ସେଆର କରନ୍ତୁ

ଅଧ୍ୟାୟ – ୧ (ପ୍ରାରମ୍ଭିକ )

ପ୍ରାରମ୍ଭିକ

ସଂକ୍ଷିପ୍ତ ଆଖ୍ୟା

  • ସଂକ୍ଷିପ୍ତ ଆଖ୍ୟା , ପରିସର ଏବଂ ପ୍ରାରମ୍ଭ  : -
  • ଏହି ଆଇନକୁ ଓଡିଶା “ ହୋଲଡିଙ୍ଗ” ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧ କରଣ ଏବଂ ଜମିର ବିଭାଜନ ନିରୋଧ ଆଇନ,  ୧୯୭୨ ବୋଲି କୁହାଯିବ   ।
  • ଏହା ସମଗ୍ର ଓଡିଶା ରାଜ୍ୟ ପ୍ରତି  ପରିବର୍ଦ୍ଧିତ ଅଟେ
  • ଏହି ଦଫା ତତକ୍ଷଣାତ ବଳବତ୍ତର ହେବ ଏବଂ ଏହି ଆଇନର ଅବଶିଷ୍ଟ ବ୍ୟବସ୍ଥାବଳି ଏପରି ତାରିଖରେ  କିମ୍ବା ଏପରି ତାରିଖ ଗୁଡିକରେ ବଳବତ୍ତର ହେବ ଯେପରି ରାଜ୍ୟ ସରକାର ଏ ସମ୍ବନ୍ଧରେ ବିଜ୍ଞପ୍ତି ଦ୍ଵାରା ସ୍ଥିର କରିବେ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ନିମନ୍ତେ, ବିଭିନ୍ନ ତାରିଖ ଧାର୍ଯ୍ୟ କରାଯାଇପାରେ   ।
  • ସଂଜ୍ଞା : ଏହି ଆଇନରେ , ଯଦି ପ୍ରସଙ୍ଗ କିମ୍ବା ସୂଚୀ ଅନ୍ୟଥା ବ୍ୟବସ୍ଥାୟୀତ ନକରେ  :----
  • “କୃଷି” ଶସ୍ୟ , ଘାସ କିମ୍ବା ଉଦ୍ୟାନ ଉତ୍ପାଦନ , ଫଳଚାଷ , ଗୋ- ମହିଷାଦି ପାଳନ ଏବଂ ରକ୍ଷଣାବେକ୍ଷଣ, ମତ୍ସ୍ୟଚାଷ , କୁକୁଡା ଚାଷ ପ୍ରଭୁତିକୁ ଅନ୍ତର୍ଭୁକ୍ତ କରେ ଏବଂ ଜମିକୁ ଚାରଣଭାବେ କିମ୍ବା ଜଙ୍ଗଲ ଭାବେ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବା , ଯେଉଁ ସ୍ଥଳରେ ଏପରି ବ୍ୟବହାର , କୃଷିର ଆନୁସଙ୍ଗିକ ଅଟେ   ।
  • “କୃଷି ଜମି” – ଅର୍ଥ, କୃଷି ନିମନ୍ତେ ଧାରିତ କିମ୍ବା ଦାଖଲ କରାଯାଇଥିବା ଜମି କିମ୍ବା କୃଷି ସହ ସମ୍ପର୍କିତ ଉଦ୍ଦେଶ୍ୟ ନିମନ୍ତେ ଧାରୀତ ଜମି ଏବଂ ଏହା ଅନ୍ତର୍ଭୁକ୍ତ କରେ  :---
  • ଏପରି ଜମିରେ ଦଣ୍ଡାୟମାନ କୌଣସି ଗୃହ କିମ୍ବା ସେହି ପ୍ରକାର ନିର୍ମାଣ ଯାହାକି କୃଷିର ଆନୁଷଙ୍ଗିକ ଅଟେ; ଏବଂ
  • ଏପରି ଜମି ଉପରେ ଥିବା ବୃକ୍ଷ, କୂପ ଏବଂ  ଅନ୍ୟାନ୍ୟ ଉନ୍ନତିକରଣ ବସ୍ତୁ  ।
  • “ସରକାରୀ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଅଧିକାରୀ” ଅର୍ଥ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କମିଶନରଙ୍କ ଦ୍ଵାରା  ଏପରିଭାବେ ବିଜ୍ଞପ୍ତି କୌଣସି ବ୍ୟକ୍ତି, ଯେକି ଏହି ଆଇନ ଏବଂ ତତ ସଙ୍କ୍ରାନ୍ତୀୟ  ନିୟମା ଅନୁଯାୟୀ କୌଣସି ସହକାରୀ ଏକତ୍ରୀକରଣ ଅଧିକାରୀଙ୍କ କ୍ଷମତା ଏବଂ କର୍ତ୍ତବ୍ୟ ସମ୍ପାଦନ /ପରିଚାଳନା କରିବେ   ।
  • “ରାଜସ୍ୱ ବୋର୍ଡ” ଅର୍ଥ ଓଡିଶା ରାଜସ୍ୱ ବୋର୍ଡ ଆଇନ, 1951(ଓଡିଶା) ଆଇନ 23/1951) ଅନୁଯାୟୀ ଗଠିତ ରାଜସ୍ୱ ବୋର୍ଡ   ।
  • “ଚକ” ଅର୍ଥ, ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଉପରେ , କୌଣସି ଜମି ମାଲିକଙ୍କୁ ଆବଣ୍ଟିତ ସନ୍ନିବଦ୍ଧକରଣ ଜମି  ;
  • “ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ” ଅର୍ଥ , କୌଣସି ଖଣ୍ଡ କିମ୍ବା [ଅନେକ ଖଣ୍ଡ ଜମିର ଏକତ୍ରୀକରଣ ଏବଂ ପୁନଃବିତରଣ , ଯାହାକି କୌଣସି ଏକକର ବିଭିନ୍ନ “ ହୋଲଡିଙ୍ଗ” ରେ ଧାରିତ ଅଟେ, ଯାହାକି ଏପରି “ ହୋଲଡିଙ୍ଗ” ଗୁଡିକୁ ଅଧିକ ସୁଦୃଢ କରିବା ନିମନ୍ତେ ଉଦ୍ଦେଶିତ ଅଟେ   ।

ସ୍ପଷ୍ଟିକରଣ

ଏହି ଧାରା ଉଦ୍ଦେଶ୍ୟରେ  “ ହୋଲଡିଙ୍ଗ” ନିମ୍ନଲିଖିତକୁ ଅନ୍ତର୍ଭୁକ୍ତ କରିବ ନାହିଁ   ।

  1. ଦଫା 6ର ଉପ-ଦଫା (1) ଅନୁଯାୟୀ, କାର୍ଯ୍ୟ।ଳୟ ଗେଜେଟରେ କୌଣସି ବିଜ୍ଞପ୍ତିର ପ୍ରକାଶନ ତାରିଖରେ(ସେହି ସମସ୍ତ ଜମି ଯାହାକି [ ଫଳବୃକ୍ଷ , ତୋଟା କିମ୍ବା ଗୃହୋପଯୋଗୀ) ଦ୍ଵାରା ଆଦୃତ   ।
  2. ସେହି ସମସ୍ତ ଜମି, ଯାହାକି ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ନିର୍ଦ୍ଦେଶକଙ୍କ ମଧ୍ୟରେ ଅଧିକ ଭୂକମ୍ଫ,ଦୃତ ମୃତ୍ତିକା ସ୍ଖଳନ କିମ୍ବା ଦୀର୍ଘ ସମୟ ଜଳ ଦ୍ଵାରା ଆବଦ୍ଧ କିମ୍ବା ଅନ୍ୟଥା କୃଷି ନିମନ୍ତେ ଅନୁପଯୁକ୍ତ ଅଟେ   , ଏବଂ
  3. ଏପରି ଅନ୍ୟାନ୍ୟ ଅଞ୍ଚଳ ଯେପରି ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ନିର୍ଦ୍ଦେଶକ, ଏକତ୍ରୀକରଣ ଉଦ୍ଦେଶ୍ୟ ନିମନ୍ତେ ଅନୁପଯୁକ୍ତ ବୋଲି ଘୋଷଣା କରିପାରନ୍ତି   ।

[ଉଲ୍ଲେଖଥାଉ ଯେ , କୌଣସି ଜମି ମାଲିକଙ୍କ ଦ୍ଵାରା କୌଣସି ଦାବି ଉପରେ ଏପରି କୌଣସି ଘୋଷଣା କରାଯିବ ନାହିଁ , ଯଦିଦଫା  ୮ ଅନୁଯାୟୀ ସେହି ଅଞ୍ଚଳ ସମ୍ବନ୍ଧରେ ସମାୟିକ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଯୋଜନାର ପ୍ରକାଶନ ପରେ ଏପରି ଦାବି ଦାଖଲ କରାଯାଏ   ।

  • ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଅଞ୍ଚଳ  :- ଅର୍ଥ, ଗ୍ରାମ କିମ୍ବା ସମୂହ , ଯାହା ସମ୍ବନ୍ଧରେ , ଦଫା ୩ର ଉପ-ଦଫା (୧) ଅନୁଯାୟୀ, କୌଣସି ବିଜ୍ଞପ୍ତି ନିର୍ଗମ କରାଯାଇଛି , ଏବଂ ଏହା ସେହି ସମସ୍ତ ଜମିକୁ ଆବୃତ କରେ , ଯାହାକି ଧାରା  (ଚ) ପ୍ରତି ସ୍ପଷ୍ଟିକରଣ ଅନୁଯାୟୀ , ଆବୃତ ଅଟେ   ।
  • ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କମିଶନର  :- ଅର୍ଥ , ଏହି ଆଇନ ଏବଂ ତତ ସଂକ୍ରାନ୍ତୟ ନିୟମାବଳି ଅନୁଯାୟୀ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କମିଶନରଙ୍କ କ୍ଷମତା ପରିଚାଳନା କରିବା ଏବଂ କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ , ରାଜ୍ୟ ସରକାରଙ୍କ ଦ୍ଵାରା ଏପରିଭାବେ ବିଜ୍ଞପ୍ତି ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କମିଶନର
  • “ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ସମିତି” ଅର୍ଥ , ଏହି ଆଇନ ଉଦ୍ଦେଶ୍ୟ ନିମନ୍ତେ , ଧାର୍ଯ୍ୟ ପଦ୍ଧତିରେ , ପ୍ରତ୍ୟେକ ଏକକ ନିମନ୍ତେ ଗଠିତ ହେବାକୁ ଥିବା ସମିତି , ଯାହାକି ଭୂମିହୀନ ବ୍ୟକ୍ତିମାନଙ୍କର ଖୁବ କମରେ ଜଣେ ପ୍ରତିନିଧି ଏବଂ ଉକ୍ତ ଏକକର ପ୍ରତ୍ୟେକ ଶ୍ରେଣୀୟ ଜମି ମାଲିକଙ୍କର ଜଣେ ପ୍ରତିନିଧି ଏବଂ ଉକ୍ତ ଏକକର ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପଜାତିର ସଦସ୍ୟମାନଙ୍କ ମଧ୍ୟରୁ ଜଣକୁ ଧାରଣ କରିବ , ଯଦି ଉପରୋକ୍ତ , ପ୍ରତିନିଧିମାନେ , ଉକ୍ତ ଜାତି ଏବଂ ଉପ-ଜାତିର ଜଣେ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରି ନଥାଏ  ।
  • “ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ “ ଅଧିକାରୀ  :--ଅର୍ଥ , ଏହି ଆଇନ ଏବଂ ତତ ସଂକ୍ରାନ୍ତିୟ ନିୟମାବଳି ଅନୁଯାୟୀ , ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଅଧିକାରୀଙ୍କ କ୍ଷମତା ପରିଚାଳନା କରିବା ଏବଂ କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ , ରାଜସ୍ୱ ପରିଷଦ ଦ୍ଵାରା ଏପରିଭାବେ ବିଜ୍ଞପ୍ତି କୌଣସି ବ୍ୟକ୍ତି   ;
  • “ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଯୋଜନା “ – ଅର୍ଥ ଏହି ଆଇନ ଅନୁଯାୟୀ ପ୍ରସ୍ତୁତ , ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଯୋଜନା
  • ସମବାଯ ସମିତି  :- ଅର୍ଥ ଓଡିଶା ସମବାୟ ସମିତି ଆଇନ ,୧୯୬୨ (ଓଡିଶା ଆଇନ  ୨/୧୯୬୩) ଅନୁଯାୟୀ ନିବନ୍ଧିତ କିମ୍ବା ନିବନ୍ଧିତ ବୋଲି ଧରାଯାଉଥିବା କୌଣସି ସମିତି   ]
  • ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ନିର୍ଦ୍ଦେଶକ  “ – ଅର୍ଥ,  ଏହି ଆଇନ ଏବଂ ତତ ସଂକ୍ରାନ୍ତିୟ ନିୟମାବଳି ଅନୁଯାୟୀ , ଏକତ୍ରୀକରଣ ନିର୍ଦ୍ଦେଶକଙ୍କ କ୍ଷମତା ପରିଚାଳନା କରିବା ଏବଂ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ଏପରିଭାବେ ବିଜ୍ଞପ୍ତି ବ୍ୟକ୍ତି , ଏବଂ ଏହା ଜଣେ କୌଣସି ଏକତ୍ରୀକରଣର ଅତିରିକ୍ତ ନିର୍ଦ୍ଦେଶକ , କୌଣସି ଏକତ୍ରୀକରଣର ଯୁଗ୍ମ ନିର୍ଦ୍ଦେଶକ ଏବଂ ଏକତ୍ରୀକରଣର ଡେପୁଟି ନିର୍ଦ୍ଦେଶକଙ୍କ ଅନ୍ତର୍ଭୁକ୍ତ କରେ , ଯେଉଁମାନେ  କି ଏହି ଆଇନ ଅନୁଯାୟୀ ନିର୍ଦ୍ଦେଶକଙ୍କ , ଯେକୌଣସି କାର୍ଯ୍ୟ ସଂପାଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ   ।
  • “ବିଭାଜନ “ ଅର୍ଥ, କୌଣସି ସନ୍ନିବଦ୍ଧ କୃଷିଜମି ,  ଯାହାକି କୌଣସି ଜମିମାଲିକଙ୍କ ଦ୍ଵାରା ଧାରୀତ ହୋଇଥାଏ କିମ୍ବା ଅନ୍ୟମାନଙ୍କ ସହିତ ଯୁଗ୍ମ ଭାବେ ଧାରୀତ  ହୋଇଥାଏ ଏବଂ କୌଣସି ଅଞ୍ଚଳକୁ ଧାରଣ କରିଥାଏ , ଯାହାକି ନିମ୍ନଲିଖିତ ଠାରୁ କମ ଅଟେ   ।
  • କଟକ,ପୁରୀ, ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ଏବଂ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନରେ ଏକ ଏକର ଅଟେ   ,ଏବଂ
  • ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ , ଦୁଇ ଏକର
  • “ହୋଲଡିଙ୍ଗ” ଅର୍ଥ କୌଣସି ଖଣ୍ଡେ , ଜମି ଯାହାକି ଏକ ପୃଥକ ରୟତିର ବିଷୟ ଗଠନ କରେ
  • ଜମି “ ଅର୍ଥ ଯେ କୌଣସି ବର୍ଣ୍ଣନୀୟ ଜମି ;
  • “ ଜମି ମାଲିକ” ଅର୍ଥ
  • କୌଣସି ରୟତ
  • କୌଣସି ସେବା ରୟତି ଧାରଣକାରୀ ବ୍ୟକ୍ତି
  • କୌଣସି କୃଷକ
  • କୌଣସି ଜମି ଧାରଣକାରୀ

ଏବଂ ଏହା କୌଣସି ଗ୍ରାମ ପଞ୍ଚାୟତ , କୌଣସି ସ୍ଥାନୀୟ ଅଧିକାରୀ କିମ୍ବା ସମବାୟ ସମିତିକୁ ଅନ୍ତର୍ଭୁକ୍ତ କରେ , ଯେକି ଜମି ଧାରଣ କରିଥାଏ   ।

  • “ ଧାର୍ଯ୍ୟ” ଅର୍ଥ, ଏହି ଆଇନ ଅନୁଯାୟୀ ପ୍ରଣିତ ନିୟମାବଳୀ ଦ୍ଵାରା ଧାର୍ଯ୍ୟ   ;
  • “ସର୍ବସାଧାରଣ ଉଦ୍ଦେଶ୍ୟ “:- ଗ୍ରାମର କୌଣସି ଧାରଣ ଆବଶ୍ୟକତା, ସୁବିଧା କିମ୍ବା ଉପକାର ସମ୍ବନ୍ଧୀୟ କୌଣସି ଉଦ୍ଦେଶ୍ୟକୁ ଅନ୍ତର୍ଭୁକ୍ତ କରେ  ;
  • “ ତ୍ରିକୋଣୀୟ” ଅର୍ଥ , ଏକତ୍ରୀକାରଣ ସମୟରେ ଚକ ଗୁଡିକର ଆବଣ୍ଟକୁ ନିୟନ୍ତ୍ରିତ କରିବା ଦ୍ରୁଷ୍ଟରୁ , ସୁବିଧାଜନକ ତ୍ରିକୋଣିୟ ଆକାରରେ କୌଣସି ଏକକ ଅଞ୍ଚଳକୁ ବିଭାଜନ କରିବା ପଦ୍ଧତି   ;
  • “ନିୟମ” ଅର୍ଥ , ଏହି ଆଇନ ଅନୁଯାୟୀ ପ୍ରଣିତ ନିୟମାବଳୀ;
  • “ଏକକ” ଅର୍ଥ , ସେ ସମ୍ବନ୍ଧରେ ଏକତ୍ରୀକରଣର ଗୋଟିଏ ଯୋଜନା ଗଠନ କରିବା ଉଦ୍ଦେଶ୍ୟ ନିମନ୍ତେ  , ଦଫା ୬ଉପ-ଦଫା(୧) ଅନୁଯାୟୀ , ଏପରିଭାବେ ବିଜ୍ଞପ୍ତି ଗୋଟିଏ କିମ୍ବା ଅଧିକ ଗ୍ରାମ
  • “ଗ୍ରାମ” ଅର୍ଥ, କୌଣସି ଏକ ଅଞ୍ଚଳ, ଯାହାକି ରାଜସ୍ୱ ନଥିରେ ଗ୍ରାମ ଭାବେ ସ୍ଵୀକୃତ କିମ୍ବା ଯାହାକୁ ରାଜସ୍ୱ ପରିଷଦ, ସମୟାନୁକ୍ରମେ , ଏକ ଗ୍ରାମ ଭାବେ ଘୋଷଣା କରିପାରନ୍ତି କିମ୍ବା ଯାହାକି ଦଫା  ୭ର ଉପଦଫା(୪) ଅନୁଯାୟୀ ଏପରିଭାବେ ଗଠନ   ।
  • ଏହି ଆଇନରେ ବ୍ୟବହୃତ ଶବ୍ଦାବଳୀ ଏବଂ ଉକ୍ତି , ମାତ୍ର ସଂଜ୍ଞାୟୀତ ହୋଇ ନାହିଁ , ସେଗୁଡିକର ସେହି ଏକା ଅର୍ଥ ରହିବ , ଯାହାକି ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ (ଓଡିଶା ଆଇନ  ୧୬/୧୯୬୦) ରେ,  ସେଗୁଡିକୁ ନ୍ୟସ୍ତ କରାଯାଇଛି   ।

ଉଲ୍ଲେଖଥାଉ ଯେ , ଉପରୋକ୍ତ ଅନୁଯାୟୀ , ଏପରି ଶବ୍ଦାବଳୀ  ଏବଂ ଉକ୍ତି ଯାହାକି ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ (ଓଡିଶା ଆଇନ ୧୬/୧୯୬୦)ରେ  ସଂଜ୍ଞାୟୀତ ହୋଇ ନାହିଁ , ସେଗୁଡିକର ସେହି ଅର୍ଥ ରହିବ, ଯାହାକି ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ,୧୯୫୮ (ଓଡିଶା ଆଇନ ୩/୧୯୫୯) ରେ ସେଗୁଡିକୁ ନ୍ୟସ୍ତ କରାଯାଇଛି   ।

ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ

ବୈଧୀକାରଣ :- ମୂଳ ଆଇନ କିମ୍ବା କୌଣସି ନ୍ୟାୟଳୟ କିମ୍ବା ଅନ୍ୟ ଅଧିକାରୀଙ୍କର କୌଣସି ରାଏ,  ଡିକ୍ରି କିମ୍ବା   ଆଦେଶରେ ଧାରିତ କୌଣସି ବିଷୟ ସତ୍ତ୍ୱେ ,ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟ।ନୁଷ୍ଠାନ, ଏହି  ଦଫାର ପ୍ରଚଳନ ତାରିଖରେ ଏବଂ  ୧୯୭୩ ମସିହା ଅଗଷ୍ଟ ୧୦ ତାରିଖ , ମୂଳ ଆଇନର ଦଫା ୨ରଧାରା(୭) ପ୍ରତି ସ୍ପଷ୍ଟିକରଣ ଦ୍ଵାରା ଆବୃତ ଜମି ଗୁଡିକ ସମ୍ବନ୍ଧରେ ଏକତ୍ରୀକାରଣ କାର୍ଯ୍ୟ ସମୟରେ କରାଯାଇଥିବା କାର୍ଯ୍ୟ କିମ୍ବା ପ୍ରଦାନ କରାଯାଇଥିବା ଆଦେଶ , ଯାହାକି ଏହି ବିଶ୍ଵାସରେ କରାଯାଇଥାଏ ଯେ , ଉକ୍ତ ଜମି , ଏକତ୍ରୀକାରଣ ଅଞ୍ଚଳର ଅଂଶ ଗଠନ କରେ ଏବଂ ଏକତ୍ରୀକାରଣକାରୀ ଅଧିକାରୀମାନଙ୍କର ଏପରି ଜମି ଉପରେ କର୍ତ୍ତୃତ୍ଵ ଅଛି ଯାହାକି ସମସ୍ତ ଉଦ୍ଦେଶ୍ୟ ନିମନ୍ତେ , ବୈଧ ଏବଂ ପ୍ରଭାବିତ ଭାବେ ଗ୍ରହଣ କରାଯାଇଛି କିମ୍ବା ପ୍ରଦାନ କରାଯାଇଛି ବୋଲି ଧରାଯିବ , ଯେଉଁ ସ୍ଥଳଯେପରି ପ୍ରୟୋଗନୀୟ , ଯେପରିକି ଏହି ଆଇନର ଦଫା  ୨ ଦ୍ଵାରା ସଂଶୋଧିତ ମୂଳ ଆଇନର ଦଫା ୨ର ଧାରା (ଛ) ସେହି ସମୟରେ ବଳବତ୍ତର ଥିଲା  , ଯେତେବେଳେ ଏପରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇହିଲା  , କାର୍ଯ୍ୟ କରାଯାଇଥିଲା କିମ୍ବା ଆଦେଶ ପ୍ରଦାନ କରାଯାଇଥିଲା ଏବଂ ସେହି ଅନୁଯାଯାଇ ଏହି କାରଣ ଉପରେ ଯେ , ଉକ୍ତ ଜମି ଏକତ୍ରୀକରଣ ଅଞ୍ଚଳର ଅଂଶ ଗଠନ କରେ ନାହିଁ କିମ୍ବା ଏପରି ଜମି ଉପରେ ଏକତ୍ରୀକରଣ ଅଧିକାରୀମାନଙ୍କର କର୍ତ୍ତୃତ୍ଵ ନାହିଁ , କୌଣସି ମୋକଦ୍ଦମା କିମ୍ବା ଅନ୍ୟ ଆଇନର କାର୍ଯ୍ୟ।ନୁଷ୍ଠାନ , କୌଣସି ନ୍ୟାୟାଳୟରେ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ସମ୍ମୁଖରେ ଅନୁଷ୍ଠିତ ହେବ ନାହିଁ କିମ୍ବା ଚାଲୁ କରାଯିବ ନାହିଁ   ।

ସ୍ପଷ୍ଟିକରଣ

ଏହି ଦଫା ଉଦ୍ଦେଶ୍ୟରେ , ଉକ୍ତି “ ଏକତ୍ରୀକରଣ ଅଧିକାରୀ” ସେହି ଅଧିକାରୀଙ୍କୁ ଅର୍ଥାୟୀତ କରିବ ଯେ କି , ମୂଳ ଆଇନ ଅନୁଯାୟୀ , କ୍ଷମତା ପରିଚାଳନା କରିବା ଏବଂ କର୍ତ୍ତବ୍ୟ ସଂପାଦନ କରିବା ନିମନ୍ତେ କ୍ଷମତାୟୀତ ଅଟନ୍ତି   ।

ଟିପ୍ପଣୀ

ଉକ୍ତି” ବିଭକ୍ତିକରଣ” କିମ୍ବା ବିଭାଜନର ଅର୍ଥ, ସ୍ପଷ୍ଟ କରାଯାଇଛି – ୧୯୯୦ (୧) ଓ.ଏଲ.ଆର-୧୯୩  ।

“ଏକତ୍ରୀକରଣ ଅଞ୍ଚଳ” ଶବ୍ଦ ନିମନ୍ତେ , ଦଫା୨(ଜି) ର ସଂଜ୍ଞା , ସଂଶୋଧନୀୟ ଆଇନ  ୨/୧୯୮୯ ଦ୍ଵାରା ସଂଶୋଧନ କରାଯାଇଛି ଏବଂ ଏଣୁ, ଦଫା ୨(ଏଫ) ପ୍ରତି ସ୍ପଷ୍ଟିକରଣରେ ଦର୍ଶାଯାଇଥିବା ଜମିଗୁଡିକୁ ଏକତ୍ରୀକରଣ ଅଞ୍ଚଳର ସଂଜ୍ଞାରେ ଅନ୍ତର୍ଭୁକ୍ତ କରାଯାଇଛି   । ଏହିପରିଭାବେ , ଜମି ଗୁଡିକ,  ଏହି ଦ୍ରୁଷ୍ଟିରୁ ଏକତ୍ରୀକରଣୀୟ ହୋଇଛି ଯେ , ତାହା ଏହି ଏହି ଆଇନରୁ ସଂଶୋଧିତ ବ୍ୟବସ୍ଥାବଳୀରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାହେଉନା କାହିଁକି ପୁରାତନ ସିଦ୍ଧାନ୍ତଗୁଡିକ ଯାହାକି ନୂତନ ବ୍ୟବସ୍ଥାବଳୀ ପ୍ରତି ବିପରୀତ ଅଟେ , ତାହା ଅଧ୍ୟୟନ ଦ୍ରୁଷ୍ଟିରୁ ଏଠାରେ ପ୍ରଦାନ କରାଯାଇଛି   ।

କୌଣସି ଗୃହର “ ରୋଷେଇ ବଗିଚା” ଏକ ଫାର୍ମ ଗୃହ ନୁହେଁ- ୫୦(୧୯୮୦) ସିଏଲଟି – ୧୭୮   ।

ଏକତ୍ରୀକାରଣ ନିମନ୍ତେ ଅନୁପଯୁକ୍ତ ଜମି – ଖତିୟାନ ରେ ଅନ୍ତର୍ଭୁକ୍ତିକରଣ ଉପାଦେୟ ସାକ୍ଷ୍ୟ ଅଟେ (ଏଆଇଆର ଓଡିଶା -୧୮୩)

ଜମି ଉପରେ ଦଣ୍ଡାୟମାନ କେତେକ ନଡିଆ ଗଛ- ତାହା ଫଳବଗିଚା ହେବ ( ଏଆଇଆର ୧୯୭୯ ଏନଓସି- ୨୬)

ଇଟାମାଟି ଚଳାଇବା ନିମନ୍ତେ ବ୍ୟବହୃତ ଜମି, ସଂଜ୍ଞା ମଧ୍ୟକୁ ଆସିବ ନାହିଁ ଆଇଏଲଆର (୧୭୩) ୧- ଆହ୍ଲାବାଦ – ୯୭ ।

ଜଳାଶୟ, ଜମିର ସଂଜ୍ଞା  ମଧ୍ୟରୁ ଆସିବ ନାହିଁ, ଯଦିଓ “ ସଂଙ୍ଘ୍ରା” ଫଳ ସେଥିରେ ଉତ୍ପାଦନ କରାଯାଏ- (୧୯୮୦ ୟୁପିଏଲଟି(ଏନଓସି) -୧୬୦; ୧୯୭୫ ଆହ୍ଲାହାବାଦ “ ଲ” ଜର୍ଣ୍ଣଲ- ୫୨୭ ଏବଂ  ୧୯୫୦ ଆହ୍ଲାହାବାଦ “ ଲ” ଜର୍ଣ୍ଣାଲ-୬୭ ଦ୍ରଷ୍ଟବ୍ୟ   ।

ବିଜ୍ଞପ୍ତି ପୂର୍ବରୁ କିମ୍ବା ବିଜ୍ଞପ୍ତି ସମୟରେ,ଅଣ-କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ଜମିରୁ ରହିତ ହେବ କି – ( ଆଇ ଏଲ ଆର )(୧୯୭୩) ୧ ଆହ୍ଲାହାବାଦ- ୯୭  ।

ହସ୍ତତନ୍ତ ଚଳାଇବା ନିମନ୍ତେ ବ୍ୟବହୃତ ଜମି, ସଂଜ୍ଞାର ପରିସର ମଧ୍ୟକୁ ଆସିବ ନାହିଁ – ୧୮୮୦ ଆରଡି- ୩୯   ।

ଦଫା ୨(କ) ଅନୁଯାୟୀ ସଂଜ୍ଞାୟୀତ ଉକ୍ତିର ଅର୍ଥ,ଆଇନର ସମସ୍ତ ଯୋଜନାକୁ ବିଚାର କରି ସ୍ପଷ୍ଟ କରାଯାଇଛି ଯେ , ଉକ୍ତ ବ୍ୟବସ୍ଥାବଳି,ଜମିଗୁଡିକ ସହ ଆବଦ୍ଧ ଯାହାକି ଏକତ୍ରୀକାରଣ ଯୋଜନାର ଅଂଶ ଗଠନ କରେ ଏବଂ ତାହା ଆଇନ ଅନୁଯାୟୀ ଅଧିକାରମାନଙ୍କ ଦ୍ଵାରା ବିଚାର କରାଯିବ – ଆହୁରି ମଧ୍ୟ “ ଜମି ସଂଜ୍ଞାକୁ କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି  ;ଅର୍ଥାତ କୃଷି ବ୍ୟତୀତ , ଅନ୍ୟ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ଜମିର ଉଚିତ ଖଜଣା ଏବଂ ସେସର ବନ୍ଦୋବସ୍ତ ନିମନ୍ତେ (୬୫-୧୯୮୮)-୪୪୦)- ବିହାର ଜମିର “ ହୋଲଡିଙ୍ଗ” ଏକତ୍ରୀକରଣ ଏବଂ ବିଭାଜନ ନିରୋଧ ଆଇନର ଦଫା  ୨(ଜି) ର ସଂଜ୍ଞା ମଧ୍ୟରୁ , ଗୃହପୋଯୋଜିଆଇ ଜମି ଆସେ ନାହିଁ   - (ଏଆଇଆର ୧୯୯୦ ପାଟଣା ଏନଓସି- ୧୯) ।

ଶବ୍ଦ “ ଜମି” ର ଅର୍ଥକୁ ସ୍ପଷ୍ଟ କରାଯାଇଛି  - (୬୫ (୧୯୮୮) ସି.ଏଲ ଟି- ୪୪୦ (ଏଫ.ବି) – ଏସ .ବେୱା ବନାମ ଡି.ପରିଡା

“ ଜମି” ଏବଂ “ କୃଷିଜମିର ଅର୍ଥକୁ ସ୍ପଷ୍ଟ କରାଯାଇଛି   ।  ଆହୁରି ମଧ୍ୟ, ଯଦିଓ ଜମି ଉପରେ କେତେକ ନଡିଆ  ଗଛ ସ୍ଥିତ ଥାଏ, ତାହା ଏକ କୃଷି ଜମି ହେବ  - (୪୫(୧୯୭୮ ସିଏଲ.ଟି -୪୨୭ ) ଏସ,ପାଣିଗ୍ରାହୀ ଏବଂ ଅନ୍ୟ ଜଣେ ବନାମ ଶ୍ୟାମ ସୁନ୍ଦର ପ୍ରହରାଜ  )   । ଆହୁରି ମଧ୍ୟ  -୪୫(୪୫(୧୯୭୮) ସି ଏଲ ଟି -୬୯ ଦ୍ରଷ୍ଟବ୍ୟ “ ବଗାୟତ” ଉକ୍ତିର ଅର୍ଥ ସ୍ପଷ୍ଟ କରାଯାଇଛି- (୫୦(୧୯୮୦) ସି ଏଲ ଟି-୧୭୮ – (ମୁସା ଜେନା ବନାମ ପୂର୍ଣ୍ଣଚନ୍ଦ୍ର ନାଏକ) –“ ଯେକୌଣସି ବର୍ଣ୍ଣନୀୟ ଜମି, ଗୃହଯୋଗ୍ୟ ବହନ କରେ  - “ ଜମି ଏବଂ “ କୃଷି ଜମି” ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ କରାଯାଇଛି  - (୫୪ (୧୯୮୨) ସି ଏଲ ଟି- ୫୮୪ – ଜ ବିଶ୍ଵାଳ ବନାମ  ନାରାୟଣ ଚନ୍ଦ୍ର ବିଶ୍ଵାଳ ଏବଂ ଅନ୍ୟମାନେ) ଆହୁରି ମଧ୍ୟ  ୫୫(୧୯୮୩) ସି ଏଲ ଟି – ୫୬୧ – ପି .ମହାନ୍ତି ବନାମ କେ.ବେୱା)ଦ୍ରଷ୍ଟବ୍ୟ   ।

ଆଧାର- ଦି ଲ ହାଉସ

3.17647058824
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top