অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବିଧ

ବିବିଧ

ନିୟମ ୧୪୫. ସମିତି ଠିକଣା

ପ୍ରତ୍ୟେକ ସମିତିର ଉପବିଧିରେ ସମିତିର ଠିକଣା ଅନ୍ତର୍ଭୁକ୍ତ କରାଯିବ । ଉପରୋକ୍ତ ଠିକଣା ଅନୁଯାୟୀ ପ୍ରତ୍ୟେକ ସମିତି ସହିତ ଯୋଗାଯୋଗ ସ୍ଥାପନ କରାଯିବ ଏବଂ ନୋଟିସ ପଠାଯିବ । ସମିତିର ଠିକଣାରେ ଜିଲ୍ଲା, ପୋଲିସଥାନା, ପୋଷ୍ଟ ଅଫିସର ଏବଂ ସହର ତଥା ଗ୍ରାମର ନାମ ଅନ୍ତର୍ଭୁକ୍ତ କରାଯିବ ।

ନିୟମ ୧୪୬. ଶାଖା ସମୂହର ଉଦଘାଟନ

କମିଟି ରିଜ୍ୟୁଲେଶନ ଦ୍ଵାରା ନିବନ୍ଧକଙ୍କ ପୂର୍ବୋକ୍ତ ଲିଖିତ ଅନୁମତି ପାଇବା ପରେ ଏକ ସମିତି, ସମିତି ପ୍ରବର୍ତ୍ତନ ଇଲାକାର ଯେକୌଣସି ସ୍ଥାନରେ ଶାଖା ସମୂହ ଉଦଘାଟନ କରିପାରନ୍ତି । ପରନ୍ତୁ ଜନସାଧାରଣ ଏବଂ ସମିତିର ପ୍ରଦର୍ଶନୀ, ସମ୍ମିଳନୀ ମେଳା ତଥା ଅନ୍ୟାନ୍ୟ ଉପଲକ୍ଷେ ଯଦି ସମିତିର ନିବନ୍ଧକ ଅଫିସ ସହିତ ସମିତିର ପ୍ରବର୍ତ୍ତନ ଇଲାକାର ସ୍ଥାନରେ ସାମୟିକ ସମୟ (୩୦ ଦିନରୁ ଅଧିକ ନୁହେଁ)  ପର୍ଯ୍ୟନ୍ତ ସମିତିର ଶାଖା ଉଦଘାଟନ କରନ୍ତି (ଯେଉଁ ନଗର,  ସହର ଗ୍ରାମରେ ସେଭଳି ଶାଖା ସମୂହ ଅବସ୍ଥିତ) ତେବେ ନିବନ୍ଧକଙ୍କର ଅନୁମତି ଆବଶ୍ୟକ ହେବ  ନାହିଁ । ଏଠାରେ ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ,  ସେଭଳି ଶାଖା ସମୂହ ଉଦଘାଟନ କରିବାକୁ ହେଲେ ବ୍ୟାଙ୍କ ତାହାର ଅଭିପ୍ରାୟ ଦର୍ଶାଇ ନିବନ୍ଧକଙ୍କୁ ଜଣାଇବେ ।

ନିୟମ ୧୪୭. ଦଲିଲ ଦସ୍ତାବିଜ ନିରୀକ୍ଷଣ ପାଇଁ ରଖାଯିବ

ପ୍ରତ୍ୟେକ ସମିତି ସଦସ୍ୟମାନଙ୍କ ଦ୍ଵାରା ନିମ୍ନଲିଖିତ ଦଲିଲ ଦସ୍ତାବିଜ ସମିତିର ନିବନ୍ଧକ ଅଫିସରେ ବିନା ମୂଲ୍ୟରେ ନିରୀକ୍ଷଣ କରାଯିବ –

  • ସଦସ୍ୟ ସମୂହଙ୍କ ରେଜିଷ୍ଟର
  • ଅଫିସର ସମୂହଙ୍କ ତାଲିକା
  • ଅଡିଟ କରାଯାଇଥିବା ସମିତିର ସର୍ବଶେଷ ଜମା ଖର୍ଚ୍ଚ ପତ୍ରର ପ୍ରତିଲିପି
  • ସମିତି ସହିତ ତାଙ୍କର କାରବାର ହିସାବ
  • ଅପରିମିତ ସମିତି ସମୂହ କ୍ଷେତ୍ରରେ ସମାପ୍ତ ଖାତକମାନଙ୍କର ହିସାବ

ନିୟମ ୧୪୮. ପ୍ରମାଣିତ ନକଲ ମଞ୍ଜୁର

ସମିତିର ଆଇନ, ନିୟମାବଳି ଏବଂ ଉପ-ବିଧି ଅନୁଯାଯାଇ ଦଲିଲ ଦସ୍ତାବିଜର ନିରୀକ୍ଷଣ କରିବାକୁ ଅଧିକାରପ୍ରାପ୍ତ ବ୍ୟକ୍ତି, ଯଥା ଯେକୌଣସି ସଦସ୍ୟ ଅଥବା ଅନ୍ୟାନ୍ୟ ବ୍ୟକ୍ତି ଯଦି କୌଣସି ଦଲିଲ ଦସ୍ତାବିଜର ନକଲ ଆବଶ୍ୟକ କରି ଆବେଦନ କରନ୍ତି ଏବଂ ପ୍ରତ୍ୟେକ ଏକଶତ ଶବ୍ଦପାଇଁ ୧୫ ପଇସା ହାରରେ ଅର୍ଥ ଦିଅନ୍ତି ଅଥବା ସମିତି ଉପବିଧିରେ ନିର୍ଦ୍ଧିଷ୍ଟ କରିଥିବା ଅପେକ୍ଷାକୃତ କମ ହାର ତଥା ସର୍ବନିମ୍ନ ଦୁଇ ଟଙ୍କା ପରିଶୋଧ କରନ୍ତି,  ତେବେ ସେମାନଙ୍କୁ ପ୍ରମାଣିତ ନକଲ ଯୋଗାଇ ଦିଆଯିବ ।

ନିୟମ ୧୪୯. ସମିତିର ବହିରେ ଦଲିଲ ଦସ୍ତାବିଜର ପ୍ରମାଣିତ ନକଲ ଲିଖିତ ହେବା ପଦ୍ଧତି

  1. ସମବାୟ ସମିତି ଆଇନର ଦଫା ୭୨ ଉପଦଫା(୪)ର ବାକ୍ୟାଂଶ- ଙ ଏବଂ ଦଫା ୧୨୫ ଉପ-ଦଫା (୧) ଏବଂ (୨) ର ଉଦ୍ଦେଶ୍ୟ ନିମନ୍ତେ କାରବାର ସମୟରେ ନିୟମିତ ରୂପେ ସମିତିର ବହିରେ ଲିପିବଦ୍ଧ କରାଯାଇଥିବା ଯେକୌଣସି ଦଲିଲ ଦସ୍ତାବିଜର ନକଲ ଅଥବା ଯେକୌଣସି ବିଷୟବସ୍ତୁ   -
    • ଏଥିନିମନ୍ତେ କମିଟି ଦ୍ଵାରା କ୍ଷମତାପ୍ରାପ୍ତ କମିଟିର ସଦସ୍ୟଙ୍କ ଦ୍ଵାରା
    • ଯେତେବେଳେ ୩୨ ଦଫାସ୍ଥ ଉପଦଫା  ୧ର ବାକ୍ୟାଂଶ “ଖ” ଅନୁଯାୟୀ ଅର୍ଡର ପାସ କରାଯାଇଥାଏ, ସେତେବେଳେ ସମିତିର କାର୍ଯ୍ୟ ପରିଚାଳନା କରିବାକୁ ନିଯୁକ୍ତ ଅଫିସରଙ୍କ ଦ୍ଵାରା
    • ସମିତିର ନିକାଶକାରୀ ନିଯୁକ୍ତ କରିବାକୁ ଯେତେବେଳେ ସମୟ ସମିତି ଆଇନର ୭୨ ଦଫାନୁଯାଇ ଅର୍ଡର ପାଶ କରାଯାଏ, ସେତେବେଳେ ନିକାଶକାରୀଙ୍କ ଦ୍ଵାରା
  2. ସମିତି ଦଲିଲ ଦସ୍ତାବିଜର ପ୍ରାମାଣିତ ପ୍ରତିଲିପି ଯୋଗାଇବା ନିମନ୍ତେ ଖର୍ଚ୍ଚ ଏଥି ନିମନ୍ତେ ୧୪୮ ନିୟମାନୁଯାୟୀ ଧାର୍ଯ୍ୟ କରାଯାଇଥିବା ପରିମାଣରୁ ଅତିରିକ୍ତ ବା ଅଧିକ ହେବ ନାହିଁ   ।
  3. ନିମ୍ନଲିଖିତ ଫାରମ ଅନୁଯାୟୀ ପ୍ରମାଣପତ୍ର ଅନ୍ତର୍ଭୁକ୍ତ କରାନଯିବା ପର୍ଯ୍ୟନ୍ତ କୌଣସି ଦଲିଲ ଦସ୍ତାବିଜର ନକଲ ସମୁଦାୟ ସମିତି ଆଇନର ୯୨ ଦଫାର ଉପଦଫା ୪ର ବାକ୍ୟାଂଶ “ଗ” ର ଅଥବା ୧୨୫ ଦଫାନୁଯାୟୀ ସାକ୍ଷ୍ୟରେ ଗ୍ରହଣ କରାଯିବ ନାହିଁ ।

ଫର୍ମ

“ମୁଁ ପ୍ରମାଣିତ କରୁଛି ଯେ ଉପରୋକ୍ତ ଦଲିଲ ଦସ୍ତାବିଜ ................ ଅବିକଳ ନକଲ ।

ଅଫିସର/ବ୍ୟକ୍ତିଙ୍କ ଦସ୍ତଖତ

ସଂଶୋଧନ -୧୯୯୭

ନିୟମ ୧୪୯ର ସଂଶୋଧନ -

କଥିତ ନିୟମାବଳୀର ନିୟମ ୧୪୯ ର ଉପ- ନିୟମ (୧)ର ପ୍ରକରଣ (ଖ)ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ   । ଯଥା –

“(ଖ) ସମିତିର ବ୍ୟାପାର ପରିଚାଳନା  ଭାର ନ୍ୟସ୍ତ ହୋଇଛି ଧାରା  ୩୨ର ଉପ- ଧାରା (୧)ଅନୁଯାୟୀ ଯେତେବେଳେ ଆଦେଶ ପାଶ କରାଯାଇଛି।(ଏସ.ଆର.ଓ.ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ନିୟମ ୧୫୦ ପରବାନା ଅଥବା ନୋଟିସର ପ୍ରମାଣୀକରଣ (ସାବ୍ୟସ୍ତକରଣ)

  1. ସମବାୟ ସମିତି ଆଇନ (ଏହି ଆଇନ ଓ ନିୟମାବଳୀରେ ଅନ୍ୟଥା ବ୍ୟବସ୍ଥିତ ବ୍ୟତୀତ) ଅନୁଯାୟୀ ଜାରୀ କରାଯାଇଥିବା ପ୍ରତ୍ୟେକ ସମନ, ପରବାନା ଅଥବା ନୋଟିସ ଲିଖିତ ଆକାରରେ ଜାରି କରାଯିବ ଏବଂ ସମନ ପରବାନା ତଥା ନୋଟିସ ଜାରି କରିଥିବା ଅଫିସରଙ୍କ ସିଲ (ଯଦିଥାଏ) ଦ୍ଵାରା ଏହା ପ୍ରମାଣିକରଣ ବ୍ୟକ୍ତି ସେଥିରେ ଦସ୍ତଖତ କରିବେ ।  ଯେଉଁ ବ୍ୟକ୍ତିଙ୍କ ଉପରେ ସମନ ଜାରୀ କରାଯାଇଥିବ ସେଭଳି ବ୍ୟକ୍ତି ଉଲ୍ଲିଖିତ ସମୟ ତଥା ସ୍ଥାନରେ ପୂର୍ବୋକ୍ତ ଅଫିସରଙ୍କ ସମ୍ମୁଖରେ ହଜାର ହେବେ ଏବଂ ଏଥି ନିମ୍ନତେ ସେ ହାଜର ହେବେ କି ନାହିଁ ଉଲ୍ଲେଖ କରି ସାକ୍ଷ୍ୟ ଦେବେ ଅଥବା ଦଲିଲ ଆବଶ୍ୟକ ଯେ କୌଣସି ବିଶେଷ ଦଲିଲ ଦସ୍ତାବିଜ ଯଥୋଚିତରୂପେ ସମନରେ ବର୍ଣ୍ଣନା କରାଯିବ   ।
  2. ନୋଟିସ ପରିବେଶଷ କରିବାକୁ ପଦ୍ଧତି :- ଅଥବା ନୋଟିସ (ଏହି ଆଇନାନୁଯାୟୀ ଅନ୍ୟଥା ନିର୍ଦ୍ଧିଷ୍ଟଭାବେ ଆବଶ୍ୟକ ବ୍ୟତୀତ ) ନିମ୍ନଲିଖିତ ପଦ୍ଧତିର ଯେକୌଣସି ପଦ୍ଧତି ଅନୁଯାୟୀ ପରିବେଶନ କରାଯିବ, ଯଥା –
  3. ଯେ କୌଣସି ବ୍ୟକ୍ତିଙ୍କ ସାକ୍ଷ୍ୟ ପାଇଁ ସମନ ଜାରୀ କରାନଯାଇ କୌଣସି ଦଲିଲ ଦାଖଲ କରିବା ସମନଜାରୀ କରାଯାଇପରେ, ଏବଂ କୌଣସି ବ୍ୟକ୍ତିଙ୍କୁ କେବଳ ଦଲିଲ ଦାଖଲ କରିବାକୁ ସମନ ଜାରୀ କରାଯାଇଥିଲେ , ସେ ନିଜେ ତାହା ଦାଖଲ ନ କରି ଅନ୍ୟ କାହାଦ୍ଵାରା ଦାଖଲ କରାଇଲେ , ସମନ ଅନୁଯାୟୀ କାର୍ଯ୍ୟ କରାଯାଇଛି ବୋଲି ଧରି ନିଆଯାଏ ।
    • ନୋଟିସ ନକଲ ସେଭଳି ବ୍ୟକ୍ତିଙ୍କୁ ଦେବା ଦ୍ଵାରା ଅଥବା ଅର୍ପଣ କରିବା ଦ୍ଵାରା
    • ଯଦି ସେଭଳି ବ୍ୟକ୍ତି ନଥାଆନ୍ତି, ତେବେ ତାଙ୍କ ପରିବାରର କୌଣସି ବୟସ୍କ ବ୍ୟକ୍ତିଙ୍କୁ ନୋଟିସ ଦେବା ଦ୍ଵାରା ନୋଟିସ ଦେବା ଦ୍ଵାରା ବା ଅର୍ପଣ କରିବା ଦ୍ଵାରା ।
    • ଯଦି ସେଭଳି ବ୍ୟକ୍ତିଙ୍କର ଠିକଣା ଜଣାଯାଏ, ତେବେ ତାଙ୍କ ନିକଟକୁ ରେଜିଷ୍ଟ୍ରୀ ଡାକରେ ନୋଟିସ ପଠାଇବା ଦ୍ଵାରା ।
    • ଯଦି ପୂର୍ବୋକ୍ତ ବ୍ୟକ୍ତି ପ୍ରାପ୍ତ ନ ହୁଅନ୍ତି, ତେବେ ନୋଟିସ ତାଙ୍କ ବାସଗୃହ ଅଥବା କାରବାର ସ୍ଥାନରେ ଲତାକାୟ ଦିଆଯିବ ।
  4. ଯେତେବେଳେ ପରିବେଷଣକାରୀ ଅଫିସର ସମନଜାରୀ କରାଯାଇଥିବା ବ୍ୟକ୍ତି ଅଥବା ଏଥିନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନିଜେ ସମନର ନକଲ ପ୍ରଦାନ ଅଥବା ଅର୍ପଣ କରନ୍ତି, ସେତେବେଳେ ସେ (ଅଫିସର) ନକଲ ପ୍ରଦାନ ତଥା ଅର୍ପଣ କରାଯାଇଥିବା ବ୍ୟକ୍ତିଙ୍କୁ, ମୂଳ ସମନରେ ଦସ୍ତଖତ କରିବାକୁ ଆବଶ୍ୟକ କରି ପାରନ୍ତି ।
  5. ପରିବେଷଣକାରୀ ଅଫିସର ପ୍ରତ୍ୟେକ କ୍ଷେତ୍ରରେ (ଯେଉଁ କ୍ଷେତ୍ରରେ ଉପନିୟମ ୪ ଅନୁଯାୟୀ ସମାନ ପରିବେଷଣ କରାଯାଇଥାଏ) ସମନ କେଉଁ ସମୟରେ ତଥା ପଦ୍ଧତି ଅନୁଯାୟୀ ପରିବେଷଣ କରାଯାଇଛି, ତାହା ମୂଳ ସମନରେ ଲିପିବଦ୍ଧ କରିବେ ଅଥବା ଯୋଗ କରିବା ସଙ୍ଗେ ସଙ୍ଗେ ସମନ ପରିବେଷଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିବା ବ୍ୟକ୍ତି ଏବଂ ସମନ ଅର୍ପଣ କରିଥିବା ବ୍ୟକ୍ତିଙ୍କର ନାମ ତଥା ଠିକଣା ସେଥିରେ ଲିପିବଦ୍ଧ କରିବେ ।
  6. ନୋଟିସ, ପରବାନା ଅଥବା ସମାନ ଯେଉଁ ବ୍ୟକ୍ତିଙ୍କ ଉପରେ ଜାରି କରାଯାଇ ଥାଏ,  ସେ ଯଦି ସରକାରୀ କର୍ମଚାରୀ ଅଥବା ରେଳବାଇ କମ୍ପାନୀର କର୍ମଚାରୀ ଅଥବା ସ୍ଥାନୀୟ ପ୍ରାଧିକାରୀ ହୋଇଥାଆନ୍ତି ତେବେ ପରବାନୀ ଜାରି କରିଥିବା ଅଫିସର ଯଦି ବିବେଚନା କରନ୍ତି ଯେ ସବୁଧା ଦୃଷ୍ଟିରୁ ପରବାନା ଜାରି କରାଯିବ,  ତେବେ ଉପରୋକଟ ଅଫିସର ସମନ ରେଜିଷ୍ଟରୀ ଡାକ ଦ୍ଵାରା ଉପରୋକ୍ତ କର୍ମଚାରୀମାନଙ୍କ, ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବେ ସଙ୍ଗେ ସଙ୍ଗେ ପକ୍ଷ ରଖିବା ନିମନ୍ତେ ଏହାର ଏକାକିତା ନକଲ ପଠାଇବେ  ।
  7. କୌଣସି ବ୍ୟକ୍ତି , ଯାହାର ସାକ୍ଷ୍ୟ ଆବଶ୍ୟକ ହେଉଥାଏ, ଯଦି ଅସୁସ୍ଥତା ଅଥବା ଦୁର୍ବଳତା କାରଣରୁ ଅଫିସର ଅଥବା ସମନ ଅଥବା ନୋଟିସ ଜାରୀ କରିଥିବା ବ୍ୟକ୍ତିଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ସକ୍ଷମ ନହୁଅନ୍ତି, ତେବେ ଉପରୋକ୍ତ ଅଫିସର ଅଥବା ସମନ ଜାରିକରିଥିବା ବ୍ୟକ୍ତି ସେମାନଙ୍କର ମତାନୁଜଯୀ ଏବଂ ସେଭଳି ବ୍ୟକ୍ତିର ଯେଉଁ ବ୍ୟକ୍ତିର ସାକ୍ଷ୍ୟ ଆବଶ୍ୟକ ହେଉଥାଏ ଆବେଦନ ଅନୁଯାୟୀ ସେଭଳି ବ୍ୟକ୍ତିର ଉପସ୍ଥିତ ଅନାବଶ୍ୟକ ମାନେ କରିପାରନ୍ତି ଏବଂ ସେଭଳି ବ୍ୟକ୍ତିଙ୍କୁ ତାଙ୍କର ବାସଗୃହରେ ପରୀକ୍ଷା କରିପାରନ୍ତି ଅଥବା ସାଧାରଣତଃ ଏଥିନିମନ୍ତେ ସେଭଳି ଅଫିସରଙ୍କ ଦ୍ଵାରା ପ୍ରତିନିଧି ସ୍ୱରୂପ ଯେ କୌଣସି ବ୍ୟକ୍ତି ସେଭଳି ବ୍ୟକ୍ତିର ପରୀକ୍ଷା କରିପାରନ୍ତି।
  8. ଯଦି କୌଣସି ପକ୍ଷ, ସାକ୍ଷ୍ୟ ପ୍ରଦାନ କରିବା ଦୃଷ୍ଟିରୁ ହେଉ ଅଥବା ଦଲିଲ ଦସ୍ତାବିଜ ଦାଖଲ କରିବା ଦୃଷ୍ଟିରୁ ହେଉ କୌଣସି ବ୍ୟକ୍ତିର ଉପସ୍ଥିତି ଆବଶ୍ୟକ କରନ୍ତି ତେବେ ପକ୍ଷ ଅଫିସରେ ଅଥବା ନୋଟିସ ବା ସମନ ଜାରୀ କରିଥିବା ବ୍ୟକ୍ତିଙ୍କ ସମ୍ମୁଖରେ ନିମ୍ନଲିଖିତ ମତେ ନଗଦ ଟଙ୍କା ଆକାରରେ ଜମା କରିବେ ।
    • ସମବାୟ ସମିତିର ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ଅନୁପାତ ଅନୁଯାୟୀ ପ୍ରସେସ (ପରବାନା) ଫିସ ଏବଂ ।
    • ସେଭଳି ବ୍ୟକ୍ତିର ଉପସ୍ଥିତ ଉପରୋକ୍ତ ବର୍ଣ୍ଣିତ ଅଫିସର ଅଥବା ସମନ ବା ନୋଟିସ ଜାରୀ କରିଥିବା ବ୍ୟକ୍ତିଙ୍କ ସମ୍ମୁଖରେ ସେଭଳି ବ୍ୟକ୍ତିର ଉପସ୍ଥିତି ଆବଶ୍ୟକ କରାଗଲେ ସେଭଳି ବ୍ୟକ୍ତିଙ୍କୁ ସମବାୟ ସମିତିର ନିବନ୍ଧକଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥାଏ ପରିମାଣ ଅନୁଯାୟୀ ଭ୍ରମଣ କରିବା ନିମନ୍ତେ ଭତ୍ତା ଦିଆଯିବ   ।

    ପକ୍ଷଙ୍କୁ ଜମା କରିବାକୁ ଆଦେଶ ଦିଆଯାଇଥିବା ତାରିଖରୁ ୧୫ ଦିନ ମଧ୍ୟରେ  ଯଦି ପକ୍ଷ ସେଭଳି ଭତ୍ତା ଜମା କରିବାକୁ ଅକ୍ଷମ ହୁଅନ୍ତି, ତେବେ ଅଫିସର  ଅଥବା  ସମନ ଜାରି କରିବାକୁ କ୍ଷମତାପ୍ରାପ୍ତ ହୋଇଥିବା ବ୍ୟକ୍ତି ପୁନଶ୍ଚ କାର୍ଯ୍ୟବିଧିକୁ ବନ୍ଦ କରିପାରନ୍ତି ।

ନିୟମ ୧୫୧

ନିୟମ ୧୫୧. ଏହି ନିୟମାନୁଯାୟୀ କରାଯାଇଥିବା କାର୍ଯ୍ୟ ବିଧିରେ ଆଇନ ବ୍ୟବସାୟୀ (ଓକିଲ, ମୁକ୍ତାର ପ୍ରଭୁତି) ଉପସ୍ଥିତି ହୋଇ ପାରିବେ ନାହିଁ –

ଏହି ଆଇନ ତଥା ପ୍ରଭୃତି ପକ୍ଷଙ୍କର ପ୍ରତିନିଧିତ୍ଵ କରିବାକୁ ହକଡାର ନୁହଁନ୍ତି , କିନ୍ତୁ ନିମ୍ନଲିଖିତ ମତେ ପକ୍ଷଙ୍କର ପ୍ରତିନିଧିତ୍ଵ କରିପାରିବେ  । ଯଥା –

  1. ନିବନ୍ଧକ ଅଥବା ରାଜ୍ୟ ସରକାରଙ୍କ ସମ୍ମୁଖରେ
  2. ଅପିଲ ଏବଂ ସଂଶୋଧନ
  3. ପ୍ରିଜାଇଡ଼ିଂ ଅଫିସର ଅନୁମତି ସହ (ଯାହା ସମ୍ମୁଖରେ କାର୍ଯ୍ୟବିଧି ଗ୍ରହଣ କରାଯାଇଥାଏ ) ।

ସଂଶୋଧନ -୧୯୯୭

ନିୟମ ୧୫୧ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୧୫୧ ର ପ୍ରକରଣ (I) ରେ ଶବ୍ଦାବଳୀ “ ନିବନ୍ଧକ” ପରେ ଏବଂ ଶବ୍ଦାବଳୀ “ ଅଥବା ରାଜ୍ୟ ସରକାର “ ପୂର୍ବରୁ ଶବ୍ଦ “ ଟ୍ରିବ୍ୟୁନାଲ “ ସନ୍ନିବିଷ୍ଟ ହେବ  ।(ଏସ.ଆର.ଓ.ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭ )

ନିୟମ ୧୫୨. ଅପିଲ ସଂଶୋଧନ ଏବଂ ସମୀକ୍ଷା ଇତ୍ୟାଦି ନିମନ୍ତେ ଫିସ ଦେୟ

  1. ସମବାୟ ସମିତି ଆଇନର ୧୦୯ ଦଫା(୧) ଅନୁଯାୟୀ ନିବନ୍ଧକ ଅଥବା ରାଜ୍ୟ ସରକାରଙ୍କ ସମ୍ମୁଖରେ ଦାଏର କରାଯାଇଥିବା ପ୍ରତ୍ୟେକ ଅପିଲ ସହ ତିନି ଟଙ୍କା ମୂଲ୍ୟର କୋର୍ଟ ଫିସ ଅନ୍ତର୍ଭୁକ୍ତ କରାଯିବ  ।
  2. ସମୀକ୍ଷା ଅଥବା ସଂଶୋଧନ ନିମନ୍ତେ ସମବାୟ ସମିତି ଆଇନର ୧୧୧,୧୧୨, ଅଥବା  ୧୩୩  ଦଫାନୁଯାୟୀ କରାଯାଇଥିବା ପ୍ରତ୍ୟେକ ଆବେଦନ ସହିତ ୧୦ ଟଙ୍କା ମୂଲ୍ୟର କୋର୍ଟ ଫିସ ଅନ୍ତର୍ଭୁକ୍ତ କରାଯିବ ।
  3. ମୋକଦ୍ଦମା ର ପୁନଃ ପ୍ରଚଳନ ନିମନ୍ତେ ଅଥବା ଏକ ତରଫା ଡିଗ୍ରୀର ଅସିଦ୍ଧ ଘୋଷଣା ନିମନ୍ତେ କରାଯାଇଥିବା ଆବେଦନପତ୍ର ସହିତ ୫ ଟଙ୍କା ମୂଲ୍ୟର କୋର୍ଟ ଫିସ ଅନ୍ତର୍ଭୁକ୍ତ କରାଯିବ  ।
  4. ଏକ ମୋକଦ୍ଦମାର ମୁଲତବୀ ପାଇଁ ପ୍ରତ୍ୟେକ ଦରଖାସ୍ତ ସହିତ ଦୁଇ ଟଙ୍କା କୋର୍ଟ ଫିସ ଲାଗିବ   ।

ଉଲ୍ଲେଖଥାଉକି, ନିକାଶକାରୀ ଅଥବା ଫଣ୍ଡ ବିହୀନ ଉଧାର ଗ୍ରହଣ କରିନଥିବା ସମିତି ଯେତେବେଳେ ଅପିଲ, ସଂଶୋଧନ, ସମୀକ୍ଷା ଦାଏର କରନ୍ତି, ସେତେବେଳେ ଅଧିକାରୀ  ଯାହାଙ୍କ ସମ୍ମୁଖରେ ଅପିଲ ସଂଶୋଧନ, ସମୀକ୍ଷା ଦାଏର କରାଯାଇଥାଏ ଏହି ନିୟମାବଳୀ ଅନୁଯାୟୀ ଦିଆଯାଇଥିବା କୋର୍ଟ ଫିସରୁ ନିକାଶକାରୀଙ୍କୁ ବଞ୍ଚିତ କରିପାରନ୍ତି ।

ନିୟମ ୧୫୩. ବହିର ନିରୀକ୍ଷଣ ଏବଂ ତାହାର ନକଲ ପ୍ରାପ୍ତ ହେବା

  • ସମବାୟ ସମିତିର ଏକ ସଦସ୍ୟ ଅଥବା ଯେକୌଣସି ବ୍ୟକ୍ତି ପ୍ରତ୍ୟେକ ସ୍ଥଳରେ ନିରୀକ୍ଷଣ ଉପଲକ୍ଷେ ୧ ଟଙ୍କା ଫିସ ଦାଖଲ କରି ନିବନ୍ଧକଙ୍କ ଅଫିସରେ ଅଥବା ନିବନ୍ଧକଙ୍କ ଅଧନସ୍ଥ ଯେକୌଣସି ବ୍ୟକ୍ତିଙ୍କ ଅଫିସରେ ନିମ୍ନଲିଖିତ ଦଲିଲ ଦସ୍ତାବିଜର ନିରୀକ୍ଷଣ କରିପାରନ୍ତି, ଯଥା –
    1. ସମିତିର ନିବନ୍ଧକ ନିମନ୍ତେ କରାଯାଇଥିବା ଆବେଦନ ପତ୍ର
    2. ନିବନ୍ଧକ ପ୍ରମାଣପତ୍ର
    3. ସମିତିର ଉପବିଧି
    4. ଉପବିଧିର ସଂଶୋଧନ
    5. ସମିତିର ସମାପନ ନିମନ୍ତେ କରାଯାଇଥିବା ଆଦେଶ (ଅର୍ଡର)
    6. ସମିତିର ନିବନ୍ଧକକୁ ରଦ୍ଦ କରିବା ନିମନ୍ତେ କରଯାଇଥିବା ଆଦେଶ
    7. ଅଡିଟ ପ୍ରମାଣପତ୍ର (ସାର୍ଟିଫିକେଟ)
    8. ବାର୍ଷିକ ଜମା ଖର୍ଚ୍ଚ ପତ୍ର
    9. କମିଟିର ରଦ୍ଦ କରିବା ନିମନ୍ତେ କରାଯାଇଥିବା ଆଦେଶ
    10. ଏକ ସଦସ୍ୟକୁ ଅପସାରଣ କରିବା ନିମନ୍ତେ କରାଯାଇଥିବା ଆଦେଶ
    11. ସମିତିର ରେଜିଷ୍ଟର
    12. ଯେକୌଣସି ଦଲିଲ ଦସ୍ତାବିଜର ପ୍ରମାଣିତ ନକଲ ନିରୀକ୍ଷଣ କରିବାକୁ ଉପ- ନିୟମ ୧ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ଅଧିକାର ଅଛି, ସେଭଳି ବ୍ୟକ୍ତି ନିମ୍ନଲିଖିତ ଫିସ ଦାଖଲ କରିବା ପରେ ତାଙ୍କୁ ତାହା ଯୋଗାଇ ଦିଆଯିବ, ଯଥା   -
  • ମୁଦ୍ରିତ ଉପ-ବିଧି ନିମନ୍ତେ ଚାରି ଟଙ୍କା
  • ଯେକୌଣସି ଦଲିଲ ଦସ୍ତାବିଜର ଉଦ୍ଧୃତ ନକଲର ପ୍ରତ୍ୟେକ ଏକ ସତ ଶବ୍ଦ ନିମନ୍ତେ ଏକ ଟଙ୍କା ହାରରେ ଫିସ ଦରକାର ହେବ । ୪ ଟି ଅଂଶ ଏକ ଶବ୍ଦ ରୂପେ ଗଣନା କରାଯିବ ।

ନିୟମ ୧୫୪,୧୫୫ ଏବଂ ୧୫୬

ନିୟମ ୧୫୪. ସରକାର ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ୧୫୨ ନିୟମରେ ନିର୍ଦ୍ଧିଷ୍ଟ କରାଯାଇଥିବା ଫିସ ବ୍ୟତିତ ଏହି ଆଇନ ଅଥବା ନିୟମାବଳିର ନିୟମାନୁଯାୟୀ ଦେୟ ସମସ୍ତ ଫିସ ସମୁଚିତ ହେଡ ଅନୁଯାୟୀ ଟ୍ରେଜେରୀରେ ଦାଖଲ କରାଯିବ  ।

ନିୟମ ୧୫୫. ସମିତିର ପରିସରରେ ବ୍ୟବହାର ବ୍ୟବସାୟ ଅଥବା ଅନ୍ୟାନ୍ୟ ସମବାୟ ବ୍ୟାପାର ଭିନ୍ନ ଅନ୍ୟ କୌଣସି ଉଦ୍ଦେଶ୍ୟରେ କୌଣସି ସମିତିର ପରିସର ବ୍ୟବହାର କରିପାରିବେ ନାହିଁ ।  ପ୍ରକାଶଥାଉକି, ନିବନ୍ଧକ ବିଶେଷ ଓ ସାଧାରଣ ଆଦେଶ ଦ୍ଵାରା କୌଣସି ବ୍ୟକ୍ତିଗତ ସମିତି ଅଥବା ଏକ ବିଶେଷ ପ୍ରକାରର ସମିତି ନିମନ୍ତେ ଏହି ନିୟମ ପ୍ରବର୍ତ୍ତନରୁ କୋହଳ କରିପାରନ୍ତି ।

ନିୟମ ୧୫୬ ରେକର୍ଡର ପୁନର୍ଗଠନ କୌଣସି କ୍ଷେତ୍ରରେ ଯଦି ସମିତିର ହିସାବ ସମ୍ବନ୍ଧୀୟ ରେକର୍ଡ ହଜିଯାଏ ଅଥବା ଧ୍ଵଂସ ହୁଏ,  ତେବେ ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତି ସମିତିର ହିସାବ ସମ୍ବନ୍ଧୀୟ ରେକର୍ଡର ପୁନର୍ଗଠନ କରିପାରନ୍ତି   ।

ନିୟମ୧୫୭. ଅଂଶ ଅର୍ଥ ଆଦାୟ

  1. ସମିତି ଅଂଶ ଅର୍ଥ ଆଦାୟ କରୁଥିବା ଯେକୌଣସି ବ୍ୟକ୍ତି ସେଭଳି ଏକ ପକ୍ଷ ମଧ୍ୟରେ ସେ ସବୁ ଅର୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଅଥବା କେନ୍ଦ୍ରୀୟ ବ୍ୟାଙ୍କ (ପୋଷ୍ଟାଲ ସେବେନିଂ ବ୍ୟାଙ୍କ) ରେ ଜମା କରିବେ ।
  2. ସମିତି ନିମନ୍ତେ ଅଂଶ ଅର୍ଥ ଆଦାୟ କରୁଥିବା ଯେକୌଣସି  ବ୍ୟକ୍ତି ସେଭିଙ୍ଗ ଫଣ୍ଡ କୌଣସି କାରବାର ପରିଚାଳନା କରିବା ଉଦ୍ଦେଶ୍ୟରେ ଅଥବା ନିବନ୍ଧକ ହେବାକୁ ଥିବା ସମିତି ନାମରେ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଅଥବା ଅନ୍ୟାନ୍ୟ ବ୍ୟବହାର କରିପାରନ୍ତି ନାହିଁ ।
  3. ଅଂଶ ଅର୍ଥ ଆଦାୟ କରୁଥିବା ବ୍ୟକ୍ତି ଯଦି ଉପନିୟମ (1)  ଓ (2)ର ବ୍ୟବସ୍ଥାକୁ ଅସ୍ଵୀକାର କରନ୍ତି,  ତେବେ ସେଭଳି ବ୍ୟକ୍ତି ସମବାୟ ସମିତି ଆଇନର ୧୧୫ ଦଫାନୁଯାୟୀ ଅପରାଧୀରୂପେ ଗଣ୍ୟ ହେବ ।

ନିୟମ ୧୫୮. ରାଜ୍ୟ ସମବାୟ ପରିଷଦ

  1. ରାଜ୍ୟ ସରକାର ନିମ୍ନଲିଖିତ ମତେ ରାଜ୍ୟ ସମବାୟ ପରିଷଦ ଗଠନ କରିବେ, ଯଥା  -
    • ସମବାୟ ମନ୍ତ୍ରୀ ଯେ କି ସଭାପତି ଆସନ ଅଳଙ୍କୃତ କରିବେ   ।
    • ସମବାୟ ବିଭାଗ ରାଜ୍ୟ ପାହ୍ୟା ମନ୍ତ୍ରୀ (ଯଦି ଥାଆନ୍ତି)
    • ସମବାୟ ବିଭାଗର ଉପମନ୍ତ୍ରୀ (ଯଦି ଥାଆନ୍ତି)
    • କୃଷି ଉତ୍ପାଦନ କମିଶନର
    • ରାଜ୍ୟ ସରକାରଙ୍କ ସମବାୟ ବିଭାଗର ସଚିବ
    • ସମବାୟ ସମିତି ସମୂହର ନିବନ୍ଧକ
    • ଏଥିନିମନ୍ତେ ନିର୍ବାଚିତ ଓଡିଶା ବିଧାନସଭାର ଦୁଇଜଣ ସଦସ୍ୟ   ।
    • ଓଡିଶା ରାଜ୍ୟ ସମବାୟ ସମିତି ବ୍ୟାଙ୍କର ସଭାପତି
    • ଓଡିଶା ରାଜ୍ୟ ସମବାୟ ସଂଘର ସଭାପତି
    • ଓଡିଶା ରାଜ୍ୟ ସମବାୟ ଉନ୍ନୟନ ବ୍ୟାଙ୍କର ସଭାପତି
    • ଓଡିଶା ରାଜ୍ୟ ସମବାୟ ସମିତିରୁ ୪ ଜଣ ବେସରକାରୀ ସହଯୋଗୀ ମନୋନୟନ କରିବେ
    • ରାଜ୍ୟ ସରକାରଙ୍କ ଅନୁମୋଦନ ସହିତ ପରିଷଦ ସେଭଳି ଅତିରିକ୍ତ ସଭ୍ୟ ମନୋନୟନ କରିବେ, କିନ୍ତୁ ଏହା ୩ ଜଣରୁ ଅଧିକ ହେବ ନାହିଁ  ।
  2. ପରିଷଦର ସଦସ୍ୟ ସମୂହ ଏବଂ ସଭାପତିଙ୍କ କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ରହିବ । ସେମାନଙ୍କର କାର୍ଯ୍ୟକାଳ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକ ୧ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇପାରେ ।
  3. ପରିଷଦ ନିମ୍ନଲିଖିତ କର୍ତ୍ତବ୍ୟମାନ ତୁଲାଇବେ, ଯଥା –
    • ସମବାୟ ବିଭାଗର କାର୍ଯ୍ୟକଳାପ ଉପରେ ସାଧାରଣ ତତ୍ଵାବଧାନ ଅନୁଶୀଳନ କରିବେ ଏବଂ ସେମାନେ ଯଦି ସମବାୟ ଆନ୍ଦୋଳନର ସୁନିଶ୍ଚିତ ଅଗ୍ରଗତି ସମ୍ପର୍କରେ ବିଚାର କରିବେ, ତେବେ ସମବାୟ ଆନ୍ଦୋଳନର ବିଷୟବସ୍ତୁ ଉପରେ ସରକାରଙ୍କୁ ସୁପାରିସ; କରିବା  ।
    • ସମବାୟ ଆନ୍ଦୋଳନର ଅଗ୍ରଗତି ନିମନ୍ତେ ସମବାୟ ବିଭାଗ ଦ୍ଵାରା ଆଗତ କରାଯାଇଥିବା ପରିକଳ୍ପନା (ସ୍କିମ) ସମ୍ପର୍କରେ ସରକାରଙ୍କ ସହ ପରାମର୍ଶ କରିବା ।
    • ସମିତି ସମ୍ପର୍କରେ କାର୍ଯ୍ୟକରି ହେଉଥିବା ଆଇନ ସମ୍ପର୍କରେ ସରକାରଙ୍କ ସହ ପରାମର୍ଶ କରିବା ସଙ୍ଗେ ସଙ୍ଗେ ଆଇନର ଯେକୌଣସି ସଂଶୋଧନ ତଥା ପରିବର୍ତ୍ତନର ସୂଚନା ଦେବା ।
  4. ଓଡିଶାରେ ସମବାୟ ଆନ୍ଦୋଳନର ଅଗ୍ରଗତି  ସମ୍ପର୍କରେ ବାର୍ଷିକ ସମୀକ୍ଷା କରିବା ସଙ୍ଗେ ସଙ୍ଗେ  ଉପରୋକଟ ଆନ୍ଦୋଳନର ଅଗ୍ରଗତି ସମ୍ପର୍କରେ ବାର୍ଷିକ ସମୀକ୍ଷା କରିବା
  5. ସରକାରଙ୍କ ଦ୍ଵାରା ପରିଷଦକୁ ଅର୍ପଣ କରାଯାଇଥିବା ଅନ୍ୟାନ୍ୟ କର୍ତ୍ତବ୍ୟର ସମ୍ପାଦନ କରିବା ବା ପାଳନ କରିବା ।
  6. ଆଇନ, ନିୟମାବଳୀ ଅଥବା ଅନ୍ୟ ଯେକୌଣସି ଆଇନର ବିରୋଧ ନ କରି ପରିଷଦ ରେଗୁଲେସନ ପ୍ରସ୍ତୁତ କରିପାରିବେ, ଯାହାକି -
  7. ନେଣଦେଣ କାରବାର ନିମନ୍ତେ ପରିଷଦ ସମବାୟ ବର୍ଷ ମଧ୍ୟରେ ଅନ୍ତତଃପକ୍ଷେ ଦୁଇଥର ବସିବ ।
    • ପରିଷଦର ବୈଠକ ସମୟରେ କାରବାର ପରିଚାଳନା ଏବଂ କାର୍ଯ୍ୟବିଧି
    • ବୈଠକ ଭିନ୍ନ ସେମାନଙ୍କର ଅନ୍ୟଥା ବିଚାର ନିର୍ଣ୍ଣୟର ପଦ୍ଧତି
    • ବ୍ୟକ୍ତିଗତ ସଦସ୍ୟଙ୍କୁ ପରିଷଦର କ୍ଷମତା ଅର୍ପଣ
    • ପରିଷଦ ଦ୍ଵାରା ବହି ଓ ହିସାବର ରକ୍ଷଣାବେକ୍ଷଣା
    • ସାଧାରଣତଃ ପରିଷଦର ସମସ୍ତ କାର୍ଯ୍ୟବିଧି ଏବଂ କାରବାରର ପରିଚାଳନା

"ଫର୍ମ -୧","ଫର୍ମ - ୨", "ଫର୍ମ - ୩","ଫର୍ମ - ୪" ସମ୍ବନ୍ଧରେ ସୂଚନା ।

ଆଧାର – ଦ ଲ ହାଉସ

Last Modified : 4/20/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate