অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ – ୨)

ଅପିଲ୍  ଏବଂ  ପୁନଃବିଚାର  ଆବେଦନପତ୍ର   ଏବଂ  ରିଭିଜନ୍ ଆବେଦନପତ୍ର   ଉପସ୍ଥାପନ

  1. ସେତେବେଳେ   ବଳବତ୍ତର   ଥିବା   କୌଣସି  ଆଇନ୍ ରେ   ଅନ୍ୟଥା   ବ୍ୟବସ୍ଥାୟୀତ   ବ୍ୟତୀତ , ଅପିଲ୍ , ପୁନଃବିଚାର   ଆବେଦଦନପତ୍ର   ଏବଂ   ରିଭିଜନ୍ , ଅପିଲ୍  କର୍ତ୍ତା , ଆବେଦନକାରୀ, ତାଙ୍କ   ସ୍ଵିକୃତ   ପ୍ରତିନିଧି  କିମ୍ବା  ଅଧିବ୍ୟକ୍ତାଙ୍କ  ଦ୍ଵାରା , ନିମ୍ନ   ପଦ୍ଧତିରେ   ଦାଖଲ   କରାଯିବ ; -
  2. ମୁଖ୍ୟ   କାର୍ଯ୍ୟାଳୟରେ : - ଟିକସ୍  - ରିପୋର୍ଟର   ଏବଂ  ଶପଥପାଠକାରୀ କମିଶନର , ରାଜସ୍ଵବୋର୍ଡ;
  3. ଟିକସ୍ – ରିପୋର୍ଟର  ଏବଂ   ଶପଥ  କମିଶନରଙ୍କ   ଅନୁପସ୍ଥିତିରେ ବୋର୍ଡର  ବୈଚାରିକ  ଶାଖାର   ଦାୟିତ୍ଵରେ   ଥିବା  ‘ସେକ୍ସନ  ଅଫିସର‘ ଙ୍କ   ନିକଟରେ  ଦାଖଲ  କରାଯିବ   ।]

ଟିପ୍ପଣୀ: -

ଧାରା  ୨ ଉପ – ଧାରା  (୧) ରେ   ଶବ୍ଦାବଳୀ  ‘ଟିକସ୍  ରିପୋର୍ଟର   ଏବଂ  ଶପଥ  କମିଶନର; ଶବ୍ଦାବଳୀ  ‘ସଚୀବ  ପ୍ରତି’  ଶବ୍ଦାବଳୀ   ନିମନ୍ତେ, ଓଡିଶା  ଗେଜେଟ୍  ଅଂଶ – ୩ , ତା ୨୩.୧୧.୧୯୮୪  ଦ୍ଵାରା   ପରିବର୍ତ୍ତନ   କରାଯାଇଛି   ।

ଓଡିଶା   ଗେଜେଟ୍ , ଅଂଶ – ୩ , ତା ୨୩.୧୧.୧୯୯୪  ଦ୍ଵାରା, ଧାରା  (୨)କୁ  ପରିବର୍ତ୍ତନ   କରାଯାଇଛି,  ୧୯୮୪  ସଂଶୋଧନ   ପୂର୍ବରୁ , ଏହି  ଉପଧାରାକୁ  ୧୯୭୭  ମସିହାରେ ,  ଓଡିଶା   ଗେଜେଟ୍, ଅଂଶ – ୩, ୨୪.୬.୧୯୭୭  ଦ୍ଵାରା, ଉକ୍ତ  ଉପ – ଧାରାକୁ  ନିମ୍ନଭାବେ  ସଂଶୋଧନ  କରାଯାଇଛି : -

  1. ରାଜସ୍ୱ   ବୋର୍ଡ  ଦ୍ଵାରା   କ୍ଷମତାୟୀତ   କରାଯାଇଥିବା  ଏପରି  ଅନ୍ୟ  ଉଚ୍ଚକର୍ମଚାରୀ   ।
  2. ଏବଂ   ୧୯୭୭   ସଂଶୋଧନ   ପୂର୍ବରୁ , ଧାରାଗୁଡିକ   ନିମ୍ନ  ପ୍ରକାର  ଥିଲା  : -

    1. ସଚିବଙ୍କ  ଅନୁପସ୍ଥିତିରେ ,  ରାଜସ୍ଵବୋର୍ଡର   ଉପ – ସଚିବଙ୍କ   ପ୍ରତି , ଯେକି  ସଚିବଙ୍କ   କାର୍ଯ୍ୟ   କରନ୍ତି ;
    2. ଏପରି   ଅପିଲ୍ , ପୁନଃବିଚାର   କିମ୍ବା  ରିଭିଜନ୍  କିମ୍ବା  ଅନ୍ୟ  ଆବେଦନପତ୍ର  ଗ୍ରହଣକାରୀ ଉଚ୍ଚକର୍ମଚାରୀ , ତାଙ୍କର  ସ୍ଵାକ୍ଷର   ଏବଂ  କାର୍ଯ୍ୟାଳୟର   ନାମ    ସେଥିରେ   ଉଲ୍ଲେଖ   କରିବେ ଏବଂ  ଏହା  ଦର୍ଶାଇବେ  ଯେ , କିଏ  ଏହା  ଉପସ୍ଥାପାନ  କରିଛି,  ଉପସ୍ଥାପନର  ତାରିଖ   କିମ୍ବା  ସଂଯୋଗ  କରାଯାଇଥିବା   ନ୍ୟାୟାଳୟ – ଶୁଳ୍କର  ସଠିକତା,  ଯଦି  ସମୟର  ପ୍ରଶ୍ନ  ଉତ୍ ଥିତ   ହୁଏ , ଯାହାକି  ଉପାଦେୟ  ଅଟେ,   ସେପରିସ୍ଥଳେ   ସେ  ମଧ୍ୟ   ସେହି  ସମୟ   ଉଲ୍ଲେଖ   କରିବେ , ଯେବେ  ସେ  ଏହା  ଗ୍ରହଣ  କଲେ  ।
      • ନିୟମିତକରଣ  ୧୧(୧)  ଅନୁଯାୟୀ  ବ୍ୟବସ୍ଥାୟୀତ   ବ୍ୟତୀତ , ଅପିଲ୍  କିମ୍ବା  ରିଭିଜନ୍  ନିମନ୍ତେ  ଆବେଦନପତ୍ର  , ଯେତେବେଳେ   କୌଣସି  ବିଦ୍ୟମାନ   ଆଇନ୍ ,  ନିୟମାବଳୀ  କିମ୍ବା  ଆଦେଶ  ଅନୁଯାୟୀ , ଅନ୍ୟ   କୌଣସି  ଅଧିକାରୀଙ୍କୁ   ଉପସ୍ଥାପନା  କରାଯାଏ , ଯାହାକି   ବୋର୍ଡକୁ   ପ୍ରେରଣ   କରିବା  ନିମନ୍ତେ  ଏପରି  ସୁବିଧା   ଅନୁମୋଦନ   କରେ, ତାହା   ଆବଶ୍ୟକ   ଖର୍ଚ୍ଚର   ଅବ୍ୟବହୃତ  ‘ ପୋଷ୍ଟେଜ  ଷ୍ଟାମ୍ପ୍ ‘   ସଂଯୋଗ   କରି   ଆବେଦନପତ୍ର  ଧାରଣ  କରିଥିବା  ଖୋଲା – ଲଫାପାରେ  ପ୍ରେରଣ   କରାଯିବ  ।
      • ସମସ୍ତ   କ୍ଷେତ୍ରରେ , ଯେଉଁଥିରେ  ବୋର୍ଡର  ରିଭିଜନ୍  କ୍ଷମତା  ଅଛି   ସେପରିସ୍ଥଳେ   ରିଭିଜନ୍   ଦରଖାସ୍ତ , ପ୍ରତ୍ୟକ୍ଷଭାବେ   ବୋର୍ଡକୁ   ସଂବୋଧନ   କରାଯିବ  ଏବଂ  ଧାର୍ଯ୍ୟ  ପଦ୍ଧତିରେ  ଉପସ୍ଥାପନ   କରାଯିବ    ।
      • ଅପିଲ୍ ର  ପ୍ରତ୍ୟକ   ସ୍ମାରକପତ୍ର  କିମ୍ବା  ରିଭିଜନ୍   କିମ୍ବା  ପୁନଃବିଚାର   ଦରଖାସ୍ତ  କିମ୍ବା  ଅନ୍ୟ   କୌଣସି  ଆବେଦନପତ୍ର , ଯେତେବେଳେ   କୌଣସି   ଅଧିବକ୍ତାଙ୍କ   ଦ୍ଵାରା  ସ୍ଵାକ୍ଷରିତ  ହୋଇଥାଏ ,  ସେପରିସ୍ଥଳେ , ଏହାର  ନିମ୍ନ  ଭାଗରେ  , ନିମ୍ନଲିଖିତ   ବିବରଣୀ   ଧାରଣ  କରିବ  : -

      ମୁଁ  ପ୍ରମାଣିତ   କରୁଛି  ଯେ ,  ମୁଁ   ମୋକଦ୍ଦମାର  ନଥି  ପରୀକ୍ଷା   କରିଛି  ଏବଂ   ମୋ  ମତରେ , ଏପରି  ଅପିଲ୍  କିମ୍ବା  ରିଭିଜନ୍ ରେ   ଉଲ୍ଲେଖିତ   କାରଣଗୁଡିକ   ଉତ୍ତମ   କାରଣ   ଅଟେ  ଏବଂ   ମୁଁ   ଦକ୍ଷ   ନ୍ୟାୟାଳୟ   ସମ୍ମୁଖରେ   ଉପସ୍ଥିତ  ରହି   ତାହା  ସମର୍ଥନ   କରିବା  ନିମନ୍ତେ  ପ୍ରତିଶ୍ରୁତି  ପ୍ରଦାନ   କରୁଛି  । ମୁଁ  ବିପରୀତ   ପକ୍ଷର   ମୋକଦ୍ଦମା    ଗ୍ରହଣ   କରିଛି    ।

  3. ପ୍ରତ୍ୟକ  ମୋକଦ୍ଦମାରେ  , ଯେଉଁଥିରେ   ଅପିଲ୍  ଦରଖାସ୍ତ   ବ୍ୟକ୍ତିଗତଭାବେ   ପକ୍ଷ  ଦ୍ଵାରା   କିମ୍ବା  ତାଙ୍କର   ସ୍ଵିକୃତ  ପ୍ରତିନିଧି   ଏବଂ  କୌଣସି   ଅଧିବକ୍ତା   କିମ୍ବା  ରାଜସ୍ୱ  ଅଧିବକ୍ତା  କିମ୍ବା   ରାଜସ୍ୱ  ପ୍ରତିନିଧିଙ୍କ  ଦ୍ଵାରା  ଉପସ୍ଥାପନ  କରାଯାଏ ,  ସେପରିସ୍ଥଳେ   ସେ  ଏପରି  ଅପିଲ୍ ର   ସମର୍ଥନରେ  ଉପସ୍ଥିତ   ହେବା   ନିମନ୍ତେ   ଅନୁମୋଦିତ   ହେବା  ପୂର୍ବରୁ,  ନିମ୍ନଲିଖିତ   ବିବରଣୀ  ନ୍ୟାୟାଳୟରେ  ଉପସ୍ଥାପନ  କରିବେ,  ଯାହାକି  ଅପିଲ୍  ଦରଖାସ୍ତ  ସହ  ସଂଯୁକ୍ତ  ଥିବ : -
  4. ‘ମୁଁ   ପ୍ରମାଣିତ   କରୁଛି  ଯେ , ମୁଁ  ଏହି  ମୋକଦ୍ଦମାରେ  , ଅପିଲ୍ ର   କାରଣ  ଏବଂ   ନଥିକୁ   ପରୀକ୍ଷା  କରିଛି  ଏବଂ  ମୋର  ମତରେ   ଅପିଲ୍ ର   କାରଣଗୁଡିକ   ଉତ୍ତମ   ଅଟେ , ଏବଂ  ଅପିଲ୍  ନ୍ୟାୟାଳୟରେ   ସେଗୁଡିକୁ  ସମର୍ଥନ   କରିବା  ନିମନ୍ତେ , ଉପସ୍ଥିତ   ହେବା   ନିୟମନ୍ତେ , ମୁଁ   ପ୍ରତିଶ୍ରୁତି   ପ୍ରଦାନ  କରୁଛି   । ମୁଁ   ବିପରୀତ   ପକ୍ଷ  ନିମନ୍ତେ  ମୋକଦ୍ଦମା   ଗ୍ରହଣ  କରିଛି  ।’

    • ଏପରି   ଅପିଲ୍   ସ୍ମାରକପତ୍ର   କିମ୍ବା  ରିଭିଜନ୍   ଦରଖାସ୍ତ  କିମ୍ବା  ଅନ୍ୟ  ଆବେଦନପତ୍ର   ସେପରି  ସଂଖ୍ୟକ  ନକଲ   ସହ   ଦାଖଲ  କରାଯିବ,  ଯେତେ  ସଂଖ୍ୟକ   ବିପରୀତ   ପକ୍ଷ  ଥିବେ , ଯାହାକି  ସେମାନଙ୍କ  ଉପରେ  ଜାରୀ   କରାଯିବ    ।
    • ଡାକଦ୍ଵାରା   ପ୍ରେରିତ   କୌଣସି  ଆବେଦନ   ପତ୍ରକୁ   ଗ୍ରହଣ  କରାଯିବ  ନାହିଁ,   ଯଦି   ଉପାଦେୟ   ଆଇନ୍ ରେ, କିମ୍ବା  ତତ୍  ସଙ୍କ୍ରାନ୍ତୀୟ  ନିୟମାବଳିରେ , ସେଗୁଡିକୁ  ଡାକରେ  ପ୍ରେରଣ  କରିବା   ନିମନ୍ତେ   ସେପରି  ନିର୍ଦ୍ଧିଷ୍ଟ  ବ୍ୟବସ୍ଥା  ନଥାଏ;

ଉଲ୍ଲେଖଥାଉ   ଯେ , ସଦସ୍ୟ   ତାଙ୍କ  ବିବେକ  ଅନୁଯାୟୀ  ଏବଂ  ନ୍ୟାୟର   ସ୍ଵାର୍ଥ   ଦୃଷ୍ଟିରୁ , ଡାକ   ଦ୍ଵାରା କିମ୍ବା  ଅନ୍ୟଥା  ପ୍ରେରିତ  କୌଣସି   ଆବେଦନପତ୍ର   ଗ୍ରହଣ   କରିପାରିଛି   ।

ଆଦେଶିକା ଶୁଳ୍କ, ତ୍ରୁଟିରୁ ଅପସାରଣ ଇତ୍ୟାଦି

  • ଏପରି  ଅପିଲ୍  ପୁନଃବିଚାର  କିମ୍ବା  ରିଭିଜନ୍  ଗ୍ରହଣକାରୀ   ଉଚ୍ଚକର୍ମଚାରୀ , ସେଗୁଡିକୁ  ପରୀକ୍ଷା   କରିବେ  ଏବଂ   ସ୍ଥଳରେ   ସେ  ଦେଖନ୍ତି  ଯେ , ଅପିଲ୍ ସ୍ମାରକପତ୍ର  କିମ୍ବା  ରିଭିଜନ୍  ଏତତ୍  ପୂର୍ବରୁ  ଧାର୍ଯ୍ୟ  ପଦ୍ଧତିରେ   ପ୍ରସ୍ତୁତ  କରାଯାଇନାହିଁ   କିମ୍ବା  ଅଯଥେଷ୍ଟ   ଟିକସ୍  ପ୍ରଦାନ  କରାଯାଇନାହିଁ  ; ସେପରିସ୍ଥଳେ  ସେ ,ତାଙ୍କ  ଦ୍ଵାରା  ଧାର୍ଯ୍ୟ  ସମୟ  ମଧ୍ୟରେ ,  ତ୍ରୁଟିଗୁଡିକୁ  ସଂଶୋଧନ   କରିବା  ନିମନ୍ତେ , ପକ୍ଷମାନଙ୍କୁ  ନିର୍ଦେଶ   ଦେବେ ;
  • ଉଲ୍ଲେଖ ଥାଉ  ଯେ , ଯଦି  ଅପିଲ୍  ସ୍ମାରକପତ୍ର   କିମ୍ବା  ରିଭିଜନ୍ ଦରଖାସ୍ତରେ  ଥିବା  ତ୍ରୁଟି  ନଗଣ୍ୟ  ପ୍ରକୃତିର   ହୋଇଥାଏ  ସେପରିସ୍ଥଳେ   ତାହା  ସଦସ୍ୟ   କିମ୍ବା  ଏପରି  ଅପିଲ୍  ପୁନଃବିଚାର   କିମ୍ବା  ରିଭିଜନ୍  ଦରଖାସ୍ତ   ଗ୍ରହଣକାରୀ  ଉଚ୍ଚକର୍ମଚାରୀଙ୍କ   ଉପସ୍ଥିତିରେ  ତତ୍ କ୍ଷଣାତ   ସଂଶୋଧନ   କରାଯିବ  ଏବଂ  ଏପରି  ସଂଶୋଧନ,  ଉକ୍ତ  ଉଚ୍ଚକର୍ମଚାରୀ   ଦ୍ଵାରା  ସ୍ଵାକ୍ଷରିତ   ହେବ   ।

  • ଯେଉଁ  ସ୍ଥଳରେ , ଧାରା  (୧) ଅନୁଯାୟୀ  ଧାର୍ଯ୍ୟ   ତାରିଖ  ମଧ୍ୟରେ, ଏପରି  ତ୍ରୁଟି   ଅପସାରିତ   ହୁଏ  ନାହିଁ, ସେପରିସ୍ଥଳେ   ଏପରି  ଅପିଲ୍ , ପୁନଃ  ବିଚାର   କିମ୍ବା  ରିଭିଜନ୍, ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ, ତ୍ରୁଟିର  ଅପସାରଣ  ପ୍ରତି, ପକ୍ଷର  ଆପତ୍ତି   ସହିତ, ଏପରି  ଆବେଦନ   ଗ୍ରହଣକାରୀ   ଉଚ୍ଚକର୍ମଚାରୀଙ୍କ  ଦ୍ଵାରା, ଆବଶ୍ୟକ  ଆଦେଶ  ନିମନ୍ତେ,  ରାଜସ୍ୱ   ବୋର୍ଡ   ସମ୍ମୁଖରେ   ଉପସ୍ଥାପନ   କରାଯିବ   ।
  • ଯେଉଁ   ସ୍ଥଳରେ  ବୋର୍ଡ  ଏପରି  ସ୍ମାରକ  ପତ୍ରକୁ   ପ୍ରତ୍ୟାଖ୍ୟାନ   କରନ୍ତି ,  ସେପରିସ୍ଥଳେ   ସେ,  ଏପରି  ପ୍ରତ୍ୟାଖ୍ୟାନର  କାରଣ  ଲିପିବଦ୍ଧ   କରିବେ  ।

ଟିପ୍ପଣୀ : -ବିଜ୍ଞପ୍ତି   ସଂଖ୍ୟା  ୩୭, ତା . ୨୧.୨.୧୯୭୫  ଦ୍ଵାରା   ନିୟମିତକରଣ   ୧୫କୁ ,  ପରିବର୍ତ୍ତନ   କରାଯାଇଛି , ଓଡିଶା  ଗେଜେଟ୍   ଅଂଶ – ୩ ‘ କ’  ତା . ୭.୩.୧୯୭୫  ରେ  ପ୍ରକାଶିତ  ।  ଏପରି  ପରିବର୍ତ୍ତନ  ପୂର୍ବରୁ , ଉକ୍ତ  ନିୟମିତକରଣ  ନିମ୍ନ  ପ୍ରକାରର  ଥିଲା : -

  • ଯେଉଁ  ସ୍ଥଳରେ   ଅପିଲ୍  ସ୍ମାରକପତ୍ର  କିମ୍ବା  ରିଭିଜନ୍ , ଏତତ୍  ପୂର୍ବରୁ   ଧାର୍ଯ୍ୟ  ପଦ୍ଧତିରେ  ପ୍ରସ୍ତୁତ  କରାଯାଇନଥାଏ   କିମ୍ବା  ଅଯଥେଷ୍ଟଭାବେ , ଟିକସ୍  ପ୍ରଦାନ  କରାଯାଇଥାଏ , ସେପରିସ୍ଥଳେ  ଏହାକୁ  ପ୍ରତ୍ୟାଖ୍ୟାନ  କରାଯାଇପାରେ  କିମ୍ବା  ଅପିଲ୍ କାର୍ତ୍ତାଙ୍କୁ   କିମ୍ବା  ଆବେଦନକାରୀଙ୍କୁ  ବୋର୍ଡ  ଦ୍ଵାରା ଧାର୍ଯ୍ୟ  କୌଣସି  ସମୟ  ମଧ୍ୟରେ , ସଂଶୋଧନ  ନିମନ୍ତେ   ଫେରସ୍ତ   କରାଯିବ  କିମ୍ବା  ସେହିଠାରେ  ହିଁ , ସଂଶୋଧନ  କରାଯିବ   ।
  • ଯେଉଁ  ସ୍ଥଳରେ  ବୋର୍ଡ , କୌଣସି  ସ୍ମାରକପତ୍ର  ପ୍ରତ୍ୟାଖ୍ୟାନ   କରନ୍ତି , ସେପରିସ୍ଥଳେ, ଏପରି  ପ୍ରତ୍ୟାଖ୍ୟାନର   କାରଣ  ଲିପିବଦ୍ଧ  କରିବେ   ।
  • ଯଦି  ଅପିଲ୍  ସ୍ମାରକପତ୍ର  କିମ୍ବା  ରିଭିଜନ୍ ନିମନ୍ତେ  ଆବେଦନପତ୍ରରେ   ଥିବନା  ତ୍ରୁଟି, ନଗଣ୍ୟ  ପ୍ରକୃତିର  ହୋଇଥାଏ ; ସେପରିସ୍ଥଳେ   ତାହା  ସଂପୃକ୍ତ  ବ୍ୟକ୍ତିଙ୍କ   ଦ୍ଵାରା  ସେହିଠାରେ  ହିଁ , ସଦସ୍ୟଙ୍କ  ଉପସ୍ଥିତିରେ   କିମ୍ବା  ସେ  ସଂବନ୍ଧରେ  ତାଙ୍କ  ଦ୍ଵାରା  କ୍ଷମତାୟୀତ  କୌଣସି  ଉଚ୍ଚକର୍ମଚାରୀଙ୍କ  ଉପସ୍ଥିତିରେ  କରାଯିବ , ଏବଂ  ଏପରି  ସଂଶୋଧନ , ଉକ୍ତ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ସ୍ଵାକ୍ଷରିତ   ହେବ   ।
  • ଯଦି   ପକ୍ଷକୁ   ଫେରସ୍ତ   କରାଯାଉଥିବା  ଏପରି  ଆବେଦନପତ୍ର , ଧାର୍ଯ୍ୟ  ସମୟ  ଫେରସ୍ତ  କରାନଯାଏ; ତାହେଲେ   ତାହା  ନାକଚ୍  କରାଯିବ   ।
  • ଅପିଲ୍ , ପୁନଃବିଚାର  ଏବଂ  ରିଭିଜନ୍  ଦରଖାସ୍ତ , ଯେତେବେଳେ  ସଠିକ୍  ଥାଏ , ତାହାର  ଗ୍ରହଣ  ନିମନ୍ତେ  ଏବଂ  ଅପିଲ୍ କର୍ତ୍ତା  କିମ୍ବା  ଆବେଦନକାରୀଙ୍କୁ  କିମ୍ବା   ଉଭୟଙ୍କୁ   ଶୁଣିବା  ନିମନ୍ତେ , ସୂଚନାଜାରୀ  କରିବା  ନିମନ୍ତେ,  ଆଦେଶ  ପ୍ରଦାନ  କରିବା  ପାଇଁ  ସଦସ୍ୟଙ୍କ   ନିକଟରେ   ଦାଖଲ   କରାଯିବ  ।  ଅଯଥା  ମୁଲତବିକୁ   ପ୍ରତ୍ୟାଖ୍ୟାନ  କରିବା  ଦୃଷ୍ଟିରୁ, ପ୍ରତ୍ୟକ  ମୋକଦ୍ଦମାରେ   ଉଦ୍ରେକ  ବିଷୟ   ଉପରେ   ବିବରଣୀ   ଦାଖଲ  କରି  ଏବଂ ଆଦେଶିକା  ଜାରୀ  କରିବା  ନିମନ୍ତେ,  ଆବଶ୍ୟକ  ସମୟ,  ମୋକଦ୍ଦମାର   ପ୍ରକୃତି   ପ୍ରତି  ଦୃଷ୍ଟି  ଦେଇ  ଧାର୍ଯ୍ୟ  କରାଯିବ ।
  • ଯେତେବେଳେ  କୌଣସି  ମୋକଦ୍ଦମା  ଗ୍ରହଣ   ନିମନ୍ତେ  ପ୍ରସ୍ତୁତ   ହୁଏ, ସେତେବେଳେ  ସାଧାରଣତଃ   ଧାର୍ଯ୍ୟ   ଫର୍ମରେ   ଲିଖିତ  ଆଦେଶିକା   ପକ୍ଷଠାରୁ   କିମ୍ବା  ତାଙ୍କ  ଅଧିବକ୍ତାଠାରୁ  ଆହ୍ଵାନ  କରାଯାଏ, ଯଦି  ତାହା  ଅପିଲ୍  ଏବଂ  ରିଭିଜନ୍  ସହିତ  ଦାଖଲ  କରାଯାଇନଥାଏ ।
  • ପ୍ରତ୍ୟକ  ରାଜସ୍ୱ  ଆଦେଶିକା  ନିମନ୍ତେ , ଏକ  ଟଙ୍କା  ବାର  ନୟା  ପଇସାର   ଶୁଳ୍କ  ଧାର୍ଯ୍ୟ  କରାଯିବ, ତାହା  ଜେନ  କିମ୍ବା ଅଧିକ  ବ୍ୟକ୍ତିଙ୍କୁ   ନିର୍ଦ୍ଦେଶିତ  ହୋଇଥାଉ  କିମ୍ବା  ନାହିଁ; ଯେତେବେଳେ  ସେମାନେ  ଏକା  ଗ୍ରାମ  କିମ୍ବା  ସହରରେ  ବାସ  କରନ୍ତି, ସେହି  ପରିମାଣର   ପୃଥକ୍  ଶୁଳ୍କ ,ପ୍ରତ୍ୟକ  ଗ୍ରାମ  କିମ୍ବା  ସହରରେ   ଜାରୀ  ନିମନ୍ତେ  ଧାର୍ଯ୍ୟ  କରାଯିବ  ।
  • ଥରେ  କୌଣସି  ମୋକଦ୍ଦମା  ଗ୍ରହଣୀୟ  ହେଲେ , ବିପରୀତ  ପାକ୍ୟ  ପ୍ରତି  ସୂଚନା  ନିର୍ଗମ  ନିମନ୍ତେ,  ଆଦେଶିକା   ଶୁଳ୍କ , ସୂଚନା  ଗ୍ରହଣର   ସାତ  ଦିନ  ମଧ୍ୟରେ  ପ୍ରଦାନ  କରାଯିବ, ଯାହାର  ଅକୃତକାର୍ଯ୍ୟତାରେ, ଉକ୍ତ  ମୋକଦ୍ଦମା,  ଅବହେଳା  କାରଣ   ନିମନ୍ତେ , ଖାରଜ   ନିମନ୍ତେ  ଦାୟୀ  ହେବ   ।

ଆଧାର – ଦ ଲ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate