অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହିସାବ ସମୀକ୍ଷା,ତଦନ୍ତ,ପରିଦର୍ଶନ ଓ ଅଧିକାର

ଧାରା ୬୨ – ହିସାବ ସମୀକ୍ଷା

  1. ଅଡିଟର ଜେନେରାଲ ଅଥବା ଏଥିନିମନ୍ତେ ତାଙ୍କଦ୍ଵାରା ଯଥାବିଧି ରୂପେ କ୍ଷମତାପ୍ରାପ୍ତ [ଯେକୌଣସି ଅଡିଟରଙ୍କ ] ଦ୍ଵାରା ପ୍ରତ୍ୟେକ ସମିତି ଅଥବା ସମିତି ସମୂହର ଶ୍ରେଣୀ ସଂପର୍କରେ ରାଜ୍ୟ ସରକାରଙ୍କ ଦ୍ଵାରା ସମୟକୁ ସମୟ ନିର୍ଦ୍ଦେଶିତ ପ୍ରକାରେ ଅନ୍ତତଃପକ୍ଷେ ଥରେ ଅଥବା ସେପରି ସଂଖ୍ୟା ସମୟ ନିମନ୍ତେ ବର୍ଷ ଶେଷ ହେବାର ଛଅ ମାସ , ମଧ୍ୟରେ ସେପରି ଅଡିଟ ଶେଷ କରିବେ ।
    • ଅଡିଟର ଜେନେରାଲ ହୁଏତ, ତାଙ୍କ ନିଜର ପ୍ରସ୍ତାବ ଅନୁଯାୟୀ ଅଥବା ନିବନ୍ଧକଙ୍କ ଠାରୁ ପାଇଥିବା ରିକୁଜିସାନକୁ ଭିତ୍ତିକରି ଏବଂ ରାଜ୍ୟ ସରକାରନାକ ନିର୍ଦ୍ଦେଶକୁ ଭିତ୍ତିକରି ଯେକୌଣସି ସମିତି ଅଥବା ସମିତି ସମୂହ ଶ୍ରେଣୀର ହିସାବର ସ୍ଵତନ୍ତ୍ର ବାରି- ଅଡିଟ ବିଶେଷ ଅଡିଟ ଅଥବା ସମବର୍ତ୍ତୀ ଲେଖାପରୀକ୍ଷା ନିମନ୍ତେ ନିର୍ଦ୍ଦେଶିତ ପ୍ରକାରେ ଦୈନନ୍ଦିନ ଅଥବା ଅନ୍ୟାନ୍ୟ କୌଣସି ଭିତ୍ତିରେ ବନ୍ଦୋବସ୍ତ କରିବେ ।
    • ଅଡିଟର ଜେନେରାଲଙ୍କ ଦ୍ଵାରା କରାଯାଇଥିବା ଅଡିଟ ବ୍ୟବସ୍ଥାକୁ ସମାନ ସମିତିର ହିସାବକୁ ଜଣେ ଅଡିଟର ଜେନେରାଲଙ୍କ ଦ୍ଵାରା ନିର୍ଦ୍ଦେଶିତ ପକାର ଭିତ୍ତିରେ ତାହାର ହିସାବର ଅଭ୍ୟନ୍ତରୀଣ ଅଡିଟର ବନ୍ଦୋବସ୍ତ କରିବ ।
    • ୨୫ ଲକ୍ଷରୁ ଉର୍ଦ୍ଧ୍ଵ କ୍ରୟ ବିକ୍ରୟ ବାର୍ଷିକ କାରବାର କରୁଥିବା ଏକ ସମିତି ଦୈନନ୍ଦିନ ଭିତ୍ତିରେ ଅଥବା ଅଡିଟର ଜେନେରାଲଙ୍କ ଦ୍ଵାରା ନିର୍ଦ୍ଦେଶିତ ପ୍ରକାର ଭିତ୍ତିରେ ତାହାର ହିସାବର ଅଭ୍ୟନ୍ତରୀଣ ଅଡିଟର ବନ୍ଦୋବସ୍ତ କରିବ।
  2. ନିୟମାନୁସାରେ ଉପ- ଧାରା (୧) ଅନୁଯାୟୀ ହିସାବ ସମୀକ୍ଷା କରାଯିବ ଏବଂ ନିମ୍ନଲିଖିତ ବିଷୟଗୁଡିକ ସେଥିରେ ଅନ୍ତର୍ଭୁକ୍ତ ହେବ ।
    • ନଗଦ ତହବିଲ ଓ ବନ୍ଧକଗୁଡିକ ଯଥାର୍ଥ ପ୍ରତିପାଦନ ।
    • ଜମାକାରୀ ଓ ଋଣଦାତାଙ୍କ  ଜମାରେ ଥିବା ତହବିଲର ଏବଂ ସମିତିର ଋଣକର୍ତ୍ତାଙ୍କ ଠାରୁ ପ୍ରାପ୍ୟ ଅର୍ଥ ପରିମାଣରେ ଯଥାର୍ଥ ପ୍ରତିପାଦନ  ।
    • ଯଦି   କୌଣସି ପ୍ରାପ୍ୟ ଋଣ ଅର୍ଥର ମିଆଦ ହୋଇଥାନ୍ତ, ତେବେ ତାହାର ପରିମାଣ ।
    • ସମିତିର ସଂପତ୍ତି ଏବଂ ଦାୟିତ୍ଵର ମୂଲ୍ୟାୟନ।
    • ନିର୍ଧାରିତ ପ୍ରକାରେ ସେପରି କୌଣସି ସୀମା ମଧ୍ୟରେ ସମିତିର ଆର୍ଥିକ ନେଣଦେଣ ସମେତ କାରବାର ଯଥାର୍ଥ ପ୍ରତିପାଦନ  ।
    • ରସିଦ ଏବଂ ଭାର, ବାଲାନ – ସିଟ, ଲାଭ ଓ କ୍ଷତି ହିସାବର ବିବରଣୀ ଏବଂ [ଅଡିଟର ଜେନେରାଲଙ୍କ] ଦ୍ଵାରା ନିର୍ଦ୍ଦେଶିତ ସେପରି କୌଣସି ଫାରମରେ କମିଟି ଦ୍ଵାରା ପ୍ରସ୍ତୁତ ପରବର୍ତ୍ତୀ ବର୍ଷ ନିମନ୍ତେ, ପ୍ରାପ୍ତବ୍ୟ ନିଟ ଲାଭର ବିବରଣୀ ସମେତ ହିସାବ ବିବରଣୀର ଯଥାର୍ଥ ପ୍ରତିପାଦାନ।
    • ଏହି ଆଇନ, ନିୟମାବଳି ଏବଂ ଉପ- ବିଧିର ସର୍ତ୍ତାନୁଯାୟୀ ସମିତିର ଗଠନ , କାର୍ଯ୍ୟକଳାପ ଏବଂ କାରବାରରେ ଅନିୟମିତତା ତା’ର କୌଣସି ପରୀକ୍ଷା ଆବିଷ୍କୃତ, ଯଦି ହୋଇଥାଏ  ସମିତିର ଆର୍ଥିକ ପରିସ୍ଥିତି ଉପରେ ଅଥବା ଅନ୍ୟଥା ପ୍ରଭାବ ପକାଉଥିଲେ ।
  3. ଜମା ଖର୍ଚ୍ଚପତ୍ର , ଲାଭ- କ୍ଷତି ହିସାବ ଓ ନିଟ ଲାଭ ହିସାବ ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ହୋଇଥିବା ପରିବର୍ତ୍ତନ ଓ ତାଙ୍କ ଦ୍ଵାରା ପ୍ରମାଣିତ ହୋଇଥିବା ଫର୍ଦ୍ଦ ସହ ସମସ୍ତ ହିସାବ ଫର୍ଦ୍ଦ ଚୁଡାନ୍ତ ହେବ ଓ ତାହା ସମିତି ଗ୍ରହଣ କରିବାକୁ ବାଧ୍ୟ  ହେବ ।
  4. ନିବନ୍ଧକ କିମ୍ବା ହିସାବ ସମୀକ୍ଷକ ଯଦି କୌଣସି ସମୟରେ ସମିତିର ଦାୟିତ୍ଵରେ ଥିବା କିମ୍ବା ସମିତିର ସମସ୍ତ ଖାତା, ହିସାବ, ଦଲିଲ, କାଗଜପତ୍ର,ବନ୍ଧକ, ନଗଦ ତହବିଲ ଏବଂ ଅନ୍ୟାନ୍ୟ ସଂପତ୍ତିର ପରିଦର୍ଶନ ଓ ସମୀକ୍ଷା,କରିପାରିବେ ଏବଂ ଆଇନାନୁଯାୟୀ ଯେକୌଣସି ବ୍ୟକ୍ତିଙ୍କୁ ଉପସ୍ଥିତ ହେବାପାଇଁ ସମନ ଜାରି କରିପାରିବେ । ସେହି ବ୍ୟକ୍ତିଙ୍କୁ ଶପଥ,ପାଠପୂର୍ବକ ପରୀକ୍ଷା କରିପାରିବେ ଏବଂ ସମିତିର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଏହାର ଶାଖା କାର୍ଯ୍ୟାଳୟ ଯେ କୌଣସି ସ୍ଥାନରେ  ସମିତିର ଯେକୌଣସି ଖାତା, ହିସାବ, ଦଲିଲ, ବନ୍ଧକ  ନଗଦ ତହବିଲ ଓ ଅନ୍ୟାନ୍ୟ ସଂପତ୍ତି ଦାଖଲ କରିବାକୁ ବାଧ୍ୟ କରିପାରିବେ ।  ସାକ୍ଷୀମାନଙ୍କୁପରୀକ୍ଷା କରିବା ପାଇଁ ଦେୱାନୀ କାର୍ଯ୍ୟବିଧି ଆଇନ (୫/୧୯୮୦) ଅନୁଯାୟୀ କୌଣସି ଦେୱାନୀ ଅଦାଲତରେ ବିଚାର ହେଉଥିବା ମାମଲା ପରି କମିଶନ ଜାରି କରିପାରିବେ ।
    • ନିବନ୍ଧକ କିମ୍ବା ହିସାବ – ସମୀକ୍ଷକ ଯେକୌଣସି ବ୍ୟକ୍ତିଙ୍କୁ ନିଜ ନିଜ ଅଧିକାରରେ କିମ୍ବା କ୍ଷମତାରେ ଥିବା କୌଣସି ଦଲିଲ ଦାଖଲ କରିବାକୁ କିମ୍ବା କୌଣସି ସମ୍ବାଦ ପରିବେଶର କରିବାକୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇପାରିବେ   ।
    • ନିବନ୍ଧକ କିମ୍ବା ହିସାବ – ସମୀକ୍ଷକ ଆବଶ୍ୟକତାନୁଯାୟୀ ସେପରି ଦଲିଲ ନକଲ କିମ୍ବା ଯେକୌଣସି ଅଂଶର ନକଲ ନିଜେ ନେଇ ପାରିବେ କିମ୍ବା ତାହା ନେବାକୁ ଅନ୍ୟବ୍ୟକ୍ତିଙ୍କୁ କ୍ଷମତା ଦେଇପାରିବେ   ।  ଏପରି ନେଇଥିବା ଦଲିଲ ନିର୍ଦ୍ଧାରିତ ପ୍ରଣାଳୀରେ ହୋଇ ମୂଳ ଦଲିଲ କିମ୍ବା ତାହାର କୌଣସି ଅଂଶ ସାକ୍ଷ୍ୟ ପାଇଁ ଯେଉଁ ପ୍ରଣାଳୀ ଓ ପରିମାଣରେ ଗ୍ରହଣୀୟ ହୋଇଥାଏ, ଠିକ ସେହିପରି ସାକ୍ଷ୍ୟ ପାଇଁ ଗ୍ରହଣୀୟ ହେବ   ।
  5. ନିବନ୍ଧକ କିମ୍ବା ହିସାବ- ସମୀକ୍ଷକଙ୍କ ଆବଶ୍ୟକତାନୁଯାୟୀ ସମିତିର ବର୍ତ୍ତମାନ ଓ ଅତୀତରେ ଯେକୌଣସି ଅଫିସର କିମ୍ବା କର୍ମଚାରୀ ଓ ପ୍ରତ୍ୟେକ ସଭ୍ୟ (ବର୍ତ୍ତମାନ ଓ ଅତୀତ) ସମିତିର କାର୍ଯ୍ୟ ଏବଂ କାରବାର ସଂପର୍କରେ ସମ୍ବାଦ ବା ତଥ୍ୟ ଯୋଗାଇବେ   ।
  6. ଅଡିଟର ଜେନେରାଲନାକ ଯଦି ବିଶ୍ଵାସ କରିବାର କାରଣ ହୁଏ ଯେ , ସମିତିର ହିସାବର ଅଡିଟ ମଧ୍ୟରେ ସମିତିର ଯେ , କୌଣସି, ଅଫିସର ପଦାଧିକାର ଅଫିସରେ ପଠାଇବା ଦ୍ରୁଷ୍ଟିରୁ ହେଉ ଅଥବା ଆପତ୍ତିର ଅନୁପାଳନ ପଠାଇବା ଦ୍ରୁଷ୍ଟିରୁ ହେଉ ଅଥବା ଏ ସଂପର୍କରେ ତାଙ୍କର ନିର୍ଦ୍ଦେଶପତ୍ର , ଯଦି ଥାଏ, ଦ୍ରୁଷ୍ଟିରୁ ହେଉ କ୍ଷତିକର ହେବ ତେବେ ସେ ହୁଏତ, ଏହି ଆଇନ, ନିୟମାବଳି ଏବଂ ଉପ- ବିଧିରେ ଅନ୍ତର୍ବିଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ, ଆଦେଶ ଦ୍ଵାରା, ତାହାର କାରଣ ପ୍ରଦାନ କରି ସେପରି ସମ୍ପୃକ୍ତ ଅଫିସର ଅଥବା ପଦଧିକାରୀ ଅଡିଟ ସମୟରେ ସଂପୂର୍ଣ୍ଣ ଅଥବା କିଛି ଅଂଶ ପାଇଁ ସସପେଣ୍ଡ କରିପାରନ୍ତି ।
  7. ଉଲ୍ଲେଖଥାଉକି ସେପରି ସସପେନସାନର ସମୟ କୌଣସି କ୍ଷେତ୍ରରେ ୬ ମାସରୁ ଅଧିକ ହେବ ନାହିଁ  ।

  8. ଅଡିଟର – ଜେନେରାଲ ଅଥବା ଏହି ଧାରାନୁଯାୟୀ ଅଡିଟ ପରିଚାଳନା କରିବାକୁ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ସେପରି ଅଡିଟ ସମୟ ମଧ୍ୟରେ ,ଧାରା ୬୫ର ଉପଧାରା (୩) ପ୍ରକରଣ (ଗ) ଏବଂ ଉପଧାରା (୫) ଅନୁଯାୟୀ ନିବନ୍ଧକ ଯେଉଁ କ୍ଷମତା ପ୍ରୟୋଗ କରିବାକୁ କ୍ଷମତାପନ୍ନ ସେହି କ୍ଷମତା ପ୍ରୟୋଗ କରିବେ ।

ସଂଶୋଧନ -୨୦୦୪

ଧାରା ୬୨ର ସଂଶୋଧନ ଉପ- ଧାରା (୧)ରେ ନିମ୍ନଲିଖିତ ପରନ୍ତୁକ ପ୍ରକରଣ (i) ରେ ସନ୍ନିବିଷ୍ଟ ହେବ , ଯଥା

“ଉଲ୍ଲେଖଥାଉକି, ଓଡିଶା ସମବାୟ ସମିତିର ଅଡିଟର ଜେନେରାଲ ଜଣେ କିମ୍ବା ତତୋଧିକ ସରକାରୀ କ୍ଷମତାପ୍ରାପ୍ତ ହିସାବ ରକ୍ଷକଙ୍କୁ ସମୁଦାୟ ସମିତିର ହିସାବ ସମୀକ୍ଷା କରିବାକୁ ନିଯୋଜିତ କରିଥାନ୍ତି ଏବଂ ସରକାରଙ୍କ ଦ୍ଵାରା ସ୍ଥିର ହୋଇଥିବା ମୂଲ୍ୟରେ ପ୍ରତ୍ୟେକ ସମବାୟ ବର୍ଷ ପାଇଁ ଏହାର ହିସାବ ସମୀକ୍ଷା ଉଦ୍ଦେଶ୍ୟରେ ଉଭୟ ସରକାର ଏବଂ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ହିସାବରକ୍ଷକଙ୍କୁ ସମିତି ଦ୍ଵାରା ଦେୟ ପ୍ରଦାନ କରାଯିବ ।(ସଂଖ୍ୟା ୧୩୪୨/ଲେଜିସ,  ତା ୨୩.୧୨.୨୦୦୪ )

ସଂଶୋଧନ -୨୦୧୨, ଓଡିଶା ଆଇନ  - ୧/୨୦୧୩

ଧାରା ୬୨ର ସଂଶୋଧନ – ମୂଳ ଆଇନରେ ଦଫା ୬୨ରେ –

  • ଉପ-ଦଫା (୧)ରେ, ଧାରା (୧)ରେ ଶବ୍ଦାବଳି “ଜଣେ ସମୀକ୍ଷକ“ ନିମନ୍ତେ ଶବ୍ଦାବଳି “ଜଣେ ସମୀକ୍ଷକ କିମ୍ବା ସମୀକରଣକାରୀ ପ୍ରତିଷ୍ଠାନ, ଯାହାର ଏପରି ଯୋଗ୍ୟତା ଏବଂ ଅଭିଜ୍ଞତା ଥିବ, ଯେପରି ରାଜ୍ୟ ସରକାରଙ୍କ ଦ୍ଵାରା ଉଲ୍ଲେଖିତ, କୁ ପ୍ରତିବଦଳ କରାଯିବା   ।
  • ଉପ-ଦଫା (୧)ପରେ , ନିମ୍ନଲିଖିତ ଉପ-ଦଫାକୁ ସଂଯୋଗ କରାଯିବ, ଯଥା  -(୧ କ ଉପ-ଦଫା(୧) ରେ ଧାରିତ ବ୍ୟବସ୍ଥାବଳି ପ୍ରତି କୋଣସି କ୍ଷତି ନଘଟାଇ, ରାଜ୍ୟ ସରକାର କିମ୍ବା ତାଙ୍କ ଦ୍ଵାରା ଏ ସଂବନ୍ଧରେ କ୍ଷମତାୟୀତ କୌଣସି ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ ତାଲିକାରୁ, ସାଧାରଣ ସଂସ୍ଥା ଦ୍ଵାରା ନିଯୁକ୍ତ ହେବାକୁ ଥିବା କୌଣସି ସମୀକରଣକାରୀ ପ୍ରତିଷ୍ଠାନ କିମ୍ବା କୌଣସି ସମୀକ୍ଷକଙ୍କ ଦ୍ଵାରା ସମୀକ୍ଷଣ ନିଆମ୍ତ୍ନେ ଏହାର ହିସାବକୁ ପ୍ରତ୍ୟେକ ସମିତି ଦାଖଲ କରିବେ।
  • ଉପଦଫା (୨)ରେ , ଶବ୍ଦାବଳି , ସଂଖ୍ୟା ଏବଂ ବନ୍ଧନୀ “ ଉପ-ଦଫା “(୧) ନିମନ୍ତେ ଶବ୍ଦାବଳି, ସଂଖ୍ୟା ଏବଂ ବନ୍ଧନୀ “ଉପ-ଦଫା“ (୧) ଏବଂ (୧- କ) କୁ ପରିବର୍ତ୍ତନ କରାଯିବ ।
  • ଉପଦଫା  “(୩)ରେ, ଶବ୍ଦାବଳି ପୂର୍ବରୁ “ଏବଂ ତାଙ୍କଦ୍ଵାରା ପ୍ରମାଣିତ  “ଜମା ଏବଂ ଶବ୍ଦାବଳି“ ସମୀକ୍ଷକ କିମ୍ବା ସମୀକ୍ଷଣକାରୀ ସଂସ୍ଥା “ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟକୁ ସଂଯୋଗ କରାଯିବ ।
  • ଉପ- ଦଫା (୪) ଏବଂ (୫) ରେ , ଶବ୍ଦାବଳି “ ସମୀକ୍ଷକ “ ନିମନ୍ତେ ଯେଉଁଠାରେ ତାହା ଉଦ୍ରେକ ହୁଏ, ଶବ୍ଦାବଳି ଏବଂ ଜମା “ ସମୀକ୍ଷକ କିମ୍ବା ସମୀକ୍ଷଣକାରୀ ସଂସ୍ଥା ‘ଯେଉଁସ୍ଥଳରେ ସେପରି ପ୍ରୟୋଗନୀୟ, କୁ ପରିବର୍ତ୍ତନ କରାଯିବ, ଏବଂ
  • ଉପ-ଦଫା (୬) ଏବଂ (୭) କୁ ବାଦ ଦିଆଯିବ ।(ନଂ ;୧୧୪୦ / ଲେଜିସ -୩୩/୨୦୧୨/ ଏଲ , ତା ୩୦.୦୧.୨୦୧୩ )

ଧାରା ୬୩ - ଅଡିଟ ରିପୋର୍ଟ ଜଣାଇବା, ବିଚାର ଏବଂ ପାଳନ କରିବା

ଧାରା ୬୨ ଅନୁଯାଇ ପରିଚାଳିତ ପ୍ରତ୍ୟେକ ଅଡିଟର ରିପୋର୍ଟ ନିର୍ଧାରିତ ପଦ୍ଧତିରେ ଜଣାଇ ଦିଆଯିବ , ବିଚାର କରାଯିବ ଏବଂ ନିର୍ବାହ ହେବ   ।

ସଂଶୋଧନ – ୨୦୧୨

ଧାରା ୬୩ର ସଂଶୋଧନ – ମୂଳଆଇନରେ ଦଫା ୬୩କୁ , ତାର ଉପ-ଦଫା (୧)ଭାବେ ପୁନଃ ସଂଖ୍ୟାୟୀତ କରାଯିବ –

  1. ଏପରି ଭାବେ ପୁନଃ ସଂଖ୍ୟାୟୀତ ହୋଇଥିବା ଉପ-ଦଫା (୧)ରେ ନିମ୍ନଲିଖିତ ପ୍ରତିବନ୍ଧକୁ ଏହାର ସମୀକ୍ଷଣ ବିବରଣୀ ସୂଚିତ କରିବେ, ଏବଂ
  2. ଉଲ୍ଲେଖଥାଉ ଯେ, ପ୍ରତ୍ୟେକ ସର୍ବୋଚ୍ଚ ସମିତି ଧାର୍ଯ୍ୟ ପଦ୍ଧତି ଅନୁଯାଇ , ରାଜ୍ୟସରକାରଙ୍କୁ ଏହାର ସମୀକ୍ଷଣ ବିବରଣୀ ସୂଚିତ କରିବେ ।

  3. ଏପରି ଭାବେ ପୁନଃ ସଂଖ୍ୟାୟୀତ ହୋଇଥିବା ଉପ-ଦଫା (1) ପରେ ନିମ୍ନଲିଖିତ ଉପ-ଦଫାକୁ ସଂଯୋଗ କରାଯିବ , ଯଥା –
    • ପ୍ରତ୍ୟେକ ସର୍ବୋଚ୍ଚ ସମିତିର ସମୀକ୍ଷଣ ବିବରଣୀ ଯେତେ ଶୀଘ୍ର ରାଜ୍ୟ ସରକାରଙ୍କ ଦ୍ଵାରା ଗୃହିତ ହୁଏ , ତାହା ବିଧାନ ପରିଷଦରେ , ଚଉଦ ଦିନ ସମୟ ନିମନ୍ତେ  ଉପସ୍ଥାପନ କରାଯିବ, ଯାହାକି ଗୋଟିଏ ଅଧିବେଶନ କିମ୍ବା ଗୋଟିକରୁ ଅଧିକ ଅଧିବେଶନ ଧାରଣ କରିଥାଏ । (ନଂ ୧୧୪୦/ ଲେଜିସ -୩୩୨୦୧୨/ଏଲ , ତା୩୦.୦୧.୨୦୧୩ )

ଧାରା ୬୩- କ- ଅଡିଟର ଜେନେରାଲଙ୍କ ବାର୍ଷିକ ଅଡିଟ ରିପୋର୍ଟ

  1. ଅଡିଟର ଜେନେରାଲ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ସମବାୟ ବର୍ଷ ନିମନ୍ତେ ଏକ ବାର୍ଷିକ ରିପୋର୍ଟ ବର୍ଷ ସମାପ୍ତିର ୯ ମାସ ମଧ୍ୟରେ ଦେବେ ।  ସେଠାରେ ବର୍ଷ ନିମନ୍ତେ ଅଡିଟ ନିର୍ଣ୍ଣୟକୁ ଭିତ୍ତିକରି ରାଜ୍ୟରେ ଥିବା ସମିତି ସମୂହର ବର୍ଗୀକାରଣ ଏବଂ ନିର୍ଦ୍ଧାରିତ ସେପରି ଅନ୍ୟାନ୍ୟ ବସ୍ତୁ ଅନ୍ତର୍ଭୁକ୍ତ ହେବ  ।
  2. ବାର୍ଷିକ ରିପୋର୍ଟ ପ୍ରାପ୍ତ ହେବା ପରେ ରାଜ୍ୟ ବିଧାନପରିଷଦ ସମ୍ମୁଖରେ ଉପସ୍ଥାପିତ କରାଯିବ ।

ଧାରା - ୬୪-  ସମିତି ରେକର୍ଡଗୁଡିକର ପରୀକ୍ଷଣ

  1. ପ୍ରତ୍ୟେକ ସମିତିର ରେକର୍ଡ ପ୍ରତ୍ୟେକ ସମବାୟ ବର୍ଷରେ ଅନ୍ତତଃପକ୍ଷେ ଥରେ ନିବନ୍ଧକ ଅଥବା  ଏଥିନିମନ୍ତେ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ପରୀକ୍ଷିତ କରାଯିବ ଏବଂ ତାହାର ରିପୋର୍ଟ ସମିତି, ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କ ଏବଂ ଅଡିଟର ଜେନେରାଲଙ୍କ ନିକଟକୁ ପରୀକ୍ଷଣ ପ୍ରାରମ୍ଭ ତାରିଖରୁ ଏକ ମାସ ମଧ୍ୟରେ ପଠାଯିବ ।
  2. ନିବନ୍ଧକ ହୁଏତ, ତାଙ୍କ ନିଜର ପ୍ରସ୍ତାବକୁ ଭିତ୍ତିକରି ଅଥବା ଏକ ସମିତିର ଏକ ସାହୁକାର ବା ମହାଜନ ଙ୍କ ଆବେଦନକୁ ଭିତ୍ତିକରି ସେ ନିଜେ ସମିତିର ଯେକୌଣସି ପରୀକ୍ଷା କରିପାରନ୍ତି, ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କୁ ଲିଖିତ ଆଦେଶ ବଳରେ ନିର୍ଦ୍ଦେଶ ଦେଇ ପରୀକ୍ଷା କରିପାରନ୍ତି  ।
  3. ଉଲ୍ଲେଖଥାଉକି, ସେପରି କୌଣସି ପରୀକ୍ଷଣ ଏକ ସାହୁକାର ବା ମହାଜନଙ୍କ ଆବେଦନକୁ ଭିତ୍ତିକରି କରାଯିବ ନାହିଁ, ଯେପର୍ଯ୍ୟନ୍ତ ବା ଯଦିଓ ଆବେଦନକାରୀ -

  4. ନିବନ୍ଧକଙ୍କୁ ସନ୍ତୁଷ୍ଟ ନ କରିଛନ୍ତି ଯେ, ଦାବି କରାଯାଇଥିବା ଋଣ ଏବଂ ସେ ତାହାର ପରିଶୋଧ ପାଇଁ ଦାବି କରିଛନ୍ତି ଏବଂ ଉପଯୁକ୍ତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ପାଇନାହାନ୍ତି, ଏବଂ
  5. ନିବନ୍ଧକ ଆବଶ୍ୟକ କରିଥିବା ପ୍ରସ୍ତାବ ପରୀକ୍ଷଣ,ର ମୂଲ୍ୟ ନିମନ୍ତେ ସେପରି କୌଣସି ଅର୍ଥ ସିକ୍ୟୁରିଟି ରୂପେ ନିବନ୍ଧକଙ୍କ ନିକଟରେ ଡିପୋଜିଟ ନ କରିଛନ୍ତି ।
  6. ପ୍ରକରଣ (କ)ଅନୁଯାଇ ପରିଚାଳିତ ଯେକୌଣସି ଇନିସପେକସସନ ରିପୋର୍ଟକୁ ନିବନ୍ଧକ, ସମିତି ତାହର ସାହୁକାର ବା ମହାଜନ ଓ ଅର୍ଥଯୋଗାଣକାରୀ ବ୍ୟାଙ୍କ ଏବଂ ଅଡିଟର ଜେନେରାଲଙ୍କ ନିକଟକୁ ଇନିସପେକସନ ପ୍ରାରମ୍ଭ ହେବା ତାରିଖରୁ ଏକ ଏକମାସ ମଧ୍ୟରେ ପଠାଇବା ।
  7. ଏକ ସମିତିର ରେକର୍ଡ ଇନସପେକସନ ମଧ୍ୟ ଏକ କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ତାହର ଅର୍ଥଯୋଗାଣକାରୀ ବ୍ୟାଙ୍କ ଅଥବା ଶୀର୍ଷ ଅଥବା କେନ୍ଦ୍ରୀୟ ସମିତି ଦ୍ଵାରା କରାଯାଇପାରେ, ଯାହାର ନିଜ ଅଂଶଧାନ ସେଥିରେ ଅଛି ଅଥବା ତାହାକୁ କୌଣସି ଟଙ୍କା ଅଗ୍ରୀମ ସମିତି ଦ୍ଵାରା କରାଯାଇପାରେ ।

ଏହି ଧାରାନୁଯାୟୀ ଇନିସଫେକ୍ଟି ଅଟରିଟୀଙ୍କର ସେହି ସମାନ କ୍ଷମତା ରହିବ ଯେପରିକି ନିବନ୍ଧକ ଧାରା  ୬୫ର ଉପଧାରା (୩) ଏବଂ (୫) ଅନୁଯାଇ ପ୍ରୟୋଗ କରିବାକୁ କ୍ଷମତାପନ୍ନ ଅଟନ୍ତି ।

ଧାରା ୬୫ - ନିବନ୍ଧକଙ୍କ ଦ୍ଵାରା ତୁରନ୍ତ

  1. ନିବନ୍ଧକ ଯେକୌଣସି ସମୟରେ ନିଜ ଇଚ୍ଛାନୁସାରେ ନିଜେ କିମ୍ବା ତାଙ୍କ ଦ୍ଵାରା ଲିଖିତ ଆଦେଶ ବଳରେ କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତି ଏକ ସମିତିର ସମ୍ବିଧାନ, କାର୍ଯ୍ୟକଳାପ ଓ ଆର୍ଥିକ ଅବସ୍ଥା ସମ୍ପର୍କରେ ତରନ୍ତ କରିପାରିବେ ।
  2. ଉପଧାରା (1) ଅନୁସାରେ ତଦନ୍ତ, ନିମ୍ନଲିଖିତ ବ୍ୟକ୍ତିମାନଙ୍କର ଆବେଦନ ଉପରେ କରାଯିବ ।
    • ଏକ ସମିତି , ଯାହାର ସମ୍ପୃକ୍ତି , ସମିତି ଅନ୍ତର୍ଭୁକ୍ତ ହୋଇଥିବ।
    • ସମିତି କମିଟିର ଅର୍ଦ୍ଧାଧିକ ସଭ୍ୟ କିମ୍ବା
    • ସମିତିର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ।
  3. ଉପଧାରା(1) କିମ୍ବା ଉପଧାରା (2) ଅନୁଯାୟୀ ତଦନ୍ତ କରିବାକୁ ନିବନ୍ଧକ କିମ୍ବା ତାଙ୍କ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କର ନିମ୍ନଲିଖିତ କ୍ଷମତା ରହିବ, ଯଥା -
    • ସମିତିର ଅଧିକାରରେ ବା ଦାୟିତ୍ଵରେ ଥିବା ଖାତାପତ୍ର , ହିସାବ, ଦଲିଲ, ବନ୍ଧକ , ନଗଦ ତହବିଲ ଓ ଅନ୍ୟାନ୍ୟ ସମ୍ପତିର ତଦନ୍ତଯେକୌଣସି , ସମୟରେ ସେ କରିପାରିବେ ଏବଂ ଏପରି ଖାତାପତ୍ର ହିସାବ, ଦଲିଲ, ବନ୍ଧକ , ନଗଦ ତହବିଲ କିମ୍ବା ଅନ୍ୟାନ୍ୟ ସମ୍ପତ୍ତିର ଅଧିକାରରେ  ବା ଦାୟିତ୍ଵରେ ଥିବା ଯେକୌଣସି ବ୍ୟକ୍ତି ସମିତିର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଏପରି କୌଣସି ଶାଖା କାର୍ଯ୍ୟାଳୟର ଯେକୌଣସି ସ୍ଥାନରେ ସେସବୁ ଦାଖଲ କରିବାକୁ ତାଙ୍କୁ ସମାନ ଜାରି କରିବେ   ।
    • ସମିତିର କାର୍ଯ୍ୟାଳୟ ବିଷୟରେ ଜାଣିଥିବା ଯେକୌଣସି ବ୍ୟକ୍ତିଙ୍କୁ ସମିତିର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଏହାର କୌଣସି ଶାଖା କାର୍ଯ୍ୟାଳୟର ଯେକୌଣସି ସ୍ଥାନରେ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବାପାଇଁ ସେ ସମନ ଜାରି କରିପାରିବେ ଏବଂ ଏପରି ବ୍ୟକ୍ତିଙ୍କୁ ଶପଥ ପୂର୍ବକ ସେ ପରୀକ୍ଷଣ କରିପାରିବେ , ଏବଂ
    • ସମିତିର ସାଧାରଣ ବୈଠକ ପାଇଁ ନୋଟିସରେ ସମୟ ନିର୍ଦ୍ଧିଷ୍ଟ ହୋଇଥିବା ଯେକୌଣସି ନିୟମ କିମ୍ବା ଉପ- ବିଧି ସତ୍ତ୍ୱେ ସେ ସମିତିର ମୁଖ୍ୟ କାର୍ଯ୍ୟାଳୟ କିମ୍ବା କୌଣସି ଶାଖା କାର୍ଯ୍ୟାଳୟର ଯେକୌଣସି ସ୍ଥାନରେ ଏକ ସାଧାରଣ ବୈଠକ ଡକାଇବା ପାଇଁ ସମିତିର ଅଫିସରମାନଙ୍କୁ ଆଦେଶ ଦେଇପାରନ୍ତି  ।  ତାଙ୍କର ନିର୍ଦ୍ଦେଶନୁସାରେ ବିଷୟବସ୍ତୁ ସ୍ଥିର କରାଯିବ ଏବଂ ସମିତିର ଅଫିସରମାନେ ନ୍ୟସ୍ତ କଲେ କିମ୍ବା ଏପରି ବୈଠକ ନ ଡକାଇଲେ ଏହା ସେ ନିଜେ ଡକାଇପାରିବେ ।
    • ଉଲ୍ଲେଖଥାଉ କି, ଏପରି ବୈଠକର ଅନ୍ତତଃ ପାଞ୍ଚ ଦିନ ପୂର୍ବରୁ ନୋଟିସ ନ ଦେଇ ତାହା ଡକାଯାଇପାରିବ ନାହିଁ ।

    • ଉପ-ପ୍ରକରଣ (1) ଅନୁଯାୟୀ ଡକାଯାଇଥିବା ବୈଠକ, ସମିତି ଉପ-ବିଧି ଅନୁସାରେ ସମସ୍ତ ପ୍ରକାର ଉଦ୍ଦେଶ୍ୟ ପାଇଁ ସାଧାରଣ ବୈଠକ ରୂପେ କଥିତ ହେବ ଏବଂ ଉପବିଧି ଦ୍ଵାରା ସେହି ବୈଠକରେ କାର୍ଯ୍ୟଧାର ନିଯନ୍ତ୍ରତ ହେବ, କିନ୍ତୁ ଏପରି ବୈଠକ ପାଇଁ ଆବଶ୍ୟକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ସଭ୍ୟମାନଙ୍କର କୋରମର ଆବଶ୍ୟକତା ନାହିଁ   ।
    • ଯଦି ସେ (ନିବନ୍ଧକ) ବିଶ୍ଵାସ କରନ୍ତି ଯେ ସମିତିର କୌଣସି ଅଫିସଙ୍କର କାର୍ଯ୍ୟକଳାପ ସମିତି ସପକ୍ଷରେ ମଙ୍ଗଳଜନକ ନୁହେଁ , ତେବେ ସେଥିପାଇଁ କାରଣ ଦର୍ଶାଇ ସେ ସଂପର୍କଏ ତଦନ୍ତ ଚାଲିବା ସମୟରେ ସେପରି ଅଫିସରଙ୍କୁ କାର୍ଯ୍ୟରୁ ସାମୟିକ ବିଦାୟ ଦେଇପାରନ୍ତି ।

    ଉଲ୍ଲେଖଥାଉକି, କୌଣସି କ୍ଷେତ୍ରରେ ଉପରୋକ୍ତ ସାମୟିକ ବିଦାୟ ଛଅମାସରୁ ଅଧିକ ହେବନାହିଁ   ।

    ପୁନଶ୍ଚ ଉଲ୍ଲେଖଥାଉକି, ନିବନ୍ଧକ କିମ୍ବା ନିର୍ଦ୍ଧିଷ୍ଟ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଅଧସ୍ତନ ବ୍ୟକ୍ତିଙ୍କ ଦ୍ଵାରା ଏପରି ସାମୟିକ ବିଦାୟ ଆଦେଶ ଜାରି ହୋଇପାରିବ ନାହିଁ   ।

  4. ଏହି ଧାରାନୁଯାୟୀ ଯେତେବେଳେ କୌଣସି ତଦନ୍ତ କରାଯାଏ, ସେତେବେଳେ ନିବନ୍ଧକ ତଦନ୍ତ ପ୍ରାରମ୍ଭ ହେବା ତାରିଖରୁ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ।
    • ସମିତି ସମିତି ଅଥବା ସମିତି ସମୂହ ଯେଉଁଥିରେ ଏହା ଅନ୍ତର୍ଭୁକ୍ତ ଏବଂ ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କ ଏବଂ,
    • କୌଣସି ବିଷୟବସ୍ତୁର ପୁନଃ ଅନୁସନ୍ଧାନ ଅଥବା ହିସାବର ପରୀକ୍ଷା ଅଥବା ସମିତିର ପ୍ରାପ୍ୟ ପୁନଃଆଦାୟ ନିମନ୍ତେ ଅଡିଟର ଜେନେରାଲ କରିଥିବା ରିକ୍ୟୁଜିସାନ, ଯଦି ଥାଏ ସହିତ ଅଡିଟର ଜେନେରାଲଙ୍କ ନିକଟକୁ ପଠାଯିବ ।
  5. ଉପ- ଧାରା (1) କିମ୍ବା (2) ଅନୁଯାୟୀ ନିବନ୍ଧକ କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତି ତଦନ୍ତ କରୁଥିବା ସମୟରେ ଯଦି ବିଚାର କରନ୍ତି ଯେ , ସମିତି ଖାତାପତ୍ର ଓ ରେକର୍ଡ ଆଦିକୁ ଗୋପନରେ ବିଗାଡି ଦେବା ବା ସମିତିର ଫଣ୍ଡ ଓ ସଂପତ୍ତି ଆତ୍ମସାତ କରିବା ଉଦ୍ଦେଶ୍ୟ କିମ୍ବା ତାହାର ଅପପ୍ରୟୋଗ କରିବାର ସମ୍ଭାବନା ଅଛି, ତେବେ ସେ ଅର୍ଡର ଦ୍ଵାରା ଏକ ବ୍ୟକ୍ତିଙ୍କୁ ସେଭଳି ଖାତାପତ୍ର , ରେକର୍ଡ,  ଫଣ୍ଡ କିମ୍ବା  ସଂପତ୍ତିକୁ ଜବତ କରିବାକୁ ଏବଂ ସେଗୁଡିକ ନିଜ ଅକ୍ତିଆରରେ ରଖିବାକୁ ନିର୍ଦ୍ଦେଶ ଦେଇପାରନ୍ତି ଏବଂ ସେଭଳି ଖାତାପତ୍ର , ରେକର୍ଡ ଫଣ୍ଡ କିମ୍ବା ସଂପତ୍ତିର ଦାୟିତ୍ଵରେ ଥିବା ଅଫିସର ଅଥବା ଅଫିସର ସମୂହ ତତପରେ ,  ନିର୍ଦ୍ଦେଶିତ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିବେ ଏବଂ ଜବତ ସମୟରେ କୌଣସି ବାଧାବିଘ୍ନ ଘଟିଲେ ବା ଜବତ ସମୟରେ ସେଭଳି ବ୍ୟକ୍ତିଙ୍କୁ ବାଧା ଦିଆଗଲେ ୩୩ଧାରାର ଉପଧାରା (୧) ଓ (୩)ର ବ୍ୟବସ୍ଥାଗୁଡିକ ଆବଶ୍ୟକୀୟ ପରିବର୍ତ୍ତନ ସହ ସେଥିପାଇଁ ଲାଗୁ ହେବ ।

ଧାରା ୬୬- ତଦନ୍ତର ଖର୍ଚ୍ଚ

  • ଏହି ସମିତି ଯେକୌଣସି ଅଡିଟ ତଦନ୍ତ, ଇନିସପେକ୍ଟନ ଅଥବା ସମାପନ ସମୟରେ ଯଦି ଦେଖାଯାଏ ଯେକୌଣସି ବ୍ୟକ୍ତି, ସଂଘଠନ ସହିତ ଓତପ୍ରୋତଭାବେ ଜଡିତ ବ୍ୟକ୍ତି ଅଥବା ସମିତିର ପରିଚାଳନା ଭାର ଯେଉଁ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ସେପରି ବ୍ୟକ୍ତି, ସମିତିର ଅଫିସର, ପଢାଧିକାରୀ ଅଥବା କର୍ମଚାରୀ ରୂପେ ଯେକୌଣସି ବ୍ୟକ୍ତି , ଏପରି ପେମେଣ୍ଟ କରିଛନ୍ତି ଯାହାକି ଏହି ଆଇନ, ନିୟମାବଳି, ଅଥବା ଉପ-ବିଧିର ବିରୁଦ୍ଧାଚରଣ କରୁଅଛି ଅଥବା ବିଶ୍ଵାସ ଭଙ୍ଗ, ଜାଣିଶୁଣି ଅବହେଳା ଅଥବା ଅନ୍ୟ କାରଣ ଦ୍ଵାରା ସମିତିର ଆସ୍ତିରେ ଅଭାବ ପରିଦୃଷ୍ଟ କରାଇଛନ୍ତି ।  ଅଥବା ସମିତିର କୌଣସି ଅର୍ଥ ଅଥବା ଅନ୍ୟାନ୍ୟ ସଂପତ୍ତି ଆତ୍ମସାତ ଅଥବା ଚଞ୍ଚଳତାକ୍ରମେ ଅଥବା ଅପ୍ରାଧୀକୃତଭାବରେ ନିଜ ପାଖରେ ରଖିଛନ୍ତି ତେବେ ଅଡିଟର ଜେନେରାଲ ଅଥବା ଏଥିନିମନ୍ତେ, ଲିଖିତକାର ଆଦେଶ ବଳରେ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଏକ ବ୍ୟକ୍ତି ତାଙ୍କ ନିଜ ପ୍ରସ୍ତାବ ଅଥବା ଏକ ଲିକ୍ୟୁଡେଟର କମିଟି ଅଥବା ଯେକୌଣସି ସାହୁକାର ବା ମହାଜନ ଆବେଦନକୁ ଭିତ୍ତିକରି ଶୁଣାଣୀ ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଯୁକ୍ତିଯୁକ୍ତ ସମୟ ଦେବାପରେ ନିର୍ଦ୍ଧାରିତ ପଦ୍ଧତିରେ ଏକ ଆଦେଶ କରିପାରନ୍ତି ଏବଂ ସେପରି ବ୍ୟକ୍ତିଙ୍କୁ ସେପରି କୌଣସି ହାରରେ ସୁଧ ସହିତ ସେପରି ଅର୍ଥ ପରିଶୋଧ ଅଥବା ସଂପତ୍ତି ଅଥବା ତାହାର କୌଣସି ଅଂଶ ପ୍ରତ୍ୟର୍ପଣ କରିବାକୁ ଏବଂ ତାଙ୍କ ବିଚାର ଯାହା ଯଥୋଚିତ ଏବଂ ନ୍ୟାୟ ସଙ୍ଗତ ସେପରି ଚାନ୍ଦା, ଖର୍ଚ୍ଚ ଅଥବା କ୍ଷତିପୂରଣ ଦେବାକୁ ଆବଶ୍ୟକ କରିପାରନ୍ତି ଏବଂ ତାଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା ଅନ୍ୟକୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରତିକୂଳ ପ୍ରଭାବ ନ ପକାଇ ସେପରି ସମସ୍ତ ଆଦେଶନାମା କାର୍ଯ୍ୟକାରୀ ହେବ ।

ଉଲ୍ଲେଖଥାଉ କି, ଏକ ସମିତିର ଅଡିଟ, ଇନସପେକ୍ଵସ, ଇନକ୍ଵାର ଅଥବା ଆବଶ୍ୟକସ୍ଥଳେ ସମାପନ ସମୟରେ ପ୍ରଥମେ ଉଦଘାଟିତ ପୂର୍ବୋକ୍ତି ଯେକୌଣସି କୃତ ଅଥବା ଅକୃତ କାର୍ଯ୍ୟ ତାରିଖରୁ ୪ ବର୍ଷ ସମୟ ଅତିବାହିତ ହେବାପରେ ଏହି ଧାରାନୁଯାୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ   ।

  • ଉପଧାରା (୧) ବିରୁଦ୍ଧାଚରଣ, କରୁଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଏହି ଧାରାନୁଯାୟୀ ଯେକୌଣସି କାର୍ଯ୍ୟଧାରା ଆରମ୍ଭ, ଦାଏର ଅଥବା ନିସ୍ପତି କରିବାକୁ କ୍ଷମତାପନ୍ନ ଯେକୌଣସି କର୍ତ୍ତୃପକ୍ଷ ଯାହାକି ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ,୧୯୯୧ର ଧାରା ୩୫ ର ପ୍ରାରମ୍ଭ ତାରିଖ ପୂର୍ବରୁ ଥିଲା, ଅଡିଟର- ଜେନେରାଲଙ୍କ ନିଯୁକ୍ତି ଦେବା ପର୍ଯ୍ୟନ୍ତ ସେପରି କ୍ଷମତାପନ୍ନ ରହିବେ ଏବଂ ସେପରି ନିଯୁକ୍ତିଭିତ୍ତିକାରୀ, ସେପରି ନିଯୁକ୍ତ ତାରିଖରେ ସେପରି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ  ବିଚାରଧିନ ସମସ୍ତ କାର୍ଯ୍ୟଧାରା ଅଡିଟର – ଜେନେରାଲଙ୍କ ନିକଟକୁ ହସ୍ତାନ୍ତରଣ କରାଯିବ ଯେ କି , ଆଇନ ଅନୁଯାୟୀ  ସେଗୁଡିକ ବିଚାର କରିବେ ।

ଆଧାରଦ ଲ ହାଉସ

Last Modified : 4/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate