଏ , ସେଥିରେ  ଉଲ୍ଲେଖିତ  ତାରିଖରେ , ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ  ଏପରି  ଅର୍ଥରାଶି ପ୍ରତି ହକ୍ ଦାର କୌଣସି  ବ୍ୟକ୍ତି , ଏପରି  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ଉପସ୍ଥିତ  ହେବେ  କିମ୍ବା  ଏପରି  ଅର୍ଥ  ଗ୍ରହଣ  କରିବା  ନିମନ୍ତେ  ନିୟମ  ୯ରେ  ଯେପରିଭାବେ  ଧାର୍ଯ୍ୟ , ତାଙ୍କର  କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ  ଆବଶ୍ୟକ  ବ୍ୟବସ୍ଥା  କରିବେ   ।

୯ . କ୍ଷମତାୟୀତ ପ୍ରତିନିଧିଙ୍କ  ଜରିଆରେ  ଅର୍ଥ ପ୍ରଦାନ  କ୍ଷେତ୍ରରେ , ଜୀବନ୍ତ  କିମ୍ବା  ଜୀବନ  ପ୍ରମାଣ  ପତ୍ରର  ଉପସ୍ଥାପନା  : - ଯଦି ସଂପୃକ୍ତ  ବ୍ୟକ୍ତି , ରୋଗାଗ୍ରସ୍ତ  କିମ୍ବା  ଅକ୍ଷମତା   କିମ୍ବା   ଜଣେ  ମହିଳା  ହୋଇ , ସର୍ବସାଧାରଣରେ  ଉପସ୍ଥିତ  ହେବା  ନିମନ୍ତେ  ଅଭ୍ୟସ୍ତ  ହୋଇନଥାନ୍ତି  ଏବଂ ଜଣେ  କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ  ଅର୍ଥ  ପ୍ରଦାନ  ଇଚ୍ଛା  କରନ୍ତି ; ସେପରିସ୍ଥଳେ   ପ୍ରତ୍ୟକ  କିସ୍ତି  ଅର୍ଥ  କିମ୍ବା  ଏକ – କାଳୀନ ଅର୍ଥ  ପ୍ରଦାନ  ସମୟରେ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏକ  ଜୀବନ  ପ୍ରମାଣପତ୍ର  ଉପସ୍ଥାପନ  କରିବେ , ଯାହାକି  ଫୌଜଦାରୀ  କାର୍ଯ୍ୟବିଧି  ସଂହିତା  ଅନୁଯାୟୀ କୌଣସି  ମାଜିଷ୍ଟ୍ରେଟଙ୍କ  କ୍ଷମତା  ପରିଚାଳନା  କରୁଥିବା  ଉଚ୍ଚକର୍ମଚାରୀ  କିମ୍ବା  କୌଣସି  ରେଜିଷ୍ଟର  କିମ୍ବା  ସବ୍ – ରେଜିଷ୍ଟର  କିମ୍ବା  ଭାରତୀୟ  ନିବନ୍ଧନ  ଆଇନ୍ ୧୯୦୮ ଆଇନ୍ ଅନୁଯାୟୀ , କୌଣସି  ଉପ – ନିବନ୍ଧନଙ୍କ  ଦ୍ଵାରା  କିମ୍ବା  କୌଣସି  ପେନ୍ ସନ୍ ଧାରୀକାରୀଙ୍କ ଦ୍ଵାରା  ଯେକି  ଅବସର  ଗ୍ରହଣ  ପୂର୍ବରୁ  ଜଣେ   ମାଜିଷ୍ଟ୍ରେଟଙ୍କ  କ୍ଷମତା  ପରିଚାଳନା  କରୁଥିଲେ  କିମ୍ବା  କୌଣସି  ଗେଜେଟେଡ  ଅଫିସରଙ୍କ  ଦ୍ଵାରା କିମ୍ବା  କୌଣସି  ପୋଲିସ୍ ଥାନାର   ଦାୟିତ୍ଵରେ  ଥିବା  କୌଣସି  ସବ୍ – ଇନ୍ସପେକ୍ଟରଙ୍କ  ତଳ  ସ୍ତରର  ହୋଇଥିବା  କୌଣସି  ପୋଲିସ୍  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  କିମ୍ବା  କୌଣସି  ପୋଷ୍ଟ୍  ମାଷ୍ଟରଙ୍କ   ଦ୍ଵାରା  ସ୍ଵାକ୍ଷରିତ  ହୋଇଥିବ   ।

୧୦ . କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ  ଅର୍ଥ  ପ୍ରଦାନର  ପଦ୍ଧତି  : - ଯେତେବେଳେ  ଏପରି  ଅର୍ଥରାଶି  ପ୍ରତି  ହକ୍ ଦାର   ବ୍ୟକ୍ତି , କୌଣସି  ପ୍ରତିନିଧି  ଜରିଆରେ  ତାହା  ଆହରଣ  କରିବା  ନିମନ୍ତେ  ଇଚ୍ଛାକରେ  ସେପରିସ୍ଥଳେ  ଏପରି  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ  ତାଙ୍କ  ନିକଟରେ  ଏକ  ଲିଖିତ  କ୍ଷମତାପତ୍ର  ଥିବା  ଉଚିତ୍  ଏବଂ ଏପରି  ଘଟଣାଗୁଡିକରେ , ଏପରି  ଲେଖା  ‘ ଅର୍ଥ ଗ୍ରହଣ  କରିଛି ’ ତାଙ୍କ  ଦ୍ଵାରା  ଲେଖାଯାଇଥିବ  ଏବଂ  ଏକ  ପୃଥକ୍  ରସିଦ୍  ଯାହାକି  ମୋହରୀତ  ହେବା  ଆବଶ୍ୟକ  ନୁହେଁ , ତାହା  ତାଙ୍କ  ପ୍ରତିନିଧିଙ୍କ  ଦ୍ଵାରା  ଲେଖାଯାଇଥିବ  ଯେ , ସେ ପ୍ରକୃତରେ  ଅର୍ଥ  ଗହଣା  କରିଛନ୍ତି  । ଏପରି  ସମସ୍ତ  ଅର୍ଥ  ପ୍ରଦାନ  , ଅର୍ଥ  ଗ୍ରହଣକାରୀଙ୍କ  ଦ୍ଵାରା  ସଂପାଦିତ  ଏକ  କ୍ଷତିପୂରଣ  ମୁଚାଲିକା  ଗ୍ରହଣ  କରିବା  ପରେ  କରାଯିବ , ଯେ ଯଦି  କୌଣସି  ଅଧିକ  ଅର୍ଥ  ପ୍ରଦାନ  କରାଯାଇଥାଏ , ତାହା  ଫେରସ୍ତ  କରାଯିବ   ।

୧୧ . ନାବାଳକ  ପ୍ରତି  ଅର୍ଥ  ପ୍ରଦାନ  : - ଯେତେବେଳେ  [ଅର୍ଥରାଶି] ପ୍ରତି   ହକ୍ ଦାର  ବ୍ୟକ୍ତି  ଜଣେ  ନାବାଳକ  ହୋଇଥାଏ , କିମ୍ବା  ଅନ୍ୟ  କୌଣସି  କାରଣ  ଯୋଗୁ , ନିଜର ବ୍ୟବସ୍ଥା  ପରିଚାଳନା  କରିବା  ନିମନ୍ତେ  ଅକ୍ଷମ  ହୋଇଥାଏ ଏବଂ  ତାଙ୍କର  ବୈଧ  ଭାବେ  ନିଯୁକ୍ତ  କୌଣସି  ପରିଚାଳକ  କିମ୍ବା  ଅଭିଭାବକ  ନଥାଆନ୍ତି ; ସେପରିସ୍ଥଳେ  ସଂପୃକ୍ତ  ରାଜସ୍ୱ  ଉଚ୍ଚକର୍ମଚାରୀ  ଏପରି ବ୍ୟକ୍ତିର  ଏ ସଂବନ୍ଧରେ ଆବେଦନ  ପତ୍ର  ଉପରେ  ଏବଂ  ଏପରି  ସର୍ତ୍ତାବଳୀର  ନିୟନ୍ତ୍ରଣାଧିନରେ  ଯେପରି  ସେ  ଧାର୍ଯ୍ୟ  କରିପାରନ୍ତି , ଜଣେ  ଉପଯୁକ୍ତ  ବ୍ୟକ୍ତିଙ୍କୁ  ତାଙ୍କ  ପ୍ରତି ପ୍ରାପ୍ୟ [ ଅର୍ଥ ରାଶି] ତାଙ୍କ ତରଫରୁ  ଗ୍ରହଣ  କରିବା  ଉଦ୍ଦେଶ୍ୟରେ  , ପରିଚାଳକ  କିମ୍ବା  ଅଭିଭାବକଭାବେ  ନିଯୁକ୍ତ  କରିପାରିବେ  ଏବଂ  ତା ପରେ  ଏପରି  ଅର୍ଥରାଶି , ଏପରି  ପରିଚାଳକ   କିମ୍ବା  ଅଭିଭାବକଙ୍କୁ  ସେହିପରି  ଭାବେ  ପ୍ରଦାନ  କରିବେ , ଯେପରି  ଜଣେ  ମୂଳ ଅର୍ଥ  ଗ୍ରହଣକାରୀଙ୍କୁ  ପ୍ରଦାନ  କରାଯାଉଛି ;

ଉଲ୍ଲେଖଥାଉ  ଯେ ,  ଏପରି  କୌଣସି  ଘୋଷଣା , ଯେକୌଣସି  ସମୟରେ , ଜିଲ୍ଲା  କଲେକ୍ଟରଙ୍କ  ଇଚ୍ଛାନୁଯାୟୀ  ରଦ୍ଦ  କରାଯାଇପାରେ   କିମ୍ବା  ପରିବର୍ତ୍ତନ   କରାଯାଇପାରେ ;

[ଆହୁରି ଉଲ୍ଲେଖଥାଉ ଯେ , ଆବଶ୍ୟକ  ଜୀବନ  ପ୍ରମାଣପତ୍ର , ଯେପରି  ନିୟମ – ୯ରେ  ଧାର୍ଯ୍ୟ  କରାଯାଇଛି , ତାହା  ପ୍ରତ୍ୟକ  କିସ୍ତି  ରାଶିର  ପ୍ରଦାନ  ସମୟରେ  କିମ୍ବା  ଏକକାଳୀନ  ଅର୍ଥ  ପ୍ରଦାନ  ସମୟରେ , ଯେଉଁ ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଉପସ୍ଥାପନ   କରାଯିବ  ।]

୧୨ . ମନିଅର୍ଡର  ଦ୍ଵାରା  ଅର୍ଥ  ପ୍ରଦାନ : - ଯେଉଁ  ସ୍ଥଳରେ  ଏପରି   ଅର୍ଥରାଶି  [x x x] ପାଞ୍ଚ  ଶହ  ଟଙ୍କା  କିମ୍ବା  ତା  ଠାରୁ  କମ୍ ହୋଇଥାଏ ; ସେପରିସ୍ଥଳେ , ରାଜସ୍ୱ  ଉଚ୍ଚକର୍ମଚାରୀ  [ ସେ ସଂବନ୍ଧରେ  ଅର୍ଥ  ପ୍ରାପ୍ତକାରୀ  ବ୍ୟକ୍ତି  ଦ୍ଵାରା  ଦାଖଲ  କରାଯାଇଥିବା  ଏକ  ଆବେଦନପତ୍ର  ଉପରେ ]  ତାଙ୍କ  ଶେଷ  ଜଣା  ଠିକଣାରେ , ମନିଅର୍ଡର  କମିଶନ୍  ହ୍ରାସକରଣ  କିମ୍ବା  କାଟିବା  ପରେ , ପୋଷ୍ଟାଲ  ମନିଅର୍ଡର  ଦ୍ଵାରା , ଉକ୍ତ  ଅର୍ଥ  ଆହରଣକରି   ଅର୍ଥ  ଗ୍ରହଣକାରୀଙ୍କ   ନିକଟକୁ  ପ୍ରେରଣ  କରିବେ , କିମ୍ବା  ବ୍ୟକ୍ତିଗତଭାବେ  ଏପରି  ଅର୍ଥ  ଗ୍ରହଣକାରୀଙ୍କୁ  ପ୍ରଦାନ  କରିବେ , ଯେଉଁ ସ୍ଥଳରେ  ଏପରି  ଅର୍ଥ  ଗ୍ରହଣକାରୀ , ଅର୍ଥଗ୍ରହଣ  କରିବା  ନିମନ୍ତେ  ବ୍ୟକ୍ତିଗତଭାବେ  ଉପସ୍ଥିତ  ହୁଅନ୍ତି   । ମନିଅର୍ଡର  ଫର୍ମରେ , ଅର୍ଥଗ୍ରହଣକାରୀଙ୍କ  ପ୍ରାପ୍ତ  ସ୍ଵୀକାର , ସମସ୍ତ   ଉଦ୍ଦେଶ୍ୟ  ନିମନ୍ତେ , ଏପରି  ଅର୍ଥ  ପ୍ରଦାନର  ସମର୍ଥନରେ , ଏକ  ବୈଧ  ରସିଦ୍  ଭାବେ  ଗ୍ରହଣ  କରାଯିବ    ।

[୧୩ .ବିତରଣ  କରାଯାଇନଥିବା   ଅର୍ଥରାଶିକୁ  , ରାଜସ୍ୱ  ଜମା  ଅଧିନରେ  ରଖାଯିବ  : - ଯଦି  ମନିଅର୍ଡର  ଦ୍ଵାରା  ପ୍ରେରୀତ  ଅର୍ଥରାଶି , ଅବିରୀତଭାବେ  ଫେରସ୍ତ  ଆସେ ଏବଂ  ଅର୍ଥ ପ୍ରାପ୍ତକାରୀ  ବ୍ୟକ୍ତି , କିସ୍ତି  ଅର୍ଥ  କିମ୍ବା  ଏକକାଳୀନ  ଅର୍ଥକୁ , ଯେଉଁ  ସ୍ଥଳରେ  ଯେପରି   ପ୍ରୟୋଗନୀୟ , ଗ୍ରହଣ  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି ; କିମ୍ବା  ଏପରି  ଅର୍ଥରାଶି  ପ୍ରାପ୍ୟ  ହେବା  ତାରିଖରୁ , ଏକମାସ  ସମୟ  ମଧ୍ୟରେ , ତାଙ୍କ  ପ୍ରତିନିଧିଙ୍କ  ଜରିଆରେ  ତାହା  ଗ୍ରହଣ  କରିବା  ନିମନ୍ତେ  ବନ୍ଦୋବସ୍ତ  କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତି ; ସେପରିସ୍ଥଳେ  ଏପରି  ଅର୍ଥରାଶିକୁ ରାଜସ୍ୱ  ଜମାରେ  ରଖାଯିବ  ଏବଂ  ଏପରି  ଅର୍ଥରାଶି  ଉପରେ  ସୁଧ ଉଦ୍ରେକ୍  ହେବାରୁ  ରହିତ  ହେବ  ।]

୧୪ . ରାଜସ୍ୱ  ଜମା  ଅଧିନରେ  ରଖାଯାଇଥିବା  ଅର୍ଥରାଶିର  ପ୍ରଦାନ  : - ଯେତେବେଳେ  ଅର୍ଥ  ଗ୍ରହଣକାରୀ  ବ୍ୟକ୍ତି  ଉକ୍ତ  ଅର୍ଥରାଶି  ଦାବୀ  କରନ୍ତି , ଯାହାକି  ରାଜସ୍ୱ  ଜମାରେ  ରଖାଯାଇଛି  ସେପରିସ୍ଥଳେ  ଓଡିଶା ତହବିଲ୍  ସଂହିତା , ଭଲ୍ୟୁମ୍ – ୧ ର  ଗୌଣ  ନିୟମାବଳୀ  ୪୨୭ରୁ ୪୨୯  ରେ  ଧାର୍ଯ୍ୟ  ପଦ୍ଧତି  ଶହ  ସମନ୍ଵୟ  ରକ୍ଷାକରି , ପ୍ରଦାନ  କରାଯିବ  ।

[୧୫ . ଏପରି  ଅର୍ଥରାଶି  ପ୍ରତି  ହକ୍ ଦାର  ବ୍ୟକ୍ତିର  ମୃତ୍ୟୁ  : - ଏ  ସଂବନ୍ଧରେ , ଦକ୍ଷ ଅଧିକାରୀଙ୍କ  ଦ୍ଵାରା  ନିର୍ଗମ କରାଯାଇଥିବା   କୌଣସି  ନିୟମ  କିମ୍ବା  ଆଦେଶର  ନିୟନ୍ତ୍ରଣାଧିନରେ , ଅର୍ଥ  ପ୍ରଦାନ  ଆଦେଶଧାରୀଙ୍କୁ  ଉକ୍ତ  ଅର୍ଥରାଶି  ପ୍ରଦାନ  କରିବା   ନିମନ୍ତେ , ନିମ୍ନଲିଖିତ  ପଦ୍ଧତି  ଅନୁସରଣ  କରାଯିବ  , ଯେକି ମୃତ  ଅଟନ୍ତି  : -

(୧) ଏପରି  ଅର୍ଥ  ପ୍ରଦାନ  ଆଦେଶଧାରଣକାରୀ ବ୍ୟକ୍ତିର  ମୃତ୍ୟୁରେ , ତାଙ୍କର  ଅର୍ଥରାଶି  ପ୍ରଦାନ  ଆଦେଶର  ନକଲ , ତାଙ୍କ  ପରିବାର  ଦ୍ଵାରା , ମୃତ  ବ୍ୟକ୍ତିର  ମୃତ୍ୟୁ  ତାରିଖ  ଉଲ୍ଲେଖ  କରି , ଏକ  ବିବରଣୀ  ସହିତ , ସଂପୃକ୍ତ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଫେରସ୍ତ  କରାଯିବ  । ଏପରି ମୃତ୍ୟୁ  ବିବରଣୀ  ମଧ୍ୟ  ତହକିଲ୍ ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ ; ଯାହାଫଳରେ  ବିତରଣକାରୀଙ୍କ  ଅର୍ଥ  ପ୍ରଦାନ  ଆଦେଶର  ଏକ  ନକଲ  ତତ୍ କ୍ଷଣାତ  ତହବିଲ୍  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ଆକାଉଣ୍ଟାଣ୍ଟ , ଜେନେରାଲ୍ ଙ୍କୁ  ସୂଚୀତ  କରି , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ   । ଅର୍ଥରାଶି  ପ୍ରଦାନ  ଧାରଣକାରୀଙ୍କୁ  ମୃତ୍ୟୁ  ବିଷୟ  ସୂଚୀତ  ହେବା  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ତତ୍ କ୍ଷଣାତ , ତାଙ୍କ କାର୍ଯ୍ୟାଳୟରେ  ରକ୍ଷଣାବେକ୍ଷଣ  କରାଯାଉଥିବା  ଅର୍ଥରାଶି  ଅପରଦାନ  ରେଜିଷ୍ଟରରେ , ଏ  ବିଷୟ  ସଂବନ୍ଧରେ   ଏକ  ଟିପ୍ପଣୀ  ଉଲ୍ଲେଖ  କରିବେ   ।

(୨) ତାଙ୍କୁ  ଏପରି  ଅବିତରଣୀୟ   କିସ୍ତି  ଅର୍ଥରାଶି  ପ୍ରଦାନ  କରିବା  ନିମନ୍ତେ , ମୃତ  ଅର୍ଥରାଶି  ପ୍ରଦାନ  ଆଦେଶ  ଧାରଣକାରୀଙ୍କ  ଆଇନ୍ ଗତ  ଉତ୍ତରାଧିକାରୀ  , ଯେତେ  ଶୀଘ୍ର  ସମ୍ଭବ , ଉକ୍ତ  ଅର୍ଥରାଶି  ପ୍ରଦାନ  କରିବା  ନିମନ୍ତେ  , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ  କରିବେ  । ଏପରି  ଆବେଦନପତ୍ର   ପାଇବା  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଆଇନ୍ ଗତ  ଉତ୍ତରାଧିକାରୀଙ୍କ  ଦାବୀ   ଅନୁସନ୍ଧାନ  କରିବା  ନିମନ୍ତେ  ଅଗ୍ରସର  ହେବେ  । ଯଦି ଦେୟ  ରହିଥିବା  ଅର୍ଥରାଶି  ସହିତ  ଭବିଷ୍ୟତ  କିସ୍ତି  [ଦଶହଜାର  ଟଙ୍କା ମାତ୍ର ] ଠାରୁ ଅଧିକ  ହୋଇନଥାଏ  ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ନିୟମ  ୧୦ରେ  ସୂଚୀତ  ପଦ୍ଧତି  ଅନୁଯାୟୀ , ଏକ  କ୍ଷତିପୂରଣ  ମୁଚାଲିକା ଗ୍ରହଣ  କରିବା  ପରେ , ତାଙ୍କ  ନିଜ  କ୍ଷମତା  ଉପରେ , ଅର୍ଥ  ପ୍ରଦାନ  ନିମନ୍ତେ ଦାବୀକୁ  ସ୍ଵୀକାର  କରିପାରନ୍ତି   ।  ଯାହେଉନା    କାହିଁକି , ଯଦି  ଅର୍ଥ  ପ୍ରଦାନ  ନିମନ୍ତେ  ପ୍ରାପ୍ୟ  ଉକ୍ତ  ଅର୍ଥରାଶି , ଦଶହଜାର  ଟଙ୍କାରୁ  ଅଧିକ  ହୋଇଥାଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , କୌଣସି  ଦକ୍ଷ  ଆଇନ୍ ନ୍ୟାୟାଳୟରୁ   ଏକ  ଉତ୍ତରାଧିକାରୀତ୍ଵ  ପ୍ରମାଣ  ପତ୍ର  ର  ଉପସ୍ଥାପନା  ନିମନ୍ତେ  ବାଧ୍ୟ  କରିବେ ; ଯାହାର  ଉପସ୍ଥାପନା  ଉପରେ  ଏପରି  ଅର୍ଥ  ପ୍ରଦାନ  କରାଯିବ   ।]

ଆଧାର :THE LAW HOUSE

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate