অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର (ସଂଶୋଧନ) ଆଇନ୍

ଓଡିଶା  ଆଇନ୍ ୧୩/୧୯୬୭

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୭୬

ରଦ୍ଧିକରଣ  ଏବଂ  ସଂରକ୍ଷଣ : -

  1. ଓଡିଶା  ଭୂ – ସଂସ୍କାର  (ସଂଶୋଧନ)ଅଧ୍ୟାଦେଶ ,୧୯୬୭ (୭/୧୯୬୭) କୁ , ଏତତ୍ ଦ୍ଵାରା  ରଦ୍ଧିକୃତ   କରାଯାଉଛି   ।
  2. ଏପରି  ରଦ୍ଧିକରଣ  ସତ୍ଵେ  , ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ   କରାଯାଇଥିବା  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା   କାର୍ଯ୍ୟାନୁଷ୍ଠାନ , ଏହି  ଆଇନ୍  ଅନୁଯାୟୀ  କରାଯାଇଛି  କିମ୍ବା  ଗ୍ରହଣ  ବୋଲି  ଧରାଯିବ , ଯେପରିକି  ଏହି ଆଇନ୍  ସେହିଦିନ  ବଳବତ୍ତର  ଥିଲା  ଯେବେ  ଏପରି  କାର୍ଯ୍ୟ  କରାଯାଇଥିଲା  କିମ୍ବା  ଏପରି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥିଲା   ।

ଓଡିଶା  ଆଇନ୍ ୧୮/୧୯୭୦

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୭୦

ରଦ୍ଧିକରଣ  ଏବଂ  ସଂରକ୍ଷଣ : -

  1. ଓଡିଶା  ଭୂ –ସଂସ୍କାର (ସଂଶୋଧନ) ଅଧ୍ୟାଦେଶ ୨/୧୯୭୦ କୁ ଏତତ୍ ଦ୍ଵାରା   ରଦ୍ଧିକୃତ  କରାଯାଉଛି    ।
  2. ଏପରି   ରଦ୍ଧିକରଣ  ସତ୍ଵେ ,  ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ  କରାଯାଇଥିବା   କୌଣସି  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା  କୌଣସି  କାର୍ଯ୍ୟାନୁଷ୍ଠାନ  ଏହି  ଆଇନ୍  ଅନୁଯାୟୀ   କରାଯାଇଛି  କିମ୍ବା  ଗ୍ରହଣ  କରାଯାଇଛି   ବୋଲି  ଧରାଯିବ, ଯେପରିକି   ଏହି  ଆଇନ୍  ସେହି  ଦିନ  ବଳବତ୍ତର  ଥିଲା , ଯେବେ  ଏହି  କାର୍ଯ୍ୟ  କରାଯାଇଥିଲା  କିମ୍ବା  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥିଲା   ।

ରାଷ୍ଟ୍ରପତିଙ୍କ  ଆଇନ୍ ୧୮/୧୯୭୩

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୭୩

ସ୍ଥଗିତ  କାର୍ଯ୍ୟାନୁଷ୍ଠାନ  ସଂବନ୍ଧରେ  ବ୍ୟବସ୍ଥାବଳୀ  : -

  1. ମୂଳ  ଆଇନ୍ ର  ଅଧ୍ୟାୟ – ୪ ଅନୁଯାୟୀ  ଆରମ୍ଭ  କରାଯାଇଥିବା  ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏବଂ  ଯାହାକି  ଏହି ଆଇନ୍  ପ୍ରଚଳନ  ସମୟରେ  ସ୍ଥଗିତ  ଥାଏ ; ତାହା  ରହିତ  ହେବ  ।
  2. ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ , ମୂଳ ଆଇନ୍ର  ଅନୁଯାୟୀ  କୌଣସି  ବ୍ୟକ୍ତି  ଦ୍ଵାରା  ଦାଖଲ  କରାଯାଇଥିବା  ଋଟର୍ଣ୍ଣ , ଏହି ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ  ଆଇନ୍  ଅନୁଯାୟୀ , ‘ ସିଲିଂ ’  ଅଂଚଳ  ସ୍ଥିର  କରିବାରେ   ବିଚାରକୁ   ନିଆଯିବ   ।
  3. ମୂଳ  ଆଇନ୍ ର  ଦଫା  ୨ର  ଧାରା  (୨୪) ର  ଉପ – ଧାରା  (ଖ) ଅନୁଯାୟୀ  ଉଦ୍ରେକ  ଘଟଣା  କିମ୍ବା  ମୋକଦ୍ଦମା  ଯାହାକି  ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ନିକଟରେ  ସ୍ଥଗିତ   ଥାଏ , ତାହା  କିମ୍ବା   ସେଗୁଡିକ , ଏହି  ଆଇନ୍  ଦ୍ଵାରା  ସଂଶୋଧିତ , ମୂଳ  ଆଇନ୍ ର  ଦଫା  ୫୭ – ‘କ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ  ହସ୍ତାନ୍ତରୀତ  ହେବ  ଏବଂ  ତାପରେ  ଉକ୍ତ  ଟ୍ରିବ୍ୟୁନାଲ୍ କୁ  ଉଲ୍ଲେଖିତ  ଏପରି  ସମସ୍ତ  ମୋକଦ୍ଦମା  ପ୍ରତି , ଦଫା ୫୭ – ‘କ’ ଯେତେଦୂର   ସମ୍ଭବ, ପ୍ରୟୋଗ  ହେବ   ।

ରଦ୍ଧିକରଣ : - ଓଡିଶା  ଜମି  ପରିବର୍ତ୍ତନ  ନିଷେଧ  ଆଇନ୍ , ୧୯୭୫ (୧୬/୧୯୭୨)କୁ  ଏତତ୍ ଦ୍ଵାରା  ରଦ୍ଦ  କରାଯାଇଛି   ।

ଓଡିଶା  ଆଇନ୍ ସଂଖ୍ୟା ୯/୧୯୭୪

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୭୪

ସ୍ଥଗିତ କାର୍ଯ୍ୟାନୁଷ୍ଠାନ  ସଂବନ୍ଧରେ  ବ୍ୟବସ୍ଥା  : -

  1. ମୂଳ  ଆଇନ୍ ର  ଅଧ୍ୟାୟ – ୪ ଅନୁଯାୟୀ  ଆରମ୍ଭ  କରାଯାଇଥିବା   ସମସ୍ତ  କାର୍ଯ୍ୟାନୁଷ୍ଠାନ  ଅବମ  ଯାହାକି   ଏହି  ଆଇନ୍ ର  ପ୍ରାରମ୍ଭ  ସମୟରେ  ସ୍ଥଗିତ  ଥାଏ , ତାହା  ରହିତ  ହେବ   ।
  2. ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ , ମୂଳ  ଆଇନ୍  ଅନୁଯାୟୀ , କୌଣସି  ବ୍ୟକ୍ତି   ଦ୍ଵାରା  ଦାଖଲ  କରାଯାଇଥିବା  ଋଟର୍ଣ୍ଣ   ଯଦି  କିଛି  ଥାଏ , ତାହା  ଏହି  ଆଇନ୍  ଦ୍ଵାରା  ସଂଶୋଧିତ , ମୂଳ  ଆଇନ୍  ଅନୁଯାୟୀ , ସିଲିଂ ଅଂଚଳ ସ୍ଥିର  କରିବାରେ , ବିଚାରକୁ  ନିଆଯିବ   ।
  3. ମୂଳ  ଆଇନ୍ ର  ଦଫା  ୨ର  ଧାରା  (୨୪)ର  ଉପ – ଧାରା  (ଖ) ଅନୁଯାୟୀ  ଉଦ୍ରେକ  ସମସ୍ତ  ଘଟଣା  କିମ୍ବା  ମୋକଦ୍ଦମା  ଏବଂ  ଯେଉଁ  ଗୁଡିକ  ଏହି  ଆଇନ୍ ର  ଠିକ୍  ପ୍ରଚଳନ  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ସ୍ଥଗିତ  ଥାଏ ; ସେଗୁଡିକ   ଏହି  ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ ଆଇନ୍ ର  ଦଫା  ୫୭ – ‘ କ ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ  ହସ୍ତାନ୍ତରୀତ   ହେବ  ଏପରି  ମୋକଦ୍ଦମାଗୁଡିକ  ପ୍ରତି  ପ୍ରୟୋଗ  ହେବ   ।

ଓଡିଶା  ଆଇନ୍  ସଂଖ୍ୟା  ୭୬/୧୯୭୨ (ରାଷ୍ଟ୍ରପତିଙ୍କ  ଆଇନ୍  ସଂଖ୍ୟା  ୧୭/୧୯୭୩) ଏବଂ  ଓଡିଶା  ଅଧ୍ୟାଦେଶ  ସଂଖ୍ୟା   ୨/୧୯୭୪ ର  ରଦ୍ଦିକରଣ  : -

  1. ଓଡିଶା  ଜମି  ହସ୍ତାନ୍ତରଣ  ନିଷେଧ  ଆଇନ୍ , ୧୯୭୨ (୧୬/୧୯୭୨) ; ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ଏବଂ  ଓଡିଶା   ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) କୁ , ଏତତ୍  ଦ୍ଵାରା  ରଦ୍ଦ  କରାଯାଉଛି   ।
  2. ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ଏବଂ  ଓଡିଶା ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) ର , ରଦ୍ଦିକରଣ  ସତ୍ଵେ , ଏହି ଆଇନ୍  ଦ୍ଵାରା  ସଂଶୋଧିତ ମୂଳ ଆଇନ୍ ଅନୁଯାୟୀ  କରାଯାଇଥିବା  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନ , ଏହି  ଆଇନ୍ ଅନୁଯାୟୀ  କରାଯାଇଛି  ଏବଂ  ଗ୍ରହଣ  କରାଯାଇଛି  ବୋଲି  ଧରାଯିବ ; ଏବଂ  ଏହା  ୧୯୭୪ ମସିହା  ଜୁଲାଇ  ୧୧ ତାରିଖରେ  ରାଷ୍ଟ୍ରପତିଙ୍କ  ସମ୍ମତି  ଲାଭ  କଲା  ଏବଂ  ଓଡିଶା  ଅସାଧାରଣ   ଗେଜେଟ୍  ସଂଖ୍ୟା  ୧୦୯୨/୧୨.୭.୧୯୭୪ ରେ  ପ୍ରଥମେ  ପ୍ରକାଶିତ  ହେଲା   ।

ଏହି ଆଇନ୍ ଦ୍ଵାରା   ସଂଶୋଧିତ , ମୂଳ  ଆଇନ୍ ର  ସମସାମୟିକ  ବ୍ୟବସ୍ଥାବଳୀ  ଅନୁଯାୟୀ , ଅଧ୍ୟାଦେଶ  କରାଯାଇଛି  ବୋଲି  ଧରାଯିବ   ।

ଓଡିଶା  ଆଇନ୍  ୪୭ /୧୯୭୫

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୭୫

ରଦ୍ଦିକରଣ ଏବଂ  ସଂରକ୍ଷଣ  : -

  1. ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୫ (୬/୧୯୭୫) କୁ, ଏତତ୍  ଦ୍ଵାରା  ରଦ୍ଦ  କରାଯାଉଛି   ।
  2. ଏପରି  ରଦ୍ଦିକରଣ  ସତ୍ଵେ , ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ  କରାଯାଇଥିବା  କୌଣସି  କାର୍ଯ୍ୟ, ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିର୍ଗମ  କରାଯାଇଥିବା  କୌଣସି  ବିଜ୍ଞପ୍ତି , ଏହି  ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ  ଆଇନ୍  ଅନୁଯାୟୀ  କରାଯାଇଛି , ଗ୍ରହଣ  କରାଯାଇଛି  କିମ୍ବା  ନିର୍ଗମ  କରାଯାଇଛି  ବୋଲି  ଧରାଯିବ   ।

ଓଡିଶା  ଆଇନ୍  ୨୯/୧୯୭୬

ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍, ୧୯୭୬

ମଧ୍ୟବର୍ତ୍ତିକାଳୀନ  ଅସ୍ଥାୟୀ  ବ୍ୟବସ୍ଥାବଳୀ : -

ମୂଳ ଆଇନ୍  ଅନୁଯାୟୀ  କୌଣସି  ଅପିଲ୍ କିମ୍ବା  ଦଫା  ୫୯ ଅନୁଯାୟୀ  କୌଣସି  ରିଭିଜନ୍ , ଯାହାକି  ଏହି  ଆଇନ୍ ର  ପ୍ରଚଳନ  ତାରିଖରେ , ସ୍ଥଗିତ ଥାଏ ; ତାହା  ଶୁଣାଣୀକରି  ଫଇସଲା  କରାଯିବ , ଯେପରିକି  ଏହି ଆଇନ୍ ପ୍ରଣୟନ  କରାଯାଇ  ନାହିଁ ।

ଓଡିଶା  ଆଇନ୍  ୪୪/୧୯୭୬

ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍, ୧୯୭୬

ସଂରକ୍ଷଣ : -

ଏହି  ଆଇନ୍  ଦ୍ଵାରା  ମୂଳ  ଆଇନ୍ ର  ଦଫା  ୬୩ ର  ସଂଶୋଧନ  ସତ୍ଵେ , ଏହି ଆଇନ୍ ର  ପ୍ରଚଳନ  ତାରିଖ  ପୂର୍ବରୁ   ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ବିରୁଦ୍ଧରେ , କୌଣସି  ଅପିଲ୍ କିମ୍ବା  କୌଣସି  ଆବେଦନପତ୍ର  କିମ୍ବା  କୌଣସି   ରିଭିଜନ୍  ସଂବନ୍ଧରେ   ତମାଦି  ସମୟ , ଯେପରି  ଉକ୍ତ  ଦଫାରେ  ଉଲ୍ଲେଖ  କରାଯାଇଛି ; ତାହା   ଏପରି  ଆଦେଶ   ତାରିଖରୁ  ଷାଠିଏ  ଦିନ  ହେବ   ।

ଆଧାର  - ଲଅ  ହାଉସ

Last Modified : 8/16/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate