অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ -ସଂସ୍କାର (ସାଧାରଣ)ନିୟାମାବଳୀ ,୧୯୬୫

ଅଧ୍ୟାୟ – ୧

ସାଧାରଣ

୧ . ସଂକ୍ଷିପ୍ତ  ଆଖ୍ୟା , ପରିସର  ଏବଂ  ପ୍ରାରମ୍ଭ  : - ଏହି  ନିୟମାବଳୀକୁ , ଓଡିଶା  ଭୂ – ସଂସ୍କାର  (ସାଧାରଣ) ନିୟମାବଳୀ , ୧୯୬୫ ବୋଲି  କୁହାଯିବ  ।

୨ . ସଂଜ୍ଞା  : - ଏହି  ନିୟମାବଳୀରେ , ଯଦି  ସୂଚୀ  ଅନ୍ୟଥା  ଆବଶ୍ୟକ  ନ କରେ : -

(କ) ‘ ଆଇନ୍ ’ ଅର୍ଥ ,  ଓଡିଶା  ଭୂ –ସଂସ୍କାର  ଆଇନ୍ , ୧୯୬୦ (୧୬/୧୯୬୦);

(ଖ) ‘ ଫର୍ମ ’ ଅର୍ଥ , ଏହି ନିୟମାବଳୀ  ପ୍ରତି  ପରିଶିଷ୍ଠରେ  ଉଲ୍ଲେଖିତ   କୌଣସି  ଫର୍ମ

(ଗ) ‘ ସୂଚୀ ’ ଅର୍ଥ , ଏହି ନିୟମାବଳୀ  ସହ  ସାଯୁକ୍ତ  କୌଣସି  ସୂଚୀ ;

(ଘ) ‘ ଦଫା ’ ଅର୍ଥ , ଏହି  ଆଇନ୍ ର  କୌଣସି  ଦଫା ;

(ଙ) ‘ତହସିଲ୍ ଦାର୍ ’  କୌଣସି  ଅତିରିକ୍ତ  ତହସିଲ୍ ଦାର୍ ଙ୍କୁ  ଅନ୍ତର୍ଭୁକ୍ତ  କରେ ;

(ଚ) ‘ ଗ୍ରାମ ’ ର  ସେହି  ଅର୍ଥ  ରହିବା , ଯେପରି , ଓଡିଶା  ସର୍ବକ୍ଷେଣ  ଏବଂ ବନ୍ଦୋବସ୍ତ ଆଇନ୍ , ୧୯୫୮ (ଓଡିଶା  ଆଇନ୍ ସଂଖ୍ୟା ୩/୧୯୫୯ )ରେ , ଏହା  ପ୍ରତି  ନ୍ୟସ୍ତ

(ଛ) ଏହି  ନିୟମାବଳୀରେ  ବ୍ୟବହୃତ  ସମସ୍ତ  ଶବ୍ଦାବଳୀ  ଏବଂ ଉକ୍ତି , ମାତ୍ର  ଯାହା  ସେଥିରେ   ସଂଜ୍ଞାୟୀତ  ହୋଇ ନାହିଂ , ସେଗୁଡିକର  ସେହି  ଅର୍ଥ  ରହିବ , ଯେପରି  ଏହି   ଆଇନ୍ ରେ  ସେଗୁଡିକୁ   ଯଥାକ୍ରମେ  ନ୍ୟସ୍ତ  କରାଯାଇଛି   ।

[୩ . ଏହି  ଆଇନ୍  ଅନୁଯାୟୀ  , କାର୍ଯ୍ୟାନୁଷ୍ଠାନଗୁଡିକର  ପରିଚାଳନା  : - ଏହି  ଆଇନ୍ ଏବଂ  ନିୟମାବଳୀ  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ଥିବା  ସମସ୍ତ କାର୍ଯ୍ୟାନୁଷ୍ଠାନ , ସଂକ୍ଷିପ୍ତ ପ୍ରକୃତିର  ହେବ   ।

(୨) ତାଙ୍କ  ସମ୍ମୁଖରେ  ପରୀକ୍ଷିତ କୌଣସି  ସାକ୍ଷୀର  ସାକ୍ଷର  ସାରାଂଶକୁ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏକ  ସ୍ମାରକପତ୍ର ଆକାରରେ   ଲିପିବଦ୍ଧ  କରିବେ , ଯାହାକି   ଉକ୍ତ ଅଧିକାରୀଙ୍କ  ଦ୍ଵାରା  ସ୍ଵାକ୍ଷରିତ  ହେବ  ଏବଂ  ତାହା , ଏପରି  ନଥିର  ଏକ  ଅଂଶ  ଗଠନ   କରିବ  ।

(୩) ସଂପୃକ୍ତ  ପକ୍ଷମାନଙ୍କୁ  କୌଣସି  ଯଥାଯଥ  ଶୁଣାଣୀର  ସୁଯୋଗ ପ୍ରଦାନ  ନକରି , କୌଣସି  କାର୍ଯ୍ୟାନୁଷ୍ଠାନରେ , କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଂ  ।

(୪) ଧାର୍ଯ୍ୟ  ତାରିଖରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ତାଙ୍କ  ସାକ୍ଷୀ ଏବଂ  ଦଲିଲ୍  ଉପସ୍ଥାପନ  କରିବା , ଆପତ୍ତିକାରୀଙ୍କର   ଦାୟିତ୍ଵ  ହେବ , ପକ୍ଷମାନଙ୍କର  ତଥା  ସାକ୍ଷୀମାନଙ୍କର   ଉପସ୍ଥିତିକୁ  ବଳବତ୍ତର  କରିବା ଏବଂ  ଦଲିଲ୍ ର  ଉପସ୍ଥାପନା  ବିଷୟରେ , ରାଜସ୍ୱ  କର୍ମଚାରୀଙ୍କର   କୌଣସି   ଦେୱାନୀ  ନ୍ୟାୟାଳୟରେ   କ୍ଷମତା  ରହିବ , ଯାହାକି  ଦେୱାନୀ  କାର୍ଯ୍ୟ  ପଦ୍ଧତି  ସଂହିତା   ଅନୁଯାୟୀ  ପରିଚାଳନୀୟ  ଅଟେ  ।

୪ .  ସୂଚନା  ଏବଂ ଜାରୀର  ପଦ୍ଧତି  : - (୧) ଏହି ଆଇନ୍  କିମ୍ବା  ନିୟମାବଳୀ  ଅନୁଯାୟୀ  ଆବଶ୍ୟକ  ସମସ୍ତ  ସୂଚନା  ଲିଖିତଭାବେ   ହେବ

[(୨) ଜମିଦାରଭାବେ , ସରକାରଙ୍କ  ଦ୍ଵାରା , ଏହି ଆଇନ୍  କିମ୍ବା  ନିୟମାବଳୀ  ଅନୁଯାୟୀ , ଯେଉଁ  ସ୍ଥଳରେ  କୌଣସି  ସୂଚନା  କିମ୍ବା  ନିର୍ଗମ  କରିବା  ଆବଶ୍ୟକ  ହୁଏ ;   ସେପରିସ୍ଥଳେ  ଏହା  ତହସିଲ୍ ଦାରଙ୍କ  ଦ୍ଵାରା  ଜାରୀ  କରାଯିବ  କିମ୍ବା  ନିର୍ଗମ  କରାଯିବ  ।]

(୩) ଯେଉଁ  ସ୍ଥଳରେ , ଏହି  ଆଇନ୍ କିମ୍ବା  ଏହି  ନିୟମାବଳୀ  ଦ୍ଵାରା   ଧାର୍ଯ୍ୟ , ସୂଚନାର  ଜାରୀ  ନିମନ୍ତେ  କୌଣସି  ପଦ୍ଧତି  ନଥାଏ ,  ସେପରିସ୍ଥଳେ  ଦେୱାନୀ  କାର୍ଯ୍ୟବିଧି   ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ   ଆହ୍ଵାନ  ଜାରୀ କରିବା  ପଦ୍ଧତିରେ , ଜଣେ  ବ୍ୟକ୍ତି  ଉପରେ  ଏପରି  ସୂଚନା  ଜାରୀ  କରାଯିବ   ।

(୪) ଯଦି  ଏପରି  ସୂଚନା  ଦଳେ  ବ୍ୟକ୍ତିଙ୍କୁ  କିମ୍ବା  ସାଧାରଣଭାବେ   ଜଣେ  ବ୍ୟକ୍ତିଙ୍କୁ  ସଂବୋଧିତ   ହୋଇଥାଏ , ସେପରିସ୍ଥଳେ  ଦେୱାନୀ   କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ  କୌଣସି  ପ୍ରତିବାଦ  ଉପରେ  ଆହ୍ଵାନ   ଜାରୀ  ନିମନ୍ତେ  ଧାର୍ଯ୍ୟ  ପଦ୍ଧତିରେ   ଏହା  ଜାରୀ  କରାଯିବ  କିମ୍ବା  ବାଦ୍ୟ  ଦ୍ଵାରା  ଘୋଷଣା  କରାଯିବ  କିମ୍ବା  ଗ୍ରାମର  କୌଣସି  ଆଖିଦୃଶିଆ   ସ୍ଥାନରେ , ଖୁବ୍  କମ୍ ରେ ଦୁଇଜଣ ବ୍ୟକ୍ତିଙ୍କ  ଉପସ୍ଥିତିରେ ତାହା ସଂଯୋଗ  କରି , ଜାରୀ  କରାଯିବ  ।

(୫) କୌଣସି  ବାସିନ୍ଦା – ବିହିନ  ଗ୍ରାମ  କ୍ଷେତ୍ରରେ , କୌଣସି  ସାଧାରଣ  ସୂଚନାର  ଜାରୀ , ନିକଟସ୍ଥ  କୌଣସି  ମାନବ  ଅଧ୍ୟୁଷିତ   ଗ୍ରାମରେ  ଜାରୀ  କରାଯିବ   ।

[୪ – ‘କ’ ଦଫା  ୨ର  ଧାରା  (୫ - କ) ଅନୁଯାୟୀ  ଜମିର  ଶ୍ରେଣୀ  : - ଖତିୟାନରେ   ଅନ୍ତର୍ଭୁକ୍ତିରେ  ଉଲ୍ଲେଖରେ  ତଥା  ସେତେବେଳେ  ବଳବତ୍ତର  ଥିବା  କୌଣସି  ଆଇନ୍  କିମ୍ବା  ନିୟମ  କିମ୍ବା  ଆଦେଶ  ଅନୁଯାୟୀ  ପ୍ରସ୍ତୁତ  ଅନ୍ୟ  ନଥିର  ଉଲ୍ଲେଖରେ  ଜମିର   ଶ୍ରେଣୀ  ବିଭାଗ  ସ୍ଥିର  କରାଯିବ , ଯେପରି  ଆବଶ୍ୟକ  ଅଟେ   ।

 

ଅଧ୍ୟାୟ – ୨

ରୟତ୍  ଏବଂ   କୃଷକ

୧୦ . ଦଫା  ୪ର  ଉପ –ଦଫା  (୨)  ଏବଂ (୫)  ଅନୁଯାୟୀ  ଆବେଦନପତ୍ର  ଦାଖଲ  କରିବା  ଫର୍ମ  : -  (୧) ଦଫା  ୪ର ଉପ –ଦଫା  (୨)  ଅନୁଯାୟୀ  ଆବେଦନପତ୍ର  , ଫର୍ମ  ନଂ – ୧ ରେ  ହେବ  ।

(୨) ଦଫା  ୪ର  ଉପ – ଦଫା  (୫)  ଅନୁଯାୟୀ , ଆବେଦନପତ୍ର , ଫର୍ମ  ନଂ – ୨ ରେ ହେବ   ।

(୩) ଉପ – ନିୟମ (୧) କିମ୍ବା  ଉପ – ନିୟମ  (୨)  ଅନୁଯାୟୀ  ଆବେଦନପତ୍ର , ଆବେଦନକାରୀଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ  କିମ୍ବା  ତାଙ୍କର  କ୍ଷମତାୟୀତ  ପ୍ରତିନିଧିଙ୍କ   ଦ୍ଵାରା  ରାଜସ୍ଵ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ  ।

(୪) ଆବେଦନପତ୍ର   ସହ , ସେପରି  ସଂଖ୍ୟକ   ନକଲ  ପ୍ରଦାନ  କରାଯିବ , ଯେପରି  ସଂଖ୍ୟକ  ବିପରୀତ  ପକ୍ଷ  ଥିବେ   ।

(୫)  ପ୍ରତ୍ୟକ  ଗ୍ରାମ  ନିମନ୍ତେ , ପ୍ରତ୍ୟକ  ଜମିଦାର  ସଂବନ୍ଧରେ   ଏକ  ପୃଥକ୍  ଆବେଦନପତ୍ର  ହେବ   ।

[୧୦ – ‘କ’ (୧) – ଦଫା  ୪ର  ଉପ – ଦଫା  (୫) ଅନୁଯାୟୀ  , କୌଣସି  ଉପ – ଦଫା  କୃଷକ  କିମ୍ବା  ଉପ-ରୟତ  କିମ୍ବା  ତାଙ୍କର   ଉତ୍ତରାଧିକାରୀ , ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ , ଜଣେ  ରୟତ୍  ହେବା  ଘୋଷଣା  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀ  ପକ୍ଷମାନଙ୍କୁ  ତଥା  ଆପତ୍ତି  ଦାଖଲ  କରିଥିବା  ବ୍ୟକ୍ତିଙ୍କୁ  ଏକ  ସୂଚନା  ପ୍ରଦାନ  କରିବେ  ଏବଂ  ସେମାନଙ୍କୁ  ଶୁଣିବେ   ।

(୨) ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ମଗାଯାଇଥିବା   ବନ୍ଦୋବସ୍ତ  ନିମନ୍ତେ , ପନ୍ଦର  ଦିନ  ମଧ୍ୟରେ   ଆପତ୍ତି   ଆହ୍ଵାନ  କରିବା  ନିମନ୍ତେ , ଏପରି  ଜମି   ଅବସ୍ଥିତ  ଗ୍ରାମର  ଗ୍ରାମବାସୀଙ୍କୁ ମଧ୍ୟ  ସୂଚନା  ଜାରୀ   କରାଯିବ    ।

(୩) ନିୟମ  ୪ରେ   ବ୍ୟବସ୍ଥାୟୀତ  ପଦ୍ଧତିରେ , ଏପରି  ସୂଚନା  ଜାରୀ  କରାଯିବ   ।

୧୧ . ଦଫା   ୪ର  ଉପ – ଦଫା  (୭) ଅନୁଯାୟୀ  ଅର୍ଥ  ପ୍ରଦାନ  : - (୧)  ଦଫା  ୪ର  ଉପ – ଦଫା  (୭) ରେ  ପରିକଳ୍ପିତ  ଅର୍ଥରାଶିର   ପ୍ରଦାନ , ଜମିଦାର   କିମ୍ବା  ତାଙ୍କ  କ୍ଷମତାୟୀତ   ପ୍ରତିନିଧୀଙ୍କୁ  ବ୍ୟକ୍ତିଗତଭାବେ   ଉପ –କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ]ଙ୍କ  ଦ୍ଵାରା , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ପ୍ରଦାନ  କରାଯିବ   ।

(୨) ଉପ –  ନିୟମ  (୧) ଅନୁଯାୟୀ  ଏପରି  ଅର୍ଥରାଶି  ପ୍ରଦାନକାରୀ  ବ୍ୟକ୍ତି , ଏପରି  ଅର୍ଥ  ପ୍ରଦାନ  ନିମନ୍ତେ , ଏକ  ରସିଦ୍  ପାଇବା  ପାଇଁ  ହକ୍ ଦାର୍  ଅଟନ୍ତି    ।

(୩) ଉପ – କୃଷକ  କିମ୍ବା  ଉପ –ରୟତ୍ [ କିମ୍ବା  ତାଙ୍କ  ଉତ୍ତରାଧିକାରୀ],  ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟଙ୍କ , ମତାନୁଯାୟୀ  ଏପରି  ଅର୍ଥ  ପ୍ରଦାନ,  ପୋଷ୍ଟାଲ୍  ମନିଅର୍ଡର  ଦ୍ଵାରା  ତାଙ୍କ  ନିଜ  ଖର୍ଚ୍ଚରେ   କରାଯିବ  ଏବଂ ଏପରି  କ୍ଷେତ୍ରରେ  , ମନିଅର୍ଡର  ପ୍ରାପ୍ତି  ରସିଦ୍ କୁ  ଅର୍ଥ  ପ୍ରଦାନ  ରସିଦ୍  ଭାବେ  ବିବେଚନା   କରାଯିବ   ।

[(୪) (କ)  ଯେତେବେଳେ  କୌଣସି   ନଥିଭୁକ୍ତ  ଉପ – କୃଷକ  କିମ୍ବା   ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ] କ୍ଷତିପୂରଣ  ଉପରେ  ଅର୍ଥ  ଅର୍ପଣ  କରନ୍ତି   କିମ୍ବା  ପ୍ରଦାନ  କରନ୍ତି  ଏବଂ  ଏପରି  କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି , ଏହା  ଗ୍ରହଣ  କରିବାକୁ  ପ୍ରତ୍ୟାଖ୍ୟାନ  କରନ୍ତି  କିମ୍ବା   ଏଥି  ନିମନ୍ତେ  କୌଣସି  ରସିଦ୍  ମଞ୍ଜୁର କରିବା  ନିମନ୍ତେ   ପ୍ରତ୍ୟାଖ୍ୟାନ  କରନ୍ତି ; କିମ୍ବା

(ଖ)ଯେତେବେଳେ   ଏପରି   କ୍ଷତିପୂରଣ , ସମଅଂଶୀଦାରଙ୍କୁ  ଯୁଗ୍ମଭାବେ  ଦେୟ  ହୋଇଥାଏ  ଏବଂ   ଉପ –କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ ] ଏବଂ  ଏପରି  ଅର୍ଥ  ନିମନ୍ତେ , ସମ – ଅଂଶୀଦାରଙ୍କ  ଠାରୁ  ଏକ  ଯୁଗ୍ମ  ରସିଦ୍  ପାଇବା  ନିମନ୍ତେ  ସକ୍ଷମ  ହୁଅନ୍ତି   ନାହିଂ  ଏବଂ  ଏପରି  କ୍ଷତିପୂରଣ   ଗ୍ରହଣ  କରିବା  ତଥା  ରସିଦ୍  ମଞ୍ଜୁର  କରିବା  ନିମନ୍ତେ , ତାଙ୍କ  ତରଫରୁ  କୌଣସି  ବ୍ୟକ୍ତିଙ୍କୁ  କ୍ଷମତାୟୀତ  କରାଯାଇନଥାଏ ; କିମ୍ବା

(ଗ) ଯେତେବେଳେ   ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ ]  କ୍ଷତିପୂରଣ   ଗ୍ରହଣ  ପ୍ରତି  ହକ୍ ଦାର୍ ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କର  ସଠିକତା  ସଂବନ୍ଧରେ  କୌଣସି   ସନ୍ଧେହ  ଗ୍ରହଣ  କରନ୍ତି ; ସେପରିସ୍ଥଳେ  ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା   ତାଙ୍କ  ଉତ୍ତରାଧିକାରୀ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ନ୍ୟାୟାଳୟରେ  ଏପରି  କ୍ଷତିପୂରଣର  ସମସ୍ତ  ଅର୍ଥ  କିମ୍ବା  କିସ୍ତି  ଅର୍ଥ  ଜମା  କରିବା  ନିମନ୍ତେ  ଆଦେଶ   ପାଇଁ , ଏହି  ଆଇନ୍ ର  ଦଫା  ୪ର  ଉପ - ଦଫା  (୭) ର  ଧାର୍ଯ୍ୟ  ସମୟ  ଅତିବାହିତ  ହେବା  ପୂର୍ବରୁ , ଲିଖିତଭାବେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ  କରିବେ  । ]

(୫) ଉପ –ନିୟମ  (୪) ଅନୁଯାୟୀ  ଏପରି  ଆବେଦନପତ୍ର  ସୂଚୀ – ୧  ରେ  ଧାର୍ଯ୍ୟ  ନ୍ୟାୟାଳୟ  ଶୁଳ୍କ  ଏବଂ  ଆଦେଶିକା  ଶୁଳ୍କ  ବହନ କରିବ  ଏବଂ  ଅନ୍ୟାନ୍ୟ  ବିଷୟ  ମଧ୍ୟରେ , ନିମ୍ନଲିଖିତ  ବିବରଣୀ  ଧାରଣ  କରିବ , ଯଥା : -

(କ) ଉପ – ନିୟମ ୪(କ)  କ୍ଷେତ୍ରରେ , ସେହି  ବ୍ୟକ୍ତିମାନଙ୍କର  ନାମ , ଯାହାଙ୍କ  ଜମାରେ , ଏପରି  ଅର୍ଥରାଶି  ଜମା  କରାଯିବ   ।

(ଖ) ଉପନିୟମ  ୪(ଖ)  କ୍ଷେତ୍ରରେ  , ସମ  ଅଂଶୀଦାରଙ୍କ  ନାମ , ଯାହାଙ୍କ  ପ୍ରତି  ଏପରି  କ୍ଷତିପୂରଣ   ପ୍ରାପ୍ୟ  ଅଟେ  ଏବଂ   ଯାହାଙ୍କୁ  ଏପରି  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ] ନିରଦୁ=ଇଷ୍ଟ  କରିବା  କିମ୍ବା  ଧାର୍ଯ୍ୟ  କରିବା  ନିମନ୍ତେ  ସକ୍ଷମ  ହେବେ   ।

(ଗ) ଉପ – ନିୟମ  ୪(ଗ) କ୍ଷେତ୍ରରେ , ସେହି  ସମ – ଅଂଶୀଦାରମାନଙ୍କର   ନାମ , ଯାହାଙ୍କୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶ  ଅନୁଯାୟୀ , କ୍ଷତିପୂରଣ  ଦେୟ  ଅଟେ   ।

(୬)  ଏପରି  ଆବେଦନପତ୍ର , ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ସ୍ଵାକ୍ଷରିତ   ହେବ  ଏବଂ  ଦେୱାନୀ  କାର୍ଯ୍ୟବିଧି  ସଂହିତା  ୫/୧୯୦୮  ରେ  ଉଲ୍ଲେଖିତ  ପଦ୍ଧତିରେ , ଅର୍ଜିର  ଯାଞ୍ଚ ନିମନ୍ତେ  ବ୍ୟବସ୍ଥାନୁଯାୟୀ , ଯାଞ୍ଚ  କରାଯିବ  ।

(୭) ଯଦି  ଏହା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ପ୍ରତୀତ  ହୁଏ  ଯେ , ଆବେଦନପତ୍ରରେ  ଉଲ୍ଲେଖିତ  ବିଷୟ  ସଠିକ୍  ଅଟେ  ଏବଂ  କ୍ଷତିପୂରଣ  ଅର୍ଥରାଶି  ଜମା  କରିବା  ନିମନ୍ତେ , ଆବେଦନକାରୀ  ହକ୍ର ଦାର୍  ଅଟନ୍ତି , ତା  ହେଲେ  ସେ ତାହା ଗ୍ରହଣ  କରିବେ  ଏବଂ  ଫର୍ମ  ନଂ – ୧୫ ରେ  ଏକ  ରସିଦ୍  ମଞ୍ଜୁର  କରିବେ   ।

(୮) ଏପରି  ମଞ୍ଜୁର  କରାଯାଇଥିବା  ରସିଦ୍ , କ୍ଷତିପୂରଣ  ଅର୍ଥରାଶି  ପ୍ରାପ୍ତି  ଭାବେ  କାର୍ଯ୍ୟ  କରିବ  ଯାହାକି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ [କିମ୍ବା  ତାଙ୍କ  ଉତ୍ତରାଧିକାରୀ] ଙ୍କ   ଦ୍ଵାରା  ଦେୟ  ଅଟେ  ଏବଂ  ତାହା  ସେହିପରି  ଭାବେ  ଏବଂ  ସେହି  ପରିମାଣରେ  ପ୍ରଦାନ  କରାଯିବ , ଯେପରିକି  ଉକ୍ତ  କ୍ଷତିପୂରଣ  ଅର୍ଥରାଶି , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶର   ପରିଚାଳନାରେ ,  ସଂପୂର୍ଣ୍ଣ  ଭାବେ  ପ୍ରଦାନ  କରାଯାଇଛି   ।

(୯) ଏପରି  ଜମା  ଗ୍ରହଣକାରୀ  ରାଜସ୍ୱ -  ଉଚ୍ଚକର୍ମଚାରୀ   ତତ୍ କ୍ଷଣାତ  ଏହାର  ଗ୍ରହଣ  ସଂବନ୍ଧରେ  ଏକ  ସୂଚନା  ଆବେଦନପତ୍ରରେ  ଧାର୍ଯ୍ୟ  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କ   ଉପରେ  ଜାରୀ  କରି , ଏପରି  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ  ଷାଠିଏ  ଦିନ  ସମୟ  ପ୍ରଦାନ  କରିବେ   ।

(୧୦) (କ)  ସୂଚନା  ନିର୍ଗମ  ତାରିଖରୁ , ଷାଠିଏ  ଦିନ  ମଧ୍ୟରେ , ତାଙ୍କ  ସମ୍ମୁଖରେ  ବ୍ୟକ୍ତିଗତଭାବେ  କିମ୍ବା  କ୍ଷମତାୟୀତ  ବ୍ୟକ୍ତିଙ୍କ  ଜରିଆରେ ,  ସେଥି  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ  ରାଜସ୍ୱ  ଉଚ୍ଚକର୍ମଚାରୀ  ଜମା  ହୋଇଥିବା  ଅର୍ଥରାଶି  ପ୍ରଦାନ  କରିବେ

(ଖ) ଯଦି  ସେଥିପ୍ରତି  ହକ୍ ଦାର୍  ଥିବା  ବ୍ୟକ୍ତି  ଏପରି   ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ , ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି  ନାହିଂ ; ସେପରିସ୍ଥଳେ  ଉକ୍ତ  ଜମାଅର୍ଥକୁ , ଓଡିଶା  ‘ ତହବିଲ୍ ସଂହିତା ’ ରେ   ଧାରୀତ  ଗୌଣ  ନିୟମ  ୪୨୪ ରେ  ଧାର୍ଯ୍ୟ  ପଦ୍ଧତିରେ , ଉକ୍ତ  ସମୟର  ଅତିବାହିତ  ପରେ , ରାଜସ୍ୱ  ଜମା  ଅଧିନରେ  ରଖାଯିବ  ଏବଂ  ସେହି  ସମୟରେ ସେଥିପ୍ରତି   ହକ୍ ଦାର୍   ବ୍ୟକ୍ତିଙ୍କୁ   ଏପରି  ଜମା  ବିଷୟ  ସୂଚୀତ  କରାଯିବ   ।

(୧୧) . ନ୍ୟାୟାଳୟ  ଜମା  ଅଧିନରେ  କିମ୍ବା  ରାଜସ୍ୱ  ଜମା  ଅଧିନରେ  ଥିବା  ଅର୍ଥରାଶି  କୌଣସି  ସୁଧ  ବହନ  କରିବ  ନାହିଂ  ।

(୧୨)  ରାଜସ୍ୱ - ଜମା  ଅଧିନରେ ଥିବା  ଜମା  ଅର୍ଥରାଶି , ଓଡିଶା  ତହବିଲ୍   ସଂହିତାର   ନିୟମ  ୪୩୬ ରେ  ଧାର୍ଯ୍ୟ  ସମୟ   ଅତିବାହିତ  ହେବା  ପରେ , ସରକାରଙ୍କ  ପ୍ରତି  ବ୍ୟାଜ୍ୟାପ୍ତ  ହେବ  ଏବଂ   କ୍ଷେତ୍ରରେ  ଏପରି  ଅର୍ଥପ୍ରାପ୍ତି   ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ   ସଂହିତାରେ  ଉଲ୍ଲେଖିତ  ବ୍ୟାଜ୍ୟାପ୍ତ  ଜମା  ରାଶିର   ଫେରସ୍ତ   ସଂବନ୍ଧରେ   ପଦ୍ଧତି  ପ୍ରୟୋଗ  ହେବ   ।

[(୧୩) (କ)  ଯଦି  ଦଫା  ୪ର  ଉପ – ଦଫା  (୬) ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ   ଆଦେଶ ଅନୁଯାୟୀ  କ୍ଷତିପୂରଣ   ଅର୍ଥରାଶି  ପ୍ରଦାନ  କରିବାରେ  କୌଣସି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା  ତାଙ୍କର  ଉତ୍ତରାଧିକାରୀ  ଖିଲାପ  କରନ୍ତି ; ସେପରିସ୍ଥଳେ   ଯେଉଁ  ବ୍ୟକ୍ତିଙ୍କ  ଅଧିନରେ  ଏପରି  ନଥିଭୁକ୍ତ  ଉପ – କୃଷକ  କିମ୍ବା  ଉପ – ରୟତ୍ କିମ୍ବା  ତାଙ୍କ  ଉତ୍ତରାଧିକାରୀ  ଜମି  ଧାରଣ  କରିଥାଆନ୍ତି , ସେହି  ତାରିଖରୁ   ଛଅମାସ  ସମୟ   ମଧ୍ୟରେ  ଉଚ୍ଚକର୍ମଚାରୀଙ୍କୁ  ଏକ  ଆବେଦନପତ୍ର  ପ୍ରଦାନ  କରିବେ , ଯେବେ  ଏପରି  କ୍ଷତିପୂରଣ  ଅର୍ଥରାଶି  ପ୍ରାପ୍ୟ  ହୁଏ ,  ତାହା  କିମ୍ବା  ତା’ର  କୌଣସି  ଅଂଶ , ଯାହା  ପ୍ରଦାନ  କରାଯାଇନଥାଏ , ବକେୟା  ଭୂ – ରାଜସ୍ଵଭାବେ   ଉଦ୍ଧାର  କିମ୍ବା  ଆଦାୟ  କରିବା  ନିମନ୍ତେ  ।

(ଖ)  ଏପରି  ଆବେଦନପତ୍ର , ନ୍ୟାୟାଳୟ  ଶୁଳ୍କ  ଏବଂ  ଆଦେଶିକା – ଶୁଳ୍କ  ବହନ  କରିବ , ଯେପରି  ସୂଚୀ – ୧ରେ  ଧାର୍ଯ୍ୟ  କରାଯାଇଛି    ।

(୧୪)ଆବେଦନପତ୍ର  ପାଇବା  ପରେ , ରାଜସ୍ୱଉଚ୍ଚକର୍ମଚାରୀ  କାର୍ଯ୍ୟାନୁଷ୍ଠାନ  ଆରମ୍ଭ  କରିବେ  ଏବଂ  ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ , ସେ  କ୍ଷତିପୂରଣ  କିମ୍ବା  ସେଥିରେ  ପ୍ରଦାନ  କରାଯାଇନଥିବା   ଅଂଶକୁ  ଏକ  ବକେୟା  ଭୂ -  ଖଜଣା  ଭାବେ   ଆଦାୟ  କରିବା  ନିମନ୍ତେ  କାର୍ଯ୍ୟାନୁଷ୍ଠାନ   ଗ୍ରହଣ  କରିବେ    ।

ଉଲ୍ଲେଖ  ଥାଉ  ଯେ , ଏହାକୁ   ଏକ  ବକେୟା   ଭୂ – ଖଜଣା କିମ୍ବା  ଭୂ – ରାଜସ୍ୱ  ଭାବେ  ଉଦ୍ଧାର  କରିବା  ନିମନ୍ତେ  କାର୍ଯ୍ୟାନୁଷ୍ଠାନ  ପୂର୍ବରୁ , ତାହା  ପ୍ରଦାନ  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉପ – କୃଷକ  କିମ୍ବା  ଉପ – ରୟତ୍  କିମ୍ବା ଉତ୍ତରାଧିକାରୀଙ୍କୁ , ଯେଉଁ  ସ୍ଥଳରେ   ଯେପରି   ପ୍ରୟୋଗନୀୟ , ତାହା  ପ୍ରଦାନ  କରିବା  ନିମନ୍ତେ , ସୁଯୋଗ  ପ୍ରଦାନ   କରିବ   ।

[୧୨ . ଦଫା  ୪ର ଉପ – ଦଫା  [(୮- କ) ଅନୁଯାୟୀ , ଯଥାଯଥ  ଖଜଣାର  ସ୍ଥିରୀକରଣ  : -  ଦଫା ୪ର  ଉପ – ଦଫା  [ (୮ - କ) ଏବଂ  (୯)  ଅନୁଯାୟୀ , ଯଥାଯଥ  ଖଜଣା  ସ୍ଥିର  କରିବାରେ  ରାଜସ୍ୱ  ଉଚ୍ଚକର୍ମଚାରୀ   ପାର୍ଶ୍ଵବର୍ତ୍ତୀ  ସ୍ଥାନର  ସେହି  ପ୍ରକାର  ଜମି   ଏବଂ  ସେହି  ପ୍ରକାର  ସୁବିଧା  ନିମନ୍ତେ , ରୟତ୍ ଙ୍କ   ଦ୍ଵାରା  ନଗଦ  ଅର୍ଥରେ  ଦେୟ  ଖଜଣା  ହାରକୁ  ଗ୍ରହଣ  କରିବେ , ଯାହାକି  ସେତେବେଳେ   ବଳବତ୍ତର  ଥିବା  ଖତିୟାନ୍  କିମ୍ବା  ଅନ୍ୟ  ନଥିରୁ  ଉଦ୍ରେକ୍  ହୁଏ  ।

[ ୧୨ – ‘କ’ – (୧)  କୃଷି  ବ୍ୟତୀତ  ଅନ୍ୟ   ଉଦ୍ଦେଶ୍ୟ  ନିମନ୍ତେ  ତାଙ୍କର  କୃଷି  ଜମିକୁ  ବ୍ୟବହାର  କରିବା  ନିମନ୍ତେ , କୌଣସି  ରୟତ , ଫର୍ମ   ନଂ . ୨୫ ରେ  , କ୍ଷମତାୟୀତ   ଉଚ୍ଚକର୍ମଚାରୀଙ୍କୁ , କୌଣସି  ଆବେଦନପତ୍ର  ପ୍ରଦାନ  କରିପାରନ୍ତି   ।

(ଖ) ଆବେଦନ  ଗ୍ରହଣ  କରିବା  ପରେ , କ୍ଷମତାୟୀତ  ଅଧିକାରୀ  ଏକ  ମୋକଦ୍ଦମା  ନିବନ୍ଧନ  କରିବେ  ଏବଂ  ଯଦି  ଏପରି   ଜମି  ଏପରି  କୌଣସି  ଅଞ୍ଚଳରେ  ସ୍ଥିତ  ଥାଏ , ଯେଉଁଥି  ପ୍ରତି  ଓଡିଶା  ନଗର   ଉନ୍ନୟନ  ଯୋଜନା  ଏବଂ  ଉନ୍ନୟନ  ଟ୍ରଷ୍ଟ  ଆଇନ୍ , ୧୯୬୫ , କିମ୍ବା  ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ ,  ଓଡିଶା  ଉନ୍ନୟନ  ଅଧିକାରୀ  ଆଇନ୍ ୧୯୮୨  ବଳବତ୍ତର ଥାଏ , ସେପରିସ୍ଥଳେ  କ୍ଷମତାୟୀତ  ଅଧିକାରୀ  କିମ୍ବା  ଉଚ୍ଚକର୍ମଚାରୀ , ସଂପୃକ୍ତ   ଉନ୍ନୟନ  ଅଧିକାରୀଙ୍କୁ   ତାଙ୍କର  ମତାମତ  ଦାଖଲ  କରିବା  ନିମନ୍ତେ  ଅନୁରୋଧ  କରି , ଫର୍ମ  ନଂ – ୨୬ରେ ପରିବର୍ତ୍ତନ  ନିମନ୍ତେ  , ଉକ୍ତ  ଆବେଦନ  ପତ୍ରକୁ  ଉଲ୍ଲେଖ  କରିବେ  ଏବଂ  ଏପରି  କରିବା  ସମୟରେ , ଉନ୍ନୟନ  ଯୋଜନା /ମାଷ୍ଟର  ପ୍ଳାନ /ଉନ୍ନୟନ  ଯୋଜନା/ ନଗର   ଉନ୍ନୟନ   ଯୋଜନାରେ  ଉକ୍ତ  ଅଞ୍ଚଳ   ନିମନ୍ତେ  ପରିକଳ୍ପିତ   ଭୂମି  କିମ୍ବା  ଜମିର   ବ୍ୟବହାରକୁ  ଦୃଷ୍ଟିରେ   ରଖିବେ , ଯାହାକି  ଉକ୍ତ  ଆଇନ୍  ଅନୁଯାୟୀ  ପ୍ରସ୍ତୁତ  କରାଯାଇଛି  କିମ୍ବା  ପ୍ରକାଶନ  କାରାଯାଇଛି  । କ୍ଷମତାୟୀତ  ଅଧିକାରୀ   କିମ୍ବା  ଉଚ୍ଚକର୍ମଚାରୀଙ୍କ  ଠାରୁ  ତାହା  ଗ୍ରହଣ  କରିବାର   ତିରିଶ  ଦିନ  ମଧ୍ୟରେ , ସଂପୃକ୍ତ  ଉନ୍ନୟନ  ଅଧିକାରୀ / ନଗର  ଉନ୍ନୟନ  ଯୋଜନା  ଅଧିକାରୀ / ଉନ୍ନୟନଟ୍ରଷ୍ଟ ,ତାଙ୍କର  ମତାମତ  ପ୍ରଦାନ  କରିବେ , ଯାହାର  ଅକୃତକାର୍ଯ୍ୟତାରେ , ଏହା  ଧରାଯିବ  ଯେ , ଆବେଦିତ  ପରିବର୍ତ୍ତନ   ପ୍ରତି  କୌଣସି  ଆପତ୍ତି  ନାହିଂ   ।

(ଗ) ଆବେଦନକାରୀଙ୍କୁ  ଶୁଣାଣୀର  ଏକ  ଯଥାଯଥ  ସୁଯୋଗ  ପ୍ରଦାନ  କରି , କ୍ଷମତାୟୀତ  ଉଚ୍ଚକର୍ମଚାରୀ  ଉକ୍ତ  ବିଷୟ  ସଂବନ୍ଧରେ  ତଦନ୍ତ  କରିବେ  କିମ୍ବା  ତାଙ୍କ  ଅଧନସ୍ତ   କୌଣସି  ଉଚ୍ଚକର୍ମଚାରୀ  ଦ୍ଵାରା  କରାଇବେ   ।

(ଘ) ପରିବର୍ତ୍ତନ  ନିମନ୍ତେ  ଆବେଦନପତ୍ର   ବିଚାର   କରିବା  ସମୟରେ , କ୍ଷମତାୟୀତ  ଉଚ୍ଚକର୍ମଚାରୀ  ନିଜକୁ  ସନ୍ତୁଷ୍ଟ   କରିବେ  ଯେ , ଏପରି  ପ୍ରସ୍ତାବିତ  ପରିବର୍ତ୍ତନ , ନିମ୍ନ  ବିଷୟ   କରିବ  ନାହିଂ : -

(୧) ପ୍ରାକୃତିକ  ଜଳ  ପ୍ରବାହକୁ  ପ୍ରତିବନ୍ଧିତ  କରିବା , ଯାହା  ଦ୍ଵାରା  ପାର୍ଶ୍ଵବର୍ତ୍ତୀ  କୃଷି   ଜମିରେ  ଜଳପ୍ଲାବନ  ଘଟିବ ; କିମ୍ବା

(୨) ପାର୍ଶ୍ଵବର୍ତ୍ତୀ  ସ୍ଥାନରେ  ‘ କୃଷି – ହୋଲ୍ ଡିଙ୍ଗ’ ରେ   ଜଳସେଚନ   ନିମନ୍ତେ  ଜଳ   ବହନ  ନିମନ୍ତେ , ଜଳର  ଉତ୍ସକୁ   ପ୍ରତିବନ୍ଧିତ  କରିବା ;

(ଙ) କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଯଦି  ଏପରି  ପରିବର୍ତ୍ତନ  ଆପତ୍ତିଜନକ , ସଠିକ୍  ନୁହେଁ  କିମ୍ବା  ଆବେଦନକାରୀଙ୍କ  ଦ୍ଵାରା  ପ୍ରଦତ୍ତ  ତଥ୍ୟ   ସଠିକ୍   ନୁହେଁ   ବୋଲି  ବିବେଚନା   କରନ୍ତି ;  ତାହେଲେ  ସେ  ତାହା  ଲିପିବଦ୍ଧ  କରିବେ  ଏବଂ  ଆବେଦନକାରୀଙ୍କୁ  ସୂଚୀତ  କରି , ତାହା  ନାକଚ୍  କରିବେ   ।

(୨) (କ) ତଦନ୍ତ   ପରେ , ଯଦି  କ୍ଷମତାୟୀତ  ଉଚ୍ଚକର୍ମଚାରୀ  ସନ୍ତୁଷ୍ଟ  ହୁଅନ୍ତି  ଯେ , ପ୍ରସ୍ତାବିତ୍  ପରିବର୍ତ୍ତନ  ସଠିକ୍  ପ୍ରକୃତିର   ଅଟେ ; ସେପରିସ୍ଥଳେ  ସେ ଏପରି  ପରିବର୍ତ୍ତନକୁ  ଅନୁମୋଦନ   କରିବେ  ଏବଂ  ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍ , ୧୯୬୨ ର  ବ୍ୟବସ୍ଥାବଳୀ  ଅନୁଯାୟୀ , ପଟ୍ଟା  ଭିତ୍ତି  ଉପରେ , ଜମି  ବନ୍ଦୋବସ୍ତ  କରିବା  ନିମନ୍ତେ  ଆଦେଶ  ଦେଇପାରନ୍ତି   ।

(ଖ) ଉଭୟ  ଗ୍ରାମାଞ୍ଚଳ  ଏବଂ  ସହରାଞ୍ଚଳରେ , ଅଣ –କୃଷି  ଉଦ୍ଦେଶ୍ୟ  ନିମନ୍ତେ , ଜମି  ବନ୍ଦୋବସ୍ତର  ସର୍ତ୍ତାବଳୀ  ଏପରି   ହେବ , ଯେପରି  ଷ୍ଟାଣ୍ଡାର୍ଡ  ପଟ୍ଟା – ଦଲିଲ୍ ର   ଫର୍ମ  ନଂ – ୨୭ ରେ  ଯେପରି , ଧାର୍ଯ୍ୟ  ଏବଂ  ଯେପରି  ସମୟାନୁକ୍ରମେ , ସରକାରଙ୍କ  ଦ୍ଵାରା  ସ୍ଥିର  କରାଯାଇପାରେ   ।

(୩) ସେହି କ୍ଷେତ୍ରରେ , ଯେଉଁ  ସ୍ଥଳରେ  ଏପରି ପରିବର୍ତ୍ତନ , ୧୯୯୪  ମସିହା  ଜୁଲାଇ  ୧ ତାରିଖ  ପୂର୍ବରୁ  ଘଟିଥାଏ ; ସେପରିସ୍ଥଳେ  କ୍ଷମତାୟୀତ  ଉଚ୍ଚକର୍ମଚାରୀ , ରୟତ୍  କିମ୍ବା  ବ୍ୟକ୍ତିଙ୍କୁ  ଫର୍ମ  ନଂ – ୨୮ ରେ  ଏକ  ସୂଚନା  ପ୍ରଦାନ  କରିବେ , ଯାହାଙ୍କୁ  ରୟତ୍ ଦ୍ଵାରା  ଜମି  ହସ୍ତାନ୍ତରୀତ  ହୋଇଛି  ଏବଂ  ତାଙ୍କୁ  ପ୍ରିମିୟମ  ଏବଂ  ବ୍ଭୁ – ରାଜସ୍ୱ  ପ୍ରଦାନ   କରିବା  ପରେ , ଏପରି  ଜମିକୁ  ଓଡିଶା  ସରକାରୀ  ଜମି ବନ୍ଦୋବସ୍ତ  ଆଇନ୍ , ୧୯୬୨ ର  ବ୍ୟବସ୍ଥାବଳୀ  ଅନୁଯାୟୀ , ପଟ୍ଟା  ଭିତ୍ତିରେ ବନ୍ଦୋବସ୍ତ   କରାଯିବ   ।

(୪) (କ) ଉପ – ନିୟମାବଳୀ (୨) ଏବଂ (୩) ଅନୁଯାୟୀ , ଉଭୟ  କ୍ଷେତ୍ରରେ , ଜମିସ୍ଥିର  କରିବା  ପୂର୍ବରୁ , କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଆଇନ୍ ର  ଦଫା  ୮ – କ  ଉପ – ଦଫା  (୩) ରେ  ଧାର୍ଯ୍ୟ  ହାର  ସହିତ  ସମନ୍ଵୟ   ରକ୍ଷାକରି  ପ୍ରଦାନ  କରାଯିବାକୁ  ଥିବା  ପ୍ରିମିୟମର  ପରିମାଣ   ଆକଳନ   କରିବା  ସହିତ  ଏବଂ  ପାର୍ଶ୍ଵବର୍ତ୍ତୀ  ଅଣ – କୃଷି  ଏକ  ପ୍ରକାର  ଜମି  ନିମନ୍ତେ   ଆକଳିତ  ଭୂ – ରାଜସ୍ୱ  ମଧ୍ୟ  ଆକଳିତ  କରିବେ  ଏବଂ  ସେହି  ବ୍ୟକ୍ତିଙ୍କୁ  ସୂଚୀତ  କରିବେ ,  ଯେକି  ଏପରି  କୃଷି   ଜମିକୁ  ଅନ୍ୟ  ଉଦ୍ଦେଶ୍ୟ  ନିମନ୍ତେ  ପରିବର୍ତ୍ତନ  କରିଛନ୍ତି  କିମ୍ବା  ହସ୍ତାନ୍ତରୀତ  ବ୍ୟକ୍ତିଙ୍କୁ , ଯେଉଁ  ସ୍ଥଳରେ  ଯେପରି   ପ୍ରୟୋଗନୀୟ , ଏପରି  ପ୍ରିମିୟମ  ଅବମ  ଭୂ – ରାଜସ୍ୱ  ସଂପୂର୍ଣ୍ଣଭାବେ , ତିରିଶ  ଦିନ  ମଧ୍ୟରେ  ଜମା  କରିବା  ନିମନ୍ତେ  କହିବେ ;

ଉଲ୍ଲେଖ  ଥାଉ ଯେ ,  ଉପନିୟମ (୨) ଅନୁଯାୟୀ   ଅବୃତ   କ୍ଷେତ୍ରଗୁଡ଼ିକରେ , ଭୂ – ରାଜସ୍ୱ , ପରିବର୍ତ୍ତନ  ତାରିଖ  ପରେ , ପରବର୍ତ୍ତୀ  କୃଷି  ବର୍ଷ  ଠାରୁ  ଦେୟ  ହେବ , ଏବଂ  ଉପ – ନିୟମ  (୩) ଅନୁଯାୟୀ  ଆବୃତ   କ୍ଷେତ୍ରଗୁଡ଼ିକରେ , ଏହା  ସେହି  ତାରିଖ   ହେବ , ଯେବେ  ପ୍ରକୃତ  ପରିବର୍ତ୍ତନ   ଘଟିଛି , ଏବଂ  ଏହା  ଓଡିଶା  ତମାଦି  ଆଇନ୍ , ୧୯୬୪ ଅନୁଯାୟୀ  , ତମାଦିର  ନିୟନ୍ତ୍ରଣାଧିନ  ହେବ   ।

(ଖ) ଉପ – ନିୟମ  (୨) ଅନୁଯାୟୀ  କ୍ଷେତ୍ରଗୁଡ଼ିକ   ସଂବନ୍ଧରେ , ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ପ୍ରଦାନ  କରିବା  ନିମନ୍ତେ  କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଆବେଦନପତ୍ର  ଉପରେ , ବ୍ୟତିକ୍ରମ  ଏବଂ  ସଠିକ୍  କ୍ଷେତ୍ରରେ , ଆବେଦନକାରୀଙ୍କୁ , ବନ୍ଦୋବସ୍ତ  ଆଦେଶ  ତାରିଖରୁ  ଷାଠିଏ  ଦିନରୁ  ଅଧିକ  ସମୟ  ଅନୁମୋଦନ   କରିପାରନ୍ତି   ।

(ଗ) ଉପନ – ନିୟମ (୩) ଅନୁଯାୟୀ , କ୍ଷେତ୍ରଗୁଡ଼ିକ   ସଂବନ୍ଧରେ , ଏପରି  ଆକଳିତ  ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ଚାରୋଟି  ସମାନ୍  ‘ କ୍ଵାଟର୍ ଲି ’ କିସ୍ତିରେ  ପ୍ରଦାନ   କରାଯାଇପାରେ ,  ଯେପରି   କ୍ଷମତାୟୀତ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଧାର୍ଯ୍ୟ   କରାଯିବ  ଏବଂ  କୌଣସି  ଚାରିମାସିଆ  ସମୟର   ଶେଷ  ତାରିଖରେ  ଖିଲାପ  ଉପରେ , ବଳକା   ଅର୍ଥରାଶିକୁ , ଅର୍ଥ  ପ୍ରଦାନର  ଶେଷ  ତାରିଖରୁ , ଏକମାସ   ସମୟ  ମଧ୍ୟରେ , ଗୋଟିଏ   କିସ୍ତିରେ  ପ୍ରଦାନ  କରାଯିବ ; ଯାହାର  ଅକୃତ  କାର୍ଯ୍ୟତାରେ ଏପରି  ଅର୍ଥରାଶିକୁ , ଓଡିଶା  ସର୍ବସାଧାରଣ   ଦାବୀ  ଉଦ୍ଧାର  ଆଇନ୍ , ୧୯୬୨  ଅନୁଯାୟୀ , ବକେୟା  ଭୂ – ଖଜଣା  କିମ୍ବା  ଭୂ – ରାଜସ୍ୱ  ଭାବେ  ଉଦ୍ଧାର  କରାଯିବ   ।

(୫) ପ୍ରିମିୟମ  ଏବଂ  ଭୂ – ରାଜସ୍ୱ  ସଂପୂର୍ଣ୍ଣଭାବେ  ପ୍ରଦାନ  ତାରିଖରୁ , ପନ୍ଦରଦିନ  ସମୟ  ମଧ୍ୟେର , କ୍ଷମତାୟୀତ  ଉଚ୍ଚକର୍ମଚାରୀ , ଫର୍ମ ନଂ – ୨୭ ରେ , ପଟ୍ଟା – ଦଲିଲ୍  ସଂପାଦନ  କରିବେ । ]

[୧୩ – ଦଫା  ୯ର   ଉପ – ଦଫା  (୧କ) ଏବଂ  ଉପ – ଦଫା  (୪) ଅନୁଯାୟୀ   ଆବେଦନପତ୍ରର  ଫର୍ମ  ଏବଂ  ଆବେଦନର  ପଦ୍ଧତି  : - (୧) ଦଫା  ୯ର  ଉପ – ଦଫା  (୧ – କ) ଅନୁଯାୟୀ  [ଆବେଦନପତ୍ର  ଓଡିଶା  ଭୂ – ସଂସ୍କାର ସାଧାରଣ  (ସଂଶୋଧନ) ନିୟମାବଳୀ , ୧୯୮୫  ର  ପ୍ରଚଳନ  ତାରିଖରୁ  ତିନିବର୍ଷ   ମଧ୍ୟରେ , ଫର୍ମ ନଂ – ୧୭ରେ  ଦାଖଲ  କରାଯିବ ;

ଉଲ୍ଲେଖଥାଉ ଯେ , ୧୯୮୧ ମସିହା  ଫେବୃୟାରୀ  ୧୯ ତାରିଖ  ପରେ  ଉପରୋକ୍ତ  ତାରିଖ  ପୂର୍ବରୁ  କରାଯାଇଥିବା  ଏପରି  କୌଣସି  ଆବେଦନପତ୍ର , ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ , ଉକ୍ତ ଉପ – ଦଫା  (୧ - କ) ଅନୁଯାୟୀ , ଧାର୍ଯ୍ୟ  ସମୟ ମଧ୍ୟରେ  ଦାଖଲ  କରାଯାଇଥିବା  ଏକ  ଆବେଦନପତ୍ର   ଭାବେ  ବିବେଚନା  କରାଯିବ   ।

(୨) ଦଫା  ୯ ର  ଉପ – ଦଫା (୪) ଅନୁଯାୟୀ  ଆବେଦନପତ୍ର , ବିବାଦ  ତାରିଖରୁ  ଷାଠିଏ   ଦିନ  ମଧ୍ୟରେ  ଦାଖଲ   କରାଯିବ   ।

(୩) ଉପ – ନିୟମ  (୧) କିମ୍ବା  ଉପ – ନିୟମ  (୨) ଅନୁଯାୟୀ  ଆବେଦନପତ୍ର , ସେହିପରିଭାବେ  ଫର୍ମ  ନଂ – ୧୭ ରେ ଦାଖଲ  କରାଯିବ , ଯେପରି  ଉପ  - ନିୟମାବଳୀ  (୩), (୪), ଏବଂ  (୫) ଏବଂ  ନିୟମ  ୧୦ ରେ ଉଲ୍ଲେଖ  କରାଯାଇଛି   ।

[(୪) ଦଫା  ୯ ର  ଉପ – ଦଫା  (୧-କ) ଅନୁଯାୟୀ   ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରମାଣପତ୍ରର   ମଞ୍ଜୁରୀ : - ଦଫା  ୯ର  ଉପ – ଦଫା  (୧ - କ) ଅନୁଯାୟୀ  ପ୍ରମାଣପତ୍ର , ଫର୍ମ ନଂ – ୨୧ରେ  ହେବ   ।

[୧୩ – ‘କ’ – ଦଫା  ୯ର  ଉପ –ଦଫା  (୨) ଅନୁଯାୟୀ  କ୍ଷତିପୂରଣ  ପ୍ରଦାନ  କରିବା  ନିମନ୍ତେ  ପଦ୍ଧତି : - (୧) (କ)  ଯେତେବେଳେ  ଦଫା  ୯ର  ଉପ – ଦଫା  (୨)  ରେ  ଉଲ୍ଲେଖିତ  ରୟତ୍  କିମ୍ବା  କୃଷକ , କ୍ଷତିପୂରଣ  ଉପରେ , ଅର୍ଥ  ଅର୍ପଣ   କରନ୍ତି  କିମ୍ବା  ପ୍ରଦାନ  କରନ୍ତି  ଏବଂ  ଏପରି  କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି , ଏହା  ଗ୍ରହଣ  କରିବାକୁ  ପ୍ରତ୍ୟାଖ୍ୟାନ  କରେ  କିମ୍ବା  ଏହା  ନିମନ୍ତେ  ଏକ  ରସିଦ୍  ମଞ୍ଜୁର  କରିବାକୁ  ପ୍ରତ୍ୟାଖ୍ୟାନ  କରେ ; କିମ୍ବା

(ଖ) ଯେତେବେଳେ  ଏପରି  କ୍ଷତିପୂରଣ , ଯୁଗ୍ମଭାବେ  ସମ – ଅଂଶୀଦାରମାନଙ୍କୁ  ଦେୟ  ହୋଇଥାଏ  ଏବଂ ରୟତ୍  କିମ୍ବା  କୃଷକ  ଏପରି  ଅର୍ଥ  ନିମନ୍ତେ , ଏପରି  ସମ – ଅଂଶୀଦାରମାନଙ୍କ  ଠାରୁ  ଏକ  ଯୁଗ୍ମ  ରସିଦ୍  ଗ୍ରହଣ  କରିବାରେ   ଅସମର୍ଥ   ହୁଏ  ଏବଂ ସେମାନଙ୍କ   ତରଫରୁ  ଏପରି  କ୍ଷତିପୂରଣ   ଅର୍ଥରାଶି   ଗ୍ରହଣ  କରିବା  ଏବଂ  ରସିଦ୍  ମଞ୍ଜୁର  କରିବା  ନିମନ୍ତେ , କୌଣସି  ବ୍ୟକ୍ତିଙ୍କୁ  କ୍ଷମତାୟୀତ  କରାଯାଇ  ନଥାଏ ; କିମ୍ବା

(ଗ) ଯେତେବେଳେ  ରୟତ୍  କିମ୍ବା  କୃଷକ , କ୍ଷତିପୂରଣ  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି   କିମ୍ବା  ବ୍ୟକ୍ତିମାନଙ୍କ  ସଂବନ୍ଧରେ   ସଂଦେହ  ଗ୍ରହଣ  କରନ୍ତି ; ସେପରିସ୍ଥଳେ   ରୟତ୍  କିମ୍ବା  କୃଷକ , ସେଥିପ୍ରତି  ହକ୍ ଦାର୍  ବ୍ୟକ୍ତି   କିମ୍ବା  ବ୍ୟକ୍ତିମାନଙ୍କୁ  ଦେୟ  କ୍ଷତିପୂରଣ   ସମସ୍ତ  ଅର୍ଥରାଶି  , ନ୍ୟାୟାଳୟରେ  ଜମା  କରିବା  ନିମନ୍ତେ   ଅନୁମତି  ପାଇଁ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ   କରିପାରନ୍ତି  ଏବଂ  ଆଦେଶ  ଗ୍ରହଣ  କରିପାରନ୍ତି   ।

(୨) ଉପ – ନିୟମ (୧) ଅନୁଯାୟୀ , ଆବେଦନ  ପତ୍ର , ସୂଚୀ – ୧ରେ  ଧାର୍ଯ୍ୟ  ନ୍ୟାୟାଳୟ  ଶୁଳ୍କ  ଏବଂ ଆଦେଶିକାଶୁଳ୍କ   ବହନ  କରିବ  ଏବଂ  ଅନ୍ୟାନ୍ୟ  ବିଷୟ ମଧ୍ୟରେ  ନିମ୍ନ  ବିବରଣୀ  ଧାରଣା  କରିବ , ଯଥା : -

() ସେହି  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କର  ନାମ , ଯାହାଙ୍କ  ଜମାରେ , ଏପରି  ଅର୍ଥରାଶି  ଜମା  କରାଯିବ ; ଏବଂ ଅନ୍ୟାନ୍ୟ  ବିଷୟ  ମଧ୍ୟରେ , ନିମ୍ନ  ବିଷୟ  ଧାରଣ  କରିବ , ଯଥା : -

(୧) ସେହି  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କର  ନାମ , ଯାହାଙ୍କ  ଜମାରେ , ଏପରି  ଅର୍ଥରାଶି  ଜମା  କରାଯିବ ; ଏବଂ

(୨) ସମ – ଅଂଶୀଦାରମାନଙ୍କ  କ୍ଷେତ୍ରରେ   ଏପରି  ସମ – ଅଂଶୀଦାରମାନଙ୍କ  ନାମ , ଯାହାଙ୍କ  ପ୍ରତି  ଏପରି  କ୍ଷତିପୂରଣ  ପ୍ରାପ୍ୟ   ଅଟେ  କିମ୍ବା  ସେମାନଙ୍କ  ମଧ୍ୟରୁ   ସେହିମାନେ  ଯାହାଙ୍କୁ  ରୟତ୍  କିମ୍ବା  କୃଷକ  ଧାର୍ଯ୍ୟ  କରିବା  ନିମନ୍ତେ ସକ୍ଷମ  ଅଟନ୍ତି   ।

(୩) ଏପରି  ଆବେଦନପତ୍ର , ରୟତ୍  କିମ୍ବା   କୃଷକଙ୍କ   ଦ୍ଵାରା  ସ୍ଵାକ୍ଷରିତ ଏବଂ  ଅର୍ଜିର  ଯାଞ୍ଚ  ନିମନ୍ତେ , ଦେୱାନୀ   କାର୍ଯ୍ୟବିଧି  ସଂହିତା , ୧୯୦୮ ରେ ଉଲ୍ଲେଖିତ  ପଦ୍ଧତି   ଅନୁଯାୟୀ   ଏହାକୁ   ଯାଞ୍ଚ  କରାଯିବ   ।

(୪) ଯଦି  ଏହା ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରତୀତ  ହୁଏ ଯେ , ଯେ  ଆବେଦନପତ୍ରରେ  ଉଲ୍ଲେଖିତ  ବିଷୟ ସଠିକ୍  ଅଟେ  ଏବଂ କ୍ଷତିପୂରଣ  ଅର୍ଥରାଶି  ଜମା  କରିବା  ନିମନ୍ତେ  ଆବେଦନକାରୀ  ହକ୍ ଦାର୍  ଅଟନ୍ତି ; ସେପରିସ୍ଥଳେ  ସେ  ତାହା  ଗ୍ରହଣ  କରିବେ  ଏବଂ  ଫର୍ମ  ନଂ – ୨୩ ରେ  ଏଥି  ନିମନ୍ତେ  ଏକ  ରସିଦ୍  ମଞ୍ଜୁର୍  କରିବେ  ।

(୫) ରୟତ୍  କିମ୍ବା  କୃଷକ  ଦ୍ଵାରା  ଦେୟ  କ୍ଷତିପୂରଣ  ରାଶି  ନିମନ୍ତେ , ଏପରି  ମଞ୍ଜୁର  କରାଯାଇଥିବା  ରସିଦ୍  ଏକ  ଅର୍ଥଗ୍ରହଣ   ତାଲିକାଭାବେ   ସେହିପରିଭାବେ  ଏବଂ   ସେହି  ପରିମାଣରେ  କାର୍ଯ୍ୟକାରୀ  ହେବ , ଯେପରି  କ୍ଷତିପୂରଣ  ରାଶି , ସଂପୂର୍ଣ୍ଣ  ଭାବେ  ଗ୍ରହଣ  କରାଯାଇଛି   ।

(୬) ଆବେଦନପତ୍ରରେ   ଧାର୍ଯ୍ୟ  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କ  ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ  ଗ୍ରହଣ  କରିଥିବା  ଜମା   ଅର୍ଥରାଶି  ସଂବନ୍ଧରେ ଏକ  ସୂଚନା  ଜାରୀକରିବେ  ଏବଂ  ଅର୍ଥ  ଗ୍ରହଣ  କରିବା  ନିମନ୍ତେ , ଉକ୍ତ  ସୂଚନା  ଗ୍ରହଣ   ତାରିଖରୁ  ଷାଠିଏ  ଦିନ  ସମୟ ପ୍ରଦାନ  କରିବେ  ।

(୭) (କ)  ରାଜସ୍ୱ  ଉଚ୍ଚକର୍ମଚାରୀ , ସେଥିପ୍ରତି  ହକ୍ ଦାର୍   ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ  ଜମା  ହୋଇଥିବା  ଅର୍ଥରାଶି  ପ୍ରଦାନ କରିବେ , ଯଦି  ସେ  କିମ୍ବା  ସେମାନେ  ବ୍ୟକ୍ତିଗତଭାବେ  କିମ୍ବା  କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ , ଉପରୋକ୍ତ  ତାରିଖ   ମଧ୍ୟରେ  ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି   ।

(ଖ) ଯଦି  ଏପରି  ଅର୍ଥ  ଗ୍ରହଣ  କରିବା  ନିମନ୍ତେ , ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ ତାଙ୍କ  ସମ୍ମୁଖରେ  ଉପସ୍ଥିତ  ହୁଅନ୍ତି  ନାହିଂ ; ସେପରି  ସ୍ଥଳେ  ଓଡିଶା  ତହବିଲ୍  ସଂହିତାର   ଅଂଶ- ୨ ରେ   ଧାରୀତ  ଗୌଣ  ନିୟମ  ୪୨୪ ରେ  ଧାର୍ଯ୍ୟ   ପଦ୍ଧତିରେ , ଉକ୍ତ  ସମୟ  ଅତିବାହିତ  ହେବା  ପରେ , ଜମା ଥିବା  ଅର୍ଥରାଶିକୁ , ରାଜସ୍ୱ  ଜମାରେ  ରଖାଯିବ  ଏବଂ  ସେହି  ଏକା  ସମୟରେ  ଏହି  ବିଷୟ  ପ୍ରତି , ହକ୍ ଦାର୍  ବ୍ୟକ୍ତି କିମ୍ବା  ବ୍ୟକ୍ତିମାନଙ୍କୁ  ଏପରି ଜମା  ବିଷୟ  ସୂଚୀତ   କରିବେ  ।

(୮) ନ୍ୟାୟାଳୟରେ  ଜମା  ଅର୍ଥରାଶି  କିମ୍ବା  ରାଜସ୍ୱ   ଜମା  ଅର୍ଥରାଶି , କୌଣସି  ସୁଧା  ବହନ  କରିବ  ନାହିଂ  । ରାଜସ୍ୱ  ଜମା  ଅଧିନରେ   ଥିବା  ଅର୍ଥରାଶି , ଓଡିଶା  ତହକିଲ୍  ସଂହିତାର  ନିୟମ – ୪୩୫ ରେ ଧାର୍ଯ୍ୟ  ସମୟର  ସମାପ୍ତିପରେ , ସରକାରଙ୍କ  ପ୍ରତି  ବ୍ୟାଜ୍ୟାପ୍ତ  ହେବ  ଏବଂ  ଯଦି ଏପରି  ଅର୍ଥ  ପାଇବା  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନେ , ଏପରି  ଅର୍ଥରାଶିର   ଫେରସ୍ତି   ଚାହାଁନ୍ତି ;  ସେପରି ସ୍ଥଳେ  ଓଡିଶା  ତହକିଲ୍  ସଂହିତାରେ   ଉଲ୍ଲେଖିତ  ବ୍ୟାଜ୍ୟାପ୍ତ   ଜମାର  ଫେରସ୍ତି ସଂବନ୍ଧରେ   ପଦ୍ଧତି  , ପ୍ରୟୋଗ  ହେବ    ।

୧୩ – ଖ : - ଦଫା  ୯ର  ଉପ – ଦଫା  (୩) ଅନୁଯାୟୀ  ଯଥାଯଥ  ଖଜଣା  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ନିକଟବର୍ତ୍ତୀ  ଅଞ୍ଚଳରେ  ଥିବା  ସେହି ଏକ  ପ୍ରକାର  ଜମି  ଏବଂ  ସେହି  ଏକା  ପ୍ରକାର  ସୁବିଧା  ଥିବା  ଜମି  ସଂବନ୍ଧରେ   ଦେୟ   ଖଜଣାକୁ   ବିବେଚନା   କରିବେ   ।

୧୩ – ଗ : - ଦଫା  ୯ର  ଉପ – ଦଫା  (୧ - କ) ଅନୁଯାୟୀ , ପ୍ରମାଣ  ପତ୍ରର  ନିର୍ଗମ  ପରେ , ଯେତେ ଶୀଘ୍ର  ସମ୍ଭବ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ପ୍ରମାଣପତ୍ରର  ଏକ  ନକଲ , ସେହି  ଦକ୍ଷ  ଅଧିକାରୀଙ୍କ  ନିକଟକୁ  ପ୍ରେରଣ  କରିବେ , ଯେକି  ଖତିୟାନ  ରକ୍ଷଣାବେକ୍ଷଣ  କରନ୍ତି   ।

୧୩ –‘ଘ’ : - ଯେତେବେଳେ   ଦଫା  ୯ର  ଉପ – ଦଫା  (୧) ରେ  ବ୍ୟବସ୍ଥାୟୀତ  ଉପାୟରେ , ଉପଯୁକ୍ତ  ଏବଂ  ସମାନ ଖଜଣା   ଧାର୍ଯ୍ୟ  କରାଯାଏ , ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ସେହି  ଦକ୍ଷ  ଅଧିକାରୀଙ୍କୁ , ଉପଯୁକ୍ତ  ଏବଂ  ସମାନ  ଖଜଣା  ଧାର୍ଯ୍ୟ  କରି  ଉକ୍ତ  ଏକ  ନକଲ  ପ୍ରେରଣ  କରିବେ , ଯେକି  ଖତିୟାନ  ରକ୍ଷଣାବେକ୍ଷଣ  କରନ୍ତି   ।

୧୪ . ଦଫା  ୧୧ ର  ଉପ – ଦଫା  (୨) , (୩) ଏବଂ  (୪)  ଅନୁଯାୟୀ  ସୂଚନା : - (୧) ଦଫା  ୧୧ର  ଉପ – ଦଫା  (୨), (୩) ଏବଂ  (୪)  ଅନୁଯାୟୀ  ସୂଚନା , ଫର୍ମ  ନଂ – ୩ରେ  ହେବ   ।

(୨) ଦଫା ୧୧ର  ଉପ – ଦଫା  (୫) ଅନୁଯାୟୀ , ସେପରି  ସଂଖ୍ୟକ  ସୂଚନାର  ନକଲ   ଦାଖଲ  କରାଯିବ , ଯେପରି  ସଂଖ୍ୟକ   ଜମିଦାରଙ୍କ  ଉପରେ  ଏପରି  ସୂଚନାଜାରୀ  ଆବଶ୍ୟକ   ଅଟେ   ।

(୩) ସୂଚନାର  ଦୁଇଟି  ଅଧିକ  ନକଲ  ମଧ୍ୟ ଦାଖଲ  କରାଯିବ , ଯେଉଁଥି  ମଧ୍ୟରୁ  ଗୋଟିଏ  ନକଲ , ତାଙ୍କ  କାର୍ଯ୍ୟାଳୟ  ନଥି  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ରଖାଯିବ  ଏବଂ  ଅନ୍ୟ  ନକଲଟି  ସେହି  ଅଧିକାରୀଙ୍କୁ  ପ୍ରେରଣ  କରାଯିବ , ଯେ କି  ଖତିୟାନ  ରକ୍ଷଣାବେକ୍ଷଣ  କରିବା  ନିମନ୍ତେ  ଦକ୍ଷ  ଅଟନ୍ତି   ।

(୪) ପ୍ରତ୍ୟକ  ଗ୍ରାମ  ନିମନ୍ତେ , ପୃଥକ୍  ସୂଚନା  ଦାଖଲ  କରାଯିବ   ।

୧୫ . ଦଫା  ୧୨ର  ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର ଦାଖଲକରିବା  ପଦ୍ଧତି  : -  ଦଫା ୧୨ର  ଉପ – ଦଫା  (୧) ଅନୁଯାୟୀ  କୌଣସି  ଆବେଦନପତ୍ର   ଦାଖଲ  କରିବା  ପଦ୍ଧତି , ସେହି  ପ୍ରକାର  ହେବ , ଯେପରି  ନିୟମ  ୧୦ର – ଉପନିୟମାବଳୀ   (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ  ହୋଇଛି   ।

[୧୫ – ‘କ’ – ଦଫା  ୧୪ (୨) ଅନୁଯାୟୀ  ସୂଚନା  : - ଦଫା  ୧୪ର ଉପ – ଦଫା  (୨)  ପ୍ରତି  ପ୍ରଥମ  ପ୍ରତିବନ୍ଧ  ଅନୁଯାୟୀ   ସୂଚନା , ଫର୍ମ ନଂ ୨୪ ରେ  ହେବ   ।

୧୬ .  ଦଫା  ୧୫ ଅନୁଯାୟୀ  ଆବେଦନପତ୍ର  : - [(୧) ଦଫା  ୧୫ ଅନୁଯାୟୀ  କୌଣସି  ଆବେଦନପତ୍ର , ସେହି  ପଦ୍ଧତିରେ  ଦାଖଲ  କରାଯିବ , ଯେପରି   ନିୟମ  ୧୦ର ଉପ – ନିୟମ  (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ   ହୋଇଛି   ।

(୨) ସେହି  ସମସ୍ତ  ଗ୍ରାମବାସୀ  କିମ୍ବା  ଗ୍ରାମଗୁଡିକ  ଉପରେ  ଏକ  ସାଧାରଣ  ସୂଚନା  ମଧ୍ୟ  ଜାରୀ  କରାଯିବ , ଯେଉଁଠି  ଏପରି  ଜମି ସ୍ଥିତ  ଅଟେ, ଏବଂ  ଆପତ୍ତି  ମଧ୍ୟ  ଆହ୍ଵାନ  କରାଯିବ  ।

(୩) ନିୟମ  ୪ରେ ବ୍ୟବସ୍ଥାୟୀତ  ପଦ୍ଧତିରେ , ଏପରି  ସୂଚନା  ଜାରୀ  କରାଯିବ ।

[୧୬ – ‘କ’ – ଦଫା  ୧୫ର  ଉପ – ଦଫା  (୨) ଅନୁଯାୟୀ  ତାଙ୍କ  ଉପରେ  ଜାରୀ  କରାଯାଇଥିବା  କୌଣସି  ସୂଚନାକୁ  ଯଦି   କୌଣସି  କୃଷକ  ପରିଚାଳନା  କରିବାରେ ଅକୃତକାର୍ଯ୍ୟ  ହୁଏ  କିମ୍ବା  ଉକ୍ତ  ଦଫାର  ଉପ – ଦଫା  (୫) ଅନୁଯାୟୀ  ତାଙ୍କ  ଉପରେ  ଜାରୀ କରାଯାଇଥିବା  କୌଣସି  ସୂଚନାକୁ   ପରିପାଳନ  କରିବାରେ  କୌଣସି   ଜମିଦାର  ଅକୃତକାର୍ଯ୍ୟ  ହୁଅନ୍ତି ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଫର୍ମ ନଂ ୧୪ରେ ଏକ  ଆଦେଶ  ଏପରି  ଉଚ୍ଚକର୍ମଚାରୀ  କିମ୍ବା  ଅଧିକାରୀଙ୍କୁ  ନିର୍ଗମ  କରିବେ , ଯେପରି  ସେଥିରେ  ଧାର୍ଯ୍ୟ  କରାଯାଇଥିବ , ଏବଂ  ଜମିଦାର  କିମ୍ବା  କୃଷକକୁ  ଉକ୍ତ  ଜମିର  ଦଖଲ  ପ୍ରଦାନ  କରିବା  ନିମନ୍ତେ   ନିର୍ଦ୍ଦେଶ   ଦେବେ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ   । ]

୧୭ . ଦଫା  ୧୬ ଅନୁଯାୟୀ , କୌଣସି  କୃଷକର  ଚିହ୍ନଟ  ସଂବନ୍ଧରେ   ବିବାଦ  କ୍ଷେତ୍ରରେ  ତଦନ୍ତ  : - କୌଣସି  ଜମିର  ଚାଷରେ  ଥିବା  କୌଣସି  କୃଷକର  ଚିହ୍ନଟ  ସଂବନ୍ଧରେ  ଦଫା  ୧୬ ଅନୁଯାୟୀ  କୌଣସି  ବିବାଦରେ ତଦନ୍ତ , ନିମ୍ନଲିଖିତ   ବିଷୟ  ଉପରେ , ବିଚାରକୁ  ନିଆଯିବ , ଯଥା : -

(କ) ଏହି  ବିଷୟ ଉପରେ , କୌଣସି  ନକ୍ଷ  ନ୍ୟାୟାଳୟଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ ;

(ଖ) କୃଷକର  ଚିହ୍ନଟ  ସଂବନ୍ଧରେ , ଜମିଦାର  ଏବଂ  କୃଷକର  ବିବରଣୀ   ।

(ଗ)  ବିବାଦରେ  ଥିବା  ଜମିର  ଦଖଲରେ  ପ୍ରମାଣରେ  ଖଜଣା – ରସିଦ୍ ର  ଉପଲବ୍ଧତା ;

(ଘ) ଦାବିର  ସମର୍ଥନରେ  ଉପଲବ୍ଧ  ଅନ୍ୟ  କୌଣସି  ସାକ୍ଷ୍ୟ , ତାହା  ମୌଖିକ  କିମ୍ବା  ଦବଲୀୟ ହୋଇଥାଉ   ।

୧୮ . ଦଫା  ୧୭ରେ  ପରିକଳ୍ପିତ  ଅନୁଯାୟୀ , ଖଜଣା  ରସିଦ୍ ଏବଂ  ଏହାର  ବିପରୀତ  ନକଲରେ  ନିର୍ଦ୍ଧିଷ୍ଟ  ବିବରଣୀ  ଲିପିବଦ୍ଧ   କରାଯିବ : - ଦଫା  ୧୭ର ଉପ – ଦଫା  (୧) ଅନୁଯାୟୀ  ମଞ୍ଜୁର  କରାଯିବାକୁ  ଥିବା  ରସିଦ୍ ଏବଂ  ଉପ – ଦଫା  (୨) ଅନୁଯାୟୀ  ପରିକଳ୍ପିତ  ଏହାର ପ୍ରତିଲିପି କିମ୍ବା  ନକଲରେ , ନିମ୍ନଲିଖିତ  ବିବରଣୀ  ରହିବ , ଯଥା : -

(କ) ଗ୍ରାମର  ନାମ ;

(ଖ) ରସିଦ୍  ସଂଖ୍ୟା ;

(ଗ) ଜମିଦାରଙ୍କ  ନାମ ;

(ଘ) କୃଷକର  ନାମ ;

(ଙ) ହୋଲ୍ ଡିଂ ସଂଖ୍ୟା ;

(ଚ) ରୟତି  କିମ୍ବା  ଚାଷ  ଅଂଚଳ ;

(ଛ) ଖଜଣା  ଏବଂ ସେସର୍  ବାର୍ଷିକ  ଦାବୀ ;

(ଜ) ବକେୟା  ଖଜଣା   ଏବଂ  ସେସ୍ , ଯଦି  କିଛି  ଥାଏ ;

(ଝ) କେଉଁ  ବର୍ଷ  କିମ୍ବା  ବର୍ଷଗୁଡିକ  ନିମନ୍ତେ , ଖଜଣା  ଇତ୍ୟାଦି  ପ୍ରଦାନ  କରାଯାଇଛି ;

(ଞ୍ଜ) ସମୁଦାୟ  ଖଜଣା  ଅର୍ଥରାଶି  ଏବଂ  ଜମି  ଖଜଣା  ଏବଂ ସେସର୍  ପରିମାଣ , ଯାହା  ପ୍ରଦାନ କରାଯାଇଛି ;

(ଟ) ଯେଉଁ  ସ୍ଥଳରେ  ଖଜଣା , ଆକାର  ପ୍ରକାରରେ  ଏପରି  ଆକାର  ପ୍ରକାର  ପ୍ରଦାନ କରାଯାଏ , ସେପରିସ୍ଥଳେ , ଖଜଣା  ପ୍ରକାରର  ପ୍ରକୃତି ; ଏବଂ

(ଠ) ସୁଧର  ପରିମାଣ  ଏବଂ  ପ୍ରଦାନ  କରାଯାଇଥିବା  ଅନ୍ୟ  ଅର୍ଥରାଶି, ଯଦି  କିଛି  ଥାଏ  ।

୧୯ . ଦଫା  ୧୯ର   ଉପ – ଦଫା  (୧) ର  ଧାରା  (୨) ଅନୁଯାୟୀ , କୌଣସି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  କେଉଁ  ପଦ୍ଧତିରେ  ବିଭାଜନ   ଆଦେଶ  ପ୍ରଦାନ  କରାଯାଇପାରେ  : - (୧) ଦଫା  ୧୯ର ଉପ –ଦଫା  (୧) ର  ଧାରା (ଗ) ଅନୁଯାୟୀ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କୌଣସି  ଆଦେଶ  ନିମନ୍ତେ  ଆବେଦନ  କରୁଥିବା  କୌଣସି  ବ୍ୟକ୍ତି , ସମ – ଅଂଶୀଦାର  ରୟତମାନଙ୍କ  ମଧ୍ୟରେ  କୌଣସି  ‘ ହୋଲ୍ ଡିଂ ’ ର  ବିଭାଜନକୁ  ପ୍ରଭାବିତ  କରିବା  ନିମନ୍ତେ , ଜମି  ଏବଂ ଅନ୍ୟାନ୍ୟ  ବିଷାଦ  ବିବରଣୀ  ପ୍ରଦାନ କରି ,  ଏକ  ଆବେଦନ  ପତ୍ର  ଦାଖଲ  କରିବେ   ।

(୨) ଏପରି  ଆବେଦନପତ୍ରରେ , ଅନ୍ୟ  ସମ – ଅଂଶୀଦାର  ରୟତ୍  ଏବଂ ଜମିଦାରଙ୍କୁ , ବିପରୀତ  ପକ୍ଷ  ଭାବେ  ଉଲ୍ଲେଖ  କରାଯିବ    ।

(୩) ନିୟମ   ୧୦ର  ଉପ – ନିୟମାବଳୀ  (୩), (୪) ଏବଂ (୫) ରେ  ଉଲ୍ଲେଖିତ  ପଦ୍ଧତି  ଅନୁଯାୟୀ  , ଏହା ଦାଖଲ  କରାଯିବ  ।

(୪) ଗୋଟିକରୁ  ଅଧିକ ‘ ହୋଲ୍ ଡିଂ ’ ର  ବିଭାଜନ  ନିମନ୍ତେ , ଗୋଟିକରୁ  ଅଧିକ  ଆବେଦନପତ୍ର  ଆବଶ୍ୟକ  ହେବ  ନାହିଂ , ଯଦି  ତାହା  ସେହି  ଏକା  ଗ୍ରାମରେ  ସ୍ଥିତ  ଥାଏ , ଏବଂ  ଯଦି  ସେଗୁଡିକ  ଏକା  ଜମିଦାରଙ୍କ  ଅଧିନରେ , ସେହି  ଏକା  ସମ – ଅଂଶୀଦାରଙ୍କର  ହୋଇଥାଏ   ।

(୫) ରାଜସ୍ୱ  ଉଚ୍ଚାକର୍ମଚାରୀ , ଏ ବିଷୟରେ , ବିପରୀତ ପକ୍ଷକୁ  ଶୁଣାଣୀର ଯଥାଯଥ  ସୁଯୋଗ  ପ୍ରଦାନ  କରିବେ   ।

(୬) ଆବେଦନପତ୍ରର  ଫଇସଲା   ନିମନ୍ତେ , ସେ  ଆବଶ୍ୟକ  ଅନୁଯାୟୀ  ଏପରି  ଅନ୍ୟ  ତଦନ୍ତ  କରିବେ  ।

(୭) ଏପରି  ଆବେଦନପତ୍ର   ଅନୁମୋଦନ  କରାଯାଇପାରେ , ଯେତେବେଳେ  ସମସ୍ତ  ସମ – ଅଂଶୀଦାରଙ୍କ  ରୟତ୍  ଆବେଦିତ  ବିଭାଜନ  ପ୍ରତି  ସେମାନଙ୍କର  ସମ୍ମତି  ପ୍ରଦାନ  କରନ୍ତି ;

(୮) ଯଦି  ସମ – ଅଂଶୀଦାର  ରୟତ୍ ମାନଙ୍କ   ମଧ୍ୟରେ  କୌଣସି  ମତ  ପାର୍ଥକ୍ୟ  ଥାଏ ; ସେପରି ସ୍ଥଳେ  ବିଭାଜନ  ନିମନ୍ତେ  ଆବେଦନପତ୍ରକୁ  ନାକଚ୍  କିମ୍ବା  ପ୍ରତ୍ୟାଖ୍ୟାନ  କରାଯିବ   ।

(୯) ଯେଉଁ  ସ୍ଥଳରେ  କୌଣସି  ବିଭାଜନ  ଅନୁମୋଦନ  କରାଯାଏ , ସେପରିସ୍ଥଳେ  ସମ – ଅଂଶୀଦାର ରୟତ୍ ର  ‘ହୋଲ୍ ଡିଂ ’ କୁ  ବିଭାଜନ  କରୁଥିବା  ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କ  ଆଦେଶ , ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ଙ୍କ   ଅଂଶ  ପ୍ରତି  ଆବଣ୍ଟିତ  ପ୍ଳଟ  ଉଲ୍ଲେଖ  କରିବା  ସହିତ , ବିଭାଜନ  ପରେ , ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ଙ୍କ  ଦ୍ଵାରା  ଦେୟ  ଖଜଣା , ସେସ୍ ର  ଅର୍ଥ ରାଶି  ଏବଂ  ଅନ୍ୟାନ୍ୟ  ଆଇନ ସମ୍ମତ  ଦେୟ  ବିଷୟ  ମଧ୍ୟ  ଉଲ୍ଲେଖ  କରିବେ ;

(୧୦)ଯଦି  କୌଣସି  ‘ ହୋଲ୍ ଡିଂ’ ର  ବିଭାଜନ  ସମୟରେ  କୌଣସି  ସର୍ବକ୍ଷେଣ  ପ୍ଲଟ୍ ର   ଉପ – ବିଭାଜନ  ଆବଶ୍ୟକ  ହୁଏ ; ସେପରିସ୍ଥଳେ , ବିଭାଜନର  ଚୂଡାନ୍ତ  ଆଦେଶ  ପ୍ରଦାନ  କରାଯିବା  ପୂର୍ବରୁ , ଆବଶ୍ୟକ  ତଦନ୍ତ କରାଯିବା  ପରେ , ଏପରି  ବିଭାଜନ  କେବଳ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ   ଦ୍ଵାରା  କରାଯିବ ;

ଉଲ୍ଲେଖ ଥାଉ ଯେ ,  ଯେ  ପର୍ଯ୍ୟନ୍ତ  ଆବେଦନକାରୀଙ୍କ  ଦ୍ଵାରା  ଧାର୍ଯ୍ୟ  ଶୁଳ୍କ  ପ୍ରଦାନ କରାନଯାଇଛି , ସେପର୍ଯ୍ୟନ୍ତ   ଏପରି  କୌଣସି  ଉପ – ବିଭାଜନ  କରାଯିବ  ନାହିଂ  ଏବଂ ଏବଂ  ଏପରି  ଉପବିଭାଜନ   ନିମନ୍ତେ  ଆବଶ୍ୟକ  ତଦନ୍ତ  କରାଯିବ  ନାହିଂ ;

ଆହୁରି  ଉଲ୍ଲେଖ  ଥାଉ ଯେ , ଯଦି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁମୋଦିତ  ସମୟ  ମଧ୍ୟରେ  ଏପରି  ଶୁଳ୍କ  ପ୍ରଦାନ  କରାନଯାଏ ; ସେପରିସ୍ଥଳେ  ବିଭାଜନ  ନିମନ୍ତେ ଆବେଦନ  ପତ୍ରକୁ  ଖାରଜ  କରାଯିବ  ।

[୧୯- ‘ କ ’ (୧) – ଯାହା  ହେଉନା  କାହିଁକି , ଯେଉଁ  ସ୍ଥଳରେ , କୌଣସି  ଅଂଚଳ  ସଂବନ୍ଧରେ  ଓଡିଶା  ସର୍ବକ୍ଷେଣ  ଏବଂ  ବନ୍ଦୋବସ୍ତ  ଆଇନ୍ , ୧୯୫୮ ର  ଦଫା  ୧୧ , ୧୮  କିମ୍ବା  ୩୬ ର ଅନୁଯାୟୀ  ଆଦେଶ  ନିର୍ଗମ  କରାଯାଇଥାଏ ; ସେପରିସ୍ଥଳେ   ନିୟମ  ୧୯ର  ପ୍ରୟୋଗ  ହେବ  ନାହିଂ  ।

(୨) କୌଣସି  ଅଂଚଳ , ଯେଉଁଠାରେ  ସର୍ବକ୍ଷେଣ   ଏବଂ  ବନ୍ଦୋବସ୍ତ  କାର୍ଯ୍ୟ  ଅଗ୍ରଗତି   କରୁଥାଏ ; ସେପରିସ୍ଥଳେ  ଏହି  ଆଇନ୍ ର  ଦଫା  ୧୯ର  ଉପ – ଦଫା  (୧) ର  ଧାରା  (ଖ) ଅନୁଯାୟୀ  କୌଣସି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  କୌଣସି  ଆବେଦନ ପତ୍ର , ମୌଖିକ   ହୋଇପାରେ   ।

(୩) ସମସ୍ତ  ସମ – ଅଂଶୀଦାର  ରୟତଙ୍କ  ଦ୍ଵାରା   ବ୍ୟକ୍ତିଗତଭାବେ  କିମ୍ବା  ସେମାନଙ୍କର   କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ , ଏପରି  କୌଣସି  ଆବେଦନପତ୍ର , ରାଜସ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ   ।

(୪) ସମସ୍ତ  ସମ  ଅଂଶୀଦାର  ରୟତ୍ ଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ   କିମ୍ବା  ସେମାନଙ୍କ   କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ  ଏପରି  ଆବେଦନପତ୍ର , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କର  କୌଣସି  ଅଧନସ୍ତ  କର୍ମଚାରୀଙ୍କୁ  ପ୍ରଦାନ  କରାଯାଇପାରେ ଏବଂ ରାଜସ  ଉଚ୍ଚକର୍ମଚାରୀଙ୍କର  ଏପରି   ଅଧିନସ୍ତ  କର୍ମଚାରୀ , ଏପରି  ମୌଖିକ  ଆବେଦନପତ୍ରକୁ  ଲିଖିତ  ଭାବେ ଲିପିବଦ୍ଧ  କରିବେ  ଏବଂ  ତାହା  ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କୁ  ପ୍ରେରଣା  କରିବେ   ।

(୫) ବିଭାଜନକୁ  ଅନୁମୋଦନ  କରି  କିମ୍ବା  ଅନୁମୋଦନ  ନକରି , ଆଦେଶ  ପ୍ରଦାନ  କରିବା  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀ  ଆବଶ୍ୟକ  ଅନୁଯାୟୀ  ଏପରି  କୌଣସି  ତଦନ୍ତ  କରିପାରନ୍ତି   ।

(୬) ଆଦେଶ  ପ୍ରଦାନ  କରିବା  ପୂର୍ବରୁ , ରାଜସ୍ୱ   ଉଚ୍ଚକର୍ମଚାରୀ , ପାରସ୍ପରିକ  ସମ୍ମତି ଉପରେ , ‘ ହୋଲ୍ ଡିଂ’ ର  ବିଭାଜନ  ପ୍ରତି  ସେମାନଙ୍କର  ସମ୍ମତି  ସୂଚୀତ  କରି , ନଥିରେ  ସମସ୍ତ  ସମ – ଅଂଶୀଦାର  ରୟତ୍  କିମ୍ବା  ସେମାନଙ୍କର କ୍ଷମତାୟୀତ  ପ୍ରତିନିଧିଙ୍କ  ସ୍ଵାକ୍ଷର  କିମ୍ବା  ବୃଦ୍ଧାଙ୍ଗୁଷ୍ଟି  ଚିହ୍ନ  ଗ୍ରହଣ  କରିବେ   ।

(୭) ଯେତେବେଳେ  କୌଣସି  ବିଭାଜନ  ଅନୁମୋଦିତ  ହୁଏ , ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ପ୍ରତ୍ୟକ  ସମ – ଅଂଶୀଦାର  ରୟତ୍ ର  ଅଂଶରେ  ପଡୁଥିବା  ପ୍ଲଟ୍ କୁ  ତଥା  ବିଭାଜନ  ପରେ  ପ୍ରତ୍ୟକ  ସମ – ଅଂଶିଦାର୍  ଦ୍ଵାରା  ଦେୟ ଖଜଣା , ସେସ୍  ଏବଂ  ଅନ୍ୟ  ସ୍ଥାନୀୟ  ପ୍ରାପ୍ୟ  ସ୍ପଷ୍ଟଭାବେ   ଉଲ୍ଲେଖ  କରିବେ   ।

(୮) ବିଭାଜନ  ପରେ  ସୃଷ୍ଟ  ନୂତନ  ‘ ହୋଲ୍ ଡିଂ ’ ସଂବନ୍ଧରେ  ପ୍ରତ୍ୟକଙ୍କ  ଦ୍ଵାରା  ଦେୟ  ଖଜଣା ପରିମାଣ  ସଂବନ୍ଧରେ , ସମ – ଅଂଶିଦାର୍  ରୟତ୍ ମାନଙ୍କ  ମଧ୍ୟରେ  କୌଣସି  ବିବାଦ  କ୍ଷେତ୍ରରେ ; ବିଭାଜନ  ନିମନ୍ତେ  ପ୍ରାର୍ଥନାକୁ  ଖାରଜ କିମ୍ବା  ନାକଚ୍  କରାଯିବ ;

୨୦ . ଦଫା ୧୯ର  ଉପ – ଦଫା  (୨) ଅନୁଯାୟୀ  ସୂଚନା  : - (୧) ଦଫା ୧୯ର ଉପ – ଦଫା (୪) ଅନୁଯାୟୀ  ପରିକଳ୍ପିତ  ସୂଚନା , ଫର୍ମ  ନଂ – ୪ରେ   ହେବ  ।

(୨) ଉପ – ନିୟମ (୧) ଅନୁଯାୟୀ  ଦାଖଲ  କରିବାକୁ  ଥିବା  ସୂଚନା  ଏବଂ  ତା’ର ନକଲ  ସଂଖ୍ୟା , ନିୟମ  ୧୪ର ଉପ – ନିୟମ  (୨) , (୩) ଏବଂ  (୪) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  ହେବ   ।

୨୧ . ଦଫା  ୧୯ର  ଉପ – ଦଫା  (୪) ଅନୁଯାୟୀ  ତାଲିକା  : - (୧) ଦଫା  ୧୯ର ଉପ –ଦଫା  (୪) ଅନୁଯାୟୀ  ପରିକଳ୍ପିତ  ତାଲିକା , ଫର୍ମ  ନଂ – ୫ ରେ   ହେବ   ।

(୨) କୌଣସି  ପତ୍ର  ବାହକ  ଦ୍ଵାରା କିମ୍ବା   ପ୍ରାପ୍ତି  ସ୍ଵୀକାର  ସହିତ  ରେଜେଷ୍ଟ୍ରି  ଡାକ  ଯୋଗେ , ନ୍ୟାୟାଳୟ  ଦ୍ଵାରା  ଏହା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ   ।

(୨) ଉପ – ନିୟମ  (୨) ଅନୁଯାୟୀ   ପ୍ରେରଣ  କରାଯିବାକୁ  ଥିବା  ତାଲିକା ଏବଂ  ତା’ର  ନକଲ  ସଂଖ୍ୟା ; ନିୟମ  (୪) ର  ଉପ – ନିୟମାବଳୀ (୨), (୩) ଏବଂ (୪) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  ହେବ   ।

[୨୧ –‘କ’ – ଦଫା ୧୯ର ଉପ – ଦଫା  (୬) ଅନୁଯାୟୀ ପରିକଳ୍ପିତ ତାଲିକା , ଫର୍ମ ନଂ ୫ – ‘କ’ ରେ  ହେବ  ।]

୨୨ . ଦଫା  ୨୦ର  ଉପ – ଦଫା  (୧) ଅନୁଯାୟୀ  ଆବେଦନର   ପଦ୍ଧତି  : - ଦଫା  ୨୦ର ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର  ନିୟମ  ୧୦ର ଉପ – ନିୟମାବଳୀ (୩) ,(୪) ଏବଂ  (୫) ରେ , ବ୍ୟବସ୍ଥାୟୀତ  ଅନୁଯାୟୀ   ପ୍ରଦାନ  କରାଯିବ   ।

[୨୨ – ‘କ’ – ଦଫା ୨୩ର ଉପ – ଦଫା  (୨) ଅନୁଯାୟୀ  ପ୍ରଦାନ  କରାଯାଇଥିବା   କୌଣସି   ଘୋଷଣା ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଫର୍ମ  ନଂ – ୧୬ରେ  ଏକ  ପରୱାନା ତାଙ୍କ  କର୍ମଚାରୀଙ୍କର  କୌଣସି  ସଦସ୍ୟ  କିମ୍ବା ଅନ୍ୟ  କୌଣସି  ବ୍ୟକ୍ତିଙ୍କୁ  ନିର୍ଗମ  କରିବେ  ଏବଂ  ଯଦି  ସେପରି  ଆବଶ୍ୟକ  ହୁଏ , ତାହେଲେ  ଦଫା ୨୩  ଅନୁଯାୟୀ  ଏପରି  ଆଦେଶ  ଦ୍ଵାରା  ବାଧ୍ୟ  କୌଣସି  ବ୍ୟକ୍ତିଙ୍କୁ  ଅପସାରଣ  ଦ୍ଵାରା , ହସ୍ତାନ୍ତରଣକାରୀ  କିମ୍ବା  ଏପରି  ଜମିର  ଦଖଲରେ  ତାଙ୍କର  ଉତ୍ତରାଧିକାରୀଙ୍କୁ  ରଖିବେ   ।

୨୨ – ଖ : - ନିୟମ  ୨୨ – ‘କ’ ଅନୁଯାୟୀ  ଯେଉଁ  ବ୍ୟକ୍ତିଙ୍କ  ପ୍ରତି  ଏକ  ପରୱାନା  ନିର୍ଗମ  କରାଯାଇଥାଏ , ସେ ଏପରି  ଜମିର  ଦଖଲରେ , ହସ୍ତାନ୍ତରଣକାରୀ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ ଦଖଲରେ ରଖିବା  ପରେ ; ଏପରେ  ପରୱାନାକୁ  ଫେରସ୍ତ  କରିବେ  ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ସନ୍ତୁଷ୍ଟ  ହେବା  ପରେ  ଯେ , ଉକ୍ତ ପରୱାନା  ସଠିକ୍  ଭାବେ  ସଂପାଦକ   କରାଯାଇଛି ; ସେଥିରେ  ପ୍ରତି  ସ୍ଵାକ୍ଷର  କରିବେ  ଏବଂ  ମୋକଦ୍ଦମାର   ଏକ  ଅଂଶଭାବେ , ତାହା  ରଖିବେ   ।

୨୨ – ‘ଗ’ : - ଯେତେବେଳେ  ଏପରି  ପରୱାନାର  ସଂପାଦନ  କରିବା  ନିମନ୍ତେ  ନିର୍ଦ୍ଦେଶିତ  ବ୍ୟକ୍ତି , ହସ୍ତାନ୍ତରଣକାରୀ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ , ସେଥିରେ  ଉଲ୍ଲେଖିତ  ଧାର୍ଯ୍ୟ  ତାରିଖରେ  ଦଖଲ  ପ୍ରଦାନ  କରିବାରେ   ଆକୃତିକାର୍ଯ୍ୟ  ହୁଅନ୍ତି ; ସେପରିସ୍ଥଳେ   ରାଜସ୍ୱ  ଉଚ୍ଚକର୍ମଚାରୀ , ଅନ୍ୟ ଏକ  ପରୱାନା  ସେହି  ବ୍ୟକ୍ତିଙ୍କୁ  କିମ୍ବା  କର୍ମଚାରୀମାନଙ୍କ  ମଧ୍ୟରୁ  ଅନ୍ୟ  କୌଣସି  ସଦସ୍ୟଙ୍କୁ  ଅନ୍ୟ  ଏକ  ପରୱାନା  ନିର୍ଗମ  କରିପାରନ୍ତି  ।

୨୨ – ‘ଘ’ : - ଦଫା ୨୨-‘କ’  କିମ୍ବା  ୨୨- ‘ଖ’  ଅନୁଯାୟୀ  ନିର୍ଗମ   କରାଯାଇଥିବା  କୌଣସି  ପରୱାନାକୁ , ରାଜସ୍ୱ  ଉଚ୍ଚକର୍ମଚାରୀ , ଯେକୌଣସି  ସମୟରେ  ଫେରସ୍ତ  ନେଇପାରନ୍ତି  କିମ୍ବା   ନାକଚ୍  କରିପାରନ୍ତି ଏବଂ ପରୱାନାର  ସଠିକ୍ ସଂପାଦନ  ନିମନ୍ତେ  ଆବଶ୍ୟକ  ପୋଲିସ୍  କିମ୍ବା  ଅନ୍ୟ   ସାହାଯ୍ୟ  ନିମନ୍ତେ  ଆଦେଶ  ଦେଇପାରନ୍ତି   ।

୨୨ –‘ଙ’ : - ଯଦି  ପରୱାନାରେ   ଧାର୍ଯ୍ୟ ତାରିଖରେ , ଯେବେ ଉକ୍ତ  ଜମିର  ଦଖଲରେ , ହସ୍ତାନ୍ତରଣକାରୀ  କିମ୍ବା  ତା’ର  ଉତ୍ତରାଧିକାରୀଙ୍କୁ   ଦଖଲରେ  ରଖିବା  ସମୟରେ  ଉକ୍ତ  ଜମିରେ  ଦଣ୍ଡାୟମାନ  ଶସ୍ୟ  ତତ୍ କ୍ଷଣାତ  ଅମଳ  ନିମନ୍ତେ  ଉପଯୁକ୍ତ  ହୋଇନଥାଏ ,  ସେତେବେଳେ  ଏପରି  ସଂପାଦନକୁ  ସ୍ଥଗିତ  ରଖାଯିବ  ଏବଂ ଏପରି  ବିଷୟ  ସଂବନ୍ଧରେ  ଏକ  ବିବରଣୀ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ  ଏବଂ  ଏପରି  ବିବରଣୀ  ପାଇବା  ପରେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ସମୟ  ନିମନ୍ତେ  ସଂପାଦନକୁ   ସ୍ଥଗିତ  ରଖିବେ , ଯେ  ପର୍ଯ୍ୟନ୍ତ  ଏପରି  ଶସ୍ୟ  ଅମଳ  ନହୋଇଛି   ।

୨୨- ‘ଚ’  : - ରୟତ୍  କିମ୍ବା  କୃଷକ ଦ୍ଵାରା  ସମର୍ପଣ  କିମ୍ବା  ପରିତ୍ୟାଗ  : - (୧) ଦଫା  ୨୨ – ‘କ’ ର  ଉପ – ଦଫା  (୨) ରେ  ଉଲ୍ଲେଖିତ  ତଥ୍ୟକୁ , ଫର୍ମ ନଂ  ୧୮ରେ  ଦାଖଲ   କରାଯିବ  ।

(୨) ଆବେଦନକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧି  ଦ୍ଵାରା , ଫର୍ମ  ନଂ – ୧୮ରେ  ତଥ୍ୟକୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ବ୍ୟକ୍ତିଗତ  ଭାବେ  ପ୍ରଦାନ  କରାଯିବ  ।

(୩) ପ୍ରତ୍ୟକ୍  ଗ୍ରାମ  ନିମନ୍ତେ , ଫର୍ମ  ନଂ ୧୮ରେ  ଏକ ପୃଥକ୍  ଆବେଦନ  ପତ୍ର  ରହିବ ;

(୫) ସେହି  ଗ୍ରାମରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ଏପରି  ଆବେଦନପତ୍ରର  ଏକ  ନକଲ  ପ୍ରକାଶନ  କରାଯିବ , ଯେଉଁଠି  ଜମି  ସ୍ଥିତ  ଅଟେ , ଏବଂ  ଏପରି  ପ୍ରକାଶନ  ତାରିଖରୁ  ୩୦  ଦିନ  ସମୟ  ମଧ୍ୟରେ , ପ୍ରସ୍ତାବିତ  ସମର୍ପଣ  କିମ୍ବା  ପରିତ୍ୟାଗ  ପ୍ରତି , ଆପତ୍ତି  ଆହ୍ଵାନ  କରାଯିବ   । ଯେଉଁ  ସ୍ଥଳରେ ଏପରି  ଆବେଦନପତ୍ର   କୌଣସି  କୃଷକ  ଦ୍ଵାରା ପ୍ରଦାନ  କରାଯାଇଥାଏ , ସେପରିସ୍ଥଳେ  ତା’ ର  ନକଲ  ପ୍ରାପ୍ତି  ସ୍ଵୀକାର  ପତ୍ର  ସହ , ରେଜିଷ୍ଟ୍ରି  ଡାକଯୋଗେ  ପ୍ରେରଣ  କରାଯିବ   ।

(୬) ଆବେଦନକାରୀ  ଏବଂ  ଆପତ୍ତିକାରଙ୍କୁ  ସୂଚନା   ନିର୍ଗମ  କରିବା ପରେ ,  ଶୁଣାଣୀ  ନିମନ୍ତେ  ଏକ  ତାରିଖ  ଧାର୍ଯ୍ୟ   କରାଯିବ  । ଏପରି  ଶୁଣାଣୀ  ପରେ , ପ୍ରତ୍ୟକ   ଘଟଣା  ନିମନ୍ତେ  କିମ୍ବା  ମୋକଦ୍ଦମା   ନିମନ୍ତେ , ଚୂଡାନ୍ତ  ଆଦେଶ  ପ୍ରଦାନ  କରାଯିବ  । ଏପରି  ଚୂଡାନ୍ତ   ଆଦେଶ  ପ୍ରଦାନ  କରିବା  ସମୟରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ପ୍ରସ୍ତାବିତ୍  ସମର୍ପଣ  କିମ୍ବା  ପରିତ୍ୟାଗର  ପରିସ୍ଥିତି  ପ୍ରତି   ଦୃଷ୍ଟି  ଦେବେ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ  ଏବଂ  ସ୍ଥିର  କରିବେ  ଯେ , ପ୍ରାକୃତିକ   କାରଣ  ଯୋଗୁ , କେଉଁ  ସ୍ଥଳରେ  ଏପରି  ସମର୍ପଣ   କିମ୍ବା  ପରିତ୍ୟାଗ  ନିମନ୍ତେ  ଆବେଦନ  କରାଯାଇଛି , ଯେପରି  ଜଳପ୍ଲବନ  ମୃର୍ତ୍ତିକା  କ୍ଷୟ   ଇତ୍ୟାଦି  କିମ୍ବା  ସେତେବେଳେ  ବଳବତ୍ତର  ଥିବା  କୌଣସି  ଆଇନ୍ ର  ବ୍ୟବସ୍ଥାବଳୀକୁ  ପ୍ରତିହିତ  କରିବା   ନିମନ୍ତେ  କିମ୍ବା  କୌଣସି  ଆଇନ୍ , ଚୁକ୍ତି  ଡିକ୍ରୀ କିମ୍ବା  କୌଣସି  ଆଦେଶକୁ  ଅବହେଳା  କରିବା  ନିମନ୍ତେ  ।

(୭) ଯେଉଁ  ସ୍ଥଳରେ  ଦଫା  ୨୨ – ‘କ’ ର  ଉପ – ଦଫା  (୪) ଅନୁଯାୟୀ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , କୌଣସି  ‘ ହୋଲ୍ ଡିଂ ’ କିମ୍ବା  ତା’ର କୌଣସି  ଅଂଶର  ସମର୍ପଣ  କିମ୍ବା  ପରିତ୍ୟାଗ , ଅନୁମୋଦିତ  ହୁଏ , ସେପରିସ୍ଥଳେ  ଏପରି  ସମର୍ପିତ  କିମ୍ବା  ପରିତ୍ୟକ୍ତ  ହୋଲ୍ ଡିଂ  କିମ୍ବା  ତା’ର  ଅଂଶ , ସରକାରଙ୍କ  ଠାରେ  ନ୍ୟସ୍ତ  ହେବ

(୮) ଉପରେ  ଉଲ୍ଲେଖିତ  ଉପ – ଦଫା (୬) ଅନୁଯାୟୀ , ଚୂଡାନ୍ତ  ଆଦେଶର  ଏକ  ନକଲ , ଓଡିଶା  ସର୍ବକ୍ଷେଣ  ଏବଂ  ବନ୍ଦୋବସ୍ତ  ନିୟମାବଳୀ , ୧୯୬୨ର  ଅଧ୍ୟାୟ -୪ ଅନୁଯାୟୀ , ଖତିୟାନର  ରକ୍ଷଣାବେକ୍ଷଣରେ  ନ୍ୟସ୍ତ  ଥିବା  ତହସିଲ୍ ଦାର୍ ଙ୍କ   ନିକଟକୁ  , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରେରଣ  କରାଯିବ   ।]

ଅଧ୍ୟାୟ – ୩

ବ୍ୟକ୍ତିଗତ ଚାଷ ନିମନ୍ତେ , ଜମିର  ପୁନଃରୁଦ୍ଧାର

୨୩ . ଦଫା  ୨୬ର ଉପ – ଦଫା  (୧) ଅନୁଯାୟୀ  ଆବେଦନ  ପତ୍ରର  ଫର୍ମ  ଏବଂ  ପଦ୍ଧତି : - (୧) ଆଫା  ୨୬ର ଉପ – ଦଫା (୧) ଅନୁଯାୟୀ   ଆବେଦନପତ୍ର , ଫର୍ମ  ନଂ ୬ରେ  ହେବ   ।

(୨) ପ୍ରତ୍ୟକ  ଗ୍ରାମ  ନିମନ୍ତେ  କିମ୍ବା  ସଂବନ୍ଧରେ , ପ୍ରତ୍ୟକ  କୃଷକ  ନିମନ୍ତେ , ଏକ  ପୃଥକ୍  ଆବେଦନପତ୍ର  ଦାଖଲ  କରାଯିବ   ।

(୩) ଏପରି  ଆବେଦନପତ୍ର , ଏହାର  ଏକ  ନକଲ  ସହିତ  ପ୍ରଦାନ କରାଯିବ ;

(୪) ଏହା  ଆବେଦନକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧିଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରାଯିବ   ।

୨୪ . ଦଫା  ୨୬ର  ଉପ – ଦଫା (୨) ଅନୁଯାୟୀ  , ଆବେଦନପତ୍ରର ଫର୍ମ  ଏବଂ  ପଦ୍ଧତି  : - (୧) ଦଫା ୨୬ର  ଉପ – ଦଫା  (୨) ଅନୁଯାୟୀ  ଆବେଦନପତ୍ର , ଫର୍ମ  ନଂ – ୭ରେ  ହେବ  ।

(୨) ପ୍ରତ୍ୟକ  ଗ୍ରାମ  ସଂବନ୍ଧରେ , ପ୍ରତ୍ୟକ  ଜମିଦାରଙ୍କ  ନିମନ୍ତେ , ଏକ  ପୃଥକ୍ ଆବେଦନପତ୍ର  ଦାଖଲ  କରାଯିବ ;

[ଉଲ୍ଲେଖ  ଥାଉ ଯେ , ଯେଉଁ  ସ୍ଥଳରେ  ଜମିଦାରଙ୍କ  ସଂଖ୍ୟା  ଜଣକରୁ ଅଧିକ  ହୋଇଥାଏ  ଏବଂ  ତାଙ୍କ  ଦଖଲରେ  ଥିବା  ଜମି  ପ୍ରତି  ଜମିଦାରଙ୍କ  ସ୍ଵାର୍ଥ  ସଂବନ୍ଧରେ   କୃଷକ  କୌଣସି   ସଠିକ୍  ସଂଦେହ  ଗ୍ରହଣ   କରନ୍ତି ; ସେପରିସ୍ଥଳେ  ସେ  ଏପରି  ସମସ୍ତ  ଜମିଦାରଙ୍କ  ସଂବନ୍ଧରେ  ଗୋଟିଏ  ଆବେଦନପତ୍ର  ଦାଖଲ  କରିବେ   ।

(୩)  ଏପରି  ଆବେଦନପତ୍ର , ତା’ର  ଏକ  ନକଲ  ସହ ପ୍ରଦାନ  କରାଯିବ   ।

(୪) ଏହା , ଆବେଦନକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ   ପ୍ରତିନିଧିଙ୍କ  ଦ୍ଵାରା , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ବ୍ୟକ୍ତିଗତ  ଭାବେ  ପ୍ରଦାନ  କରାଯିବ   ।

୨୫ . ଦଫା  ୨୮ର  ଉପ – ଦଫା  (୧) ଅନୁଯାୟୀ  ଅଣ – ପୁନଃରୁଦ୍ଧାରନୀୟ  ଜମି  ନିମନ୍ତେ  , କ୍ଷତିପୂରଣ  ପ୍ରଦାନର  ପଦ୍ଧତି  : - (୧) ଅଣ – ପୁନଃରୁଦ୍ଧାରନୀୟ  ଜମି  ନିମନ୍ତେ   କ୍ଷତିପୂରଣ  ବ୍ୟକ୍ତିଗତ  ଭାବେ  କୃଷକ  ଦ୍ଵାରା  [କିମ୍ବା ତାଙ୍କ  ଉତ୍ତରାଧିକାରୀ ] ଦ୍ଵାରା , ଜମିଦାର  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧିଙ୍କୁ  ପ୍ରଦାନ  କରାଯିବ   ।

(୨) ଉପ – ନିୟମ (୧)  ଅନୁଯାୟୀ  ଏପରି  ଅର୍ଥ  ପ୍ରଦାନ  କରୁଥିବା  ବ୍ୟକ୍ତି , ଏପରି  ଅର୍ଥ  ପ୍ରଦାନ  ନିମନ୍ତେ  ଏକ  ରସିଦ୍  ପାଇବା  ନିମନ୍ତେ  ହକ୍ ଦାର୍  ହେବେ   ।

(୩) କୃଷକ [କିମ୍ବା  ତା’ର   ଉତ୍ତରାଧିକାରୀଙ୍କ  ଆପତ୍ତି  ଉପରେ , କ୍ଷତିପୂରଣ   ଅର୍ଥରାଶି  କିମ୍ବା ତା’ର କୌଣସି  କିସ୍ତି , ପୋଷ୍ଟାଲ୍  ରସିଦ୍ , ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ , ଅର୍ଥ  ପ୍ରଦାନର  ସମର୍ଥନରେ , ଏକ  ବୈଧ ରସିଦ୍ ଭାବେ  ବିବେଚନା  କରାଯିବ   ।

[(୩-କ) ଉପ – ନିୟମ  (୧) ପ୍ରତି  ଉଲ୍ଲେଖିତ  କୃଷକ , ତାଙ୍କ  ଉତ୍ତରାଧିକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧି , କ୍ଷତିପୂରଣ  ଉପରେ  ଯଦି  ଅର୍ଥି ଅର୍ପଣ  କରନ୍ତି  କିମ୍ବା  ପ୍ରଦାନ  କରନ୍ତି  ଏବଂ  ଏଠି ପ୍ରତି  ହକ୍ ଦାର୍  ବ୍ୟକ୍ତି  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧି , ଏକ  ରସିଦ୍  ମଞ୍ଜୁର  କରିବା  ନିମନ୍ତେ  ପ୍ରତ୍ୟାଖ୍ୟାନ  କରନ୍ତି  କିମ୍ବା  ଏହା  ଗ୍ରହଣ  କରିବା   ନିମନ୍ତେ  ପ୍ରତ୍ୟାଖ୍ୟାନ  କରନ୍ତି , କିମ୍ବା

(ଖ) ଯେତେବେଳେ  ଏପରି  କ୍ଷତିପୂରଣ , ସମ – ଅଂଶୀଦାରଙ୍କୁ  ଦେୟ  ହୋଇଥାଏ ଏବଂ  କୃଷକ  କିମ୍ବା  ତାଙ୍କ  ଉତ୍ତରାଧିକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ  ପ୍ରତିନିଧି , ଏପରି  ଅର୍ଥ  ନିମନ୍ତେ , ସମଅଂଶୀଦାରଙ୍କ  ଠାରୁ  ଏକ  ଯୁଗ୍ମ  ରସିଦ୍   ଗ୍ରହଣ  କରିବା  ନିମନ୍ତେ  ଅକ୍ଷମ  ହୁଅନ୍ତି  ଏବଂ  ସେମାନଙ୍କ  ତରଫରୁ  ଏପରି  କ୍ଷତିପୂରଣ   ଗ୍ରହଣ  କରିବା  ଏବଂ  ରସିଦ୍  ମଞ୍ଜୁର  କରିବା  ନିମନ୍ତେ  କୌଣସି  ବ୍ୟକ୍ତି  କ୍ଷମତାୟୀତ  ହୋଇନଥାନ୍ତି ; କିମ୍ବା

(ଗ) ଯେତେବେଳେ  କୃଷକ  କିମ୍ବା  ତାଙ୍କ   ଉତ୍ତରାଧିକାରୀ  କିମ୍ବା  ତାଙ୍କ  କ୍ଷମତାୟୀତ   ପ୍ରତିନିଧି , ଏପରି  କ୍ଷତିପୂରଣ  ଅର୍ଥରାଶି  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କ   ଅଧିକାର  ପ୍ରତି  ସଠିକ୍  ସଂଦେହ  ଗ୍ରହଣ  କରନ୍ତି ;

ସେପରିସ୍ଥଳେ  ସେ  ସେଥିପ୍ରତି   ହକ୍ ଦାର୍  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ  ଦେୟ  ସଂପୂର୍ଣ୍ଣ   କ୍ଷତିପୂରଣ  ରାଶି କିମ୍ବା  ଏହାର  କିସ୍ତିକୁ , ନ୍ୟାୟାଳୟରେ ଜମା  କରିବା  ନିମନ୍ତେ , ଏହି  ଆଇନ୍ ର  ଦଫା  ୨୮ର ଉପ – ଦଫା  (୨) ରେ ଧାର୍ଯ୍ୟ  ସମୟର  ଅତିବାହିତ  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ  କରିପାରନ୍ତି   ଏବଂ ତା  ଉପରେ , ଆଦେଶ  ଗ୍ରହଣ  କରିପାରନ୍ତି  ।

(୩- ଖ) ଉପ – ନିୟମ  (୩- କ) ପ୍ରତି  ଉଲ୍ଲେଖିତ  ଘଟଣା  ଗୁଡିକ  ସଂବନ୍ଧରେ , ନିୟମ  ୧୧ର  ଉପ – ନିୟମାବଳୀ (୫) ରୁ (୧୨) ରେ ଧାର୍ଯ୍ୟ  ପଦ୍ଧତି  ପରସ୍ପର  ପ୍ରତି  ପ୍ରୟୋଗ  ହେବ   ।]

(୪) ଏହି  ଆଇନ୍ ର  ଦଫା  ୩୦ର  ଉପ – ଦଫା (୨) ଅନୁଯାୟୀ , ବକେୟା  ଭୂ – ଖଜଣାଭାବେ  କ୍ଷତିପୂରଣ  ରାଶି  ତା’ର   କିସ୍ତିର  ଉଦ୍ଧାର  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  କୌଣସି  ଆବେଦନ  ପତ୍ର  କ୍ଷେତ୍ରରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏହାକୁ  ଏକ  ବକେୟା  ଭୂ – ଖଜଣା  ଭାବେ  ଆଦାୟ  କରିବା  ନିମନ୍ତେ , କାର୍ଯ୍ୟାନୁଷ୍ଠାନରେ  ଅଗ୍ରସର  ହେବା  ପୂର୍ବରୁ , ତାହା  ପ୍ରଦାନ  କରିବା  ନିମନ୍ତେ , କୃଷକମାନଙ୍କୁ  ଏକ  ଯଥାଯଥ  ସୁଯୋଗ  ପ୍ରଦାନ  କରିବେ  ।

୨୬ . ଉଦ୍ଧାରନୀୟ  ଏବଂ  ଅଣ – ଉଦ୍ଧାରନୀୟ  ଜମି  ସଂବନ୍ଧରେ  ପ୍ରମାଣ   ପତ୍ରର  ଫର୍ମ  : - (୧) ପୁନଃ  ଉଦ୍ଧାରନୀୟ  ଏବଂ  ଅଣ –  ପୁନଃଉଦ୍ଧାରନୀୟ  ଜମି ସଂବନ୍ଧରେ   ପ୍ରମାଣପତ୍ର , ଯେପରି  ଦଫା  ୨୯ରେ  ବାବସ୍ଥାୟୀତ, ତାହା  ଫର୍ମ ନଂ – ୯ରେ  ହେବ   ।

(୨) ପ୍ରତ୍ୟକ  ଗ୍ରାମ  ସଂବନ୍ଧରେ , ପ୍ରତ୍ୟକ  ଜମିଦାରଙ୍କ  ସଂବନ୍ଧରେ , ପ୍ରତ୍ୟକ  କୃଷକ  ସଂବନ୍ଧରେ  ଏକ  ପୃଥକ୍  ପ୍ରମାଣପତ୍ର  ରହିବ   ।

(୩) ଯଦି  ପ୍ରମାଣପତ୍ରର  ପ୍ରସ୍ତୁତି   ନିମନ୍ତେ  କୌଣସିଆ  ସର୍ବକ୍ଷେଣ  ପ୍ଲଟ୍ କୁ  ଉପ – ବିଭାଜନ  କରିବା  ଆବଶ୍ୟକ  ହୁଏ , ସେପରିସ୍ଥଳେ  ଏପରି  ଉପ – ବିଭାଜନ  କରିବା  ନିମନ୍ତେ , ଧାର୍ଯ୍ୟ  ଶୁଳ୍କ , ଏପରି  ଉପ – ବିଭାଜନ  ପୂର୍ବରୁ , କୃଷକଠାରୁ  ଆଦାୟ  କରାଯିବ    ।

୨୭ . ଦଫା  ୩୫ର  ଅଧିନରେ   ପଡୁଥିବା  ଘଟଣାଗୁଡିକରେ  ପଦ୍ଧତି : - (୧) ଯେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଦଫା ୩୫ ଅନୁଯାୟୀ , ପୁନଃ  ଉଦ୍ଧାରନୀୟ  ଏବଂ ଅଣ – ପୁନଃ  ଉଦ୍ଧାରନୀୟ  ଜମିର  ନିର୍ଦିଷ୍ଟ  ବିବରଣୀ  ସ୍ଥିର  କରିବା  ନିମନ୍ତେ ଅଗ୍ରସର  ହେବା  ପ୍ରସ୍ତାବ କରନ୍ତି ; ସେପରିସ୍ଥଳେ  ସେ ତାଙ୍କର  ଏପରି  ଏପରି  ପ୍ରସ୍ତାବ  ପ୍ରତି  ଆପତ୍ତି  ଆହ୍ଵାନ  କରିବା  ନିମନ୍ତେ , ଏକ  ସାଧାରଣ  ସୂଚନା   ନିର୍ଗମ  କରିବେ   ।

(୨) ସେ  ମଧ୍ୟ  ଏପରି  ବ୍ୟକ୍ତିମାନଙ୍କ  ପ୍ରତି  ସେହି  ଏକ  ପ୍ରକାର  ସୂଚନା  ନିର୍ଗମ  କରିବେ , ଯେଉଁମାନେ , ତାଙ୍କ  ସହ  ଉପଲବ୍ଧ  ତଥ୍ୟ  ଅନୁଯାୟୀ , ସେହି  ଏକା  ଜମି  ସଂବନ୍ଧରେ   ଜମିଦାର  ଏବଂ  କୃଷକ  ଅଟନ୍ତି   ।

(୩)  ଏ ସଂବନ୍ଧରେ , ସୂଚନାରେ  ଧାର୍ଯ୍ୟ  ତାରିଖରେ  ତାଙ୍କ  ଦ୍ଵାରା  ଗୃହିତ  ସମସ୍ତ  ଆପତ୍ତିକୁ , ସେ ଶୁଣିବେ  କିମ୍ବା  ଅଧିକ  ସମୟ  ମଧ୍ୟରେ , ଯାହାକି  ତାଙ୍କ  ମନକୁ  ମନ  ଅନୁମୋଦନ  କରାଯାଇଥାଏ  କିମ୍ବା  ଏ ସଂବନ୍ଧରେ ଦାଖଲ  କରାଯାଇଥିବା  କୌଣସି  ଆବେଦନ ପତ୍ର  ଉପରେ  ପ୍ରଦାନ  କରାଯାଇଥିବା  ସମୟ  ମଧ୍ୟରେ ଏପରି  ଆପତ୍ତି  ଶୁଣିବେ , ଏବଂ ତା  ପରେ , ତାଙ୍କ ପ୍ରସ୍ତାବ  ଚୂଡାନ୍ତ କରିବା  ନିମନ୍ତେ ଅଗ୍ରସର  ହେବେ  ।

[୨୭ – ‘କ’ – ଦଫା  ୩୬ – ‘କ’  ଅନୁଯାୟୀ , ଆବେଦନ  ପତ୍ର  ଦାଖଲ  କରିବା ପଦ୍ଧତି  : - ନିୟମ   ୨୪ରେ  ଉଲ୍ଲେଖିତ  ପଦ୍ଧତିରେ , ଦଫା  ୩୬ – ‘କ’  ଅନୁଯାୟୀ  ଆବେଦନପତ୍ର , ଫର୍ମ  ନଂ – ୧୯ରେ  ପ୍ରଦାନ  କରାଯିବ   ।

[୨୭ – ‘ଖ’ – (୧) – ଦଫା  ୩୬ – ‘କ’ ଅନୁଯାୟୀ , କୃଷକର  ଅଣ – ପୁନଃ  ଉଦ୍ଧାରନୀୟ  ଜମି  ଘୋଷଣା  କରିବା  ପୂର୍ବରୁ  ରାଜସ୍ୱ  ଉଚ୍ଚକର୍ମଚାରୀ , କୃଷକଙ୍କୁ  ଏକ  ସୂଚନା  ପ୍ରଦାନ କରି , ତାଙ୍କୁ  ଶୁଣିବେ   ।

(୨) କୃଷକ ଦ୍ଵାରା  ପ୍ରାର୍ଥନା  କରାଯାଇଥିବା  ବନ୍ଦୋବସ୍ତ  ପ୍ରତି  [ସୂଚନା  ନିର୍ଗମ ତାରିଖରୁ  ପନ୍ଦର ଦିନ  ମଧ୍ୟରେ  ଏପରି  ଜମି  ସ୍ଥିତ  କିମ୍ବା  ଗ୍ରାମର  ଗ୍ରାମବାସୀଙ୍କଠାରୁ  ଆପତ୍ତି  ଆହ୍ଵାନ  କରିବା  ନିମନ୍ତେ , ଏକ  ସାଧାରଣ  ସୂଚନା  ଜାରୀ  କରାଯିବ   ।

(୩) ନିୟମ – ୪ରେ ବ୍ୟବସ୍ଥାୟୀତ  ପଦ୍ଧତିରେ , ଏପରି  ସୂଚନା  ଜାରୀ  କରାଯିବ  ।

୨୭ – ‘ଗ’ (୧) : - ଦଫା  ୩୬ – ‘କ’  ଅନୁଯାୟୀ , ସ୍ଥାନୀୟ  ସମିତି  ସହ ପରାମର୍ଶ  କରିବା  ଉଦ୍ଦେଶ୍ୟରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏକ ସୂଚନା  ଦ୍ଵାରା , ଏପରି ବୈଠକର  ତାରିଖ , ସମୟ ଏବଂ  ସ୍ଥାନ  ସଂବନ୍ଧରେ , ସମିତିର  ସଦସ୍ୟମାନଙ୍କୁ   ସୂଚୀତ  କରିବେ ଏବଂ  ସେଥିରେ  ଏପରି  ପରାମର୍ଶ  ନିମନ୍ତେ  ବିଷୟ  ଧାର୍ଯ୍ୟ  କରିବେ  ଏବଂ  ଉକ୍ତ  ସୂଚନା , ଏପରି  ବୈଠକର  ସାତ  ଦିନ  ପୂର୍ବରୁ  ଜାରୀ  କରାଯିବ   । ସଂପୃକ୍ତ  ବ୍ୟକ୍ତି  ଉପରେ  ସଠିକ୍  ଜାରୀ   ସୂଚାଉଥିବା  ଏପରି  ସୂଚନାର  ନକଲ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ରଖାଯିବ ଏବଂ  ତାହା  ମୋକଦ୍ଦମା  ନଥିର  ଏକ ଅଂଶ  ଗଠନ  କରିବ   ।

(୩) ସମିତି  ବୈଠକର  କାର୍ଯ୍ୟାନୁଷ୍ଠାନ , ଦଫା  ୩୬ – ‘କ’  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର  ଅଂଶ  ଗଠନ କରିବ   ।

(୪) ଯଦି  ନିର୍ଦ୍ଧାରିତ  ଦିନରେ , ସମିତି  ସହ  ପରାମର୍ଶ , ସଦସ୍ୟମାନଙ୍କର  ଅନୁପସ୍ଥିତି  ଯୋଗୁ  କିମ୍ବା  ସେମାନଙ୍କର  ମତାମତ  ପ୍ରକାଶ  କରିବାରେ  ଅନିଚ୍ଚୁକତା  କିମ୍ବା  ଅକ୍ଷମତା   ଯୋଗୁ  ହୋଇଥାଏ ; ଉକ୍ତ  ବିଷୟ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଲିପିବଦ୍ଧ  କରାଯିବ  ଏବଂ  ତାହା , ସମିତି  ସହ  ପରାମର୍ଶର  ଆବଶ୍ୟକାର  ଯଥେଷ୍ଟ  ପରିପାଳନ  ଗଠନ  କରିବ   ।

୨୭ – ‘ଘ’ -  ଦଫା  ୩୬ – ‘ଖ’ ର  ଉପ – ଦଫା  (୧) ଦଫା  ୫୬ – ‘ଖ’ ର  ଉପ – ଦଫା  (୨) ଏବଂ ଦଫା  ୫୯ ‘ଖ’ର  ଉପ – ଦଫା (୪) ଅନୁଯାୟୀ  ଆବେଦନପତ୍ର , ନିୟମ  ୨୪ରେ ଧାର୍ଯ୍ୟ  ପଦ୍ଧତିରେ , ଫର୍ମ  ନଂ – ୧୯ରେ  ଦାଖଲ  କରାଯିବ   ।

ଅଧ୍ୟାୟ – ୪

ବଳକା  ଜମିର ‘ ସିଲିଂ ’ ଏବଂ  ହସ୍ତାନ୍ତରଣ

୨୮ . ସିଲିଂ  ଅଂଚଳ  ସ୍ଥିର  କରିବା  ନିମନ୍ତେ  ନୀତି : - [ଦଫା  ୩୭ – ‘ଖ’ ଏବଂ ଦଫା  ୩୯ ପ୍ରତି  ସ୍ପଷ୍ଟିକରଣ  ଏବଂ ଦଫା  ୩୭ – ‘କ’ ଅନୁଯାୟୀ , କୌଣସି ପରିବାରର  ‘ ସିଲିଂ ’ ଅଞ୍ଚଳ  ସ୍ଥିର  କରିବା  ଉଦ୍ଦେଶ୍ୟରେ , ଯେ , ଦଫା  ୩୯ରେ  ଉଲ୍ଲେଖିତ  ହସ୍ତାନ୍ତରଣ  କିମ୍ବା ବିଭାଜନ  ବିଷୟ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ହସ୍ତାନ୍ତରଣର  ସୂଚନା  ଉଲ୍ଲେଖରେ  ଯାଞ୍ଚ  କରାଯିବ  କିମ୍ବା  ଦଫା  ୧୧ର  ଅନୁଯାୟୀ  ତାଙ୍କ  ଦ୍ଵାରା  ଗୃହୀତ  ସୂଚନା  ଏବଂ  ବିଭାଜନ  ତାଲିକା  ଉପରେ , ଯାଞ୍ଚ  କରାଯିବ   ।

[୨୯ . ‘ ସିଲିଂ ’ ଅଂଚଳର  ଲିପିବଦ୍ଧିକରଣ  : - କୌଣସି  ସିଲିଂ  ଅଂଚଳ , ଯାହାକି କୌଣସି  ପରିବାର  ନିମନ୍ତେ  ଧାର୍ଯ୍ୟ  କରାଯାଇଥାଏ , ତାହା  ସେହିପରି  ପଦ୍ଧତିରେ , ଉକ୍ତ  ପରିବାରର  ଜଣେ  କିମ୍ବା  ଅଧିକ  ସଦସ୍ୟଙ୍କ ନାମରେ  ଲିପିବଦ୍ଧ  କରାଯିବ , ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ   ସେହି  ଉଦ୍ଦେଶ୍ୟରେ  ଦାଖଲ  କରାଯାଇଥିବା  ଆବେଦନ ପତ୍ରରେ , ସେମାନଙ୍କ  ଦ୍ଵାରା ଧାର୍ଯ୍ୟ  କରାଯାଇଥାଏ , ଏବଂ ଯାହାକି   ପରିବାରର  ସମସ୍ତ  ସାବାଳକ  ସଦସ୍ୟମାନଙ୍କ  ଦ୍ଵାରା  ସ୍ଵାକ୍ଷରିତ  ଏବଂ  ଯାଞ୍ଚ  କରାଯାଇଥାଏ  ।

[୨୯ – ‘କ’  ସୁବିଧାୟୀତ  ରୟତ୍ ମାନଙ୍କର  ଏକ  ତାଲିକାର  ରକ୍ଷଣାବେକ୍ଷଣ  : - ଦଫା  ୩୮ର  ଧାରା  (କ) ଉଦ୍ଦେଶ୍ୟରେ , ରାଜସ୍ୱ  ଉଚ୍ଚାକର୍ମଚାରୀ , ସୁବିଧାୟୀତ  ରୟତ୍ ମାନଙ୍କର   ଏକ  ତାଲିକା  ରକ୍ଷଣାବେକ୍ଷଣ   କରିବେ  । ଏପରି  ତାଲିକାକୁ   ସମାୟନୁକ୍ରମେ  ଯାଞ୍ଚ  କରାଯିବ  ଏବଂ  ଅଧୁନା  କରାଯିବ   ।

[୨୯ – ‘ଖ’ ଶିଳ୍ପନୈତିକ   ଉଦ୍ୟୋଗ  ଦ୍ଵାରା  ଧାରୀତ   ଜମି  ଉପରେ  ବିବରଣୀ  : - ଯେଉଁ  ସ୍ଥଳରେ ସେହି  ଜମିଗୁଡିକ   ପ୍ରତି  ମଞ୍ଜୁର  କରାଯାଇଥିବା  ‘ ସିଲିଂ’ ରେ  ରିହାତି , ଯାହାକି  ଶିଳ୍ପନୈତିକ କିମ୍ବା  ବାଣିଜ୍ୟିକ  ସଂସ୍ଥା  ଦ୍ଵାରା  ଧାରୀତ , ଏବଂ  ଯେଉଁଥିରେ   ଦଫା  ୩୮ର  ଧାରା  (ଖ) ଅନୁଯାୟୀ  କଳକାରଖାନା   ଅନ୍ତର୍ଭୁକ୍ତ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ଧାରା  ପ୍ରତି  ପ୍ରଥମ  ପ୍ରତିବଦ୍ଧ  ଅନୁଯାୟୀ  ଆବଶ୍ୟକ , ସେଗୁଡିକର  ବ୍ୟବହାରର  ପୁନଃ  ବିଚାରକୁ  ସୁବିଧାୟୀତ  କରିବା  ନିମନ୍ତେ , ଏପରି  ରିହାତି  ଜମିଗୁଡ଼ିକର  ପ୍ରକୃତ  ବ୍ୟବହାର  ଉପରେ , ଏକ  ବିବରଣୀ , ପ୍ରତ୍ୟକ  ବର୍ଷ  ଶେଷରେ  କଲେକ୍ଟରଙ୍କୁ  ଦାଖଲ  କରିବେ    ।

୨୯ – ‘ଗ’  ‘ସିଲିଂ’  ଅଂଚଳ  ସ୍ଥିର  କରିବା  ନିମନ୍ତେ  ନୀତି : - ଦଫା  ୩୯ର  ଧାରା (କ)  ଉଦ୍ଦେଶ୍ୟରେ , ଜଳାଶୟର  ଅର୍ଥ  ଜଳ  ସଂରକ୍ଷଣ  ସ୍ଥାନ, ଯାହାକି   ସାଧାରଣତଃ  ଏପରିଭାବେ  ବ୍ୟବହୃତ  ହୁଏ  ଏବଂ  ତାହା  ଅନ୍ୟ ଜଳ  ପ୍ଲାବନ  ସ୍ଥାନକୁ  ଅନ୍ତର୍ଭୁକ୍ତ  କରିବ  ନାହିଂ  ।

୨୯ – ‘ଘ’ ଦଫା  ୪୦ – ‘କ’  ଅନୁଯାୟୀ , ରଟର୍ଣ୍ଣର  ଦାଖଲ  : - (୧) ଦଫା  ୪୦ – ‘କ’ ର  ଉପ – ଦଫା (୧) ଅନୁଯାୟୀ   ରଟର୍ଣ୍ଣ , ସେହି  ବ୍ୟକ୍ତି  ଦ୍ଵାରା , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଦ୍ଵୈତ  ନକଲରେ  ଦାଖଲ  କରାଯିବ , ଯେକି  ଦଫା  ୪୧ ଅନୁଯାୟୀ , ଏପରି  ଋଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟୀ  ଅଟନ୍ତି  କିମ୍ବା  ତାଙ୍କର  କ୍ଷମତାୟୀତ  ପ୍ରତିନିଧିଙ୍କ ଦ୍ଵାରା  ଏହା  ଦାଖଲ  କରାଯିବ   ।

(୨) ଓଡିଶା  ରାଜ୍ୟରେ , ଜଣେ  ରୟତଭାବେ  କିମ୍ବା  ଜମିଧାରଣକାରୀଭାବେ  କିମ୍ବା  ଉଭୟ  ଭାବେ , ଏପରି  ବ୍ୟକ୍ତି  ଦ୍ଵାରା  ଧାରୀତ  ସମସ୍ତ  ଜମିର  ଗ୍ରାମ - ୱାରୀ  ନିର୍ଦିଷ୍ଟ   ବିବରଣୀ , ଏପରି  ଋଟର୍ଣ୍ଣ  ଧାରଣ  କରିବ   ।

(୩) ଯେଉଁ  ସ୍ଥଳରେ , ଦଫା  ୪୧ ଅନୁଯାୟୀ , ଋଟର୍ଣ୍ଣ ଦାଖଲ  କରିବା  ନିମନ୍ତେ  ଦାୟୀ  କୌଣସି  ବ୍ୟକ୍ତି , ପରିବାରର  ଜଣେ  ସଦସ୍ୟ  ହୋଇଥାଆନ୍ତି ; ସେପରିସ୍ଥଳେ  ସେ  ଋଟର୍ଣ୍ଣ  ଦାଖଲ  କରିବେ  ଯେଉଁଥିରେ  ସେ , ତାଙ୍କ  ଦ୍ଵାରା  ଧାରୀତ  ଜମିର  ସମୁଦାୟ  ଅଂଚଳ  ଧାର୍ଯ୍ୟ  କରିବା  ସହିତ , ତାଙ୍କ  ପରିବାରର  ପ୍ରତ୍ୟକ  ସଦସ୍ୟଙ୍କ  ଦ୍ଵାରା  ଧାରୀତ  ଜମିର  ସମୁଦାୟ  ଅଂଚଳ  ଏବଂ  ୧୯୭୫  ମସିହା  ସେପ୍ଟେମ୍ବର  ୨୦ ତାରିଖ  ପରେ , ଯଦି  ସେମାନଙ୍କ  ଦ୍ଵାରା କୌଣସି  ହସ୍ତାନରଣ  କିମ୍ବା  ବିଭାଜନ  କରାଯାଇଥାଏ , ତାହା  ମଧ୍ୟ  ଉଲ୍ଲେଖ  କରିବେ   ।

(୪) ଉପ – ନିୟମ  (୧) ରେ  ଉଲ୍ଲେଖିତ  ଋଟର୍ଣ୍ଣ , ଫର୍ମ  ନଂ – ୧୨ରେ  ଦାଖଲ  କରାଯିବ   ।

[୨୯ – ‘ଘଘ’ : - ଋଟର୍ଣ୍ଣ  କିମ୍ବା  ସଂଶୋଧିତ  ଋଟର୍ଣ୍ଣ , ଯଦି  କିଛି , ଦଫା  ୪୬ – ‘ଖ’  ଅନୁଯାୟୀ   ଦାଖଲ  କରାଯାଏ , ତାହା  ବିଚାରକୁ  ନିଆଯିବ  ନାହିଂ , ଯଦି  ଏପରି  ଋଟର୍ଣ୍ଣ  ଦାଖଲ   କରିଥିବା  ବ୍ୟକ୍ତି  ସଂବନ୍ଧରେ , ଦଫା  ୩ ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ନିଜ   ମନକୁମନ  ଆରମ୍ଭ  କରାଯାଇଥାଏ , ଏବ୍ମ୍ମ ଦଫା  ୪୪ର  ଉପ – ଦଫା  (୧) ଅନୁଯାୟୀ , ବଳକା  କିମ୍ବା ଅଧିକ  ଜମିର  ଖସଡା  ବିବରଣୀକୁ  ଦୃଢିକରଣ  କରାଯାଇଥାଏ   ।

୨୯ – ‘ ଘଘଘ ’ : - ଦଫା ୪୩ ଅନୁଯାୟୀ , ସ୍ଥାନୀୟ  ସମିତି  ସହିତ  ପରାମର୍ଶ  କରିବା  ଉଦ୍ଦେଶ୍ୟରେ , ନିୟମ  ୨୭ – ‘ଖ’ ରେ  ଧାରୀତ  ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ   ।

[୨୯- ‘ ଙ ’  ‘ ସିଲିଂ ’  ଅଂଚଳ  ଏବଂ ବଳକା  ଅଧିକ  ଜମି  ଦର୍ଶାଇ , ଖସନା  ବିବରଣୀର  ପ୍ରସ୍ତୁତିକରଣ  ଏବଂ  ପ୍ରକାଶନ  : - ଦଫା  ୪୩ର  ଉପ – ଦଫା (୧)ରେ ଉଲ୍ଲେଖିତ ଖସଡା  ବିବରଣୀ , ଫର୍ମ ନଂ – ୧୩ରେ  ପ୍ରସ୍ତୁତ  କରାଯିବ  ।]

୩୦ .  ଦଫା ୪୩ର  ଉପ – ଦଫା  (୨) ଅନୁଯାୟୀ  ଖସଡା  ବିବରଣୀର  ପ୍ରକାଶନ  : - (୧) ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସୂଚନା  ପଟ୍ଟାରେ   ଏହାର  ଏକ  ପ୍ରକୃତ  ନକଲକୁ  ସଂଯୋଗ  ଦ୍ଵାରା , ଖସଡା  ବିବରଣୀ  ପ୍ରକାଶନ  କରାଯିବ  ଏବଂ  କାର୍ଯ୍ୟ  ଦିନଗୁଡିକରେ , କାର୍ଯ୍ୟାଳୟ  ସମୟ  ମଧ୍ୟରେ  କୌଣସି  ଇତ୍ସୁକ  ବ୍ୟକ୍ତି  ଦ୍ଵାରା , ବିନା  ମୂଲ୍ୟରେ ,  ପରିଦର୍ଶନ   ନିମନ୍ତେ , ତାହା  ଉନ୍ମୁକ୍ତ  ରହିବ  ଏବଂ ଏହା  ତାଙ୍କ  ସୂଚନା  ପଟ୍ଟାରେ  ପ୍ରଥମେ  ସଂଯୁକ୍ତ  ନକଲ  ତାରିଖରୁ  ତିରିଶ   ଦିନ  ପର୍ଯ୍ୟନ୍ତ  ରହିବ   ।

[(୨) ଉପ – ନିୟମ (୧) ଅନୁଯାୟୀ  ପ୍ରକାଶିତ  ଖସଡା  ବିବରଣୀର  ଏକ  ନକଲ , ସେହି ଏକା  ସମୟରେ , ସୂଚନା  ସହିତ  ସଂପୃକ୍ତ  ବ୍ୟକ୍ତିଙ୍କୁ  ପ୍ରାପ୍ତି  ସ୍ଵୀକାର  ପତ୍ର  ସହିତ  ରେଜେଷ୍ଟ୍ରି  ଡାକଯୋଗେ  ପ୍ରେରଣ  କରାଯିବ , ଏହା  ସୂଚୀତ  କରି ଯେ ,  ଏପରି  ବିବରଣୀରେ  କୌଣସି  ଅନ୍ତର୍ଭୁକ୍ତିକରଣ  କିମ୍ବା  ତ୍ରୁଟି  ପ୍ରତି  ଆପତ୍ତି , ଯଦି  କିଛି  ଥାଏ , ତାହା  ଏପରି  ବିବରଣୀ   ନିର୍ଗମ  ତାରିଖରୁ  ତିରିଶ   ଦିନ  ମଧ୍ୟରେ ଯଦି  ଦାଖଲ  କରାଯାଏ , ତାହା  ବିଚାରକୁ  ନିଆଯିବ  ।

[(୨ - କ) : - ଏପରି  ଖସଡା  ବିବରଣୀର  ଏକ  ନକଲ  ସହିତ , ଏକ  ସୂଚନା  ସେହି  ଗ୍ରାମ  ଗୁଡିକରେ  ସେହି  ଏକା  ସମୟରେ  ପ୍ରକାଶିତ  ହେବ , ଯେଉଁଠି  ଏପରି  ଜମି  ସ୍ଥିତ  ଅଟେ  ତାହା  ଘୋଷଣା  ଏବଂ ଡ୍ରମ୍  ବାଦ୍ୟ  ଦ୍ଵାରା  କରାଯିବା  ସହିତ  ଏହାର  ନକଲକୁ , ଗ୍ରାମର  କୌଣସି  ଆଖିଦୃଶିଆ  ସ୍ଥାନରେ , ଖୁବ୍  କମ୍ ରେ  ଦୁଇଜଣ   ବ୍ୟକ୍ତିଙ୍କ  ଉପସ୍ଥିତିରେ   ସଂଯୋଗ  କରି  ଏପରି  କରାଯିବ  ଏବଂ  ସମସ୍ତ  ବ୍ୟକ୍ତିଙ୍କ  ସହିତ , ଉପ – ନିୟମ  (୧) ଅନୁଯାୟୀ , ଏପରି  ପ୍ରକାଶନ  ତାରିଖରୁ  ତିରିଶ  ଦିନ  ମଧ୍ୟରେ  ଦାଖଲ  କରାଯାଇଥିବା  ଉକ୍ତ  ବିବରଣୀରେ   ଉଲ୍ଲେଖିତ  ବ୍ୟକ୍ତିମାନଙ୍କୁ  ମଧ୍ୟ  ବିଚାରକୁ  ନିଆଯିବ ।]

(୩) ଉପରୋକ୍ତ  ଉକ୍ତ  ତିରିଶଦିନ  ସମୟ  ମଧ୍ୟରେ , ଏପରି  ବିବରଣୀରେ  ସଂପୃକ୍ତ  ବ୍ୟକ୍ତିମାନଙ୍କୁ  ଏହା  ପରିଦର୍ଶନ   କରିବା  ଏବଂ  ତା’ର  ନକଲ  ଦେବା  ନିମନ୍ତେ , ପ୍ରତ୍ୟକ  ସୁବିଧା  ପ୍ରଦାନ  କରାଯିବ   ।

[୩୧ . ଦଫା  ୪୪ର  ଉପ – ଦଫା  (୨) ଅନୁଯାୟୀ  ଅପିଲ୍  ଅଧିକାରୀ  : - ଦଫା  ୪୪ର  ଉପ – ଦଫା  (୨) ଅନୁଯାୟୀ  କୌଣସି  ଅପିଲ୍ , ସାବା – ଡିଭିଜନାଲ୍  ଉଚ୍ଚକର୍ମଚାରୀ  କିମ୍ବା  ଏ  ସଂବନ୍ଧରେ  ସରକାରଙ୍କ  ଦ୍ଵାରା  ବିଶେଷଭାବେ  ନିଯୁକ୍ତ  କୌଣସି  ଉଚ୍ଚକର୍ମଚାରୀଙ୍କ  ନିକଟରେ  ଦାଖଲ  କରାଯିବ , ଯେକି  ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀ  ଭାବେ   ନିଯୁକ୍ତ  ହେବା  ନିମନ୍ତେ  ଉପଯୁକ୍ତ ;

ଉଲ୍ଲେଖିତ  ଥାଉ  ଯେ , ଦଫା  ୪୪ର  ଉପ – ଦଫା  (୨) ଅନୁଯାୟୀ  କୌଣସି  ଅପିଲ୍ , ଯାହାକି  ଓଡିଶା  ଭୂ – ସଂସ୍କାର (ସାଧାରଣ)(ସଂଶୋଧନ) ନିୟମାବଳୀ , ୧୯୮୦ର  ପ୍ରଚଳନ  ତାରିଖରେ , ସ୍ଥଗିତ  ଥାଏ , ଶୁଣାଣୀ  ଏବଂ  ଫଇସଲା  ନିମନ୍ତେ , ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀଙ୍କୁ   ହସ୍ତାନ୍ତରଣ  କରାଯିବ   ।

[୩୨ . ଦଫା  ୪୪ର  ଉପ – ଦଫା  (୩) ଅନୁଯାୟୀ  ଦୃଢୀକରଣ  ବିବରଣୀର  ପ୍ରକାଶନ : - (୧) ଦୃଢୀକରଣ କିମ୍ବା  ସଂଶୋଧିତ  ବିବରଣୀ , ସେହିପରିଭାବେ  ପ୍ରକାଶନ  କରାଯିବ , ଯେପରି  ନିୟମ  ୩୦ର  ଉପ – ନିୟମ  (୧) ରେ ଉଲ୍ଲେଖିତ  ଏବଂ  ତାହା  ପନ୍ଦର  ଦିନ  ସମୟ  ନିମନ୍ତେ ; ]

ଉଲ୍ଲେଖ  ଥାଉ  ଯେ , ଉକ୍ତ  ସମୟ  ଗଣନା  କରିବାରେ , ପ୍ରକାଶନ  ତାରିଖକୁ  ବହିର୍ଭୂତ  କରାଯିବ   ।]

(୨) ପ୍ରକାଶନ   ସମୟ  ଅତିବାହିତ  ହେବା  ପରେ , ଏପରି  ପ୍ରକାଶନ  ବିଷୟ  ସଂବନ୍ଧରେ  ଏକ  ପ୍ରମାଣ  ପତ୍ର , ରାଜସ୍ୱ   ଉଚ୍ଚକର୍ମଚାରୀ  ସଂଯୋଗ  କରିବେ  ।

(୩) ଏପରି  ପ୍ରକାଶନ  ବିଷୟ , ସେହି  ବ୍ୟକ୍ତିଙ୍କୁ  ପ୍ରାପ୍ତି ସ୍ଵୀକାର ପତ୍ର  ସହିତ , ରେଜେଷ୍ଟ୍ରି  ଡାକ  ଯୋଗେ  ସୂଚୀତ  କରାଯିବ , ଯାହାଙ୍କ ପ୍ରତି  ଏପରି  ବିବରଣୀ  ସଂପୃକ୍ତ  ଏବଂ  ଏହା  ସହିତ  ଏପରି  ପ୍ରମାଣପତ୍ରର  ଏକ  ପ୍ରମାଣିତ  ନକଲ , ଉପ – ନିୟମ  (୨) ଅନୁଯାୟୀ  ସଂପୃକ୍ତ   ପ୍ରମାଣପତ୍ର  ମଧ୍ୟ  ପ୍ରେରଣ  କରାଯିବ    ।

୩୩ . ଦଫା  ୪୪ର  ଉପ – ଦଫା (୩) ଅନୁଯାୟୀ  କେଉଁ ସମସ୍ତ  ଅଧିକାରୀଙ୍କୁ, ବିବରଣୀର  ନକଲ  କରାଯିବ  : - ଦୃଢୀକରଣ  ବିବରଣୀର  ଏକ  ପ୍ରକୃତ  ନକଲ , ନିମ୍ନଲିଖିତ  ଅଧିକାରୀଙ୍କୁ  ପ୍ରେରଣ  କରାଯିବ : -

(୧) ଖତିୟାନର  ରକ୍ଷଣାବେକ୍ଷଣ  ନିମନ୍ତେ  ଦକ୍ଷ  ଅଧିକାରୀ ;

(୨) ସବ୍ – ରେଜିଷ୍ଟର ; ଏବଂ

(୩) ପ୍ରତ୍ୟକ  ଜମିଦାର  କିମ୍ବା  ସେହି  ବ୍ୟକ୍ତି , ଯାହାଙ୍କ  ପ୍ରତି  ଉକ୍ତ  ବିବରଣୀ  ସଂପୃକ୍ତ ;

ଉଲ୍ଲେଖଥାଉ  ଯେ , ଯେଉଁ ସ୍ଥଳରେ  ସରକାର  ଜମିଦାର  ହୋଇଥାଆନ୍ତି , ସେପରିସ୍ଥଳେ , ଏହି  ଧାରା  ଅନୁଯାୟୀ  କୌଣସି  ନକଲ୍  ପ୍ରଦାନ  କରାଯିବ  ନାହିଂ   ।

[୩୩ – ‘କ’ ‘ସିଲିଂ’ କାର୍ଯ୍ୟାନୁଷ୍ଠାନରୁ  ବାଦ୍  ପଡିଥିବା  ଏବଂ  ଦଫା  ୪୫ – ‘ଖ’  ଅନୁଯାୟୀ  ‘ସିଲିଂ’ – ବଳକା  ଜମି  ଦର୍ଶାଇ , ଖସଡା  ବିବରଣୀର  ପ୍ରସ୍ତୁତିକରଣ , : - ଏହି  ଆଇନ୍ ର  ଦଫା  ୪୫ – ‘ଖ’ ର  ଉପ – ଦଫା  (୧) ଅନୁଯାୟୀ , ଏକ  ଘୋଷଣା ପ୍ରଦାନ  କରିବା ଉଦ୍ଦେଶ୍ୟରେ, ରାଜସ୍ୱ ଉଚ୍ଚକର୍ମଚାରୀ, ଫର୍ମ ନଂ-୧୩- ‘କ’ ରେ ଏକ ସଂଶୋଧିତ ଖସଡା ବିବରଣୀ ପ୍ରସ୍ତୁତ କରାଇବେ   ।

୩୩ – ‘ଖ’ - ସିଲିଂ   ବଳକା  ଜମିର  ସଂଶୋଧିତ  ଖସଡା  ବିବରଣୀର  ପ୍ରକାଶନ  ଏବଂ ସଂପୃକ୍ତ  ବ୍ୟକ୍ତି   ପ୍ରତି  ସୂଚନା  ଜାରୀ    : - (୧) ନିୟମ  ୩୩ – ‘କ’ ଅନୁଯାୟୀ  ପ୍ରସ୍ତୁତ  ସଂଶୋଧିତ  ଖସଡା  ବିବରଣୀ , ସେହିପରି  ଭାବେ  ବିଚାର କରାଯିବ , ଯେପରି  ନିୟମ  ୩୦ରେ  କରାଯାଇଛି    ।

(୨) ଉପ – ନିୟମ  (୧) ଅନୁଯାୟୀ  ଗୃହୀତ ଅଭିଯୋଗ  କିମ୍ବା ଆପତ୍ତି , ଯଦି କିଛି  ଥାଏ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଏପରି  ତାରିଖ , ଏପରି  ସ୍ଥାନ  ଏବଂ  ସମୟରେ  ବିଚାର  କରାଯିବ , ଯେପରି  ସେ ସୂଚନା  ଦ୍ଵାରା  ଧାର୍ଯ୍ୟ  କରିବେ , ଯାହାକି  ସେ  ସଂବନ୍ଧରେ  , ଆପତ୍ତିକାରୀଙ୍କ  ଉପରେ  ଜାରୀ  କରାଯିବ , ଏବଂ ରାଜସ୍ୱ  ଉଚ୍ଚକର୍ମଚାରୀ , ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ ଏବଂ  ସ୍ଥାନୀୟ  ସମିତି  ସହ  ପରାମର୍ଶ  କରିବା  ପରେ , ଆଦେଶ  ଦ୍ଵାରା , ତାଙ୍କର  କାରଣ  ଲିଖିତଭାବେ  ଲିପିବଦ୍ଧ  କରିବା  ପରେ , ଖସଡା  ବିବରଣୀରେ  ଧାର୍ଯ୍ୟ  ସମସ୍ତ କିମ୍ବା  ଯେକୌଣସି  ନିର୍ଦିଷ୍ଟକରଣକୁ  ପରିବର୍ତ୍ତନ ଏବଂ  ସଂଶୋଧନ  କରିପାରନ୍ତି   ।

୩୩ – ‘ଗ’ – ଦଫା  ୪୫ – ‘ଖ’ ଅନୁଯାୟୀ  ‘ସିଲିଂ’ ବଳକା   ଜମିର  ଘୋଷଣା  : - (୧) ନିୟମ  ୩୩ – ‘ଖ’ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର   ସମାପ୍ତି  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଆଦେଶ  ଦ୍ଵାରା , ଏପରି  ଖସଡା   ବିବରଣୀକୁ  କିମ୍ବା  ସଂଶୋଧନ କରିବେ  ଏବଂ  ଏଥିରେ  ଏକ  ଘୋଷଣା  ଲିପିବଦ୍ଧ  କରିବେ  ଯେଉଁଥିରେ  ସେ , ପନ୍ଦର ଦିନ  ସମୟ  ନିମନ୍ତେ , ନିୟମ  ୩୦ର  ଉପ – ନିୟମ  (୧) ଉଦ୍ଦେଶ୍ୟରେ , ବଳକା  ବିବେଚିତ  ଜମିକୁ  ସୂଚୀତ  କରିବେ  ।

(୨) କୌଣସି  ଅପିଲ୍  କିମ୍ବା  ରିଭିଜନ୍ ରେ  ଏପରି  ଖସଡା  ବିବରଣୀ , ଯେପରି  ଦୃଢୀଭୂତ  କିମ୍ବା  ସଂଶୋଧିତ, ତାହା  ନିୟମ  ୩୦ର  ଉପ – ନିୟମ  (୧) ରେ  ଉଲ୍ଲେଖିତ  ଅନୁଯାୟୀ , ପନ୍ଦର ଦିନ ସମୟ  ନିମନ୍ତେ, ପ୍ରକାଶନ  କରାଯିବ   ।

(୩) ପ୍ରକାଶନ  ସମୟ  ଅତିବାହିତ  ହେବା  ପରେ , ନିୟମ  ୩୨ର , ଉପ – ନିୟମାବଳୀ  (୨) ଏବଂ (୩) ରେ  ଉଲ୍ଲେଖିତ  ପଦ୍ଧତି , ପାରସ୍ପରିକ  ଭାବେ  ପ୍ରୟୋଗ  ହେବ   ।

(୪) ଉପ – ନିୟମ  (୨) ଅନୁଯାୟୀ  ପ୍ରକାଶିତ   ଦୃଢୀକରଣ  ବିବରଣୀର  ଏକ  ପ୍ରକୃତ  ନକଲ , ନିୟମ – ୩୨ ଅନୁଯାୟୀ   ଧାର୍ଯ୍ୟ  ଅଧିକାରୀଙ୍କୁ  ମଧ୍ୟ  ଯୋଗାଇ  ଦିଆଯିବ   ।

୩୪ . ଦଫା  ୪୮ର  ଉପ – ଦଫା  (୧) ଅନୁଯାୟୀ  ସରକାରଙ୍କ  ପ୍ରତି  ପ୍ରାପ୍ୟକୁ  ସ୍ଥିର  କରିବା  ପଦ୍ଧତି  : - (୧) ରାଜସ୍ୱ  ଉଚ୍ଚକର୍ମଚାରୀ  ଏପରି  ସମସ୍ତ   ତହସିଲ୍ ଦାର୍ ଙ୍କୁ  ସଂବୋଧନ  କରିବେ , ଯାହାଙ୍କର  କର୍ତ୍ତୃତ୍ଵାଧିନ  ଅଂଚଳ  ମଧ୍ୟରେ , ଦଫା  ୪୭  ଅନୁଯାୟୀ  [କୌଣସି  ଅର୍ଥ  ରାଶି  ପ୍ରତି  ହକ୍ ଦାର୍  ବ୍ଯକ୍ତିର  ଏପରି  ଜମିରେ  କୌଣସି  ସ୍ଵାର୍ଥ  ଥାଏ , ସେପରିସ୍ଥଳେ  ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଦେୟ  ପ୍ରାପ୍ୟ  ;

(୨) ଏପରି  କୌଣସି  ଉଲ୍ଲେଖ  ଗ୍ରହଣ  କରିବା  ପରେ , ତହସିଲ୍ ଦାର , ଉପ- ନିୟମ (୧) ପ୍ରତି  ଉଲ୍ଲେଖିତ  ପ୍ରାପ୍ୟ  ସଂବନ୍ଧରେ  ସଂପୂର୍ଣ୍ଣ   ବିବରଣୀ , ରାଜାସ୍ଵ  ଉଚ୍ଚକର୍ମଚାରୀଙ୍କୁ  ସୂଚୀତ  କରିବେ   ।

(୩) ଯଦି  ସରକାରଙ୍କୁ  ଦେୟ  କୌଣସି  ପ୍ରାପ୍ୟ  ନଥାଏ , ସେପରିସ୍ଥଳେ  ତହସିଲ୍ ଦାର୍  ଏ  ବିଷୟ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ  ସୂଚୀତ   କରିବେ   ।

(୪) ଉପ – ନିୟମାବଳୀ (୨) ଏବଂ(୩) ଅନୁଯାୟୀ  ତଥ୍ୟ ଗ୍ରହଣ  କରିବା  ପରେ , ରାଜାସ୍ଵ  ଉଚ୍ଚକର୍ମଚାରୀ , ଖସଡା [x x x] ଆକଳନ  ତାଲିକା , ଦଫା  ୪୮ର  ଉପ – ଦଫା  (୧) ଅନୁଯାୟୀ  ପ୍ରସ୍ତୁତ  କରିବା  ନିମନ୍ତେ  ଅଗ୍ରସର  ହେବେ   ।

୩୫ . ଦଫା  ୪୮ର  ଉପ – ଦଫା (୧) ଅନୁଯାୟୀ  ଖସଡା  ଆକଳନ ତାଲିକାର  ପ୍ରକାଶନର  ଫର୍ମ  ଏବଂ   ପଦ୍ଧତି  : - (୧) ଖସଡା [x x x] ଆକଳନ  ତାଲିକା, ଫର୍ମ ନଂ – ୯ରେ  ହେବ   ।

(୨) ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସୂଚନା  ପଟ୍ଟାରେ ଏହାର  ଏକ  ପ୍ରକୃତ  ନକଲକୁ  ସଂଯୁକ୍ତ  କରି  ଏବଂ  କାର୍ଯ୍ୟାଳୟ  ସମୟ  ମଧ୍ୟରେ , କାର୍ଯ୍ୟ  ଦିବସରେ , ସୂଚନା  ପଟ୍ଟାରେ ପ୍ରଥମେ  ଏପରି  ସୂଚନା   ସଂଯୁକ୍ତ  ହେବା  ତାରିଖରୁ  ଷାଠିଏ  ଦିନ  ସମୟ  ପର୍ଯ୍ୟନ୍ତ , କୌଣସି ଇତ୍ସୁକ  ବ୍ୟକ୍ତିଙ୍କ ଦ୍ଵାରା , ବିନା  ଖର୍ଚ୍ଚରେ  ପରିଦର୍ଶନ  ନିମନ୍ତେ  ଉନ୍ମୁକ୍ତ  ରଖାଯିବ  ।

[(୩) – ଉପ – ନିୟମ  (୨) ଅନୁଯାୟୀ , ସୂଚନା ପଟ୍ଟାରେ  ସଂଯୋଗ  ତାରିଖ  ପରେ , ଖସଡା  ଆକଳନ  ତାଲିକାର  ଏକ  ନକଲ  ସେହି ବ୍ୟକ୍ତିମାନଙ୍କୁ   ସୂଚୀତ  କରାଯିବ , ଯେପରି  ତାଲିକାରେ  ଦର୍ଶାଯାଇଛି , ଯେକି  କୌଣସି  ଅର୍ଥରାଶି  ନିମନ୍ତେ  ହକ୍ ଦାର୍  ଅଟନ୍ତି  ଏବଂ ତାହା  ପ୍ରାପ୍ତି  ସ୍ଵୀକାର  ପତ୍ର  ସହିତ , ରେଜେଷ୍ଟ୍ରି  ଡାକଯୋଗେ  ସୂଚୀତ  କରାଯିବ  ଏବଂ ସେମାନଙ୍କୁ  ସୂଚୀତ  କରାଯିବ  ଯେ , ଏଥିରେ  କୌଣସି  ଅନ୍ତର୍ଭୁକ୍ତିକରଣ  କିମ୍ବା  ତ୍ରୁଟି  ପ୍ରତି କୌଣସି  ଆପତ୍ତି  ଯଦିଥାଏ ,  ତାହେଲେ   ଉକ୍ତ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ , ତାହା  ଦାଖଲ  କରାଯାଇପାରେ   ।

[(୩-କ) : - ଖସଡା  ଆକଳନ  ତାଲିକାର  ଏକ ନକଲ  ଦ୍ଵାରା ସଂଯୁକ୍ତ  କୌଣସି  ସୂଚନା , ସେହି  ଏକା  ସମୟରେ ,  ପ୍ରାପ୍ତି  ସ୍ଵୀକାର  ପତ୍ର  ସହ  ରେଜେଷ୍ଟ୍ରି  ଡାକ  ଦ୍ଵାରା ,  ସମବାୟ  ସମିତି  ଆଇନ୍ , ୧୯୬୨ ଅନୁଯାୟୀ  ନିବନ୍ଧିତ  ସମବାୟ ସମିତି  ସହିତ  ସମବାୟ  ଜମି ଉନ୍ନୟନ  ବ୍ୟାଙ୍କ  ଏବଂ  ରାଜ୍ୟ  ସମବାୟ  ଜମି ଉନୟନ  ବ୍ୟାଙ୍କ୍  ଯେପରି  ଆଇନ୍ ର  ଦଫା ୨ର  ଧାରା  (୨୫) ଅନୁଯାୟୀ ସଂଜ୍ଞାୟୀତ , ପ୍ରେରଣ  କରାଯିବ , ଯାହାର  କର୍ତ୍ତୃତ୍ଵାଧିନ  ଅଂଚଳରେ , ଖସଡା ଆକଳନ  ତାଲିକାରେ  ଦର୍ଶାଯାଇଥିବା   ବ୍ୟକ୍ତିର  କୌଣସି  ଜମିରେ  ଅର୍ଥଯୋଗାଣ  ଅନୁଷ୍ଠାନ  ପ୍ରତି  ସ୍ଵାର୍ଥ  ଥାଏ  ଏବଂ  ସେମାନଙ୍କୁ  ସୂଚୀତ  କରାଯିବ  ଯେ , ସେମାନଙ୍କର  ଯଦି  କୌଣସି  ଆପତ୍ତି  ଥାଏ , ତାହା ଏପରି  ତାଲିକା ପ୍ରକାଶନ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ  ଦାଖଲ  କରାଯାଇପାରେ   ।]

(୪) ଉପରୋକ୍ତ  ଅନୁଯାୟୀ , ଷାଠିଏ  ଦିନ  ସମୟ ମଧ୍ୟରେ , ସେହି   ବ୍ୟକ୍ତିମାନଙ୍କୁ   ପ୍ରତ୍ୟକ  ସୁବିଧା  ପ୍ରଦାନ  କରାଯିବ , ଯେଉଁମାନଙ୍କ  ପ୍ରତି  ଉକ୍ତ  ତାଲିକା  ସଂପୃକ୍ତ , ଏବଂ ଯେଉଁମାନେ  ଏହା  ପରିଦର୍ଶନ  କରିପାରିବେ ଏବଂ ଏହାର  ନକଲ  ଗ୍ରହଣ  କରିପାରିବେ    ।

୩୬ . ଦଫା ୪୮ର ଉପ – ଦଫା  (୧) ଅନୁଯାୟୀ  ଆପତ୍ତିର , ଫଇସଲାର  ପଦ୍ଧତି  : - (୧)  ଯେତେବେଳେ  ଖସଡା  [x x x] ଆକଳନ  ତାଲିକା  ପ୍ରତି  କୌଣସି  ଆପତ୍ତି  ଗ୍ରହଣ  କରାଯାଏ , ସେତେବେଳେ  ଆପତ୍ତିର  ସୂଚନା , ପ୍ରତ୍ୟକ  ବ୍ୟକ୍ତି  ଉପରେ  ଜାରୀ  କରାଯିବ  , ଯାହାଙ୍କର  ସ୍ଵାର୍ଥ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ମତରେ , ତତ୍ ଦ୍ଵାରା  ପ୍ରଭାବିତ  ହେବ  ଏବଂ ଏପରି ଆପତ୍ତି  ଗୁଡିକର  ଫଇସଲା   ନିମନ୍ତେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଧାର୍ଯ୍ୟ  ଏପରି  ସମୟ  ଏବଂ ସ୍ଥାନରେ  ଏପରି  ସମସ୍ତ  ବ୍ୟକ୍ତି  ଉପସ୍ଥିତ  ହେବା  ନିମନ୍ତେ  ଆହ୍ଵାନ କରାଯିବ   ।

(୨) ଆପତ୍ତି  ଶୁଣାଣୀ  ନିମନ୍ତେ  ଧାର୍ଯ୍ୟ  ତାରିଖରେ  କିମ୍ବା  କୌଣସି  ତାରିଖରେ , ଯେଉଁଥିକୁ  ଏପରି  ଶୁଣାଣୀ  ସ୍ଥଗିତ  ହୋଇପାରେ ; ରାଜସ୍ୱ  ଉଚ୍ଚକର୍ମଚାରୀ , ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ  ଏବଂ  ଉପସ୍ଥିତ  ପକ୍ଷମାନଙ୍କୁ  ଶୁଣାଣୀର  ଏକ  ଯଥାଯଥ  ସୁଯୋଗ  ପ୍ରଦାନ କରିବା  ପରେ , ଏପରି  ଆଦେଶ  ପ୍ରଦାନ  କରିବେ , ଯେପରି  ସେ  ଉପଯୁକ୍ତ  ମାନେ କରନ୍ତି   ।

[୩୭ – ଦଫା  ୪୮ର  ଉପ – ଦଫା  (୨) ଅନୁଯାୟୀ , ଅପିଲ୍ ଅଧିକାରୀ  : - ଦଫା  ୪୮ ର  ଉପ – ଦଫା (୨) ଅନୁଯାୟୀ  କୌଣସି  ଅପିଲ୍ , ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀଙ୍କ  ନିକଟରେ ଦାଖଲ  କରାଯିବ  କିମ୍ବା  ଏପରି  କୌଣସି   ଉଚ୍ଚକର୍ମଚାରୀଙ୍କ  ନିକଟରେ   ଦାଖଲ  କରାଯିବ , ଯେକି  ଏ ସଂବନ୍ଧରେ  ସରକାରଙ୍କ ଦ୍ଵାରା   ବିଶେଷଭାବେ  ନିଯୁକ୍ତ  ଏବଂ ସବ୍ – ଡିଭିଜନାଲ୍  ଉଚ୍ଚକର୍ମଚାରୀଭାବେ  ନିଯୁକ୍ତ  ହେବା  ନିମନ୍ତେ  ଉପଯୁକ୍ତ  ଏବଂ  ଦଫା  ୪୮ର  ଉପ – ଦଫା  (୨) ଅନୁଯାୟୀ  କୌଣସି  ଅପିଲ୍ , ଯାହାକି  ଓଡିଶା  ଭୂ – ସଂସ୍କାର (ସାଧାରଣ)(ସଂଶୋଧନ) ନିୟମାବଳୀ , ୧୯୮୦ , ଅନୁଯାୟୀ  ସ୍ଥଗିତ  ଥାଏ , ତାହା  ଶୁଣାଣୀ  ଏବଂ  ଫଇସଲା  ନିମନ୍ତେ , ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀଙ୍କୁ  ସ୍ଥଗିତ  ଥାଏ , ତାହା  ଶୁଣାଣୀ  ଏବଂ  ଫଇସଲା  ନିମନ୍ତେ , ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀଙ୍କୁ  ହସ୍ତାନ୍ତର  କରାଯିବ   ।

[୩୮ – ଦଫା  ୪୯ର ଉପ – ଦଫା  (୧) ଅନୁଯାୟୀ  ଚୁଡାନ୍ତ  ପ୍ରକାଶନରେ  ପଦ୍ଧତି ] : - (୧) ଦଫା ୪୯ର  ଉପ - ଦଫା  (୧)  ଅନୁଯାୟୀ  ପରିକଳ୍ପିତ  ଆକଳନ  ତାଲିକା , ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କ  ସୂଚନା ପଟ୍ଟାରେ  ଏହାର  ଏକ  ପ୍ରକୃତ   ନକଲ  ସଂଯୋଗ  କରି , ଚୂଡାନ୍ତଭାବେ  ପ୍ରକାଶନ  କରାଯିବ ;

ଉଲ୍ଲେଖଥାଉ  ଯେ , ଓଡିଶା  ଭୂ – ସଂସ୍କାର  (ସାଧାରଣ) ସଂଶୋଧନ  ନିୟମାବଳୀ , ୧୯୭୮ ର  ଠିକ୍  ପ୍ରଚଳନ  ପୂର୍ବରୁ  ଷାଠିଏ  ଦିନ ମଧ୍ୟରେ  ଚୂଡାନ୍ତ  ଭାବେ  ପ୍ରକାଶିତ  ଆକଳନ  ତାଲିକା , ଏହି  ନିୟମ  ଅନୁଯାୟୀ   ପ୍ରକାଶିତ  ବୋଲି  ଧରାଯିବ   ।

(୨) ଉପ – ନିୟମ (୧) ଅନୁଯାୟୀ  ପ୍ରକାଶିତ  ଆକଳନ  ତାଲିକାରେ  ଏକ ନକଲ , ସେହି  ଏକା  ସମୟରେ , ସେହି  ବ୍ୟକ୍ତି  କିମ୍ବା  ବ୍ୟକ୍ତିମାନଙ୍କୁ , ପ୍ରାପ୍ତି  ସ୍ଵୀକାର  ପତ୍ର  ସହ  ରେଜିଷ୍ଟ୍ରିଡାକ  ଯୋଗେ   ପ୍ରେରଣ  କରାଯିବ , ଯେଉଁମାନେ  ଏପରି  ଅର୍ଥରାଶି  ନିମନ୍ତେ  ହକ୍ ଦାର୍  ବୋଲି  ତାଲିକାରେ  ଦର୍ଶାଯାଇଛି   ।

(୩) ଚୂଡାନ୍ତ  ପ୍ରକାଶନର  ତାରିଖ  ଏବଂ  ବିଷୟ  ସଂବନ୍ଧରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ତାଲିକାରେ  ଏକ ପ୍ରମାଣପତ୍ର  ସଂଯୋଗ  କରିବେ  ।

[୩୮ – ‘କ’ – ଦଫା  ୫୧ର  ଉପ – ଦଫା  (୨) ଅନୁଯାୟୀ , ସିଲିଂ  ବଳକା  ଜମିର  ବନ୍ଦୋବସ୍ତ  ନିମନ୍ତେ  ପଦ୍ଧତି  ଏବଂ  ସଂଜ୍ଞା : - (୧) ଏହି  ଆଇନ୍ ର  ଦଫା  ୫୧ର  ଉପ – ଦଫା  ୫୧ ର  ଉପ – ଦଫା  (୨) ଉଦ୍ଦେଶ୍ୟରେ , ଦଫା  ୪୫ର ବ୍ୟବସ୍ଥାବଳୀ  ଅନୁଯାୟୀ  ସରକାରଙ୍କ  ଠାରେ  ନ୍ୟସ୍ତ  ସିଲିଂ  ବଳକା  ଜମିର  ବନ୍ଦୋବସ୍ତ ; ଏତତ୍  ପରେ  ଉଲ୍ଲେଖିତ  ପଦ୍ଧତିରେ   କରାଯିବ  ।

[(କ) ଭୂମି – ହୀନ  ବ୍ୟକ୍ତି  କିମ୍ବା  ଭୂମି – ହୀନ କୃଷି  ଶ୍ରମିକ , କୌଣସି  ବ୍ୟକ୍ତିକୁ  ଅର୍ଥାୟୀତ  କରିବ , ଯାହାର  ସମୁଦାୟ  ଜମିର  ପରିମାଣ  ସହିତ  ଜଣେ  ରୟତ୍  କିମ୍ବା  କୃଷକ  ଦ୍ଵାରା  ଧାରୀତ  ଜମି  ଏବଂ   ତା’ର  ପରିବାରର  ସମସ୍ତ  ସଦସ୍ୟଙ୍କର   ଜମି  ଏକତ୍ରିତ  ଭାବେ  ୦.୭ ଷ୍ଟାଣ୍ଡାର୍ଡ  ଏକର  ଠାରୁ  ଅଧିକ  ନୁହେଁ , ଏବଂ  ଯାହାର  କୃଷି   ବ୍ୟତୀତ  ଅନ୍ୟ କୌଣସି  ଲାଭଜନକ  ଜୀବିକା  ଉପାର୍ଜନ  ଉପାୟ  ନାହିଂ  ।]

(ଖ) ‘ ସମବାୟ  ଚାଷ  ସମିତି ’ର ଅର୍ଥ ,  ଏକ  ସମିତି  ଯାହାକି  ଓଡିଶା  ସମବାୟ  ସମିତି  ଆଇନ୍ , ୧୯୬୨  ଅନୁଯାୟୀ   ନିବନ୍ଧିତ  ଏବଂ  ଭୂମିହୀନ  କୃଷି  ଶ୍ରମିକଙ୍କ  ଦ୍ଵାରା  ଗଠିତ   ।

[(ଖଖ) – ରାଜସ୍ୱ  ଉଚ୍ଚକର୍ମଚାରୀ , ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀ , ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ୍  କିମ୍ବା  କଲେକ୍ଟରଙ୍କ  ଦ୍ଵାରା  ପ୍ରଦାନ କରାଯାଇଥିବା  ଜମି  ବନ୍ଦୋବସ୍ତ  ଆଦେଶକୁ , ରାଜସ୍ୱ  ଡିଭିଜନାଲ୍  କମିଶନର , ଯେ  କୌଣସି ସମୟରେ   ସଂଶୋଧନ  କରିପାରନ୍ତି , ତାହା  ଏହି ନିୟମ  ଅନୁଯାୟୀ , ମୂଳ , ଅପିଲ୍ କିମ୍ବା  ରିଭିଜନ୍  କର୍ତ୍ତୃତ୍ଵର  ପରିଚାଳନା   ଅନୁଯାୟୀ   ହୋଇଥାଉ   ।

(୩) ବଳକା  ଜମିର  ବନ୍ଦୋବସ୍ତ  ନିମନ୍ତେ ,  ଆବେଦନ  ପତ୍ର  : - (କ) ଏହି ଆଇନ୍ ର  ଦଫା  ୪୫ ଅନୁଯାୟୀ , ସରକାରଙ୍କ   ଠାରେ  ବଳକା  ଜମିର  ନ୍ୟସ୍ତିକରଣ  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉଚିତ୍  ବ୍ୟକ୍ତିମାନଙ୍କ  ଠାରୁ  ବନ୍ଦୋବସ୍ତ  ନିମନ୍ତେ  ଆବେଦନପତ୍ର   ଆହ୍ଵାନ  କରିବା  ନିମନ୍ତେ , ସୂଚନା  ନିର୍ଗମ  କରିବେ , ଯାହାକି  ସୂଚନା  ନିର୍ଗମ  ତାରିଖରୁ [ପନ୍ଦର ଦିନ] ମଧ୍ୟରେ  ଦାଖଲ  କରାଯିବ ;

ଉଲ୍ଲେଖଥାଉ  ଯେ , ରାଜସ୍ୱ  ଉଚ୍ଚକର୍ମଚାରୀ ; ଲିଖିତ  ଭାବେ  କାରଣ  ଲିପିବଦ୍ଧ  କରି , ଉପ – ନିୟମ  (୮) ଅନୁଯାୟୀ , ଗ୍ରାମରେ  ବଳକା  ଜମିର  ବନ୍ଦୋବସ୍ତ , ଯେକୌଣସି  ସମୟରେ , ଉଚିତ୍  ବ୍ୟକ୍ତିଙ୍କଠାରୁ  ବଳକା  ଜମି  ବନ୍ଦୋବସ୍ତ  ପୂର୍ବରୁ , ଯେକୌଣସି  ସମୟରେ  ଆବେଦନ  ପତ୍ର  ଗ୍ରହଣ  କରିପାରନ୍ତି ; ଯାହାପରେ , ଏତତ୍ ପରେ  ଅନୁସୃତ  ଉପ – ନିୟମର  ବ୍ୟବସ୍ଥାବଳୀ  ପ୍ରୟୋଗ  ହେବ  ।

[(ଖ)  ଏପରି  ସୂଚନା , ରାଜସ୍ଵ  ଉଚ୍ଚକର୍ମଚାରୀଙ୍କ  କାର୍ଯ୍ୟାଳୟର  ସୂଚନା  ପଟ୍ଟାରେ  ସଂଯୋଗ  କରାଯିବ   । ଏପରି  ସୂଚନାର  ଏକ  ନକଲ , ଉକ୍ତ  ଗ୍ରାମର ଏକ  ଆଖିଦୃଶିଆ  ସ୍ଥାନରେ  ସଂଯୋଗ  କରାଯିବ , ଯେଉଁଠି  ପ୍ରଶ୍ନଗତ  ଜମି  ଅବସ୍ଥିତ । ଏପରି  ସୂଚନା , ଏପରି  ଜମିର  ବିସ୍ତୃତ  ବିବରଣୀ  ଧାରଣ  କରିଥିବ , ଯାହାକି  ବନ୍ଦୋବସ୍ତ  ନିମନ୍ତେ  ପ୍ରସ୍ତାବିତ୍ ; ଯଥା : - କେଉଁ  ଗ୍ରାମରେ  ଏପରି  ଜମି  ସ୍ଥିତ , ଖାତା  ନମ୍ବର , ପ୍ଲଟ୍  ନମ୍ବର , ରକବା , ଶ୍ରେଣୀ ବିଭାଗ , ଜମିର ସ୍ଥିତି  ଏବଂ  ଏପରି  ଅନ୍ୟାନ୍ୟ  ନିର୍ଦ୍ଧିଷ୍ଟକରଣ  ଯାହାକି  ଏହାର  ଚିହ୍ନଟ  ନିମନ୍ତେ  ଆବଶ୍ୟକ  ଅଟେ   ।]

[(୪)(କ) ଆବେଦନପତ୍ରର  ଦାଖଲ  ଏବଂ  ଆବେଦନ  ପ୍ରତି  ତଦନ୍ତ   : - ଉପନିୟମ  (୩) ରେ  ଧାର୍ଯ୍ୟ  ସମୟ  ମଧ୍ୟରେ , ଏହି  ଆଇନ୍ ର  ଦଫା ୫୧ ଅନୁଯାୟୀ  ଶ୍ରେଣୀଭୁକ୍ତ  ବ୍ୟକ୍ତିମାନଙ୍କ  ଦ୍ଵାରା , ବଳକା  ଜମିର  ବନ୍ଦୋବସ୍ତ  ନିମନ୍ତେ  ଦରଖାସ୍ତ  ଦାଖଲ   କରାଯିବ , ଏବଂ  ସେଗୁଡିକ  ଏକ  ଟଙ୍କା  ତିରିଶ  ପଇସାର  ନ୍ୟାୟାଳୟ  ଶୁଳ୍କ  ଟିକସ୍ ଧାରଣ  କରିବ ;

ଉଲ୍ଲେଖଥାଉ ଯେ , ଏପରି  ବଳକା  ଜମିର  ବନ୍ଦୋବସ୍ତ   ନିମନ୍ତେ , ରାଜ୍ୟ  ସରକାର  କୌଣସି  କ୍ଷେତ୍ରରେ  ନ୍ୟାୟାଳୟ   ଶୁଳ୍କ  ପ୍ରଦାନକୁ  ରିହାତି  କରିପାରନ୍ତି   ।

(ଖ) ଉପ – ନିୟମ  (୩) ଅନୁଯାୟୀ  ଗୃହୀତ  ଆବେଦନପତ୍ର  ନିବନ୍ଧନ  କରାଯିବ  ଏବଂ  ତା’ର  ବିବରଣୀକୁ , ଫର୍ମ ନଂ  ୨୨ରେ ଏକ  ରେଜିଷ୍ଟରରେ  ଅନ୍ତର୍ଭୁକ୍ତ   କରାଯିବ  ।

(ଗ) ଏପରି  ଆବେଦନପତ୍ରକୁ , ଗ୍ରାମ - ୱାରୀ  ସଜାଯିବ  ଏବଂ  ଏହି  ଆଇନ୍ ର  ଦଫା  ୫୧ରେ   ବ୍ୟବସ୍ଥାୟୀତ  ଅଗ୍ରଗଣ୍ୟତା  ଅନୁଯାୟୀ , ଗ୍ରାମ - ୱାରୀ  ବିଚାର  କରାଯିବ   ।

(ଘ) ପ୍ରତ୍ୟକ  ଆବେଦନପତ୍ର  ସଂବନ୍ଧରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ତା ପରେ  ଏକ  ତଦନ୍ତ  କରାଇବେ  ଏବଂ ଯଦି  ଏପରି   ତଦନ୍ତ  ପରେ  ସେ  ଏପରି  ମତ  ପୋଷଣ  କରନ୍ତି  ଯେ, ଜମି  ବନ୍ଦୋବସ୍ତ  ମଞ୍ଜୁର  କରାଯାଇପାରିବ  ନାହିଂ , ସେପରି ସ୍ଥଳେ  ସେ , ଏପରି ପ୍ରତ୍ୟାଖ୍ୟାନର   କାରଣ  ଲିପିବଦ୍ଧ  କରି , ଆବେଦନ  ପତ୍ରକୁ  ପ୍ରତ୍ୟାଖ୍ୟାନ  କରିବେ  ।

(ଙ) ଯଦି  ତଦନ୍ତ  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ  ଏପରି ମତପୋଷଣ  କରନ୍ତି  ଯେ , ଜମିର  ବନ୍ଦୋବସ୍ତ  ମଞ୍ଜୁର  କରାଜୀବ , ସେପରିସ୍ଥଳେ  ସେ  ଏକ  ଘୋଷଣା ପ୍ରକାଶନ କରିବେ , ଯାହାକି  ଆବେଦନକାରୀଙ୍କ  ବିବରଣୀ  ଏବଂ  ବନ୍ଦୋବସ୍ତ  ନିମନ୍ତେ  ଆବେଦିତ  ଜମିର  ବିବରଣୀ , ଯେପରି ,  ଗ୍ରାମର ନାମ , ପ୍ଲଟ୍  ନମ୍ବର , ‘ ହୋଲ୍ ଡିଂ ’ ନମ୍ବର , ଜମିର  ଶ୍ରେଣୀ  ବିଭାଗ , ରକବା  ଏବଂ  ଏପରି  ଅନ୍ୟ  ବିବରଣୀ  ଧାରଣ  କରିବ , ଯେପରି  ଆବଶ୍ୟକ  ହୋଇପାରେ  ଏବଂ  ଆପତ୍ତି  ଆହ୍ଵାନ  କରିବେ , ଯଦି  କିଛି ଥାଏ , ଏବଂ ଏପରି  ଆପତ୍ତିର  ଶୁଣାଣୀ  ନିମନ୍ତେ , ଏକ  ତାରିଖ  ଧାର୍ଯ୍ୟ  କରିବେ   ।

(ଚ) ଡ୍ରମ୍ ବାଦ୍ୟ  ଦ୍ଵାରା , ଏପରି  ଘୋଷଣାକୁ  ପ୍ରକାଶନ  କରାଯିବ [ଏବଂ  ସେହି  ଗ୍ରାମର  କୌଣସି  ଆଖିଦୃଶିଆ  ସ୍ଥାନରେ   ତା’ର  ଏକ  ନକଲକୁ  ଖୁବ୍  କମ୍ ରେ  ଦୁଇଜଣ  ବ୍ୟକ୍ତିଙ୍କ  ଉପସ୍ଥିତିରେ   ସଂଯୋଗକରି , ଯେଉଁଠାରେ  ଏପରି  ଜମି  ସ୍ଥିତ  ଅଟେ ; ଏହା  କରାଯିବ  । ଯଦି  ଉକ୍ତ  ଗ୍ରାମ  ଅଣ – ଅଧ୍ୟୁଷିତ ହୋଇଥାଏ , ସେପରିସ୍ଥଳେ  ଏହି  ସୂଚନା  ନିକଟବର୍ତ୍ତୀ  ଅଧ୍ୟୁଷିତ  ଗ୍ରାମରେ , ଉପରୋକ୍ତ  ଉପାୟରେ  ପ୍ରକାଶନ  କରାଯିବ   । ଏପରି ଘୋଷଣାର  ଏକ  ନକଲ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କାର୍ଯ୍ୟାଳୟ  ସୂଚନା  ପଟ୍ଟାରେ  ମଧ୍ୟ  ସଂଯୋଗ  କରି  ପ୍ରକାଶନ  କରାଯିବ ; ଏବଂ ତା’ର  ଏକ  ନକଲ  ମଧ୍ୟ  ଗ୍ରାମପଞ୍ଚାୟତକୁ  ପ୍ରେରଣ  କରାଯିବ , ଯେଉଁଠି  ଏପରି  ଜମି  ସ୍ଥିତ  ଅଟେ  ।

(ଛ) ଗ୍ରାମରେ  ଘୋଷଣାର  ପ୍ରକାଶନ  ତାରିଖରୁ [ପନ୍ଦର] ଦିନ  ଅତିବାହିତ  ହେବା  ପରେ , ଏବଂ  ଆପତ୍ତି , ଯଦି  କିଛି  ଥାଏ , ତାହା  ଶୁଣିବା  ପରେ ,  ରାଜସ୍ୱ  ଉଚ୍ଚକର୍ମଚାରୀ  , ଯଦି  ସେ  ସନ୍ତୁଷ୍ଟ  ହୁଅନ୍ତି  ଯେ , ଆବେଦନକାରୀ  ହକ୍ ଦାର୍  ଅଟନ୍ତି  ଏବଂ  କୌଣସି  କାରଣ  ଉପରେ , ବନ୍ଦୋବସ୍ତ  ପ୍ରତି ଆପତ୍ତି  ନାହିଂ , ସେପରିସ୍ଥଳେ  ସେ  ବନ୍ଦୋବସ୍ତ  ମଞ୍ଜୁର  କରିବା  ନିମନ୍ତେ  ଆଦେଶ  ପ୍ରଦାନ  କରିବେ   ।

(୫) ବନ୍ଦୋବସ୍ତର  ଅଗ୍ରଗଣ୍ୟତା  : - ଏହି  ଆଇନ୍ ର  ଦଫା  ୪୫ ଅନୁଯାୟୀ , ସରକାରଙ୍କ  ଠାରେଆ  ନ୍ୟସ୍ତ  ବଳକା  ବନ୍ଦୋବସ୍ତ   [ସ୍ଥାନୀୟ  ସମିତି , ଯଦି  କିଛିଥାଏ , ପରାମର୍ଶ  କରିବା  ପରେ ] ରାଜସ୍ୱ  ଉଚ୍ଚକର୍ମଚାରୀ , ଅଗ୍ରାଧିକାର  ଭିତ୍ତିରେ , ଏହି  ଆଇନ୍ ର  ଦଫା  ୫୧  ଅନୁଯାୟୀ , ହକ୍ ଦାର୍  ବ୍ୟକ୍ତିମାନଙ୍କ   ସହ  ଏପରି  କରିବେ ;

 

(ଘ) ଏହି  ଆଇନ୍ ର  ଦଫା ୫୧ରେ  ଧାର୍ଯ୍ୟ  ଅଗ୍ରଗଣ୍ୟତା  ସହିତ  ସମନ୍ଵୟ  ରକ୍ଷାକରି , ତଫସିଲ୍   ଭୁକ୍ତ  ଜାତି , ଏବଂ  ତଫସିଲ୍ ଭୁକ୍ତ  ଉପଜାତିର ହୋଇଥିବା  ଆବେଦନକାରୀ  ଏବଂ  ଅନ୍ୟମାନଙ୍କ   ସହିତ  ପୃଥକ୍ ଭାବେ  ଜମିର  ବନ୍ଦୋବସ୍ତ  ବିଚାର  କରାଯିବ  । ଗୋଟିଏ  ଶ୍ରେଣୀର  ହୋଇଥିବା  ବ୍ୟକ୍ତିଙ୍କର ଆବେଦନପତ୍ରଗୁଡ଼ିକୁ  ଏକତ୍ରିତ  ଭାବେ  ବିଚାର  କରାଯିବ  ଏବଂ  ଅଗ୍ରଗଣ୍ୟତା  କ୍ରମାନ୍ଵୟରେ , ପରବର୍ତ୍ତୀ  ଶ୍ରେଣୀକୁ  ଯିବା  ପୂର୍ବରୁ , ଫଇସଲା  କରାଯିବ   ।

ଉଲ୍ଲେଖଥାଉ  ଯେ , ସେହିମାନଙ୍କୁ  ପ୍ରାଥମିକତା  ଦିଆଯିବ , ଯେଉଁମାନେ  ଭୂମି – ହୀନ  ବ୍ୟକ୍ତି  ଅଟନ୍ତି , ଏବଂ ଯେଉଁମାନଙ୍କର  କୌଣସି  ଜମି  କିମ୍ବା  ଜୀବିକା  ଅର୍ଜନର ଅନ୍ୟ  କୌଣସି  ପନ୍ଥା  ନାହିଂ   ।

(୭) (କ) ବନ୍ଦୋବସ୍ତ  ଜମିର  ପରିମାଣ  : - ଉପନିୟମ  (୫) ରେ  ଉଲ୍ଲେଖିତ  ଅଗ୍ରଗଣ୍ୟତା ଏବଂ  ଉପ – ନିୟମ (୬) ରେ  ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ , ବଳକା  ଜମିର  ବନ୍ଦୋବସ୍ତ  କରାଯିବ   ।

(ଖ) କୌଣସି  ବ୍ୟକ୍ତି  ସହିତ  ୦.୭  ଷ୍ଟାଣ୍ଡାର୍ଡ  ଏକର  ଜମିରୁ  ଅଧିକ  ବନ୍ଦୋବସ୍ତ  କରାଯିବ  ନାହିଁ ;

ଉଲ୍ଲେଖ  ଥାଉ  ଯେ , ଯେତେବେଳେ  କୌଣସି  ବ୍ୟକ୍ତି  କେତେକେ  ଜମି  ଦଖଲ  କରିଥାଏ , ସେପରିସ୍ଥଳେ ସେତେ  ପରିମାଣ  ଜମି , ଯାହାକି  ସମୁଦାୟ  ୦.୭  ଷ୍ଟାଣ୍ଡାର୍ଡ  ଏକର  ଠାରୁ  ଅଧିକ  ହୋଇନଥାଏ , ତାହା , ତାଙ୍କ  ସହିତ  ବନ୍ଦୋବସ୍ତ  କରାଯାଇପାରେ ;

[ଆହୁରି  ଉଲ୍ଲେଖ  ଥାଉ  ଯେ , ଯେଉଁ  ସ୍ଥଳରେ  ବନ୍ଦୋବସ୍ତ  ନିମନ୍ତେ  ଉପଲବ୍ଧ ବଳକା  ଜମି , ଯାହାକି  କୌଣସି  ପ୍ଲଟ୍ ରେ   ଧାରୀତ  ହୋଇଥାଏ  ଏବଂ ତାହା  ୦.୭  ଷ୍ଟାଣ୍ଡାର୍ଡ  ଏକର  ଠାରୁ  ଅଧିକ  ହୋଇଥାଏ ; ମାତ୍ର  ଏକ  ଷ୍ଟାଣ୍ଡାର୍ଡ  ଏକରଠାରୁ  କମ୍  ହୋଇଥାଏ  ଏବଂ  ଉକ୍ତ  ବ୍ୟକ୍ତି  ୦.୭ ଷ୍ଟାଣ୍ଡାର୍ଡ  ଏକରର  ପ୍ରାରମ୍ଭିକ  ବନ୍ଦୋବସ୍ତ  ପରେ  ଅବଶିଷ୍ଟ  ଜମିର  ବନ୍ଦୋବସ୍ତ  ନିମନ୍ତେ   ଆଗେଇଥିଲେ  ; ସେପରିସ୍ଥଳେ   ଏପରି  ଜମି , ଉକ୍ତ  ବ୍ୟକ୍ତି  ସହ  ବନ୍ଦୋବସ୍ତ  କରାଯିବ , ଯାହାଙ୍କ  ସହିତ   ଲଗାତାର  ଜମି  ବନ୍ଦୋବସ୍ତ  କରାଯାଇଛି   ।

ସ୍ପଷ୍ଟିକରଣ : - ପରିବର୍ତ୍ତନ  ଉଦ୍ଦେଶ୍ୟରେ , ଏକ  ଏକର , ୦.୪୦୪୭  ହେକ୍ଟର  ସହ   ସମାନ  ହେବ   ।

[(୮) ‘ ସଲାମି ’ ରୁ  ମୁକ୍ତ  ହୋଇ , ରୟତି  ଭିତ୍ତି  ଉପରେ  ,ହକ୍ ଦାର୍  କିମ୍ବା  ଉପଯୁକ୍ତ  ବ୍ୟକ୍ତିଙ୍କ  ସହିତ , ଜମି  ବନ୍ଦୋବସ୍ତ   କରାଯିବ   ।

[(୮ - କ)x x x]

(୯) ମଧ୍ୟବର୍ତ୍ତୀକାଳୀନ  କିମ୍ବା  ଅସ୍ଥାୟୀ  ବ୍ୟବସ୍ଥା  : - ଓଡିଶା  ଭୂସଂସ୍କାର  ନିୟମାବଳୀ , ୧୯୬୫ ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ‘ ସଲାମି ’ ବାବଦରେ  ସମସ୍ତ  ବକେୟା  ଅର୍ଥରାଶି  ସହିତ  ସେଥିପ୍ରତି  ଉଦ୍ରେକ  ସୁଧ  ଯାହାକି  ୧୯୮୩ ମସିହା  ନଭେମ୍ବର  ୧ ତାରିଖ  ପୂର୍ବରୁ  ବଳକା  ଜମିର  ବନ୍ଦୋବସ୍ତ  ହୋଇଥାଏ , ଉକ୍ତ  ଆବଣ୍ଟିତ  ବ୍ୟକ୍ତିମାନଙ୍କ  ଠାରୁ  ପ୍ରାପ୍ୟ  ଅଟେ ; ତାହା  ରିହାତି  କରାଯାଇଛି ବୋଲି  ଧରାଯିବ   ।

[(୯ - କ)x x x]

(ଖ) ଜମି ବନ୍ଦୋବସ୍ତ  କରିବା  ସମୟରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ବ୍ୟକ୍ତି  ଦ୍ଵାରା  ସେ ସଂବନ୍ଧରେ  ପ୍ରଦାନ  କରାଯିବାକୁ  ଥିବା  ଯଥାଯଥ  ଖଜଣା  ସ୍ଥିର  କରିବେ , ଯାହାଙ୍କ  ସହ ଏପରି  ଜମି  ବନ୍ଦୋବସ୍ତ  କରାଯାଇଛି   ।

(ଗ) ବନ୍ଦୋବସ୍ତର   ଚୂଡାନ୍ତ  ଆଦେଶର   ଏକ  ନକଲ, ସେହି  ଅଧିକାରୀଙ୍କ  ନିକଟକୁ  ପ୍ରେରଣ  କରାଯିବ , ଯେକି  ଖତିୟାନର  ରକ୍ଷଣାବେକ୍ଷଣ  ନିମନ୍ତେ  ଦକ୍ଷ  ଅଟନ୍ତି   ।

(୧୦)(କ) ଅପିଲ୍  ଏବଂ ରିଭିଜନ୍  : - ନିୟମ  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଆଦେଶ  ବିରୁଦ୍ଧରେ  କୌଣସି  ଅପିଲ୍ , ଯଦି  ଉପସ୍ଥାପନ   କରାଯାଏ : -

(୧) ଏପରି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି  ଦ୍ଵାରା ; କିମ୍ବା

(୨) ରାଜ୍ୟ  ସରକାରଙ୍କ  ଦ୍ଵାରା ; ତାହା , ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ସବ୍ ଡିଭିଜନାଲ୍  ଅଫିସର୍ ଙ୍କ   ସମ୍ମୁଖରେ   ଦାଖଲ  କରାଯିବ   ।

(ଖ) ସବ୍ ଡିଭିଜନାଲ୍  ଅଫିସରଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ବିରୁଦ୍ଧରେ  ରିଭିଜନ୍ ; ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ  ଜିଲ୍ଲା କଲେକ୍ଟରଙ୍କ  ସମ୍ମୁଖରେ  ଦାଖଲ  କରାଯିବ  ।

ଉଲ୍ଲେଖ  ଥାଉ  ଯେ , ଜିଲ୍ଲା  କଲେକ୍ଟରଙ୍କ   କ୍ଷମତା , କୌଣସି  ଶ୍ରେଣୀୟ  ମୋକଦ୍ଦମା  ନିମନ୍ତେ , କଲେକ୍ଟରଙ୍କ  ଦ୍ଵାରା  କୌଣସି  ଲିଖିତ  ଆଦେଶ  ବଳରେ , ତାହା ଅତିରିକ୍ତ   ଜିଲ୍ଲା  ମାଜିଷ୍ଟ୍ରେଟ୍ ଙ୍କ  ଦ୍ଵାରା  ପରିଚାଳନା  କରାଯାଇପାରେ  ।

[(ଖ) ରାଜସ୍ୱ  ଉଚ୍ଚକର୍ମଚାରୀ , ସବ୍ ଡିଭିଜନାଲ୍   ଅଫିସର , ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ୍   କିମ୍ବା  କଲେକ୍ଟରଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଜମି   ବନ୍ଦୋବସ୍ତ  ଆଦେଶକୁ ,  ରାଜସ୍ୱ  ଡିଭିଜନାଲ୍  କମିଶନର  ସଂଶୋଧନ  କରିପାରନ୍ତି  ଏବଂ ତାହା   ତାଙ୍କର  ମୂଳ , ଅପିଲିୟ  କିମ୍ବା  ସଂଶୋଧନୀୟ   କର୍ତ୍ତୃତ୍ଵ  ହୋଇଥାଉ  ।]

(ଗ) ଯେଉଁ  ଆଦେଶ  ବିରୁଦ୍ଧରେ  କୌଣସି  ଅପିଲ୍  କିମ୍ବା  ରିଭିଜନ୍  ଦାଏର୍  କରାଯାଏ , ସେପରିସ୍ଥଳେ   ଉକ୍ତ  ଆଦେଶର  ପ୍ରମାଣିତ  ନକଲ  ମଧ୍ୟ  ଏପରି  ଅପିଲ୍ ସ୍ମାରକପତ୍ର  କିମ୍ବା  ରିଭିଜନ୍  ଦରଖାସ୍ତରେ  ସଂଯୋଗ  କରାଯିବ  ।

(ଘ) ପ୍ରତ୍ୟକ  ଅପିଲ୍ କିମ୍ବା  ରିଭିଜନ୍  ଦରଖାସ୍ତ , ଏକ  ସ୍ମାରକପତ୍ର  ଭାବେ  ପ୍ରସ୍ତୁତ  କରାଯିବ  ଏବଂ  ତାହା  ଅପିଲ୍  କର୍ତ୍ତା  କିମ୍ବା  ଆବେଦନକାରୀଙ୍କ  ଦ୍ଵାରା , କିମ୍ବା  ତାଙ୍କର  ସ୍ଵୀକୃତ  ପ୍ରତିନିଧି  କିମ୍ବା  ଅଧିବକ୍ତାଙ୍କ  ଦ୍ଵାରା  ସ୍ଵାକ୍ଷରିତ  ହେବ  ଏବଂ ତାରିଖ  ପ୍ରଦାନ  କରାଯିବ  ଏବଂ ଏପରି  ସ୍ମାରକପତ୍ର  ସଂକ୍ଷିପ୍ତଭାବେ   ଆଦେଶ  ପ୍ରତି  ଆପତ୍ତିର  କାରଣ  ସଂକ୍ଷିପ୍ତ  ଭାବେ  ଉଲ୍ଲେଖ  କରୁଥିବ   ଏବଂ ଏପରି  କାରଣଗୁଡିକୁ କ୍ରମାନ୍ଵୟରେ   ସଂଖ୍ୟାୟୀତ  କରାଯିବ   ।

(ଙ) ଯଦି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତ  ଗ୍ରହଣ   କରାଯାଇଥାଏ , ଏପରି  ଅପିଲ୍  କିମ୍ବା  ରିଭିଜନ୍   ଶୁଣାଣୀ  କରୁଥିବା  ଅଧିକାରୀ , ସେହି  ଉଚ୍ଚକର୍ମଚାରୀଙ୍କ  ଠାରୁ  ଏକ  ବିବରଣୀ  ଆହ୍ଵାନ କରିପାରନ୍ତି , ଯାହାଙ୍କ  ଆଦେଶ   ବିରୁଦ୍ଧରେ  ଏପରି  ଅପିଲ୍ କିମ୍ବା  ରିଭିଜନ୍  ଦରଖାସ୍ତ  ଦାଖଲ  କରାଯାଇଛି ;

ଉଲ୍ଲେଖ ଥାଉ  ଯେ , ସେହି  ସମସ୍ତ  ବିଷୟ  ଯାହା  ଉପରେ  ଏପରି  ବିବରଣୀ  ଆବଶ୍ୟକ , ତାହା  ସ୍ପଷ୍ଟଭାବେ  ଏପରି  ଆଦେଶର  ଉଲ୍ଲେଖିତ  ହୋଇଥିବ   ।

(ଚ) ଏପରି  ଅପିଲ୍  କିମ୍ବା  ରିଭିଜନ୍ ର  ସ୍ଥଗିତାବସ୍ଥାରେ ; ଅପିଲ୍ କିମ୍ବା  ରିଭିଜନ୍  କରାଯାଇଥିବା  ଆଦେଶର  କାର୍ଯ୍ୟକାରୀତା  , ଏପରି ଅପିଲ୍  କିମ୍ବା  ରିଭିଜନ୍  ଶୁଣାଣୀ  କରୁଥିବା  ଅଧିକାରୀଙ୍କ   ବିବେକ  ଅନୁଯାୟୀ , ସ୍ଥଗିତ  ରଖାଯାଇପାରେ  ।

(ଛ) ଏପରି  ଅପିଲ୍   କିମ୍ବା  ରିଭିଜନ୍  ଏବଂ ଏହାର  ଶୁଣାଣୀ  ତାହା  ସଂବନ୍ଧରେ  ଏକ  ସୂଚନା , ପ୍ରତିବାଦୀଙ୍କ  ଉପରେ ଜାରୀ  କରାଯିବ ; ଯଦି  ସେପରି  କୌଣସି   ପ୍ରତିବାଦୀ  ଥାଆନ୍ତି   ।

(ଜ) କୌଣସି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତ  ଉପରେ  ଚୂଡାନ୍ତ  ଆଦେଶ  ପ୍ରଦାନ  କରାଯିବା  ପୂର୍ବରୁ , ପକ୍ଷମାନଙ୍କୁ  ବ୍ୟକ୍ତିଗତଭାବେ   ଶୁଣାଣୀର  ସୁଯୋଗ   ପ୍ରଦାନ  କରାଯିବ   ।

[(୩୮- ଖ)]  ଭବିଷ୍ୟତ  ଅଧିଗ୍ରହଣ  ଉପରେ  ‘ସିଲିଂ’  : - [ଏହି  ଆଇନ୍ ର  ଦଫା  ୫୨ ଉଦ୍ଦେଶ୍ୟରେ , ଏହା  ତହସିଲ୍ ଦାର୍ ଙ୍କ   କର୍ତ୍ତବ୍ୟ  ହେବ  ଯେ , ଯେକି  ଓଡିଶା ସର୍ବକ୍ଷେଣ  ଏବଂ   ବନ୍ଦୋବସ୍ତ  ନିୟମାବଳୀ , ୧୯୬୨ ର  ଅଧ୍ୟାୟ – ୪ ଅନୁଯାୟୀ , ଖତିୟାନର  ରକ୍ଷଣାବେକ୍ଷଣ  ସହ  ନ୍ୟସ୍ତ  ହୋଇଥାଆନ୍ତି ; ସେ  ସେହି  ସମସ୍ତ  ବିଷୟ  ରାଜସ୍ୱ  କର୍ମଚାରୀଙ୍କୁ  ସୂଚୀତ  କରିବେ , ଯେଉଁ  ସ୍ଥଳରେ  କୌଣସି  ରୟତ୍  କିମ୍ବା  ଜମି  ଧାରଣକାରୀଙ୍କ  ଦ୍ଵାରା  ଧାରୀତ  ସମୁଦାୟ  ଜମି , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ ) (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ ର  ପ୍ରଚଳନ  ପରେ , ସିଲିଂ  ଅଂଚଳଠାରୁ  ଅଧିକ  ହୋଇଥାଏ  ।

[୩୮ – ‘ ଗ ’ – ଏହି  ଆଇନ୍ ର  ଦଫା  ୫୨ ପ୍ରତି  ପ୍ରତିବନ୍ଧ  ଅନୁଯାୟୀ , ଋଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ , ନିୟମ  ୨୯ – ଘରେ  ଧାରୀତ  ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ  , ପ୍ରୟୋଗ  ହେବ   ।

ଅଧ୍ୟାୟ – ୫

ବିବିଧା

[୩୯ – ଦଫା  ୫୩ର   ଉପ – ଦଫା  (୪) ଅନୁଯାୟୀ  ଜମି – କମିଶନ୍ ଙ୍କ   କାର୍ଯ୍ୟାନୁଷ୍ଠାନ  ପରିଚାଳନା  କରିବା  ପଦ୍ଧତି  : - ଜମି କମିଶନ୍ ଙ୍କ  କାର୍ଯ୍ୟାନୁଷ୍ଠାନ  ପରିଚାଳନାର   ପଦ୍ଧତି  ନିମ୍ନ  ପ୍ରକାର  ହେବ  : -

(୧) ‘ ଚେୟାରମ୍ୟାନ୍ ’ ଙ୍କ  ଅନୁମୋଦନ  ସହିତ , କମିଶନ୍  ସଚୀବ , ବୈଠକ  ଆହ୍ଵାନ  କରିବେ  ଏବଂ  ସେଥି ନିମନ୍ତେ  ତାରିଖ , ସମୟ  ଏବଂ  ସ୍ଥାନ  ଧାର୍ଯ୍ୟ  କରିବେ ; ଯେଉଁଥି  ନିମନ୍ତେ  ସୂଚନା  ଏପରି  ବୈଠକ  ତାରିଖର  ଖୁବ୍  କମ୍ ରେ  ସାତ  ଦିନ  ପୂର୍ବରୁ , କମିଶନ୍ ଙ୍କ  ସମସ୍ତ  ସଦସ୍ୟଙ୍କୁ  ପ୍ରଦାନ  କରାଯିବ  ।

(୨) ଏପରି  ବୈଠକର  କାର୍ଯ୍ୟସୂଚୀ   ଏପରି  ସୂଚନାରେ  ଧାରୀତ  ହୋଇଥିବ  ଏବଂ  ଏପରି  କାର୍ଯ୍ୟସୂଚୀରେ  ଉଲ୍ଲେଖିତ  ହୋଇନଥିବା  କୌଣସି  ବିଷୟ , ‘ ଚେୟାରମ୍ୟାନ୍ ’ ଙ୍କ  ଅନୁମତି  ସହିତ , ବିଚାର  କରାଯାଇପାରେ  ।

(୩) କମିଶନ୍ ଙ୍କ  ସମସ୍ତ  ବୈଠକରେ , ‘ ଚେୟାରମ୍ୟାନ୍ ’  ସଭାପତିତ୍ଵ  କରିବେ   ।

(୪) ‘ ଚେୟାରମ୍ୟାନ୍ ’ ଙ୍କ  ଅନୁପସ୍ଥିତିରେ , ଉପସ୍ଥିତ  ସଦସ୍ୟମାନେ , ଏପରି  ବୈଠକ  ନିମନ୍ତେ  ଜେନ  ସଭାପତିଙ୍କୁ  ଚୟନ  କରିବେ   ।

(୫) ଏପରି  ବୈଠକର  କାମଚଳା  ସଦସ୍ୟଙ୍କ  ସଂଖ୍ୟା  ୪ ହେବ   ।

(୬) କାମଚଳା  ସଦସ୍ୟଙ୍କ  ଅଭାବରେ , ଏପରି  ବୈଠକକୁ  ମୂଲତବୀ  ରଖାଯିବ  ଏବଂ  କୌଣସି  ମୂଲତବୀ  ବୈଠକ  ନିମନ୍ତେ , କୌଣସି  କାମଚଳା  ସଦସ୍ୟଙ୍କ  ଆବଶ୍ୟକତା  ରହିବା  ନାହିଂ ; ମାତ୍ର  ମୂଲତବୀ   ସମୟରେ , ସମସ୍ତ  ସଦସ୍ୟଙ୍କୁ  ଏପରି  ବୈଠକର  ତାରିଖ , ସମୟ  ଏବଂ  ସ୍ଥାନ  ସଂବନ୍ଧରେ  ସୂଚନା  ପ୍ରଦାନ  କରାଯିବ   ।

(୭) ଇଂରେଜୀରେ  ପ୍ରତ୍ୟକ  ବୈଠକର   କାର୍ଯ୍ୟାନୁଷ୍ଠାନର  ଏକ  ସଂକ୍ଷିପ୍ତ  ବିବରଣୀ , କମିଶନ୍ ର  ସଚୀବ  ଲିପିବଦ୍ଧ   କରିବେ  ଏବଂ  ତା’ର  ନକଲ ,  ସରକାର  ଏବଂ ସମସ୍ତ  ସଦସ୍ୟମାନଙ୍କୁ  ପ୍ରେରଣ  କରିବେ  ।

(୮) ଏପରି  ମଧ୍ୟାନ୍ତର  ସମୟରେ  ଏବଂ  ରାଜ୍ୟର  ଏପରି  ସ୍ଥାନରେ  କମିଶନ୍  ବୈଠକ  କରିପାରିବେ , ଯେପରି  ଆବଶ୍ୟକ  ବୋଲି  ମାନେ  କରାଯାଏ ;  ମାତ୍ର  ବର୍ଷରେ [ଚାରି] ଥରରୁ  କମ୍ ନୁହେଁ , ଯେଉଁଥିରେ  ଏହାର  କାର୍ଯ୍ୟ  ପରିଚାଳନା  କରାଯିବ   ।

(୯) ଦଫା  ୫୩ର  ଉପ – ଦଫା (୩) ଅନୁଯାୟୀ  ଆବଶ୍ୟକ   କୌଣସି  ବିଶେଷ  ଉଦ୍ଦେଶ୍ୟ  ନିମନ୍ତେ , କମିଶନ୍ ର  ‘ ଚେୟାରମ୍ୟାନ୍ ’ , ସଦସ୍ୟମାନଙ୍କ   ସମ୍ମତି ସହିତ , ଏନୟା  କୌଣସି  ବ୍ୟକ୍ତିଙ୍କୁ  ମନୋନୀତ  କରିପାରନ୍ତି   ।

(୧୦) ‘ ଚେୟାରମ୍ୟାନ୍ ’ଙ୍କ  ଅନୁପସ୍ଥିତିରେ , ଲିଖିତଭାବେ  ତାଙ୍କ  ଦ୍ଵାରା  କ୍ଷମତାୟୀତ , କମିଶନ୍ ଙ୍କ  କୌଣସି  ସଦସ୍ୟ  କିମ୍ବା  ଏପରି କ୍ଷମତାର  ଅନୁପସ୍ଥିତିରେ , ସେ  ସଂବନ୍ଧରେ  କୌଣସି  ପ୍ରସ୍ତାବ  ଅନୁଯାୟୀ , କମିଶନ୍ ଙ୍କ  ଦ୍ଵାରା  କ୍ଷମତାୟୀତ  କୌଣସି  ସଦସ୍ୟ  କମିଶନଙ୍କ  କାର୍ଯ୍ୟାଳୟ  କାର୍ଯ୍ୟ  ପରିଚାଳନା  କରିବା  ନିମନ୍ତେ , କୌଣସି  ଦଲିଲ୍ ରେ   ସ୍ଵାକ୍ଷର  କରିବା  ନିମନ୍ତେ  ହକ୍ ଦାର୍  ହେବେ    ।

(୧୧)କମିଶନଙ୍କ   ସଦସ୍ୟତାରେ  କୌଣସି  ରିକ୍ତତା  କ୍ଷେତ୍ରରେ   କମିଶନଙ୍କ  ସଚୀବ , ଏପରି ରିକ୍ତ  ସ୍ଥାନରେ  ଜଣେ  ସଦସ୍ୟଙ୍କୁ    ନିଯୁକ୍ତ  କରିବା  ନିମନ୍ତେ , ସରକାରଙ୍କ   ଦୃଷ୍ଟି  ଆକର୍ଷଣ  କରିବା  ନିମନ୍ତେ , ତୁରନ୍ତ  ପଦକ୍ଷେପ  ଗ୍ରହଣ  କରିବେ  ।

(୧୨) କମିଶନ୍ ଙ୍କ   ସଦସ୍ୟତାରେ  କୌଣସି  ରିକ୍ତ  ସ୍ଥାନର   ସ୍ଥିତାବସ୍ଥା   ସତ୍ବେ , ମାତ୍ର  ଏହି  ନିୟମାବଳୀର ବ୍ୟବସ୍ଥାବଳୀର   ନିୟନ୍ତ୍ରଣାଧିନରେ , କମିଶନ୍ ଙ୍କ  ଦ୍ଵାରା   ପରିଚାଳିତ  ସମସ୍ତ  କାର୍ଯ୍ୟ   ବୈଧ  ହେବ  ।

(୧୩)  କମିଶନ୍ ଙ୍କ  ତରଫରୁ   ସମସ୍ତ  ପତ୍ରାଳାପକୁ   ସଠିକ୍   କରିବା  ନିମନ୍ତେ  କେବଳ  କମିଶନ୍ ଙ୍କ  ସଚିବ  ଦକ୍ଷ  ହେବେ   ।

ଉଲ୍ଲେଖଥାଉ  ଯେ , କମିଶନ୍ ର  ‘ ଚେୟାରମ୍ୟାନ୍ ’ ଏପରି  ପ୍ରତାଳାପ  ଗୁଡିକୁ  ସଠିକ୍  କରିବା  ନିମନ୍ତେ , ଅନ୍ୟ  କୌଣସି  ବ୍ୟକ୍ତିଙ୍କୁ  କ୍ଷମତାୟୀତ  କରିପାରନ୍ତି , ଯେତେବେଳେ  ସଚିବ  ଅନୁପସ୍ଥିତ  ଥାଆନ୍ତି  କିମ୍ବା  କାର୍ଯ୍ୟ  ସଂପାଦନ  କରିବା  ନିମନ୍ତେ  ଅକ୍ଷମ  ହୋଇଥାଆନ୍ତି    ।]

[୩୯ – ‘କ’ ସ୍ଥାନୀୟ   ସମିତିର  ଗଠନ  ଏବଂ  ଏହାର  କାର୍ଯ୍ୟ  ପରିଚାଳନା   : - [ପ୍ରତ୍ୟକ  ରାଜସ୍ୱ  ସର୍କଲ୍  ନିମନ୍ତେ , ସ୍ଥାନୀୟ  ସମିତି  ଗଠନ  କରାଯାଇପାରେ   । ଏପରି  ସମିତି  ଚାରିଜଣ  ସଦସ୍ୟଙ୍କୁ  ଧାରଣ କରିବ , ଯେଉଁମାନଙ୍କ  ମଧ୍ୟରୁ  ସର୍କଲ୍ ର  ରାଜସ୍ୱ  ଇନ୍ସପେକ୍ଟର  ଜଣେ  ହେବେ , ଅନ୍ୟ  ତିନିଜଣ  ସଦସ୍ୟ  ଅଣ – କାର୍ଯ୍ୟାଳୟ ବ୍ୟକ୍ତି  ହେବେ , ଯେଉଁମାନେ  ସରକାରଙ୍କ  ଦ୍ଵାରା  କିମ୍ବା  ଦଫା  ୮୯  ଅନୁଯାୟୀ  କ୍ଷମତାୟୀତ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ମନୋନୀତ  ହେବେ , ଯେଉଁମାନେ ଯଦି  ଶୀଘ୍ର   ପ୍ରତିବଦଳ  ନହୁଅନ୍ତି କିମ୍ବା  ଯଦି  ଏପରି  କମିଶନ୍ ଶୀଘ୍ର  ପୁନଃ  ଗଠିତ  ନହୁଏ ; ତାହେଲେ  ସେମାନେ  ତିନିବର୍ଷ   ନିମନ୍ତେ  କାର୍ଯ୍ୟାଳୟ ଧାରଣ  କରିବେ  ।

(୨) ସ୍ଥାନୀୟ  ସମିତିର  ବୈଠକ  ନିମନ୍ତେ  କୌଣସି  କାମଚଳା  ସଦସ୍ୟଙ୍କର   ଆବଶ୍ୟକତା  ନାହିଂ   ।

(୪) ଏପରି  ବୈଠକ  ଆହ୍ଵାନକାରୀ  ପ୍ରତ୍ୟକ  ବୈଠକରେ  କାର୍ଯ୍ୟାନୁଷ୍ଠାନ  ବିବରଣୀର  ଏକ  ସଂକ୍ଷିପ୍ତ  ନଥି  ଓଡିଆ  ଭାଷାରେ  ରଖିବେ   ।]

[୪୦ . ଦଫା – ୫୬ – ‘କ’  ଅନୁଯାୟୀ  ଆବେଦନପତ୍ର  : - ଦଫା  ୫୬ – ‘କ’ ର  ଉପ – ଦଫା (୧) ଅନୁଯାୟୀ  ଆବେଦନପତ୍ର , ଫର୍ମ ନଂ –  ୧୦ରେ  ହେବ  ।

(୨) ଏହା , ଏପରି  ବ୍ୟକ୍ତିଙ୍କ  ଦ୍ଵାରା ତଦନ୍ତ  କରାଯିବ , ଯେକି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  କ୍ଷମତାୟୀତ  ହୋଇଥିବେ   ।

(୩) ତଦନ୍ତ  ବିବରଣୀ  ପାଇବା  ପରେ  ଆବେଦନକାରୀଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରି ଏବଂ  ଆବଶ୍ୟକ  ଅନୁଯାୟୀ  ଅଧିକ  ତଦନ୍ତ  କରିବା  ପରେ  ରାଜସ୍ୱ  ଉଚ୍ଚକର୍ମଚାରୀ  ସ୍ଥିର  କରିବେ ଯେ , ଆବେଦନ  ପତ୍ରରେ  ପ୍ରାର୍ଥନା  କରାଯାଇଥିବା  ପ୍ରମାଣପତ୍ର  ମଞ୍ଜୁର୍  କରାଯିବ  କି ନାହିଂ ;

ଉଲ୍ଲେଖ  ଥାଉ  ଯେ , ସେପରି  କୌଣସି  ବ୍ୟକ୍ତିଙ୍କ  ସଂବନ୍ଧରେ  ପ୍ରମାଣପତ୍ର , ଯେ କି  ଶାରୀରିକ  ଅକ୍ଷମତାର  ନିୟନ୍ତ୍ରଣାଧିନ   ଅଟନ୍ତି , ତାଙ୍କ  ସପକ୍ଷରେ  ପ୍ରମାଣପତ୍ର  ମଞ୍ଜୁର  କରାଯିବ  ନାହିଂ , ଯଦି  ଉକ୍ତ  ବ୍ୟକ୍ତିର , ଜମି  ବ୍ୟତୀତ , ଅନ୍ୟ  କୌଣସି  ଉତ୍ସରୁ  ବାର୍ଷିକ  ଆୟ  ଆଠ  ହଜାର  ଟଙ୍କାରୁ  ଅଧିକ  ହୋଇଥାଏ   ।]

[(୪) ଉପ – ନିୟମ (୩) ଅନୁଯାୟୀ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ମଞ୍ଜୁର  କରାଯିବାକୁ  ଥିବା  ପ୍ରମାଣପତ୍ର , ଫର୍ମ ନଂ – ୧୧ରେ  ହେବ   ।]

୪୧ . ଦଫା  ୫୭ର  ଉପ – ଦଫା  (୨) ଅନୁଯାୟୀ  ଖର୍ଚ୍ଚ  : - ରାଜସ୍ୱ  ଉଚ୍ଚକର୍ମଚାରୀ , କୃତକାର୍ଯ୍ୟ  ପକ୍ଷଙ୍କୁ  ଖର୍ଚ୍ଚ  ପ୍ରଦାନ  କରିପାରନ୍ତି , ଯାହାକି  ଆବେଦନପତ୍ର  କିମ୍ବା  ଅପିଲ୍  ସ୍ମାରକପତ୍ର   ପ୍ରଦାନ  କରାଯାଇଥିବା  ନ୍ୟାୟାଳୟ  ଶୁଳ୍କ   ରାଶିଠାରୁ  ଅଧିକ  ହୋଇନଥିବ  ଏବଂ  ଏହା  ଖୁବ୍ କମ୍ ରେ   ପାଞ୍ଚ  ଟଙ୍କାର  ନିୟନ୍ତ୍ରଣାଧିନ  ହେବ   ।

[୪୧ – ‘କ’ – ସୁବିଧାୟୀତ  ରୟତ୍ ଭାବେ   ଘୋଷଣା   ନିମନ୍ତେ , ଟ୍ରିବ୍ୟୁନାଲ୍  ସମ୍ମୁଖରେ  ଦାବୀ : - ଦଫା ୫୭ – ‘କ’   ଅନୁଯାୟୀ  ରୟତ  ଭାବେ  ଟ୍ରଷ୍ଟର  ଘୋଷଣା , ନିମ୍ନ  ପଦ୍ଧତିରେ  କରାଯିବ   ।

[(୧) କୌଣସି  ଟ୍ରଷ୍ଟ  ତରଫରୁ  କାର୍ଯ୍ୟ  କରିବା  ନିମନ୍ତେ  ଦକ୍ଷ  କୌଣସି  ବ୍ୟକ୍ତି , ଦଫା ୫୭ – ‘କ’ ଅନୁଯାୟୀ  ନିଯୁକ୍ତ  ଟ୍ରିବ୍ୟୁନାଲ୍ କୁ   ଏହା  ଉଲ୍ଲେଖକରି , ଏକ  ଆବେଦନପତ୍ର  ପ୍ରଦାନ  କରିବେ  ଯେ , ଏପରି  ଟ୍ରଷ୍ଟ  ଦ୍ଵାରା  ଧାରୀତ  ଜମି  ସଂବନ୍ଧରେ , ଜଣେ  ସୁବିଧାୟୀତ  ରୟତ୍ ଭାବେ  ଏପରି   ଟ୍ରଷ୍ଟକୁ  ଘୋଷଣା  କରାଯାଉ  ।]

(୨) ଉପ – ନିୟମ (୧) ରେ  ଉଲ୍ଲେଖିତ  ଆବେଦନ  ପତ୍ର   ଗୁଡିକର  ଫଇସଲା  ନିମନ୍ତେ , ଟ୍ରିବ୍ୟୁନାଲ୍  ଯେତେ  ଦୂର  ସମ୍ଭବ , ଏପରି  ପଦ୍ଧତି  ଅନୁସରଣ  କରିବେ , ଯେପରି  ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮)ରେ , ମୋକଦ୍ଦମାର  ବିଚାର  ନିମନ୍ତେ  ଉଲ୍ଲେଖ  କରାଯାଇଛି    ।]

(୩) ଦଫା ୨ର  ଧାରା  (୨୪)ର  ଉପଧାରା  (ଙ) ଅନୁଯାୟୀ  କୌଣସି  ଟ୍ରଷ୍ଟ  ସଂବନ୍ଧରେ  କୌଣସି  ଟ୍ରଷ୍ଟି  ଦ୍ଵାରା  ଆବେଦନପତ୍ର  , ଫର୍ମ  ନଂ – ୨୦ରେ  ହେବ  ଏବଂ  ତାହା  କୌଣସି  ଆବେଦନକାରୀ  କିମ୍ବା  ସେ  ସଂବନ୍ଧରେ  ତାଙ୍କ  ଦ୍ଵାରା  ସଠିକ୍  ଭାବେ  କ୍ଷମତାୟୀତ  ତାଙ୍କ  ପ୍ରତିନିଧି  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଅର୍ଜିକୁ , ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮) ଅନୁଯାୟୀ  ଯାଞ୍ଚ  କରାଯିବ   ।

(୪) ଆବେଦନପତ୍ର  ଏହାର  ତିନୋଟି  ନକଲ  ସହ  ଏପରି  ଆବେଦନପତ୍ରକୁ  ବ୍ୟକ୍ତିଗତଭାବେ  କିମ୍ବା  ତାଙ୍କ କ୍ଷମତାୟୀତ  ପ୍ରତିନିଧିଙ୍କ  ଜରିଆରେ , କର୍ତ୍ତୃତ୍ଵ  ଥିବା  ଟ୍ରିବ୍ୟୁନାଲ୍ ଙ୍କୁ  ଦାଖଲ  କରାଯିବ କିମ୍ବା  ପ୍ରାପ୍ତି  ସ୍ଵୀକାର  ପତ୍ର  ସହ , ରେଜେଷ୍ଟ୍ରି  ଡାକ  ଯୋଗେ  ପ୍ରେରଣ   କରାଯିବ   ।

[(୫) ଟ୍ରିବ୍ୟୁନାଲ୍ ଙ୍କ  ଦ୍ଵାରା   ଗୃହୀତ  ଆବେଦନ  ପତ୍ରର  ନକଲ , ନିମ୍ନ  ଅଧିକାରୀଙ୍କୁ   ପ୍ରେରଣ  କରାଯିବ : -

(କ) ‘ ଏନ୍ ଣ୍ଡାଉମେଣ୍ଟ ’ କମିଶନ୍ ର , ଯଦି  ଏପରି  ଟ୍ରଷ୍ଟ  ଏକ  ହିନ୍ଦୁ  ଧର୍ମନୈତିକ  ଅନୁଷ୍ଠାନ  ହୋଇଥାଏ ;

(ଖ) ‘ ୱାକଫ ’ ବୋର୍ଡକୁ , ଯଦି ତାହା  କୌଣସି  ମୁସଲିମ୍  ‘ ୱାକଫ ’ର  ହୋଇଥାଏ  ଏବଂ

(ଗ) ଅନ୍ୟ  କ୍ଷେତ୍ରରେ , ଜିଲ୍ଲା  କଲେକ୍ଟରଙ୍କୁ  ଏବଂ  ସେମାନଙ୍କଠାରୁ  ଆପତ୍ତି  ଆହ୍ଵାନ  କରାଯିବ , ଯଦି  କିଛି  ଥାଏ;

(୬) ଏପରି  ଏକ  ନକଲ  ମଧ୍ୟ , ଟ୍ରଷ୍ଟ ସ୍ଥିତ  ଥିବା  ଗ୍ରାମର  କୌଣସି  ଆଖିଦୃଶିଆ  ସ୍ଥାନରେ  ପ୍ରକାଶନ କରାଯିବ , ଏବଂ  ଉତ୍ସୁକ  ବ୍ୟକ୍ତିମାନଙ୍କ   ଠାରୁ  ଆପତ୍ତି  ଆହ୍ଵାନ କରାଯିବ   ।

(୭) (ଧାରା (୫) ଏବଂ  ଧାରା  (୬) ଅନୁଯାୟୀ , ଆପତ୍ତି , ଯଦି  କିଛି ଥାଏ , ତାହା  ସେହି  ସମସ୍ତ  କାରଣ  ଧାରଣ  କରିବ ,  ଯାହା  ଉପରେ , ଆପତ୍ତିକାରୀ  ଆସ୍ଥା ସ୍ଥାପନ  କରନ୍ତି  ଏବଂ ଆବେଦନପତ୍ରର   ପ୍ରକାଶନ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ତିନି  ପ୍ରତିଲିପି  ସହ  ତାହା  ଦାଖଲ  କରାଯିବ   ।

[(୮) ଆପତ୍ତି  ଦରଖାସ୍ତର  ନକଲ , ଟ୍ରିବ୍ୟୁନାଲ୍ ଙ୍କ  ଦ୍ଵାରା ; ‘ ଏନ୍ ଣ୍ଡାଉମେଣ୍ଟ ’ କମିଶନ୍ ର କିମ୍ବା  ୱାକଫ  ବୋର୍ଡ   କିମ୍ବା  ଜିଲ୍ଲା  କଲେକ୍ଟରଙ୍କୁ  ପ୍ରେରଣ  କରାଯିବ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏବଂ  ସଂପୃକ୍ତ  ଟ୍ରଷ୍ଟିକୁ  ମଧ୍ୟ  ପ୍ରେରଣ   କରାଯିବ   ।

(୯) ଆପତ୍ତି  ଗୁଡିକ  ଗ୍ରହଣ  କରିବା  ପରେ , ଟ୍ରିବ୍ୟୁନାଲ୍ , ଶୁଣାଣୀର  ଏକ  ତାରିଖ  ଧାର୍ଯ୍ୟ  କରିବେ  ଏବଂ  ସେ  ସଂବନ୍ଧରେ  ସୂଚନା  ସଂପୃକ୍ତ  ପକ୍ଷ  ଏବଂ ‘ ଏନ୍ ଣ୍ଡାଉମେଣ୍ଟ ’ କମିଶନର  କିମ୍ବା  ‘ ୱାକଫ ବୋର୍ଡ ’ କିମ୍ବା  କଲେକ୍ଟରଙ୍କୁ  ମଧ୍ୟ  ସୂଚୀତ  କରିବେ , ଯଦି  ଏପରି  କମିଶନର  କିମ୍ବା  ବୋର୍ଡ  କିମ୍ବା  କଲେକ୍ଟର , ଜଣେ  ପକ୍ଷଭାବେ  ଅନ୍ତର୍ଭୁକ୍ତ  ହୋଇନଥାଆନ୍ତି ।

(୧୦) ସୁବିଧାୟୀତ  ରୟତଭାବେ  ଟ୍ରଷ୍ଟର  ଘୋଷଣା  ପରେ , କିମ୍ବା  ସେ ସଂବନ୍ଧରେ  ଦାବୀର  ପ୍ରତ୍ୟାଖ୍ୟାନରେ ; ଟ୍ରିବ୍ୟୁନାଲ୍  ଯେତେ  ଶୀଘ୍ର  ସମ୍ଭବ , ଏ  ବିଷୟ , କଲେକ୍ଟରଙ୍କୁ  ସୂଚୀତ  କରିବେ  ।

[୪୨ – ଦଫା ୫୮ର  ଉପ – ଦଫା (୧) ଅନୁଯାୟୀ , କୌଣସି  ଅପିଲ୍  : - ଦଫା  ୫୮ ଅନୁଯାୟୀ  କୌଣସି  ଅପିଲ୍ , ନିମ୍ନ  ଅଧିକାରୀଙ୍କ  ନିକଟରେ  ଦାଖଲ  କରାଯିବ  : -

(୧) ସବ୍ ଡିଭିଜନାଲ୍  ଅଫିସର୍  କିମ୍ବା  ସେ  ସଂବନ୍ଧରେ  ସରକାରଙ୍କ  ଦ୍ଵାରା  ବିଶେଷଭାବେ  ନିଯୁକ୍ତ କୌଣସି  ଉଚ୍ଚକର୍ମଚାରୀ , ଯେକି  ସବ୍ ଡିଭିଜନାଲ୍  ଅଫିସର୍  ଭାବେ  ନିଯୁକ୍ତ  ହେବା  ନିମନ୍ତେ  ଉପଯୁକ୍ତ  ଅଟନ୍ତି  ଯଦି  ଅପିଲ୍  କରାଯାଇଥିବା  ଆଦେଶ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥାଏ  ଏବଂ  ଦଫା  ୨୨, ୨୩ , ଏବଂ ୨୩ – ‘କ’  ଅନୁଯାୟୀ  ପ୍ରଦାନ  କରାଯାଇଥିବା   କୌଣସି  ଆଦେଶ  ବ୍ୟତୀତ  କୌଣସି  ଆଦେଶ  ବିରୁଦ୍ଧରେ  ଏପରି  ଅପିଲ୍ , ଯାହାକି  ଓଡିଶା ଭୁସଂସ୍କାର (ସାଧାରଣ) (ସଂଶୋଧନ) ନିୟମାବଳୀ , ୧୯୮୦ର  ପ୍ରଚଳନ ତାରିଖରେ  ସ୍ଥଗିତ  ଥାଏ ;  ତାହା , ଶୁଣାଣୀ  ଏବଂ  ଫଇସଲା  ନିମନ୍ତେ , ସବ୍ ଡିଭିଜନାଲ୍  ଅଫିସରଙ୍କୁ ହସ୍ତାନ୍ତରଣ   କରାଯିବ   ।

(୨) ଜିଲ୍ଲାର  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ  କିମ୍ବା  ଏ  ସଂବନ୍ଧରେ  ସରକାରଙ୍କ  ଦ୍ଵାରା  ବିଶେଷ  ଭାବେ  ନିଯୁକ୍ତ  କୌଣସି   ଉଚ୍ଚକର୍ମଚାରୀ , ଯେକି  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ   ଭାବେ  ନିଯୁକ୍ତ  ହେବା  ନିମନ୍ତେ  ଉପଯୁକ୍ତ  ଅଟନ୍ତି ; ଯଦି ଅପିଲ୍ ର   ଆଦେଶ  କୌଣସି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ପ୍ରଦାନ  କରାଯାଇଥାଏ , ଯେ କି  ସବ୍ ଡିଭିଜନାଲ୍  ଅଫିସରଙ୍କଠାରୁ  ତଳ  ସ୍ତରର  ହୋଇନଥାଆନ୍ତି କିମ୍ବା  କୌଣସି  ଆଦେଶ  ବିରୁଦ୍ଧରେ , ଯାହାକି  ୨୨, ୨୩, ଏବଂ ୨୩ – ‘କ’ ଅନୁଯାୟୀ  ପ୍ରଦାନ  କରାଯାଇଥାଏ ;

ଉଲ୍ଲେଖ  ଥାଉ ଯେ , ଓଡିଶା  ଭୂ – ସଂସ୍କାର  (ସାଧାରଣ)(ସଂଶୋଧନ) ନିୟମାବଳୀ , ୧୯୮୦ର  ପ୍ରଚଳନ  ତାରିଖରେ  ସ୍ଥଗିତ  ଥିବା  ଏପରି କୌଣସି  ଅପିଲ୍ ; ଶୁଣାଣୀ  କରି , ଫଇସଲା  କରାଯିବ , ଯେପରିକି  ଉକ୍ତ  ନିୟମାବଳୀ  ବଳବତ୍ତର  ହୋଇନାହିଁ   ।]

[୪୨ – ‘ କ ’ – କୌଣସି  କୌଣସି  ରାଜସ୍ୱ  ଉଚ୍ଚ – କର୍ମଚାରୀଙ୍କ  ଆଦେଶ  ଦ୍ଵାରା  ବ୍ୟଥିତ କୌଣସି  ବ୍ୟକ୍ତି , ଯାହାକି  ଏହି  ଆଇନ୍ ର  ଦଫା  ୧୯ର ଉପ – ଦଫା  (୧)ର  ଧାରା (ଖ) ସହିତ , ଏହି ନିୟମାବଳୀର  ନିୟମ  ୧୯ – ‘କ’ ଅନୁଯାୟୀ  ପ୍ରଦାନ  କରାଯାଇଥାଏ , ସେ , ଉକ୍ତ  ଅଂଚଳ  ଉପରେ  କର୍ତ୍ତୃତ୍ଵ  ପରିଚାଳନାକାରୀ ,  ବନ୍ଦୋବସ୍ତ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ   ଅପିଲ୍  ଦାଏର୍   କରିପାରିବେ   ।]

୪୨ . ‘ କ ’ – ଏହି  ଆଇନ୍ ର  ଦଫା ୧୯ର ଉପ – ଦଫା (୧) ର  ଧାରା (ଗ) ସହିତ  ଏହି  ନିୟମାବଳୀର  ନିୟମ  ୧୯ ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶରେ  ବ୍ୟଥିତ  କୌଣସି  ବ୍ୟକ୍ତି , ଉକ୍ତ  ଅଂଚଳ  ଉପରେ  କର୍ତ୍ତୃତ୍ଵ  ପରିଚାଳନା  କରୁଥିବା  ବନ୍ଦୋବସ୍ତ  ଅଧିକାରୀଙ୍କ  ନିକଟରେ  ଏକ  ଅପିଲ୍  ଦାଏର୍ କରିପାରନ୍ତି   ।

[୪୨-‘ ଖ ’ – ଦଫା  ୫୯ ଅନୁଯାୟୀ  ରିଭିଜନ୍  : -  (୧) ଦଫା  ୫୯ର  ଉପ – ଦଫା (୧) ଅନୁଯାୟୀ   କୌଣସି  ରିଭିଜନ୍  ଆବେଦନପତ୍ର , ନିମ୍ନ  ଅଧିକାରୀଙ୍କ  ନିକଟରେ  ଦାଖଲ  କରିପାରନ୍ତି  : -

(୧) କୌଣସି  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ  କିମ୍ବା  ସରକାରଙ୍କ  ଦ୍ଵାରା  ବିଶେଷଭାବେ  ନିଯୁକ୍ତ  କୌଣସି  ଉଚ୍ଚକର୍ମଚାରୀ , ଯେ କି  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ  ଭାବେ   ନିଯୁକ୍ତ  ହେବା  ପାଇଁ  ଉପଯୁକ୍ତ  ଅଟନ୍ତି , ଯଦି ଏପରି  ଆଦେଶ  ଯାହା  ବିରୁଦ୍ଧରେ  ଏପରି  ରିଭିଜନ୍  ଦାଖଲ   କରାଯାଇଛି , ତାହା  ଆଇନ୍  ଅନୁଯାୟୀ  କୌଣସି  ଅପିଲ୍  ଅଧିକାରୀଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥାଏ   ଏବଂ  ସେ ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟଙ୍କ  ତଳ  ସ୍ତରର  ହୋଇଥାଆନ୍ତି   ।

[(୨) ଜିଲ୍ଲା  କଲେକ୍ଟର  କିମ୍ବା  ସରକାରଙ୍କ  ଦ୍ଵାରା  ବିଶେଷଭାବେ  ନିଯୁକ୍ତ  କୌଣସି ଉଚ୍ଚକର୍ମଚାରୀ , ଯେକି  କୌଣସି  ଜିଲ୍ଲାର  କଲେକ୍ଟର  ଭାବେ  ନିଯୁକ୍ତ  ହେବାପାଇଁ  ଉପଯୁକ୍ତ  ଅଟନ୍ତି , ଏହି  ଏପରି  ଆଦେଶ , ଏହି ଆଇନ୍ ଅନୁଯାୟୀ , କୌଣସି  ଅପିଲ୍  ଅଧିକାରୀଙ୍କ  ଦ୍ଵାରା ପ୍ରଦାନ  କରାଯାଇଥାଏ , ଯେକି  କୌଣସି  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟଙ୍କ ସ୍ତରର ହୋଇଥାଆନ୍ତି  ।]

ଉଲ୍ଲେଖଥାଉ ଯେ , ଦଫା  ୫୯ର ଉପ – ଦଫା  (୧) ଅନୁଯାୟୀ  କୌଣସି  ରିଭିଜନ୍  ଆବେଦନପତ୍ର  ଯାହାକି  ଓଡିଶା  ଭୂ – ସଂସ୍କାର  (ସାଧାରଣ) (ସଂଶୋଧନ) ନିୟମାବଳୀ ,  ୧୯୮୦ ର  ପ୍ରଚଳନ  ତାରିଖରେ  ସ୍ଥଗିତ  ଥାଏ , ତାହା  ଜିଲ୍ଲାର  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ଶୁଣାଣୀ  କରାଯାଇ  ଫଇସଲା  କରାଯିବ  କିମ୍ବା  କୌଣସି  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଯେକି   ବିଶେଷଭାବେ  ସେ ସଂବନ୍ଧରେ , ସରକାରଙ୍କ  ଦ୍ଵାରା  ନିଯୁକ୍ତ  ହୋଇଥାଆନ୍ତି  ଏବଂ  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ  ଭାବେ  ନିଯୁକ୍ତ  ହେବା  ନିମନ୍ତେ  ଉପଯୁକ୍ତ  ହୋଇଥାଆନ୍ତି , ଯଦି ଏପରି  ଅପିଲ୍  ଆଦେଶ , ଯାହା  ବିରୁଦ୍ଧରେ  ରିଭିଜନ୍  ଦାଖଲ  କରାଯାଇଛି , ତାହା  ସବ୍ ଡିଭିଜନାଲ୍  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥାଏ ; ଏବଂ କଲେକ୍ଟରଙ୍କ  ଦ୍ଵାରା , ଯଦି ଅପିଲ୍  ଆଦେଶ , ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥାଏ   ।

[ଆହୁରି  ଉଲେଖ ଥାଉ  ଯେ , ଦଫା  ୫୯ର ଉପ – ଦଫା (୧) ଅନୁଯାୟୀ  ରିଭିଜନ୍  ନିମନ୍ତେ  କୌଣସି  ଆବେଦନ  ପତ୍ର ,  ଯାହାକି  ଓଡିଶା  ଭୂ – ସଂସ୍କାର  (ସାଧାରଣ) (ସଂଶୋଧନ)  ନିୟମାବଳୀ , ୧୯୮୨ର  ପ୍ରଚଳନ  ତାରିଖରେ , କଲେକ୍ଟରଙ୍କ  ନିକଟରେ  ସ୍ଥଗିତ  ଥାଏ , ତାହା ଧାରା  (୨) ଅନୁଯାୟୀ , ସରକାରଙ୍କ  ଦ୍ଵାରା  ନିଯୁକ୍ତ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ଶୁଣାଣୀ  କରାଯାଇ , ଫଇସଲା  କରାଯିବ    ।]

୪୩ . ଦଫା ୫୮ର  ଉପ – ଦଫା (୨) ଅନୁଯାୟୀ , ଅପିଲ୍ ର  ଦାଖଲ  ଏବଂ  ଫଇସଲା  ପଦ୍ଧତି : - ଅପିଲ୍ ର  ଦାଖଲ  ଏବଂ  ଫଇସଲା  ପଦ୍ଧତି , ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮ (୫/୧୯୦୮) ର ଅର୍ଡର  ୪୨ରେ  ବ୍ୟବସ୍ଥାୟୀତ  ପଦ୍ଧତି  ଅନୁଯାୟୀ  ହେବ   ।

[୪୪ – ଦଫା  ୫୯  ଅନୁଯାୟୀ  ରିଭିଜନ୍  ଦରଖାସ୍ତ  ଦାଖଲ  କରିବା  ନିମନ୍ତେ  ତମାଦି : - ଦଫା  ୫୯ର ଉପ – ଦଫା (୧)  ଅନୁଯାୟୀ   ରିଭିଜନ୍  ନିମନ୍ତେ  ପ୍ରତ୍ୟକ ଆବେଦନପତ୍ର , ସେହି  ଆଦେଶ  ତାରିଖରୁ  ତିରିଶଦିନ  ମଧ୍ୟରେ  ଦାଖଲ  କରାଯିବ , ଯାହା  ବିରୁଦ୍ଧରେ  ଏପରି  ଆବେଦନପତ୍ର   ଦାଖଲ  କରାଯାଏ ;

ଉଲ୍ଲେଖ  ଥାଉ ଯେ , ରିଭିଜନ୍  ନିମନ୍ତେ କୌଣସି  ଆବେଦନପତ୍ର , ଯାହାକି  ୧୯୭୬ ମସିହା  ମେ ମାସ ୧୯  ତାରିଖ  ପରେ  ଦାଖଲ  କରାଯାଇଥାଏ  ଏବଂ  ଓଡିଶା ଭୂ – ସଂସ୍କାର  (ସାଧାରଣ) (ତୃତୀୟ ସଂଶୋଧନ) ନିୟମାବଳୀ  ୧୯୭୬ର  ପ୍ରଚଳନ  ତାରିଖ  ପୂର୍ବରୁ  ଦାଖଲ  କରାଯାଇଥାଏ , ଯଦି  ଏପରି  ଆବେଦନପତ୍ର  ଧାର୍ଯ୍ୟ  ସମୟ  ମଧ୍ୟରେ  ଦାଖଲ  କରାଯାଇଥାଏ , ତାହା  କର୍ତ୍ତୃତ୍ଵ  ଥିବା  ରାଜସ୍ୱ  ଡିଭିଜନାଲ୍  କମିଶନ୍ ରଙ୍କ  ସମ୍ମୁଖରେ  ଦାଖଲ  କରାଯାଇଥାଏ , ତାହା  କର୍ତ୍ତୃତ୍ଵ  ଥିବା  ରାଜସ୍ୱ  ଡିଭିଜନାଲ୍  କମିଶନ୍ ରଙ୍କ  ସମ୍ମୁଖରେ  ଦାଖଲ  କରାଯାଇଛି  ବୋଲି  ଧରାଯିବ  ଏବଂ  ତାଙ୍କ  ଦ୍ଵାରା  ଶୁଣାଣୀ  କରାଯାଇ , ଫଇସଲା  କରାଯିବ   ।]

୪୫. ଦଫା  ୫୯ ଅନୁଯାୟୀ  ବିଷୟର  ଫଇସଲା  ପଦ୍ଧତି  : - (୧) [ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ  କିମ୍ବା  କଲେକ୍ଟର , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ] ଙ୍କ ସମ୍ମୁଖରେ , ରିଭିଜନ୍  ମୋକଦ୍ଦମା   ଗୁଡିକର ଦାଖଲ , ଶୁଣାଣୀ  ଏବଂ  ଫଇସଲା  ପ୍ରତି , ନିୟମ  ୪୩ର  ବ୍ୟବସ୍ଥାବଳୀ  ପାରସ୍ପରିକ   ଭାବେ  ପ୍ରୟୋଗନୀୟ  ହେବ   ।]

(୨) ରାଜସ୍ୱବୋର୍ଡ   ସମ୍ମୁଖରେ , ରିଭିଜନ୍  ମୋକଦ୍ଦମା  ଗୁଡିକର [x x x] ଶୁଣାଣୀ  ରାଜସ୍ୱବୋର୍ଡ  ଓଡିଶା  ନିୟମିତକରଣ , ୧୯୬୩ର  ବ୍ୟବସ୍ଥାବଳୀ  ଦ୍ଵାରା  ହେବ  ।

୪୬ . ଦଫା  ୬୨  ଅନୁଯାୟୀ  ଶୁଳ୍କ  ସହିତ  ନ୍ୟାୟାଳୟ  ଶୁଳ୍କ  : - ଯଦି  ନିୟମାବଳୀରେ  ନିର୍ଦିଷ୍ଟ  ଭାବେ  ଅନ୍ଯଥା  ବ୍ୟବସ୍ଥାୟୀତ  ହୋଇନଥାଏ , ତାହେଲେ , ଏହି  ଆଇନ୍  ଅନୁଯାୟୀ  ଦେୟ  ନ୍ୟାୟାଳୟ  ଶୁଳ୍କ  ଏବଂ  ଅନ୍ୟାନ୍ୟ  ଶୁଳ୍କ , ସୂଚୀ – ୧ ରେ  ଉଲ୍ଲେଖିତ  ଅନୁଯାୟୀ  ହେବ   ।

୪୭ . ଦଫା  ୬୫ର ଉପ – ଦଫା  (୧) ଅନୁଯାୟୀ  , ଦଖଲ  ପ୍ରଦାନ ନିମନ୍ତେ  ଆବେଦନପତ  : - (୧) ଦଖଲ  ପ୍ରଦାନ  ନିମନ୍ତେ , ଦଫା  ୬୫  ଅନୁଯାୟୀ  କୌଣସି  ଆବେଦନପତ୍ର , ସେହି  ଆଦେଶର  ଏକ ପ୍ରମାଣିତ  ନକଲ  ଦ୍ଵାରା  ପ୍ରଦାନ  କରାଯିବ , ଯାହା  ଅନୁଯାୟୀ , ଦଖଲ  ପ୍ରଦାନ  ନିମନ୍ତେ  ଆବେଦନ  କରାଯାଇଛି   ।

(୨)  ଇତ୍ସୁକ  ପକ୍ଷମାନଙ୍କୁ   କୌଣସି  ଯଥାଯଥ  ଶୁଣାଣୀର  ସୁଯୋଗ  ପ୍ରଦାନ  ନକରି , ଜମିର  ଦଖଲ  ପ୍ରଦାନ  ନିମନ୍ତେ , କୌଣସି  ନିର୍ଦ୍ଦେଶ  ଦିଆଯିବ  ନାହିଂ   ।

୪୮ . ଦଫା  ୭୨ ଅନୁଯାୟୀ  ଜମି  ଉପରେ  ପ୍ରବେଶ  କରିବା  କ୍ଷମତା  : - (୧)ଏହି ଆଇନ୍  ଅନୁଯାୟୀ , କୌଣସି  କର୍ତ୍ତବ୍ୟର   ସଂପାଦନ  ସହ  ନ୍ୟସ୍ତ  କୌଣସି  ଉଚ୍ଚକର୍ମଚାରୀ , ଜମିର  ମାଲିକ  କିମ୍ବା  ଦଖଲକାରୀଙ୍କୁ  ଯଥାଯଥ  ପୂର୍ବ  ସୂଚନା  ପ୍ରଦାନ  କରି , କିମ୍ବା  ପରିବାରର  ‘ ପରଦାନସିନ୍ ’ ମହିଳାଙ୍କ  ବ୍ୟତୀତ , କୌଣସି  ସାବାଳକ  ସଦସ୍ୟକୁ  ଏପରି ସୂଚୀତ  କରି , କୌଣସି  ଜମି  ଉପରେ  ପ୍ରବେଶ  କରିପାରନ୍ତି   ।

(୨) ଯଦି  ଜମିର  ମାଲିକ  କିମ୍ବା  ଦଖଲକାରୀ  କିମ୍ବା ତାଙ୍କ  ତରଫରୁ  କୌଣସି  ବ୍ୟକ୍ତି  ଉପଲବ୍ଧ  ହୁଅନ୍ତି ନାହିଂ ; ସେପରିସ୍ଥଳେ  ଦୁଇ ଜଣ  ବ୍ୟକ୍ତିଙ୍କ  ଉପସ୍ଥିତିରେ , ଏପରି  ଜମିରେ  ପ୍ରବେଶ  କରାଯାଇପାରିବ   ।

(୩) ମାପଚୁପ  କିମ୍ବା  ଅନ୍ୟ  କାର୍ଯ୍ୟର  ନଥିରେ  ମାଲିକ  କିମ୍ବା  ଦଖଲକାରୀ କିମ୍ବା  ତାଙ୍କ  ତରଫରୁ  କୌଣସି  ବ୍ୟକ୍ତି  କିମ୍ବା  ଉକ୍ତ  ଦୁଇ  ଜଣ  ବ୍ୟକ୍ତିଙ୍କର  ସ୍ଵାକ୍ଷର  ନିଆଯିବ  ।

୪୯ . ଆବେଦନ  ପତ୍ରର  ଫର୍ମ  ସଂବନ୍ଧରେ  ସଂରକ୍ଷଣ  : - ଏହି  ଆଇନ୍  କିମ୍ବା  ନିୟମାବଳୀ  ଅନୁଯାୟୀ  କୌଣସି  ଦଲିଲ୍  ଅବୈଧ  ହେବ  ନାହିଂ , କେବଳ  ମାତ୍ର ଏହି  କାରଣ  ଯୋଗୁ  ଯେ , ଏହା  ଧାର୍ଯ୍ୟ  ଫର୍ମ  ନୁହେଁ ; ଉଲ୍ଲେଖ ଥାଉ ଯେ , ଉକ୍ତ  ଫର୍ମରେ  ବ୍ୟବସ୍ଥାୟୀତ  ସମସ୍ତ  ବିଷୟବସ୍ତୁ  ଏବଂ  ନିର୍ଦିଷ୍ଟକରଣ , ଦଲିଲ୍ ରେ  ଦିଆଯାଇଛି    ।

୫୦ . ଆବେଦନ ପତ୍ର , ସୂଚନା   ଇତ୍ୟାଦିର  ଭାଷା  ସଂବନ୍ଧରେ  ସଂରକ୍ଷଣ  : - ଏହି  ଆଇନ୍  କିମ୍ବା  ନିୟମାବଳୀ  ଅନୁଯାୟୀ , ସମସ୍ତ  ଦଲିଲ୍  ଇଂରାଜୀରେ  କିମ୍ବା  ନ୍ୟାୟାଳୟ  ଭାଷାରେ  ହେବ   ।

୫୧ . ରଦ୍ଦିକରଣ  : - ଓଡିଶା  ଭୂ – ସଂସ୍କାର  ନିୟମାବଳୀ , ୧୯୬୧ କୁ  ଏତତ୍ ଦ୍ଵାରା  ରଦ୍ଦ  କରାଯାଇଛି   ।

[ସୂଚୀ – ୧]

ଏହି ଆଇନ୍ ଏବଂ ନିୟମାବଳୀ  ଅନୁଯାୟୀ  ଦେୟ  ଶୁଳ୍କ

(ନିୟମ ୪୬ ଦ୍ରଷ୍ଟବ୍ୟ )

କ୍ରମିକ ସଂଖ୍ୟା

ଆବେଦନପତ୍ର , ସ୍ମାରକପତ୍ର ଇତ୍ୟାଦି , ଯାହା ସଂବନ୍ଧରେ ଶୁଳ୍କ ଦେୟ ଅଟେ   ।

କେଉଁ ଉଚ୍ଚକର୍ମଚାରୀଙ୍କୁ ଦାଖଲ କରାଯିବ କିମ୍ବା ପ୍ରଦାନ କରାଯିବ

ଆଦାୟ କରାଯିବାକୁ  ଥିବା  ଶୁଳ୍କ

(୧)

(୨)

(୩)

(୪)

ଏହି ସୂଚୀରେ , ସାଧାରଣତଃ ଅନ୍ୟଥା  ହୋଇନଥିବା ଆବେଦନପତ୍ର କିମ୍ବା ଦରଖାସ୍ତ

ଏହି ଆଇନ୍ କିମ୍ବା  ନିୟମାବଳୀରେ ଉଲେଖିତ ଉପଯୁକ୍ତ ଉଚ୍ଚକର୍ମଚାରୀ କିମ୍ବା  ଅଧିକାରୀ

୧୦.୦୦

ଆଇନ୍ ର  ଅଧ୍ୟାୟ – ୪ ଅନୁଯାୟୀ , ବଳକା  ଜମି  ନିମନ୍ତେ ଆବେଦନପତ୍ର କିମ୍ବା  ଦରଖାସ୍ତ

ଏପରି ଅର୍ଥ ପ୍ରଦାନ  କରିବା  ନିମନ୍ତେ  ଦକ୍ଷ ଅଧିକାରୀ

ନୀଲ୍

ଅପିଲ୍ ସ୍ମାରକ ପତ୍ର

ଏପରି ଅପିଲ୍ ଶୁଣିବା ନିମନ୍ତେ ଦକ୍ଷ  ଅଧିକାରୀ

୧୫.୦୦

ରିଭିଜନ୍ ନିମନ୍ତେ ଦରଖାସ୍ତ

ଏପରି  ଦରଖାସ୍ତ ଫଇସଲା କରିବା ନିମନ୍ତେ ଦକ୍ଷ  ଅଧିକାରୀ

୨୦.୦୦

ଭକାଲତ୍ ନାମା କିମ୍ବା ମୁକ୍ ତାର  ନାମା

କଲେକ୍ଟରଙ୍କ ସମ୍ମୁଖରେ  ଦାଖଲ  କରାଯାଇଥାଏ   ।

(କ)ରାଜସ୍ୱ ବୋର୍ଡ ନ୍ୟାୟାଳୟ ନିମନ୍ତେ  ଟ  ୨୦.୦୦

(ଖ) କଲେକ୍ଟରଙ୍କ ନ୍ୟାୟାଳୟ ନିମନ୍ତେ  ଟ ୧୦.୦୦

ବିପରୀତ ପକ୍ଷ , ପ୍ରତିବାଦୀ କିମ୍ବା  ଅନ୍ୟ ବ୍ୟକ୍ତି ଉପରେ ସୂଚନା  ଜାରିର ଶୁଳ୍କ  କିମ୍ବା  ଏହି ଆଇନ୍ କିମ୍ବା  ନିୟମାବଳୀର

କାର୍ଯ୍ୟାନୁଷ୍ଠାନ ସମୟରେ  ସାକ୍ଷୀଙ୍କୁ ଆହ୍ଵାନ କରିବା  ଶୁଳ୍କ   ।

ସେହି ଅଧିକାରୀ , ଯାହାଙ୍କ ସମ୍ମୁଖରେ , ଏପରି କାର୍ଯ୍ୟାନୁଷ୍ଠାନ  ସ୍ଥଗିତ  ଥାଏ   ।

(କ)ଚାରିଜଣଙ୍କ ଠାରୁ (ଅଧିକ ନୁହେଁ) ବ୍ୟକ୍ତିଙ୍କ ନିମନ୍ତେ   ଟ ୧୦.୦୦ ଏବଂ ଚାରିଜଣରୁ ଉର୍ଦ୍ଧ ପ୍ରତ୍ୟକ ବ୍ୟକ୍ତି ନିମନ୍ତେ    ଟ .୫.୦୦

(ଖ) ସାଧାରଣ ସୂଚନାର ନିର୍ଗମ ନିମନ୍ତେ ଟ. ୧୦.୦୦

ପ୍ଲଟ୍ ଗୁଡିକର  ଉପବିଭାଜନ  ନିମନ୍ତେ  ଶୁଳ୍କ

ସେହି ଅଧିକାରୀ , ଯାହାଙ୍କ ସମ୍ମୁଖରେ , ଏପରି  ବିଭାଜନ ପ୍ରଶ୍ନ ଉଦ୍ରେକ ହୋଇଥାଏ ଏବଂ ସ୍ଥଗିତ ଥାଏ   ।

୧୦.୦୦

ଦଫା ୫୬ – ‘କ’ ର ଉପ – ଦଫା (୩) ଅନୁଯାୟୀ ଶୁଳ୍କ

ଦଫା ୫୬ ‘କ’ ର ଉପ – ଦଫା (୧) ଅନୁଯାୟୀ  ସେହି  ରାଜସ୍ୱ  ଉଚ୍ଚକର୍ମଚାରୀ ଯାହାଙ୍କୁ ଆବେଦନ  ପତ୍ର  ପ୍ରଦାନ କରାଯାଇଛି    ।

 

 

ସ୍ପଷ୍ଟିକରଣ : - ବିଷୟ – ୭ରେ  ଉଲ୍ଲେଖିତ  ଶୁଳ୍କ ବ୍ୟତୀତ , ଯାହାକି  ନଗଦ  ଅର୍ଥରେ  ପ୍ରଦାନ  କରାଯିବ ; ଏହି ସୂଚୀ ଅନୁଯାୟୀ  ଦେୟ  ସମସ୍ତ  ଶୁଳ୍କ , ନ୍ୟାୟାଳୟ ଶୁଳ୍କ  ଟିକସ୍  ଆକାରରେ  ପ୍ରଦାନ  କରାଯିବ  । ସୂଚୀର ବିଷୟ  ୮ରେ  ଉଲ୍ଲେଖିତ  ଶୁଳ୍କ , ଯେତେବେଳେ  ଗ୍ରାମ  ପଞ୍ଚାୟତକୁ  ଦେୟ  ହୋଇଥାଏ , ତାହା ମଧ୍ୟ  ନଗଦ ଅର୍ଥରେ  ପ୍ରଦାନ କରାଯିବ   ।

ପରିଶିଷ୍ଠ

ଫର୍ମ ନଂ – ୧

ଦଫା ୪ର ଉପ – ଦଫା  (୧)ର  ଧାରା (ଜ) ଅନୁଯାୟୀ  ଜଣେ  ରୟତ  ଭାବେ  ଘୋଷିତ  ହେବା  ନିମନ୍ତେ  ଆବେଦନପତ୍ର  : -

(ଦଫା  ୪ର ଉପ – ଦଫା  (୨) ଏବଂ ନିୟମ  ୧୦ର ଉପ – ନିୟମ (୧) ଦ୍ରଷ୍ଟବ୍ୟ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ନ୍ୟାୟାଳୟ ;  _______________  ;

୧ . ଆବେଦନକାରୀଙ୍କ  ନାମ  ଏବଂ  ଠିକଣା _______

୨ . ସେହି  ଗ୍ରାମର ନାମ , ଯେଉଁଠାରେ ଏହି  ଆବେଦନ  ପତ୍ରର  ବିଷୟ ଗଠନ  କରୁଥିବା ଜମି  ସ୍ଥିତ  ଅଟେ _________

୩ . ଚିହ୍ନଟ  ବିବରଣୀ , ଯେପରି  ସର୍ବକ୍ଷେଣ  ପ୍ଲଟ୍  ନମ୍ବର , ‘ ହୋଲ୍ ଡିଂ ’ ନମ୍ବର, ଶ୍ରେଣୀ ,ବିଭାଗ

 

ଆଧାର :The Law House

Last Modified : 1/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate