অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସେସ୍ ର ଧାର୍ଯ୍ୟକରଣ ଏବଂ ପ୍ରୟୋଗ

ସମସ୍ତ ଜମି, ସେସ୍ ପ୍ରଦାନ କରିବା ନିମନ୍ତେ ଦାୟୀ

  • ଏହି ଆଇନର ପ୍ରଚଳନ ପରେ, ସମସ୍ତ ଜମି ସେସ୍ ପ୍ରଦାନ କରିବା ନିମନ୍ତେ ଦାୟୀ ହେବ, ଯେପରି ଭାବେ ଏତତପରେ ସ୍ଥିର କରାଯାଇଛି ।
  • ଉଲ୍ଲେଖ ଠାରୁ ଯେ, ସେହି ସମସ୍ତ ଜମି ସମ୍ବନ୍ଧରେ ଏପରି କୌଣସି ସେସ୍ ଦେୟ ହେବ ନାହିଁ, ଯେଉଁ ଗୁଡିକ ୧୯୭୭ ମସିହା ଅପ୍ରେଲ ୧ ତାରିଖ ପୂର୍ବରୁ, ଖଜଣା କିମ୍ବା ରାଜସ୍ୱ ପ୍ରଦାନ ନିମନ୍ତେ ଦାୟୀ ଥିଲେ କିମ୍ବା ସେହି ସମସ୍ତ ଜମି, ଯାହା ସମ୍ବନ୍ଧରେ, ଓଡିଶା ପୌରପାଳିକା ଆଇନ ୨୫.୧୯୫୦ ଅନୁଯାୟୀ କୌଣସି “ହୋଲଡିଙ୍ଗ“ ଉପରେ କର ଧାର୍ଯ୍ୟ କରାଯାଇଛି ।
  • ଏହି ଆଇନରେ ଯଦି ଅନ୍ୟାଥା ବ୍ୟବସ୍ଥାୟୀତ ହୋଇନଥାଏ, ଉପ ଦଫା (୧)ରେ ଧାରିତ କୌଣସି ବ୍ୟବସ୍ଥା, କୌଣସି ଆଇନର କାର୍ଯ୍ୟକାରିତାକୁ କିମ୍ବା କାର୍ଯ୍ୟକାରିତାରେ ଆଞ୍ଚ ଆଣିବ ନାହିଁ କିମ୍ବା ପ୍ରଭାବିତ କରିବ ନାହିଁ, ଯାହାକି କୌଣସି ଜମିର ଭୂ- ରାଜସ୍ୱ କିମ୍ବା କର, ସେସ୍ ହାର କିମ୍ବା ଶୁକ୍ଳର ଆକଳନ ଉପରେ କୌଣସି ପ୍ରଭାବ ପକାଇବା ନାହିଁ ।
  • ଏହି ଦଫାରେ ଧାରିତ କୌଣସି ବ୍ୟବସ୍ଥା କିମ୍ବା ଏହି ଆଇନର ଅନ୍ୟ କୌଣସି ବ୍ୟବସ୍ଥାବଳୀରେ ଧାରିତ କୌଣସି ବ୍ୟବସ୍ଥା ସତ୍ଵ , ସମସ୍ତ ରାଜସ୍ୱ - ମୁକ୍ତ ଜମି କିମ୍ବା ଖଜଣା ମୁକ୍ତ ଜମି, ଏହି ଆଇନର ଠିକ ପ୍ରାରମ୍ଭ ପୂର୍ବରୁ ବଳବତ୍ତର କୌଣସି ଆକଳନ ଭିତ୍ତିରେ ସେସ୍ ପ୍ରଦାନ କରିବା ନିମନ୍ତେ ଦାୟୀ ଅଟେ,  ଯେପର୍ଯ୍ୟନ୍ତ ଏପରି ଜମି ସମ୍ବନ୍ଧରେ ରାଜସ୍ୱ କିମ୍ବା ଖଜଣା, ସେତେବେଳେ ବଳବାର୍ତ୍ତାର କୌଣସି ଅନୁଯାୟୀ ଦେୟ ହୁଏ ଏବଂ ପ୍ରତ୍ୟେକ ପ୍ରାପ୍ୟ ଅର୍ଥରାସୀ କିମ୍ବା ଏପରି ସେସ୍ ଯୋଗୁଁ ଏହା ପ୍ରାପ୍ୟ ହୁଏ ତାହା ଏହି ଆଇନ ଅନୁଯାୟୀ ପ୍ରାପ୍ୟ ଅର୍ଥରାସୀ ବୋଲି ଧରାଯିବ ।

ଟିପ୍ପଣୀ

  • ଖଣିଜ ଦ୍ରବ୍ୟ (ବୈଧତା) ଅଧ୍ୟାଦେଶ (୧୯୯୨) ଉପରେ , ସେସ୍ ଏବଂ ଅନ୍ୟ କର – ପାର୍ଲାମେଣ୍ଟର ପାରିଷଦିକ ଅଦକ୍ଷତା କରଣ ଉପରେ , ପୂର୍ବ- ଅଧ୍ୟାଦେଶ ବୈଧ ନୁହେଁ – (ଏଆଇଆର ୧୯୯୩ ଓଡିଶା -୧୭)
  • ସେସ୍ ଆଇନ – ଆକଳନର ଅର୍ଥ ଏବଂ ପଦ୍ଧତି
  • ଜମି ଉପରେ ସେସ୍- ‘ରୟାଲିଟି’ ର ଧାର୍ଯ୍ୟକରଣ ନୁହେଁ   ।
  • ସେସ୍ ଆକଳନ ନୀତି
  • ସେସ୍ ଆକଳନ – ରାଜ୍ୟର କର ଧାର୍ଯ୍ୟ କରିବା କ୍ଷମତା ଉପରେ ଏକ ସ୍ଵାଧୀନ ପରିଚାଳନା ନୁହେଁ  - ସେସ୍ ଧାର୍ଯ୍ୟକରଣ ଏବଂ ପରିମାଣ- ସ୍ଵୟଂକ୍ରୀୟ ଅଟେ- ଦର୍ଶାଯାଇଛି – (ସିଏଲଟି ୧୯୮୩ (୫୫) -୩୬୨ (ଏଫବି)

ସେସ୍ ହାର ଆକଳନ ଏବଂ ସେସ୍ ବର୍ଷର ଧାର୍ଯ୍ୟକରଣ କିମ୍ବା ସ୍ଥିରିକରଣ

  • ଯେକୌଣସି ଧାରିତ ଟେନ୍ୟୁର ଉପରେ ସମସ୍ତ ଜମିର ବାର୍ଷିକ ମୂଲ୍ୟ ଉପରେ ସେସ ଆକଳନ କରାଯିବ ଏବଂ ଏହାର ଗଣନା, ଏତତପରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ କରାଯିବ ।
  • ବାର୍ଷିକ ହାର, ଯେଉଁତିରେ ଏପରି ସେସ୍ ଧାର୍ଯ୍ୟ କରାଯିବ, ତାହା ୧୯୯୧ ମସିହା ଅପ୍ରେଲ ୫ ତାରିଖରୁ , ଜମିର ବାର୍ଷିକମୂଲ୍ୟର ପଚାଶ ପ୍ରତିଶତ ହେବ, ଏବଂ ଏପରି ତାରିଖରୁ, ଏପରି ମୂଲ୍ୟର ପଚସ୍ତରୀ ପ୍ରତିଶତ ହେବ , ଯେପରି ସରକାର, ବିଜ୍ଞପ୍ତି ଦ୍ଵାରା, ସ୍ଥିର କରିବେ ।

ଟିପ୍ପଣୀ

ଦଫା ୫,୬ ଏବଂ ୭ – ସଂଶୋଧନ ପରେ , ବର୍ଦ୍ଧିତ ସେସ୍ ନିମନ୍ତେ ଦାବି- ଅବୈଧ ବୋଲି ଘୋଷିତ ହୋଇଥିଲା , ଯେହେତୁ ଏପରି ଦାବି , କର୍ତ୍ତୃତ୍ଵ ବାହାରେ ଅଟେ – (ଏଆଇଆର ୧୯୯୩ ଓଡିଶା -୧୧)

୬-(୧) ଅନ୍ୟ କୌଣସି ଆଇନରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ ସେ ଧାରଣ କରିଥିବା ଜମି ନିମନ୍ତେ କୌଣସି ରୟତ ଦ୍ଵାରା ସେସ, ଜମିଦାରଙ୍କୁ ଦେୟ ହେବ,  ଯାହାଙ୍କ ଅଧୀନରେ ସେ ଉକ୍ତ ଜମି ଧାରଣ କରିଥାଏ   ।

ସ୍ପଷ୍ଟିକରଣ

ଏହି ଉପ- ଦଫା ଉଦ୍ଦେଶ୍ୟରେ “ଜମିଦାର“ ସରକାରଙ୍କୁ ଅନ୍ତର୍ଭୁକ୍ତ କରିବ   ।

  • ଏପରି, ତାରିଖରେ ଏବଂ ଏପରି ପଦ୍ଧତିରେ “ସେସ“ ପ୍ରଧାନ କରାଯିବ, ଯେପରି ଧାର୍ଯ୍ୟ କରାଯିବ   ।

ଟିପ୍ପଣୀ

“ରୟାଲିଟି“ଏକ କର ଅଟେ ଏବଂ ଏଣୁ, ରୟାଲିଟି ଉପରେ ସେସ ରାଜ୍ୟ ପରିଷଦର ଦକ୍ଷତା ଉପରେ ଅଟେ – କେନ୍ଦ୍ରୀୟ ଆଇନର ଦଫା 9, ଉକ୍ତ କ୍ଷେତ୍ରକୁ ଆବୃତ କରେ (ଓଜେଡି -1990 (32 ସିଭିଲ)-284) ।

କୌଣସି ରୟତ ଦ୍ଵାରା ଧାରିତ ଜମିର ବାର୍ଷିକ ମୂଲ୍ୟ, ସେହି ଖଜଣା ହେବ, ଯାହାକି ଏପରି ରୟତ ଦ୍ଵାରା , ଜମିଦାରଙ୍କୁ ଦେୟ ଅଟେ, ଯାହାକି ଅଧୀନରେ ସେ ଜମି ଧାରଣ କରିଥାଏ ।

ଉଲ୍ଲେଖ ଥାଉ ଯେ, ସେହି ସମସ୍ତ ଜମି କ୍ଷେତ୍ରରେ, ଯାହାକି ଆକାରରେ ଖଜଣା ପ୍ରଦାନ ଉପରେ ଧାରଣ କରାଯାଇଥାଏ । କିମ୍ବା ଆଂଶିକଭାବେ ନଗଦ ଅର୍ଥରେ ଏବଂ ଆଂଶିକଭାବେ ଆକାର ପ୍ରକାରରେ ଖଜଣା ପ୍ରଦାନ କରାଯାଏ,  ସେପରିସ୍ଥଳେ ସେହି ପ୍ରକାର ବର୍ଣ୍ଣନୀୟ ଏବଂ ମାନର ପାର୍ଶ୍ଵବର୍ତ୍ତୀ ଜମି ନିମନ୍ତେ ଆକଳିତ ଖଜଣା ହାର ଅନୁଯାୟୀ, ବାର୍ଷିକ ମୂଲ୍ୟ ଗଣନା କରାଯିବ ଏବଂ ଯଦି ଏପରି ଗଣନା ପଦ୍ଧତି, ରାଜସ୍ୱ ପରିଷଦଙ୍କ ମତରେ, କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଅସମ୍ଭବ ହୁଏ,  ତା ହେଲେ ଅନ୍ୟ କୌଣସି ଉପଯୁକ୍ତ ପଦ୍ଧତିରେ, ଯାହାକି ଉକ୍ତ କ୍ଷେତ୍ରରେ, ରାଜସ୍ୱ ପରିଷଦ ଅନୁମୋଦନ କରିପାରନ୍ତି   ।

ସ୍ପଷ୍ଟିକରଣ

ଏହି ଦଫା ଉଦ୍ଦେଶ୍ୟରେ :-

  • ଜମିର ବ୍ୟବହାର ଏବଂ ଦଖଲ କରଣ ଉପରେ ତାର ଜମିଦାରଙ୍କୁ କୌଣସି ରୟତଦ୍ଵାରା ଆଇନତଃ ଯାହା ଟଙ୍କା ଆକାରରେ କିମ୍ବା ଅନ୍ୟ ପ୍ରକାରରେ ଦେୟ କିମ୍ବା ପ୍ରଦାନୀୟ ଅଟେ, ତାକୁ ଖଜଣା ଭାବେ ଧରାଯିବ ।
  • “ଜମିଦାର“ ସରକାରଙ୍କୁ ଅନ୍ତର୍ଭୁକ୍ତ କରେ ।

ବନ୍ଦୋବସ୍ତ କାର୍ଯ୍ୟାନୁଷ୍ଠାନ ସମୟରେ ସେସର ଆକଳନ

  • ଯେଉଁ ସ୍ଥଳରେ ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ ୧୯୫୮ (ଏତତପରେ, ଉକ୍ତ ଆଇନ ଭାବେ ଉଲ୍ଲେଖିତ)ଅନୁଯାୟୀ, ଜମି ସମ୍ବନ୍ଧରେ ଖଜଣା ସ୍ଥିର କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ପରିଚାଳନା କରାଯାଉଥାଏ,  ସେପରିସ୍ଥଳେ ସରକାର, ଆଦେଶ ଦ୍ଵାରା ନିର୍ଦ୍ଦେଶ ଦେଇ ପାରନ୍ତି ଯେ, ଏପରି କୌଣସି ଜମି ସମ୍ବନ୍ଧରେ, ଏହି ଆଇନ ଅନୁଯାୟୀ ଦେୟ ସେସ ମଧ୍ୟ, ଏପରି କାର୍ଯ୍ୟାନୁଷ୍ଠାନ ସମୟରେ ଆକଳନ କରାଯିବ ।
  • ଉପ-ଦଫା (୧) ଅନୁଯାୟୀ କୌଣସି ଆଦେଶ ଉପରେ, ଉକ୍ତ ଆଇନର ବ୍ୟବସ୍ଥାବଳୀ, ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ ଖଜଣା ସ୍ଥିର ସମ୍ବନ୍ଧୀୟ ଅଟେ, ସଂପୂର୍ଣ୍ଣ ଭାବେ ଏବଂ ପ୍ରଭାବିତ ଭାବେ ପ୍ରୟୋଗ ହେବ, ଯେପରିକି ଉକ୍ତ ବ୍ୟବସ୍ଥାବଳୀ ଅନୁଯାୟୀ ଖଜଣା ସହିତ ସେସ ମଧ୍ୟ ଆକଳନ ହେବା ଆବଶ୍ୟକ ଏବଂ ଏପରି ଖଜଣା, ନଥିରେ ଅନ୍ତର୍ଭୁକ୍ତ କରାଯିବ   ।
  • ଖଜଣା ପରିବର୍ତ୍ତନ ନିମନ୍ତେ, ଉକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନରେ, କୌଣସି ପରିବର୍ତ୍ତନ ନିୟନ୍ତ୍ରଣାଧିନରେ, ଏପରିଆକଳିତ ସେସ,  ଏହି ଆଇନ ଅନୁଯାୟୀ ସଠିକଭାବେ ଆକଳିତ ହୋଇଛି ବୋଲି ଧରାଯିବ ଏବଂ ସେହି ଏକା ତାରିଖରୁ ପ୍ରଭାବିତ ହେବ, ଯେବେଠାରୁ ଏପରି ଖଜଣା କାର୍ଯ୍ୟକରି ହୁଏ ।

ବନ୍ଦୋବସ୍ତ କାର୍ଯ୍ୟାନୁଷ୍ଠାନ ସମୟରେ ସମ୍ପତ୍ତି କ୍ଷେତ୍ରରେ ସେସର ଆକଳନ

ଯେଉଁ ସ୍ଥଳରେ ଅଧିକାର ନଥିର ପ୍ରସ୍ତୁତିକାରଣ କିମ୍ବା ଖଜଣାର ସ୍ଥିରୀକରଣ କିମ୍ବା ଉଭୟ ନିମନ୍ତେ, କୌଣସି ଷ୍ଠାନ କିମ୍ବା ଅଞ୍ଚଳରେ ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ, ସେପରିସ୍ଥଳେ ସରକାର, ଆଦେଶଦ୍ଵାରା ନିର୍ଦ୍ଦେଶ ଦେଇପାରନ୍ତି ଯେ, ଉକ୍ତ କାର୍ଯ୍ୟାନୁଷ୍ଠାନ ସମୟ ରେ ଏହି ଆଇନ ଅନୁଯାୟୀ ଦେୟ ସେସ ସେ ସମ୍ବନ୍ଧରେ ପ୍ରଣିତ ନିଯମାବଳୀର ନିୟନ୍ତ୍ରଣାଧିନରେ, ଉକ୍ତ ଷ୍ଠାନ କିମ୍ବା ଅଞ୍ଚଳରେ ଏକ ସମ୍ପତ୍ତିଭାବେ ଧାରିତ ଜମି ସମ୍ବନ୍ଧରେ ଆକଳନ କରାଯିବ, ଯାହାକି ଏପରି ଅଧିକାରୀ କିମ୍ବା ଉଚ୍ଚ କର୍ମଚାରୀଙ୍କ ଦ୍ଵାରା ଦଫା ୮ ର ଉପ - ଦଫା (୧) ଅନୁଯାୟୀ, କୌଣସି ଆଦେଶ ଦ୍ଵାରା ଆବୃତ ନୁହେଁ, ଯେକି ଉକ୍ତ କାର୍ଯ୍ୟାନୁଷ୍ଠାନ ପରିଚାଳନା କରନ୍ତି ଏବଂ ଏପରି ଭାବେ ଯେପରି ଉକ୍ତ ନିଯମାବଳୀରେ ଧାର୍ଯ୍ୟ କରାଯାଇପାରେ  ଏବଂ ଏପରି ଭାବେ ଆକଳିତ ସେସ, ସରକାରଙ୍କ ଦ୍ଵାରା ସେ ସମ୍ବନ୍ଧରେ ବିଜ୍ଞପ୍ତି ତାରିଖରୁ କାର୍ଯ୍ୟକାରୀ ହେବ ।

  • “କ” – ଅନ୍ୟାନ୍ୟ କ୍ଷେତ୍ରରେ ସେସର ଆକଳନ
  • ଦଫା ୮  ଉପ- ଦଫା (୧) ଅନୁଯାୟୀ କିମ୍ବା ଦଫା ୯ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ ଦ୍ଵାରା ଆବୃତ ହୋଇନଥିବା ଜମି ସମ୍ବନ୍ଧରେ ଦେୟ ସେସ, ଯେତେବେଳେ ସରକାର ସେପରି ନିର୍ଦ୍ଦେଶ କରନ୍ତି, ଧାର୍ଯ୍ୟ ପଦ୍ଧତିରେ କଲେକ୍ଟରଙ୍କ ଦ୍ଵାରା ଆକଳିତ କିମ୍ବା ସଂଶୋଧିତ ହେବ ଏବଂ ଏପରି ଆକଳିତ କିମ୍ବା ସଂଶୋଧିତ ସେସ, ଏପରି ବର୍ଷର ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବ, ଯେପରି ରାଜସ୍ୱ ପରିଷଦ ଦ୍ଵାରା ସ୍ଥିର କରାଯିବ   ।

ସେସରୁ ଉପଲବ୍ଧ ଅର୍ଥର ପ୍ରୟୋଗ

  1. ଅନ୍ୟ କୌଣସି ଆଇନରେ ଧାରୀତି କୌଣସି ବ୍ୟବସ୍ଥା ସତ୍ତ୍ୱେ, ସେସ ଭାବେ ଆଦାଯ ହୋଇଥିବା ସମସ୍ତ ଅର୍ଥରାସୀକୁ ରାଜ୍ୟର ସନ୍ନିବଦ୍ଧ ପାଣ୍ଠିରେ ଜମା କରାଯିବ ଏବଂ ନିମ୍ନଲିଖିତ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ  । ଯଥା:-
    • ଗ୍ରାମ ପଞ୍ଚାୟତ ଗୁଡିକୁ ଅନୁଦାନ, ଏବଂ
    • ସମିତି ଗୁଡିକୁ ଅନୁଦାନ
  2. ଦଫା ୧ ର [ଧାରା (କ) ଏବଂ (ଖ)] ରେ, ଉଲ୍ଲେଖିତ ଉଦ୍ଦେଶ୍ୟ ନିମନ୍ତେ ବିନିଯୋଗ ହେବାକୁ ଥିବା ଅର୍ଥରାଶି ଆବଣ୍ଟନ, ଏପରି ଅନୁପାତରେ କରାଯିବ, ଯେପରି ଧାର୍ଯ୍ୟ କରାଯିବ।

ସ୍ପଷ୍ଟୀକରଣ

ଏହି ଦଫାରେ “ଗ୍ରାମ ପଞ୍ଚାୟତା“ ଅର୍ଥ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ (୧/୧୯୬୫) ଅନୁଯାୟୀ ଗଠିତ ଗ୍ରାମ ପଞ୍ଚାୟତ ଏବଂ “ସମିତି“ ଅର୍ଥ ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯ (୭/୧୯୬୦) ଅନୁଯାୟୀ – ଗଠିତ ପଞ୍ଚାୟତ ସମିତି   ।

  • “କ” ସେସର ହ୍ରାସକରଣ : -
  • ଯେତେବେଳେ କୌଣସି ଭୟଙ୍କର ଦୁର୍ଭିକ୍ଷ, ବନ୍ୟା, ଅଗ୍ନିକାଣ୍ଡ, ବାତ୍ୟା, ଭୂମିକମ୍ଫ କିମ୍ବା ଓଡିଶା ରାଜ୍ୟରେ ଅନ୍ୟ କୌଣସି ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଏହାର କୌଣସି ଅଂଶରେ ଏପରି ବିପର୍ଯ୍ୟୟ ଯୋଗୁଁ ଭୂମି କିମ୍ବା ଜମି ମାଲିକଙ୍କ ପ୍ରତି ଦୁର୍ଦ୍ଦିନ ଦେଖାଯାଏ, ସେତେବେଳେ ସରକାର, ଆଦେଶଦ୍ଵାରା ନିର୍ଦ୍ଦେଶ ଦେଇପାରନ୍ତି ଯେ, ରାଜ୍ୟରେ କିମ୍ବା ରାଜ୍ୟର ଏପରି ଅଂଶରେ ଥିବା ସମସ୍ତ କିମ୍ବା ଯେ କୌଣସି ଜମି ସମ୍ବନ୍ଧରେ, ଏହି ଆଇନ ଅନୁଯାୟୀ ଦେୟ ସେସକୁ ହ୍ରାସ କରାଯିବ କିମ୍ବା ଏପରି ସେସର ଆଦାୟକୁ ଏପରି ସମୟ ନିମନ୍ତେ ସ୍ଥଗିତ ରଖାଯିବ, ଯେପରି ଉକ୍ତ ଆଦେଶରେ ଧାର୍ଯ୍ୟ କରାଯାଇପାରେ ।

  • ବନ ଜାଳେଣୀ ଏବଂ ନିସ୍ତାର ସେସର ହ୍ରାସ କରଣ  :
  • ଯେତେବଳେ ତାର ଜମି ସମ୍ବନ୍ଧରେ କୌଣସି ବ୍ୟକ୍ତି ଦ୍ଵାରା ଦେୟ ଖଜଣା  କିମ୍ବା ରାଜସ୍ୱ ହ୍ରାସ କରାଯାଏ    କିମ୍ବା କୌଣସି ସମୟ ନିମନ୍ତେ ଏପରି ଖଜଣା କିମ୍ବା ରାଜସ୍ୱର ଆଦାୟକୁ ସ୍ଥଗିତ ରଖାଯାଏ ସେତେବେଳେ ସରକାର, ଆଦେଶ ଦ୍ଵାରା ନିର୍ଦ୍ଦେଶ ଦେଇପାରନ୍ତି ଯେ, ବନ କିମ୍ବା ଜଙ୍ଗଲ ସେସ ଜାଳେଣୀ ସେସ କିମ୍ବା ନିସ୍ତାର  ସେସ,  ଯଦି କିଛି, ଏପରି ବ୍ୟକ୍ତି ଦ୍ଵାରା ଦେୟ ହୋଇଥାଏ, ତାହା ହ୍ରାସ କରାଯିବ କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଉପରୋକ୍ତ ସମୟ ନିମନ୍ତେ ଏପରି ସେସର ଆଦାୟକୁ ସ୍ଥଗିତ ରଖାଯିବ।

ଆଧାର – ଦ ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate